26.12.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଯଦି ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବାକୁ ଚାହୁଁଛ, ତେବେ କାହା ସହିତ କଥାବାର୍ତ୍ତା କରିବା ସମୟରେ, ଦେଖିବା ସମୟରେ ବୁଦ୍ଧିର ଯୋଗ ଏକମାତ୍ର ବାବାଙ୍କ ସହିତ ଲଗାଅ ।”

ପ୍ରଶ୍ନ:-
ନୂଆ ଦୁନିଆର ସ୍ଥାପନାର ନିମିତ୍ତ ହୋଇଥିବା ସନ୍ତାନମାନଙ୍କୁ ବାବାଙ୍କ ଠାରୁ କେଉଁ ନିର୍ଦ୍ଦେଶ ମିଳିଛି?

ଉତ୍ତର:-
ପିଲାମାନେ ତୁମର ଏହି ପୁରୁଣା ଦୁନିଆ ସହିତ କୌଣସି ସମ୍ପର୍କ ନାହିଁ, ନିଜର ମନ ଏହି ପୁରୁଣା ଦୁନିଆରେ ଲଗାଅ ନାହିଁ । ଯାଞ୍ଚ କର, ମୁଁ ଶ୍ରୀମତ ବିରୁଦ୍ଧ କର୍ମ କରୁ ନାହିଁ ତ? ଆତ୍ମିକ ସେବାର ନିମିତ୍ତ ହେଉଛି?

ଗୀତ:-
ଭୋଲେନାଥ ସେ ନିରାଲା...

ଓମ୍ ଶାନ୍ତି ।
ଏବେ ଗୀତ ଶୁଣିବାର କୌଣସି ଆବଶ୍ୟକତା ନାହିଁ । ପ୍ରାୟତଃ ଭକ୍ତମାନେ ହିଁ ଗୀତ ଗାଆନ୍ତି ଏବଂ ଶୁଣିଥାନ୍ତି । ତୁମେ ତ ପାଠ ପଢୁଛ । ଏହି ଗୀତ ମଧ୍ୟ ସ୍ୱତନ୍ତ୍ର ଭାବେ ପିଲାମାନଙ୍କ ପାଇଁ ହିଁ ରଚନା ହୋଇଛି । ପିଲାମାନେ ଜାଣିଛନ୍ତି ବାବା ଆମର ଭାଗ୍ୟକୁ ଶ୍ରେଷ୍ଠ କରୁଛନ୍ତି । ଏବେ ଆମକୁ ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ ଏବଂ ଦୈବୀଗୁଣ ଧାରଣ କରିବାକୁ ହେବ । ନିଜ କର୍ମର ହିସାବ ଦେଖିବା ଉଚିତ୍ । ଜମା ହେଉଛି ନାଁ କ୍ଷତି ହୋଇଚାଲିଛି । ମୋ ଭିତରେ କୌଣସି ଅବଗୁଣ ନାହିଁ ତ? ଯଦି ଅବଗୁଣ ଅଛି, ଯାହା ଦ୍ୱାରା ମୋର ଭାଗ୍ୟ ଖାତାରେ କ୍ଷତି ହେଉଛି ତେବେ ତାକୁ ବାହାର କରିଦେବା ଉଚିତ୍ । ବର୍ତ୍ତମାନ ସମୟରେ ସମସ୍ତଙ୍କୁ ନିଜର ଭାଗ୍ୟକୁ ଉଚ୍ଚ କରିବା ଦରକାର । ତୁମେ ଅନ୍ୟମାନଙ୍କୁ ବୁଝାଉଛ, ଯଦି ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ସ୍ମରଣ ନ କରିବା ତେବେ ଆମେ ଏହିପରି ଲକ୍ଷ୍ମୀ-ନାରାୟଣ ହୋଇପାରିବା । କାହା ସହିତ କଥାବାର୍ତ୍ତା କରିବା ସମୟରେ ଅଥବା କାହାକୁ ଦେଖିବା ସମୟରେ ବୁଦ୍ଧିର ଯୋଗ ସେହି ଜଣଙ୍କ ସହିତ ଲାଗି ରହୁ । ଆମ ଆତ୍ମାମାନଙ୍କୁ ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ । ଆମମାନଙ୍କୁ ବାବାଙ୍କଠାରୁ ନିର୍ଦ୍ଦେଶ ମିଳିଛି, ମୋ ବ୍ୟତୀତ ଅନ୍ୟ କାହା ସହିତ ମନ ଲଗାଅ ନାହିଁ ଏବଂ ଦୈବୀଗୁଣ ଧାରଣ କର । ବାବା ବୁଝାଉଛନ୍ତି, ତୁମର ଏବେ ୮୪ ଜନ୍ମ ପୂରା ହେଲା । ଏବେ ପୁଣି ତୁମେ ଯାଇ ସତ୍ୟଯୁଗୀ ରାଜତ୍ୱରେ ପ୍ରଥମ ନମ୍ବର ନିଅ । ଏପରି ନ ହେଉ ରାଜପଦରୁ ଖସି ପ୍ରଜା ପଦକୁ ଚାଲିଯିବ, ପ୍ରଜାରୁ ମଧ୍ୟ ଆହୁରି ତଳକୁ ଚାଲିଯିବ । ନା । ସେଥିପାଇଁ ନିଜର ଯାଞ୍ଚ କରିଚାଲ । ଏ କଥା ବାବାଙ୍କ ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ । ବାବାଙ୍କ ସହିତ ଏବଂ ଶିକ୍ଷକଙ୍କ ସହିତ ଯୋଗ ରଖିଲେ ଡର ରହିବ । ଏପରି ନ ହେଉ ଆମକୁ କୌଣସି ଦଣ୍ଡ ମିଳିଯାଉ । ଭକ୍ତିରେ ମଧ୍ୟ ଭାବିଥା’ନ୍ତି ଯେ ପାପ କର୍ମ କରିଲେ ଆମେ ଦଣ୍ଡର ଭାଗୀଦାର ହୋଇଯିବୁ । ସବୁଠାରୁ ବଡ ବାବାଙ୍କର ନିର୍ଦ୍ଦେଶ ତ ଏବେ ହିଁ ମିଳୁଛି, ଯାହାକୁ ଶ୍ରୀମତ କୁହାଯାଉଛି । ପିଲାମାନେ ଜାଣିଛନ୍ତି ଆମେ ଶ୍ରୀମତ ଦ୍ୱାରା ଶ୍ରେଷ୍ଠ ହେଉଛୁ । ତେଣୁ ନିଜର ଯାଞ୍ଚ କରିବାକୁ ହେବ । ମୁଁ କେଉଁଠି ଶ୍ରୀମତର ଖିଲାପ କରୁ ନାହିଁ ତ? ଯେଉଁ କଥା ଭଲ ନ ଲାଗୁଛି ତାକୁ କରିବା ଉଚିତ୍ ନୁହେଁ । ଭଲ ମନ୍ଦକୁ ତୁମେମାନେ ଏବେ ବୁଝିପାରୁଛ, ଆଗରୁ ବୁଝିପାରୁ ନ ଥିଲ । ବର୍ତ୍ତମାନ ତୁମେମାନେ ଏପରି କର୍ମ ଶିଖୁଛ ଯାହାଦ୍ୱାରା ଜନ୍ମ-ଜନ୍ମାନ୍ତର ପାଇଁ ତୁମର କର୍ମ ଅକର୍ମ ହୋଇଯାଉଛି । ବର୍ତ୍ତମାନ ସମୟରେ ତ ସମସ୍ତଙ୍କ ଭିତରେ ୫ ଭୂତର ପ୍ରବେଶତା ହୋଇଛି । ତେଣୁ ଏବେ ଭଲ ଭାବରେ ପୁରୁଷାର୍ଥ କରି କର୍ମାତୀତ ହେବାକୁ ପଡିବ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ସମୟ ବହୁତ ଖରାପ ହେବା ସହିତ, ଦୁନିଆ ମଧ୍ୟ ବିଗିଡି ଚାଲିଛି । ଦିନକୁ ଦିନ ଆହୁରି ବିଗିଡି ଚାଲିବ । ଏହି ଦୁନିଆ ସହିତ ତୁମର ଯେପରି କିଛି ସମ୍ପର୍କ ହିଁ ନାହିଁ । ତୁମର ସମ୍ପର୍କ ନୂଆ ଦୁନିଆ ସହିତ ରହିଛି, ଯାହା ଏବେ ସ୍ଥାପନ ହେବାକୁ ଯାଉଛି । ତୁମେ ଜାଣିଛ ଆମେ ନୂଆ ଦୁନିଆ ସ୍ଥାପନ କରିବା ପାଇଁ ନିମିତ୍ତ ହୋଇଛୁ । ତେଣୁ ସମ୍ମୁଖରେ ଥିବା ଲକ୍ଷ୍ୟ ଅର୍ଥାତ୍ ଲକ୍ଷ୍ମୀ-ନାରାୟଣ ସଦୃଶ ହେବା ଉଚିତ୍ । ଭିତରେ କୌଣସି ଆସୁରୀ ଗୁଣ ରହିବା ଉଚିତ୍ ନୁହେଁ । ଆତ୍ମିକ ସେବାରେ ଲାଗି ରହିଲେ ବହୁତ ଉନ୍ନତି ହେବ । ପ୍ରଦର୍ଶନୀ, ମିୟ୍ୟୁଜିୟମ ଆଦି ତିଆରି କରୁଛନ୍ତି । ଭାବୁଛନ୍ତି ବହୁତ ଲୋକ ଆସିବେ, ତାଙ୍କୁ ବାବାଙ୍କର ପରିଚୟ ଦେବୁ, ପୁଣି ସେମାନେ ମଧ୍ୟ ବାବାଙ୍କୁ ସ୍ମରଣ କରିବାରେ ଲାଗିପଡିବେ । ସାରା ଦିନ ଏହି ଖିଆଲ ଚାଲୁଥାଉ ଯେ, ନୂଆ ନୂଆ ସେଣ୍ଟର ଖୋଲି କିପରି ସେବାକୁ ବଢାଇବୁ, କାରଣ ଏହି ଜ୍ଞାନ ରତ୍ନ ସବୁ ତୁମମାନଙ୍କ ପାଖରେ ରହିଛି । ବାବା ଦୈବୀଗୁଣ ଧାରଣ କରାଇବା ସହିତ ସମ୍ପତ୍ତି ମଧ୍ୟ ଦେଉଛନ୍ତି । ତୁମେ ଏଠାରେ ବସିଛ, ବୁଦ୍ଧିରେ ଅଛି ଆମେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛୁ । ପବିତ୍ର ମଧ୍ୟ ରହୁଛୁ । ମନ-ବଚନ-କର୍ମରେ କୌଣସି ଖରାପ କର୍ମ ନ ହେଉ, ସେଥିପାଇଁ ପୂରା ଯାଞ୍ଚ କରିବାକୁ ହେବ । ବାବା ଆସିଛନ୍ତି ପତିତମାନଙ୍କୁ ପାବନ କରାଇବା ପାଇଁ । ଏଥିପାଇଁ ଯୁକ୍ତି ମଧ୍ୟ ବତାଇ ଚାଲିଛନ୍ତି । ତୁମମାନଙ୍କୁ ଏବେ ସେହି କଥାରେ ହିଁ ରମଣ କରିବା ଉଚିତ୍ । ସେଣ୍ଟର ଖୋଲି ବହୁତଙ୍କୁ ନିମନ୍ତ୍ରଣ ଦେବାକୁ ହେବ । ଏହି ଜ୍ଞାନକୁ ଅତି ଆନନ୍ଦର ସହିତ ବୁଝାଇବା ଉଚିତ୍ । ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ତେଣୁ ପ୍ରଥମେ ନୂଆ ଦୁନିଆର ସ୍ଥାପନା ହେବା ବହୁତ ଜରୁରୀ । ସ୍ଥାପନା ମଧ୍ୟ ସଂଗମରେ ହେଉଛି । ଏ କଥା ମଧ୍ୟ ମନୁଷ୍ୟମାନଙ୍କୁ ଜଣା ନାହିଁ ଯେ ବର୍ତ୍ତମାନ ସଂଗମଯୁଗ ଚାଲିଛି । ଏକଥା ମଧ୍ୟ ବୁଝାଇବାକୁ ହେବ ଯେ, ନୂଆ ଦୁନିଆର ସ୍ଥାପନା, ପୁରୁଣା ଦୁନିଆର ବିନାଶର ଏହା ସଂଗମ ଅଟେ । ନୂଆ ଦୁନିଆର ସ୍ଥାପନା ଶ୍ରୀମତ ଆଧାରରେ ହେଉଛି । ବାବାଙ୍କ ବ୍ୟତୀତ ଆଉ କେହି ନୂଆ ଦୁନିଆ ସ୍ଥାପନାର ମତ ଦେଇ ପାରିବେ ନାହିଁ । ବାବା ହିଁ ଆସି ତୁମ ସନ୍ତାନମାନଙ୍କ ଦ୍ୱାରା ନୂଆ ଦୁନିଆର ଉଦ୍‌ଘାଟନ କରାଉଛନ୍ତି । ତେବେ ସିଏ ତ ଏକା କରିବେ ନାହିଁ । ସବୁ ସନ୍ତାନମାନଙ୍କର ସାହାଯ୍ୟ ନେଉଛନ୍ତି । ଦୁନିଆରେ ଲୋକମାନେ ଉଦ୍‌ଘାଟନ କରିବା ପାଇଁ କାହାର ସାହାଯ୍ୟ ନେଇ ନ ଥା’ନ୍ତି । ଆସି କେବଳ କଇଁଚି ଦ୍ୱାରା ରିବନ୍ କାଟିଥା’ନ୍ତି । ଏଠାରେ ତ ସେ କଥା ନାହିଁ । ଏଥିରେ ତୁମେ ବ୍ରାହ୍ମଣ କୁଳ ଭୁଷଣମାନେ ସହଯୋଗୀ ହେଉଛ । ବର୍ତ୍ତମାନ ସବୁ ମନୁଷ୍ୟ ରାସ୍ତା ବିଲ୍‌କୁଲ୍ ଭୁଲି ଯାଇଛନ୍ତି । ପତିତ ଦୁନିଆକୁ ପାବନ କରିବାର କାମ ବାବାଙ୍କର ହିଁ ଅଟେ । ବାବା ହିଁ ନୂଆ ଦୁନିଆର ସ୍ଥାପନା କରୁଛନ୍ତି ଯାହା ପାଇଁ ଆଧ୍ୟାତ୍ମିକ ଜ୍ଞାନ ଦେଉଛନ୍ତି । ତୁମେ ଜାଣିଛ ବାବାଙ୍କ ପାଖରେ ନୂଆ ଦୁନିଆ ସ୍ଥାପନା କରିବାର ଉପାୟ ରହିଛି । ଭକ୍ତିମାର୍ଗରେ ତାଙ୍କୁ ଡାକୁଛନ୍ତି ନା - ହେ ପତିତ ପାବନ ଆସ । ଯଦିଓ ଶିବଙ୍କୁ ପୂଜା ମଧ୍ୟ କରି ଚାଲିଛନ୍ତି, କିନ୍ତୁ ଏ କଥା ଜାଣି ନାହାଁନ୍ତି କି ପତିତ ପାବନ କିଏ? ଦୁଃଖରେ ମନେ ତ ପକାଉଛନ୍ତି, ହେ ଭଗବାନ, ହେ ରାମ । ରାମ ମଧ୍ୟ ନିରାକାରଙ୍କୁ ହିଁ କହିଥା’ନ୍ତି । ନିରାକାରଙ୍କୁ ହିଁ ସର୍ବୋଚ୍ଚ ଭଗବାନ ବୋଲି କୁହାଯାଏ । କିନ୍ତୁ ମନୁଷ୍ୟ ବହୁତ ଦ୍ୱନ୍ଦ୍ୱରେ ପଡିଛନ୍ତି । ବାବା ଆସି ଏହି ଦ୍ୱନ୍ଦ୍ୱରୁ ବାହାର କରୁଛନ୍ତି । ଯେପରି କୁହୁଡିରେ ମନୁଷ୍ୟ ଦ୍ୱନ୍ଦ୍ୱରେ ପଡିଯା’ନ୍ତି ନା । ଏହା ହେଉଛି ବେହଦର କଥା । ସମସ୍ତେ ବହୁତ ବଡ ଜଙ୍ଗଲରେ ଆସି ପଡିଛନ୍ତି । ତୁମକୁ ମଧ୍ୟ ବାବା ଅନୁଭବ କରାଇଛନ୍ତି ଯେ ଆମେ କେଉଁ ଜଙ୍ଗଲରେ ପଡିଥିଲୁ । ଏକଥା ବର୍ତ୍ତମାନ ଜଣାପଡିଲା ଯେ ଏହା ପୁରୁଣା ଦୁନିଆ । ଏହାର ମଧ୍ୟ ସମାପ୍ତି ହେବ । ମନୁଷ୍ୟ ତ ବିଲ୍‌କୁଲ ରାସ୍ତା ହିଁ ଜାଣି ନାହାଁନ୍ତି । ବାବାଙ୍କୁ ଡାକି ଚାଲିଛନ୍ତି । ତୁମେ ଏବେ ଡାକୁ ନାହଁ । ଏବେ ତୁମେମାନେ ଡ୍ରାମାର ଆଦି-ମଧ୍ୟ-ଅନ୍ତକୁ ଜାଣିଛ । ତାହା ମଧ୍ୟ କ୍ରମ ଅନୁସାରେ । ଯିଏ ଜାଣିଛନ୍ତି ସେ ବହୁତ ଖୁସିରେ ରହୁଛନ୍ତି । ଅନ୍ୟକୁ ମଧ୍ୟ ରାସ୍ତା ବତାଇବାରେ ତତ୍ପର ରହୁଛନ୍ତି । ବାବା ତ କହି ଚାଲିଛନ୍ତି ବଡ-ବଡ ସେଣ୍ଟର ଖୋଲ । ବଡ ବଡ ଚିତ୍ର ହେଲେ ମନୁଷ୍ୟ ସହଜରେ ବୁଝିଯିବେ । ପିଲାମାନଙ୍କ ନିମନ୍ତେ ମ୍ୟାପ୍ (ଚିତ୍ର) ନିଶ୍ଚିତ ଦରକାର । କହିବା ଦରକାର - ଏହା ମଧ୍ୟ ସ୍କୁଲ୍ ଅଟେ । ଏଠାରେ ଏହି ଚମତ୍କାର ଚିତ୍ର ରହିଛି, ଦୁନିଆର ସ୍କୁଲର ନକ୍‌ସାରେ ତ ହଦର ଚିତ୍ର ରହିଥାଏ । ଏହା ହେଉଛି ବେହଦର କଥା । ଏହା ମଧ୍ୟ ପାଠଶାଳା ଅଟେ, ଯେଉଁଠି ବାବା ଆମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ବୁଝାଇ ଯୋଗ୍ୟ କରାଉଛନ୍ତି । ମନୁଷ୍ୟରୁ ଦେବତା ହେବା ପାଇଁ ଏହା ଈଶ୍ୱରୀୟ ପାଠଶାଳା ଅଟେ । ଲେଖାଯାଇଛି ମଧ୍ୟ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ । ଏହା ହେଉଛି ଆତ୍ମିକ ପାଠଶାଳା । କେବଳ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କହିଲେ ମନୁଷ୍ୟ ବୁଝିପାରିବେ ନାହିଁ । ତେଣୁ ୟୁନିଭରସିଟୀ ମଧ୍ୟ ଲେଖିବା ଦରକାର । ଏପରି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ କୌଣସି ଠାରେ ନାହିଁ । ବାବା ନିମନ୍ତ୍ରଣ କାର୍ଡ ଦେଖିଥିଲେ । ସେଥିରେ କିଛି ଶବ୍ଦ ଭୁଲିଯାଇ ଲେଖି ନ ଥିଲେ । ବାବା କେତେ ଥର କହିଛନ୍ତି ପ୍ରଜାପିତା ଶବ୍ଦ ନିଶ୍ଚିତ ଲେଖ, ତଥାପି ପିଲାମାନେ ଭୁଲିଯାଉଛନ୍ତି । ପୂରା ଲେଖା ରହିବା ଉଚିତ୍ । ଯାହାଦ୍ୱାରା ମନୁଷ୍ୟମାନେ ଜାଣିବେ ଯେ, ଏହା ଈଶ୍ୱରୀୟ ବଡ କଲେଜ ଅଟେ । ସେବାରେ ଉପସ୍ଥିତ ଥିବା ସନ୍ତାନମାନେ, ଯେଉଁମାନେ ଭଲ ସେବାଧାରୀ ଅଟନ୍ତି, ତାଙ୍କ ମନରେ ଆସିଥାଏ ଯେ, ଆମେ ଅମୁକ ସେଣ୍ଟରକୁ ଯାଇ ତା’ର ଉନ୍ନତି କରିବୁ, ଅବସ୍ଥା ଥଣ୍ଡା ପଡିଯାଇଛି, ତାଙ୍କୁ ଜାଗ୍ରତ କରିବୁ କାରଣ ମାୟା ଏପରି ଯେ ବାରମ୍ବାର ଶୁଆଇଦେଉଛି । ମୁଁ ସ୍ୱଦର୍ଶନ ଚକ୍ରଧାରୀ ଅଟେ, ଏକଥା ମଧ୍ୟ ଭୁଲିଯାଉଛନ୍ତି । ମାୟା ବହୁତ ବିରୋଧ କରୁଛି । ତୁମେମାନେ ଏବେ ଯୁଦ୍ଧ ଭୂମିରେ ଅଛ । ମାୟା ମୁହଁ ମୋଡାଇ ଓଲଟା ଆଡକୁ ନ ନେଇଯାଉ, ଏଥିପ୍ରତି ବହୁତ ଯତ୍ନବାନ ହେବାକୁ ପଡିବ । ସମସ୍ତଙ୍କୁ ମାୟାର ତୋଫାନ ତ ବହୁତ ଲାଗୁଛି । ଛୋଟ ଅଥବା ବଡ ସମସ୍ତେ ଯୁଦ୍ଧ ଭୂମିରେ ଅଛନ୍ତି । ପହିଲ୍‌ମାନଙ୍କୁ ମାୟାର ତୋଫାନ ହଲାଇ ପାରିବ ନାହିଁ । ଏପରି ଅବସ୍ଥା ମଧ୍ୟ ଆସିବ ।

ବାବା ବୁଝାଉଛନ୍ତି - ବର୍ତ୍ତମାନର ସମୟ ବହୁତ ଖରାପ, ଦୁନିଆର ଅବସ୍ଥା ବିଗିଡି ଯାଇଛି । ସବୁ ରାଜତ୍ୱ ତ ସମାପ୍ତ ହୋଇଯିବ । ସମସ୍ତଙ୍କୁ ଆସନରୁ ଓହ୍ଲାଇ ଦେବେ । ପୁଣି ସାରା ଦୁନିଆରେ ପ୍ରଜାମାନଙ୍କର ପ୍ରଜା ଉପରେ ରାଜ୍ୟ ଚାଲିବ । ତୁମେମାନେ ଏବେ ନିଜର ନୂଆ ରାଜଧାନୀ ସ୍ଥାପନ କରୁଛ, ତେଣୁ ଏଠାରେ ଥିବା ରାଜତ୍ୱର ନାମ ମଧ୍ୟ ସମାପ୍ତ ହୋଇଯିବ । ଏବେ ପଞ୍ଚାୟତି ରାଜ୍ୟ ହୋଇ ଚାଲିଛି । ଯେତେବେଳେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିବ ସେତେବେଳେ ପରସ୍ପର ମଧ୍ୟରେ ଲଢେଇ ଝଗଡା କରିବେ । ବାସ୍ତବରେ ସ୍ୱରାଜ୍ୟ ଅଥବା ରାମରାଜ୍ୟ ତ ନାହିଁ, ସେଥିପାଇଁ ସାରା ଦୁନିଆରେ ଝଗଡା ହିଁ ଚାଲିଛି । ଆଜିକାଲି ତ ସବୁ ଜାଗାରେ ହଙ୍ଗାମା ହିଁ ହଙ୍ଗାମା ହେଉଛି । ତୁମେମାନେ ଜାଣିଛ - ଆମେ ନିଜର ରାଜତ୍ୱ ସ୍ଥାପନ କରୁଛୁ । ତୁମେ ଏବେ ସମସ୍ତଙ୍କୁ ରାସ୍ତା ବତାଉଛ । ବାବା କହୁଛନ୍ତି - ମୋତେ ମନେ ପକାଅ । ତେଣୁ ବାବାଙ୍କ ସ୍ମୃତିରେ ରହି ଅନ୍ୟମାନଙ୍କୁ ମଧ୍ୟ ବୁଝାଅ - ଦେହୀ-ଅଭିମାନୀ ହୁଅ । ଦେହ-ଅଭିମାନକୁ ଛାଡ । ଏପରି ନୁହେଁ ଯେ, ତୁମମାନଙ୍କ ଭିତରେ ସମସ୍ତେ ଦେହୀ-ଅଭିମାନୀ ହୋଇଯାଇଛନ୍ତି । ନା, କିନ୍ତୁ ସମସ୍ତଙ୍କୁ ହେବାକୁ ପଡିବ । ଏବେ ତୁମେମାନେ ନିଜେ ପୁରୁଷାର୍ଥ କରି ଅନ୍ୟମାନଙ୍କୁ ମଧ୍ୟ କରାଉଛ । ବାବାଙ୍କୁ ମନେ ପକାଇବାକୁ ଚେଷ୍ଟା କରୁଛନ୍ତି, ପୁଣି ଭୁଲିଯାଉଛନ୍ତି । ଏହି ପୁରୁଷାର୍ଥ କରିବାକୁ ହେବ । ତେବେ ମୂଳକଥା ହେଉଛି ବାବାଙ୍କୁ ସ୍ମରଣ କରିବା । ବାବା ପିଲାମାନଙ୍କୁ କେତେ ବୁଝାଉଛନ୍ତି । ଏବେ ବହୁତ ଭଲ ଜ୍ଞାନ ମିଳୁଛି । ମୂଳ କଥା ହେଉଛି ପବିତ୍ର ରହିବା । ବାବା ପବିତ୍ର କରିବାକୁ ଆସିଛନ୍ତି, ତେଣୁ ଏବେ ଆଉ ପତିତ ହେବା ଉଚିତ୍ ନୁହେଁ, ଯୋଗ ଦ୍ୱାରା ହିଁ ତୁମେମାନେ ସତ୍ତ୍ୱପ୍ରଧାନ ହେବ । ଏହି କଥାକୁ ଭୁଲିବା ଉଚିତ୍ ନୁହେଁ । କିନ୍ତୁ ମାୟା ଏଇଥିରେ ହିଁ ବିଘ୍ନ ପକାଇ ଭୁଲାଇ ଦେଉଛି । ରାତି-ଦିନ ଏହି ନିଶା ରହୁ ଯେ ଆମେ ବାବାଙ୍କୁ ସ୍ମରଣ କରି ସତ୍ତ୍ୱପ୍ରଧାନ ହେବୁ । ଯୋଗ ଏପରି ପକ୍କା ହେବା ଦରକାର ଯାହାକି ଅନ୍ତିମ ସମୟରେ ବାବାଙ୍କ ବ୍ୟତୀତ ଆଉ କେହି ଯେପରି ମନେ ନ ପଡିବେ । ପ୍ରଦର୍ଶନୀରେ ମଧ୍ୟ ପ୍ରଥମେ ଏହା ବୁଝାଇବାକୁ ହେବ ଯେ, ଇଏ ହେଉଛନ୍ତି ସମସ୍ତଙ୍କର ପିତା ସର୍ବୋଚ୍ଚ ଭଗବାନ । ସମସ୍ତଙ୍କର ପିତା, ପତିତ-ପାବନ ସଦ୍‌ଗତି ଦାତା ଏବଂ ସ୍ୱର୍ଗର ରଚୟିତା ମଧ୍ୟ ଅଟନ୍ତି ।

ଏବେ ତୁମେମାନେ ଜାଣୁଛ ବାବା ସଂଗମଯୁଗରେ ହିଁ ଆସୁଛନ୍ତି । ବାବା ହିଁ ବ୍ରହ୍ମାଙ୍କ ଦ୍ୱାରା ରାଜଯୋଗ ଶିଖାଉଛନ୍ତି । ପତିତ-ପାବନ ସେହି ଜଣଙ୍କ ବ୍ୟତୀତ ଦ୍ୱିତୀୟ କେହି ହୋଇପାରିବେ ନାହିଁ । ପ୍ରଥମେ ପ୍ରଥମେ ତ ବାବାଙ୍କର ପରିଚୟ ଦେବାକୁ ପଡିବ । ତେବେ ଜଣ-ଜଣଙ୍କୁ ଏପରି ଗୋଟିଏ-ଗୋଟିଏ ଚିତ୍ର ଉପରେ ବସି ବୁଝାଇଲେ ଏତେ ଲୋକଙ୍କୁ କିପରି ବୁଝାଇ ପାରିବ । କିନ୍ତୁ ପ୍ରଥମେ ପ୍ରଥମେ ବାବାଙ୍କ ଚିତ୍ର ଉପରେ ବୁଝାଇବା ହେଲା ମୁଖ୍ୟ କଥା । ବୁଝାଇବାକୁ ହେବ - ଭକ୍ତି ହେଉଛି ଅନେକ କିନ୍ତୁ ଜ୍ଞାନ ତ ଏକ । ବାବା ସନ୍ତାନମାନଙ୍କୁ କେତେ ଉପାୟ ବତାଇ ଚାଲିଛନ୍ତି । ପତିତ-ପାବନ ହେଉଛନ୍ତି ଏକମାତ୍ର ବାବା ଯିଏକି ସମସ୍ତଙ୍କୁ ରାସ୍ତା ମଧ୍ୟ ବତାଉଛନ୍ତି । ଭଗବାନ ଗୀତା କେବେ ଶୁଣାଇଥିଲେ? ଏ କଥା ମଧ୍ୟ କାହାକୁ ଜଣା ନାହିଁ । ଦ୍ୱାପର ଯୁଗକୁ ସଂଗମଯୁଗ କୁହାଯିବ ନାହିଁ । ଯୁଗେ-ଯୁଗେ ତ ବାବା ଆସୁ ନାହାଁନ୍ତି । ମନୁଷ୍ୟମାନେ ତ ବିଲ୍‌କୁଲ୍ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ତେଣୁ ସାରା ଦିନ ଏହି ଖିଆଲ ଚାଲୁଛି କି ଅନ୍ୟମାନଙ୍କୁ କିପରି ବୁଝାଇବାକୁ ହେବ । ବାବାଙ୍କୁ ନିର୍ଦ୍ଦେଶ ଦେବାକୁ ପଡୁଛି । ଟେପ୍ ମାଧ୍ୟମରେ ମଧ୍ୟ ସମ୍ପୂର୍ଣ୍ଣ ମୁରଲୀ ଶୁଣିପାରିବ । କେହି କେହି କହୁଛନ୍ତି ଟେପ୍ ଦ୍ୱାରା ଆମେ ତ ଶୁଣୁଛୁ, କାହିଁକି ସିଧାସଳଖ ଯାଇ ନ ଶୁଣିବୁ, ସେଥିପାଇଁ ସମ୍ମୁଖକୁ ଆସୁଛନ୍ତି । ପିଲାମାନଙ୍କୁ ବହୁତ ସେବା କରିବାକୁ ହେବ । ରାସ୍ତା ବତାଇବାକୁ ପଡିବ । ଅନେକ ମନୁଷ୍ୟ ପ୍ରଦର୍ଶନୀକୁ ଆସୁଛନ୍ତି । ଭଲ ଭଲ ବୋଲି ମଧ୍ୟ କହୁଛନ୍ତି, ପୁଣି ବାହାରକୁ ଗଲେ ମାୟାର ବାୟୁମଣ୍ଡଳରେ ବୁଦ୍ଧିରୁ ସବୁ ଜ୍ଞାନ ଉଡିଯାଉଛି । ମନେ ପକାଉ ନାହାଁନ୍ତି । ତେଣୁ ସେମାନଙ୍କ ପଛରେ ଲାଗିବା ଦରକାର । ବାହାରକୁ ଯିବା ଦ୍ୱାରା ମାୟା ଟାଣି ନେଉଛି । ନିଜ ନିଜର ଗୋରଖ ଧନ୍ଦାରେ ଲାଗିଯାଉଛନ୍ତି, ସେଥିପାଇଁ ତ ମଧୁବନର ଗାୟନ ରହିଛି । ତୁମକୁ ତ ଏବେ ଜ୍ଞାନ ମିଳିଛି । ତୁମେ ସେଠାକୁ ଯାଇ ମଧ୍ୟ ବୁଝାଇବ । ଗୀତାର ଭଗବାନ କିଏ? ଆଗରୁ ତୁମେ ମଧ୍ୟ ଯାଇ ଏହିପରି ମୁଣ୍ଡ ନୁଆଁଉଥିଲ । ଏବେ ତ ତୁମେ ବିଲ୍‌କୁଲ୍ ବଦଳିଯାଇଛ । ତୁମେ ଏବେ ମନୁଷ୍ୟରୁ ଦେବତା ହେଉଛ । ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି । ଅନ୍ୟମାନେ କ’ଣ ଜାଣିବେ ପ୍ରଜାପିତା ବ୍ରହ୍ମାକୁମାର, କୁମାରୀ କିଏ । ତୁମେମାନେ ସେମାନଙ୍କୁ ବୁଝାଉଛ, ବାସ୍ତବରେ ତୁମେମାନେ ମଧ୍ୟ ପ୍ରଜାପିତା ବ୍ରହ୍ମାକୁମାର କୁମାରୀ ଅଟ । ବର୍ତ୍ତମାନ ସମୟରେ ହିଁ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା ହେଉଛି । ସେଥିପାଇଁ ବ୍ରାହ୍ମଣକୁଳ ମଧ୍ୟ ନିଶ୍ଚିତ ଦରକାର ନା । ତେବେ ସଂଗମରେ ହିଁ ବ୍ରାହ୍ମଣ କୂଳ ଥା’ନ୍ତି । ଆଗରୁ ବ୍ରାହ୍ମଣମାନଙ୍କର ଚୂଟୀ ପ୍ରସିଦ୍ଧ ଥିଲା । ଚୂଟୀ କିମ୍ବା ପଇତାରୁ ଚିହ୍ନୁଥିଲେ ଇଏ ହିନ୍ଦୁ ଅଟନ୍ତି । ଏବେ ତ ସେ ସବୁ ସଂକେତ ମଧ୍ୟ ସମାପ୍ତ ହୋଇଗଲାଣି । ଏବେ ତୁମେ ଜାଣୁଛ ଆମେ ହେଉଛୁ ବ୍ରାହ୍ମଣ । ବ୍ରାହ୍ମଣ ହେବା ପରେ ପୁଣି ଦେବତା ହୋଇପାରିବ । ବ୍ରାହ୍ମଣ ହିଁ ନୂଆ ଦୁନିଆର ସ୍ଥାପନା କରୁଛନ୍ତି । ଯୋଗବଳ ଦ୍ୱାରା ସତ୍ତ୍ୱପ୍ରଧାନ ହେଉଛୁ । ତେବେ ନିଜର ଯାଞ୍ଚ କରିବାକୁ ହେବ । ଭିତରେ କୌଣସି ଆସୁରୀ ଗୁଣ ନ ରହୁ । କେବେ ବି ମତଭେଦରେ ଆସିବା ଉଚିତ୍ ନୁହେଁ । ଏହା ଯଜ୍ଞ ଅଟେ ନା । ଯଜ୍ଞରୁ ହିଁ ସମସ୍ତଙ୍କର ପାଳନା ହେଉଛି । ଯଜ୍ଞର ଦାୟିତ୍ୱ ନେବା ପାଇଁ ଟ୍ରଷ୍ଟି ମଧ୍ୟ ରହିଥା’ନ୍ତି । ଯଜ୍ଞର ମାଲିକ ତ ହେଉଛନ୍ତି ଶିବବାବା । ଏହି ବ୍ରହ୍ମା ମଧ୍ୟ ଟ୍ରଷ୍ଟି ଅଟନ୍ତି । ଯଜ୍ଞର ଦାୟିତ୍ୱ ନେବାକୁ ପଡିଥାଏ । ତୁମ ସନ୍ତାନମାନଙ୍କର ଯାହା ଦରକାର ଯଜ୍ଞରୁ ନିଅ । ଆଉ କାହାଠାରୁ ନେଇ ପିନ୍ଧିଲେ ସେ ମନେ ପଡିବେ । ଏଥିରେ ବୁଦ୍ଧିର ଲାଇନ୍ ବହୁତ ସ୍ୱଚ୍ଛ ହେବା ଦରକାର । ଏବେ ତ ଘରକୁ ଯିବାକୁ ହେବ । ସମୟ ବହୁତ କମ୍ ଅଛି, ସେଥିପାଇଁ ଯୋଗର ଯାତ୍ରା ପକ୍କା ରହୁ । ଏବେ ଏହି ପୁରୁଷାର୍ଥ କରିବାକୁ ହେବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର ଉନ୍ନତି କରିବା ପାଇଁ ଆତ୍ମିକ ସେବାରେ ତତ୍ପର ରହିବାକୁ ହେବ । ଯାହା ସବୁ ଜ୍ଞାନ ରତ୍ନ ମିଳିଛି ସେଗୁଡିକୁ ଧାରଣ କରି ଅନ୍ୟମାନଙ୍କୁ କରାଇବାକୁ ହେବ ।

(୨) ନିଜର ଯାଞ୍ଚ କରିବାକୁ ହେବ - ମୋ ଭିତରେ କୌଣସି ଆସୁରୀ ଅବଗୁଣ ନାହିଁ ତ? ମୁଁ ଟ୍ରଷ୍ଟି ଅର୍ଥାତ୍ ନିମିତ୍ତ ହୋଇ ରହୁଛି? କେବେ ବି ଲୁଣପାଣି ହେଉ ନାହୁଁ ତ ଅର୍ଥାତ୍ ମତଭେଦରେ ଆସୁ ନାହୁଁ ତ? ବୁଦ୍ଧିର ଲାଇନ୍ ନିର୍ମଳ ଅଛି?

