01.07.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସାରା ଦୁନିଆକୁ ଶାନ୍ତି ଦେବା ଏକମାତ୍ର ବାବାଙ୍କର ହିଁ କାର୍ଯ୍ୟ ଅଟେ, ସେଥିପାଇଁ କହୁଛନ୍ତି ହେ ଶାନ୍ତିଦାତା, ତେବେ ପୁରସ୍କାର ମଧ୍ୟ ବାବାଙ୍କୁ ମିଳିବା ଉଚିତ୍ ।”

ପ୍ରଶ୍ନ:-
କେଉଁ ପିଲାମାନେ ବାବାଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁକରଣ କରିପାରିବେ?

ଉତ୍ତର:-
ଯେଉଁମାନେ ବାବାଙ୍କ ସମାନ ପବିତ୍ର ହେଉଛନ୍ତି - ସେହିମାନେ ହିଁ ସମ୍ପୂର୍ଣ୍ଣ ରୀତି ଅନୁକରଣ କରିପାରିବେ । (୨) ଯେଉଁମାନେ ପ୍ରକୃତ ଆଶିକ ଅର୍ଥାତ୍ ପ୍ରେମିକା ହେବେ ସେହିମାନେ ହିଁ ମୋ ପରି ପ୍ରେମିକଙ୍କୁ ଅନୁକରଣ କରିପାରିବେ । ଏହିଭଳି ପ୍ରେମିକାମାନଙ୍କୁ ହିଁ ମୁଁ ସାଥୀରେ ନେଇଯାଉଛି, ସେଥିପାଇଁ ଶାସ୍ତ୍ରରେ ଦେଖାଇଛନ୍ତି - ଗାଈର ଲାଞ୍ଜ ଧରିଲେ ପାରି ହୋଇଯିବା । ତେବେ ଏଠାରେ ତ ଗାଈର ବା ଲାଞ୍ଜର କିଛି କଥା ହିଁ ନାହିଁ ।

ଗୀତ:-
ତୁ ପ୍ୟାର କା ସାଗର ହୈ...

ଓମ୍ ଶାନ୍ତି ।
ବାପଦାଦା ଦୁଇଜଣ ଅଛନ୍ତି ନା । ଏବେ ପିଲାମାନେ ଏହା ତ ଜାଣିଯାଇଛନ୍ତି ଯେ ଆତ୍ମାମାନଙ୍କର ପିତା ଶିବବାବା ଅଟନ୍ତି । ଏହି କଥା ମଧ୍ୟ ତୁମେ ଜାଣିଛ ଯେ ମୁଁ ପତିତ-ପାବନ ଅଟେ, ନିରାକାର ଅଟେ । ତୁମେମାନେ ମଧ୍ୟ ନିରାକାର ଅଟ, ଶାନ୍ତ ସ୍ୱରୂପ ଅଟ । ନିରାକାର ପିତା ମଧ୍ୟ ଶାନ୍ତ ସ୍ୱରୂପ ଅଟନ୍ତି, ଆତ୍ମା ମଧ୍ୟ ଶାନ୍ତ ସ୍ୱରୂପ ଅଟେ । ଆତ୍ମାର ସ୍ୱଧର୍ମ ହିଁ ହେଉଛି ଶାନ୍ତି । ତୁମର ନିବାସ ସ୍ଥାନ ହେଉଛି ଶାନ୍ତିଧାମ । ଯେତେବେଳେ ଯଜ୍ଞ ଆଦି ରଚନା କରିଥାନ୍ତି ତେବେ କହିଥାନ୍ତି ଶାନ୍ତିଦାତା, କାରଣ ଶାନ୍ତିର ସାଗର ତ ସେହି ପରମାତ୍ମା ଅଟନ୍ତି । ସାରା ଦୁନିଆକୁ ଶାନ୍ତି ଦେଲାବାଲା ସେହି ପିତା ଅଟନ୍ତି । ଏଭଳି ବହୁତ ଅଛନ୍ତି ଯେଉଁମାନଙ୍କୁ ଶାନ୍ତି ସ୍ଥାପନା