29.07.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଯେବେଠାରୁ ଶରୀରରେ ଆତ୍ମା ପ୍ରବେଶ କରେ ସେବେଠାରୁ ଏହି ଶରୀର ମୂଲ୍ୟବାନ ହୋଇଯାଏ, କିନ୍ତୁ ଶରୀରକୁ
ଶୃଙ୍ଗାର କରାଯାଏ, ଆତ୍ମାକୁ ନୁହେଁ ।”
ପ୍ରଶ୍ନ:-
ତୁମମାନଙ୍କର
କର୍ତ୍ତବ୍ୟ କ’ଣ? ତୁମକୁ କେଉଁ ସେବା କରିବା ଉଚିତ୍?
ଉତ୍ତର:-
ତୁମର କର୍ତ୍ତବ୍ୟ ହେଉଛି - ନିଜର ହମଜିନ୍ସ ଅର୍ଥାତ୍ ସମବର୍ଗୀ ବା ସମସାଥୀମାନଙ୍କୁ ନରରୁ ନାରାୟଣ,
ନାରୀରୁ ଲକ୍ଷ୍ମୀ ହେବାର ଉପାୟ ବତାଇବା । ତୁମକୁ ଏବେ ଭାରତର ପ୍ରକୃତ ଆତ୍ମିକ ସେବା କରିବାକୁ
ହେବ । ଯେହେତୁ ତୁମମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ତେଣୁ ତୁମର ବୁଦ୍ଧି ଏବଂ ଚାଲି-ଚଳଣ
ବହୁତ ରିଫାଇନ୍ ଅର୍ଥାତ୍ ମାର୍ଜିତ ହେବା ଉଚିତ୍ । କାହା ପ୍ରତି ସାମାନ୍ୟତମ ମଧ୍ୟ ମୋହ ନ ରହୁ ।
ଗୀତ:-
ନୟନ ହୀନ କୋ
ରାହ ଦିଖାଓ...
ଓମ୍ ଶାନ୍ତି ।
ଡବଲ ଶାନ୍ତି ।
ତୁମମାନଙ୍କୁ ଓମ୍ ଶାନ୍ତିର ପ୍ରତ୍ୟୁତ୍ତରରେ ଓମ୍ ଶାନ୍ତି କହିବା ଉଚିତ୍ । ଆମର ସ୍ୱଧର୍ମ ହେଉଛି
ଶାନ୍ତି । ତୁମେ କ’ଣ ଏବେ ଶାନ୍ତି ପାଇଁ କେଉଁଆଡେ ଯିବ କି? ମନୁଷ୍ୟ ମନର ଶାନ୍ତି ପାଇଁ
ସାଧୁ-ସନ୍ଥ ମାନଙ୍କ ପାଖକୁ ମଧ୍ୟ ଯାଇଥାନ୍ତି ନା । ତେବେ ମନ-ବୁଦ୍ଧି ତ ଆତ୍ମାର ଅଙ୍ଗ ଅଟେ ।
ଯେପରି ଏହି ଶରୀରର ଅଙ୍ଗପ୍ରତ୍ୟଙ୍ଗ ରହିଛି, ସେହିପରି ଆତ୍ମାରେ ମଧ୍ୟ ମନ, ବୁଦ୍ଧି ଏବଂ ଜ୍ଞାନ
ଚକ୍ଷୁ ରହିଛି । ଜ୍ଞାନ ନେତ୍ର ଏହି ସ୍ଥୁଳ ଚକ୍ଷୁ ପରି ନୁହେଁ । କହୁଛନ୍ତି - ହେ ପ୍ରଭୁ, ନୟନ
ହୀନକୁ ବାଟ ବତାଅ । ତେବେ ପ୍ରଭୁ ଅଥବା ଈଶ୍ୱର କହିବା ଦ୍ୱାରା ପିତୃସ୍ନେହର କୌଣସି ଅନୁଭୁତି ହେଉ
ନାହିଁ । ପିତାଙ୍କଠାରୁ ତ ପିଲାମାନଙ୍କୁ ସମ୍ପତ୍ତି ମିଳିଥାଏ । ଏଠାରେ ତ ତୁମେ ବାବାଙ୍କ
ସମ୍ମୁଖରେ ବସିଛ । ପଢୁଛ ମଧ୍ୟ । ତୁମକୁ କିଏ ପାଠ ପଢାଉଛନ୍ତି? ତୁମେ ଏପରି କହିବ ନାହିଁ ଯେ
ପରମାତ୍ମା ଅଥବା ପ୍ରଭୁ ପାଠ ପଢାଉଛନ୍ତି । ତୁମେ କହିବ ଶିବବାବା ପଢାଉଛନ୍ତି, ବାବା ଅକ୍ଷର ତ
ବିଲ୍କୁଲ୍ ସହଜ ଓ ମଧୁର । ସେ ବାପଦାଦା ମଧ୍ୟ । ଆତ୍ମାକୁ ଆତ୍ମା ହିଁ କୁହାଯାଏ, ଏମିତି ତ ସେ
ପରମ ଆତ୍ମା ହିଁ ଅଟନ୍ତି । ସେ କହୁଛନ୍ତି ମୁଁ ପରମ ଆତ୍ମା ଅର୍ଥାତ୍ ପରମାତ୍ମା ତୁମର ପିତା ଅଟେ
