28.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ସମସ୍ତଙ୍କୁ ଏହି ଖୁସି ଖବର ଶୁଣାଅ ଯେ ଏବେ ପୁନର୍ବାର ବିଶ୍ୱରେ ଶାନ୍ତି ସ୍ଥାପନ ହେଉଛି ଏବଂ
ଏକମାତ୍ର ଆଦି ସନାତନ ଦେବୀ-ଦେବତା ଧର୍ମ ସ୍ଥାପନା କରିବା ପାଇଁ ହିଁ ବାବା ଆସିଛନ୍ତି । ’’
ପ୍ରଶ୍ନ:-
ତୁମମାନଙ୍କୁ
ବାରମ୍ବାର ଯୋଗଯୁକ୍ତ ହୋଇ ରହିବାର ନିର୍ଦ୍ଦେଶ କାହିଁକି ଦିଆଯାଉଛି?
ଉତ୍ତର:-
କାହିଁକି ନା ଏଭର ହେଲ୍ଦି ଅର୍ଥାତ୍ ସଦା ସୁସ୍ଥ ଏବଂ ସଦା ପବିତ୍ର ରହିବା ପାଇଁ ହିଁ ଯୋଗଯୁକ୍ତ
ସ୍ଥିତିରେ ରହିବା ଆବଶ୍ୟକ, ସେଥିପାଇଁ ଯେତେବେଳେ ବି ସମୟ ମିଳୁଛି ବାବାଙ୍କ ସ୍ମୃତିରେ ରୁହ ।
ସକାଳୁ-ସକାଳୁ ସ୍ନାନ ଇତ୍ୟାଦି କରି ଏକାନ୍ତରେ ଭ୍ରମଣ କର ଅଥବା ବସିଯାଅ । ଏଠାରେ ତ ରୋଜଗାର ହିଁ
ରୋଜଗାର ରହିଛି । ଯୋଗଯୁକ୍ତ ସ୍ଥିତିରେ ରହିବା ଦ୍ୱାରା ହିଁ ବିଶ୍ୱର ମାଲିକ ହୋଇଯିବ ।
ଓମ୍ ଶାନ୍ତି ।
ମଧୁର ସନ୍ତାନମାନେ ଜାଣିଛନ୍ତି ଯେ ବର୍ତ୍ତମାନ ସମୟରେ ସମସ୍ତେ ବିଶ୍ୱରେ ଶାନ୍ତି ଚାହୁଁଛନ୍ତି ।
ସମସ୍ତଙ୍କ ମୁଖରୁ ଏହି କଥା ଶୁଣିବାକୁ ମିଳୁଛି ଯେ ବିଶ୍ୱରେ ଶାନ୍ତି କିପରି ହେବ? କିନ୍ତୁ
ବିଶ୍ୱରେ ଶାନ୍ତି କେବେ ଥିଲା ଯେଉଁ ଶାନ୍ତିକୁ ପୁଣି ଏବେ ଚାହୁଁଛ - ଏକଥା କେହି ଜାଣି ନାହାଁନ୍ତି
। ତୁମେ ପିଲାମାନେ ହିଁ ଜାଣିଛ ଯେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲାବେଳେ ବିଶ୍ୱରେ ଶାନ୍ତି
ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ତିଆରି କରୁଛନ୍ତି । ତୁମେ
କାହାକୁ ମଧ୍ୟ କହିପାରିବ ଯେ ବିଶ୍ୱରେ ଶାନ୍ତି ୫ ହଜାର ବର୍ଷ ପୂର୍ବରୁ ଥିଲା, ଏବେ ପୁନର୍ବାର
ସ୍ଥାପନ ହେଉଛି । କିଏ ସ୍ଥାପନ କରୁଛନ୍ତି? ଏକଥା ମନୁଷ୍ୟ ଜାଣି ନାହାଁନ୍ତି । ତୁମମାନଙ୍କୁ ବାବା
ବୁଝାଉଛନ୍ତି, ତୁମେ ପୁଣି ଅନ୍ୟମାନଙ୍କୁ ବୁଝାଇପାରିବ । ତୁମେ ଲେଖିପାରିବ, କିନ୍ତୁ ବର୍ତ୍ତମାନ
ପର୍ଯ୍ୟନ୍ତ ପିଲାମାନଙ୍କ ମଧ୍ୟରେ କାହାର ବି ସାହାସ ନାହିଁ ଯେ ଏକଥା କାହାକୁ ଲେଖିପାରିବେ ।
ଖବରକାଗଜରେ ପଢୁଛନ୍ତି - ସମସ୍ତେ କହୁଛନ୍ତି ବିଶ୍ୱରେ ଶାନ୍ତି ହେଉ । ଲଢେଇ ଆଦି ହେଲେ ମନୁଷ୍ୟ
ବିଶ୍ୱରେ ଶାନ୍ତି ପାଇଁ ଯଜ୍ଞ ରଚନା କରିଥାନ୍ତି । କେଉଁ ଯଜ୍ଞ? ରୁଦ୍ର ଜ୍ଞାନ ଯଜ୍ଞର ରଚନା କରିବେ
। ଏବେ ପିଲାମାନେ ଜାଣିଛନ୍ତି ଯେ, ବର୍ତ୍ତମାନ ସମୟରେ ବାବାଙ୍କୁ ହିଁ ରୁଦ୍ର ବା ଶିବ ମଧ୍ୟ
କୁହାଯାଉଛି, ସେ ଜ୍ଞାନ ଯଜ୍ଞ ରଚନା କରିଛନ୍ତି । ବିଶ୍ୱରେ ଶାନ୍ତି ଏବେ ସ୍ଥାପନ ହେଉଛି ।
ସତ୍ୟଯୁଗ ନୂଆ ଦୁନିଆରେ ଯେଉଁଠି ଶାନ୍ତି ଥିଲା, ନିଶ୍ଚିତ ଭାବରେ ସେଠାରେ ମଧ୍ୟ କେହି ରାଜତ୍ୱ
