27.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- କାଳର
କାଳ ବାବା ଆସିଛନ୍ତି, ତୁମକୁ କାଳ ଅର୍ଥାତ୍ ମୃତ୍ୟୁ ଉପରେ ବିଜୟ ପ୍ରାପ୍ତ କରାଇବା ପାଇଁ,
ମନମନାଭବର ମନ୍ତ୍ର ଦ୍ୱାରା ହିଁ ତୁମେ କାଳ ଉପରେ ବିଜୟ ପ୍ରାପ୍ତ କରିପାରିବ” ।
ପ୍ରଶ୍ନ:-
ଆତ୍ମିକ ପିତା
ତୁମ ଆତ୍ମିକ ଯାତ୍ରୀମାନଙ୍କୁ କେଉଁ ଏକ ବିଶେଷ ଶିକ୍ଷା ଦେଉଛନ୍ତି?
ଉତ୍ତର:-
ହେ ଆତ୍ମିକ ଯାତ୍ରୀ - ତୁମେ ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହୁଅ । ରାବଣ ହିଁ ଅଧାକଳ୍ପରୁ
ତୁମକୁ ଦେହ-ଅଭିମାନୀ କରିଦେଇଛି, ଏବେ ତୁମେ ଆତ୍ମ ଅଭିମାନୀ ହୁଅ । ଏହି ରୁହାନୀ ଜ୍ଞାନ ଅର୍ଥାତ୍
ଆଧ୍ୟାତ୍ମିକ ଜ୍ଞାନ ସୁପ୍ରିମ ରୁହ ଅର୍ଥାତ୍ ପରମଆତ୍ମା ହିଁ ତୁମକୁ ଦେଉଛନ୍ତି ଆଉ କେହି
ଦେଇପାରିବେ ନାହିଁ ।
ଗୀତ:-
ଓମ ନମୋ ଶିବାୟ....
ଓମ୍ ଶାନ୍ତି ।
ପିଲାମାନେ ନିଜର ପିତାଙ୍କର ମହିମା ଶୁଣିଲେ । ଗାୟନ ମଧ୍ୟ କରାଯାଉଛି ସର୍ବୋଚ୍ଚ ଭଗବାନ । ସିଏ
ହେଲେ ସମସ୍ତ ଆତ୍ମାରୂପୀ ସନ୍ତାନମାନଙ୍କର ପିତା । ବାକି ଆଉ ଯିଏବି ରହିଲେ ପରସ୍ପର ସମସ୍ତେ
ଭାଇ-ଭାଇ ଅଟନ୍ତି । ସମସ୍ତଙ୍କର ପିତା ଜଣେ । ସିଏ ହେଲେ ଶିବବାବା । ବାବା ବୁଝାଇଛନ୍ତି - ହେ
ସନ୍ତାନଗଣ, ଭକ୍ତିମାର୍ଗରେ ତୁମର ଦୁଇ ଜଣ ପିତା ଥା’ନ୍ତି, ଲୌକିକ ପିତା ଏବଂ ପାରଲୌକିକ ପିତା ।
ରଚୟିତାଙ୍କ ଠାରୁ ରଚନାଙ୍କୁ ସମ୍ପତ୍ତି ମିଳିଥାଏ, କିନ୍ତୁ ତାହା ହେଲା ବିନାଶୀ ସମ୍ପତ୍ତି, ଏହା
ହେଲା ଅବିନାଶୀ ସମ୍ପତ୍ତି । ଅବିନାଶୀ ପିତା ତ ଜଣେ ହିଁ ଅଟନ୍ତି ଯାହାଙ୍କଠାରୁ ବେହଦର ସମ୍ପତ୍ତି
ମିଳୁଛି । ସିଏ ହେଲେ ନିରାକାର, ତାଙ୍କର ନାମ ପରମପିତା ପରମାତ୍ମା ଶିବ । କହୁଛନ୍ତି ମଧ୍ୟ ଶିବ
ପରମାତ୍ମାୟେ ନମଃ, ସିଏ ହେଲେ ସର୍ବୋଚ୍ଚ । ତୁମର ବୁଦ୍ଧି ନିରାକାର ବାବାଙ୍କ ଆଡକୁ ଯାଉଛି ।
ସିଏ ପରମଧାମରେ ରହୁଛନ୍ତି ଯେଉଁଠୁ ତୁମେ ଆତ୍ମାମାନେ ଆସିଛ । ବାବା ମଧ୍ୟ ସେହିଠାରେ ହିଁ
ରହୁଛନ୍ତି । ସିଏ ହିଁ ସମସ୍ତଙ୍କର ସଦ୍ଗତି ଦାତା । ଭାରତ ହିଁ ପରମପିତା ପରମାତ୍ମାଙ୍କର
ଜନ୍ମଭୂମି । ଶିବ ଜୟନ୍ତୀ ମଧ୍ୟ ଏହିଠାରେ ପାଳନ କରୁଛନ୍ତି । ସେହି ରୁହାନୀ ପିତାଙ୍କୁ ହିଁ
ଜ୍ଞାନର ସାଗର, ପତିତ ପାବନ, ମୁକ୍ତିଦାତା, ପଥ ପ୍ରଦର୍ଶକ କୁହାଯାଉଛି । ସିଏ ହିଁ ଦୁଃଖହର୍ତ୍ତା,
ସୁଖକର୍ତ୍ତା ଅଟନ୍ତି । ଏହି କଥା ଭାରତବାସୀମାନେ ଜାଣିଛନ୍ତି । ଏହା ଦୁଖଃଧାମ ଅଟେ, ଭାରତ ହିଁ
ସୁଖଧାମ ଥିଲା । ବାବା ପିଲାମାନଙ୍କୁ ବୁଝାଉଛନ୍ତି - ହେ ଭାରତବାସୀ ତୁମେ ବିଶ୍ୱର ମାଲିକ ଥିଲ,
