31.07.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେ ସକାଳୁ ସକାଳୁ ଉଠି ବହୁତ ସ୍ନେହରେ କୁହ ବାବା ଗୁଡ୍ ମର୍ଣ୍ଣିଙ୍ଗ୍ (ସୁପ୍ରଭାତ), ଏହି ୟାଦ ଦ୍ୱାରା ହିଁ ତୁମେ ସତ୍ତ୍ୱପ୍ରଧାନ ହୋଇଯିବ ।

ପ୍ରଶ୍ନ:-
ସଠିକ୍ ୟାଦ ଦ୍ୱାରା ବାବାଙ୍କଠାରୁ କରେଣ୍ଟ ନେବା ପାଇଁ କେଉଁ ମୁଖ୍ୟ ଗୁଣଗୁଡିକର ଆବଶ୍ୟକତା ରହିଛି?

ଉତ୍ତର:-
ବହୁତ ଧୈର୍ଯ୍ୟବାନ ହୋଇ, ବୁଦ୍ଧିମାନୀ ଓ ଗମ୍ଭୀରତା ଦ୍ୱାରା ନିଜକୁ ଆତ୍ମା ନିଶ୍ଚୟ କରି ୟାଦ କଲେ ବାବାଙ୍କ ଠାରୁ କରେଣ୍ଟ(ଶକ୍ତି) ମିଳିବ ଏବଂ ଆତ୍ମା ସତ୍ତ୍ୱପ୍ରଧାନ ହୋଇଯିବ । ତୁମର ମନ ଏବେ ବାବାଙ୍କର ୟାଦରେ ଆନ୍ଦୋଳିତ ହେବା ଉଚିତ୍ କାରଣ ବାବାଙ୍କଠାରୁ ବହୁତ ଭାରୀ ବର୍ସା ମିଳିଥାଏ, ତୁମେ କଣ୍ଟାରୁ ଫୁ୍‌ଲ ହେଉଛ, ସବୁ ଦୈବୀଗୁଣ ଆସିଯାଇଥାଏ ।

ଓମ୍ ଶାନ୍ତି ।
ବାବା କହୁଛନ୍ତି ମିଠେ ବଚ୍ଚେ ତତ୍‌ତ୍ୱମ୍ ଅର୍ଥାତ୍ ତୁମେ ଆତ୍ମାମାନେ ମଧ୍ୟ ଶାନ୍ତ ସ୍ୱରୂପ ଅଟ । ତୁମ ସବୁ ଆତ୍ମାମାନଙ୍କର ସ୍ୱଧର୍ମ ହେଉଛି ଶାନ୍ତି । ଶାନ୍ତିଧାମରୁ ପୁଣି ଏଠାକୁ ଆସି ଟକି (ବାର୍ତ୍ତାଳାପ) କରୁଛ । ଏହିସବୁ କର୍ମେନ୍ଦ୍ରିୟ ତୁମମାନଙ୍କୁ ପାର୍ଟ କରିବା ପାଇଁ ମିଳିଛି । ଆତ୍ମା ଛୋଟ-ବଡ ହୁଏ ନାହିଁ, ଶରୀର ଛୋଟ ବଡ ହୁଏ । ବାବା କହୁଛନ୍ତି ମୁଁ ଶରୀରଧାରୀ ନୁହେଁ । ମୋତେ ପିଲାମାନଙ୍କ ସହ ସମ୍ମୁଖରେ ମିଳନ କରିବା ପାଇଁ ଆସିବାକୁ ପଡୁଛି । ଭାବିନିଅ ଯେପରି ବାପା ଅଟନ୍ତି, ତାଙ୍କଠାରୁ ସନ୍ତାନ ଜନ୍ମ ହେଉଛନ୍ତି, ତେବେ ସେ ପିଲା ଏପରି କହିପାରିବ ନାହିଁ ଯେ ମୁଁ ପରମଧାମରୁ ଆସି ଜନ୍ମ ନେଇ ମାତା-ପିତାଙ୍କ ସହ ମିଶିବାକୁ ଆସିଛି । ଭଲେ କେହି ନୂଆ ଆତ୍ମା କାହା ଶରୀରରେ ଆସିଥା’ନ୍ତି ବା କେହି ପୁରୁଣା ଆତ୍ମା କାହା ଶରୀରରେ ପ୍ରବେଶ କରିଥାଆନ୍ତି ତେବେ ଏପରି କହିବେ ନାହିଁ ଯେ ମାତା ପିତାଙ୍କ ସହ ମିଶିବାକୁ ଆସିଛି । ତାଙ୍କୁ ସ୍ୱତଃ ମାତା-ପିତା ମିଳିଯାଇଥାଆନ୍ତି । ଏଠାରେ ଏ ସବୁ ହେଉଛି ନୂଆ କଥା । ବାବା କହୁଛନ୍ତି ମୁଁ ପରମଧାମରୁ ଆସି ତୁମ ସନ୍ତାନମାନଙ୍କ ସମ୍ମୁଖରେ ପହଞ୍ଚିଛି । ତୁମକୁ ଜ୍ଞାନ ଦେଉଛି କାରଣ ମୁଁ ଜ୍ଞାନର ସାଗର, ନଲେଜଫୁଲ୍‌, ମୁଁ ଆସୁଛି ତୁମ ସନ୍ତାନମାନଙ୍କୁ ପଢାଇବା ପାଇଁ, ରାଜଯୋଗ ଶିଖାଇବା ପାଇଁ ।

ତୁମେ ସନ୍ତାନମାନେ ବର୍ତ୍ତମାନ ସଙ୍ଗମରେ ଅଛ, ତା’ପରେ ନିଜ ଘରକୁ ଯିବାକୁ ହେବ ସେଥିପାଇଁ ନିଶ୍ଚିତ ପବିତ୍ର ହେବାକୁ ପଡିବ । ଅନ୍ତରରେ ବହୁତ ଖୁସି ହେବା ଉଚିତ୍ । ଓହୋ! ବେହଦର ବାବା କହୁଛନ୍ତି - ମୋର ମିଠା ମିଠା ସନ୍ତାନମାନେ, ମୋତେ ୟାଦ କଲେ ତୁମେ ସତ୍ତ୍ୱପ୍ରଧାନ, ବିଶ୍ୱର ମାଲିକ ହୋଇଯିବ । ବାବା ପିଲାମାନଙ୍କୁ କେତେ ସ୍ନେହ କରୁଛନ୍ତି । ଏପରି ନୁହେଁ କି କେବଳ ଟୀଚର ରୂପରେ ପଢାଇ ଘରକୁ ଚାଲିଯାଇଥା’ନ୍ତି । ଇଏ ତ ପିତା ବି ଅଟନ୍ତି ଓ ଶିକ୍ଷକ ବି ଅଟନ୍ତି । ତୁମକୁ ପଢାଉଛନ୍ତି । ୟାଦର ଯାତ୍ରା ମଧ୍ୟ ଶିଖାଉଛନ୍ତି । ତେଣୁ ବିଶ୍ୱର ମାଲିକ କରୁଥିବା, ପତିତରୁ ପାବନ କରୁଥିବା ବାବାଙ୍କ ସାଥିରେ ବହୁତ ସ୍ନେହ ରହିବା ଦରକାର । ସକାଳୁ ସକାଳୁ ଉଠି ପ୍ରଥମେ ପ୍ରଥମେ ଶିବବାବାଙ୍କୁ ଗୁଡ୍ ମର୍ଣ୍ଣିଙ୍ଗ୍ କରିବା ଦରକାର । ପିଲାମାନଙ୍କୁ ନିଜ ହୃଦୟକୁ ପଚାରିବା ଦରକାର କି ମୁଁ ସକାଳୁ ଉଠି ବେହଦର ବାବାଙ୍କୁ କେତେ ୟାଦ କରୁଛି । ସକାଳୁ ଉଠି ବାବାଙ୍କୁ ଗୁଡ୍ ମର୍ଣ୍ଣିଙ୍ଗ୍ କରି, ଜ୍ଞାନର ଚିନ୍ତନରେ ରହିଲେ ଖୁସିର ପାରା ଚଢିବ । ମୁଖ୍ୟ ହେଉଛି ହିଁ ୟାଦ, ଏହାଦ୍ୱାରା ଭବିଷ୍ୟତ ପାଇଁ ବହୁତ ଭାରୀ ରୋଜଗାର ହୋଇଥାଏ । କଳ୍ପ କଳ୍ପାନ୍ତର ଏହି ରୋଜଗାର କାମରେ ଆସିବ । ତୁମକୁ ବହୁତ ଧୈର୍ଯ୍ୟବାନ ହୋଇ ଗମ୍ଭୀରତା ଓ ବୁଦ୍ଧିମତ୍ତାରେ ୟାଦ କରିବାର ଅଛି । ମୋଟା ମୋଟି ଭାବରେ କହିଦେଉଛନ୍ତି କି ମୁଁ ବାବାଙ୍କୁ ବହୁତ ୟାଦ କରୁଛି ପରନ୍ତୁ ସଠିକ୍ ୟାଦ କରିବାରେ ପରିଶ୍ରମ ଲାଗିଥାଏ । ଯିଏ ବାବାଙ୍କୁ ଅଧିକ ୟାଦ କରିଥା’ନ୍ତି ସେମାନଙ୍କୁ ଅଧିକ ଶକ୍ତି ମିଳିଥାଏ, କାହିଁକି ନା ୟାଦ ଦ୍ୱାରା ୟାଦ ମିଳିଥାଏ । ଯୋଗ ଏବଂ ଜ୍ଞାନ ଦୁଇଟି ଜିନିଷ ଅଟେ । ‘ଯୋଗ’ ବହୁତ ବଡ ବିଷୟ । ଯୋଗ ଦ୍ୱାରା ଆତ୍ମା ସତ୍ତ୍ୱପ୍ରଧାନ ହୋଇଥାଏ । ୟାଦ ବିନା ସତୋପ୍ରଧାନ ହେବା ଅସମ୍ଭବ । ଭଲ ଭାବରେ ସ୍ନେହରେ ବାବାଙ୍କୁ ୟାଦ କଲେ ସ୍ୱତଃ ଶକ୍ତି ମିଳିବ, ସୁସ୍ଥ ହୋଇଯିବ । ଶକ୍ତି ମିଳିଲେ ଆୟୁ ବୃଦ୍ଧି ହେବ । ପିଲାମାନେ ୟାଦ କଲେ ବାବା ମଧ୍ୟ ସର୍ଚ୍ଚଲାଇଟ୍ ଦେଇଥା’ନ୍ତି ।