କରୁଥିବେ । ନିରାକାରୀ ଦୁନିଆ ପାଇଁ ଏକଥା କୁହାଯିବ ନାହିଁ ଯେ ବିଶ୍ୱରେ ଶାନ୍ତି ହେଉ । ସେଠାରେ
ତ ଶାନ୍ତି ହିଁ ଥାଏ । ବିଶ୍ୱ ମନୁଷ୍ୟମାନଙ୍କର ଅଟେ । ନିରାକାରୀ ଦୁନିଆକୁ ବିଶ୍ୱ କୁହାଯିବ ନାହିଁ
। ତାହା ହେଉଛି ଶାନ୍ତିଧାମ । ବାବା ବାରମ୍ବାର ବୁଝାଉଛନ୍ତି ତଥାପି ମଧ୍ୟ କେହି କେହି
ଭୁଲିଯାଉଛନ୍ତି, କାହା କାହାର ବୁଦ୍ଧିରେ ରହିଛି ଯେ ସେମାନେ ବୁଝାଇପାରିବେ । ବିଶ୍ୱରେ ଶାନ୍ତି
କିପରି ଥିଲା, ଏବେ ପୁଣି କିପରି ସ୍ଥାପନ ହେଉଛି - ଏକଥା କାହାକୁ ବୁଝାଇବା ବହୁତ ସହଜ । ଭାରତରେ
ଆଦି ସନାତନ ଦେବୀ-ଦେବତା ଧର୍ମର ରାଜ୍ୟ ଥିବା ସମୟରେ ଗୋଟିଏ ଧର୍ମ ଥିଲା । ବିଶ୍ୱରେ ଶାନ୍ତି ଥିଲା,
ଏହା ବହୁତ ସହଜରେ ବୁଝାଇବା ଏବଂ ଲେଖିବାର କଥା ଅଟେ । ବଡ-ବଡ ମନ୍ଦିର ତିଆରି କରୁଥିବା
ବ୍ୟକ୍ତିମାନଙ୍କୁ ମଧ୍ୟ ତୁମେମାନେ ଚିଠି ଲେଖିପାରିବ - ବିଶ୍ୱରେ ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ
ଶାନ୍ତି ଥିଲା, ସେସମୟରେ ଏମାନଙ୍କର ରାଜ୍ୟ ଥିଲା, ଯାହାଙ୍କର ହିଁ ତୁମେ ମନ୍ଦିର ତିଆରି କରୁଛ ।
ଭାରତରେ ଏହିମାନଙ୍କର ହିଁ ରାଜ୍ୟ ଥିଲା ଆଉ କୌଣସି ଧର୍ମ ନ ଥିଲା । ଏହା ତ ବହୁତ ସହଜ ଏବଂ
ବୁଦ୍ଧିର କଥା ଅଟେ । ଡ୍ରାମା ଅନୁସାରେ ଆଗକୁ ଗଲେ ସବୁ ବୁଝିଯିବ । ତୁମେମାନେ ଏହି ଖୁସି ଖବର
ସମସ୍ତଙ୍କୁ ଶୁଣାଇ ପାରିବ, ସୁନ୍ଦର କାର୍ଡ ଉପରେ ମଧ୍ୟ ଛପାଇପାରିବ । ବିଶ୍ୱରେ ଆଜିଠାରୁ ୫ ହଜାର
ବର୍ଷ ପୂର୍ବେ ଶାନ୍ତି ଥିଲା, ଯେବେ ନୂଆ ଦୁନିଆ, ନୂଆ ଭାରତ ଥିଲା । ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା, ଏବେ ପୁନର୍ବାର ବିଶ୍ୱରେ ଶାନ୍ତି ସ୍ଥାପନ ହେଉଛି । ଏହି କଥା ସ୍ମରଣ କରି ତୁମକୁ
ବହୁତ ଖୁସି ହେବା ଉଚିତ୍ । ତୁମେମାନେ ଜାଣିଛ, ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ବିଶ୍ୱର
ମାଲିକ ହେବୁ । ତେବେ ସବୁର ଆଧାର ତୁମମାନଙ୍କର ପୁରୁଷାର୍ଥ ଉପରେ । ବାବା ବୁଝାଉଛନ୍ତି ଯେତିକି
ବି ସମୟ ମିଳୁଛି, ବାବାଙ୍କୁ ମନେ ପକାଅ । ସକାଳୁ ସକାଳୁ ସ୍ନାନ କରି ପୁଣି ଏକାନ୍ତରେ ଚକ୍ର ଲଗାଅ
ଅଥବା ଯୋଗଯୁକ୍ତ ହୋଇ ବସିଯାଅ । ଏଠାରେ ତ ରୋଜଗାର ହିଁ ରୋଜଗାର କରିବାକୁ ହେବ । ସଦା ସୁସ୍ଥ ଏବଂ
ସଦା ପବିତ୍ର ହେବା ପାଇଁ ହିଁ ଯୋଗ ଆବଶ୍ୟକ । ଏଠାରେ ସନ୍ନ୍ୟାସୀମାନେ ପବିତ୍ର ହେଲେ ମଧ୍ୟ,
ବେମାର ନିଶ୍ଚୟ ହେଉଛନ୍ତି । ଏହା ହେଉଛି ରୋଗୀ ଦୁନିଆ । ସତ୍ୟଯୁଗ ହେଲା ନିରୋଗୀ ଦୁନିଆ । ଏ କଥା
ମଧ୍ୟ ତୁମେ ଜାଣିଛ । ଦୁନିଆରେ କାହାକୁ କ’ଣ ଜଣା ଅଛି ଯେ ସ୍ୱର୍ଗରେ ସମସ୍ତେ ନିରୋଗୀ ଥାନ୍ତି!
ସ୍ୱର୍ଗ କାହାକୁ କୁହାଯାଉଛି, କାହାକୁ ଜଣାନାହିଁ । ତୁମେ ଏବେ ଜାଣୁଛ । ବାବା କହୁଛନ୍ତି - କେହି
ବି ମିଳିଲେ ତୁମେ ବୁଝାଇପାରିବ । ଧରିନିଅ କେହି ନିଜକୁ ରାଜା-ରାଣୀ ବୋଲି କହୁଛନ୍ତି, କିନ୍ତୁ ଏବେ
ରାଜା ରାଣୀ ତ କେହି ନାହାଁନ୍ତି । କୁହ ତୁମେ ଏବେ ରାଜାରାଣୀ ତ ନୁହଁ । ଏକଥା ବୁଦ୍ଧିରୁ ମଧ୍ୟ
ବାହାର କରିବାକୁ ପଡିବ, ମହାରାଜା-ମହାରାଣୀ ଶ୍ରୀ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ଏବେ ସ୍ଥାପନ
ହେଉଛି । ତେଣୁ ନିଶ୍ଚୟ ଏଠାରେ କୌଣସି ରାଜା-ରାଣୀ ନଥିବେ । ଆମେ ରାଜା-ରାଣୀ ଅଟୁ ଏକଥା ମଧ୍ୟ
ଭୁଲିଯାଅ । ସାଧାରଣ ମନୁଷ୍ୟ ସଦୃଶ ଜୀବନଯାପନ କର । ଏମାନଙ୍କ ପାଖରେ ମଧ୍ୟ ପଇସା ସୁନା ଆଦି
ରହିଥାଏ ନା । ଏବେ ଆଇନ୍ ଲାଗୁ ହେଉଛି, ରାଜା ରାଣୀଙ୍କ ପାଖରୁ ଏମାନେ ସବୁ ନେଇଯିବେ । ପୁଣି
ସେମାନେ ସାଧାରଣ ମନୁଷ୍ୟଙ୍କ ସଦୃଶ ହୋଇଯିବେ । ଏହି ଯୁକ୍ତି ମଧ୍ୟ ରଚନା କରାଯାଉଛି । ଗାୟନ ମଧ୍ୟ
ରହିଛି ନା, କାହାର ଧୂଳିରେ ଦବିଯିବ, କାହାର ରାଜା ଖାଇବେ... କିନ୍ତୁ ରାଜା କାହାର ଖାଆନ୍ତି ନାହିଁ
। ଏବେ ରାଜାମାନେ ତ ନାହାଁନ୍ତି । ପ୍ରଜା ହିଁ ପ୍ରଜାଙ୍କର ଖାଉଛନ୍ତି । ଆଜିକାଲିର ରାଜ୍ୟ ବହୁତ
ଚମତ୍କାର । ଯେତେବେଳେ ବିଲ୍କୁଲ୍ ରାଜାମାନଙ୍କର ନାମ ରହିବ ନାହିଁ ସେତେବେଳେ ପୁଣି ରାଜଧାନୀ
ସ୍ଥାପନ ହେବ । ଏବେ ତୁମେମାନେ ଜାଣିଛ - ଆମେ ସେଠାକୁ ଯାଉଛୁ ଯେଉଁଠି ବିଶ୍ୱରେ ଶାନ୍ତି ଥିଲା ।
ତାହା ତ ସୁଖଧାମ, ସତ୍ତ୍ୱପ୍ରଧାନ ଦୁନିଆ ଅଟେ । ଆମେ ସେଠାକୁ ଯିବା ପାଇଁ ପୁରୁଷାର୍ଥ କରୁଛୁ ।
କନ୍ୟାମାନେ ଆଡମ୍ବରର ସହିତ ବସି ବୁଝାନ୍ତୁ, କିନ୍ତୁ କେବଳ ବାହାରର କୃତ୍ରିମ ଆଡମ୍ବର ନୁହେଁ ।
ଆଜିକାଲି ତ ବହୁତ ଧୂର୍ତ୍ତ ବାହାରିଛନ୍ତି । କିନ୍ତୁ ଏଠାରେ ତ ପକ୍କା ବ୍ରହ୍ମାକୁମାର-କୁମାରୀମାନେ
ଆବଶ୍ୟକ ।
ତୁମେ ବ୍ରାହ୍ମଣମାନେ
ବ୍ରହ୍ମାବାବାଙ୍କ ସହିତ ବିଶ୍ୱରେ ଶାନ୍ତି ସ୍ଥାପନାର କାର୍ଯ୍ୟ କରୁଛ । ଏପରି ଶାନ୍ତି ସ୍ଥାପନ
କରୁଥିବା ସନ୍ତାନମାନେ ବହୁତ ଶାନ୍ତଚିତ୍ତ ଏବଂ ମଧୁର ହେବା ଦରକାର, କାହିଁକି ନା ଜାଣିଛନ୍ତି -
ଆମେ ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ନିମିତ୍ତ ହୋଇଛୁ । ତେଣୁ ପ୍ରଥମେ ଆମ ପାଖରେ ହିଁ ବହୁତ
ଶାନ୍ତି ରହିବା ଦରକାର । କଥାବାର୍ତ୍ତା ମଧ୍ୟ ବହୁତ ଧୀରେ ଧୀରେ ରାଜକୀୟ ଭାବେ କରିବା ଉଚିତ୍ ।
ତୁମେ ବିଲ୍କୁଲ୍ ଗୁପ୍ତ ଅଟ । ତୁମ ବୁଦ୍ଧିରେ ଅବିନାଶୀ ଜ୍ଞାନ ରତ୍ନର ସମ୍ପତ୍ତି ଭରି ରହିଛି ।
