26.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:— ନିଜର
ସତ୍ୟ ଓ ବାସ୍ତବ ଚାର୍ଟ ରଖ, ତେବେ ଅବସ୍ଥା ଭଲ ରହିବ, ଚାର୍ଟ ରଖିବା ଦ୍ୱାରା କଲ୍ୟାଣ ହୋଇ ଚାଲିବ
।”
ପ୍ରଶ୍ନ:-
କେଉଁ ସ୍ମୃତି
ପୁରୁଣା ଦୁନିଆଠାରୁ ସହଜରେ ଦୂର କରି ଦେଇଥାଏ?
ଉତ୍ତର:-
ଯଦି ଏହା ସ୍ମୃତିରେ ରହିବ ଯେ ଆମେ କଳ୍ପ କଳ୍ପ ବାବାଙ୍କଠାରୁ ବେହଦର ସମ୍ପତ୍ତି ନେଉଛୁ । ଏବେ
ପୁନର୍ବାର ଆମେ ଶିବବାବାଙ୍କର କୋଳକୁ ଆସିଛୁ - ସମ୍ପତ୍ତି ନେବା ପାଇଁ । ବାବା ଆମକୁ ପୋଷ୍ୟ
ସନ୍ତାନ ରୂପରେ ଗ୍ରହଣ କରିଛନ୍ତି ଆମେ ସଚ୍ଚା ସଚ୍ଚା ବ୍ରାହ୍ମଣ ହୋଇଛୁ । ଶିବବାବା ଆମକୁ ଗୀତା
ଶୁଣାଉଛନ୍ତି । ଏହି ସ୍ମୃତି ପୁରୁଣା ଦୁନିଆଠାରୁ ଦୂର କରିଦେବ ।
ଓମ୍ ଶାନ୍ତି ।
ତୁମେ ପିଲାମାନେ
ଏଠାରେ ଶିବବାବାଙ୍କର ସ୍ମୃତିରେ ବସିଛ, ତେବେ ତୁମେମାନେ ଜାଣିଛ ଯେ ବାବା ଆମକୁ ପୁନର୍ବାର
ସୁଖଧାମର ମାଲିକ କରୁଛନ୍ତି । ପିଲାମାନଙ୍କ ବୁଦ୍ଧିରେ ମନରେ କେତେ ଖୁସି ରହିବା ଦରକାର କାରଣ
ଏଠାରେ ବସିଥିଲେ ମଧ୍ୟ ପିଲାମାନଙ୍କୁ ସମ୍ପତ୍ତି ମିଳୁଛି ନା । ଅନେକ ପ୍ରକାରର କଲେଜର ଓ ବିଶ୍ୱ
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବୁଦ୍ଧିରେ ମଧ୍ୟ ଏ କଥା ନ ଥାଏ । ତୁମେମାନେ ହିଁ ଜାଣିଛ ଯେ ବାବା
ଆମକୁ ସ୍ୱର୍ଗର ମାଲିକ କରୁଛନ୍ତି । ତେଣୁ ଏହି ଖୁସି ରହିବା ଉଚିତ୍ ନା । ଏହି ସମୟରେ ଅନ୍ୟ ସବୁ
ଚିନ୍ତାକୁ ଛାଡି ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ । ଏଠାରେ ଯେତେବେଳେ ବସୁଛ
ସେତେବେଳେ ତୁମ ବୁଦ୍ଧିରେ ଏହି ନିଶା ରହିବା ଦରକାର ଯେ ଆମେ ଏବେ ସୁଖଧାମର ମାଲିକ ହେଉଛୁ । ସୁଖ
ଏବଂ ଶାନ୍ତିର ସମ୍ପତ୍ତି ଆମେ କଳ୍ପ କଳ୍ପ ନେଉଛୁ । ମନୁଷ୍ୟ ତ କିଛି ହେଲେ ଜାଣି ନାହାଁନ୍ତି ।
କଳ୍ପ ପୂର୍ବରୁ ମଧ୍ୟ ବହୁତ ମନୁଷ୍ୟ ଅଜ୍ଞାନ ଅନ୍ଧକାରରେ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହି
ବିନାଶ ହୋଇଯାଇଥିଲେ । ପୁନର୍ବାର ସେହିଭଳି ହେବ । ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ପୋଷ୍ୟ
କରିଛନ୍ତି ବା ଆମ୍ଭେମାନେ ବାବାଙ୍କର ଧର୍ମ ସନ୍ତାନ ହୋଇଛୁ, ଯିଏକି ଆଦି ସନାତନ ଦେବୀ-ଦେବତା
ଧର୍ମର ସ୍ଥାପନା କରୁଛନ୍ତି । ଏବେ ଆମେ ବ୍ରାହ୍ମଣ ଅଟୁ । ଆମେ ସତ୍ୟ ଗୀତା ଜ୍ଞାନ ଶୁଣୁଛୁ । ଆମେ
ବାବାଙ୍କଠାରୁ ପୁନର୍ବାର ରାଜଯୋଗ ଏବଂ ଜ୍ଞାନ ବଳ ଦ୍ୱାରା ସମ୍ପତ୍ତି ନେଉଛୁ । ଏହିଭଳି ବିଚାର ମନ
ଭିତରେ ଆସିବା ଉଚିତ୍ । ବାବା ମଧ୍ୟ ଆସି ଖୁସିର କଥା ଶୁଣାଉଛନ୍ତି ନା । ବାବା ଜାଣିଛନ୍ତି
ପିଲାମାନେ କାମ ଚିତା ଉପରେ ବସି କଳା ହୋଇଯାଇଛନ୍ତି ବା ଭସ୍ମୀଭୂତ ହୋଇଯାଇଛନ୍ତି, ସେଥିପାଇଁ ମୁଁ
ଅମରଲୋକରୁ ମୃତ୍ୟୁଲୋକକୁ ଆସିଛି । ତୁମେ ପୁଣି କହୁଛ ଆମେ ମୃତ୍ୟୁଲୋକରୁ ଅମରଲୋକକୁ ଯାଉଛୁ । ବାବା
