27.09.26 Avyakt Bapdada Odia Murli 15.12.2011 Om Shanti Madhuban
“ସର୍ବଦା ଆତ୍ମିକ ନିଶାରେ
ରହି ଚିନ୍ତାମୁକ୍ତ ସମ୍ରାଟ ହୁଅ, ତୀବ୍ର ପୁରୁଷାର୍ଥ ଦ୍ୱାରା ସମ୍ପନ୍ନ ଏବଂ ସମାନ ହୋଇ ସାଥୀରେ
ଯିବା ପାଇଁ ପ୍ରସ୍ତୁତ ହୁଅ” ।
ଆଜି ବାପଦାଦା
ଚିନ୍ତାମୁକ୍ତ ସମ୍ରାଟମାନଙ୍କର ସଭାକୁ ଦେଖୁଛନ୍ତି । ଏହି ସଭା କେବଳ ଏହି ସମୟରେ ହିଁ ହୋଇଥାଏ ।
କାହିଁକିନା ସବୁ ପିଲା ନିଜର ଚିନ୍ତାଗୁଡିକୁ ବାବାଙ୍କୁ ଦେଇ ବାବାଙ୍କ ଠାରୁ ଆତ୍ମିକ ନିଶା
ନେଇଯାଇଛନ୍ତି । ତେଣୁ ଏହି ସଭା ଏବେ ହିଁ ଲାଗୁଛି । ତୁମେ ସମସ୍ତେ ମଧ୍ୟ ସକାଳୁ ଉଠିବା ଠାରୁ
କର୍ମ କରୁଥିଲେ ମଧ୍ୟ ଚିନ୍ତାମୁକ୍ତ ଏବଂ ରାଜା ହୋଇ ଚାଲୁଛ ତ? ଏହି ଚିନ୍ତାମୁକ୍ତ ଜୀବନ କେତେ
ପ୍ରିୟ ଲାଗୁଛି । ତେବେ ଚିନ୍ତାମୁକ୍ତର ଲକ୍ଷଣ କ’ଣ ସବୁ ଦେଖାଯାଉଛି । ସମସ୍ତଙ୍କର ମସ୍ତକରେ
ଲାଇଟ୍ ଅର୍ଥାତ୍ ଆତ୍ମା ଚମକୁଥିବାର ଦେଖାଯାଉଛି । ତେବେ ତୁମମାନଙ୍କର ଜୀବନ ଚିନ୍ତାମୁକ୍ତ ହେଲା
କିପରି? ବାବା ସବୁ ପିଲାଙ୍କର ଜୀବନରୁ ଚିନ୍ତା କାଢି ନେଇ ଆତ୍ମିକ ନିଶା ଭରି ଦେଇଛନ୍ତି ।
ଯେଉଁମାନଙ୍କର ଜୀବନରେ ନିଶା ନ ଥାଏ ଚିନ୍ତା ଥାଏ ସେମାନଙ୍କ ମସ୍ତକରେ ଲାଇଟ୍ ଚମକୁ ନଥାଏ ।
ସେମାନଙ୍କ ମସ୍ତକରେ ବୋଝର ରେଖା ଦେଖାଯାଇଥାଏ । ତେବେ କୁହ ତୁମମାନଙ୍କୁ କ’ଣ ପସନ୍ଦ? ଲାଇଟ୍ ନା
ବୋଝ? ଯଦି କୌଣସି ବୋଝ ଆସି ବି ଯାଉଛି ତେବେ ସେହି ବୋଝକୁ ଅର୍ଥାତ୍ ଚିନ୍ତାକୁ ବାବାଙ୍କୁ ଦେଇ
ନିଶା ବା ଖୁସି ନେଇପାରିବ । ତୁମମାନଙ୍କୁ ଚିନ୍ତାମୁକ୍ତ ଜୀବନ ପସନ୍ଦ ଅଟେ ନା! ଦେଖିବାବାଲା
ମଧ୍ୟ ଚିନ୍ତାମୁକ୍ତ ଜୀବନ ପସନ୍ଦ କରୁଛନ୍ତି ।
ତେବେ ବାପଦାଦା ଆଜି
ଚାରିଆଡର ପିଲାମାନଙ୍କର, ଚାହେଁ ସମ୍ମୁଖରେ ବସିଥାଆନ୍ତୁ ବା ଯେଉଁଠି ବି ବସିଥାଆନ୍ତୁ,
ପିଲାମାନଙ୍କର ମସ୍ତକର ମଧ୍ୟ ଭାଗରେ ଚମକୁଥିବାର ଆଲୋକକୁ ହିଁ ଦେଖୁଛନ୍ତି । ତେଣୁ ସର୍ବଦା
ତୁମେମାନେ ଚିନ୍ତାମୁକ୍ତ ସ୍ଥିତିରେ ରହୁଛ, ନା କେବେ କେବେ ଚିନ୍ତା ବି ଆସିଯାଉଛି? କିଛି ଚିନ୍ତା
ଅଛି କି? ଯେହେତୁ ବାବା ତୁମମାନଙ୍କୁ ପ୍ରକୃତିଜିତ୍, ବିକାରଜିତ୍ କରି ଦେଇଛନ୍ତି, ତେଣୁ ଚିନ୍ତା
କିପରି ଆସିପାରିବ? ତେବେ ହାତ ଉଠାଅ, ଚିନ୍ତାମୁକ୍ତ ହୋଇଯାଇଛ ତ? ସଦାକାଳ ପାଇଁ ହୋଇଛ? ସଦାକାଳ
ନା କେବେ କେବେ? କେବେ କେବେ ବାଲା କେହି ଅଛ କି? ହାତ ତ ଉଠାଉନାହାଁନ୍ତି । ବାପଦାଦା ମଧ୍ୟ
ଦେଖିବାକୁ ଚାହୁଁ ନାହାଁନ୍ତି । ବାପଦାଦା ପ୍ରତ୍ୟେକ ସନ୍ତାନକୁ ଚିନ୍ତାମୁକ୍ତ ସମ୍ରାଟ ରୂପରେ
ଦେଖିବାକୁ ଚାହୁଁଛନ୍ତି । ଯଦି କେବେ କେବେ ବାଲା ମଧ୍ୟ ଅଛନ୍ତି, ତେବେ ସେମାନଙ୍କ ପାଇଁ ବହୁତ
ସହଜ ବିଧି ମଧ୍ୟ ଅଛି । ଯଦି କେତେବେଳେ ଅଳ୍ପ ବହୁତ ଚିନ୍ତା ଆସିଯାଉଛି, ତେବେ ମୋ’ରକୁ ତୋ’ରରେ
ପରିବର୍ତ୍ତନ କରିଦିଅ । ଏହିସବୁ ବିନାଶୀ ମୋ’ର ପଣିଆକୁ, ମୋ’ରକୁ ତୋ’ରରେ ପରିବର୍ତ୍ତନ କରିବାର
ମଧ୍ୟ ବହୁତ ସହଜ ଉପାୟ ଅଛି । ତୁମେମାନେ କହୁଛ ନା ମେରା ବାବା, ତେବେ ମୋ’ର ବୋଲି ଆଉ କ’ଣ ରହିଲା?