ବାବାଙ୍କର ତୁମେ ଉତ୍ତରାଧିକାରୀ ଅଟ ନା । ବାବାଙ୍କ ପାଖରେ ଯେଉଁ ଯେଉଁ ସମ୍ପତ୍ତି ଅଛି, ତାହା
ତୁମମାନଙ୍କ ଭିତରେ ମଧ୍ୟ ପୂରା ଭରିବା ଦରକାର । ସାରା ସମ୍ପତ୍ତି ତ ତୁମର, କିନ୍ତୁ ନିଜ ଭିତରେ
ସେହି ଭଳି ସାହାସ ନଥିବାରୁ, ନେଇପାରୁ ନାହାଁନ୍ତି । ନେଲାବାଲା ହିଁ ଉଚ୍ଚ ପଦ ପାଇବେ । କାହାକୁ
ମଧ୍ୟ ବୁଝାଇବା ପାଇଁ ବହୁତ ସଉକ ରହିବା ଉଚିତ୍ । ଆମକୁ ଭାରତକୁ ପୁନର୍ବାର ସ୍ୱର୍ଗ କରିବାକୁ ହେବ
। କର୍ମଧନ୍ଦା କରିବା ସହିତ ଏହି ସେବା ମଧ୍ୟ କରିବାକୁ ହେବ । ସେଥିପାଇଁ ବାବା ପିଲାମାନଙ୍କୁ
ଶୀଘ୍ର ଧାରଣା କରିବା ପାଇଁ କହୁଛନ୍ତି । ତଥାପି ଡ୍ରାମା ଅନୁସାରେ ହେଉଛି । ପ୍ରତ୍ୟେକ ନିଜର ସମୟ
ଅନୁସାରେ ଅଗ୍ରଗତି କରୁଛନ୍ତି, ପିଲାମାନଙ୍କୁ ମଧ୍ୟ ପୁରୁଷାର୍ଥ କରାଉଛନ୍ତି । ପିଲାମାନଙ୍କର
ନିଶ୍ଚୟ ଅଛି ଯେ ଏବେ ବାକି ଅଳ୍ପ ସମୟ ରହିଛି । ଏହା ଆମର ଅନ୍ତିମ ଜନ୍ମ, ପୁଣି ଆମେ ସ୍ୱର୍ଗରେ
ରହିବା । ଏହା ଦୁଃଖଧାମ ଅଟେ ପୁଣି ସୁଖଧାମ ହୋଇଯିବ । ସୁଖଧାମ ହେବା ପାଇଁ ସମୟ ତ ଲାଗୁଛି ନା ।
ଏହି ବିନାଶ ଛୋଟ କଥା ନୁହେଁ । ଯେପରି ନୂଆ ଘର ତିଆରି ହେଲେ, ନୂଆ ଘର କଥା ହିଁ ମନେ ପଡେ । ତାହା
ତ ହେଲା ହଦର କଥା, ସେଥିରେ କୌଣସି ସମ୍ବନ୍ଧ ଆଦି ବଦଳେ ନାହିଁ । ଏବେ ତ ଏହି ପୁରୁଣା ଦୁନିଆ ହିଁ
ବଦଳିବାକୁ ଯାଉଛି । ପୁଣି ଯେଉଁମାନେ ଭଲ ଭାବରେ ପାଠପଢିବେ ସେମାନେ ରାଜ କୁଳରେ ଜନ୍ମ ନେବେ ।
ନଚେତ୍ ପ୍ରଜାକୁ ଚାଲିଯିବେ । ପିଲାମାନେ ବହୁତ ଖୁସି ହେବା ଉଚିତ୍ । ବାବା ବୁଝାଇଛନ୍ତି ୫୦-୬୦
ଜନ୍ମ ତୁମେ ସୁଖ ପାଉଛ । ଦ୍ୱାପରରେ ମଧ୍ୟ ତୁମ ପାଖରେ ବହୁତ ଧନ ରହିବ । ଦୁଃଖ ତ ପରେ ଆରମ୍ଭ ହେବ
। ଯେତେବେଳେ ରାଜାମାନେ ପରସ୍ପର ମଧ୍ୟରେ ଲଢିବେ ବିଭେଦ ସୃଷ୍ଟି ହେବ, ସେତେବେଳେ ଦୁଃଖ ଆରମ୍ଭ
ହେବ । ପୂର୍ବରୁ ତ ଶସ୍ୟ ମଧ୍ୟ ବହୁତ ଶସ୍ତା ଥିଲା । ଅକାଳ ମରୁଡି ପ୍ରଭୃତି ବହୁତ ଡେରିରେ ହୁଏ ।
ତୁମ ପାଖରେ ବହୁତ ଧନ ରହିବ । ସତ୍ତ୍ୱପ୍ରଧାନରୁ ତମୋପ୍ରଧାନକୁ ଧୀରେ ଧୀରେ ଆସିଥାଅ । ତେଣୁ
ତୁମମାନଙ୍କ ଭିତରେ ବହୁତ ଖୁସି ରହିବା ଉଚିତ୍ । ଯଦି ନିଜ ଭିତରେ ଖୁସି ଏବଂ ଶାନ୍ତି ନାହିଁ ତେବେ
ସେମାନେ ବିଶ୍ୱରେ କି ଶାନ୍ତି ସ୍ଥାପନ କରିବେ! ବହୁତଙ୍କ ବୁଦ୍ଧିରେ ଅଶାନ୍ତି ରହୁଛି । ବାବା
ଆସୁଛନ୍ତି, ଶାନ୍ତିର ବରଦାନ ଦେବା ପାଇଁ । ତମୋପ୍ରଧାନ ହେବା କାରଣରୁ ଆତ୍ମା ଯେଉଁ ଭଳି ଅଶାନ୍ତ
ହୋଇପଡିଛି, ବାବା କହୁଛନ୍ତି ମୋତେ ମନେ ପକାଇବା ଦ୍ୱାରା ସତ୍ତ୍ୱପ୍ରଧାନ ଶାନ୍ତ ହୋଇଯିବ । କିନ୍ତୁ
