26.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଜ୍ଞାନ
ସାଗର ବାବା ଜ୍ଞାନ ବର୍ଷା କରି ଏହି ଧରଣୀକୁ ସବୁଜିମା କରିବା ପାଇଁ ଆସିଛନ୍ତି, ଏବେ ସ୍ୱର୍ଗର
ସ୍ଥାପନା ହେଉଛି, ସେଠାକୁ ଯିବା ପାଇଁ ଦୈବୀ ସମ୍ପ୍ରଦାୟର ହେବାକୁ ପଡିବ ।”
ପ୍ରଶ୍ନ:-
ସର୍ବୋତ୍ତମ
କୁଳର ସନ୍ତାନମାନଙ୍କର ମୁଖ୍ୟ କର୍ତ୍ତବ୍ୟ କ’ଣ?
ଉତ୍ତର:-
ସର୍ବଦା ଶ୍ରେଷ୍ଠ ଆତ୍ମିକ ସେବା କରିବା । ଏଠାରେ ବସିବା ବା ଚାଲିବା-ବୁଲିବା ସମୟରେ ଖାସ୍ ଭାରତକୁ
ଏବଂ ସାଧାରଣତଃ ଭାବେ ସାରା ବିଶ୍ୱକୁ ପାବନ କରିବା, ଶ୍ରୀମତ ଆଧାରରେ ବାବାଙ୍କର ସହଯୋଗୀ ହେବା -
ଏହା ହିଁ ହେଉଛି ସର୍ବୋତ୍ତମ ବ୍ରାହ୍ମଣମାନଙ୍କର କର୍ତ୍ତବ୍ୟ ।
ଗୀତ:-
ଯୋ ପିୟା କେ
ସାଥ ହୈ..
ଓମ୍ ଶାନ୍ତି ।
ମଧୁର ଆତ୍ମିକ
ସନ୍ତାନମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି ଯେଉଁମାନେ କି ଆତ୍ମିକ ପିତାଙ୍କ ସାଥିରେ ଅଛନ୍ତି,
ଯେହେତୁ ବାବା ହେଉଛନ୍ତି ଜ୍ଞାନର ସାଗର । କେଉଁ ବାବା? ଶିବବାବା । ବ୍ରହ୍ମାବାବାଙ୍କୁ ଜ୍ଞାନର
ସାଗର କୁହାଯିବ ନାହିଁ । ଶିବବାବା ଯାହାଙ୍କୁ ପରମପିତା ପରମାତ୍ମା କୁହାଯାଏ । ଜଣେ ହେଲେ ଲୌକିକ
ଶାରିରୀକ ପିତା, ଅନ୍ୟ ଜଣେ ହେଲେ ପାରଲୌକିକ ଆତ୍ମିକ ପିତା । ସେ ହେଲେ ଲୌକିକ ପିତା, ଆଉ ସେ ହେଲେ
ଆତ୍ମାମାନଙ୍କର ପିତା । ଏହା ବହୁତ ଭଲ ରୂପେ ବୁଝିବାର କଥା ଏବଂ ଜ୍ଞାନର ସାଗର ହିଁ ଏହି ଜ୍ଞାନ
ଶୁଣାଉଛନ୍ତି । ଯେପରି ଭଗବାନ ହେଉଛନ୍ତି ଜଣେ, ସେହିପରି ଜ୍ଞାନ ମଧ୍ୟ ଜଣେ ହିଁ ଦେଇପାରିବେ ।
ବାକି ଯେଉଁମାନେ ଶାସ୍ତ୍ର ଗୀତା ଆଦି ପଢୁଛନ୍ତି, ଭକ୍ତି କରୁଛନ୍ତି ତାହା କୌଣସି ଜ୍ଞାନ ନୁହେଁ,
ଯାହାଦ୍ୱାରା କୌଣସି ଜ୍ଞାନ ବର୍ଷା ହୁଏ ନାହିଁ । ସେଥିପାଇଁ ଭାରତ ବିଲ୍କୁଲ୍ ଶୁଖି ଯାଇଛି ।
କାଙ୍ଗାଳ ହୋଇଯାଇଛି । ଯେପରି ବର୍ଷା ନ ହେଲେ ଜମିବାଡି ଆଦି ସବୁ ଶୁଖିଯାଇଥାଏ । ତାହା ହେଉଛି
ଭକ୍ତିମାର୍ଗ । ତାକୁ ଜ୍ଞାନ ମାର୍ଗ କୁହାଯିବ ନାହିଁ । ଜ୍ଞାନ ଦ୍ୱାରା ସ୍ୱର୍ଗର ସ୍ଥାପନା
ହୋଇଥାଏ । ସେଠାରେ ଧରିତ୍ରୀ ସର୍ବଦା ସବୁଜିମା ରହିଥାଏ । କେବେ ହେଲେ ଶୁଖିଯାଏ ନାହିଁ । ଏହା
ହେଉଛି ଜ୍ଞାନର ପାଠପଢା । ଈଶ୍ୱରୀୟ ପିତା ଜ୍ଞାନ ଦେଇ ଦୈବୀ ସମ୍ପ୍ରଦାୟ କରୁଛନ୍ତି । ବାବା
ବୁଝାଉଛନ୍ତି ମୁଁ ହେଉଛି ତୁମ ସମସ୍ତ ଆତ୍ମାମାନଙ୍କର ପିତା । କିନ୍ତୁ ମୋତେ ଏବଂ ମୋର