ବିନାଶୀ ମୋ’ର ଗୁଡିକ ତ ସମାପ୍ତ ହୋଇଗଲା ନା! ମେରା ବାବା ହୋଇଗଲା । ସମସ୍ତେ ଦିଲ୍ ଭିତରେ କହୁଛ
ନା ମେରା ବାବା! ପ୍ୟାରା ବାବା! ମିଠା ବାବା! ତେବେ ତୋ’ରକୁ ମୋ’ର ସହିତ ମିଶାଇ ଦେବା କ’ଣ
ମୁଶକିଲ୍ ଅଟେ କି? ଏଥିରେ ଫରକ କ’ଣ ରହିଛି? କେବଳ ତୋ ଏବଂ ମୋ, ଏତେ ଛୋଟିଆ ଫରକ । ଯଦି ସଂକଳ୍ପ
କରିନେଲ ସବୁ କିଛି ତୋ’ର ତେବେ ଆଉ ମୋ’ର କ’ଣ ରହିଲା? ମେରା ବାବା । ତେବେ ବାପଦାଦା ଦେଖୁଛନ୍ତି
ଯେ ଅଧିକାଂଶ ପିଲା ବିନାଶୀ ମୋ’ରକୁ ତୋ’ର କରିଦେଇଛନ୍ତି, ତେଣୁ କ’ଣ ହୋଇଯାଇଛନ୍ତି?
ଚିନ୍ତାମୁକ୍ତ ସମ୍ରାଟ । ତେବେ ଆଜି ବାପଦାଦା ପିଲାମାନଙ୍କୁ ଚିନ୍ତାମୁକ୍ତ ସମ୍ରାଟ ସ୍ୱରୂପରେ
ଦେଖୁଛନ୍ତି । ଦେଖ, ଭକ୍ତିମାର୍ଗରେ ମଧ୍ୟ ତୁମମାନଙ୍କର ଚିତ୍ର ତିଆରି କରିବା ବେଳେ ଡବଲ ମୁକୁଟ
ଦେଖାଉଛନ୍ତି । ଗୋଟିଏ ତ ଲାଇଟ୍ର ମୁକୁଟ ନିଶ୍ଚିତ ରହିଛି କାହିଁକିନା ଚିନ୍ତାମୁକ୍ତ ଆତ୍ମାର
ଚିହ୍ନ ହେଲା ମସ୍ତକରେ ଲାଇଟ୍ ଚମକୁଥିବ ଏବଂ ଦ୍ୱିତୀୟ ମୁକୁଟଟି ହେଲା ବିକାର ଗୁଡିକ ଉପରେ ବିଜୟୀ
ହୋଇଯାଇଛ, ସେଥିପାଇଁ ମଧ୍ୟ ମୁକୁଟ ଦେଖାଉଛନ୍ତି, ସେଥିପାଇଁ ଏହି କଥା ଉପରେ ଧ୍ୟାନ ଦିଅ ଯେ ବାବା
ଯେହେତୁ ଚିନ୍ତାକୁ ନେଇ ତା’ ବଦଳରେ ଆତ୍ମିକ ନିଶା ଦେଇ ଦେଇଛନ୍ତି, ତେବେ ତୁମେମାନେ କ’ଣ
ହୋଇଯାଇଛ? ଚିନ୍ତାମୁକ୍ତ ସମ୍ରାଟ । ଯେହେତୁ ସମ୍ରାଟ ହୋଇଗଲ, ତେବେ ସିଂହାସନ ମଧ୍ୟ ଦରକାର ନା!
ତେଣୁ ବାପଦାଦା ତୁମମାନଙ୍କୁ ତିନୋଟି ସିଂହାସନର ମାଲିକ କରିଦେଇଛନ୍ତି । ଜାଣିଛ ନା ତିନୋଟି
ସିଂହାସନ କ’ଣ କ’ଣ? ଗୋଟିଏ ହେଲା ଭ୍ରୃକୁଟୀ ରୂପକ ସିଂହାସନ, ଏହା ତ ସମସ୍ତଙ୍କ ନିକଟରେ ଅଛି ।
ଦ୍ୱିତୀୟରେ ହେଲା ବାପଦାଦାଙ୍କର ହୃଦୟ ସିଂହାସନ ଏବଂ ତୃତୀୟଟି ହେଲା ବିଶ୍ୱର ସିଂହାସନ ବା ରାଜ୍ୟ
ସିଂହାସନ । ତେଣୁ ତୁମ ସମସ୍ତଙ୍କୁ ଏହି ତିନୋଟିଯାକ ସିଂହାସନ ପ୍ରାପ୍ତ ଅଟେ ତ! ସବୁଠାରୁ
ଶ୍ରେଷ୍ଠ ହେଲା ବାପଦାଦାଙ୍କର ଦିଲ୍ତଖତ୍ ଅର୍ଥାତ୍ ହୃଦୟ ସିଂହାସନ । ତେଣୁ ଚେକ୍ କର ସବୁବେଳେ
ସିଂହାସନ ଉପରେ ରହୁଛ ତ? କାହିଁକିନା ବାପଦାଦାଙ୍କର ହୃଦୟ ସିଂହାସନ ଉପରେ କେଉଁମାନେ ବସିଥାଆନ୍ତି?
ଯେଉଁମାନେ ସର୍ବଦା ନିଜେ ମଧ୍ୟ ବାପଦାଦାଙ୍କୁ ନିଜର ହୃଦୟ ସିଂହାସନ ଉପରେ ବସାଇଥାଆନ୍ତି ଏବଂ
ଯେଉଁମାନେ ସର୍ବଦା ଶ୍ରେଷ୍ଠ ସ୍ଥିତିରେ ଅର୍ଥାତ୍ ମାଷ୍ଟର ସର୍ବଶକ୍ତିମାନ ସ୍ଥିତିରେ ରହିଥାଆନ୍ତି
। ତେଣୁ ଚେକ୍ କର ଯେ ମୁଁ ସର୍ବଦା ତଖତନସୀନ ଅର୍ଥାତ୍ ହୃଦୟ ସିଂହାସନ ଅଧିକାରୀ ଅଟେ ତ? କେବେ
କେବେ ମାଟି ଉପରକୁ ମଧ୍ୟ ଆସିଯାଉଛ? ଏହି ଦେହର ସ୍ମୃତି ମଧ୍ୟ ମାଟି ଅଟେ । ବହୁତ ସମୟ ମାଟି ଉପରେ
ରହିଛ, ତେଣୁ କେବେ କେବେ ମିଟି ଉପରକୁ ଚାଲିଯାଉ ନାହିଁ ତ?