ବରଦାନ:-
ପୁରୁଷାର୍ଥର ସୂକ୍ଷ୍ମ ଆଳସ୍ୟକୁ ମଧ୍ୟ ତ୍ୟାଗ କରୁଥିବା ଅଲରାଉଣ୍ଡର ଅର୍ଥାତ୍ ବହୁମୁଖୀ ପ୍ରତିଭା ସମ୍ପନ୍ନ ତଥା ଆଲର୍ଟ ଅର୍ଥାତ୍ ସଜାଗ ହୁଅ ।

ପୁରୁଷାର୍ଥରେ ଥକିଯିବା ଆଳସ୍ୟର ଲକ୍ଷଣ ଅଟେ । ଆଳସ୍ୟବାଲା ଆତ୍ମା ଶୀଘ୍ର ଥକିଯାଇଥାଏ ଏବଂ ଉମଙ୍ଗ-ଉତ୍ସାହବାଲା ଅକ୍ଳାନ୍ତ ହୋଇଥାଆନ୍ତି । ଯେଉଁମାନେ ପୁରୁଷାର୍ଥରେ ନିରାଶ ହୋଇଯାଆନ୍ତି, ସେହିମାନଙ୍କୁ ହିଁ ଆଳସ୍ୟ ଆସିଥାଏ, ସେମାନେ ଭାବନ୍ତି କ’ଣ କରିବି ମୋ’ ଦ୍ୱାରା ଏତିକି ହିଁ ହୋଇପାରିବ, ଆଉ ଅଧିକ ହୋଇପାରିବ ନାହିଁ । ମୋ’ର ଆଉ ସାହସ ନାହିଁ, ଚାଲୁଛି ତ, କରୁଛି ତ - ଏବେ ଏହି ସୂକ୍ଷ୍ମ ଆଳସ୍ୟର ମଧ୍ୟ ଚିହ୍ନ ବର୍ଣ୍ଣ ନ ରହୁ ସେଥିପାଇଁ ସର୍ବଦା ଆଲର୍ଟ, ଏଭରରେଡୀ ଅର୍ଥାତ୍ ସଦାପ୍ରସ୍ତୁତ ଏବଂ ଅଲରାଉଣ୍ଡର ହୁଅ ।

ସ୍ଲୋଗାନ:-
ସମୟର ମହତ୍ୱକୁ ସମ୍ମୁଖରେ ରଖି ସର୍ବ ପ୍ରାପ୍ତିର ଖାତାକୁ ପୂର୍ଣ୍ଣ ରୂପରେ ଜମା କର ।

ଅବ୍ୟକ୍ତ ଈଶାରା:- ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।

ଯଦି ଶବ୍ଦଠାରୁ ଉର୍ଦ୍ଧ୍ୱରେ ନିଜର ଶ୍ରେଷ୍ଠ ସ୍ଥିତିରେ ସ୍ଥିତ ହୋଇଯିବ ତେବେ ସମସ୍ତ ବ୍ୟକ୍ତ ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ ଶକ୍ତିଶାଳୀ ନ୍ୟାରୀ ଏବଂ ପ୍ୟାରୀ ସ୍ଥିତି ହୋଇଯିବ । ଯଦି ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଏହି ଶ୍ରେଷ୍ଠ ସ୍ଥିତିରେ ସ୍ଥିତ ହୋଇଯିବ, ତେବେ ଏହାର ପ୍ରଭାବ ସାରା ଦିନ କର୍ମ କରିବା ସମୟରେ ମଧ୍ୟ ନିଜ ଭିତରେ ବିଶେଷ ଶାନ୍ତିର ଶକ୍ତିର ଅନୁଭବ କରିବ ଏବଂ ଏହି ସ୍ଥିତିକୁ କର୍ମାତୀତ ସ୍ଥିତି, ବାବାଙ୍କ ସମାନ ସମ୍ପୂର୍ଣ୍ଣ ସ୍ଥିତି କୁହାଯାଏ ।