01.05.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ରାବଣ ମତରେ ଚାଲି ବାବାଙ୍କର ଗ୍ଲାନି କରିଛ, ତେଣୁ ଭାରତ କଉଡିତୁଲ୍ୟ ହୋଇଯାଇଛି, ଏବେ ତାଙ୍କୁ ଭଲ
ଭାବରେ ଜାଣି ମନେ ପକାଅ ତେବେ ଧନବାନ୍ ହୋଇଯିବ ।”
ପ୍ରଶ୍ନ:-
ସିଢି ଚିତ୍ରରେ
କେଉଁ ଆଶ୍ଚର୍ଯ୍ୟଜନକ ରହସ୍ୟ ସମାହିତ ହୋଇ ରହିଛି?
ଉତ୍ତର:-
ଅଧାକଳ୍ପ ହେଉଛି ଭକ୍ତିର ନୃତ୍ୟ ଏବଂ ଅଧାକଳ୍ପ ହେଉଛି ଜ୍ଞାନର ନୃତ୍ୟ । ଯେତେବେଳେ ଭକ୍ତିର
ନୃତ୍ୟ ହେଉଛି ସେତେବେଳେ ଜ୍ଞାନର ନୃତ୍ୟ ହେଉ ନାହିଁ ଏବଂ ଯେତେବେଳେ ଜ୍ଞାନର ନୃତ୍ୟ ହେଉଛି,
ସେତେବେଳେ ଭକ୍ତିର ନୃତ୍ୟ ହେଉ ନାହିଁ । ଅଧାକଳ୍ପ ରାବଣର ପ୍ରାରବ୍ଧ ଭୋଗ ହେଉଛି ଏବଂ ଆଉ
ଅଧାକଳ୍ପ ତୁମେ ସନ୍ତାନମାନେ ଜ୍ଞାନର ପ୍ରାରବ୍ଧ ଭୋଗ କରୁଛ । ଏହି ଗୁଢ ରହସ୍ୟ ସିଢି ଚିତ୍ରରେ
ସମାହିତ ହୋଇ ରହିଛି ।
ଗୀତ:-
ଓମ୍ ନମୋ ଶିବାୟ....
ଓମ୍ ଶାନ୍ତି ।
ବାବା ବସି ବୁଝାଉଛନ୍ତି - ଭକ୍ତିମାର୍ଗରେ ଭକ୍ତିର ନୃତ୍ୟ ବହୁତ କରିଛ, ଜ୍ଞାନର ନୃତ୍ୟ କରିନାହଁ
। ଯେତେବେଳେ ଭକ୍ତିର ନୃତ୍ୟ ହୋଇଥାଏ, ସେତେବେଳେ ଜ୍ଞାନର ନୃତ୍ୟ ହୁଏ ନାହିଁ । ଯେବେ ଜ୍ଞାନର
ନୃତ୍ୟ ହେଉଛି ତେବେ ଭକ୍ତିର ନୃତ୍ୟ ହେଉନାହିଁ କାହିଁକି ନା ଭକ୍ତିର ନୃତ୍ୟ ପତନ ଅବସ୍ଥାକୁ
ନେଇଯାଉଛି । ସତ୍ୟଯୁଗ-ତ୍ରେତାଯୁଗରେ ଭକ୍ତି ହୁଏ ନାହିଁ । ଦ୍ୱାପରରୁ ଭକ୍ତି ଆରମ୍ଭ ହୁଏ । ଭକ୍ତି
ଆରମ୍ଭ ହେଲେ ଜ୍ଞାନର ପ୍ରାରବ୍ଧ ପୂର୍ଣ୍ଣ ହୋଇଥାଏ, ଏହା ପରେ ପୁଣି ପତନର ଅବସ୍ଥା ହୋଇଥାଏ ।
କିପରି ତଳକୁ ଖସିଥା’ନ୍ତି, ଏହି କଥା ବାବା ଆସି ବୁଝାଉଛନ୍ତି । ମୁଁ କଳ୍ପ-କଳ୍ପ ଆସି
ପିଲାମାନଙ୍କୁ କହୁଛି ଯେ ତୁମେ ପିଲାମାନେ ମୋର ବହୁତ ନିନ୍ଦା କରି ଆସିଛ । ଯେବେ-ଯେବେ ଭାରତରେ
ଏହି ଆଦି ସନାତନ ଦେବୀ ଦେବତା ଧର୍ମର ବହୁତ ଗ୍ଲାନି ହୋଇଥାଏ ତେବେ ଯାଇ ମୁଁ ଆସେ । ଗ୍ଲାନି
କାହାକୁ କୁହାଯାଏ, ତାହା ମଧ୍ୟ ଆସି ବୁଝାଉଛି । ବାବା କହୁଛନ୍ତି - ମୁଁ କଳ୍ପ କଳ୍ପ ଆସି ବିକାରୀ
ନର୍କବାସୀ ଭାରତକୁ ସ୍ୱର୍ଗବାସୀ କରୁଛି । ତୁମେମାନେ ଆସୁରୀ ମତରେ ଚାଲି ମୋର ଗ୍ଲାନି କରିଥିବା
କାରଣରୁ କେତେ କାଙ୍ଗାଳ ହୋଇଯାଇଛ । ଏହି ଭାରତରେ ରାମରାଜ୍ୟ ଥିଲା, ଏବେ ରାବଣ ରାଜ୍ୟ ଚାଲିଛି,
ଯାହାକୁ ହାରିବା ଏବଂ ଜିତିବା, ଦିନ ଏବଂ ରାତି କୁହାଯାଉଛି । ଏବେ ବିଚାର କର ମୁଁ କେଉଁ ସମୟରେ
