27.04.25 Avyakt Bapdada Odia Murli 03.02.2005 Om Shanti Madhuban
“ସେବା କରୁଥିଲେ ମଧ୍ୟ
ଉପରାମ ଏବଂ ବେହଦର ବୃତ୍ତି ଦ୍ୱାରା ସଦା ପ୍ରସ୍ତୁତ ରହି ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ହୁଅ”
ଆଜି ଗ୍ରେଟ୍ ଗ୍ରେଟ୍
ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦି ପିତା ବ୍ରହ୍ମା ନିଜର ଚାରିଆଡର କୋଟିକ ଭିତରେ କେହି ଏବଂ କେହିଙ୍କ
ଭିତରେ କେହି ପିଲାମାନଙ୍କର ଭାଗ୍ୟକୁ ଦେଖି ହର୍ଷିତ ହେଉଛନ୍ତି । ଏଭଳି ବିଶେଷତା ଆଉ କାହାକୁ ବି
ମିଳିପାରିବ ନାହିଁ । ତେଣୁ ବାପଦାଦା ପ୍ରତ୍ୟେକ ସନ୍ତାନର ବିଶେଷତାକୁ ଦେଖି ହର୍ଷିତ ହେଉଛନ୍ତି ।
ଯେଉଁ ପିଲାମାନେ ବାପଦାଦାଙ୍କ ସହିତ ଦିଲ୍ର ସହିତ ସମ୍ବନ୍ଧ ଯୋଡିଛନ୍ତି ସେହି ସବୁ ପିଲାମାନଙ୍କ
ଭିତରେ କିଛି ନା କିଛି ବିଶେଷତା ନିଶ୍ଚିତ ଅଛି । ସବୁଠାରୁ ପ୍ରଥମ ବିଶେଷତା ହେଲା ସାଧାରଣ ରୂପରେ
ଆସିଥିବା ବାବାଙ୍କୁ ଚିହ୍ନି “ମେରା ବାବା” କହି ସ୍ୱୀକାର କରିନେଇଛନ୍ତି । ଏହିଭଳି ଚିହ୍ନି
ପାରିବା ହିଁ ସବୁଠାରୁ ବଡ ବିଶେଷତା ଅଟେ । ଦିଲ୍ର ସହିତ ମାନିଗଲେ “ମେରା ବାବା, ଏବଂ ବାବା
ମଧ୍ୟ କହିଲେ “ମେରା ବଚ୍ଚା” ଯାହାଙ୍କୁ ବଡ ବଡ ଦାର୍ଶନିକ, ବୈଜ୍ଞାନିକ ଏବଂ ଧର୍ମାତ୍ମାମାନେ
ମଧ୍ୟ ଚିହ୍ନି ପାରିଲେ ନାହିଁ । ତାଙ୍କୁ ସାଧାରଣ ପିଲାମାନେ ଚିହ୍ନିବା ସହିତ ନିଜର ଅଧିକାର ମଧ୍ୟ
ପ୍ରାପ୍ତ କରିନେଲେ । ତେବେ କେହି ବି ଆସି ଏହି ସଭାରେ ବସିଥିବା ପିଲାମାନଙ୍କୁ ଦେଖି ଜାଣିପାରିବେ
ନାହିଁ ଯେ ଏହି ଭୋଲୀଭାଲୀ ମାତାମାନେ, ସାଧାରଣ ପିଲାମାନେ ଏତେ ବଡ ବାବାଙ୍କୁ ଚିହ୍ନିପାରିଛନ୍ତି!
ତେବେ ଏହି ବିଶେଷତା ହେଲା ଚିହ୍ନି ପାରିବା ଏବଂ ବାବାଙ୍କୁ ଚିହ୍ନି ତାଙ୍କୁ ନିଜର କରିନେବା ଏହା
ତୁମ ଭଳି କୋଟିକ ଭିତରେ କେହି ପିଲାମାନଙ୍କର ହିଁ ଭାଗ୍ୟ ଅଟେ । ତେବେ ସବୁ ପିଲା ଯେଉଁମାନେ ବି
ଏଠାରେ ସମ୍ମୁଖରେ ବସିଛନ୍ତି ବା ଦୂରରେ ବସି ମଧ୍ୟ ସମ୍ମୁଖର ଅନୁଭବ କରୁଛନ୍ତି ସେମାନେ ସମସ୍ତେ
ଦିଲ୍ର ସହିତ ଚିହ୍ନିଯାଇଛ ନା! କ’ଣ ଚିହ୍ନି ଯାଇଛ ନା ଏବେ ଚିହ୍ନୁଛ? ତେବେ ଯେଉଁମାନେ ଚିହ୍ନି
ସାରିଛନ୍ତି ସେମାନେ ହାତ ଉଠାଅ । (ସମସ୍ତେ ହାତ ଉଠାଇଲେ) କ’ଣ ଚିହ୍ନିଯାଇଛ ତ? ଆଚ୍ଛା । ତେଣୁ
ବାପଦାଦା ଚିହ୍ନି ପାରିବାର ବିଶେଷତା ପାଇଁ ସବୁ ପିଲାଙ୍କୁ ଅଭିନନ୍ଦନ ଦେଉଛନ୍ତି । ବାଃ
ଭାଗ୍ୟବାନ ପିଲାମାନେ ବାଃ! ଚିହ୍ନିବାର ତୃତୀୟ ନେତ୍ର ପ୍ରାପ୍ତ କରିନେଇଛ । ତେବେ ପିଲାମାନଙ୍କର
ଦିଲ୍ର ଗୀତ ମଧ୍ୟ ବାପଦାଦା ଶୁଣି ଆସୁଛନ୍ତି, ତାହା କେଉଁ ଗୀତ? ଯାହା ପାଇବାର ଥିଲା ତାହା
ପାଇଗଲୁ । ବାବା ମଧ୍ୟ କହୁଛନ୍ତି ହେ ମୋ’ର ଗେହ୍ଲା ସନ୍ତାନମାନେ, ବାବାଙ୍କଠାରୁ ଯାହା ନେବାର
ଥିଲା ତାହା ନେଇଗଲ । ପ୍ରତ୍ୟେକ ସନ୍ତାନ ଅନେକ ପ୍ରକାରର ଆତ୍ମିକ ସମ୍ପତ୍ତିର ବାଳକ ହିସାବରେ
