27.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କର ଦୁଃଖର ଦିନ ଏବେ ଶେଷ ହେଲା, ତୁମେ ବର୍ତ୍ତମାନ ଏପରି ଦୁନିଆକୁ ଯାଉଛ ଯେଉଁଠାରେ
କୌଣସି ବି ଅପ୍ରାପ୍ତ ବସ୍ତୁ ନାହିଁ ’’ ।
ପ୍ରଶ୍ନ:-
କେଉଁ ଦୁଇଟି
ଶବ୍ଦର ରହସ୍ୟ ତୁମମାନଙ୍କ ବୁଦ୍ଧିରେ ଥିବା କାରଣରୁ ପୁରୁଣା ଦୁନିଆ ପ୍ରତି ତୁମର ବେହଦର ବୈରାଗ୍ୟ
ଆସୁଛି?
ଉତ୍ତର:-
ଉତ୍ଥାନ ଅର୍ଥାତ୍ ଉନ୍ନତିର କଳା ଏବଂ ପତନ ଅର୍ଥାତ୍ ଖସିବାର କଳାର ରହସ୍ୟ ତୁମମାନଙ୍କ ବୁଦ୍ଧିରେ
ରହିଛି । ତୁମେମାନେ ଜାଣିଛ ଅଧାକଳ୍ପରୁ ଆମେ ତଳକୁ ତଳକୁ ଖସି-ଖସି ଆସିଛୁ, ବର୍ତ୍ତମାନ ହେଉଛି
ଚଢିବାର ସମୟ । ବାବା ଆମକୁ ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଦେବା ପାଇଁ ଆସିଛନ୍ତି । ଆମ ପାଇଁ
ଏବେ କଳିଯୁଗ ଶେଷ ହେଲା, ଆମକୁ ନୂଆ ଦୁନିଆକୁ ଯିବାକୁ ହେବ, ସେଥିପାଇଁ ଏହି ଦୁନିଆ ପ୍ରତି ଏବେ
ବେହଦର ବୈରାଗ୍ୟ ଆସୁଛି ।
ଗୀତ:-
ଧୀରଜ ଧର ମନୁଆ...
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ଆତ୍ମିକ ପିତା ବସି ବୁଝାଉଛନ୍ତି - ଏହା ଏକ ମାତ୍ର
ପୁରୁଷୋତ୍ତମ ସଂଗମଯୁଗ ଯେଉଁ ସମୟରେ କି କଳ୍ପ-କଳ୍ପ ବାବା ଆସି ଆତ୍ମିକ ସନ୍ତାନମାନଙ୍କୁ
ପଢାଉଛନ୍ତି, ରାଜଯୋଗ ଶିଖାଉଛନ୍ତି । ବାବା ଆତ୍ମିକ ସନ୍ତାନମାନଙ୍କୁ କହୁଛନ୍ତି ମନୁଆ ଅର୍ଥାତ୍
ଆତ୍ମା, ହେ ଆତ୍ମା ଧୈର୍ଯ୍ୟ ଧର । ବାବା ଆତ୍ମାମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ଏହି
ଶରୀରର ମାଲିକ ଆତ୍ମା ଅଟେ । ଆତ୍ମା କହୁଛି - ମୁଁ ଅବିନାଶୀ ଆତ୍ମା, ମୋର ଏହି ଶରୀର ବିନାଶୀ ଅଟେ
। ଆତ୍ମିକ ପିତା କହୁଛନ୍ତି - ମୁଁ ଥରେ ମାତ୍ର କଳ୍ପର ସଂଗମରେ ଆସି ତୁମମାନଙ୍କୁ ଧୈର୍ଯ୍ୟ ଦେଉଛି
ଯେ ଏବେ ସୁଖର ଦିନ ଆସୁଛି । ତୁମେ ଏବେ ଦୁଃଖଧାମ ରୌରବ ନର୍କରେ ରହିଛ । କେବଳ ତୁମେ ନୁହେଁ ସାରା
ଦୁନିଆ ରୌରବ ନର୍କରେ ରହିଛି, ତୁମେ ଯେଉଁମାନେ ମୋର ସନ୍ତାନ ହୋଇଛ ଏବେ ରୌରବ ନର୍କରୁ ବାହାରି
ସ୍ୱର୍ଗକୁ ଯାଉଛ । ସତ୍ୟଯୁଗ, ତ୍ରେତା, ଦ୍ୱାପର ବିତିଗଲା । କଳିଯୁଗ ମଧ୍ୟ ତୁମ ପାଇଁ ବିତିଗଲା ।
ତୁମ ପାଇଁ ଏହା ପୁରୁଷୋତ୍ତମ ସଂଗମଯୁଗ ଅଟେ, ଯେଉଁ ସମୟରେ କି ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ
ହେଉଛ । ଆତ୍ମା ସତ୍ତ୍ୱପ୍ରଧାନ ହୋଇଗଲେ ଏହି ଶରୀର ମଧ୍ୟ ଛାଡିଦେବ । ସତ୍ତ୍ୱପ୍ରଧାନ ଆତ୍ମାକୁ
ସତ୍ୟଯୁଗରେ ନୂଆ ଶରୀର ଆବଶ୍ୟକ । ସେଠାରେ ସବୁ କିଛି ନୂଆ ହେବ । ବାବା କହୁଛନ୍ତି ପିଲାମାନେ ଏବେ