କର୍ତ୍ତବ୍ୟକୁ ନ ଜାଣିବା କାରଣରୁ ହିଁ ମନୁଷ୍ୟମାନେ ଏତେ ପତିତ ଦୁଃଖୀ ଅନାଥ ହୋଇଯାଇଛନ୍ତି ।
ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି । ଘରେ ବାପା ନଥିଲେ, ପିଲାମାନେ ପରସ୍ପର ମଧ୍ୟରେ ଲଢେଇ ଝଗଡା
କରନ୍ତି, ତେବେ କହିଥା’ନ୍ତି ତୁମର ବାପା ଅଛନ୍ତି ବା ନାହାଁନ୍ତି? ବର୍ତ୍ତମାନ ମଧ୍ୟ ସାରା ଦୁନିଆ
ନିଜର ପିତାଙ୍କୁ ଜାଣି ନାହାଁନ୍ତି । ନ ଜାଣିବା କାରଣରୁ ହିଁ ଏତେ ଦୁର୍ଗତି ହୋଇଯାଇଛି । ଜାଣିଲେ
ସଦ୍ଗତି ହୋଇଥାଏ । ସମସ୍ତଙ୍କର ସଦ୍ଗତି ଦାତା ହେଉଛନ୍ତି ଜଣେ । ତାଙ୍କୁ ପିତା କୁହାଯାଏ ।
ତାଙ୍କର ନାମ ହିଁ ହେଉଛି ଶିବ । ତାଙ୍କର ନାମ କେବେହେଲେ ପରିବର୍ତ୍ତିତ ହୁଏ ନାହିଁ । ଯେତେବେଳେ
ସନ୍ନ୍ୟାସ କରିଥା’ନ୍ତି ସେତେବେଳେ ନାମ ବଦଳାଇଥାନ୍ତି ନା । ବିବାହ ସମୟରେ ମଧ୍ୟ କୁମାରୀଙ୍କର
ନାମ ବଦଳିଥାଏ । ଏହିସବୁ ପ୍ରଥା ଭାରତରେ ହିଁ ଅଛି । ବିଦେଶରେ ଏପରି ହୁଏ ନାହିଁ । ଏହି ଶିବବାବା
ହେଉଛନ୍ତି ସମସ୍ତଙ୍କର ମାତାପିତା । ଗାୟନ ମଧ୍ୟ କରନ୍ତି ତୁମେ ମାତା-ପିତା... ଭାରତରେ ହିଁ
ଏହିଭଳି ଡାକିଥା’ନ୍ତି- ତୁମ କୃପାରୁ ଅଥାହ ସୁଖ ମିଳୁଛି । ଏପରି ନୁହେଁ ଯେ ଭକ୍ତିମାର୍ଗରେ
ଭଗବାନ କୃପା କରିଆସିଛନ୍ତି । ନାଁ, ଭକ୍ତିରେ ଅଥାହ ସୁଖ ମିଳି ନଥାଏ । ପିଲାମାନେ ଜାଣିଛନ୍ତି ଯେ
ସ୍ୱର୍ଗରେ ବହୁତ ସୁଖ ରହିଛି । ତାହା ହେଉଛି ନୂଆ ଦୁନିଆ । ପୁରୁଣା ଦୁନିଆରେ ଦୁଃଖ ହିଁ ହୋଇଥାଏ
। ଯିଏ ଜୀଇ ଥାଉ ଥାଉ ପୂର୍ଣ୍ଣ ରୂପେ ମରିଯାଇଥିବେ ତାଙ୍କର ନାମ ବଦଳି କରାଯାଇପାରିବ । କିନ୍ତୁ
ମାୟା ଜିତିଯାଉଛି ତେଣୁ ପୁଣି ବ୍ରାହ୍ମଣରୁ ଶୂଦ୍ର ହୋଇଯାଉଛନ୍ତି, ସେଥିପାଇଁ ବାବା ନୂଆ ନାମ
ରଖୁନାହାଁନ୍ତି । ବ୍ରାହ୍ମଣଙ୍କର ତ ମାଳା ହୋଇପାରିବ ନାହିଁ । ତୁମେ ସନ୍ତାନମାନେ ହେଉଛ
ସର୍ବୋତ୍ତମ କୁଳର । ତୁମେ ଶ୍ରେଷ୍ଠ ଈଶ୍ୱରୀୟ ସେବା କରୁଛ । ଏଠାରେ ବସି ଥାଉ ଥାଉ ଅଥବା
ଚାଲିବୁଲି ତୁମେ ବିଶେଷ କରି ଭାରତର ଏବଂ ସାଧାରଣ ଭାବେ ବିଶ୍ୱର ସେବା କରୁଛ । ବିଶ୍ୱକୁ ତୁମେ
ପବିତ୍ର କରୁଛ । ତୁମେ ହେଉଛ ବାବାଙ୍କର ସହଯୋଗୀ । ବାବାଙ୍କ ଶ୍ରୀମତ ପାଳନ କରି ତୁମେ ସହଯୋଗ
ଦେଉଛ । ଏହି ଭାରତ ହିଁ ପାବନ ହେବ । ତୁମେ କହିବ ଆମେ କଳ୍ପ-କଳ୍ପ ଏହି ଭାରତକୁ ପବିତ୍ର କରାଇ