ତେବେ ବାପଦାଦା ସବୁ
ପିଲାଙ୍କୁ ସମୟର ସଂକେତ ଦେଉଛନ୍ତି । ଅଚାନକର ପାଠକୁ ମଜବୁତ୍ କରାଉଛନ୍ତି, ଏଥିପାଇଁ ଏହି
ସଂଗମଯୁଗୀ ସମୟର ବହୁତ ବହୁତ ମହତ୍ୱ ରଖିବାକୁ ହେବ । କାହିଁକିନା ଏହି ଗୋଟିଏ ଜନ୍ମରେ ଅନେକ
ଜନ୍ମର ପ୍ରାରବ୍ଧ ଜମା କରିବାକୁ ହେବ । ସେଥିପାଇଁ ବାପଦାଦା ଏହି ସଂକେତ ଦେଇଥିଲେ ଯେ ଏହି ସଂଗମ
ସମୟରେ ଦୁଇଟି କଥା ଉପରେ ସବୁ ସମୟରେ ଧ୍ୟାନ ଦେବାକୁ ପଡିବ । ସେହି ଦୁଇଟି କଥା ତ ମନେ ଥିବ ନା!
ସମୟ ଏବଂ ସଂକଳ୍ପ । ବାପଦାଦାଙ୍କୁ ସମସ୍ତେ ନିଜର ବ୍ୟର୍ଥ ସଂକଳ୍ପ ଗୁଡିକୁ ସଂକଳ୍ପ ଦ୍ୱାରା ଦାନ
ଦେବା ପାଇଁ ସାହାସ ରଖିଥିଲେ । ତେଣୁ ଚେକ୍ କର - ସେହିଭଳି ସାହସ ସର୍ବଦା କାୟମ ରହୁଛି ତ?
କାହିଁକିନା ପିଲାମାନଙ୍କ ଗୋଟିଏ ଥରର ସାହାସ ଆଧାରରେ ବାବା ହଜାର ଥର ସାହାଯ୍ୟ ଦେଇଥାଆନ୍ତି ।
ତେଣୁ ଏବେ ସମସ୍ତେ କ’ଣ ଭାବୁଛ? ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିବା ପାଇଁ ଯେଉଁ ଭଳି ସାହସ ରଖି
ବାବାଙ୍କ ସମ୍ମୁଖରେ ସଂକଳ୍ପ କରିଛ ତାହା କାୟମ ଅଛି ତ? କାହିଁକିନା ଏହି ବ୍ୟର୍ଥ ସଂକଳ୍ପରେ ସମୟ
ବହୁତ ନଷ୍ଟ ହେଉଛି । ବର୍ତ୍ତମାନର ସମୟ ଅନୁସାରେ ତୁମମାନଙ୍କ କାର୍ଯ୍ୟ ହେଲା ସାରା ବିଶ୍ୱକୁ
ସନ୍ଦେଶ ଦେବା । ତେଣୁ ନିଜର ବ୍ୟର୍ଥ ସଂକଳ୍ପ ଗୁଡିକୁ ସମାପ୍ତ କରିବା ପରେ ଯାଇ ତୁମେ
ଦୁଃଖୀ-ଅଶାନ୍ତ ଆତ୍ମାମାନଙ୍କୁ ସୁଖ-ଶାନ୍ତିର ଅନୁଭବ କରାଇପାରିବ । ବାପଦାଦାଙ୍କୁ ଦୁଃଖୀ
ପିଲାମାନଙ୍କୁ ଦେଖି ଦୟା ଲାଗୁଛି । ତୁମମାନଙ୍କୁ ମଧ୍ୟ ନିଜର ଦୁଃଖୀ ଭାଇ-ଭଉଣୀମାନଙ୍କୁ ଦେଖି ଦୟା
ତ ଲାଗୁଛି ନା!
ବାପଦାଦା ଦେଖିଲେ ଯେ
ବର୍ତ୍ତମାନ ସମୟରେ ସମସ୍ତଙ୍କର ଆଗ୍ରହ ମଧ୍ୟ ଅଛି ସେଥିପାଇଁ ଯୋଜନା ମଧ୍ୟ କରୁଛନ୍ତି ଏବଂ
ବାସ୍ତବିକ ରୂପରେ ମଧ୍ୟ କାର୍ଯ୍ୟକାରୀ କରୁଛନ୍ତି । ସମସ୍ତେ ଏହି କାର୍ଯ୍ୟକ୍ରମ ଗୁଡିକ ମଧ୍ୟ
ବହୁତ ଭଲ ଭାବରେ କରୁଛନ୍ତି, ଏଥିପାଇଁ ଅଭିନନ୍ଦନ ମଧ୍ୟ ଦେଖାଯାଉଛି କିନ୍ତୁ ଏବେ ସମୟ ଅନୁସାରେ
ଶୀଘ୍ର ଶୀଘ୍ର ସେମାନଙ୍କୁ ବାବାଙ୍କର ଉତ୍ତରାଧିକାରୀ କର, ଯାହାକି କିଛି ନା କିଛି ସମ୍ପତ୍ତିର
ଅଧିକାରୀ ହୋଇଯାଆନ୍ତୁ । ଭଲ ଭଲ ତ ବହୁତ କହୁଛନ୍ତି, ବାପଦାଦା ମଧ୍ୟ ପିଲାମାନଙ୍କର ସେବାର ଏହି
ଫଳାଫଳ ମଧ୍ୟ ଦେଖିଛନ୍ତି ଏବଂ ପିଲାମାନଙ୍କ ଉପରେ ଖୁସି ମଧ୍ୟ ଅଛନ୍ତି । ଆନ୍ତରିକତାର ସହିତ
କରୁଛନ୍ତି ଏବଂ ଏବେ ସମୟ ଅନୁସାରେ ଆଗ୍ରହର ସହିତ ଶୁଣୁଛନ୍ତି ମଧ୍ୟ । ଏତିକି ପାର୍ଥକ୍ୟ ତ
ଆସିଲାଣି । ସେମାନଙ୍କୁ ଭଲ ତ ଲାଗୁଛି କିନ୍ତୁ ସେମାନଙ୍କୁ ମଧ୍ୟ ଭଲ କର ଏବଂ କିଛି ନା କିଛି
ସମ୍ପତ୍ତିର ଅଧିକାରୀ କର । ଏଥିପାଇଁ ବାପଦାଦା ପୂର୍ବରୁ ମଧ୍ୟ ସଂକେତ ଦେଇସାରିଛନ୍ତି ଯେ ଏବେ
ସମୟ ଅନୁସାରେ ତୀବ୍ର ପୁରୁଷାର୍ଥୀ ହେବାର ଆବଶ୍ୟକତା ରହିଛି ଏବଂ ତୀବ୍ର ପୁରୁଷାର୍ଥୀ ହେବା ପାଇଁ
