27.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ନିଜର ସତ୍ତ୍ୱପ୍ରଧାନ ଭାଗ୍ୟ ଗଢିବା ପାଇଁ ୟାଦରେ ରହିବାର ଖୁବ୍ ପୁରୁଷାର୍ଥ କର, ସର୍ବଦା ମନେ ରହୁ ଯେ ମୁଁ ଆତ୍ମା, ମୋତେ ବାବାଙ୍କଠାରୁ ପୂରା ସମ୍ପତ୍ତି ନେବାକୁ ହେବ ।”

ପ୍ରଶ୍ନ:-
ପିଲାମାନଙ୍କୁ ୟାଦର ଚାର୍ଟ ରଖିବା ପାଇଁ ମୁସ୍‌କିଲ୍ କାହିଁକି ଲାଗୁଛି?

ଉତ୍ତର:-
କାହିଁକି ନା କେତେକ ସନ୍ତାନ ୟାଦକୁ ଯଥାର୍ଥ ଭାବେ ବୁଝି ପାରୁ ନାହାଁନ୍ତି । ବସୁଛନ୍ତି ଯୋଗରେ ଆଉ ବୁଦ୍ଧି ବାହାରେ ଏଣେ ତେଣେ ଘୂରିବୁଲୁଛି, ଶାନ୍ତ ହେଉନାହିଁ । ତେଣୁ ସେମାନେ ବାୟୁମଣ୍ଡଳକୁ ଖରାପ କରିଥା’ନ୍ତି । ୟାଦ ତ କରୁ ହିଁ ନାହାଁନ୍ତି ତେଣୁ ଚାର୍ଟ କିପରି ଲେଖିବେ । ଯଦି କେହି ମିଛ ଲେଖୁଛନ୍ତି, ତେବେ ସେମାନଙ୍କୁ ବହୁତ ଦଣ୍ଡ ମିଳୁଛି । ସତ୍ୟ ପିତାଙ୍କୁ ତ ସତ୍ୟ ହିଁ ଜଣାଇବାକୁ ହେବ ।

ଗୀତ:-
ତକଦୀର ଜଗାକର ଆଇ ହୁଁ...

ଓମ୍ ଶାନ୍ତି ।
ଆତ୍ମିକ ସନ୍ତାନମାନଙ୍କୁ ତଥାପି ଆତ୍ମିକ ବାବା ପ୍ରତ୍ୟହ ବୁଝାଉଛନ୍ତି ଯେ ଯେତେ ସମ୍ଭବ ଦେହୀ-ଅଭିମାନୀ ହୁଅ । ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । କାହିଁକି ନା ତୁମେ ଜାଣିଛ ଆମେ ସେହି ବେହଦ ବାବାଙ୍କଠାରୁ ବେହଦ ସୁଖର ଭାଗ୍ୟ ଗଢିବାକୁ ଆସିଛୁ । ତେଣୁ ନିଶ୍ଚୟ ବାବାଙ୍କୁ ମନେ ପକାଇବାକୁ ହେବ । ପବିତ୍ର ସତ୍ତ୍ୱପ୍ରଧାନ ନ ହୋଇ ସତ୍ତ୍ୱପ୍ରଧାନ ଭାଗ୍ୟ ଗଢିପାରିବ ନାହିଁ । ଏହାକୁ ଭଲ ଭାବରେ ମନେ ରଖ । ମୂଳ କଥା ହେଉଛି ଗୋଟିଏ । ଏହାକୁ ନିଜ ପାଖରେ ଲେଖି ରଖ । ବାହୁରେ ନାମ ଲେଖିଥାନ୍ତି ନା । ତୁମେ ମଧ୍ୟ ଲେଖିଦିଅ - ମୁଁ ଏକ ଆତ୍ମା, ବେହଦ ବାବାଙ୍କଠାରୁ ମୁଁ ବର୍ସା ନେଉଛି କାହିଁକି ନା ମାୟା ଭୁଲାଇ ଦେଉଛି, ସେଥିପାଇଁ ହାତରେ ଲେଖି ଦେଲେ ବାରମ୍ବାର ମନେ ପଡିବ । ମନୁଷ୍ୟ ଭଗବାନଙ୍କ ସ୍ମରଣ କରିବା ନିମନ୍ତେ ବାହୁରେ ଓମ୍ ଅଥବା କୃଷ୍ଣଙ୍କ ଚିତ୍ର ଆଦି ଲଗାଇଥା’ନ୍ତି । ଏହା ତ ହେଉଛି ନୂଆରୁ ନୂଆ ୟାଦ । ଏହାକୁ କେବଳ ଅବିନାଶୀ ବାବା ହିଁ ବୁଝାଉଛନ୍ତି । ଏହାକୁ ବୁଝିବା ଦ୍ୱାରା ତୁମେ ସୌଭାଗ୍ୟଶାଳୀ ତ କ’ଣ ପଦ୍ମାପଦ୍ମ ଭାଗ୍ୟଶାଳୀ ହେଉଛ । ବାବାଙ୍କୁ ନ ଜାଣିବା କାରଣରୁ ତାଙ୍କୁ ୟାଦ ନ କରିବା କାରଣରୁ କାଙ୍ଗାଳ ହୋଇଯାଇଛ । କେବଳ ହିଁ ବାବା ଯିଏକି ସଦାକାଳ ପାଇଁ ଜୀବନକୁ ସୁଖୀ କରିବା ପାଇଁ ଆସିଛନ୍ତି । ଯଦିଓ ୟାଦ କରନ୍ତି ପରନ୍ତୁ ତାଙ୍କୁ ବିଲ୍‌କୁଲ୍ ଜାଣି ନାହାଁନ୍ତି । ବିଦେଶୀମାନେ ମଧ୍ୟ ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା ଭାରତବାସୀଙ୍କଠାରୁ ଶିଖିଛନ୍ତି । ଭାରତର ପତନ ହେବାରୁ, ସମସ୍ତଙ୍କର ପତନ ହୋଇଛି । ନିଜର ଏବଂ ସମସ୍ତଙ୍କର ପତନ ପାଇଁ ଭାରତ ହିଁ ଦାୟୀ । ବାବା କହୁଛନ୍ତି ମୁଁ ମଧ୍ୟ ଏଠାକୁ ଆସି ଭାରତକୁ ସ୍ୱର୍ଗ ସତ୍ୟଖଣ୍ଡ କରୁଛି । ଏପରି ସ୍ୱର୍ଗର ରଚୟିତାଙ୍କର କେତେ ଗ୍ଲାନି କରିଦେଇଛନ୍ତି । ଭୁଲିଯାଇଛନ୍ତି, ସେଥିପାଇଁ ଲେଖା ଅଛି - ୟଦା ୟଦା ୟଦା ହିଁ ଧମସ୍ୟ... ଏହାର ଅର୍ଥ ମଧ୍ୟ ବାବା ହିଁ ଆସି ବୁଝାଉଛନ୍ତି । ବଳିହାରୀ ତ ଏକା ବାବାଙ୍କର । ଏବେ ତୁମେ ଜାଣୁଛ ବାବା ଆସୁଛନ୍ତି ନିଶ୍ଚୟ । ଶିବ-ଜୟନ୍ତୀ ପାଳନ କରୁଛନ୍ତି, କିନ୍ତୁ ଶିବଜୟନ୍ତୀର ମହତ୍ୱ ରଖି ନାହାଁନ୍ତି । ଏବେ ତୁମେ ପିଲାମାନେ ଜାଣୁଛ ଜରୁର ଆସିଥିଲେ, ଯାହାର ଜୟନ୍ତୀ ପାଳନ କରୁଛନ୍ତି । ସେହି ସତ୍ୟଯୁଗୀ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କରୁଛନ୍ତି । ଅନ୍ୟ ସମସ୍ତେ ଜାଣିଛନ୍ତି ଯେ ଆମର ଧର୍ମ ଅମୁକ ସମୟରେ ଅମୁକ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ଦେବୀ-ଦେବତା ଧର୍ମ ହିଁ ଥିଲା । ଏହି ଧର୍ମ କିପରି ଲୋପ ପାଇଗଲା ତାହା ଆଦୌ ଜାଣି ନାହାଁନ୍ତି । ଏବେ ବାବା ଆସି ବୁଝାଉଛନ୍ତି - ବାବା ହିଁ ସବୁଠାରୁ ଶ୍ରେଷ୍ଠ, ଆଉ କାହାର ବି ମହିମା ନାହିଁ । ଧର୍ମସ୍ଥାପକଙ୍କର କ’ଣ ମହିମା କରାଯିବ । ବାବା ହିଁ ପବିତ୍ର ଦୁନିଆର ସ୍ଥାପନା ଏବଂ ପତିତ ଦୁନିଆର ବିନାଶ କରାଇ ତୁମକୁ ମାୟା ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ଏହା ହେଉଛି ବେହଦର କଥା । ସାରା ବେହଦ ଦୁନିଆ ଉପରେ ରାବଣ ରାଜ୍ୟ ଚାଲିଛି । ହଦର ଲଙ୍କା ଆଦିର କୌଣସି କଥା ନାହିଁ । ଏହି ହାର ଜିତ୍‌ର କାହାଣୀ ମଧ୍ୟ ସାରା ଭାରତର । ବାକି ସବୁ ହେଉଛି ଶାଖାପ୍ରଶାଖା । ଭାରତରେ ହିଁ ଦୁଇ ମୁକୁଟଧାରୀ ଏବଂ ଏକ ମୁକୁଟଧାରୀ ରାଜା ହୋଇଥା’ନ୍ତି ଆଉ ଯେଉଁ ସବୁ ବଡ-ବଡ ବାଦଶାହମାନେ ହୋଇକି ମରିଯାଇଛନ୍ତି, କାହା