ପବିତ୍ର ଭାରତରେ ରାଜତ୍ୱ କରୁଛନ୍ତି । ବ୍ରାହ୍ମଣରୁ ପୁଣି ଆମେ ଭବିଷ୍ୟ ଦେବୀ-ଦେବତା ହେଉଛୁ ।
ବିରାଟ ରୂପର ଚିତ୍ର ମଧ୍ୟ ରହିଛି । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ହେଉଛନ୍ତି ବ୍ରାହ୍ମଣ ।
ବ୍ରାହ୍ମଣ ସେତେବେଳେ ସୃଷ୍ଟି ହେବେ ଯେତେବେଳେ ପ୍ରଜାପିତା ବ୍ରହ୍ମା ସ୍ୱୟଂ ଉପସ୍ଥିତ ରହିବେ ।
ଏବେ ତୁମେ ସମ୍ମୁଖରେ ଅଛ । ତୁମେ ପ୍ରତ୍ୟେକ ନିଜକୁ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବୋଲି
ଭାବୁଛ । ଏହା ହିଁ ଯୁକ୍ତି । ସନ୍ତାନ ଭାବିବା ଦ୍ୱାରା ଭାଇ-ଭଉଣୀ ହୋଇଯାଉଛ । ଭାଇ-ଭଉଣୀଙ୍କର
କେବେହେଲେ ବିକାରୀ ଦୃଷ୍ଟି ରହିବା ଅନୁଚିତ୍ । ଏବେ ବାବା ଅଧ୍ୟାଦେଶ ଜାରି କରୁଛନ୍ତି ଯେ ତୁମେ
୬୩ ଜନ୍ମ ପତିତ ରହିଲ, ଏବେ ଯଦି ପବିତ୍ର ଦୁନିଆ ସ୍ୱର୍ଗକୁ ଯିବାକୁ ଚାହୁଁଛ ତେବେ ପବିତ୍ର ହୁଅ ।
ସେଠାକୁ ପତିତ ଆତ୍ମା ଯାଇ ପାରିବେ ନାହିଁ । ସେଥିପାଇଁ ବେହଦ ପିତାଙ୍କୁ ତୁମେ ଡାକୁଛ । ଏହି
ଆତ୍ମା ଶରୀର ଦ୍ୱାରା କଥା ହେଉଛି । ଶିବବାବା ମଧ୍ୟ କହୁଛନ୍ତି ମୁଁ ଏହି ବ୍ରହ୍ମାଙ୍କ ଶରୀର
ଦ୍ୱାରା କଥା ହେଉଛି । ନଚେତ୍ ମୁଁ କିପରି ଆସିବି? ମୋର ଜନ୍ମ ହେଉଛି ଦିବ୍ୟ । ସତ୍ୟଯୁଗରେ
ଦୈବୀଗୁଣଧାରୀ, ଦେବତାମାନେ ରହିବେ । ବର୍ତ୍ତମାନ ଆସୁରୀ ଗୁଣଧାରୀ ମନୁଷ୍ୟ ଅଛନ୍ତି । ଏଠାକାର
ମନୁଷ୍ୟମାନଙ୍କୁ ଦେବତା କୁହାଯିବ ନାହିଁ । ସେ ଯେ କେହି ବି ହୁଅନ୍ତୁ ନା କାହିଁକି ବହୁତ ବଡ-ବଡ
ନାମ ରଖି ଦେଉଛନ୍ତି । ସାଧୁମାନେ ନିଜକୁ ଶ୍ରୀ ଶ୍ରୀ ଏବଂ ମନୁଷ୍ୟମାନଙ୍କୁ ଶ୍ରୀ କହୁଛନ୍ତି
କାହିଁକି ନା ନିଜେ ପବିତ୍ର ରହିଥା’ନ୍ତି । ସେଥିପାଇଁ ଶ୍ରୀ ଶ୍ରୀ କହୁଛନ୍ତି । ସେମାନେ ହେଉଛନ୍ତି
ତ ମନୁଷ୍ୟ । ବିକାର ଗ୍ରସ୍ତ ନହେଲେ ମଧ୍ୟ ବିକାରୀ ଦୁନିଆରେ ତ ରହୁଛନ୍ତି ନା । ତୁମେ ଭବିଷ୍ୟତରେ
ନିର୍ବିକାରୀ ଦୈବୀ ଦୁନିଆରେ ରାଜତ୍ୱ କରିବ । ସେଠାରେ ବି ମନୁଷ୍ୟ ହିଁ ରହିବେ କିନ୍ତୁ ଦୈବୀ
ଗୁଣସମ୍ପନ୍ନ ହେବେ । ବର୍ତ୍ତମାନ ସମୟରେ ମନୁଷ୍ୟ ଆସୁରୀ ଗୁଣଧାରୀ ପତିତ ହୋଇଯାଇଛନ୍ତି । ଗୁରୁ
ନାନକ ମଧ୍ୟ କହିଛନ୍ତି ମୁତ ପଲିତୀ କପଡ ଧୋଏ ଅର୍ଥାତ୍ ପତିତ ଆତ୍ମାକୁ ପବିତ୍ର କରୁଛନ୍ତି... ଗୁରୁ
ନାନକ ମଧ୍ୟ ବାବାଙ୍କର ମହିମା କରିଛନ୍ତି ।
ଏବେ ବାବା ଆସିଛନ୍ତି
ସ୍ଥାପନା ଏବଂ ବିନାଶ କରିବା ପାଇଁ । ଅନ୍ୟ ଯିଏକି ଧର୍ମସ୍ଥାପକମାନେ ଅଛନ୍ତି ସେମାନେ କେବଳ ଧର୍ମ
ସ୍ଥାପନ କରୁଛନ୍ତି ଅନ୍ୟ ଧର୍ମଗୁଡିକ ବିନାଶ କରୁ ନାହାଁନ୍ତି, ସେମାନଙ୍କର ତ ବୃଦ୍ଧି ହେଉଛି ।
ଏବେ ବାବା ବୃଦ୍ଧିକୁ ବନ୍ଦ କରୁଛନ୍ତି । ଗୋଟିଏ ଧର୍ମର ସ୍ଥାପନା ଓ ଅନେକ ଧର୍ମର ବିନାଶ
କରାଉଛନ୍ତି । ଡ୍ରାମା ଅନୁସାରେ ଏସବୁ ନିଶ୍ଚିତ ହେବ । ବାବା କହୁଛନ୍ତି ମୁଁ ଆଦି ସନାତନ
ଦେବୀ-ଦେବତା ଧର୍ମର ସ୍ଥାପନା କରୁଛି, ଯେଉଁଥି ପାଇଁ ତୁମକୁ ପାଠ ପଢାଉଛି । ସତ୍ୟଯୁଗରେ ଅନେକ
ଧର୍ମ ରହିବ ହିଁ ନାହିଁ । ଡ୍ରାମାରେ ସମସ୍ତ ଆତ୍ମାଙ୍କୁ ଫେରିବା ନିଧାର୍ଯ୍ୟ ହୋଇ ରହିଛି । ଏହି
ବିନାଶକୁ କେହି ଏଡେଇ ଦେଇ ପାରିବେ ନାହିଁ । ବିଶ୍ୱରେ ଶାନ୍ତି ସେତେବେଳେ ହେବ ଯେବେ ବିନାଶ ହେବ
। ଏହି ଲଢେଇ ଦ୍ୱାରା ହିଁ ସ୍ୱର୍ଗର ଗେଟ୍ ଖୋଲୁଛି । ଏହି ବିନାଶକୁ ମଧ୍ୟ ତୁମେ ଲେଖିପାରିବ ଯେ
କଳ୍ପ ପୂର୍ବରୁ ମଧ୍ୟ ଏହିଭଳି ମହାଭାରୀ ମହାଭାରତ ଲଢେଇ ଲାଗିଥିଲା । ଯଦି ତୁମେମାନେ ପ୍ରଦର୍ଶନୀର
ଉଦ୍ଘାଟନ କରୁଛ, ଏକଥା ମଧ୍ୟ ଲେଖ । ବାବା ପରମଧାମରୁ ଆସିଛନ୍ତି - ସ୍ୱର୍ଗର ଉଦ୍ଘାଟନ କରିବା
ପାଇଁ । ବାବା କହୁଛନ୍ତି ମୁଁ ହେଭେନ୍ଲି ଗଡ୍ ଫାଦର ସ୍ୱର୍ଗର ଉଦ୍ଘାଟନ କରିବାକୁ ଆସିଛି ।
ସ୍ୱର୍ଗବାସୀ କରାଇବା ପାଇଁ ପିଲାମାନଙ୍କର ହିଁ ସାହାଯ୍ୟ ନେଉଛି । ନଚେତ୍ ଏତେ ସବୁ ଆତ୍ମାମାନଙ୍କୁ
କିଏ ପବିତ୍ର କରାଇବ । ଢେର ଆତ୍ମା ରହିଛନ୍ତି । ଘରେ-ଘରେ ତୁମେ ଏହା ବୁଝାଇପାରିବ । ତୁମେମାନେ
ଭାରତବାସୀ ସତ୍ତ୍ୱପ୍ରଧାନ ଥିଲ ପୁଣି ୮୪ ଜନ୍ମ ପରେ ତମୋପ୍ରଧାନ ହୋଇଯାଇଛ । ଏବେ ପୁନର୍ବାର
ସତ୍ତ୍ୱପ୍ରଧାନ ହୁଅ । ମନମନାଭବ । ଏପରି କୁହନାହିଁ ଯେ ଆମେ ଶାସ୍ତ୍ରକୁ ମାନୁ ନାହୁଁ । କୁହ,
ଶାସ୍ତ୍ରକୁ ଏବଂ ଭକ୍ତିମାର୍ଗକୁ ତ ଆମେ ମାନୁଥିଲୁ - କିନ୍ତୁ ଏବେ ଏହି ଭକ୍ତିମାର୍ଗର ରାତ୍ରି
ସରିବାକୁ ଯାଉଛି । ଜ୍ଞାନ ଦ୍ୱାରା ଦିନ ଆରମ୍ଭ ହେଉଛି । ବାବା ଆସିଛନ୍ତି ସଦ୍ଗତି କରିବାକୁ ।
ବୁଝାଇବା ନିମନ୍ତେ ବହୁତ ଯୁକ୍ତି ଆବଶ୍ୟକ । କେହି ଭଲ ଭାବରେ ଧାରଣ କରୁଛନ୍ତି ତ କେହି କମ୍ ।
ପ୍ରଦର୍ଶନୀରେ ମଧ୍ୟ ଯେଉଁମାନେ ଭଲ-ଭଲ ସନ୍ତାନ ଅଛନ୍ତି-ସେମାନେ ଭଲ ବୁଝାଉଛନ୍ତି । ଯେପରି ବାବା
ଶିକ୍ଷକ ଅଟନ୍ତି ସେହିପରି ପିଲାମାନଙ୍କୁ ମଧ୍ୟ ଶିକ୍ଷକ ହେବାକୁ ପଡିବ । ଗାନ ମଧ୍ୟ କରାଯାଏ ସତ୍ଗୁରୁ
ଉଦ୍ଧାର କରନ୍ତି, ବାବାଙ୍କୁ କୁହାଯାଏ ସତ୍ୟ ଦୁନିଆର ସ୍ଥାପନାକର୍ତ୍ତା ସତ୍ୟ ବାବା । ରାବଣ