। ପୁଣି ମୋର ଡ୍ରାମା ଅନୁସାରେ ନାମ ରଖାଯାଇଛି ଶିବ । ଡ୍ରାମାରେ ସମସ୍ତଙ୍କର ନାମ ମଧ୍ୟ ଦରକାର
ନା । ଶିବଙ୍କର ମନ୍ଦିର ମଧ୍ୟ ରହିଛି । ଭକ୍ତିମାର୍ଗରେ ତ ଗୋଟିଏ ନାମ ବଦଳରେ ଅନେକ ନାମ ରଖି
ଦେଇଛନ୍ତି, ଏବଂ ଅନେକ ମନ୍ଦିର ତିଆରି କରି ଚାଲିଛନ୍ତି । ଜିନିଷ ତ ଗୋଟିଏ । ସୋମନାଥଙ୍କର
ମନ୍ଦିର କେତେ ବଡ ତିଆରି ହୋଇଛି । ମନ୍ଦିରକୁ କେତେ ସଜାଉଛନ୍ତି । ମହଲ ଆଦିକୁ ମଧ୍ୟ କେତେ
ସଜାଉଛନ୍ତି । ଆତ୍ମାର ତ କୌଣସି ସାଜସଜ୍ଜା ହୁଏ ନାହିଁ, ସେହିପରି ପରମାତ୍ମାଙ୍କର ମଧ୍ୟ କୌଣସି
ସାଜସଜ୍ଜା ନାହିଁ । ସେ ହେଉଛନ୍ତି ବିନ୍ଦୁ । ବାକି ଯାହା କିଛି ସଜାଯାଉଛି, ତାହା ଶରୀରମାନଙ୍କର
ସାଜସଜ୍ଜା । ବାବା କହୁଛନ୍ତି ନା ମୋର ଶୃଙ୍ଗାର ହେଉଛି ନା ଆତ୍ମାର ଶୃଙ୍ଗାର ହେଉଛି - ଆତ୍ମା
ହେଉଛି ବିନ୍ଦୁ । ଶରୀର ବିନା ଏତେ ଛୋଟ ବିନ୍ଦୁ ତ କୌଣସି ଅଭିନୟ କରିପାରିବ ନାହିଁ । ସେହି ଛୋଟ
ଆତ୍ମାଟି ଶରୀରରେ ପ୍ରବେଶ କରୁଥିବାରୁ ଶରୀରକୁ କେତେ ପ୍ରକାରରେ ସଜାଯାଉଛି । ମନୁଷ୍ୟମାନଙ୍କର
କେତେ ପ୍ରକାରର ନାମ ରହିଛି । ରାଜା-ରାଣୀଙ୍କୁ କିପରି ସଜାଯାଉଛି, ଆତ୍ମା ତ ସାଧାରଣ ବିନ୍ଦୁ ହିଁ
ଅଟେ । ଏବେ ତୁମେ ପିଲାମାନେ ଏ ସବୁକୁ ବୁଝିସାରିଛ । ଆତ୍ମା ହିଁ ଜ୍ଞାନ ଧାରଣ କରିଥାଏ । ବାବା
କହୁଛନ୍ତି ମୋ ଠାରେ ମଧ୍ୟ ଜ୍ଞାନ ଅଛି ନା । ଶରୀରରେ କ’ଣ ଜ୍ଞାନ ଥାଏ କି! ମୋ ଆତ୍ମାରେ ହିଁ
ଜ୍ଞାନ ଥାଏ, ତୁମକୁ ଶୁଣାଇବା ପାଇଁ ମୋତେ ଏହି ଶରୀର ନେବାକୁ ପଡିଥାଏ । ଶରୀର ବିନା ତ ତୁମେ
ଶୁଣିପାରିବ ନାହିଁ । ଏହି ଗୀତ ଲେଖାଯାଇଛି - ନୟନହୀନକୁ ରାସ୍ତା ବତାଅ... କ’ଣ ଶରୀରକୁ
ମାର୍ଗଦର୍ଶନ ଦିଆଯିବ? ନାଁ, ଆତ୍ମାକୁ । ଆତ୍ମା ହିଁ ଡାକୁଛି । ଶରୀରର ତ ଦୁଇଟି ନେତ୍ର ରହିଛି ।
ତିନୋଟି ନେତ୍ର ତ ହୋଇପାରିବ ନାହିଁ । ତୃତୀୟ ନେତ୍ର ଅର୍ଥାତ୍ ମସ୍ତକରେ ତିଳକ ମଧ୍ୟ ଲଗାଉଛନ୍ତି
। କେହି କେବଳ ବିନ୍ଦୁ ସଦୃଶ ଦିଅନ୍ତି, କେହି ଗାର ଟାଣନ୍ତି । ବିନ୍ଦୁ ତ ଆତ୍ମା ଅଟେ । ବାକି
ଜ୍ଞାନର ତୃତୀୟ ନେତ୍ର ମିଳୁଛି । ଆତ୍ମାରେ ପୂର୍ବରୁ ଏହି ଜ୍ଞାନର ତୃତୀୟ ନେତ୍ର ନ ଥିଲା । କୌଣସି
ମନୁଷ୍ୟଙ୍କ ପାଖରେ ତିଳେ ହେଲେ ଏହି ଜ୍ଞାନ ନାହିଁ, ସେଥିପାଇଁ ଜ୍ଞାନ ନେତ୍ରହୀନ କୁହାଯାଉଛି ।