ମୁଖ୍ୟ ପୁରୁଷାର୍ଥ ହେଲା ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ଲଗାଇବା । ସେକେଣ୍ଡ ଏବଂ ବିନ୍ଦୁ ଦୁଇଟି
ଯାକ ସମାନ ଅଟେ । ତେଣୁ ଏବେ ବାପଦାଦା ପିଲାମାନଙ୍କର ଚିନ୍ତାମୁକ୍ତ ସମ୍ରାଟ ରୂପକୁ ଦେଖୁଛନ୍ତି ।
ଏବେ ଏହି ରୂପକୁ ଅନୁଭବ କର । ଯାହାକି ବି ଯେପରି ବି କଥା ଆସୁ ତା’କୁ ମୋ’ରକୁ ତୋ’ର ଭିତରେ
ସମାହିତ କରିଦିଅ ।
ଆଜି ବାପଦାଦା ଦେଖୁଛନ୍ତି,
ଯେହେତୁ ଆଜି ଗୁରୁବାର ଥିଲା ତେଣୁ ଆଜି ବହୁତ ପିଲା ବାପଦାଦାଙ୍କ ପାଖରେ ପହଞ୍ଚିଥିଲେ, ତେଣୁ
ବାପଦାଦା କହିଲେ ଯେ ସପ୍ତାହରେ ଦୁଇଟି ଦିନ ବିଶେଷ ଅଟେ, ଗୋଟିଏ ହେଲା ଗୁରୁବାର, ଦ୍ୱିତୀୟଟି
ରବିବାର ସନ୍ ଡେ । ତେଣୁ ଗୁରୁବାର ଦିନଟି ଗୁରୁଙ୍କର ଦିନ ଅଟେ, ତେବେ ଗୁରୁଙ୍କଠାରୁ କ’ଣ ମିଳୁଛି?
ବରଦାନ । ତେଣୁ ଗୁରୁବାର ଦିନଟି ବିଶେଷ କରି ବରଦାନ ପ୍ରାପ୍ତ କରିବାର ଦିନ, ତେଣୁ ସେହି ରୂପରେ
ଗୁରୁବାରକୁ ପାଳନ କର । କୌଣସି ନା କୌଣସି ବିଶେଷ ବରଦାନକୁ ଅମୃତ ବେଳାଠାରୁ ନିଜର ବୁଦ୍ଧିରେ
ଜାଗ୍ରତ ରଖ । ତେବେ ବରଦାନ ତ ଅନେକ ଅଛି କିନ୍ତୁ ବିଶେଷ କରି ଗୋଟିଏ ବରଦାନକୁ ନିଜ ପାଇଁ
ବୁଦ୍ଧିରେ ରଖି ଚେକ୍ କର ଯେ ଆଜିର ବରଦାନୀ ଦିନରେ ବରଦାନ ସ୍ୱରୂପ ହୋଇ ବରଦାନକୁ କେବଳ
ହୋହରାଇବାର ନାହିଁ କିନ୍ତୁ ବରଦାନର ସ୍ୱରୂପ ହେବା ଅଛି ଏବଂ ଚେକ୍ କର ଯେ ଆଜି ମୁଁ କେତେ ସମୟ
ବରଦାନ ସ୍ୱରୂପ ସ୍ଥିତିରେ ରହିଛି! ସନ୍ ଡେ ଦିନଟି ମଧ୍ୟ ବିଶେଷ କରି ଦୁନିଆରେ ଛୁଟି ଦିନ ହୋଇଥାଏ
। ତେଣୁ ଯାହା କିଛି ବି ନିଜ ଜୀବନରେ ସଂକଳ୍ପ ମାତ୍ରରେ ମଧ୍ୟ ଦୁର୍ବଳତା ରହିଛି ବା ସ୍ୱପ୍ନ
ମାତ୍ରାରେ ମଧ୍ୟ ରହିଛି ସେଦିନ ତା’କୁ ଛୁଟି ଦେଇ ଦିଅ, ଏହିଭଳି ରବିବାରକୁ ପାଳନ କର । ତେଣୁ
ଲୋକମାନେ ଯେପରି ଏହି ଦୁଇଟି ଦିନକୁ ଭଲ ରୂପରେ କଟାଇ ଥାଆନ୍ତି, ସେହିପରି ତୁମେମାନେ ମଧ୍ୟ ଏହି
ଦୁଇଟି ଯାକ ଦିନରେ ବିଶେଷ କରି ଏହି ଲକ୍ଷ୍ୟ ଏବଂ ଲକ୍ଷଣ, କେବଳ ଲକ୍ଷ୍ୟ ନୁହେଁ କିନ୍ତୁ ଲକ୍ଷ୍ୟ
ସହିତ ଲକ୍ଷଣ ପ୍ରତି ମଧ୍ୟ ଧ୍ୟାନ ଦିଅ । ବାପଦାଦା ତ ସବୁ ପିଲାଙ୍କୁ ସାଥୀରେ ନେଇଯିବା ପାଇଁ
ପ୍ରତିଜ୍ଞା କରିଛନ୍ତି, ଏଥିପାଇଁ ତୁମମାନଙ୍କୁ କେଉଁ ପ୍ରସ୍ତୁତି କରିବାକୁ ହେବ? ବାବା ତ ଗୋଟିଏ
ସେକେଣ୍ଡ ଭିତରେ ଅଶରୀରୀ ହୋଇଯିବେ କିନ୍ତୁ ତୁମେମାନେ ଯେଉଁ ପ୍ରତିଜ୍ଞା କରିଛ, ବାବା ମଧ୍ୟ
ପ୍ରତିଜ୍ଞା କରିଛନ୍ତି ସାଥୀରେ ଯିବି, ତେଣୁ ଚେକ୍ କର ସେଥିପାଇଁ ପ୍ରସ୍ତୁତ ଅଛ ତ? ଗୋଟିଏ
ସେକେଣ୍ଡ ଭିତରେ ବିନ୍ଦୁ ଲଗାଇ ସମ୍ପୂର୍ଣ୍ଣ ଏବଂ ସମ୍ପନ୍ନ ହୋଇପାରୁଥିବ - ଏହିଭଳି ପ୍ରସ୍ତୁତ ଅଛ
ତ? ସାଥୀରେ ତ ଯିବାକୁ ପଡିବ ନା! କ’ଣ ଯିବ ତ? ମୁଣ୍ଡ ହଲାଅ । ଯିବାର ଅଛି । ଆଚ୍ଛା! ପକ୍କା ତ?
