30.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ ପୁରୁଷୋତ୍ତମ କରିବା ପାଇଁ ପାଠ ପଢାଉଛନ୍ତି, ତୁମେ ବର୍ତ୍ତମାନ କନିଷ୍ଠରୁ ଉତ୍ତମ
ପୁରୁଷ ହେବାକୁ ଯାଉଛ, ଦେବତାମାନେ ସବୁଠାରୁ ଉତ୍ତମ ଅଟନ୍ତି ।”
ପ୍ରଶ୍ନ:-
ଏଠାରେ ତୁମେ
ପିଲାମାନେ କେଉଁ ମେହନତ କରୁଛ, ଯାହାକି ସତ୍ୟଯୁଗରେ କରିବ ନାହିଁ?
ଉତ୍ତର:-
ଏଠାରେ ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି ଆତ୍ମ-ଅଭିମାନୀ ହୋଇ ଶରୀର ଛାଡିବା ପାଇଁ ବହୁତ
ପରିଶ୍ରମ କରିବାକୁ ପଡୁଛି । ସତ୍ୟଯୁଗରେ ବିନା ମେହନତରେ ବସି-ବସି ଶରୀର ଛାଡିଦେବ । ବର୍ତ୍ତମାନ
ଏହି ପରିଶ୍ରମ ଅଥବା ଅଭ୍ୟାସ କରୁଛ କି ମୁଁ ଆତ୍ମା ଅଟେ, ମୋତେ ଏହି ପୁରୁଣା ଦୁନିଆ ପୁରୁଣା
ଶରୀରକୁ ଛାଡି, ନୂଆ ନେବାକୁ ହେବ । ସତ୍ୟଯୁଗରେ ଏହି ଅଭ୍ୟାସର କୌଣସି ଆବଶ୍ୟକତା ପଡିବ ନାହିଁ ।
ଗୀତ:-
ଦୂର ଦେଶ କା
ରହେନ ବାଲା...
ଓମ୍ ଶାନ୍ତି ।
ମିଠା-ମିଠା
ଆତ୍ମିକ ପିଲାମାନେ ଜାଣିଛନ୍ତି ଯେ ପୁଣି ଥରେ ଅର୍ଥାତ୍ କଳ୍ପ-କଳ୍ପ ପରେ । ଏହାକୁ କୁହାଯାଉଛି
ପୁଣି ଥରେ ଦୂରଦେଶର ବାସିନ୍ଦା ଆସିଛନ୍ତି ଅନ୍ୟର ଦେଶକୁ । ଏକଥା କେବଳ ସେହି ଜଣଙ୍କ ନିମନ୍ତେ
ହିଁ ଗାୟନ କରାଯାଉଛି, ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି, ଯିଏକି ବିଚିତ୍ର ଅଟନ୍ତି ।
ତାଙ୍କର କୌଣସି ଚିତ୍ର ନାହିଁ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ଦେବତା କୁହାଯାଉଛି । ଶିବ
ଭଗବାନୁବାଚ କୁହାଯାଉଛି, ସେ ପରମଧାମରେ ରହୁଛନ୍ତି । ତାଙ୍କୁ ସୁଖଧାମରେ କେହି ଡାକୁ ନାହାଁନ୍ତି,
ଦୁଃଖଧାମରେ ହିଁ ଡାକୁଛନ୍ତି । ସେ ସଂଗମଯୁଗରେ ହିଁ ଆସୁଛନ୍ତି । ଏକଥା ତ ପିଲାମାନେ ଜାଣିଛନ୍ତି
ଯେ ସତ୍ୟଯୁଗରେ ସାରା ବିଶ୍ୱ ଉପରେ ତୁମେ ପୁରୁଷୋତ୍ତମ ହୋଇ ରହିବ । ମଧ୍ୟମ, କନିଷ୍ଠ ସେଠାରେ କେହି
ରହିବେ ନାହିଁ । ଉତ୍ତମରୁ ଉତ୍ତମ ପୁରୁଷ ଏହି ଶ୍ରୀ ଲକ୍ଷ୍ମୀ-ନାରାୟଣ ଅଟନ୍ତି ନା । ଏମାନଙ୍କୁ
ଏପରି ଶ୍ରୀ-ଶ୍ରୀ ଶିବବାବା ହିଁ କରିଛନ୍ତି । ଶ୍ରୀ-ଶ୍ରୀ ସେହି ଶିବବାବାଙ୍କୁ ହିଁ କୁହାଯାଉଛି ।
ଆଜିକାଲି ତ ସନ୍ନ୍ୟାସୀମାନେ ମଧ୍ୟ ନିଜକୁ ଶ୍ରୀ-ଶ୍ରୀ କହିଦେଉଛନ୍ତି । ବାବା ହିଁ ଆସି ଏହି
ସୃଷ୍ଟିକୁ ପୁରୁଷୋତ୍ତମ କରାଉଛନ୍ତି । ସତ୍ୟଯୁଗରେ ସାରା ସୃଷ୍ଟିରେ କେବଳ ଉତ୍ତମରୁ ଉତ୍ତମ
ପୁରୁଷମାନେ ହିଁ ରହିବେ । ଉତ୍ତମରୁ ଉତ୍ତମ ଏବଂ କନିଷ୍ଠରୁ କନିଷ୍ଠର ଫରକକୁ ତୁମେମାନେ ଏହି ସମୟରେ
ହିଁ ବୁଝୁଛ । କନିଷ୍ଠ ମନୁଷ୍ୟ ନିଜର ନୀଚପଣିଆ ଦେଖାଇଥା’ନ୍ତି । ବର୍ତ୍ତମାନ ତୁମେମାନେ ଜାଣୁଛ
ଆମେ କ’ଣ ଥିଲୁ, ଏବେ ପୁନର୍ବାର ଆମେ ସ୍ୱର୍ଗବାସୀ ପୁରୁଷୋତ୍ତମ ହେବାକୁ ଯାଉଛୁ । ଏହା ହେଉଛି
ସଂଗମଯୁଗ । ତୁମେମାନେ ଜାଣିଛ ଏହି ପୁରୁଣା ଦୁନିଆ ନୂଆ ହେବ । ପୁରୁଣାରୁ ନୂଆ, ନୂଆରୁ ପୁରୁଣା
ନିଶ୍ଚିତ ହୋଇଥାଏ । ନୂଆକୁ ସତ୍ୟଯୁଗ, ପୁରୁଣାକୁ କଳିଯୁଗ କୁହାଯାଉଛି । ବାବା ହେଉଛନ୍ତି ଖାଣ୍ଟି
ସୁନା, ଯିଏକି ସତ୍ୟ କହୁଛନ୍ତି ତେଣୁ ତାଙ୍କୁ ସତ୍ୟ ବୋଲି କୁହାଯାଏ । ସିଏ ସବୁ କିଛି ସତ୍ୟ
ବତାଉଛନ୍ତି । ଏମାନେ ଯେଉଁ କଥା କହୁଛନ୍ତି ଯେ ଈଶ୍ୱର ସର୍ବବ୍ୟାପୀ ଅଟନ୍ତି, ଏହା ମିଥ୍ୟା ଅଟେ ।
ଏବେ ବାବା କହୁଛନ୍ତି ମିଥ୍ୟା କଥା ଶୁଣ ନାହିଁ । ଖରାପ କଥା ଶୁଣ ନାହିଁ, ଖରାପ କଥା ଦେଖ ନାହିଁ...
