29.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଅବିନାଶୀ
ବାବା ଏହି ବିଶାଳ ସଭା ଅର୍ଥାତ୍ କଳିଯୁଗ ଦୁନିଆରେ ଗରିବ ପିଲାମାନଙ୍କୁ କୋଳକୁ ନେବା ପାଇଁ
ଆସିଛନ୍ତି, ତାଙ୍କୁ ଦେବତାମାନଙ୍କର ଦୁନିଆରେ ଆସିବାର ଆବଶ୍ୟକତା ନାହିଁ ।”
ପ୍ରଶ୍ନ:-
ପିଲାମାନଙ୍କୁ
କେଉଁ ଦିନଟିକୁ ବଡ ଧୂମ୍ଧାମ୍ରେ ପାଳନ କରିବା ଉଚିତ୍?
ଉତ୍ତର:-
ଯେଉଁ ଦିନ ମରଜୀବା ଜନ୍ମ ହେଲା ବା ବାବାଙ୍କ ପ୍ରତି ନିଶ୍ଚୟ ହେଲା ସେହି ଦିନଟିକୁ ବଡ ଧୂମ୍ଧାମ୍ରେ
ପାଳନ କରିବା ଉଚିତ୍ । ସେହି ଦିନ ହିଁ ତୁମ ପାଇଁ ଜନ୍ମାଷ୍ଟମୀ ଅଟେ । ଯଦି ନିଜର ମରଜୀବା
ଜନ୍ମଦିନ ପାଳନ କରିବ ତେବେ ସ୍ମୃତିରେ ରହିବ ଯେ ମୁଁ ପୁରୁଣା ଦୁନିଆଠାରୁ ଦୂରେଇ ଗଲିଣି । ମୁଁ
ବାବାଙ୍କର ହୋଇଗଲି ଅର୍ଥାତ୍ ସମ୍ପତ୍ତିର ଅଧିକାରୀ ହୋଇଗଲି ।
ଗୀତ:-
ମହଫିଲ ମେ ଜଲ
ଉଠୀ ଶମା....
ଓମ୍ ଶାନ୍ତି ।
ଗୀତ, କବିତା,
ଭଜନ, ବେଦ-ଶାସ୍ତ୍ର, ଉପନିଷଦ, ଦେବତାମାନଙ୍କର ମହିମା ଆଦି ତୁମେ ଭାରତବାସୀ ପିଲାମାନେ ବହୁତ
ଦିନରୁ ଶୁଣି ଆସୁଛ । ଏବେ ତୁମକୁ ଜ୍ଞାନ ମିଳିଲା ଯେ ଏହି ସୃଷ୍ଟିର ଚକ୍ର କିପରି ଘୂରୁଛି ।
ଅତିତକୁ ମଧ୍ୟ ପିଲାମାନେ ଜାଣିଗଲେ । ବର୍ତ୍ତମାନ ଦୁନିଆର ଅବସ୍ଥା କ’ଣ ତାହା ମଧ୍ୟ ଦେଖୁଛ ଏବଂ
ବାସ୍ତବ ଜୀବନରେ ତାହାକୁ ମଧ୍ୟ ଅନୁଭବ କରୁଛ । ଆଉ ଯାହା କିଛି ଆଗକୁ ହେବାର ଅଛି - ତାହା ଏବେ
ବାସ୍ତବରେ ଅନୁଭବ କରିନାହଁ । ଅତୀତରେ ଯାହା ହୋଇଯାଇଛି, ତାର ଅନୁଭବ କରିଛ । ବାବା ହିଁ ବୁଝାଇ
ଦେଇଛନ୍ତି, ବାବାଙ୍କ ବ୍ୟତୀତ ଅନ୍ୟ କେହି ବୁଝାଇ ପାରିବେ ନାହିଁ । ଦୁନିଆରେ ତ ଅନେକ ମନୁଷ୍ୟ
ଅଛନ୍ତି କିନ୍ତୁ ସେମାନେ କିଛି ହେଲେ ଜାଣିନାହାଁନ୍ତି । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ
କିଛି ହେଲେ ଜାଣି ନାହାଁନ୍ତି । ବର୍ତ୍ତମାନ କଳିଯୁଗର ଅନ୍ତ ସମୟ ଅଟେ ଏକଥା ମଧ୍ୟ ମନୁଷ୍ୟ ଜାଣି
ନାହାଁନ୍ତି । ହଁ ଆଗକୁ ଗଲେ ଅନ୍ତିମ ସମୟ ବିଷୟରେ ଜାଣିଯିବେ । ମୂଳକଥାକୁ ଜାଣିଯିବେ କିନ୍ତୁ
ସାରା ଜ୍ଞାନକୁ ଜାଣି ପାରିବେ ନାହିଁ । ଏଠାରେ ପଢୁଥିବା ବିଦ୍ୟାର୍ଥୀମାନେ ହିଁ ଜାଣିପାରିବେ ।
ଏହା ହେଉଛି ମନୁଷ୍ୟରୁ ରାଜାମାନଙ୍କର ରାଜା ହେବାର କଥା । ତାହା ମଧ୍ୟ ଆସୁରୀ ରାଜା ନୁହେଁ,
କିନ୍ତୁ ଦୈବୀ ରାଜା, ଯେଉଁମାନଙ୍କର ଆସୁରୀ ରାଜାମାନେ ପୂଜା କରୁଛନ୍ତି । ଏହିସବୁ କଥାକୁ ତୁମେ