କହୁଛନ୍ତି - ମୁଁ ମୃତ୍ୟୁଲୋକକୁ ଯାଉଛି ଯେଉଁଠାରେ ସମସ୍ତଙ୍କର ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ
ପୁନର୍ବାର ଅମର ଲୋକକୁ ନେଇଯାଉଛି । ଶାସ୍ତ୍ରମାନଙ୍କରେ ତ କ’ଣ କ’ଣ ସବୁ ଲେଖି ଦେଇଛନ୍ତି । ସିଏ
ସର୍ବଶକ୍ତିମାନ ଅଟନ୍ତି, ଯାହା ଚାହିଁବେ ତାହା କରିପାରିବେ । କିନ୍ତୁ ପିଲାମାନେ ଜାଣିଛନ୍ତି,
ତାଙ୍କୁ ଆବାହନ କରିଛନ୍ତି, ହେ ପତିତ ପାବନ ବାବା ଆସ, ଏଠାକୁ ଆସି ଆମକୁ ପତିତରୁ ପାବନ କର, ଦୁଃଖ
ହରଣ କରି ସୁଖ ଦିଅ, ଏଥିରେ ଯାଦୁବିଦ୍ୟାର କୌଣସି କଥା ନାହିଁ । ବାବା କଣ୍ଟାରୁ ଫୁଲ କରିବା ପାଇଁ
ହିଁ ଆସୁଛନ୍ତି ।
ତୁମେ ଜାଣିଛ ଯେ ଆମେମାନେ
ହିଁ ସୁଖଧାମର ଦେବତା ଥିଲୁ, ସତ୍ତ୍ୱପ୍ରଧାନ ଥିଲୁ । ପ୍ରତ୍ୟେକଙ୍କୁ ସତ୍ତ୍ୱପ୍ରଧାନ ଅବସ୍ଥାରୁ
ତମୋପ୍ରଧାନ ଅବସ୍ଥାକୁ ଆସିବାକୁ ହିଁ ହେବ । ପିଲାମାନଙ୍କୁ ଏଠାରେ ବସିବା ସମୟରେ ତ ଆହୁରି ହିଁ
ଅଧିକ ମଜା ଲାଗିବା ଉଚିତ୍ । ବାବା ଅଧିକ ମନେ ପଡିବା ଉଚିତ୍ । ବାବାଙ୍କୁ ହିଁ ସାରା ଦୁନିଆ
ସ୍ମରଣ କରୁଛି । ହେ ମୁକ୍ତିଦାତା, ପଥପ୍ରଦର୍ଶକ, ହେ ପତିତ-ପାବନ ଆସ । ତାଙ୍କୁ ଡାକିଥାନ୍ତି
ମଧ୍ୟ ସେତେବେଳେ ଯେବେକି ରାବଣ ରାଜ୍ୟରେ ଥା’ନ୍ତି । ସତ୍ୟଯୁଗରେ କ’ଣ କେହି ପରମାତ୍ମାଙ୍କୁ
ଡାକନ୍ତି କି । ଏହି ସବୁ କଥା ବୁଝିବା ପାଇଁ ବହୁତ ସହଜ । ଏହି କଥା କିଏ ଶୁଣାଇଛନ୍ତି? ବାବାଙ୍କର
ବି ମହିମା କରିବେ, ଶିକ୍ଷକଙ୍କର ଓ ସଦଗୁରୁଙ୍କର ମଧ୍ୟ ମହିମା କରିବେ - ତିନି ହେଁ ଜଣେ ହିଁ
ଅଟନ୍ତି । ଏହି କଥା ତୁମ ବୁଦ୍ଧିରେ ରହିଛି । ଇଏ ପିତା, ଶିକ୍ଷକ, ସଦଗୁରୁ ମଧ୍ୟ ଅଟନ୍ତି ।
ଶିବବାବାଙ୍କର ଧନ୍ଦା ହିଁ ହେଉଛି ପତିତମାନଙ୍କୁ ପାବନ କରିବା । ପତିତମାନେ ନିଶ୍ଚିତ ଭାବରେ ଦୁଃଖୀ
ହିଁ ହୋଇଥିବେ । ସତ୍ତ୍ୱପ୍ରଧାନ ଆତ୍ମାମାନେ ସୁଖି ଏବଂ ତମୋପ୍ରଧାନ ଆତ୍ମାମାନେ ଦୁଃଖୀ ହିଁ
ହୋଇଥାନ୍ତି । ଏହି ଦେବତାମାନଙ୍କର କେତେ ସତ୍ୱୋଗୁଣୀ ସ୍ୱଭାବ ଅଟେ । ଏଠାରେ ମନୁଷ୍ୟମାନଙ୍କର
କଳିଯୁଗୀ ତମୋଗୁଣୀ ସ୍ୱଭାବ ଅଟେ । ଆଉ ହଁ, ମନୁଷ୍ୟମାନେ କେହି ଅଳ୍ପ, କେହି ବେଶି, ଭଲ ବା ଖରାପ
ହୋଇଥା’ନ୍ତି । ସତ୍ୟଯୁଗରେ ଏକଥା କେବେ କେହି କହିବେ ନାହିଁ ଯେ ଇଏ ଖରାପ ଅଟନ୍ତି । ଇଏ ଏପରି
ଅଟନ୍ତି । ସେଠାରେ କୌଣସି ଖରାପ ଲକ୍ଷଣ ନ ଥାଏ । ତାହା ଦୈବୀ ସମ୍ପ୍ରଦାୟ ହିଁ ଅଟେ । ହଁ, ସେଠାରେ
ଧନୀ ଏବଂ ଗରିବ ହୋଇପାରନ୍ତି । ବାକି ଭଲ ବା ମନ୍ଦ ଗୁଣର ତୁଳନା ସେଠାରେ ହୋଇ ନ ଥାଏ, ସମସ୍ତେ
ସୁଖି ହୋଇଥାନ୍ତି । ଦୁଃଖର କୌଣସି କଥା ନ ଥାଏ, ତାହାର ନାମ ହିଁ ହେଉଛି ସୁଖଧାମ । ତେବେ
ପିଲାମାନଙ୍କୁ ବାବାଙ୍କଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି ନେବାର ପୁରୁଷାର୍ଥ କରିବା ଉଚିତ୍ । ନିଜର
ଚିତ୍ର ଏବଂ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ମଧ୍ୟ ପାଖରେ ରଖିପାରିବ । ସମସ୍ତେ କହିବେ କେହି ତ