ରାଜ-ବିଦ୍ୟାର କଥା ଅଲଗା । ତାହା ଅଳ୍ପ କାଳର ସୁଖ ନିମନ୍ତେ ଉଦ୍ଧିଷ୍ଟ । ଅନ୍ୟ ଜନ୍ମ ନେଲେ ପୁଣି
ନୂଆ ରୂପରେ ପଢିବାକୁ ପଡିବ । ତାହା ହେଉଛି ଅଳ୍ପକାଳର ସୁଖ । ଏହା ହେଲା ୨୧ ଜନ୍ମ, ୨୧ ପିଢି
ନିମନ୍ତେ । ବୃଦ୍ଧ ଅବସ୍ଥାକୁ ପିଢି ବୋଲି କୁହାଯାଇଥାଏ । ସେଠାରେ କେବେ ଅକାଳମୃତ୍ୟୁ ହେବ ନାହିଁ
। ଏଠାରେ ତ ଦେଖ କିପରି ଅକାଳ ମୃତ୍ୟୁ ହୋଇ ଚାଲିଛି । ଜ୍ଞାନରୁ ମଧ୍ୟ ମରିଯାଉଛନ୍ତି ଅର୍ଥାତ୍
ବାବାଙ୍କର ହାତ ଛାଡି ଚାଲିଯାଉଛନ୍ତି । ତୁମେ ଏବେ କାଳ ଉପରେ ବିଜୟ ପ୍ରାପ୍ତ କରୁଛ । ଜାଣିଛ ତାହା
ହେଲା ଅମରଲୋକ, ଏହା ମୃତ୍ୟୁଲୋକ । ସେଠାରେ ଯେତେବେଳେ ବୁଢା ହୋଇଯିବେ ତାଙ୍କୁ ସାକ୍ଷାତ୍କାର ହେବ
ଯେ - ମୁଁ ଏହି ଶରୀର ଛାଡି ଯାଇ ପିଲା ହୋଇ ଜନ୍ମ ନେବି । ବୃଦ୍ଧ ଅବସ୍ଥା ସଂପୂର୍ଣ୍ଣ ହେଲେ ଶରୀର
ଛାଡି ଦେବେ । ନୂଆ ଶରୀର ମିଳିବ ତାହା ତ’ ଭଲ କଥା ନା । ବସୁ-ବସୁ ଖୁସିରେ ଶରୀର ଛାଡି
ଦେଇଥା’ନ୍ତି । ଏଠାରେ ତ ସେହି ଅବସ୍ଥାରେ ରହି ଶରୀର ଛାଡିବା ପାଇଁ ପରିଶ୍ରମ କରିବାକୁ ପଡୁଛି ।
ଏଠାରେ ଯେଉଁ ସବୁ ପରିଶ୍ରମ କରିବାକୁ ପଡୁଛି ସେଠାରେ ପୁଣି ସାଧାରଣ ହୋଇଯିବ । ଏଠାରେ ଦେହ ସହିତ
ଯାହା କିଛି ଅଛି ସବୁ କିଛି ଭୁଲିଯିବାକୁ ହେବ । ନିଜକୁ ଆତ୍ମା ଭାବିବାକୁ ହେବ, ଏହି ପୁରୁଣା
ଦୁନିଆକୁ ଛାଡିବାକୁ ହେବ । ନୂଆ ଶରୀର ନେବାକୁ ପଡିବ । ଆତ୍ମା ସତ୍ତ୍ୱପ୍ରଧାନ ଥିଲା ତେଣୁ
ସୁନ୍ଦର ଶରୀର ମିଳିଥିଲା । ପୁଣି କାମ ଚିତାରେ ବସିବା ଦ୍ୱାରା କଳା ତମଃପ୍ରଧାନ ହୋଇଗଲା, ତେଣୁ
ଶରୀର ମଧ୍ୟ ଶ୍ୟାମଳ ମିଳିଲା । ସୁନ୍ଦରରୁ ଶ୍ୟାମଳ ହୋଇଗଲେ । କୃଷ୍ଣଙ୍କର ନାମ ତ କୃଷ୍ଣ ହିଁ ଅଟେ
ପୁଣି ତାଙ୍କୁ ଶ୍ୟାମ ସୁନ୍ଦର କାହିଁକି କହୁଛନ୍ତି? ଚିତ୍ରରେ ମଧ୍ୟ କୃଷ୍ଣଙ୍କ ଚିତ୍ରକୁ ଶ୍ୟାମଳ
କରିଦେଉଛନ୍ତି କିନ୍ତୁ ଅର୍ଥ କିଛି ବି ବୁଝୁନାହାଁନ୍ତି । ଏବେ ତୁମେ ଜାଣୁଛ ସେଠାରେ
ସତ୍ତ୍ୱପ୍ରଧାନ ଥିଲେ ତେଣୁ ସୁନ୍ଦର ଥିଲେ । ଏବେ ତମୋପ୍ରଧାନ ତେଣୁ ଶ୍ୟାମଳ ହୋଇଯାଇଛନ୍ତି ।
ସତ୍ତ୍ୱପ୍ରଧାନକୁ ପୁରୁଷୋତ୍ତମ, ତମୋପ୍ରଧାନକୁ କନିଷ୍ଠ କୁହାଯିବ । ବାବା ତ ସଦା ପବିତ୍ର ଅଟନ୍ତି
। ସେ ସୁନ୍ଦର କରାଇବା ପାଇଁ ହିଁ ଆସୁଛନ୍ତି । ସିଏ ମୁସାଫିର ଅର୍ଥାତ୍ ଦୂରରୁ ଆସୁଥିବା ଯାତ୍ରୀ
ଅଟନ୍ତି ନା । କଳ୍ପ-କଳ୍ପ ଆସୁଛନ୍ତି, ନଚେତ୍ ପୁରୁଣା ଦୁନିଆକୁ ନୂଆ କିଏ କରିବ! ଏହା ତ ପତିତ