ପିଲାମାନଙ୍କ ଦ୍ୱାରା ଯୋଗର ମେହନତ ହୋଇପାରୁନାହିଁ, ଯୋଗଯୁକ୍ତ ହୋଇ ନ ରହିବା କାରଣରୁ ହିଁ ମାୟାର
ତୋଫାନ ଆସୁଛି । ଯୋଗଯୁକ୍ତ ହୋଇ ସମ୍ପୂର୍ଣ୍ଣ ପବିତ୍ର ନ ହେଲେ ଦଣ୍ଡ ଭୋଗ କରିବାକୁ ପଡିବ । ପଦ
ମଧ୍ୟ ଭ୍ରଷ୍ଟ ହେବ । ଏପରି ଭାବିବା ଅନୁଚିତ୍ ଯେ ସ୍ୱର୍ଗକୁ ତ ଯିବୁ ନା । ଆରେ, ଦଣ୍ଡଭୋଗ କରି
ପଇସାକର ସୁଖ ଅର୍ଥାତ୍ ଛୋଟ ପଦ ପାଇବା କ’ଣ ଭଲ? ମନୁଷ୍ୟ ଉଚ୍ଚ ପଦ ପାଇବା ପାଇଁ କେତେ ପୁରୁଷାର୍ଥ
କରୁଛନ୍ତି । ଏପରି ନୁହେଁ ଯେ, ଯାହା ମିଳିଲା ତାହା ଭଲ । କେହି ଏପରି ନଥିବେ ଯିଏ ପୁରୁଷାର୍ଥ
କରୁନଥିବେ । ଭିକ ମାଗୁଥିବା ଫକୀରମାନେ ମଧ୍ୟ ନିଜ ପାଖରେ ପଇସା ଏକତ୍ର କରିଥା’ନ୍ତି କାରଣ
ଟଙ୍କାର ଲୋଭ ସମସ୍ତଙ୍କୁ ରହିଛି । ପଇସା ଦ୍ୱାରା ସବୁ ପ୍ରକାରର ସୁଖ ମିଳିଥାଏ । ତୁମେ ପିଲାମାନେ
ଜାଣିଛ, ଆମେ ବାବାଙ୍କଠାରୁ ଅସରନ୍ତି ଧନ ନେଉଛୁ । କମ୍ ପୁରୁଷାର୍ଥ କଲେ କମ୍ ଧନ ମିଳିବ । ବାବା
ଧନ ଦେଉଛନ୍ତି ନା । କହୁଛନ୍ତି ମଧ୍ୟ, ଧନ ଥିଲେ ଆମେରିକା ଇତ୍ୟାଦି ଭ୍ରମଣ କରି ଆସ । ଯେତେ
ବାବାଙ୍କୁ ମନେ ପକାଇବ ଏବଂ ସେବା କରିବ ସେତେ ସୁଖ ପାଇବ । ବାବା ପ୍ରତ୍ୟେକ କଥାରେ ପୁରୁଷାର୍ଥ
କରାଇ ଉଚ୍ଚକୁ ଉଠାଉଛନ୍ତି । ଭାବୁଛନ୍ତି, ପିଲାମାନେ ମୋ କୁଳର ସୁନାମ କରିବେ । ତୁମକୁ ମଧ୍ୟ
ଈଶ୍ୱରୀୟ କୁଳର ଏବଂ ବାବାଙ୍କର ନାମ ବିଖ୍ୟାତ କରିବାକୁ ହେବ । ଇଏ ତ ସତ୍ବାପ, ସତ୍ଶିକ୍ଷକ, ସତ୍ଗୁରୁ
ଅଟନ୍ତି । ସର୍ବୋଚ୍ଚ ପିତା, ସର୍ବୋଚ୍ଚ ସତଗୁରୁ ମଧ୍ୟ ଅଟନ୍ତି । ଏକଥା ମଧ୍ୟ ବୁଝାଯାଇଛି ଯେ
ଗୁରୁ ଜଣେ ହିଁ ଅଟନ୍ତି, ଦ୍ୱିତୀୟ କେହି ନାହାଁନ୍ତି । ସମସ୍ତଙ୍କର ସଦ୍ଗତି ଦାତା ଜଣେ । ଏକଥା
ମଧ୍ୟ ତୁମେମାନେ ଜାଣିଛ । ଏବେ ତୁମର ବୁଦ୍ଧି ପାରସ ହେଉଛି । ପାରସପୁରୀର ପାରସନାଥ ରାଜା-ରାଣୀ
ହେଉଛ । ଏହା କେତେ ସହଜ କଥା । ଭାରତରେ ସୁବର୍ଣ୍ଣ ଯୁଗ ଥିଲା, ବିଶ୍ୱରେ ଶାନ୍ତି କିପରି ଥିଲା -
ଏକଥା ତୁମେମାନେ ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ଦ୍ୱାରା ବୁଝାଇପାରିବ । ସ୍ୱର୍ଗରେ ଶାନ୍ତି
ଥିଲା । ବର୍ତ୍ତମାନ ହେଉଛି ନର୍କ । ଏଠାରେ ତ ବହୁତ ଅଶାନ୍ତି ରହିଛି । ସ୍ୱର୍ଗରେ ଏହି
ଲକ୍ଷ୍ମୀ-ନାରାୟଣ ଥା’ନ୍ତି ନା । କୃଷ୍ଣଙ୍କୁ ଲର୍ଡ କୃଷ୍ଣ ମଧ୍ୟ କୁହାଯାଇଥାଏ । କୃଷ୍ଣ ଭଗବାନ
ମଧ୍ୟ କହିଥା’ନ୍ତି । ବର୍ତ୍ତମାନ ଲର୍ଡ ତ ବହୁତ ଅଛନ୍ତି । ଯାହାଙ୍କ ପାଖରେ ଅଧିକ ଭୂସମ୍ପତ୍ତି
