29.08.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜର
ସୁରକ୍ଷା ପାଇଁ ବିକାର ରୂପୀ ମାୟାର ପଞ୍ଜାରୁ ସର୍ବଦା ମୁକ୍ତ ହୋଇ ରହିବାକୁ ହେବ, ଦେହ-ଅଭିମାନରେ
କେବେହେଲେ ଆସ ନାହିଁ ।”
ପ୍ରଶ୍ନ:-
ପୁଣ୍ୟ ଆତ୍ମା
ହେବା ପାଇଁ ବାବା ସବୁ ପିଲାମାନଙ୍କୁ କେଉଁ ମୁଖ୍ୟ ଶିକ୍ଷା ଦେଉଛନ୍ତି?
ଉତ୍ତର:-
ବାବା କହୁଛନ୍ତି - ପିଲାମାନେ, ଯଦି ପୁଣ୍ୟ ଆତ୍ମା ହେବାର ଅଛି ତେବେ (୧) ସର୍ବଦା ଶ୍ରୀମତରେ
ଚାଲୁଥାଅ । ଯୋଗର ଯାତ୍ରାରେ କେବେ ବି ଅବହେଳା କର ନାହିଁ (୨) ଆତ୍ମ-ଅଭିମାନୀ ହେବାର ପୁରା ପୁରା
ପୁରୁଷାର୍ଥ କରି କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କର । ପୁଣ୍ୟ ଆତ୍ମା ହୋଇ ଏହି ଦୁଃଖଧାମରୁ
ପାରି କରି ସୁଖଧାମକୁ ଯିବା ପାଇଁ ଏହା ହିଁ ଉପଯୁକ୍ତ ସମୟ ।
ଓମ୍ ଶାନ୍ତି ।
ବାବା ହିଁ
ପ୍ରତିଦିନ ପିଲାମାନଙ୍କୁ ପଚାରୁଛନ୍ତି । ଶିବବାବାଙ୍କ ପାଇଁ ଏପରି କୁହାଯିବ ନାହିଁ ଆତ୍ମାର
ରଚୟିତା । ଆତ୍ମାମାନେ ତ ଅନାଦି । ବାବା ମଧ୍ୟ ଅନାଦି । ଏହି ସମୟରେ ବାବା ଏବଂ ଦାଦା ଦୁଇ ଜଣ
ଅଛନ୍ତି ଯିଏକି ପିଲାମାନଙ୍କୁ ପାଳନା ଦେଉଛନ୍ତି । କେତେ ସନ୍ତାନ ଅଛନ୍ତି ଯେଉଁମାନଙ୍କୁ ପାଳନା
ଦେବାକୁ ପଡିଥାଏ । ଜଣ-ଜଣଙ୍କର ହିସାବ ରଖିବାକୁ ପଡିଥାଏ । ଯେପରି ଲୌକିକ ପିତାଙ୍କୁ ମଧ୍ୟ ଚିନ୍ତା
ରହିଥାଏ ନା । ଭାବିଥାନ୍ତି ଯେ - ଆମ ପିଲାଟି ବି ଏହି ବ୍ରାହ୍ମଣ କୁଳକୁ ଆସିଗଲେ ଭଲ ହେବ । ଆମ
ପିଲାମାନେ ବି ପବିତ୍ର ହୋଇ ପବିତ୍ର ଦୁନିଆକୁ ଯାଆନ୍ତୁ । ପୁରୁଣା ଦୁନିଆରେ ମାୟାର ନାଳରେ ବହି ନ
ଯାଆନ୍ତୁ । ଅବିନାଶୀ ପିତାଙ୍କୁ ପିଲାମାନଙ୍କର ଚିନ୍ତା ରହିଥାଏ । କେତେ ସବୁ ସେଣ୍ଟର ଅଛି, କେଉଁ
ପିଲାଙ୍କୁ କେଉଁଠିକୁ ପଠାଯିବ ଯେପରି କି ନିରାପଦରେ ରହିପାରିବ । ଆଜିକାଲି ନିରାପଦରେ ରହିବା
ମଧ୍ୟ ମୁସ୍କିଲ୍ ଅଟେ । ଦୁନିଆରେ କୌଣସି ପ୍ରକାରର ସୁରକ୍ଷା ନାହିଁ । ସ୍ୱର୍ଗରେ ତ ପ୍ରତ୍ୟେକ
ସୁରକ୍ଷିତ । ଏଠାରେ କାହାର ବି ସୁରକ୍ଷା ନାହିଁ । କେଉଁଠି ନା କେଉଁଠି ବିକାର ରୂପୀ ମାୟାର କବଳରେ
ଛନ୍ଦି ହୋଇ ଯାଉଛନ୍ତି । ତୁମ ଆତ୍ମାମାନଙ୍କୁ ଏଠାରେ ଶିକ୍ଷା ମିଳୁଛି । ସତ୍ୟର ସଂଗ ମଧ୍ୟ
ଏହିଠାରେ ହେଉଛି । ଏହିଠାରେ ହିଁ ଦୁଃଖଧାମକୁ ପାର କରି ସୁଖଧାମକୁ ଯିବାକୁ ହେବ, କାହିଁକି ନା ଏବେ
ପିଲାମାନେ ଜାଣିଗଲେ ଯେ ଦୁଃଖଧାମ କ’ଣ, ସୁଖଧାମ କ’ଣ? ବାସ୍ତବରେ ଏହା ଏବେ ଦୁଃଖଧାମ ଅଟେ । ଆମେ
ବହୁତ ପାପ କରିଛୁ ଏବଂ ସେଠାରେ ପୁଣ୍ୟ ଆତ୍ମାମାନେ ହିଁ ରହିଥାନ୍ତି । ଏବେ ଆମକୁ ପୁଣ୍ୟ ଆତ୍ମା
ହେବାକୁ ପଡିବ । ଏବେ ତୁମେ ପ୍ରତ୍ୟେକେ ନିଜର ୮୪ ଜନ୍ମର ଇତିହାସ-ଭୂଗୋଳକୁ ଜାଣିଗଲ । ଦୁନିଆରେ
କେହି ବି ୮୪ ଜନ୍ମର ଇତିହାସ-ଭୂଗୋଳକୁ ଜାଣି ନାହାଁନ୍ତି । ଏବେ ବାବା ଆସି ପୁରା ଜୀବନ କାହାଣୀ
ବୁଝାଉଛନ୍ତି । ଏବେ ତୁମେ ଜାଣୁଛ ବାବାଙ୍କୁ ମନେ ପକାଇ ଆମକୁ ପୁରା ପୁଣ୍ୟ ଆତ୍ମା ହେବାକୁ ପଡିବ
। ଅବହେଳା କରିବା କାରଣରୁ ଏଇଥିରେ ହିଁ ବହୁତ ଧୋକା ଖାଇଥାନ୍ତି । ବାବା କହୁଛନ୍ତି ଯେ ଏହି ସମୟରେ
ଅବହେଳା କରିବା ଭଲ ନୁହେଁ । ଶ୍ରୀମତ ପାଳନ କରିବା ଉଚିତ୍ । ସେଥିରେ ମଧ୍ୟ ମୁଖ୍ୟ କଥା କହୁଛନ୍ତି
ଏକ ତ ବାବାଙ୍କ ସ୍ମୃତିରେ ରୁହ, ଦ୍ୱିତୀୟତଃ କାମ ମହାଶତ୍ରୁ ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ
। ବାବାଙ୍କୁ ସମସ୍ତେ ଡାକୁଛନ୍ତି କାହିଁକି ନା ତାଙ୍କଠାରୁ ଶାନ୍ତି ଏବଂ ସୁଖର ସମ୍ପତ୍ତି
ଆତ୍ମାମାନଙ୍କୁ ମିଳିଥାଏ । ପୂର୍ବରୁ ଦେହ ଅଭିମାନରେ ଥିଲେ ତେଣୁ କିଛି ଜଣା ପଡୁ ନ ଥିଲା । ଏବେ
ପିଲାମାନଙ୍କୁ ଆତ୍ମ ଅଭିମାନୀ କରାଯାଉଛି । ନୂଆମାନଙ୍କୁ ପ୍ରଥମେ ଲୌକିକ ଓ ଦ୍ୱିତୀୟରେ ପାରଲୌକିକ
ବାବାଙ୍କର ପରିଚୟ ଦିଅ । ଅବିନାଶୀ ବାବାଙ୍କଠାରୁ ସ୍ୱର୍ଗର ଓ ଲୌକିକ ପିତାଙ୍କଠାରୁ ନର୍କର ଭାଗ୍ୟ
ପ୍ରାପ୍ତି ହୁଏ । ପୁତ୍ର ସାବାଳକ ହେଲେ ସମ୍ପତ୍ତିର ହକଦାର ହୋଇଥାଏ । ଯେବେ ଜ୍ଞାନ ଆସିଥାଏ ପୁଣି
ଧିରେ ଧିରେ ମାୟାର ଅଧୀନ ହୋଇଯାଇଥାନ୍ତି । ତାହା ସବୁ ହେଲା ରାବଣ ରାଜ୍ୟର ନୀତିପ୍ରଥା ।
ବର୍ତ୍ତମାନ ତୁମେମାନେ ଜାଣୁଛ ଏହି ଦୁନିଆ ବଦଳୁଛି । ଏହି ପୁରୁଣା ଦୁନିଆର ବିନାଶ ହେଉଛି । କେବଳ
ଗୀତାରେ ହିଁ ବିନାଶର ବର୍ଣ୍ଣନା ରହିଛି ଆଉ କୌଣସି ଶାସ୍ତ୍ରରେ ମହାଭାରତ ମହାଭାରୀ ଲଢେଇର
ବର୍ଣ୍ଣନା ନାହିଁ । ଗୀତାର ସମୟ ହେଉଛି ଏହି ପୁରୁଷୋତ୍ତମ ସଂଗମଯୁଗ । ଗୀତାର ଯୁଗ ଅର୍ଥାତ୍ ଆଦି
ସନାତନ ଦେବୀଦେବତା ଧର୍ମର ସ୍ଥାପନା । ଗୀତା ହିଁ ହେଉଛି ଦେବୀ-ଦେବତା ଧର୍ମର ଶାସ୍ତ୍ର । ତେଣୁ
ଏହା ହେଉଛି ଗୀତାର ଯୁଗ ଅଟେ, ଯେବେକି ନୂଆ ଦୁନିଆ ସ୍ଥାପନ ହେଉଛି ମନୁଷ୍ୟଙ୍କୁ ମଧ୍ୟ ବଦଳିବାକୁ