ଉପରେ ବି ଲାଇଟ୍‌ର ମୁକୁଟ ରହୁ ନାହିଁ କେବଳ ଦେବୀ-ଦେବତାଙ୍କ ବ୍ୟତୀତ । ଦେବତାମାନେ ତ ସ୍ୱର୍ଗର ମାଲିକ ଥିଲେ ନା । ବାସ୍ତବରେ ଶିବବାବାଙ୍କୁ ପରମପିତା, ପତିତ-ପାବନ କୁହାଯାଏ । ୟାଙ୍କୁ କିପରି ଲାଇଟ୍ ଦେଇ ପାରିବେ । ଲାଇଟ୍ ସେବେ ଦିଆଯାଇ ପାରିବ ଯେବେ ବିନା ଲାଇଟ୍ ପତିତ ହେବେ । ଶିବବାବା କେବେ ବିନା ଲାଇଟ୍‌ବାଲା ପତିତ ହୁଅନ୍ତି ନାହିଁ । ବିନ୍ଦୁ ଉପରେ କିପରି ଲାଇଟ୍ ଦେଇ ହେବ । ଅସମ୍ଭବ । ଦିନକୁ ଦିନ ତୁମକୁ ବହୁତ ଗୁହ୍ୟ ଗୁହ୍ୟ କଥା ବୁଝାଯାଉଛି, ଯିଏ ଯେତେ ବୁଦ୍ଧିରେ ଧାରଣ କରିପାରିବ । ମୁଖ୍ୟ ହେଉଛି ହିଁ ୟାଦର ଯାତ୍ରା । ଏଥିରେ ମାୟାର ବହୁତ ବିଘ୍ନ ପଡିଥାଏ । ଯଦିଓ କେହି ୟାଦର ଚାର୍ଟରେ ୫୦-୬୦ ପ୍ରତିଶତ ଲେଖି ମଧ୍ୟ ଦେଉଛନ୍ତି ପରନ୍ତୁ ବୁଝି ପାରୁ ନାହାଁନ୍ତି ଯେ ୟାଦର ଯାତ୍ରା କାହାକୁ କୁହାଯାଏ । ବାରମ୍ବାର ପଚାରୁଛନ୍ତି - ଏହି କଥାକୁ ୟାଦ କୁହାଯିବ କି? ବହୁତ ମୁସ୍‌କିଲ୍ । ତୁମେ ଏଠାରେ ୧୦-୧୫ ମିନିଟ୍ ବସୁଛ, ସେଥିରେ ମଧ୍ୟ ଯାଞ୍ଚ କର - ୟାଦରେ ଭଲ ଭାବରେ ରହିଛି? ବହୁତ ଅଛନ୍ତି ଯେଉଁମାନେ କି ୟାଦରେ ରହି ପାରୁ ନାହାଁନ୍ତି ତେଣୁ ସେମାନେ ବାୟୁମଣ୍ଡଳକୁ ଖରାପ କରିଦେଉଛନ୍ତି । ଅନେକ ଅଛନ୍ତି ଯେଉଁମାନେ କି ୟାଦରେ ନ ରହିବା କାରଣରୁ ବିଘ୍ନ ପକାଉଛନ୍ତି । ତେଣୁ ସାରାଦିନ ବୁଦ୍ଧି ବାହାରେ ଭ୍ରମିତ ହେଉଛି । ତାହା କଣ ଏଠାରେ ବସିଲେ ଶାନ୍ତ ହୋଇଯିବ, ସେଥିପାଇଁ ୟାଦର ଚାର୍ଟ ମଧ୍ୟ ରଖୁନାହାଁନ୍ତି । ମିଛ ଲେଖିବା ଦ୍ୱାରା ତ ଆହୁରି ଅଧିକ ଦଣ୍ଡ ପଡିବ । ବହୁତ ସନ୍ତାନମାନେ ଭୁଲ୍ କରୁଛନ୍ତି ଏବଂ ଲୁଚାଉଛନ୍ତି । ସତ୍ୟ କଥା କହୁ ନାହାଁନ୍ତି । ଯଦି ବାବା ପଚାରିଲେ ଏବଂ ମିଛ କହିଲ ତେବେ କେତେ ଦୋଷ ହୋଇଯିବ । କେତେ ବି ବଡ ନିକୃଷ୍ଟ କାମ କରିଥିବ ସତ୍ୟ ସତ୍ୟ କହିବାରେ ଲଜ୍ୱ୍ୟା ଆସିବ । ପ୍ରାୟତଃ ସବୁ ମିଛ କହିବେ । ମିଛ ମାୟା, ମିଛ କାୟା... ଅଟେ ନା, ଏକଦମ୍ ଦେହ-ଅଭିମାନରେ ଆସିଯାଉଛନ୍ତି । ସତ୍ୟ ଶୁଣାଇବା ତ ଭଲ କଥା, ଏହାଦ୍ୱାରା ଅନ୍ୟମାନେ ମଧ୍ୟ ଶିଖବେ । ଏଠାରେ ତ ସତ୍ୟ କହିବାକୁ ପଡିବ । ଜ୍ଞାନ ସହିତ ୟାଦର ଯାତ୍ରା ମଧ୍ୟ ଜରୁରୀ । କାହିଁକି ନା ୟାଦ ଯାତ୍ରା ଦ୍ୱାରା ହିଁ ନିଜର ଏବଂ ବିଶ୍ୱର କଲ୍ୟାଣ ହେବ । ଜ୍ଞାନ ବୁଝାଇବା ତ ବହୁତ ସହଜ । ୟାଦରେ ହିଁ ମେହେନତ ରହିଛି । ବାକି ବୀଜରୁ ବୃକ୍ଷ କିପରି ବାହାରୁଛି, ଏହା ତ ସମସ୍ତେ ଜାଣିଛନ୍ତି । ବୁଦ୍ଧିରେ ୮୪ ଜନ୍ମର ଚକ୍ର ରହିଛି, ବୀଜ ଏବଂ ବୃକ୍ଷର ଜ୍ଞାନ ରହିଛି ନା । ବାବା ତ ସତ୍ୟ, ଚୈତନ୍ୟ, ଜ୍ଞାନର ସାଗର ଅଟନ୍ତି । ତାଙ୍କ ପାଖରେ ହିଁ ବୁଝାଇବା ପାଇଁ ଜ୍ଞାନ ରହିଛି । ଏହା ହେଉଛି ବିଲ୍‌କୁଲ୍ ଅସାଧାରଣ କଥା । ଏହା ହେଉଛି ମନୁଷ୍ୟ ସୃଷ୍ଟିରୂପୀ ବୃକ୍ଷ । ଏହା ମଧ୍ୟ କାହାକୁ ଜଣା ନାହିଁ । ସମସ୍ତେ ନେତି-ନେତି କରି ଚାଲିଗଲେ । ଅବଧିକୁ ହିଁ ନ ଜାଣିଥିଲେ ବାକି କ’ଣ ଜାଣିବେ । ତୁମ ମଧ୍ୟରେ ବି ବହୁତ କମ୍ ଅଛନ୍ତି ଯେଉଁମାନେ ଭଲ ଭାବରେ ଜାଣିଛନ୍ତି, ସେଥିପାଇଁ ସେମିନାର୍ (ଆଲୋଚନା ଚକ୍ର) ମଧ୍ୟ ଡକାଇଥାଆନ୍ତି । ନିଜ-ନିଜର ବିଚାର ଦିଅନ୍ତୁ । ବିଚାର ତ ଯେକେହି ବି ଦେଇପାରିବେ । ଏପରି ନୁହେଁ ଯେ ଯାହାଙ୍କର ନାମ ଅଛି ସେଇମାନେ ହିଁ କେବଳ ବିଚାର ଦେବେ । ଆମର ନାମ ତ ନାହିଁ, ଆମେ କିପରି ବିଚାର ଦେବୁ । ଏଭଳି ଭାବନା ଠିକ୍ ନୁହେଁ, କେହି ବି ସେବା ଅର୍ଥେ କୌଣସି ବିଚାର ଥିଲେ, ଉପଦେଶ ଥିଲେ ଲେଖିପାରିବ । ବାବା କହୁଛନ୍ତି ଯେ ମନରେ କୌଣସି ବିଚାର ଆସିଲେ ଲେଖିବା ଦରକାର ଯେ ବାବା ଏହି ଉପାୟରେ ସେବା ବହୁତ ବଢିପାରିବ । ଯେକେହି ବି ରାୟ ଦେଇପାରିବେ । ଦେଖିବା କେଉଁ-କେଉଁ ପ୍ରକାରର ବିଚାର ଦେଇଛନ୍ତି । ବାବା ତ କହୁଛନ୍ତି - କେଉଁ ଯୁକ୍ତିରେ ଆମେ ଭାରତର କଲ୍ୟାଣ କରିବୁ, ସମସ୍ତଙ୍କୁ ସନ୍ଦେଶ ଦେବୁ । ପରସ୍ପର ମଧ୍ୟରେ ବିଚାର ବିମର୍ଶ କରି ବାବାଙ୍କ ପାଖକୁ ଲେଖି ପଠାଅ । ମାୟା ସମସ୍ତଙ୍କୁ ଭୁଲାଇ ଶୁଆଇ ଦେଇଛି । ବାବା ସେତେବେଳେ ଆସନ୍ତି ଯେତେବେଳେ ମୃତ୍ୟୁ ସମ୍ମୁଖରେ ଥାଏ, ବର୍ତ୍ତମାନ ବାବା କହୁଛନ୍ତି ସମସ୍ତଙ୍କର ଏବେ ବାନପ୍ରସ୍ଥ ଅବସ୍ଥା, ପଢ ବା ନପଢ, ନିଶ୍ଚୟ ମରିବାକୁ ହେବ । ପ୍ରସ୍ତୁତି କର ବା ନ କର, ନୂଆ ଦୁନିଆ ନିଶ୍ଚୟ ସ୍ଥାପନ ହେବ । ଯେଉଁମାନେ ଭଲ ଭଲ ସନ୍ତାନ ଅଛନ୍ତି, ସେମାନେ ନିଜର ପ୍ରସ୍ତୁତି କରୁଛନ୍ତି । ସୁଦାମାଙ୍କ ଉଦାହରଣର ଗାୟନ ମଧ୍ୟ ରହିଛି - ମୁଠାଏ ଚାଉଳ ନେଇ ଆସିଲେ । ବାବା ଆମକୁ ମଧ୍ୟ ମହଲ ମିଳିବା ଦରକାର । ତାଙ୍କ ପାଖରେ ତ ଚାଉଳ ମୁଠିଏ ହିଁ ଅଛି ତେବେ କ’ଣ କରିବେ । ବାବା ମଧ୍ୟ ମମ୍ମାଙ୍କ ଉଦାହରଣ ଦେଉଛନ୍ତି - ଚାଉଳ ମୁଠାଏ ମଧ୍ୟ ଆଣିନଥିଲେ । ତଥାପି କେତେ ଉଚ୍ଚ ପଦ ପାଇଗଲେ, ଏଥିରେ ପଇସାର କୌଣସି କଥା ନାହିଁ । ୟାଦରେ ରହିବାକୁ ହେବ ଏବଂ ନିଜ ସମାନ କରିବାକୁ ହେବ । ବାବାଙ୍କର ତ କୌଣସି ପାଉଣା ଆଦି ନେବାର ନାହିଁ । ଭାବୁଛନ୍ତି ଆମ ପାଖରେ ପଇସା ପଡିରହିଛି, ତେବେ କାହକିଁ ନା ଯଜ୍ଞରେ ସ୍ୱାହା ନକରିବୁ । ବିନାଶ ତ ନିଶ୍ଚୟ ହେବ । ସବୁ ବ୍ୟର୍ଥ ହୋଇଯିବ । ସେଥିରୁ କିଛି ତ ସଫଳ କରିଦିଏ । ପ୍ରତ୍ୟେକ ମନୁଷ୍ୟ କିଛି ନା କିଛି ଦାନ ପୁଣ୍ୟ ଆଦି ନିଶ୍ଚୟ କରିଥାନ୍ତି । ତାହା ହେଉଛି ପାପ ଆତ୍ମାମାନଙ୍କର ପାପ ଆତ୍ମାମାନଙ୍କୁ ଦାନ-ପୁଣ୍ୟ । ତଥାପି ତା’ର ଅଳ୍ପକାଳ ପାଇଁ ଫଳ ମିଳିଥାଏ । ମନେ କର କେହି ୟୁନିଭରସିଟୀ, କଲେଜ ଆଦି ତିଆରି କରୁଛନ୍ତି, ପଇସା ଅଧିକ ଅଛି, ଧର୍ମଶାଳା ଆଦି ତିଆରି କରୁଛନ୍ତି ତେବେ ତାଙ୍କୁ ପରଜନ୍ମରେ ଘରଦ୍ୱାର ଆଦି ଭଲ ମିଳିଯିବ । କିନ୍ତୁ ରୋଗ ଆଦି ତ ହେବ ନା । ମନେକର କେହି ଡାକ୍ତରଖାନା ତିଆରି କରିଥିବେ, ତେବେ ତାଙ୍କର ସ୍ୱାସ୍ଥ୍ୟ ଭଲ ରହିବ । କିନ୍ତୁ ତାହା ଦ୍ୱାରା ସବୁ କାମନା ତ ପୁରଣ ହୋଇନଥାଏ । ଏଠାରେ ତ ବେହଦ ବାବାଙ୍କ ଦ୍ୱାରା ତୁମର ସବୁ କାମନା ପୂର୍ଣ୍ଣ ହୋଇଯାଉଛି ।

ତୁମେ ନିଜେ ପବିତ୍ର ହେଉଛ, ତେଣୁ ତୁମର ସବୁ ଧନ ବିଶ୍ୱକୁ ପାବନ କରାଇବାରେ ଲଗାଇବା ଉଚିତ୍ ନା । ମୁକ୍ତି-ଜୀବନମୁକ୍ତି ଦେଉଛି, ତାହା ମଧ୍ୟ ଅଧାକଳ୍ପ ପାଇଁ । ସମସ୍ତେ କହୁଛନ୍ତି ଆମକୁ ଶାନ୍ତି କିପରି ମିଳିବ । ଶାନ୍ତି ତ ଶାନ୍ତିଧାମରେ ମିଳିବ ଏବଂ ସତ୍ୟଯୁଗରେ ଏକ ଧର୍ମ ଥିବା କାରଣରୁ ସେଠାରେ ଅଶାନ୍ତି ରହିବ ନାହିଁ । ଅଶାନ୍ତି ଥାଏ ରାବଣ ରାଜ୍ୟରେ । ଗାୟନ ମଧ୍ୟ ରହିଛି ନା - ରାମ ରାଜା ରାମ ପ୍ରଜା... ତାହା ହେଉଛି ଅମରଲୋକ । ଅମରଲୋକରେ ମୃତ୍ୟୁ ଅକ୍ଷର ରହିବ ନାହିଁ । ଏଠାରେ ତ ବସୁ-ବସୁ ଅଚାନକ ମରିଯାଉଛନ୍ତି, ଏହାକୁ ମୃତ୍ୟୁଲୋକ, ତାକୁ ଅମରଲୋକ କୁହାଯାଏ । ସେଠାରେ ଅକାଳ ମୃତ୍ୟୁ ହୁଏ ନାହିଁ । ଗୋଟିଏ ପୁରୁଣା ଶରୀର ଛାଡିବା ପରେ ପୁଣି ଶିଶୁ ଜନ୍ମ ନିଅନ୍ତି । ରୋଗ ହୁଏ ନାହିଁ । ତୁମର କେତେ ଫାଇଦା ହେଉଛି । ଶ୍ରୀ ଶ୍ରୀଙ୍କ ମତରେ ତୁମେ ସଦା ନିରୋଗୀ ହେଉଛ । ତେଣୁ ଏପରି ରୁହାନୀ ସେଣ୍ଟର କେତେ ଖୋଲିବା ଉଚିତ୍ । ଅଳ୍ପ କେତେ ଜଣ ଆସିଲେ ମଧ୍ୟ ଏହା କ’ଣ କମ୍ କଥା କି । ବର୍ତ୍ତମାନ ସମୟରେ କୌଣସି ବି ମନୁଷ୍ୟ ଡ୍ରାମାର ଅବଧି୍‌କୁ ଜାଣିନାହାଁନ୍ତି । ପଚାରନ୍ତି ତୁମକୁ ପୁଣି ଏସବୁ କିଏ ଶିଖାଇଲେ । ଆରେ, ଆମକୁ ବାବା ଶିଖାଉଛନ୍ତି । ଏତେ ଢେର ବ୍ରହ୍ମାକୁମାର-କୁମାରୀ ଅଛନ୍ତି । ତୁମେ ମଧ୍ୟ ହେଉଛ ବି.କେ ଶିବବାବାଙ୍କର ସନ୍ତାନ । ତୁମେ ପ୍ରଜାପିତା ବ୍ରହ୍ମାଙ୍କର ମଧ୍ୟ ସନ୍ତାନ ଅଟ । ଇଏ ହେଲେ ମନୁଷ୍ୟମାନଙ୍କର ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର (ଆଦିପିତା) । ଏହାଙ୍କଠାରୁ ଆମେ ବି.କେମାନେ ସୃଷ୍ଟି ହୋଇଛୁ । କୁଟୁମ୍ବ ସବୁ ଥାଏ ନା । ତୁମର ଦେବୀ-ଦେବତା କୁଳ ବହୁତ ସୁଖଦାୟୀ ଥିଲା । ଏଠାରେ ତୁମେ ଉତ୍ତମ ହେଉଛ ପୁଣି ସେଠାରେ ରାଜ୍ୟ କରୁଛ । ଏହା କାହାର ବୁଦ୍ଧିରେ ରହିବ ନାହିଁ । ଏହା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ଯେ ଦେବତାମାନଙ୍କ ପାଦ ଏହି ତମୋପ୍ରଧାନ ଦୁନିଆରେ ପଡିପାରିବ ନାହିଁ । ଜଡ ଚିତ୍ରର ପରଛାୟୀ ପଡିପାରେ । ଚୈତନ୍ୟରେ ଦେବାଦେବୀଙ୍କ ପାଦ ଏଠାରେ ପଡିପାରିବ ନାହିଁ । ତେଣୁ ବାବା ବୁଝାଉଛନ୍ତି - ପିଲାମାନେ, ପ୍ରଥମତଃ ୟାଦର ଯାତ୍ରାରେ ରୁହ ଏବଂ କୌଣସି ବିକର୍ମ କର ନାହିଁ ତଥା ସେବାର ଯୁକ୍ତି ବାହାର କର । ପିଲାମାନେ କହୁଛନ୍ତି- ବାବା, ଆମେ ତ ଲକ୍ଷ୍ମୀ-ନାରାୟଣଙ୍କ ପରି ହେବୁ । ବାବା କହୁଛନ୍ତି ତୁମ ମୁଖରେ ଗୋଲାପ । କିନ୍ତୁ ଏଥିପାଇଁ ମେହନତ ମଧ୍ୟ କରିବାକୁ ହେବ । ଉଚ୍ଚ ପଦ ପାଇବାକୁ ହେଲେ ନିଜ ସମାନ ତିଆରି କରିବାର ସେବା କର । ତୁମେ ଦିନେ ଦେଖିବ - ଜଣେ-ଜଣେ ପଣ୍ଡା ନିଜ ସାଥିରେ ୧୦୦-୨୦୦ ଯାତ୍ରୀ ମଧ୍ୟ ନେଇ ଆସିବେ । ଆଗକୁ ଗଲେ ଦେଖିବ । ପୂର୍ବରୁ କ’ଣ କିଛି କହିହେବ କି । ଯାହା ହେଉଥିବ ତାହା ଦେଖୁଥିବ ।

ଏହା ହେଉଛି ବେହଦର ଡ୍ରାମା । ବାବାଙ୍କ ସହିତ ତୁମର ସବୁଠାରୁ ମୁଖ୍ୟ ଅଭିନୟ ରହିଛି । ଯାହାକି ତୁମେ ପୁରୁଣା ଦୁନିଆକୁ ନୂଆ କରୁଛ । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏବେ ତୁମେ ସୁଖଧାମର ମାଲିକ ହେଉଛ । ସେଠାରେ ଦୁଃଖର ଚିହ୍ନ-ବର୍ଣ୍ଣ ରହିବ ନାହିଁ । ବାବା ହେଉଛନ୍ତି ହିଁ ଦୁଃଖହର୍ତ୍ତା, ସୁଖକର୍ତ୍ତ ଆସି ଦୁଃଖରୁ ମୁକ୍ତ କରୁଛନ୍ତି । ଭାରତବାସୀ ଭାବୁଛନ୍ତି ଆମ ପାଖେ ଏତେ ଧନ ଅଛି, ବଡ-ବଡ ମହଲ ଅଛି, ବିଜୁଳି ଅଛି, ବାସ୍ ଏହା ହିଁ ସ୍ୱର୍ଗ । ଏସବୁ ହେଲା ମାୟାର ପମ୍ପ । ସୁଖ ପାଇଁ ବହୁତ ସାଧନ ତିଆରି କରୁଛନ୍ତି । ବହୁତ ବଡ-ବଡ ମହଲ, ଘର ଆଦି ତିଆରି କରୁଛନ୍ତି, ପୁଣି ଅଚାନକ କିପରି ମୃତ୍ୟୁ ହୋଇଯାଉଛି । ସେଠାରେ ମୃତ୍ୟୁର ଭୟ ନାହିଁ । ଏଠାରେ ତ ଅଚାନକ ମରିଯାଉଛନ୍ତି ପୁଣି କେତେ ଶୋକ କରୁଛନ୍ତି । ଆଉ ସମାଧି ପାଖକୁ ଯାଇ କେତେ ଲୁହ ବୁହାଉଛନ୍ତି । ପ୍ରତ୍ୟେକଙ୍କର ନିଜସ୍ୱ ନିଜସ୍ୱ ନୀତି-ପ୍ରଥା ରହିଛି । ଅନେକ ମତ ରହିଛି । ସତ୍ୟଯୁଗରେ ଏପରି କଥା ହେବ ନାହିଁ । ସେଠାରେ ତ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଇଯିବେ । ତେଣୁ ତୁମେ କେତେ ସୁଖ ପ୍ରାପ୍ତି କରିବାକୁ ଯାଉଛ । ସେଥିପାଇଁ କେତେ ପୁରୁଷାର୍ଥ କରିବା ଦରକାର । କଦମ କଦମରେ ମତ ନେବା ଉଚିତ୍ । ଗୁରୁଙ୍କର ଅଥବା ପତିଙ୍କ ମତ ନେଇଥାନ୍ତି ନଚେତ୍ ନିଜ ମତରେ ଚାଲିଥାନ୍ତି । ଆସୁରୀ ମତ କ’ଣ କାମ ଦେବ । ଆସୁରୀ ଆଡକୁ ହିଁ ଧକ୍କା ଦେବ । ଏବେ ତୁମକୁ ମିଳୁଛି ଈଶ୍ୱରୀୟ ମତ, ଏହା ଶ୍ରେଷ୍ଠରୁ ଶ୍ରେଷ୍ଠ ମତ ସେଥିପାଇଁ ଗାୟନ ମଧ୍ୟ ରହିଛି - ଶ୍ରୀମତ ଭଗବାନୁବାଚ । ତୁମେ ପିଲାମାନେ ଶ୍ରୀମତ ଦ୍ୱାରା ସାରା ବିଶ୍ୱକୁ ସ୍ୱର୍ଗ କରୁଛ । ସେହି ସ୍ୱର୍ଗର ତୁମେ ମାଲିକ ହେଉଛ ସେଥିପାଇଁ ତୁମକୁ ପ୍ରତ୍ୟେକ କଦମରେ ଶ୍ରୀମତ ନେବାକୁ ହେବ କିନ୍ତୁ କାହାର ଭାଗ୍ୟରେ ନଥିଲେ ପୁଣି ଶ୍ରୀମତରେ ଚାଲନ୍ତି ନାହିଁ । ବାବା ବୁଝାଉଛନ୍ତି ଯଦି କାହାର ନିଜସ୍ୱ କିଛି ବୁଦ୍ଧି ଅଛି ବା ରାୟ ଅଛି ତେବେ ବାବାଙ୍କ ପାଖକୁ ଲେଖି ପଠାଇଦିଅ । ବାବା ଜାଣିଛନ୍ତି କେଉଁ କେଉଁ ମାନେ ରାୟ ଦେବା ପାଇଁ ଯୋଗ୍ୟ ଅଛନ୍ତି । ନୂଆ-ନୂଆ ସନ୍ତାନ ବାହାରୁଛନ୍ତି । ବାବା ତ ଜାଣିଛନ୍ତି ନା କେଉଁମାନେ ହେଉଛନ୍ତି ଭଲ ଭଲ ସନ୍ତାନ । ଦୋକାନୀମାନଙ୍କୁ ମଧ୍ୟ ରାୟ ବାହାର କରିବା ଦରକାର - ଏପରି ଉପାୟ କରନ୍ତୁ ଯେପରି ସମସ୍ତଙ୍କୁ ବାବାଙ୍କର ପରିଚୟ ମିଳିବ । ଦୋକାନରେ ମଧ୍ୟ ସମସ୍ତ ଗ୍ରାହକଙ୍କୁ ବାବାଙ୍କ ସ୍ମୃତି ତ ଦିଅ । ଭାରତରେ ସତ୍ୟଯୁଗ ଥିବା ସମୟରେ ଏକ ଧର୍ମ ଥିଲା । ଏଥିରେ ନାରାଜ ହେବାର କୌଣସି କଥା ନାହିଁ । ସମସ୍ତଙ୍କର ପିତା ଜଣେ । ବାବା କହୁଛନ୍ତି - ମୋତେ ୟାଦ କଲେ ତୁମର ବିକର୍ମ ବିନାଶ ହୋଇଯିବ । ସ୍ୱର୍ଗର ମାଲିକ ହୋଇଯିବ, ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶ୍ରୀମତରେ ଚାଲି ସାରା ବିଶ୍ୱକୁ ସ୍ୱର୍ଗ କରିବାର ସେବା କରିବାକୁ ହେବ । ବହୁତଙ୍କୁ ନିଜ ସମାନ କରିବାକୁ ପଡିବ । ଆସୁରୀ ମତଠାରୁ ନିଜକୁ ସମ୍ଭାଳିବାକୁ ହେବ ।

(୨) ୟାଦର ମେହନତ ଦ୍ୱାରା ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ । ସୁଦାମା ଭଳି ଯାହା କିଛି ଚାଉଳ ମୁଠି ଅଛି ତାକୁ ସବୁ ସଫଳ କରି ନିଜର ସର୍ବ କାମନା ସିଦ୍ଧ କରିବାକୁ ହେବ ।

ବରଦାନ:-
ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ - ଏହିଭଳି ଦୃଢ ସଂକଳ୍ପ ଦ୍ୱାରା ଅବିନାଶୀ ଅମର ହୁଅ ।

ଯେଉଁ ପିଲାମାନେ ଏହିଭଳି ଦୃଢ ସଂକଳ୍ପ କରିଥାନ୍ତି ଯେ - ମୋ’ର ତ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ.... ସେମାନଙ୍କର ସ୍ଥିତି ସ୍ୱତଃ ଏବଂ ସହଜରେ ଏକରସ ଅର୍ଥାତ୍ ଅଚଳ ହୋଇଯାଏ । ଏହି ଦୃଢ ସଂକଳ୍ପ ଦ୍ୱାରା ସର୍ବ ସମ୍ବନ୍ଧଗୁଡିକର ଅବିନାଶୀ ତା’ର ଯୋଡି ହୋଇଯାଇଥାଏ ଏବଂ ସର୍ବଦା ଅବିନାଶୀ ଭବ, ଅମରଭବର ବରଦାନ ମିଳିଯାଏ । ଏହା ବ୍ୟତୀତ ଦୃଢ ସଂକଳ୍ପ କରିବା ଦ୍ୱାରା ପୁରୁଷାର୍ଥରେ ମଧ୍ୟ ବିଶେଷ ରୂପରେ ଲିଫ୍ଟ ମିଳିଯାଏ ଏବଂ ଯେଉଁମାନଙ୍କର ଏକମାତ୍ର ବାବାଙ୍କ ସହିତ ସମ୍ବନ୍ଧ ରହିଛି ସେମାନଙ୍କୁ ସର୍ବପ୍ରାପ୍ତି ଗୁଡିକ ଆପେ ଆପେ ମିଳିଯାଏ ।

ସ୍ଲୋଗାନ:-
ଭାବିବା, କହିବା ଏବଂ କରିବା ଏହି ତିନୋଟିକୁ ଏକାଭଳି କର - ତେବେ କୁହାଯିବ ସର୍ବୋତ୍ତମ ପୁରୁଷାର୍ଥୀ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

ଯେଉଁ ସମୟରେ ଯେଉଁ ସମ୍ବନ୍ଧର ଆବଶ୍ୟକତା ଅଛି ସେହି ସମ୍ବନ୍ଧରେ ଭଗବାନଙ୍କୁ ନିଜର କରିନିଅ । ଦିଲ୍‌ରେ ମେରା ବାବା, ଏବଂ ବାବା କହିବେ ମୋର ବଚ୍ଚେ, ଏହିଭଳି ସ୍ନେହର ସାଗରରେ ସମାହିତ ହୋଇଯାଅ ଅର୍ଥାତ୍ ବୁଡି ରୁହ । ଏହି ସ୍ନେହ ହିଁ ଛତ୍ରଛାୟାର କାମ କରିଥାଏ, ଏହା ଭିତରକୁ ମାୟା ଆସିପାରିବ ନାହିଁ । ଏହା ହିଁ ହେଉଛି ସହଜଯୋଗୀ ହେବାର ସହଜ ସାଧନ ।