ଆସିବି! ଯେଉଁମାନଙ୍କୁ ରାଜ୍ୟ ଦେଇଥିଲି, ସେହିମାନେ ହିଁ ରାଜ୍ୟ ହରାଇ ବସିଛନ୍ତି । ତୁମକୁ ସବୁ
ପ୍ରକାର ହିସାବ-କିତାବ ତ ବୁଝାଇ ଦିଆଯାଇଛି । ମୁଁ ଆସି ସମ୍ପତ୍ତି ଦେଉଛି ପୁଣି ରାବଣ ଆସି ବିଶେଷ
କରି ଭାରତକୁ ଏବଂ ସାଧାରଣ ଭାବେ ସାରା ଦୁନିଆକୁ ଶ୍ରାପିତ କରୁଛି । ଭାରତର ମହିମା ବିଷୟରେ ମଧ୍ୟ
କାହାକୁ ହେଲେ ଜଣାନାହିଁ । ପ୍ରଥମେ ପ୍ରଥମେ ଏହି ଭାରତ ହିଁ ଥିଲା, କେବେ ଥିଲା, କିପରି ଥିଲା,
କିଏ ରାଜ୍ୟ କରୁଥିଲେ, କେହି କିଛି ବି ଜାଣିନାହାଁନ୍ତି । କିଛି ବି ବୁଝୁ ନାହାଁନ୍ତି । ଯେଉଁମାନେ
ଦେବତା ଥିଲେ, ତାଙ୍କର ଚେହେରା ମନୁଷ୍ୟର ଏବଂ ଚରିତ୍ର ଦେବତାମାନଙ୍କ ପରି ଥିଲା । ଯଦିଓ ଏବେ
ଚେହେରା ମନୁଷ୍ୟ ପରି ରହିଛି, କିନ୍ତୁ ଚରିତ୍ର ଅସୁର ପରି ଅଟେ, ଯେଉଁମାନଙ୍କୁ ବୁଝାଯାଉଛି ସେମାନେ
ଏକଥା ବୁଝୁ ନାହାଁନ୍ତି କାହିଁକି ନା ପାରଲୌକିକ ପିତାଙ୍କୁ ହିଁ ଜାଣିନାହାଁନ୍ତି । ଆହୁରି ହିଁ
ଅଧିକ ଗାଳି ଦେଉଛନ୍ତି । ବାବାଙ୍କର ଗ୍ଲାନି କରି-କରି ବିଲ୍କୁଲ୍ କଉଡିତୁଲ୍ୟ ହୋଇଯାଇଛନ୍ତି ।
ଭାରତର ଅଧଃପତନ ହୋଇଯାଇଛି । ବାବା କହୁଛନ୍ତି ଏହିଭଳି ଅବସ୍ଥାରେ ଆସିଗଲେ ମୁଁ ଆସିଥାଏ ।
ବର୍ତ୍ତମାନ ତୁମ ସନ୍ତାନମାନଙ୍କୁ ସମ୍ମୁଖରେ ବସି ବୁଝାଉଛି । କଳ୍ପ ପୂର୍ବରୁ ମଧ୍ୟ ଏହିପରି
ବୁଝାଇଥିଲି । ବର୍ତ୍ତମାନ ଦୈବୀ-ସମ୍ପ୍ରଦାୟର ସ୍ଥାପନା ହେଉଛି, ଏଠାରେ ମନୁଷ୍ୟରୁ ଦେବତା
ହେଉଛନ୍ତି । ମନୁଷ୍ୟମାନେ ଜାଣିନାହାଁନ୍ତି ଯେ ବାବା କେବେ ଆସୁଛନ୍ତି, ସତ୍ୟଯୁଗ-ତ୍ରେତାଯୁଗରେ
ତୁମେ ବହୁତ ଖୁସିରେ ପ୍ରାରବ୍ଧ ଭୋଗ କରୁଛ । ପୁଣି ଦ୍ୱାପରଠାରୁ ରାବଣର ଅଭିଶାପ ପାଇ-ପାଇ ବିଲ୍କୁଲ୍
ହିଁ ପ୍ରାରବ୍ଧ ସମାପ୍ତ ହୋଇଯାଉଛି । ଯେପରି ଦେବତାମାନେ ପ୍ରାରବ୍ଧ ଭୋଗ କରି-କରି ତ୍ରେତାର
ଅନ୍ତରେ ସମାପ୍ତ ହୋଇ ଯାଉଛନ୍ତି, ତାପରେ ପୁଣି ରାବଣର ଆସୁରୀ ପ୍ରାରବ୍ଧ ଆରମ୍ଭ ହେଉଛି । ଭକ୍ତି
ମଧ୍ୟ ପ୍ରଥମେ ଅବ୍ୟଭିଚାରୀ ପରେ ବ୍ୟଭିଚାରୀ ହୋଇଥାଏ । ସିଢିର ଚିତ୍ର ଠିକ୍ ଭାବେ ତିଆରି
କରାଯାଇଛି । ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ, ସତ୍ତ୍ୱ-ରଜୋ-ତମୋ ହୋଇଥାଏ । ଖାଦ ମିଶି ଚାଲିଥାଏ
। ତୁମ ସନ୍ତାନ ମାନଙ୍କୁ ତ ବହୁତ ଭଲ ଭାବରେ ବୁଝାଇ ଦିଆଯାଇଛି, କିନ୍ତୁ ଧାରଣା କମ୍ ହେଉଛି ।
କେତେକ ସନ୍ତାନଙ୍କର ତ ଜ୍ଞାନ ବୁଝାଇବାର ବୁଦ୍ଧି ବିଲ୍କୁଲ ହିଁ ନାହିଁ । କେହି-କେହି ଭଲ ଅନୁଭବୀ
ଅଟନ୍ତି, ଯାହାଙ୍କର ଧାରଣା ବହୁତ ଭଲ ହୋଇଥାଏ । କ୍ରମଅନୁସାରେ ତ ରହିବେ ନା । ବିଦ୍ୟାର୍ଥୀମାନେ
ଗୋଟିଏ ପ୍ରକାରର ହୋଇ ନ ଥା’ନ୍ତି । କିଛି ନା କିଛି ନମ୍ବର କମ୍ ବେଶୀ ନିଶ୍ଚିତ ରଖିଥା’ନ୍ତି । ଏ
କଥା କାହାକୁ ବି ବୁଝାଇବା ବହୁତ ସହଜ । ବାବା କହୁଛନ୍ତି - ମୋତେ ମନେ ପକାଅ । ମୁଁ ତୁମର ବେହଦର
ପିତା, ସୃଷ୍ଟିର ରଚୟିତା ଅଟେ । ମୋତେ ମନେ ପକାଇଲେ ତୁମକୁ ବେହଦର ସମ୍ପତ୍ତି ମିଳିବ ଏବଂ ବିକାର
ରୂପୀ ଖାଦ ବାହାରିଯିବ । କେବଳ ଏହି କଥା ବୁଝାଅ ଯେ ତୁମେ ଭାରତବାସୀମାନେ ସତ୍ୟଯୁଗରେ
ସତ୍ତ୍ୱପ୍ରଧାନ ଥିଲ, ଏବେ କଳିଯୁଗରେ ତମୋପ୍ରଧାନ ହୋଇଯାଇଛ । ଆତ୍ମାରେ ହିଁ ଖାଦ ପଡିଥାଏ ।
ପବିତ୍ର ହେବା ବିନା କେହି ବି ସେଠାକୁ ଅର୍ଥାତ୍ ପରମଧାମକୁ ଯାଇପାରିବେ ନାହିଁ । ସତ୍ୟଯୁଗ ନୂଆ
ଦୁନିଆରେ ତ ସମସ୍ତେ ସତ୍ତ୍ୱପ୍ରଧାନ ରହିବେ । ନୂଆ ବସ୍ତ୍ରକୁ ସତ୍ତ୍ୱପ୍ରଧାନ କୁହାଯିବ, ପୁଣି
ତାହା ପୁରୁଣା ହେଲେ ତମୋପ୍ରଧାନ ହୋଇଯାଇଥାଏ । ବର୍ତ୍ତମାନ ସମସ୍ତଙ୍କର ଶରୀର ରୂପକ ବସ୍ତ୍ର
ଛିଣ୍ଡିବା ଯୋଗ୍ୟ ହୋଇଗଲାଣି । ସମସ୍ତଙ୍କର ଜରାଜୀର୍ଣ୍ଣ ଅବସ୍ଥା ହୋଇଯାଇଛି । ଯେଉଁମାନେ ବିଶ୍ୱର
ମାଲିକ ଥିଲେ, ସେହିମାନେ ହିଁ ବିଲକୁଲ ଗରୀବ ହୋଇଯାଇଛନ୍ତି । ପୁଣି ସେହିମାନଙ୍କୁ ହିଁ ସାହୁକାର
ହେବାକୁ ପଡିବ । ଏହିସବୁ କଥା ମନୁଷ୍ୟମାନେ ଜାଣିନାହାଁନ୍ତି । ଭାରତ ହିଁ ସ୍ୱର୍ଗ ଥିଲା, ଏଠାରେ
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ଆଉ ସବୁ ଧର୍ମାବଲମ୍ବୀ ତ ପଛରେ ଆସିଥା’ନ୍ତି । ବାବା ବସି
ତୁମକୁ ପ୍ରକୃତ କଥା ବତାଉଛନ୍ତି । ଦେଖ ଗୀତାର କେତେ ସମ୍ମାନ ରହିଛି । ଗୀତାକୁ ପଢି-ପଢି ବିଲ୍କୁଲ୍
ହିଁ ତଳକୁ ଖସିଯାଇଛନ୍ତି, ସେଥିପାଇଁ ଡାକୁଛନ୍ତି - ହେ ପତିତ-ପାବନ ଆସ । ଆମେ ଭ୍ରଷ୍ଟାଚାରୀ
ହୋଇଯାଇଛୁ । ସଦ୍ଗତି ତ ଏକମାତ୍ର ଭଗବାନ ହିଁ ଦେଇପାରିବେ । ବାକି ଶାସ୍ତ୍ରମାନଙ୍କରେ ତ ସବୁ
ଭକ୍ତିମାର୍ଗର କଥା ହିଁ ରହିଛି । ତୁମର ବୁଦ୍ଧିରେ ରହିଛି ଯେ - ଆମେ ବାବାଙ୍କର ଜ୍ଞାନ ଦ୍ୱାରା
ଦେବତା ହେଉଛୁ । ଏବେ ସାରା ଦୁନିଆରୁ ବୈରାଗ୍ୟ ଆସୁଛି । ସନ୍ନ୍ୟାସୀମାନେ ମଧ୍ୟ ଭକ୍ତି କରିଥାନ୍ତି,
ଗଙ୍ଗା ସ୍ନାନ ଆଦି କରିଥା’ନ୍ତି । ଭକ୍ତି ମଧ୍ୟ ପ୍ରଥମେ ସତ୍ତ୍ୱପ୍ରଧାନ ପରେ ରଜୋ, ତମୋ ହୋଇଥାଏ