ପାଇଁ ପୁରସ୍କାର ମିଳିଥାଏ । ଯଦି କେବେ କାହାକୁ ପ୍ରାଇଜ୍ ମିଳିଥାଏ ତେବେ କୁହାଯାଏ ଇଏ ଶାନ୍ତି ସ୍ଥାପନ କରିବାର ନିମିତ୍ତ ହୋଇଛନ୍ତି । ସେଥିରେ ବହୁତ ବିଖ୍ୟାତ ଲୋକମାନଙ୍କର ନାମ ନେଇଥାନ୍ତି । ତେବେ ଶାନ୍ତି ତ ଦରକାର - ସାରା ଦୁନିଆକୁ । ନଚେତ୍ ଅଶାନ୍ତିରେ ରହିଲାବାଲା ଅନ୍ୟମାନଙ୍କୁ ମଧ୍ୟ ଅଶାନ୍ତି କରିବେ । ଏହା ହିଁ ହେଉଛି ରାବଣ ରାଜ୍ୟ । ରାବଣ ତ ଶତ୍ରୁ ଅଟେ ନା, ରାମଙ୍କୁ ଶତ୍ରୁ କୁହାଯିବ ନାହିଁ । ରାମଙ୍କର କେବେ ପୁତ୍ତଳିକା ଜଳାଇ ନ ଥାନ୍ତି । ନା ତ୍ରେତୟା ଯୁଗର ରାମଙ୍କର, ନା ପରମପିତା ପରମାତ୍ମାଙ୍କର । ରାମରାଜ୍ୟ ତ ସମସ୍ତେ ଚାହୁଁଛନ୍ତି କିନ୍ତୁ ରାମରାଜ୍ୟ କାହାକୁ କୁହାଯାଉଛି, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । କେବଳ କହୁଛନ୍ତି ନୂଆ ଦୁନିଆ ହେଉ, ନୁଆ ଦିଲ୍ଲୀରେ ରାମରାଜ୍ୟ ହେଉ । ନୂଆ ଦିଲ୍ଲୀ କହୁଛନ୍ତି, ଏମିତି ତ ବହୁତ ନାମ ରଖି ଦେଉଛନ୍ତି । ଦିଲ୍ଲୀ ସମସ୍ତଙ୍କର ରାଜଧାନୀ ହୋଇଥାଏ । ଦିଲ୍ଲୀ ହିଁ ପରିସ୍ତାନ ବା ସ୍ୱର୍ଗ ଥିଲା । ରାଧା କୃଷ୍ଣଙ୍କୁ ମଧ୍ୟ ସେହିଠାରେ ହିଁ ଦେଖାଉଛନ୍ତି । ଏହି ଦୁଇଜଣ ହିଁ ମୁଖ୍ୟ ରାଜକୁମାର ଏବଂ ରାଜକୁମାରୀ ଅଟନ୍ତି । କେବଳ ଦୁଇଜଣ ନୁହଁନ୍ତି ନିଶ୍ଚିତ ଆଉ ମଧ୍ୟ ଥିବେ । ୮ ପିଢି ରାଜତ୍ୱର ମଧ୍ୟ ଗାୟନ ଅଛି, ବୁଦ୍ଧି ଦ୍ୱାରା ବୁଝିବା ଦରକାର । ସତ୍ୟଯୁଗରେ ନିଶ୍ଚିତ ଆହୁରି ରାଜବଂଶ ଥିବେ । ଏଠାରେ ମଧ୍ୟ ଦେଖ କେତେ ଗୁଡିଏ ରାଜବଂଶ ଅଛନ୍ତି, ଧୀରେ ଧୀରେ ବୃଦ୍ଧି ହୋଇ ହୋଇ ଅନେକ ହୋଇଯାଇଛନ୍ତି । ଅମୁକ-ଅମୁକ ଗ୍ରାମର ମହାରାଜା, ଛୋଟ ଛୋଟ ଗ୍ରାମ ମଧ୍ୟ ଅନେକ ଅଛି ନା । ସତ୍ୟଯୁଗରେ ଏତେ ସବୁ ରାଜା ନ ଥିଲେ । ସେଠାରେ ତ ଲକ୍ଷ୍ମୀ-ନାରାୟଣଙ୍କର ହିଁ ନାମ ବିଖ୍ୟାତ ହୋଇଥାଏ । ୨୫୦୦ ବର୍ଷ ପର୍ଯ୍ୟନ୍ତ ସେମାନଙ୍କର ରାଜତ୍ୱ ଚାଲିଥିଲା । ମନୁଷ୍ୟ କହୁଛନ୍ତି ଲକ୍ଷ ଲକ୍ଷ ବର୍ଷ ହେଲାଣି, ଏହା ମଧ୍ୟ ବିଚାର କରିବାର କଥା । ଏହା ହେଉଛି ଆତ୍ମାମାନଙ୍କ ପାଇଁ ଭୋଜନ । ବାବା ଏହି ଆତ୍ମିକ ଭୋଜନ ଦେଉଛନ୍ତି - ତୁମମାନଙ୍କର ବୁଦ୍ଧିକୁ ଏବଂ ଆତ୍ମାକୁ ।