ଏମାନଙ୍କର ଶିକ୍ଷାଦାତା ଥିବେ ନା । ଏହା ତ ଭଗବାନଉବାଚ ଅଟେ ନା । ଭଗବାନଙ୍କର ନିଜର ଶରୀର ନାହିଁ
। ସିଏ ଆସି ଅନ୍ୟ ଶରୀରର ଲୋନ ନେଉଛନ୍ତି । ଗାୟନ ମଧ୍ୟ ରହିଛି ଭାଗୀରଥ, ତେବେ ନିଶ୍ଚିତ ରଥ ଉପରେ
ବିରାଜମାନ ଅଛନ୍ତି । ବୃଷଭ ଉପରେ କେବେ ଆସିବେ କି । ଶିବ ଏବଂ ଶଙ୍କରଙ୍କୁ ଏକାଠି କରି ଦେଇଛନ୍ତି,
ତେଣୁ ବୃଷଭ ଦେଖାଇ ଦେଇଛନ୍ତି । ବାବା କହୁଛନ୍ତି - ତୁମେ କେତେ ଖୁସି ହେବା ଦରକାର, ଆମେ
ବାବାଙ୍କର ସନ୍ତାନ ହୋଇଛୁ । ବାବା ମଧ୍ୟ କହୁଛନ୍ତି - ତୁମେମାନେ ମୋର ଅଟ । ବାବାଙ୍କୁ ସତ୍ୟଯୁଗ
ପଦ ପ୍ରାପ୍ତିର ଖୁସି ନାହିଁ । ଶିକ୍ଷକ ତ ଶିକ୍ଷକ ହିଁ ଅଟନ୍ତି, ତାଙ୍କୁ ପାଠ ହିଁ ପଢାଇବାର ଅଛି
। ବାବା କହୁଛନ୍ତି - ପିଲାମାନେ ମୁଁ ସୁଖର ସାଗର ଅଟେ । ଏବେ ତୁମକୁ ଅତିନ୍ଦ୍ରିୟ ସୁଖ ଅନୁଭବ
ହେଉଛି, ଯେବେକି ମୁଁ ତୁମକୁ ପୋଷ୍ୟ ପୁତ୍ର କରିଛି । ପୋଷ୍ୟ ତ ଅନେକ ପ୍ରକାରର ହୋଇଥାଏ । ପୁରୁଷ
ମଧ୍ୟ କନ୍ୟାକୁ ପୋଷ୍ୟ କରିଥାଏ । କନ୍ୟା ଭାବିଥାଏ ଇଏ ମୋର ପତି ଅଟନ୍ତି, ଏବେ ତୁମେ ଜାଣୁଛ -
ଶିବବାବା ଆମକୁ ପୋଷ୍ୟ କରିଛନ୍ତି । ଦୁନିଆରେ ଏହି ସବୁ କଥାକୁ କେହି ବୁଝିନାହାଁନ୍ତି ।
ସେମାନଙ୍କର ଏହି ପୋଷ୍ୟ ପତ୍ନୀ ରୂପରେ ଗ୍ରହଣ କରିବାର ଅର୍ଥ ହେଲା ଜଣେ ଅନ୍ୟ ଜଣକୁ କାମ
ବିକାରଗ୍ରସ୍ଥ କରାଇବା । ଧରିନିଅ କୌଣସି ରାଜା କୌଣସି ଶିଶୁକୁ କୋଳକୁ ନେଉଛନ୍ତି, ପୋଷ୍ୟ
କରୁଛନ୍ତି ସୁଖ ଦେବା ପାଇଁ କିନ୍ତୁ ତାହା ହେଲା ଅଳ୍ପକାଳର ସୁଖ । ସନ୍ନ୍ୟାସୀମାନେ ମଧ୍ୟ ପୋଷ୍ୟ
କରିଥାନ୍ତି ନା । ପୋଷ୍ୟ ବା ଅନୁଗାମୀ କହିବେ ଇଏ ମୋର ଗୁରୁ ଅଟନ୍ତି । ଗୁରୁ କହିବେ ସିଏ ମୋର
ଅନୁଗାମୀ ଅଟେ । କେତେ ପ୍ରକାରର ପୋଷ୍ୟ ପ୍ରକ୍ରିୟା ରହିଛି । ବାପ ପୁଅକୁ ପୋଷ୍ୟ କରିଥାଏ । ତାକୁ
ସୁଖ ତ ଦେଇଥାଆନ୍ତି ପୁଣି ବିବାହ କରାଇ ଦେବା କାରଣରୁ ଯେମିତି କି ଦୁଃଖର ସମ୍ପତ୍ତି ଦେଇ
ଦେଇଥାଆନ୍ତି । ଗୁରୁଙ୍କର ପୋଷ୍ୟ ହେବା କେତେ ଉତ୍ତମ । ଏଠାରେ ତ ପୁଣି ଈଶ୍ୱର ପୋଷ୍ୟ ରୂପେ
ଗ୍ରହଣ କରୁଛନ୍ତି, ଆତ୍ମାମାନଙ୍କୁ ନିଜର କରିବା ପାଇଁ । ଏବେ ତୁମେ ପିଲାମାନେ ସମସ୍ତଙ୍କର ପୋଷ୍ୟ
ପ୍ରକ୍ରିୟା ଦେଖି ନେଲ । ଦୁନିଆରେ ସନ୍ନ୍ୟାସୀମାନେ ଥିଲେ ମଧ୍ୟ ଲୋକମାନେ ଗାୟନ କରୁଛନ୍ତି - ହେ
ପତିତ ପାବନ ଆସ, ଏଠାକୁ ଆସି ଆମକୁ ପୋଷ୍ୟ ସନ୍ତାନ କରି ପବିତ୍ର କର । ସମସ୍ତେ ଭାଇ-ଭାଇ ଅଟନ୍ତି
। କିନ୍ତୁ ସେତେବେଳେ ବାବା ଆସି ନିଜର ସନ୍ତାନ କରିବେ ନା । କହୁଛନ୍ତି ବାବା ଆମେ ଦୁଃଖୀ
ହୋଇଯାଇଛୁ । ରାବଣ ରାଜ୍ୟର ଅର୍ଥ ମଧ୍ୟ ବୁଝି ନାହାଁନ୍ତି । ରାବଣର କୁଶପିତୁଳା ତିଆରି କରି ଜଳାଇ
ଆସୁଛନ୍ତି । ଯେପରି କେହି ଯଦି ଦୁଃଖ ଦେଇଥାନ୍ତି, ତେବେ ଭାବନ୍ତି ୟାଙ୍କ ଉପରେ ମୋକଦ୍ଦମା ହେବା
ଉଚିତ୍ । କିନ୍ତୁ ଇଏ କେବେଠାରୁ ଆମର ଶତ୍ରୁ ହେଲାଣି? ତେବେ ଏହି ଶତ୍ରୁ ଶେଷରେ ମରିବ ନା ନାହିଁ?