ଅଛି ତାଙ୍କୁ ମଧ୍ୟ ଲ୍ୟାଣ୍ଡଲର୍ଡ କୁହାଯାଏ । ଯେଉଁ ବିଶ୍ୱରେ ଶାନ୍ତି ଥିଲା କୃଷ୍ଣ ସେହି ବିଶ୍ୱର
ରାଜକୁମାର ଥିଲେ । ଏକଥା ମଧ୍ୟ କାହାକୁ ଜଣା ନାହିଁ ଯେ ରାଧା-କୃଷ୍ଣ ହିଁ ଲକ୍ଷ୍ମୀ-ନାରାୟଣ
ହେଉଛନ୍ତି ।
ତୁମକୁ ଲୋକମାନେ କେତେ
କଥା କହୁଛନ୍ତି, ହଙ୍ଗାମା କରୁଛନ୍ତି, କହୁଛନ୍ତି ପତିପତ୍ନୀକୁ ଏମାନେ ଭାଇ-ଭଉଣୀ କରାଉଛନ୍ତି ।
ବୁଝାଯାଉଛି ଯେ ପ୍ରଜାପିତା ବ୍ରହ୍ମାଙ୍କର ମୁଖ ବଂଶାବଳୀ ବ୍ରାହ୍ମଣ, ଯାହାଙ୍କ ନିମନ୍ତେ ଗାୟନ
ରହିଛି ବ୍ରାହ୍ମଣ ଦେବୀ-ଦେବତାୟ ନମଃ । ବ୍ରାହ୍ମଣ ମଧ୍ୟ ସେମାନଙ୍କୁ ନମସ୍କାର କରୁଛନ୍ତି ।
କାହିଁକି ନା ସେମାନେ ବାସ୍ତବରେ ଭାଇ-ଭଉଣୀ ଅଟନ୍ତି । ପବିତ୍ର ରହୁଛନ୍ତି । ତେବେ ପବିତ୍ର
ଆତ୍ମାଙ୍କୁ କାହିଁକି ସମ୍ମାନ ନ କରିବେ । କନ୍ୟା ପବିତ୍ର ଅଟେ, ତେଣୁ ତାର ପାଦ ତଳେ ମଧ୍ୟ
ପଡିଥା’ନ୍ତି ଯଦି ବାହାରୁ ଅତିଥି ଆସିବେ ତେବେ ସେ ମଧ୍ୟ କନ୍ୟାକୁ ନମସ୍କାର କରିବ । ବର୍ତ୍ତମାନ
ସମୟରେ କନ୍ୟାର ଏତେ ସମ୍ମାନ କାହିଁକି ରହିଛି? କାହିଁକି ନା ତୁମେ ବ୍ରହ୍ମାକୁମାର-କୁମାରୀ ଅଟ ନା
। କନ୍ୟାମାନଙ୍କର ସଂଖ୍ୟା ଅଧିକ ଅଟେ । ଶିବଶକ୍ତି ପାଣ୍ଡବ ସେନାର ଗାୟନ ରହିଛି । ଏଥିରେ ପୁରୁଷ
ମଧ୍ୟ ଅଛନ୍ତି କିନ୍ତୁ ସଂଖ୍ୟାଧିକ ମାତାମାନେ ରହିଛନ୍ତି । ସେଥିପାଇଁ ଗାୟନ କରାଯାଉଛି । ତେଣୁ
ଯିଏ ଭଲ ଭାବରେ ପଢୁଛନ୍ତି, ସେମାନେ ଉଚ୍ଚ ପଦ ପାଇବେ । ଏବେ ତୁମେ ସମଗ୍ର ବିଶ୍ୱର ଇତିହାସ-ଭୂଗୋଳ
ଜାଣିଗଲଣି । ଚକ୍ର ସମ୍ବନ୍ଧରେ ବୁଝାଇବା ମଧ୍ୟ ବହୁତ ସହଜ । ଭାରତ ପାରସପୁରୀ ଥିଲା, ଏବେ ପଥରପୁରୀ
ହୋଇଯାଇଛି । ତେଣୁ ସମସ୍ତେ ପଥରନାଥ ହେଲେ ନା । ତୁମେ ପିଲାମାନେ ଏହି ୮୪ ଜନ୍ମର ଚକ୍ରକୁ ମଧ୍ୟ
ଜାଣିଛ । ଏବେ ଘରକୁ ଯିବାକୁ ହେବ, ତେଣୁ ବାବାଙ୍କୁ ମଧ୍ୟ ମନେ ପକାଇବାକୁ ହେବ, ଯାହା ଦ୍ୱାରା
ପାପ କଟିବ । କିନ୍ତୁ ପିଲାମାନଙ୍କ ଦ୍ୱାରା ଯୋଗଯୁକ୍ତ ହେବାର ମେହନତ ହୋଇପାରୁ ନାହିଁ କାହିଁକି
ନା ଆଳସ୍ୟ ରହିଛି । ସକାଳୁ ଉଠୁନାହାଁନ୍ତି । ଉଠିଲେ ମଧ୍ୟ, ମଜା ଲାଗୁ ନାହିଁ । ନିଦ ଆସୁଛି ପୁଣି
ଶୋଇ ଯାଉଛନ୍ତି । ନିରାଶ ହୋଇଯାଉଛନ୍ତି । ବାବା କହୁଛନ୍ତି - ପିଲାମାନେ ଏହା ଯୁଦ୍ଧକ୍ଷେତ୍ର ଅଟେ
ନା । ଏଠାରେ ନିରାଶ ହେବା ଅନୁଚିତ୍ । ଯୋଗବଳ ଦ୍ୱାରା ହିଁ ମାୟା ଉପରେ ବିଜୟ ପ୍ରାପ୍ତ କରିବାକୁ
ହେବ । ଏଥିରେ ମେହନତ କରିବାକୁ ହେବ । ବହୁତ ଭଲ-ଭଲ ସନ୍ତାନ ଯିଏକି ଯଥାର୍ଥ ଭାବେ ଯୋଗ
କରୁନାହାଁନ୍ତି, ଚାର୍ଟ ରଖିବା ଦ୍ୱାରା ଉଚ୍ଚ ନୀଚ୍ଚ ଅବସ୍ଥା ଜଣା ପଡିଥାଏ । କହୁଛନ୍ତି ଚାର୍ଟ