ହେବ । ମନୁଷ୍ୟରୁ ଦେବତା ହେବାକୁ ପଡିବ । ନୂଆ ଦୁନିଆରେ ନିଶ୍ଚିତ ଦୈବୀ ଗୁଣଧାରୀ ମନୁଷ୍ୟ
ଆବଶ୍ୟକ ନା । ଏହିସବୁ କଥାକୁ ଦୁନିଆ ଜାଣି ନାହିଁ । ସେମାନେ କଳ୍ପର ଆୟୁଷ ବଢାଇ ଦେଇଛନ୍ତି । ଏବେ
ତୁମ ପିଲାମାନଙ୍କୁ ବାବା ବୁଝାଉଛନ୍ତି - ତୁମେ ଜାଣୁଛ ଯେ ନିଶ୍ଚିତ ଭାବରେ ବାବା ଆମକୁ ପଢାଉଛନ୍ତି
। ଶ୍ରୀକୃଷ୍ଣଙ୍କୁ କେବେ ପିତା, ଶିକ୍ଷକ ବା ଗୁରୁ କହିପାରିବା ନାହିଁ । ଯଦି ଶ୍ରୀକୃଷ୍ଣ ଶିକ୍ଷକ
ହୋଇଥାନ୍ତେ ତେବେ ଶିଖିଲେ କେଉଁଠାରୁ? ତାଙ୍କୁ ଜ୍ଞାନର ସାଗର କୁହାଯାଇପାରିବ ନାହିଁ ।
ଏବେ ତୁମ ସନ୍ତାନମାନଙ୍କୁ
ଦୁନିଆର ନାମୀଗ୍ରାମୀ ବ୍ୟକ୍ତିମାନଙ୍କୁ ବୁଝାଇବାକୁ ହେବ, ପରସ୍ପର ବିଚାର କରିବା ଦରକାର ଯେ
ସେବାର ବୃଦ୍ଧି କିପରି ହେବ । ତୀବ୍ରବେଗରେ ସେବା କିପରି ହେବ । ବ୍ରହ୍ମାକୁମାରୀମାନଙ୍କ ପାଇଁ
ଯେଉଁମାନେ ଏତେ ଗଣ୍ଡଗୋଳ କରୁଛନ୍ତି ସେମାନେ ପୁଣି ବୁଝିବେ ଯେ ଏମାନେ ତ ସଚ୍ଚା ଅଟନ୍ତି । ବାକି
ଦୁନିଆ ତ ହେଲା ମିଥ୍ୟା, ସେଥିପାଇଁ ସତ୍ୟର ନୌକାକୁ ଦୋହଲିଥାଏ । ତୋଫାନ ତ ଆସିବ ନା । ତୁମେ ହେଲ
ନୌକା ଯିଏକି ପାରି ହେଉଛ । ତୁମେ ଜାଣୁଛ ଯେ ଆମକୁ ଏହି ମାୟବି ଦୁନିଆରୁ ପାରି ହେବାର ଅଛି ।
ସବୁଠାରୁ ପ୍ରଥମ ନମ୍ବରର ତୋଫାନ ଆସିଥାଏ ଦେହ ଅଭିମାନର । ଯାହା ସବୁଠାରୁ ଖରାପ । ଦେହ-ଅଭିମାନ
ହିଁ ସମସ୍ତଙ୍କୁ ପତିତ କରିଛି । ତେଣୁ ତ ବାବା କହୁଛନ୍ତି କାମ ମହାଶତ୍ରୁ । ଏହା ବହୁତ କଡା
ତୋଫାନ ଅଟେ । କେହି ତ ଏହା ଉପରେ ବିଜୟ ପ୍ରାପ୍ତ ମଧ୍ୟ କରିଛନ୍ତି । ଗୃହସ୍ଥ ବ୍ୟବହାରରେ
ରହିଛନ୍ତି ପୁଣି ତା’ଠାରୁ ବଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି । କୁମାର କୁମାରୀମାନଙ୍କ ପାଇଁ ତ
ବହୁତ ସହଜ ଅଟେ । ସେଥିପାଇଁ ନାମର ମଧ୍ୟ ଗାୟନ ଅଛି କହ୍ନେୟା । ଏତେ କନ୍ୟାମାନେ ନିଶ୍ଚିତ
ଶିବବାବାଙ୍କର ହୋଇଥିବେ । ଦେହଧାରୀ ଶ୍ରୀକୃଷ୍ଣଙ୍କର ତ ଏତେ କନ୍ୟା ହୋଇପାରିବେ ନାହିଁ । ଏବେ
ତୁମେ ଏହି ପାଠପଢା ଦ୍ୱାରା ପାଟରାଣୀ ହେଉଛ, ଏଥିରେ ମଧ୍ୟ ମୁଖ୍ୟ ପବିତ୍ରତା ଦରକାର । ନିଜେ ନିଜକୁ
ଦେଖ ଯେ ୟାଦର ଚାର୍ଟ ଠିକ୍ ଅଛି? ବାବାଙ୍କ ପାଖକୁ କାହାର ୫ ଘଣ୍ଟାର, କାହାର ୨-୩ ଘଣ୍ଟାର ବି
ଚାର୍ଟ ଆସୁଛି । କେହି ତ ଚାର୍ଟ ଲେଖନ୍ତି ହିଁ ନାହିଁ । ବହୁତ କମ୍ ୟାଦ କରୁଛନ୍ତି । ସମସ୍ତଙ୍କର