ମଧୁର ସନ୍ତାନମାନଙ୍କୁ ଏହା ପକ୍କା ୟାଦ ରଖିବା ଉଚିତ୍‌, ଶିବବାବା ଆମକୁ ପଢାଉଛନ୍ତି । ଶିବବାବା ପତିତ ପାବନ ମଧ୍ୟ ଅଟନ୍ତି । ସଦ୍‌ଗତି ଦାତା ବି ଅଟନ୍ତି । ସଦ୍‌ଗତି ଅର୍ଥାତ୍ ସ୍ୱର୍ଗର ରାଜତ୍ୱ ଦିଅନ୍ତି । ବାବା କେତେ ମିଠା, କେତେ ସ୍ନେହରେ ପିଲାମାନଙ୍କୁ ବସି ପଢାଉଛନ୍ତି । ବାବା, ଦାଦାଙ୍କ ଦ୍ୱାରା ଆମକୁ ପଢାଉଛନ୍ତି । ବାବା ପିଲାମାନଙ୍କୁ କେତେ ସ୍ନେହ ଦେଉଛନ୍ତି, କିଛି କଷ୍ଟ ଦେଉନାହାଁନ୍ତି । କେବଳ କହୁଛନ୍ତି ମୋତେ ୟାଦ କର ଏବଂ ଚକ୍ରକୁ ୟାଦ କର । ବାବାଙ୍କ ୟାଦରେ ହୃଦୟ ଏକଦମ୍ ସ୍ଥିର ହୋଇଯିବା ଦରକାର । ଏକମାତ୍ର ବାବାଙ୍କ ୟାଦରେ ତୁମେ ବ୍ୟାକୁଳ ହେବ । ତଡପାଇବା ଦରକାର କାହିଁକି ନା ବାବାଙ୍କଠାରୁ କେତେ ଭାରୀ ବର୍ସା ମିଳିଥାଏ । ନିଜକୁ ଦେଖିବା ଦରକାର ମୋର ବାବାଙ୍କ ସାଥୀରେ କେତେ ସ୍ନେହ ରହିଛି । ମୋ’ ପାଖରେ କେତେ ଦୈବୀଗୁଣ ଅଛି! କାହିଁକି ନା ତୁମେ ସନ୍ତାନମାନେ ଏବେ କଣ୍ଟାରୁ ଫୁଲ ହେଉଛ । ଯେତେ ଯେତେ ଯୋଗରେ ରହିବ ସେତେ କଣ୍ଟାରୁ ଫୁଲ ସତ୍ତ୍ୱପ୍ରଧାନ ହୋଇଯିବ । ଯିଏ ବହୁତ କଣ୍ଟାଙ୍କୁ ଫୁଲ କରିଥାନ୍ତି ତାଙ୍କୁ ହଁ ସଚ୍ଚା ସୁଗନ୍ଧିତ ଫୁଲ କୁହାଯିବ । ସେ କେବେହେଲେ କାହାକୁ କଣ୍ଟା ମାରିବେ ନାହିଁ । କ୍ରୋଧ ମଧ୍ୟ ବଡ କଣ୍ଟା ବହୁତଙ୍କୁ ଦୁଃଖ ଦେଇଥାଏ । ଏବେ ତୁମେମାନେ କଣ୍ଟାର ଦୁନିଆରୁ କୁଳକୁ ଆସିଯାଇଛ, ତୁମେ ସଙ୍ଗମରେ ଅଛ । ଯେପରି ମାଳି ଫୁଲକୁ ଅଲଗା ଅଲଗା ପାତ୍ରରେ ବାହାର କରି ରଖିଥାନ୍ତି ସେହିପରି ତୁମ ଫୁଲମାନଙ୍କୁ ବି ଏବେ ସଙ୍ଗମଯୁଗୀ ଚାଙ୍ଗୁଡିରେ ଅଲଗା କରି ରଖାଯାଇଛି । ତା’ପରେ ତୁମେ ଫୁଲମାନେ ସ୍ୱର୍ଗକୁ ଚାଲିଯିବ । କଳିଯୁଗୀ କଣ୍ଟା ସବୁ ଭସ୍ମ ହୋଇଯିବ ।

