28.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ବିଗିଡି ଯାଇଥିବା ଭାଗ୍ୟର ସୁଧାରକ ଅର୍ଥାତ୍ ଭାଗ୍ୟ ନିର୍ମାତା ଏକମାତ୍ର ବାବା ଅଟନ୍ତି, ଯିଏକି
ତୁମକୁ ଜ୍ଞାନ ଦେଇ ଭାଗ୍ୟବାନ କରୁଛନ୍ତି ।”
ପ୍ରଶ୍ନ:-
ତୁମମାନଙ୍କର ଏହି
ରୁହାନୀ ଭଟ୍ଟୀ (ଆତ୍ମିକ ଭଟ୍ଟୀ)ର କେଉଁ ଗୋଟିଏ ନିୟମ ରହିଛି?
ଉତ୍ତର:-
ରୁହାନୀ ଭଟ୍ଟୀରେ ଅର୍ଥାତ୍ ଯୋଗର ଯାତ୍ରାରେ ବସି କେବେ ବି ଏଣୁ-ତେଣୁ ବିଚାର କର ନାହିଁ,
ଏକମାତ୍ର ବାବାଙ୍କୁ ମନେ ପକାଇବାକୁ ହେବ । ଯଦି ବୁଦ୍ଧି ଇଆଡେ-ସିଆଡେ ଘୂରୁଛି ତେବେ ଢୁଳାଇବେ,
ହାଇମାରିବେ, ଏହାଦ୍ୱାରା ବାୟୁମଣ୍ଡଳ ଖରାପ ହୋଇଥାଏ । ନିଜର ହିଁ କ୍ଷତି କରିଥାନ୍ତି ।
ଗୀତ:-
ଦିଲ କା ସାହାରା
ଟୁଟ ନ ଯାଏ...
ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନେ ଗୀତର ଦୁଇଟି ପଦ ଶୁଣିଲେ । ପିଲାମାନଙ୍କୁ ସାବଧାନ କରାଯାଉଛି ।
ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଏହି ସମୟରେ ଅନ୍ୟ ସମସ୍ତଙ୍କର ଭାଗ୍ୟ ବିଗିଡି ଯାଇଛି । ଏବେ ତୁମର
ବିଗିଡି ଯାଇଥିବା ଭାଗ୍ୟ ସୁଧୁରୁଛି । ବାବାଙ୍କୁ ହିଁ ଭାଗ୍ୟ ନିର୍ମାତା କୁହାଯାଉଛି । ତୁମେ
ଜାଣିଛ ଶିବବାବା କେତେ ମିଠା । ‘ବାବା’ ଅକ୍ଷର ବହୁତ ମିଠା । ବାବାଙ୍କଠାରୁ ଆତ୍ମାମାନଙ୍କୁ
ସମ୍ପତ୍ତି ମିଳୁଛି । ଲୌକିକ ପିତାଙ୍କଠାରୁ ପୁତ୍ରକୁ ସମ୍ପତ୍ତି ମିଳିଥାଏ, କନ୍ୟାକୁ ନୁହେଁ ।
ଏଠାରେ ପୁତ୍ର ଅଥବା କନ୍ୟା ସମସ୍ତେ ବର୍ସାର ହକଦାର ଅଟନ୍ତି । ବାବା ଆତ୍ମାମାନଙ୍କୁ ଅର୍ଥାତ୍
ନିଜର ପିଲାମାନଙ୍କୁ ପାଠ ପଢାଉଛନ୍ତି । ଆତ୍ମା ବୁଝୁଛି ଯେ ଆମେ ସମସ୍ତେ ଭାଇ ଭାଇ ଅଟୁ ।
ବାସ୍ତବରେ ଭ୍ରାତୃ ଭାବ ବୋଲି କୁହାଯାଇଥାଏ ନା । ଆମେ ଏକ ଭଗବାନଙ୍କର ସନ୍ତାନ ପୁଣି ଏତେ ଲଢେଇ
ଝଗଡା କାହିଁକି? ସମସ୍ତେ ନିଜ ନିଜ ଭିତରେ ଲଢେଇ କରିଚାଲିଛନ୍ତି । ଅନେକ ଧର୍ମ, ଅନେକ ମତ ରହିଛି
କିନ୍ତୁ ମୁଖ୍ୟ କଥା ରାବଣ ରାଜ୍ୟରେ ବିକାରଗୁଡିକର ପ୍ରବେଶତା ହେଉଛି, ତେଣୁ ଲଢେଇ ଚାଲୁଛି । କାମ