ବାକି ସ୍ଥୂଳ ନେତ୍ର ତ ସମସ୍ତଙ୍କର ଅଛି । ସମଗ୍ର ଦୁନିଆରେ ତୃତୀୟ ନେତ୍ର କାହାର ନାହିଁ । ତୁମେ
ସର୍ବୋତ୍ତମ ବ୍ରାହ୍ମଣ କୂଳର ଅଟ । ତୁମେ ଜାଣିଛ ଭକ୍ତିମାର୍ଗ ଏବଂ ଜ୍ଞାନମାର୍ଗରେ କେତେ ଫରକ
ରହିଛି । ତୁମେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣି ଚକ୍ରବର୍ତ୍ତୀ ରାଜା ହେଉଛ । ଯେପରି
ଆଇ.ସି.ଏସ୍ ଯୋଗ୍ୟତାଧାରୀ ମଧ୍ୟ ବହୁତ ଉଚ୍ଚ ପଦ ପାଇଥାନ୍ତି । କିନ୍ତୁ ଏଠାରେ ପାଠପଢା ଦ୍ୱାରା
କେହି ସାଂସଦ ଆଦି ହେଉ ନାହାଁନ୍ତି । ଏଠାରେ ତ ନିର୍ବାଚନ ହେଉଛି । ଭୋଟ ଦ୍ୱାରା ସାଂସଦ ଆଦି
ହେଉଛନ୍ତି । ଏବେ ତୁମକୁ ବାବାଙ୍କର ଶ୍ରୀମତ ମିଳୁଛି । ଆଉ କେହି ଏପରି କହିପାରିବେ ନାହିଁ ଯେ
ମୁଁ ଆତ୍ମାକୁ ମତ ଦେଉଛି । ସେମାନେ ସମସ୍ତେ ହେଲେ ଦେହ-ଅଭିମାନୀ । ବାବା ହିଁ ଆସି ଦେହୀ-ଅଭିମାନୀ
ହେବା ଶିଖାଉଛନ୍ତି । ସମସ୍ତେ ଦେହ ଅଭିମାନୀ ଅଟନ୍ତି । ମନୁଷ୍ୟ ଶରୀରକୁ କେତେ ଚାକଚକ୍ୟରେ
ରଖୁଛନ୍ତି । ଏଠାରେ ତ ବାବା ଆତ୍ମାମାନଙ୍କୁ ହିଁ ଦେଖୁଛନ୍ତି । ଶରୀର ବିନାଶୀ, ପଇସାକର ମୂଲ୍ୟ
ନୁହେଁ । ଜୀବଜନ୍ତୁଙ୍କର ତ ହେଲେ ଚମଡା ଆଦି ବିକ୍ରି ହୋଇଥାଏ । ମନୁଷ୍ୟମାନଙ୍କର ଶରୀର ତ କୌଣସି
କାମରେ ଆସୁ ନାହିଁ । ଏବେ ବାବା ଆସି ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ କରୁଛନ୍ତି । ତୁମେ
ପିଲାମାନେ ଜାଣିଛ ଯେ, ଏବେ ଆମେ ଦେବତା ହେବାକୁ ଯାଉଛୁ ତେଣୁ ଏହି ନିଶା ଚଢି ରହିବା ଉଚିତ୍ ।
କିନ୍ତୁ ଏହି ନିଶା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ରହୁଛି । ଧନର ମଧ୍ୟ ନିଶା ରହିଥାଏ ନା ।
ଏବେ ତୁମେ ପିଲାମାନେ ବହୁତ ଧନବାନ୍ ହେଉଛ । ତୁମର ବହୁତ ରୋଜଗାର ହେଉଛି । ତୁମର ମହିମା ମଧ୍ୟ
ଅନେକ ପ୍ରକାରରେ ରହିଛି । ତୁମେ ଫୁଲର ବଗିଚା ତିଆରି କରୁଛ । ସତ୍ୟଯୁଗକୁ ଗାର୍ଡେନ୍ ଅଫ୍
ଫ୍ଲାୱାର ଅର୍ଥାତ୍ ଫୁଲର ବଗିଚା କୁହାଯାଉଛି । ଏହାର ଚାରା କେବେ ଲାଗୁଛି - ଏକଥା ମଧ୍ୟ କାହାକୁ
ଜଣା ନାହିଁ । ତୁମକୁ ବାବା ବୁଝାଉଛନ୍ତି ମୋତେ ଡାକୁଛନ୍ତି ମଧ୍ୟ ହେ ବାଗବାନ ଅର୍ଥାତ୍ ବଗିଚାର
ମାଲିକ ଆସ । ତାଙ୍କୁ ମାଳି କୁହାଯିବ ନାହିଁ । ସେଣ୍ଟର ସମ୍ଭାଳୁଥିବା ସନ୍ତାନମାନେ ମାଳି ଅଟନ୍ତି