ବିକାରୀ ଦୁନିଆ ଅଟେ । ଏହି ସବୁ କଥାକୁ ଦୁନିଆରେ କେହି ଜାଣିନାହାଁନ୍ତି । ବର୍ତ୍ତମାନ ତୁମେ
ଜାଣୁଛ ବାବା ଆମକୁ ପୁରୁଷୋତ୍ତମ କରିବା ପାଇଁ ରାଜଯୋଗର ପାଠ ପଢାଉଛନ୍ତି । ପୁନର୍ବାର ଦେବତା ହେବା
ପାଇଁ ଆମେ ବ୍ରାହ୍ମଣ ହୋଇଛୁ । ତୁମେ ସଂଗମଯୁଗୀ ବ୍ରାହ୍ମଣ ଅଟ । ଦୁନିଆ ଏକଥା ଜାଣିନାହିଁ ଯେ
ବର୍ତ୍ତମାନ ସଂଗମଯୁଗ ଚାଲିଛି । ଶାସ୍ତ୍ରରେ କଳ୍ପର ଆୟୁଷ ଲକ୍ଷ ଲକ୍ଷ ବର୍ଷ ଲେଖିଦେଇଛନ୍ତି ତେଣୁ
ଭାବୁଛନ୍ତି କଳିଯୁଗ ତ ଏବେ ପିଲା ଅଟେ ଅର୍ଥାତ୍ ଏବେ ଆରମ୍ଭମାତ୍ର । ଏବେ ତୁମେ ଅନ୍ତରର ସହିତ
ଅନୁଭବ କରୁଛ ଯେ— ଆମେ ଉତ୍ତମରୁ ଉତ୍ତମ, କଳିଯୁଗୀ ପତିତରୁ ସତ୍ୟଯୁଗୀ ପବିତ୍ର, ମନୁଷ୍ୟରୁ ଦେବତା
ହେବା ପାଇଁ ଏଠାକୁ ଆସୁଛୁ । ଗ୍ରନ୍ଥରେ ମଧ୍ୟ ମହିମା ଅଛି - ମଇଳା ବସ୍ତ୍ର (ପତିତ ଆତ୍ମାକୁ) ସଫା
କରୁଛନ୍ତି । କିନ୍ତୁ ଯେଉଁମାନେ ଗ୍ରନ୍ଥ (ଶିଖ୍ ଧର୍ମର ଧର୍ମଶାସ୍ତ୍ର) ପଢୁଛନ୍ତି ସେମାନେ ମଧ୍ୟ
ଅର୍ଥ ବୁଝି ନାହାଁନ୍ତି । ବର୍ତ୍ତମାନ ସମୟରେ ତ ବାବା ଆସି ସାରା ଦୁନିଆର ମନୁଷ୍ୟ ମାତ୍ରକୁ
ପବିତ୍ର କରୁଛନ୍ତି । ତୁମେ ସେହି ବାବାଙ୍କ ସମ୍ମୁଖରେ ବସିଛ । ବାବା ହିଁ ପିଲାମାନଙ୍କୁ
ବୁଝାଉଛନ୍ତି । ଏହି ରଚୟିତା ଏବଂ ରଚନାର ଜ୍ଞାନ ଆଉ କେହି ଜାଣି ହିଁ ନାହାଁନ୍ତି । ବାବା ହିଁ
ଜ୍ଞାନର ସାଗର ଅଟନ୍ତି । ସେ ସତ୍ୟ, ଚୈତନ୍ୟ, ଅମର ଅଟନ୍ତି । ପୁନର୍ଜନ୍ମ ରହିତ ଅଟନ୍ତି । ସେ
ଶାନ୍ତି, ସୁଖ, ପବିତ୍ରତାର ସାଗର ଅଟନ୍ତି । ତାଙ୍କୁ ହିଁ ଡାକୁଛନ୍ତି ଯେ ଏଠାକୁ ଆସି ଏହି ବର୍ସା
ଅର୍ଥାତ୍ ସମ୍ପତ୍ତି ଦିଅ । ତୁମକୁ ଏବେ ବାବା ୨୧ ଜନ୍ମ ପାଇଁ ବର୍ସା ଦେଉଛନ୍ତି । ଏହା ଅବିନାଶୀ
ପାଠପଢା ଅଟେ । ଶିକ୍ଷାଦାତା ମଧ୍ୟ ଅବିନାଶୀ ବାବା ଅଟନ୍ତି । ଅଧାକଳ୍ପ ପାଇଁ ତୁମେ ରାଜ୍ୟ ପାଉଛ
ପୁଣି ରାବଣ ରାଜ୍ୟ ହୋଇଯାଉଛି । ଅଧାକଳ୍ପ ରାମରାଜ୍ୟ, ଅଧାକଳ୍ପ ରାବଣ ରାଜ୍ୟ ଚାଲୁଛି ।
ପ୍ରାଣଠାରୁ ମଧ୍ୟ ପ୍ରିୟ
ଏକମାତ୍ର ବାବା ହିଁ ଅଟନ୍ତି କାହିଁକି ନା ସେ ହିଁ ତୁମ ପିଲାମାନଙ୍କୁ ସବୁ ଦୁଃଖରୁ ମୁକ୍ତ କରି
ଅସରନ୍ତି ସୁଖକୁ ନେଇଯାଉଛନ୍ତି । ତୁମେ ନିଶ୍ଚୟର ସହିତ କହୁଛ ସେ ଆମର ପ୍ରାଣଠାରୁ ପ୍ରିୟ
ପାରଲୌକିକ ପିତା ଅଟନ୍ତି । ଆତ୍ମାକୁ ପ୍ରାଣ ବୋଲି କୁହାଯାଏ । ସବୁ ମନୁଷ୍ୟ ମାତ୍ରକେ ତାଙ୍କୁ ମନେ