ମାଲିକ ହୋଇଯାଇଛନ୍ତି ।
ତେବେ ଆଜି ବାପଦାଦା
ନିଜର ସମ୍ପତ୍ତିର ମାଲିକ ପିଲାମାନଙ୍କର ସମ୍ପତ୍ତିର ହିସାବକୁ ଦେଖୁଥିଲେ । ବାବା ତ ସବୁ ପିଲାଙ୍କୁ
ଏକା ଭଳି ଏବଂ ସମାନ ପରିମାଣରେ ସମ୍ପତ୍ତି ଦେଇଛନ୍ତି, କାହାକୁ ପଦ୍ମଗୁଣା କାହାକୁ ଲକ୍ଷେ ଗୁଣା
ଦେଇ ନାହାଁନ୍ତି । ସମ୍ପତ୍ତିକୁ ଜାଣିବା ଏବଂ ପ୍ରାପ୍ତ କରିବା ତଥା ଜୀବନରେ ସମାହିତ କରିନେବା
ଏଥିରେ ପିଲାମାନେ କ୍ରମ ଅନୁସାରେ ଅଛନ୍ତି । ବାପଦାଦା ତ ଆଜିକାଲି ବାରମ୍ବାର ଭିନ୍ନ ଭିନ୍ନ
ପ୍ରକାରରେ ପିଲାମାନଙ୍କର ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ - ସମୟର ସମୀପତାକୁ ଦେଖି ନିଜେ ନିଜକୁ
ସୂକ୍ଷ୍ମ ଏବଂ ବିଶାଳ ବୁଦ୍ଧି ଦ୍ୱାରା ଚେକ୍ କର - ମୋତେ କ’ଣ ସବୁ ମିଳିଛି ଏବଂ ମୁଁ କ’ଣ ସବୁ
ନେଇଛି ଏବଂ ମୁଁ ନିରନ୍ତର ସେହି ସମ୍ପତ୍ତିଗୁଡିକରେ ପାଳିତ ହେଉଛି ତ? ତେବେ ଏହାର ଚେକିଙ୍ଗ ମଧ୍ୟ
ବହୁତ ଆବଶ୍ୟକ ଅଟେ କାହିଁକି ନା ବର୍ତ୍ତମାନ ସମୟରେ ମାୟା ଭିନ୍ନ ଭିନ୍ନ ରାଜକୀୟ ପ୍ରକାରରେ
ଅବହେଳା ପଣିଆ ଏବଂ ଆଳସ୍ୟ ଦ୍ୱାରା ପରୀକ୍ଷା କରି ଦେଖୁଛି । ସେଥିପାଇଁ ନିଜର ଚେକିଙ୍ଗ ସବୁବେଳେ
କରିଚାଲିଥାଅ । ସେତିକି ଧ୍ୟାନ ଦେଇ ନିଜର ଚେକିଙ୍ଗ୍ କର, ବେପରୁଆ ଭାବରେ ନୁହେଁ - କାହାର ଖରାପ
କରିନାହିଁ, କାହାକୁ ଦୁଃଖ ଦେଇ ନାହିଁ, ଦୃଷ୍ଟି ଖରାପ ହୋଇ ନାହିଁ, ଏହାର ଚେକିଂଗ୍ ତ କରୁଛ
କିନ୍ତୁ ଭଲରୁ ଭଲ କାମ କ’ଣ କରିଛି? ଆତ୍ମିକ ଦୃଷ୍ଟି ସବୁବେଳେ ସ୍ୱାଭାବିକ ଭାବରେ ରହୁଛି, ନା
ସ୍ମୃତି ବିସ୍ମୃତିର ଖେଳ ହେଉଛି? କେତେ ଜଣଙ୍କୁ ଶୁଭଭାବନା, ଶୁଭକାମନାର ଆଶୀର୍ବାଦ ଦେଇଛି?
ଏହିଭଳି ଜମାର ଖାତା କେତେ ଏବଂ କିପରି ଅଟେ? କାହିଁକି ନା ଭଲ ଭାବରେ ଜାଣିଛ ଯେ ଜମାର ଖାତା କେବଳ
ବର୍ତ୍ତମାନ ହିଁ କରିପାରିବ । ଏହି ସମୟ ବା ପୂରା ଋତୁ ଖାତା ଜମା କରିବାର ହିଁ ଅଟେ । ଏହାର
ପରବର୍ତ୍ତୀ ସାରା ସମୟ ବର୍ତ୍ତମାନର ଜମା ଅନୁସାରେ ରାଜ୍ୟ ଭାଗ୍ୟ ଏବଂ ପୂଜ୍ୟ ଦେବୀ ଦେବତା ହେବାର
ଭାଗ୍ୟ ପ୍ରାପ୍ତ କରିବ । ଯଦି ଜମା କମ୍ କରିଥିବ ତେବେ ରାଜ୍ୟ ଭାଗ୍ୟ ମଧ୍ୟ କମ୍ ମିଳିବ ଏବଂ
ପୂଜ୍ୟ ହେବାରେ ମଧ୍ୟ କ୍ରମାନ୍ୱୟ ହୋଇଯିବ । ଜମା କମ୍ ହେଲେ ପୂଜା ମଧ୍ୟ କମ୍ ହେବ ଏବଂ ଜମା ଯଦି
ବିଧିପୂର୍ବକ ହେଉ ନାହିଁ ତେବେ ପୂଜା ମଧ୍ୟ ବିଧିପୂର୍ବକ ହେବ ନାହିଁ । ଯଦି କେବେ କେବେ
ବିଧିପୂର୍ବକ ଜମା ହେଉଛି ତେବେ ପୂଜା ଏବଂ ପଦ ମଧ୍ୟ, କେବେ କେବେ ହେବ । ସେଥିପାଇଁ ବାପଦାଦାଙ୍କର
ପ୍ରତ୍ୟେକ ସନ୍ତାନ ପ୍ରତି ଅତି ସ୍ନେହ ଥିବାରୁ ବାପଦାଦା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ
ସନ୍ତାନ ସମ୍ପନ୍ନ ହୋଇଯାଉ, ସମାନ ହୋଇଯାଉ । ତେଣୁ ସେବା କର କିନ୍ତୁ ସେବାରେ ମଧ୍ୟ ଉପରାମ ବୃତ୍ତି
ଏବଂ ବେହଦର ବୃତ୍ତି ରହୁ ।
ବାପଦାଦା ଦେଖିଲେ ଯେ
ଅଧିକାଂଶ ପିଲାମାନଙ୍କର ଯୋଗରେ ଅର୍ଥାତ୍ ମନେ ପକାଇବାର ବିଷୟ ଉପରେ ଧ୍ୟାନ କମ୍ ରହୁଛି ଏବଂ ରୁଚି