ପିଲାମାନେ ହିଁ ଜାଣୁଛ । ବିଦ୍ୱାନ, ଆଚାର୍ଯ୍ୟମାନେ ଟିକିଏ ହେଲେ ବି ଜାଣିନାହାଁନ୍ତି । ଭଗବାନ
ଯାହାଙ୍କୁ ମହାଜ୍ୟୋତି ବୋଲି କହି ଡାକୁଛନ୍ତି ତାଙ୍କୁ ଜାଣି ନାହାଁନ୍ତି । ଗୀତ ଗାଇଲାବାଲା ମଧ୍ୟ
କିଛି ଜାଣି ନାହାଁନ୍ତି । କେବଳ ମହିମା ଗାନ କରୁଛନ୍ତି । ଭଗବାନ ମଧ୍ୟ କୌଣସି ସମୟରେ ଏହି ଦୁନିଆ
ରୂପକ ମହାସଭାକୁ ଆସିଥିଲେ । ମହଫିଲ୍ ବା ମହାସଭା ଅର୍ଥାତ୍ ଯେଉଁଠି ବହୁତ ଲୋକ ଏକତ୍ରିତ
ହୋଇଥାନ୍ତି । ମହଫିଲ୍ରେ ଖାଇବା-ପିଇବା ମଦ ଇତ୍ୟାଦି ମିଳିଥାଏ । ଏବେ ଏହି ମହାସଭାରେ ତୁମକୁ
ବାବାଙ୍କଠାରୁ ଜ୍ଞାନ ରତ୍ନର ସମ୍ପତ୍ତି ମିଳୁଛି ଅଥବା ଏପରି କହିପାରିବା ଯେ ଆମକୁ ବାବାଙ୍କଠାରୁ
ବୈକୁଣ୍ଠର ରାଜତ୍ୱ ମିଳୁଛି । ଏହି ସାରା ମହଫିଲ୍ରେ କେବଳ ପିଲାମାନେ ହିଁ ବାବାଙ୍କୁ ଜାଣିଛନ୍ତି
ଯେ ବାବା ଆମକୁ ଉପହାର ଦେବା ପାଇଁ ଆସିଛନ୍ତି । ବାବା ଆସି ଏହି ମହଫିଲ୍ କ’ଣ ଦେଉଛନ୍ତି ଏବଂ
ମନୁଷ୍ୟମାନେ ମହଫିଲ୍ରେ ପରସ୍ପରକୁ କ’ଣ ଦେଇଥାନ୍ତି, ଏଥିରେ ରାତି-ଦିନର ପ୍ରଭେଦ ରହିଛି ।
ତୁଳନାତ୍ମକ ରୂପେ ବାବା ଯେମିତି କି ହାଲୁଆ ଖୁଆଉଛନ୍ତି ଏବଂ ସେମାନେ ଶସ୍ତାରୁ ଶସ୍ତା ବସ୍ତୁ ଚଣା
ଖୁଆଉଛନ୍ତି । ହାଲୁଆ ଏବଂ ଚଣା ଦୁଇଟିରେ କେତେ ତଫାତ୍ ରହିଛି । ଦୁନିଆରେ ପରସ୍ପରକୁ ଚଣା
ଖୁଆଉଛନ୍ତି । ଯଦି କେହି ରୋଜଗାର କରୁ ନ ଥାନ୍ତି ତେବେ ତାଙ୍କୁ କହନ୍ତି - ଇଏ ତ ଚଣା ଚୋବାଉଛନ୍ତି
।
ଏବେ ତୁମେ ପିଲାମାନେ
ଜାଣୁଛ ଯେ ଅବିନାଶୀ ପିତା ଆମକୁ ସ୍ୱର୍ଗ ରାଜତ୍ୱର ବରଦାନ ଦେଉଛନ୍ତି । ଶିବବାବା ଏହି ମହାସଭାରେ
ଆସୁଛନ୍ତି ନା । ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି ନା, କିନ୍ତୁ ସିଏ ଆସି କ’ଣ କରୁଛନ୍ତି - ଏହି
କଥା କାହାକୁ ହେଲେ ଜଣା ନାହିଁ । ସିଏ ପିତା ଅଟନ୍ତି । ପିତା ତ ନିଶ୍ଚିତ କିଛି ଖୁଆଇ ଥାଆନ୍ତି,
ଦେଇ ଥାଆନ୍ତି । ମାତା-ପିତା ଜୀବନର ପାଳନା ତ କରିଥାନ୍ତି ନା । ତୁମେମାନେ ମଧ୍ୟ ଜାଣିଛ ଯେ ସେହି
ମାତା-ପିତା ଅର୍ଥାତ୍ ବାବା ଆସି ଜୀବନର ଦାୟୀତ୍ୱ ନେଉଛନ୍ତି । ପୋଷ୍ୟ କରୁଛନ୍ତି । ପିଲାମାନେ
ମଧ୍ୟ କହୁଛନ୍ତି ବାବା ମୁଁ ଆପଣଙ୍କର ୧୦ ଦିନର ସନ୍ତାନ ଅର୍ଥାତ୍ ୧୦ ଦିନ ହେଲା ଆପଣଙ୍କର ହୋଇଛି
। ତେବେ ବୁଝିଯିବା ଦରକାର ଯେ ମୁଁ ଆପଣଙ୍କ ଠାରୁ ସ୍ୱର୍ଗର ରାଜ୍ୟ ଅଧିକାର ନେବା ପାଇଁ ଯୋଗ୍ୟ