। ଏହା ମଧ୍ୟ ସେହିପରି ଅଟେ । ଅଧାକଳ୍ପ ଦିନ, ଅଧାକଳ୍ପ ରାତିର ଗାୟନ ରହିଛି । ବ୍ରହ୍ମାଙ୍କର ଦିନ
ରାତି, ତେଣୁ ନିଶ୍ଚିତ ବ୍ରାହ୍ମଣମାନଙ୍କର ମଧ୍ୟ ଦିନ ରାତି ହେବ । ତୁମେ ଏବେ ଦିନକୁ ଯାଉଛ,
ଭକ୍ତିର ରାତ୍ରି ପୂରା ହେଉଛି । ଭକ୍ତିରେ ତ ବହୁତ ଦୁଃଖ ରହିଛି, ସେଥିପାଇଁ ଏହାକୁ ରାତ୍ରି
କୁହାଯାଉଛି । ଭଗବାନଙ୍କ ସହିତ ମିଶିବା ପାଇଁ ଭକ୍ତି ରୂପି ଅନ୍ଧକାରରେ ଧକ୍କା ଖାଉଛନ୍ତି ।
ଭକ୍ତିମାର୍ଗରେ ସଦ୍ଗତିଦାତା କେହି ନାହାଁନ୍ତି । ତୁମମାନଙ୍କ ବ୍ୟତୀତ କେହି ଯଥାର୍ଥ ରୀତିରେ
ଭଗବାନଙ୍କୁ ଜାଣିନାହାଁନ୍ତି । ଆତ୍ମା ମଧ୍ୟ ବିନ୍ଦୁ, ପରମାତ୍ମା ମଧ୍ୟ ବିନ୍ଦୁ, ଏକଥା କେହି ବି
ବୁଝିପାରୁ ନାହାଁନ୍ତି । ସ୍ୱୟଂ ପରମାତ୍ମା ହିଁ ଆସି ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ବୁଝାଉଛନ୍ତି
। ସେମାନେ ପୁଣି ଭାଗୀରଥ, ବୃଷଭ ରୂପରେ ଦେଖାଇଛନ୍ତି । ଏଠାରେ ବୃଷଭର କୌଣସି କଥା ହିଁ ନାହିଁ ।
ବାବା ସବୁ କଥା ଭଲ ଭାବରେ ବୁଝାଉଛନ୍ତି କିନ୍ତୁ କାହାରି ବୁଦ୍ଧିରେ ସମ୍ପୂର୍ଣ୍ଣ ରୂପେ ରହୁନାହିଁ
। ବାବା ବସି ବୁଝାଉଛନ୍ତି ପିଲାମାନେ ମୁଁ ତୁମ ଆତ୍ମାମାନଙ୍କର ପିତା ଅଟେ । ତୁମେ ମୋତେ ଏବଂ
ସମ୍ପତ୍ତିକୁ ମନେ ପକାଅ ତେବେ ତୁମର ବିକର୍ମ ବିନାଶ ହୋଇଯିବ । ତଥାପି ବି କହୁଛ ଯେ, ଭୁଲିଯାଉଛୁ
। ବାଃ! ଏଭଳି ପତି ଅଥବା ପିତାଙ୍କୁ କ’ଣ ଭୁଲିଯିବା ଉଚିତ୍ । ସ୍ତ୍ରୀ ସ୍ୱାମୀକୁ ଅଥବା ପିଲାମାନେ
ବାପାଙ୍କୁ କ’ଣ କେବେ ଭୁଲିଯାଇଥାନ୍ତି କି? ତେବେ ଏଠାରେ ତୁମେ କାହିଁକି ଭୁଲି ଯାଉଛ? ତୁମେ ମଧ୍ୟ
କହୁଛ ବାବା, ଆପଣ ଆମକୁ ସ୍ୱର୍ଗର ମାଲିକ କରାଉଛନ୍ତି ତଥାପି ମଧ୍ୟ ଆମେ ଆପଣଙ୍କୁ ଭୁଲିଯାଉଛୁ ।
ବାବା କହୁଛନ୍ତି - ମୋତେ ମନେ ନ ପକାଇଲେ ତୁମ ଭିତରେ ଯେଉଁ କଳଙ୍କି ଲାଗି ରହିଛି, ତାହା କିପରି
ଛାଡିବ । ମୋର ସ୍ମୃତିରେ ରହିବା ହିଁ ହେଉଛି ମୁଖ୍ୟ କଥା । ଆମର ଅନ୍ୟ ଧର୍ମ ସହିତ କୌଣସି
ସମ୍ପର୍କ ନାହିଁ । ସ୍କୁଲରେ ତ ଇତିହାସ-ଭୂଗୋଳ ବୁଝାଉଛନ୍ତି । କିନ୍ତୁ କେହି କେହି ତ ବିଲକୁଲ୍
ବୁଝି ହିଁ ନ ଥାନ୍ତି । ଏଠାରେ ବାବା ପାଠ ପଢାଉଛନ୍ତି, ଏହା କେତେକଙ୍କର ବୁଦ୍ଧିରେ ରହୁନାହିଁ ।
ଆଚ୍ଛା ବାବା ଏବଂ ତାଙ୍କର ସମ୍ପତ୍ତିକୁ ତ ମନେ ପକାଅ, ତାହା ମଧ୍ୟ ଭୁଲିଯାଉଛ! ଯାହା ପାଇଁ