ଏହି ଶତ୍ରୁ ବିଷୟରେ ତ ତୁମକୁ ହିଁ ଜଣା ଅଛି, ତା ଉପରେ ବିଜୟ ପ୍ରାପ୍ତ କରିବା ପାଇଁ ତୁମମାନଙ୍କୁ
ପୋଷ୍ୟ ସନ୍ତାନ କରାଯାଉଛି । ଏକଥା ମଧ୍ୟ ତୁମେ ପିଲାମାନେ ଜାଣିଛ ଯେ ବିନାଶ ହେବାକୁ ଯାଉଛି,
ପରମାଣୁ ବୋମା ମଧ୍ୟ ତିଆରି ହୋଇସାରିଛି । ଏହି ଜ୍ଞାନଯଜ୍ଞରୁ ହିଁ ବିନାଶର ଜ୍ୱାଳା ବାହାରିଥିଲା
। ଏବେ ତୁମେ ଜାଣିଛ ଆମେ ରାବଣ ଉପରେ ବିଜୟ ପ୍ରାପ୍ତ କରି ନୂଆ ସୃଷ୍ଟିରେ ରାଜତ୍ୱ କରିବୁ । ଆଉ ତ
ସବୁ କିଛି କଣ୍ଢେଇ ଖେଳ ଅଟେ । ରାବଣର କଣ୍ଢେଇ ଅର୍ଥାତ୍ ମୂର୍ତ୍ତି ତ ବହୁତ ଖର୍ଚ୍ଚ କରାଇଥାଏ ।
ମନୁଷ୍ୟ ବହୁତ ପଇସା ଫାଲତୁରେ ନଷ୍ଟ କରୁଛନ୍ତି । କେତେ ଦିନ-ରାତିର ପାର୍ଥକ୍ୟ ରହିଛି । ସେମାନେ
ଏଣେ ତେଣେ ଘୂରୁଛନ୍ତି, ଦୁଃଖୀ ହେଉଛନ୍ତି, ଧୋକା ଖାଇ ଚାଲିଛନ୍ତି, କିନ୍ତୁ ଆମେ ଏବେ ଶ୍ରୀମତ
ଆଧାରରେ ଶ୍ରେଷ୍ଠାଚାରୀ, ସତ୍ୟଯୁଗୀ ସ୍ୱରାଜ୍ୟ ପ୍ରାପ୍ତ କରୁଛୁ । ଶ୍ରେଷ୍ଠରୁ ଶ୍ରେଷ୍ଠ ସତ୍ୟଯୁଗ
ସ୍ଥାପନ କରିବାବାଲା ଶିବବାବା ଆମକୁ ଶ୍ରେଷ୍ଠ ଦେବତା, ବିଶ୍ୱର ମାଲିକ ରୂପେ ଗଢୁଛନ୍ତି । ଶ୍ରୀ
ଶ୍ରୀ ଶିବବାବା ଆମକୁ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ କରୁଛନ୍ତି । ଶ୍ରୀ ଶ୍ରୀ କେବଳ ଜଣଙ୍କୁ ହିଁ
କୁହାଯାଉଛି । ଦେବତାମାନଙ୍କୁ କେବଳ ଶ୍ରୀ କୁହାଯାଏ କାରଣ ସେମାନେ ପୁନଜନ୍ମରେ ଆସୁଛନ୍ତି ନା ।
ବାସ୍ତବରେ ଶ୍ରୀ, ବିକାରୀ ରାଜାମାନଙ୍କୁ ମଧ୍ୟ କୁହାଯାଇପାରିବ ନାହିଁ ।
ଏବେ ତୁମର କେତେ ବିଶାଳ
ବୁଦ୍ଧି ହେବା ଆବଶ୍ୟକ । ତୁମେ ଜାଣିଛ ଯେ ଆମେ ଏହି ପାଠପଢା ଦ୍ୱାରା ଦୁଇ ମୁକୁଟଧାରୀ ହେଉଛୁ ।
ଆମେ ହିଁ ଦ୍ୱିମୁକୁଟଧାରୀ ଥିଲେ, ଏବେ ତ ଗୋଟିଏ ମୁକୁଟ ବି ନାହିଁ । ପତିତ ଅଟୁ ନା । ଏଠାରେ ତ
ଲାଇଟ୍ (ପବିତ୍ରତା)ର ମୁକୁଟ କାହାକୁ ଦେଇ ହେବ ନାହିଁ । ଏମିତି କି ତୁମେମାନେ ଯେଉଁ ଚିତ୍ରରେ
ତପସ୍ୟାରେ ବସିଛ, ସେଥିରେ ମଧ୍ୟ ଲାଇଟ୍ର ମୁକୁଟ ଦେବା ଉଚିତ୍ ନୁହେଁ । ତୁମକୁ ଭବିଷ୍ୟତରେ
ଦ୍ୱିମୁକୁଟଧାରୀ ହେବାର ଅଛି । ତୁମେ ପିଲାମାନେ ଜାଣିଛ ଆମେ ବାବାଙ୍କ ଦ୍ୱାରା ଦ୍ୱି ମୁକୁଟଧାରୀ
ମହାରାଜା ମହାରାଣୀ ହେବା ପାଇଁ ଆସିଛୁ । ତୁମକୁ ଏହି ଖୁସି ରହିବା ଦରକାର । ଶିବବାବାଙ୍କୁ ମନେ
ପକାଇବା ଦରକାର ତେବେ ଯାଇ ପତିତରୁ ପାବନ ହୋଇ ସ୍ୱର୍ଗର ମାଲିକ ହୋଇପାରିବ, ଏଥିରେ କୌଣସି କଷ୍ଟର
କଥା ନାହିଁ । ଏଠାରେ ତୁମେ ବିଦ୍ୟାର୍ଥୀମାନେ ବସିଛ । ବାହାରକୁ ମିତ୍ର ସମ୍ବନ୍ଧୀମାନଙ୍କ ପାଖକୁ
ଯିବା ଦ୍ୱାରା ବିଦ୍ୟାର୍ଥୀ ଜୀବନ ଭୁଲି ହୋଇଯାଇଥାଏ ଏବଂ ମିତ୍ର ସମ୍ବନ୍ଧୀ ମନେ ପଡିଯାଇଥାଆନ୍ତି
। ମାୟାର ଶକ୍ତି ରହିଛି ନା । ପିଲାମାନେ ହଷ୍ଟେଲରେ ରହିବା ଦ୍ୱାରା ପାଠ ଭଲ ପଢିଥାନ୍ତି ।
ବାହାରକୁ ଯିବା ଆସିବା କରିବା କାରଣରୁ ସଂଗଦୋଷରେ ପଡି ଖରାପ ହୋଇଯାଇଥାଆନ୍ତି । ଏଠାରୁ ଯେତେବେଳେ
ବାହାରକୁ ଯାଉଛନ୍ତି ସେତେବେଳେ ବିଦ୍ୟାର୍ଥୀ ଜୀବନର ଉତ୍ସାହ କମିଯାଉଛି । ପାଠ ପଢାଉଥିବା
ବ୍ରାହ୍ମଣୀମାନଙ୍କର ମଧ୍ୟ ବାହାରେ ସେତିକି ନିଶା (ବ୍ୟଗ୍ରତା) ରହିନଥାଏ, ଯେତିକି ଏଠାରେ ରହିଥାଏ
। ଏହା ମୁଖ୍ୟ ମୁଖ୍ୟାଳୟ ମଧୁବନ ଅଟେ । ବିଦ୍ୟାର୍ଥୀମାନେ ଶିକ୍ଷକଙ୍କ ସମ୍ମୁଖରେ ରହିଥାନ୍ତି ।
କୌଣସି ପ୍ରକାରର ଗୋଲକ ଧନ୍ଦା ଅର୍ଥାତ୍ ସମସ୍ୟା ନାହିଁ । ରାତି-ଦିନର ତଫାତ୍ ରହିଛି । କେହି କେହି
ତ ଦିନ ସାରା ଶିବବାବାଙ୍କୁ ଥରେ ହେଲେ ବି ମନେ ପକାଉ ନାହାଁନ୍ତି । ଶିବବାବାଙ୍କର ସହଯୋଗୀ
ହେଉନାହାଁନ୍ତି । ଯଦି ଶିବବାବାଙ୍କର ସନ୍ତାନ ହୋଇଛ ତେବେ ସେବା କର । ଯଦି ସେବା କରୁ ନାହାଁନ୍ତି
ତେବେ କୁପୁତ୍ର ଅଟନ୍ତି । ବାବା ତ ଜାଣିଛନ୍ତି ନା । ବାବାଙ୍କର କର୍ତ୍ତବ୍ୟ ହେଲା ଯେ ଏହା କହିବା
- ମୋତେ ମନେ ପକାଅ । ମୋତେ ଅନୁସରଣ କର ତେବେ ବହୁତ ବହୁତ କଲ୍ୟାଣ ହେବ । ବିକାରୀ ସମ୍ବନ୍ଧ ତ
ଭ୍ରଷ୍ଟଚାରୀ ଅଟେ । ସେଗୁଡିକୁ ତ୍ୟାଗ କରିଚାଲ, ସେମାନଙ୍କ ସହିତ ସଂଗ ରଖ ନାହିଁ । ବାବା ତ
ବୁଝାଉଛନ୍ତି କିନ୍ତୁ କାହା ଭାଗ୍ୟରେ ଥିଲେ ତ । ବାବା କହୁଛନ୍ତି - ଚାର୍ଟ ଅର୍ଥାତ୍ ହିସାବ
ରଖିବାକୁ ହେବ, ଏହାଦ୍ୱାରା ମଧ୍ୟ ବହୁତ କଲ୍ୟାଣ ହେବ । କେହି ତ ଘଣ୍ଟାଏ ମଧ୍ୟ ବଡ ମୁସ୍କିଲ୍ର
ବାବାଙ୍କୁ ମନେ ପକାଉଥିବେ । ୮ ଘଣ୍ଟା ତ ଶେଷ ବେଳକୁ ହେବ । ତୁମେ କର୍ମଯୋଗୀ ତ ଅଟ ନା । କାହା
କାହାକୁ କେବେ କେବେ ଉମଙ୍ଗ-ଉତ୍ସାହ ଆସିଯାଏ, ତେଣୁ ଚାର୍ଟ ରଖିଥାନ୍ତି । ଏହା ତ ଭଲ କଥା । ଯେତେ
ବାବାଙ୍କୁ ମନେ ପକାଇବ ସେତେ ଲାଭ ହିଁ ହେବ । ଗାୟନ ମଧ୍ୟ ଅଛି - ଅନ୍ତ ସମୟରେ ବାବାଙ୍କୁ ଯେତେ
ୟାଦ କରିବ ସେତେ ଫାଇଦା ହେବ । ଗାୟନ ମଧ୍ୟ ଅଛି - ଅନ୍ତ ସମୟରେ ଯିଏ ହରିଙ୍କୁ ସ୍ମରଣ କରିଥାନ୍ତି....