ୟାଦର ଯାତ୍ରା ତ ଏକାଭଳି ହୋଇପାରିବ ନାହିଁ । ଆଗକୁ ଗଲେ ପିଲାମାନଙ୍କ ସଂଖ୍ୟା ବହୁତ ବୃଦ୍ଧି ହେବ
। ପ୍ରତ୍ୟେକଙ୍କୁ ନିଜର ଚାର୍ଟ ଦେଖିବାକୁ ହେବ - ମୁଁ କେଉଁ ପଦ ପାଇପାରିବି? ମୁଁ କେତେ ଖୁସୀରେ
ଅଛି? ଆମ ମଧ୍ୟରେ ସର୍ବଦା ଖୁସୀ କାହିଁକି ରହିବ ନାହିଁ । ଯେତେବେଳେ ଆମେ ସର୍ବୋଚ୍ଚ ବାବାଙ୍କର
ହୋଇଛୁ । ଡ୍ରାମା ଅନୁସାରେ ତୁମେମାନେ ବହୁତ ଭକ୍ତି କରିଛ । ଭକ୍ତମାନଙ୍କୁ ଫଳ ଦେବା ପାଇଁ ହିଁ
ବାବା ଆସିଛନ୍ତି । ରାବଣ ରାଜ୍ୟରେ ତ ବିକର୍ମ ହିଁ ହୋଇଥାଏ । ତୁମେ ପୁରୁଷାର୍ଥ କରୁଛ
ସତ୍ତ୍ୱପ୍ରଧାନ ଦୁନିଆକୁ ଯିବା ପାଇଁ । ଯିଏ ସମ୍ପୂର୍ଣ୍ଣ ରୂପେ ପୁରୁଷାର୍ଥ ନ କରିବେ ସେମାନେ
ସତ୍ତ୍ୱରେ ଆସିବେ । ସମସ୍ତେ କଣ ଏତେ ଜ୍ଞାନକୁ ଗ୍ରହଣ କରିବେ । ସନ୍ଦେଶ ନିଶ୍ଚିତ ଶୁଣିବେ । ପୁଣି
କିଏ କେଉଁଠି ରହିଥିବ, ସେଥିପାଇଁ କୋଣ-ଅନୁକୋଣକୁ ଯାଇ ସନ୍ଦେଶ ଦିଅ । ବିଦେଶକୁ ମଧ୍ୟ ମିଶନ ଯିବା
ଆବଶ୍ୟକ । ଯେପରି ବୌଦ୍ଧିମାନଙ୍କର, ଖ୍ରୀଷ୍ଟିୟାନଙ୍କର ଏଠାରେ ମିଶନ ଅଛି ନା । ଅନ୍ୟ
ଧର୍ମବଲମ୍ବୀମାନଙ୍କୁ ନିଜ ଧର୍ମରେ ପରିବର୍ତ୍ତନ କରିବା ପାଇଁ ମିଶନ ରହିଥାଏ । ତୁମେ ବୁଝାଉଛ ଯେ
ଆମେ ପ୍ରକୃତରେ ଦେବୀ-ଦେବତା ଧର୍ମର ଥିଲୁ । ଏବେ ହିନ୍ଦୁ ଧର୍ମର ହୋଇଯାଇଛୁ । ତୁମ ପାଖକୁ
ହିନ୍ଦୁଧର୍ମର ଲୋକେ ବେଶି ଆସିବେ । ସେମାନଙ୍କ ଭିତରେ ଯିଏ ଶିବଙ୍କର ଓ ଦେବାତାମାନଙ୍କର ପୂଜାରୀ
ହୋଇଥିବେ ସେହିମାନେ ଆସିବେ । ଯେପରି ବାବା କହିଥିଲେ - ରାଜାମାନଙ୍କର ସେବା କର । ସେମାନେ
ପ୍ରାୟତଃ ଦେବତାମାନଙ୍କର ପୂଜାରୀ ହୋଇଥାନ୍ତି । ସେମାନଙ୍କ ଘରେ ମନ୍ଦିର ଥାଏ । ସେମାନଙ୍କର ବି
କଲ୍ୟାଣ କରିବାକୁ ହେବ । ତୁମେ ମଧ୍ୟ ଭାବ ଆମେ ବାବାଙ୍କ ସହିତ ଦୂର ଦେଶରୁ ଆସିଛୁ । ବାବା ଆସି
ହିଁ ଛନ୍ତି ନୂଆ ଦୁନିଆ ସ୍ଥାପନ କରିବା ପାଇଁ । ତୁମେ ମଧ୍ୟ ବାବାଙ୍କର ସ୍ଥାପନା କରୁଛ । ଯିଏ
ସ୍ଥାପନା କରିବେ ସେ ପାଳନ ମଧ୍ୟ କରିବ । ଭିତରେ ନିଶା ରହିବା ଦରକାର - ଆମେ ଶିବବାବାଙ୍କ ସାଥିରେ
ଆସିଛୁ ଦୈବୀ ରାଜ୍ୟ, ସ୍ଥାପନ କରିବା ପାଇଁ, ସମଗ୍ର ବିଶ୍ୱକୁ ସ୍ୱର୍ଗ କରିବା ପାଇଁ । ଆଶ୍ଚର୍ଯ୍ୟ
ଲାଗୁଛି ଯେ ଏହି ଦେଶରେ କ’ଣ-କ’ଣ ସବୁ କରୁଛନ୍ତି । ପୂଜା କିପରି କରୁଛନ୍ତି । ନବରାତ୍ରୀରେ
ଦେବୀମାନଙ୍କର ପୂଜା ହୋଇଥାଏ ନା । ରାତ୍ରୀ ଅଛି ତ ଦିନ ବି ଅଛି । ତୁମର ଗୋଟିଏ ଗୀତ ବି ଅଛି ନା