ଅଧାକଳ୍ପରୁ ଭକ୍ତି କରିଆସିଛ, ସେହି ବାବାଙ୍କୁ ମନେ ପକାଉ ନାହଁ । ତୁମମାନଙ୍କ ବୁଦ୍ଧିରେ ଅଛି
ଯେ, ଏବେ ଆମେ ଏହି ଶରୀର ଛାଡି ଯାଇ ସତ୍ୟଯୁଗରେ ରାଜତ୍ତ୍ୱ କରିବୁ, ବର୍ତ୍ତମାନ ଏହା ଆମର ଅନ୍ତିମ
ଜନ୍ମ ଅଟେ । ସୂକ୍ଷ୍ମଲୋକରେ ମଧ୍ୟ ତାଙ୍କର ସେହି ଚେହେରା ଦେଖୁଛ, ବୈକୁଣ୍ଠରେ ମଧ୍ୟ ଦେଖୁଛ ।
ଜାଣିଛ ଯେ ଏହି ମମ୍ମା-ବାବା ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ତୁମେ ସତ୍ୟଯୁଗରେ ଜାଣିଥାଅ ଯେ
ଏହି ଶରୀର ଛାଡି ଅନ୍ୟ ଏକ ଶରୀର ନେବାକୁ ପଡିବ । ସେଠାରେ ଏହି ଜ୍ଞାନ ରହିବ ନାହିଁ ଯେ ସତ୍ୟଯୁଗ
ପରେ ତ୍ରେତା ଯୁଗ ଆସିବ, ଦ୍ୱାପର ଯୁଗ ଆସିବ, ଆମେ ନିମ୍ନଗାମୀ ହେବୁ । ସେଠାରେ ଏହି ଜ୍ଞାନର କଥା
ହିଁ ରହିବ ନାହିଁ । କେବଳ ପୁନର୍ଜନ୍ମ ନେଇଚାଲିବ । ସେଠାରେ ଆତ୍ମ-ଅଭିମାନୀ ରହିଥା’ନ୍ତି ପୁଣି
ଧୀରେ ଧୀରେ ଆତ୍ମ-ଅଭିମାନୀରୁ ଦେହ ଅଭିମାନୀ ହୋଇଯା’ନ୍ତି । ଏହି ଜ୍ଞାନ କେବଳ ତୁମ
ବ୍ରାହ୍ମଣମାନଙ୍କ ପାଖରେ ରହିଛି ଆଉ କାହା ପାଖରେ ନାହିଁ । ଜ୍ଞାନର ସାଗର ବାବା, ଯିଏ
ଜ୍ଞାନ-ଜ୍ଞାନେଶ୍ୱର ଅଟନ୍ତି, ସିଏ ହିଁ ଆସି ଶୁଣାଉଛନ୍ତି । ନିଶ୍ଚିତ ବ୍ରହ୍ମାଙ୍କର ସନ୍ତାନ,
ବ୍ରାହ୍ମଣମାନଙ୍କୁ ହିଁ ଶୁଣାଇବେ । ବ୍ରହ୍ମାଙ୍କର ସନ୍ତାନମାନେ ହେଲେ ବ୍ରାହ୍ମଣ ସମ୍ପ୍ରଦାୟର ।
ଏଥିରେ ରାତି-ଦିନର ଫରକ ରହିଛି । ତୁମେ ପୁରୁଷାର୍ଥ କରି ସମ୍ପୂର୍ଣ୍ଣ ଗୁଣବାନ ହେଉଛ ।
ସମ୍ପୂର୍ଣ୍ଣ ନିର୍ବିକାରୀ, ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ତୁମେ ବାବାଙ୍କୁ ମନେ ପକାଅ, କର୍ମ ତ
କରିବାକୁ ହିଁ ପଡିବ । ଯେ କୌଣସି କର୍ମ କର, ବଢେଇର କାମ କର ଅଥବା ରାଜତ୍ତ୍ୱ କର କିନ୍ତୁ
ବୁଦ୍ଧିର ଯୋଗ ବାବାଙ୍କ ସହିତ ଲାଗି ରହୁ । ସେଥିପାଇଁ ରାଜା ଜନକଙ୍କର ଗାୟନ ରହିଛି ନା । ରାଜତ୍ତ୍ୱ
କରୁଥାଅ କିନ୍ତୁ ବୁଦ୍ଧିର ଯୋଗ ବାବାଙ୍କ ସାଥିରେ ଲାଗି ରହୁ ତେବେ ଯାଇ ସମ୍ପତ୍ତି ମିଳିଯିବ ।
ବାବା କହୁଛନ୍ତି ମନମନାଭବ, ମୋତେ ମନେ ପକାଅ । ଶିବବାବା କହୁଛନ୍ତି କେବଳ ଶିବ କହିବା ଦ୍ୱାରା
ଲିଙ୍ଗ ମନେ ପଡିବ । ଅନ୍ୟ ସମସ୍ତଙ୍କର ତ ଶରୀରର ନାମ ନେଇଥା’ନ୍ତି, କାରଣ ଶରୀର ଦ୍ୱାରା ଅଭିନୟ
କରୁଛନ୍ତି । ଏବେ ତୁମେ ଆତ୍ମ-ଅଭିମାନୀ ହେଉଛ, ଯାହାକି ଅଧାକଳ୍ପ ଚାଲିଥାଏ । ବର୍ତ୍ତମାନ ସମସ୍ତେ