ମିଥ୍ୟାଖଣ୍ଡ ସ୍ଥାପନ କରୁଛି, ଏବେ ସଦ୍ଗତି ଦାତା ଯେହେତୁ ମିଳିଯାଇଛନ୍ତି ସେହେତୁ ଆମେ ଭକ୍ତି
କିପରି କରିବୁ? ଭକ୍ତିରେ ଶିକ୍ଷା ଦେବା ପାଇଁ ଅନେକ ଗୁରୁ ଅଛନ୍ତି । ସତଗୁରୁ ତ ହେଉଛନ୍ତି ଜଣେ ।
କହନ୍ତି ମଧ୍ୟ ସତଗୁରୁ ଅକାଳ... ତଥାପି ମଧ୍ୟ ଅନେକ ଗୁରୁ ହେଉଛନ୍ତି । ସନ୍ନ୍ୟାସୀ, ଉଦାସୀ ଅନେକ
ପ୍ରକାରର ଗୁରୁ ରହିଛନ୍ତି । ଶିଖ୍ମାନେ ନିଜେ କହିଥା’ନ୍ତି ଯେ ସତଗୁରୁ ଅକାଳ... ଅର୍ଥାତ୍
ଯାହାକୁ କାଳ ଖାଏ ନାହିଁ । ମନୁଷ୍ୟମାନଙ୍କୁ ତ କାଳ ଖାଇଯାଇଥାଏ । ବାବା ବୁଝାଉଛନ୍ତି ମନମନାଭବ ।
ସେମାନଙ୍କର ପୁଣି ରହିଛି ସାହେବଙ୍କୁ ଜପ କଲେ ସୁଖ ମିଳିବ... ମୁଖ୍ୟ ଏହି ଦୁଇଟି ଅକ୍ଷର ରହିଛି ।
ବାବା କହୁଛନ୍ତି ମୋତେ ୟାଦ କର - ଅର୍ଥାତ୍ ସାହେବଙ୍କୁ ମନେ ମନେ ଜପ କର । ସାହେବ ତ ଏକମାତ୍ର
ଅଟନ୍ତି । ଗୁରୁନାନକ ମଧ୍ୟ ବାବାଙ୍କ ପାଇଁ ଈଶାରା କରିଛନ୍ତି ଯେ ତାଙ୍କୁ ଜପ କର । ବାସ୍ତବରେ
ତୁମକୁ ଜପିବାର ନାହିଁ, ୟାଦ କରିବାକୁ ହେବ । ଏହା ହେଉଛି ଅଜପାଜପ । ମୁଖ ଦ୍ୱାରା କିଛି କହିବାର
ନାହିଁ । ଶିବ-ଶିବ ମଧ୍ୟ ମୁଖରେ କହିବାର ଆବଶ୍ୟକତା ନାହିଁ । ତୁମକୁ ତ ଶାନ୍ତିଧାମକୁ ଯିବାକୁ
ହେବ । ଏବେ ବାବାଙ୍କୁ ମନେ ପକାଅ । ଅଜପାଜପ ମଧ୍ୟ ଗୋଟିଏ ହିଁ ହୋଇଥାଏ ଯାହାକି ବାବା ଶିଖାଉଛନ୍ତି
। ସେମାନେ କେତେ ଘଣ୍ଟା ବଜାଉଛନ୍ତି, ଧ୍ୱନି କରୁଛନ୍ତି, ମହିମା କରୁଛନ୍ତି । କହୁଛନ୍ତି ଅଚ୍ୟୁତମ୍
କେଶବମ୍... କିନ୍ତୁ ଗୋଟିଏ ହେଲେ ଅକ୍ଷରକୁ ବୁଝନ୍ତି ନାହିଁ । ସୁଖଦାତା ହେଉଛନ୍ତି ଏକ ବାବା ।
ପ୍ରକୃତ ବ୍ୟାସ ମଧ୍ୟ ତାଙ୍କୁ ହିଁ କୁହାଯିବ । ତାଙ୍କ ପାଖରେ ଜ୍ଞାନ ରହିଛି ତେଣୁ ଦେଉଛନ୍ତି ।
ସୁଖ ମଧ୍ୟ ସେ ହିଁ ଦେଉଛନ୍ତି । ତୁମେ ପିଲାମାନେ ଜାଣିଛ — ଏବେ ଆମର ଉନ୍ନତି କଳା ହେଉଛି । ସିଡି
ଚିତ୍ରରେ କଳାକୁ ମଧ୍ୟ ଦର୍ଶାଯାଇଛି । ବର୍ତ୍ତମାନ ସମୟରେ କୌଣସି କଳା ନାହିଁ । ମୁଁ ନିର୍ଗୁଣ
ହାର ପାଖରେ... । ଗୋଟିଏ ନିର୍ଗୁଣ ସଂସ୍ଥା ମଧ୍ୟ ରହିଛି । ଏବେ ବାବା କହୁଛନ୍ତି - ବାଳକ ତ
ମହାତ୍ମା ସଦୃଶ । ତାଙ୍କ ପାଖରେ କୌଣସି ଅବଗୁଣ ନ ଥାଏ । ତାଙ୍କର ପୁଣି ନାମ ନିର୍ଗୁଣ ବାଳକ
ରଖିଦେଇଛନ୍ତି । ଯଦି ବାଳକ ପାଖରେ ଗୁଣ ନାହିଁ ତେବେ ବାବାଙ୍କ ପାଖରେ ମଧ୍ୟ ନାହିଁ । ସମସ୍ତଙ୍କ