ବାବା କହୁଛନ୍ତି ମିଠା ସନ୍ତାନମାନେ ତୁମେ ଯେତେ ଅନେକଙ୍କର କଲ୍ୟାଣ କରିବ ସେତେ ତୁମକୁ ହିଁ ତା’ର ଫଳ ମିଳିବ । ବହୁତଙ୍କୁ ରାସ୍ତା ବତାଇବ ତ ବହୁତଙ୍କର ଆଶୀର୍ବାଦ ମିଳିବ । ଜ୍ଞାନ ରତ୍ନରେ ଝୁଲା ଭରିକି ତା’ପରେ ଦାନ କରିବାକୁ ହେବ । ଜ୍ଞାନ ସାଗର ତୁମକୁ ରତ୍ନର ଥାଳି ଭରି ଭରି କରି ଦେଉଛନ୍ତି । ଯେଉଁମାନେ ତାହାର ଦାନ କରିଥା’ନ୍ତି ସିଏ ସମସ୍ତଙ୍କୁ ପ୍ରିୟ ଲାଗିଥା’ନ୍ତି । ପିଲାମାନର ଅନ୍ତରରେ କେତେ ଖୁସି ରହିବା ଦରକାର । ଯିଏ ସେନ୍ସିବୁଲ୍ (ଚାଲାକ) ପିଲା ସେ ତ କହିବେ ଆମେ ବାବାଙ୍କଠାରୁ ପୁରା ବର୍ସା ନେବୁ । ଏକଦମ୍ ଲାଗି ରହିବେ । ବାବାଙ୍କ ଉପରେ ବହୁତ ସ୍ନେହ ରହିବ କାହିଁକି ନା ଜାଣିଛନ୍ତି ପ୍ରାଣଦାତା ବାବା ମିଳିଛନ୍ତି । ଜ୍ଞାନର ବରଦାନ ଏପରି ଦେଉଛନ୍ତି ଯଦ୍ୱାରା ଆମେ କ’ଣରୁ କ’ଣ ହୋଇଯାଉଛୁ । ଅସମର୍ଥରୁ ସମର୍ଥ ହୋଇଯାଉଛୁ । ଏତେ ଭଣ୍ଡାର ଭରପୁର କରିଦେଉଛନ୍ତି । ବାବାଙ୍କୁ ଯେତେ ଯେତେ ୟାଦ କରିବ ସେତେ ଲଭ୍ ରହିବ, ଆକର୍ଷଣ ହେବ । ଛୁଞ୍ଚି ସଫା ହୋଇଥିଲେ ଚୁମ୍ବକ ଆଡକୁ ଆକର୍ଷିତ ହୋଇଥାଏ ନା । ବାବାଙ୍କ ୟାଦରେ କଳଙ୍କି ବାହାରିଯିବ । ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କେହି ମନେ ନ ପଡନ୍ତୁ ।

ବାବା ବୁଝାଉଛନ୍ତି ମିଠା ସନ୍ତାନମାନେ, କିଛି ଭୁଲ୍‌ କର ନାହିଁ । ସ୍ୱଦର୍ଶନ ଚକ୍ରଧାରୀ ହୁଅ । ଲାଇଟ୍ ହାଉସ୍ ହୁଅ । ସ୍ୱଦର୍ଶନ ଚକ୍ରଧାରୀ ହେବାର ଅଭ୍ୟାସ ଭଲ ଭାବରେ ହୋଇଗଲେ ତୁମେ ପୁଣି ଯେପରି ଜ୍ଞାନର ସାଗର ହୋଇଯିବ । ଯେପରି ବିଦ୍ୟାର୍ଥୀ ପଢି କରି ଟୀଚର ହୋଇଯାଆନ୍ତି ନା । ତୁମର ଧନ୍ଦା ହିଁ ଏହା ଅଟେ । ସମସ୍ତଙ୍କୁ ସ୍ୱଦର୍ଶନ ଚକ୍ରଧାରୀ କର ତେବେ ହିଁ ଚକ୍ରବର୍ତ୍ତୀ ରାଜା-ରାଣୀ ହେବ । ବାବା କହୁଛନ୍ତି ସନ୍ତାନମାନେ ତୁମ ବିନା ମୋତେ ଯେପରି ବେଆରାମୀ (ଅଶାନ୍ତ) ଲାଗୁଛି । ଯେତେବେଳେ ସମୟ ଆସେ ବେଆରାମୀ ହୋଇଯାଇଥାଏ । ବାସ୍ ଏବେ ମୁଁ ଯିବି । ପିଲାମାନେ ବହୁତ ଡାକୁଛନ୍ତି - ବହୁତ ଦୁଃଖୀ ଅଟନ୍ତି, ଦୟା ଲାଗୁଛି ସେଥିପାଇଁ ମୁଁ ଆସୁଛି ତୁମ ସନ୍ତାନମାନଙ୍କୁ ସବୁ ଦୁଃଖରୁ ମୁକ୍ତ କରିବାକୁ । ଏବେ ତୁମ ସନ୍ତାନମାନଙ୍କୁ ଘରକୁ ଯିବାର ଅଛି, ତା’ପରେ ପୁଣି ସେଠାରୁ ତୁମେ ସ୍ୱତଃ ହିଁ ସୁଖଧାମକୁ ଚାଲିଯିବ । ସେଠାରେ ମୁଁ ତୁମର ସାଥୀ ହେବି ନାହିଁ । ନିଜ ଅବସ୍ଥା ଅନୁସାରେ ତୁମର ଆତ୍ମା ଚାଲିଯିବ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କଠାରୁ କରେଣ୍ଟ ସ୍ୱତଃ ନେବା ପାଇଁ ବହୁତ ସ୍ନେହରେ ବାବାଙ୍କୁ ୟାଦ କରିବା ଉଚିତ୍ । ଏହି ୟାଦ ହିଁ ସୁସ୍ଥ କରିଦେବ । କରେଣ୍ଟ (ଶକ୍ତି) ନେଲେ ହିଁ ଆୟୁ ବଢିବ । ୟାଦ ଦ୍ୱାରା ହିଁ ବାବାଙ୍କର ସର୍ଚ୍ଚଲାଇଟ୍ ମିଳିବ ।