ଦୁଃଖଧାମରୁ ସୁଖଧାମକୁ ଯିବାକୁ ହେବ, ସେଥିପାଇଁ ପୁରୁଷାର୍ଥ କରିବାକୁ ହେବ । ସୁଖଧାମରେ ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ୱ ଥିଲା । ତୁମେ ନରରୁ ନାରାୟଣ ହେବା ପାଇଁ ପୁରୁଷାର୍ଥ କରୁଛ । ଏହା
ନରରୁ ନାରାୟଣ ହେବାର ସତ୍ୟ ଜ୍ଞାନ ଅଟେ । ଭକ୍ତିମାର୍ଗରେ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ସତ୍ୟ
ନାରାୟଣ କଥା ଶୁଣି ଶୁଣି ଆସିଛ, କିନ୍ତୁ ତାହା ହେଉଛି ଭକ୍ତିମାର୍ଗ । ତାକୁ ସତ୍ୟମାର୍ଗ କୁହାଯିବ
ନାହିଁ, ଜ୍ଞାନମାର୍ଗ ହେଉଛି ସତ୍ୟମାର୍ଗ । ତୁମେ ସିଡି ଓହ୍ଲାଇ ଓହ୍ଲାଇ ମିଥ୍ୟାଖଣ୍ଡରେ ଆସି
ପହଞ୍ଚିଛ । ଏବେ ତୁମେ ଜାଣିଛ ସତ୍ୟ ବାବାଙ୍କଠାରୁ ଆମେ ଏହି ଜ୍ଞାନ ପ୍ରାପ୍ତ କରି ୨୧ ଜନ୍ମ
ପର୍ଯ୍ୟନ୍ତ ଦେବୀ-ଦେବତା ହେବୁ । ଆମେ ଥିଲୁ, ପୁଣି ସିଡି ଓହ୍ଲାଇ ଆସିଛୁ । ଚଢିବା ଏବଂ ଖସିବା
କଳାର ରହସ୍ୟ ତୁମ ବୁଦ୍ଧିରେ ଅଛି । ଡାକୁଛନ୍ତି ମଧ୍ୟ ହେ ବାବା ଆସି ଆମକୁ ପବିତ୍ର କର ।
ଏକମାତ୍ର ବାବା ହିଁ ପବିତ୍ର କରାଉଛନ୍ତି । ବାବା କହୁଛନ୍ତି - ପିଲାମାନେ, ତୁମେ ସତ୍ୟଯୁଗରେ
ବିଶ୍ୱର ମାଲିକ ଥିଲ । ବହୁତ ଧନବାନ୍, ଆଉ ସୁଖୀ ଥିଲ । ଏବେ ବାକି ଅଳ୍ପ ସମୟ ରହିଛି । ପୁରୁଣା
ଦୁନିଆର ବିନାଶ ସମ୍ମୁଖରେ ଉପସ୍ଥିତ । ନୂଆ ଦୁନିଆରେ ଏକ ରାଜ୍ୟ ଏକ ଭାଷା ଥିଲା । ତାକୁ କୁହାଯାଏ
ଅଦ୍ୱୈତ ରାଜ୍ୟ । ଏବେ କେତେ ଦ୍ୱୈତ ବାଦ ହୋଇଯାଇଛି, ଅନେକ ଭାଷାମାନ ରହିଛି । ଯେମିତି
ମନୁଷ୍ୟମାନଙ୍କର ବୃକ୍ଷ ବଢି ଚାଲିଛି, ଭାଷାରୂପୀ ବୃକ୍ଷ ମଧ୍ୟ ବଢି ଚାଲିଛି । ଏହା ପରେ ପୁଣି
ଗୋଟିଏ ଭାଷା ହେବ । ଗାୟନ ରହିଛି ନା ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି । ମନୁଷ୍ୟମାନେ କିଛି
ବୁଝିପାରୁ ନାହାଁନ୍ତି । ବାବା ହିଁ ଦୁଃଖର ପୁରୁଣା ଦୁନିଆକୁ ବଦଳାଇ ସୁଖର ନୂଆ ଦୁନିଆ ସ୍ଥାପନ
କରୁଛନ୍ତି । ଲେଖାଯାଇଛି ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ଦେବତା ଧର୍ମର ସ୍ଥାପନା । ଏହା ହେଉଛି
ରାଜଯୋଗର ପାଠପଢା । ଏହି ଜ୍ଞାନ ଯାହାକି ଗୀତାରେ ଲେଖାଯାଇଛି, ବାବା ଯାହାସବୁ ସମ୍ମୁଖରେ
ଶୁଣାଉଛନ୍ତି, ତାକୁ ପୁଣି ମନୁଷ୍ୟମାନେ ଭକ୍ତିମାର୍ଗ ନିମନ୍ତେ ବସି ଲେଖୁଛନ୍ତି, ଯାହାକୁ ପଢି
ତୁମେ ତଳକୁ ତଳକୁ ଓହ୍ଲାଇ ଆସିଛ । ଏବେ ଭଗବାନ ତୁମକୁ ପଢାଉଛନ୍ତି ଉପରକୁ ଚଢାଇବା ପାଇଁ ।
ଭକ୍ତିକୁ କୁହାଯାଉଛି ପତନର ମାର୍ଗ । ଜ୍ଞାନ ହେଉଛି ଉତ୍ଥାନ କଳାର ମାର୍ଗ ।
ଏହାକୁ ବୁଝାଇବା ପାଇଁ