। କ୍ୟା କୌତୁକ ଦେଖା... ମାଟିର ପ୍ରତିମା ଗଢି ଶୃଙ୍ଗାର କରି ତାହାର ପୂଜା କରିଥା’ନ୍ତି, ତାହା
ସହିତ ପୁଣି ମନ ଏପରି ଲାଗିଯାଇଥାଏ ଯେ ବୁଡେଇବାକୁ ଗଲା ବେଳେ କାନ୍ଦି ପକାନ୍ତି । ମନୁଷ୍ୟ
ମରିଯିବା ପରେ ଶବକୁ ମଧ୍ୟ ନେଇ ହରିବୋଲ୍, ହରିବୋଲ୍ କରି ପାଣିରେ ଡୁବେଇ ଦେଇଥା’ନ୍ତି । ବହୁତ
ଲୋକ ଯାଇଥା’ନ୍ତି ନା । ନଦୀ ତ ସର୍ବଦା ବହି ଚାଲିଛି । ତୁମେ ଜାଣୁଛ ଯେ ଏହି ଯମୁନାର କୂଳ ଥିଲା,
ଯେଉଁଠାରେ ରାସ ବିଳାସ ଆଦି କରୁଥିଲେ । ସେଠାରେ ତ ବଡ-ବଡ ମହଲ ଥାଏ । ତୁମକୁ ହିଁ ଯାଇ ଏସବୁ
ତିଆରି କରିବାକୁ ହେବ । ଯେବେ କେହି ବଡ ପରୀକ୍ଷାରେ ପାଶ କଲେ ତାଙ୍କ ବୁଦ୍ଧିରେ ଆସେ - ପାସ୍ ହେଲା
ପରେ ମୁଁ ଏହା କରିବି, ଘର ତିଆରି କରିବି । ତୁମମାନଙ୍କର ମଧ୍ୟ ଖିଆଲରେ ରହିବା ଦରକାର ଯେ - ଆମେ
ଦେବତା ହେବୁ । ଏବେ ଆମେ ନିଜ ଘରକୁ ଯିବୁ । ଘରକୁ ମନେ ପକାଇ ଖୁସି ହେବା ଦରକାର । ମନୁଷ୍ୟ
ଯାତ୍ରା ପୂର୍ଣ୍ଣ କରି ପୁଣି ଘରକୁ ଫେରିଲେ ତ ଖୁସି ହୋଇଥା’ନ୍ତି । ଆମେ ଏବେ ଘରକୁ ଯାଉଛୁ ।
ଯେଉଁଠାରେ ଆମର ଜନ୍ମ ହୋଇଥିଲା । ଆମ ଆତ୍ମାମାନଙ୍କର ମଧ୍ୟ ଘର ହେଉଛି ମୂଳବତନ । କେତେ ଖୁସୀ
ମିଳୁଛି । ମନୁଷ୍ୟ ଏତେ ଭକ୍ତି କରିଥାନ୍ତି କେବଳ ମୁକ୍ତି ପାଇବା ପାଇଁ । ପରନ୍ତୁ ଡ୍ରାମାରେ ଏଭଳି
ଅଭିନୟ ରହିଛି ଯାହା କି ଫେରିବାର ସୁଯୋଗ କାହାକୁ ମିଳେ ନାହିଁ । ତୁମେ ଜାଣୁଛ ଯେ ସେମାନଙ୍କୁ
ଅଧାକଳ୍ପ ନିଶ୍ଚିତ ଅଭିନୟ କରିବାକୁ ହେବ । ଆମର ଏବେ ୮୪ ଜନ୍ମ ପୁରା ହେଉଛି । ଏବେ ଫେରିଯିବାକୁ
ହେବ ଏବଂ ପୁଣି ରାଜଧାନୀକୁ ଆସିବୁ । ବାସ୍ ଘର ଏବଂ ରାଜଧାନୀ ହିଁ ମନେ ରହୁ । ଏଠାରେ ବସି ମଧ୍ୟ
କାହା-କାହାକୁ ନିଜର କାରଖାନା ଆଦି ମନେପଡିଥାଏ । ଯେପରି ଦେଖ ବିରଳ ତାଙ୍କର କେତେ କାରଖାନା ଆଦି
ଅଛି । ଦିନ ସାରା ସେସବୁ ତାଙ୍କର ଖିଆଲରେ ରହୁଥିବ । ତାଙ୍କୁ ଯଦି କହିବ ବାବାଙ୍କୁ ମନେ ପକାଅ
ତେବେ ତାଙ୍କୁ ବାବାଙ୍କୁ ମନେ ପକାଇବା କେତେ କଷ୍ଟକର ହେବ । ଘଡି-ଘଡି ଧନ୍ଦା ଆଦି ମନେ ପଡୁଥିବ ।
ସବୁଠାରୁ ସହଜ ହେଲା ମାତାମାନଙ୍କୁ, ତା’ପରେ କନ୍ୟାମାନଙ୍କୁ । ଜିଇଁ ଥାଉ ଥାଉ ମରିବାକୁ ହେବ,
ସମଗ୍ର ବିଶ୍ୱକୁ ଭୁଲିବାକୁ ହେବ । ତୁମେ ନିଜକୁ ଆତ୍ମା ଭାବି ଶିବବାବାଙ୍କର ହେଉଛ, ଏହାକୁ ହିଁ
ବଞ୍ଚି ରହି ମରିବା କୁହାଯାଉଛି । ଦେହ ସହିତ ଦେହର ସବୁ ସମ୍ବନ୍ଧ ଛାଡି ନିଜକୁ ଆତ୍ମା ଭାବି