। ଅନେକ ପ୍ରକାରର ମାଳି ରହିଛନ୍ତି । ବାଗବାନ ଜଣେ ହିଁ ଅଟନ୍ତି । ମୋଗଲ ଗାର୍ଡନର ମାଳିକୁ ଦରମା
ମଧ୍ୟ ବହୁତ ମିଳୁଥିବ ନା । ଏତେ ସୁନ୍ଦର ବଗିଚା ତିଆରି କରୁଛନ୍ତି ଯେ ସମସ୍ତେ ଦେଖିବାକୁ
ଆସୁଛନ୍ତି । ମୋଗଲମାନେ ବହୁତ ସୌଖୀନ ଥିଲେ, ତାଙ୍କର ସ୍ତ୍ରୀ ମରିଗଲା ତେଣୁ ତାଜମହଲ ତିଆରି
କରିଦେଲେ । ଯାହାଙ୍କର ନାମ ପ୍ରଚଳିତ ହୋଇ ଆସୁଛି । କେତେ ଭଲ-ଭଲ ସ୍ମୃତିଚିହ୍ନ ତିଆରି କରିଛନ୍ତି
। ତେଣୁ ବାବା ବୁଝାଉଛନ୍ତି, ମନୁଷ୍ୟଙ୍କର କେତେ ମହିମା ହେଉଛି । ମନୁଷ୍ୟ ତ ମନୁଷ୍ୟ ହିଁ ଅଟନ୍ତି
। ଲଢେଇରେ ଢେରକୁ ଢେର ମନୁଷ୍ୟ ମରୁଛନ୍ତି, ପୁଣି କ’ଣ କରୁଛନ୍ତି । ସେ ଶବକୁ କିରୋସିନ୍,
ପେଟ୍ରୋଲ୍ ପକାଇ ଖଲାସ କରିଦେଉଛନ୍ତି । କେହି ତ ସେମିତି ପଡି ରହିଥାନ୍ତି । କବର ଦେବା ମଧ୍ୟ
ସମ୍ଭବ ହୁଏ ନାହିଁ । କେହି ପଚାରନ୍ତି ନାହିଁ । ତେବେ ଏବେ ତୁମକୁ କେତେ ନାରାୟଣୀ ନିଶା ଚଢିବା
ଉଚିତ୍ । ଏହା ହେଉଛି ବିଶ୍ୱର ମାଲିକପଣର ନିଶା । ଏହା ସତ୍ୟନାରାୟଣର କଥା ଅଟେ ତେବେ, ନିଶ୍ଚୟ
ନାରାୟଣ ହିଁ ହେବ । ଆତ୍ମାକୁ ଜ୍ଞାନର ତୃତୀୟ ନେତ୍ର ମିଳୁଛି । ଯାହାକି ବାବା ହିଁ ଦେଉଛନ୍ତି ।
ତୃତୀୟ ନେତ୍ରର କଥା ମଧ୍ୟ ରହିଛି । ଏସବୁର ଅର୍ଥ ବାବା ବସି ବୁଝାଉଛନ୍ତି । କଥା ଶୁଣାଇଲାବାଲା
କିଛି ହେଲେ ଜାଣି ନାହାଁନ୍ତି । ଅମର କଥା ମଧ୍ୟ ଶୁଣାଇଥାନ୍ତି । କେତେ ଦୂର ଅମରନାଥ ଯାତ୍ରା ପାଇଁ
ଯାଉଛନ୍ତି । ବାବା ତ ଏଠାକୁ ଆସି ଶୁଣାଉଛନ୍ତି । ଉପରେ ତ ଶୁଣାଉ ନାହାଁନ୍ତି । ସେଠାରେ କ’ଣ ବସି
ପାର୍ବତୀଙ୍କୁ ଅମରନାଥ ଶୁଣାଇଥିଲେ କି ! ଏହିପରି ଯେଉଁ କଥା ସବୁ ଲେଖିଛନ୍ତି - ଏହା ମଧ୍ୟ
ଡ୍ରାମାରେ ନିଧାର୍ଯ୍ୟ ରହିଛି । ପୁଣି ମଧ୍ୟ ହେବ । ବାବା ବସି ତୁମକୁ ଭକ୍ତି ଏବଂ ଜ୍ଞାନର
ପ୍ରଭେଦ ବତାଉଛନ୍ତି । ଏବେ ତୁମକୁ ଜ୍ଞାନର ତୃତୀୟ ନେତ୍ର ମିଳିଛି । କହୁଛନ୍ତି ନା - ହେ ପ୍ରଭୁ,
ଅନ୍ଧମାନଙ୍କୁ ରାସ୍ତା ବତାଅ । ଭକ୍ତିମାର୍ଗରେ ଡାକୁଛନ୍ତି । ବାବା ଆସି ତୃତୀୟ ନେତ୍ର ଦେଉଛନ୍ତି,
ଏକଥା ତୁମ ବ୍ୟତୀତ କାହାକୁ ବି ଜଣା ନାହିଁ । ଜ୍ଞାନର ତୃତୀୟ ନେତ୍ର ନ ଥିଲେ କୁହାଯିବ ଚୁଁଚା,
ଧୂନ୍ଧକାରୀ ଅର୍ଥାତ୍ ଦୃଷ୍ଟି କାହାର କିପରି, କାହାର କିପରି ହୋଇଥାଏ ନା । ଯଦ୍ୱାରା ତାମସିକ