ପକାଉଛନ୍ତି କାହିଁକି ନା ଅଧାକଳ୍ପ ପାଇଁ ଦୁଃଖରୁ ମୁକ୍ତ କରି ଶାନ୍ତି ଏବଂ ସୁଖ ସିଏ ହିଁ
ଦେଉଛନ୍ତି । ତେଣୁ ପ୍ରାଣଠାରୁ ପ୍ରିୟ ହେଲେ ନା । ତୁମେ ଜାଣିଛ ସତ୍ୟଯୁଗରେ ଆମେ ସଦା ସୁଖୀ ରହିବୁ
। ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ପୁଣି ରାବଣ ରାଜ୍ୟରୁ ଦୁଃଖ ଆରମ୍ଭ ହେଉଛି । ଏହା
ଦୁଃଖ ଏବଂ ସୁଖର ଖେଳ ଅଟେ । କିନ୍ତୁ ମନୁଷ୍ୟମାନେ ଭାବୁଛନ୍ତି ଯେ ଏହିଠାରେ ହିଁ ସଙ୍ଗେ-ସଙ୍ଗେ
ସୁଖ, ପୁଣି ସଙ୍ଗେ-ସଙ୍ଗେ ଦୁଃଖ ମିଳୁଛି । କିନ୍ତୁ ନା, ତୁମେ ଜାଣିଛ ସ୍ୱର୍ଗ ଅଲଗା, ନର୍କ ଅଲଗା
। ସ୍ୱର୍ଗର ସ୍ଥାପନା ପିତା ଅର୍ଥାତ୍ ରାମ କରୁଛନ୍ତି, ନର୍କର ସ୍ଥାପନା ରାବଣ କରୁଛି, ଯାହାକୁ
ବର୍ଷ-ବର୍ଷ ଧରି ଜଳାଇ ଆସୁଛନ୍ତି, କିନ୍ତୁ କାହିଁକି ଜଳାଉଛନ୍ତି? ତାହା କେଉଁ ପ୍ରକାର ଜିନିଷ?
କିଛି ହେଲେ ଜାଣିନାହାଁନ୍ତି । କେତେ ଖର୍ଚ୍ଚ କରୁଛନ୍ତି । କେତେ କାହାଣୀ ବସି ଶୁଣାଉଛନ୍ତି,
ରାମଙ୍କର ସୀତା ଭଗବତୀକୁ ରାବଣ ନେଇଗଲା । ମନୁଷ୍ୟମାନେ ମଧ୍ୟ ଭାବୁଛନ୍ତି ଏହିପରି ହୋଇଥିବ ।
ବର୍ତ୍ତମାନ ତୁମେ
ସମସ୍ତଙ୍କର କର୍ତ୍ତବ୍ୟକୁ ଜାଣିଛ । ତୁମ ବୁଦ୍ଧିରେ ଏହି ଜ୍ଞାନ ରହିଛି । ସାରା ବିଶ୍ୱର
ଇତିହାସ-ଭୂଗୋଳକୁ କୌଣସି ମନୁଷ୍ୟ ମାତ୍ର ଜାଣିନଥିବେ । ଏକଥା କେବଳ ବାବା ହିଁ ଜାଣିଛନ୍ତି ।
ତାଙ୍କୁ ବିଶ୍ୱର ରଚୟିତା ମଧ୍ୟ କୁହାଯିବ ନାହିଁ । ବିଶ୍ୱ ତ ରହିଛି, ବାବା କେବଳ ଆସି ଜ୍ଞାନ
ଦେଉଛନ୍ତି ଯେ ଏହି ସୃଷ୍ଟିଚକ୍ର କିପରି ଘୂରୁଛି । ଭାରତରେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ
ଥିଲା ପୁଣି କ’ଣ ହେଲା? ଦେବତାମାନେ କ’ଣ କାହା ସହିତ ଲଢେଇ କରିଥିଲେ କି? ସେପରି କିଛି ନୁହେଁ ।
ଅଧାକଳ୍ପ ପରେ ରାବଣରାଜ୍ୟ ଆରମ୍ଭ ହେଉଛି ତେଣୁ ଦେବତାମାନେ ବାମମାର୍ଗକୁ (ବିକାରୀମାର୍ଗକୁ)
ଚାଲିଯାଉଛନ୍ତି । ବାକି ଏପରି ନୁହେଁ ଯେ ଯୁଦ୍ଧରେ କେହି ହରାଇ ଦେଇଛି । ଏଠାରେ ସୈନ୍ୟବାହିନୀ
ଆଦିର କୌଣସି କଥା ନାହିଁ । ନା ଲଢେଇ ଦ୍ୱାରା ରାଜ୍ୟ ନେଉଛନ୍ତି, ନାଁ ହରାଉଛନ୍ତି । ଏଠାରେ ତ
ତୁମେ ଯୋଗ ଦ୍ୱାରା ପବିତ୍ର ହୋଇ ପବିତ୍ର ରାଜ୍ୟ ସ୍ଥାପନ କରୁଛ । ବାକି ହାତରେ କୌଣସି ହିଂସକ
ଜିନିଷ ଅର୍ଥାତ୍ ଅସ୍ତ୍ର ଶସ୍ତ୍ର ଆଦି ନାହିଁ । ଏହା ହେଲା ଡବଲ ଅହିଂସା । ପ୍ରଥମତଃ ପବିତ୍ରତାର
