28.08.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ତୁମର ଡାକରାର ଶୁଣାଣି ହୋଇଛି, ଶେଷରେ ସେହିଦିନ ଆସିଗଲା ଯେଉଁଦିନ କି ତୁମେ ଉତ୍ତମରୁ ଉତ୍ତମ ପୁରୁଷ ଏହି ପୁରୁଷୋତ୍ତମ ସଂଗମଯୁଗରେ ହେଉଛ ।”

ପ୍ରଶ୍ନ:-
ହାରିବା ଏବଂ ଜିତିବା ସହିତ ସମ୍ବନ୍ଧିତ କେଉଁ ଏକ ଭ୍ରଷ୍ଟ କର୍ମ ରହିଛି ଯାହା ମନୁଷ୍ୟକୁ ଦୁଃଖୀ କରୁଛି?

ଉତ୍ତର:-
“ଜୁଆ” । ବହୁତ ମନୁଷ୍ୟଙ୍କଠାରେ ଜୁଆ ଖେଳିବାର ଅଭ୍ୟାସ ଥାଏ, ଏହା ଏକ ଭ୍ରଷ୍ଟ କର୍ମ । କାହିଁକି ନା ଏଥିରେ ହାରିଲେ ଦୁଃଖ ଏବଂ ଜିତିଲେ ଖୁସି ମିଳିଥାଏ । ତୁମେ ପିଲାମାନଙ୍କ ପାଇଁ ବାବାଙ୍କର ଆଜ୍ଞା ହେଲା - ପିଲାମାନେ ଦୈବୀ କର୍ମ କର । ଏଭଳି କୌଣସି କର୍ମ କର ନାହିଁ ଯେଉଁଥିରେ ସମୟ ନଷ୍ଟ ହେବ । ସର୍ବଦା ବେହଦର ବିଜୟ ପ୍ରାପ୍ତ କରିବା ପାଇଁ ହିଁ ପୁରୁଷାର୍ଥ କର ।

ଗୀତ:-
ଆଖିର ୱହ ଦିନ ଆୟା ଆଜ...

ଓମ୍ ଶାନ୍ତି ।
ଡବଲ ଓମ୍ ଶାନ୍ତି । ତୁମ ପିଲାମାନଙ୍କୁ ମଧ୍ୟ କହିବାକୁ ପଡିବ ଓମ୍ ଶାନ୍ତି । ଏଠାରେ ପୁଣି ଡବଲ ଓମ୍ ଶାନ୍ତି । ଏକ ସୁପ୍ରିମ ଆତ୍ମା (ଶିବବାବା) କହୁଛନ୍ତି, ଓମ୍ ଶାନ୍ତି ଦ୍ୱିତୀୟରେ ଏହି ଦାଦା କହୁଛନ୍ତି ଓମ୍ ଶାନ୍ତି । ତେଣୁ ତୁମେ ପିଲାମାନେ ବି କହୁଛ । ମୁଁ ଆତ୍ମା ଶାନ୍ତସ୍ୱରୂପ, ଶାନ୍ତିଦେଶର ନିବାସୀ ଅଟେ । ଏଠାକୁ ଏହି ସ୍ଥୂଳ ଦେଶକୁ ପାର୍ଟ କରିବାକୁ ଆସିଛି । ଏହି କଥାକୁ ଆତ୍ମାମାନେ ଭୁଲିଯାଇଛନ୍ତି ପୁଣି ଶେଷରେ ସେହି ଦିନ ତ ନିଶ୍ଚିତ ଆସିଛି, ଯେତେବେଳେ ବି ଶୁଣାଣି ହେଉଛି । କେଉଁ ଶୁଣାଣି? କହିଥା’ନ୍ତି ବାବା ଦୁଃଖ ହରଣ କରି ସୁଖ ଦିଅ । ପ୍ରତ୍ୟେକ ମନୁଷ୍ୟ ସୁଖ-ଶାନ୍ତି ହିଁ ପସନ୍ଦ କରିଥାନ୍ତି । ବାବା ମଧ୍ୟ ହେଉଛନ୍ତି ଦୀନବନ୍ଧୁ । ଏହି ସମୟରେ ଭାରତ ବିଲ୍‌କୁଲ୍ ଗରୀବ ଅଟେ । ପିଲାମାନେ ଜାଣିଛନ୍ତି ଯେ ଆମେ ବିଲ୍‌କୁଲ୍ ସାହୁକାର ଥିଲୁ । ଏହା ମଧ୍ୟ ତୁମେ ବ୍ରାହ୍ମଣ ସନ୍ତାନମାନେ ଜାଣୁଛ, ବାକି ତ ସବୁ ଜଙ୍ଗଲରେ ଅଛନ୍ତି । ତୁମେ ପିଲାମାନଙ୍କର ମଧ୍ୟ ପୁରୁଷାର୍ଥର କ୍ରମାନୁସାରେ ନିଶ୍ଚୟ ରହିଛି । ତୁମେ ଜାଣୁଛ ଯେ ଇଏ ହେଉଛନ୍ତି ଶ୍ରୀ ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ । ତାଙ୍କର ମତ ମଧ୍ୟ ସର୍ବଶ୍ରେଷ୍ଠ । ଭଗବାନୁବାଚ - ରହିଛି ନା । ମନୁଷ୍ୟ ତ ରାମ ରାମର ଏପରି ଧ୍ୱନି କରିଥା’ନ୍ତି ଯେପରି ନିରନ୍ତର ବାଜା ବାଜୁଛି । ବାସ୍ତବରେ ରାମ ତ ତ୍ରେତୟାର ରାଜା ଥିଲେ । ତାଙ୍କର ମହିମା ଥିଲା । ୧୪ କଳା ଥିଲା, ଦୁଇ କଳା କମ୍ । ତାଙ୍କ ପାଇଁ ମଧ୍ୟ ଗାୟନ କରିଥାନ୍ତି ରାମ ରାଜା, ରାମ ପ୍ରଜା... ତୁମେ ସାହୁକାର ହେଉଛ ନା । ରାମଙ୍କଠାରୁ ବେଶୀ ସାହୁକାର ଲକ୍ଷ୍ମୀ-ନାରାୟଣ ହୋଇଥିବେ । ରାଜାଙ୍କୁ ଅନ୍ନଦାତା କହନ୍ତି । ବାବା ମଧ୍ୟ ଦାତା ଅଟନ୍ତି, ସେ ସବୁକିଛି ଦେଉଛନ୍ତି । ପିଲାମାନଙ୍କୁ ବିଶ୍ୱର ମାଲିକ କରୁଛନ୍ତି । ସେଠାରେ କୌଣସି ଅପ୍ରାପ୍ତ ବସ୍ତୁ ନାହିଁ, ଯାହା ପାଇଁ ପାପ କରିବାକୁ ପଡିବ । ସେଠାରେ ପାପର ନାମ ନ ଥାଏ । ଅଧାକଳ୍ପ ହେଲା ଦୈବୀ ରାଜ୍ୟ ଆଉ ଅଧାକଳ୍ପ ହେଲା ଆସୁରୀ ରାଜ୍ୟ । ଅସୁର ଅର୍ଥାତ୍ ଯାହାଙ୍କ ଠାରେ ଦେହ ଅଭିମାନ ଅଛି, ୫ ବିକାର ଅଛି ।

ଏବେ ତୁମେ ଆସିଛ ନାବିକ ଅଥବା ବାଗବାନ (ବଗିଚାର ମାଲିକ)ଙ୍କ ପାଖକୁ । ତୁମେ ଜାଣିଛ ଯେ ଆମେ ପ୍ରତ୍ୟକ୍ଷରେ ତାଙ୍କ ପାଖରେ ବସିଛୁ । ତୁମେ ପିଲାମାନେ ମଧ୍ୟ ବସି-ବସି ଭୁଲି ଯାଉଛ । ଭଗବାନ ଯେଉଁ ଆଜ୍ଞା ଦେଉଛନ୍ତି ତାକୁ ମାନିବା ଦରକାର ନା । ପ୍ରଥମେ ତ ସେ ଶ୍ରୀମତ ଦେଉଛନ୍ତି ଶ୍ରେଷ୍ଠରୁ ଶ୍ରେଷ୍ଠ କରିବା ପାଇଁ । ତେଣୁ ଶ୍ରୀମତରେ ତ ପୁରା ଚାଲିବା ଦରକାର ନା । ପ୍ରଥମେ-ପ୍ରଥମେ ମତ ଦେଉଛନ୍ତି ଦେହୀ-ଅଭିମାନୀ ହୁଅ । ବାବା ଆମ ଆତ୍ମାମାନଙ୍କୁ ପଢାଉଛନ୍ତି । ଏହି କଥା ପକ୍କା-ପକ୍କା ୟାଦ କର । ଏହି ଅକ୍ଷର ମନେ ପକାଇଲେ ବେଡା ପାରି ହୋଇଯିବ । ପିଲାମାନଙ୍କୁ ବୁଝାଇଛନ୍ତି ଯେ ତୁମେ ହିଁ ୮୪ ଜନ୍ମ ନେଉଛ । ତୁମେ ହିଁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ । ଏହି ଦୁନିଆ ତ ହେଉଛି ପତିତ ଦୁଃଖୀ । ସ୍ୱର୍ଗକୁ କୁହାଯାଏ ସୁଖଧାମ । ପିଲାମାନେ ଜାଣନ୍ତି ଯେ, ଶିବବାବା, ଭଗବାନ ଆମକୁ ପଢାଉଛନ୍ତି । ତାଙ୍କର ଆମେ ଛାତ୍ର ଅଟୁ । ସେ ପିତା ମଧ୍ୟ ଅଟନ୍ତି, ଟିଚର ମଧ୍ୟ ଅଟନ୍ତି ତେଣୁ ପାଠ ମଧ୍ୟ ଭଲ ରୂପେ ପଢିବା ଦରକାର । ଦୈବୀ କର୍ମ ମଧ୍ୟ କରିବା ଦରକାର । କୌଣସି ଭ୍ରଷ୍ଟ କର୍ମ କରିବା ଉଚିତ୍ ନୁହେଁ । ଭ୍ରଷ୍ଟ କର୍ମ ମଧ୍ୟରେ ଜୁଆ ବି ଆସିଯାଉଛି । ଏହା ବି ଦୁଃଖ ଦେଇଥାଏ । ହାରିଲେ ଦୁଃଖ ହେବ, ଜିତିଲେ ଖୁସୀ ହେବ । ଏବେ ତୁମେ ପିଲାମାନେ ମାୟାଠାରୁ ବେହଦର ହାର ଖାଇଛ । ଏହା ମଧ୍ୟ ହେଉଛି ବେହଦର ହାର ଏବଂ ଜିତ୍‌ର ଖେଳ । ୫ ବିକାର ରୂପୀ ରାବଣଠାରୁ ହାରିବା ଅର୍ଥ ହାର୍‌, ତା’ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ମାୟାଠାରୁ ହାରିବା ହିଁ ହେଉଛି ହାର୍ । ଏବେ ତୁମେ ସନ୍ତାନମାନଙ୍କର ବିଜୟ ହେବ । ଏବେ ତୁମମାନଙ୍କୁ ମଧ୍ୟ ଜୁଆ ଇତ୍ୟାଦି ସବୁ ଛାଡି ଦେବା ଉଚିତ୍ । ଏବେ ବେହଦର ବିଜୟ ପ୍ରାପ୍ତ କରିବା ପାଇଁ ପୂରା ଧ୍ୟାନ ଦେବା ଦରକାର । କୌଣସି ଏଭଳି କର୍ମ ବି କରିବା ଅନୁଚିତ୍‌, ସମୟ ନଷ୍ଟ କରିବା ଅନୁଚିତ୍ । ବେହଦର ଜିତ୍ ପ୍ରାପ୍ତ କରିବା ପାଇଁ ପୁରୁଷାର୍ଥ କରିବାକୁ ହେବ । ପୁରୁଷାର୍ଥକୁ କରାଇଲାବାଲା ବାବା ସମର୍ଥ ଅଟନ୍ତି । ସେ ହେଲେ ସର୍ବଶକ୍ତିମାନ୍ । ଏହା ମଧ୍ୟ ବୁଝାଇଛନ୍ତି ଯେ କେବଳ ବାବା ସର୍ବଶକ୍ତିମାନ ନୁହଁନ୍ତି । ରାବଣ ମଧ୍ୟ ସର୍ବଶକ୍ତିମାନ । ଅଧାକଳ୍ପ ରାବଣରାଜ୍ୟ, ଅଧାକଳ୍ପ ରାମରାଜ୍ୟ ଚାଲୁଛି । ଏବେ ତୁମେ ରାବଣ ଉପରେ ବିଜୟ ପ୍ରାପ୍ତ କରୁଛ । ଏବେ ସେସବୁ ହଦର କଥାକୁ ଛାଡି ବେହଦର ସେବାରେ ଲାଗିଯିବା ଦରକାର । ନାବିକ ଆସିଛନ୍ତି । ଶେଷରେ ସେହିଦିନ ଆସି ତ ଯାଇଛି ନା । ଡାକରାର ଶୁଣାଣି ହେଉଛି ସର୍ବୋଚ୍ଚ ବାବାଙ୍କ ପାଖରେ । ବାବା କହୁଛନ୍ତି - ପିଲାମାନେ, ତୁମେ ଅଧାକଳ୍ପ ବହୁତ ଧକ୍କା ଖାଇଛ । ପତିତ ହୋଇଛ । ପବିତ୍ର ଭାରତ ଶିବାଳୟ ଥିଲା । ତୁମେ ଶିବାଳୟରେ ରହୁଥିଲ । ଏବେ ତୁମେ ବେଶ୍ୟାଳୟରେ ଅଛ । ତୁମେ ଶିବାଳୟ ନିବାସୀଙ୍କୁ ପୂଜା କରୁଛ । ଏଠାରେ ଏହି ଅନେକ ଧର୍ମର କେତେ ଭିଡ । ବାବା କହୁଛନ୍ତି ଏ ସମସ୍ତଙ୍କୁ ମୁଁ ଖଲାସ କରିଦେଉଛି । ସମସ୍ତଙ୍କର ବିନାଶ ହେବ, ଅନ୍ୟ ଧର୍ମ ସ୍ଥାପକମାନେ ବିନାଶ କରନ୍ତି ନାହିଁ । ସେମାନେ ସଦ୍‌ଗତି ଦାତା ଗୁରୁ ମଧ୍ୟ ନୁହଁନ୍ତି । ସଦ୍‌ଗତି ଜ୍ଞାନ ଦ୍ୱାରା ହିଁ ମିଳିଥାଏ । ସଭିଙ୍କର ସଦ୍‌ଗତିଦାତା ହେଉଛନ୍ତି ଜ୍ଞାନର ସାଗର ବାବା । ଏହି ଅକ୍ଷର ଭଲ ଭାବରେ ନୋଟ୍ କର । ବହୁତ ଅଛନ୍ତି ଯେଉଁମାନେ ଏଠାରେ ଶୁଣି ବାହାରକୁ ଗଲା ପରେ ଏଠିକାର କଥା ଏହିଠାରେ ହିଁ ରହିଯାଏ । ଯେପରି ଗର୍ଭଜେଲ୍‌ରେ କହିଥାନ୍ତି ଯେ ମୁଁ ଆଉ ପାପ କରିବି ନାହିଁ । ବାହାରକୁ ବାହାରିଲା ପରେ ବାସ୍ ସେଠାକାର କଥା ସେହିଠାରେ ହିଁ ରହିଗଲା । ଟିକିଏ ବଡ ହେଲେ ପାପ କରିବାରେ ଲାଗିପଡନ୍ତି । କାମ କଟୁରୀ ଚାଳନା କରନ୍ତି । ସତ୍ୟଯୁଗରେ ତ ଗର୍ଭ ମଧ୍ୟ ମହଲ ପରି ହୋଇଥାଏ । ତେଣୁ ବାବା ବସି ବୁଝାଉଛନ୍ତି - ଶେଷରେ ସେହିଦିନ ଆଜି ଆସିଯାଇଛି । କେଉଁଦିନ? ପୁରୁଷୋତ୍ତମ ସଂଗମଯୁଗର ଦିନ । ଯାହା ବିଷୟରେ କାହାକୁ ଜଣା ନାହିଁ । ପିଲାମାନେ ଅନୁଭବ କରୁଛନ୍ତି ଯେ ଆମେ ପୁରୁଷୋତ୍ତମ ହେଉଛୁ । ଉତ୍ତମରୁ ଉତ୍ତମ ପୁରୁଷ ଆମେ ହିଁ ଥିଲୁ, ତେଣୁ ଶ୍ରେଷ୍ଠ ଧର୍ମ ମଧ୍ୟ ଥିଲା । କର୍ମ ମଧ୍ୟ ଶ୍ରେଷ୍ଠରୁ ଶ୍ରେଷ୍ଠ ଥିଲା । ରାବଣ ରାଜ୍ୟ ହିଁ ନ ଥିଲା । ଶେଷରେ ସେହିଦିନ ଆସିଛି ଯେବେ କି ବାବା ଆସିଛନ୍ତି ପଢାଇବା ପାଇଁ । ସେ ହିଁ ପତିତ-ପାବନ । ତେଣୁ ଏଭଳି ପିତାଙ୍କର ଶ୍ରୀମତରେ ଚାଲିବା ଦରକାର ନା । ଏବେ ହେଉଛି କଳିଯୁଗର ଅନ୍ତିମ । କିଛି ସମୟ ମଧ୍ୟ ଦରକାର ନା, ପବିତ୍ର ହେବା ପାଇଁ । ୬୦ ବର୍ଷର ପରକୁ ବାନପ୍ରସ୍ଥ କହିଥାନ୍ତି । ୬୦ ହେଲା ତ ଲାଗିଲା ଲାଠି (ଲାଠି ଧରିବାକୁ ପଡିଥାଏ) ବର୍ଷ ହେଲେ ବାଡି ଧରିବାକୁ ପଡିଥାଏ । ଏବେ ତ ଦେଖ ୮୦ ବର୍ଷର ବୁଢା ମଧ୍ୟ ବିକାରକୁ ଛାଡୁ ନାହାଁନ୍ତି ।

ବାବା କହୁଛନ୍ତି ଏହାଙ୍କର ବାନପ୍ରସ୍ଥ ଅବସ୍ଥାରେ ପ୍ରବେଶ କରି ୟାଙ୍କୁ ବୁଝାଉଛି । ଆତ୍ମା ହିଁ ପବିତ୍ର ହୋଇ ଦୁନିଆରୁ ପାରି ହୋଇଯାଉଛି । ଆତ୍ମା ହିଁ ଉଡିଯାଉଛି । ଏବେ ଆତ୍ମାର ଡେଣା କଟିଯାଇଛି । ଉଡିପାରିବ ନାହିଁ । ରାବଣ ଡେଣା କାଟି ଦେଇଛି । ପତିତ ହୋଇଯାଇଛି । କେହି ଜଣେ ହେଲେ ମଧ୍ୟ ଫେରିଯାଇ ପାରିବ ନାହିଁ । ପ୍ରଥମେ ତ ସୁପ୍ରିମ ବାବାଙ୍କୁ ଜାଣିବା ଦରକାର । ଶିବଙ୍କର ବରଯାତ୍ରୀ କହିଥାନ୍ତି ନା । ଶଙ୍କରଙ୍କର ବରଯାତ୍ରୀ ନ ଥାଏ । ବାବାଙ୍କ ପଛରେ ଆମେ ସବୁ ପିଲାମାନେ ଯାଉଛୁ । ବାବା ଆସିଛନ୍ତି ନେଇଯିବା