ହାତରେ ହାତ ଦେବାର ଅର୍ଥ ହେଲା ସମାନ ହେବା, ତେଣୁ ଚେକ୍ କର, ସମୟ ତ ଅଚାନକ ଆସିଯିବ, କ’ଣ ସେତିକି
ପ୍ରସ୍ତୁତି ଅଛି ତ ଯାହାକି ସାଥୀରେ ଯାଇପାରିବ?
ବାବାଙ୍କର ପିଲାମାନଙ୍କ
ପ୍ରତି ସ୍ନେହ ଅଛି ନା! ତେବେ ବାବା ଜଣଙ୍କୁ ମଧ୍ୟ ସାଥୀରେ ନ ନେଇ ପଛରେ ଛାଡିଯିବା ପାଇଁ ଚାହୁଁ
ନାହାଁନ୍ତି । ସାଥୀରେ ଅଛୁ, ସାଥୀ ହୋଇ ରହିବୁ, ସାଥୀ ହୋଇଯିବୁ ଏବଂ ସାଥୀ ହୋଇ ରାଜଧାନୀକୁ
ରାଜ୍ୟ କରିବା ପାଇଁ ଆସିବୁ । ମଞ୍ଜୁର ଅଟେ ତ! କ’ଣ ମଞ୍ଜୁର ତ? ପ୍ରସ୍ତୁତି ଅଛି ତ? ମଞ୍ଜୁର ବୋଲି
ତ ହାତ ଉଠାଇ ଦେଲ କିନ୍ତୁ ଏବେ ଏଥିରେ ହାତ ଉଠାଅ ନାହିଁ । ପ୍ରସ୍ତୁତ ଅଛ କି ନାହିଁ ସେଥିରେ ହାତ
ଉଠାଅ । ବଡ ହାତ ଉଠାଅ । ଆଚ୍ଛା କାଲିକୁ ଯଦି ବିନାଶ ହୋଇଯାଏ । ତେବେ ପ୍ରସ୍ତୁତ ଅଛି ତ? ତେବେ
ନିଜର ସେବାକୁ ସମାପ୍ତ କରିଦେଇଛ ତ? ସେବା ତ ଏବେ ଆହୁରି ବାକି ରହିଛି, ନା ସମାପ୍ତ ହୋଇଯାଇଛି?
ସନ୍ଦେଶ ସମସ୍ତଙ୍କ ପାଖରେ ପହଞ୍ଚି ଗଲାଣି ତ? କେବଳ ନିଜ ନିଜର ସାହି ବା ବସ୍ତିରେ ମଧ୍ୟ ଦେଖ,
ବାବା ଆସିଗଲେଣି, ଯଦି ସମ୍ପତ୍ତି ନେବାକୁ ଚାହୁଁଛ ତେବେ ନେଇଯାଅ, ଏହି ସନ୍ଦେଶ ଦେଇସାରିଲଣି? ଏବେ
ଯୋଜନା କରୁଛ । ବାପଦାଦା ଶୁଣୁଛନ୍ତି ଯେ ପିଲାମାନେ ଘରେ ଘରେ ସନ୍ଦେଶ ଦେବାର ଯୋଜନା କରୁଛନ୍ତି ।
ଭଲ କଥା, ସନ୍ଦେଶ ତ ଦେବାକୁ ହିଁ ହେବ, ନଚେତ୍ ଅପବାଦ ଶୁଣିବାକୁ ମିଳିବ । ଏଥିପାଇଁ
କାର୍ଯ୍ୟକ୍ରମ ସବୁ ପ୍ରସ୍ତୁତ କରିଛ ନା, ଉଠ, ବାବାଙ୍କୁ ନିଜର ପ୍ଲାନ ଶୁଣାଇ ଦେଇଛି ନା! ଉଠ । (ମିଡିଆ
ୱିଙ୍ଗ୍ବାଲାଙ୍କୁ ଉଠାଇଲେ) ଭଲ କଥା, କର୍ତ୍ତବ୍ୟ କରିଦିଅ କାହିଁକିନା ଅଚାନକ ହିଁ ସବୁକିଛି
ହୋଇଯିବ । ତେଣୁ ପରସ୍ପର ମିଶି ଏହି ଯୋଜନାକୁ ବାସ୍ତବିକ ରୂପରେ କର । ପରସ୍ପର ଭିତରେ ବିଚାର
ବିମର୍ଶ ଶୀଘ୍ର ଶୀଘ୍ର କର, ଯେତେ ଡେରି କରିବ ଉମଙ୍ଗ-ଉତ୍ସାହ ସେତେ କମ୍ ହୋଇଯିବ । ବାକି
ବାପଦାଦାଙ୍କୁ ପସନ୍ଦ ଅଟେ, ଯାହାକି ପ୍ରତ୍ୟେକ ଘରେ ସନ୍ଦେଶ ପହଞ୍ଚିଯାଉ ଏବଂ କେହି ଅପବାଦ ନ
ଦିଅନ୍ତୁ । ଏମିତି ନ କୁହନ୍ତୁ ଯେ ଆମକୁ ତ ଜଣାପଡିଲା ନାହିଁ, ବାବା ଆସିଲେ ଏବଂ ଚାଲିଗଲେ, ଆମେ
ବଞ୍ଚିତ ରହିଗଲୁ! କ’ଣ ସମସ୍ତଙ୍କ ଭିତରେ ଉମଙ୍ଗ-ଉତ୍ସାହ ଅଛି ତ? ସେବା କରି ନିଜର କର୍ତ୍ତବ୍ୟକୁ
ପୂରଣ କରିବାକୁ ହେବ । ଯଦି ଉତ୍ସାହ ଅଛି ତେବେ ବାପଦାଦାଙ୍କର ସହଯୋଗ ମଧ୍ୟ ଅଛି । ଆଚ୍ଛା!