ଦେହ ଅଭିମାନରେ ରହିଛନ୍ତି । ସତ୍ୟଯୁଗରେ ଯଥା ରାଜା-ରାଣୀ ତଥା ପ୍ରଜା ସମସ୍ତେ ଆତ୍ମ-ଅଭିମାନୀ
ରହିବେ । ସେଠାରେ ତ ସମସ୍ତଙ୍କର ଆୟୁଷ ଅଧିକ ରହିବ । ଏଠାରେ ସମସ୍ତଙ୍କର ଆୟୁଷ କମ୍ ଅଟେ । ତେବେ
ବାବା ସମ୍ମୁଖରେ ବସି ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଉଛନ୍ତି - ହେ ଆତ୍ମାମାନେ, କାହିଁକି
ନା ଜ୍ଞାନ ଆତ୍ମା ନେଉଛି, ଆତ୍ମା ହିଁ ଧାରଣା କରୁଛି । ଶିବବାବାଙ୍କର ତ ଶରୀର ନାହିଁ । ଆତ୍ମାରେ
ହିଁ ସମସ୍ତ ଜ୍ଞାନ ରହିଛି । ଆତ୍ମା ମଧ୍ୟ ତାରକା ସଦୃଶ, ବାବା ମଧ୍ୟ ତାରକା ଭଳି ଅଟନ୍ତି । ବାବା
ତ ପୁନର୍ଜନ୍ମ ନେଉନାହାଁନ୍ତି । ଆତ୍ମାମାନେ ପୁନର୍ଜନ୍ମ ନେଉଛନ୍ତି ସେଥିପାଇଁ ବାବା ହୋମୱାର୍କ
ଦେଇଥିଲେ କି ପରମାତ୍ମାଙ୍କର ମହିମା ଏବଂ ତାଙ୍କର ପୁତ୍ର ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ମହିମା ଲେଖି
କରି ଆଣ । ଉଭୟଙ୍କର ମହିମା ଅଲଗା-ଅଲଗା । ଶ୍ରୀକୃଷ୍ଣଙ୍କର ମହିମା ଅଲଗା । ସେ ସାକାର, ଇଏ
ନିରାକାର ଅଟନ୍ତି । ତାଙ୍କୁ ଏତେ ଗୁଣବାନ କିଏ କରାଇଲେ? ନିଶ୍ଚିତ କହିବା ଯେ ପରମାତ୍ମା
କରାଇଛନ୍ତି ।
ବର୍ତ୍ତମାନ ତୁମେ ଈଶ୍ୱରୀୟ ସମ୍ପ୍ରଦାୟର ଅଟ । ତୁମକୁ ବାବା ଶିଖାଉଛନ୍ତି । ଭବିଷ୍ୟତରେ ପୁଣି
ପ୍ରାରବ୍ଧ ଭୋଗ କରିବ । ସତ୍ୟଯୁଗରେ ତ ଏକଥା କେହି ଶିଖାଇବେ ନାହିଁ । ଭକ୍ତିମାର୍ଗର ସାମଗ୍ରୀ
ହିଁ ସମାପ୍ତ ହୋଇଯିବ । ଏହି ଦୁନିଆ ପ୍ରତି ବୈରାଗ୍ୟ ମଧ୍ୟ ଆସିବା ଦରକାର ଅର୍ଥାତ୍ ଦେହ ସହିତ
ଦେହର ସବୁ ସମ୍ବନ୍ଧକୁ ଛାଡି ନିଜକୁ ଅଶରୀରୀ ଆତ୍ମା ଭାବିବାକୁ ହେବ । ଅଶରୀରୀ ହୋଇ ଆସିଥିଲୁ ପୁଣି
ଅଶରୀରୀ ହୋଇ ଯିବାକୁ ହେବ । ଏହି ପୁରୁଣା ଦୁନିଆ ସମାପ୍ତ ହୋଇଯିବ, ଆମେ ସମସ୍ତେ ନୂଆ ଦୁନିଆକୁ
ଯିବା । ବାସ୍ ଏହି ଯୋଗର ଯାତ୍ରା ପାଇଁ ମେହନତ କରିଚାଲ, ଏହିଥିରେ ହିଁ ଫେଲ୍ ହୋଇଯାଉଛନ୍ତି ।
ବାବାଙ୍କୁ ହିଁ ମନେ ପକାଉ ନାହାଁନ୍ତି । ଯେଉଁମାନେ ବି ବୁଝିବାକୁ ଆସୁଛନ୍ତି ସେମାନଙ୍କୁ ମଧ୍ୟ
ବୁଝାଇବାକୁ ହେବ ଯେ ଶିବବାବା ବ୍ରହ୍ମା ଦ୍ୱାରା କହୁଛନ୍ତି - ମୋତେ ମନେ ପକାଅ ତେବେ ତୁମର ଖାଦ
ବାହାରିଯିବ ଏବଂ ତୁମେ ବିଷ୍ଣୁପୁରୀର ମାଲିକ ହୋଇଯିବ । ବିଷ୍ଣୁପୁରୀ ହିଁ ସ୍ୱର୍ଗପୁରୀ ଅଟେ ।
ତେଣୁ ଯେତେ ଦୂର ସମ୍ଭବ ବାବାଙ୍କୁ ମନେ ପକାଅ । ଯେଉଁ ବାବାଙ୍କୁ ଅଧାକଳ୍ପ ମନେ ପକାଇ ଆସିଥିଲ ସେ