(୨) ଭୁଲ୍ କରିବା ଛାଡି ସ୍ୱଦର୍ଶନ ଚକ୍ରଧାରୀ, ଲାଇଟ୍ ହାଉସ୍ ହେବା ଉଚିତ୍ । ଏହାଦ୍ୱାରା ହିଁ ଜ୍ଞାନର ସାଗର ହୋଇ ଚକ୍ରବର୍ତ୍ତୀ ରାଜା ରାଣୀ ହୋଇଯିବ ।

ବରଦାନ:-
ସମସ୍ତଙ୍କୁ ଖୁସି ଖବର ଶୁଣାଉଥିବା ଖୁସିର ସମ୍ପତ୍ତିରେ ଭରପୁର ଭଣ୍ଡାର ଭବ ।

ସର୍ବଦା ନିଜର ଏହି ସ୍ୱରୂପକୁ ସମ୍ମୁଖରେ ରଖ କି ମୁଁ ଖୁସିର ସମ୍ପତ୍ତିରେ ଭରପୁର ଭଣ୍ଡାର ଅଟେ । ଯାହା ବି ଅଗଣିତ ଏବଂ ଅବିନାଶୀ ସମ୍ପତ୍ତି ମିଳିଛି ସେହି ସମ୍ପତ୍ତିକୁ ସ୍ମୃତିରେ ଆଣ । ସମ୍ପତ୍ତିକୁ ସ୍ମୃତିରେ ଆଣିଲେ ଖୁସି ହେବ ଏବଂ ଯେଉଁଠି ଖୁସି ଥାଏ ସେଠାରେ ସଦାକାଳ ପାଇଁ ଦୁଃଖ ଦୂର ହୋଇଯାଏ । ସମ୍ପତ୍ତିର ସ୍ମୃତିରେ ଆତ୍ମା ସମର୍ଥ ହୋଇଯାଇଥାଏ । ବ୍ୟର୍ଥ ସମାପ୍ତ ହୋଇଯାଇଥାଏ । ଭରପୁର ଆତ୍ମା କେବେହେଲେ ବି ହଲଚଲ୍‌ରେ ଆସନ୍ତି ନାହିଁ । ସେ ନିଜେ ବି ଖୁସିରେ ରୁହନ୍ତି ଏବଂ ଅନ୍ୟମାନଙ୍କୁ ବି ଖୁସିର ଖବର ଶୁଣାଇଥା’ନ୍ତି ।

ସ୍ଲୋଗାନ:-
ଯୋଗ୍ୟ ହେବାର ଅଛି ତ କର୍ମ ଓ ଯୋଗର ସନ୍ତୁଳନ ରଖ ।

ଅବ୍ୟକ୍ତ ଈଶାରା:- ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ ।

ସେବାରେ ମୁଖ ଦ୍ୱାରା ପରିଚୟ ଦେବାରେ ସମୟ ବି ଲଗାଉଛ, ସମ୍ପତ୍ତି ବି ଲଗାଉଛ, ହଲଚଲ୍ ବି ହେଉଛ, ଥକି ବି ଯାଉଛ.... କିନ୍ତୁ ଶ୍ରେଷ୍ଠ ସଂକଳ୍ପର ସେବାରେ ଏ ସବୁ ବଞ୍ଚିଯିବ । ତେଣୁ ଏହି ସଂକଳ୍ପ ଶକ୍ତିକୁ ବଢାଅ । ଦୃଢତା ସମ୍ପନ୍ନ ସଂକଳ୍ପ କର ତେବେ ପ୍ରତ୍ୟକ୍ଷତା ଶୀଘ୍ର ଆସିବ ।

ଡ୍ରାମାର କିଛି ଗୁହ୍ୟ ରହସ୍ୟ (ସନ୍ଦେଶପୁତ୍ରୀମାନଙ୍କ ଦ୍ୱାରା)