ବିକାର ପାଇଁ ମଧ୍ୟ କେତେ ଲଢେଇ ଝଗଡା ହେଉଛି । ଏହିପରି ବହୁତ ରାଜାମାନେ ଲଢେଇ କରିଛନ୍ତି । କାମ
ବିକାର ପାଇଁ ବହୁତ ଲଢୁଛନ୍ତି । କେତେ ଖୁସି ହେଉଛନ୍ତି । କାହା ସହିତ ମନ ନ ମିଶିଲେ ମଧ୍ୟ
ମାରିଦେଇଥାନ୍ତି । କାମ ମହାଶତ୍ରୁ ଅଟେ । ଯିଏ କ୍ରୋଧ କରନ୍ତି ତାଙ୍କୁ କ୍ରୋଧୀ ହିଁ କୁହାଯିବ ।
ଯାହାର ବହୁତ ଲୋଭ ତାଙ୍କୁ ଲୋଭୀ କୁହାଯିବ । କିନ୍ତୁ ଯେଉଁମାନେ ବିକାରୀ ଅଟନ୍ତି ତାଙ୍କର ବହୁତ
ନାମ ରଖାଯାଇଛି ସେଥିପାଇଁ କୁହାଯାଉଛି - ଅମୃତ ଛାଡି ବିଷ କାହିଁକି ଖାଇବୁ । ଶାସ୍ତ୍ରରେ ଅମୃତ
ନାମ ଉଲ୍ଲେଖ ହୋଇଛି । ଦର୍ଶାଯାଇଛି ଯେ ସାଗର ମନ୍ଥନ କଲେ ତ ଅମୃତ ବାହାରିଲା । ଲକ୍ଷ୍ମୀଙ୍କୁ
କଳସ ଦେଇଛନ୍ତି । କେତେ କାହାଣୀମାନ ରହିଛି । ଏଥିରେ ବି ସବୁଠାରୁ ବଡରୁ ବଡ କଥା ହେଲା
ସର୍ବବ୍ୟାପୀର, ଗୀତାର ଭଗବାନ କିଏ? ଏବଂ ପତିତ-ପାବନ କିଏ? ପ୍ରଦର୍ଶନୀରେ ମୁଖ୍ୟ ଏହି ଚିତ୍ର ଉପରେ
ବୁଝାଯାଇଥାଏ । ପତିତ-ପାବନ, ଜ୍ଞାନର ସାଗର ଏବଂ ତାଙ୍କଠାରୁ ବାହାରିଥିବା ଜ୍ଞାନ ଗଙ୍ଗାମାନେ ନା
ପାଣିର ନଦୀ ବା ସାଗର? କେତେ ଭଲ ଭଲ କଥା ବୁଝାଯାଉଛି । ବାବା ବସି ବୁଝାଉଛନ୍ତି - ମିଠା-ମିଠା
ପିଲାମାନେ ତୁମକୁ କିଏ ପବିତ୍ର କରାଇଲେ? ବିଗିଡିଯାଇଥିବା ଭାଗ୍ୟର କଥାର ସୁଧାରକ କିଏ? ସେହି
ପତିତପାବନ କେବେ ଆସୁଛନ୍ତି? ଏହି ଖେଳ କିପରି ତିଆରି ହୋଇଛି? କେହି ହେଲେ ବି ଜାଣିନାହାଁନ୍ତି ।
ବାବାଙ୍କୁ କୁହାଯାଉଛି ଜ୍ଞାନର ସାଗର, ସୁଖର ସାଗର, ଶାନ୍ତିର ସାଗର । ଗାୟନ ମଧ୍ୟ କରାଯାଏ -
ବିଗିଡିଯାଇଥିବା କଥାର ସୁଧାରକ ହେଉଛନ୍ତି ଜଣେ । ଏକଥା ତ ବୁଝିପାରୁଛ ଯେ - ବାସ୍ତବରେ ରାବଣ ଆମର
ସବୁକିଛି ବିଗାଡି ଦେଇଛି । ଏହା ହେଉଛି ହାରିବା-ଜିତିବାର ଖେଳ । ରାବଣକୁ ମଧ୍ୟ ତୁମେ ଜାଣିଛ
ଯାହାକୁ ଭାରତବାସୀ ବର୍ଷ ବର୍ଷ ଧରି ଜଳାଉଛନ୍ତି । ରାବଣ ଭାରତର ଶତ୍ରୁ ଅଟେ । ଭାରତରେ ହିଁ
ପ୍ରତ୍ୟେକ ବର୍ଷ ରାବଣକୁ ଜଳାଇଥାନ୍ତି । ତାଙ୍କୁ ପଚାର କେବେଠାରୁ ଜଳାଇ ଆସୁଛ? ତେବେ କହିବେ ଏହା