ମଧ୍ୟ କମ୍ ରହୁଛି କିନ୍ତୁ ସେବା କରିବାରେ ଅଧିକ ରୁଚି ରହୁଛି । ତେବେ ବିନା ଯୋଗରେ ସେବାରେ ଅଧିକ
ରୁଚି ରଖିବା ଦ୍ୱାରା ସେଥିରେ ମଧ୍ୟ ସିମୀତ ଭାବନା ଆସିଯାଉଛି । ଉପରାମ ବୃତ୍ତି ରହୁ ନାହିଁ ।
ନାମ-ମାନ ଏବଂ ପୋଜିଶନର ଇଚ୍ଛା ସେଥିରେ ମିଶିଯାଉଛି । ବେହଦର ଭାବନା କମ୍ ହୋଇଯାଉଛି, ସେଥିପାଇଁ
ବାପଦାଦା ଚାହୁଁଛନ୍ତି ଯେ କୋଟିକ ଭିତରେ କେହି ଏବଂ କେହି କେହିଙ୍କ ଭିତରେ ମଧ୍ୟ କେହି ମୋ’ର
ପିଲାମାନେ ଏବେଠାରୁ ହିଁ ସଦା ପ୍ରସ୍ତୁତ ହୋଇ ରୁହନ୍ତୁ, କାହିଁକି ଜାଣିଛ? କେହି କେହି ଭାବୁଛନ୍ତି
ସମୟ ଆସିଗଲେ ହୋଇଯିବୁ । କିନ୍ତୁ ସମୟ ତୁମର ରଚନା ଅଟେ । କ’ଣ ରଚନାକୁ ନିଜର ଶିକ୍ଷକ କରିବ? ଆଉ
ଗୋଟିଏ କଥା ମଧ୍ୟ ଜାଣିଛ ଯେ ବହୁତ କାଳର ହିସାବ ମଧ୍ୟ ରହିଛି । ବହୁତ କାଳର ସମ୍ପନ୍ନତା ହିଁ
ବହୁତ କାଳର ପ୍ରାପ୍ତି କରାଇଥାଏ । ତେଣୁ ଏବେ ସମୟର ସମୀପତା ଅନୁସାରେ ବହୁତ କାଳର ଜମା ହେବା
ବହୁତ ଆବଶ୍ୟକ ଅଟେ । ପୁଣି ପରେ ଆଉ ଉଲୁଗୁଣା ଦେବ ନାହିଁ ଯେ ଆମେ ତ ଭାବିଥିଲୁ ସମୟ ମଧ୍ୟ ବହୁତ
କାଳ ରହିବ । ତେଣୁ ଏବେଠାରୁ ହିଁ ବହୁତ କାଳ ପ୍ରତି ଧ୍ୟାନ ଦିଅ । ବୁଝିପାରିଲ! ଦୟା କରି ଧ୍ୟାନ
ଦିଅ ।
ବାପଦାଦା ଚାହୁଁଛନ୍ତି
ଯେ ଗୋଟିଏ ବି ସନ୍ତାନ ଭିତରେ କୌଣସି ଗୋଟିଏ ବିଷୟରେ ମଧ୍ୟ କମୀ ନ ରହୁ । ବ୍ରହ୍ମାବାବାଙ୍କ ସହିତ
ତ ସ୍ନେହ ଅଛି ନା । ସ୍ନେହର ରିଟର୍ଣ୍ଣ ଅର୍ଥାତ୍ ପ୍ରତିଦାନ ତ ଦେବ ନା! ତେବେ ବ୍ରହ୍ମାବାବାଙ୍କ
ପ୍ରତି ସ୍ନେହର ପ୍ରତିଦାନ ହେଲା - ନିଜର କମୀକୁ ଚେକ୍ କର ଏବଂ ରିଟର୍ଣ୍ଣ ଦିଅ ଏବଂ ଟର୍ଣ୍ଣ କର
ଅର୍ଥାତ୍ ପରିବର୍ତ୍ତନ କର । ନିଜେ ନିଜକୁ ପରିବର୍ତ୍ତନ କରିନେବା ହିଁ ସ୍ନେହର ପ୍ରତିଦାନ ଦେବା ।
ତେବେ ପ୍ରତିଦାନ ଦେବାର ସାହସ ଅଛି ତ? ହାତ ତ ଉଠାଇ ଦେଉଛ, ବହୁତ ଖୁସି କରି ଦେଉଛ । ହାତକୁ ଦେଖି
ବାପଦାଦା ତ ବହୁତ ଖୁସି ହୋଇଯାଉଛନ୍ତି, ଏବେ କିନ୍ତୁ ଦିଲ୍ ଭିତରେ ପକ୍କା ପକ୍କା ଏକ ପ୍ରତିଶତ
ମଧ୍ୟ କଞ୍ଚା ନୁହେଁ । ପକ୍କା ବ୍ରତ ଧାରଣ କର - ରିଟର୍ଣ୍ଣ ଦେବାକୁ ହିଁ ପଡିବ । ନିଜକୁ ନିଜେ
ଟର୍ଣ୍ଣ କରିବାକୁ ହିଁ ପଡିବ । ଏବେ ତ ଆଗକୁ ଶିବରାତ୍ରି ଆସୁଛି ନା! ତେଣୁ ସବୁ ପିଲାଙ୍କ ଭିତରେ
ବାବାଙ୍କର ଜୟନ୍ତୀ ତଥା ନିଜର ଜୟନ୍ତୀକୁ ସ୍ନେହର ସହିତ ପାଳନ କରିବାର ଉମଙ୍ଗ-ଉତ୍ସାହ ବହୁତ
ରହିଥାଏ । ସେଥିପାଇଁ ଭଲ ଭଲ କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରୁଛ । ସେବାର ଯୋଜନା ଗୁଡିକ ତ ବହୁତ
ଭଲ ଭଲ କରୁଛ, ବାପଦାଦା ମଧ୍ୟ ଖୁସି ହେଉଛନ୍ତି । କିନ୍ତୁ.....ଅର୍ଥାତ୍ କିନ୍ତୁ କହିବାକୁ ଭଲ
ମଧ୍ୟ ଲାଗୁ ନାହିଁ । ଜଗତଅମ୍ବା ମା କିନ୍ତୁ ଶବ୍ଦକୁ ସିଦ୍ଧି ଭାଷାରେ କହୁଥିଲେ, ଲେ-କିନ୍ କିନ୍
ଅର୍ଥାତ୍ ଅଳିଆ, ତେଣୁ ଲେକିନ୍ କହିବା ଅର୍ଥ କିଛି ନା କିଛି ଅଳିଆ ନେବା । ତେଣୁ କିନ୍ତୁ ଅର୍ଥାତ୍
