28.05.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ନିଜର ଶ୍ରେଷ୍ଠ ଭାଗ୍ୟ ଗଢିବା ପାଇଁ ବାବାଙ୍କ ପାଖକୁ ଆସିଛ, ଯେତେ ଯେତେ ଶ୍ରୀମତରେ ଚାଲିବ ସେହି ଅନୁସାରେ ଭାଗ୍ୟ ଶ୍ରେଷ୍ଠ ହେବ ।”

ପ୍ରଶ୍ନ:-
ଭକ୍ତିର କେଉଁ ଅଭ୍ୟାସ ଏବେ ତୁମ ପିଲାମାନଙ୍କ ଭିତରେ ରହିବା ଉଚିତ୍ ନୁହେଁ?

ଉତ୍ତର:-
ଭକ୍ତମାର୍ଗରେ ଯଦି ଟିକିଏ ବି ଦୁଃଖ ହେଲେ ବା ରୋଗ ହେଲେ କହିବେ ହେ ରାମ ହେ ଭଗବାନ, ହାୟ-ହାୟ କରିବାର ଅଭ୍ୟାସ ଭକ୍ତିମାର୍ଗରେ ଥାଏ । ଏବେ ତୁମକୁ କେବେ ବି ମୁଖରୁ ଏହିଭଳି ଶବ୍ଦ ବାହାର କରିବାର ନାହିଁ । ତୁମକୁ ତ ଭିତରେ-ଭିତରେ ମିଠା ବାବାଙ୍କୁ ବହୁତ ସ୍ନେହରେ ମନେ ପକାଇବାର ଅଛି ।

ଗୀତ:-
ତକଦୀର ଜଗାକର ଆୟୀ ହୁଁ....

ଓମ୍ ଶାନ୍ତି ।
ପ୍ରତ୍ୟେକ ମନୁଷ୍ୟ ପୁରୁଷାର୍ଥ କରୁଛନ୍ତି - ସୁଖ ଏବଂ ଶାନ୍ତିର ଭାଗ୍ୟ ପ୍ରାପ୍ତ କରିବା ପାଇଁ । ସାଧୁ-ସନ୍ଥ, ସନ୍ନ୍ୟାସୀ ଆଦି କହୁଛନ୍ତି ଆମକୁ ଶାନ୍ତି ଦରକାର । ଦୁଃଖ ହରଣ କର, ସୁଖ ଦିଅ । ଜାଣୁଛନ୍ତି ଭଗବାନ ହିଁ ମନୁଷ୍ୟ ମାନଙ୍କର ଦୁଃଖହର୍ତ୍ତା-ସୁଖକର୍ତ୍ତା ଅଟନ୍ତି । ଏବେ ମନୁଷ୍ୟ ତ ଭଗବାନଙ୍କୁ ଜାଣି ନାହାଁନ୍ତି । ତୁମେ ତ କହୁଛ ଶିବବାବା । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ବାବା କୁହାଯିବ ନାହିଁ । ସେମାନେ ତ ଦେବତା ଅଟନ୍ତି । ଭଗବାନଙ୍କୁ ହିଁ ବାବା କୁହାଯିବ, ସିଏ ହେଲେ ନିରାକାର, ଯାହାଙ୍କର ସମସ୍ତେ ପୂଜା କରୁଛନ୍ତି । ଜାଣିଛନ୍ତି ଶିବବାବା ହିଁ ସମସ୍ତଙ୍କର ଅଟନ୍ତି । କିନ୍ତୁ ମନରେ ଏହି ଭାବନା ଆସୁ ନାହିଁ ଯେ ଆମେ ବାବା କାହିଁକି କହୁଛୁ । ପିତା ତ ଜଣେ ଲୌକିକରେ ମଧ୍ୟ ଅଛନ୍ତି - ତେବେ ଇଏ ପୁଣି କେଉଁ ପିତା! ଏହା ଆତ୍ମା କହୁଛି ସିଏ ମୋର ନିରାକାର ପିତା ଅଟନ୍ତି । ସିଏ ମଧ୍ୟ ନିରାକାର, ମୁଁ ଆତ୍ମା ମଧ୍ୟ ନିରାକାର । ସାକାର ପିତା ଥିଲେ କି ଆତ୍ମା ପରମ ପିତାଙ୍କୁ ଭୁଲିପାରୁ ନାହିଁ । ଈଶ୍ୱର ଆମର ପିତା ଅଟନ୍ତି, ଆମେ ତାଙ୍କର ସନ୍ତାନ ଅଟୁ । ଭାରତରେ କହୁଛନ୍ତି ପରମପିତା । ଇଂରାଜୀ ଭାଷାରେ କହୁଛନ୍ତି ଗଡ୍ ଫାଦର ଅର୍ଥାତ୍ ଈଶ୍ୱର ପିତା, ସୁପ୍ରିମ ସୋଲ୍ ଅର୍ଥାତ୍ ପରମଆତ୍ମା, ସର୍ବୋଚ୍ଚ । ଲୌକିକ ପିତା ତ ଶରୀରର ରଚୟିତା ଅଟନ୍ତି ଏବଂ ସିଏ ହେଉଛନ୍ତି ପାରଲୌକିକ ପିତା । ପିତା ହିଁ ଆସି ପିଲାମାନଙ୍କୁ ବୁଝାଉଛନ୍ତି । ସମସ୍ତେ ବାବାଙ୍କୁ ସ୍ମରଣ କରୁଛନ୍ତି କାରଣ ବାବାଙ୍କଠାରୁ ସମ୍ପତ୍ତି ମିଳିଥାଏ । ତୁମେ ବାବାଙ୍କ ନିକଟକୁ ଆସିଛ ହିଁ ସମ୍ପତ୍ତି ନେବା ପାଇଁ । ଦୁଃଖହର୍ତ୍ତା, ସୁଖକର୍ତ୍ତା ବାବା ହିଁ ଆସି ସୁଖର ରାସ୍ତା ବତାଉଛନ୍ତି । ସତ୍ୟଯୁଗରେ ଦୁଃଖର ଚିହ୍ନ-ବର୍ଣ୍ଣ ନ ଥାଏ । ଏଠାରେ ତ ବହୁତ ଦୁଃଖ ଅଛି ନା, ତେଣୁ ସମସ୍ତେ ଡାକୁଛନ୍ତି । ଏବେ ତ ଦୁନିଆକୁ ବହୁତ ଦୁଃଖ ଆସିବାର ଅଛି । ଯଦି କେହି ମରିଯାଉଛନ୍ତି ତେବେ କେତେ ଦୁଃଖୀ ହୋଇଯାଉଛନ୍ତି । “ହାୟ ଭଗବାନ” କହି କାନ୍ଦୁଛନ୍ତି । ସିଏ ହିଁ କଲ୍ୟାଣକାରୀ ପିତା ଅଟନ୍ତି । ଯଦି ଗାୟନ କରୁଛ ତେବେ ନିଶ୍ଚିତ ଦୁଃଖ ହରଣ କରି ସୁଖ ଦେଇଥିବେ ନା । ବାବା ଆସି ବୁଝାଉଛନ୍ତି - ପିଲାମାନେ ତୁମେ କଳ୍ପ-କଳ୍ପ ଯେତେବେଳେ ଦୁଃଖୀ ପତିତ ହୋଇଯାଉଛ ସେତେବେଳେ ଡାକୁଛ, ହେ ବାବା ଆସ । ମୁଁ କଳ୍ପ-କଳ୍ପ ସଂଗମଯୁଗରେ ହିଁ ଆସୁଛି । ପବିତ୍ର ଦୁନିଆର ଆରମ୍ଭ ଏବଂ ପତିତ ଦୁନିଆର ଶେଷ ସମୟକୁ ସଂଗମ କୁହାଯାଉଛି । ଏହା ହିଁ ସଂଗମଯୁଗ, ଯାହାର ଗାୟନ ହେଉଛି । ବାବା ଆସୁଛନ୍ତି ସମସ୍ତଙ୍କର ଜ୍ୟୋତି ଜାଗ୍ରତ କରିବା ପାଇଁ, ଦୁଃଖ ହରଣ କରି ସୁଖ ଦେବା ପାଇଁ । ତୁମେ ଜାଣିଛ ଆମେ ପାରଲୌକିକ ପିତାଙ୍କ ପାଖକୁ ଆସିଛୁ, ଯେଉଁ ପିତା ଏହାଙ୍କ ଭିତରେ ପ୍ରବେଶ କରି ଆସିଛନ୍ତି । ସିଏ ନିଜେ କହୁଛନ୍ତି ମୁଁ ଏହାଙ୍କ ଶରୀରରେ ପ୍ରବେଶ କରି ୟାଙ୍କର ନାମ ବ୍ରହ୍ମା ରଖିଛି । ତୁମେ ସବୁ ହେଲ ବ୍ରହ୍ମାକୁମାର ଏବଂ ବ୍ରହ୍ମାକୁମାରୀ । ତୁମକୁ ଏହି ନିଶ୍ଚୟ ରହିଛି ଯେ ଆମେ ବାବାଙ୍କଠାରୁ ସୁଖର ସମ୍ପତ୍ତି ନେବା ପାଇଁ ବ୍ରହ୍ମାଙ୍କର ସନ୍ତାନ ହୋଇଛୁ । ତୁମେ ପିଲାମାନେ ମଧ୍ୟ ସେତେବେଳେ ସୁଖରେ ଥିଲ ଯେତେବେଳେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା । ଏବେ ହେଉଛି କଳିଯୁଗ, ଦୁଃଖଧାମ । ଏହା ପରେ ସତ୍ୟଯୁଗ ଆସିବ । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହୋଇଥାଏ ନା । ତେବେ ସତ୍ୟଯୁଗରେ ପୁନର୍ବାର ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଆସିବା ଦରକାର । ଏହି ଚକ୍ର ଘୂରି ଚାଲିଛି । ବାବା ବୁଝାଇଛନ୍ତି ତୁମେ ନର୍କବାସୀ ହୋଇଯାଇଛ, ଏବେ ପୁଣି ତୁମକୁ ସ୍ୱର୍ଗବାସୀ ହେବାକୁ ପଡିବ । ତୁମ ଦେବୀ-ଦେବତାମାନଙ୍କର ବହୁତ ଛୋଟ ବୃକ୍ଷ (ପରିବାର) ଥିଲା । ଏବେ ତୁମକୁ ସ୍ମୃତି ଆସୁଛି ଯେ ଆମେମାନେ ହିଁ ୮୪ ଜନ୍ମ ନେଇଛୁ । ଆମେ ସାରା ବିଶ୍ୱର ମାଲିକ ଥିଲୁ, ପୁଣି ପୁନର୍ଜନ୍ମ ନେଇ ଆସିଛୁ । ଏବେ ତୁମର ୮୪ ଜନ୍ମର ଶେଷର ମଧ୍ୟ ଶେଷ ସମୟ । ଦୁନିଆ ନୂଆରୁ ପୁରୁଣା ନିଶ୍ଚିତ ହେବ । ନୂଆ ଦୁନିଆ ପବିତ୍ର ଥିଲା, ଏବେ ପୁରୁଣା ପତିତ ଦୁନିଆ ଅଟେ । ଲୋକମାନେ କେତେ ଦୁଃଖୀ କାଙ୍ଗାଳ ହୋଇଯାଇଛନ୍ତି । ଭାରତ ବହୁତ ସାହୁକାର ଥିଲା । ପବିତ୍ର ଗୃହସ୍ଥ ଆଶ୍ରମ ଥିଲା । ପବିତ୍ର ପ୍ରବୃତ୍ତି ମାର୍ଗ ଥିଲା, ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ, ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ ଥିଲେ । ଏହି ସବୁ କଥା ଶାସ୍ତ୍ରମାନଙ୍କରେ ନାହିଁ । ଶାସ୍ତ୍ରଗୁଡିକ ହେଲା ଭକ୍ତିମାର୍ଗ ପାଇଁ । ସେଥିରେ ଭକ୍ତି କରିବାର ନୀତି-ନିୟମ ସବୁ ରହିଛି । ଭଗବାନଙ୍କ ସହିତ ମିଶିବାର ରାସ୍ତା ଶାସ୍ତ୍ରରେ ମିଳିପାରିବ ନାହିଁ । ଭାବୁଛନ୍ତି ଯେ ଭଗବାନଙ୍କୁ ଏଠାକୁ ଆସିବାକୁ ହିଁ ପଡିବ ତେବେ ଭଗବାନଙ୍କ ପାଖରେ ପହଞ୍ଚିବାର ତ ପ୍ରଶ୍ନ ଉଠୁ ନାହିଁ । ଯଜ୍ଞ, ତପ ଆଦି କରିବା - ଏହା କୌଣସି ଠିକ୍ ରାସ୍ତା ନୁହେଁ । ଭଗବାନଙ୍କୁ ମଧ୍ୟ ଏଥିପାଇଁ ଡାକୁଛନ୍ତି ଯେ ଆସି ଆମକୁ ରାସ୍ତା ବତାଅ । ଆମର ଆତ୍ମା ତମୋପ୍ରଧାନ ହୋଇଯାଇଛି, ଯେଉଁ କାରଣରୁ ଉଡିପାରୁନାହିଁ ଅର୍ଥାତ୍ ବାବାଙ୍କ ପାଖକୁ ଯାଇ ପାରୁ ନାହିଁ । ଏମିତି ତ ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି । ଆତ୍ମା ଜନ୍ମ ନେବା ପାଇଁ କୁଆଡେ କୁଆଡେ ଚାଲିଯାଉଛି । ଆମେରିକା ମଧ୍ୟ ଯାଇପାରିବ । କାହାର ଯଦି କାହା ସହିତ ସମ୍ବନ୍ଧ ଥିବ ତେବେ ଆତ୍ମା ତୁରନ୍ତ ସେଠାକୁ ଗୋଟିଏ ସେକେଣ୍ଡରେ ଉଡିଯିବ । କିନ୍ତୁ ଉଡି କରି ନିଜ ଘର ଶାନ୍ତିଧାମକୁ ଫେରିଯିବ, ଏପରି ହୋଇପାରିବ ନାହିଁ । ପତିତ ଆତ୍ମା ସେଠାକୁ ଯାଇପାରିବ ନାହିଁ, ସେଥିପାଇଁ ଡାକୁଛନ୍ତି ହେ ପତିତପାବନ ଆସ । ବାବା ଯେତେବେଳେ ଆସୁଛନ୍ତି ସେତେବେଳେ ହିଁ ବୁଝାଉଛନ୍ତି - ସାରା ଦୁନିଆ ପତିତ ହୋଇଗଲେ ମୁଁ ଆସେ । ପତିତ ଦୁନିଆରେ ଜଣେ ବି ପବିତ୍ର ଆତ୍ମା ନାହାଁନ୍ତି । ଭାବୁଛନ୍ତି ଗଙ୍ଗା ପତିତ-ପାବନୀ ଅଟେ, ସେଥିପାଇଁ ସ୍ନାନ କରିବା ପାଇଁ ଯାଉଛନ୍ତି । କିନ୍ତୁ ପାଣିରେ ତ କେହି ପବିତ୍ର ହୋଇପାରିବ ନାହିଁ । ପୁରୁଣା ଦୁନିଆ ତ ପତିତ ହିଁ ଅଟେ, ନୂଆ ଦୁନିଆ ପବିତ୍ର ଅଟେ । ଏବେ ତୁମେ ବେହଦର ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ ଆସିଛ । ତୁମକୁ ପୁଣ୍ୟ ଆତ୍ମା ହେବାର ଅଛି । ତୁମର ଆତ୍ମା ସତ୍ୱପ୍ରଧାନ ଥିଲା ତାହା ଏବେ ତମୋପ୍ରଧାନ ହୋଇଯାଇଛି । ତେବେ ସତ୍ୱପ୍ରଧାନ କୌଣସି ଗଙ୍ଗାସ୍ନାନ ଦ୍ୱାରା ହୋଇପାରିବ ନାହିଁ । ପତିତମାନଙ୍କୁ ପବିତ୍ର କରିବା ଏହା ତ ବାବାଙ୍କର ହିଁ କାମ ଅଟେ । ବାକି ଏହି ପାଣିର ନଦୀ ତ ସବୁ ସ୍ଥାନରେ ଅଛି । ବାଦଲରୁ ପାଣି ବରଷିଥାଏ, ସମସ୍ତଙ୍କୁ ମିଳିଥାଏ । ଯଦି ପାଣିର ନଦୀ ପବିତ୍ର କରି ଦେଉଥା’ନ୍ତା ତେବେ ସମସ୍ତଙ୍କୁ ପବିତ୍ର କରିଦିଅନ୍ତା । ପବିତ୍ର ହେବାର ଉପାୟ ବାବା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ଶୁଣାଉଛନ୍ତି । ବ୍ରହ୍ମାଙ୍କ ଦେହରେ ବ୍ରହ୍ମାଙ୍କର ଆତ୍ମା ମଧ୍ୟ ଅଛି । ବାବା କହୁଛନ୍ତି ମୋର ନିଜର ଶରୀର ନାହିଁ । କଳ୍ପ କଳ୍ପ ୟାଙ୍କ ଶରୀରରେ ହିଁ ଆସୁଛି ତୁମକୁ ବୁଝାଇବା ପାଇଁ । ତୁମେ ନିଜର ଜନ୍ମକୁ ଜାଣିନାହଁ । କଳ୍ପର ଆୟୁ ଲକ୍ଷ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି ।

ବାବା କହୁଛନ୍ତି ଏହା ୮୪ ଜନ୍ମର ଚକ୍ର ଅଟେ । ୫ ହଜାର ବର୍ଷରେ ୮୪ ଲକ୍ଷ ଜନ୍ମ କେହି ନେଇପାରିବେ ନାହିଁ । ତେବେ ବାବା ବୁଝାଉଛନ୍ତି ସ୍ୱର୍ଗରେ ତୁମେ ୧୬ କଳା ସମ୍ପୂର୍ଣ୍ଣ ଥିଲ ପୁଣି ୨ କଳା କମିଗଲା ତାପରେ ଧୀରେ ଧୀରେ କଳା କମି କମି ଗଲା । ନୂଆ ଦୁନିଆ ହିଁ ପୁଣି ପୁରୁଣା ହୋଇଥାଏ । ଦ୍ୱାପର-କଳିଯୁଗକୁ ପତିତ ଦୁନିଆ କୁହାଯାଏ । ଏହି ସବୁ କଥା କୌଣସି ଶାସ୍ତ୍ରରେ ନାହିଁ । ମୋତେ ହିଁ ଜ୍ଞାନର ସାଗର କହୁଛନ୍ତି । ମୁଁ କୌଣସି ଶାସ୍ତ୍ର ପଢୁ ନାହିଁ? ମୁଁ ଏହି ସୃଷ୍ଟିର ଆଦି-ମଧ୍ୟ-ଅନ୍ତକୁ ଜାଣିଛି । ଭକ୍ତିମାର୍ଗର ଆତ୍ମାଙ୍କ ପାଖରେ ଏହି ଜ୍ଞାନ ନାହିଁ । ସେ ସବୁ ହେଲା ଭକ୍ତିର ଜ୍ଞାନ । ଗାୟନ ମଧ୍ୟ କରୁଛନ୍ତି - ମୁଁ ପାପୀ, ନୀଚ । ମୋ ଭିତରେ କୌଣସି ଗୁଣ ନାହିଁ । ଆପଣ କୃପା କରନ୍ତୁ । ଦେବତାମାନଙ୍କ ଉପରେ କୃପା କରାଯାଇଛି ସେଥିପାଇଁ ଏମାନେ ମନୁଷ୍ୟରୁ ଦେବତା ହୋଇଛନ୍ତି, ଏହାକୁ କୁହାଯାଏ ସର୍ବୋଚ୍ଚ ଭାଗ୍ୟ । ନିଜର ଭାଗ୍ୟ ଗଢିବା ପାଇଁ ସ୍କଲକୁ ଯାଇଥା’ନ୍ତି । କେହି ଜଜ୍‌, କେହି ଇଞ୍ଜିନିୟର ହୋଇଥାଆନ୍ତି । ସେ ସବୁ ହେଲା ବିକାରୀ ଭାଗ୍ୟ, ଏଠାରେ ତୁମର ଈଶ୍ୱରଙ୍କ ଦ୍ୱାରା ଭାଗ୍ୟ ତିଆରି ହେଉଛି, ସେଥିପାଇଁ ଡାକୁଛନ୍ତି ହେ ଦୁଃଖହର୍ତ୍ତା-ସୁଖକର୍ତ୍ତା, ଦେବତା କରିବା ପାଇଁ ବାବାଙ୍କ ବ୍ୟତୀତ ଆଉ କେହି ପଢାଇ ପାରିବେ ନାହିଁ । ବାବା ଆତ୍ମାମାନଙ୍କ ସହିତ କଥା ହେଉଛନ୍ତି । ଆତ୍ମା କହୁଛି, ଏହା ମୋର ଶରୀର ଅଟେ । ଶରୀର ତ କହିବ ନାହିଁ ଯେ ଏହା ମୋର ଆତ୍ମା । ଶରୀର ଭିତରେ ଆତ୍ମା ଅଛି, ସିଏ କହୁଛି ଏହା ମୋର ଶରୀର ଅଟେ । ମନୁଷ୍ୟ କହୁଛନ୍ତି ମୋ ଆତ୍ମାକୁ ଦୁଃଖୀ କର ନାହିଁ । ଆତ୍ମା ଶରୀରରେ ନ ଥିଲେ ଶରୀର କଥା କହିପାରିବ ନାହିଁ । ଆତ୍ମା କହୁଛି ମୁଁ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି । ମୁଁ ୮୪ ଜନ୍ମ ଭୋଗ କରି ଏବେ ନର୍କବାସୀ ହୋଇଯାଇଛି । ଏବେ ତୁମେ ସ୍ୱର୍ଗବାସୀ ହେବାର ପୁରୁଷାର୍ଥ କରୁଛ । ସ୍ୱର୍ଗବାସୀ ତ ବାବା ହିଁ କରିବେ । ସ୍ୱର୍ଗ କୁହାଯାଉଛି ସତ୍ୟଯୁଗକୁ । ସେମାନେ ଯାହା କହୁଛନ୍ତି ଯେ ଅମୁକ ସ୍ୱର୍ଗବାସୀ ହୋଇଗଲା, ସେସବୁ ମିଛ କହୁଛନ୍ତି । ଏହା ତ ନର୍କ ଅଟେ । ଯଦି କେହି ମରିଗଲା ତେବେ କହୁଛନ୍ତି ସ୍ୱର୍ଗକୁ ଗଲା ତେବେ ତାଙ୍କୁ ଖାଇବା ପାଇଁ ନର୍କକୁ କାହିଁକି ଡାକୁଛନ୍ତି । ସ୍ୱର୍ଗରେ ତ ତାଙ୍କୁ ବହୁତ ବୈଭବ ମିଳୁଥିବ ତେବେ ତୁମେ ତାଙ୍କୁ ନର୍କକୁ କାହିଁକି ଡାକୁଛ? ମନୁଷ୍ୟମାନଙ୍କ ଭିତରେ ଏତିକି ବି ଜ୍ଞାନ ନାହିଁ । ବାବା ଆସି ବୁଝାଉଛନ୍ତି - ଏବେ ଏହି କଳିଯୁଗ ସମାପ୍ତ ହେବାକୁ ଯାଉଛି, ଏଥିରେ ନିଆଁ ଲାଗିଯିବ । ଏ ସବୁ ସମାପ୍ତ ହୋଇଯିବ । ତୁମେ ପିଲାମାନେ ଯେଉଁମାନେ ବାବାଙ୍କଠାରୁ ସମ୍ପତ୍ତି