01.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ତୁମେମାନେ ନିଜକୁ ସତେଜ କରିବା ପାଇଁ ବାବାଙ୍କ ପାଖକୁ ଆସିଛ, ଯଦି ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇବ ତେବେ ସର୍ବଦା ସତେଜ ରହିବ” ।

ପ୍ରଶ୍ନ:-
ବୁଦ୍ଧିମାନ ପିଲାମାନଙ୍କର ମୁଖ୍ୟ ଲକ୍ଷଣ କ’ଣ ହୋଇଥିବ?

ଉତ୍ତର:-
ଯେଉଁମାନେ ବୁଦ୍ଧିମାନ ଅଟନ୍ତି, ସେମାନେ ସର୍ବଦା ଅପାର ଖୁସିରେ ରହୁଥିବେ । ଯଦି ଖୁସି ନାହିଁ ତେବେ ବୁଦ୍ଧିହୀନ କୁହାଯିବ । ଯେଉଁମାନେ ପାରସ ବୁଦ୍ଧି ହେଉଛନ୍ତି ସେହିମାନେ ହିଁ ବୁଦ୍ଧିମାନ ଅଟନ୍ତି । ସେମାନେ ଅନ୍ୟମାନଙ୍କୁ ମଧ୍ୟ ପାରସ (ପବିତ୍ର) ବୁଦ୍ଧି କରିବେ । ରୁହାନୀ ସେବାରେ ବ୍ୟସ୍ତ ରହିବେ । ବାବାଙ୍କ ପରିଚୟ ଦେବା ବିନା ସେମାନେ ରହିପାରିବେ ନାହିଁ ।

ଓମ୍ ଶାନ୍ତି ।
ବାବା ବୁଝାଉଛନ୍ତି ତ ଏହି ଦାଦା ମଧ୍ୟ ବୁଝାଉଛନ୍ତି କାରଣ ବାବା ଆସି ଦାଦାଙ୍କ ଶରୀର ମାଧ୍ୟମରେ ବୁଝାଉଛନ୍ତି । ଯେପରି ତୁମେମାନେ ଏହି ଜ୍ଞାନକୁ ବୁଝୁଛ ସେହିପରି ଦାଦା ମଧ୍ୟ ବୁଝୁଛନ୍ତି । ଦାଦାଙ୍କୁ ଭଗବାନ କୁହାଯିବ ନାହିଁ । ଏହା ହେଲା ଭଗବାନୁବାଚ । ବାବା ମୁଖ୍ୟ କଥା ବୁଝାଉଛନ୍ତି, ଦେହୀ-ଅଭିମାନୀ ହୁଅ । ଏକଥା କାହିଁକି କହୁଛନ୍ତି? କାହିଁକି ନା ନିଜକୁ ଆତ୍ମା ନିଶ୍ଚୟ କରିଲେ ଆମେ ପତିତରୁ ପାବନ ହୋଇଯିବା । ଏହି ଜ୍ଞାନ ବୁଦ୍ଧିରେ ଅଛି । ଏକଥା ସମସ୍ତଙ୍କୁ ବୁଝାଇବାକୁ ହେବ, ନିଜକୁ ପତିତ ଭାବି ସମସ୍ତେ ଡାକୁଛନ୍ତି । ନୂଆ ଦୁନିଆ ନିଶ୍ଚିତ ଭାବରେ ପବିତ୍ର ଦୁନିଆ ହୋଇଥବ ଏବଂ ସେହି ନୂଆ ଦୁନିଆର ନିର୍ମାତା ବା ସ୍ଥାପକ ହେଲେ ଏକମାତ୍ର ଶିବବାବା । ତାଙ୍କୁ ହିଁ ପତିତପାବନ ବାବା କହି ସମସ୍ତେ ଡାକିଥା’ନ୍ତି । ପତିତ-ପାବନ କହିବା ସହିତ ତାଙ୍କୁ ପିତା ମଧ୍ୟ କହୁଛନ୍ତି । ତାଙ୍କୁ ଆତ୍ମା ହିଁ ଡାକୁଛି । ଶରୀର ନୁହେଁ । ଆମ ଆତ୍ମାର ପିତା ପାରଲୌକିକ ଅଟନ୍ତି ଏବଂ ସିଏ ହିଁ ପତିତ ପାବନ ଅଟନ୍ତି । ଏକଥାକୁ ତ ଭଲ ଭାବରେ ମନେ ରଖିବା ଦରକାର । ଏହା ନୂଆ ଦୁନିଆ ନା ପୁରୁଣା ଦୁନିଆ ଏକଥା ତ ବୁଝିପାରୁଛ ନା । ଏଭଳି ବୁଦ୍ଧିହୀନ ମଧ୍ୟ ଅଛନ୍ତି ଯିଏକି ଭାବୁଛନ୍ତି ଆମେ ବହୁତ ସୁଖରେ ଅଛୁ । ଆମେ ତ ଯେପରି ସ୍ୱର୍ଗରେ ଅଛୁ । କିନ୍ତୁ ଏକଥା ମଧ୍ୟ ବୁଝିବା ଦରକାର ଯେ କଳିଯୁଗକୁ କେବେ ସ୍ୱର୍ଗ କୁହାଯାଇପାରିବ ନାହିଁ । ଏହାର ନାମ ହିଁ ହେଉଛି କଳିଯୁଗ, ପୁରୁଣା ପତିତ ଦୁନିଆ । ଏଥିରେ ଅନ୍ତର ରହିଛି ନା । କିଛି ମନୁଷ୍ୟମାନଙ୍କ ବୁଦ୍ଧିରେ ଏତିକି କଥା ମଧ୍ୟ ରହୁ ନାହିଁ । ଦୁନିଆର ଅବସ୍ଥା ବିଲ୍‌କୁଲ୍ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଛି । ଯଦି ପିଲାମାନେ ପାଠ ନ ପଢନ୍ତି ତେବେ କହିଥା’ନ୍ତି ନା ତୁମେ ତ ପଥରବୁଦ୍ଧି ଅଟ । ବାବା ମଧ୍ୟ ଚିଠି ଲେଖନ୍ତି, ତୁମର ଗ୍ରାମବାସୀମାନେ ତ ବିଲ୍‌କୁଲ୍ ପଥର ବୁଦ୍ଧି ଅଟନ୍ତି । କିଛି ବୁଝିପାରୁନାହାଁନ୍ତି କାରଣ ଅନ୍ୟମାନଙ୍କୁ ବୁଝାଉ ନାହାଁନ୍ତି । ଯଦି ନିଜେ ପାରସ ବୁଦ୍ଧି ହେଉଛ ତେବେ ଅନ୍ୟମାନଙ୍କୁ ମଧ୍ୟ ସେହିପରି କରିବା ଦରକାର । ଏହି ପୁରୁଷାର୍ଥ କରିବା ଦରକାର । ଏଥିରେ ଲଜ୍ୟା କରିବାର ତ କିଛି କଥା ନାହିଁ । କିନ୍ତୁ ମନୁଷ୍ୟମାନଙ୍କ ବୁଦ୍ଧିରେ ଅଧାକଳ୍ପରୁ ଓଲଟା ଜ୍ଞାନ ରହିଆସିଛି ଯାହାକି ଭୁଲିପାରୁ ନାହାଁନ୍ତି । ତାହା କିପରି ଭୁଲାଇବେ? ଭୁଲାଇବାର ଶକ୍ତି ତ କେବଳ ବାବାଙ୍କ ପାଖରେ ହିଁ ଅଛି । ବାବାଙ୍କ ବିନା ଏହି ଜ୍ଞାନ କେହି ଦେଇପାରିବେ ନାହିଁ । ଅର୍ଥାତ୍ ସମସ୍ତେ ଅଜ୍ଞାନୀ ଅଟନ୍ତି । ଯେ ପର୍ଯ୍ୟନ୍ତ ଜ୍ଞାନର ସାଗର ବାବା ଆସି ଜ୍ଞାନ ନଶୁଣାଇଛନ୍ତି ସେମାନଙ୍କ ପାଖରେ ଜ୍ଞାନ କେଉଁଠୁ ଆସିବ । ତମୋପ୍ରଧାନ ଅର୍ଥାତ୍ ଅଜ୍ଞାନୀ ଦୁନିଆ । ସତ୍ତ୍ୱପ୍ରଧାନ ଅର୍ଥାତ୍ ଦୈବୀ ଦୁନିଆ । ଏଥିରେ ଫରକ ତ ଅଛି ନା । ଦେବୀ-ଦେବତାମାନେ ହିଁ ପୁନର୍ଜନ୍ମ ନେଉଛନ୍ତି । ସମୟ ମଧ୍ୟ ପରିବର୍ତ୍ତନ ହେଉଛି । ବୁଦ୍ଧି ମଧ୍ୟ ଶକ୍ତିହୀନ ହୋଇଚାଲିଛି । ବୁଦ୍ଧିର ଯୋଗ ବାବାଙ୍କ ସହିତ ଲଗାଇଲେ ଯେଉଁ ଶକ୍ତି ମିଳିବ ସେଥିରେ ତାହା ପୁଣି ସମାପ୍ତ ହୋଇଯିବ ।

ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି ତେଣୁ ତୁମେମାନେ କେତେ ଶକ୍ତିଶାଳୀ ହୋଇଯାଉଛ । ତୁମେମାନେ ସତେଜ ଥିଲ ଏବଂ ବିଶ୍ରାମରେ ମଧ୍ୟ ଥିଲ । ବାବା ମଧ୍ୟ ଚିଠି ଲେଖୁଛନ୍ତି - ପିଲାମାନେ ଏଠାକୁ ଅର୍ଥାତ୍ ମଧୁବନକୁ ଆସି ରିଫ୍ରେସ୍ ହେବା ସହିତ କିଛି ଦିନ ବିଶ୍ରାମ କରିନିଅ । ରିଫ୍ରେସ୍ ହେବା ପରେ ତୁମେମାନେ ସତ୍ୟଯୁଗ ବିଶ୍ରାମପୁରୀକୁ ଯାଉଛ । ସେଠାରେ ତୁମକୁ ବହୁତ ବିଶ୍ରାମ ମିଳିଥାଏ । ସେଠାରେ ସୁଖ, ଶାନ୍ତି, ସମ୍ପତ୍ତି ଆଦି ସବୁ କିଛି ମିଳିଥାଏ । ତେବେ ବାବାଙ୍କ ପାଖକୁ ରିଫ୍ରେସ୍ ହେବା ପାଇଁ, ବିଶ୍ରାମ ପାଇବା ପାଇଁ ଆସୁଛନ୍ତି । ରିଫ୍ରେସ୍ ମଧ୍ୟ ଶିବବାବା କରୁଛନ୍ତି ଏବଂ ବିଶ୍ରାମ ମଧ୍ୟ ବାବାଙ୍କ ପାଖରେ ନେଉଛ । ବିଶ୍ରାମ ଅର୍ଥାତ୍ ଶାନ୍ତ । କେହି ଥକି ଗଲେ ବିଶ୍ରାମ ନେଇଥା’ନ୍ତି ନା । ଯେପରି ଦୁନିଆରେ ମଧ୍ୟ କିଏ କେଉଁଠାକୁ କିଏ କେଉଁଠାକୁ ବିଶ୍ରାମ ନେବା ପାଇଁ ଯାଇଥା’ନ୍ତି । କିନ୍ତୁ ସେଥିରେ ତ ରିଫ୍ରେସ୍‌ମେଣ୍ଟ ହେବାର କିଛି କଥା ହିଁ ନାହିଁ । ଏଠାରେ ତୁମମାନଙ୍କୁ ବାବା ପ୍ରତିଦିନ ଜ୍ଞାନ ବୁଝାଉଛନ୍ତି, ତେଣୁ ତୁମେମାନେ ରିଫ୍ରେସ୍ ହୋଇଯାଉଛ । ଯୋଗବଳ ଦ୍ୱାରା ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେଉଛ । ସତ୍ତ୍ୱପ୍ରଧାନ ହେବା ପାଇଁ ତୁମେମାନେ ଏଠାକୁ ଆସୁଛ । ସେଥିପାଇଁ ପୁରୁଷାର୍ଥ କ’ଣ? ମିଠା ମିଠା ସନ୍ତାନମାନେ ବାବାଙ୍କୁ ମନେ ପକାଅ । ବାବା ତ ସବୁ ଶିକ୍ଷା ଦେଇଛନ୍ତି । ଏହି ସୃଷ୍ଟିଚକ୍ର କିପରି ଘୂରୁଛି, ତୁମକୁ ବିଶ୍ରାମ କିପରି ମିଳୁଛି । ଏ କଥା କେହି ବି ଜାଣିନାହାଁନ୍ତି ତେଣୁ ସେମାନଙ୍କୁ ମଧ୍ୟ ବୁଝାଇବା ଦରକାର ଯେପରି ସେମାନେ ମଧ୍ୟ ତୁମମାନଙ୍କ ଭଳି ରିଫ୍ରେସ୍ ହୋଇଯିବେ । ତୁମମାନଙ୍କର କର୍ତ୍ତବ୍ୟ ହେଲା ସମସ୍ତଙ୍କୁ ସନ୍ଦେଶ ଦେବା । ସମସ୍ତଙ୍କୁ ଅବିନାଶୀ ସତେଜ ହେବାର ଅଛି । ଅବିନାଶୀ ବିଶ୍ରାମ ପାଇବାର ଅଛି । ତେଣୁ ସମସ୍ତଙ୍କୁ ଏହି ସନ୍ଦେଶ ଦିଅ । ଏହି କଥା ମନେ ପକାଇ ଦିଅ ଯେ ବାବାଙ୍କୁ ଏବଂ ତାଙ୍କ ସମ୍ପତ୍ତିକୁ ମନେ ପକାଅ । କଥା ତ ବହୁତ ସହଜ । ବେହଦର ବାବା ସ୍ୱର୍ଗ ରଚନା କରୁଛନ୍ତି । ସ୍ୱର୍ଗର ବର୍ସା ଦେଉଛନ୍ତି । ଏବେ ତୁମେମାନେ ସଂଗମଯୁଗରେ ଅଛ । ମାୟାର ଅଭିଶାପ ଏବଂ ବାବାଙ୍କର ବର୍ସାକୁ ତୁମେମାନେ ଜାଣିଛ । ଯେତେବେଳେ ମାୟା ରାବଣର ଅଭିଶାପ ମିଳିଯାଏ, ସେତେବେଳେ ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତି ସବୁ କିଛି ସମାପ୍ତ ହୋଇଯାଏ । କିପରି ଧୀରେ-ଧୀରେ ସମାପ୍ତ ହୋଇଥାଏ, କେତେ ଜନ୍ମ ଲାଗିଥାଏ ତାହା ମଧ୍ୟ ବାବା ବୁଝାଇ ଦେଇଛନ୍ତି । ଦୁଃଖଧାମରେ କ’ଣ ବିଶ୍ରାମ ମିଳିପାରିବ! ସୁଖଧାମରେ ବିଶ୍ରାମ ହିଁ ବିଶ୍ରାମ ମିଳିଥାଏ । ମନୁଷ୍ୟକୁ ଭକ୍ତିମାର୍ଗ କେତେ ଥକାଇ ଦେଇଥାଏ । ଜନ୍ମ ଜନ୍ମାନ୍ତରର ଭକ୍ତି କରି କରି ସମସ୍ତେ ଥକିଯାଇଛନ୍ତି । ଏକଦମ୍ କାଙ୍ଗାଳ କରିଦେଇଛି । ଏ କଥା ମଧ୍ୟ ଏବେ ତୁମମାନଙ୍କୁ ବାବା ବୁଝାଉଛନ୍ତି । ନୂଆ ନୂଆମାନେ ଆସିଲେ ତାଙ୍କୁ କେତେ ବୁଝାଇବାକୁ ପଡୁଛି । ପ୍ରତ୍ୟେକ କଥା ଉପରେ ମନୁଷ୍ୟ ବହୁତ ବିଚାର କରିଥା’ନ୍ତି । ଭାବିଥା’ନ୍ତି ଏହା ଯାଦୁ ନୁହେଁ ତ । ଆରେ ତୁମେ ତ ଭଗବାନଙ୍କୁ ଯାଦୁଗର ବୋଲି କହୁଛ । ତେବେ ମୁଁ ମଧ୍ୟ କହୁଛି ଯେ ମୁଁ ଯାଦୁକର ଅଟେ । କିନ୍ତୁ ଏହା ସେହି ଯାଦୁ ନୁହେଁ ଯେଉଁଥିରେ ଛେଳି ମେଣ୍ଢା କରିଦିଅନ୍ତି । ତୁମେ ଜୀବଜନ୍ତୁ ତ ନୁହଁ ନା । ଏହି ସବୁ କଥା ବୁଦ୍ଧି ଦ୍ୱାରା ବୁଝିବାକୁ ପଡିଥାଏ । ଗାୟନ ମଧ୍ୟ ଅଛି ସୁର ମଣ୍ଡଳ କେ ସାଜସେ... ଅର୍ଥାତ୍ ଦେବଲୋକର ସଂଗୀତକୁ ଛେଳି ମେଣ୍ଢା କ’ଣ ବା ବୁଝିବେ । ବର୍ତ୍ତମାନ ମନୁଷ୍ୟ ଯେପରି ଛେଳି ମେଣ୍ଢା ସଦୃଶ ହୋଇଯାଇଛନ୍ତି ଅର୍ଥାତ୍ ବୁଦ୍ଧିହୀନ ହୋଇଯାଇଛନ୍ତି । ଏହି କଥା ବର୍ତ୍ତମାନ ସମୟ ପାଇଁ ହିଁ କୁହାଯାଇଛି । ସତ୍ୟଯୁଗରେ ଏଭଳି ଗାୟନ କରନ୍ତି ନାହିଁ । ଏହା ଏହି ସମୟର ହିଁ ଗାୟନ ଅଟେ । ଚଣ୍ଡିକା ଦେବୀଙ୍କର କେତେ ମେଳା ଲାଗୁଛି । ସେମାନଙ୍କୁ ପଚାର ଇଏ କିଏ? ତେବେ କହିବେ ଦେବୀ । ତେବେ ଏଭଳି ନାମ ତ ସତ୍ୟଯୁଗରେ ନ ଥାଏ । ସତ୍ୟଯୁଗରେ ତ ସମସ୍ତଙ୍କର ଶୁଭନାମ ହିଁ ଥାଏ । ଶ୍ରୀରାମଚନ୍ଦ୍ର, ଶ୍ରୀକୃଷ୍ଣ... ଶ୍ରେଷ୍ଠକୁ ଶ୍ରୀ କୁହାଯାଏ । ସତ୍ୟଯୁଗୀ ସମ୍ପ୍ରଦାୟକୁ ଶ୍ରେଷ୍ଠ କୁହାଯାଏ । କଳିଯୁଗୀ ବିକାରୀ ସମ୍ପ୍ରଦାୟକୁ ଶ୍ରେଷ୍ଠ କିପରି କହିବା! ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ । ବର୍ତ୍ତମାନର ମନୁଷ୍ୟ ତ ଶ୍ରେଷ୍ଠ ନୁହେଁ । ଗାୟନ ମଧ୍ୟ ଅଛି ମନୁଷ୍ୟରୁ ଦେବତା... ପୁଣି ଦେବତାରୁ ମନୁଷ୍ୟ ହୋଇଥା’ନ୍ତି କାହିଁକି ନା ୫ ବିକାରର ବଶୀଭୂତ ହୋଇଯା’ନ୍ତି । ରାବଣ ରାଜ୍ୟରେ ସମସ୍ତେ ମନୁଷ୍ୟ ହିଁ ମନୁଷ୍ୟ ଅଟନ୍ତି । କିନ୍ତୁ ସେଠାରେ ତ ଦେବତାମାନେ ଥା’ନ୍ତି । ତାହାକୁ ଦୈବୀ ଦୁନିଆ ଏବଂ ଏହାକୁ ମନୁଷ୍ୟମାନଙ୍କର ଦୁନିଆ କୁହାଯାଏ । ଦୈବୀ ଦୁନିଆକୁ ଦିନ କୁହାଯାଏ, ମନୁଷ୍ୟମାନଙ୍କର ଦୁନିଆକୁ ରାତି କୁହାଯାଏ । ଦିନ ଅର୍ଥାତ୍ ଆଲୋକ । ରାତ୍ରି ଅଜ୍ଞାନ ଅନ୍ଧକାରକୁ କୁହାଯାଏ । ଏହି ପାର୍ଥକ୍ୟକୁ ତୁମେମାନେ ହିଁ ଜାଣିଛ । ତୁମେମାନେ ଏବେ ଜାଣୁଛ ଯେ ପୂର୍ବରୁ ଆମେ କିଛି ବି ଜାଣି ନ ଥିଲୁ । ଏବେ ଏହି ସବୁ କଥା ତୁମମାନଙ୍କ ବୁଦ୍ଧିରେ ଅଛି । ଯଦି ଋଷି ମୁନିମାନଙ୍କୁ ପଚାରୁଥିଲେ ଆପଣ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟକୁ ଜାଣିଛନ୍ତି? ତେବେ ସେମାନେ ମଧ୍ୟ ନେତି-ନେତି କହୁଥିଲେ ଅର୍ଥାତ୍ ଆମେ ଜାଣିନାହୁଁ । ଏବେ ତୁମେମାନେ ଜାଣୁଛ ଯେ, ଆମେମାନେ ମଧ୍ୟ ପୂର୍ବରୁ ନାସ୍ତିକ ଥିଲୁ । ବେହଦର ବାବାଙ୍କୁ ଜାଣି ନ ଥିଲୁ । ସେ ହେଉଛନ୍ତି ପ୍ରକୃତରେ ଅବିନାଶୀ ବାବା, ଆତ୍ମାମାନଙ୍କର ବାବା । ତୁମେ ପିଲାମାନେ ଜାଣିଛ ଆମେ ସମସ୍ତେ ସେହି ଅବିନାଶୀ ପିତାଙ୍କର ସନ୍ତାନ, ଯିଏକି କେବେ ଭସ୍ମ ହୁଅନ୍ତି ନାହିଁ । ଏଠାରେ ତ ସମସ୍ତେ ନିଜେ ଜଳିଥା’ନ୍ତି ଏବଂ ରାବଣକୁ ମଧ୍ୟ ଜଳାଇଥା’ନ୍ତି । ଶରୀର ଅଛି ନା । କିନ୍ତୁ ଆତ୍ମାକୁ ତ କେବେ ବି କେହି ଜଳାଇ ପାରିବ ନାହିଁ । ତେବେ ପିଲାମାନଙ୍କୁ ବାବା ଏହି ଗୁପ୍ତ ଜ୍ଞାନ ଶୁଣାଉଛନ୍ତି, ଯାହାକି ବାବାଙ୍କ ପାଖରେ ହିଁ ଅଛି । ଏହି ଗୁପ୍ତ ଜ୍ଞାନ ଆତ୍ମା ଭିତରେ ଅଛି । ଆତ୍ମା ମଧ୍ୟ ଗୁପ୍ତ ଅଟେ । ଆତ୍ମା ଏହି ମୁଖ ଦ୍ୱାରା କହିଥାଏ ସେଥିପାଇଁ ବାବା କହୁଛନ୍ତି - ପିଲାମାନେ, ଦେହ-ଅଭିମାନୀ ହୁଅ ନାହିଁ । ଆତ୍ମ-ଅଭିମାନୀ ହୁଅ । ନଚେତ୍ ଯେପରି ଓଲଟା ହୋଇଯାଉଛ । ନିଜକୁ ଆତ୍ମା ନିଶ୍ଚୟ କରିବା ଭୁଲିଯାଉଛ । ଡ୍ରାମାର ରହସ୍ୟକୁ ମଧ୍ୟ ଭଲ ଭାବରେ ବୁଝିବାକୁ ହେବ । ଡ୍ରାମାରେ ଯାହା କିଛି ନିଧାର୍ଯ୍ୟ ଅଛି ତାହା ଅବିକଳ ପୁନରାବୃତ୍ତି ହେଉଛି । ଏ କଥା କାହାକୁ ବି ଜଣା ନାହିଁ । ଡ୍ରାମା ଅନୁସାରେ ପ୍ରତି ମୂହୁର୍ତ୍ତରେ ସୃଷ୍ଟିଚକ୍ର କିପରି ଘୂରିଚାଲିଛି, ଏହି ଜ୍ଞାନ ମଧ୍ୟ ତୁମମାନଙ୍କ ବୁଦ୍ଧିରେ ଅଛି । ଆକାଶର ଅନ୍ତ କେହି ପାଇପାରିବେ ନାହିଁ । କିନ୍ତୁ ପୃଥିବୀର ଅନ୍ତ ପାଇପାରିବେ କାରଣ ଆକାଶ ସୂକ୍ଷ୍ମ ଅଟେ, ପୃଥିବୀ ତ ସ୍ଥୂଳ । ଏଭଳି କେତେକ ଜିନିଷ ଅଛି ଯାହାର ଅନ୍ତ କେହି ବି ପାଇପାରିବେ ନାହିଁ । ଯେବେକି କହୁଛନ୍ତି ଆକାଶ ହିଁ ଆକାଶ, ପାତାଳ ହିଁ ପାତାଳ ଅଟେ । ଶାସ୍ତ୍ରରୁ ଶୁଣିଛନ୍ତି ନା ତେଣୁ ଉପରକୁ ଯାଇ ଦେଖୁଛନ୍ତି । ସେଠାରେ ଅର୍ଥାତ୍ ଆକାଶରେ ମଧ୍ୟ ଦୁନିଆ ତିଆରି କରିବା ପାଇଁ ଚେଷ୍ଟା କରୁଛନ୍ତି । ଦୁନିଆ ତ ବହୁତ ତିଆରି କରିଛନ୍ତି ନା । ଭାରତରେ କେବଳ ଗୋଟିଏ ଦେବୀ-ଦେବତା ଧର୍ମ ଥିଲା ଆଉ କୌଣସି ଦେଶ ନ ଥିଲା । ଏବେ ପୁଣି କେତେ ଦେଶ ତିଆରି କରିଛନ୍ତି । ତୁମେମାନେ ବିଚାର କର । ଭାରତରେ ମଧ୍ୟ କେତେ ଛୋଟ ଅଂଶରେ ଦେବତାମାନେ ଥିଲେ । ଯମୁନାର କୂଳ ଥିଲା । ଏହି ଦିଲ୍ଲୀ ପିରସ୍ତାନ ଥିଲା । କଳିଯୁଗକୁ କବରସ୍ଥାନ କୁହାଯାଉଛି, ଯେଉଁଠି ଅକାଳମୃତ୍ୟୁ ହୋଇଚାଲିଛି । ଅମରଲୋକକୁ ପରିସ୍ତାନ କୁହାଯାଏ । ସେଠାରେ ବହୁତ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ଭାରତକୁ ବାସ୍ତବରେ ପରିସ୍ତାନ କୁହାଯାଉଥିଲା । ଏହି ଲକ୍ଷ୍ମୀ-ନାରାୟଣ ସେହି ପରିସ୍ତାନର ମାଲିକ ଥିଲେ ନା । ସେମାନେ କେତେ ଶୋଭନୀୟ ଥିଲେ କାରଣ ସତ୍ତ୍ୱପ୍ରଧାନ ଥିଲେ ନା । ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଥିଲା । ଆତ୍ମା ମଧ୍ୟ ଚମକୁଥାଏ । ପିଲାମାନଙ୍କୁ ସାକ୍ଷାତ୍‌କାର କରାଯାଇଥିଲା ଯେ, ଶ୍ରୀକୃଷ୍ଣଙ୍କର ଜନ୍ମ କିପରି ହେଉଛି । ସାରା ଗୃହ ଯେପରି ଆଲୋକିତ ହୋଇ ଯାଇଥାଏ । ତେବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି । ବର୍ତ୍ତମାନ ତୁମେମାନେ ପରିସ୍ତାନକୁ ଯିବା ପାଇଁ ପୁରୁଷାର୍ଥ କରୁଛ । କ୍ରମାନୁସାରେ ପଦ ନିଶ୍ଚିତ ରହିଛି କାରଣ ସମସ୍ତେ ତ ସମାନ ହୋଇପାରିବେ ନାହିଁ । ଏହା ନିଶ୍ଚିତ ବିଚାରଯୋଗ୍ୟ ଯେ, ଏତେ ଛୋଟ ଆତ୍ମା କେତେ ବଡ ପାର୍ଟ କରୁଛି । ଶରୀରରୁ ଆତ୍ମା ବାହାରିଗଲେ ଶରୀରର ଅବସ୍ଥା କ’ଣ ହେଉଛି । ସାରା ଦୁନିଆର ଆତ୍ମାରୂପୀ ଅଭିନେତାମାନେ ସେହି ପାର୍ଟ କରୁଛନ୍ତି ଯାହାକି ଅନାଦି କାଳରୁ ନିଧାର୍ଯ୍ୟ ରହିଛି । ଏହି ସୃଷ୍ଟି ମଧ୍ୟ ଅନାଦି । ଏଥିରେ ପ୍ରତ୍ୟେକଙ୍କର ପାର୍ଟ ମଧ୍ୟ ଅନାଦି । ଏହାକୁ ତୁମେମାନେ ଆଶ୍ଚର୍ଯ୍ୟ ବୋଲି ସେତେବେଳେ କହୁଛ ଯେତେବେଳେ ଜାଣୁଛ ଯେ ଏହା ସୃଷ୍ଟିରୂପୀ ବୃକ୍ଷ ଅଟେ । ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ତଥାପି ମଧ୍ୟ ଡ୍ରାମାରେ ଯାହା ପାଇଁ ଯେତିକି ସମୟ ଦରକାର ତାଙ୍କୁ ବୁଝିବା ପାଇଁ ସେତିକି ସମୟ ଲାଗୁଛି । ବୁଦ୍ଧିର ମଧ୍ୟ ଫରକ ରହିଛି ନା । ଆତ୍ମା ମନ ବୁଦ୍ଧି ସହିତ ଅଛି ନା ତେଣୁ କେତେ ଫରକ ରହିଛି । ପିଲାମାନଙ୍କୁ ଜଣାପଡୁଛି ଯେ ଆମକୁ ସ୍କଲାରସିପ୍ ନେବାର ଅଛି । ତେଣୁ ମନ ଭିତରେ ଖୁସି ରହୁଛି ନା । ଏଠାରେ ମଧ୍ୟ ଭିତରକୁ ଆସିବା ମାତ୍ରେ ଲକ୍ଷ୍ୟ-ଉଦ୍ଦେଶ୍ୟକୁ ସମ୍ମୁଖରେ ଦେଖିବାକୁ ମିଳିଥାଏ ତେଣୁ ନିଶ୍ଚିତ ଖୁସି ଲାଗିଥାଏ । ଏବେ ତୁମେମାନେ ଜାଣୁଛ ଯେ, ଏହିପରି ହେବା ପାଇଁ ଆମେ ଏଠାକୁ ପାଠ ପଢିବାକୁ ଆସିଛୁ । ନଚେତ୍ କେବେ କେହି ଆସିବେ ନାହିଁ । ଏହା ହେଲା ଆମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଏଭଳି କୌଣସି ସ୍କୁଲ କେଉଁଠି ବି ନ ଥିବ ଯେଉଁଠି ପରବର୍ତ୍ତୀ ଜନ୍ମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟକୁ ଦେଖିପାରିବେ । ତୁମେମାନେ ଦେଖୁଛ ଏମାନେ ସ୍ୱର୍ଗର ମାଲିକ ଅଟନ୍ତି, ଆମେ ହିଁ ଏହିଭଳି ହେବାକୁ ଯାଉଛୁ । ଆମେ ଏବେ ସଂଗମଯୁଗରେ ଅଛୁ । ଆମେ ନା ସେହି ସତ୍ୟଯୁଗର ରାଜତ୍ୱରେ ଅଛୁ ନା ଏହି କଳିଯୁଗୀ ରାଜତ୍ୱରେ ଅଛୁ । ଆମେ ମଝିରେ ଅଛୁ ଏବଂ ସେହି ରାଜତ୍ୱକୁ ଯାଉଛୁ । ପାରିକଲାବାଲା ନାଉରୀ ମଧ୍ୟ ନିରାକାର ଅଟନ୍ତି । ନୌକା ଅର୍ଥାତ୍ ଆତ୍ମା ମଧ୍ୟ ନିରାକାର । ନାଉରୀ ଆତ୍ମା ରୂପି ନୌକାକୁ ପରମଧାମକୁ ଟାଣି ନେଉଛନ୍ତି । ନିରାକାର ବାବା ନିରାକାର ପିଲାମାନଙ୍କୁ ଘରକୁ ନେଇଯାଉଛନ୍ତି । ତେବେ ବାବା ହିଁ ପିଲାମାନଙ୍କୁ ସାଥିରେ ନେଇଯିବେ । ଏହି ଚକ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଛି ପୁଣି ଅବିକଳ ପୁନରାବୃତ୍ତି ହେବ । ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେବା, ଛୋଟ ହୋଇ ପୁଣି ବଡ ହେବ । ଯେପରି ଆମ୍ବ ଟାକୁଆକୁ ମାଟିରେ ପୋତିଲେ ସେଥିରୁ ପୁଣି ଆମ୍ବ ଗଛ ହିଁ ବାହାରିଥାଏ । ତାହା ହେଲା ଜଡ ବୃକ୍ଷ । ଏହା ମନୁଷ୍ୟ ସୃଷ୍ଟି ରୂପୀ ବୃକ୍ଷ । ଏହାକୁ ବିଭିନ୍ନ ଧର୍ମର ବୃକ୍ଷ କୁହାଯାଏ । ସତ୍ୟଯୁଗରୁ ଆରମ୍ଭ କରି କଳିଯୁଗ ପର୍ଯ୍ୟନ୍ତ ସମସ୍ତେ ପାର୍ଟ କରି ଚାଲିଛନ୍ତି । ଅବିନାଶୀ ଆତ୍ମା ୮୪ ଜନ୍ମର ପାର୍ଟ କରିଥାଏ । ଏହିଠାରେ ହିଁ ଲକ୍ଷ୍ମୀ-ନାରାୟଣ ଥିଲେ ଯିଏକି ଏବେ ନାହାଁନ୍ତି । ଚକ୍ର ଲଗାଇ ଏବେ ପୁଣି ସେହିଭଳି ହେବାକୁ ଯାଉଛନ୍ତି । ପ୍ରଥମେ ଇଏ ଲକ୍ଷ୍ମୀ-ନାରାୟଣ ଥିଲେ ପୁଣି ଏହି ଅନ୍ତିମ ଜନ୍ମରେ ବ୍ରହ୍ମା ସରସ୍ୱତୀ ଅଟନ୍ତି । ଏବେ ସମସ୍ତଙ୍କୁ ଘରକୁ ନିଶ୍ଚିତ ଫେରିବାକୁ ହେବ । ସ୍ୱର୍ଗରେ ତ ଏତେ ମନୁଷ୍ୟ ନ ଥିଲେ । ନା ଇସଲାମୀ, ନା ବୌଦ୍ଧି... କେବଳ ଦେବୀ-ଦେବତାମାନଙ୍କୁ ଛାଡି ଅନ୍ୟ କୌଣସି ଧର୍ମର ଆତ୍ମା ସେଠାରେ ନ ଥିଲେ । ଏହି ଜ୍ଞାନ ମଧ୍ୟ କାହା ଭିତରେ ନାହିଁ । ବୁଦ୍ଧିମାନମାନଙ୍କୁ ଉପାଧି ମିଳିବା ଦରକାର ନା । ଯିଏ ଯେତେ ପାଠ ପଢିଥାଏ ପୁରୁଷାର୍ଥର କ୍ରମ ଅନୁସାରେ ପଦବୀ ପାଇଥାଏ । ତେବେ ତୁମମାନଙ୍କୁ ଏଠାକୁ ଆସିବା ମାତ୍ରେ ଏହି ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟର ଚିତ୍ରକୁ ଦେଖି ଖୁସି ଆସିବା ଦରକାର । ଏବେ ତ ଖୁସିର ସୀମା ନାହିଁ । ପାଠଶାଳା ବା ସ୍କୁଲ ଏହିଭଳି ହେବା ଦରକାର । କେତେ ଗୁପ୍ତ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ପାଠାଶାଳା ଅଟେ । ଯେତେ ବଡ ପାଠପଢା, ସେତେ ବଡ କଲେଜ । ସେଠାରେ ସବୁ ପ୍ରକାରର ସୁବିଧା ମିଳିଥାଏ । ଆତ୍ମାକୁ ପାଠ ପଢିବାକୁ ପଡିଥାଏ । ପରେ ସୁନା ସିଂହାସନରେ ବସୁ ବା କାଠ ସିଂହାସନରେ ବସୁ । ପିଲାମାନଙ୍କୁ କେତେ ଖୁସି ହେବା ଦରକାର କାରଣ ଶିବଭଗବାନୁବାଚ ଅଟେ ନା । ପ୍ରଥମ ନମ୍ବରରେ ଇଏ ବ୍ରହ୍ମା ଅଛନ୍ତି ବିଶ୍ୱର ରାଜକୁମାର । ପିଲାମାନଙ୍କୁ ଏବେ ଜଣାପଡିଛି । କଳ୍ପ କଳ୍ପ ବାବା ନିଜେ ହିଁ ଆସି ନିଜର ପରିଚୟ ଦେଉଛନ୍ତି । ମୁଁ ଏହାଙ୍କ ଠାରେ ପ୍ରବେଶ କରି ତୁମମାନଙ୍କୁ ପାଠ ପଢାଉଛି । ଦେବତାମାନଙ୍କ ଭିତରେ ଏହି ଜ୍ଞାନ କ’ଣ ଥିବ କି! ଜ୍ଞାନ ଦ୍ୱାରା ଦେବତା ହୋଇଗଲେ ଆଉ ପାଠପଢାର ଆବଶ୍ୟକତା ନାହିଁ, ଏଥିରେ ବୁଝିବା ପାଇଁ ବଡ ବିଶାଳ ବୁଦ୍ଧି ଦରକାର । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବୁଦ୍ଧି ଦ୍ୱାରା ଏହି ପତିତ ଦୁନିଆର ସନ୍ନ୍ୟାସ କରି ପୁରୁଣା ଦେହ ଏବଂ ଦେହର ସମ୍ବନ୍ଧୀମାନଙ୍କୁ ଭୁଲି ନିଜର ବୁଦ୍ଧିକୁ ବାବା ଏବଂ ସ୍ୱର୍ଗ ଆଡକୁ ଲଗାଇବାକୁ ହେବ ।

(୨) ଅବିନାଶୀ ବିଶ୍ରାମର ଅନୁଭବ କରିବା ପାଇଁ ବାବା ଏବଂ ତାଙ୍କର ସମ୍ପତ୍ତିର ସ୍ମୃତିରେ ରହିବାକୁ ହେବ । ସମସ୍ତଙ୍କୁ ବାବାଙ୍କର ସନ୍ଦେଶ ଦେଇ ରିଫ୍ରେସ୍ ଅର୍ଥାତ୍ ସତେଜ କରିବାକୁ ହେବ । ଆତ୍ମିକ ସେବା କରିବାରେ ଲଜ୍ୟା କରିବାର ନାହିଁ ।

ବରଦାନ:-
ସଂଗଠନରେ ଏକମତ ଏବଂ ଏକରସ ସ୍ଥିତି ଦ୍ୱାରା ସଫଳତା ପ୍ରାପ୍ତ କରୁଥିବା ସଚ୍ଚା ସ୍ନେହୀ ଭବ ।

ସଂଗଠନ ଭିତରେ ଜଣେ ଯଦି କିଛି କହିଲା ତେବେ ଅନ୍ୟ ଜଣେ ତା’କୁ ମାନି ନେବା ହିଁ ସଚ୍ଚା ସ୍ନେହର ପ୍ରତିଦାନ । ଏହିଭଳି ସ୍ନେହୀ ପିଲାମାନଙ୍କର ଦୃଷ୍ଟାନ୍ତ ଦେଖି ଅନ୍ୟମାନେ ମଧ୍ୟ ସମ୍ପର୍କରେ ଆସିବା ପାଇଁ ସାହସ କରିବେ । ଏହିପରି ସଂଗଠନ ମଧ୍ୟ ସେବାର ସାଧନ ପାଲଟିଯିବ । ଯେଉଁଠାରେ ମାୟା ଦେଖିବ ଯେ ଏମାନଙ୍କର ଏକତା ମଜବୁତ ଅଟେ, ସଂଗଠିତ ଅଟେ, ସେଠାକୁ ଆସିବା ପାଇଁ ସାହସ କରିବ ନାହିଁ । ତେଣୁ ଏକମତ ଏବଂ ଏକରସ ସ୍ଥିତିର ସଂସ୍କାର ହିଁ ସତ୍ୟଯୁଗରେ ଏକ ରାଜ୍ୟ ସ୍ଥାପନା କରିବ ।

ସ୍ଲୋଗାନ:-
କର୍ମ ଏବଂ ଯୋଗର ସନ୍ତୁଳନ ରଖିବାବାଲା ହିଁ ସଫଳ ଯୋଗୀ ଅଟନ୍ତି ।

ସଂଗମଯୁଗୀ ସମସ୍ତ ତୀବ୍ର ପୁରୁଷାର୍ଥୀ ଭାଇ ଭଉଣୀମାନଙ୍କୁ ନୂଆଯୁଗ ସହିତ ନୂଆ ବର୍ଷର ବହୁତ-ବହୁତ ଶୁଭ ଅଭିନନ୍ଦନ ।

ନୂତନ ବର୍ଷର ଏହି ପ୍ରଥମ ଜାନୁଆରୀ ମାସ ମିଠା ସାକାର ବାବାଙ୍କର ସ୍ମୃତିର ମାସ ଅଟେ । ଆମେ ସବୁ ବାବାଙ୍କର ସନ୍ତାନମାନେ ଅବ୍ୟକ୍ତ ବତନର ସୂକ୍ଷ୍ମ ଲୀଳାଗୁଡିକର ଅନୁଭବ କରିବା ପାଇଁ ତଥା ନିଜକୁ ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ବା ସମ୍ପୂର୍ଣ୍ଣ କରିବା ପାଇଁ ସାରା ମାସକ ଯାକ ନିଜର ବନ୍ଧନମୁକ୍ତ, ଜୀବନମୁକ୍ତ ସ୍ଥିତି ନିର୍ମାଣ କରିବା ପାଇଁ ମନର ଏବଂ ମୁଖର ମୌନ ରଖିବା ସହିତ ବୁଦ୍ଧି ବଳ ଦ୍ୱାରା ଅବ୍ୟକ୍ତ ବତନରେ ବିଚରଣ କରିବା । ଏହାକୁ ଲକ୍ଷ୍ୟରେ ରଖି ଏହି ମାସର ଅବ୍ୟକ୍ତ ଈଶାରା ପଠାଯାଉଛି ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ବାପଦାଦା ଚାହୁଛନ୍ତି ମୋ’ର ପ୍ରତ୍ୟେକ ସନ୍ତାନ ମୁକ୍ତି-ଜୀବନମୁକ୍ତି ରୂପୀ ସମ୍ପତ୍ତିର ଅଧିକାରୀ ହୋଇ ଯାଆନ୍ତୁ । ତେଣୁ ବର୍ତ୍ତମାନ ସମୟରେ କରିଥିବା ଅଭ୍ୟାସର ସତ୍ୟଯୁଗରେ ସ୍ୱାଭାବିକ ଜୀବନ ହୋଇଯିବ କିନ୍ତୁ ସମ୍ପତ୍ତିର ଅଧିକାର କେବଳ ଏବେ ସଂଗମଯୁଗରେ ହିଁ ପ୍ରାପ୍ତ ହେଉଛି, ସେଥିପାଇଁ ଯଦି କୌଣସି ବି ବନ୍ଧନ ତୁମକୁ ଆକର୍ଷିତ କରୁଛି ତେବେ ତା’ର କାରଣକୁ ଚିନ୍ତା କର ଏବଂ ତୁରନ୍ତ ନିବାରଣ କର ।