ତୁମମାନଙ୍କର ବୁଦ୍ଧିର ତାଲା ଏବେ ଖୋଲି ଯାଇଛି । ଋଷି-ମୁନି ଆଦି ସମସ୍ତେ କହୁଥିଲେ, ଆମେ ରଚୟିତା ଏବଂ ରଚନାକୁ ଜାଣିନାହୁଁ । ଏବେ ତୁମେ ପିଲାମାନେ ଏପରି କହିବ ନାହିଁ । ତୁମେ ତ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣିଯାଇଛ । ତୁମେ ନିଜର ୮୪ ଜନ୍ମର ଚକ୍ରକୁ ମଧ୍ୟ ଜାଣିଯାଇଛ । ଆଦି ସମୟରେ ତୁମେ ଦେବୀ-ଦେବତା ଥିଲ । ପୁଣି ମଧ୍ୟ ସମୟରେ ରାବଣର ପ୍ରବେଶତା ହେବା କାରଣରୁ ବିକାରୀ ହୋଇଗଲ । ଏବେ ହେଉଛି ଅନ୍ତ ସମୟ । ତୁମେ ଜାଣିଛ ଏବେ ଏହି ପୁରୁଣା ଦୁନିଆର ବିନାଶ ହୋଇ ପୁନର୍ବାର ନୂଆ ଦୁନିଆ ଆରମ୍ଭ ହେବ । ଆରମ୍ଭରେ ରାମରାଜ୍ୟ ହେବ । ମଧ୍ୟ ସମୟରୁ ରାବଣ ରାଜ୍ୟ ଆରମ୍ଭ ହୋଇଥାଏ । ଏବେ ରାବଣ ରାଜ୍ୟ ସମାପ୍ତ ହୋଇ ପୁନର୍ବାର ରାମରାଜ୍ୟ ଆରମ୍ଭ ହେବ । ନରରୁ ନାରାୟଣ ହେବାର ଅଛି ନା । ଏହା ହେଉଛି ସତ୍ୟ ନାରାୟଣ କଥା ବା କାହାଣୀ । ତୁମେ ଜାଣିଛ ସର୍ବ ଶାସ୍ତ୍ରମୟୀ ଶିରୋମଣୀ ଶ୍ରୀମତ ଗୀତା ଅଟେ । ତୁମକୁ ଶ୍ରୀମତ ମିଳୁଛି, ଶ୍ରେଷ୍ଠ ହେବା ପାଇଁ । ଶ୍ରୀ କୁହାଯାଏ ଶ୍ରେଷ୍ଠକୁ । ପିଲାମାନେ ଜାଣିଛନ୍ତି ଏକମାତ୍ର ଗୀତା ଶାସ୍ତ୍ର ହିଁ ଅଟେ, ଯାହାକୁ ଦେବୀ-ଦେବତା ଧର୍ମର ଶାସ୍ତ୍ର କୁହାଯାଏ । ଯାହା ଦ୍ୱାରା ସଂଗମଯୁଗରେ ଦେବତା ଧର୍ମର ସ୍ଥାପନା ହୋଇଥାଏ । ସତ୍ୟଯୁଗରେ ତ କେହି ପତିତ ନ ଥାନ୍ତି, ଯାହାକୁ ପାବନ କରିବେ । ଏବେ ତୁମକୁ ବାବା ବୁଝାଉଛନ୍ତି ଯେ ଗୀତାକୁ ପତିତ ପାବନୀ କୁହାଯାଇପାରିବ ନାହିଁ । ଗୀତା ଦ୍ୱାରା ପାବନ ହୋଇପାରିବ ନାହିଁ । ଗୀତାର ଭଗବାନଙ୍କୁ ପତିତ-ପାବନ କୁହାଯାଏ । ଏହି କଥାକୁ ଭଲ ଭାବରେ ମନେ ରଖ । ଗୀତା ହେଉଛି ଆଦି ସନାତନ ଦେବୀ ଦେବତା ଧର୍ମର ଶାସ୍ତ୍ର । ଗୀତା ଜ୍ଞାନ ଦିଆଯିବା ସମୟରେ ହିଁ ଭୟଙ୍କର ମହାଭାରତ ଯୁଦ୍ଧ ଲାଗିଥିଲା, ଯାହାଦ୍ୱାରା ଅନେକ ଧର୍ମର ବିନାଶ ହୋଇ ଗୋଟିଏ ଧର୍ମର ସ୍ଥାପନା ହୋଇଥିଲା । ଗୀତା ପାଇଁ କୁହାଯାଉଛି - ଦେବୀ ଦେବତା ଧର୍ମର ଶାସ୍ତ୍ର । ବ୍ରାହ୍ମଣମାନଙ୍କର ଶାସ୍ତ୍ର କୁହଯାଏ ନାହିଁ । ବ୍ରାହ୍ମଣମାନଙ୍କର ନାମ ଗୀତାରେ ନାହିଁ । ପରମପିତା ପରମାତ୍ମା ହିଁ ଆସି ବ୍ରହ୍ମାଙ୍କ ଦ୍ୱାରା ଏହି ସମସ୍ତ ବେଦ ଶାସ୍ତ୍ର ଆଦିର ସାର କଥା ଶୁଣାଉଛନ୍ତି । ଏବେ ତୁମେ ଜାଣୁଛ ଯେ ସତ୍ୟଯୁଗରେ ତ ବ୍ରାହ୍ମଣ ନ’ଥାନ୍ତି । ସେଠାରେ ହେଲେ ଲକ୍ଷ୍ମୀ-ନାରାୟଣ, ଦେବତାମାନେ, ବ୍ରହ୍ମାଙ୍କ ପରେ ହେଲେ ବିଷ୍ଣୁ । ଚିତ୍ରରେ ମଧ୍ୟ ଦେଖାଯାଇଛି - ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା ହେଉଛି । ବ୍ରହ୍ମା ଏବଂ ବିଷ୍ଣୁ ଏକାଠି ତ ରହିବେ ନାହିଁ । ବ୍ରହ୍ମାଙ୍କ ଦ୍ୱାରା ଦେବୀ ଦେବତା ଧର୍ମର ସ୍ଥାପନା ହେବ । ଏ ସବୁ ବିସ୍ତାରରେ ବୁଝିବାର କଥା । ଏବେ ତୁମେ ପିଲାମାନେ ଶିବବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଉଛ । ତୁମେମାନେ ସେହି ସମ୍ପତ୍ତିର ହକଦାର ଅଟ ନା! ମୁଖ୍ୟ ଧର୍ମ ଶାସ୍ତ୍ର ହେଲା ୪ଟି, ଶ୍ରୀମତ ଭଗବତ୍ ଗୀତା ହେଲା ନମ୍ବରୱାନ୍ । ଏକ ନମ୍ବର ଶାସ୍ତ୍ର, ଯାହା ଦ୍ୱାରା ସର୍ବଶ୍ରେଷ୍ଠ ଧର୍ମର ସ୍ଥାପନା ହୋଇଛି । ତାପରେ ଅଛନ୍ତି ଇସ୍‌ଲାମୀ ଏବଂ ବୌଦ୍ଧି । ଏକମାତ୍ର ଗୀତା ହିଁ ଅଟେ - ଯେଉଁଥିରେ ଶ୍ରୀମତ ଭଗବତ୍ ଗୀତା ଲେଖାହୋଇଛି । ଆଉ କୌଣସି ଶାସ୍ତ୍ରରେ ଶ୍ରୀମତ ଶବ୍ଦ ନାହିଁ । ଶ୍ରୀମତ୍ ଇସ୍‌ଲାମୀ ବା ଶ୍ରୀମତ ବୌଦ୍ଧି ଶାସ୍ତ୍ର ଗାୟନ କରାଯାଏ ନାହିଁ । ଶ୍ରୀମତ ଭଗବତ୍ ଗୀତା ହିଁ ହେଉଛି ଗୋଟିଏ । ତାହା ଦ୍ୱାରା କେଉଁ ଧର୍ମ ସ୍ଥାପନ କରାଗଲା? ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହୋଇଥିଲା ଏବଂ ଏହି ସ୍ଥାପନା କାର୍ଯ୍ୟ ହୋଇଥାଏ ଅନ୍ତିମ ସମୟରେ । ଏସବୁ ବହୁତ ବୁଝିବାର କଥା ।