ତେବେ ବାପଦାଦାଙ୍କର ଦିଲ୍ର
ଆଶାକୁ ତ ସମସ୍ତେ ଜାଣିଛ । ସମାନ ଏବଂ ସମ୍ପୂର୍ଣ୍ଣ ଏହି ଦୁଇଟି ଶବ୍ଦକୁ ସର୍ବଦା ଚେକ କର ଯେ ମୁଁ
ବାବାଙ୍କର ଏହି ଆଶାକୁ ପୂର୍ଣ୍ଣ କରିସାରିଲଣି? କାହିଁକିନା ବାପଦାଦା ପ୍ରତ୍ୟେକ ସନ୍ତାନକୁ
ବାବାଙ୍କର ଆଶାର ତାରକା ମନେ କରୁଛନ୍ତି । ପ୍ରତ୍ୟେକ ସନ୍ତାନର ବାବାଙ୍କ ପ୍ରତି ସ୍ନେହ ଅଛି, ଏକଥା
ତ ବାପଦାଦା ମଧ୍ୟ ଜାଣିଛନ୍ତି । ତେବେ ଏମାନଙ୍କୁ ମଧୁବନକୁ କିଏ ନେଇ ଆସିଛି? ସମସ୍ତେ ସ୍ନେହ
ରୂପକ ଟ୍ରେନ୍ରେ ହିଁ ଆସିଛନ୍ତି, ପ୍ଲେନରେ ଆସିଛନ୍ତି । ତେଣୁ ବାବା ମଧ୍ୟ ପିଲାମାନଙ୍କର
ସ୍ନେହର ବିଷୟରେ ପିଲାମାନଙ୍କ ଉପରେ ଖୁସି ଅଛନ୍ତି । କିନ୍ତୁ ଯେଉଁ ଦୁଇଟି ଶବ୍ଦ ବାବା
ଚାହୁଁଛନ୍ତି ସମାନ ଏବଂ ସମ୍ପୂର୍ଣ୍ଣ, ଏହାକୁ ମଧ୍ୟ ସମ୍ପନ୍ନ କରିବାକୁ ହିଁ ହେବ । ତେଣୁ ଆଜି
ବାପଦାଦା ଚାରିଆଡର ପିଲାମାନଙ୍କୁ ଦିଲ୍ର ସ୍ନେହ ଭରା ଦୃଷ୍ଟିରେ ଦେଖିବା ସହିତ ପ୍ରତ୍ୟେକ
ସନ୍ତାନକୁ ଦିଲ୍ର ସ୍ନେହ ସମ୍ପନ୍ନ ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା!
ଟୀଚରମାନେ ବହୁତ
ଆସିଛନ୍ତି:-
ଟୀଚରମାନଙ୍କୁ ତ ବାପଦାଦା ସଦାସର୍ବଦା ମନେ ପକାଉଛନ୍ତି, ଏବଂ ସ୍ନେହ କରୁଛନ୍ତି କାହିଁକିନା
ପ୍ରତ୍ୟେକ ଭାଇଭଉଣୀମାନଙ୍କୁ ଆଗକୁ ବଢାଇବା ପାଇଁ ଟୀଚରମାନେ ହିଁ ନିମିତ୍ତ ହେଉଛନ୍ତି ।
ଟୀଚରମାନଙ୍କୁ ବାପଦାଦା ଗୁରୁଭାଇ କହୁଛନ୍ତି । ଗୁରୁଭାଇର ଅର୍ଥ ହେଲା ସମାସ୍କନ୍ଧ କାହିଁକିନା
ଯେପରି ବାବାଙ୍କର କର୍ତ୍ତବ୍ୟ ହେଲା ସର୍ବଦା ସେବାରେ ବ୍ୟସ୍ତ ରହିବା, ସେହିପରି ଯୋଗ୍ୟ ଟୀଚରମାନେ
ମଧ୍ୟ ବାବାଙ୍କ ସମାନ ସଦା ସେବାଧାରୀ ଏବଂ ସଦା ସଫଳତା ସ୍ୱରୂପ ହୋଇ ଅନ୍ୟମାନଙ୍କୁ ମଧ୍ୟ ସଫଳ
ସ୍ୱରୂପ କରୁଛନ୍ତି । ବାପଦାଦାଙ୍କର ଦିଲ୍ ଭିତରେ ସଦାସର୍ବଦା ଟୀଚରମାନଙ୍କ ପ୍ରତି ସ୍ନେହ ରହିଛି,
କାହିଁକି ଜାଣିଛ? ଟୀଚର ଅର୍ଥାତ୍ ସଦା ସେବାଧାରୀ, ସବୁବେଳେ ସମସ୍ତଙ୍କୁ ବାବାଙ୍କ ସମାନ
କରିବାବାଲା ଏବଂ ନୂଆ ନୂଆଙ୍କୁ ବାବାଙ୍କର ପରିଚୟ ଦେଇ, ଅନୁଭବୀ କରି ବାବାଙ୍କର ସମ୍ପତ୍ତିର
ଅଧିକାରୀ କରିବାବାଲା । ତେଣୁ ବାପଦାଦା ଟୀଚରମାନଙ୍କ ଉପରେ ଖୁସି ଅଛନ୍ତି । ଏମାନେ ବାବାଙ୍କର
ଦିଲ୍ର ସ୍ନେହକୁ ବିଦ୍ୟାର୍ଥୀମାନଙ୍କ ଭିତରେ ମଧ୍ୟ ଭରୁଛନ୍ତି ଏବଂ ସେମାନଙ୍କୁ ପୂରା ସମ୍ପତ୍ତିର
ଅଧିକାରୀ ମଧ୍ୟ କରୁଛନ୍ତି । ତେଣୁ ବାବାଙ୍କର ସବୁ ଟୀଚରମାନଙ୍କ ଉପରେ ବିଶ୍ୱାସ ରହିଛି ଯେ ଏମାନେ
ବାବାଙ୍କର ଆଶାକୁ ବା ବାବା ଯାହା ଚାହୁଁଛନ୍ତି ତା’କୁ ନିଜେ ମଧ୍ୟ ପ୍ରତ୍ୟକ୍ଷ କରିବେ ଏବଂ
ଅନ୍ୟମାନଙ୍କ ଦ୍ୱାରା ମଧ୍ୟ କରାଇବେ ସେଥିପାଇଁ ପ୍ରତ୍ୟେକ ଟୀରଚଙ୍କୁ ବାପଦାଦା ପଦ୍ମଗୁଣା
ଅଭିନନ୍ଦନ ଦେଉଛନ୍ତି, ଅଭିନନ୍ଦନ ଦେଉଛନ୍ତି । ଆଚ୍ଛା!