ୱଲୱଲ ଅର୍ଥାତ୍ ବାରମ୍ବାର ର ଅର୍ଥ କ’ଣ? ଯେଉଁମାନେ ଭଲ ଭାବରେ ମନେ ପକାଇ ନ ଥାନ୍ତି, ତେବେ ଜନ୍ମ
ଜନ୍ମାନ୍ତରର ଯେଉଁ ବୋଝ ସବୁ ରହିଛି, ସେମାନଙ୍କୁ ବାରମ୍ବାର ଜନ୍ମ ଦେଇ ପୁଣି ସାକ୍ଷାତ୍କାର
କରାଇ ଦଣ୍ଡ ଦେଇଥାଆନ୍ତି । ଯେପରି କେହି କାଶୀ କଲବଟ୍ରେ ଶରୀର ତ୍ୟାଗ କରନ୍ତି, ତେବେ ତୁରନ୍ତ
ସେମାନଙ୍କୁ ତାଙ୍କର ପାପ କର୍ମର ସାକ୍ଷାତ୍କାର ହୋଇଥାଏ । ଅନୁଭବ କରିଥାନ୍ତି - ମୁଁ ପାପର ଦଣ୍ଡ
ଭୋଗ କରୁଛି । ଏହିପରି ଅନେକ ଦଣ୍ଡ ଭୋଗିବାର ଅଛି । ବାବାଙ୍କ ସେବାରେ ଯେଉଁମାନେ ବିଘ୍ନ ପକାଇ
ଥାଆନ୍ତି, ସେମାନେ ଦଣ୍ଡ ପାଇବାର ଯୋଗ୍ୟ ଭାଗୀଦାର ଅଟନ୍ତି । ବାବାଙ୍କର ସେବାରେ ବାଧା ସୃଷ୍ଟି
କରିଥାଆନ୍ତି, ଯେଉଁ ବାବାଙ୍କର ଡାହାଣ ହାତ ଧର୍ମରାଜ ଅଟନ୍ତି । ବାବା କହୁଛନ୍ତି - ନିଜ ସହିତ
ପ୍ରତିଜ୍ଞା କର କାହିଁକି ନା ବାବାଙ୍କ ସ୍ମୃତି ଦ୍ୱାରା ହିଁ ତୁମେ ପବିତ୍ର ହେବ । ନଚେତ୍
ହୋଇପାରିବ ନାହିଁ । ବାବା ପ୍ରତିଜ୍ଞା କରାଉଛନ୍ତି, କର ନ କର ତୁମ ଇଚ୍ଛା । ଯାହା କରିବ ତାହା
ପାଇବ । ବହୁତ ଅଛନ୍ତି ଯେଉଁମାନେ ପ୍ରତିଜ୍ଞା କରୁଛନ୍ତି, ପୁଣି ବି ଖରାପ କାମ କରି ଚାଲିଛନ୍ତି ।
ଭକ୍ତିମାର୍ଗରେ ଗାୟନ କରି ଚାଲିଛନ୍ତି - ମୋର ତ କେବଳ ଜଣେ ଅନ୍ୟ କେହି ନାହାଁନ୍ତି । କିନ୍ତୁ
ସେହି କଥା ଏବେ ବୁଦ୍ଧିରେ ବୁଝିପାରୁଛନ୍ତି ଯେ ଆତ୍ମା କାହିଁକି ଏପରି ଗାନ କରି ଆସିଛି । ସାରା
ଦିନ ଗାନ କରିଚାଲିଛନ୍ତି - ମୋର ତ କେବଳ ଏକା ଗିରିଧର ଗୋପାଳ....ଏହି ସଂଗମଯୁଗରେ ତ ବାବା ଆସିଲେ
ଯାଇ ନିଜର ଘରକୁ ନେଇଯିବେ, କୃଷ୍ଣପୁରୀକୁ ଯିବା ପାଇଁ ତୁମେ ପାଠ ପଢୁଛ ନା ।
ରାଜକୁମାର-କୁମାରୀମାନଙ୍କର କଲେଜ ମଧ୍ୟ ଥାଏ ଯେଉଁଠି ସେମାନେ ପାଠପଢିଥାଆନ୍ତି । ସେସବୁ ତ ହେଲା
ଲୌକିକ କଥା । କେତେ ବେଳେ ରୋଗରେ ପଡିଯାଆନ୍ତି, କେତେ ବେଳେ ମରି ବି ଯାଆନ୍ତି । ଏହା ତ ହେଉଛି
ରାଜକୁମାର-କୁମାରୀ ହେବାର ଈଶ୍ୱର ପିତାଙ୍କର ବିଶ୍ୱବିଦ୍ୟାଳୟ । ଏହା ରାଜଯୋଗ ଅଟେ ନା । ତୁମେ
ନରରୁ ନାରାୟଣ ହେଉଛ । ତୁମେମାନେ ବାବାଙ୍କଠାରୁ ସମ୍ପତ୍ତି ନେଇ ସତ୍ୟଯୁଗର ରାଜକୁମାର-ରାଜକୁମାରୀ
ହେଉଛ । ବାବା କେତେ ମଜା ମଜା କଥା ଶୁଣାଉଛନ୍ତି । ମନେ ରହିବା ଦରକାର ନା । କେହି କେହି ତ ଏଠାରୁ
ବାହାରକୁ ଯିବା ମାତ୍ରକେ ମାୟାରେ ଫସିଯାଉଛନ୍ତି । ବାବାଙ୍କୁ ମଧ୍ୟ କ୍ରମଅନୁସାରେ ମନେ ପକାଉଛନ୍ତି
। ଯେଉଁମାନେ ଅଧିକ ମନେ ପକାଉଥିବେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସ୍ମରଣ କରାଉଥିବେ । ବୁଦ୍ଧିରେ