ଏବେ ବାବା ଆମକୁ ଶିକ୍ଷକ ରୂପରେ ପାଠ ପଢାଉଛନ୍ତି - ଏହି କଥା ବୁଦ୍ଧିରେ ରହିବା ଉଚିତ୍ । ବାବା ଆମର ପିତା ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି । ବାବା ପାଠ ପଢା ଦ୍ୱାରା ସମସ୍ତଙ୍କର ସଦ୍‌ଗତି କରିଥାନ୍ତି, ତେଣୁ ସଦଗୁରୁ ମଧ୍ୟ ହେଲେ । ବାବାଙ୍କୁ ସମସ୍ତେ ମନେ ପକାଉଛନ୍ତି । ଏବେ ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ଲେଖି ଦେଇଛନ୍ତି । ସିଏ ତ ଜ୍ଞାନର ସାଗର ନୁହଁନ୍ତି । ତାଙ୍କୁ ଜ୍ଞାନର ସାଗର ବାବା ହିଁ ଏହିଭଳି ଯୋଗ୍ୟ କରିଛନ୍ତି, ତେଣୁ ବାବା ଶିକ୍ଷକ ମଧ୍ୟ ଅଟନ୍ତି । ଏଠାରେ ତୁମେ ନୂଆ ନୂଆ କଥା ଶୁଣୁଛ, ଶାସ୍ତ୍ର ଆଦି ତ ବହୁତ ପଢି, ଶୁଣି ଆସିଲ । ଏବେ ତୁମେ ବାବାଙ୍କଠାରୁ ସିଧାସଳଖ ଶୁଣୁଛ । ପୂର୍ବରୁ ସବୁ କିଛି ଶରୀରଧାରୀ ମନୁଷ୍ୟଙ୍କଠାରୁ ଶୁଣିଥିଲ । ଏବେ ତୁମେ ଜାଣୁଛ - ଆମେ ଆତ୍ମାମାନେ ବାସ୍ତବରେ ଅଶରୀରୀ ଥିଲେ । ପରେ ପୁଣି ଶରୀର ଧାରଣ କରିଛେ । ବାବା ମଧ୍ୟ ଅଶରୀରୀ ଅଟନ୍ତି । ଶିବଲିଙ୍ଗ ତିଆରି କରିଥାନ୍ତି ନା । ଆତ୍ମା ଶରୀର ଦ୍ୱାରା ତାଙ୍କୁ ପୂଜା କରିଥାଏ । ଡାକୁଛନ୍ତି ମଧ୍ୟ ହେ ପରମପିତା ପରମାତ୍ମା ଏଠାକୁ ଆସି ଆମ ପତିତମାନଙ୍କୁ ପାବନ କର । ଲିଙ୍ଗର ପୂଜା କରୁଛନ୍ତି କିନ୍ତୁ ଏହି କଥା କ’ଣ କେହି ବୁଝିଛନ୍ତି ଯେ ଇଏ ପତିତ ପାବନ ପିତା ଅଟନ୍ତି, ଯାହାଙ୍କୁ ଆମେ ପ୍ରାର୍ଥନା କରିଆସିଛୁ । ଶିବ ଭଗବାନ ଅଟନ୍ତି, ଈଶ୍ୱର ଅଟନ୍ତି । ବାସ୍‌, ଏଇମିତି ହିଁ ସାଧାରଣ ଭାବରେ ମନେ ପକାଉଛନ୍ତି । ତାଙ୍କୁ ଯଦି ବାବା ବୋଲି