ହିଁ ମୋର ସ୍ଥିତିରେ କମାଲ କରିଦେଲା । ଏପରି କ୍ୱଚିତ୍ ଚାର୍ଟ କେହି କେହି ରଖୁଛନ୍ତି । ଏହା ମଧ୍ୟ
ବହୁତ ମେହନତ ଅଟେ । ବହୁତ ସେଣ୍ଟରରେ ମିଥ୍ୟାବାଦୀ ମଧ୍ୟ ଯାଇ ବସୁଛନ୍ତି । ବିକର୍ମ ମଧ୍ୟ
କରୁଛନ୍ତି । ବାବାଙ୍କ ନିର୍ଦ୍ଦେଶର ପାଳନ ନ କରିବା ଦ୍ୱାରା ବହୁତ କ୍ଷତି କରିଦେଉଛନ୍ତି ।
ପିଲାମାନଙ୍କୁ ଜଣାପଡୁନାହିଁ ଯେ, ନିରାକାର କହୁଛନ୍ତି ନା ସାକାର? ପିଲାମାନଙ୍କୁ ବାରମ୍ବାର
ବୁଝାଯାଉଛି - ସର୍ବଦା ଭାବ ଶିବବାବା ନିର୍ଦ୍ଦେଶ ଦେଉଛନ୍ତି । ତେବେ ତୁମର ବୁଦ୍ଧି ଶିବବାବାଙ୍କ
ଠାରେ ଲାଗି ରହିବ ।
ଆଜିକାଲି ନିର୍ବନ୍ଧ
କରିବା ପାଇଁ ଫଟୋ ଦେଖାଉଛନ୍ତି, ବିବାହ ପୂର୍ବରୁ ଖବରକାଗଜରେ ମଧ୍ୟ ବାହାର କରୁଛନ୍ତି କି ଏହାଙ୍କ
ନିମନ୍ତେ ଏପରି ଭଲ ଘରର ପ୍ରସ୍ତାବ ଦରକାର । ଦୁନିଆର ଅବସ୍ଥା କ’ଣ ହୋଇଗଲାଣି । ଆଉ କ’ଣ ହେବାକୁ
ଯାଉଛି! ତୁମେମାନେ ଜାଣିଛ ଯେ, ଅନେକ ପ୍ରକାରର ମତ ରହିଛି, ତୁମ ବ୍ରାହ୍ମଣମାନଙ୍କର ହେଉଛି ଗୋଟିଏ
ମତ । ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ମତ । ତୁମେ ଶ୍ରୀମତ ଦ୍ୱାରା ବିଶ୍ୱରେ ଶାନ୍ତି ସ୍ଥାପନ
କରୁଛ, ତେଣୁ ପିଲାମାନଙ୍କୁ ମଧ୍ୟ ଶାନ୍ତିରେ ରହିବାକୁ ହେବ । ଯେପରି କରିବ ସେପରି ପାଇବ । ନଚେତ୍
ବହୁତ କ୍ଷତି ହେବ । ଜନ୍ମ-ଜନ୍ମାନ୍ତରର କ୍ଷତି ରହିଛି । ପିଲାମାନଙ୍କୁ କହୁଛନ୍ତି ନିଜର କ୍ଷତି
ଏବଂ ଲାଭର ଧ୍ୟାନ ରଖ । ଚାର୍ଟ ଦେଖ ମୁଁ କାହାକୁ ଦୁଃଖ ଦେଇନାହିଁ ତ? ବାବା କହୁଛନ୍ତି ତୁମର ଏହି
ସମୟର ଏକ-ଏକ ସେକେଣ୍ଡ ବହୁତ ମୂଲ୍ୟବାନ ଅଟେ, ଦଣ୍ଡ ଭୋଗ କରି ଛୋଟ ପଦ ପାଇବା ତାହା କ’ଣ ବଡ କଥା
। ତୁମେ ବହୁତ ଧନବାନ ହେବାକୁ ଚାହୁଁଛ ନା । ପ୍ରଥମେ ଯିଏ ପୂଜ୍ୟ ହେଉଛନ୍ତି ତାଙ୍କୁ ହିଁ ପୂଜାରୀ
ହେବାକୁ ପଡୁଛି । ଏତେ ପରିମାଣର ଧନ ଥିବାରୁ ତ ସୋମନାଥଙ୍କର ମନ୍ଦିର ତିଆରି କରି ପୂଜା କରିଲେ ।
ଏହାର ମଧ୍ୟ ହିସାବ ରହିଛି । ତଥାପି ପିଲାମାନଙ୍କୁ ବୁଝାଉଛନ୍ତି ଚାର୍ଟ ରଖ, ତେବେ ବହୁତ ଫାଇଦା
ହେବ । ନୋଟ୍ କରିବା ଉଚିତ୍ । ସମସ୍ତଙ୍କୁ ସନ୍ଦେଶ ଦେଇଚାଲ, ଚୁପ୍ ହୋଇ ବସ ନାହିଁ । ଟ୍ରେନ୍ରେ
ମଧ୍ୟ ତୁମେ ଜ୍ଞାନ ବୁଝାଇ ପୁସ୍ତକ ଦେଇଦିଅ । କୁହ, ଏହି ପୁସ୍ତକ କୋଟି-କୋଟି ଟଙ୍କାର ସମ୍ପତ୍ତି
ଅଟେ । ଭାରତରେ ଯେବେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା ତେବେ ବିଶ୍ୱରେ ଶାନ୍ତି ଥିଲା । ଏବେ
ବାବା ପୁନର୍ବାର ସେହି ରାଜଧାନୀ ସ୍ଥାପନ କରିବାକୁ ଆସିଛନ୍ତି, ତୁମେ ବାବାଙ୍କୁ ମନେ ପକାଅ ତେବେ
ବିକର୍ମ ବିନାଶ ହେବ ଏବଂ ବିଶ୍ୱରେ ଶାନ୍ତି ହେବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଆମେ
ବ୍ରାହ୍ମଣମାନେ ହିଁ ବିଶ୍ୱରେ ଶାନ୍ତି ସ୍ଥାପନ କରିବାର ନିମିତ୍ତ ଅଟୁ, ତେଣୁ ଆମକୁ ବହୁତ-ବହୁତ
ଶାନ୍ତଚିତ୍ତ ହୋଇ ରହିବାକୁ ହେବ, କଥାବାର୍ତ୍ତା ବହୁତ ଧୀରେ ଧୀରେ ବା ରାଜକୀୟ ଶୈଳୀରେ କରିବାକୁ
ହେବ ।
(୨) ଅଳସୁଆମି ଛାଡି ଯୋଗ
କରିବାର ମେହନତ କରିବାକୁ ହେବ । କେବେ ହେଲେ ହୋପ୍ଲେସ୍ ଅର୍ଥାତ୍ ନିରାଶ ହେବା ଅନୁଚିତ୍ ।
ବରଦାନ:-
ପରୀକ୍ଷା ସମୟରେ
ଭୟଭୀତ ହେବା ପରିବର୍ତ୍ତେ ଫୁଲ୍ଷ୍ଟପ୍ ଲଗାଇ ଫୁଲ୍ ପାସ୍ ହେଉଥିବା ସଫଳତା ମୂରତ ଆତ୍ମା ହୁଅ ।
ଯେତେବେଳେ କୌଣସି
ପ୍ରକାରର ପରୀକ୍ଷା ଆସୁଛି ସେଥିରେ ଭୟଭୀତ ହୁଅ ନାହିଁ କି ପ୍ରଶ୍ନବାଚକ ଚିହ୍ନ ଲଗାଅ ନାହିଁ - ଏହା
କାହିଁକି ଆସିଲା, କେମିତି ଆସିଲା? ଏହିଭଳି ଭାବିବାରେ ସମୟ ନଷ୍ଟ କର ନାହିଁ । ପ୍ରଶ୍ନବାଚକ
ଚିହ୍ନକୁ ସମାପ୍ତ କରି ଫୁଲଷ୍ଟପ୍ ଲଗାଅ ତେବେ ଯାଇ ତୁମେ ଉଚ୍ଚ କ୍ଲାସ୍କୁ ଯିବ ଅର୍ଥାତ୍
ପରୀକ୍ଷାରେ ପାସ୍ ହୋଇଯିବ କାରଣ ଫୁଲଷ୍ଟପ୍ ଲଗାଉଥିବା ଆତ୍ମା ଫୁଲ୍ ପାସ୍ ହୋଇଯିବ କାହିଁକି ନା
ଫୁଲଷ୍ଟପ୍ ହେଉଛି ବିନ୍ଦୁ ହେବାର ସ୍ଥିତି । ତେଣୁ ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଶୁଣୁଥିଲେ ମଧ୍ୟ
ଶୁଣ ନାହିଁ । ବାବା ଯାହା ଶୁଣାଇଛନ୍ତି ତାହା ଶୁଣ, ବାବା ଯାହା ଦେଇଛନ୍ତି ତାହା ଦେଖ ତାହା ହେଲେ
ଫୁଲ୍ ପାସ୍ ହୋଇଯିବ ଏବଂ ପାସ୍ ହେବାର ଲକ୍ଷଣ ହେଲା ସର୍ବଦା ଚଢତି କଳାର ଅନୁଭବ କରିବା ସହିତ
ସଫଳତାର ତାରକା ହୋଇଯିବା ।
ସ୍ଲୋଗାନ:-
ଯଦି ସ୍ୱ ଉନ୍ନତି
କରିବାକୁ ଚାହୁଁଛ ତେବେ କୋଶ୍ଚିନ୍ ଅର୍ଥାତ୍ ପ୍ରଶ୍ନ ଉଠାଇବା, କରେକ୍ସନ୍ ଅର୍ଥାତ୍ ସଂଶୋଧନ
କରିବା ଏବଂ କୋଟେସନ୍ ଅର୍ଥାତ୍ ଟୀପ୍ପଣୀ ଦେବା, ତ୍ୟାଗ କରି ନିଜର କନେକ୍ସନ୍କୁ ଠିକ୍ ରଖ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ଅନ୍ତିମ ସମୟରେ ନିଜର
ସୁରକ୍ଷା ପାଇଁ ସଂକଳ୍ପ ଶକ୍ତି ହିଁ ସାଧନ ହେବ । ଏହି ସଂକଳ୍ପ ଶକ୍ତି ବା ମାନସିକ ଶକ୍ତି ହିଁ
ନିଜର ଅନ୍ତିମ ସମୟକୁ ସୁଖମୟ କରିବା ପାଇଁ ନିମିତ୍ତ ହୋଇପାରିବ । ସେହି ସମୟରେ ମାନସିକ ଶକ୍ତି
ଅର୍ଥାତ୍ ଶ୍ରେଷ୍ଠ ସଂକଳ୍ପର ଶକ୍ତି କେବଳ ଜଣଙ୍କ ସହିତ ଯୋଡି ହୋଇ ରହିବା ଦରକାର । ବେହଦର ସେବା
କରିବା ପାଇଁ ତଥା ନିଜର ସୁରକ୍ଷା ପାଇଁ ମାନସିକ ଶକ୍ତି ଏବଂ ନିର୍ଭୟତାର ଶକ୍ତିକୁ ଜମା କର ।