ତୁମେ ଭୟ କର ନାହିଁ । ଯଦିଓ ଏପରି ମଧ୍ୟ ଅଛନ୍ତି ଯିଏକି ଏହି କଥାକୁ ନ ବୁଝିବା କାରଣରୁ ବିରୋଧ
କରିବେ, ଶାସ୍ତ୍ରବାଦ କରିବେ ଅର୍ଥାତ୍ ଶାସ୍ତ୍ର ଜ୍ଞାନର ତର୍କ କରିବେ । କିନ୍ତୁ ତୁମକୁ କାହା
ସହିତ ଶାସ୍ତ୍ରବାଦ କରିବାର ନାହିଁ । କୁହ ଶାସ୍ତ୍ର, ବେଦ, ଉପନିଷଦ ଅଥବା ଗଙ୍ଗା ସ୍ନାନ, ତୀର୍ଥ
ଇତ୍ୟାଦି କରିବା ଏସବୁ ହେଲା ଭକ୍ତି କାଣ୍ଡ । ବାସ୍ତବରେ ଭାରତରେ ରାବଣ ମଧ୍ୟ ଅଛି, ଯାହାର
ପିତୁଳାକୁ ଜଳାଉଛନ୍ତି । ଏମିତି ତ ଶତ୍ରୁର ହିଁ ପିତୁଳା ତିଆରି କରି ଅଳ୍ପ ସମୟ ପାଇଁ
ଜଳାଇଥା’ନ୍ତି । ଏମାନେ ଏକମାତ୍ର ରାବଣର ପିତୁଳା ପ୍ରତ୍ୟେକ ବର୍ଷ ଜଳାଇ ଆସୁଛନ୍ତି । ବାବା
କହୁଛନ୍ତି ତୁମେ ସୁବର୍ଣ୍ଣଯୁଗୀ (ସତ୍ୟଯୁଗୀ) ବୁଦ୍ଧିରୁ ଲୌହଯୁଗୀ ବୁଦ୍ଧି ହୋଇଯାଇଛ । ତୁମେ କେତେ
ସୁଖୀ ଥିଲ । ବାବା ସୁଖଧାମର ସ୍ଥାପନା କରିବା ପାଇଁ ହିଁ ଆସିଥା’ନ୍ତି । ପରେ ଭକ୍ତିମାର୍ଗ ଆରମ୍ଭ
ହେଲେ ପୁଣି ଦୁଃଖୀ ହୋଇଯାଇଥା’ନ୍ତି । ପୁଣି ସୁଖଦାତାଙ୍କୁ ମନେ ପକାଇଥା’ନ୍ତି, ତାହା ପୁଣି ନାମକୁ
ମାତ୍ର କାହିଁକି ନା ତାଙ୍କୁ ଜାଣି ନାହାଁନ୍ତି । ଗୀତାରେ ନାମ ବଦଳାଇ ଦେଇଛନ୍ତି । ପ୍ରଥମେ
ପ୍ରଥମେ ତୁମେ ଏହି କଥା ବୁଝାଅ ଯେ ସର୍ବୋଚ୍ଚ ଭଗବାନ ଜଣେ ଅଟନ୍ତି, ତାଙ୍କୁ ହିଁ ମନେ ପକାଇବା
ଉଚିତ୍ । ଜଣଙ୍କ ସ୍ମୃତିରେ ରହିବାକୁ ହିଁ ଅବ୍ୟଭିଚାରୀ ସ୍ମୃତି ଅଥବା ଅବ୍ୟଭିଚାରୀ ଜ୍ଞାନ
କୁହାଯାଏ । ତୁମେ ଏବେ ବ୍ରାହ୍ମଣ ହୋଇଛ, ତେଣୁ ଭକ୍ତି କରୁନାହଁ । ତୁମ ପାଖରେ ଜ୍ଞାନ ଅଛି । ବାବା
ପଢାଉଛନ୍ତି ଯାହା ଦ୍ୱାରା ଆମେ ଏହିପରି ଦେବତା ହେଉଛୁ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ,
ସେଥିପାଇଁ ବାବା କହୁଛନ୍ତି ନିଜର ଚାଲିଚଳଣିର ଚାର୍ଟ ରଖ ତେବେ ଜଣାପଡିବ ଯେ ମୋ ପାଖରେ କୌଣସି
ଆସୁରୀ ଗୁଣ ନାହିଁ ତ । ପ୍ରଥମ ଅବଗୁଣ ହେଲା ଦେହ-ଅଭିମାନ ପୁଣି ପ୍ରଥମ ଶତ୍ରୁ ହେଲା କାମ ବିକାର
। କାମ ବିକାର ଉପରେ ବିଜୟ ପ୍ରାପ୍ତ କରିବା ଦ୍ୱାରା ତୁମେ ଜଗତ୍ଜିତ୍ ହେବ । ଏହା ହିଁ ତୁମର
ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ଅଟେ, ଏହି ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟରେ ଅନେକ ଧର୍ମ ନ ଥିଲା ।
ସତ୍ୟଯୁଗରେ ଦେବତାମାନଙ୍କର ହିଁ ରାଜ୍ୟ ଚାଲେ । କଳିଯୁଗରେ ଥା’ନ୍ତି ମନୁଷ୍ୟ । ଯଦିଓ ସେମାନେ ବି
ମନୁଷ୍ୟ କିନ୍ତୁ ଦୈବୀ ଗୁଣଧାରୀ ଅଟନ୍ତି । ବର୍ତ୍ତମାନ ସମସ୍ତ ମନୁଷ୍ୟ ଆସୁରୀ ଗୁଣଧାରୀ ଅଟନ୍ତି
