30.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ଭଳି ନିରହଂକାରୀ ଏବଂ ନିଷ୍ମାମ ସେବାଧାରୀ ଆଉ କେହି ନୁହଁନ୍ତି, ସାରା ବିଶ୍ୱର ରାଜତ୍ୱ ପିଲାମାନଙ୍କୁ ଦେଇ ନିଜେ ବାନପ୍ରସ୍ଥରେ ରହିଯାଆନ୍ତି ।”

ପ୍ରଶ୍ନ:-
ବାବାଙ୍କର କେଉଁ ସନ୍ଦେଶ ସାରା ବିଶ୍ୱରେ ତୁମମାନଙ୍କୁ ହିଁ ଜଣାଇବାକୁ ହେବ?.

ଉତ୍ତର:-
ସମସ୍ତଙ୍କୁ ଜଣାଅ ଯେ - ତୁମେ ଦୁଃଖହର୍ତ୍ତା ସୁଖକର୍ତ୍ତାଙ୍କର ସନ୍ତାନ ଅଟ । ତୁମେ କେବେ ହେଲେ କାହାକୁ ଦୁଃଖ ଦେବା ଉଚିତ ନୁହଁ । ତୁମେ ସୁଖଦାତା ବାବାଙ୍କୁ ମନେ ପକାଅ, ତାଙ୍କୁ ଅନୁସରଣ କର, ତେବେ ଅଧାକଳ୍ପ ପାଇଁ ତୁମେ ସୁଖଧାମକୁ ଚାଲିଯିବ । ଏହି ସନ୍ଦେଶ ସମସ୍ତଙ୍କୁ ଦେବାକୁ ହେବ । ଯେଉଁମାନେ ଏହି ସନ୍ଦେଶକୁ ଜୀବନରେ ଧାରଣ କରିବେ ସେମାନେ ୨୧ ଜନ୍ମ ପାଇଁ ମାୟା ଦ୍ୱାରା ଅଚେତ ହେବାରୁ ମୁକ୍ତ ହୋଇଯିବେ ।

ଗୀତ:-
ହମାରେ ତୀର୍ଥ ନ୍ୟାରେ ହୈ ... ... ...

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ପିଲାମାନେ ଏହି ଗୀତର ଅର୍ଥ ତ ବୁଝିଯାଇଛନ୍ତି । ଆମ ଆତ୍ମାମାନଙ୍କର ସିଏ ପିତା ଅଟନ୍ତି । ମୁଖ୍ୟ ହେଲା ଆତ୍ମା । ଏବେ ତୁମେ ପିଲାମାନେ ଜାଣିଛ - ଆମର ଆତ୍ମା ପରମପିତା ପରମାତ୍ମାଙ୍କ ସମ୍ମୁଖରେ ବସିଛି । ତୁମମାନଙ୍କର ସୋଲ ଅର୍ଥାତ୍ ଆତ୍ମା ସୁପ୍ରିମ ସୋଲ ବା ପରମାତ୍ମାଙ୍କ ସମ୍ମୁଖରେ ବସିଛି । ତୁମର ତ ନିଜର ଶରୀର ଅଛି, ଏହାଙ୍କର ହେଲା ଲୋନ୍ ବା ଉଧାର ନେଇଥିବା ଶରୀର । ଗୁରୁମାନେ ଲୋକମାନଙ୍କୁ ତୀର୍ଥଯାତ୍ରା କରାଇବା ପାଇଁ ନେଇଯାଇଥାନ୍ତି । ଭକ୍ତିମାର୍ଗରେ ଅନେକ ଗୁରୁ ଅଛନ୍ତି । ଭାରତରେ ସ୍ତ୍ରୀ ନିଜର ପତିକୁ ମଧ୍ୟ ଗୁରୁ, ଈଶ୍ୱର ମନେ କରିଥାନ୍ତି । ବାବା ପିଲାମାନଙ୍କୁ ବୁଝାଉଛନ୍ତି - ତୁମେମାନେ ସନ୍ତାନ ଅଟ ନା । ଜାଣୁଛ ଯେ ଆମେ ଅବିନାଶୀ ପିତାଙ୍କର ସନ୍ତାନ ଅଟୁ । ପୁନର୍ବାର ଅବିନାଶୀ ସମ୍ପତ୍ତି ନେବା ପାଇଁ ଆସିଛୁ, ଏବେ ଆମକୁ ସଦ୍‌ଗତି ପ୍ରାପ୍ତ କରିବାର ଅଛି । ଏଥିରେ ତ ସମ୍ପୂର୍ଣ୍ଣ ନିଶ୍ଚୟ ଅଛି ନା । ସାରା ଦୁନିଆ ଦୁର୍ଗତିରେ ଅଛି, ପତିତ ହୋଇଯାଇଛି । ପାବନ ହେବା ପାଇଁ ବାବାଙ୍କୁ ଡାକୁଛନ୍ତି । ତେବେ ଭାରତରେ ଅନେକାନେକ ଗୁରୁ ଅଛନ୍ତି, କାହାର ୧୦୦ ଜଣ ଅନୁଗାମୀ ଥିବେ ତ ଆଉ କାହାର ୫୦୦ ମଧ୍ୟ ଥିବେ, କାହାର ପୁଣି ୫୦ ଜଣ ମଧ୍ୟ ଥିବେ । କାହାର ଲକ୍ଷ ଲକ୍ଷ, କୋଟି-କୋଟି ମଧ୍ୟ ଥିବେ । ଯେପରି ଆଗା ଖାଁ, ଖୋଜୋ ସମ୍ପ୍ରଦାୟର ଗୁରୁ ଅଟନ୍ତି । ତାଙ୍କର ମଧ୍ୟ କେତେ ଅନୁଗାମୀ ଅଛନ୍ତି, ସେମାନେ ତାଙ୍କୁ କେତେ ସମ୍ମାନ ଦେଉଛନ୍ତି । ସିଏ ଯାହା ବି କରୁଥାନ୍ତୁ, କିନ୍ତୁ ତାଙ୍କର ବହୁତ ସମ୍ମାନ ରହିଛି । ଭକ୍ତିମାର୍ଗରେ ଗୁରୁ ଅନେକ ଅଛନ୍ତି, ସେମାନେ ମଧ୍ୟ କ୍ରମାନ୍ୱୟରେ ଥା’ନ୍ତି । କାହାର କାହାର ତ ପ୍ରଚୁର ଧନ ଆୟ ହେଉଛି । ଆଗା ଖାଁଙ୍କର ତ ବହୁତ ରୋଜଗାର ହୋଇଥାଏ । ତାଙ୍କର ଶିଷ୍ୟମାନେ ତ ତାଙ୍କୁ ହୀରାରେ ଓଜନ କରି ଦାନ ଦେଇଥିଲେ । ନିକିତୀରେ ଗୋଟିଏ ପଟେ ହୀରା ରଖିଥିଲେ ଏବଂ ଅନ୍ୟପଟେ ଗୁରୁ ଆଗା ଖାଁଙ୍କୁ ବସାଇଥିଲେ । ଯଦି ଏତେ ହୀରା ଦାନ କରୁଛନ୍ତି ତେବେ ତାଙ୍କ ପାଖରେ କେତେ ହୀରା ନ ଥିବ । ଆଜିକାଲି ବହୁତଙ୍କୁ ସୁନାରେ ମଧ୍ୟ ଓଜନ କରି ଦାନ ଦେଉଛନ୍ତି । ଆଉ ଗୋଟିଏ ହେଲା ପ୍ଲାଟିନିୟମ ଯାହାକି ସୁନାଠାରୁ ମଧ୍ୟ ଅଧିକ ମୂଲ୍ୟବାନ ଅଟେ । ସେଥିରେ ମଧ୍ୟ ଓଜନ କରି ଦାନ କରିଥିଲେ । ଗୁରୁମାନଙ୍କର ଦେଖ କେତେ ମର୍ଯ୍ୟାଦା ରହିଛି... ଏଭଳି ଗୁରୁ ତ ଅନେକ ଅଛନ୍ତି । ତେବେ ଏହି ସଦ୍‌ଗୁରୁଙ୍କୁ ତୁମେ କ’ଣ ଦେବ? ତାଙ୍କୁ କ’ଣ ଓଜନ କରିବ? ହୀରାରେ ଓଜନ କରି ଦାନ କରିବ? ତାଙ୍କର ଓଜନ ହୋଇପାରିବ? ତାଙ୍କର ନିଜର ତ ଓଜନ କିଛି ନାହିଁ । ଶିବ ତ ହେଲେ ବିନ୍ଦୁ, ତୁମେ କ’ଣ ତାଙ୍କର ଓଜନ କରିପାରିବ । ତୁମର ଏହି ଗୁରୁ କେତେ ଆଶ୍ଚର୍ଯ୍ୟଜନକ ଅଟନ୍ତି, ସବୁଠାରୁ ହାଲୁକା । ବିଲକୁଲ୍ ସୂକ୍ଷ୍ମ ଅଟନ୍ତି । ତୁମମାନଙ୍କର ଗୁରୁ ହେଲେ ଜଣେ । ତୁମେ ଜାଣିଛ ଶିବବାବା ତ ଦାତା ଅଟନ୍ତି । ଭଗବାନ କେବେ କିଛି ନିଅନ୍ତି ନାହିଁ, ସିଏ ତ ଦେଇଥାନ୍ତି । ସମସ୍ତେ ଈଶ୍ୱରଙ୍କ ଊଦ୍ଦେଶ୍ୟରେ ଦାନ କରିଥାନ୍ତି, ତେଣୁ ଭାବିଥାନ୍ତି ପରବର୍ତ୍ତୀ ଜନ୍ମରେ ଏହାର ପ୍ରାରବ୍ଧ ମିଳିବ । କାମନା ତ ରଖିଥାନ୍ତି । ତେବେ ଇଏ ତ ହେଲେ ବେହଦର ପିତା । ୟାଙ୍କ ଭଳି ନିଷ୍କାମ ସେବା କେହି କରିପାରିବେ ନାହିଁ । ନିଷ୍କାମ ସେବା ମଧ୍ୟ କିପରି ଅଟେ? ପିଲାମାନଙ୍କୁ ବିଶ୍ୱର, ସୁଖଧାମର ମାଲିକ କରୁଛନ୍ତି । ବାବା କ’ଣ ନିଜେ ବିଶ୍ୱର ମାଲିକ ହେଉଛନ୍ତି କି? ତାଙ୍କୁ ସୁଖର ସାଗର, ଶାନ୍ତିର ସାଗର, ପବିତ୍ରତାର ସାଗର କୁହାଯାଏ । ପିଲାମାନଙ୍କୁ ପ୍ରତ୍ୟେକ କଥା ଭଲ ଭାବରେ ବୁଝାଇ ଦିଆଯାଉଛି । ଏକମାତ୍ର ବାବାଙ୍କଠାରୁ ତୁମକୁ ଜୀବନମୁକ୍ତି ମିଳୁଛି । ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ନିଶ୍ଚୟ କଲ, ବାସ୍ ... । କେବଳ ବାବା ଏବଂ ସମ୍ପତ୍ତିକୁ ମନେପକାଇବାର ଅଛି । ବାବାଙ୍କୁ କୁହାଯାଉଛି ଜ୍ଞାନର ସାଗର । ସାରା ସାଗରକୁ ସ୍ୟାହି ଅର୍ଥାତ୍ କାଳି କରି ଦିଅ ସାରା ଜଙ୍ଗଲକୁ କଲମ କରିଦିଅ... ତେବେ ମଧ୍ୟ ତାଙ୍କର ମହିମା ଶେଷ ହେବ ନାହିଁ । ଯଦି ତୁମେ ଆରମ୍ଭରୁ ସବୁ ଜ୍ଞାନ ଲେଖି ବସିବ, ତେବେ ତୁମର ଅନେକ ପୁସ୍ତକ ହୋଇଯିବ । ଏହି ଜ୍ଞାନ ବହୁତ ମୂଲ୍ୟବାନ ଅଟେ, ଯାହାକୁ ଧାରଣ କରିବାକୁ ହେବ । ତୁମେ ଜାଣିଛ, ଏହି ଜ୍ଞାନ ପରମ୍ପରାରୁ ତ ଚାଲି ନ ଥାଏ । ଏବେ ତୁମକୁ ସମସ୍ତ ଜ୍ଞାନର ସାରମର୍ମ ମିଳୁଛି । ବାବା ଆସି ପିଲାମାନଙ୍କୁ ନିଜର ପରିଚୟ ଦେଉଛନ୍ତି, ସେତିକି ଯଥେଷ୍ଟ ଅଟେ । ବାବାଙ୍କର ପରିଚୟ ପାଇବା କାରଣରୁ, ରଚୟିତାଙ୍କୁ ଜାଣିବା ଦ୍ୱାରା ରଚନାର ମଧ୍ୟ ଜ୍ଞାନ ଜାଣିଯାଇଛ । ବୁଦ୍ଧି କହୁଛି, ଯେଉଁମାନେ ସତ୍ୟଯୁଗରେ ଜନ୍ମ ନେଉଥିବେ, ସେମାନଙ୍କର ପୁନର୍ଜନ୍ମ ମଧ୍ୟ ଅଧିକ ହେବ । ସୃଷ୍ଟିଚକ୍ରରେ ଯେଉଁମାନେ ପ୍ରଥମେ ଆସିଥିବେ ସେହିମାନେ ଆସିବେ । ଏହି ଚକ୍ରକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ । ଗୀତରେ ଶୁଣିଲ - ଆମର ତୀର୍ଥ ସବୁଠାରୁ ଅଲଗା । ଶାରୀରିକ ତୀର୍ଥଯାତ୍ରା ଆଦି ତ ଜନ୍ମ ଜନ୍ମାନ୍ତର କରି ଆସିଛ । ଏହା କେବଳ ତୁମର ଗୋଟିଏ ଜନ୍ମର ଯାତ୍ରା ଅଟେ । ଏହି ଆତ୍ମିକ ଯାତ୍ରାରେ ଟିକିଏ ହେଲେ କୌଣସି କଷ୍ଟ ନାହିଁ । ଜ୍ଞାନଦାତା ଏକମାତ୍ର ସଦ୍‌ଗୁରୁ ଅଟନ୍ତି । ସଦ୍‌ଗତି ତ କାହାର ହୋଇ ନ ଥାଏ । ସିଏ ହେଉଛନ୍ତି ସର୍ବଶ୍ରେଷ୍ଠ ଜ୍ଞାନର ସାଗର, ତାଙ୍କ ଦ୍ୱାରା ସମସ୍ତଙ୍କର ସଦଗତି ହୋଇଯାଉଛି । ତେଣୁ ଆଉ କ’ଣ ଦରକାର । ପାଞ୍ଚତତ୍ୱଗୁଡିକ ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଉଛନ୍ତି । ଏଠାରେ ସମସ୍ତେ ତମୋପ୍ରଧାନ ହେବା କାରଣରୁ ବାୟୁ ଆଦି ତତ୍ତ୍ୱଗୁଡିକ ମଧ୍ୟ ସେହିଭଳି ତମୋପ୍ରଧାନ ହୋଇଯାଇଛନ୍ତି । କେତେ ଭୂମିକମ୍ପ ଆଦି ହେଉଛି । ସତ୍ୟଯୁଗରେ ତ ଦୁଃଖ ଦେବା ଭଳି କୌଣସି ଜିନିଷ ନ ଥିବ । ବାବା ତ ଦୁଃଖହର୍ତ୍ତା-ସୁଖକର୍ତ୍ତା ଅଟନ୍ତି । ତୁମେମାନେ ତାଙ୍କର ସନ୍ତାନ ଅଟ, ତେଣୁ ତୁମକୁ କାହାକୁ ବି ଦୁଃଖ ଦେବାର ନାହିଁ । ସମସ୍ତଙ୍କୁ ଏହି ସୁଖ ପାଇବାର ରାସ୍ତା ଦେଖାଇବାକୁ ହେବ ।