ଅହିଂସା, ଦ୍ୱିତୀୟରେ ତୁମେ କାହାକୁ ଦୁଃଖ ଦେଉନାହିଁ । ସବୁଠାରୁ ବଡ ହିଂସା ହେଉଛି କାମ ବିକାର
ଯାହାକି ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି । ରାବଣର ରାଜ୍ୟରେ ହିଁ ଦୁଃଖ ଆରମ୍ଭ ହେଉଛି । ରୋଗ ଆଦି
ଆରମ୍ଭ ହୋଇଯାଉଛି । ଏଠାରେ କେତେ ଢେର ରୋଗ ବିମାରୀ ହେଉଛି । ଅନେକ ପ୍ରକାରର ଔଷଧ ବାହାରି ଚାଲିଛି
। ସମସ୍ତେ ରୋଗୀ ହୋଇଯାଇଛନ୍ତି ନା । ତୁମେ ଏହି ଯୋଗବଳ ଦ୍ୱାରା ୨୧ ଜନ୍ମ ପାଇଁ ନିରୋଗୀ ହୋଇଯାଉଛ
। ସେଠାରେ ଦୁଃଖ ଅଥବା ବେମାରୀର ଚିହ୍ନ-ବର୍ଣ୍ଣ ନ ଥାଏ । ସେଥିପାଇଁ ତୁମେ ପାଠ ପଢୁଛ । ପିଲାମାନେ
ଜାଣିଛନ୍ତି ଭଗବାନ ଆମକୁ ପାଠ ପଢାଇ ଭଗବାନ ଭଗବତୀ କରୁଛନ୍ତି । ଏହି ପାଠପଢା ମଧ୍ୟ କେତେ ସହଜ ।
ଅଧଘଣ୍ଟା ୪୫ ମିନିଟ୍ରେ ସାରା ଚକ୍ରର ଜ୍ଞାନ ବୁଝାଇ ଦେଉଛନ୍ତି । ୮୪ ଜନ୍ମ ମଧ୍ୟ କିଏ-କିଏ ନେବେ
ଏକଥା ତୁମେ ଜାଣିଛ ।
ଭଗବାନ ଆମକୁ ପାଠ
ପଢାଉଛନ୍ତି, ସେ ହେଉଛନ୍ତି ନିରାକାର । ତାଙ୍କର ପ୍ରକୃତ ନାମ ହେଲା ଶିବ । ସିଏ କଲ୍ୟାଣକାରୀ
ଅଟନ୍ତି ନା । ସମସ୍ତଙ୍କର କଲ୍ୟାଣକାରୀ, ସଦ୍ଗତି ଦାତା ଉଚ୍ଚରୁ ଉଚ୍ଚ ବାବା ହିଁ ଅଟନ୍ତି ।
ମନୁଷ୍ୟମାନଙ୍କୁ ମଧ୍ୟ ଉଚ୍ଚରୁ ଉଚ୍ଚ କରୁଛନ୍ତି । ବାବା ପାଠ ପଢାଇ ହୋସିଆର ଅର୍ଥାତ୍ ପ୍ରବୀଣ
କରାଇ ଏବେ କହୁଛନ୍ତି ଯାଇ ଅନ୍ୟମାନଙ୍କୁ ପଢାଅ । ଏହି ବ୍ରହ୍ମାକୁମାର-କୁମାରୀମାନଙ୍କୁ ଶିବବାବା
ପାଠ ପଢାଉଛନ୍ତି । ବ୍ରହ୍ମାଙ୍କ ଦ୍ୱାରା ତୁମକୁ ପୋଷ୍ୟ କରିଛନ୍ତି । ପ୍ରଜାପିତା ବ୍ରହ୍ମା
କେଉଁଠାରୁ ଆସିଲେ? ଏହି କଥାରେ ହିଁ ଦ୍ୱନ୍ଦ୍ୱରେ ପଡୁଛନ୍ତି । ଏହାଙ୍କୁ ପୋଷ୍ୟ କରିଛନ୍ତି,
କହୁଛନ୍ତି ବହୁତ ଜନ୍ମର ଅନ୍ତିମ ସମୟରେ... ତେବେ ବହୁତ ଜନ୍ମ କିଏ ନେଉଛନ୍ତି? ଏହି
ଲକ୍ଷ୍ମୀ-ନାରାୟଣ ହିଁ ପୂରା ୮୪ ଜନ୍ମ ନେଉଛନ୍ତି ସେଥିପାଇଁ କୃଷ୍ଣଙ୍କ ପାଇଁ ଶ୍ୟାମ ସୁନ୍ଦର
କହିଦେଉଛନ୍ତି । ଆମେ ହିଁ ସୁନ୍ଦର ଥିଲୁ ପୁଣି ୨ କଳା କମ୍ ହୋଇଗଲା । କଳା କମ୍ ହୋଇ-ହୋଇ ଏବେ
କଳାହୀନ ହୋଇଯାଇଛୁ । ଏବେ ତମୋପ୍ରଧାନରୁ ପୁଣି ସତ୍ୱପ୍ରଧାନ କିପରି ହେବେ? ବାବା କହୁଛନ୍ତି ମୋତେ
ମନେ ପକାଇଲେ ତୁମେ ପବିତ୍ର ହୋଇଯିବ । ଏ କଥା ମଧ୍ୟ ଜାଣିଛ ଯେ ଏହା ରୁଦ୍ର ଜ୍ଞାନ ଯଜ୍ଞ ଅଟେ ।
ତେବେ ଯଜ୍ଞରେ ତ ବ୍ରାହ୍ମଣ ଆବଶ୍ୟକ । ତୁମେମାନେ ପ୍ରକୃତ ବ୍ରାହ୍ମଣ ଅଟ ଯିଏକି ସତ୍ୟ ଗୀତା
ଶୁଣାଉଛ ସେଥିପାଇଁ ତୁମେ ଲେଖୁଛ ସତ୍ୟ ଗୀତା ପାଠଶାଳା । ସେହି ଗୀତାରେ ତ ନାମ ହିଁ ବଦଳାଇ
ଦେଇଛନ୍ତି । ହଁ, ଯେଉଁମାନେ କଳ୍ପ ପୂର୍ବରୁ ଯେପରି ଆସି ବର୍ସା ନେଇଥିଲେ, ସେହିମାନେ ହିଁ ଆସି
ନେବେ । ତେବେ ତୁମେ ନିଜ ମନକୁ ପଚାର - ମୁଁ ସଂପୂର୍ଣ୍ଣ ବର୍ସା ନେଇପାରିବି? ମନୁଷ୍ୟ ଶରୀର
ଛାଡିଲେ ଖାଲି ହାତରେ ଯାଇଥାନ୍ତି, ସେହି ବିନାଶୀ ରୋଜଗାର ତ ସାଥୀରେ ଯିବ ନାହିଁ । ତୁମେ ଶରୀର
ଛାଡିଲେ ହାତ ଭର୍ତ୍ତି କରିଯିବ କାହିଁକି ନା ୨୧ ଜନ୍ମ ପାଇଁ ତୁମେ ନିଜର ରୋଜଗାର ଜମା କରୁଛ ।
ମନୁଷ୍ୟମାନଙ୍କର ତ ସମସ୍ତ ରୋଜଗାର ମାଟିରେ ମିଶିଯିବ । ଏହା ଅପେକ୍ଷା ଆମେ କାହିଁକି ଟ୍ରାନ୍ସଫର
କରି ନ ଦେବୁ ଅର୍ଥାତ୍ ବାବାଙ୍କୁ ଦେଇ ନ ଦେବୁ । ଯିଏ ବହୁତ ଦାନ କରନ୍ତି ସେମାନେ ପରବର୍ତ୍ତୀ
ଜନ୍ମରେ ସାହୁକାର ହୋଇଥା’ନ୍ତି, କାହିଁକି ନା ଧନର ଟ୍ରାନ୍ସଫର କରୁଛନ୍ତି ନା । ଏବେ ତୁମେ ୨୧
ଜନ୍ମ ପାଇଁ ନୂଆ ଦୁନିଆକୁ ଟ୍ରାନ୍ସଫର କରୁଛ । ତୁମକୁ ଏହାର ପ୍ରତିଦାନ ସ୍ୱରୂପ ୨୧ ଜନ୍ମ ପାଇଁ
ମିଳୁଛି । ସେମାନେ ତ ଗୋଟିଏ ଜନ୍ମରେ ଅଳ୍ପକାଳ ପାଇଁ ହସ୍ତାନ୍ତର କରୁଛନ୍ତି । ତୁମେ ତ ୨୧ ଜନ୍ମ
ପାଇଁ ହସ୍ତାନ୍ତର କରୁଛ । ବାବା ତ ଦାତା ଅଟନ୍ତି । ଏହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି ।
ଯିଏ ଯେତିକି କରିବେ, ସିଏ ସେତିକି ପାଇବେ । ଦୁନିଆରେ ସିଧା ସଳଖ କେହି ଦାନ-ପୁଣ୍ୟ କରୁନାହାଁନ୍ତି
ସେଥିପାଇଁ ସେମାନଙ୍କୁ ଅଳ୍ପକାଳ ପାଇଁ ପ୍ରତିଦାନ ମିଳୁଛି । ଏଠାରେ ସିଧାସଳଖ ଭାବରେ ଦିଆଯାଉଛି ।
ଏବେ ସବୁ କିଛି ନୂଆ ଦୁନିଆକୁ ସ୍ଥାନାନ୍ତର କରିବାକୁ ହେବ । ଏହାଙ୍କୁ (ବ୍ରହ୍ମାଙ୍କୁ) ଦେଖ କେତେ
ବାହାଦୂରୀ ଦେଖାଇଲେ । ତୁମେ କହୁଛ ସବୁ କିଛି ଈଶ୍ୱର ଦେଇଛନ୍ତି । ଏବେ ବାବା କହୁଛନ୍ତି ଏସବୁ
ମୋତେ ଦେଇଦିଅ । ମୁଁ ତୁମକୁ ବିଶ୍ୱର ବାଦଶାହୀ ଦେବି । ବାବା ତ ତୁରନ୍ତ ଦେଇଦେଲେ, କିଛି ଭାବି ନ
ଥିଲେ । ସବୁ ଅଧିକାର ଦେଇଦେଲେ । ମୋତେ ବିଶ୍ୱର ରାଜପଦ ମିଳିବ, ସେହି ନିଶା ଚଢିଗଲା ।
ପିଲାମାନଙ୍କର କିଛି ହେଲେ ଖିଆଲ କରି ନ ଥିଲେ । ଈଶ୍ୱର ଦାତା ଅଟନ୍ତି ତେବେ ପୁଣି କାହାର ଦାୟିତ୍ୱ
ନେବାର ଆବଶ୍ୟକତା ନାହିଁ । ୨୧ ଜନ୍ମ ପାଇଁ ହସ୍ତାନ୍ତର କିପରି କରିବାକୁ ହେବ - ଏହି ବାବାଙ୍କୁ (ବ୍ରହ୍ମାବାବାଙ୍କୁ)