ଯେତେବେଳେ ତୁମର ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା । ଦେବୀ ଦେବତାଙ୍କର ଧର୍ମ-ଶ୍ରେଷ୍ଠ,
କର୍ମ-ଶ୍ରେଷ୍ଠ ଥିଲା, ଏବେ ଧର୍ମ-ଭ୍ରଷ୍ଟ, କର୍ମ-ଭ୍ରଷ୍ଟ ହୋଇଯାଇଛି । ଏମାନେ ନିଜକୁ ପବିତ୍ର
ଦେବତା ବୋଲି କହିପାରିବେ ନାହିଁ । କଳିଯୁଗର ଅନ୍ତିମ ସମୟ ପର୍ଯ୍ୟନ୍ତ ଭକ୍ତିମାର୍ଗ ଚାଲିଥାଏ,
ସେଥିରେ ଜ୍ଞାନ ନ ଥାଏ । ଜ୍ଞାନ ଦ୍ୱାରା ସଦଗତି ହୋଇଥାଏ । ସମସ୍ତଙ୍କର ସଦଗତି ଦାତା ପରମାତ୍ମା
ପିତା ଯେ ପର୍ଯ୍ୟନ୍ତ ନ ଆସିଛନ୍ତି ସେ ପର୍ଯ୍ୟନ୍ତ କାହାର ସଦଗତି ହୋଇପାରିବ ନାହିଁ । ବାବା
କହୁଛନ୍ତି - ମୁଁ କଳ୍ପର ସଂଗମଯୁଗରେ ଆସୁଛି । ଏହି ସମୟରେ ଦୁନିଆ ପତିତ ଅଟେ । ପବିତ୍ର କେହି ଜଣେ
ବି ନାହାଁନ୍ତି । ଯଦିଓ ସନ୍ନ୍ୟାସୀମାନେ ପବିତ୍ର ହେଉଛନ୍ତି କିନ୍ତୁ ସେମାନଙ୍କୁ ପୁନର୍ଜନ୍ମ ତ
ଏହିଠାରେ ହିଁ ନେବାକୁ ହେବ । ବିଷୟ ବିକାରରୁ ଜନ୍ମ ନେବାକୁ ପଡିବ । ମଝିରେ କେହି ଫେରିଯାଇ
ପାରିବେ ନାହିଁ । ଯେତେବେଳେ ଚକ୍ର ସମ୍ପୂର୍ଣ୍ଣ ହୋଇଥାଏ, ସେତେବେଳେ ହିଁ ବାବା ଆସି ସାଥୀରେ
ନେଇଯାଆନ୍ତି । ଏହାକୁ ହିଁ ଆଧ୍ୟାତ୍ମିକ ଜ୍ଞାନ କୁହାଯାଏ । ପରମାତ୍ମା ହିଁ ଆଧ୍ୟାତ୍ମିକ ଜ୍ଞାନ
ଦେଉଛନ୍ତି । ପରମାତ୍ମା ହିଁ ଜ୍ଞାନର ସାଗର, ପତିତ-ପାବନ ଅଟନ୍ତି । ବାକି ଶାସ୍ତ୍ରଗୁଡିକରେ
ଭକ୍ତିର ଜ୍ଞାନ ରହିଛି । ବାବା କହୁଛନ୍ତି ଯଜ୍ଞ, ତପ, ତୀର୍ଥ ଆଦି କରି କରି ତୁମର ଅଧୋଗତି
ହୋଇଯାଇଛି । ତୁମେ ପ୍ରଥମେ ସତ୍ତ୍ୱପ୍ରଧାନ ଥିଲ । ଭାରତରେ ଯେବେ ପବିତ୍ରତା ଥିଲା ତେବେ ଶାନ୍ତି
ଏବଂ ସମୃଦ୍ଧି ମଧ୍ୟ ଥିଲା । ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଉଭୟ ଥିଲା । ଆଜିଠାରୁ ୫ ହଜାର ବର୍ଷ
ପୂର୍ବର କଥା, ଏହି ଭାରତ ସ୍ୱର୍ଗ ଥିଲା । ସେହି ସମୟରେ ଅନ୍ୟ କୌଣସି ଧର୍ମ ନ ଥିଲା । କେବଳ
ଗୋଟିଏ ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, ଯାହାକୁ ପରମପିତା ପରମାତ୍ମା ହିଁ ସ୍ଥାପନ କରିଥିଲେ
। ସ୍ୱର୍ଗର ସ୍ଥାପନା ପରମାତ୍ମା ହିଁ କରିବେ ନା । ମନୁଷ୍ୟ ତ କରିପାରିବ ନାହିଁ । ଏଭଳି ତ
କୁହାଯିବ ନାହିଁ ଯେ ଶ୍ରୀକୃଷ୍ଣ ରଚୟିତା ଅଟନ୍ତି । ନା, ରଚୟିତା କେବଳ ନିରାକାର ଶିବ ହିଁ ଅଟନ୍ତି
। ବାକି ସମସ୍ତେ ତାଙ୍କର ରଚନା । ରଚୟିତାଙ୍କଠାରୁ ହିଁ ରଚନାଙ୍କୁ ସମ୍ପତ୍ତି ମିଳିଥାଏ ।
ବାବା ବୁଝାଉଛନ୍ତି ମୁଁ ତୁମର ବେହଦର ପିତା ଅଟେ, ତୁମକୁ ୨୧ ଜନ୍ମ ପାଇଁ ବେହଦର ସମ୍ପତ୍ତି ଦେଉଛି
। ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ ପବିତ୍ର ଧର୍ମ ସ୍ଥାପନ କରୁଛି । ବ୍ରାହ୍ମଣ ଧର୍ମ ହେଉଛି ସବୁଠାରୁ
ଶ୍ରେଷ୍ଠ । ସର୍ବୋଚ୍ଚ ହେଲେ ଆତ୍ମିକ ପିତା ଯିଏକି ଆତ୍ମାମାନଙ୍କୁ ନିଜ ସମାନ କରୁଛନ୍ତି । ବାବା
ଜ୍ଞାନର ସାଗର, ସୁଖର ସାଗର ଅଟନ୍ତି, ତେଣୁ ତୁମକୁ ମଧ୍ୟ ସେହିଭଳି କରୁଛନ୍ତି । ଭାରତ ହିଁ
ସୁଖଧାମ ଥିଲା, ଏବେ ଦୁଃଖଧାମ ଅଟେ । ବାବା କିପରି ଆସୁଛନ୍ତି ଏହି କଥା କାହାକୁ ବି ଜଣା ନାହିଁ ।
ସତ୍ୟଯୁଗ ଆରମ୍ଭରୁ କଳିଯୁଗ ଅନ୍ତ ପର୍ଯ୍ୟନ୍ତ ଏହି ସାରା ଇତିହାସ ଭୂଗୋଳ ଭାରତର ହିଁ ଅଟେ । ଏହି
ଲକ୍ଷ୍ମୀ-ନାରାୟଣ କେତେ ସୁସ୍ଥ, ସମୃଦ୍ଧ ଥିଲେ । କେବେ ରୋଗରେ ପଡୁ ନ ଥିଲେ । ଏବେ କାଳ ଉପରେ
ବିଜୟ ପ୍ରାପ୍ତ କରିବା ପାଇଁ ଶିକ୍ଷା ଗ୍ରହଣ କରୁଛନ୍ତି । ଯାହାଙ୍କୁ କାଳର କାଳ ମହାକାଳ କୁହାଯାଏ
ସିଏ ଆସି ତୁମକୁ କାଳ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ନାମ ମଧ୍ୟ ଶୁଣିଲ ଶିବାୟ ନମଃ । ତୁମେ
ଏଭଳି ତ କହିବ ନାହିଁ ଯେ ପରମାତ୍ମା ସର୍ବବ୍ୟାପୀ ଅଟନ୍ତି, କୁକୁର ବିଲେଇ ଭିତରେ ଅଛନ୍ତି । ଏହାକୁ
କୁହାଯାଏ ଧର୍ମଗ୍ଲାନୀ । ବାବାଙ୍କର କେତେ ଗ୍ଲାନୀ କରୁଛନ୍ତି । ବର୍ତ୍ତମାନ ଏହା କଳ୍ପର ସଂଗମ
ସମୟ । ଏହି ସମୟ ପାଇଁ ବିନାଶ କାଳରେ ବିପରୀତ ବୁଦ୍ଧିର ଗାୟନ ରହିଛି । ଏବେ ବିନାଶ ତ ସମ୍ମୁଖରେ
ଉପସ୍ଥିତ । ଗୀତାରେ ମଧ୍ୟ ଲେଖା ହୋଇଛି - ଯାଦବ, କୌରବ, ପାଣ୍ଡବ କ’ଣ କରିଥିଲେ ।
ସର୍ବଶାସ୍ତ୍ରମୟୀ ଶିରୋମଣି ଶୀମଦ୍ ଭଗବଦ୍ ଗୀତା ହିଁ ଅଟେ, ସେଥିରୁ ପୁଣି ଅନ୍ୟ ସବୁ ଶାସ୍ତ୍ର
ଲେଖାଯାଇଛି । ତୁମେ ଜାଣିଛ ଗୀତା ହେଉଛି ଦେବତା ଧର୍ମର ଶାସ୍ତ୍ର । ବାବା କହୁଛନ୍ତି ମୁଁ ଆସି
ତୁମକୁ ଶୁଦ୍ରରୁ ବ୍ରାହ୍ମଣ କରୁଛି, ପୁଣି ବ୍ରାହ୍ମଣରୁ ଦେବୀ-ଦେବତା କରୁଛି । ପୁଣି ତୁମେ
କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହେଉଛ । ବାବା ବୁଝାଉଛନ୍ତି ତୁମେ ୮୪ ଜନ୍ମ କିପରି ନେଉଛ! ସବୁଠାରୁ
ଅଧିକ ଜନ୍ମ ନିଶ୍ଚିତ ସେହିମାନେ ନେଉଛନ୍ତି ଯେଉଁମାନେ ପ୍ରଥମେ ପ୍ରଥମେ ସତ୍ୟଯୁଗରେ ଆସୁଛନ୍ତି ।
ତୁମେ ଭାରତବାସୀମାନେ ସର୍ବାଧିକ ୮୪ ଜନ୍ମ ନେଇଛ, କେହି କେହି ଅତି କମ୍ରେ ଗୋଟିଏ ଜନ୍ମ ମଧ୍ୟ
ନେଇଥାନ୍ତି । ଏହି କଥା ମଧ୍ୟ ବାବା ହିଁ ଆସି ବୁଝାଉଛନ୍ତି । ବାବାଙ୍କ ବିନା ଅନ୍ୟ କାହାକୁ
ଜ୍ଞାନର ସାଗର କୁହାଯାଇପାରିବ ନାହିଁ । ପତିତ-ପାବନ ଜ୍ଞାନର ସାଗର କହିବା ଦ୍ୱାରା ବୁଦ୍ଧି ଉପରକୁ
ଚାଲି ଯାଇଥାଏ । ବାବା ହିଁ ସମସ୍ତଙ୍କୁ ମୁକ୍ତ କରି ଘରକୁ ଫେରାଇ ନେଇଯାଉଛନ୍ତି, ସମସ୍ତଙ୍କର
ସଦଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି । ଆଚ୍ଛା, ତେବେ ସମସ୍ତଙ୍କର ଦୁର୍ଗତି କିପରି ହେଉଛି?