ପାଇଁ । ଶରୀର ସହିତ ତ ନେଇଯିବେ ନାହିଁ ନା । ଆତ୍ମାମାନେ ସବୁ ହେଉଛନ୍ତି ପତିତ । ଯେ ପର୍ଯ୍ୟନ୍ତ ପବିତ୍ର ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ଫେରିଯାଇପାରିବେ ନାହିଁ । ପବିତ୍ରତା ଥିଲା ତ ଶାନ୍ତି ଏବଂ ସମୃଦ୍ଧି ମଧ୍ୟ ଥିଲା । କେବଳ ତୁମେ ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀମାନେ ହିଁ ଥିଲ । ଏବେ ଆଉ ସବୁ ଧର୍ମାବଲମ୍ବୀ ଅଛନ୍ତି । ଦେବୀ ଦେବତା ଧର୍ମ ନାହିଁ । ଏହାକୁ କଳ୍ପବୃକ୍ଷ କୁହାଯାଏ । ବରଗଛ ସହିତ ଏହାକୁ ତୁଳନା କରାଯାଇଛି । ମୂଳ କାଣ୍ଡ ନାହିଁ । ବାକି ସାରା ବୃକ୍ଷ ଛିଡା ହୋଇଛି । ସେହିପରି ଏହି ଦେବୀଦେବତା ଧର୍ମର ମୂଳଦୁଆ ନାହିଁ । ବାକି ସାରା ବୃକ୍ଷ ଛିଡା ହୋଇଛି । ନିଶ୍ଚିତ ଥିଲା କିନ୍ତୁ ଏବେ ପ୍ରାୟଃ ଲୋପ ହୋଇଯାଇଛି, ପୁଣି ପୁନରାବୃତ୍ତି ହେବ । ବାବା କହୁଛନ୍ତି ମୁଁ ପୁଣି ଆସିଥାଏ ଏକ ଧର୍ମର ସ୍ଥାପନା କରିବା ପାଇଁ, ବାକି ସବୁ ଧର୍ମର ବିନାଶ ହୋଇଯାଇଥାଏ । ନଚେତ୍ ସୃଷ୍ଟିଚକ୍ର କିପରି ଘୂରିବ? କୁହାଯାଏ ମଧ୍ୟ ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଏବେ ପୁରୁଣା ଦୁନିଆ ଅଛି ପୁଣି ନୂଆ ଦୁନିଆର ପୁନରାବୃତ୍ତି ହେବ । ଏହି ପୁରୁଣା ଦୁନିଆ ପରିବର୍ତ୍ତନ ହୋଇ ନୂଆ ଦୁନିଆ ସ୍ଥାପନ ହେବ । ଏହି ଭାରତ ନୂଆରୁ ପୁରୁଣା ହେଉଛି । କୁହାଯାଏ ଯମୁନା କୂଳରେ ପରିସ୍ତାନ ଥିଲା । ବାବା କହୁଛନ୍ତି ତୁମେ କାମ ଚିତାରେ ବସି କବରସ୍ତାନୀ ହୋଇଯାଇଛ । ପୁଣି ତୁମକୁ ପରିସ୍ତାନୀ କରୁଛି । ଶ୍ରୀକୃଷ୍ଣଙ୍କୁ ଶ୍ୟାମ-ସୁନ୍ଦର କାହିଁକି କୁହାଯାଏ? କାହାର ବୁଦ୍ଧିରେ ନ ଥିବ । ନାମ ତ ସୁନ୍ଦର ନା । ରାଧା ଏବଂ କୃଷ୍ଣ ଏମାନେ ହେଲେ ନୂଆ ଦୁନିଆର ରାଜକୁମାର-ରାଜକୁମାରୀ । ବାବା କହୁଛନ୍ତି କାମଚିତାରେ ବସିବା ଦ୍ୱାରା ଲୌହଯୁଗରେ ଅଛ । ଗାୟନ ବି ରହିଛି ସାଗରଙ୍କର ସନ୍ତାନ କାମ ଚିତାରେ ଜଳି ମରିଗଲେ । ଏବେ ବାବା ସମସ୍ତଙ୍କ ଉପରେ ଜ୍ଞାନ ବର୍ଷା କରୁଛନ୍ତି । ପୁଣି ସବୁ ଚାଲିଯିବେ ସୁବର୍ଣ୍ଣ ଯୁଗକୁ । ବର୍ତ୍ତମାନ ରହିଛି ସଂଗମଯୁଗ । ତୁମକୁ ଅବିନାଶୀ ଜ୍ଞାନ ରତ୍ନର ଦାନ ମିଳୁଛି ଯାହା ଦ୍ୱାରା ତୁମେ ସାହୁକାର ହେଉଛ । ଏହି ଗୋଟିଏ-ଗୋଟିଏ ରତ୍ନ ଲକ୍ଷ ଲକ୍ଷ ଟଙ୍କାର । ସେମାନେ ପୁଣି ଭାବନ୍ତି ଯେ ଶାସ୍ତ୍ରର ବାଣୀ ହେଉଛି ଲକ୍ଷ ଲକ୍ଷ ଟଙ୍କାର । ତୁମେ ପିଲାମାନେ ଏହି ପାଠପଢା ଦ୍ୱାରା ପଦ୍ମପତି ହେଉଛ । ଏହା ରୋଜଗାରର ମାଧ୍ୟମ ଅଟେ ନା । ଏହି ଜ୍ଞାନ ରତ୍ନକୁ ତୁମେ ଧାରଣ କରୁଛ । ଝୁଲାରେ ଭରୁଛ । ସେମାନେ ପୁଣି ଶଙ୍କରଙ୍କ ପାଇଁ କହିଥାନ୍ତି ଯେ - ହେ ବମ୍ ବମ୍ ମହାଦେବ, ଭରିଦିଅ ଝୋଲି । ଶଙ୍କରଙ୍କ ପ୍ରତି କେତେ କେତେ ଦୋଷାରୋପ କରିଛନ୍ତି । ବ୍ରହ୍ମା ଏବଂ ବିଷ୍ଣୁଙ୍କର ପାର୍ଟ ଏହିଠାରେ ଅଛି । ଏହା ମଧ୍ୟ ତୁମେ ଜାଣୁଛ, ୮୪ ଜନ୍ମ ବିଷ୍ଣୁଙ୍କ ପାଇଁ ମଧ୍ୟ କୁହାଯିବ, ଲକ୍ଷ୍ମୀ-ନାରାୟଣଙ୍କ ପାଇଁ ମଧ୍ୟ । ତୁମେ ବ୍ରହ୍ମାଙ୍କ ପାଇଁ ବି କହିବ । ବାବା ବସି ବୁଝାଉଛନ୍ତି ଯେ ଠିକ୍ କ’ଣ, ଭୁଲ୍ କ’ଣ, ବ୍ରହ୍ମା ଏବଂ ବିଷ୍ଣୁଙ୍କର ପାର୍ଟ କ’ଣ ରହିଛି । ତୁମେ ହିଁ ଦେବତା ଥିଲ, ଚକ୍ର ଲଗାଇ ବ୍ରାହ୍ମଣ ହୋଇଛ ପୁଣି ଏବେ ଦେବତା ହେଉଛ । ମୀରାଙ୍କର ପାର୍ଟ ଏହିଠାରେ ଚାଲୁଛି । ବୈକୁଣ୍ଠର ଲୀଳା ଖେଳା ଧ୍ୟାନ ଦ୍ୱାରା ଦେଖିଥା’ନ୍ତି । ଏଠାରେ ତ ବୈକୁଣ୍ଠ ନାହିଁ । ମୀରା ଡାନ୍ସ (ନୃତ୍ୟ) କରୁଥିଲେ । ସେସବୁକୁ ସାକ୍ଷାତ୍‌କାର କୁହାଯିବ । କେତେ ତାଙ୍କର ସମ୍ମାନ ରହିଛି । ସାକ୍ଷାତ୍‌କାର କଲେ ଆଉ କୃଷ୍ଣଙ୍କ ସାଥିରେ ନୃତ୍ୟ କଲେ । ତେବେ କଣ ହେଲା, ସ୍ୱର୍ଗକୁ ତ ଗଲେ ନାହିଁ ନା । ଗତି-ସଦ୍‌ଗତି ତ ସଂଗମଯୁଗରେ ହିଁ ମିଳିପାରିବ । ଏହି ପୁରୁଷୋତ୍ତମ ସଂଗମଯୁଗକୁ ତୁମେମାନେ ହିଁ ବୁଝିଛ । ଆମେ ବାବାଙ୍କ ଦ୍ୱାରା ଏବେ ମନୁଷ୍ୟରୁ ଦେବତା ହେଉଛୁ । ବିରାଟ ରୂପର ବି ନଲେଜ୍ (ଜ୍ଞାନ) ଦରକାର ନା । ଚିତ୍ର ରଖିଛନ୍ତି କିନ୍ତୁ କିଛି ବୁଝୁ ନାହାଁନ୍ତି । ଅକାସୁର-ବକାସୁର ଏହା ସବୁ ଏହି ସଂଗମଯୁଗର ନାମ । ଭସ୍ମାସୁରର ମଧ୍ୟ ନାମ ରହିଛି । କାମ ଚିତାରେ ବସି ଭସ୍ମ ହୋଇଯାଇଛନ୍ତି । ଏବେ ବାବା କହୁଛନ୍ତି ଯେ ମୁଁ ସମସ୍ତଙ୍କୁ ପୁଣି ଜ୍ଞାନ ଚିତା ଉପରେ ବସାଇ ନେଇଯାଉଛି । ଆତ୍ମାମାନେ ସବୁ ହେଲେ ଭାଇ-ଭାଇ । କହିଥାନ୍ତି ମଧ୍ୟ ହିନ୍ଦୁ-ଚିନି ଭାଇ-ଭାଇ, ହିନ୍ଦୁ-ମୁସ୍‌ଲିମ୍ ଭାଈ-ଭାଇ । ଏବେ ଭାଇ-ଭାଇ ମଧ୍ୟ ପରସ୍ପର ମଧ୍ୟରେ ଲଢେଇ କରୁଛନ୍ତି । କର୍ମ ତ ଆତ୍ମା କରୁଛି ନା । ଶରୀର ଦ୍ୱାରା ଆତ୍ମା ଲଢେଇ କରୁଛି । ପାପ ମଧ୍ୟ ଆତ୍ମାରେ ଲାଗୁଛି, ସେଥିପାଇଁ ପାପ ଆତ୍ମା କୁହାଯାଏ । ବାବା କେତେ ସ୍ନେହରେ ବସି ବୁଝାଉଛନ୍ତି । ଶିବବାବା ଓ ବ୍ରହ୍ମାବାବା ଉଭୟଙ୍କର - ହକ ଅଛି ବଚ୍ଚେ ବଚ୍ଚେ ସମ୍ବୋଧନ କରିବା । ବାବା ଦାଦାଙ୍କ ଦ୍ୱାରା କହୁଛନ୍ତି ଯେ - ହେ ସନ୍ତାନଗଣ! ବୁଝି ପାରୁଛ ନା, ଆମେ ଆତ୍ମାମାନେ ଏଠାକୁ ଆସି ପାର୍ଟ କରୁଛୁ । ପୁଣି ଶେଷରେ ବାବା ଆସି ସମସ୍ତଙ୍କୁ ପବିତ୍ର କରି ସାଥିରେ ନେଇଯାଉଛନ୍ତି । ବାବା ହିଁ ଆସି ଜ୍ଞାନ ଦେଉଛନ୍ତି । ଆସୁଛନ୍ତି ମଧ୍ୟ ଏହିଠାକୁ । ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ଶିବଜୟନ୍ତୀ ପରେ ପୁଣି ହୋଇଥାଏ କୃଷ୍ଣ ଜୟନ୍ତୀ । ଶ୍ରୀକୃଷ୍ଣ ହିଁ ପୁଣି ଶ୍ରୀ ନାରାୟଣ ହେଉଛନ୍ତି । ପୁଣି ଚକ୍ର ଲଗାଇ ଶେଷରେ ଶ୍ୟାମଳ ପତିତ ହେଉଛନ୍ତି । ବାବା ଆସି ପୁଣି ଗୋରା କରୁଛନ୍ତି । ତୁମେ ବ୍ରାହ୍ମଣ ସେହି ଦେବତା ହେବ । ପୁଣି ସିଢିରେ ତଳକୁ ଖସିବ । ଏହି ୮୪ ଜନ୍ମର ହିସାବ ଆଉ କାହାର ବୁଦ୍ଧିରେ ନ ଥିବ । ଗୀତ ମଧ୍ୟ ଶୁଣିଲ - ଶେଷରେ ଭକ୍ତଙ୍କର ଶୁଣାଣି ହେଉଛି । ଡାକିଥା’ନ୍ତି ମଧ୍ୟ - ହେ ଭଗବାନ ଆସି ଆମକୁ ଭକ୍ତିର ଫଳ ଦିଅ । ଭକ୍ତି ଫଳ ଦିଏ ନାହିଁ, ଫଳ ଭଗବାନ ଦେଇଥାଆନ୍ତି । ଭକ୍ତମାନଙ୍କୁ ଦେବତା କରିଥାନ୍ତି । ତୁମେ ବହୁତ ଭକ୍ତି କରିଛ । ପ୍ରଥମେ ପ୍ରଥମେ ତୁମେ ହିଁ ଶିବଙ୍କର ଭକ୍ତି କରିଛ । ଯିଏ ଭଲ ଭାବରେ ଏହି କଥାକୁ ବୁଝିବ, ତୁମେ ଅନୁଭବ କରିବ ଯେ ଇଏ ହେଉଛନ୍ତି ଆମ କୁଳର । କାହାର ବୁଦ୍ଧିରେ ଯଦି ରହୁ ନାହିଁ ତେବେ ଭାବିନିଅ ଯେ ବହୁତ ଭକ୍ତି କରି ନାହିଁ, ପଛକୁ ଆସିଛି । ଏଠାକୁ ମଧ୍ୟ ପ୍ରଥମେ ଆସିବେ ନାହିଁ । ଏହିପରି ହିସାବ ରହିଛି । ଯିଏ ବହୁତ ଭକ୍ତି କରିଛନ୍ତି ତାକୁ ବହୁତ ଫଳ ମିଳିବ । କମ୍ ଭକ୍ତି ତ କମ୍ ଫଳ । ସେ ସ୍ୱର୍ଗର ସୁଖ ଭୋଗ କରିପାରିବେ ନାହିଁ, କାହିଁକି ନା ପ୍ରାରମ୍ଭରୁ ଶିବଙ୍କର ଭକ୍ତି କରି ନାହାଁନ୍ତି । ତୁମର ବୁଦ୍ଧି ଏବେ ସଠିକ ନିର୍ଣ୍ଣୟ କରୁଛି । ବାବା ଭିନ୍ନ ଭିନ୍ନ ପ୍ରକାରର ଯୁକ୍ତି ବହୁତ ବୁଝାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକ ଏକ ଅବିନାଶୀ ଜ୍ଞାନରତ୍ନ ଯାହାକି ପଦ୍ମ ସମାନ, ସେଥିରେ ନିଜର ଝୁଲାକୁ ଭରି କରି ବୁଦ୍ଧିରେ ଧାରଣ କରି, ପରେ ଦାନ କରିବାକୁ ହେବ ।