ଦେଖ, ତାଙ୍କୁ ଅନୁକରଣ କର । ପ୍ରଜାପିତା ବ୍ରହ୍ମା ତ କରିଲେ ନା । ଈଶ୍ୱର ତ ଦାତା ଅଟନ୍ତି । ସେ
ହିଁ ଏହାଙ୍କ ଦ୍ୱାରା କରାଇଛନ୍ତି । ତୁମେ ମଧ୍ୟ ଜାଣିଛ ଆମେ ଆସିଛୁ ବାବାଙ୍କଠାରୁ ରାଜପଦ ନେବା
ପାଇଁ । ଦିନକୁ ଦିନ ସମୟ କମ୍ ହୋଇ ଚାଲିଛି । ଏପରି ବିପର୍ଯ୍ୟୟ ଆସିବ ଯେ ସେକଥା ନ କହିଲେ ଭଲ ।
ବ୍ୟାପାରୀମାନଙ୍କର ନିଶ୍ୱାସ ତ ହାତମୁଠାରେ ରହିଥାଏ । ମରଣ ସମୟ ଆସି ନ ଯାଉ । ସିପାହୀ (ପୋଲିସ୍)ଙ୍କର
ମୁହଁ ଦେଖି ମନୁଷ୍ୟ ବେହୋସ ହୋଇଯାଇଥାନ୍ତି । ଆଗକୁ ଗଲେ (ପୋଲିସ୍) ବହୁତ ହଇରାଣ କରିବେ । ସୁନା
ଆଦି କିଛି ମଧ୍ୟ ରଖିବାକୁ ଦେବେ ନାହିଁ । ବାକି ତୁମ ପାଖରେ କ’ଣ ରହିବ! ପଇସା ହିଁ ରହିବ ନାହିଁ
ଯାହା ଦ୍ୱାରା କିଛି କିଣି ପାରିବ । ନୋଟ୍ ଆଦି ମଧ୍ୟ ଚଳିବ ନାହିଁ । ରାଜ୍ୟ ବଦଳିଯିବ । ଶେଷ
ସମୟରେ ବହୁତ ଦୁଃଖୀ ହୋଇ ମରିବେ । ବହୁତ ଦୁଃଖ ପରେ ପୁଣି ସୁଖ ଆସିବ । ଏହା ହିଁ ହେଉଛି ଖୁନେ
ନାହେକ (ନିର୍ଦ୍ଦୋଷୀ ହତ୍ୟା)ର ଖେଳ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ତାହା ପୂର୍ବରୁ
ବାବାଙ୍କଠାରୁ ସମ୍ପୂର୍ଣ୍ଣ ଉତ୍ତରାଧିକାର ଅର୍ଥାତ୍ ବର୍ସା ତ ନେବା ଦରକାର । ଯଦିଓ ଭ୍ରମଣରେ
ଯାଉଛ, ଚାଲୁଛ, ବୁଲୁଛ, କେବଳ ବାବାଙ୍କୁ ମନେପକାଇଲେ ପବିତ୍ର ହୋଇଯିବ । ବାକି ବିପଦ ତ ବହୁତ
ଆସିବ । ଅନେକ ହାୟ-ହାୟ କରିବେ । ତୁମକୁ ବର୍ତ୍ତମାନ ଏଭଳି ଅଭ୍ୟାସ କରିବାକୁ ହେବ ଯାହାଦ୍ୱାରା
ଅନ୍ତିମ ସମୟରେ ଏକମାତ୍ର ଶିବବାବା ହିଁ ମନେ ରହିବେ । ତାଙ୍କ ସ୍ମୃତିରେ ହିଁ ରହି ଶରୀର ଛାଡିବ
ଆଉ କେହି ମିତ୍ର ସମ୍ବନ୍ଧୀ ଯେପରି ମନେ ନ ପଡିବେ । ଏହି ଅଭ୍ୟାସ କରିବାକୁ ପଡିବ । ବାବାଙ୍କୁ
ହିଁ ସ୍ମରଣ କରି ନାରାୟଣ ହେବାକୁ ପଡିବ । ଏହି ଅଭ୍ୟାସ ବହୁତ କରିବାକୁ ହେବ । ନଚେତ୍ ବହୁତ
ପଶ୍ଚାତାପ କରିବାକୁ ପଡିବ । ଆଉ କାହାର ସ୍ମୃତି ଆସିଲେ ଫେଲ ହୋଇଯିବ । ଯିଏ ପାସ୍ ହେବେ ସେମାନେ
ବିଜୟ ମାଳାରେ ଗୁନ୍ଥା ହେବେ । ତେଣୁ ନିଜକୁ ପଚାରିବା ଉଚିତ୍, ମୁଁ ବାବାଙ୍କୁ କେତେ ସମୟ ସ୍ମରଣ
କରୁଛି? କିଛି ବି ହାତରେ ଥିଲେ ତାହା ଅନ୍ତ କାଳରେ ମନେ ପଡିବ । ହାତରେ ନ ଥିଲେ ମନେ ବି ପଡିବ
ନାହିଁ । ବାବା କହୁଛନ୍ତି ମୋ ପାଖରେ ତ କିଛି ବି ନାହିଁ । ଏସବୁ କିଛି ମୋର ଜିନିଷ ନୁହେଁ । ସେହି