। ସତ୍ୟଯୁଗରେ କାମ ମହାଶତ୍ରୁ ନ ଥାଏ । ବାବା କହୁଛନ୍ତି ଏହି କାମ ମହାଶତ୍ରୁ ଉପରେ ବିଜୟ
ପ୍ରାପ୍ତ କଲେ ତୁମେ ଜଗତ୍ଜିତ୍ ହେବ । ସେଠାରେ ରାବଣ ରହିବ ନାହିଁ । ଏକଥା ମଧ୍ୟ ମନୁଷ୍ୟ
ବୁଝିପାରୁ ନାହାଁନ୍ତି । ସତ୍ୟଯୁଗରୁ ଖସି-ଖସି ତମୋପ୍ରଧାନ ବୁଦ୍ଧି ହୋଇଯାଇଛନ୍ତି । ଏବେ ପୁଣି
ସତ୍ତ୍ୱପ୍ରଧାନ ହେବାକୁ ପଡିବ । ସେଥିପାଇଁ ଏକମାତ୍ର ଔଷଧ ମିଳୁଛି - ବାବା କହୁଛନ୍ତି ନିଜକୁ
ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ ଜନ୍ମ-ଜନ୍ମାନ୍ତରର ପାପ ଭସ୍ମ ହୋଇଯିବ । ତୁମେ ପାପକୁ ଭସ୍ମ
କରିବା ପାଇଁ ଆସିଛ, ତେଣୁ ଆଗକୁ ଆଉ ପାପ କରିବା ଅନୁଚିତ୍ । ନଚେତ୍ ତାହା ଶହେ ଗୁଣା ହୋଇଯିବ ।
କାମ ବିକାରଗ୍ରସ୍ତ ହେବା ଦ୍ୱାରା ଶହେ ଗୁଣା ଦଣ୍ଡ ମିଳିଯିବ, ସେମାନେ ପୁଣି ମୁସ୍କିଲ୍ରେ ଉପରକୁ
ଚଢି ପାରିବେ । ପ୍ରଥମ ନମ୍ବରର ଶତ୍ରୁ ହେଉଛି କାମ ବିକାର । ୫ ମହଲାରୁ ଖସି ପଡିଲେ ହାଡଗୋଡ ଏକଦମ୍
ଭାଙ୍ଗିଯିବ । ମୃତ୍ୟୁ ମଧ୍ୟ ହୋଇପାରେ । ଉପରୁ ଖସିବା ଦ୍ୱାରା ଏକଦମ୍ ଖଣ୍ଡବିଖଣ୍ଡିତ ହୋଇଯାଆନ୍ତି
। ବାବାଙ୍କ ସହିତ କରିଥିବା ପ୍ରତିଜ୍ଞାକୁ ଭାଙ୍ଗି କଳା ମୁହଁ କଲେ ଅର୍ଥାତ୍ ଆସୁରୀ ଦୁନିଆକୁ
ଚାଲିଗଲେ । ଏଠାରୁ ମରିଗଲେ । ତାଙ୍କୁ ବ୍ରାହ୍ମଣ ନୁହେଁ, ଶୂଦ୍ର କୁହାଯିବ ।
ବାବା କେତେ ସହଜ କରି
ବୁଝାଉଛନ୍ତି । ପ୍ରଥମେ ତ ଏହି ନିଶା ରହିବା ଉଚିତ୍ । ଯଦି ଭାବୁଛ କୃଷ୍ଣ ଭଗବାନୁବାଚ, ତେବେ ସେ
ମଧ୍ୟ ନିଶ୍ଚୟ ପାଠପଢାଇ ନିଜ ସମାନ କରାଇବେ ନା । କିନ୍ତୁ କୃଷ୍ଣ ତ ଭଗବାନ ହୋଇପାରିବେ ନାହିଁ ।
ସେ ତ ପୁନର୍ଜନ୍ମରେ ଆସୁଛନ୍ତି । ବାବା କହୁଛନ୍ତି ମୁଁ ହି ପୁନର୍ଜନ୍ମ ରହିତ ଅଟେ । ରାଧା-କୃଷ୍ଣ,
ଲକ୍ଷ୍ମୀ-ନାରାୟଣ ଅଥବା ବିଷ୍ଣୁ ଏକା କଥା ଅଟେ । ବିଷ୍ଣୁଙ୍କର ଦୁଇ ରୂପ ଲକ୍ଷ୍ମୀ-ନାରାୟଣ ଏବଂ
ଲକ୍ଷ୍ମୀ-ନାରାୟଣଙ୍କର ପିଲାଦିନ ହିଁ ରାଧା-କୃଷ୍ଣ ଅଟେ । ବ୍ରହ୍ମାଙ୍କର ରହସ୍ୟ ମଧ୍ୟ ବୁଝାଉଛନ୍ତି,
ବ୍ରହ୍ମା-ସରସ୍ୱତୀ ହିଁ ଲକ୍ଷ୍ମୀ-ନାରାୟଣ ଅଟନ୍ତି । ଏବେ ପରିବର୍ତ୍ତନ ହେଉଛନ୍ତି । ଏହାଙ୍କର
ଶେଷ ଜନ୍ମର ନାମ ବ୍ରହ୍ମା ରଖାଯାଇଛି । ବାକି ବ୍ରହ୍ମାଙ୍କୁ ତ ଦେଖ ଏକଦମ୍ ଲୌହଯୁଗରେ ଛିଡା
ହୋଇଛନ୍ତି । ଇଏ ପୁଣି ତପସ୍ୟା କରି ଶ୍ରୀକୃଷ୍ଣ ଅଥବା ଶ୍ରୀ ନାରାୟଣ ହେଉଛନ୍ତି । ବିଷ୍ଣୁ କହିବା
ଦ୍ୱାରା ସେଥିରେ ଉଭୟ ଆସିଯାଉଛନ୍ତି । ବ୍ରହ୍ମାଙ୍କର କନ୍ୟା ହେଉଛନ୍ତି ସରସ୍ୱତୀ । ଏହି କଥାସବୁ
କେହି ବୁଝିପାରିବେ ନାହିଁ । ୪ଟି ଭୂଜା ବ୍ରହ୍ମାଙ୍କୁ ମଧ୍ୟ ଦେଉଛନ୍ତି କାହିଁକି ନା ପ୍ରବୃତ୍ତି