କିଏ କରାଉଛି? ସଦଗତି ସତ୍ୟଯୁଗକୁ, ଦୁର୍ଗତି କଳିଯୁଗକୁ କୁହାଯାଉଛି । ବାବା କହୁଛନ୍ତି ମୁଁ କଳ୍ପ
କଳ୍ପ ଆସି ତୁମମାନଙ୍କୁ ସଦ୍ଗତି ଦେଉଛି । ତୁମେ ପିଲାମାନେ ସାରା ବିଶ୍ୱର ଇତିହାସ-ଭୂଗୋଳକୁ
ଜାଣିଛ । ସ୍କୁଲମାନଙ୍କରେ ତ ଅଧା ଇତିହାସ-ଭୂଗୋଳର ଶିକ୍ଷା ଦେଉଛନ୍ତି । ସତ୍ୟଯୁଗ-ତ୍ରେତାଯୁଗରେ
କିଏ ରାଜତ୍ୱ କରୁଥିଲେ ଏକଥା କାହାକୁ ବି ଜଣାନାହିଁ । ଚିତ୍ର ମଧ୍ୟ ରହିଛି - ଏହି
ଲକ୍ଷ୍ମୀ-ନାରାୟଣ ହିଁ ରାଜତ୍ୱ କରୁଥିଲେ । କେତେ ସମୟ ସେହି ରାଜଧାନୀ ଚାଲିଥିଲା ସେକଥା ତୁମେ
ହିଁ କହିପାରିବ । ଖ୍ରୀଷ୍ଟିୟାନ ମାନଙ୍କର ରାଜବଂଶ ଦୁଇ ହଜାର ବର୍ଷ ଚାଲିଲା । ବୌଦ୍ଧ ଧର୍ମର
ରାଜବଂଶ ଏତେ ସମୟ ଚାଲିଲା । ଇସ୍ଲାମୀ... ତାଙ୍କ ପୂର୍ବରୁ ପୁଣି ଚନ୍ଦ୍ରବଂଶୀମାନେ ଥିଲେ
ଯେଉଁମାନଙ୍କର ରାଜବଂଶ ୧୨୫୦ ବର୍ଷ ଚାଲିଥିଲା । ସତ୍ୟଯୁଗ-ତ୍ରେତାଯୁଗରେ ସୂର୍ଯ୍ୟବଂଶୀ
ଚନ୍ଦ୍ରବଂଶୀମାନେ ହିଁ ଥିଲେ ଅନ୍ୟ କୌଣସି ଧର୍ମ ନ ଥିଲା । ତୁମେମାନେ ହିଁ ସୂର୍ଯ୍ୟବଂଶୀ
ଚନ୍ଦ୍ରବଂଶୀ ହେଉଛ । ଏବେ ତୁମେ ପୁନର୍ବାର ବ୍ରାହ୍ମଣବଂଶୀ ହୋଇଛ । ଏହି ସାରା ନାଟକ ଭାରତକୁ ନେଇ
ତିଆରି ହୋଇଛି । ଭାରତ ହିଁ ନର୍କ ଏବଂ ସ୍ୱର୍ଗ ହେଉଛି । ଅନ୍ୟ ଧର୍ମର ଆତ୍ମାମାନଙ୍କ ପାଇଁ
ସ୍ୱର୍ଗ ନର୍କ କୁହାଯିବ ନାହିଁ । ସେମାନେ ତ ସ୍ୱର୍ଗରେ ନ ଥା’ନ୍ତି । ଏଠାରେ ଯଦି କେହି
ମରିଯାଉଛନ୍ତି, ତେବେ କହୁଛନ୍ତି ସ୍ୱର୍ଗବାସୀ ହେଲା, କିନ୍ତୁ କିଛି ବୁଝିନାହାଁନ୍ତି ।
ନର୍କବାସୀମାନଙ୍କୁ ନର୍କରେ ହିଁ ଜନ୍ମ ନେବାକୁ ପଡିବ । ସ୍ୱର୍ଗବାସୀ ସ୍ୱର୍ଗରେ ହିଁ ପୁନର୍ଜନ୍ମ
ନେବେ । ତୁମେ ପିଲାମାନେ ଜାଣୁଛ ଯେ ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗବାସୀ ଥିଲେ । ସେମାନେ ଏହି
ରାଜଧାନୀ କିପରି ପାଇଲେ? ଲକ୍ଷ ଲକ୍ଷ ବର୍ଷର କଥା ତ ମନେ ରହିପାରିବ ନାହିଁ । ସତ୍ୟଯୁଗରେ
ଶାସ୍ତ୍ର ଆଦି କିଛି ନ ଥାଏ । ଏହା ସବୁ ଭକ୍ତିମାର୍ଗର ସାମଗ୍ରୀ । ସିଢିରେ ତଳକୁ ଓହ୍ଲାଇବାକୁ
ହିଁ ପଡିବ । ସତ୍ତ୍ୱପ୍ରଧାନରୁ ସତ୍ତ୍ୱ-ରଜୋ-ତମୋ, ଏହି ସିଢି ଓହ୍ଲାଇବା ପାଇଁ ୫ ହଜାର ବର୍ଷ