ନେଉଛ ସେମାନେ ସତ୍ୟଯୁଗରେ ଆସି ରାଜତ୍ୱ କରିବ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଏ ସମ୍ପତ୍ତି କିଏ ଦେଇଥିଲେ? ଶିବବାବା ହିଁ ଦେଇଥିଲେ । ତୁମେ ଏବେ ବାବାଙ୍କ ଦ୍ୱାରା ଯୋଗ୍ୟ ହେଉଛ । ତୁମେ କହିବ ଆମେ ନର୍କବାସୀରୁ ସ୍ୱର୍ଗବାସୀ ହେଉଛୁ । ବାବା କହୁଛନ୍ତି ମୁଁ ସ୍ୱର୍ଗବାସୀ ହେଉ ନାହିଁ । ମୁଁ ତ ପରମଧାମରେ ରହୁଛି । ନର୍କବାସୀ-ସ୍ୱର୍ଗବାସୀ ତୁମେ ହେଉଛ । ଆତ୍ମାର ନିବାସ ସ୍ଥାନ ଶାନ୍ତିଧାମ । ସେଠାରୁ ତୁମେ ସୁଖଧାମକୁ ଆସୁଛ । ଏହା ହିଁ ହେଉଛି ଦୁଃଖଧାମ, ଏହାର ଏବେ ବିନାଶ ହେବ । ଏକଥା କାହାକୁ ବି ଜଣା ନାହିଁ ଯେ ଭଗବାନ ବ୍ରହ୍ମାଙ୍କ ଶରୀରରେ ଆସି ରାଜଯୋଗ ଶିଖାଉଛନ୍ତି । ସେମାନେ ଭାବୁଛନ୍ତି ଯେ ଶ୍ରୀକୃଷ୍ଣ ଆସିଥିଲେ । ଶ୍ରୀକୃଷ୍ଣଙ୍କ ଶରୀରରେ ଭଗବାନ ଆସିଥିଲେ ବୋଲି ମଧ୍ୟ କହୁନାହାଁନ୍ତି । ଶ୍ରୀକୃଷ୍ଣଙ୍କୁ ତ ଭଗବାନ କହିପାରିବେ ନାହିଁ । ସିଏ ତ ବିଶ୍ୱର ମାଲିକ ଅଟନ୍ତି । ମୁକ୍ତିଦାତା ସମସ୍ତଙ୍କର ଜଣେ ହିଁ ଅଟନ୍ତି, ସିଏ ହେଲେ ସୁପ୍ରିମ ଆତ୍ମା, ପରମଆତ୍ମା । ଦୁନିଆରେ ଏଭଳି କୌଣସି ସତସଙ୍ଗ ନ ଥାଏ ଯେଉଁଠାରେ ଏଭଳି ଭାବୁଥିବେ ଯେ ଭଗବାନଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛୁ । ପତିତରୁ ପାବନ କଲାବାଲା ତ ଏକମାତ୍ର ବାବା ହିଁ ଅଟନ୍ତି । ବାବା କହୁଛନ୍ତି ମୁଁ ତୁମର ସଚ୍ଚା ଗୁରୁ, ତୁମକୁ ପବିତ୍ର କରୁଛି । ବାକି ଗଙ୍ଗାର ପାଣି ପବିତ୍ର କରିପାରିବ ନାହିଁ । ଏହା ତ ପାପାତ୍ମାମାନଙ୍କର ହିଁ ଦୁନିଆ । ଯାହା କିଛି ବି କରନ୍ତୁ କିନ୍ତୁ ସିଢିରେ ତଳକୁ ଖସିବାକୁ ହିଁ ପଡିବ । ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହେବାକୁ ହିଁ ପଡିବ । ତୁମେ ଭକ୍ତି କରୁନାହଁ । ହାୟ ରାମ ମଧ୍ୟ କହିବ ନାହିଁ । ସିଏ ତ ତୁମର ପିତା ଅଟନ୍ତି । ତୁମକୁ ପାଠ ପଢାଉଛନ୍ତି । ହେ ଭଗବାନ ଆସନ୍ତୁ, ହେ ରାମ ମଧ୍ୟ କହିବା ଉଚିତ୍ ନୁହେଁ । କିନ୍ତୁ ବହୁତଙ୍କ ଭିତରେ ଏହି ଅଭ୍ୟାସ ପଡିଯାଇଛି ତେଣୁ ଏହି ଶବ୍ଦ ବାହାରି ପଡୁଛି । ତୁମକୁ ବାବା କହୁଛନ୍ତି ମୋତେ ସ୍ମରଣ କର ତେବେ ବିକର୍ମ ବିନାଶ ହୋଇଯିବ ଏବଂ ତୁମେ ମୋ ପାଖକୁ ଆସିଯିବ । ଜଣଙ୍କୁ ହିଁ ସ୍ମରଣ କରିବାର ଅଛି ।