ମାର୍ଗ ଅଟେ ନା । ନିବୃତ୍ତମାର୍ଗବାଲା ସନ୍ନ୍ୟାସୀ ଏହି ଜ୍ଞାନ ଦେଇପାରିବେ ନାହିଁ । ବାହାର ଦେଶରୁ
ବହୁତଙ୍କୁ ପ୍ରବର୍ତ୍ତାଇ ନେଇ ଆସୁଛନ୍ତି ଯେ ଚାଲ ଆମେ ତୁମକୁ ପ୍ରାଚୀନ ରାଜଯୋଗ ଶିଖାଇବୁ । ତେବେ
ସନ୍ନ୍ୟାସୀମାନେ ତ ରାଜଯୋଗ ଶିଖାଇ ପାରିବେ ନାହିଁ । ବର୍ତ୍ତମାନ ଈଶ୍ୱର ଆସିଛନ୍ତି, ତୁମେ
ତାଙ୍କର ସନ୍ତାନମାନେ ଏବେ ଈଶ୍ୱରୀୟ ସମ୍ପ୍ରଦାୟ ହୋଇଛ । ଈଶ୍ୱର ଆସିଛନ୍ତି ତୁମକୁ ପଢାଇବା ପାଇଁ
। ତୁମକୁ ରାଜଯୋଗ ଶିଖାଉଛନ୍ତି । ସେ ତ ହେଉଛନ୍ତି ନିରାକାର । ବ୍ରହ୍ମାଙ୍କ ଦ୍ୱାରା ତୁମକୁ ନିଜର
କରିଛନ୍ତି । ତୁମେ ତାଙ୍କୁ ବାବା-ବାବା କହୁଛ, ବ୍ରହ୍ମା ତ ମଝିରେ କେବଳ ବାଖ୍ୟାକାରୀ ଅଟନ୍ତି ।
ଭାଗ୍ୟଶାଳୀ ରଥ ଅଟନ୍ତି । ଏହାଙ୍କ ଦ୍ୱାରା ବାବା ତୁମକୁ ପଢାଉଛନ୍ତି । ତୁମେ ମଧ୍ୟ ପତିତରୁ ପାବନ
ହେଉଛ । ବାବା ପଢାଉଛନ୍ତି - ମନୁଷ୍ୟରୁ ଦେବତା କରିବା ପାଇଁ । ବର୍ତ୍ତମାନ ତ ରାବଣ ରାଜ୍ୟ, ଆସୁରୀ
ସମ୍ପ୍ରଦାୟ ଅଟେ ନା । ଏବେ ତୁମେ ଈଶ୍ୱରୀୟ ସମ୍ପ୍ରଦାୟର ହୋଇଛ ପୁଣି ଦୈବୀ ସମ୍ପ୍ରଦାୟର ହେବ ।
ଏବେ ତୁମେ ପୁରୁଷୋତ୍ତମ ସଂଗମଯୁଗରେ ଅଛ, ପବିତ୍ର ହେଉଛ । ସନ୍ନ୍ୟାସୀମାନେ ତ ଘରଦ୍ୱାର ଛାଡି
ଚାଲିଯାଇଥାନ୍ତି । ଏଠାରେ ତ ବାବା କହୁଛନ୍ତି - ଭଲେ ସ୍ତ୍ରୀ-ପୁରୁଷ ଘରେ ଏକତ୍ର ହୋଇ ରୁହ,
କିନ୍ତୁ ଏପରି ଭାବ ନାହିଁ ଯେ ସ୍ତ୍ରୀ ନାଗୁଣୀ ଅଟେ, ସେଥିପାଇଁ ମୁଁ ଅଲଗା ହୋଇଗଲେ ମୁକ୍ତ
ହୋଇଯିବି । ତୁମକୁ ପଳାଇବାର ନାହିଁ । ତାହା ହଦର ସନ୍ନ୍ୟାସ ଅଟେ ଯାହାକି ଘରଦ୍ୱାର ଛାଡି
ପଳାଇଥାନ୍ତି, ତୁମେ ଏଠାରେ ରହିଛ କିନ୍ତୁ ତୁମକୁ ଏହି ବିକାରୀ ଦୁନିଆ ପ୍ରତି ବୈରାଗ୍ୟ ରହିଛି ।
ଏହିସବୁ କଥା ତୁମକୁ ଭଲ ଭାବରେ ଧାରଣ କରିବାକୁ ହେବ, ନୋଟ୍ କରିବାକୁ ହେବ ଏବଂ କିଛିଟା ବାରଣ
ମଧ୍ୟ ରଖିବାକୁ ପଡିବ । ଦୈବୀଗୁଣ ଧାରଣ କରିବାକୁ ହେବ । ଶ୍ରୀକୃଷ୍ଣଙ୍କର ଗୁଣଗାନ କରାଯାଇଥାଏ ନା
। ଏହା ତୁମର ଲକ୍ଷ୍ୟ ଉଦ୍ଦେଶ୍ୟ ଅଟେ । ବାବା ନିଜେ ବିଶ୍ୱର ମାଲିକ ହେଉ ନାହାଁନ୍ତି, ତୁମକୁ
କରାଉଛନ୍ତି । ପୁଣି ଅଧାକଳ୍ପ ପରେ ତୁମେ ତଳକୁ ଓହ୍ଲାଇ, ତମୋପ୍ରଧାନ ହୋଇଯାଉଛ । ମୁଁ ହେଉ ନାହିଁ,
ଇଏ ବ୍ରହ୍ମା ହେଉଛନ୍ତି । ୮୪ ଜନ୍ମ ମଧ୍ୟ ଇଏ ନେଇଛନ୍ତି । ଏହାଙ୍କୁ ମଧ୍ୟ ବର୍ତ୍ତମାନ
ସତ୍ତ୍ୱପ୍ରଧାନ ହେବାକୁ ପଡିବ, ଇଏ ପୁରୁଷାର୍ଥୀ ଅଟନ୍ତି । ନୂଆ ଦୁନିଆକୁ ସତ୍ତ୍ୱପ୍ରଧାନ କହିବା
। ପ୍ରତ୍ୟେକ ଜିନିଷ ପ୍ରଥମେ ସତ୍ତ୍ୱପ୍ରଧାନ ପୁଣି ସତ୍ତ୍ୱୋ-ରଜୋ-ତମୋରେ ଆସିଥାଏ । ଛୋଟ
ପିଲାଙ୍କୁ ମଧ୍ୟ ମହାତ୍ମା କୁହାଯାଏ, କାହିଁକି ନା ତାଙ୍କ ଭିତରେ ବିକାର ନଥାଏ, ସେଥିପାଇଁ ତାଙ୍କୁ