ଶିବବାବାଙ୍କର ହେବାକୁ ପଡିବ । ଶିବବାବାଙ୍କୁ ହିଁ ୟାଦ କରି ଚାଲିବାକୁ ହେବ କାହିଁକି ନା ପାପର
ବୋଝ ମୁଣ୍ଡ ଉପରେ ବହୁତ ଅଛି । ମନ ତ ସମସ୍ତଙ୍କର ହୋଇଥାଏ ଯେ ମୁଁ ଜିବଦଶାରେ ମରି ଶିବବାବାଙ୍କର
ହୋଇଯାଏ । ଶରୀରର ସ୍ମୃତି ନ ରହୁ । ଆମେ ଅଶରୀର ଆସିଥିଲୁ ପୁଣି ଅଶରୀର ହୋଇଯିବାକୁ ହେବ ।
ବାବାଙ୍କର ହୋଇଛୁ ତ ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେ ନ ପଡନ୍ତୁ । ଏଭଳି ସ୍ଥିତି ଶୀଘ୍ର ହୋଇଗଲେ
ତ ପୁଣି ଲଢେଇ ବି ଶୀଘ୍ର ଲାଗିବ । ବାବା କେତେ ବୁଝାଉଛନ୍ତି ଆମେ ତ ହେଉଛୁ ଶିବବାବାଙ୍କର ନା ।
ଆମେ ସେଠାକାର ବାସିନ୍ଦା ଅଟୁ । ଏଠାରେ ତ କେତେ ଦୁଃଖ ରହିଛି । ବର୍ତ୍ତମାନ ଏହା ଅନ୍ତିମ ଜନ୍ମ ।
ବାବା କହିଛନ୍ତି ତୁମେ ସତ୍ତ୍ୱପ୍ରଧାନ ଥିଲ ତ ଆଉ କେହି ନ ଥିଲେ । ତୁମେ କେତେ ସାହୁକାର ଥିଲ ।
ଯଦିଓ ଏହି ସମୟରେ ପଇସା ଆଦି ଅଛି କିନ୍ତୁ ଏସବୁ ତ କିଛି ନୁହେଁ । ସବୁ କଉଡି ତୁଲ୍ୟ ଅଟେ । ଏହା
ସବୁ ଅଳ୍ପକାଳର ସୁଖ ପାଇଁ ଅଟେ । ବାବା ବୁଝାଉଛନ୍ତି ଯେ - ଅତୀତରେ ଦାନ-ପୁଣ୍ୟ କରିଛନ୍ତି ତେଣୁ
ପଇସା ବି ବହୁତ ମିଳୁଛି । ପୁଣି ଦାନ କରୁଛନ୍ତି । କିନ୍ତୁ ଏହା ତ ଗୋଟିଏ ଜନ୍ମର କଥା । ଏଠାରେ ତ
ଜନ୍ମ ଜନ୍ମାନ୍ତର ପାଇଁ ସାହୁକାର ହେଉଛ । ଯେତେ ବଡ କହିବ ସେତେ ଅଧିକ ଦୁଃଖ ପାଇବ । ଯାହାର ବହୁତ
ଧନ ଅଛି ସେ ପୁଣି ବହୁତ ବାନ୍ଧି ହୋଇ ରହିଛନ୍ତି ନା । ବାବାଙ୍କର ହୋଇ ରହିପାରିବେ ନାହିଁ । କେହି
କେହି ସାଧାରଣ ଗରୀବ ହିଁ ସମର୍ପିତ ହେବେ । ସାହୁକାର କେବେ ସମର୍ପିତ ହେବେ ନାହିଁ । ସେମାନେ ପୁଅ
ନାତିଙ୍କ ପାଇଁ ରୋଜଗାର କରିଥାନ୍ତି । ଭାବନ୍ତି ଆମର କୁଳ ସୁଖରେ ଚାଲୁଥାଉ । କିନ୍ତୁ ନିଜେ ସେହି
ଘରେ ପୁନର୍ଜନ୍ମ ନେବେ ନାହିଁ । ପୁଅ-ନାତି ଆସିବେ, ଯେଉଁମାନେ କି ଭଲ କର୍ମ କରିଥିବେ । ଯେପରି
ଯିଏ ବହୁତ ଦାନ କରିଥା’ନ୍ତି ସେ ରାଜା ହୋଇଥାନ୍ତି । କିନ୍ତୁ ସଦା ସ୍ୱାସ୍ଥ୍ୟବାନ ତ ହେବେ ନାହିଁ
। ରାଜତ୍ୱ କଲେ କ’ଣ ହେବ, ଅବିନାଶୀ ସୁଖ ତ ନାହିଁ । ଏଠାରେ ପ୍ରତିପାଦରେ ଅନେକ ପ୍ରକାରର ଦୁଃଖ
ମିଳୁଛି । ସେଠାରେ ଏହି ସବୁ ଦୁଃଖ ଦୂର ହୋଇଯାଇଥାଏ । ବାବାଙ୍କୁ ଡାକିଥା’ନ୍ତି ଯେ ଆମର ଦୁଃଖ
ଦୂର କର । ତୁମେ ଜାଣୁଛ ଯେ ସବୁ ଦୁଃଖ ଦୂର ହୋଇଯିବ । କେବଳ ବାବାଙ୍କୁ ୟାଦ କରୁଥାଅ । କେବଳ ଏକ