ଜ୍ଞାନ ବଦଳରେ ଏହି ଜ୍ଞାନ ନିଅ ତେବେ ୨୧ ଜନ୍ମ ନିମନ୍ତେ ବର୍ସା ମିଳିଯିବ । ନଚେତ୍ ସ୍ୱର୍ଗର
ରାଜପଦ ହରାଇଦେବ । ତୁମେ ଏଠାକୁ ଆସୁଛ ବାବାଙ୍କଠାରୁ ବର୍ସା ନେବା ପାଇଁ । ତେଣୁ ପବିତ୍ର ତ
ନିଶ୍ଚୟ ହେବାକୁ ପଡିବ । ନଚେତ୍ ଦଣ୍ଡ ଭୋଗ କରି ହିସାବ-କିତାବ ଚୁକ୍ତ କରିଯିବାକୁ ହେବ । ପଦ
ମଧ୍ୟ କିଛି ମିଳିବ ନାହିଁ । ଶ୍ରୀମତରେ ଚାଲିଲେ କୃଷ୍ଣଙ୍କୁ ନିଜ କୋଳରେ ଖେଳାଇ ପାରିବ । କଥାରେ
କହିଥା’ନ୍ତି ନା କୃଷ୍ଣଙ୍କ ପରି ସ୍ୱାମୀ ଅଥବା ସନ୍ତାନ ମିଳୁ । କେହି ତ ଭଲ ଭାବରେ ବୁଝିଥା’ନ୍ତି,
କେହି ପୁଣି ଓଲଟା-ସିଧା କଥା କହିଥା’ନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବ୍ରହ୍ମା
ବାବା ଯେପରି ନିଜର ସବୁ କିଛି ହସ୍ତାନ୍ତର କରି ପୂର୍ଣ୍ଣ ଅଧିକାର ବାବାଙ୍କୁ ଦେଇ ଦେଲେ, କିଛି
ଚିନ୍ତା କଲେ ନାହିଁ, ସେହିପରି ବ୍ରହ୍ମାବାବାଙ୍କୁ ଅନୁକରଣ କରି ୨୧ ଜନ୍ମ ପାଇଁ ପ୍ରାରବ୍ଧ ଜମା
କରିବାକୁ ହେବ ।
(୨) ଅଭ୍ୟାସ କରିବାକୁ
ହେବ ଯେ ଅନ୍ତକାଳରେ ଏକମାତ୍ର ବାବାଙ୍କ ବିନା ଅନ୍ୟ କୌଣସି ଜିନିଷ ଯେପରି ମନେ ନ ପଡିବ । ମୋର
କିଛି ନୁହେଁ, ସବୁ କିଛି ବାବାଙ୍କର । ଅଲଫ ଏବଂ ବେ (ବାବା ଏବଂ ସମ୍ପତ୍ତି) ଏହି ସ୍ମୃତି ଦ୍ୱାରା
ଅନ୍ତିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଜୟ ମାଳାରେ ଆସିବାକୁ ହେବ ।
ବରଦାନ:-
ନିଜର ମାନସୀକ
ସ୍ଥିତି ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଥିବା ଚଢିବାର କଳାର ଅନୁଭବୀ ବିଶ୍ୱ ପରିବର୍ତ୍ତକ ଭବ ।
ଏବେ ଶେଷ ସମୟରେ ମାନସୀକ
ଶକ୍ତି ଦ୍ୱାରା ହିଁ ବିଶ୍ୱ ପରିବର୍ତ୍ତନର ନିମିତ୍ତ ହେବାକୁ ପଡିବ ସେଥିପାଇଁ ଏବେ ଯଦି ମନ ଦ୍ୱାରା
ଗୋଟିଏ ସଂକଳ୍ପ ମଧ୍ୟ ବ୍ୟର୍ଥ ହୋଇଗଲା ତେବେ ବହୁତ କିଛି ହରାଇଦେଲ । ତେଣୁ ଗୋଟିଏ ସଂକଳ୍ପକୁ
ମଧ୍ୟ ସାଧାରଣ ମନେ କର ନାହିଁ । ବର୍ତ୍ତମାନ ସମୟରେ ସଂକଳ୍ପର ହଲ୍ଚଲ୍କୁ ମଧ୍ୟ ବଡ ହଲ୍ଚଲ୍ରେ
ଗଣନା କରାଯାଉଛି କାହିଁକି ନା ଏବେ ସମୟ ବଦଳିଗଲାଣି, ପୁରୁଷାର୍ଥର ଗତି ମଧ୍ୟ ବଦଳିଗଲାଣି ତେଣୁ
ସଂକଳ୍ପରେ ହିଁ ଫୁଲଷ୍ଟପ୍ ଲାଗିବା ଦରକାର । ଯଦି ନିଜର ମାନସୀକ ସ୍ଥିତି ଉପରେ ଏତିକି ଗୁରୁତ୍ୱ
ଦେବ ତେବେ ଯାଇ ନିଜର ଚଢିବା କଳା ଆଧାରରେ ବିଶ୍ୱ ପରିବର୍ତ୍ତକ ହୋଇପାରିବ ।
ସ୍ଲୋଗାନ:-
କର୍ମରେ ଯୋଗର
ଅନୁଭବ ହେବା ଅର୍ଥ କର୍ମଯୋଗୀ ହେବା ।