ଲେକିନ୍ କହିବାକୁ ଭଲ ତ ଲାଗୁନାହିଁ, କିନ୍ତୁ କହିବାକୁ ପଡୁଛି । ଯେପରି ଅନ୍ୟ ସବୁ ସେବାର ଯୋଜନା
ମଧ୍ୟ କରିଛ ଏବଂ ଆଗକୁ ମଧ୍ୟ କରିବ କିନ୍ତୁ ତା ସହିତ ଏହି ବ୍ରତକୁ ଧାରଣ କରିବାର ମଧ୍ୟ
କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ । ରିଟର୍ଣ୍ଣ ତ ଦେବାକୁ ହିଁ ପଡିବ କାହିଁକି ନା ଯେତେବେଳେ
ବାପଦାଦା ବା ଆଉ କେହି ପଚାରୁଛନ୍ତି କିପରି ଅଛ? ତେବେ ଅଧିକାଂଶ ପିଲାଙ୍କର ଏହି ଉତ୍ତର ଆସୁଛି,
ବହୁତ ଭଲ ଅଛି ଯେ କିନ୍ତୁ ବାପଦାଦା ଯେତିକି ଚାହୁଁଛନ୍ତି ସେତିକି ନୁହେଁ । କିନ୍ତୁ ତୁମମାନଙ୍କର
ଉତ୍ତର ବର୍ତ୍ତମାନ ଏହିଭଳି ହେବା ଦରକାର ଯେ ବାପଦାଦା ଯାହା ଚାହୁଁଛନ୍ତି ମୁଁ ସେହିଭଳି ଅଟେ ।
ତେବେ ନୋଟ୍ କର ବାପଦାଦା କ’ଣ ଚାହୁଁଛନ୍ତି, ତା’ର ତାଲିକା ବାହାର କର ଏବଂ ଚେକ୍ କର ଯେ ବାପଦାଦା
ତ ଏହି କଥା ଚାହୁଁଛନ୍ତି କିନ୍ତୁ ମୁଁ ସେହିଭଳି ଅଟେ ନା ନାହିଁ! ଦୁନିଆର ଲୋକମାନେ ତ ତୁମ ଭଳି
ପୂର୍ବଜ ଆତ୍ମାମାନଙ୍କ ଦ୍ୱାରା ମୁକ୍ତି ଚାହୁଁଛନ୍ତି ଏବଂ ଚିତ୍କାର ମଧ୍ୟ କରୁଛନ୍ତି ମୁକ୍ତି ଦିଅ,
ମୁକ୍ତି ଦିଅ । ଯେତେ ଦିନ ପର୍ଯ୍ୟନ୍ତ ଅଧିକାଂଶ ପିଲାମାନେ ନିଜର ପୁରୁଣା ସ୍ୱାଭବ ସଂସ୍କାର
ଯାହାକୁ ତୁମେମାନେ ନେଚର ବୋଲି କହୁଛ - ନ୍ୟାଚୁରାଲ୍ ଅର୍ଥାତ୍ ସ୍ୱାଭାବିକ ତ ନୁହେଁ କିନ୍ତୁ
ନେଚର ଅର୍ଥାତ୍ ସ୍ୱଭାବ ବୋଲି କହୁଛ, ସେଥିରେ ଟିକିଏ ବି କିଛି ମିଶି ରହିଥିବ ଅର୍ଥାତ୍ ସେଥିରୁ
ମୁକ୍ତ ହୋଇ ନାହଁ ସେତେ ଦିନ ପର୍ଯ୍ୟନ୍ତ ସର୍ବ ଆତ୍ମାଙ୍କୁ ମୁକ୍ତି ମିଳିପାରିବ ନାହିଁ । ତେଣୁ
ବାପଦାଦା କହୁଛନ୍ତି - ହେ ମୁକ୍ତିଦାତାଙ୍କର ସନ୍ତାନ ମାଷ୍ଟର ମୁକ୍ତିଦାତା ଏବେ ନିଜକୁ ମୁକ୍ତ କର
ଯାହାଦ୍ୱାରା ସର୍ବ ଆତ୍ମାଙ୍କ ପାଇଁ ମୁକ୍ତିର ଦ୍ୱାର ଖୋଲିଯିବ । ପୂର୍ବରୁ ଶୁଣାଇଥିଲୁ ନା -
ଫାଟକର ଚାବୀଟି କ’ଣ? ବେହଦର ବୈରାଗ୍ୟ ବୃତ୍ତି । ତେବେ କର୍ମଧନ୍ଦା ମଧ୍ୟ ସବୁ କର କିନ୍ତୁ ଭାଷଣରେ
ଯେପରି ଘର ଗୃହସ୍ଥୀମାନଙ୍କ ପାଇଁ କହୁଛ ଯେ କମଳପୁଷ୍ପ ଭଳି ହୁଅ, ସେହିପରି ସବୁ କିଛି କରୁଥିଲେ
ମଧ୍ୟ କର୍ତ୍ତାପଣିଆରୁ ମୁକ୍ତ ରୁହ, ନିଆରା ରୁହ । ନା ସାଧନର ବଶୀଭୂତ ହୁଅ ନା, ପଦ-ପଦବୀର
ବଶୀଭୂତ ହୁଅ । ଏପରି ନୁହେଁ ଯେ ମୋତେ କିଛି ନା କିଛି ପୋଜିଶନ ଅର୍ଥାତ୍ ପଦ ମିଳିଯାଉ କିନ୍ତୁ ଏହା
ପୋଜି୍ଶନ୍ ନୁହେଁ ବରଂ ମାୟାର ଅପୋଜିଶନ୍ ଅର୍ଥାତ୍ ବିରୋଧ ଅଟେ । ତେଣୁ ନ୍ୟାରା ହୁଅ ଏବଂ
ବାବାଙ୍କର ପ୍ୟାରା ହୁଅ । କ’ଣ ନ୍ୟାରା ଏବଂ ପ୍ୟାରା ହେବା କଷ୍ଟକର ଅଟେ କି! ଯାହାକୁ କଷ୍ଟକର
ଅନୁଭବ ହେଉଛି ସେମାନେ ହାତ ଉଠାଅ । (କେହି ବି ହାତ ଉଠାଇଲେ ନାହିଁ) କ’ଣ କାହାକୁ ବି କଷ୍ଟକର
ଲାଗୁନାହିଁ, ତେବେ ତ ଶିବରାତ୍ରି ଭିତରେ ସମସ୍ତେ ସମ୍ପନ୍ନ ହୋଇଯିବ । ଯଦି କିଛି କଷ୍ଟକର ନୁହେଁ
ତେବେ ତ ହେବାକୁ ହିଁ ପଡିବ । ବ୍ରହ୍ମାବାବାଙ୍କ ସମାନ ହେବାକୁ ହିଁ ପଡିବ । ସଂକଳ୍ପରେ, ବାଣୀରେ,