(୧) ଏହି ବିରାଟ ଫିଲ୍‌ମ (ଡ୍ରାମା)ରେ ପ୍ରତ୍ୟେକ ମନୁଷ୍ୟାତ୍ମାଙ୍କଠାରେ ନିଜ ନିଜ ସ୍ଥିତି ଅନୁସାରେ ସାରା ଜୀବନର ଜ୍ଞାନ ଅଥବା ଅଭିନୟ ପୂର୍ବରୁ ହିଁ ମର୍ଜ (ସମାହିତ) ରୂପରେ ରହିଥାଏ । ଜୀବାତ୍ମା ମଧ୍ୟରେ ସାରା ଜୀବନର ପରିଚୟ ମର୍ଜ ହୋଇଥିବା କାରଣରୁ ଠିକ୍ ସମୟରେ ଇମର୍ଜ ହୋଇଥାଏ । ପ୍ରତ୍ୟେକଙ୍କଠାରେ ନିଜ ନିଜର ସମ୍ପୂର୍ଣ୍ଣତାର ଅବସ୍ଥାନୁସାରେ ଜ୍ଞାନ ଅଥବା ଅଭିନୟ ଯାହାକି ମର୍ଜ ହୋଇକରି ଅଛି, ତାହା ହିଁ ଠିକ୍ ସମୟରେ ଇମର୍ଜ ହୋଇଥାଏ ଯାହାଦ୍ୱାରା ତୁମେ ସମସ୍ତେ ଜାନୀ ଜାନନହାର (ଜ୍ଞାତା) ହୋଇଯାଉଛ ।

(୨) ଏହି ବିରାଟ ନାଟକର ପ୍ରତିଟି ସେକେଣ୍ଡର ଅଭିନୟ ନୂଆ ହୋଇଥିବା କାରଣରୁ ତୁମକୁ ଏପରି ଜଣାପଡିବ କି ଯେପରି ଏବେ ଏବେ ଏଠାକୁ ଆସିଛି । ପ୍ରତିଟି ସେକେଣ୍ଡର ଅଭିନୟ ଅଲଗା ହୋଇଥାଏ, କଳ୍ପ ପୂର୍ବର ଘଡିର ପୁନରାବୃତ୍ତି ହୋଇଥାଏ ପରନ୍ତୁ ଯେତେବେଳେ ବାସ୍ତବିକ ଜୀବନରେ ଚାଲୁଛ, ସେତେବେଳେ ନୂଆ ପରି ଲାଗୁଛି । ଏହାକୁ ବୁଝି ଆଗକୁ ବଢ଼ିଚାଲ । ଏପରି କେହି କହିପାରିବେ ନାହିଁ କି ମୁଁ ତ’ ଜ୍ଞାନପ୍ରାପ୍ତ କରିନେଲି, ଏବେ ମୁଁ ଯାଉଛି, ନା । ଯେ ପର୍ଯ୍ୟନ୍ତ ବିନାଶ ହୋଇନାହିଁ ସେ ପର୍ଯ୍ୟନ୍ତ ସାରା ଅଭିନୟ ଏବଂ ସାରା ଜ୍ଞାନ ନୂଆ ।

(୩) ଏହି ବିରାଟ ଡ୍ରାମାରେ ଯାହା ପୂର୍ବ ନିର୍ମିତ ହୋଇକରି ଅଛି..., ତାହା ନିଶ୍ଚୟର ଆଧାରରେ ତିଆରି ହୋଇଛି । ପୂର୍ବ ନିଶ୍ଚିତକୁ କେହି ଯଦି ଟାଳି ଦେଉଛନ୍ତି ବା ତିଆରି କରୁଛନ୍ତି ତାହା ସବୁ ନିଜ ଉପରେ ନିର୍ଭର କରୁଛି । ମୁଁ ନିଜେ ହିଁ ନିଜର ଶତ୍ରୁ ଏବଂ ନିଜେ ନିଜର ମିତ୍ର ଅଟେ । ଏବେ ତୁମକୁ ବହୁତ ରମଣୀୟ, ମିଠା ହେବାର ଅଛି ଓ କରାଇବାର ଅଛି ।

(୪) ଏହି ବିରାଟ ଫିଲ୍ମରେ ଏହା ସହନ କରିବା ବି ତୁମ ପାଇଁ କଳ୍ପ ପୂର୍ବର ଏହି ମିଠା ସ୍ୱପ୍ନ ଅଟେ କାରଣ ତୁମର ତଥାପି ବି କିଛି ହୁଏ ନାହିଁ, ଯେଉଁମାନେ ବି ତୁମକୁ ହଇରାଣ କରିଛନ୍ତି ସେମାନେ ବି କହିବେ କି ମୁଁ ଏହାଙ୍କୁ ଏତେ ହଇରାଣ କଲି, ଦୁଃଖୀ କଲି, ପରନ୍ତୁ ଇଏ ତ’ ପୁଣି ବି ଡିଭାଇନ୍ ୟୁନିଟି (ଦିବ୍ୟ ଏକତା), ସୁପ୍ରିମ୍ ୟୁନିଟି (ସର୍ବୋଚ୍ଚ ଏକତା), ବିଜୟୀ ପାଣ୍ଡବ ହୋଇ ରହୁଛନ୍ତି । ଏହି ପୂର୍ବ ନିର୍ମିତ ଡ୍ରାମାକୁ କେହି ଟାଳି ପାରିବେ ନାହିଁ ।