ତ ଅନାଦି କାଳରୁ ପ୍ରଚଳିତ, ଯେବେଠାରୁ ସୃଷ୍ଟି ଆରମ୍ଭ ହୋଇଛି । ଶାସ୍ତ୍ରରେ ଯାହା ପଢିଛନ୍ତି
ସତ୍ୟ ସତ୍ୟ ବୋଲି କରି ଆସୁଛନ୍ତି । ମୁଖ୍ୟ ଭୁଲ୍ ହେଲା ଈଶ୍ୱରଙ୍କୁ ସର୍ବବ୍ୟାପୀ କହିବା । ବାବା
ଏକଥା କହୁନାହାଁନ୍ତି ଯେ ଏହା କାହାର ଭୁଲ୍ ଅଟେ! ଏହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏହା
ହାରିବା-ଜିତିବାର ଖେଳ । ମାୟାଠାରୁ ହାରିଲେ ପରାଜୟ, ମାୟାଠାରୁ ଜିତିଲେ ବିଜୟ । ମାୟାଠାରୁ କିପରି
ହାରୁଛନ୍ତି, ଏକଥା ମଧ୍ୟ ବୁଝାଯାଉଛି । ପୁରା ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି । ଗୋଟିଏ ସେକେଣ୍ଡର
ମଧ୍ୟ ଫରକ ହୋଇପାରିବ ନାହିଁ । ରାମରାଜ୍ୟର ସ୍ଥାପନା ଏବଂ ରାବଣ ରାଜ୍ୟର ବିନାଶ ସମୟ ଅନୁସାରେ
ସଠିକ୍ ରୂପେ ହେଉଛି । ସତ୍ୟଯୁଗରେ ଲଙ୍କା (ଶ୍ରୀଲଙ୍କା) ରହିବ ନାହିଁ । ତାହା ବୌଦ୍ଧ ଧର୍ମର
ରାଷ୍ଟ୍ର ଅଟେ । ପାଠୁଆଙ୍କର ବୁଦ୍ଧିରେ ରହିଥାଏ, ଲଣ୍ଡନ ଏପଟେ, ଆମେରିକା ଏପଟେ ଅଛି । ପାଠପଢା
ଦ୍ୱାରା ବୁଦ୍ଧିର ତାଲା ଖୋଲିଥାଏ, ଆଲୋକ ମିଳିଥାଏ । ଏହାକୁ ଜ୍ଞାନର ତୃତୀୟ ନେତ୍ର କୁହାଯାଉଛି ।
ବୁଢୀମାନେ ବହୁତ କଥା ବୁଝିପାରି ନ ଥାନ୍ତି । ଏମାନଙ୍କୁ ଏକ ମୁଖ୍ୟ କଥା ଧାରଣ କରିବାକୁ ହେବ,
ଯାହାକି ଅନ୍ତ ସମୟରେ କାମରେ ଆସିବ । ମନୁଷ୍ୟମାନେ ଶାସ୍ତ୍ର ତ ବହୁତ ପଢୁଛନ୍ତି । ତଥାପି ମଧ୍ୟ
ମୃତ୍ୟୁ ସମୟରେ ଗୋଟିଏ ଅକ୍ଷର କହୁଛନ୍ତି ଯେ ରାମ-ରାମ କୁହ । ଏହିପରି କହୁନାହାଁନ୍ତି ଯେ
ଶାସ୍ତ୍ର ଶୁଣାଅ, ବେଦ ଶୁଣାଅ । ମୃତ୍ୟୁ ସମୟରେ କହିବେ ରାମଙ୍କୁ ସ୍ମରଣ କର । ଯିଏ ଯେଉଁ କଥାର
ଅଧିକ ସମୟ ଚିନ୍ତନରେ ରହିଥା’ନ୍ତି, ଅନ୍ତ ସମୟରେ ମଧ୍ୟ ତାହା ହିଁ ମନେ ପଡିଥାଏ । ଏବେ ବିନାଶ ତ
ସମସ୍ତଙ୍କର ହେବ । ତୁମେ ଜାଣିଛ ସମସ୍ତେ କାହାକୁ ମନେପକାଇବେ? କେହି କୃଷ୍ଣଙ୍କୁ କେହି ପୁଣି
ନିଜର ଗୁରୁଙ୍କୁ ମନେ ପକାଇବେ । କେହି ନିଜ ଦେହର ସମ୍ବନ୍ଧୀମାନଙ୍କୁ ମନେ ପକାଇବେ । ଦେହକୁ ମନେ
ପକାଇଲେ ତ ଖେଳ ଶେଷ । ଏଠାରେ ତୁମକୁ ଗୋଟିଏ କଥା ବୁଝାଯାଉଛି ଯେ ନିଜକୁ ଆତ୍ମା ମନେକରି ବାବାଙ୍କୁ