ଲାଗୁଛି । ସତ୍ୟଯୁଗରେ ୧୬ କଳା ସମ୍ପୂର୍ଣ୍ଣ ଏବଂ ତ୍ରେତା ଯୁଗରେ ଦୁଇକଳା କମ୍, ଆତ୍ମାରେ ରୂପାର
ଖାଦ ମିଶିଗଲା । ତାମ୍ରଯୁଗ ଦ୍ୱାପରକୁ ଆସିବା ପରେ ତମ୍ବାର ଖାଦ ମିଶିଗଲା । ବର୍ତ୍ତମାନ ଆତ୍ମା
ବିଲ୍କୁଲ୍ ତମୋପ୍ରଧାନ ହୋଇଯାଇଛି । ଆତ୍ମା ରୂପି ସୁନାରେ ବିକାର ରୂପୀ ଖାଦ ପଡିଥାଏ । ତୁମେମାନେ
ହିଁ ପୁରା ୮୪ ଜନ୍ମ ନେଉଛ । ଏହି କଥା ଆତ୍ମିକ ପିତା ଶିବବାବା ଆସି ଆତ୍ମିକ ପିଲାମାନଙ୍କୁ
ବୁଝାଉଛନ୍ତି । ତୁମକୁ ବର୍ତ୍ତମାନ ଆତ୍ମ-ଅଭିମାନୀ ହେବାକୁ ପଡିବ । ରାବଣର ପ୍ରବେଶତା ହେବା
କାରଣରୁ ସମସ୍ତେ ଦେହ-ଅଭିମାନୀ ହୋଇଯାଇଛନ୍ତି । ଏବେ ନିଜକୁ ଆତ୍ମା ଭାବିବାକୁ ହେବ । ଆମେମାନେ
ହିଁ ୮୪ ଜନ୍ମ ନେଇ ଭିନ୍ନ ଭିନ୍ନ ଅଭିନୟ କରି ଆସିଛେ । ଏବେ ୮୪ ଜନ୍ମର ଚକ୍ର ଶେଷ ହେଲା । ଏବେ ତ
ଶରୀର ମଧ୍ୟ ଜରାଜୀର୍ଣ୍ଣ ହୋଇଗଲାଣି । ଦ୍ୱାପର ଯୁଗଠାରୁ ରାବଣର ରାଜ୍ୟ ଆରମ୍ଭ ହୁଏ । ସତ୍ୟଯୁଗରେ
ରାମରାଜ୍ୟ ଥାଏ । ସତ୍ୟଯୁଗରେ ତୁମେ ଆତ୍ମ-ଅଭିମାନୀ ଥିଲ । ଦ୍ୱାପର, କଳିଯୁଗରେ ତୁମେ
ଦେହ-ଅଭିମାନୀ ହୋଇଯାଉଛ । ନା ଆତ୍ମାକୁ, ନା ପରମାତ୍ମାଙ୍କୁ ଜାଣିଛ ।
ବାବା ବୁଝାଉଛନ୍ତି - ଆତ୍ମା ଗୋଟିଏ ତାରକା ଅଟେ । ଭ୍ରୃକୁଟୀ ମଝିରେ ଗୋଟିଏ ବିଚିତ୍ର ତାରକା
ଚମକୁଛି... ତାକୁ ଦିବ୍ୟ ଦୃଷ୍ଟି ବିନା ଦେଖି ହେବ ନାହିଁ । ସିଏ ବିଲ୍କୁଲ୍ ସୂକ୍ଷ୍ମ ଅଟେ ।
ଆତ୍ମା ହିଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀର ନେଇଥାଏ । ଆମେ ଆତ୍ମାମାନେ ୮୪ ଜନ୍ମ ନେଇଛେ ।
ପରମପିତା ପରମାତ୍ମା ମଧ୍ୟ ବିନ୍ଦୁ ଅଟନ୍ତି, ତାଙ୍କୁ ହିଁ ଜ୍ଞାନର ସାଗର, ପତିତ-ପାବନ, ଜ୍ଞାନର
ଭଣ୍ଡାର କୁହାଯାଉଛି । ତାଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଛି । ସୃଷ୍ଟି ରୂପୀ
ବୃକ୍ଷର ବୀଜରୂପ ହୋଇଥିବା କାରଣରୁ ତାଙ୍କୁ ସତ୍-ଚିତ୍-ଆନନ୍ଦ ସ୍ୱରୂପ କୁହାଯାଉଛି । ବାବାଙ୍କ
ପାଖରେ ଯେଉଁ ଜ୍ଞାନ ରହିଛି ତାକୁ ନିଶ୍ଚିତ ଶୁଣାଇବାକୁ ପଡିବ । ଏହା ହେଉଛି ଆଧ୍ୟାତ୍ମିକ ଜ୍ଞାନ
। ସମସ୍ତ ଆତ୍ମାଙ୍କର ପିତା ଆସି ଆତ୍ମାମାନଙ୍କୁ ପଢାଉଛନ୍ତି । ତୁମକୁ ଆତ୍ମ ଅଭିମାନୀ ହେବାର ଅଛି