ଏହି କଥା ରହିବା ଆବଶ୍ୟକ ଯେ କିପରି ଅନେକଙ୍କର କଲ୍ୟାଣ କରିବି । ବାହାର ବାଲା ତ ପ୍ରଜାମାନଙ୍କର
ଦାସଦାସୀ ହେବେ ଏବଂ ଭିତରେ ଥିବା ଅର୍ଥାତ୍ ସମର୍ପିତ ହୋଇଥିବା ପିଲାମାନେ ରାଜାମାନଙ୍କ ପାଖରେ
ଦାସ ଦାସୀ ହେବେ । ଆଗକୁ ଗଲେ ସବୁ କିଛି ସାକ୍ଷାତ୍କାର ହୋଇଚାଲିବ । ତୁମେମାନେ ମଧ୍ୟ ଅନୁଭବ
କରିବ ଯେ ବାସ୍ତବରେ ମୁଁ ପୁରା ପୁରୁଷାର୍ଥ କରିନାହିଁ, ବହୁତ ଚମତ୍କାର ମଧ୍ୟ ଦେଖିବ । ଯେଉଁମାନେ
ଭଲ ଭାବରେ ପାଠ ପଢିବେ ସେହିମାନେ ନବାବ ଅଥବା ରାଜା ହେବେ । ବାବା କେତେ କହିଚାଲିଛନ୍ତି -
ସେଣ୍ଟରମାନଙ୍କୁ ପ୍ରଦର୍ଶନୀ ଚିତ୍ର ସବୁ ଦେଉଛି ଯାହାଦ୍ୱାରାକି ପିଲାମାନଙ୍କୁ ଶିକ୍ଷା ଦେଇ ଦକ୍ଷ
କରିପାରିବେ । ତେବେ ଯାଇ ବାବା ଜାଣିବେ ଯେ ଏ ବ୍ରହ୍ମାକୁମାରୀ ସେବା କରିବା ଜାଣିଛି । ଯଦି ସେବା
କରିବ ତେବେ ଉଚ୍ଚ ପଦ ପାଇବ, ସେଥିପାଇଁ ବାବା ପ୍ରଦର୍ଶନୀ ତିଆରି କରିବାରେ ଅଧିକ ଗୁରୁତ୍ୱ
ଦେଉଛନ୍ତି । ଏହି ଚିତ୍ର ସବୁ ତିଆରି କରିବା ତ ବହୁତ ସାଧାରଣ କଥା । ସାହାସ କରି ପ୍ରଦର୍ଶନୀ
ଚିତ୍ର ତିଆରି କରିବାରେ ସହଯୋଗ ଦେବା ଉଚିତ୍ ତେବେ ପିଲାମାନଙ୍କୁ ବୁଝାଇବା ସହଜ ହେବ । ବାବା
ଜାଣିପାରୁଛନ୍ତି ଯେ ଟିଚର ବା ମ୍ୟାନେଜର ମାନ୍ଦା ଅଟନ୍ତି । କେହି କେହି ବ୍ରାହ୍ମଣୀ ବା
ବ୍ରହ୍ମାକୁମାରୀ ଯେତେବେଳେ ମ୍ୟାନେଜର ଅର୍ଥାତ୍ ସେଣ୍ଟର ଇନ୍ଚାର୍ଜ ହୋଇଯାଆନ୍ତି, ତେବେ ତାଙ୍କର
ଦେହ ଅଭିମାନ ଆସିଯାଇଥାଏ । ନିଜକୁ ମିଆଁ ମିଠୁ (ସବୁଜାଣିଲାବାଲା) ଭାବିଥା’ନ୍ତି । ମୁଁ ବହୁତ
ଭଲରେ ଚାଲୁଛି (ମୋର ସବୁ ଠିକ୍ ଅଛି) । ଯଦି ଅନ୍ୟ କାହାକୁ ପଚାରିବ ତେବେ ସିଏ ତାଙ୍କ ବିଷୟରେ
ଦଶଟା କଥା ଶୁଣାଇ ଦେବେ । ମାୟା ବଡ ଚକ୍ରବ୍ୟୁହ ମଧ୍ୟରେ ପକାଇ ଦେଉଛି । ପିଲାମାନଙ୍କୁ ତ କେବଳ
ସେବା ହିଁ ସେବାରେ ବ୍ୟସ୍ତ ରହିବାର ଅଛି । ବାବା ଦୟାଳୁ, ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି
ତେଣୁ ପିଲାମାନଙ୍କୁ ମଧ୍ୟ ସେହିଭଳି ହେବାର ଅଛି, ଏକମାତ୍ର ବାବାଙ୍କର ପରିଚୟ ଦେବାକୁ ହେବ । ବାବା
କହୁଛନ୍ତି - କେବଳ ମୋତେ ମନେ ପକାଅ, ତେବେ ନର୍କବାସୀରୁ ସ୍ୱର୍ଗବାସୀ ହୋଇଯିବ । ଏହା କେତେ ସହଜ
କଥା । ବାବା କହୁଛନ୍ତି - ମୋତେ ମନେ ପକାଇଲେ ପତିତରୁ ପାବନ ହୋଇ ତୁମେ ଶାନ୍ତିଧାମ, ସୁଖଧାମକୁ
ଆସିଯିବ । ଯାହାଙ୍କର ନିଶ୍ଚୟ ଆସିଗଲା ତେବେ ତାଙ୍କଠାରୁ ଏକଦମ୍ ଲେଖାଇ ନେବା ଉଚିତ୍ । ଲେଖୁଛନ୍ତି