ମନେ ପକାଇଚାଲ । ଚାର୍ଟ ରଖ ଯେ ଆମେ କେତେ ସମୟ ବାବାଙ୍କ ସ୍ମୃତିରେ ରହୁଛୁ । ଆମେ ଯେତେ ସ୍ମୃତିରେ
ରହିବା, ସେତେ ପବିତ୍ର ହୋଇଯିବା । ଏହିପରି ନୁହେଁ ଯେ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ପବିତ୍ର
ହୋଇଯିବ । ଏହା ଆତ୍ମାର କଥା ଅଟେ ନା । ଆତ୍ମା ହିଁ ପତିତ, ଆତ୍ମା ହିଁ ପବିତ୍ର ହେଉଛି । ବାବା
ବୁଝାଉଛନ୍ତି - ଆତ୍ମା ଏକ ତାରକା ବିନ୍ଦୁ, ଭ୍ରୁକୁଟୀ ମଧ୍ୟରେ ରହିଥାଏ । କହିଥାନ୍ତି ଆତ୍ମା ଅତି
ସୂକ୍ଷ୍ମ ତାରକା । ତୁମେମାନେ ହିଁ ଏହି କଥାକୁ ବୁଝିପାରିବ । ବାବା କହୁଛନ୍ତି ମୁଁ କଳ୍ପର
ସଂଗମଯୁଗରେ ଆସୁଛି । ସେମାନେ ପୁଣି କଳ୍ପ ଅକ୍ଷର ଛାଡି ଯୁଗେ ଯୁଗେ ଅକ୍ଷର ଲେଖି ଦେଇଛନ୍ତି ।
ତେଣୁ ମନୁଷ୍ୟମାନେ ଓଲଟା ଭାବି ନେଉଛନ୍ତି । ମୁଁ କହିଛି ଯେ ମୁଁ କଳ୍ପ-କଳ୍ପ ସଂଗମଯୁଗରେ ଆସୁଛି
। ଘୋର ଅନ୍ଧକାର ଏବଂ ଘୋର ଆଲୋକର ସଂଗମଯୁଗରେ ଆସୁଛି । ବାକି ଯୁଗେ-ଯୁଗେ ଆସିବାର ଦରକାର ହିଁ
ନାହିଁ । ସିଢିରେ ତଳକୁ ଖସିବାର ଅଛି । ଯେବେ ପୂରା ୮୪ ଜନ୍ମର ସିଢି ଓହ୍ଲାଉଛ, ତେବେ ଯାଇ ବାବା
ଆସୁଛନ୍ତି । ଏହି ଜ୍ଞାନ ସାରା ଦୁନିଆ ପାଇଁ ଉଦ୍ଦିଷ୍ଟ । ସନ୍ନ୍ୟାସୀମାନେ ତ କହୁଛନ୍ତି ଯେ
ଏମାନଙ୍କର ଚିତ୍ର ସବୁ କଳ୍ପନା ଅଟେ । କିନ୍ତୁ କଳ୍ପନାର ଏଥିରେ କୌଣସି କଥା ହିଁ ନାହିଁ । ଏକଥା
ସବୁ ବୁଝାଯାଉଛି, ନଚେତ୍ ମନୁଷ୍ୟମାନେ କିପରି ଜାଣିବେ ସେଥିପାଇଁ ଏହି ଚିତ୍ର ତିଆରି କରାଯାଇଛି ।
ଏହି ପ୍ରଦର୍ଶନୀ ଦେଶ-ଦେଶାନ୍ତରରେ ଢେର ହୋଇ ଚାଲିବ । ବାବା କହୁଛନ୍ତି ବହୁତ ଭାରତବାସୀ ସନ୍ତାନ
ଅଛନ୍ତି । ସମସ୍ତେ ତ ସନ୍ତାନ ଅଟନ୍ତି ନା । ଏହା ଅନେକ ଧର୍ମର ବୃକ୍ଷ ଅଟେ । ବାବା ବସି
ବୁଝାଉଛନ୍ତି - ଏମାନେ ସମସ୍ତେ କାମ ଚିତାରେ ବସି ଜଳିଯାଇଛନ୍ତି । ସତ୍ୟଯୁଗକୁ ଯେଉଁମାନେ ପ୍ରଥମେ
ପ୍ରଥମେ ଆସୁଛନ୍ତି, ସେମାନେ ପୁଣି ପ୍ରଥମେ ପ୍ରଥମେ ଦ୍ୱାପରରୁ ଆରମ୍ଭ କରି କାମ ଅଗ୍ନିରେ
ଜଳୁଛନ୍ତି, ସେଥିପାଇଁ କଳା ହୋଇଯାଇଛନ୍ତି । ଏବେ ସମସ୍ତଙ୍କର ସଦ୍ଗତି ହେବ । ସେଥିପାଇଁ ତୁମେ
ନିମିତ୍ତ ହେଉଛ । ତୁମ ପଛରେ ସମସ୍ତଙ୍କର ସଦ୍ଗତି ହେବ । ବାବା କେତେ ସହଜ ଭାବରେ ବୁଝାଉଛନ୍ତି ।
କହୁଛନ୍ତି କେବଳ ବାବାଙ୍କୁ ମନେ ପକାଅ । ଆତ୍ମାର ହିଁ ଦୁର୍ଗତି ହୋଇଛି । ଆତ୍ମା ପତିତ ହେବା
ଦ୍ୱାରା ଶରୀର ମଧ୍ୟ ସେହିପରି ମିଳିଥାଏ । ଆତ୍ମାକୁ ପବିତ୍ର କରିବାର ଯୁକ୍ତି ବାବା ବିଲ୍କୁଲ୍
ସହଜ ବତାଉଛନ୍ତି ।
ତ୍ରିମୂର୍ତ୍ତିର ଚିତ୍ରରେ ବ୍ରହ୍ମାଙ୍କର ଚିତ୍ର ଦେଖି ମନୁଷ୍ୟ ବହୁତ ପ୍ରଶ୍ନ କରୁଛନ୍ତି ।
କହୁଛନ୍ତି ଏହାଙ୍କୁ ବ୍ରହ୍ମା କାହିଁକି କହୁଛ? ବ୍ରହ୍ମା ତ ସୂକ୍ଷ୍ମବତନବାସୀ ଦେବତା ଅଟନ୍ତି,
ଏଠାକୁ କେଉଁଠାରୁ ଆସିଲେ? ଏହି ଦାଦା ତ ନାମୀଗ୍ରାମୀ ଥିଲେ । ସବୁ ସ୍ଥାନରେ ଖବରକାଗଜରେ
ବାହାରିଥିଲା ଜଣେ ଜହୁରୀ (ହୀରା, ବ୍ୟବସାୟୀ) କହୁଛି ଯେ ମୁଁ ଶ୍ରୀକୃଷ୍ଣ, ମୋର ୧୬୧୦୮ ରାଣୀ
ଦରକାର । ସେଥିପାଇଁ ବହୁତ ହଙ୍ଗାମା ହୋଇଥିଲା । ତେବେ ଏବେ ଜଣ ଜଣଙ୍କ ପାଖରେ କିଏ ମୁଣ୍ଡ ପିଟିବ
। ଏତେ ଢେର ମନୁଷ୍ୟ ଅଛନ୍ତି । ଆବୁକୁ ମଧ୍ୟ କେହି ଯଦି ଆସୁଛନ୍ତି, ତେବେ ତାଙ୍କୁ ତୁରନ୍ତ
କହୁଛନ୍ତି, ଆରେ ବ୍ରହ୍ମାକୁମାରୀମାନଙ୍କ ପାଖକୁ ଯାଉଛ! ସେମାନେ ତ ଯାଦୁ କରିଦେଉଛନ୍ତି ।
ସ୍ତ୍ରୀ-ପୁରୁଷଙ୍କୁ ଭାଇ-ଭଉଣୀ କରିଦେଉଛନ୍ତି । ଲମ୍ବା ଚଉଡା କଥା କହି ମୁଣ୍ଡ ଖରାପ କରିଦେଉଛନ୍ତି
। ବାବା କହୁଛନ୍ତି ତୁମେ ମୋତେ ଜ୍ଞାନର ସାଗର ବିଶ୍ୱର ସର୍ବଶକ୍ତିର ଅଧିକାରୀ କହୁଛ । ୱାର୍ଲଡ
ଅଲମାଇଟୀ ଅର୍ଥାତ୍ ସର୍ବଶକ୍ତିମାନ, ସମସ୍ତ ବେଦ ଶାସ୍ତ୍ର ଆଦିକୁ ଜାଣିଲାବାଲା । ବଡ ବଡ
ବିଦ୍ୱାନକୁ ମଧ୍ୟ ଅଥରିଟୀ କୁହାଯାଏ କାହିଁକି ନା ସେ ସବୁ ବେଦ, ଶାସ୍ତ୍ର ଆଦିକୁ ପଢିଥାନ୍ତି,
ପୁଣି ବନାରସ ଯାଇ ଉପାଧି ଆଣିଥାନ୍ତି । ମହା-ମହୋପାଧ୍ୟାୟ, ଶ୍ରୀ ଶ୍ରୀ ୧୦୮ ସରସ୍ୱତୀ ଏହି ସବୁ
ଉପାଧି ସେଠାରେ ହିଁ ମିଳିଥାଏ । ଯିଏ ବହୁତ ହୁସିଆର ହୋଇଥାନ୍ତି, ତାଙ୍କୁ ବଡ ଉପାଧି ମିଳିଥାଏ ।
ଶାସ୍ତ୍ରରେ ଜନକଙ୍କ କଥା ଲେଖା ହୋଇଛି । ଜନକ କହିଲେ ଯେ ମୋତେ କେହି ସତ୍ୟ ବ୍ରହ୍ମ ଜ୍ଞାନ ଶୁଣାଅ
। ତେବେ ବ୍ରହ୍ମ ଜ୍ଞାନ ତ ନାହିଁ । ସବୁ କଥା ଏଠାକାର ହିଁ ଅଟେ । ଏହି କାହାଣୀକୁ ବଡ
କରିଦେଇଛନ୍ତି । ଶଙ୍କର ପାର୍ବତୀଙ୍କର ମଧ୍ୟ କାହାଣୀ ଲେଖାଯାଇଛି । କେତେ କାହାଣୀ ବସି ଲେଖିଛନ୍ତି
। ଶଙ୍କର ପାର୍ବତୀଙ୍କୁ କଥା ଶୁଣାଇଲେ । ବାସ୍ତବରେ ଶିବ କାହାଣୀ ଶୁଣାଇଥିଲେ । ସେମାନେ ପୁଣି
ଶଙ୍କର ପାର୍ବତୀଙ୍କର ନାମ ଦେଇ ଦେଇଛନ୍ତି । ଭାଗବତ ଆଦିରେ ଏହି ସମୟର କଥା ହିଁ ରହିଛି । ପୁଣି
କାହାଣୀରେ ବତାଉଛନ୍ତି ଯେ, ତାଙ୍କର ଖିଆଲ ଆସିଲା - ରାଜାଙ୍କୁ ଯାଇ ଏହି ଜ୍ଞାନ ଦେବି । ବାବା
ମଧ୍ୟ ବୁଝାଉଛନ୍ତି - ରାଜାମାନଙ୍କୁ ଯାଇ ଜ୍ଞାନ ଦିଅ । ତୁମେ ହିଁ ସୂର୍ଯ୍ୟବଂଶୀ ଥିଲ ପୁଣି
ଚନ୍ଦ୍ରବଂଶୀ, ବୈଶ୍ୟବଂଶୀ, ଶୂଦ୍ରବଂଶୀ ହୋଇଛ । ତୁମର ରାଜଧାନୀ ହିଁ ସମାପ୍ତ ହୋଇଯାଇଛି । ଏବେ
ପୁଣି ସୂର୍ଯ୍ୟବଂଶୀ ରାଜଧାନୀ ନେବାକୁ ହେଲେ ପୁରୁଷାର୍ଥ କର । ରାଜଯୋଗ ଶିଖାଇଲାବାଲା ବାବା
ଆସିଛନ୍ତି । ପୁଣି ଥରେ ଆସି ବେହଦର ସ୍ୱରାଜ୍ୟ ନିଅ । ରାଜାମାନଙ୍କ ପାଖକୁ ମଧ୍ୟ ବହୁତ ଚିଠି
ଯାଇଥାଏ କିନ୍ତୁ ସବୁ ଚିଠି ତାଙ୍କୁ ମିଳି ନ ଥାଏ । ତାଙ୍କର ବ୍ୟକ୍ତିଗତ ସଚିବ ଚିଠି ଗୁଡିକ
ଦେଖିଥାନ୍ତି । କେତେ ଚିଠି ଚିରି ଫୋପାଡି ଦେଇଥାନ୍ତି । କୌଣସି ଚିଠିରେ କିଛି ଜରୁରୀ କଥା ଥିଲେ
ରାଜାଙ୍କୁ ଦେଖାଇଥାନ୍ତି । କହିଥାନ୍ତି - ଅଷ୍ଟବକ୍ର ଋଷି ଜନକ ରାଜାଙ୍କୁ ଗୋଟିଏ ସେକେଣ୍ଡରେ
ଜୀବନମୁକ୍ତିର ସାକ୍ଷାତ୍କାର କରାଇଥିଲେ । ତାହା ମଧ୍ୟ ଏବେ ହେଉଛି । ଏବେ ବାବା କେତେ ଭଲ ଭାବରେ
ବସି ତୁମକୁ ବୁଝାଉଛନ୍ତି । ଯେଉଁମାନେ ବୁଝନ୍ତି ନାହିଁ, ସେମାନେ ଇଆଡେ-ସିଆଡେ ଦେଖିଥାନ୍ତି ।
ବାବା ତୁରନ୍ତ ବୁଝିଯାଆନ୍ତି ଯେ ତାଙ୍କ ବୁଦ୍ଧିରେ କିଛି ହେଲେ ପଶୁ ନାହିଁ । ବାବା ଚାରିଆଡକୁ
ନଜର ରଖିଥା’ନ୍ତି - ସମସ୍ତେ ଠିକ୍ ଭାବରେ ଶୁଣୁଛନ୍ତି ନା ନାହିଁ । ଏହାଙ୍କର ବୁଦ୍ଧି କେଉଁଠାରେ
ଘୂରୁଛି । ହାଇ ମାରୁଛନ୍ତି । ଜ୍ଞାନ ବୁଦ୍ଧିରେ ନ ପଶିଲେ ଢୁଳାଇଥାନ୍ତି । ଏହାଦ୍ୱାରା କ୍ଷତି
ହୋଇଥାଏ । କରାଚ୍ଚୀରେ ଏହି କନ୍ୟାମାନଙ୍କର ଭଟ୍ଟୀ ଥିଲା । ସେଠାରେ କେହି ଢୁଳାଇଲେ ତାଙ୍କୁ