ହୋଇଯାଇଛି । ଆପଣ ମୋତେ ସନ୍ତାନ ରୂପେ କୋଳକୁ ଦେଇଛନ୍ତି ଅର୍ଥାତ୍ ପୋଷ୍ୟପୁତ୍ର କରିଛନ୍ତି ।
ବଞ୍ଚିଥିବା ବେଳେ କେହି କାହାକୁ ପୋଷ୍ୟପୁତ୍ର ରୂପେ ଗ୍ରହଣ କରିଥାନ୍ତି, ତେବେ ଅନ୍ଧଶ୍ରଦ୍ଧାରେ ତ
ନେଇ ନ ଥାନ୍ତି । ମା-ବାପା ମଧ୍ୟ ପିଲାକୁ ତାଙ୍କ କୋଳକୁ ଟେକି ଦେଇଥା’ନ୍ତି । ଭାବିଥା’ନ୍ତି ଆମର
ପିଲା ତାଙ୍କ ପାଖରେ ଅଧିକ ସୁଖୀ ହୋଇ ରହିବ ଏବଂ ଇଏ ଅଧିକ ସ୍ନେହରେ ତାର ଯତ୍ନ ନେବେ । ତୁମେମାନେ
ମଧ୍ୟ ଲୌକିକ ପିତାଙ୍କର ସନ୍ତାନ ଏଠାରେ ଅବିନାଶୀ ପିତାଙ୍କର କୋଳକୁ ଆସିଛ । ଅନାଦି ଅବିନାଶୀ ପିତା
କେତେ ଆଗ୍ରହର ସହିତ କୋଳକୁ ନେଉଛନ୍ତି । ପିଲାମାନେ ମଧ୍ୟ ଲେଖୁଛନ୍ତି ବାବା ମୁଁ ଆପଣଙ୍କର ହୋଇଗଲି
। କେବଳ ଦୂରରୁ ତ କହିବେ ନାହିଁ । ପ୍ରାକ୍ଟିକାଲରେ ବା ବାସ୍ତବରେ କୋଳକୁ ନେଇଥାଆନ୍ତି ତେଣୁ ସେହି
ଦିନଟିକୁ ଆନୁଷ୍ଠାନିକ ଭାବେ ପାଳନ ମଧ୍ୟ କରିଥାନ୍ତି । ଯେପରି ଜନ୍ମଦିନ ପାଳନ କରିଥାନ୍ତି ନା ।
ତେବେ ଏମାନେ ମଧ୍ୟ ସନ୍ତାନ ହେଉଛନ୍ତି, କହୁଛନ୍ତି ମୁଁ ଆପଣଙ୍କର ହୋଇଗଲି ତେଣୁ ୬-୭ ଦିନ ପରେ
ନାମକରଣ ଦିବସ ମଧ୍ୟ ପାଳନ କରିବା ଉଚିତ୍ ନା । କିନ୍ତୁ କେହି ବି ପାଳନ କରୁନାହାଁନ୍ତି । ନିଜର
ଜନ୍ମାଷ୍ଟମୀକୁ ତ ବଡ ଧୂମଧାମରେ ପାଳନ କରିବା ଉଚିତ୍ । କିନ୍ତୁ ପାଳନ ହିଁ କରୁନାହାଁନ୍ତି । ଏ
ଜ୍ଞାନ ମଧ୍ୟ ନାହିଁ ଯେ ଆମକୁ ଜୟନ୍ତୀ ପାଳନ କରିବାର ଅଛି । ୧୨ ମାସ ହେଲା ପରେ ପାଳନ କରୁଛନ୍ତି
। ଆରେ ପ୍ରଥମରୁ ପାଳନ କଲ ନାହିଁ, ୧୨ ମାସ ପରେ କାହିଁକି ପାଳନ କରୁଛ । ଜ୍ଞାନ ହିଁ ନାହିଁ,
କିମ୍ବା ନିଶ୍ଚୟ ମଧ୍ୟ ନ ଥିବ । ଥରେ ଯଦି ଜନ୍ମ ଦିନ ପାଳନ କରିଦେଲେ, ତେବେ ସିଏ ତ ଦୃଢ ହୋଇଗଲେ
କିନ୍ତୁ ଜନ୍ମଦିନ ପାଳନ କରିବା ପରେ ଯଦି ବାବାଙ୍କ ହାତ ଛାଡି ଦେଲେ ବା ଭାଗନ୍ତି ହୋଇଗଲେ ଅର୍ଥାତ୍
ପଳାଇଗଲେ, ତେବେ ବୁଝିବାକୁ ହେବ ଯେ ସିଏ ମରିଗଲେ । ଜନ୍ମ ଦିନକୁ ମଧ୍ୟ କେହି କେହି ତ ବହୁତ
ଧୂମଧାମରେ ପାଳନ କରିଥା’ନ୍ତି, କେହି ଯଦି ଗରିବ ହୋଇଥାନ୍ତି, ତେବେ ଚଣା-ଗୁଡ ମଧ୍ୟ ବାଣ୍ଟି
ପାରିବେ । ଅଧିକ ଜାକଜମକ ନ ହେଉ । ପିଲାମାନେ ଭଲ ଭାବରେ ବୁଝିପାରୁ ନାହାଁନ୍ତି, ସେଥିପାଇଁ ଖୁସି
ରହୁନାହିଁ । ଯଦି ଜନ୍ମ ଦିନ ପାଳନ କରନ୍ତେ, ତେବେ ଭଲ ଭାବରେ ମନେ ରହନ୍ତା, କିନ୍ତୁ ସେଭଳି
ନିଶ୍ଚୟ ବୁଦ୍ଧି ନାହିଁ । ଆଜି ପୁଣି ବାବା ବୁଝାଉଛନ୍ତି, ଯିଏ-ଯିଏ ନୂଆ ସନ୍ତାନ ହୋଇଛନ୍ତି,