ବାବାଙ୍କ ବ୍ୟତୀତ ଆଉ କାହାଠାରୁ ସମ୍ପତ୍ତି ମିଳିପାରିବ ନାହିଁ । ବାବା ସମଗ୍ର ବିଶ୍ୱର ଦୁଃଖ ଦୂର
କରୁଛନ୍ତି । ଏହି ସମୟରେ ତ ଜୀବଜନ୍ତୁମାନେ ମଧ୍ୟ କେତେ ଦୁଃଖୀ ଅଛନ୍ତି । ଏହା ଦୁଃଖଧାମ । ଦୁଃଖ
ବଢି ବଢି ଚାଲିଛି । ତମୋପ୍ରଧାନ ହୋଇ ଚାଲିଛନ୍ତି । ଏବେ ଆମେ ସଂଗମଯୁଗରେ ବସିଛୁ । ସେମାନେ ସବୁ
କଳିଯୁଗରେ ଅଛନ୍ତି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ବାବା ଆମକୁ ପୁରୁଷୋତ୍ତମ କରୁଛନ୍ତି ।
ଏହିକଥା ମନେ ରହିଲେ ମଧ୍ୟ ଖୁସୀ ରହିବ । ଭଗବାନ ପଢାଉଛନ୍ତି, ବିଶ୍ୱର ମାଲିକ କରୁଛନ୍ତି । ଏକଥା
ମନେ ରଖ । ଭଗବାନଙ୍କର ପିଲାମାନେ ପାଠପଢା ଆଧାରରେ ଭଗବାନ-ଭଗବତୀ ହେବା ଦରକାର ନା । ଭଗବାନ ତ
ହେଉଛନ୍ତି ସୁଖଦାତା ପୁଣି ଦୁଃଖ କାହିଁକି ମିଳୁଛି? ତାହା ମଧ୍ୟ ବାବା ବସି ବୁଝାଉଛନ୍ତି ।
ଭଗବାନଙ୍କର ସନ୍ତାନ ପୁଣି ଦୁଃଖରେ କାହିଁକି ଅଛନ୍ତି, ଭଗବାନ ଦୁଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି
ତେଣୁ ନିଶ୍ଚିତ ଦୁଃଖ ବେଳେ ଆସୁଛନ୍ତି । ତେଣୁ ତ ଗାୟନ କରୁଛନ୍ତି । ତୁମେ ଜାଣୁଛ ଯେ ବାବା ଆମକୁ
ରାଜଯୋଗ ଶିଖାଉଛନ୍ତି । ଆମେ ପୁରୁଷାର୍ଥ କରୁଛୁ । ଏଥିରେ ସନ୍ଦେହ କରିବାର କଣ ଅଛି । ଆମେ
ବି.କେ.ମାନେ ରାଜଯୋଗ ଶିଖୁଛୁ । ଆମେ କ’ଣ ମିଛ କହୁଛୁ । କାହାକୁ ଏହିଭଳି ସଂଶୟ ଆସିଲେ ବୁଝାଇବା
ଦରକାର ଯେ, ଏହା ତ ପାଠପଢା ଅଟେ । ବିନାଶ ସମ୍ମୁଖରେ ଛିଡା ହୋଇଛି । ଆମେ ହେଉଛୁ ସଂଗମଯୁଗୀ
ବ୍ରାହ୍ମଣ ଚୁଟୀ । ପ୍ରଜାପିତା ବ୍ରହ୍ମା ଅଛନ୍ତି ତ ନିଶ୍ଚିତ ବ୍ରାହ୍ମଣ ବି ରହିବା ଦରକାର ।
ତୁମକୁ ମଧ୍ୟ ବୁଝାଯାଇଛି ତେଣୁ ତ ତୁମେ ନିଶ୍ଚୟ କରିଛ । ବାକି ମୁଖ୍ୟ କଥା ହେଲା ବାବାଙ୍କୁ ମନେ
ପକାଇବା, ଏଥିରେ ହିଁ ବିଘ୍ନ ପଡିଥାଏ । ନିଜର ଚାର୍ଟ ଦେଖୁଥାଅ - କେତେ ସମୟ ବାବାଙ୍କୁ ୟାଦ କରୁଛି
। କେତେ ଦୂର ଖୁସୀର ପାରା ଚଢୁଛି? ଏହି ଆନ୍ତରିକ ଖୁସୀ ରହିବା ଦରକାର ଯେ ଆମକୁ ବାଗବାନ - ପତିତ
ପାବନଙ୍କର ସାଥୀ ମିଳିଛି, ଆମେ ଶିବବାବାଙ୍କ ସହିତ ବ୍ରହ୍ମାବାବାଙ୍କ ଦ୍ୱାରା ହାତ ମିଳାଉଛୁ ।
ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜ ଘର ଏବଂ
ରାଜଧାନୀକୁ ମନେ ପକାଇ ଅପାର ଖୁସୀରେ ରହିବାକୁ ହେବ । ସର୍ବଦା ଏହି କଥା ମନେ ରହୁ ଯେ ଏବେ ଆମର