ତୁରନ୍ତ ବାହାର କରିଦିଆଯାଉଥିଲା । ସେଠାରେ ନିଜର ଭାଇ ଭଉଣୀମାନେ ହିଁ ବସୁଥିଲେ । ବାହାରର ଲୋକେ
କେହି ଆସୁ ନ ଥିଲେ । ଆରମ୍ଭରୁ ଏହାଙ୍କର ବହୁତ ବଡ ପାର୍ଟ ଚାଲିଥିଲା । ଏହାର ଲମ୍ବା ଇତିହାସ
ରହିଛି । ଆରମ୍ଭରୁ କନ୍ୟାମାନେ ବହୁତ ଧ୍ୟାନରେ ଚାଲିଯାଉଥିଲେ । ଏବେ ପର୍ଯ୍ୟନ୍ତ ମଧ୍ୟ କହୁଛନ୍ତି
ଯେ ସେଠାରେ ଯାଦୁ କରୁଛନ୍ତି । ପରମପିତା ପରମାତ୍ମାଙ୍କୁ ଜାଦୁଗର କହୁଛନ୍ତି ନା । ଶିବବାବା
ଦେଖୁଛନ୍ତି - ଏହାଙ୍କର ବହୁତ ସ୍ନେହ ଅଛି, ତେଣୁ ଦେଖିବା ଦ୍ୱାରା ହିଁ ତୁରନ୍ତ ଧ୍ୟାନରେ
ଚାଲିଯାଉଛନ୍ତି । ଭାରତବାସୀମାନଙ୍କର ବୈକୁଣ୍ଠ ତ ବହୁତ ପ୍ରିୟ । କେହି ମରିଗଲେ ମଧ୍ୟ କହିଥାନ୍ତି
ବୈକୁଣ୍ଠବାସୀ ହେଲା, ସ୍ୱର୍ଗବାସୀ ହେଲା । ବର୍ତ୍ତମାନ ତ ଏହା ନର୍କ । ସମସ୍ତେ ନର୍କବାସୀ ଅଟନ୍ତି,
ସେଥିପାଇଁ ତ କହୁଛନ୍ତି ଅମୁକ ସ୍ୱର୍ଗବାସୀ ହେଲା । କିନ୍ତୁ ସ୍ୱର୍ଗକୁ ତ କେହି ଯାଉନାହାଁନ୍ତି ।
ବର୍ତ୍ତମାନ କେବଳ ତୁମେ ଜାଣୁଛ ଆମେ ସ୍ୱର୍ଗବାସୀ ଥିଲୁ, ପୁଣି ୮୪ ଜନ୍ମ ନେଇ ନର୍କବାସୀ ହୋଇଯାଇଛୁ
। ଏବେ ପୁଣି ଥରେ ବାବା ସ୍ୱର୍ଗବାସୀ କରାଉଛନ୍ତି । ସ୍ୱର୍ଗରେ ଆମର ରାଜଧାନୀ ରହିଛି । ରାଜଧାନୀରେ
ବହୁତ ପଦ ରହିଛି । ତେଣୁ ପୁରୁଷାର୍ଥ କରି ନରରୁ ନାରାୟଣ ହେବାକୁ ପଡିବ । ତୁମେ ଜାଣିଛ ଏହି ମମ୍ମା
ବାବା ଭବିଷ୍ୟତରେ ଲକ୍ଷ୍ମୀ-ନାରାୟଣ ହେବେ । ଏବେ ପୁରୁଷାର୍ଥ କରୁଛନ୍ତି । ସେଥିପାଇଁ କୁହାଯାଉଛି
ପିତା-ମାତାଙ୍କୁ ଅନୁସରଣ କର । ଯେପରି ଇଏ ପୁରୁଷାର୍ଥ କରୁଛନ୍ତି, ତୁମେ ମଧ୍ୟ କର । ଇଏ ମଧ୍ୟ
ବାବାଙ୍କ ସ୍ମୃତିରେ ରହି ସ୍ୱଦର୍ଶନ ଚକ୍ରଧାରୀ ହେଉଛନ୍ତି । ତୁମେ ବାବା ଏବଂ ବର୍ସା (ସମ୍ପତ୍ତି)କୁ
ମନେ ପକାଅ । ତ୍ରିକାଳଦର୍ଶୀ ହୁଅ । ତୁମ ପାଖରେ ସାରା ଚକ୍ରର ଜ୍ଞାନ ଅଛି, ଏଥିରେ ତତ୍ପର ରୁହ,
ଅନ୍ୟମାନଙ୍କୁ ବୁଝାଇଚାଲ । ଯଦି ଏହି ସେବାରେ ହିଁ ଲାଗି ରହିବ, ତେବେ ଅନ୍ୟ କୌଣସି ଧନ୍ଦା ଆଦି
ମନେ ପଡିବ ନାହିଁ । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସତ୍ୟଯୁଗରେ