ତାଙ୍କର ଯଦି ନିଶ୍ଚୟ ହେଉଛି, ତେବେ ସେମାନେ ଜନ୍ମ ଦିନ ପାଳନ କରନ୍ତୁ । ଅମୁକ ଦିନ ମୋର ନିଶ୍ଚୟ
ହେଲା, ଯେଉଁ ଦିନ ଠାରୁ ମୋ ପାଇଁ ଜନ୍ମାଷ୍ଟମୀ ଆରମ୍ଭ ହେଉଛି । ତେଣୁ ପୁତ୍ରକୁ, ପିତା ଏବଂ
ତାଙ୍କର ସମ୍ପତ୍ତିକୁ ପୁରା ମନେ ପକାଇବା ଦରକାର । ପୁତ୍ର କେବେ ଭୁଲିଯାଏ କି ମୁଁ ଅମୁକଙ୍କର
ସନ୍ତାନ ଅଟେ । କିନ୍ତୁ କେବଳ ଏହିଠାରେ ହିଁ କହୁଛନ୍ତି କି ବାବା ଆପଣ ମୋର ମନେ ପଡୁ ନାହାଁନ୍ତି
। ଅଜ୍ଞାନ ସମୟରେ ତ ଏପରି କେବେ କେହି କହନ୍ତି ନାହିଁ । ମନେ ନ ପଡିବାର ପ୍ରଶ୍ନ ହିଁ ଉଠୁ ନାହିଁ
। ତୁମେ ବାବାଙ୍କୁ ମନେ ପକାଉଛ, ବାବା ତ ସମସ୍ତଙ୍କୁ ମନେ ହିଁ ପକାଉଛନ୍ତି । ମୋର ସମସ୍ତ
ସନ୍ତାନମାନେ କାମ ଅଗ୍ନିରେ ଜଳି-ଜଳି ଭସ୍ମ ହୋଇଯାଇଛନ୍ତି । ଏଭଳି ଆଉ କେହି ଗୁରୁ ଅଥବା ମହାତ୍ମା
ଆଦି କହିବେ ନାହିଁ । ଏହା ତ ଭଗବାନଉବାଚ ହିଁ ଅଟେ ଯେ ସମସ୍ତେ ମୋର ସନ୍ତାନ ଅଟନ୍ତି ।
ଭଗବାନଙ୍କର ତ ସମସ୍ତେ ସନ୍ତାନ ଅଟନ୍ତି ନା । ସମସ୍ତ ଆତ୍ମାମାନେ ପରମାତ୍ମା ପିତାଙ୍କର ସନ୍ତାନ
ଅଟନ୍ତି । ବାବା ମଧ୍ୟ ଯେତେବେଳେ ଶରୀରରେ ଆସୁଛନ୍ତି ସେତେବେଳେ କହୁଛନ୍ତି - ଏହି ସବୁ ଆତ୍ମାମାନେ
ମୋର ସନ୍ତାନ ଅଟନ୍ତି । କାମ-ଅଗ୍ନିରେ ବଶୀଭୂତ ହୋଇ ଭସ୍ମିଭୂତ ତମୋପ୍ରଧାନ ହୋଇଯାଇଛି ।
ଭାରତବାସୀମାନେ କେତେ କଳିଯୁଗୀ ପତିତ ହୋଇଯାଇଛନ୍ତି । କାମ ଚିତାରେ ବସି ସମସ୍ତେ ଶ୍ୟାମଳ
ହୋଇଯାଇଛନ୍ତି । ଯିଏ ପୂଜ୍ୟ ନମ୍ବର ୱାନ ଗୋରା ଥିଲେ, ସେ ହିଁ ଏବେ ପୂଜାରୀ ଶ୍ୟାମଳ ହୋଇଯାଇଛନ୍ତି
। ସୁନ୍ଦରରୁ ଶ୍ୟାମ ହୋଇଯାଇଛନ୍ତି । ଏହି କାମ ଅଗ୍ନିର ବଶୀଭୂତ ହେବା ଅର୍ଥାତ୍ ସାପ କବଳରେ ପଡିବା
। ବୈକୁଣ୍ଠରେ ସାପ ଆଦି ନ ଥାନ୍ତି ଯିଏକି କାହାକୁ ଦଂଶନ କରିବେ । ସେଠାରେ ଏଭଳି କଥା ହୋଇପାରିବ
ନାହିଁ । ବାବା କହୁଛନ୍ତି ତୁମ ଭିତରେ ୫ ବିକାରର ପ୍ରବେଶତା ହେବା କାରଣରୁ ତୁମ୍ଭେମାନେ ଯେମିତିକି
କଣ୍ଟା ହୋଇଯାଇଛ । ପିଲାମାନେ କହୁଛନ୍ତି ବାବା ଆମେ ମାନୁଛୁ ଯେ ଏହା କଣ୍ଟାର ଜଙ୍ଗଲ ଅଟେ ।
ପରସ୍ପରଙ୍କୁ ଦଂଶନ କରି ସମସ୍ତେ ଭସ୍ମୀଭୂତ ହୋଇଯାଇଛନ୍ତି । ଭଗବାନଉବାଚ - ଜ୍ଞାନ ସାଗରର
ସନ୍ତାନମାନେ, ଯାହାଙ୍କୁ କି ମୁଁ କଳ୍ପ ପୂର୍ବରୁ ମଧ୍ୟ ଆସି ସ୍ୱଚ୍ଛ କରିଥିଲି ସେମାନେ ଏବେ ପତିତ
କଳା ହୋଇଯାଇଛନ୍ତି । ପିଲାମାନେ ଜାଣିଛନ୍ତି ଯେ ଆମେ ଗୋରାରୁ ଶ୍ୟାମଳ କିପରି ହେଉଛୁ । ସାରା ୮୪