ଏବେ ବାବା କହୁଛନ୍ତି ତୁମକୁ ସମସ୍ତଙ୍କୁ କେବଳ ସୁଖ ହିଁ ଦେବାକୁ ହେବ । ବାବା ତୁମକୁ ଅଧାକଳ୍ପ ପାଇଁ ଏଭଳି ସୁଖ ଦେଉଛନ୍ତି ଯାହାକି ସେଠାରେ ଦୁଃଖର ନାମ ରହିବ ନାହିଁ । ତୁମେ ଜାଣିଛ - ବାବାଙ୍କଠାରୁ ୨୧ ଜନ୍ମର ସମ୍ପତ୍ତି ପ୍ରାପ୍ତ କରିବା ପାଇଁ ଆମେ ଏଠାକୁ ଆସିଛୁ । ତୁମେ ବିଦ୍ୟାର୍ଥୀ ଅଟ ନା । ତୁମ ମନରେ ଅଛି ଯେ ଆମେ ଶିବବାବାଙ୍କଠାରୁ ସ୍ୱର୍ଗର ସୁଖ ନେଉଛୁ, ତେଣୁ ସବୁ ଦୁଃଖ ଦୂର ହୋଇଯିବ । ବାବା ଆମକୁ ଜାଗ୍ରତ କରିବା ପାଇଁ ସଞ୍ଜିବନୀ ବୁଟୀ ଦେଉଛନ୍ତି, ଯାହାକି ୨୧ ଜନ୍ମ ପର୍ଯ୍ୟନ୍ତ ତୁମେ କେବେ ମୁର୍ଚ୍ଛିତ ହେବ ନାହିଁ । ଏହି ସଞ୍ଜିବନୀ ବୁଟୀ ହେଲା - ‘ମନମନାଭବ’ । ସମସ୍ତଙ୍କର ସଦ୍‌ଗତିଦାତା ଏକମାତ୍ର ବାବା ହିଁ ଅଟନ୍ତି, ତାଙ୍କୁ ନିରାକାର, ନିରହଂକାରୀ କୁହାଯାଏ । ଯାହାଙ୍କର ଶରୀରରେ ବାବା ଆସୁଛନ୍ତି, ସିଏ ମଧ୍ୟ ସାଧାରଣ ଅଟନ୍ତି । ବାବା କହୁଛନ୍ତି - ପ୍ରିୟ ସନ୍ତାନଗଣ, ମୁଁ ତୁମର ଆଜ୍ଞାଧୀନ ପିତା । ବଡ ଲୋକମାନେ ସର୍ବଦା ଏହିଭଳି ଲେଖିଥାନ୍ତି, ମୁଁ ଆଜ୍ଞାଧୀନ ସେବକ । ନିଜ ପାଇଁ କେବେ ହେଲେ ଶ୍ରୀ ଲେଖନ୍ତି ନାହିଁ । ଆଜିକାଲି ତ ଶ୍ରୀ ଶ୍ରୀ ଲେଖି ଦେଉଛନ୍ତି । ନିଜେ ନିଜକୁ ଶ୍ରୀ ଶ୍ରୀ ଲେଖି ଦେଉଛନ୍ତି । ଆତ୍ମିକ ପିତା ହେଉଛନ୍ତି ନିରାକାରୀ, ନିରହଂକାରୀ । ଏବେ ତୁମେ ତାଙ୍କ ସମ୍ମୁଖରେ ବସିଛ ଏବଂ ଜାଣିଛ ସିଏ ଆମର ପିତା, ଶିକ୍ଷକ, ସତଗୁରୁ ଅଟନ୍ତି । ବାକି ଭକ୍ତିମାର୍ଗରେ ଅନେକ ଗୁରୁ ଅଛନ୍ତି, ଗୁରୁମାନଙ୍କର ମଧ୍ୟ ଗୁରୁ ଥାନ୍ତି, କିନ୍ତୁ ଶିବବାବାଙ୍କର କେହି ଗୁରୁ ନାହାଁନ୍ତି । ଇଏ ସତ୍ ପିତା, ସତ୍ ଶିକ୍ଷକ, ସତ୍‌ଗୁରୁ ଅଟନ୍ତି ।

ତୁମେ ଜାଣିଛ - ଆତ୍ମା ହିଁ ସଂସ୍କାର ଧାରଣ କରୁଛି । ବାବା ମଧ୍ୟ ଆତ୍ମା ଅଟନ୍ତି ନା, ସିଏ ଗୁଣର ଭଣ୍ଡାର ଅଟନ୍ତି । ତୁମ ଆତ୍ମାମାନଙ୍କର ଗୁଣ ଭିନ୍ନ ଭିନ୍ନ ଅଟେ । ଏହି ସମୟରେ ଯେଉଁ ଗୁଣ ତୁମ ମଧ୍ୟରେ ଅଛି ସେହି ଗୁଣ ସବୁ ବାବାଙ୍କର ଅଟେ । ପୁଣି ସତ୍ୟଯୁଗରେ ତୁମର ଦୈବୀଗୁଣ ହୋଇଯିବ । ବାବା ଜ୍ଞାନର ସାଗର, ସ୍ନେହର ସାଗର ଅଟନ୍ତି । ଶ୍ରୀକୃଷ୍ଣଙ୍କର ମହିମା ଅଲଗା ଅଟେ । ଶିବବାବାଙ୍କୁ ୧୬ କଳା ସମ୍ପୂର୍ଣ୍ଣ କୁହାଯିବ ନାହିଁ । ସିଏ ତ ସର୍ବଦା ସ୍ଥିର ହିଁ ଅଟନ୍ତି । ବାବା କହୁଛନ୍ତି - ଏହି ଉପାଧି ତୁମେ ମୋତେ ଦେଇପାରିବ ନାହିଁ । ମୁଁ କ’ଣ କେବେ ବିକାରୀ ହେଉଛି, ଯେ ପୁଣି ସର୍ବଗୁଣ ସମ୍ପନ୍ନ ହେବି? ମୋର କ’ଣ ୟାଙ୍କ ଭଳି ଅର୍ଥାତ୍ ଶ୍ରୀକୃଷ୍ଣଙ୍କ ଭଳି ମହିମା କରିବ? ଏହି ଜ୍ଞାନକୁ ଯିଏ କଳ୍ପ ପୂର୍ବରୁ ଶୁଣି ଥିଲେ ସେହିମାନେ ହିଁ ଆସିବେ, ଏଠାକୁ ଆସି ବାବାଙ୍କଠାରୁ ଶୁଣିବେ ଏବଂ ବାବାଙ୍କୁ ମନେପକାଇବେ । ଶେଷ ସମୟରେ ସମସ୍ତେ ହାୟ ହାୟ କରି କାନ୍ଦିବେ, ତାପରେ ଭାରତର ଜୟ ଜୟକାର ହୋଇଯିବ । ଏବେ ତୁମେମାନେ ଯାତ୍ରାର ରହସ୍ୟ ମଧ୍ୟ ଜାଣିଗଲଣି । ଏହି ଆତ୍ମିକ ଯାତ୍ରା ପରେ ପୁଣି ତୁମେ କେବେ ହେଲେ ଏହି ମୃତ୍ୟୁଲୋକକୁ ଫେରିବ ନାହିଁ । ଦୁନିଆରେ ତୀର୍ଥଯାତ୍ରା କରି ପୁଣି ଘରକୁ ଫେରି ଆସିଥାନ୍ତି । ଅନେକ ମନୁଷ୍ୟ ସ୍ନାନ ଆଦି କରିବା ପାଇଁ ଯାଉଛନ୍ତି । ଭକ୍ତିର ଦେଖ କେତେ ବିସ୍ତାର ରହିଛି । ଯେପରି ବୃକ୍ଷ କେତେ ବିଶାଳ ହୋଇଥାଏ, କିନ୍ତୁ ମଞ୍ଜି ଅତି ଛୋଟ । ସେହିପରି ଭକ୍ତିର ମଧ୍ୟ କେତେ ବିସ୍ତାର ରହିଛି । ଜ୍ଞାନର ଗୋଟିଏ ବୁଡ ମଧ୍ୟ ସଦ୍‌ଗତି କରି ଦେଇଥାଏ । ଭକ୍ତି କରି କରି ତଳକୁ ତଳକୁ ଖସିବାରେ ଅଧାକଳ୍ପ ଲାଗିଯାଇଥାଏ । ଏଠାରେ ତୁମକୁ ସିଢି ଚଢିବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି - ଏହି ସଂଗମଯୁଗର ଲିଫ୍ଟ କେତେ ଭଲ । ତଳୁ ଏକଦମ୍ ଉପରକୁ, ନିଜ ଘର ଶାନ୍ତିଧାମକୁ ନେଇଯାଉଛି । ଏହାକୁ ହିଁ କୁହାଯାଏ ଚଢତି କଳା, ସର୍ବ କା ଭଲା । ସମସ୍ତଙ୍କର ସଦଗତି ଦାତା ଏକା ବାବା ହିଁ ଅଟନ୍ତି । ଏବେ ତୁମେ ଜ୍ଞାନ ଏବଂ ଭକ୍ତିର ପାର୍ଥକ୍ୟକୁ ବୁଝିପାରୁଛ । ତେବେ ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟ ରହିଛି ନା । ସନ୍ନ୍ୟାସୀମାନଙ୍କର ହେଉଛି ସୀମିତ ବୈରାଗ୍ୟ । ବାବା ବୁଝାଉଛନ୍ତି - ବୈରାଗ୍ୟ ଦୁଇ ପ୍ରକାରର ଅଟେ । ଗୋଟିଏ ହେଲା ହଦ ଅର୍ଥାତ୍ ଅଳ୍ପକାଳର ବୈରାଗ୍ୟ, ଯାହା ଦ୍ୱାରା କୌଣସି ସଦ୍‌ଗତି ହୁଏ ନାହିଁ । ଅନ୍ୟଟି ହେଲା ବେହଦର ଅର୍ଥାତ୍ ବୈରାଗ୍ୟ ସଦାକାଳର