ମଧ୍ୟରେ ଅବଗୁଣ ରହିଛି । ଗୁଣବାନ କେବଳ ଦେବତାମାନେ ହିଁ ହୁଅନ୍ତି । ପ୍ରଥମ ଅବଗୁଣ ହେଲା
ବାବାଙ୍କୁ ନ ଜାଣିବା । ଦ୍ୱିତୀୟ ଅବଗୁଣ ହେଉଛି ବିଷୟ ସାଗରରେ ଉବୁଟୁବୁ ହେବ । ବାବା କହୁଛନ୍ତି
ଅଧାକଳ୍ପ ତୁମେ ଉବୁଟୁବୁ ହୋଇଛ । ଏବେ ମୁଁ ଜ୍ଞାନ ସାଗର ତୁମକୁ କ୍ଷୀରସାଗରକୁ ନେଇଯାଉଛି ।
କ୍ଷୀର ସାଗରକୁ ଯିବା ପାଇଁ ତ ମୁଁ ତୁମକୁ ଶିକ୍ଷା ଦେଉଛି । ମୁଁ ଆସି ବ୍ରହ୍ମାଙ୍କ ପାଖରେ ବସୁଛି,
ଯେଉଁଠି ଆତ୍ମା ରହୁଛି । ମୁଁ ସ୍ୱତନ୍ତ୍ର ଅଟେ । କେଉଁଠାକୁ ବି ଯାଇ ଆସି ପାରିବି । ତୁମେ
ପିତ୍ରଙ୍କୁ ଖୁଆଇ ଥାଅ ତେବେ ଆତ୍ମାଙ୍କୁ ଖୁଆଉଛ ନା । ଶରୀର ତ ଭସ୍ମ ହୋଇଯାଇଥାଏ । ତାଙ୍କୁ ଦେଖି
ବି ପାରିବ ନାହିଁ । ଭାବୁଛ ଅମୁକ ଆତ୍ମାର ଶ୍ରାଦ୍ଧ । ଆତ୍ମାକୁ ଡ଼କାଯାଏ - ଏହା ମଧ୍ୟ ଡ଼୍ରାମାରେ
ପାର୍ଟ ରହିଛି । କେବେ ଆସିଥାଏ, କେବେ ଆସି ମଧ୍ୟ ନ ଥାଏ । କେହି ବତେଇଥାଆନ୍ତି, କେହି ବତେଇ ବି
ନ ଥା’ନ୍ତି । ଏଠାରେ ମଧ୍ୟ ଆତ୍ମାକୁ ଡ଼କାଯାଏ, ଆସି କହିଥାଏ । କିନ୍ତୁ ଏପରି କହନ୍ତି ନାହିଁ ଯେ
ଅମୁକ ଜାଗାରେ ଜନ୍ମ ନେଇଛି । କେବଳ ଏତିକି କହିବେ ଯେ ମୁଁ ବହୁତ ସୁଖୀ ଅଛି, ଭଲ ଘରେ ଜନ୍ମ ନେଇଛି
। ଭଲ ଜ୍ଞାନୀ ସନ୍ତାନମାନେ ଭଲ ଘରେ ଜନ୍ମ ନେବେ । କମ୍ ଜ୍ଞାନୀ ଆତ୍ମା କମ୍ ପଦ ପାଇବେ । ବାକି
ସୁଖ ତ ଉଭୟଙ୍କୁ ରହିବ । ରାଜା ହେବା ଭଲ ନା ଦାସୀ ହେବା ଭଲ? ଯଦି ରାଜା ହେବା ପାଇଁ ଚାହୁଁଛ,
ତେବେ ଏହି ପାଠପଢାରେ ଲାଗିଯାଅ । ଦୁନିଆ ତ ବହୁତ ଖରାପ । ଦୁନିଆର ସଙ୍ଗକୁ କୁସଙ୍ଗ କୁହାଯିବ ।
ଏକ ସତ୍ର ସଙ୍ଗ ହି ପାର କରିଥାଏ, ବାକି ସବୁ ବୁଡ଼ାଇଥାଏ । ବାବା ତ ସମସ୍ତଙ୍କର ଜନ୍ମପତ୍ରୀକୁ
ଜାଣିଛନ୍ତି ନା । ଏହା ପାପର ଦୁନିଆ, ସେଥିପାଇଁ ତ ଡାକୁଛନ୍ତି - ଆଉ କେଉଁଠାକୁ ନେଇଚାଲ । ଏବେ
ବାବା କହୁଛନ୍ତି - ମଧୁର ସନ୍ତାନମାନେ, ମୋର ହୋଇ ପୁଣି ମୋର ମତକୁ ପାଳନ କର । ଏହା ବହୁତ ବିକାରୀ
ଦୁନିଆ ଅଟେ । କେତେ ଦୁର୍ନୀତି ରହିଛି । ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କାର ଠକାମି ହେଉଛି । ଏବେ
ବାବା ଆସିଛନ୍ତି ପିଲାମାନଙ୍କୁ ସ୍ୱର୍ଗର ମାଲିକ କରାଇବା ପାଇଁ ତେଣୁ ଅସରନ୍ତି ଖୁସିରେ ରହିବା
ଦରକାର ନା । ବାସ୍ତବରେ ଏହା ହେଉଛି ସତ୍ୟ ଗୀତା । ପୁଣି ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯିବ । ଏବେ
ତୁମ ପାଖରେ ଏହି ଜ୍ଞାନ ଅଛି, କିନ୍ତୁ ପର ଜନ୍ମରେ ଏହି ଜ୍ଞାନ ରହିବ ନାହିଁ । ତାପରେ ପ୍ରାଲବ୍ଧ
ମିଳିବ । ତୁମକୁ ପୁରୁଷୋତ୍ତମ କରିବା ପାଇଁ ବାବା ପଢାଉଛନ୍ତି । ଏବେ ତୁମେ ବାବାଙ୍କୁ ଜାଣିଲ ।
ଏବେ ତୁମେ ବାସ୍ତବ ଅମରନାଥକୁ ଯାତ୍ରା କରୁଛ । କୁହ, ଯାହାଙ୍କୁ ତୁମେ ସୂକ୍ଷ୍ମ ବତନରେ ଦେଖାଉଛ
ସେ ପୁଣି ସ୍ଥୂଳ ବତନରେ କୁଆଡୁ ଆସିଲେ? ପାହାଡ ଆଦି ତ ଏଇଠାରେ ଅଛି ନା । ସେଠାରେ ପତିତ କିପରି
ରହିପାରିବେ? ଯେଉଁଥିପାଇଁ ପାର୍ବତୀଙ୍କୁ ଜ୍ଞାନ ଦେଉଛନ୍ତି । ବରଫର ଲିଙ୍ଗ ହାତରେ ତିଆରି
କରିଥାନ୍ତି । ତାହା ତ କେଉଁଠି ବି ତିଆରି କରିପାରିବ । ମନୁଷ୍ୟ କେତେ ଧକ୍କା ଖାଉଛନ୍ତି । ବୁଝୁ
ନାହାଁନ୍ତି ଯେ ଶଙ୍କରଙ୍କ ପାଖରେ ପାର୍ବତୀ କେଉଁଠାରୁ ଆସିଲେ ଯେ ତାଙ୍କୁ ପାବନ କରାଇବେ । ଶଙ୍କର
ତ କୌଣସି ପରମାତ୍ମା ନୁହଁନ୍ତି, ସେ ମଧ୍ୟ ହେଉଛନ୍ତି ଦେବତା । ମନୁଷ୍ୟମାନଙ୍କୁ କେତେ ବୁଝାଯାଉଛି
ତଥାପି ବି ବୁଝୁ ନାହାଁନ୍ତି । ପାରସବୁଦ୍ଧି ହୋଇପାରୁ ନାହାଁନ୍ତି । ପ୍ରଦର୍ଶନୀକୁ କେତେ
ଆସୁଛନ୍ତି । କହୁଛନ୍ତି ଜ୍ଞାନ ତ ବହୁତ ଭଲ । ସମସ୍ତେ ନେବା ଉଚିତ୍ । ଆରେ ତୁମେ ତ ଜ୍ଞାନ ବୁଝ ।
କହିବେ ଆମକୁ ଫୁରସତ ନାହିଁ । ପ୍ରଦର୍ଶନୀରେ ଏକଥା ମଧ୍ୟ ଲେଖିବା ଉଚିତ୍ ଯେ ଏହି ଲଢେଇ ପୂର୍ବରୁ
ବାବା ସ୍ୱର୍ଗର ଉଦ୍ଘାଟନ କରୁଛନ୍ତି । ବିନାଶ ପରେ ସ୍ୱର୍ଗର ଦ୍ୱାର ଖୋଲିଯିବ । ବାବା କହିଥିଲେ
ପ୍ରତ୍ୟେକ ଚିତ୍ରରେ ଲେଖ-ପାରଲୌକିକ ପରମପିତା ପରମାତ୍ମା ତ୍ରିମୂର୍ତ୍ତି ଶିବ ଭଗବାନୁବାଚ ।
ତ୍ରିମୂର୍ତ୍ତି ନ ଲେଖିବା ଦ୍ୱାରା କହିବେ ଶିବ ତ’ ହେଉଛନ୍ତି ନିରାକାର, ସେ ପୁଣି କିପରି ଜ୍ଞାନ
ଦେବେ? ବୁଝାଯାଉଛି ଇଏ ବ୍ରହ୍ମା ପ୍ରଥମେ ଗୋରା (ପବିତ୍ର) ଥିଲେ, ଶ୍ରୀକୃଷ୍ଣ ଥିଲେ ପୁଣି ଏବେ
ଶ୍ୟାମଳ ଅର୍ଥାତ୍ ପତିତ ମନୁଷ୍ୟ ହୋଇଛନ୍ତି । ଏବେ ଶିବବାବା ତୁମକୁ ମନୁଷ୍ୟରୁ ଦେବତା କରୁଛି ।
ପୁଣି ଇତିହାସର ପୁନରାବୃତ୍ତି ହେଉଛି । ଗାୟନ ମଧ୍ୟ ଅଛି ଯେ ମନୁଷ୍ୟରୁ ଦେବତା କିୟେ... ପୁଣି
ସିଡି ଓହ୍ଲାଇ ମନୁଷ୍ୟ ହେଉଛନ୍ତି । ପୁଣି ବାବା ଆସି ଦେବତା କରୁଛନ୍ତି । ବାବା କହୁଛନ୍ତି ମୋତେ
ଆସିବାକୁ ପଡୁଛି । କଳ୍ପ-କଳ୍ପ, କଳ୍ପର ସଂଗମଯୁଗରେ ଆସୁଛି । ଯୁଗେ ଯୁଗେ କହିବା ଭୁଲ୍ । ମୁଁ
ସଂଗମଯୁଗରେ ଆସି ତୁମକୁ ପୁଣ୍ୟ ଆତ୍ମା କରୁଛି । ପୁଣି ରାବଣ ତୁମକୁ ପାପ ଆତ୍ମା କରୁଛି । ବାବା