ଜନ୍ମର ଇତିହାସ ଭୂଗୋଳ ସଂକ୍ଷିପ୍ତରେ ତୁମ ବୁଦ୍ଧିରେ ରହିଛି । ଏହି ସମୟରେ ତୁମ୍ଭେମାନେ ଜାଣିଛ
ଯେ କେହି କେହି ୫-୬ ବର୍ଷ ବୟସରୁ ନିଜ ନିଜର ବୁଦ୍ଧି ମୁତାବକ ନିଜର ଜୀବନ କାହାଣୀକୁ ଜାଣିଥା’ନ୍ତି
। ପ୍ରତ୍ୟେକ ନିଜର ଅତୀତ ଜୀବନ କାହାଣୀକୁ ମଧ୍ୟ ଜାଣିଛନ୍ତି ଯେ - ମୁଁ କ’ଣ କ’ଣ ମନ୍ଦ କାର୍ଯ୍ୟ
କରିଛି । ବଡ ବଡ ଘଟଣା ତ କହିବାକୁ ପଡିଥାଏ - ମୁଁ କ’ଣ କ’ଣ ସବୁ କରିଛି । ପୂର୍ବଜନ୍ମର କଥା ତ
ଶୁଣାଇପାରିବ ନାହିଁ । ଜନ୍ମ ଜନ୍ମାନ୍ତରର ଜୀବନ କାହାଣୀକୁ କେହି କହିପାରିବେ ନାହିଁ । କିନ୍ତୁ
୮୪ ଜନ୍ମ କିପରି ନେଇଛ ତାହା ବାବା ଆସି ତୁମକୁ ବୁଝାଉଛନ୍ତି, ଯେଉଁମାନେ ପୂରା ୮୪ ଜନ୍ମ ନେଇଛନ୍ତି,
ସେହିମାନଙ୍କର ହିଁ ସ୍ମୃତିରେ ଆସିବ । ଘରକୁ ଯିବା ପାଇଁ ମୁଁ ତୁମକୁ ମତ ଦେଉଛି, ସେଥିପାଇଁ ବାବା
କହୁଛନ୍ତି ଏହି ଜ୍ଞାନ ସର୍ବ ଧର୍ମାବଲମ୍ବୀମାନଙ୍କ ପାଇଁ ଉଦ୍ଧିଷ୍ଟ । ଯଦି ମୁକ୍ତିଧାମ ଘରକୁ
ଯିବାକୁ ଚାହୁଁଛ ତେବେ ବାବା ହିଁ ନେଇ ପାରିବେ । ବାବାଙ୍କ ବ୍ୟତୀତ ଆଉ କେହି ହେଲେ ବି ନିଜର ଘର
ଶାନ୍ତିଧାମକୁ ନେଇ ଯାଇପାରିବେ ନାହିଁ । କାହାରି ପାଖରେ ଏହି ଜ୍ଞାନ ନାହିଁ ଯାହାଦ୍ୱାରା କି
ବାବାଙ୍କୁ ମନେ ପକାଇ ପକାଇ ସେଠାରେ ଯାଇ ପହଞ୍ଚିଯିବେ । ପୁନର୍ଜନ୍ମ ତ ସମସ୍ତଙ୍କୁ ନେବାର ଅଛି ।
ବାବାଙ୍କ ବ୍ୟତୀତ ତ କେହି ସାଥୀରେ ନେଇଯାଇପାରିବେ ନାହିଁ । ମୋକ୍ଷ ପାଇବାର ବିଚାର ତ କେବେ ବି
ଆସିବା ଉଚିତ୍ ନୁହେଁ କାରଣ ଏହା ତ ହୋଇପାରିବ ନାହିଁ । ଏହା ତ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା
ଅଟେ, ଏଥିରୁ କେହି ବାହାରି ଯାଇ ପାରିବେ ନାହିଁ । ଏକମାତ୍ର ବାବା ହିଁ ସମସ୍ତଙ୍କର ମୁକ୍ତିଦାତା,
ପଥପ୍ରଦର୍ଶକ ଅଟନ୍ତି । ସିଏ ହିଁ ଆସି ଉପାୟ ବତାଉଛନ୍ତି ଯେ ମୋତେ ମନେ ପକାଅ ତେବେ ତୁମର ବିକର୍ମ
ବିନାଶ ହେବ । ନହେଲେ ଦଣ୍ଡ ଭୋଗ କରିବାକୁ ପଡିବ । କେହି ଯଦି ପୁରୁଷାର୍ଥ କରୁ ନାହାଁନ୍ତି ତେବେ
ଜଣାପଡୁଛି ଯେ ଇଏ ଏଠିକାର ଅର୍ଥାତ୍ ଏହି କୁଳର ନୁହଁନ୍ତି । ମୁକ୍ତି ଜୀବନମୁକ୍ତିର ରାସ୍ତା ତୁମେ
ପିଲାମାନେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିଛ । ପ୍ରତ୍ୟେକଙ୍କର ବୁଝାଇବାର ବିଧି ଅଲଗା ଅଲଗା ଅଟେ
। ତୁମେ ମଧ୍ୟ କହିପାରିବ - ଏହି ସମୟରେ ଦୁନିଆ ପତିତ ଅଟେ । କେତେ ଗଣ୍ଡଗୋଳ ଆଦି ହେଉଛି ।
ସତ୍ୟଯୁଗରେ ଏସବୁ ହେବ ନାହିଁ । ଏବେ କଳିଯୁଗ ଅଟେ । ଏହି କଥାକୁ ତ ସବୁ ମନୁଷ୍ୟ ମାନିବେ ।