(୫) ଏହି ବିରାଟ ଫିଲ୍ମରେ ଦେଖ କିପରି ଚମତ୍କାର ରହିଛି ଯେ ତୁମେ ପ୍ରତ୍ୟକ୍ଷ ପାଣ୍ଡବମାନେ ବି ଆସିଛ ଏବଂ ତୁମର ପୁରୁଣା ଚିତ୍ର ଏବଂ ଚିହ୍ନଗୁଡିକ ବି ଏ ପର୍ଯ୍ୟନ୍ତ ରହିଛି । ଯେପରି ପୁରୁଣା କାଗଜ, ପୁରୁଣା ଶାସ୍ତ୍ର, ଗୀତା ପୁସ୍ତକ ଆଦି ସମ୍ଭାଳିକରି ରଖିଥା’ନ୍ତି । ତାହାର ପୁଣି ବହୁତ ସମ୍ମାନ କରିଥାଆନ୍ତି । ଏହିପରି ପୁରୁଣା ଜିନିଷ ରହିଥିଲେ ମଧ୍ୟ ଏବେ ନୂଆ ବସ୍ତୁ ଉଦ୍ଭାବନ ହେଉଛି । ପୁରୁଣା ଗୀତା ବାସ୍ତବରେ ଥିଲେ ମଧ୍ୟ, ନୂଆ ଗୀତାର ଉଦ୍ଭାବନ ହୋଇଛି । ପୁରୁଣାର ଅନ୍ତ ସେତେବେଳେ ହେବ ଯେତେବେଳେ ନୂଆର ସ୍ଥାପନ ହୋଇଯିବ । ଏବେ ତୁମେ ବାସ୍ତବ ଜୀବନରେ ଜ୍ଞାନକୁ ପ୍ରତ୍ୟକ୍ଷ ରୂପରେ ଧାରଣ କରିଥିବା କାରଣରୁ ଦୁର୍ଗା, କାଳୀ ଆଦି ହୋଇଛ । ପୁରୁଣା ସ୍ଥୂଳ ଜଡ ଚିତ୍ରଗୁଡିକର ବିନାଶ ହୋଇ ନୂଆ ଚୈତନ୍ୟ ସ୍ୱରୂପର ସ୍ଥାପନା ହୋଇଥାଏ ।

(୬) ଏହି ବିରାଟ ଫିଲ୍ମର ଯୋଜନା ଅନୁସାରେ ସଙ୍ଗମର ମିଠା ସମୟରେ ଆପଣ ଅନନ୍ୟ ଦୈବୀ ସନ୍ତାନମାନେ ହିଁ ବିକାର ଉପରେ ବିଜୟ ପ୍ରାପ୍ତ କରି ବୈକୁଣ୍ଠର ମିଠା ଲଟେରୀ ପ୍ରାପ୍ତ କରୁଛ । ଆପଣଙ୍କର ଏହି ଲଲାଟ କେତେ ଭାଗ୍ୟବାନ ଅଟେ । ବର୍ତ୍ତମାନ ତୁମେ ନର ଓ ନାରୀ ଅବିନାଶୀ ଜ୍ଞାନ ଦ୍ୱାରା ପୂଜ୍ୟ ଯୋଗ୍ୟ ଦେବତା ପଦ ପ୍ରାପ୍ତ କରୁଛ, ଏହା ହେଉଛି ଏହି ସଙ୍ଗମର ସୁହାବନା ଆଶ୍ଚର୍ଯ୍ୟଜନକ ସମୟର ଆଶ୍ଚର୍ଯ୍ୟଜନକ ରୀତି ।

(୭) ଈଶ୍ୱର ସାକ୍ଷୀ ହୋଇ ଦେଖୁଛନ୍ତି ଯେ ମୁଁ ଯେଉଁ ଅଭିନେତାମାନଙ୍କୁ ଅନେକ ଗହଣାରେ, ଆଭୂଷଣରେ ଶୃଙ୍ଗାରିତ କରି ଏହି ସୃଷ୍ଟି ରୂପୀ ଷ୍ଟେଜ୍‌ରେ ନୃତ୍ୟ କରିବା ଅର୍ଥେ ପଠାଇଥିଲି ସେମାନେ କିପରି ଅଭିନୟ କରୁଛନ୍ତି । ମୁଁ ନିଜର ଦୈବୀ ସନ୍ତାନମାନଙ୍କୁ ସୁବର୍ଣ୍ଣ ଟଙ୍କା, ରୌପ୍ୟ ଟଙ୍କା ଦେଇ କହିଥିଲି କି ଏହି ଆଭୂଷଣ, ଏହି ଗହଣା ଗୁଡିକ ପିନ୍ଧିକରି ଖୁସମିଜାଜ ହୋଇ ସାକ୍ଷୀ ହୋଇ ଅଭିନୟ ବି କରିବ ଏବଂ ସାକ୍ଷୀ ହୋଇ ଏହି ଖେଳ ବି ଦେଖିବ । ଫସିଯିବ ନାହିଁ କିନ୍ତୁ ଅଧାକଳ୍ପ ରାଜ୍ୟଭାଗ୍ୟ ଭୋଗକରି ପୁଣି ଅଧାକଳ୍ପ ନିଜ ରଚନାର ମାୟାରେ ଫସିଗଲ । ଏବେ ପୁନଃ ମୁଁ ତୁମକୁ କହୁଛି ଏହି ମାୟାକୁ ଛାଡିଦିଅ । ଏହି ଜ୍ଞାନ ମାର୍ଗରେ ବିକାରୀ କାର୍ଯ୍ୟରୁ ନିବୃ୍‌ତ୍ତ ହୋଇ ନିର୍ବିକାରୀ ହେଲେ ଆଦି ମଧ୍ୟ ଅନ୍ତ ଦୁଃଖରୁ ମୁକ୍ତ ହୋଇ ଜନ୍ମ ଜନ୍ମାନ୍ତର ପାଇଁ ସୁଖ ପ୍ରାପ୍ତ କରିପାରିବ ।