ବାବା କହୁଛନ୍ତି ଏହା ତୁମର ଅନ୍ତିମ ଜନ୍ମ । ଏବେ ଯଦି ସମ୍ପତ୍ତି ନେଇଗଲ ତ ନେଇଗଲ, ଆଗକୁ କେବେ ବି ପାଇପାରିବ ନାହିଁ । ବାବା ହିଁ ବୁଝାଉଛନ୍ତି ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ପ୍ରକୃତରେ ଦେବୀ-ଦେବତା ଧର୍ମର ଅଟନ୍ତି । ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନେ କେବେ ବି ନାମ ପରିବର୍ତ୍ତନ କରନ୍ତି ନାହିଁ । ଯଦିଓ ତମୋପ୍ରଧାନ ହୋଇଗଲେଣି ତଥାପି ମଧ୍ୟ ଖ୍ରୀଷ୍ଟିୟାନ ଧର୍ମରେ ହିଁ ଅଛନ୍ତି । ତୁମେ ଦେବୀ ଦେବତା ଅଟ କିନ୍ତୁ ପତିତ ହେବା କାରଣରୁ ନିଜକୁ ହିନ୍ଦୁ ବୋଲି କହିଦେଉଛ, ଦେବତା ବୋଲି କହି ପାରିବ ନାହିଁ । ଏକଥା ଭୁଲିଗଲେଣି ଯେ ଆମେ ବାସ୍ତବରେ ଦେବୀ-ଦେବତା ଥିଲୁ । କେହି ନିଜକୁ ଦେବୀ-ଦେବତା ଧର୍ମର ବୋଲି କହୁ ନାହାଁନ୍ତି । କାହିଁକି ନା ବିକାରୀ ଅଟନ୍ତି । ଏହା ହେଲା ଦେହ-ଅଭିମାନ । ପିଲାମାନଙ୍କୁ ବହୁତ ଭଲ ଭାବରେ ବୁଝାଇ ଦିଆଯାଉଛି । ଏଠାରେ କୌଣସି ସାଧୁ-ସନ୍ଥ ଆଦି ନାହାଁନ୍ତି । ମୁଁ ବ୍ୟବସାୟୀ ଅଟେ, ଅମୁକ ଅଟେ, ଏସବୁ ହେଲା ଦେହ ଅଭିମାନ । ଏବେ ତୁମକୁ ଦେହୀ-ଅଭିମାନୀ ହେବାକୁ ପଡିବ । ଦେହୀ ଅଭିମାନୀ ହେବାରେ ହିଁ ମେହନତ ରହିଛି । ତୁମକୁ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଛି, ତେଣୁ ବାବାଙ୍କୁ ସ୍ମରଣ କରିବାକୁ ହେବ । ହାତରେ କାମ, ହୃଦୟରେ ରାମ... । ତୁମେମାନେ ସମସ୍ତେ ଏକମାତ୍ର ପ୍ରେମିକଙ୍କର ପ୍ରେମିକା ଅଟ । ସମସ୍ତଙ୍କର ସଦ୍‌ଗତି ଦାତା ପ୍ରେମିକ ଜଣେ ହିଁ ଅଟନ୍ତି । ସମସ୍ତଙ୍କୁ ସଦ୍‌ଗତି ମିଳିବା ସମୟ ହେଲେ ଭଗବାନ ଆସିଥାଆନ୍ତି, ସ୍ୱର୍ଗର ସ୍ଥାପନା ହୋଇଥାଏ, ଦୁଃଖର ଚିହ୍ନ-ବର୍ଣ୍ଣ ହଜିଯାଏ । ଏବେ ତୁମେ ପିଲାମାନେ ଏଠାକୁ ଆସିଛ ବେହଦ ବାବାଙ୍କଠାରୁ ସ୍ୱର୍ଗ ଦୁନିଆରେ ୨୧ ଜନ୍ମ ସୁଖର ସମ୍ପତ୍ତି ପାଇବା ପାଇଁ । ଅନ୍ୟ କେହି ବି ମନୁଷ୍ୟ କାହାକୁ ବି ସ୍ୱର୍ଗର ମାଲିକ କରିପାରିବେ ନାହିଁ । ଶିବବାବା ଭାରତକୁ ହିଁ ଆସି ଭାରତକୁ ସ୍ୱର୍ଗ କରୁଛନ୍ତି । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି କିନ୍ତୁ ଭୁଲିଯାଇଛନ୍ତି ଯେ ବାବାଙ୍କଠାରୁ ଆମକୁ ସ୍ୱର୍ଗର ସମ୍ପତ୍ତି ମିଳିଥିଲା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ପାଠପଢା ଆଧାରରେ ନିଜର ଭାଗ୍ୟକୁ ଉଚ୍ଚ କରିବାକୁ ହେବ, ମନୁଷ୍ୟରୁ ଦେବତା ହେବାକୁ ପଡିବ । ପବିତ୍ର ହୋଇ ଘରକୁ ଫେରିବାକୁ ହେବ, ପୁଣି ନୂଆ ଦୁନିଆକୁ ଆସିବାକୁ ହେବ ।

(୨) ହାତରେ କାମ କରିବା ସମୟରେ ଏକମାତ୍ର ବାବାଙ୍କର ସ୍ମୃତିରେ ରହିବାକୁ ହେବ । କୌଣସି ଓଲଟା କଥା ନା ଶୁଣିବାର ଅଛି, ନା ଶୁଣାଇବାର ଅଛି ।

ବରଦାନ:-
ସର୍ବଦା ନିଜର ପବିତ୍ର ସ୍ୱରୂପରେ ସ୍ଥିତ ରହି ଗୁଣରୂପୀ ମୋତି ଗ୍ରହଣ କରୁଥିବା ହୋଲୀହଂସ ଭବ ।

ତୁମ ହୋଲୀହଂସ ପିଲାମାନଙ୍କର ସ୍ୱରୂପ ହେଲା ପବିତ୍ର ଏବଂ କର୍ତ୍ତବ୍ୟ ହେଲା ସର୍ବଦା ଗୁଣ ରୂପୀ ମୋତି ଗ୍ରହଣ କରିବା । ଅବଗୁଣ ରୂପୀ ଗୋଡି କେବେ ବି ତୁମ ବୁଦ୍ଧିରେ ସ୍ୱୀକାର ନ ହେଉ । କିନ୍ତୁ ଏହି କର୍ତ୍ତବ୍ୟକୁ ପାଳନ କରିବା ପାଇଁ ସର୍ବଦା ଗୋଟିଏ ଆଜ୍ଞା ସ୍ମୃତିରେ ରହିଥାଉ ଯେ ଖରାପ କଥା ଭାବିବାର ନାହିଁ, ଶୁଣିବାର ନାହିଁ , ଦେଖିବାର ନାହିଁ କି କହିବାର ନାହିଁ... ଯେଉଁମାନେ ଏହି ଆଜ୍ଞାକୁ ସର୍ବଦା ସ୍ମୃତିରେ ରଖିଥାଆନ୍ତି, ସେମାନେ ସର୍ବଦା ସାଗର କୂଳରେ ହିଁ ରହିଥାଆନ୍ତି କାହିଁକିନା ହଂସମାନଙ୍କର ରହିବାର ସ୍ଥାନ ହେଲା ସାଗର ।

ସ୍ଲୋଗାନ:-
ଚାଲିବା ବୁଲିବା ସମୟରେ ଫରିସ୍ତା ସ୍ୱରୂପରେ ରହିବା - ଏହା ହିଁ ହେଉଛି ବ୍ରହ୍ମାବାବାଙ୍କ ପାଇଁ ମନ ପସନ୍ଦ ଉପହାର ।

ଅବ୍ୟକ୍ତ ଈଶାରା:- ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।

ସର୍ବଦା ଅଚଳ ଅଟଳ ରହିବା ପାଇଁ ସ୍ୱ ଉନ୍ନତି ଏବଂ ସେବାର ଉନ୍ନତିରେ ସର୍ବଦା ବ୍ୟସ୍ତ ରୁହ, ଏବଂ ସମସ୍ତଙ୍କ ପ୍ରତି ଶୁଭଭାବନା ରଖ । ସମ୍ବନ୍ଧ ଆଧାରରେ ପାର୍ଟ କର ନାହିଁ ବରଂ ସେବାର ସମ୍ବନ୍ଧ ରଖି ପାର୍ଟ କର । ଦ୍ୱିତୀୟ କଥା ହେଲା - ବିନାଶୀ ସାଧନ ଗୁଡିକୁ ସାହାରା ବା ଆଧାର କର ନାହିଁ । ଏସବୁ ନିମିତ୍ତ ମାତ୍ର, ସେବା କରିବା ପାଇଁ ମିଳିଛି । ଏଗୁଡିକୁ ସେବା ଅର୍ଥେ କାର୍ଯ୍ୟରେ ଲଗାଅ ଏବଂ ତୁରନ୍ତ ତା’ଠାରୁ ନିଆରା ହୋଇଯାଅ । ସାଧନ ଗୁଡିକର ଆକର୍ଷଣରେ ମନ ଆକର୍ଷିତ ହେବା ଉଚିତ୍ ନୁହେଁ ।