ସତ୍ୟଯୁଗ, ତ୍ରେତା... ଗୋଲଡେନ୍ ଏଜ୍, ସିଲଭର ଏଜ୍.... ଅନ୍ୟ ଅନ୍ୟ ଭାଷାରେ ମଧ୍ୟ କୌଣସି ନାମ
ନିଶ୍ଚିତ କହୁଥିବେ । ଇଂରାଜୀ ଭାଷା ତ ସମସ୍ତେ ଜାଣିଛନ୍ତି । ଇଂରାଜୀ ଏବଂ ହିନ୍ଦୀ ଭାଷାର
ଶବ୍ଦକୋଷ ମଧ୍ୟ ରହିଛି । ଇଂରେଜମାନେ ବହୁତ ସମୟ ରାଜତ୍ୱ କରି ଯାଇଛନ୍ତି, ତେଣୁ ସେମାନଙ୍କର
ଇଂରାଜୀ ଭାଷା କାମରେ ଲାଗୁଛି ।
ମନୁଷ୍ୟ ବର୍ତ୍ତମାନ ଏହି
କଥାକୁ ତ ମାନୁଛନ୍ତି ଯେ ଆମ ଭିତରେ କୌଣସି ଗୁଣ ନାହିଁ, ବାବା ଆପଣ ଆସି ଦୟା କରନ୍ତୁ ପୁନର୍ବାର
ଆମକୁ ପବିତ୍ର କରନ୍ତୁ, ଆମେ ପତିତ ହୋଇଯାଇଛୁ । ଏବେ ତୁମେ ପିଲାମାନେ ଜାଣୁଛ କି କେହି ଜଣେ ବି
ପତିତ ଆତ୍ମା ଘରକୁ ଯାଇପାରିବେ ନାହିଁ । ସମସ୍ତଙ୍କୁ ସତ୍ତ୍ୱ, ରଜୋ, ତମୋ ଅବସ୍ଥାରେ ଆସିବାକୁ
ହିଁ ହେବ । ଏବେ, ବାବା ଏହି ପତିତ ମହାସଭାରେ ଆସିଛନ୍ତି, ଏହା କେତେ ବିଶାଳ ମହାସଭା । ମୁଁ
ଦେବତାମାନଙ୍କର ସଭା ଅର୍ଥାତ୍ ନୂଆ ଦୁନିଆରେ କେବେ ଆସେ ହିଁ ନାହିଁ । ଯେଉଁଠି ଖିରୀ-ପୁରୀ, ଛତିଶ
ପ୍ରକାରର ଭୋଜନ ମିଳୁଥିବ, ସେଠାକୁ ମୁଁ ଆସେ ହିଁ ନାହିଁ । ଯେଉଁଠାରେ ମୋର ପିଲାମାନଙ୍କୁ ରୁଟୀ
ବି ମିଳୁ ନାହିଁ, ସେମାନଙ୍କ ପାଖକୁ ଆସି, ସେମାନଙ୍କୁ କୋଳକୁ ନେଇ, ସନ୍ତାନ ରୂପେ ଗ୍ରହଣ କରି
ସମ୍ପତ୍ତି ଦେଇଥାଏ । ସାହୁକାରମାନଙ୍କୁ କୋଳକୁ ନେଇ ନ ଥାଏ, ସେମାନେ ତ ନିଜର ଅହଂକାରରେ ବୁଡି
ରହିଥାନ୍ତି । ନିଜେ ହିଁ କହୁଛନ୍ତି ଆମ ପାଇଁ ତ ଏଇଠି ହିଁ ସ୍ୱର୍ଗ ପୁଣି ଯଦି କେହି ମରିଯାଉଛି,
ତେବେ କହୁଛନ୍ତି ସ୍ୱର୍ଗବାସୀ ହେଲା । ତେବେ ନିଶ୍ଚିତ ଏହା ନର୍କ ଅଟେ ନା । ଏକଥା ତୁମେମାନେ
କାହିଁକି ବୁଝାଉନାହଁ । ଏବେ ପର୍ଯ୍ୟନ୍ତ ଖବରକାଗଜରେ ମଧ୍ୟ ଯୁକ୍ତିଯୁକ୍ତ ଭାବରେ କେହି
ଲେଖିନାହାଁନ୍ତି । ପିଲାମାନେ ମଧ୍ୟ ଜାଣିଛନ୍ତି ଯେ ଆମକୁ ଡ୍ରାମା ପୁରୁଷାର୍ଥ କରାଉଛି,
ଆମ୍ଭେମାନେ ଯେଉଁ ପୁରୁଷାର୍ଥ କରୁଛୁ - ତାହା ଡ୍ରାମାରେ ନିଧାର୍ଯ୍ୟ ରହିଛି । ପୁରୁଷାର୍ଥ ମଧ୍ୟ
ନିଶ୍ଚିତ କରିବାକୁ ହେବ । ଡ୍ରାମା କହି ଅଟକି ଯିବାର ନାହିଁ । ପ୍ରତ୍ୟେକ କଥାରେ ପୁରୁଷାର୍ଥ
ନିଶ୍ଚିତ କରିବାକୁ ହେବ । ତୁମେ କର୍ମଯୋଗୀ ରାଜଯୋଗୀ ଅଟ ନା । ସେମାନେ ହେଲେ କର୍ମସନ୍ନ୍ୟାସୀ
ହଠଯୋଗୀ । ତୁମେ ତ ସବୁ କିଛି କରୁଛ । ଘରେ ରହି, ପିଲାଛୁଆଙ୍କୁ ସମ୍ଭାଳୁଛ । ସେମାନେ ତ ଘର