ମଧ୍ୟ, ନିଶ୍ଚିତ ଭାବରେ ବ୍ରହ୍ମାକୁମାର କୁମାରୀମାନେ ଶିବବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି,
ତେବେ ଭାବିବେ ଏଭଳି ବାବାଙ୍କର ସନ୍ତାନ ତ ନିଶ୍ଚିତ ହେବା ଦରକାର, ତାଙ୍କ ଶରଣକୁ ଆସିବା ଦରକାର ।
ତୁମେ ବାବାଙ୍କ ଶରଣରେ ଅଛ ନା ଅର୍ଥାତ୍ ବାବାଙ୍କ କୋଳକୁ ଆସିଛ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ସମାନ ଦୟାଳୁ, ଦୁଃଖହର୍ତ୍ତା ସୁଖକର୍ତ୍ତା ହେବାର ଅଛି ।
(୨) ସଂଗଦୋଷଠାରୁ ନିଜକୁ
ବହୁତ ବହୁତ ଦୂରେଇ ରଖିବାର ଅଛି । ଏକମାତ୍ର ବାବାଙ୍କୁ ହିଁ ଅନୁସରଣ କରିବାର ଅଛି । ବହୁତଙ୍କର
କଲ୍ୟାଣ ପାଇଁ ସେବା କରିବାକୁ ହେବ । କେବେ ହେଲେ ଅହଂକାରରେ ଆସି ମିଆଁ ମିଠୁ ହେବାର ନାହିଁ ।
ବରଦାନ:-
ଅନ୍ତର୍ମୁଖୀ
ହୋଇ ନିଜର ସମୟ ଏବଂ ସଂକଳ୍ପର ସଞ୍ଚୟ କରୁଥିବା ବିଘ୍ନଜିତ୍ ଭବ ।
ଯେତେବେଳେ କୌଣସି ନୂଆ
ଶକ୍ତିଶାଳୀ ଉଦ୍ଭାବନ କରାଯାଏ ସେଗୁଡିକୁ ଅଣ୍ଡରଗ୍ରାଉଣ୍ଡ ଅର୍ଥାତ୍ ଅତ୍ୟନ୍ତ କୋଳାହଳ ଶୂନ୍ୟ
ଗୁପ୍ତ ସ୍ଥାନରେ କରାଯାଏ । ସେହିପରି ତୁମେମାନେ ମଧ୍ୟ ଯେତେଯେତେ ଅନ୍ତର୍ମୁଖୀ ଅର୍ଥାତ୍
ଅଣ୍ଡରଗ୍ରାଉଣ୍ଡରେ ରହିବ ସେହି ଅନୁସାରେ ବାୟୁମଣ୍ଡଳର ପ୍ରଭାବରୁ ସୁରକ୍ଷିତ ହୋଇଯିବ, ମନନ ଶକ୍ତି
ବଢିବ ଏବଂ ମାୟାର ବିଘ୍ନ ଗୁଡିକ ଠାରୁ ମଧ୍ୟ ସୁରକ୍ଷିତ ରହିବ । ତେଣୁ ବାହ୍ୟମୁଖୀ ହେବାକୁ
ପଡୁଥିଲେ ମଧ୍ୟ ଅନ୍ତର୍ମୁଖୀ, ହର୍ଷିତମୁଖ, ଆକର୍ଷଣ ମୂରତ ସ୍ଥିତିରେ ରୁହ । ଯଦି କର୍ମ ଧନ୍ଦା
କରିବା ଭିତରେ ଏହି ଅଭ୍ୟାସ କରିଚାଲିବ, ତେବେ ସମୟ ବଞ୍ଚିବା ସହିତ ସଫଳତା ମଧ୍ୟ ଅଧିକ ଅନୁଭବ
କରିବ ।
ସ୍ଲୋଗାନ:-
ରୋଗକୁ ଭୟ କର ନାହିଁ,
ତାକୁ ଔଷଧ ରୂପ ଫଳ ଖୁଆଇ ବିଦାୟ ଦେଇ ଦିଅ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ତୁମ ସନ୍ତାନମାନଙ୍କୁ
କୌଣସି ଆତ୍ମାଠାରୁ କିଛି ବି ନେବାର ନାହିଁ । କେବଳ ଏକମାତ୍ର ବାବାଙ୍କଠାରୁ ହିଁ ନେବାର ଅଛି ଏବଂ
ଯାହା ସବୁ ନେଲ ସେଗୁଡିକୁ ସମସ୍ତଙ୍କୁ ଦେବାର ଅଛି । ତେଣୁ ଯେଉଁଠି ଦେବାର ଅଛି ସେଠାରୁ ନେବାର
ଇଚ୍ଛା ରଖିବାର ନାହିଁ । ଯଦି ଆତ୍ମା, ଆତ୍ମା ଦ୍ୱାରା କିଛି ବି ନେବାର ଇଚ୍ଛା ରଖୁଛି, ତେବେ
ସେମାନଙ୍କୁ ଅଳ୍ପଜ୍ଞ ଆତ୍ମାଙ୍କଠାରୁ ଅଳ୍ପ କାଳ ପାଇଁ ହିଁ ପ୍ରାପ୍ତି ହେବ କିନ୍ତୁ ଏକମାତ୍ର
ବାବାଙ୍କଠାରୁ ହିଁ ସଦାକାଳର ପ୍ରାପ୍ତି ହେବ । ତେଣୁ କୌଣସି ପ୍ରକାରର ନେବାର ଇଚ୍ଛା ନିଜର
ସ୍ୱମାନରୁ ତଳକୁ ଖସାଇ ଦେଇଥାଏ ।