30.06.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବା ତୁମମାନଙ୍କୁ ଜ୍ଞାନ ଦ୍ୱାରା ପବିତ୍ର ସୁଗନ୍ଧଯୁକ୍ତ ଫୁଲ ଅର୍ଥାତ୍ ଦେବତା କରିବା ପାଇଁ ଆସିଛନ୍ତି, ତେଣୁ ତୁମମାନଙ୍କୁ କଣ୍ଟା ଭଳି ହେବାର ନାହିଁ ଏବଂ କଣ୍ଟାମାନଙ୍କୁ ଏହି ସଭାକୁ ଆଣିବାର ନାହିଁ ।”

ପ୍ରଶ୍ନ:-
ଯେଉଁ ସନ୍ତାନମାନେ ଯୋଗର ଯାତ୍ରାରେ ମେହନତ କରୁଛନ୍ତି ସେମାନଙ୍କର ଲକ୍ଷଣ କ’ଣ?

ଉତ୍ତର:-
ଯୋଗ କରିବାର ମେହନତ କରୁଥିବା ସନ୍ତାନମାନେ ବହୁତ ଖୁସିରେ ରହିବେ । ସେମାନଙ୍କ ବୁଦ୍ଧିରେ ରହିବ ଯେ ଏବେ ଆମେ ଘରକୁ ଫେରୁଛୁ । ଏହା ପରେ ଆମେ ସୁଗନ୍ଧିତ ଫୁଲର ବଗିଚାକୁ ଅର୍ଥାତ୍ ସ୍ୱର୍ଗକୁ ଯିବୁ । ତେଣୁ ତୁମେମାନେ ଯୋଗର ଯାତ୍ରା ଦ୍ୱାରା ସୁଗନ୍ଧିତ ଫୁଲ ହେଉଛ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଉଛ ।

ଓମ୍ ଶାନ୍ତି ।
ଏଠାରେ ବଗିଚାର ମାଲିକ ମଧ୍ୟ ଅଛନ୍ତି, ମାଳି ଓ ଫୁଲ ମଧ୍ୟ ଅଛନ୍ତି । ଏହା ନୂଆ କଥା ଅଟେ ନା । କେହି ନୂଆ ଆତ୍ମା ଶୁଣିଲେ କହିବେ ଇଏ କ’ଣ କହୁଛନ୍ତି । ବଗିଚାର ମାଲିକ, ଫୁଲ ଆଦି ଏସବୁ କ’ଣ? ଏପରି କଥା ତ କେବେ ଶାସ୍ତ୍ରରେ ଶୁଣିନାହୁଁ । ତୁମେ ଜାଣିଛ, ଆମେ ବଗିଚାର ମାଲିକ, ନାଉରିଆଙ୍କୁ ମନେ ପକାଉଛେ, ସେ ଏବେ ଏଠାକୁ ଆସିଛନ୍ତି, ଏଠାରୁ ଆର ପାରିକୁ ନେଇଯିବା ପାଇଁ । ବାବା କହୁଛନ୍ତି ଯୋଗର ଯାତ୍ରାରେ ରହିବାକୁ ହେବ । ନିଜେ ନିଜକୁ ଦେଖ ମୁଁ କେତେ ଦୂର ଯାଉଛି? କେତେ ନିଜର ସତ୍ତ୍ୱପ୍ରଧାନ ଅବସ୍ଥାରେ ପହଞ୍ଚିଛି ? ଯେତେ ସତ୍ତ୍ୱପ୍ରଧାନ ଅବସ୍ଥା ଆସିବ ସେହି ଅନୁପାତରେ ବୁଝିବ ଯେ ଏବେ ଆମେ ଘରକୁ ଫେରୁଛୁ । କେଉଁ ପର୍ଯ୍ୟନ୍ତ ଆମେ ପହଞ୍ଚିଛୁ, ଏ ସବୁର ଆଧାର ହେଲା ଯୋଗର ଯାତ୍ରା । ସେହି ଅନୁଯାୟୀ ନିରନ୍ତର ଖୁସି ମଧ୍ୟ ରହିବ । ଯିଏ ଯେତେ ମେହନତ କରିବେ ସେତେ ତାଙ୍କ ଭିତରେ ଖୁସି ରହିବ । ଯେପରି ପରୀକ୍ଷା ପାଖେଇ ଆସିଲେ ଛାତ୍ର ବୁଝିଯାଏ ଯେ - ମୁଁ କେଉଁ ଡିଭିଜନ୍‌ରେ ପାସ୍ ହେବି । ଏଠାରେ ମଧ୍ୟ ସେହିପରି ହେଉଛି - ପ୍ରତ୍ୟେକ ସନ୍ତାନ ନିଜକୁ ଜାଣିଛନ୍ତି ଯେ ମୁଁ କେତେ ସୁଗନ୍ଧଯୁକ୍ତ ଫୁଲ ହୋଇଛି? ପୁଣି ଅନ୍ୟମାନଙ୍କୁ କେତେ ସୁଗନ୍ଧଯୁକ୍ତ କରାଉଛି? ଏହାର ଗାୟନ ମଧ୍ୟ ରହିଛି - କଣ୍ଟାର ଜଙ୍ଗଲ । ତାହା ହେଲା ଫୁଲର ବଗିଚା । ମୁସଲମାନ୍ ମାନେ ମଧ୍ୟ କହିଥା’ନ୍ତି ଗାର୍ଡେନ୍ ଅଫ୍ ଆଲ୍ଲା । ଭାବୁଛନ୍ତି ସେଠାରେ ଏକ ବଗିଚା ଅଛି, ସେଠାକୁ ଯିଏ ଯାଏ ଖୁଦା ତା’କୁ ଫୁଲ ଦେଇଥା’ନ୍ତି । ମନୋକାମନା ପୂରଣ କରିଥା’ନ୍ତି । ବାକି ଏପରି ନୁହେଁ ଯେ, ବାସ୍ତବରେ କୌଣସି ଫୁଲ ଇତ୍ୟାଦି ଦେଉଛନ୍ତି, ଯାହାର ଯେପରି ବୁଦ୍ଧିରେ ଅଛି ସେହି ଅନୁଯାୟୀ ସାକ୍ଷାତ୍କାର ହୋଇଯାଉଛି । ଏଠାରେ ସାକ୍ଷାତ୍କାରର କିଛି ହେଲେ ଗୁରୁତ୍ୱ ନାହିଁ । ଭକ୍ତିମାର୍ଗରେ ସାକ୍ଷାତ୍କାର ପାଇଁ ଗଳା ମଧ୍ୟ କାଟି ଦେଉଛନ୍ତି । ମୀରାଙ୍କୁ ସାକ୍ଷାତ୍କାର ହୋଇଥିଲା, ତେଣୁ ତାଙ୍କର କେତେ ମାନ ରହିଛି । ସେ ସବୁ ହେଲା ଭକ୍ତିମାର୍ଗ । ଭକ୍ତି ଅଧାକଳ୍ପ ଚାଲିଥାଏ । ଜ୍ଞାନ କିଛି ହେଲେ ନ ଥାଏ । ବେଦ ଇତ୍ୟାଦିର ବହୁତ ମାନ ରହିଛି । କହୁଛନ୍ତି ବେଦ ହେଉଛି ଆମର ପ୍ରାଣ । ଏବେ ତୁମେ ଜାଣୁଛ ଏହି ବେଦ ଶାସ୍ତ୍ର ଆଦି ସବୁ ହେଉଛି ଭକ୍ତିମାର୍ଗ ପାଇଁ । ଭକ୍ତିର କେତେ ବିସ୍ତାର ରହିଛି । ବିଶାଳ ବୃକ୍ଷ ସଦୃଶ ଅଟେ । ଜ୍ଞାନ ହେଉଛି ବୀଜ । ଏବେ ଜ୍ଞାନ ଦ୍ୱାରା ତୁମେ କେତେ ଶୁଦ୍ଧ ହେଉଛ । ସୁଗନ୍ଧଯୁକ୍ତ ପୁଷ୍ପ ହେଉଛ । ଏହି ମଧୁବନ ହେଉଛି ତୁମର ବଗିଚା । ଏଠାରେ କାହାକୁ ହେଲେ କଣ୍ଟା କୁହାଯିବ ନାହିଁ କାହିଁକିନା ଏଠାରେ କେହି ବିକାରଗ୍ରସ୍ତ ନୁହଁନ୍ତି । ତେଣୁ କୁହାଯିବ ଏହି ବଗିଚାରେ ଗୋଟିଏ ହେଲେ କଣ୍ଟା ନାହିଁ । କଣ୍ଟାମାନେ କଳିଯୁଗରେ ଅଛନ୍ତି । ବର୍ତ୍ତମାନ ହେଉଛି ପୁରୁଷୋତ୍ତମ ସଙ୍ଗମଯୁଗ । ଏଠାରେ କଣ୍ଟା କେଉଁଠୁ ଆସିବ । ଯଦି କେହି କଣ୍ଟା (ବିକାରୀ) ବସିଛନ୍ତି, ତେବେ ନିଜର ହିଁ କ୍ଷତି କରୁଛନ୍ତି କାହିଁକିନା ଏହା ଇନ୍ଦ୍ରପ୍ରସ୍ଥ ଅଟେ ନା । ଏଠାରେ ଜ୍ଞାନ ପରୀମାନେ ବସିଛନ୍ତି । ଜ୍ଞାନ ନୃତ୍ୟ କରୁଥିବା ପରୀମାନେ । ମୁଖ୍ୟ ମୁଖ୍ୟଙ୍କ ନାମ ପୁଖରାଜ ପରୀ, ନୀଲମ୍ ପରୀ ଇତ୍ୟାଦି ରଖାଯାଇଛି । ସେହିମାନଙ୍କର ପୁଣି ୯ ରତ୍ନ ରୂପରେ ଗାୟନ କରାଯାଉଛି । କିନ୍ତୁ ଏମାନେ କିଏ ଥିଲେ, ଏ କଥା କାହାକୁ ବି ଜଣାନାହିଁ । ବାବା କେବଳ କହୁଛନ୍ତି ମୋତେ ମନେ ପକାଅ । ତୁମ ବୁଦ୍ଧିରେ ଏବେ ଜ୍ଞାନ ଅଛି, ୮୪ ଜନ୍ମର ଚକ୍ର ମଧ୍ୟ ଏବେ ବୁଦ୍ଧିରେ ରହିଛି । ଶାସ୍ତ୍ରରେ ତ ୮୪ ଲକ୍ଷ ଜନ୍ମ କହିଦେଇଛନ୍ତି । ମଠା ମିଠା ସିକିଲଧେ ସନ୍ତାନମାନଙ୍କୁ ବାବା ବୁଝାଉଛନ୍ତି, ତୁମେ ୮୪ ଜନ୍ମ ନେଇଛ । ଏବେ ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । କେତେ ସହଜ ଭଗବାନୁବାଚ ସନ୍ତାନମାନଙ୍କ ପ୍ରତି, କେବଳ ମୋତେ ମନେ ପକାଅ । ଏବେ ତୁମେ ପିଲାମାନେ ସୁଗନ୍ଧଯୁକ୍ତ ଫୁଲ ହେବା ପାଇଁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । କଣ୍ଟା ହୁଅ ନାହିଁ । ଏଠାରେ ସବୁ ମଧୁର ଫୁଲ ରହିଛନ୍ତି । କେହି କଣ୍ଟା ନାହାଁନ୍ତି । ହଁ ମାୟାର ତୋଫାନ ତ ଆସିବ । ମାୟା ଏପରି କଠୋର ଅଟେ ଯିଏକି ତୁରନ୍ତ ଫସାଇଦେବ । ପୁଣି ପଶ୍ଚାତାପ କରିବେ - ମୁଁ ଏହା କ’ଣ କଲି । ମୋର ତ ଅର୍ଜି ଥିବା ପୁଣ୍ୟ ସବୁକିଛି ସରିଗଲା ।

ଏହା ହେଉଛି ବଗିଚା । ବଗିଚାରେ ଭଲ ଭଲ ଫୁଲ ମଧ୍ୟ ରହିଥାଏ । ଏହି ବଗିଚାରେ ମଧ୍ୟ କେହି କେହି ତ ଫାଷ୍ଟ୍‌କ୍ଲାସ୍ ଫୁଲ ହୋଇଯାଉଛନ୍ତି । ଯେପରି ମୋଗଲ ଗାର୍ଡେନ୍‌ରେ ଭଲ ଭଲ ଫୁଲ ରହିଛି । ସମସ୍ତେ ଦେଖିବାକୁ ଯାଇଥା’ନ୍ତି । ଏଠାରେ ତୁମ ପାଖକୁ ତ କେହି ଦେଖିବାକୁ ଆସିବେ ନାହିଁ । ତୁମେ କଣ୍ଟାମାନଙ୍କୁ କ’ଣ ମୁହଁ ଦେଖାଇବ । ଗାୟନ ମଧ୍ୟ ରହିଛି ମୂତ୍ ପଲିତି (ମଇଳା ବସ୍ତ୍ର)... ବ୍ରହ୍ମାବାବାଙ୍କର ଜପ ସାହେବ, ସୁଖମଣି (ଶିଖ୍‌ଧର୍ମର ଶାସ୍ତ୍ର)ଆଦି ସବୁ ମନେ ଥିଲା । ଅଖଣ୍ଡ ମନ୍ତ୍ର ପାଠ ମଧ୍ୟ କରୁଥିଲେ, ୮ ବର୍ଷ ବୟସରେ ରୁମାଲ ପଗଡି ବାନ୍ଧୁଥିଲେ, ମନ୍ଦିରରେ ରହୁଥିଲେ । ବ୍ରହ୍ମାବାବା କହୁଛନ୍ତି ମନ୍ଦିରର ଦାୟିତ୍ୱ ମୋ ଉପରେ ଥିଲା । ଏବେ ବୁଝୁଛି, ମଇଳା କପଡା ଧୋଇବାର ଅର୍ଥ କ’ଣ । ସବୁ ମହିମା ଶିବବାବାଙ୍କର ହିଁ ଅଟେ । ଏବେ ସନ୍ତାନମାନଙ୍କୁ ବାବା ଆସି ବୁଝାଉଛନ୍ତି - କହୁଛନ୍ତି, ଭଲ ଭଲ ଫୁଲ ଅର୍ଥାତ୍ ଆତ୍ମାମାନଙ୍କୁ ଆଣ । ଯିଏ ଭଲ ଫୁଲ ଆଣିବେ ସେମାନଙ୍କୁ ଭଲ ଫୁଲରେ ଗଣାଯିବ । ସମସ୍ତେ କହୁଛନ୍ତି ଆମେ ଲକ୍ଷ୍ମୀ ନାରାୟଣ ହେବୁ, ତେଣୁ ସେମାନେ ନିଶ୍ଚିତ ଗୋଲାପ ଫୁଲ ହୋଇଗଲେ । ବାବା କହୁଛନ୍ତି ଆଚ୍ଛା ତୁମମାନଙ୍କ ମୁଖରେ ଗୋଲାପ । ଏବେ ପୁରୁଷାର୍ଥ କରି ସର୍ବଦା ଗୋଲାପ ଫୁଲ ହୁଅ । ଅନେକ ସନ୍ତାନ ଅଛନ୍ତି । ପ୍ରଜା ତ ବହୁତ ହେଉଛନ୍ତି । ସେଠାରେ ରାଜାରାଣୀ ଏବଂ ପ୍ରଜା ରହିବେ । ସତ୍ୟଯୁଗରେ ମନ୍ତ୍ରୀ ରହିବେ ନାହିଁ କାହିଁକିନା ରାଜାଙ୍କର ରାଜ୍ୟ ପରିଚାଳନା କରିବାର ଶକ୍ତି ଥାଏ । ମନ୍ତ୍ରୀମାନଙ୍କଠାରୁ ମତ ନେବାର ଆବଶ୍ୟକତା ନ ଥାଏ । ନଚେତ୍ ପରାମର୍ଶ ଦାତା ବଡ ହୋଇଯିବେ । ସେଠାରେ ଭଗବାନ ଭଗବତୀଙ୍କ ଅନ୍ୟ ଠାରୁ ମତ ନେବାର ଆବଶ୍ୟକତା ନାହିଁ, ପତିତ ହେଲେ ମନ୍ତ୍ରୀର ଆବଶ୍ୟକତା ପଡିଥାଏ । ଭାରତର ହିଁ କଥା, ଅନ୍ୟ କୌଣସି ଖଣ୍ଡ ନାହିଁ, ଯେଉଁଠି ରାଜାମାନେ ରାଜାମାନଙ୍କ (ଦେବୀ-ଦେବତାଙ୍କ) ପାଖରେ ମୁଣ୍ଡ ନୁଆଁଉଥିବେ । ଏଠାରେ ହିଁ ଦେଖାଇ ଦିଆଯାଉଛି ଜ୍ଞାନମାର୍ଗରେ ପୂଜ୍ୟ, ଅଜ୍ଞାନ ମାର୍ଗରେ ପୂଜାରୀ । ସେମାନେ ଦୁଇ ମୁକୁଟଧାରୀ, ଏମାନେ ଏକ ମୁକୁଟଧାରୀ । ଭାରତ ପରି ପବିତ୍ର ଖଣ୍ଡ ଆଉ କେଉଁଠାରେ ନାହିଁ । ପାରାଡାଇଜ୍ (ସ୍ୱର୍ଗ), ବହିସ୍ତ ଥିଲା । ତୁମେ ସେଥିପାଇଁ ହିଁ ପଢ଼ୁଛ । ଏବେ ତୁମକୁ ଫୁଲ ହେବାକୁ ପଡିବ । ମାଲିକ ଆସିଛନ୍ତି । ମାଳି ମଧ୍ୟ ଅଛନ୍ତି । ମାଳି କ୍ରମାନୁସାରେ ହୋଇଥା’ନ୍ତି । ପିଲାମାନେ ମଧ୍ୟ ବୁଝୁଛନ୍ତି ଯେ ଏହା ହେଉଛି ବଗିଚା, ଏଠାରେ କଣ୍ଟା ନାହାଁନ୍ତି, କଣ୍ଟା ଦୁଃଖ ଦେଇଥାନ୍ତି । ବାବା ତ କାହାକୁ ଦୁଃଖ ଦେଉନାହାଁନ୍ତି । ସେ ହେଉଛନ୍ତି ଦୁଃଖହର୍ତ୍ତା, ସୁଖକର୍ତ୍ତା । କେତେ ମିଠା ବାବା ଅଟନ୍ତି ।

ତୁମର ବାବାଙ୍କ ପ୍ରତି ସ୍ନେହ ରହିଛି । ବାବା ମଧ୍ୟ ପିଲାମାନଙ୍କୁ ସ୍ନେହ କରୁଛନ୍ତି ନା । ଏହା ହେଉଛି ପାଠପଢ଼ା । ବାବା କହୁଛନ୍ତି ମୁଁ ତୁମକୁ ସାକାରରେ ପଢ଼ାଉଛି, ଇଏ ମଧ୍ୟ ପଢ଼ୁଛନ୍ତି, ନିଜେ ପଢ଼ି ପୁଣି ଅନ୍ୟକୁ ପଢ଼ାଇଲେ ଅନ୍ୟମାନେ ମଧ୍ୟ କଣ୍ଟାରୁ ଫୁଲ ହେବେ । ଭାରତ ମହାଦାନୀ ବୋଲି ଗାୟନ ରହିଛି କାହିଁକିନା ଏବେ ତୁମେ ମହାଦାନୀ ହେଉଛ । ଅବିନାଶୀ ଜ୍ଞାନ ରତ୍ନର ତୁମେ ଦାନ କରୁଛ । ବାବା ବୁଝାଉଛନ୍ତି ଆତ୍ମା ହିଁ ରୂପ ବସନ୍ତ ଅର୍ଥାତ୍ ଯୋଗୀ ଓ ଜ୍ଞାନୀ ଅଟେ । ବାବା ମଧ୍ୟ ରୂପ ବସନ୍ତ ଅଟନ୍ତି । ତାଙ୍କ ପାଖରେ ସମସ୍ତ ଜ୍ଞାନ ରହିଛି । ଜ୍ଞାନର ସାଗର ହେଉଛନ୍ତି ପରମପିତା ପରମାତ୍ମା, ସେ ଅଧିକାରୀ ଅଟନ୍ତି ନା । ଜ୍ଞାନର ସାଗର ଏକମାତ୍ର ବାବା ହିଁ ଅଟନ୍ତି ସେଥିପାଇଁ ଗାୟନ ରହିଛି ସାରା ସମୁଦ୍ରକୁ ସ୍ୟାହି କର ତେବେ ମଧ୍ୟ ମହିମା ସରିବ ନାହିଁ । ପୁଣି ଏକ ସେକେଣ୍ଡରେ ଜୀବନମୁକ୍ତିର ମଧ୍ୟ ଗାୟନ ରହିଛି । ତୁମ ପାଖରେ କୌଣସି ଶାସ୍ତ୍ର ଆଦି ନାହିଁ । ଭକ୍ତିମାର୍ଗରେ କୌଣସି ପଣ୍ଡିତଙ୍କ ପାଖକୁ ଗଲେ ଭାବିଥାନ୍ତି ଯେ ଏହି ପଣ୍ଡିତ ବହୁତ ବିଜ୍ଞ ଅଟନ୍ତି । ଇଏ ସବୁ ବେଦଶାସ୍ତ୍ରକୁ ମୁଖସ୍ଥ କରିଛନ୍ତି ପୁଣି ଜ୍ଞାନର ସଂସ୍କାର ନେଇ ପୁନର୍ଜନ୍ମରେ ମଧ୍ୟ ଛୋଟ ବୟସରୁ ହିଁ ଶାସ୍ତ୍ର ଇତ୍ୟାଦି ଅଧ୍ୟୟନ କରିଥା’ନ୍ତି । ତୁମେ ସଂସ୍କାର ନେଇଯାଉନାହଁ । ତୁମେ ପାଠପଢ଼ାର ଫଳାଫଳ ନେଇଯାଉଛ । ତୁମର ପାଠପଢ଼ା ଶେଷ ହେଲେ ଫଳାଫଳ ବାହାରିବ ଏବଂ ସେହି ଅନୁସାରେ ପଦ ପାଇବ । ଜ୍ଞାନ କ’ଣ ସାଥିରେ ନେଇଯିବ କି? ସେଠାରେ କାହାକୁ ତ ଜ୍ଞାନ ଶୁଣାଇବାର ନାହିଁ ଏଠାରେ ତ ତୁମର ପାଠପଢ଼ା ଚାଲିଛି, ଯାହାର ପ୍ରାରବ୍ଧ ନୂଆ ଦୁନିଆରେ ମିଳିବ । ତୁମମାନଙ୍କୁ ବାବା ବୁଝାଉଛନ୍ତି - ମାୟା ମଧ୍ୟ କିଛି କମ୍ ଶକ୍ତିବାନ୍ ନୁହେଁ । ମାୟାର ଶକ୍ତି ଅଛି ଦୁର୍ଗତିକୁ ନେଇଯିବା ପାଇଁ । ତେବେ ତା’ର କ’ଣ ମହିମା କରାଯିବ କି! ସେ ତ ଦୁଃଖ ଦେବାରେ ଶକ୍ତିମାନ୍ ଅଟେ ନା । ବାବା ସୁଖ ଦେବାରେ ଶକ୍ତିମାନ୍ ହୋଇଥିବାରୁ ତାଙ୍କର ଗାୟନ ରହିଛି । ଏହିପରି ମଧ୍ୟ ଡ୍ରାମା ତିଆରି ହୋଇଛି । ତୁମେ ସୁଖ ଓ ଦୁଃଖ ଉଭୟ ଭୋଗ କରୁଛ । ହାର୍ ଏବଂ ଜିତ୍ କାହାର ହେଉଛି, ଏହା ମଧ୍ୟ ଜଣାଯିବା ଉଚିତ୍ ନା । ବାବା ମଧ୍ୟ ଭାରତକୁ ହିଁ ଆସୁଛନ୍ତି । ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ ହେଉଛି, ଏ କଥା କାହାକୁ ବି ଜଣାନାହିଁ ଯେ ଶିବବାବା କେବେ ଆସିଲେ, କ’ଣ ଆସି କରିଥିଲେ । ଚିହ୍ନ-ବର୍ଣ୍ଣ ହିଁ ହଜେଇ ଦେଇଛନ୍ତି । ବାବାଙ୍କର ସନ୍ତାନ କୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ବାସ୍ତବରେ ଶିବବାବାଙ୍କର ଏବଂ କୃଷ୍ଣଙ୍କର ମହିମା ଅଲଗା ଅଲଗା ଅଟେ । ସେ ନିରାକାର, ଇଏ ସାକାର । କୃଷ୍ଣଙ୍କର ମହିମା ସର୍ବଗୁଣ ସମ୍ପନ୍ନ... ଶିବବାବାଙ୍କର ଏପରି ମହିମା କରାଯିବ ନାହିଁ, ଯାହା ପାଖରେ ଗୁଣ ଅଛି ତେବେ ତାଙ୍କର ଅବଗୁଣ ମଧ୍ୟ ଥିବ, ସେଥିପାଇଁ ବାବାଙ୍କର ମହିମା ହିଁ ଅଲଗା ଅଟେ । ବାବାଙ୍କୁ ଅକାଳମୂର୍ତ୍ତ କହୁଛନ୍ତି ନା । ଆମେ ମଧ୍ୟ ଅକାଳମୂର୍ତ୍ତ ଅଟୁ । ଆତ୍ମାକୁ କାଳ ଖାଇପାରିବ ନାହିଁ । ଆତ୍ମା ଅକାଳମୂର୍ତ୍ତର ଏ ଶରୀରର ଭ୍ରୃକୁଟୀ ସିଂହାସନ ଅଟେ । ଆମର ବାବା ମଧ୍ୟ ଅକାଳମୂର୍ତ୍ତ ଅଟନ୍ତି । କାଳ ଶରୀରକୁ ହିଁ ଖାଇଥାଏ । ଏଠାକୁ ଅକାଳମୂର୍ତ୍ତ ବାବାଙ୍କୁ ଡାକୁଛନ୍ତି । ସତ୍ୟଯୁଗରେ ଡାକିବେ ନାହିଁ କାହିଁକି ନା ସେଠାରେ ତ ସୁଖ ହିଁ ସୁଖ ରହିବ ସେଥିପାଇଁ ଗାୟନ ମଧ୍ୟ କରୁଛନ୍ତି ଦୁଃଖରେ ସମସ୍ତେ ସ୍ମରଣ କରନ୍ତି ସୁଖରେ ବାବାଙ୍କୁ କେହି ସ୍ମରଣ କରନ୍ତି ନାହିଁ । ଏବେ ରାବଣ ରାଜ୍ୟରେ କେତେ ଦୁଃଖ ରହିଛି । ବାବା ତ ସ୍ୱର୍ଗର ମାଲିକ କରାଉଛନ୍ତି, ତେଣୁ ଅଧାକଳ୍ପ କେହି ସେଠାରେ ଡାକିବେ ନାହିଁ । ଯେପରି ଲୌକିକ ପିତା ସନ୍ତାନକୁ ପାଳିପୋଷି ସମ୍ପତ୍ତି ଦେଇ ନିଜେ ବାନପ୍ରସ୍ଥୀ ହୋଇଥା’ନ୍ତି । ସବୁ କିଛି ପିଲାମାନଙ୍କୁ ଦେଇ କହନ୍ତି - ଏବେ ମୁଁ ସତସଙ୍ଗକୁ ଯାଉଛି । କିଛି ଖାଇବାକୁ ପଠାଉଥିବ । ଏହି ବାବା ତ ଏପରି କହିବେ ନାହିଁ । ଇଏ ତ କହୁଛନ୍ତି ମିଠା-ମିଠା ସନ୍ତାନମାନେ ମୁଁ ତୁମକୁ ବିଶ୍ୱର ବାଦଶାହୀ ଦେଇ ବାନପ୍ରସ୍ଥକୁ ଚାଲିଯିବି । ମୁଁ କ’ଣ କେବେ କହିବି ଯେ - ଖାଇବା ପାଇଁ ପଠାଇବ । ଲୌକିକ ସନ୍ତାନମାନଙ୍କର ତ କର୍ତ୍ତବ୍ୟ ହେଉଛି ପିତାଙ୍କର ଦାୟିତ୍ୱ ନେବା । ନଚେତ୍ ଖାଇବେ କିପରି? ଏହି ବାବା ତ କହୁଛନ୍ତି ମୁଁ ନିଷ୍କାମ ସେବାଧାରୀ ଅଟେ । ମନୁଷ୍ୟ କେବେ ନିଷ୍କାମ ହୋଇପାରିବେ ନାହିଁ । ଖାଇବାକୁ ନ ପାଇଲେ ଭୋକରେ ମରିଯିବେ । ମୁଁ ଭୋକରେ ମରିବି ନାହିଁ, ମୁଁ ତ ଅଭୋକ୍ତା ଅଟେ । ତୁମକୁ ବିଶ୍ୱର ବାଦଶାହୀ ଦେଇ ମୁଁ ଯାଇ ବିଶ୍ରାମ କରିଥାଏ । ପୁଣି ମୋର ପାର୍ଟ ବନ୍ଦ ହୋଇଯାଏ । ପୁଣି ଭକ୍ତିମାର୍ଗରେ ଆରମ୍ଭ ହୋଇଥାଏ । ଏହିପରି ଅନାଦି ଡ୍ରାମା ତିଆରି ହୋଇଛି, ଯେଉଁ ରହସ୍ୟ ବାବା ବସି ବୁଝାଉଛନ୍ତି । ବାସ୍ତବରେ ତୁମର ପାର୍ଟ ସବୁଠାରୁ ଅଧିକ, ତେଣୁ ଲାଭ ମଧ୍ୟ ତୁମକୁ ମିଳିବା ଦରକାର । ମୁଁ ଯେତେବେଳେ ଆରାମ କରିଥାଏ ତୁମେ ସେତେବେଳେ ବ୍ରହ୍ମାଣ୍ଡର ମାଲିକ ବି ହୋଇଥାଅ ପୁଣି ବିଶ୍ୱର ମାଲିକ ମଧ୍ୟ ହୋଇଥାଅ । ତୁମର ଖୁବ୍ ପ୍ରସିଦ୍ଧି ହୋଇଥାଏ । ଏହି ଡ୍ରାମାର ରହସ୍ୟ ମଧ୍ୟ ତୁମେ ଜାଣିଛ । ତୁମେ ହେଉଛ ଜ୍ଞାନର ଫୁଲ । ଦୁନିଆରେ ଜଣେ ହେଲେ କେହି ଏପରି ନାହାଁନ୍ତି । ରାତି-ଦିନର ଫରକ ରହିଛି । ସେମାନେ ରାତିରେ ଅଛନ୍ତି, ତୁମେ ଦିନକୁ ଯାଉଛ । ଆଜିକାଲି ଦେଖ ବନ ଉତ୍ସବ କରୁଛନ୍ତି, ଏବେ ଭଗବାନ ମନୁଷ୍ୟମାନଙ୍କର ବନୋତ୍ସବ କରୁଛନ୍ତି ଅର୍ଥାତ୍ ଦୈବୀ ଦୁନିଆର ଚାରା ଲଗାଉଛନ୍ତି ।

ବାବା ଦେଖ କିପରି ଚମତ୍କାର କରୁଛନ୍ତି ଯାହାଦ୍ୱାରା ମନୁଷ୍ୟରୁ ଦେବତା, ରଙ୍କରୁ ରାଜା କରିଦେଉଛନ୍ତି । ଏବେ ବେହଦର ବାବାଙ୍କଠାରୁ ତୁମେ ସଉଦା ନେବାକୁ ଆସିଛ, କହୁଛ ବାବା ଆମକୁ ରଙ୍କରୁ ରାଜା କର । ଇଏ (ବ୍ରହ୍ମା) ତ ବହୁତ ଭଲ ଗ୍ରାହକ ଅଟନ୍ତି । ଶିବବାବାଙ୍କୁ ତୁମେ କହୁଛ ଦୁଃଖହର୍ତ୍ତା ସୁଖକର୍ତ୍ତା । ଏପରି ଦାନ ଆଉ କିଛି ନାହିଁ । ସେ ହେଉଛନ୍ତି ସୁଖଦାତା । ବାବା କହୁଛନ୍ତି ଭକ୍ତିମାର୍ଗରେ ମଧ୍ୟ ମୁଁ ତୁମକୁ ଦେଉଛି । ସାକ୍ଷାତ୍‌କାର ଇତ୍ୟାଦି ସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି । ଏବେ ବାବା ବସି ବୁଝାଉଛନ୍ତି ମୁଁ କ’ଣ-କ’ଣ କରୁଛି । ଆଗକୁ ମଧ୍ୟ ବୁଝାଇ ଚାଲିଥିବି । ଶେଷରେ ତୁମେ କ୍ରମାନୁସାରେ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବ । ଏ ସବୁ ଡ୍ରାମାରେ ନିଧାର୍ଯ୍ୟ ହୋଇ ରହିଛି ତଥାପି ମଧ୍ୟ ପୁରୁଷାର୍ଥ କରାଯାଉଛି, ବାବାଙ୍କୁ ମନେ ପକାଅ । ବାସ୍ତବରେ ଏହା ମହାଭାରତ ଲଢେଇ ଅଟେ । ଏହି ଲଢାଇରେ ସମସ୍ତେ ବିନାଶ ହେବେ । ବାକି ଭାରତବାସୀ ହିଁ ରହିବେ ତୁମେ ପୁଣି ବିଶ୍ୱ ଉପରେ ରାଜତ୍ୱ କରିବ । ଏବେ ବାବା ତୁମକୁ ପଢାଇବାକୁ ଆସିଛନ୍ତି । ସେ ହିଁ ଜ୍ଞାନର ସାଗର ଅଟନ୍ତି । ଏହା ମଧ୍ୟ ଖେଳ ଅଟେ, ଏଥିରେ ଦ୍ୱନ୍ଦ୍ୱର କୌଣସି କଥା ନାହିଁ । ମାୟା ବହୁତ ସମସ୍ୟାର ସମ୍ମୁଖୀନ କରାଇବ । ବାବା ବୁଝାଉଛନ୍ତି ତାକୁ ଡର ନାହିଁ । ବହୁତ ଖରାପ ଖରାପ ସଂକଳ୍ପ ଆସିବ । ତାହା ମଧ୍ୟ ସେତେବେଳେ ଆସିବ ଯେବେ ବାବାଙ୍କର କୋଳକୁ ଆସି ସନ୍ତାନ ହେବ । କୋଳକୁ ନ ଆସିବା ପର୍ଯ୍ୟନ୍ତ ମାୟା ଏତେ ଲଢିବ ନାହିଁ । କୋଳକୁ ଆସିବା ପରେ ହିଁ ତୋଫାନ ଆସିଥାଏ, ସେଥିପାଇଁ ବାବା କହୁଛନ୍ତି ବୁଝି ସୁଝି କୋଳକୁ ଆସିବା ଉଚିତ୍ । ଦୁର୍ବଳ ହେଲେ ପୁଣି ପ୍ରଜାରେ ଆସିଯିବ । ରାଜ ପଦ ପାଇବା ତ ଭଲ କଥା, ନଚେତ୍ ଦାସ-ଦାସୀ ହେବାକୁ ପଡିବ । ବର୍ତ୍ତମାନ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ରାଜଧାନୀ ସ୍ଥାପନ ହେଉଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ରୂପ-ବସନ୍ତ ହୋଇ ଅବିନାଶୀ ଜ୍ଞାନ ରତ୍ନର ଦାନ କରି ମହାଦାନୀ ହେବାକୁ ପଡିବ । ଯେଉଁ ପାଠ ନିଜେ ପଢୁଛ ତା’କୁ ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ହେବ ।

(୨) କୌଣସି କଥାରେ ବିଚଳିତ ହେବାର ନାହିଁ କି ଡରିବାର ନାହିଁ, ନିଜ ପ୍ରତି ଧ୍ୟାନ ଦେବାର ଅଛି । ନିଜେ ନିଜକୁ ପଚାରିବା ଉଚିତ୍ ଯେ ମୁଁ କେଉଁ ପ୍ରକାରର ଫୁଲ? ମୋ ଭିତରେ କୌଣସି ଦୁର୍ଗନ୍ଧ ନାହିଁ ତ ?

ବରଦାନ:-
ଦୃଢ ସଂକଳ୍ପ ଦ୍ୱାରା ଦୁର୍ବଳତା ରୂପୀ କଳିଯୁଗୀ ପାହାଡକୁ ସମାପ୍ତ କରୁଥିବା ସମର୍ଥୀ ସ୍ୱରୂପ ଭବ ।

ନିରାଶ ହୋଇଯିବା, କୌଣସି ସଂସ୍କାରର ବା ପରିସ୍ଥିତିର ବଶୀଭୂତ ହେବା କୌଣସି ବ୍ୟକ୍ତି ବା ବୈଭବ ପ୍ରତି ଆକର୍ଷିତ ହେବା - ଏହି ସମସ୍ତ ଦୁର୍ବଳତା ରୂପୀ କଳିଯୁଗୀ ପାହାଡକୁ ଦୃଢ ସଂକଳ୍ପର ଆଙ୍ଗୁଳୀ ଦେଇ ସଦାକାଳ ପାଇଁ ସମାପ୍ତ କର ଅର୍ଥାତ୍ ବିଜୟୀ ହୁଅ । ବିଜୟ ଆମର ଗଳାର ହାର ଅଟେ - ସର୍ବଦା ଏହି ସ୍ମୃତି ଦ୍ୱାରା ସମର୍ଥୀ ସ୍ୱରୂପ ହୁଅ । ଏହା ହିଁ ହେଉଛି ସ୍ନେହର ପ୍ରତିଦାନ । ଯେପରି ସାକାର ବ୍ରହ୍ମାବାବା ଶ୍ରେଷ୍ଠ ସ୍ଥିତିର ସ୍ତମ୍ଭ ହୋଇ ଦେଖାଇଲେ ସେହିଭଳି ନିଜର ପିତାଙ୍କୁ ଅନୁକରଣ କରି ସର୍ବଗୁଣର ସ୍ତମ୍ଭ ହୁଅ ।

ସ୍ଲୋଗାନ:-
ସାଧନ ଗୁଡିକ ସେବା ପାଇଁ ଉଦ୍ଦିଷ୍ଟ, ଆରାମ ପସନ୍ଦ ହେବା ପାଇଁ ନୁହେଁ ।

ଅବ୍ୟକ୍ତ ଇଶାରା:- ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।

ଯେପରି ଆଟମ୍ ବମ୍‌କୁ ଗୋଟିଏ ସ୍ଥାନରେ ନିକ୍ଷେପ କରିଲେ ଚାରିଆଡେ ତା’ର ଅଂଶବ୍ୟାପୀ ଯାଇଥାଏ - ତାହା ହେଲା ଆଟମ୍ ବମ୍‌, ଏହା ହେଉଛି ଆତ୍ମିକ ବମ୍ । ଏହାର ପ୍ରଭାବ ଅନେକ ଆତ୍ମାଙ୍କୁ ଆକର୍ଷିତ କରିବ ଏବଂ ସହଜରେ ପ୍ରଜାମାନଙ୍କର ବୃଦ୍ଧି ହୋଇଯିବ । ସେଥିପାଇଁ ସଙ୍ଗଠିତ ରୂପରେ ଆତ୍ମିକ ସ୍ୱରୂପର ଅଭ୍ୟାସକୁ ବଢାଅ ଏବଂ ସ୍ମୃତି ସ୍ୱରୂପ ହୁଅ ଯାହା ଦ୍ୱାରା ବାୟୁମଣ୍ଡଳ ଶକ୍ତିଶାଳୀ ହୋଇଯିବ ।