ସେବାରେ, ସମ୍ବନ୍ଧ-ସମ୍ପର୍କରେ, ସବୁଥିରେ ବ୍ରହ୍ମବାବାଙ୍କ ସମାନ ହେବାକୁ ପଡିବ ।
ଆଚ୍ଛା । ଯେଉଁମାନେ
ଭାବୁଛନ୍ତ, ବ୍ରହ୍ମାବାବା ଏବଂ ଦାଦା, ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର ଅର୍ଥାତ୍ ଆଦିପିତା,
ତାଙ୍କ ପ୍ରତି ମୋ’ର ବହୁତ-ବହୁତ ୧୦୦ ପ୍ରତିଶତରୁ ମଧ୍ୟ ଅଧିକ ସ୍ନେହ ଅଛି, ସେମାନେ ହାତ ଉଠାଅ ।
କେବଳ ବର୍ତ୍ତମାନ ପାଇଁ ଖୁସି କରିଦିଅ ନାହିଁ । ସମସ୍ତେ ହାତ ଉଠାଇଛନ୍ତି । ଟିଭିରେ ତ ଦେଖାଯାଉଛି
ନା! ତେବେ ଶିବରାତ୍ରି ଦିନ ଏହି ଟିଭି ଦେଖିବୁ ଏବଂ ହିସାବ ନେବୁ । ଠିକ୍ ଅଛି ତ! ସମାନତାରେ
ଟିକିଏ ବି ଅନ୍ତର ରହିବା ଉଚିତ୍ ନୁହେଁ । ସ୍ନେହ ବଦଳରେ ନିଜକୁ ସ୍ୱାହା କରିଦେବା କ’ଣ ବଡ କଥା ।
ଦୁନିଆବାଲା ତ ଅଶୁଦ୍ଧ ପ୍ରେମ ପାଇଁ ଜୀବନ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଉଛନ୍ତି । ବାପଦାଦା
ତ କେବଳ କହୁଛନ୍ତି, ଅଳିଆ ଆବର୍ଜନାକୁ ହିଁ ଦେଇ ଦିଅ, ବାସ୍ । ଭଲ ଜିନିଷ ଦିଅ ନାହିଁ, କେବଳ
ଅଳିଆ ଦେଇଦିଅ । ଦୁର୍ବଳତା ବା କମଜୋରୀ କ’ଣ ଅଟେ? ଅଳିଆ ଅଟେ ନା । ଅଳିଆ ଆବର୍ଜନା ଗୁଡିକୁ
ସ୍ୱାହା କରିଦେବା କ’ଣ ବଡ କଥା! ପରିସ୍ଥିତି ଗୁଡିକ ସମାପ୍ତ ହୋଇଯାଉ ଏବଂ ସ୍ୱସ୍ଥିତି ଶ୍ରେଷ୍ଠ
ହୋଇଯାଉ । ସମସ୍ତେ ତ ଏହିଭଳି ହିଁ କହୁଛ, କ’ଣ କରିବି ପରିସ୍ଥିତି ହିଁ ସେହିଭଳି ଥିଲା । ତେବେ
ତୁମକୁ ହଲ୍ଚଲ୍ କରୁଥିବା ପରିସ୍ଥିତିର ଚିହ୍ନ ବର୍ଣ୍ଣ ନ ରହୁ, ସ୍ୱ ସ୍ଥିତି ଏଭଳି ଶକ୍ତିଶାଳୀ
ହେଉ । ଯେତେବେଳେ ସମାପ୍ତିର ପରଦା ଖୋଲିବ ସେତେବେଳେ ସମସ୍ତେ କେଉଁଭଳି ଦେଖାଯିବା ଦରକାର?
ଫରିସ୍ତାମାନେ ଚମକୁଛନ୍ତି । ତେବେ ସବୁ ପିଲା ଚମକୁଥିବାର ଫରିସ୍ତା ଭଳି ଦେଖାଯାଉଥିବେ -
ସେଥିପାଇଁ ତ ଏବେ ପରଦା ଖୋଲିବା ଅଟକି ରହିଛି । ଦୁନିଆବାଲା ତ ଚିତ୍କାର କରୁଛନ୍ତି । ପରଦା ଖୋଲ,
ପରଦା ଖୋଲ । ତେଣୁ ନିଜର ଯୋଜନା ନିଜେ କର । ଯଦି କୌଣସି ଯୋଜନା ତିଆରି କରି ଦିଆଯାଉଛି ତେବେ
ସେଥିରେ ଅନେକ କଥା ଆସୁଛି । ତେଣୁ ନିଜ ପାଇଁ ନିଜର ସାହସ ଅନୁସାରେ ଯୋଜନା ପ୍ରସ୍ତୁତ କର । ଯଦି
ସେଥିରେ ଦୃଢତାର ଚାବୀ ଲଗାଇ ଦେବ ତେବେ ସଫଳତା ନିଶ୍ଚିତ ମିଳିବ । ଯେତେବେଳେ ବି କୌଣସି ଦୃଢ
ସଂକଳ୍ପ କରୁଛ, ସେଥିରେ ବାପଦାଦା ମଧ୍ୟ ଖୁସି ହୋଇ କହୁଛନ୍ତି ବାଃ ପିଲାମାନେ ବାଃ! ତେବେ ଦୃଢ
ସଂକଳ୍ପ ତ କରୁଛ କିନ୍ତୁ ସେଥିରେ ପୁଣି କିଛି ଅବହେଳାପଣିଆ ମିଶିଯାଉଛି, ସେଥିପାଇଁ ସଫଳତା ମଧ୍ୟ
କେବେ ଅଧା କେବେ ଚାରିଅଣା ପ୍ରତିଶତ ହୋଇଯାଉଛି । ସ୍ନେହରେ ଯେପରି ୧୦୦ ପ୍ରତିଶତ ରହିଛି, ସେହିପରି
ପୁରୁଷାର୍ଥରେ ସମ୍ପନ୍ନତା, ଏହା ମଧ୍ୟ ୧୦୦ ପ୍ରତିଶତ ହେବା ଦରକାର । ଅଧିକ ପଛେ ହେଉ କିନ୍ତୁ କମ୍
ନ ହେଉ । କ’ଣ ପସନ୍ଦ ଅଟେ ତ? କ’ଣ ପସନ୍ଦ ଅଟେ ତ? ଆସନ୍ତା ଶିବରାତ୍ରିରେ ଚମତ୍କାରୀ ଦେଖାଇବ ତ!