ଦ୍ୱାର ଛାଡି ପଳାଇଯାଉଛନ୍ତି । ଘର ଗୃହସ୍ଥ ତାଙ୍କୁ ଭଲ ଲାଗେ ନାହିଁ । କିନ୍ତୁ ତାଙ୍କର ସେହି
ପବିତ୍ରତା ମଧ୍ୟ ଭାରତ ପାଇଁ ଆବଶ୍ୟକ । ତେଣୁ ଏହାକୁ ମଧ୍ୟ ଭଲ କୁହାଯିବ । ଏବେ ତ ପବିତ୍ର ବି
ରହୁନାହାଁନ୍ତି । ଏମିତି ନୁହେଁ ଯେ ସେମାନେ କୌଣସି ପବିତ୍ର ଦୁନିଆକୁ ଯାଇପାରିବେ । ବାବାଙ୍କ
ବ୍ୟତୀତ ଆଉ କେହି ଘରକୁ ନେଇଯାଇ ପାରିବେ ନାହିଁ । ଏବେ ତୁମେ ଜାଣିଛ - ଶାନ୍ତିଧାମ ତ ଆମର ଘର ଅଟେ
। କିନ୍ତୁ ଯିବେ କିପରି? ବହୁତ ପାପ କରି ଦେଇଛନ୍ତି । ଈଶ୍ୱରଙ୍କୁ ସର୍ବବ୍ୟାପୀ କହିଦେଉଛନ୍ତି ।
ଏହାଦ୍ୱାରା କାହାର ଇଜ୍ଜତ ନଷ୍ଟ କରୁଛନ୍ତି? ଶିବବାବାଙ୍କର । କୁକୁର, ବିଲେଇ, ଅଣୁ ପରମାଣୁ ଭିତରେ
ପରମାତ୍ମା ଅଛନ୍ତି ବୋଲି କହିଦେଉଛନ୍ତି । ତେବେ କାହା ପାଖରେ ଅଭିଯୋଗ କରିବେ! ବାବା କହୁଛନ୍ତି
ମୁଁ ହିଁ ସମର୍ଥ ଅଟେ । ମୋ ସାଥୀରେ ଧର୍ମରାଜ ମଧ୍ୟ ଅଛନ୍ତି । ଏହା ସମସ୍ତଙ୍କ ପାଇଁ ବିନାଶର ସମୟ
। ସମସ୍ତେ ଦଣ୍ଡ ଆଦି ଭୋଗ କରି ଘରକୁ ଫେରିଯିବେ । ଡ୍ରାମାର ସର୍ଜନା ହିଁ ସେହିଭଳି ଅଟେ । ଦଣ୍ଡ
ନିଶ୍ଚିତ ଭୋଗ କରିବାକୁ ହେବ । ତାହାର ସାକ୍ଷାତ୍କାର ମଧ୍ୟ ହେବ । ଗର୍ଭଜେଲ୍ରେ ମଧ୍ୟ ସାକ୍ଷାତ୍କାର
ହୋଇଥାଏ, ତୁମେ ଏହି ସବୁ ପାପ କର୍ମ କରିଛ, ପୁଣି ତାର ଦଣ୍ଡ ମଧ୍ୟ ମିଳିଥାଏ, ସେଥିପାଇଁ ତ
କହିଥାନ୍ତି କି ଏବେ ଏହି ଜେଲ୍ରୁ ବାହାର କର । ମୁଁ ଆଉ କେବେ ଏପରି ପାପ କର୍ମ କରିବି ନାହିଁ ।
ବାବା ଏଠାରେ ସମ୍ମୁଖକୁ ଆସି ଏହି ସବୁ କଥା ତୁମକୁ ବୁଝାଉଛନ୍ତି । ଗର୍ଭରେ ଦଣ୍ଡ ଭୋଗ କରିଥାନ୍ତି
। ତାହା ମଧ୍ୟ ଏକ ଜେଲ୍ ଅଟେ, ଦୁଃଖର ଅନୁଭୂତି ହୋଇଥାଏ । ସତ୍ୟଯୁଗରେ ଦୁଇଟିଯାକ ଜେଲ ନ ଥାଏ,
ଯେଉଁଠି ଦଣ୍ଡ ଭୋଗିବାକୁ ପଡିବ ।
ଏବେ ବାବା ବୁଝାଉଛନ୍ତି
ଯେ ପିଲାମାନେ ମୋତେ ମନେ ପକାଇଲେ ଆତ୍ମାରେ ଥିବା ବିକାରର ଖାଦ ବାହାରିଯିବ । ତୁମର ଏହି କଥାକୁ
ବହୁତ ଲୋକ ମାନିବେ । ଭଗବାନଙ୍କର ନାମ ତ ଅଛି । କେବଳ ଏତିକି ଭୁଲ୍ କରିଦେଇଛନ୍ତି ଯାହାକି
କୃଷ୍ଣଙ୍କର ନାମ ଲେଖିଦେଇଛନ୍ତି । ଏବେ ବାବା ମଧ୍ୟ ପିଲାମାନଙ୍କୁ ବୁଝାଉଛନ୍ତି - ତୁମେ ଯାହା ସବୁ
ଶୁଣୁଛ, ଏହାକୁ ଖବରକାଗଜରେ ଛପାଅ । ଶିବବାବା ଏହି ସମୟରେ ସମସ୍ତଙ୍କୁ କହୁଛନ୍ତି - ତୁମେ ୮୪
ଜନ୍ମ ଭୋଗ କରି ତମୋପ୍ରଧାନ ହୋଇଯାଇଛ । ଏବେ ପୁଣି ମୁଁ ତୁମକୁ ରାୟ ଦେଉଛି - ମୋତେ ମନେ ପକାଅ
ତେବେ ବିକର୍ମ ବିନାଶ ହେବ ଏବଂ ତୁମେ ମୁକ୍ତି ଜୀବନମୁକ୍ତି ଧାମକୁ ଚାଲିଯିବ । ଏହା ବାବାଙ୍କର