। ଶିବବାବା ଆମକୁ ପଢାଉଛନ୍ତି, ସିଏ ହିଁ ଜ୍ଞାନର ଭଣ୍ଡାର ଅଟନ୍ତି । ବାବା ହିଁ ଆସି ସ୍ୱର୍ଗର
ରଚନା କରୁଛନ୍ତି । ତୁମକୁ ସ୍ୱର୍ଗ ପାଇଁ ଯୋଗ୍ୟ କରୁଛନ୍ତି । ଏହି ସୃଷ୍ଟିଚକ୍ରର ରହସ୍ୟ କୌଣସି
ମନୁଷ୍ୟ ଜାଣିନାହାଁନ୍ତି । ପିତାଙ୍କୁ ନ ଜାଣିବା କାରଣରୁ ହିଁ ଭାରତର ଅବସ୍ଥା ଏହିପରି ହୋଇଯାଇଛି
। ଭାରତରେ ପବିତ୍ରତା ଥିଲା, ତେଣୁ ଶାନ୍ତି ଏବଂ ସମୃଦ୍ଧି ମଧ୍ୟ ଥିଲା । ଏବେ ତ ନର୍କ ହିଁ ଅଟେ,
ତେଣୁ ବର୍ତ୍ତମାନ କେହି କିପରି ସ୍ୱର୍ଗକୁ ଯାଇପାରିବ! ବିଲକୁଲ୍ ପଥରବୁଦ୍ଧି ହୋଇ ଯାଇଛନ୍ତି ।
ବାବା କହୁଛନ୍ତି ମୁଁ ପିଲାମାନଙ୍କ ପାଇଁ କିଛି ତ ଉପହାର ଆଣି ଆସିବି ନା । ତୁମକୁ ସ୍ୱର୍ଗର
ମାଲିକ କରୁଛି । ଯେଉଁମାନେ କଳ୍ପପୂର୍ବରୁ ସମ୍ପତ୍ତି ନେଇଛନ୍ତି, ସେହିମାନେ ହିଁ ଏବେ ନେବେ ।
ମନୁଷ୍ୟରୁ ଦେବତା ହେବେ । ବାସ୍ତବରେ ପ୍ରଜାପିତା ବ୍ରହ୍ମାଙ୍କର ତ ସମସ୍ତେ ସନ୍ତାନ । ଏବେ
ବ୍ରହ୍ମାଙ୍କ ଦ୍ୱାରା ଶିବବାବା ସନ୍ତାନ ରଚନା କରୁଛନ୍ତି । ବ୍ରହ୍ମାକୁମାର କୁମାରୀଙ୍କ ସଂଖ୍ୟା
ବଢି ଚାଲିଛି । ଶିବବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ପୁରୁଷାର୍ଥ କରିବାର ଅଛି, ତମୋପ୍ରଧାନରୁ
ସତ୍ୱପ୍ରଧାନ ହେବାର ଅଛି । ବାବା କହୁଛନ୍ତି ହେ ପିଲାମାନେ ମୋତେ ସ୍ମରଣ କର ତେବେ ତୁମର ସବୁ
ବିକର୍ମ ବିନାଶ ହୋଇଯିବ । ଏହି ଆଧ୍ୟାତ୍ମିକ ଜ୍ଞାନ ବାବାଙ୍କ ବ୍ୟତୀତ ଆଉ କେହି ଦେଇପାରିବେ ନାହିଁ
। ଆତ୍ମିକ ପିତା ହିଁ ଆତ୍ମାମାନଙ୍କୁ ଜ୍ଞାନ ଦେଉଛନ୍ତି । ତୁମେ ଆତ୍ମିକ ଯାତ୍ରା କରୁଛ ।
ଦେହ-ଅଭିମାନକୁ ଛାଡି ଦେହୀ-ଅଭିମାନୀ ହେଉଛ । ଆତ୍ମା ଅବିନାଶୀ ଅଟେ । ଆତ୍ମାରେ ହିଁ ସବୁ ଅଭିନୟ
ଭରି ହୋଇ ରହିଛି । ଆତ୍ମା କିପରି ୮୪ ଜନ୍ମର ଅଭିନୟ କରୁଛି ଏବେ ତାହା ଜଣାପଡୁଛି । ଆମେ
ସୂର୍ଯ୍ୟବଂଶୀ ଥିଲୁ ପୁଣି ଚନ୍ଦ୍ରବଂଶୀ ହେଲୁ ପୁଣି ଆମକୁ ସୂର୍ଯ୍ୟବଂଶୀ ହେବାର ଅଛି । ଏବେ ବାବା
ସତ୍ତ୍ୱପ୍ରଧାନ ହେବାର ଶିକ୍ଷା ଦେଉଛନ୍ତି, କେବଳ ମୋତେ ସ୍ମରଣ କର । ଭଗବାନଉବାଚ - ଗୀତାର ଭଗବାନ
ଶିବବାବା ଅଟନ୍ତି, ଶ୍ରୀକୃଷ୍ଣ ନୁହଁନ୍ତି । ଶ୍ରୀକୃଷ୍ଣଙ୍କର ଆତ୍ମା ମଧ୍ୟ ଏବେ ଶିକ୍ଷା ଗ୍ରହଣ
କରୁଛି । ଆଚ୍ଛା!
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆତ୍ମିକ
ଯାତ୍ରା ଅର୍ଥାତ୍ ଯୋଗର ଯାତ୍ରା ନିଜେ କରିବା ସହିତ ଅନ୍ୟକୁ କରାଇବାକୁ ହେବ । ନିଜକୁ
ସତ୍ତ୍ୱପ୍ରଧାନ କରିବା ପାଇଁ ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଆତ୍ମ-ଅଭିମାନୀ ହେବାର
ପୂରା ପୂରା ପୁରୁଷାର୍ଥ କରିବାକୁ ହେବ ।
(୨) କାଳ ଉପରେ ବିଜୟ
ପ୍ରାପ୍ତ କରିବା ପାଇଁ ବାବାଙ୍କର ଶିକ୍ଷା ପ୍ରତି ଧ୍ୟାନ ଦେବାକୁ ହେବ । ନିଜକୁ ଆତ୍ମା ମନେ କରି
ଆତ୍ମାମାନଙ୍କୁ ଜ୍ଞାନ ଦେବାକୁ ହେବ ।
ବରଦାନ:-
ବାପଦାଦାଙ୍କର
କର୍ତ୍ତବ୍ୟକୁ ନିଜର ଲକ୍ଷ୍ୟ ବିନ୍ଦୁ କରୁଥିବା ମାଷ୍ଟର ମର୍ଯ୍ୟାଦା ପୁରୁଷୋତ୍ତମ ଭବ ।
କଥାରେ ଅଛି “ନିଜେ
ବାଟିଲେ ନିଶା ଚଢିବ” ଅର୍ଥାତ୍ ଅନ୍ୟର ରୋଜଗାର ଉପରେ କେବେ ବି ଦୃଷ୍ଟିଦେବା ଉଚିତ୍ ନୁହେଁ ।
ଅନ୍ୟ କାହାର ନିଶାକୁ ନିଜର ଲକ୍ଷ୍ୟ ବିନ୍ଦୁ କରିବା ପରିବର୍ତ୍ତେ ବାପଦାଦାଙ୍କର ଗୁଣ ଏବଂ
କର୍ତ୍ତବ୍ୟକୁ ନିଜର ଲକ୍ଷ୍ୟ ବିନ୍ଦୁ କର । ବାପଦାଦାଙ୍କ ସହିତ ଅଧର୍ମର ବିନାଶ ଏବଂ ସତ୍ୟଧର୍ମର
ସ୍ଥାପନାର କର୍ତ୍ତବ୍ୟରେ ସହଯୋଗୀ ହୁଅ । ତେବେ ଅଧର୍ମ ବିନାଶ କରିବାବାଲା କେବେ ବି ଅଧର୍ମର
କାର୍ଯ୍ୟ ବା ଦୈବୀ ମର୍ଯ୍ୟାଦାକୁ ଭଙ୍ଗ କରିବାରେ କାର୍ଯ୍ୟ କରିପାରିବେ ନାହିଁ । ସେମାନେ ମାଷ୍ଟର
ମର୍ଯ୍ୟାଦା ପୁରୁଷୋତ୍ତମ ହୋଇଥାଆନ୍ତି ।
ସ୍ଲୋଗାନ:-
ଜ୍ଞାନବାନ ଆତ୍ମା
ହୋଇ ଯଦି ବ୍ୟର୍ଥ ପ୍ରଶ୍ନଗୁଡିକୁ ସ୍ୱାହା କରିଦିଅ, ତେବେ ତୁମର ସମୟ ବଞ୍ଚିଯିବ ।
ମାତେଶ୍ୱରୀଜୀଙ୍କର
ଅମୂଲ୍ୟ ମହାବାକ୍ୟ:-
ଜିସ୍କା ସାଥୀ ହେ
ଭଗବାନ ଉସ୍କୋ କ୍ୟା କରେ ଅନ୍ଧି ଔର ତୁଫାନ....
ଦେଖ ଏହି ଗୀତ ସିଦ୍ଧ
କରିଦେଉଛି କି ଆତ୍ମା ଏବଂ ପରମାତ୍ମା ଦୁଇଟି ଜିନିଷ, ଈଶ୍ୱର ସର୍ବବ୍ୟାପୀ ନୁହଁନ୍ତି କାରଣ ଯାହାର
ସାଥୀ ସ୍ୱୟଂ ଈଶ୍ୱର ସେ ଏଠାରେ ଉପସ୍ଥିତ ଥାଇ ମଧ୍ୟ ସୃଷ୍ଟିର ଏତେ ଦୁଃଖ କାହିଁକି ରହିଛି?