ହେବାକୁ ହିଁ ପଡିବ, ଆମେ ହେବୁ ନାହିଁ ତ ଆଉ କିଏ ହେବ! ଏହିଭଳି ନିଶ୍ଚୟ ରଖ । ଆମେ ହିଁ ଥିଲୁ,
ଆମେ ହିଁ ଅଟୁ ଏବଂ ଆମେ ହିଁ ହେବୁ । ଏହି ନିଶ୍ଚୟ ତୁମକୁ ବିଜୟୀ କରିଦେବ । ପରକୁ ଦେଖିବାର ନାହିଁ,
ନିଜକୁ ହିଁ ଦେଖିବାର ଅଛି । କେତେକ ପିଲା ବାର୍ତ୍ତାଳାପ କରିବା ସମୟରେ କହୁଛନ୍ତି ବାସ୍ ଏହାକୁ
ଟିକିଏ ଠିକ୍ କରିଦିଅ, ତା’ପରେ ମୁଁ ଠିକ୍ ହୋଇ ଯିବି । ଯଦି ଏହାଙ୍କୁ ଟିକିଏ ପରିବର୍ତ୍ତନ
କରିଦେବ ତେବେ ମୁଁ ମଧ୍ୟ ପରିବର୍ତ୍ତନ ହୋଇଯିବି । କିନ୍ତୁ ନା ସେ ବଦଳିବ ନା ତୁମେ ବଦଳିବ । ଯଦି
ପ୍ରଥମେ ନିଜକୁ ପରିବର୍ତ୍ତନ କରିବ ତେବେ ସେ ମଧ୍ୟ ପରିବର୍ତ୍ତନ ହୋଇଯିବ । କାହା ଉପରେ ବି ଆଧାର
ରଖ ନାହିଁ, ଏହା ହେଲେ ଏହା ହେବ । ନା, ମୋତେ କରିବାକୁ ହିଁ ହେବ ।
ଆଚ୍ଛା, ଯେଉଁମାନେ
ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ । ତେବେ ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି
ସେମାନଙ୍କ ପାଇଁ ବାପଦାଦା କହୁଛନ୍ତି ଏଭଳି ସମୟରେ ତୁମେମାନେ ଆସିଛ ଯେତେବେଳେ କି ସମୟ ବହୁତ କମ୍
ଅଛି କିନ୍ତୁ ତୁମେମାନେ ପୁରୁଷାର୍ଥ ସେତିକି ତୀବ୍ର ଗତିରେ କର ଯାହାଦ୍ୱାରା ଲାଷ୍ଟରେ ଆସି ମଧ୍ୟ
ଫାଷ୍ଟ ଅର୍ଥାତ୍ ତୀବ୍ର ପୁରୁଷାର୍ଥ ଦ୍ୱାରା ଫାଷ୍ଟ ନମ୍ବର ଅର୍ଥାତ୍ ପ୍ରଥମ ନମ୍ବରରେ ଆସିଯିବ
କାହିଁକି ନା ଏବେ ମ୍ୟାଜିକ୍ ଚେୟାରର ଖେଳ ଚାଲିଛି । ଏବେ କାହାର ଚେୟାର ଅର୍ଥାତ୍ ପଦ ଚାଲିଯାଉଛି
ତାହା ଜଣାପଡୁନାହିଁ କିନ୍ତୁ ଡେରିରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରିବା ଦ୍ୱାରା
ପହଞ୍ଚିଯିବ । କେବଳ ନିଜେ ନିଜକୁ ଅମୃତବେଳାରେ ଅମରଭବର ବରଦାନକୁ ମନେ ପକାଇ ଦିଅ । ଆଚ୍ଛା ସମସ୍ତେ
କେହି ତ ଦୂରରୁ ମଧ୍ୟ ଆସିଛନ୍ତି ଆଉ କେହି ପାଖରୁ ମଧ୍ୟ ଆସିଛନ୍ତି । ବାପଦାଦା କହୁଛନ୍ତି ନିଜ
ଘରକୁ ଆସିଛ ବହୁତ ଭଲ କରିଛ । ସଂଗଠନ ମଧ୍ୟ ଭଲ ଲାଗୁଛି । ଟିଭିରେ ଦେଖିଲେ ସଭା ଫୁଲ୍ ହୋଇଗଲେ
ବହୁତ ସୁନ୍ଦର ଦେଖାଯାଉଛି । ଆଚ୍ଛା! ତେବେ ସମସ୍ତେ ଏଭରରେଡି ଅଟ ତ? ଏଭରରେଡି ଅର୍ଥାତ୍
ସଦାପ୍ରସ୍ତୁତ ରହିବାର ପାଠ ତ ପଢିବ ନା! ଆଚ୍ଛା!
ମଧୁବନ ନିବାସୀଙ୍କ ସହିତ
ସାକ୍ଷାତ:-
ମଧୁବନବାଲା ହାତ ଉଠାଅ । ବହୁତ ଅଛନ୍ତି । ମଧୁବନବାଲା ହୋଷ୍ଟ ଅଟନ୍ତି ଅର୍ଥାତ୍ ସତ୍କାର
କରିବାବାଲା ଅଟନ୍ତି । ଅନ୍ୟମାନେ ତ ଗେଷ୍ଟ ଅର୍ଥାତ୍ ଅତିଥି ହୋଇ ଆସୁଛନ୍ତି ଏବାଂ ଚାଲିଯାଉଛନ୍ତି
କିନ୍ତୁ ମଧୁବନବାଲା ହୋଷ୍ଟ ଅଟନ୍ତି । ନିୟରେଷ୍ଟ ଅର୍ଥାତ୍ ନିକଟରେ ମଧ୍ୟ ଅଛନ୍ତି ଏବଂ ଡିୟରେଷ୍ଟ
ଅର୍ଥାତ୍ ଅତି ପ୍ରିୟ ମଧ୍ୟ ଅଟନ୍ତି । ମଧୁବନବାଲାଙ୍କୁ ଦେଖି ସମସ୍ତେ ଖୁସି ହେଉଛନ୍ତି ନା ।
ଯେକୌଣସି ସ୍ଥାନକୁ ମଧୁବନବାଲା ଗଲେ ସେମାନେ କେଉଁ ନଜରରେ ଦେଖୁଛନ୍ତି! ବାଃ ମଧୁବନରୁ ଆସିଛନ୍ତି!