କହୁଛନ୍ତି ତେବେ ବୁଦ୍ଧିରେ ଆସିବା ଉଚିତ ଯେ ବାବାଙ୍କଠାରୁ ସମ୍ପତ୍ତି ମଧ୍ୟ ମିଳିବା ଆବଶ୍ୟକ । ଆମକୁ ସମ୍ପତ୍ତି ମିଳିଛି, ସେଥିପାଇଁ ଆମେ ପୂଜା କରୁଛୁ । ଭାରତବାସୀମାନଙ୍କୁ ନିଶ୍ଚିତ ଭାବରେ ସମ୍ପତ୍ତି ମିଳିଥିଲା । କେବେ ମିଳିଥିଲା ଏହି କଥାକୁ ଭୁଲି ଯାଇଛନ୍ତି । ଏବେ ତୁମେ ପିଲାମାନେ ବୁଝୁଛ, ପିଲାମାନେ ମଧ୍ୟ କହୁଛନ୍ତି ଆମେ ବାବାଙ୍କ ପାଖକୁ ଆସିଛୁ । ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସି ବୁଝାଉଛନ୍ତି । ତ୍ରିମୂର୍ତ୍ତିଙ୍କର ନାମ ବିଖ୍ୟାତ ଅଟେ । ତ୍ରିମୂର୍ତ୍ତି ମାର୍ଗ ନାମ ମଧ୍ୟ ରଖିଛନ୍ତି । ବାବାଙ୍କର ମହିମା ବହୁତ ରହିଛି । ଗୀତରେ ମଧ୍ୟ ଶୁଣିଲ ପ୍ରେମର ସାଗର ଅଟନ୍ତି.... ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ସମସ୍ତଙ୍କର ସୁଖ-ଶାନ୍ତି ଦାତା ଅଟନ୍ତି । ସମସ୍ତଙ୍କର ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି । ସମସ୍ତଙ୍କର ବହୁତ ପ୍ରିୟ ଅଟନ୍ତି ନା । ତାଙ୍କଠାରୁ ପ୍ରିୟ ବସ୍ତୁ ଆଉ କିଛି ନାହିଁ । ଯେଉଁ ବାବା ସ୍ୱର୍ଗର ମାଲିକ କରନ୍ତି, ସିଏ ନିଶ୍ଚିତ ପ୍ରିୟ ହେବେ ନା । ସିଏ ହେଲେ ଅବିନାଶୀ ପିତା । କହୁଛନ୍ତି - ପିଲାମାନେ ମୋଠାରୁ ସ୍ୱର୍ଗର ରାଜ୍ୟପଦ ମିଳୁଛି ନା । ତୁମେ ଆତ୍ମାମାନେ ଭାଇ ଭାଇ ଅଟ । ଏବେ ବାବାଙ୍କ ଦ୍ୱାରା ଜ୍ଞାନ ଶୁଣୁଛ । ସବୁ ଆତ୍ମାମାନେ ବାବାଙ୍କୁ ସ୍ମରଣ କରୁଛନ୍ତି, ବାବା ଏଠାକୁ ଆସି ଆମକୁ ପବିତ୍ର କର । ଏବେ ଆତ୍ମା କହୁଛି ବାବା ଆସି ଯାଇଛନ୍ତି, ଆମକୁ ପବିତ୍ର କରିବା ପାଇଁ । ବାବା କହୁଛନ୍ତି ସନ୍ତାନମାନେ, ୫ ହଜାର ବର୍ଷ ପୂର୍ବରୁ ତୁମକୁ ପବିତ୍ର କରିବା ପାଇଁ ମୁଁ ଆସିଥିଲି । ଏବେ ମୋତେ ଅର୍ଥାତ୍‌ ତୁମମାନଙ୍କର ପିତାଙ୍କୁ ମନେପକାଅ, ତେବେ ତୁମର ବିକର୍ମ ବିନାଶ ହେବ ଏବଂ ତୁମର ସବୁ ଦୁଃଖ ଦୂର ହୋଇଯିବ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ଆସ, ଅଥବା ତାଳି ବଜାଇବାରେ ଲାଗିଛନ୍ତି, ରଡି ମାରିଚାଲିଛନ୍ତି ହେ ପତିତ-ପାବନ ସୀତା ରାମ.. ତେବେ ନିଜେ ପତିତ ହେଲେ ନା । ଏହା ହିଁ ନର୍କ ଦୁନିଆ ଅଟେ, ଏହାକୁ ରୌରବ ନର୍କ କୁହାଯାଏ । ଗରୁଡ ପୁରାଣରେ ତ ବହୁତ କୌତୁହଳପୂର୍ଣ୍ଣ କଥା ସବୁ ଲେଖିଦେଇଛନ୍ତି ଯେ ଏହିଭଳି କଲେ ଏହିଭଳି ଜନ୍ମ ନେବ, ଏଇଆ ହେବ... ପୁଣି କହିଦିଅନ୍ତି - ଗାଈ ଲାଞ୍ଜ ଧରିଲେ ସ୍ୱର୍ଗକୁ ଚାଲିଯିବ । ଏହିଭଳି କିଛି କଥା ଲେଖା ହୋଇଛି । ତେବେ ଜୀବଜନ୍ତୁମାନଙ୍କର ତ ଏଠାରେ କିଛି କଥା ନାହିଁ । ତୁମେ ଗୋ ମାତା ଅଟ ନା । ତୁମମାନଙ୍କର ଲାଞ୍ଜ ଅଥବା ଯେ ପର୍ଯ୍ୟନ୍ତ ତୁମମାନଙ୍କୁ ଧରି ନାହାଁନ୍ତି ସେ ପର୍ଯ୍ୟନ୍ତ ରାସ୍ତା ମିଳିପାରିବ ନାହିଁ । ତୁମର ଲାଞ୍ଜ ତ ନାହିଁ । କହୁଛନ୍ତି ମଧ୍ୟ ତୁମ ଲାଞ୍ଜ ଧରି ଭବସାଗରରୁ ପାରି ହୋଇଯିବୁ । ତେବେ ଏଠାରେ ଲାଞ୍ଜ ତ ଧରିବାର ନାହିଁ କିନ୍ତୁ ଅନୁସରଣ କରିବାକୁ ହେବ । ସନ୍ନ୍ୟାସୀମାନଙ୍କର ଅନୁଗାମୀ ତ ବହୁତ ଅଛନ୍ତି, କିନ୍ତୁ ଅନୁଗାମୀ ହେବା ଅର୍ଥ ପବିତ୍ର ହେବା । ତୁମେମାନେ ତ ପ୍ରକୃତ ସଚ୍ଚା ସଚ୍ଚା ଅନୁଗାମୀ ଅଟ । ଶିବବାବା କହୁଛନ୍ତି ମୁଁ ତୁମ ସମସ୍ତଙ୍କୁ ଘରକୁ ଫେରାଇ ନେବା ପାଇଁ ଆସିଛି । ତୁମେମାନେ ମୋତେ ମନେପକାଇଲେ ତୁମର ପାପ ଭସ୍ମ ହୋଇଯିବ । ପବିତ୍ର ନ ହେବା ପର୍ଯ୍ୟନ୍ତ ବାବାଙ୍କୁ ଅନୁସରଣ କରିପାରିବ ନାହିଁ । ଶିବବାବାଙ୍କୁ ପୂର୍ଣ୍ଣ ରୂପରେ ଅନୁକରଣ କରିବାକୁ ହେବ । ତୁମେମାନେ ଏଠାରେ ଅନୁକରଣ କରିବା ପାଇଁ ବସିଛ । ଭକ୍ତିମାର୍ଗରେ ମଧ୍ୟ ମୋତେ ସ୍ମରଣ କରି ଆସିଛ । ତୁମେ ଜାଣିଛ, ଆତ୍ମାମାନେ ପରମାତ୍ମା ପ୍ରେମିକଙ୍କର ପ୍ରେମିକା ଅଟନ୍ତି । ଆତ୍ମାମାନେ ତାଙ୍କୁ ଗଭୀର ଭାବେ ମନେ ପକାଉଛନ୍ତି ଏବଂ ସିଏ ଆସିଛନ୍ତି ସାଥୀରେ ନେଇଯିବା ପାଇଁ । ସିଏ କହୁଛନ୍ତି ମୋତେ ଅନୁକରଣ କର ତେବେ ମୁଁ ତୁମକୁ ସାଥୀରେ ନେଇଯିବି । କିପରି ଅନୁକରଣ କରିବ ତାହା ମଧ୍ୟ ବୁଝାଉଛନ୍ତି - ମୁଁ ହେଲି ପବିତ୍ର, ତୁମେ ହେଲ ପତିତ । ତେଣୁ ନିଶ୍ଚିତ ପବିତ୍ର ହେବାକୁ ପଡିବ, ନିଶ୍ଚିତ ଅନୁକରଣ କରିବାକୁ ପଡିବ । ବିକାରୀ ଆତ୍ମା ତ ଅନୁକରଣ କରିପାରିବ ନାହିଁ । ଅନୁକରଣ କରିବା ପାଇଁ ପ୍ରଥମେ ମୋ ଭଳି ପବିତ୍ର ହୁଅ । କ’ଣ ମୁଁ ପତିତମାନଙ୍କୁ ମୋ ସାଥୀରେ ଶାନ୍ତିଧାମକୁ ନେଇଯିବି? ମନୁଷ୍ୟମାନେ କେତେ ଭକ୍ତି, ତପ, ଦାନ-ପୁଣ୍ୟ ଆଦି କରୁଛନ୍ତି - ମୁକ୍ତି ପାଇବା ପାଇଁ, କାରଣ ଏଠାରେ ଦୁଃଖ ମିଳୁଛି ଏବଂ ସମସ୍ତେ ନିଜର ଘରକୁ ଫେରିଯିବା ପାଇଁ ବ୍ୟାକୁଳ ହେଉଛନ୍ତି । ବାବା କହୁଛନ୍ତି ପବିତ୍ର ନିଶ୍ଚିତ ହେବାକୁ ପଡିବ । ମୁଁ ସଦା ପବିତ୍ର ଅଟେ, ସେଥିପାଇଁ ତ ତୁମକୁ ପବିତ୍ର କରିପାରୁଛି । ମୁଁ ଆସିବି ମଧ୍ୟ ବ୍ରହ୍ମାଙ୍କ ଶରୀରରେ । ମୁଁ ରଚୟିତା ଅଟେ, ମୁଁ ଏହି ବ୍ରହ୍ମା ଶରୀରରେ ଆସୁଛି । ଦେଖାଇଛନ୍ତି ମଧ୍ୟ ବ୍ରହ୍ମାଙ୍କ ଦ୍ୱାରା ପରମାତ୍ମା ଦେବୀ ଦେବତା ଧର୍ମର ସ୍ଥାପନା କରିଥା’ନ୍ତି । ତୁମେ ବ୍ରହ୍ମାକୁମାର କୁମାରୀମାନେ ଜାଣୁଛ ଯେ ଶିବବାବାଙ୍କୁ ଅନୁକରଣ କରିବାକୁ ହେବ । ବାବା କହୁଛନ୍ତି ମୋତେ ମନେ ପକାଇଲେ, ମୁଁ ପ୍ରତିଜ୍ଞା କରୁଛି - ତୁମକୁ ପବିତ୍ର ଦୁନିଆକୁ ନେଇଯିବି । ଏହା ବିନା ଆଉ କୌଣସି ଉପାୟ ନାହିଁ । ଯେତେବେଳେ କହୁଛନ୍ତି ହେ ପତିତ-ପାବନ... ସେହି ସମୟରେ ହୁଏ ତ ଦୃଷ୍ଟି ଉପରକୁ ଯାଏ, ନଚେତ୍ ପାଣିକୁ ଦେଖିଥାନ୍ତି । ଗଙ୍ଗା ତ ପତିତ-ପାବନୀ ନୁହେଁ । ଏସବୁ ତ ସାଗରରୁ ବାହାରିଥିବା ନଦୀ ଅଟନ୍ତି । ତେବେ ଲାଞ୍ଜ ତ ତୁମର ଧରିବା ଉଚିତ୍ ।

ବାବା କହୁଛନ୍ତି ତୁମକୁ ପବିତ୍ର ହେବାର ଅଛି, ମୋତେ ଅନୁକରଣ କରିବାର ଅଛି, ତେବେ ଯାଇ ସାଥୀରେ ଯାