30.09.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଦେହଭାନ ଅର୍ଥାତ୍ ଦେହ-ଅଭିମାନରୁ ମରିଯାଅ ଅର୍ଥାତ୍ ଏହି ପୁରୁଣା ପତିତ ଦେହଠାରୁ ପ୍ରୀତି ତୁଟେଇ ଏକମାତ୍ର ବାବାଙ୍କ ସହିତ ସତ୍ୟ ପ୍ରୀତି ଯୋଡ ।”

ପ୍ରଶ୍ନ:-
ଏହି ସଂଗମଯୁଗରେ ତୁମ ସନ୍ତାନମାନଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ କ’ଣ?

ଉତ୍ତର:-
ଜ୍ଞାନର ଗହଣା ଗୁଡିକରେ ସର୍ବଦା ସଜବାଜ ହୋଇ ରହିବା - ଏହା ହିଁ ତୁମର ପ୍ରାକୃତିକ ସୌନ୍ଦର୍ଯ୍ୟ ଅଟେ । ଯେଉଁମାନେ ଜ୍ଞାନର ଗହଣାରେ ଶୃଙ୍ଗାରିତ ହୋଇ ରହିଥା’ନ୍ତି, ସେମାନଙ୍କର ମୁଖମଣ୍ଡଳ ଖୁସିରେ ଫୁଲ ଭଳି ହର୍ଷିତ ହୋଇ ରହିଥାଏ । ଯଦି ଖୁସି ରହୁ ନାହିଁ ତେବେ ନିଶ୍ଚିତ କୌଣସି ଦେହ-ଅଭିମାନର ଅଭ୍ୟାସ ରହିଛି, ଯେଉଁଥିରୁ ହିଁ ଅନ୍ୟ ସବୁ ବିକାର ଗୁଡିକ ଉତ୍ପନ୍ନ ହୋଇଥାଏ ।

ଗୀତ:-
ମହଫିଲ ମେ ଜଲ ଉଠି ଶମା....

ଓମ୍ ଶାନ୍ତି ।
ଏହି ଗୀତର ଅର୍ଥ କେତେ ବିଚିତ୍ର ଅଟେ । ପ୍ରୀତି କ’ଣ ପାଇଁ ହୋଇଥାଏ? (ମରିବା ପାଇଁ), କାହା ସହିତ ପ୍ରୀତି ହୋଇଛି? ଭଗବାନଙ୍କ ସହିତ, କାରଣ ଏହି ଦୁନିଆରୁ ମରି ତାଙ୍କ ପାଖକୁ ଯିବାକୁ ହେବ । ଏଭଳି ପ୍ରୀତି ପୂର୍ବରୁ କେବେ କାହା ସହିତ ହୋଇଥିଲା କି? ଯାହାଦ୍ୱାରା କି ଏଭଳି ବିଚାର ଆସିବ କି ମରିଯିବି । ତେବେ ଆଉ କେହି ପ୍ରୀତି ରଖିବେ? ଗୀତର ଅର୍ଥ କେତେ ଆଶ୍ଚର୍ଯ୍ୟଜନକ ଅଟେ । ଜ୍ୟୋତି ସହିତ ପତଙ୍ଗମାନେ ପ୍ରୀତି ରଖିବା କାରଣରୁ ଚତୁପାର୍ଶ୍ଵରେ ଘୂରି ଘୂରି ଜଳି ମରିଥାଆନ୍ତି । ତୁମକୁ ମଧ୍ୟ ବାବାଙ୍କ ପାଖକୁ ଆସି-ଆସି ଏହି ଶରୀରକୁ ଛାଡି ଦେବାକୁ ହେବ ଅର୍ଥାତ୍ ବାବାଙ୍କୁ ୟାଦ କରି-କରି ଶରୀର ଛାଡିବାର ଅଛି । ଇଏ ତ ଯେପରିକି ବଡ ଶତ୍ରୁ ହୋଇଗଲେ, ଯାହା ସହିତ ଆମେ ପ୍ରୀତି ରଖିବା ଏବଂ ମରିଯିବା, ସେଥିପାଇଁ ମନୁଷ୍ୟମାନେ ଡରୁଛନ୍ତି । ଦାନ-ପୁଣ୍ୟ, ତୀର୍ଥଯାତ୍ରା ଆଦି କରିଥାନ୍ତି ଭଗବାନଙ୍କ ପାଖକୁ ଯିବା ପାଇଁ । ଯେତେବେଳେ ଶରୀର ତ୍ୟାଗ କରିଥାନ୍ତି ସେତେବେଳେ କହିଥାନ୍ତି, ଭଗବାନଙ୍କୁ ମନେ ପକାଅ । ଭଗବାନ କେତେ ମହାନ ଅଟନ୍ତି । ଯେତେବେଳେ ସିଏ ଆସନ୍ତି, ତେବେ ସାରା ପୁରୁଣା ଦୁନିଆକୁ ବିନାଶ କରିଦିଅନ୍ତି । ତୁମେ ପିଲାମାନେ ଜାଣିଛ ଯେ ଆମେ ଏହି ବିଶ୍ୱ ବିଦ୍ୟାଳୟକୁ ଏଇଥି ପାଇଁ ଆସିଛୁ - ଏହି ଆସୁରୀ ପୁରୁଣା ଦୁନିଆରୁ ନୂଆ ଦୁନିଆକୁ ଯିବା ପାଇଁ । ପୁରୁଣା ଦୁନିଆକୁ ପତିତ ଦୁନିଆ ନର୍କ କୁହାଯାଉଛି । ବାବା ନୂଆ ଦୁନିଆକୁ ଯିବାର ରାସ୍ତା ବତାଉଛନ୍ତି ଯେ କେବଳ ମୋତେ ମନେ ପକାଅ, ମୁଁ ହେଭେନ୍‌ଲୀ ଗଡ୍ ଫାଦର ଅର୍ଥାତ୍ ସ୍ୱର୍ଗୀୟ ଈଶ୍ୱର ପିତା ଅଟେ । ସେହି ପିତାଙ୍କଠାରୁ ତୁମକୁ ଧନ, ସମ୍ପତ୍ତି, ଘରଦ୍ୱାର ଆଦି ମିଳିବ । କିନ୍ତୁ କନ୍ୟାମାନଙ୍କୁ ସମ୍ପତ୍ତି ମିଳିବାର ନାହିଁ । ତାଙ୍କୁ ପର ଘରକୁ ପଠେଇ ଦେଇଥାନ୍ତି ଅର୍ଥାତ୍ ସିଏ ଉତ୍ତରାଧିକାରୀ ନୁହଁନ୍ତି? ଏହି ପାରଲୌକିକ ପିତା ତ ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି, ଏହି ପିତାଙ୍କ ପାଖକୁ ସମସ୍ତଙ୍କୁ ଆସିବାର ଅଛି, ମରିବାର ଅଛି । କୌଣସି ସମୟରେ ନିଶ୍ଚିତ ବାବା ଆସୁଛନ୍ତି ଏବଂ ସମସ୍ତଙ୍କୁ ଘରକୁ ନେଇଯାଉଛନ୍ତି କାରଣ, ନୂଆ ଦୁନିଆରେ ବହୁତ ଅଳ୍ପ ମନୁଷ୍ୟ ରହିଥାନ୍ତି । ପୁରୁଣା ଦୁନିଆରେ ତ ବହୁତ ଅଛନ୍ତି, ନୂଆ ଦୁନିଆରେ ମନୁଷ୍ୟ ବି ଅଳ୍ପ ଏବଂ ସୁଖ ମଧ୍ୟ ଅଧିକ ଥାଏ । ପୁରୁଣା ଦୁନିଆରେ ମନୁଷ୍ୟ ସଂଖ୍ୟା ବହୁତ, ତେଣୁ ଦୁଃଖ ମଧ୍ୟ ଅଧିକ ଅଛି, ସେଥିପାଇଁ ଈଶ୍ୱରଙ୍କୁ ଡାକୁଛନ୍ତି । ବାପୁ ଗାନ୍ଧୀଜୀ ଯାହାଙ୍କୁ ଭାରତର ପିତା ବୋଲି ସମସ୍ତେ ମାନିଥା’ନ୍ତି, ସିଏ ମଧ୍ୟ କହୁଥିଲେ ହେ ପତିତ ପାବନ ଆସ । କେବଳ ଈଶ୍ୱରଙ୍କୁ ଜାଣି ନ ଥିଲେ । ଜାଣିଛନ୍ତି ମଧ୍ୟ ପତିତ-ପାବନ ପରମପିତା ପରମାତ୍ମା ଅଟନ୍ତି । ସିଏ ହିଁ ବିଶ୍ୱର ମୁକ୍ତିଦାତା ଅଟନ୍ତି । ରାମସୀତାଙ୍କୁ ତ ସାରା ଦୁନିଆ ମାନିବ ନାହିଁ ନା । ଏହା ଭୁଲ୍ ଅଟେ । ସାରା ଦୁନିଆ ପରମପିତା ପରାମାତ୍ମାଙ୍କୁ ମୁକ୍ତିଦାତା, ପଥପ୍ରଦର୍ଶକ ବୋଲି ମାନୁଛି । ସିଏ ଆସି ଦୁଃଖରୁ ମୁକ୍ତ କରୁଛନ୍ତି । ଆଚ୍ଛା ତେବେ ଦୁଃଖ ଦେଲାବାଲା କିଏ? ବାବା ତ ଦୁଃଖ ଦେଇ ପାରିବେ ନାହିଁ, କାହିଁକି ନା ସିଏ ପତିତ ପାବନ ଅଟନ୍ତି । ପବିତ୍ର ଦୁନିଆ ସୁଖଧାମକୁ ନେଇ ଯାଇ ଥାଆନ୍ତି । ତୁମ୍ଭେମାନେ ସେହି ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ଅଟେ । ଯେପରି ବାବା ସେହିପରି ପିଲାମାନେ । ଲୌକିକ ପିତାଙ୍କର ହେଉଛନ୍ତି ଦେହଧାରୀ ସନ୍ତାନ । ଏବେ ତୁମ ପିଲାମାନଙ୍କୁ ବୁଝିବାର ଅଛି ଯେ ଆମେ ଆତ୍ମା ଅଟୁ, ପରମପିତା ପରମାତ୍ମା ଆମକୁ ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ଆମେମାନେ ବିଦ୍ୟାର୍ଥୀ ଅଟୁ, ଏହିକଥା ଭୁଲିଯିବା ଉଚିତ୍ ନୁହେଁ । ପିଲାମାନଙ୍କର ବୁଦ୍ଧିରେ ରହୁଛି ଶିବବାବା ମଧୁବନରେ ମୁରଲୀ ବଜାଉଛନ୍ତି । ସେହି କାଠର ବଂଶୀ ବା ମୁରଲୀ ତ ଏଠାରେ ନାହିଁ । ଶ୍ରୀକୃଷ୍ଣଙ୍କର ନୃତ୍ୟ କରିବା, ମୁରଲୀ ବଜାଇବା ତାହା ସବୁ ଭକ୍ତିମାର୍ଗର ଅଟେ । ତୁମେମାନେ ଶ୍ରୀକୃଷ୍ଣଙ୍କର ମୁରଲୀ ବୋଲି କହିପାରିବ ନାହିଁ । ମୁରଲୀ ଶିବବାବା ବଜାଉଛନ୍ତି । ତୁମ ପାଖକୁ ଭଲ ଭଲ ଗୀତ ଲେଖିଲାବାଲା ମଧ୍ୟ ଆସିବେ । ଗୀତ ପ୍ରାୟତଃ ପୁରୁଷମାନେ ହିଁ ଲେଖିଥାନ୍ତି । ତୁମକୁ କୌଣସି ଭକ୍ତିମାର୍ଗର ଗୀତ ଆଦି ଗାଇବାର ନାହିଁ । ତୁମକୁ ତ କେବଳ ଏକ ଶିବବାବାଙ୍କୁ ହିଁ ମନେ ପକାଇବାର ଅଛି । ବାବା କହୁଛନ୍ତି, କେବଳ ମୋତେ ଅଲଫ ଅର୍ଥାତ୍ ପିତାଙ୍କୁ ମନେ ପକାଅ । ଶିବ କହିଲେ ବିନ୍ଦୁ ବୋଲି କହିଥା’ନ୍ତି । ବ୍ୟାପାରୀମାନେ ଯେତେବେଳେ ବିନ୍ଦୁ ଲେଖିବେ ତେବେ ଶିବ ବୋଲି କହିବେ । ଗୋଟିଏ ବିନ୍ଦୁ ଲେଖିଲେ ୧୦ ହୋଇଯିବ, ତା ପରେ ପୁଣି ବିନ୍ଦୁ ଦିଅ ତେବେ ୧୦୦ ହୋଇଯିବ । ତୁମକୁ ମଧ୍ୟ ଶିବବାବାଙ୍କୁ ମନେ ପକାଇବାକୁ ହେବ । ଯେତେ ବାବାଙ୍କୁ ମନେ ପକାଉଛ, ଅଧାକଳ୍ପ ପାଇଁ ସେତିକି ସାହୁକାର ହୋଇଯାଉଛ । ସେଠାରେ ଗରିବ ନ ଥା’ନ୍ତି । ସମସ୍ତେ ସୁଖୀ ଥାଆନ୍ତି । ଦୁଃଖର ନାମ ରହିବ ନାହିଁ । ବାବାଙ୍କର ସ୍ମୃତିରେ ବିକର୍ମ ବିନାଶ ହୋଇଯିବ । ତୁମେ ବହୁତ ଧନବାନ ହେବ । ଏହାକୁ କୁହାଯାଏ ସତ୍ୟ ପିତାଙ୍କ ଦ୍ୱାରା ସତ୍ୟ ରୋଜଗାର । ଏହା ହିଁ ତୁମ ସାଥୀରେ ଯିବ । ସବୁ ମନୁଷ୍ୟମାନେ ଖାଲି ହାତରେ ଯିବେ । ତୁମକୁ ହାତ ଭରପୁର କରି ଯିବାର ଅଛି । ବାବାଙ୍କୁ ମନେ ପକାଇବାର ଅଛି ଏବଂ ପବିତ୍ର ହେବାର ଅଛି । ବାବା ବୁଝାଉଛନ୍ତି - ଯଦି ପବିତ୍ରତା ଥିବ ତେବେ ଶାନ୍ତି ଏବଂ ସମୃଦ୍ଧି ମିଳିବ । ତୁମେ ଆତ୍ମା ପ୍ରଥମେ ପବିତ୍ର ଥିଲ ତାପରେ ଅପବିତ୍ର ହୋଇଛ । ସନ୍ନ୍ୟାସୀ ମାନଙ୍କୁ ମଧ୍ୟ ସେମି ପବିତ୍ର କୁହାଯିବ । ତୁମର ହେଲା ଫୁଲ୍ (ସମ୍ପୂର୍ଣ୍ଣ) ସନ୍ନ୍ୟାସ । ତୁମେ ଜାଣିଛ ସେମାନେ କେତେ ସୁଖ ପାଇଥା’ନ୍ତି । ପ୍ରଥମେ ଅଳ୍ପ କିଛି ସୁଖ ପାଉଛନ୍ତି କିନ୍ତୁ ତାପରେ ତ ଦୁଃଖ ହିଁ ପାଉଛନ୍ତି । ସେ ସବୁ ହେଲା ଭକ୍ତିମାର୍ଗ । ଭକ୍ତିମାର୍ଗରେ ଯଦି ହନୁମାନଙ୍କର ପୂଜା କରିବ ତେବେ ତାଙ୍କର ସାକ୍ଷାତ୍‌କାର ହୋଇଯିବ । ଚଣ୍ଡିକା ଦେବୀଙ୍କର କେତେ ମେଳା ଲାଗୁଛି । ତାଙ୍କର ଚିତ୍ର ମଧ୍ୟ ଥିବ, ଯାହାକୁ ଧ୍ୟାନ କରୁଥିବେ ତେବେ ସିଏତ ନିଶ୍ଚିତ ସମ୍ମୁଖକୁ ଆସିବେ । କିନ୍ତୁ ସେଥିରୁ କ’ଣ ମିଳିବ? ଅନେକ ପ୍ରକାରର ମେଳା ଲାଗୁଛି କାରଣ ଆମଦାନୀ ତ ହେଉଛି ନା । ଏସବୁ ହେଲା ସେମାନଙ୍କର ଧନ୍ଦା ଅର୍ଥାତ୍ ବ୍ୟବସାୟ । କୁହାଯାଏ ନରରୁ ନାରାୟଣ ହେବାର ଧନ୍ଦା ବ୍ୟତୀତ ଅନ୍ୟ ସବୁ ଧନ୍ଦା ଧୂଳି ସମାନ ଅଟେ । ଏହି ନରରୁ ନାରାୟଣ କରିବାର ଧନ୍ଦା ତ କ୍ୱଚିତ୍ କେହି କରିଥାଆନ୍ତି । ବାବାଙ୍କର ହୋଇ ଦେହ ସହିତ ସବୁ କିଛି ବାବାଙ୍କୁ ଦେଇଦିଅ କାହିଁକି ନା ତୁମେ ଜାଣିଛ ଆମର ନୂଆ ଶରୀର ଦରକାର । ବାବା କହୁଛନ୍ତି - ତୁମେ କୃଷ୍ଣପୁରୀକୁ ଯାଇପାରିବ କିନ୍ତୁ ଯେତେବେଳେ ଆତ୍ମା ତମୋପ୍ରଧାନରୁ ସତ୍ୱପ୍ରଧାନ ହେବ । କୃଷ୍ଣପୁରୀରେ ଏପରି କେହି କହିବେ ନାହିଁ ଯେ ମୋତେ ପବିତ୍ର କର । ଏଠାରେ ତ ସବୁ ମନୁଷ୍ୟ ଡାକୁଛନ୍ତି - ହେ ମୁକ୍ତିଦାତା ଆସ । ଏହି ପାପାତ୍ମାମାନଙ୍କର ଦୁନିଆରୁ ମୁକ୍ତ କର । ଏବେ ତୁମେ ଜାଣିଛ ଯେ ବାବା ଆସିଛନ୍ତି ଆମକୁ ନିଜ ସାଥୀରେ ନେଇଯିବା ପାଇଁ । ସେଠାକୁ ଯିବା ତ ଭଲ କଥା ନା । ମନୁଷ୍ୟ ଶାନ୍ତି ଚାହୁଁଛନ୍ତି । ତେବେ ଶାନ୍ତି କାହାକୁ କୁହାଯାଏ - ଏକଥା ଜାଣି ନାହାଁନ୍ତି । କର୍ମ ବିନା ତ କେହି ରହିପାରିବେ ନାହିଁ । ଶାନ୍ତି ତ ଅଛି ଶାନ୍ତିଧାମରେ । ତେବେ ଏହି ଶରୀର ନେଇ କର୍ମ ତ କରିବାକୁ ହିଁ ପଡିବ । ସତ୍ୟଯୁଗରେ କର୍ମ କରୁଥିଲେ ମଧ୍ୟ ଶାନ୍ତ ରହିଥା’ନ୍ତି, ଅଶାନ୍ତିରେ ମନୁଷ୍ୟକୁ ଦୁଃଖ ମିଳିଥାଏ ସେଥିପାଇଁ କହୁଛନ୍ତି ଶାନ୍ତି କିପରି ମିଳିବ । ଏବେ ତୁମେ ପିଲାମାନେ ଜାଣିଛ ଶାନ୍ତିଧାମ ଆମର ଘର । ସତ୍ୟଯୁଗରେ ଶାନ୍ତି ସୁଖ ସବୁ କିଛି ଅଛି । ତେବେ ତୁମକୁ ତାହା ଦରକାର ନା କେବଳ ଶାନ୍ତି ଦରକାର । ଏଠାରେ ତ ଦୁଃଖ ଅଛି ସେଥିପାଇଁ ପତିତପାବନ ବାବାଙ୍କୁ ମଧ୍ୟ ଏହିଠାରେ ହିଁ ଡାକୁଛନ୍ତି । ଭକ୍ତି ମଧ୍ୟ କରୁଛନ୍ତି କେବଳ ଭଗବାନଙ୍କ ସାନ୍ନିଧ୍ୟ ପାଇବା ପାଇଁ । ଭକ୍ତି ମଧ୍ୟ ପ୍ରଥମେ ଅବ୍ୟଭିଚାରୀ, ତାପରେ ବ୍ୟଭିଚାରୀ ହୋଇଥାଏ । ବ୍ୟଭିଚାରୀ ଭକ୍ତିରେ ଦେଖ କ’ଣ କ’ଣ କରୁଛନ୍ତି । ସିଢି ଚିତ୍ରରେ ଦେଖ କେତେ ଭଲ ଭାବରେ ଦେଖାଇଛନ୍ତି । କିନ୍ତୁ ପ୍ରଥମେ ପ୍ରଥମେ ତ ପ୍ରମାଣିତ କରିବା ଆବଶ୍ୟକ ଯେ ଭଗବାନ କିଏ । ଶ୍ରୀକୃଷ୍ଣଙ୍କୁ ଏପରି କିଏ ତିଆରି କଲା! ପୂର୍ବ ଜନ୍ମରେ ଇଏ କିଏ ଥିଲେ! ଏସବୁ କଥାକୁ ବୁଝାଇବା ପାଇଁ ବହୁତ ଯୁକ୍ତି ଦରକାର । ଯେଉଁମାନେ ଭଲ ଭାବେ ସେବା କରୁଛନ୍ତି ସେମାନଙ୍କର ମନ ହିଁ ସାକ୍ଷୀ ଦେଇଥାଏ । ବିଶ୍ୱ ବିଦ୍ୟାଳୟରେ ଯେଉଁମାନେ ଭଲ ଭାବରେ ପଢିବେ ସେମାନେ ନିଶ୍ଚିତ ଦ୍ରୃତ ଗତିରେ ଆଗକୁ ବଢିବେ । କ୍ରମ ଅନୁସାରେ ତ ସବୁଠି ଥାନ୍ତି । କେହି କେହି ନିର୍ବୁଦ୍ଧିଆ ମଧ୍ୟ ଥା’ନ୍ତି । ଶିବବାବାଙ୍କୁ ଆତ୍ମା କହୁଛି ମୋର ବୁଦ୍ଧିର ତାଲା ଖୋଲିଦିଅ । ବାବା କହୁଛନ୍ତି ତୁମର ବୁଦ୍ଧିର ତାଲା ଖୋଲିବା ପାଇଁ ହିଁ ତ ମୁଁ ଆସିଛି । କିନ୍ତୁ ତୁମର କର୍ମ ହିଁ ଏପରି ରହିଛି ଯାହାକି ବୁଦ୍ଧିର ତାଲା ଖୋଲୁ ହିଁ ନାହିଁ । ତେବେ ବାବା କ’ଣ କରିବେ । ବହୁତ ପାପ କର୍ମ କରିଛନ୍ତି, ତେବେ ବାବା ତାଙ୍କୁ କ’ଣ କରିପାରିବେ? ଯଦି ଟିଚରକୁ କହିବ ମୁଁ ଭଲ ପଢିପାରୁନାହିଁ ତେବେ ଟିଚର କ’ଣ କରିବେ? ଶିକ୍ଷକ ତ କୌଣସି କୃପା କରିବେ ନାହିଁ । ହୁଏତ କିଛି ସମୟ ଅଧିକ ଦେଇପାରନ୍ତି । ଏଥିରେ ତ ତୁମକୁ ମନା ନାହିଁ । ପ୍ରଦର୍ଶନୀ ଇତ୍ୟାଦି ଖାଲି ପଡିଛି, ସେଠାରେ ଯାଇ ଅଭ୍ୟାସ କର । ଭକ୍ତିମାର୍ଗରେ ତ କିଏ କହିବ ମାଳା ଗଡାଅ, କିଏ କହିବ ଏହି ମନ୍ତ୍ରକୁ ଜପ କର । ଏଠାରେ ତ ବାବା ନିଜର ପରିଚୟ ଦେଉଛନ୍ତି । ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ଯାହାଙ୍କଠାରୁ ସମ୍ପତ୍ତି ମିଳୁଛି । ସତ୍ୟଯୁଗରେ ତ ପାରଲୌକିକ ପିତାଙ୍କର ସମ୍ପତ୍ତି ମିଳିଯାଇଥାଏ, ତେଣୁ ଆଉ ମନେ ପକାଇବାର ଆବଶ୍ୟକତା ହିଁ ନ ଥାଏ । ୨୧ ଜନ୍ମ ପାଇଁ ସମ୍ପତ୍ତି ମିଳିଯାଉଛି, ତେଣୁ ବାବାଙ୍କଠାରୁ ଭଲ ଭାବରେ ବର୍ସା ବା ସମ୍ପତ୍ତିର ଅଧିକାର ନେବା ଦରକାର ନା । ଏଥିରେ ମଧ୍ୟ ବାବା କହୁଛନ୍ତି, କେବେହେଲେ ବିକାରର ବଶୀଭୂତ ହୁଅ ନାହିଁ । ଟିକିଏ ବି ଯଦି ବିକାରର ସ୍ୱାଦ ଲାଗିଗଲା ତେବେ ବଢି ବଢି ଚାଲିବ । ଯଦି ସିଗାରେଟ୍ ଆଦିର ସ୍ୱାଦ ଥରେ ମାତ୍ର କରିନିଅନ୍ତି ତେବେ ସଂଗର ରଙ୍ଗ ଖୁ୍‌ବ୍ ଶୀଘ୍ର ଲାଗିଯାଏ, ପୁଣି ସେହି ଅଭ୍ୟାସକୁ ଛାଡିବା କଷ୍ଟକର ହୋଇଯାଏ । ବାହାନା କେତେ କରିଥାନ୍ତି । ତେଣୁ କୌଣସି କୁଅଭ୍ୟାସ କରିବା ଉଚିତ୍ ନୁହେଁ । ଛି-ଛି ଅର୍ଥାତ୍ ଖରାପ ଅଭ୍ୟାସ ସବୁ ଛାଡି ଦେବାକୁ ହେବ । ବାବା କହୁଛନ୍ତି - ବଞ୍ଚି ଥାଉ ଥାଉ ଦେହର ସ୍ମୃତିକୁ ଭୁଲିଯାଅ, ମୋତେ ମନେ ପକାଅ । ଦେବତାମାନଙ୍କୁ ସର୍ବଦା ପବିତ୍ର ଜିନିଷ ହିଁ ଭୋଗ ସ୍ୱୀକାର କରାଯାଏ, ତେଣୁ ତୁମ୍ଭେମାନେ ମଧ୍ୟ ପବିତ୍ର ଭୋଜନ କର ।

ବର୍ତ୍ତମାନ ତୁମ ପିଲାମାନଙ୍କୁ ଫୁଲ ଭଳି ହର୍ଷିତ ହୋଇ ରହିବା ଉଚିତ୍ । କନ୍ୟାକୁ ଯେତେବେଳେ ପତି ମିଳିଯାଇଥାଏ, ସେତେବେଳେ ତାର ମୁଖମଣ୍ଡଳ ପ୍ରଫୁଲ୍ଲିତ ହୋଇଯାଇଥାଏ ନା । ଭଲ ଭଲ ଗହଣା, କପଡା ଆଦି ପିନ୍ଧିବା କାରଣରୁ ଚେହେରା ଚମକି ଉଠେ । ଏବେ ତୁମେ ତ ଜ୍ଞାନର ଗହଣା ପିନ୍ଧୁଛ । ସେଠାରେ (ସ୍ୱର୍ଗରେ) ତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିବ । ଶ୍ରୀକୃଷ୍ଣଙ୍କର ନାମ ହିଁ ହେଉଛି ସୁନ୍ଦର । ରାଜା-ରାଣୀ, ରାଜକୁମାର-ରାଜକୁମାରୀ ସମସ୍ତେ ସୁନ୍ଦର ହୋଇଥାଆନ୍ତି । ସେଠାରେ ପ୍ରକୃତି ମଧ୍ୟ ସତ୍ତ୍ୱପ୍ରଧାନ ହୋଇଯାଇଥାଏ । ଲକ୍ଷ୍ମୀ-ନାରାୟଣଙ୍କ ଭଳି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଚିତ୍ର ଏଠାରେ କେହି ତିଆରି କରିପାରିବେ ନାହିଁ । ସେମାନଙ୍କୁ କ’ଣ କେହି ଏହି ସ୍ଥୂଳ ଚକ୍ଷୁରେ ଦେଖିପାରିବେ? ସାକ୍ଷାତ୍‌କାର ହୋଇଥାଏ କିନ୍ତୁ ସାକ୍ଷାତ୍‌କାର ଦ୍ୱାରା କୌଣସି ଅବିକଳ ଚିତ୍ର କେହି ତିଆରି କରିପାରିବେ ନାହିଁ? ହଁ ଯଦି କୌଣସି ଚିତ୍ରକାରକୁ ସାକ୍ଷାତ୍‌କାର ହୋଇଯିବ ଏବଂ ସିଏ ସେହି ସମୟରେ ବସି ତିଆରି କରିବ, ତାହା ହେଲେ ହୋଇପାରେ । କିନ୍ତୁ ଏପରି ହେବା ବହୁତ କଷ୍ଟକର । ତେବେ ତୁମ ପିଲାମାନଙ୍କୁ ବହୁତ ଉଲ୍ଲାସ ରହିବା ଦରକାର । ଏବେ ବାବା ଆମକୁ ନେବା ପାଇଁ ଆସିଛନ୍ତି । ବାବାଙ୍କଠାରୁ ଆମକୁ ସ୍ୱର୍ଗର ସମ୍ପତ୍ତି ମିଳୁଛି । ଏବେ ଆମର ୮୪ ଜନ୍ମ ସମ୍ପୂର୍ଣ୍ଣ ହେଲା । ଏହିଭଳି ବିଚାର ସବୁ ବୁଦ୍ଧିରେ ରହିବା ଦ୍ୱାରା ଖୁସି ରହିଥାଏ । ତିଳେମାତ୍ର କାମ ବିକାରର ଭାବନା ଆସିବା ଉଚିତ୍ ନୁହେଁ । ବାବା କହୁଛନ୍ତି - କାମ ବିକାର ମହାଶତ୍ରୁ ଅଟେ । ଦୌପଦୀ ମଧ୍ୟ ସେଇଥିପାଇଁ ଡାକିଥିଲେ ନା ।