କାହିଁକି ନା ମଧୁବନର ନାମ ଶୁଣିବା ମାତ୍ରକେ ମଧୁବନର ବାବା ମନେ ପଡିଯାଉଛନ୍ତି, ସେଥିପାଇଁ
ମଧୁବନବାଲାଙ୍କର ମହତ୍ୱ ରହିଛି । କ’ଣ ମହତ୍ୱ ଅଛି ନା? ଖୁସି ହେଉଛ ନା! ଏଭଳି ସ୍ନେହ ପୂର୍ବକ
ପାଳନା ପାଇବାର ସ୍ଥାନ କୋଟିକ ଭିତରେ କାହାକୁ କାହାକୁ ହିଁ ମିଳିଛି । ସମସ୍ତେ ଚାହୁଁଛନ୍ତି
ମଧୁବନରେ ହିଁ ରହିଯାଆନ୍ତୁ । କ’ଣ ସମସ୍ତେ ରହିପାରିବେ କି? କିନ୍ତୁ ତୁମେମାନେ ରହୁଛ । ତେଣୁ
ବହୁତ ଭଲ । ମଧୁବନବାଲା ଭୁଲୁନାହାଁନ୍ତି, ଭାବୁଛନ୍ତି ବାପଦାଦା ଆମ କଥା ପଚାରି ନାହାଁନ୍ତି
କିନ୍ତୁ ବାପଦାଦା ସର୍ବଦା ଦିଲ୍ ଭିତରେ ପଚାରୁଛନ୍ତି ଅର୍ଥାତ୍ ଧ୍ୟାନ ରଖିଛନ୍ତି । ପ୍ରଥମେ
ମଧୁବନ ନିବାସୀ । ଯଦି ମଧୁବନବାଲା ନ ରହିବେ, ତେବେ ପୁଣି କେଉଁଠାକୁ ଆସିବେ! ସେବାର ନିମିତ୍ତ ତ
ଅଟ ନା! ବାହାରର ସେବାଧାରୀ ଯେତେ ବି ଆସନ୍ତୁ ପୁଣି ବି ମୂଳଦୁଆ ତ ମଧୁବନବାଲା ଅଟନ୍ତି ନା । ତେଣୁ
ଯେଉଁମାନେ ବି ଉପରେ ଅର୍ଥାତ୍ ଜ୍ଞାନ ସରୋବରରେ ଅଛନ୍ତି ବା ପାଣ୍ଡବ ଭବନରେ ଅଛନ୍ତି ସେମାନଙ୍କୁ
ମଧ୍ୟ ବାପଦାଦା ଦିଲ୍ର ଆଶୀର୍ବାଦ ଦେବା ସହିତ ସ୍ନେହଭରା ଶୁଭେଚ୍ଛା ଦେଉଛନ୍ତି । ଏଠାରେ ଯେଉଁ
ଟୋଲୀ ଦିଆଯାଉଛି, ତାହା ଉପରେ ଅର୍ଥାତ୍ ମଧୁବନରେ ମିଳୁଛି ତ? ତେବେ ମଧୁବନବାଲାଙ୍କୁ ଟୋଲୀ ମଧ୍ୟ
ମିଳୁଛି ଏବଂ ବୋଲୀ ଅର୍ଥାତ୍ ମୁରଲୀ ମଧ୍ୟ ମିଳୁଛି । ଉଭୟ ମିଳୁଛି । ଆଚ୍ଛା!
ଗ୍ଳୋବାଲ୍ ହସ୍ପିଟାଲ୍
ବାଲାଙ୍କ ସହିତ ସାକ୍ଷାତ୍ :-
ହସ୍ପିଟାଲବାଲା ସମସ୍ତେ ଠିକ୍ ଅଛନ୍ତି ତ! କାହିଁକି ନା ହସ୍ପିଟାଲ୍ର ମଧ୍ୟ ବିଶେଷ ପାର୍ଟି ରହିଛି
ନା । ତଳକୁ ଅର୍ଥାତ୍ ଶାନ୍ତିବନକୁ ତ ଆସୁଛନ୍ତି ନା! ଆଚ୍ଛା - ଅଳ୍ପ କେତେଜଣ ଆସୁଛନ୍ତି ।
ହସ୍ପିଟାଲ୍ ବାଲା ମଧ୍ୟ ଭଲ ସେବା କରୁଛନ୍ତି । ଦେଖ ଜରୁରୀ ପରିସ୍ଥିତିରେ ତ ପୁଣି ବି ହସ୍ପିଟାଲ
ହିଁ କାମରେ ଆସୁଛି ନା ଏବଂ ଯେବେଠାରୁ ହସ୍ପିଟାଲ ଖୋଲିଲାଣି, ସେବେଠାରୁ ସମସ୍ତଙ୍କର ଦୃଷ୍ଟିରେ
ଏହି କଥା ଆସୁଛି ଯେ ବ୍ରହ୍ମାକୁମାରୀ ମାନେ କେବଳ ଜ୍ଞାନ ଶୁଣାଉ ନାହାଁନ୍ତି କିନ୍ତୁ ଆବଶ୍ୟକ
ସମୟରେ ସାହାଯ୍ୟ ମଧ୍ୟ ଦେଉଛନ୍ତି । ସମାଜ ସେବା ମଧ୍ୟ କରୁଛନ୍ତି । ତେଣୁ ହସ୍ପିଟାଲ୍ ଖୋଲିବା ପରେ
ଆବୁରେ ଲୋକମାନଙ୍କର ଧାରଣା ବଦଳିଯାଇଛି । ପୂର୍ବରୁ ଯେଉଁ ଦୃଷ୍ଟିରେ ଦେଖୁଥିଲେ ଏବେ ସେହି
ଦୃଷ୍ଟିରେ ଦେଖୁ ନାହାଁନ୍ତି । ଏବେ ସହଯୋଗ ଦେବାର ନଜରରେ ଦେଖୁଛନ୍ତି । ଜ୍ଞାନକୁ ମାନନ୍ତୁ କି ନ
ମାନନ୍ତୁ କିନ୍ତୁ ସହଯୋଗ କରିବାର ନଜରରେ ଦେଖୁଛନ୍ତି, ତେଣୁ ହସ୍ପିଟାଲ୍ ବାଲା ସେବା କରିଲେ ନା!