ଆଚରଣ କରିଥା’ନ୍ତି । କାହାର ବହୁତ ସୁନ୍ଦର ଆଖି ହୋଇଥାଏ । ଏଥିପାଇଁ ତାଙ୍କୁ ପୁରସ୍କାର ମଧ୍ୟ
ମିଳିଥାଏ ପୁଣି ମିସ୍ ଇଣ୍ଡିଆ, ମିସ୍ ଅମୁକ ନାମ ଦିଆଯାଏ । ତୁମକୁ ଏବେ ବାବା କ’ଣରୁ କ’ଣ
କରୁଛନ୍ତି । ସେଠାରେ ତ ପ୍ରାକୃତ୍ତିକ ସୌନ୍ଦର୍ଯ୍ୟ ରହିବ । କୃଷ୍ଣଙ୍କର ଏତେ ମହିମା କାହିଁକି
ହେଉଛି? କାହିଁକି ନା ସବୁଠାରୁ ଅଧିକ ସୁନ୍ଦର ହୋଇଥାନ୍ତି । ସର୍ବ ପ୍ରଥମେ କର୍ମାତୀତ ଅବସ୍ଥାକୁ
ପ୍ରାପ୍ତ କରୁଛନ୍ତି, ସେଥିପାଇଁ ପ୍ରଥମ ନମ୍ବରରେ ଗାୟନ ରହିଛି । ଏକଥା ମଧ୍ୟ ବାବା ବସି
ବୁଝାଉଛନ୍ତି । ବାବା ବାରମ୍ବାର କହୁଛନ୍ତି - ପିଲାମାନେ, ମନମନାଭବ । ହେ ଆତ୍ମାମାନେ, ନିଜର
ପିତାଙ୍କୁ ମନେ ପକାଅ । ପିଲାମାନଙ୍କ ଭିତରେ ମଧ୍ୟ କ୍ରମଅନୁସାରେ ରହିଛନ୍ତି ନା । ଧରିନିଅ ଲୌକିକ
ପିତାଙ୍କର ୫ଟି ସନ୍ତାନ ଅଛନ୍ତି, ତାଙ୍କ ଭିତରେ ଯିଏ ବହୁତ ବୁଦ୍ଧିବାନ୍ ହୋଇଥିବେ ତାଙ୍କୁ
ନମ୍ବରୱାନ୍ରେ ରଖିବେ । ମାଳାର ଦାନା ହେଲା ନା । କୁହାଯିବ ଇଏ ଦ୍ୱିତୀୟ, ଇଏ ତୃତୀୟ ନମ୍ବର ଅଟେ
। ଏକାପରି କେବେ କେହି ହୋଇପାରିବେ ନାହିଁ । ବାବାଙ୍କର ସ୍ନେହ ମଧ୍ୟ କ୍ରମାନୁଯାୟୀ ରହିଛି । ତାହା
ହେଉଛି ହଦ, ଏହା ହେଉଛି ବେହଦର କଥା ।
ଯେଉଁ ସନ୍ତାନମାନଙ୍କୁ
ଜ୍ଞାନର ତୃତୀୟ ନେତ୍ର ମିଳିଛି, ତାଙ୍କର ବୁଦ୍ଧି ଏବଂ ଚଳଣି ବହୁତ ମାର୍ଜିତ ହୋଇଥାଏ । ଗୋଟିଏ
କିଙ୍ଗ୍ ଅଫ୍ ଫ୍ଲାୱାର ରହିଛି ଅର୍ଥାତ୍ ଫୁଲଙ୍କର ରାଜା । ସେହିପରି ଏହି ବ୍ରହ୍ମା ଏବଂ ସରସ୍ୱତୀ
କିଙ୍ଗ୍ କୁଇନ୍ ଫ୍ଲାୱାର (ରାଜା-ରାଣୀ ଫୁଲ)ଅଟନ୍ତି । ଜ୍ଞାନ ଏବଂ ଯୋଗ ଉଭୟରେ ତୀକ୍ଷଣ ଅଟନ୍ତି ।
ତୁମେ ଜାଣିଛ ଆମେ ଦେବତା ହେଉଛୁ । ମୁଖ୍ୟ ୮ ରତ୍ନ ହେଉଛନ୍ତି । ପ୍ରଥମେ ରହିଛି ଫୁଲ । ପୁଣି
ଯୁଗଳ ଦାନା, ବ୍ରହ୍ମା ସରସ୍ୱତୀ । ମାଳା ସ୍ମରଣ କରିଥାନ୍ତି ନା । ବାସ୍ତବରେ ତୁମର ପୂଜନ ନାହିଁ,
ସ୍ମରଣ ହେଉଛି । ତୁମ ଉପରେ ଫୁଲ ଚଢାଯାଇପାରିବ ନାହିଁ । ଆତ୍ମା ସହ ଶରୀର ପବିତ୍ର ହେଲେ ଯାଇ ଫୁଲ
ଚଢାଯିବ । ଏଠାରେ କାହାର ବି ଶରୀର ପବିତ୍ର ନାହିଁ । ସମସ୍ତେ ବିକାର ରୂପୀ ବିଷରୁ ଜନ୍ମ ନେଇଛନ୍ତି,
ସେଥିପାଇଁ ବିକାରୀ କୁହାଯାଉଛି । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ସମ୍ପୂର୍ଣ୍ଣ ନିର୍ବିକାରୀ