ମନୁଷ୍ୟ ଏତେ କାଙ୍ଗାଳ ଗରୀବ କାହିଁକି? ପରମାତ୍ମା ତ ସୁଖ ସ୍ୱରୂପ ଅଟନ୍ତି । ତେଣୁ ତାଙ୍କୁ
ସର୍ବବ୍ୟାପୀ କହିବାର ଅର୍ଥ ତାଙ୍କର ଗ୍ଳାନୀ କରିବା । ଭଗବାନଙ୍କର ଉପସ୍ଥିତିରେ ଦୁନିଆ ସୁଖ
ସ୍ୱରୂପ ହେବା ଦରକାର ନା ଦୁଃଖ ରୂପ? ତେବେ ପୁଣି ପରମାତ୍ମାଙ୍କୁ ଡାକିବା କ’ଣ ଦରକାର? ତେଣୁ
ବର୍ତ୍ତମାନ ସମୟରେ ମାୟା ସର୍ବବ୍ୟାପୀ, ପରମାତ୍ମା ଏଠାରେ ଉପସ୍ଥିତ ନାହାଁନ୍ତି । ପରମାତ୍ମା
ସଂଗମରେ କେବଳ ଗୋଟିଏ ଥର ଆସିଥାଆନ୍ତି, ସେତେବେଳେ ତାଙ୍କୁ ହାଜିର ନାଜିର କହିପାରିବ, ବାକି
ତାଙ୍କର ସ୍ମୃତି ସମସ୍ତଙ୍କ ହୃଦୟରେ ନିଶ୍ଚିତ ବ୍ୟାପକ ଭାବେ ରହିଛି । ପ୍ରତ୍ୟେକଙ୍କର ଶରୀରକୁ
ପରିଚାଳନା କରୁଥିବା ଶକ୍ତି ତ ତାଙ୍କର ଭିନ୍ନ ଭିନ୍ନ ସଂସ୍କାରଯୁକ୍ତ ଆତ୍ମା ଅଟେ ନା କି ପରମାତ୍ମା
। ଏବେ ଏହା ବିଚାର କରିବାର କଥା କି ପରମାତ୍ମାଙ୍କୁ ସାଥୀ କାହିଁକି କରିଛୁ? ଏହି ମାୟାର ଆନ୍ଧି
ତୋଫାନକୁ ପାରି କରିବା ପାଇଁ, ତେବେ ନିଶ୍ଚିତ ମାୟାର କୌଣସି ତୋଫାନ ରହିଛି ସେଥିରୁ ପାରି ହେବା
ପାଇଁ ସେହି ପରମାତ୍ମାଙ୍କର ସହଯୋଗ ଆମେ ଆତ୍ମାମାନେ ମାଗୁଛୁ, ଯଦି ସେ ଏଠାରେ ଉପସ୍ଥିତ ଥାଆନ୍ତେ
ତେବେ ନା ମାୟାର ଜଞ୍ଜାଳ ଥାଆନ୍ତା, ନା ତାଙ୍କର ସହଯୋଗ ପାଇବା ପାଇଁ ତାଙ୍କୁ ସ୍ମରଣ କରିବାକୁ
ପଡିଥାଆନ୍ତା । ତେଣୁ ଆମେ ଆତ୍ମା ଏବଂ ପରମାତ୍ମା, ଉଭୟଙ୍କର ଏହି ଖେଳରେ ଅଭିନୟ ରହିଛି । ତେଣୁ
ଯେତେବେଳେ ପରମାତ୍ମା ଆସୁଛନ୍ତି ସେତେବେଳେ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସାଥୀରେ ରଖି ତାଙ୍କର
ହୋଇଯିବାକୁ ହେବ ତେବେ ଯାଇ ମାୟାର ତୋଫାନରୁ ବଞ୍ଚିଯାଇପାରିବା । ଭଲେ ସମସ୍ତଙ୍କର ସୁଖଦାତା
କିନ୍ତୁ ଯିଏ ପ୍ରତ୍ୟକ୍ଷରେ ତାଙ୍କର ଶରଣ ନେଇଥାଏ ସେହିମାନଙ୍କୁ ହିଁ ତାଙ୍କର ସହଯୋଗ ପ୍ରାପ୍ତ
ହୋଇଥାଏ, ସେହି ସନ୍ତାନମାନଙ୍କୁ ଏକ୍ସଟ୍ରା ପ୍ରାପ୍ତି ହୋଇଥାଏ, ଭଲେ ସେ ଦୁନିଆକୁ ଆସି ଉପସ୍ଥିତ
ରହିଛନ୍ତି କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ଦୁନିଆ ତାଙ୍କୁ ନ ଜାଣିଥିବା କାରଣରୁ ତାଙ୍କର ସହଯୋଗ ନେଇ
ନ ଥାଏ । ଯଦି ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସାଥୀରେ ରଖିବେ ତେବେ ସେ ନିଶ୍ଚିତ ସହଯୋଗ ଦେବେ ।
କହିଥାଆନ୍ତି କି ତୁମେ ଗୋଟିଏ ପାଦ ଆଗକୁ ବଢାଇଲେ ସେ ଆଗକୁ ଦଶ ହାତ ପାଦ ସାଥ ଦେବେ, ତେବେ ସେ
ସମ୍ପୂର୍ଣ୍ଣ ସମ୍ପତ୍ତି ଦେଇଥାଆନ୍ତି ଯେଉଁଥିରେ କୌଣସି ଅପୂର୍ଣ୍ଣତା ନ ଥାଏ । ଆଚ୍ଛା!
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ଯଦି କୌଣସି ସଂକଳ୍ପ
ଆସୁଛି ତେବେ ତା’କୁ ଉପରକୁ ଅର୍ଥାତ୍ ବାବାଙ୍କୁ ଦେଇ ଦେଇ ନିଜେ ନିଃସକଳ୍ପ ହୋଇ ଆଗେଇ ଚାଲ ।
ବିଚାର ଦେବା ବା ଶିକ୍ଷା-ସାବଧାନୀ ହେବା ଅଲଗା କଥା କିନ୍ତୁ ନିଜେ ହଲଚଲ୍ ହୋଇଯିବା - ଏହା ଆଉ
ଗୋଟିଏ କଥା । ତେଣୁ ସର୍ବଦା ଏକରସ ସ୍ଥିତି ରହୁ । ସଂକଳ୍ପ ବାବାଙ୍କୁ ଦେଇଦିଅ ଏବଂ ନିଜେ
ନିଃସଂକଳ୍ପ ହୋଇଯାଅ । ସର୍ବଦା ଧ୍ୟାନ ରହୁ ଯେ ମୋତେ କର୍ମେନ୍ଦ୍ରିୟଜିତ୍ ହେବାକୁ ପଡିବ । କୌଣସି
ଗୋଟିଏ କର୍ମେନ୍ଦ୍ରିୟର ଆକର୍ଷଣ ମଧ୍ୟ ତୁମକୁ ଏକମାତ୍ର ବାବାଙ୍କର ହୋଇ ରହିବାକୁ ଦେବ ନାହିଁ କି
ଏକରସ ସ୍ଥିତିରେ ସ୍ଥିତ ହେବା ପାଇଁ ଦେବ ନାହିଁ ।