ଆଚ୍ଛା! ଆଚ୍ଛା - ଆଜିର କଥା ମନେ ରହିଲା ତ? ସମ୍ପନ୍ନ ହେବାକୁ ହିଁ ପଡିବ, ଯାହା ବି ହୋଇଯାଉ
ସମ୍ପନ୍ନ ହେବାକୁ ହିଁ ପଡିବ, ସମାନ ହେବାକୁ ହିଁ ପଡିବ । ଆଚ୍ଛା!
ଚାରିଆଡର କୋଟିକ ଭିତରେ
କେହି, କେହି କେହିଙ୍କ ଭିତରେ ମଧ୍ୟ କେହି ଭାଗ୍ୟବାନ ତଥା ଭଗବାନଙ୍କର ସନ୍ତାନ ଶ୍ରେଷ୍ଠ
ଆତ୍ମାମାନଙ୍କୁ, ସର୍ବଦା ତୀବ୍ର ପୁରୁଷାର୍ଥ ଦ୍ୱାରା ଯାହା ଭାବିଲ ତାହା କରିଲ, ଶ୍ରେଷ୍ଠ ଭାବିବା,
ଶ୍ରେଷ୍ଠ କରିବା, ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରିବା, ଏହିଭଳି ବିଶେଷ ଆତ୍ମାମାନଙ୍କୁ ସର୍ବଦା
ବହୁତ କାଳର ପୁରୁଷାର୍ଥ ଦ୍ୱାରା ରାଜ୍ୟଭାଗ୍ୟ ପ୍ରାପ୍ତ କରୁଥିବା ଏବଂ ପୂଜ୍ୟ ହେଉଥିବା ଶ୍ରେଷ୍ଠ
ଆତ୍ମାମାନଙ୍କୁ ସର୍ବଦା ବାବାଙ୍କର ସ୍ନେହର ପ୍ରତିଦାନରେ ନିଜକୁ ପରିବର୍ତ୍ତନ କରୁଥିବା ନମ୍ବରୱାନ,
ୱିନ୍ ଅର୍ଥାତ୍ ବିଜୟ ପ୍ରାପ୍ତ କରୁଥିବା ଭାଗ୍ୟବାନ୍ ପିଲାମାନଙ୍କୁ ବାପଦାଦାଙ୍କର ସ୍ନେହ
ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ବିଶ୍ୱ
କଲ୍ୟାଣକାରୀ ସ୍ଥିତି ରୂପୀ ଉଚ୍ଚ ଆସନ ଉପରେ ସ୍ଥିତ ରହି ବିନାଶ ଲୀଳାକୁ ଦେଖୁଥିବା
ସାକ୍ଷୀଦ୍ରଷ୍ଟା ଭବ ।
ଅନ୍ତିମ ସମୟର ବିନାଶ
ଲୀଳାକୁ ଦେଖିବା ପାଇଁ ବିଶ୍ୱ କଲ୍ୟାଣକାରୀର ଉଚ୍ଚ ସ୍ଥିତିରେ ସ୍ଥିତ ରହିବା ଆବଶ୍ୟକ । ଯେଉଁ
ସ୍ଥିତିରେ ସ୍ଥିତ ହେବା ଦ୍ୱାରା ଦେହର ସର୍ବ ଆକର୍ଷଣ ଅର୍ଥାତ୍ ସମ୍ବନ୍ଧ ଗୁଡିକର ପଦାର୍ଥର,
ସଂସ୍କାର ଗୁଡିକର ଏବଂ ପ୍ରକୃତିର ହଲଚଲ୍ର ଆକର୍ଷଣ ସମାପ୍ତ ହୋଇଯାଏ । ଯେତେବେଳେ ତୁମମାନଙ୍କର
ସ୍ଥିତି ଏହିଭଳି ହୋଇଯିବ ସେତେବେଳେ ତୁମେମାନେ ସାକ୍ଷୀଦ୍ରଷ୍ଟା ହୋଇ ଉପରର ଅର୍ଥାତ୍ ପରମଧାମର
ସ୍ଥିତିରେ ସ୍ଥିତି ହୋଇ ଶାନ୍ତିର କିରଣ, ଶକ୍ତିର କିରଣ ସର୍ବ ଆତ୍ମାମାନଙ୍କୁ ଦେଇପାରିବ ।
ସ୍ଲୋଗାନ:-
ଯଦି ତୁମେ
ବଳବାନ ହୋଇଯିବ ତେବେ ମାୟାର ବଳ ସମାପ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା -
“କମ୍ବାଇଣ୍ଡ ରୂପର ସ୍ମୃତି ଦ୍ୱାରା ସର୍ବଦା ବିଜୟୀ ହୁଅ” ବରଦାତା ବାବା ଏବଂ ଆମେ ବରଦାନୀ
ଆତ୍ମାମାନେ ଉଭୟ କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ଅଟୁ । ଯଦି ଏହି ସ୍ମୃତି ସର୍ବଦା କାୟମ ରହିବ ତେବେ
ପବିତ୍ରତାର ଛତ୍ରଛାୟା ସ୍ୱତଃ ହିଁ ରହିବ, କାହିଁକି ନା ଯେଉଁଠି ସର୍ବଶକ୍ତିମାନ ବାବା ଅଛନ୍ତି
ସେଠାରେ ଅପବିତ୍ରତା ସ୍ୱପ୍ନ ମାତ୍ରରେ ମଧ୍ୟ ଆସିପାରିବ ନାହିଁ । ତେଣୁ ସର୍ବଦା ବାବା ଏବଂ ତୁମେ
ଯୁଗଳ ରୂପରେ ରୁହ, ଏକା ଏକା ନୁହେଁ । କାରଣ ଯେତେବେଳେ ଏକା ହୋଇଯାଉଛ ସେତେବେଳେ ପବିତ୍ରତା ରୂପୀ
ସୁହାଗ ଚାଲିଯାଉଛି ।