ଯାହା ଦ୍ୱାରା ତୁମର ସଦ୍‌ଗତି ହୋଇଯାଉଛି । ଶ୍ରେଷ୍ଠରୁ ଶ୍ରେଷ୍ଠ ହେବା ପାଇଁ ତୁମ ପିଲାମାନଙ୍କୁ ବର୍ତ୍ତମାନ ସଦଗତିର ଶ୍ରୀମତ ମିଳୁଛି । ଏବେ ଶ୍ରୀମତ ଆଧାରରେ ଶ୍ରେଷ୍ଠ ଦୁନିଆର ସ୍ଥାପନା ହେଉଛି । ଏହି ଦୁନିଆ ରାବଣ ମତରେ ଚାଲି ଭ୍ରଷ୍ଟ ହୋଇଯାଇଛି । ଏବେ ଆମେ ଶ୍ରେଷ୍ଠ ହେଉଛେ - ଏହି ସବୁ କଥା ତୁମେମାନେ ହିଁ ଜାଣିଛ । ଦୁନିଆ ଆଦୌ ଜାଣିନାହିଁ । ତୁମ ପାଇଁ ତ କହୁଛନ୍ତି, ଏହି ବ୍ରହ୍ମାକୁମାରୀମାନେ ବିନାଶ କରାଇବାର ନିମିତ୍ତ ଅଟନ୍ତି । ପ୍ରକୃତରେ ବିନାଶ ତ ନିଶ୍ଚିତ ହେବ । ଏହା ଦ୍ୱାରା ହିଁ ତ କଲ୍ୟାଣ ହେବାର ଅଛି । କଲ୍ୟାଣକାରୀ ବାବା ଯେତେବେଳେ ଆସନ୍ତି, ସେତେବେଳେ ମହାଭାରତ ଲଢେଇ ଲାଗିଥାଏ । ଲୋକମାନେ କହିବେ ଆମେ କହୁଥିଲୁ ନା ବ୍ରହ୍ମାକୁମାରୀମାନେ ବିନାଶ କରାଇବେ । ନିଶ୍ଚିତ ଭାବରେ ବିନାଶ ତ ହେବାର ହିଁ ଅଛି, ପୁରୁଣା ଦୁନିଆର ବିନାଶ ହେବ । ଆମେ ନୂଆ ଦୁନିଆ ସ୍ଥାପନ କରୁଛୁ । ପୁରୁଣା ଦୁନିଆ ପରେ ନୂଆ ତ ନିଶ୍ଚିତ ହେବ । କଳ୍ପ କଳ୍ପ ବିନାଶ ହୁଏ, ତେବେ ଯାଇ ଭାରତରେ ସ୍ୱର୍ଗର ଦ୍ୱାର ଖୋଲିଥାଏ । କିନ୍ତୁ ସେମାନେ ବୁଝିବେ କିପରି? ଆଗକୁ ଗଲେ ବହୁତ ଲୋକ ବୁଝିବେ । ବାବା ଯେତେବେଳେ ଆସିଥାନ୍ତି ସେତେବେଳେ ସାରା ପୁରୁଣା ଦୁନିଆ ସ୍ୱାହା ହୋଇଯାଏ । ତୁମର ଏହି ଯଜ୍ଞ ତ ଆଶ୍ଚର୍ଯ୍ୟଜନକ ଅଟେ, ଯେଉଁଥିରେ ଆହୁତି ପଡିବାର ଅଛି । ଏହି କଥା ମଧ୍ୟ ତୁମେ ହିଁ ଜାଣିଛ, ଆଉ କେହି ଜାଣିନାହାଁନ୍ତି । ବିଜୟ ତ ପାଣ୍ଡବମାନଙ୍କର ହିଁ ହେବ, ଆଉ ସମସ୍ତେ ବିନାଶ ହୋଇଯିବେ । କେବଳ ତୁମେ ପାଣ୍ଡବମାନେ ହିଁ ରହୁଛ ଏବଂ ନୂଆ ଦୁନିଆରେ ରାଜ୍ୟ କରୁଛ । ଏହି ଜ୍ଞାନ ବଡ ଆଶ୍ଚର୍ଯ୍ୟଜନକ ଅଟେ । ସମସ୍ତଙ୍କର ଦୁଃଖହର୍ତ୍ତା, ସୁଖକର୍ତ୍ତା ସଦ୍‌ଗତିଦାତା ଏକମାତ୍ର ବାବା ଅଟନ୍ତି । କେତେ ମିଠା ଏବଂ କେତେ ପ୍ରିୟ ପିତା ଅଟନ୍ତି । ତୁମେ କହିଆସିଛ ମିଠା ବାବା, ଆପଣ ଯେତେବେଳେ ଆସିବେ, ତେବେ ମୁଁ ଆପଣଙ୍କ ଉପରେ ସମର୍ପଣ ହୋଇଯିବି, ମୋର ତ ଏକା ଆପଣ, ଆଉ କେହି ନୁହଁନ୍ତି । ଏହାର ଅର୍ଥ ନୁହେଁ ଯେ ଘରଦ୍ୱାର ଛାଡି ଏଠାରେ ଆସି ବସିଯିବ । ନାଁ, ତୁମେ ଗୃହସ୍ଥ ବ୍ୟବହାରରେ ହିଁ ରୁହ । ସାତ ଦିନର କୋର୍ସ ଅଥବା ଶିକ୍ଷା ନେଇ ଯେଉଁଠାରେ ଥାଅ - ମନମନାଭବ । ବାବାଙ୍କୁ ମନେ ପକାଇବାକୁ ହେବ ଏବଂ ସମ୍ପତ୍ତି ନେବାକୁ ହେବ । ବାସ୍ କେବଳ ଯୋଗର ଯାତ୍ରାରେ ରହିବାକୁ ହେବ, ଏହା ଦ୍ୱାରା ହିଁ ବେଡା ବା ନଉକା ପାରି ହେବ । ଏକଥା ମଧ୍ୟ ତୁମେ ଜାଣିଛ - ପବିତ୍ର ରହିବାକୁ ହେବ । ଛି-ଛି ଅଶୁଦ୍ଧ ଭୋଜନ ଖାଇବାର ନାହିଁ । ମୁରଲୀ ତ ମିଳିଯାଉଛି । ସମୟ ଏମିତି ଆସିବ ଯାହାକି ମୁରଲୀ ମଧ୍ୟ ମିଳିବ ନାହିଁ । ଅନେକ ଦୁର୍ବିପାକ ମଧ୍ୟ ଆସିବ, ଯଦି ଗଣ୍ଡଗୋଳ ଆଦି ହୋଇଯିବ ତେବେ ମୁରଲୀ ମିଳିପାରିବ ନାହିଁ । ତୁମେ ଏହି ଆଖି ଦ୍ୱାରା ଯାହା କିଛି ଦେଖୁଛ ତାହା ସବୁ ବିନାଶ ହୋଇଯିବ, ସବୁ ଭସ୍ମ ହୋଇଯିବ । ପ୍ରଳୟ ତ କେବେ ହୁଏ ନାହିଁ । ଦୁନିଆ ତ ଗୋଟିଏ ଅଟେ, ଯାହାକି ନୂଆରୁ ପୁରୁଣା ହୋଇଥାଏ । ନୂଆ ଦୁନିଆ, ପୁରୁଣା ଦୁନିଆ କୁହାଯାଏ । ଏବେ ତ କୁହାଯିବ, ଏହା ପୁରୁଣା ଦୁନିଆ, ଆଉ ଅଳ୍ପ ସମୟ ରହିଛି । ସେମାନେ କହୁଛନ୍ତି କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ । କଳିଯୁଗ ପାଇଁ କହୁଛନ୍ତି ଆହୁରି ୪୦ ହଜାର ବର୍ଷ ବାକି ଅଛି । ବାସ୍ତବରେ ୫ହଜାର ବର୍ଷର ଏହି ଚକ୍ର ଅଟେ । ତୁମ ବୁଦ୍ଧିରେ ସମସ୍ତ ଜ୍ଞାନ ଭରି ରହିଛି । ମନୁଷ୍ୟ ତ ସମ୍ପୂର୍ଣ୍ଣ ପଥରବୁଦ୍ଧି ହିଁ ଅଟନ୍ତି । ଅଭିନେତା ହୋଇ ଯଦି ଡ୍ରାମାର ରଚୟିତା ଓ ନିର୍ଦ୍ଦେଶକଙ୍କୁ ଜାଣି ନ ଥିବ, ତେବେ ତାଙ୍କୁ କ’ଣ କୁହାଯିବ? ବିଶ୍ୱର ଇତିହାସ-ଭୂଗୋଳ କିପରି ପୁନରାବୃତ୍ତ ହେଉଛି, ତାହା ତ ଜାଣିବା ଉଚିତ୍ ନା । ଯେଉଁମାନେ ଭଲ ଭାବରେ ଜାଣିଛନ୍ତି, ବୁଦ୍ଧିରେ ଧାରଣ କରି ଅନ୍ୟମାନଙ୍କୁ ଧାରଣ କରାଉଛନ୍ତି, ସେମାନେ ସର୍ବୋଚ୍ଚ ପଦ ପ୍ରାପ୍ତ କରୁଛନ୍ତି । ବାବା କହୁଛନ୍ତି - ଯେଉଁ ଜ୍ଞାନ ମୋ ପାଖରେ ଥିଲା ତାହା ଏବେ ତୁମକୁ ଦେଉଛି । ଡ୍ରାମାର ନିୟମ ଅନୁସାରେ ମୁଁ ତା’ର ପୁନରାବୃତ୍ତି କରୁଛି । ମୋର ମଧ୍ୟ ଡ୍ରାମାରେ ଅଭିନୟ ରହିଛି । ଭକ୍ତିମାର୍ଗରେ ମଧ୍ୟ ମୋର ଅଭିନୟ ରହିଛି, ଏବେ ତୁମକୁ ଆସି ନିଜର ପରିଚୟ ଏବଂ ରଚନାର ଅର୍ଥାତ୍ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛି । ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା । ମୁଁ ତ ଥରେ ମାତ୍ର ହିଁ ନିଜର ପରିଚୟ ଦେଇ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଇବା ପାଇଁ ଆସୁଛି । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କ ଭଳି ଆଜ୍ଞାକାରୀ ହେବାର ଅଛି । କେବେ ହେଲେ କୌଣସି କଥାରେ ନିଜର ଅହଂକାର ଦେଖାଇବା ଉଚିତ୍ ନୁହେଁ । ନିରାକାରୀ ଏବଂ ନିରହଂକାରୀ ହୋଇ ରହିବାର ଅଛି ।

(୨) ପିତା, ଶିକ୍ଷକ ଓ ସଦ୍‌ଗୁରୁ ଏହି ତିନି ସମ୍ବନ୍ଧର ପାର୍ଥକ୍ୟକୁ ଜାଣି ନିଶ୍ଚୟବୁଦ୍ଧି ହୋଇ ଶ୍ରୀମତରେ ଚାଲିବାକୁ ହେବ । ଆତ୍ମିକ ଯାତ୍ରାରେ ରହିବାକୁ ହେବ ।

ବରଦାନ:-
ପୁରୁଷାର୍ଥ ଶବ୍ଦକୁ ଯଥାର୍ଥ ଭାବରେ ବ୍ୟବହାର କରି ସର୍ବଦା ଆଗକୁ ବଢୁଥିବା ଶ୍ରେଷ୍ଠ ପୁରୁଷାର୍ଥୀ ଭବ ।

କେବେ କେବେ ପୁରୁଷାର୍ଥ ଶବ୍ଦ ମଧ୍ୟ ମାୟାଠାରୁ ହାରିବାରେ ବା ଅସଫଳତା ପ୍ରାପ୍ତ ହେବାରେ ବହୁତ ଭଲ ଢାଲ ପାଲଟି ଯାଇଥାଏ । ଯେତେବେଳେ କୌଣସି ଭୁଲ୍ ହୋଇଯାଉଛି, ସେତେବେଳେ କହିଦେଉଛ ମୁଁ ତ ଏବେ ପୁରୁଷାର୍ଥୀ ଅଟେ । କିନ୍ତୁ ଯଥାର୍ଥ ପୁରୁଷାର୍ଥୀ କେବେ ବି ପରାଜିତ ହୋଇପାରିବ ନାହିଁ କାହିଁକିନା ପୁରୁଷାର୍ଥ ଶବ୍ଦର ଯଥାର୍ଥ ଅର୍ଥ ହେଲା ନିଜକୁ ପୁରୁଷ ଅର୍ଥାତ୍ ଆତ୍ମା ମନେକରି ଚାଲିବା । ଏହିଭଳି ଆତ୍ମିକ ସ୍ଥିତିରେ ରହୁଥିବା ପୁରୁଷାର୍ଥୀମାନେ ତ ସର୍ବଦା ଲକ୍ଷ୍ୟ ସ୍ଥଳକୁ ସମ୍ମୁଖରେ ରଖି ଆଗକୁ ବଢିଥାଆନ୍ତି । ସେମାନେ କେବେ ହେଲେ ଅଟକିଯାଆନ୍ତି ନାହିଁ କିମ୍ବା ଉମଙ୍ଗ-ଉତ୍ସାହକୁ ଛାଡନ୍ତି ନାହିଁ ।

ସ୍ଲୋଗାନ:-
ସର୍ବଦା ମାଷ୍ଟର ସର୍ବଶକ୍ତିମାନର ସ୍ମୃତିରେ ରୁହ, ଏହି ସ୍ମୃତି ହିଁ ମାଲିକ ପଣିଆର ସ୍ମରଣ କରାଇଦେଇଥାଏ ।

ଅବ୍ୟକ୍ତ ଈଶାରା:- ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

କୌଣସି ବି କାର୍ଯ୍ୟ କରିବା ସମୟରେ ବା କଥାବାର୍ତ୍ତା କରିବା ସମୟରେ ମଝି ମଝିରେ ସଂକଳ୍ପର ଟ୍ରାଫିକ୍‌କୁ ବନ୍ଦ କର । ଗୋଟିଏ ମିନିଟ୍ ପାଇଁ ମଧ୍ୟ ମନର ସଂକଳ୍ପ ଗୁଡିକୁ, ଚାହେଁ ଶରୀର ଦ୍ୱାରା ଚାଲୁଥିବା କର୍ମକୁ ମଝିରୁ ଅଟକାଇ ମଧ୍ୟ ଏହି ଅଭ୍ୟାସ କର ତେବେ ଯାଇ ବିନ୍ଦୁ ସ୍ୱରୂପର ଶକ୍ତିଶାଳୀ ସ୍ଥିତିରେ ସ୍ଥିତ ହୋଇପାରିବ । ଯେପରି ଅବ୍ୟକ୍ତ ସ୍ଥିତିରେ ରହି କାର୍ଯ୍ୟ କରିବା ସରଳ ହୋଇଚାଲିଛି, ସେହିପରି ଏହି ବିନ୍ଦୁ ସ୍ୱରୂପର ସ୍ଥିତି ମଧ୍ୟ ସହଜ ହୋଇଯାଉ । ତେବେ ଏହା ହିଁ ହେଉଛି ଯୋଗର ଜ୍ୱାଳା ସ୍ୱରୂପ ସ୍ଥିତି ।