ଏବେ ସମ୍ମୁଖକୁ ଆସିଛନ୍ତି । କହୁଛନ୍ତି - ମୋତେ ମନେ ପକାଅ । କିନ୍ତୁ ଦୁନିଆରେ ତାଙ୍କୁ କେହି ବି
ଜାଣିନାହାଁନ୍ତି । ସେ ନିଜେ ହିଁ ଆସି ନିଜର ପରିଚୟ ଦେଉଛନ୍ତି । ମୁଁ ଯିଏ, ଯେପରି ଅଟେ, ସେହିପରି
ଭାବରେ ବହୁତ କମ୍ ପିଲା ଜାଣିଛନ୍ତି ଏବଂ ନିଶ୍ଚୟ କରୁଛନ୍ତି । ନିଶ୍ଚୟ ଆସିବା ଦ୍ୱାରା
ପୁରୁଷାର୍ଥ କରୁଛନ୍ତି ଏବଂ ସତ୍ୟଯୁଗୀ ସମ୍ପତ୍ତି ନେଉଛନ୍ତି । ଶିବବାବା କହୁଛନ୍ତି - ମୋତେ ମନେ
ପକାଇବା ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ପବିତ୍ର ହୋଇ ପବିତ୍ର ଦୁନିଆର ମାଲିକ
ହୋଇଯିବ । ତେଣୁ ଏବେ ଆଉ କୌଣସି ପ୍ରକାରର ବିକର୍ମ କରିବା ଉଚିତ୍ ନୁହେଁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପୁରୁଷାର୍ଥ
କରି ସମ୍ପୂର୍ଣ୍ଣ ଗୁଣବାନ ହେବାକୁ ପଡିବ । ଯେ କୌଣସି କର୍ମ ହେଉ କିନ୍ତୁ ବାବାଙ୍କ ସ୍ମୃତିରେ ରହି
କରିବାକୁ ହେବ । କୌଣସି ପ୍ରକାରର ବିକର୍ମ କରିବାର ନାହିଁ ।
(୨) ଏହି ପୁରୁଣା
ବସ୍ତ୍ର ଅର୍ଥାତ୍ ଶରୀର ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଇଛି, ଏଥିରୁ ମମତ୍ୱ ତୁଟାଇ ଦେବାକୁ ହେବ ।
ଆତ୍ମାକୁ ସତ୍ତ୍ୱପ୍ରଧାନ କରିବା ପାଇଁ ପୂରା ପୂରା ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ସର୍ବଦା
ଅତୀନ୍ଦ୍ରିୟ ସୁଖର ଅନୁଭୂତି କରୁଥିବା ଅଟଳ, ଅଖଣ୍ଡ ସ୍ୱରାଜ୍ୟ ଅଧିକାରୀ ଭବ ।
ଯେଉଁ ପିଲାମାନେ
ସଂଗମଯୁଗରେ ସଦାକାଳ ପାଇଁ ଅତୀନ୍ଦ୍ରିୟ ସୁଖର ସମ୍ପତ୍ତି ପ୍ରାପ୍ତି କରିନେଇଥାଆନ୍ତି ଅର୍ଥାତ୍
ଯେଉଁମାନଙ୍କର ବାବାଙ୍କର ସମ୍ପତ୍ତିର ଇଚ୍ଛାପତ୍ର ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଥାଏ, ସେମାନେ
ଅତ୍ୟଧିକ ଇଚ୍ଛାଶକ୍ତି ସମ୍ପନ୍ନ ହୋଇଥାଆନ୍ତି । ସେମାନଙ୍କୁ ଅତୁଟ ଏବଂ ଅଟଳ ଅତୀନ୍ଦ୍ରିୟ ସୁଖର
ଅନୁଭୂତି ହୋଇଥାଏ । ଏହିଭଳି ଉତ୍ତରାଧିକାରୀ ଅର୍ଥାତ୍ ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାରୀ
ଆତ୍ମାମାନେ ହିଁ ଭବିଷ୍ୟତରେ ଅଟଳ ଅଖଣ୍ଡ ସ୍ୱରାଜ୍ୟର ଅଧିକାର ପ୍ରାପ୍ତ କରିଥାଆନ୍ତି ।
ସ୍ଲୋଗାନ:-
ଯେଉଁଠି ମୋ’ର
ପଣିଆ ଆସିଯାଏ, ସେଠାରେ ବୁଦ୍ଧି ଚକ୍ର ଲଗାଇଥାଏ ।
ମାତେଶ୍ୱରୀଜୀଙ୍କର
ଅମୂଲ୍ୟ ମହାବାକ୍ୟ
ଉନ୍ନତିର କଳା ଏବଂ ଅବନତି
କଳାର ମୁଖ୍ୟ କାରଣ କ’ଣ?
