29.12.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ଘରକୁ ଯିବାକୁ ହେବ ସେଥିପାଇଁ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି କେବଳ ମୋତେ ମନେ ପକାଅ ଏବଂ ପବିତ୍ର ହୁଅ’’ ।

ପ୍ରଶ୍ନ:-
ଆତ୍ମା ସମ୍ବନ୍ଧରେ କେଉଁ ଏକ ସୂକ୍ଷ୍ମ କଥାକୁ ସୂକ୍ଷ୍ମ ବୁଦ୍ଧିବାନ୍ ସନ୍ତାନମାନେ ହିଁ ବୁଝିପାରିବେ?

ଉତ୍ତର:-
ଆତ୍ମା ଉପରେ ଛୁଞ୍ଚିରେ କଳଙ୍କି ଲାଗିବା ଭଳି ଧିରେ-ଧିରେ କଳଙ୍କି ଲାଗିଯାଇଛି । ତାହା କେବଳ ଯୋଗଯୁକ୍ତ ରହିବା ଦ୍ୱାରା ହିଁ ଛାଡିଯିବ । ଯେତେବେଳେ କଳଙ୍କ ପୂରା ଛାଡିଯିବ ଅର୍ଥାତ୍ ଆତ୍ମା ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ ସେତେବେଳେ ବାବାଙ୍କ ପ୍ରତି ଅଧିକ ଆକର୍ଷିତ ହେବ ଏବଂ ବାବାଙ୍କ ସହିତ ଘରକୁ ଫେରି ପାରିବ । ୨- ଯେତେ-ଯେତେ କଳଙ୍କି ଛାଡି-ଛାଡିଯିବ ସେତେ-ସେତେ ଅନ୍ୟମାନଙ୍କୁ ମଧ୍ୟ ବୁଝାଇବା ପାଇଁ ଆଗ୍ରହ ବଢି ଚାଲିବ । ଏହି ସବୁ କଥା ବୁଝିବା ପାଇଁ ବହୁତ ସୂକ୍ଷ୍ମ ଅଟେ, ଯାହାକୁ ମୋଟା ବୁଦ୍ଧିବାଲା ବୁଝିପାରିବେ ନାହିଁ ।

ଓମ୍ ଶାନ୍ତି ।
ଭଗବାନୁବାଚ । ଏବେ ତୁମ ବୁଦ୍ଧିରେ କିଏ ଅଛନ୍ତି? ଦୁନିଆରେ ଥିବା ଗୀତା ପାଠଶାଳାମାନଙ୍କରେ ଭଗବାନୁବାଚ କହିବା ଦ୍ୱାରା କୃଷ୍ଣ ହିଁ ବୁଦ୍ଧିରେ ଆସିବେ । ଏଠାରେ ତୁମ ସନ୍ତାନମାନଙ୍କୁ ତ ସର୍ବୋଚ୍ଚ ବାବା ହିଁ ମନେ ପଡିବେ । ବର୍ତ୍ତମାନର ଏହି ସମୟ ହେଉଛି ପୁରୁଷୋତ୍ତମ ହେବାର ସଂଗମଯୁଗ । ବାବା ପିଲାମାନଙ୍କୁ ବସି ବୁଝାଉଛନ୍ତି ଯେ ଦେହ ସହିତ ଦେହର ସବୁ ସମ୍ବନ୍ଧ ତୁଟାଇ ନିଜକୁ ଆତ୍ମା ଭାବ । ଏହା ବହୁତ ଜରୁରୀ କଥା ଅଟେ, ଯାହାକି ଏହି ସଂଗମଯୁଗରେ ବାବା ବୁଝାଉଛନ୍ତି । ଆତ୍ମା ହିଁ ପତିତ ହୋଇଛି । ପୁଣି ଆତ୍ମାକୁ ପବିତ୍ର ହୋଇ ଘରକୁ ଯିବାକୁ ହେବ । ପତିତ-ପାବନଙ୍କୁ ମନେ ପକାଇ ଆସିଛନ୍ତି, କିନ୍ତୁ ତାଙ୍କ ବିଷୟରେ କିଛି ହେଲେ ଜାଣି ନାହାଁନ୍ତି । ଭାରତବାସୀ ବିଲ୍‌କୁଲ ହିଁ ଘୋର ଅନ୍ଧକାରରେ ଅଛନ୍ତି । ଭକ୍ତି ହେଉଛି ରାତି, ଜ୍ଞାନ ହେଲା ଦିନ । ରାତ୍ରିରେ ଅନ୍ଧକାର, ଦିନରେ ଆଲୋକ ରହିଥାଏ । ଦିନ ହେଲା ସତ୍ୟଯୁଗ, ରାତ୍ରି ହେଉଛି କଳିଯୁଗ । ଏବେ ତୁମେ କଳିଯୁଗରେ ଅଛ, ସତ୍ୟଯୁଗକୁ ଯିବାର ଅଛି । ପବିତ୍ର ଦୁନିଆରେ ପତିତ ହେବାର ପ୍ରଶ୍ନ ହିଁ ଉଠୁ ନାହିଁ । ଯେତେବେଳେ ପତିତ ହୋଇଥାନ୍ତି, ସେତେବେଳେ ହିଁ ପବିତ୍ର ହେବାର ପ୍ରଶ୍ନ ଉଠେ । ପବିତ୍ର ଥିବା ସମୟରେ ପତିତ ଦୁନିଆ ମନେ ବି ପଡେନାହିଁ । ଏବେ ପତିତ ଦୁନିଆ ହୋଇଥିବାରୁ ପବିତ୍ର ଦୁନିଆ ମନେ ପଡୁଛି । ପତିତ ଦୁନିଆ ସୃଷ୍ଟି ନାଟକର ଅନ୍ତିମ ସମୟ ଅଟେ, ପବିତ୍ର ଦୁନିଆ ପ୍ରାରମ୍ଭ ସମୟ ଅଟେ । ସେଠାରେ କେହି ପତିତ ହୋଇପାରିବେ ନାହିଁ । ଯେଉଁମାନେ ପବିତ୍ର ଥିଲେ ସେହିମାନେ ପୁଣି ପତିତ ହୋଇ ଯାଇଛନ୍ତି । ୮୪ ଜନ୍ମ ମଧ୍ୟ ସେହିମାନଙ୍କର ବୋଲି ବୁଝାଯାଉଛି । ଏହା ବୁଝିବା ପାଇଁ ତ ବହୁତ ଗୁହ୍ୟ କଥା ଅଟେ । ଅଧାକଳ୍ପ ଭକ୍ତି କରିଛନ୍ତି, ତାହା ଏତେ ଶୀଘ୍ର ଛାଡିପାରିବେ ନାହିଁ । ମନୁଷ୍ୟ ବିଲ୍‌କୁଲ୍ ହିଁ ଘୋର ଅନ୍ଧକାରରେ ଅଛନ୍ତି, କୋଟିକରେ ଗୋଟିଏ କେହି ବୁଝୁଛନ୍ତି, ବଡ ମୁସ୍‌କିଲ୍‌ରେ କାହାର ବୁଦ୍ଧିରେ ଏକଥା ଧାରଣ ହେଉଛି । ବାବା ମୁଖ୍ୟ କଥା କହୁଛନ୍ତି ଯେ ଦେହର ସବୁ ସମ୍ବନ୍ଧ ଭୁଲି ମୋତେ ମନେ ପକାଅ । ଆତ୍ମା ହିଁ ପତିତ ହୋଇଛି, ଆତ୍ମାକୁ ହିଁ ପୁଣି ପବିତ୍ର ହେବାକୁ ପଡିବ । ଏହି କଥା ବାବା ହିଁ ବୁଝାଉଛନ୍ତି କାହିଁକି ନା ଏହି ବାବା ପ୍ରିନ୍‌ସପାଲ୍, ବଣିଆ, ଡାକ୍ତର, ବାରିଷ୍ଟର ସବୁ କିଛି ଅଟନ୍ତି । ଏହି ନାମ ସବୁ ସେଠାରେ ରହିବ ନାହିଁ । ସେଠାରେ ଏହି ପାଠପଢା ମଧ୍ୟ ରହିବ ନାହିଁ । ଏଠାରେ ଚାକିରୀ କରିବା ପାଇଁ ପାଠ ପଢୁଛନ୍ତି । ଆଗରୁ ମହିଳାମାନେ ଏତେ ପାଠ ପଢୁ ନ ଥିଲେ । ଏସବୁ ପରେ ଶିଖିଲେ । ସ୍ୱାମୀ ମରିଗଲେ କିଏ ସମ୍ଭାଳିବ? ସେଥିପାଇଁ ମହିଳାମାନେ ମଧ୍ୟ ସବୁକିଛି ଶିଖୁଛନ୍ତି । ସତ୍ୟଯୁଗରେ ତ ଏପରି କୌଣସି କଥା ହେବ ନାହିଁ ଯାହା ପାଇଁ ଚିନ୍ତା କରିବାକୁ ପଡିବ । ଏଠାରେ ମନୁଷ୍ୟ ଅସୁବିଧା ସମୟ ପାଇଁ ଧନ ଜମା ରଖିଥାନ୍ତି । ସେଠାରେ ତ ଏପରି ଖିଆଲ ହିଁ ଆସିବ ନାହିଁ ଯାହାପାଇଁ ଚିନ୍ତା କରିବାକୁ ପଡିବ । ବାବା ତୁମମାନଙ୍କୁ କେତେ ଧନବାନ୍ କରିଦେଉଛନ୍ତି । ସ୍ୱର୍ଗରେ ବହୁତ ସମ୍ପତ୍ତି ରହିବ । ହୀରା-ନୀଳାର ଖଣି ସବୁ ଭରପୂର ହୋଇଯିବ । ଏଠାରେ ଜମିସବୁ ଟାଙ୍ଗରା ହୋଇଯାଇଥିବାରୁ ଜମିରେ ଆଉ ସେଭଳି ଶକ୍ତି ନାହିଁ । ସେଠାକାର ଫୁଲ ଏବଂ ଏଠାକାର ଫୁଲ ମଧ୍ୟରେ ରାତି-ଦିନର ଫରକ ରହିଛି । ଏଠାରେ ତ ସବୁ ଜିନିଷରୁ ସାରତତ୍ତ୍ୱ ନଷ୍ଟ ହୋଇଗଲାଣି । ଯେତେବି ଆମେରିକାରୁ ବା ଅନ୍ୟ ଦେଶରୁ ମଞ୍ଜି ଆଣିଲେ ମଧ୍ୟ ସେଥିରୁ ଶକ୍ତି କମି କମିଯାଉଛି । ମାଟି ହିଁ ସେହିପରି ହୋଇଯାଇଛି, ଯେଉଁଥିରେ ଅଧିକ ମେହନତ କରିବାକୁ ପଡୁଛି । ସେଠାରେ ତ ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ ଅବସ୍ଥାରେ ଥାଏ । ପ୍ରକୃତି ହିଁ ସତ୍ତ୍ୱପ୍ରଧାନ ତେଣୁ ସବୁ କିଛି ସତ୍ତ୍ୱପ୍ରଧାନ ଅବସ୍ଥାରେ ଥାଏ । ଏଠାରେ ତ ସବୁ ଜିନିଷ ତମୋପ୍ରଧାନ ଅଟେ । କୌଣସି ଜିନିଷରେ ଶକ୍ତି ନାହିଁ । ଏହି ଫରକକୁ ମଧ୍ୟ ତୁମେମାନେ ହିଁ ବୁଝୁଛ । ଯେତେବେଳେ ସତ୍ତ୍ୱପ୍ରଧାନ ଜିନିଷ ସବୁ ଦେଖୁଛ ତାହା ତ ତୁମେ ଧ୍ୟାନ ଦ୍ୱାରା ହିଁ ଦେଖୁଛ । ସେଠାକାର ଫୁଲ ଇତ୍ୟାଦି କେତେ ସୁନ୍ଦର ଅଟେ । ହୋଇପାରେ ସେଠାକାର ଶସ୍ୟ ଇତ୍ୟାଦି ତୁମେ ଧ୍ୟାନରେ ଦେଖିପାର । ବୁଦ୍ଧି ଦ୍ୱାରା ବୁଝିପାରିବ । ସେଠିକାର ପ୍ରତ୍ୟେକ ଜିନିଷରେ କେତେ ସାତ୍ତ୍ୱିକତା ଭରି ରହିଥାଏ । ନୂଆ ଦୁନିଆ କଥା କାହାରି ବୁଦ୍ଧିରେ ହିଁ ଆସୁ ନାହିଁ । ଏହି ପୁରୁଣା ଦୁନିଆର କଥା ତ ନ କହିଲେ ଭଲ । କାହାଣୀ ମଧ୍ୟ ବହୁତ ଲମ୍ବା-ଚଉଡା କରିଦେଇଛନ୍ତି, ତେଣୁ ମନୁଷ୍ୟ ବିଲ୍‌କୁଲ୍ ଅଜ୍ଞାନ ଅନ୍ଧକାରରେ ଶୋଇଯାଇଛନ୍ତି । ତୁମେ କହୁଛ ବିନାଶ ହେବା ପାଇଁ ବାକି ଆଉ ଅଳ୍ପ ସମୟ ଅଛି ତେଣୁ ଅନେକ ତୁମ କଥାରେ ହସୁଛନ୍ତି ମଧ୍ୟ । ଯେଉଁମାନେ ନିଜକୁ ବ୍ରାହ୍ମଣ ଭାବୁଛନ୍ତି ସେହିମାନେ ହିଁ ପ୍ରକୃତ କଥା ବୁଝୁଛନ୍ତି । ଏହା ନୂଆ ଭାଷା, ଆତ୍ମିକ ପାଠପଢା ଅଟେ ନା । ଆତ୍ମିକ ପିତା ନ ଆସିବା ପର୍ଯ୍ୟନ୍ତ ଏସବୁ କଥାକୁ କେହି ବୁଝିପାରିବେ ନାହିଁ । ଆତ୍ମିକ ପିତାଙ୍କୁ ତୁମେ ପିଲାମାନେ ହିଁ ଜାଣୁଛ । ସନ୍ନ୍ୟାସୀମାନେ ଯାଇ ଯୋଗ ଶିଖାଉଛନ୍ତି, କିନ୍ତୁ ସେମାନଙ୍କୁ ପୁଣି ଯୋଗ କିଏ ଶିଖାଇଛନ୍ତି? ଏପରି ତ କହିବେ ନାହିଁ ଯେ ଆତ୍ମିକ ପିତା ଶିଖାଇଛନ୍ତି । ବାବା ତ କେବଳ ଆତ୍ମିକ ସନ୍ତାନମାନଙ୍କୁ ହିଁ ଯୋଗ ଶିଖାଉଛନ୍ତି । ତୁମେ ସଂଗମଯୁଗୀ ବ୍ରାହ୍ମଣମାନେ ହିଁ ବୁଝି ପାରୁଛ । ଯେଉଁମାନେ ଆଦି ସନାତନ ଦେବୀ-ଦେବତା ଧର୍ମର ହୋଇଥିବେ ସେହିମାନେ ହିଁ ବ୍ରାହ୍ମଣ ହେବେ । ତୁମେ ବ୍ରାହ୍ମଣମାନେ କେତେ କମ୍ ସଂଖ୍ୟା ଅଛି । ଦୁନିଆରେ ତ ଭିନ୍ନ-ଭିନ୍ନ କିସମର ଅନେକ ଜାତି ରହିଛି । ଗୋଟିଏ ବହି ନିଶ୍ଚିତ ଥିବ ଯେଉଁଥିରୁ ଜଣାପଡିବ ଯେ ଦୁନିଆରେ କେତେ ଧର୍ମ କେତେ ଭାଷା ସବୁ ରହିଛି । ତୁମେ ଜାଣିଛ ଏତେ ଧର୍ମ ଏତେ ଜାତି ସବୁ ରହିବ ନାହିଁ । ସତ୍ୟଯୁଗରେ ତ ଏକ ଧର୍ମ, ଏକ ଭାଷା ହିଁ ଥିଲା । ସୃଷ୍ଟିଚକ୍ରକୁ ତୁମେମାନେ ହିଁ ଜାଣିଛ । ତେଣୁ ଏହି ଭାଷାଗୁଡିକୁ ମଧ୍ୟ ଜାଣିପାରିବ ଯେ ଏସବୁ ରହିବ ନାହିଁ । ଏତେ ଭାଷାଭାଷୀ ଆତ୍ମା ସବୁ ଶାନ୍ତିଧାମକୁ ଚାଲିଯିବେ । ଏହି ସୃଷ୍ଟିର ଜ୍ଞାନ ଏବେ ତୁମମାନଙ୍କୁ ମିଳିଛି । ତୁମେ ମନଷ୍ୟମାନଙ୍କୁ ବୁଝାଉଛ ତଥାପି ମଧ୍ୟ ବୁଝୁନାହାଁନ୍ତି । କୌଣସି ବଡ ଲୋକଙ୍କ ଦ୍ୱାରା ଏଥିପାଇଁ ଉଦ୍‌ଘାଟନ କରାଇଥାନ୍ତି, କାହିଁକି ନା ସେ ନାମୀଗ୍ରାମୀ ଅଟନ୍ତି । ଚତୁର୍ଦ୍ଦିଗରେ ପ୍ରଚାର ପ୍ରସାର ହୋଇଯିବ - ବାଃ ବାଃ! ପ୍ରେସିଡେଣ୍ଟ, ପ୍ରାଇମିନିଷ୍ଟର ଏ କାର୍ଯ୍ୟର ଉଦ୍‌ଘାଟନ କଲେ । ବ୍ରହ୍ମାବାବା ଯଦି ଉଦ୍‌ଘାଟନ କରିବେ ତେବେ ମନୁଷ୍ୟ ମାନିବେ ନାହିଁ ଯେ ପରମପିତା ପରମାତ୍ମା ଉଦ୍‌ଘାଟନ କଲେ । ଯଦି କୌଣସି ବଡ ଲୋକ କମିଶନର ଆଦି ଆସନ୍ତି ତେବେ ତାଙ୍କ ସହ ଆହୁରି ଅନେକ ଆସିବେ । ବ୍ରହ୍ମାବାବାଙ୍କ ପଛରେ ତ କେହି ଦୌଡିବେ ନାହିଁ । ଏବେ ତୁମ ବ୍ରାହ୍ମଣମାନଙ୍କର ସଂଖ୍ୟା ବହୁତ କମ୍ ଅଛି । ସଂଖ୍ୟାଧିକ ହୋଇଗଲେ ଯାଇ ବୁଝିବେ । ଏବେ ଯଦି ବୁଝିଗଲେ ତେବେ ବାବାଙ୍କ ପାଖକୁ ଦୌଡିବେ । କେହି ଜଣେ ବ୍ୟକ୍ତି କୌଣସି ବ୍ରହ୍ମାକୁମାରୀଙ୍କୁ କହିଥିଲେ ଯେ ଯିଏ ତୁମକୁ ଏସବୁ ଶିଖାଉଛନ୍ତି ଆମେ ସିଧାସଳଖ କାହିଁକି ତାଙ୍କ ପାଖକୁ ନ ଯିବୁ । କିନ୍ତୁ ଛୁଞ୍ଚିରେ ତ କଳଙ୍କି ଲାଗି ରହିଛି ତେବେ ଚୁମ୍ବକର ଆକର୍ଷଣ କିପରି ହେବ? ଜଙ୍କ୍ ପୂରା ଛାଡିଗଲେ ଚୁମ୍ବକକୁ ଧରି ପାରିବ । ଯଦି ଛୁଞ୍ଚିର ଗୋଟିଏ କୋଣରେ ମଧ୍ୟ ଜଙ୍କ୍ ଲାଗିଥିବ ତେବେ ସେତେ ଆକର୍ଷିତ କରିବ ନାହିଁ । ଆତ୍ମାରୁ ମଧ୍ୟ ସବୁ ଜଙ୍କ୍ ଛାଡିଯିବ କିନ୍ତୁ ଏହା ତ ଅନ୍ତିମ ସମୟରେ ହେବ, ସମ୍ପୂର୍ଣ୍ଣ କଳଙ୍କ ମୁକ୍ତ ହେଲେ ବାବାଙ୍କ ସହିତ ଘରକୁ ଫେରିଯିବ । ଏବେ ଚିନ୍ତା ରହିଛି ଯେ ଆମେ ତମୋପ୍ରଧାନ ଅଟୁ, ଜଙ୍କ୍ ଲାଗି ରହିଛି । ଯେତିକି ଯେତିକି ମନେ ପକାଇବ ସେତିକି ଜଙ୍କ ସଫା ହେଉଥିବ । ଧିରେ-ଧିରେ ଜଙ୍କ୍ ଛାଡି ଚାଲିବ । ଜଙ୍କ ମଧ୍ୟ ଧିରେ ଧିରେ ଲାଗିଛି ନା । ଜଙ୍କ୍ ଯେପରି ଲାଗିଛି ଛାଡିବ ମଧ୍ୟ ସେହିପରି ତେବେ ସେଥିପାଇଁ ବାବାଙ୍କୁ ମଧ୍ୟ ମନେ ପକାଇବାକୁ ହେବ । ବାବାଙ୍କ ସ୍ମୃତି ଦ୍ୱାରା କାହାର ଅଧିକ ସେତିକି ଜଙ୍କ ଛାଡିଛି, କାହାର କମ୍ । ଯେତେ ଅଧିକ ଜଙ୍କ ଛାଡିଥିବ, ସେତେ ଅନ୍ୟମାନଙ୍କୁ ବୁଝାଇ ଆକର୍ଷିତ କରିବେ । ଏହା ବହୁତ ସୂକ୍ଷ୍ମ କଥା । ମୋଟା ବୁଦ୍ଧିଆମାନେ ଏକଥା ବୁଝିପାରିବେ ନାହିଁ । ତୁମେ ଜାଣିଛ ରାଜତ୍ୱ ସ୍ଥାପନ ହେଉଛି । ବୁଝାଇବା ପାଇଁ ମଧ୍ୟ ଦିନକୁ ଦିନ ନୂଆ ନୂଆ ଉପାୟମାନ ବାହାରୁଛି । ଆଗରୁ କ’ଣ ଜଣାଥିଲା ଯେ ପ୍ରଦର୍ଶନୀ, ମିୟ୍ୟୁଜିୟମ୍ ଆଦି ତିଆରି କରିବୁ । ହୋଇପାରେ ଆଗକୁ ଗଲେ ଆଉ କିଛି ନୂଆ ବାହାରିପାରେ । ଏବେ ତ ସମୟ ଅଛି, ସ୍ଥାପନା ନିଶ୍ଚୟ ହେବ । ନିରାଶ ମଧ୍ୟ ହେବାର ନାହିଁ । କର୍ମେନ୍ଦ୍ରିୟକୁ ବଶ ନ କରିପାରିଲେ ଅବନତି ହୋଇଥାଏ । ଯଦି ବିକାରଗ୍ରସ୍ତ ହେଲେ ତେବେ ଆତ୍ମା ରୂପୀ ଛୁଞ୍ଚି ଉପରେ ବହୁତ ଜଙ୍କ୍ ଲାଗିଯିବ । ବିକାରଗ୍ରସ୍ତ ହେବା ଦ୍ୱାରା ଅଧିକ ଜଙ୍କ୍ ଲାଗିଯାଇଥାଏ । ସତ୍ୟ-ତ୍ରେତା ଯୁଗରେ ବିଲ୍‌କୁଲ୍ ଅଳ୍ପ ଜଙ୍କ ଲାଗୁଛି ଆଉ ଅଧାକଳ୍ପରେ ଜଲ୍‌ଦି ଜଲ୍‌ଦି ଜଙ୍କ୍ ଲାଗିଯାଉଛି । ଅଧୋଗତି ହୋଇଯାଉଛି ସେଥିପାଇଁ ନିର୍ବିକାରୀ ଏବଂ ବିକାରୀର ଗାୟନ ରହିଛି । ନିର୍ବିକାରୀ ଦେବତାମାନଙ୍କର ସ୍ମାରକୀମାନ ରହିଛି ନା । ବାବା କହୁଛନ୍ତି ଦେବୀ-ଦେବତା ଧର୍ମ ପ୍ରାୟଃ ଲୋପ ହୋଇ ଗଲାଣି । ଚିହ୍ନ ତ ରହିଛି ନା । ସବୁଠାରୁ ଭଲ ଚିହ୍ନ ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ର ଅଟେ । ତୁମେ ଏହି ଲକ୍ଷ୍ମୀ-ନାରାୟଣଙ୍କ ଚିତ୍ରକୁ ନେଇ ପରିକ୍ରମା କରିପାରିବ, କାହିଁକି ନା ତୁମେ ଏପରି ଲକ୍ଷ୍ମୀ-ନାରାୟଣ ହେଉଛ ନା । ରାବଣ ରାଜ୍ୟର ବିନାଶ, ରାମ ରାଜ୍ୟର ସ୍ଥାପନା ହୋଇଥାଏ । ତାହା ରାମରାଜ୍ୟ, ଏହା ରାବଣ ରାଜ୍ୟ, ବର୍ତ୍ତମାନ ହେଲା ସଂଗମ । ଅନେକାନେକ ପଏଣ୍ଟସ୍ ରହିଛି । ଡାକ୍ତରମାନଙ୍କ ବୁଦ୍ଧିରେ କେତେ ପ୍ରକାରର ଔଷଧ ମନେ ରହିଥାଏ । ବାରିଷ୍ଟରମାନଙ୍କ ବୁଦ୍ଧିରେ ମଧ୍ୟ ଅନେକ ପ୍ରକାରର ପଏଣ୍ଟସ୍ ରହିଥାଏ । ଅନେକ ବିଷୟ ବସ୍ତୁକୁ ନେଇ ବହୁତ ଭଲ ପୁସ୍ତକ ତିଆରି ହୋଇ ପାରିବ । ଭାଷଣ କରିବାକୁ ଯିବା ସମୟରେ ପଏଣ୍ଟସ୍ ଗୁଡିକ ଉପରେ ନଜର ପକାଇଦିଅ । ତୀକ୍ଷଣ ବୁଦ୍ଧିସମ୍ପନ୍ନ ହୋଇଥିଲେ ତୁରନ୍ତ ଦେଖି ନେବେ । ପ୍ରଥମେ ତ ଲେଖିବା ଦରକାର ଯେ ମୁଁ ଏହିପରି ଭାବରେ ବୁଝାଇବି । କେବେ କେବେ ଭାଷଣ କରିବା ପରେ ମଧ୍ୟ ପଏଣ୍ଟ ମନେ ପଡିଥାଏ ନା । ଏପରି ବୁଝାଇଥିଲେ ଭଲ ହୋଇଥାନ୍ତା । ଏହି ପଏଣ୍ଟସ୍ ଅନ୍ୟକୁ ବୁଝାଇବା ଦ୍ୱାରା ସେମାନେ ବୁଝିବେ । ବିଷୟ ଗୁଡିକର ତାଲିକା ହେବା ଦରକାର । ପୁଣି ସେଥିରୁ ଗୋଟିଏ ବିଷୟବସ୍ତୁକୁ ନେଇ ମନେ ମନେ ଭାଷଣ କରିବା ଦରକାର ବା ଲେଖିବା ଦରକାର । ପୁଣି ଦେଖିବା ଦରକାର ସବୁ ପଏଣ୍ଟସ୍ ଲେଖିଛି ତ? ଯେତେ ଚିନ୍ତନ କରିବ ସେତେ ଭଲ । ବାବା ତ ଜାଣୁଛନ୍ତି ନା ଇଏ ଭଲ ସର୍ଜନ ଅଟନ୍ତି, ୟାଙ୍କ ବୁଦ୍ଧିରେ ବହୁତ ପଏଣ୍ଟସ୍ ଅଛି । ଜ୍ଞାନରେ ଭରପୂର ହୋଇଗଲେ ପୁଣି ସେବା ବିନା ମଜା ଆସିବ ନାହିଁ ।

ତୁମେ ପ୍ରଦର୍ଶନୀ କରୁଛ କେଉଁଠୁ ୨-୪ ଜଣ, କେଉଁଠାରୁ ୬-୮ ଜଣ ବାହାରୁଛନ୍ତି । କେତେକ ସ୍ଥାନରୁ ତ ଜଣେ ହେଲେ ବି ବାହାରୁ ନାହାଁନ୍ତି । ହଜାର ହଜାର ଆତ୍ମା ପ୍ରଦର୍ଶନୀ ଦେଖିଲେ, କିନ୍ତୁ କେତେ କମ୍ ଆତ୍ମା ଜ୍ଞାନକୁ ବୁଝୁଛନ୍ତି । ସେଥିପାଇଁ ଏବେ ବଡ-ବଡ ଚିତ୍ର ମଧ୍ୟ ତିଆରି କରାଯାଉଛି । ତୁମେ ଧିରେ ଧିରେ ହୁସିଆର ହୋଇଯାଉଛ । ବଡ ବଡ ଲୋକଙ୍କର ଅବସ୍ଥା କ’ଣ ତାହା ମଧ୍ୟ ତୁମେ ଦେଖୁଛ । ବାବା ବୁଝାଉଛନ୍ତି ଯାଞ୍ଚ କରିବା ଦରକାର ଯେ କାହାକୁ ଏହି ଜ୍ଞାନ ଦେବା ଦରକାର । ନାଡି ଦେଖିବା ଉଚିତ୍ ଯେ ଇଏ ମୋର ଭକ୍ତ ହୋଇଥିବା ଦରକାର । ଗୀତା ପାଠକମାନଙ୍କୁ ଗୋଟିଏ ମୁଖ୍ୟ କଥା ବୁଝାଅ - ଯେ ଭଗବାନଙ୍କୁ ହିଁ ସର୍ବୋଚ୍ଚ କୁହାଯାଏ । ସେ ତ ନିରାକାର ହିଁ ଅଟନ୍ତି । କୌଣସି ବି ଦେହଧାରୀ ମନୁଷ୍ୟକୁ ଭଗବାନ କୁହାଯିବ ନାହିଁ । ତୁମେ ଏବେ ସବୁ କଥା ବୁଝିସାରିଛ । ସନ୍ନ୍ୟାସୀମାନେ ମଧ୍ୟ ନିଜ ଘରର ସନ୍ନ୍ୟାସ କରି ପଳାଇ ଯାଉଛନ୍ତି । କେହି କେହି ବ୍ରହ୍ମଚାରୀ ହିଁ ଚାଲିଯାଉଛନ୍ତି । ପୁଣି ପରଜନ୍ମରେ ମଧ୍ୟ ସେହିପରି ହୋଇଥାଏ । ଜନ୍ମ ତ ନିଶ୍ଚୟ ମାତା ଗର୍ଭରୁ ହିଁ ନେବେ । ବିବାହ ନ କରିବା ପର୍ଯ୍ୟନ୍ତ ବନ୍ଧନମୁକ୍ତ ଅଟନ୍ତି, ଏତେ କୌଣସି ସମ୍ବନ୍ଧୀ ମନେ ପଡିବେ ନାହିଁ । ବିବାହ କଲେ ପୁଣି ସମ୍ବନ୍ଧ ମନେ ପଡିବ । ଭୁଲିବା ପାଇଁ ସମୟ ଲାଗିଥାଏ, ତୁରନ୍ତ ବନ୍ଧନମୁକ୍ତ ହୋଇ ପାରୁ ନାହାଁନ୍ତି । ନିଜର ଜୀବନ କାହାଣୀ ବିଷୟରେ ତ ସମସ୍ତଙ୍କୁ ନିଶ୍ଚିତ ଜଣାଥାଏ । ସନ୍ନ୍ୟାସୀମାନେ ଜାଣିଥା’ନ୍ତି ପ୍ରଥମେ ଆମେ ଗୃହସ୍ଥୀ ଥିଲୁ ପୁଣି ସନ୍ନ୍ୟାସ କଲୁ । ତୁମର ସନ୍ନ୍ୟାସ ବହୁତ ଶ୍ରେଷ୍ଠ ସେଥିପାଇଁ ଏତେ ମେହନତ କରିବାକୁ ପଡୁଛି । ସେହି ସନ୍ନ୍ୟାସୀମାନେ ବିଭୂତି ବୋଳି ହୁଅନ୍ତି, ଲଣ୍ଡା ହୋଇଥାନ୍ତି, ବେଶ ବଦଳାଇ ଦେଇଥାନ୍ତି । ତୁମକୁ ତ ଏପରି କରିବାର ଆବଶ୍ୟକତା ନାହିଁ । ଏଠାରେ ତ ପୋଷାକ ବଦଳାଇବାର ମଧ୍ୟ ଆବଶ୍ୟକତା ନାହିଁ । ତୁମେ ଧଳା ଶାଢୀ ନ ପିନ୍ଧିଲେ ମଧ୍ୟ କିଛି ଆପତ୍ତି ନାହିଁ । ଏହା ତ ବୁଦ୍ଧି ପାଇଁ ଜ୍ଞାନ ଅଟେ । ମୁଁ ଆତ୍ମା, ଏହି ନିଶ୍ଚୟରେ ବାବାଙ୍କୁ ମନେ ପକାଇବାକୁ ହେବ, ଏହାଦ୍ୱାରା ହିଁ ଜଙ୍କ ବାହାରିଯିବ ଏବଂ ମୁଁ ସତ୍ତ୍ୱପ୍ରଧାନ ହୋଇଯିବି । ସମସ୍ତଙ୍କୁ ତ ଘରକୁ ଫେରିବାକୁ ହେବ । କେହି ଯୋଗବଳ ଦ୍ୱାରା ପବିତ୍ର ହୋଇଯିବେ, କେହି ଦଣ୍ଡ ଭୋଗ କରିଯିବେ । ତୁମ ସନ୍ତାନମାନଙ୍କୁ ଜଙ୍କ୍ ଛଡାଇବା ପାଇଁ ହିଁ ମେହନତ କରିବାକୁ ପଡୁଛି, ସେଥିପାଇଁ ଏହାକୁ ଯୋଗ ଅଗ୍ନି ମଧ୍ୟ କୁହାଯାଉଛି । ଅଗ୍ନି ଦ୍ୱାରା ପାପ ଭସ୍ମ ହୋଇଥାଏ । ତୁମେ ପବିତ୍ର ହୋଇଯିବ । କାମ ଚିତାକୁ ମଧ୍ୟ ଅଗ୍ନି କହିଥାନ୍ତି । କାମ ଅଗ୍ନିରେ ଜଳି ଜଳି କଳା ହୋଇଯାଇଛନ୍ତି । ଏବେ ବାବା କହୁଛନ୍ତି ଗୋରା ହୁଅ । ଏହି କଥା ତୁମ ବ୍ରାହ୍ମଣମାନଙ୍କ ବ୍ୟତୀତ ଆଉ କାହାରି ବୁଦ୍ଧିରେ ଆସିବ ନାହିଁ । କାରଣ ଏହି କଥା ହିଁ ନିଆରା ଅଟେ । ତୁମକୁ କହୁଛନ୍ତି ଏମାନେ ଶାସ୍ତ୍ରକୁ ବି ମାନୁ ନାହାଁନ୍ତି । ନାସ୍ତିକ ହୋଇଯାଇଛନ୍ତି । କୁହ, ଶାସ୍ତ୍ର ତ ଆମେ ପଢୁଥିଲୁ, ପୁଣି ବାବା ଆସି ଜ୍ଞାନ ଦେଲେ । ଜ୍ଞାନ ଦ୍ୱାରା ସଦ୍‌ଗତି ହେଉଛି । ଭଗବାନୁବାଚ ବେଦ ଉପନିଷଦ ଆଦି ପଢି, ଦାନ-ପୁଣ୍ୟ କରି କେହି ବି ମୋତେ ପ୍ରାପ୍ତ କରିପାରି ନାହାଁନ୍ତି । ମୋ’ ଦ୍ୱାରା ହିଁ ମୋତେ ପ୍ରାପ୍ତ କରିପାରିବେ । ବାବା ହିଁ ଆସି ଏଥିପାଇଁ ଯୋଗ୍ୟ କରୁଛନ୍ତି । ଆତ୍ମାରେ ଜଙ୍କ୍ ଲାଗିଗଲେ ବାବାଙ୍କୁ ଡାକିଥା’ନ୍ତି ଯେ ଆସି ଆମକୁ ପବିତ୍ର କର । ତମୋପ୍ରଧାନ ଆତ୍ମାକୁ ସତ୍ତ୍ୱପ୍ରଧାନ କରିବାକୁ ହେବ, ତମୋପ୍ରଧାନରୁ ତମୋ, ରଜୋ, ସତ୍ତ୍ୱ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଯଦି ମଝିରେ ଗଡବଡ ହେଲା ତେବେ ପୁନର୍ବାର ଜଙ୍କ ଲାଗିଯିବ ।

ବାବା ଆମକୁ ଏତେ ଶ୍ରେଷ୍ଠ କରୁଛନ୍ତି ତେଣୁ ଅନ୍ତର୍ମନରେ ସେହିଭଳି ଖୁସି ରହିବା ଦରକାର ନା । ବିଦେଶକୁ ପାଠପଢିବା ପାଇଁ ଖୁସିରେ ଯାଇଥାନ୍ତି ନା । ଏବେ ତୁମେ କେତେ ବୁଦ୍ଧିମାନ ହେଉଛ । କଳିଯୁଗରେ କେତେ ତମୋପ୍ରଧାନ ଅଜ୍ଞାନୀ ହୋଇଯାଇଛନ୍ତି । ସେମାନଙ୍କୁ ଯେତେ ସ୍ନେହ କଲେ ମଧ୍ୟ ସେତେ ବିରୋଧ କରୁଛନ୍ତି । ତୁମେ ସନ୍ତାନମାନେ ଜାଣିଛ ଆମର ରାଜଧାନୀ ସ୍ଥାପନ ହେଉଛି । ଯିଏ ଭଲ ଭାବରେ ପାଠ ପଢିବେ, ବାବାଙ୍କ ସ୍ମୃତିରେ ରହିବେ ସିଏ ଭଲ ପଦ ପାଇବେ । ଭାରତରୁ ହିଁ ଚାରା ଲାଗିବା ଆରମ୍ଭ ହେଉଛି । ଦିନକୁ ଦିନ ଖବରକାଗଜ ଦ୍ୱାରା ତୁମର ନାମ ପ୍ରଖ୍ୟାତ ହୋଇଯିବ । ଖବରକାଗଜ ତ ସବୁ ଆଡକୁ ଯାଉଛି । ସେହି ଖବରକାଗଜବାଲା କେବେ ଭଲ ଲେଖିବେ ତ କେବେ ଖରାପ ଲେଖିବେ, କାହିଁକି ନା ସେମାନେ ଅନ୍ୟର ମଧ୍ୟ ଶୁଣାଶୁଣି କଥାରେ ଚାଲୁଛନ୍ତି ନା । ଯିଏ ଯାହା ଶୁଣାଇଦେଲା ତାହା ଲେଖି ଦେବେ । ଶୁଣିବା କଥାରେ ବହୁତ ପ୍ରଭାବିତ ହେଉଛନ୍ତି ତାକୁ ପରମତ କୁହାଯାଏ । ପରମତ ତ ଆସୁରୀ ମତ ହୋଇଗଲା । ବାବାଙ୍କର ହେଲା ଶ୍ରୀମତ । କେହି ଯଦି ଓଲଟା କଥା କହିଦେଲେ ତେବେ ଆସିବା ହିଁ ବନ୍ଦ କରି ଦେଉଛନ୍ତି । ସେବାଧାରୀ ସନ୍ତାନମାନଙ୍କୁ ହିଁ ସବୁ କିଛି ଜଣାଥାଏ । ଏଠାରେ ତୁମେ ଯାହା ବି ସେବା କରୁଛ, ଏହା ତୁମର ନମ୍ବରୱାନ ସେବା ଅଟେ । ତୁମେ ଏଠାରେ ସେବା କରୁଛ, ଫଳ ସେଠାରେ ଅର୍ଥାତ୍ ସ୍ୱର୍ଗରେ ମିଳୁଛି । କର୍ତ୍ତବ୍ୟ ତ ଏଠାରେ ଏବେ ବାବାଙ୍କ ସାଥିରେ କରୁଛ ନା । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଆତ୍ମା ରୂପୀ ଛୁଞ୍ଚି ଉପରେ କଳଙ୍କି ଲାଗିଯାଇଛି, ତା’କୁ ଯୋଗବଳ ଦ୍ୱାରା ସଫା କରି ସତ୍ତ୍ୱପ୍ରଧାନ ହେବାର ମେହନତ କରିବାକୁ ହେବ, କେବେ ବି ପର କଥାରେ ପଡି ପାଠପଢାକୁ ଛାଡିବାର ନାହିଁ ।

(୨) ବୁଦ୍ଧିକୁ ଜ୍ଞାନର ପଏଣ୍ଟସ୍ ରେ ଭରପୂର ରଖି ସେବା କରିବାକୁ ହେବ । ନାଡି ଦେଖି ଜ୍ଞାନ ଦେବାକୁ ପଡିବ । ବହୁତ ବହୁତ ତୀକ୍ଷ୍ମ ବୁଦ୍ଧି ହେବାକୁ ପଡିବ ।

ବରଦାନ:-
କଳିଯୁଗୀ ଦୁନିଆର ଦୁଃଖ-ଅଶାନ୍ତିର ଦୃଶ୍ୟକୁ ଦେଖୁଥିଲେ ମଧ୍ୟ ସର୍ବଦା ସାକ୍ଷୀ ଏବଂ ବେହଦର ବୈରାଗୀ ଭବ ।

ଏହି କଳିଯୁଗୀ ଦୁନିଆରେ ଯାହା ବି ହେଉଥାଉ କିନ୍ତୁ ତୁମମାନଙ୍କର ସର୍ବଦା ଚଢିବାର କଳା ରହିଛି । ଦୁନିଆ ପାଇଁ ହାହାକାରର ପରିସ୍ଥିତି କିନ୍ତୁ ତୁମମାନଙ୍କ ପାଇଁ ଜୟଜୟକାରର ଖୁସି । ତୁମେମାନେ କୌଣସି ବି ପରିସ୍ଥିତିରେ ବିଚଳିତ ହେଉ ନାହଁ କାରଣ ତୁମେମାନେ ପୂର୍ବରୁ ହିଁ ପ୍ରସ୍ତୁତ ଅଛ । ସାକ୍ଷୀ ହୋଇ ସବୁ ପ୍ରକାରର ଖେଳକୁ ଦେଖୁଛ । କେହି ଯଦି କାନ୍ଦୁଛି ବା ଚିତ୍କାର କରୁଛି କିନ୍ତୁ ସାକ୍ଷୀ ହୋଇ ଖେଳ ଦେଖିବା ଦ୍ୱାରା ମଜା ଲାଗୁଛି । ତେଣୁ ଯେଉଁମାନେ କଳିଯୁଗୀ ଦୁନିଆର ଦୁଃଖ ଅଶାନ୍ତିର ଦୃଶ୍ୟକୁ ସାକ୍ଷୀ ହୋଇ ଦେଖିଥାଆନ୍ତି ସେମାନେ ସହଜରେ ବେହଦର ବୈରାଗୀ ହୋଇଯାଆନ୍ତି ।

ସ୍ଲୋଗାନ:-
ଯେ କୌଣସି ପ୍ରକାରର ଧରଣୀକୁ ପ୍ରସ୍ତୁତ କରିବା ପାଇଁ ହେଲେ ବାଣୀ ସାଥୀରେ ବୃତ୍ତି ଦ୍ୱାରା ମଧ୍ୟ ସେବା କର ।

ଅବ୍ୟକ୍ତ ଈଶାରା:- ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।

ଯେପରି କୌଣସି ମେଶିନ୍‌କୁ ପ୍ରଥମେ ଠିକ୍ ଭାବରେ ସେଟ୍ କରାଯାଏ ଯାହାକି ଥରେ ସେଟ୍ କରିଦେବା ଦ୍ୱାରା ତାହା ଆପେ ଆପେ ତା’ର କାମ କରିଚାଲିଥାଏ । ସେହିପରି ତୁମର ସମ୍ପୂର୍ଣ୍ଣ ସ୍ଥିତିକୁ ବା ବାବାଙ୍କ ସମାନ ସ୍ଥିତିକୁ ବା କର୍ମାତୀତ ସ୍ଥିତିର ଷ୍ଟେଜ୍‌କୁ ଏଭଳି ସେଟ୍ କରିଦିଅ ଅର୍ଥାତ୍ ଫିକ୍ସ କରିଦିଅ ଯାହାକି ତୁମର ସଂକଳ୍ପ ବା ଶବ୍ଦ ବା କର୍ମ ସେହି ଅନୁସାରେ ଆପେ ଆପେ ଚାଲିବାକୁ ଲାଗିବ ।