(୮) ନିଜଠାରୁ କେହି ବି ଉଚ୍ଚ ଅବସ୍ଥାଯୁକ୍ତଙ୍କ ଦ୍ୱାରା ଯଦି କୌଣସି ସାବଧାନୀ ମିଳୁଛି ତ ତାକୁ ରାଜଯୁକ୍ତ ହୋଇ ଉଠାଇବାରେ ହିଁ କଲ୍ୟାଣ ନିହିତ । ଏହାର ଭିତରର ରହସ୍ୟକୁ ଜାଣିବା ଉଚିତ୍ ଯେ ଏଥିରେ ନିଶ୍ଚିତ କିଛି କଲ୍ୟାଣ ନିହିତ ରହିଛି । ଏହି ଯେଉଁ ପଏଣ୍ଟ ମୋତେ ଏହାଙ୍କ ଦ୍ୱାରା ମିଳିଛି ତାହା ବିଲ୍‌କୁଲ୍ ଯଥାର୍ଥ, ତାକୁ ବହୁତ ଖୁସିରେ ସ୍ୱୀକାର କରିବା ଦରକାର କାହିଁକିନା ଯଦି ମୋ’ଦ୍ୱାରା କେବେ କିଛି ଭୁଲ୍ ହୋଇଯାଉଛି ତ ସେହି ପଏଣ୍ଟ ମନେପଡିଗଲେ ନିଜକୁ ଠିକ୍ କରିଦେବି ସେଥିପାଇଁ କିଛି ବି ସାବଧାନୀ ମିଳୁ, ବହୁତ ବିଶାଳ ବୁଦ୍ଧିରେ ଧାରଣ କଲେ ତୁମେ ଉନ୍ନତି ପ୍ରାପ୍ତ କରିପାରିବ ।

(୯) ଏବେ ତୁମକୁ ନିତ୍ୟ ଅନ୍ତର୍ମୁଖ ହୋଇ ଯୋଗରେ ରହିବା ଉଚିତ୍ କାରଣ ଅନ୍ତର୍ମୁଖ ହେଲେ ନିଜକୁ ଦେଖିପାରିବ । କେବଳ ଦେଖିବ ନାହିଁ, ପରିବର୍ତ୍ତନ ବି କରିପାରିବ । ଏହା ହିଁ ସର୍ବୋତ୍ତମ ଅବସ୍ଥା । ଯେତେବେଳେ ଏହା ଜଣାଅଛି ଯେ ସମସ୍ତେ ନିଜର ସ୍ଥିତି ଅନୁସାରେ ପୁରୁଷାର୍ଥୀ ଅଟନ୍ତି, ତେବେ କୌଣସି ବି ପୁରୁଷାର୍ଥୀଙ୍କ ପାଇଁ ଯୁକ୍ତି କରିପାରିବ ନାହିଁ କାରଣ ସେ ନିଜ ସ୍ଥିତି ଅନୁସାରେ ପୁରୁଷାର୍ଥୀ ଅଟନ୍ତି, ତାଙ୍କର ସ୍ଥିତିକୁ ଦେଖି ତାଙ୍କଠାରୁ ଗୁଣ ଗ୍ରହଣ କର । ଯଦି ଗୁଣ ଗ୍ରହଣ କରିପାରୁନାହଁ ତେବେ ତାଙ୍କୁ ଛାଡିଦିଅ ।

(୧୦) ତୁମେ ସର୍ବଦା ନିଜର ସର୍ବୋତ୍ତମ ଲକ୍ଷ୍ୟକୁ ସମ୍ମୁଖରେ ଦେଖି ନିଜକୁ ହିଁ ଦେଖ । ତୁମେ ପ୍ରତ୍ୟେକେ ବ୍ୟକ୍ତିଗତ ପୁରୁଷାର୍ଥୀ ଅଟ, ତୁମେ ନିଜ ପାଇଁ ନିଜେ ଧ୍ୟାନ ଦେଇ ଆଗକୁ ଦୈାଡୁଥାଅ, କେହି କିଛି ବି କରନ୍ତୁ ପରନ୍ତୁ ମୁଁ ନିଜ ସ୍ୱରୂପରେ ସ୍ଥିତ ରହିବି, ଅନ୍ୟ କାହାକୁ ବି ଦେଖିବି ନାହିଁ । ନିଜ ବୁଦ୍ଧିଯୋଗ ବଳରେ ମୁଁ ତାଙ୍କର ଅବସ୍ଥାକୁ ଜାଣିଯିବି । ଅନ୍ତର୍ମୁଖୀର ଅବସ୍ଥା ଦ୍ୱାରା ହିଁ ତୁମେ ଅନେକ ପରୀକ୍ଷାକୁ ପାରି କରିପାରିବ । ଆଚ୍ଛା!