ହିଁ ପୁରୁଣା ଦୁନିଆକୁ ନୂଆ ଦୁନିଆ କରୁଛନ୍ତି । ଏସବୁ ବୁଝିବାର କଥା । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ଭଳି ଟୀଚର ହେବାକୁ ପଡିବ । ବଡ ଯୁକ୍ତିର ସହିତ ସମସ୍ତଙ୍କୁ ଏହି ମିଥ୍ୟା ଦୁନିଆରୁ ମୁକ୍ତ କରି
ସତ୍ୟ ଦୁନିଆକୁ ଯିବା ପାଇଁ ଯୋଗ୍ୟ କରିବାକୁ ହେବ ।
(୨) ଦୁନିଆର ସଙ୍ଗ
କୁସଙ୍ଗ ଅଟେ, ସେଥିପାଇଁ କୁସଙ୍ଗ ଠାରୁ ଦୂରେଇ ରହି ଏକମାତ୍ର ସତ୍ର ସଙ୍ଗ କରିବାକୁ ହେବ । ଉଚ୍ଚ
ପଦ ପାଇବା ପାଇଁ ପାଠପଢାରେ ଲାଗିଯିବାକୁ ହେବ । ଏକମାତ୍ର ବାବାଙ୍କ ମତରେ ହିଁ ଚାଲିବାକୁ ହେବ ।
ବରଦାନ:-
ନିଜର ସବୁ କିଛି
ସେବାରେ ଅର୍ପିତ କରୁଥିବା ଗୁପ୍ତ ଦାନୀ ପୂଣ୍ୟ ଆତ୍ମା ହୁଅ ।
ଯାହା ବି ସେବା କରୁଛ
ତାକୁ ବିଶ୍ୱ କଲ୍ୟାଣ ଅର୍ଥେ ଅର୍ପଣ କରିଚାଲ । ଯେପରି ଭକ୍ତିମାର୍ଗରେ ଯେଉଁମାନେ ଗୁପ୍ତଦାନୀ
ପୁଣ୍ୟାତ୍ମା ଭକ୍ତମାନେ ଥାଆନ୍ତି ସେମାନେ ଏହି ସଂକଳ୍ପ କରିଥାଆନ୍ତି ଯେ ଏଥିରେ ସମସ୍ତଙ୍କର
କଲ୍ୟାଣ ହେଉ । ସେହିପରି ତୁମମାନଙ୍କର ପ୍ରତ୍ୟେକ ସଂକଳ୍ପ ସେବାରେ ଅର୍ପିତ ହେଉ । କେବେ ନିଜର
ପଣିଆର କାମନା ରଖ ନାହିଁ । ସମସ୍ତଙ୍କ ଉଦ୍ଦେଶ୍ୟରେ ସେବା କର । ଯେଉଁ ସେବା ବିଘ୍ନ ରୂପ ହୁଏ ତାକୁ
ପ୍ରକୃତ ସେବା କୁହାଯିବ ନାହିଁ, ସେଥିପାଇଁ ନିଜର ପଣିଆକୁ ଛାଡି ଗୁପ୍ତ ଏବଂ ସଚ୍ଚା ସେବାଧାରୀ
ହୋଇ ସେବା ଦ୍ୱାରା ବିଶ୍ୱର କଲ୍ୟାଣ କରିଚାଲ ।
ସ୍ଲୋଗାନ:-
ଯଦି ପ୍ରତ୍ୟେକ
କଥାକୁ ପ୍ରଭୁ ଅର୍ପଣ କରିଦେବ ତେବେ ଆସିବାକୁ ଥିବା ଜଟିଳ ପରିସ୍ଥିତି ସହଜ ଅନୁଭବ ହେବ ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ଆଦିକାଳ, ଅମୃତବେଳାରେ
ନିଜର ଦିଲ୍ ଭିତରେ ପରମାତ୍ମ ସ୍ନେହକୁ ସମ୍ପୂର୍ଣ୍ଣ ରୂପରେ ଧାରଣ କରିନିଅ । ଯଦି ଦିଲ୍ ଭିତରେ
ପରମାତ୍ମ ସ୍ନେହ, ପରମାତ୍ମ ଶକ୍ତି, ପରମାତ୍ମ ଜ୍ଞାନ ଭରପୂର ରହିଥିବ ତେବେ କେବେ ବି ଅନ୍ୟ କୌଣସି
ଆଡେ ଆକର୍ଷଣ ବା ସ୍ନେହ ଯାଇପାରିବ ନାହିଁ । ବାବାଙ୍କ ସହିତ ଯଦି ସଚ୍ଚା ସ୍ନେହ ଥିବ ତେବେ
ସ୍ନେହର ଚିହ୍ନ ହେଲା - ସମାନ ହେବ ଏବଂ କର୍ମାତୀତ ହେବା । “ନିର୍ଦ୍ଦେଶକତ୍ତା” ହୋଇ କର୍ମ କର ଏବଂ
କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କରାଅ । କେବେ ବି ମନ-ବୁଦ୍ଧି ବା ସଂସ୍କାରର ବଶୀଭୂତ ହୋଇ କୌଣସି
କର୍ମ କର ନାହିଁ ।