ଫୁଲ କୁହାଯାଏ । ସନ୍ନ୍ୟାସୀମାନଙ୍କ ଠାରୁ ଛୋଟ ପିଲାଙ୍କୁ ଉତ୍ତମ ବୋଲି କୁହାଯିବ କାହିଁକି ନା
ସନ୍ନ୍ୟାସୀମାନେ ତ ନିଜର ସାଂସାରିକ ଜୀବନ ଅତିକ୍ରମ କରି ଆସିଛନ୍ତି । ୫ ବିକାରର ଅନୁଭବ ତାଙ୍କ
ପାଖରେ ରହିଛି । ପିଲାମାନଙ୍କୁ ତ ସେସବୁ ଜଣା ନ ଥାଏ ସେଥିପାଇଁ ପିଲାମାନଙ୍କୁ ଦେଖି ଖୁସି
ଲାଗିଥାଏ । ସେମାନେ ଚୈତନ୍ୟ ଫୁଲ ଅଟନ୍ତି । ଆମର ତ ହେଉଛି ପ୍ରବୃତ୍ତି ମାର୍ଗ ।
ଏବେ ତୁମ ସନ୍ତାନମାନଙ୍କୁ
ଏହି ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଯିବାକୁ ହେବ । ଅମରଲୋକକୁ ଯିବା ପାଇଁ ତୁମେ ସବୁ
ପୁରୁଷାର୍ଥ କରୁଛ, ମୃତ୍ୟୁଲୋକରୁ ତୁମର ବଦଳି ହେଉଛି । ଯଦି ଦେବତା ହେବାକୁ ଅଛି ତେବେ ଏବେ
ପୁରୁଷାର୍ଥ କରିବାକୁ ପଡିବ, ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ଭାଇ-ଭଉଣୀ ହୋଇଯାଇଛନ୍ତି ।
ଭାଇ-ଭଉଣୀ ତ ଥିଲ ନା । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ପରସ୍ପର ମଧ୍ୟରେ କ’ଣ ଅଟନ୍ତି?
ପ୍ରଜାପିତା ବ୍ରହ୍ମା ବୋଲି ଗାୟନ କରାଯାଏ । ଯେ ପର୍ଯ୍ୟନ୍ତ ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା
ସନ୍ତାନ ସୃଷ୍ଟି ହୋଇନାହାଁନ୍ତି, ସେ ପର୍ଯ୍ୟନ୍ତ ସୃଷ୍ଟିର ରଚନା ପୁଣି କିପରି ହେବ? ପ୍ରଜାପିତା
ବ୍ରହ୍ମାଙ୍କର ସମସ୍ତେ ଆତ୍ମିକ ସନ୍ତାନ ଅଟନ୍ତି । ଦୁନିଆର ବ୍ରାହ୍ମଣମାନେ ଶାରୀରିକ ଯାତ୍ରା
କରିଥା’ନ୍ତି । ତୁମେ ଆତ୍ମିକ ଯାତ୍ରାକଲାବାଲା ଅଟ । ସେମାନେ ପତିତ, ତୁମେ ପବିତ୍ର । ସେମାନେ
କୌଣସି ପ୍ରଜାପିତାଙ୍କର ସନ୍ତାନ ନୁହଁନ୍ତି, ଏକଥା ତୁମେ ଜାଣୁଛ । ନିଜକୁ ଭାଇ-ଭଉଣୀ ଭାବୁଥିବା
ପର୍ଯ୍ୟନ୍ତ ବିକାରଗ୍ରସ୍ତ ହୋଇପାରିବ ନାହିଁ । ବାବା ମଧ୍ୟ କହୁଛନ୍ତି ଖବରଦାର ରୁହ, ମୋର ସନ୍ତାନ
ହୋଇ କୌଣସି ଅପରାଧ ବା ବିକାରୀ କାମ କର ନାହିଁ, ନଚେତ୍ ପଥରବୁଦ୍ଧି ହୋଇଯିବ । ଇନ୍ଦ୍ରସଭାର
କାହାଣୀ ମଧ୍ୟ ରହିଛି । ଜଣେ ଶୂଦ୍ରକୁ ସଭା ମଧ୍ୟକୁ ନେଇ ଆସିଥିଲେ । ଯାହାର ଦୁର୍ଗନ୍ଧ ଚାରିଆଡେ
ଖେଳିଗଲା । ତେଣୁ ତାଙ୍କୁ କୁହାଗଲା ପତିତକୁ ଏଠାକୁ କାହିଁକି ଆଣିଛ । ପୁଣି ତାଙ୍କୁ ଅଭିଶାପ
ଦେଇଦେଲେ । ବାସ୍ତବରେ ଏହି ସଭାକୁ ମଧ୍ୟ କେହି ପତିତ ଆସିପାରିବେ ନାହିଁ । ଭଲେ ବାବା ଜାଣନ୍ତୁ
ଅଥବା ନ ଜାଣନ୍ତୁ, ଏମାନେ ତ ନିଜର ହିଁ କ୍ଷତି କରିଥାନ୍ତି, ଆହୁରି ହିଁ ଶହେ ଗୁଣା ଦଣ୍ଡ
ମିଳିଯିବ । ପତିତମାନଙ୍କୁ ବାବାଙ୍କ ସହିତ ମିଶିବାର ଅନୁମତି ନାହିଁ । ସେମାନଙ୍କ ପାଇଁ
ଭିଜିଟିଙ୍ଗ୍ ରୁମ୍ ଠିକ୍ । ଯେବେ ପବିତ୍ର ହେବା ପାଇଁ ଗ୍ୟାରେଣ୍ଟି କରିବେ, ଦୈବୀଗୁଣ ଧାରଣ କରିବେ
ତେବେ ଅନୁମତି ଦିଆଯିବ । ଦୈବୀଗୁଣ ଧାରଣ କରିବାରେ ସମୟ ଲାଗିଥାଏ । କେବଳ ପବିତ୍ର ହେବାର ହିଁ
ପ୍ରତିଜ୍ଞା କରିବାକୁ ହେବ ।
ଏକଥା ମଧ୍ୟ ବୁଝାଯାଉଛି,
ଦେବତାମାନଙ୍କର ଏବଂ ପରମାତ୍ମାଙ୍କର ମହିମା ଅଲଗା-ଅଲଗା ଅଟେ । ବାବା ହିଁ ପତିତ-ପାବନ, ଲିବରେଟ୍ର
(ମୁକ୍ତିଦାତା), ଗାଇଡ୍ (ପଥ ପ୍ରଦର୍ଶକ) ଅଟନ୍ତି । ସବୁ ଦୁଃଖରୁ ମୁକ୍ତ କରି ନିଜର ଶାନ୍ତିଧାମକୁ
ନେଇଯାଉଛନ୍ତି । ଶାନ୍ତିଧାମ, ସୁଖଧାମ ଏବଂ ଦୁଃଖଧାମ ଏହା ମଧ୍ୟ ଚକ୍ର ଅଟେ । ଏବେ ଦୁଃଖଧାମକୁ
ଭୁଲିଯିବାକୁ ହେବ । ଯେଉଁମାନେ କ୍ରମାନ୍ୱୟରେ ପାସ୍ ହେବେ ସେମାନେ ଶାନ୍ତିଧାମରୁ ସୁଖଧାମକୁ ଆସିବେ
। ଏହି ଚକ୍ର ଘୂରି ଚାଲିଛି । ଢେରକୁ ଢେର ଆତ୍ମା ରହିଛନ୍ତି, ସମସ୍ତଙ୍କ ଅଭିନୟ କ୍ରମାନ୍ୱୟରେ
ରହିଛି । ଯିବେ ମଧ୍ୟ କ୍ରମାନ୍ୱୟରେ । ଆତ୍ମାମାନଙ୍କର ମାଳାକୁ କୁହାଯାଉଛି ଶିବବାବାଙ୍କର ବଂଶାବଳୀ
ଅଥବା ରୁଦ୍ର ମାଳା । କ୍ରମାନ୍ୱୟରେ ଯାଉଛନ୍ତି ପୁଣି କ୍ରମାନ୍ୱୟରେ ଆସୁଛନ୍ତି । ଅନ୍ୟ
ଧର୍ମାବଲମ୍ବୀମାନଙ୍କର ମଧ୍ୟ ଏହିପରି ହୋଇଥାଏ । ପିଲାମାନଙ୍କୁ ପ୍ରତ୍ୟହ ବୁଝାଯାଉଛି, ସ୍କୁଲରେ
ପ୍ରତ୍ୟହ ନ ପଢିଲେ, ମୁରଲୀ ନ ଶୁଣିଲେ ପୁଣି ଆବସେଣ୍ଟ ଅର୍ଥାତ୍ ଅନୁପସ୍ଥିତ ହୋଇଯିବ । ଏହି
ପାଠପଢାର ଉପରକୁ ଉଠିବା ପାଇଁ ଲିଫ୍ଟ ମଧ୍ୟ ନିଶ୍ଚୟ ଦରକାର । ଈଶ୍ୱରୀୟ ବିଶ୍ୱବିଦ୍ୟାଳୟରେ
ଅନୁପସ୍ଥିତ ହେବା ଉଚିତ୍ ନୁହେଁ । ଏହି ପାଠପଢା କେତେ ଶ୍ରେଷ୍ଠ, ଯାହା ଦ୍ୱାରା ତୁମେ ସୁଖଧାମର
ମାଲିକ ହେଉଛ । ସେଠାରେ ତ ସବୁ ଖାଦ୍ୟଶସ୍ୟ ମାଗଣାରେ ମିଳିବ, ପଇସା ପଡିବ ନାହିଁ । ଏବେ ତ କେତେ
ଦାମ୍ ହୋଇଯାଇଛି । ୧୦୦ ବର୍ଷ ମଧ୍ୟରେ କେତେ ମହଙ୍ଗା ହୋଇଯାଇଛି । ସେଠାରେ କୌଣସି ଅପ୍ରାପ୍ତ
ବସ୍ତୁ ରହିବ ନାହିଁ ଯାହା ପାଇଁ ଅସୁବିଧା ଭୋଗିବାକୁ ହେବ । ତାହା ହେଉଛି ହିଁ ସୁଖଧାମ । ତୁମେ
ଏବେ ସେଠାକୁ ଯିବା ପାଇଁ ପ୍ରସ୍ତୁତି କରୁଛ । ତୁମେ ଭିକାରୀରୁ ରାଜକୁମାର ହେଉଛ । ସାହୁକାରମାନେ
ନିଜକୁ ଭିକାରୀ ବୋଲି ଭାବୁ ନାହାଁନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ସହିତ ଯେଉଁ ସମ୍ପୂର୍ଣ୍ଣ ପବିତ୍ର ହେବାର ପ୍ରତିଜ୍ଞା କରିଛ ତାକୁ ଭାଙ୍ଗିବାର ନାହିଁ । ଖାଦ୍ୟପେୟ
ତଥା ଚାଲିଚଳଣରେ ବହୁତ-ବହୁତ ସଂଯମ ରକ୍ଷା କରିବାକୁ ହେବ । ନିଜର ଚାର୍ଟ ଦେଖିବାକୁ ହେବ - ମୋ
ଭିତରେ କୌଣସି ଅବଗୁଣ ନାହିଁ ତ?
(୨) ଏହି ଗଡ୍ଲୀ
ୟୁନିଭରିସିଟୀ ଅର୍ଥାତ୍ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟରେ କେବେ ବି ଅନୁପସ୍ଥିତ ହେବାର ନାହିଁ ।
ସୁଖଧାମର ମାଲିକ ହେବାର ଏତେ ଶ୍ରେଷ୍ଠ ପାଠପଢାକୁ ଗୋଟିଏ ଦିନ ମଧ୍ୟ ବନ୍ଦ କରିବାର ନାହିଁ ।
ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ମୁରଲୀ ଶୁଣିବାକୁ ହେବ ।
ବରଦାନ:-
ପ୍ରତ୍ୟେକ
ମୂହୁର୍ତ୍ତର, ପ୍ରତ୍ୟେକ ସଂକଳ୍ପର ମହତ୍ୱକୁ ଜାଣି ପୁଣ୍ୟର ପୁଞ୍ଜି ଜମା କରୁଥିବା ପଦ୍ମାପଦ୍ମପତି
ଭବ ।
ତୁମ ପୁଣ୍ୟ
ଆତ୍ମାମାନଙ୍କର ସଂକଳ୍ପରେ ଏତେ ବିଶେଷ ଶକ୍ତି ରହିଛି ଯାହା ଦ୍ୱାରା ତୁମେ ଅସମ୍ଭବକୁ ସମ୍ଭବ
କରିପାରିବ । ଆଜିକାଲି ଯେପରି ଭିନ୍ନ ଭିନ୍ନ ଯନ୍ତ୍ରପାତି ଆଧାରରେ ମରୁଭୂମିକୁ ମଧ୍ୟ
ସବୁଜ-ଶ୍ୟାମଳ କରି ଦେଉଛନ୍ତି, ପାହାଡ ଉପରେ ମଧ୍ୟ ପୁଲ ଫୁଟାଇ ଦେଉଛନ୍ତି, ସେହିପରି ତୁମେମାନେ
ମଧ୍ୟ ନିଜର ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ନିରାଶ ଆତ୍ମା ଭିତରେ ଆଶର ସଞ୍ଚାର କରାଇପାରିବ । ଏଥିପାଇଁ
କେବଳ ପ୍ରତ୍ୟେକ ମୂହୁର୍ତ୍ତ ଏବଂ ପ୍ରତ୍ୟେକ ସଂକଳ୍ପର ମହତ୍ୱକୁ ଜାଣି, ତା’କୁ କାର୍ଯ୍ୟରେ ଲଗାଇ
ପୁଣ୍ୟର ପୁଞ୍ଜି ଜମା କର । ତୁମମାନଙ୍କର ସଂକଳ୍ପର ଶକ୍ତି ଏତେ ଶ୍ରେଷ୍ଠ ଅଟେ, ଯାହାକି ତୁମର
ଗୋଟିଏ ସଂକଳ୍ପ ମଧ୍ୟ କାହାକୁ ପଦ୍ମାପଦ୍ମପତି କରିଦେଇପାରିବ ।
ସ୍ଲୋଗାନ:-
ଯଦି ପ୍ରତ୍ୟେକ
କର୍ମ ଅଧିକାରୀ ପଣିଆର ନିଶ୍ଚୟ ଏବଂ ନିଶାର ସହିତ କରିବ ତେବେ ମେହନତ ସମାପ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମାତୀତ ସ୍ଥିତିକୁ
ପ୍ରାପ୍ତ କରିବା ପାଇଁ ନିଜ ଭିତରେ ବିଶେଷ କରି ଏକତ୍ରିକରଣର ଶକ୍ତି ଏବଂ ସମାହିତ କରିବାର ଶକ୍ତି
ଆବଶ୍ୟକ । କର୍ମବନ୍ଧନୀ ଆତ୍ମାମାନେ ଯେଉଁଠି ଥିବେ କେବଳ ସେହିଠାରେ ହିଁ କାର୍ଯ୍ୟ କରିପାରିବେ ଏବଂ
କର୍ମାତୀତ ଆତ୍ମାମାନେ ଗୋଟିଏ ସମୟରେ ଚାରିଆଡେ ନିଜର ସେବାର ପାର୍ଟ କରିପାରିବେ, କାହିଁକି ନା
ସେମାନେ କର୍ମାତୀତ ଅଟନ୍ତି । ସେମାନଙ୍କର ଗତି ଅତି ତୀବ୍ର ହୋଇଥାଏ, ତେଣୁ ଗୋଟିଏ ସେକେଣ୍ଡ ଭିତରେ
ଯେଉଁଠାରେ ଇଚ୍ଛା ସେଠାରେ ପହଞ୍ଚି ଯାଇପାରିବେ । ତେଣୁ ଏହି ଅନୁଭୂତିକୁ ବଢାଅ ।