ଉଚ୍ଚ ପଦ ପାଇବା ପାଇଁ ମାତା-ପିତାଙ୍କୁ ପୂରା-ପୂରା ଅନୁସରଣ କରିବାକୁ ହେବ । ସେମାନଙ୍କ ଭଳି
ପୁରୁଷାର୍ଥ କରିବାକୁ ହେବ । ସେବାରେ ତତ୍ପର ରହିବାକୁ ହେବ । ଏକାଗ୍ରଚିତ୍ତ ହୋଇ ପାଠ ପଢିବାକୁ
ହେବ ।
(୨) ଯୋଗର ଠିକ୍ ଠିକ୍
ଚାର୍ଟ ରଖିବାକୁ ହେବ । ନିଜକୁ ଆତ୍ମା ମନେ କରି ବାବାଙ୍କୁ ସ୍ମରଣ କରିବାକୁ ପଡିବ । ଦେହ ଅଥବା
ଦେହଧାରୀମାନଙ୍କୁ ମନେ ପକାଇବାର ନାହିଁ ।
ବରଦାନ:-
ନିଜର
ସର୍ବୋଚ୍ଚ ସ୍ଥିତିରେ ସ୍ଥିତ ରହି ପ୍ରତ୍ୟେକ ସଂକଳ୍ପ, ବାଣୀ ଏବଂ କର୍ମ କରୁଥିବା ସମ୍ପୂର୍ଣ୍ଣ
ନିର୍ବିକାରୀ ଭବ ।
ସମ୍ପୂର୍ଣ୍ଣ
ନିର୍ବିକାରୀର ଅର୍ଥ ହେଲା ଅଳ୍ପ ମାତ୍ରାରେ ମଧ୍ୟ କୌଣସି ବିକାର ପ୍ରତି ଆକର୍ଷଣ ଯାଉ ନ ଥିବ, କେବେ
ବି ସେମାନଙ୍କର ବଶୀଭୂତ ହେଉ ନ ଥିବ । ସବୋଚ୍ଚ ସ୍ଥିତିରେ ରହୁଥିବା ଆତ୍ମାମାନେ କୌଣସି ସାଧାରଣ
ସଂକଳ୍ପ ମଧ୍ୟ କରିପାରିବେ ନାହିଁ । ତେଣୁ ଯେତେବେଳେ ବି କୌଣସି ସଂକଳ୍ପ ବା କର୍ମ କରୁଛ ସେତେବେଳେ
ଚେକ୍ କର ଯେ ମୋ’ର ନାମ ଯେତିକି ଉଚ୍ଚ, ମୋ’ର କାମ ସେତିକି ଉଚ୍ଚ ଅଟେ ତ? ଯଦି ନାମ ଉଚ୍ଚା ନାମ
ନିଚା ତେବେ ନାମକୁ ବଦନାମ କରୁଛ, ସେଥିପାଇଁ ଲକ୍ଷ୍ୟ ମୁତାବକ ଲକ୍ଷଣକୁ ଧାରଣ କର ତେବେ କୁହାଯିବ
ସମ୍ପୂର୍ଣ୍ଣ ନିର୍ବିକାରୀ ଅର୍ଥାତ୍ ହୋଲୀଏଷ୍ଟ ଆତ୍ମା ।
ସ୍ଲୋଗାନ:-
କର୍ମ କରିବା
ସମୟରେ ଯଦି କରିକରାଇବାବାଲାଙ୍କର ସ୍ମୃତିରେ ରହିବ, ତେବେ ସ୍ୱ-ପୁରୁଷାର୍ଥ ଏବଂ ଯୋଗର ସନ୍ତୁଳନ
ଠିକ୍ ରହିବ ।
ଅବ୍ୟକ୍ତ ଈଶାରା:-
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଏହି କଳିଯୁଗୀ
ତମୋପ୍ରଧାନ ଜୀର୍ଣ୍ଣଶୀର୍ଣ୍ଣ ବୃକ୍ଷର ଦୁର୍ଦ୍ଦଶାକୁ ଦେଖି ବ୍ରହ୍ମାବାବାଙ୍କ ଭିତରେ ଏହି ସଂକଳ୍ପ
ଆସୁଛି ଯେ ଏବେ ଏବେ ପିଲାମାନଙ୍କର ତପସ୍ୱୀ ସ୍ୱରୂପ ଦ୍ୱାରା ଯୋଗ ଅଗ୍ନି ଦ୍ୱାରା ଏହି ପୁରୁଣା
ବୃକ୍ଷକୁ ଭସ୍ମ କରିଦିଅନ୍ତି । କିନ୍ତୁ ଏଥିପାଇଁ ସଂଗଠିତ ରୂପରେ ଫୁଲଫୋର୍ସରେ ଯୋଗର ଜ୍ୱାଳା
ପ୍ରଜ୍ୱଳିତ ହେବା ଦରକାର । ତେଣୁ ବ୍ରହ୍ମାବାବାଙ୍କର ଏହି ସଂକଳ୍ପକୁ ସାକାର କର ।