(୨) ଶ୍ରୀ ଶ୍ରୀଙ୍କର ଶ୍ରେଷ୍ଠ ମତରେ ପୁରା ପୁରା ଚାଲିବାକୁ ହେବ । ଆତ୍ମାକୁ ସତ୍ତ୍ୱପ୍ରଧାନ କରିବା ପାଇଁ ଦେହୀ-ଅଭିମାନୀ ହେବାର ପୂରା-ପୂରା ପୁରୁଷାର୍ଥ କରିବାକୁ ହେବ ।

ବରଦାନ:-
ସମସ୍ତଙ୍କ ପ୍ରତି ଶୁଭଭାବ ଏବଂ ଶ୍ରେଷ୍ଠ ଭାବନା ଧାରଣ କରୁଥିବା ହଂସବୁଦ୍ଧି ହୋଲୀହଂସ ହୁଅ ।

ହଂସ ବୁଦ୍ଧି ଅର୍ଥାତ୍ ସର୍ବଦା ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଏବଂ ଶୁଭଚିନ୍ତନ କରୁଥିବା ଆତ୍ମା । ପ୍ରଥମେ ପ୍ରତ୍ୟେକ ଆତ୍ମାର ଭାବ ଅର୍ଥାତ୍ ଉଦ୍ଦେଶ୍ୟକୁ ପରଖି ତା’ ପରେ ଧାରଣ କରୁଥିବା ଆତ୍ମା । କେବେ ବି ବୁଦ୍ଧିରେ କୌଣସି ବି ଆତ୍ମା ପ୍ରତି ଅଶୁଭ ବା ସାଧାରଣ ଭାବ ଧାରଣ ହେଉ ନ ଥିବ । ସର୍ବଦା ଶୁଭଭାବ ଏବଂ ଶୁଭଭାବନା ରଖୁଥିବା ଆତ୍ମାମାନେ ହିଁ ହୋଲୀହଂସ ଅଟନ୍ତି । ସେମାନେ କୌଣସି ବି ଆତ୍ମାର ଅକଲ୍ୟାଣର କଥାକୁ ଶୁଣୁଥିଲେ ବା ଦେଖୁଥିଲେ ମଧ୍ୟ ଅକଲ୍ୟାଣକୁ କଲ୍ୟାଣର ମନୋବୃତ୍ତି ଦ୍ୱାରା ପରିବର୍ତ୍ତନ କରିଦେବେ । ସେମାନଙ୍କର ଦୃଷ୍ଟି ପ୍ରତ୍ୟେକ ଆତ୍ମା ପ୍ରତି ଶ୍ରେଷ୍ଠ ଏବଂ ଶୁଦ୍ଧ ସ୍ନେହଯୁକ୍ତ ହୋଇଥିବ ।

ସ୍ଲୋଗାନ:-
ତୁମେମାନେ ଏଭଳି ପ୍ରେମରେ ଭରପୂର ଗଙ୍ଗା ହୁଅ ଯାହାକି ତୁମଦ୍ୱାରା ପ୍ରେମର ସାଗର ବାବା ଦେଖାଯାଆନ୍ତୁ ।

ଅବ୍ୟକ୍ତ ଈଶାରେ - ଯଦି ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।

କେତେକ ଭକ୍ତ ଆତ୍ମା ପ୍ରଭୁ ପ୍ରେମରେ ଲୀନ ହେବା ପାଇଁ ଚାହାଁନ୍ତି, ଆଉ କେହି ପୁଣି ଜ୍ୟୋତିରେ ଲୀନ ହେବାକୁ ଚାହାଁନ୍ତି । ଏଭଳି ଆତ୍ମାମାନଙ୍କୁ ଗୋଟିଏ ସେକେଣ୍ଡରେ ବାବାଙ୍କର ପରିଚୟ, ବାବାଙ୍କର ମହିମା ଏବଂ ପ୍ରାପ୍ତିର କଥା ଶୁଣାଇ ସମ୍ବନ୍ଧର ଲବଲୀନ ଅବସ୍ଥାର ଅନୁଭବ କରାଅ । ଯଦି ଲବଲୀନ ହୋଇଯିବେ ତେବେ ସହଜରେ ଲୀନ ହେବାର ରହସ୍ୟକୁ ମଧ୍ୟ ଜାଣିଯିବେ ।