ବାବା କହୁଛନ୍ତି - ତୁମେ କେବଳ ମୋ ଠାରୁ ହିଁ ଶୁଣ ଏବଂ ଏହି ଶ୍ରୀମତକୁ ଅନ୍ୟମାନଙ୍କୁ ମଧ୍ୟ ଶୁଣାଅ । ପିତା ପୁତ୍ରକୁ ପ୍ରତ୍ୟକ୍ଷ କରେ ଏବଂ ପୁତ୍ର ପିତାଙ୍କୁ ପ୍ରତ୍ୟକ୍ଷ କରେ । ପିତା କିଏ? ଶିବ ପିତା । ଶିବ ଏବଂ ଶାଳଗ୍ରାମର ଗାୟନ ରହିଛି । ଶିବବାବା ଯାହା ସବୁ ବୁଝାଉଛନ୍ତି ତାକୁ ଅନୁସରଣ କର । ଫଲୋ ଫାଦର ଅର୍ଥାତ୍ ପିତାଙ୍କୁ ଅନୁସରଣ କର । ଏହି ଗାୟନ ଶିବବାବାଙ୍କର ହିଁ ଅଟେ, ବାବା କହୁଛନ୍ତି ପ୍ରିୟ ସନ୍ତାନମାନେ - ଫଲୋ କରି ଅର୍ଥାତ୍ ମୋର ନିର୍ଦ୍ଦେଶକୁ ମାନି ପବିତ୍ର ହୁଅ, ମୋତେ ଫଲୋ କରିବା ଦ୍ୱାରା ହିଁ ତୁମେ ସ୍ୱର୍ଗର ମାଲିକ ହେବ । ଲୌକିକ ପିତାଙ୍କୁ ଅନୁକରଣ କରି ୬୩ ଜନ୍ମ ତୁମେ ସିଢିରେ ତଳକୁ ଖସି ଆସିଛ । ଏବେ ପାରଲୌକିକ ପିତାଙ୍କୁ ଅନୁସରଣ କରି ସିଢିରେ ଉପରକୁ ଚଢିବାକୁ ହେବ । ବାବାଙ୍କ ସାଥୀରେ ଯିବାକୁ ହେବ । ବାବା କହୁଛନ୍ତି ଗୋଟିଏ ଗୋଟିଏ ଜ୍ଞାନ ରତ୍ନ ଲକ୍ଷ ଲକ୍ଷ ଟଙ୍କାର ଅଟେ । ବାବା ପ୍ରତିଦିନ ବୁଝାଇ ଚାଲିଛନ୍ତି - ମିଠା ମିଠା ପିଲାମାନେ, ପ୍ରଥମେ ପ୍ରଥମେ ସମସ୍ତଙ୍କୁ ଦୁଇ ପିତାଙ୍କର ପରିଚୟ ଦେବାକୁ ହେବ । ଲୌକିକ ପିତା ପତିତ ହେବାର ସମ୍ପତ୍ତି ଦେଇଥାନ୍ତି । ପାରଲୌକିକ ପିତା ପବିତ୍ର ହେବାର ସମ୍ପତ୍ତି ଦେଇଥାନ୍ତି । ଦୁଇଟି ମଧ୍ୟରେ କେତେ ପାର୍ଥକ୍ୟ ରହିଛି । ଏବେ ପାରଲୌକିକ ପିତା କହୁଛନ୍ତି, ପବିତ୍ର ହୁଅ । ବିକାରରେ ବଶୀଭୂତ ହେଲାବାଲାଙ୍କୁ ପତିତ କୁହାଯାଏ ।

ତୁମର ଏହି ମିଶନ ହେଲା ପତିତମାନଙ୍କୁ ପବିତ୍ର ହେବାର ରାସ୍ତା ବତାଇବା । ପାରଲୌକିକ ପିତା ମଧ୍ୟ ଏବେ କହୁଛନ୍ତି ପବିତ୍ର ହୁଅ, ଯେବେକି ବିନାଶ ସମ୍ମୁଖରେ ଉପସ୍ଥିତ ହୋଇ ଗଲାଣି । ତେଣୁ ଏବେ କ’ଣ କରିବା ଉଚିତ୍‌? ନିଶ୍ଚିତ ପାରଲୌକିକ ପିତାଙ୍କ ମତରେ ଚାଲିବା ଉଚିତ୍ ନା । ପ୍ରଦର୍ଶନୀରେ ଏହି ପ୍ରତିଜ୍ଞା ମଧ୍ୟ ଲେଖାଇ ନେବା ଉଚିତ୍ । ପାରଲୌକିକ ପିତାଙ୍କୁ ଅନୁସରଣ କରିବି? ପତିତ ହେବା ଛାଡିବି? ଲେଖ । ବାବା ହିଁ ଏହି ଗ୍ୟାରେଣ୍ଟି ଅଥବା ପ୍ରତଶୃତି ନେଉଛନ୍ତି । ତୁମେମାନେ ମଧ୍ୟ ପ୍ରତିଶୃତି ନେଇପାରିବ । ତୁମେମାନେ ପତିତ କାହିଁକି ହେଉଛ, ଯେଉଁଥି ପାଇଁ କି ଡାକିବାକୁ ପଡୁଛି ହେ ପତିତ-ପାବନ ଆସ । ସବୁ କଥା ନିର୍ଭର କରୁଛି ପବିତ୍ରତା ଉପରେ । ତୁମ ସନ୍ତାନମାନଙ୍କର ପ୍ରତି ମୁହୂର୍ତ୍ତରେ ଖୁସି ରହିବା ଉଚିତ୍ । ଆମକୁ ବାବା ସ୍ୱର୍ଗର ସମ୍ପତ୍ତି ଦେଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) କୌଣସି ଖରାପ (ଛି-ଛି) ଅଭ୍ୟାସ କରିବାର ନାହିଁ । ବଞ୍ଚି ଥାଉ ଥାଉ ଦେହର ଅଭିମାନକୁ ଛାଡିବାର ଅଛି । ଫୁଲ ସଦୃଶ ହୋଇ ହର୍ଷିତ ରହିବାର ଅଛି ।

(୨) ପାରଲୌକିକ ପିତାଙ୍କୁ ଅନୁସରଣ କରି ପବିତ୍ର ହେବାର ଅଛି । ତାଙ୍କ ଶ୍ରୀମତରେ ଚାଲିବାର ପ୍ରତିଜ୍ଞା କରି ଅନ୍ୟକୁ ମଧ୍ୟ କରାଇବାର ଅଛି ।

ବରଦାନ:-
ନିର୍ବିକାରୀ ବା ଫରିସ୍ତା ସ୍ୱରୂପ ସ୍ଥିତିର ଅନୁଭବ କରୁଥିବା ଆତ୍ମ-ଅଭିମାନୀ ଭବ ।

ଯେଉଁ ପିଲାମାନେ ଆତ୍ମ-ଅଭିମାନୀ ହୋଇଥାଆନ୍ତି ସେମାନେ ସହଜରେ ନିର୍ବିକାରୀ ହୋଇଯାଆନ୍ତି । ଆତ୍ମ-ଅଭିମାନୀ ସ୍ଥିତି ଦ୍ୱାରା ସଂକଳ୍ପରେ ମଧ୍ୟ ନିର୍ବିକାରୀ ପଣିଆର ଅନୁଭବ ହୋଇଥାଏ । ଏହିଭଳି ନିର୍ବିକାରୀ, ଯେଉଁମାନଙ୍କୁ କୌଣସି ପ୍ରକାରର ଅପବିତ୍ରତା ବା ୫ ତତ୍ତ୍ୱର ଆକର୍ଷଣ ଆକର୍ଷିତ କରି ନ ଥାଏ - ସେହିମାନେ ହିଁ ଫରିସ୍ତା ବୋଲାଇଥାଆନ୍ତି । ଏଇଥିପାଇଁ ସାକାରରେ ରହୁଥିଲେ ମଧ୍ୟ ନିଜର ନିରାକାରୀ ଆତ୍ମ-ଅଭିମାନୀ ସ୍ଥିତିରେ ସ୍ଥିତ ରୁହ ।

ସ୍ଲୋଗାନ:-
ଜୀବନରେ ଆତ୍ମ-ଅଭିମାନୀ ସ୍ଥିତିର ଅନୁଭବ କରିବା ପାଇଁ ବିଶେଷ କରି ଅମୃତବେଳାରେ ଏକାନ୍ତପ୍ରିୟ ହୁଅ ।

ଅବ୍ୟକ୍ତ ଈଶାରା:- ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।

ବ୍ରାହ୍ମଣ ଆତ୍ମାମାନଙ୍କ ନିକଟରେ ଜ୍ଞାନ ତ ପ୍ରଥମରୁ ହିଁ ରହିଛି କିନ୍ତୁ ସେମାନଙ୍କ ପ୍ରତି ଦୁଇ ପ୍ରକାରରେ ଦାତା ହୁଅ । (୧) ଯେଉଁ ଆତ୍ମାକୁ ଯେଉଁ ଶକ୍ତିର ଆବଶ୍ୟକତା ରହିଛି ସେହି ଆତ୍ମାକୁ ସଂକଳ୍ପ ଦ୍ୱାରା ଅର୍ଥାତ୍ ନିଜର ଶୁଦ୍ଧ ମନୋବୃତ୍ତି ଦ୍ୱାରା, ଭାଇବ୍ରେଶନ ଦ୍ୱାରା ଶକ୍ତିଗୁଡିକର ଦାନ ଦିଅ ଅର୍ଥାତ୍ ସହଯୋଗ ଦିଅ । (୨) କର୍ମ ଦ୍ୱାରା ସର୍ବଦା ନିଜେ ନିଜ ଜୀବନରେ ଗୁଣମୂରତ ହୋଇ, ପ୍ରତ୍ୟକ୍ଷ ସାମ୍ପୂଲ୍ ହୋଇ ଅନ୍ୟମାନଙ୍କୁ ସହଜରେ ଗୁଣକୁ ଧାରଣ କରିବାର ସହଯୋଗ ଦିଅ, ଏହାକୁ କୁହାଯାଏ ଗୁଣ ଦାନ । ଦାନର ଅର୍ଥ ହେଲା ସହଯୋଗ ଦେବା ।