ଡବଲ ବିଦେଶୀ ଭାଇ
ଭଉଣୀମାନଙ୍କୁ :-
ବାପଦାଦା ଦେଖୁଛନ୍ତି ଡବଲ ବିଦେଶୀମାନେ ମଧ୍ୟ ଭାରତର ଆତ୍ମାମାନଙ୍କ ଠାରୁ କମ୍ ନୁହଁନ୍ତି ।
ବାପଦାଦା ଖୁସି ଅଛନ୍ତି ଯେ ସମସ୍ତେ ନିଜ ନିଜ ସ୍ଥାନରେ ସେବାର ବୃଦ୍ଧି ମଧ୍ୟ କରୁଛନ୍ତି ଏବଂ
ନିଜକୁ ମଧ୍ୟ ବହୁତ ଭଲ ଉମଙ୍ଗ-ଉତ୍ସାହର ସହିତ ଚଲାଉଛନ୍ତି । ଡବଲ ବିଦେଶୀମାନଙ୍କର ସଂସ୍କାର ମଧ୍ୟ
ଏଭଳି ଯାହାକି ସେମାନେ ଯାହା ବି କରିବେ ଉମଙ୍ଗ-ଉତ୍ସାହର ସହିତ କରି ସମ୍ପୂର୍ଣ୍ଣ କରିବେ ଏବଂ
ପୁରୁଷାର୍ଥ ପ୍ରତି ମଧ୍ୟ ଧ୍ୟାନ ଅଛି । ତେଣୁ ସମସ୍ତେ ହାତ ଉଠାଅ ଯେ ସମସ୍ତେ ତୀବ୍ର ପୁରୁଷାର୍ଥୀ
ଅଟ ତ? ତୀବ୍ର ପୁରୁଷାର୍ଥୀ ଅଟ ତ? ଆଚ୍ଛା! ସମସ୍ତଙ୍କ ତରଫରୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ,
କାହିଁକି ଜାଣିଛ? ତୀବ୍ର ପୁରୁଷାର୍ଥୀ ଅର୍ଥାତ୍ ବାପଦାଦାଙ୍କର ଆଶାକୁ ବାସ୍ତବିକ ରୂପରେ ପୂର୍ଣ୍ଣ
କରିବାବାଲା ଆତ୍ମା । ତେଣୁ ବାପଦାଦା ତୀବ୍ର ପୁରୁଷାର୍ଥୀ ପାଇଁ ଅଭିନନ୍ଦନ ଦେଉଛନ୍ତି । ତୀବ୍ର
ପୁରୁଷାର୍ଥୀ ଅଟ ଏବଂ ସର୍ବଦା ତୀବ୍ର ପୁରୁଷାର୍ଥୀ ହୋଇ ଅନ୍ୟମାନଙ୍କୁ ମଧ୍ୟ ତୀବ୍ର ପୁରୁଷାର୍ଥୀ
କରିବ । ତେବେ ସାରା ବିଦେଶ ତୀବ୍ର ପୁରୁଷାର୍ଥୀର ତାଲିକାରେ ଆସିଯାଉ । ଏହିଭଳି କିଛି ରେକର୍ଡ ଅଛି
ଆଉ କିଛି ଦେଖାଇବାକୁ ହେବ । କିନ୍ତୁ ବାପଦାଦା ପୁରୁଷାର୍ଥ ପାଇଁ ଅଭିନନ୍ଦନ ଦେଉଛନ୍ତି । ମୁରଲୀ
ଉପରେ ମଧ୍ୟ ଧ୍ୟାନ ରହିଛି । ଏହିଭଳି ମୁରଲୀ ପ୍ରତି ସ୍ନେହ ରଖିବା ମଧ୍ୟ ବାପଦାଦାଙ୍କୁ ଭଲ ଲାଗୁଛି
। ମଧୁବନ ପ୍ରତି ମଧ୍ୟ ସ୍ନେହ, ମୁରଲୀ ପ୍ରତି ମଧ୍ୟ ସ୍ନେହ, ପରିବାର ପ୍ରତି ମଧ୍ୟ ସ୍ନେହ ଏବଂ
ମେରା ବାବା ପ୍ରତି ମଧ୍ୟ ସ୍ନେହ । ଏବେ ସୂକ୍ଷ୍ମ ପୁରୁଷାର୍ଥ ଆଡକୁ ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି
ଏବଂ ବାପଦାଦା ଦେଖୁଛନ୍ତି ଯେ ଜନକ ବଚ୍ଚୀର ମଧ୍ୟ ବହୁତ ଧ୍ୟାନ ରହିଛି । ଏଠାରେ ରହୁଥିଲେ ମଧ୍ୟ
ପ୍ରତ୍ୟେକ କ୍ଲାସ ଗୁଡିକୁ ପ୍ରଥମେ ବିଦେଶରେ ପହଞ୍ଚାଇ ଦେଉଛି । ତେଣୁ ତୁମମାନଙ୍କୁ ପାଳନା ମଧ୍ୟ
ଭଲ ମିଳୁଛି । ଏହା ମଧ୍ୟ ତୁମମାନଙ୍କର ଭାଗ୍ୟ । ଅତି ଭାଗ୍ୟବାନ ମଧ୍ୟ ଅଟ ଏବଂ ଅତି ମିଠା ମଧ୍ୟ
ଅଟ । ଆଚ୍ଛା!
ପ୍ରଥମ ଥର ଆସିଥିବା
ପିଲାମାନଙ୍କୁ:-
ଏମାନେ ତ ବହୁତ ଅଛନ୍ତି । ହାତ ହଲାଅ । ତେବେ ସମସ୍ତେ ନିଜର ମଧୁବନ ଘରେ ଆସି ପହଞ୍ଚି ଯାଇଛନ୍ତି,
ସେଥିପାଇଁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ଅଭିନନ୍ଦନ ଦେଉଛନ୍ତି କାହିଁକିନା ଶେଷ ସମୟ ପୂର୍ବରୁ
ପହଞ୍ଚିଯାଇଛ । ଏବେ ବି, ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରିବା ପାଇଁ ସୁଯୋଗ ଅଛି ।
ବାପଦାଦା ପିଲାମାନଙ୍କୁ ଦେଖି ଖୁସି ହେଉଛନ୍ତି । ଆସିଛ, ଭଲ କରିଛ କିନ୍ତୁ ଭବିଷ୍ୟତ ପାଇଁ ଏବେ
ତୀବ୍ର ପୁରୁଷାର୍ଥ କରି ଆଗକୁ ବଢିବା ପାଇଁ ଦୃଢ ସଂକଳ୍ପ କର କାରଣ ଦୃଢତା ହିଁ ସଫଳତାର ଚାବିକାଠି
। ତେଣୁ ଆଜି ଯେଉଁମାନେ ବି ଆସିଛନ୍ତି ସେମାନଙ୍କୁ ବାପଦାଦା ବିଶେଷ କରି ଦୃଢତା ରୂପକ ଚାବିର
ଉପହାର ଦେଉଛନ୍ତି । ତେଣୁ ଦୃଢତାକୁ କେବେ ବି ହାଲୁକା କରିବାର ନାହିଁ । ଦୃଢତା ତୁମମାନଙ୍କୁ
ସର୍ବଦା ସହଜରେ ଆଗକୁ ବଢାଇ ଚାଲିବ । ତେଣୁ ବାପଦାଦା ଖୁସି ଅଛନ୍ତି, ଆସିଛ ଭଲ କରିଛ, ନିଜର
ସମ୍ପତ୍ତିର ଅଧିକାର ନେବା ପାଇଁ ଆସିଛ, ସେଥିପାଇଁ ବହୁତ ବହୁତ ଅଭିନନ୍ଦନ । ଆଚ୍ଛା!
ଚାରିଆଡର ସର୍ବ
ବ୍ରାହ୍ମଣମାନଙ୍କୁ ବାପଦାଦା ହୃଦୟର ସ୍ନେହ ସହିତ ସର୍ବଦା ଆଗକୁ ବଢିବାର ଶ୍ରେଷ୍ଠ ସଂକଳ୍ପ
ଦେଉଛନ୍ତି । ପ୍ରତ୍ୟେକ ସନ୍ତାନକୁ ବାବା ଦେଖୁଛନ୍ତି ମଧ୍ୟ ଏବଂ ଦେଖିବା ସହିତ ଦିଲ୍ ଉପରେ ରଖି
ଦେଉଛନ୍ତି । ପାଖରେ ବସିଥିବା ପିଲାମାନେ ତ ବାପଦାଦାଙ୍କୁ ସମ୍ମୁଖରେ ଦେଖୁଛନ୍ତି ଏବଂ ତୁମେ
ସମସ୍ତେ ବିଜ୍ଞାନର ସାଧନ ଦ୍ୱାରା ସମ୍ମୁଖରେ ହିଁ ଦେଖୁଛ । ବାପଦାଦା ମଧ୍ୟ ତୁମ ସମସ୍ତଙ୍କୁ
ଯେଉଁଠାରେ ବି ବସିଛ ସେଠାରେ ଏଭଳି ଦେଖୁଛନ୍ତି ଯେପରି ସମ୍ମୁଖରେ ହିଁ ବସିଛ ଏବଂ ସମସ୍ତଙ୍କୁ ଦିଲ୍ର
ସ୍ନେହ ମଧ୍ୟ ଦେଉଛନ୍ତି । ବଢିଚାଲ, ତୀବ୍ର ପୁରୁଷାର୍ଥ କରି ଆଗକୁ ଆଗକୁ ବଢିଚାଲ । ଆଚ୍ଛା!
ସମ୍ମୁଖରେ ବସିବାବାଲାଙ୍କୁ ମଧ୍ୟ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସର୍ବଦା ଆଗକୁ
ବଢିବାର ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ । ଆଚ୍ଛା!
ବରଦାନ:-
ପ୍ରତ୍ୟେକ
ଶିକ୍ଷାକୁ ନିଜର ସ୍ୱରୂପରେ ଆଣି ପ୍ରମାଣ ଦେଉଥିବା ସୁପୁତ୍ର ବା ସାକ୍ଷାତ୍କାର ମୂରତ ଭବ ।
ଯେଉଁ ପିଲାମାନେ
ଶିକ୍ଷାଗୁଡିକୁ କେବଳ ଶିକ୍ଷା ରୂପରେ ବୁଦ୍ଧିରେ ରଖି ନଥାଆନ୍ତି କିନ୍ତୁ ତାକୁ ସ୍ୱରୂପରେ
ଆଣିଥାଆନ୍ତି ସେମାନେ ଜ୍ଞାନ ସ୍ୱରୂପ, ପ୍ରେମ ସ୍ୱରୂପ, ଆନନ୍ଦ ସ୍ୱରୂପ ସ୍ଥିତିରେ ସ୍ଥିତ
ରହିଥାଆନ୍ତି । ଯେଉଁମାନେ ଜ୍ଞାନର ପ୍ରତ୍ୟେକ ପଏଣ୍ଟକୁ ସ୍ୱରୂପରେ ଆଣିବେ ସେହିମାନେ ହିଁ ବିନ୍ଦୁ
ସ୍ୱରୂପରେ ସ୍ଥିତ ହୋଇପାରିବେ । ଜ୍ଞାନର ପଏଣ୍ଟ ଗୁଡିକୁ ମନନ କରିବା ବା ବର୍ଣ୍ଣନା କରିବା ସହଜ
ଅଟେ କିନ୍ତୁ ନିଜେ ତା’ର ସ୍ୱରୂପ ହୋଇ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ସ୍ୱରୂପର ଅନୁଭବ କରାଇବା - ଏହା
ହିଁ ହେଉଛି ପ୍ରମାଣ ଦେବା ଅର୍ଥାତ୍ ସୁପୁତ୍ର ବା ସାକ୍ଷାତ୍କାର ମୂରତ ହେବା ।
ସ୍ଲୋଗାନ:-
ଯଦି ଏକାଗ୍ରତାର
ଶକ୍ତିକୁ ବଢାଇବ, ତେବେ ମନ ବୁଦ୍ଧିର ଭଟିକିବା ବନ୍ଦ ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର । କୌଣସି ବି ନିର୍ବଳ ଆତ୍ମା ଯଦି ତୁମ ସମ୍ମୁଖକୁ ଆସେ ତେବେ
ତାକୁ ବଳ ଦିଅ । ସର୍ବ ଶକ୍ତି ରୂପକ ସମ୍ପତ୍ତି ଯାହାକୁ ତୁମେମାନେ ପ୍ରାପ୍ତ କରିଛ ସେଗୁଡିକ ତାକୁ
ଦିଅ । ସର୍ବ ଆତ୍ମାଙ୍କୁ ବାବାଙ୍କର ସମ୍ପତ୍ତି ଗୁଡିକ ଦାନ କରୁଥିବା ଦାତା ହୁଅ, ନିଜର
ଶକ୍ତିଗୁଡିକ ଦ୍ୱାରା ତୃଷାର୍ତ୍ତ ବା ଡହଳ ବିକଳ ହେଉଥିବା ଆତ୍ମାମାନଙ୍କୁ ଜୀବଦାନ ଦିଅ, ବରଦାତା
ହୋଇ ତୁମକୁ ପ୍ରାପ୍ତ ହୋଇଥିବା ବରଦାନ ଦ୍ୱାରା ସେମାନଙ୍କୁ ମଧ୍ୟ ବାବାଙ୍କର ନିକଟ ସମ୍ବନ୍ଧକୁ ଆଣ
। ଏଠିକାର ଦାତା ପଣିଆର ସଂସ୍କାର ଦ୍ୱାରା ଭବିଷ୍ୟତରେ ୨୧ ଜନ୍ମ ପର୍ଯ୍ୟନ୍ତ ରାଜ୍ୟ ପଦ ପ୍ରାପ୍ତ
ହେବ ।