ଆଜ୍ଞା ଅଟେ - ମୋତେ ମନେ ପକାଅ ତେବେ ତୁମ ଭିତରୁ ଖାଦ ବାହାରିଯିବ । ଆଚ୍ଛା - ପିଲାମାନେ ଏହି
କଥାକୁ କେତେ ଥର ବୁଝାଇଛି ଆଉ କେତେ ବୁଝାଇବି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପ୍ରତ୍ୟେକ
କଥା ପାଇଁ ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ । ଡ୍ରାମା କହି ବସି ଯିବାର ନାହିଁ । କର୍ମଯୋଗୀ,
ରାଜଯୋଗୀ ହେବାର ଅଛି । କର୍ମ ସନ୍ନ୍ୟାସୀ, ହଠଯୋଗୀ ନୁହେଁ ।
(୨) ଦଣ୍ଡଭୋଗ ନ କରି
ବାବାଙ୍କ ସାଥୀରେ ଘରକୁ ଯିବା ପାଇଁ ବାବାଙ୍କ ସ୍ମୃତିରେ ରହି ଆତ୍ମାକୁ ସତ୍ୱପ୍ରଧାନ କରିବାକୁ
ହେବ । ଶ୍ୟାମଳରୁ ଗୋରା ହେବାକୁ ପଡିବ ।
ବରଦାନ:-
ସବୁ ରୂପରେ,
ସର୍ବ ସମ୍ବନ୍ଧରେ ନିଜର ସବୁ କିଛି ବାବାଙ୍କ ନିକଟରେ ଅର୍ପଣ କରୁଥିବା ସଚ୍ଚା ସ୍ନେହୀ ଭବ ।
ଯାହାର ଯାହା ପ୍ରତି
ବହୁତ ସ୍ନେହ ଥାଏ, ସେହି ସ୍ନେହ ଥିବା କାରଣରୁ ସେ ଅନ୍ୟମାନଙ୍କୁ ପଛରେ ରଖି, ସବୁ କିଛି ତାଙ୍କ
ନିକଟରେ ଅର୍ପଣ କରିଦେଇଥାଏ, ଯେପରି ବାବାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଥିବା କାରଣରୁ ସ୍ନେହୀ
ପିଲାମାନଙ୍କୁ ସଦାକାଳର ସୁଖର ପ୍ରାପ୍ତି କରାଇ ଦେଉଛନ୍ତି, ବାକି ସମସ୍ତଙ୍କୁ ମୁକ୍ତିଧାମରେ ବସାଇ
ଦେଉଛନ୍ତି, ସେହିପରି ପିଲାମାନଙ୍କର ସ୍ନେହର ପ୍ରମାଣ ହେଲା ସବୁ ରୂପରେ, ସର୍ବ ସମ୍ବନ୍ଧରେ ନିଜର
ସବୁ କିଛି ବାବାଙ୍କ ନିକଟରେ ଅର୍ପଣ କରିବା । ଯେଉଁଠାରେ ସ୍ନେହ ଥାଏ, ସେହିଠାରେ ଯୋଗ ରହିଥାଏ ଏବଂ
ଯୋଗ ଥିଲେ ସହଯୋଗ ମଧ୍ୟ ଥାଏ । ସେମାନେ କୌଣସି ଗୋଟିଏ ବି ସମ୍ପତ୍ତିକୁ ନିଜର ମନମତରେ ବ୍ୟର୍ଥରେ
ଖର୍ଚ୍ଚ କରିପାରିବେ ନାହିଁ ।
ସ୍ଲୋଗାନ:-
ସାକାର କର୍ମରେ
ବ୍ରହ୍ମାବାବାଙ୍କୁ ଏବଂ ଅଶରୀରୀ ହେବାରେ ନିରାକାର ପିତାଙ୍କୁ ଅନୁକରଣ କର ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ତୁମମାନଙ୍କ ପାଖରେ
ଅନୁଭୂତି ରୂପକ ସମ୍ପତ୍ତି ଭରପୂର ମାତ୍ରାରେ ରହିଛି, ତେଣୁ ତୁମେ ସମ୍ପନ୍ନ ମୂର୍ତ୍ତିମାନେ
ମାଷ୍ଟର ଦାତା ହୋଇ ସମସ୍ତଙ୍କୁ ଅନୁଭୂତି କରାଇଚାଲ । ଦାତା ଅର୍ଥାତ୍ ସେବାଧାରୀ । ଦାତା ଦାନ
କରିବା ବିନା ରହିପାରିବ ନାହିଁ । ସେମାନେ ନିଜର ଦୟାଳୁ ଗୁଣ ଦ୍ୱାରା କାହାକୁ ସାହସ ଦେବେ ତ ଆଉ
କେହି ନିର୍ବଳ ଆତ୍ମାକୁ ବଳ ଦେବେ । ସେମାନେ ମାଷ୍ଟର ସୁଖଦାତା ହୋଇଥିବେ ।