କୁହାଯାଉଛି । ସେମାନଙ୍କର ମଧ୍ୟ ପିଲା ତ ଜନ୍ମ ହେବେ ନା । ଏପରି ନୁହେଁ ଯେ କୌଣସି ଟିୟୁବ ଦ୍ୱାରା
ପିଲା ଜନ୍ମ ହୋଇଯିବ । ଏସବୁ ମଧ୍ୟ ବୁଝିବାର କଥା । ତୁମକୁ ଏଠାରେ ୭ ଦିନର ଭଟ୍ଟୀରେ ବସାଯାଉଛି ।
ଭାଟୀରେ ମଧ୍ୟ କେତେକ ଇଟା ସମ୍ପୂର୍ଣ୍ଣ ପୋଡି ହୋଇଯାଏ । କେତେକ ପୁଣି କଞ୍ଚା ରହିଯାଏ । ଭାଟ୍ଟୀର
ଉଦାହରଣ ଦିଆଯାଉଛି । ତେବେ ଇଟା ଭାଟ୍ଟୀର ବର୍ଣ୍ଣନା ଶାସ୍ତ୍ରରେ କରାଯିବ କି? ପୁଣି ସେଥିରେ
ବିଲେଇ କଥା ମଧ୍ୟ ରହିଛି । ଗୁଲବକାବଲୀ କାହାଣୀରେ ମଧ୍ୟ ବିଲେଇର ନାମ ଦେଖାଯାଇଛି । ଦୀପକକୁ
ଲିଭାଇ ଦେଉଥିଲା । ତୁମର ମଧ୍ୟ ଏହି ଅବସ୍ଥା ହେଉଛି ନା । ମାୟା ବିଲେଇ ବିଘ୍ନ ପକାଉଛି । ତୁମ
ଅବସ୍ଥାକୁ ହିଁ ତଳକୁ ଖସାଇ ଦେଉଛି । ପ୍ରଥମ ନମ୍ବର ହେଉଛି ଦେହ-ଅଭିମାନ ପୁଣି ଅନ୍ୟ ବିକାର ସବୁ
ଆସିଥା’ନ୍ତି ମୋହ ମଧ୍ୟ ବହୁତ ରହୁଛି । କନ୍ୟା କହୁଛି ଯେ ମୁଁ ଭାରତକୁ ସ୍ୱର୍ଗ କରିବା ପାଇଁ
ରୁହାନୀ ସେବା କରିବି । ମୋହର ବଶବର୍ତ୍ତୀ ହୋଇ ମାତା-ପିତା କହୁଛନ୍ତି ଆମେ ଅନୁମତି ଦେବୁ ନାହିଁ
। ଏହା ମଧ୍ୟ କେତେ ମୋହ ଅଟେ । ତୁମକୁ ମୋହର ବିଲେଇ ହେବା ଉଚିତ୍ ନୁହେଁ । ଏହା ହିଁ ତୁମର
ଲକ୍ଷ୍ୟ । ବାବା ଆସି ମନୁଷ୍ୟରୁ ଦେବତା, ନରରୁ ନାରାୟଣ କରୁଛନ୍ତି । ତୁମର ମଧ୍ୟ କର୍ତ୍ତବ୍ୟ
ହେଉଛି ନିଜର ସମବର୍ଗୀୟଙ୍କର ଏବଂ ଭାରତର ସେବା କରିବା । ତୁମେ ଜାଣିଛ ଆମେ କ’ଣ ଥିଲୁ, କ’ଣ
ହୋଇଯାଇଛୁ । ଏବେ ପୁଣି ପୁରୁଷାର୍ଥ କର ରାଜାମାନଙ୍କର ରାଜା ହେବା ପାଇଁ । ତୁମେ ଜାଣିଛ ଆମେ
ନିଜର ରାଜଧାନୀ ସ୍ଥାପନ କରୁଛୁ । କୌଣସି ଅସୁବିଧାର କଥା ନାହିଁ । ବିନାଶ ନିମନ୍ତେ ମଧ୍ୟ
ଡ୍ରାମାରେ କୌଶଳ ରଚନା କରାଯାଇଛି । ପୂର୍ବରୁ ମଧ୍ୟ ମୁସଳ ଦ୍ୱାରା ଲଢେଇ ଲାଗିଥିଲା । ଯେତେବେଳେ
ତୁମର ସମ୍ପୂର୍ଣ୍ଣ ପ୍ରସ୍ତୁତି ହୋଇଯିବ, ସମସ୍ତେ ଫୁଲ ହୋଇଯିବେ, ସେତେବେଳେ ବିନାଶ ହେବ । କେହି
ଫୁଲମାନଙ୍କର ରାଜା, କେହି ଗୋଲାପ, କେହି ମୋତି ଫୁଲ ଅଟନ୍ତି । ପ୍ରତ୍ୟେକ ନିଜକୁ ଭଲ ଭାବରେ
ବୁଝିପାରିବେ ଯେ ମୁଁ ଅରଖ ଅଟେ ଅଥବା ଭଲ ଫୁଲ ଅଟେ? ଅନେକ ପିଲା ଅଛନ୍ତି ଯେଉଁମାନଙ୍କୁ ଜ୍ଞାନର
କିଛି ଧାରଣା ହେଉ ନାହିଁ । କ୍ରମଅନୁସାରେ ତ ହେବେ ନା । ସର୍ବଶ୍ରେଷ୍ଠ ହେବା ନା ସର୍ବନିମ୍ନ ହେବେ