ଯାତ୍ରା ଶେଷ ହୋଇଛି, ଆମେ ନିଜ ଘରକୁ ଯାଉଛୁ, ପୁଣି ରାଜଧାନୀରେ ଆସିବୁ ।
(୨) ଆମେ ବ୍ରହ୍ମାଙ୍କ
ଦ୍ୱାରା ଶିବବାବାଙ୍କ ସହିତ ହାତ ମିଳାଉଛୁ, ସେହି ବାଗବାନ ଅର୍ଥାତ୍ ବଗିଚାର ମାଲିକ ଆମକୁ ପତିତରୁ
ପାବନ କରୁଛନ୍ତି । ଆମେ ଏହି ପାଠପଢା ଦ୍ୱାରା ସ୍ୱର୍ଗର ପାଟରାଣୀ ହେଉଛୁ - ଏହି ଭାଗ୍ୟର ଆନ୍ତରିକ
ଖୁସିରେ ରହିବାକୁ ହେବ ।
ବରଦାନ:-
ତିନି ପ୍ରକାରର
ବିଜୟର ପଦକ ପ୍ରାପ୍ତ କରୁଥିବା ସଦା ବିଜୟୀ ଆତ୍ମା ହୁଅ ।
ବିଜୟ ମାଳାରେ ନମ୍ବର
ପ୍ରାପ୍ତ କରିବା ପାଇଁ ପ୍ରଥମେ ସ୍ୱ ଉପରେ ବିଜୟୀ ହୁଅ, ତା’ପରେ ସମସ୍ତଙ୍କ ଉପରେ ବିଜୟୀ ହୁଅ,
ତା’ପରେ ପ୍ରକୃତି ଉପରେ ବିଜୟୀ ହୁଅ । ଏହି ତିନି ପ୍ରକାରର ବିଜୟର ପଦକ ପ୍ରାପ୍ତ ହେଲେ ଯାଇ ବିଜୟ
ମାଳାର ଦାନା ହୋଇପାରିବ । ସ୍ୱ ଉପରେ ବିଜୟୀ ହେବା ଅର୍ଥ ନିଜର ବ୍ୟର୍ଥ ଭାବ, ସ୍ୱଭାବକୁ ଶ୍ରେଷ୍ଠ
ଭାବ ଏବଂ ଶୁଭଭାବନାରେ ପରିବର୍ତ୍ତନ କରିବା । ଯେଉଁମାନେ ଏହିଭଳି ସ୍ୱ ଉପରେ ବିଜୟୀ ହୋଇଯାଆନ୍ତି
ସେମାନେ ଅନ୍ୟମାନଙ୍କ ଉପରେ ମଧ୍ୟ ବିଜୟ ପ୍ରାପ୍ତ କରିନିଅନ୍ତି । ପ୍ରକୃତି ଉପରେ ବିଜୟ ପ୍ରାପ୍ତ
କରିବା ଅର୍ଥ ହେଲା ବାୟୁମଣ୍ଡଳ, ବାତାବରଣ ଏବଂ ସ୍ଥୂଳ ପ୍ରକୃତିର ସମସ୍ୟାଗୁଡିକ ଉପରେ ବିଜୟୀ ହେବା
।
ସ୍ଲୋଗାନ:-
ନିଜର
କର୍ମେନ୍ଦ୍ରିୟମାନଙ୍କ ଉପରେ ସମ୍ପୂର୍ଣ୍ଣ ରାଜ୍ୟ କରିବାବାଲା ହିଁ ସଚ୍ଚା ରାଜଯୋଗୀ ଅଟନ୍ତି ।
ଅବ୍ୟକ୍ତ ଈଶାରେ - ଯଦି
ସହଜଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମ ସ୍ନେହର ଅନୁଭବୀ ହୁଅ ।
ତୁମମାନଙ୍କୁ ଜ୍ଞାନ
ସହିତ ସଚ୍ଚା ଆତ୍ମିକ ସ୍ନେହ ମଧ୍ୟ ମିଳିଛି । ସେହି ଆତ୍ମିକ ସ୍ନେହ ହିଁ ତୁମକୁ ପ୍ରଭୁଙ୍କର
କରିଦେଇଛି । ଏଠାରେ ସବୁ ପିଲାଙ୍କୁ ଡବଲ ସ୍ନେହ ମିଳୁଛି - ଗୋଟିଏ ହେଲା ବାବାଙ୍କଠାରୁ ଆଉ ଗୋଟିଏ
ହେଲା ଦୈବୀ ପରିବାରଠାରୁ । ତେଣୁ ସ୍ନେହର ଅନୁଭବ ହିଁ ତୁମମାନଙ୍କୁ ପରମାତ୍ମ ଜ୍ୟୋତି ଉପରେ
ସ୍ୱାହା ହେଉଥିବା ପତଙ୍ଗ କରିଦେଇଛି । ସ୍ନେହ ହିଁ ଚୁମ୍ବକ ଭଳି କାର୍ଯ୍ୟ କରୁଛି ଯାହାଦ୍ୱାରା
ତୁମେମାନେ ପ୍ରଭୁଙ୍କର ବାଣୀ ଶୁଣିବା ପାଇଁ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥାଆନ୍ତି ।
ସଂଗମଯୁଗରେ ଯେଉଁମାନେ ସଚ୍ଚା ସ୍ନେହ ବଦଳରେ ବଞ୍ଚିଥାଉ ଥାଉ ମରିଥାଆନ୍ତି ସେହିମାନେ ହିଁ
ସ୍ୱର୍ଗକୁ ଯାଆନ୍ତି ।