ବହୁତ ମନୁଷ୍ୟ ଏହି
ପ୍ରଶ୍ନ ପଚାରିଥାଆନ୍ତି କି ଯଦି ଏତେ ପୁରୁଷାର୍ଥ କରି ଜୀବନମୁକ୍ତି ପଦ ପ୍ରାପ୍ତ କରୁଛ ତେବେ ପୁଣି
ସେଠାରେ କେଉଁ କାରଣରୁ ଆମେ ତଳକୁ ଖସିଥାଉ? ଭଲେ ଆମେ କହୁଛୁ ଏହା ହାରିବା ଏବଂ ଜିତିବାର ଖେଳ,
ଏଥିରେ ଉନ୍ନତିର କଳା ଏବଂ ଅବନତି କଳା ହେବାର କୌଣସି କାରଣ ମଧ୍ୟ ରହିଛି । ଯେଉଁ କାରଣର ଆଧାରରେ
ଏହି ଖେଳ ଚାଲିଥାଏ, ଯେପରି ପୁରୁଷାର୍ଥ ଦ୍ୱାରା ଆମେ ଉପରକୁ ଚଢୁଛୁ ସେହିପରି ତଳକୁ ଖସିବାର କିଛି
ନିଶ୍ଚିତ କାରଣ ରହିଛି । ଏବେ କାରଣ ବି କିଛି ବଡ ନୁହେଁ, ଟିକିଏ ବି ଭୁଲ୍ ହୋଇ ଗଲେ ଯେପରି
ପରମାତ୍ମା କହୁଛନ୍ତି କି ମୋତେ ମନେ ପକାଇଲେ ମୁଁ ତୁମକୁ ମୁକ୍ତି-ଜୀବନମୁକ୍ତି ପଦ ଦେବି ସେହିପରି
ଯେତେବେଳେ ଦେହ-ଅଭିମାନର ଆସି ପରମାତ୍ମାଙ୍କୁ ଭୁଲିଯାଉ ସେତେବେଳେ ତଳକୁ ଖସିଥାଉ । ତା’ପରେ ପୁଣି
ବାମମାର୍ଗକୁ ଚାଲିଯାଉ, ପୁଣି ୫ ବିକାରରେ ଛନ୍ଦି ହୋଇଗଲେ ଦୁଃଖ ଭୋଗ କରୁ, ତେଣୁ ଏହା ହେଲା ନିଜର
ଦୋଷ, ରଚୟିତାଙ୍କର ଦୋଷ ନୁହେଁ । ଲୋକମାନେ ଯାହା କୁହନ୍ତି ଦୁଃଖ-ସୁଖ ପରମାତ୍ମା ଦିଅନ୍ତି ଏହା
କହିବା ବିଲ୍କୁଲ୍ ଭୁଲ୍ । ବାବା ସୁଖର ରଚୟିତା, ଦୁଃଖର ରଚୟିତା ନୁହଁନ୍ତି । ବାକି ଆମେମାନେ
ଶ୍ରେଷ୍ଠ କର୍ମ କଲେ ସୁଖ ପାଉ ଏବଂ ଭ୍ରଷ୍ଟ କର୍ମ କଲେ ଦୁଃଖ ପାଉ, ବାକି ଭଲ କର୍ମର ଫଳ ଏବଂ ଖରାପ
କର୍ମର ଦଣ୍ଡ ଅବଶ୍ୟ ପରମାତ୍ମାଙ୍କ ଦ୍ୱାରା ମିଳିଥାଏ । କିନ୍ତୁ ଏପରି କୁହାଯିବ ନାହିଁ ଯେ
ସୁଖ-ଦୁଃଖ ଉଭୟ ପରମାତ୍ମା ଦେଇଥାଆନ୍ତି, ନା । ତାହା ଭୁଲ୍ । ପରମାତ୍ମା ତ ଉନ୍ନତିର କଳାରେ ଆମ
ସାଥୀରେ ଥାଆନ୍ତି, ବାକି ଅବନତିର କଳାକୁ ମାୟା ନେଇଯାଇଥାଏ । ସାଧାରଣ ଭାବେ ମଧ୍ୟ ସାଥୀ ସୁଖ ପାଇଁ
କରିଥାଆନ୍ତି ଅଥବା ସାହାଯ୍ୟ ନେଇଥାଆନ୍ତି । ବାକି ଦୁଃଖ ଭୋଗିବା ପାଇଁ କେହି କାହାର ସାଥୀ ହୋଇ
ନଥା’ନ୍ତି । ବାକି ତ ଯେପରି ଯେପରି କର୍ମ ସେହି ଅନୁସାରେ ଫଳ ମିଳିଥାଏ । ତେଣୁ ଏହି ଡ୍ରାମାରେ
ଦୁଃଖ-ସୁଖର ଖେଳ ନିଜର କର୍ମ ଉପରେ ଆଧାରିତ, କିନ୍ତୁ ତୁଚ୍ଛ ବୁଦ୍ଧି ମନୁଷ୍ୟ ଏହି ରହସ୍ୟକୁ
ଜାଣନ୍ତି ନାହିଁ । ଆଚ୍ଛା - ଓମ୍ ଶାନ୍ତି ।
ଅବ୍ୟକ୍ତ ଈଶାରା:-
ସର୍ବଦା ଅଚଳ, ଅଟଳ ଏବଂ ଏକରସ ସ୍ଥିତିର ଅନୁଭବ କର ।
ସମୟର ଆବଶ୍ୟକତା ଅନୁସାରେ
ଏବେ ସର୍ବଦା ଅଚଳ-ଅଟଳ ସ୍ଥିତିରେ ରହିବା ସହିତ ସର୍ବ ସମ୍ପତ୍ତିରେ ସମ୍ପନ୍ନ ରୁହ । ଯଦି ଟିକିଏ
ବି ସ୍ଥିତି ଟଳମଳ ହେଲା ତେବେ ସର୍ବ ସମ୍ପତ୍ତିର ଅନୁଭବ ହେବ ନାହିଁ । ତେଣୁ ବାବାଙ୍କ ଦ୍ୱାରା
ପ୍ରାପ୍ତ ହୋଇଥିବା ସମ୍ପତ୍ତିକୁ ସର୍ବଦା କାୟମ ରଖିବାର ଆଧାର ହେଲା ସର୍ବଦା ଅଟଳ-ଅଟଳ ରହିବା ।
ଅଚଳ ରହିବା ଦ୍ୱାରା ସଦାସର୍ବଦା ଖୁସିର ଅନୁଭୂତି ହେବାକୁ ଲାଗିବ । ଯେପରି ବିନାଶୀ ଧନ,
ମାନ-ସମ୍ମାନ ତଥା ପଦ-ପଦବୀ ମିଳିବା ଦ୍ୱାରା ଖୁସି ମିଳିଥାଏ, ସେହିପରି ଏହା ତ ଅବିନାଶୀ ଖୁସି ଅଟେ
କିନ୍ତୁ ଏହି ଖୁସି ସେହିମାନଙ୍କ ଭିତରେ ରହିବ ଯେଉଁମାନେ ଅଚଳ, ଅଟଳ ଏବଂ ଏକରସ ସ୍ଥିତିରେ
ରହିଥାଆନ୍ତି ।