। ଏହିଠାରେ ହିଁ ରାଜଧାନୀର ତିଆରି ହେବ । ଶାସ୍ତ୍ରରେ ଦେଖାଯାଇଛି ପାଣ୍ଡବମାନେ ପାହାଡରୁ ପଡି
ମୃତ୍ୟୁବରଣ କଲେ, ପୁଣି କ’ଣ ହେଲା, କିଛି ହେଲେ ଜଣାନାହିଁ । ବହୁତ କାହାଣୀ ତିଆରି ଦେଇଛନ୍ତି,
କିନ୍ତୁ ସେପରି କୌଣସି କଥା ନାହିଁ । ଏବେ ତୁମ ପିଲାମାନଙ୍କର ବୁଦ୍ଧି କେତେ ସ୍ୱଚ୍ଛ ହେଉଛି ।
ବାବା ତୁମକୁ ବହୁତ ପ୍ରକାରରେ ବୁଝାଉଛନ୍ତି । କେତେ ସହଜ ଅଟେ । କେବଳ ବାବା ଏବଂ ସମ୍ପତ୍ତିକୁ ମନେ
ପକାଇବାକୁ ହେବ । ବାବା କହୁଛନ୍ତି ମୁଁ ହେଉଛି ପତିତ-ପାବନ । ତୁମର ଆତ୍ମା ଏବଂ ଶରୀର ଉଭୟ ପତିତ
ଅଟେ । ଏବେ ଉଭୟକୁ ପବିତ୍ର କରିବାକୁ ହେବ । ଆତ୍ମା ସହିତ ଶରୀର ମଧ୍ୟ ପବିତ୍ର ହେଉଛି । ଏବେ
ତୁମକୁ ବହୁତ ପରିଶ୍ରମ କରିବାକୁ ପଡିବ । ବାବା କହୁଛନ୍ତି - ପିଲାମାନେ ବହୁତ ଦୁର୍ବଳ
ହୋଇଯାଇଛନ୍ତି । ମୋତେ ମନେ ପକାଇବାକୁ ଭୁଲିଯାଉଛନ୍ତି । ବ୍ରହ୍ମା ନିଜେ ନିଜର ଅନୁଭବ କହୁଛନ୍ତି
। ଭୋଜନ ସମୟରେ ମନେ ରହୁଛି - ଶିବବାବା ମୋତେ ଖୁଆଉଛନ୍ତି ପୁଣି ଭୁଲିଯାଉଛି । ପୁଣି ସ୍ମୃତି
ଆସୁଛି । ତୁମ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମଅନୁସାରେ ଅଛନ୍ତି । କେହି ତ ବନ୍ଧନମୁକ୍ତ ହୋଇ
ମଧ୍ୟ ପୁଣି ବନ୍ଧନରେ ବାନ୍ଧି ହୋଇ ଧର୍ମର ସନ୍ତାନ ମଧ୍ୟ କରିଦେଉଛନ୍ତି । ଏବେ ତୁମକୁ ଜ୍ଞାନର
ତୃତୀୟ ନେତ୍ର ଦେଉଥିବା ବାବା ମିଳିଛନ୍ତି - ଏହାର ପୁଣି ନାମ ଦିଆଯାଇଛି ତିଜରୀର କଥା ଅର୍ଥାତ୍
ତୃତୀୟ ନେତ୍ର ମିଳିବାର କଥା । ଏବେ ତୁମେ ନାସ୍ତିକରୁ ଆସ୍ତିକ ହେଉଛ । ପିଲାମାନେ ଜାଣିଛନ୍ତି
ବାବା ହେଉଛନ୍ତି ବିନ୍ଦୁ । ଜ୍ଞାନର ସାଗର ଅଟନ୍ତି । ସେମାନେ ତ ନାମ ରୂପରୁ ଅଲଗା ବୋଲି
କହିଦେଉଛନ୍ତି । ଆରେ ସିଏ ଜ୍ଞାନର ସାଗର ତ ନିଶ୍ଚିତ ଜ୍ଞାନ ଶୁଣାଇବେ ନା । ଏହାଙ୍କର ରୂପ ମଧ୍ୟ
ଲିଙ୍ଗ ସ୍ୱରୂପ ଦର୍ଶାଉଛନ୍ତି । ପୁଣି ତାଙ୍କୁ ନାମ-ରୂପରୁ ଅଲଗା କିପରି କହୁଛନ୍ତି! ଶତାଧିକ ନାମ
ରଖିଦେଇଛନ୍ତି । ପିଲାମାନଙ୍କ ବୁଦ୍ଧିରେ ଏହି ସମସ୍ତ ଜ୍ଞାନ ଭଲ ଭାବରେ ରହିବା ଉଚିତ୍ । କହୁଛନ୍ତି
ମଧ୍ୟ ପରମାତ୍ମା ଜ୍ଞାନର ସାଗର ଅଟନ୍ତି । ସାରା ଜଙ୍ଗଲକୁ କଲମ କରି ଲେଖିଲେ ମଧ୍ୟ ଜ୍ଞାନର ଅନ୍ତ
ହୋଇପାରିବ ନାହିଁ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏବେ ଆମେ
ବାବାଙ୍କ ଦ୍ୱାରା ୱର୍ଥ ପାଉଣ୍ଡ ଅର୍ଥାତ୍ ମୂଲ୍ୟବାନ ହୋଇଛୁ, ଆମେ ପୁଣି ଦେବତା ହେବୁ, ଏହି
ନାରାୟଣୀ ନିଶାରେ ରହିବାକୁ ହେବ, ବନ୍ଧନମୁକ୍ତ ହୋଇ ସେବା କରିବାକୁ ହେବ । ବନ୍ଧନରେ ଫସିବା
ଅନୁଚିତ୍ ।
(୨) ଜ୍ଞାନ-ଯୋଗରେ
ତୀକ୍ଷଣ ହୋଇ ମାତା-ପିତା ସମାନ ଫୁଲମାନଙ୍କର ରାଜା ହେବା ଉଚିତ୍ ଏବଂ ନିଜ ସମବର୍ଗୀୟମାନଙ୍କର
ମଧ୍ୟ ସେବା କରିବାକୁ ହେବ ।
ବରଦାନ:-
ନିଜର ସର୍ବ
ସମ୍ପତ୍ତିକୁ ଅନ୍ୟ ଆତ୍ମାମାନଙ୍କର ସେବାରେ ଲଗାଇ ସହଯୋଗୀ ହେଉଥିବା ସହଜଯୋଗୀ ହୁଅ ।
ସହଜଯୋଗୀ ହେବାର ସାଧନ
ହେଲା - ସର୍ବଦା ନିଜକୁ ସଂକଳ୍ପ ଦ୍ୱାରା, ବାଣୀ ଦ୍ୱାରା ଏବଂ ପ୍ରତ୍ୟେକ କାର୍ଯ୍ୟ ଦ୍ୱାରା
ବିଶ୍ୱର ସର୍ବ ଆତ୍ମାମାନଙ୍କ ପ୍ରତି ସେବାଧାରୀ ମନେ କରି ସେବାରେ ହିଁ ନିଜର ସବୁ କିଛି ଲଗାଇବା ।
ବ୍ରାହ୍ମଣ ଜୀବନରେ ଯାହା କିଛି ତୁମକୁ ପ୍ରାପ୍ତ ହେଉଛି ଯଥା - ଶକ୍ତିରୂପୀ ସମ୍ପତ୍ତି, ଗୁଣର
ସମ୍ପତ୍ତି, ଜ୍ଞାନର ତଥା ଶ୍ରେଷ୍ଠ ରୋଜଗାର କରିବାର ସମୟ ରୂପୀ ସମ୍ପତ୍ତି ଯାହା ବି ବାବାଙ୍କଠାରୁ
ପ୍ରାପ୍ତ ହୋଇଛି ତାକୁ ସେବାରେ ଲଗାଅ ଅର୍ଥାତ୍ ସହଯୋଗୀ ହୁଅ ତେବେ ସହଜଯୋଗୀ ହୋଇଯିବ । କିନ୍ତୁ
ସହଯୋଗୀ ସିଏ ହୋଇପାରିବ ଯିଏ ସମ୍ପନ୍ନ ହୋଇଥିବ କାରଣ ସହଯୋଗୀ ହେବା ଅର୍ଥାତ୍ ମହାଦାନୀ ହେବା ।
ସ୍ଲୋଗାନ:-
ଯଦି ବେହଦର
ବୈରାଗୀ ହେବ ତେବେ ଆକର୍ଷଣର ସବୁ ସଂସ୍କାର ସହଜରେ ସମାପ୍ତ ହୋଇଯିବ ।
ଅବ୍ୟକ୍ତ ଈଶାରା:-
ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।
ଯେପରି ନିଜର ସ୍ଥୂଳ
କାର୍ଯ୍ୟର କାର୍ଯ୍ୟକ୍ରମ ଗୁଡିକୁ ଦିନଚର୍ଯ୍ୟା ଅନୁସାରେ ନିଧାର୍ଯ୍ୟ କରୁଛ ସେହିପରି ନିଜର
ମାନସିକ ସମର୍ଥ ସ୍ଥିତିର କାର୍ଯ୍ୟକ୍ରମକୁ ମଧ୍ୟ ନିଧାର୍ଯ୍ୟ କର ତେବେ ତୁମର ସଂକଳ୍ପ ଶକ୍ତି ଜମା
ହେବାକୁ ଲାଗିବ । ନିଜର ମନକୁ ଯଦି ସମର୍ଥ ସଂକଳ୍ପରେ ବ୍ୟସ୍ତ ରଖିବ ତେବେ ମନକୁ ନିରାଶ ହେବା ପାଇଁ
ସମୟ ମିଳିବ ନାହିଁ । ଯଦି ତୁମର ମନ ସର୍ବଦା ଏକାଗ୍ର ରହିବ ତେବେ ଆପେ ଆପେ ଶ୍ରେଷ୍ଠ ପ୍ରକମ୍ପନର
ତରଙ୍ଗ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେବ । ଯାହାଦ୍ୱାରା ଆପେ ଆପେ ସେବା ହୋଇ ଚାଲିବ ।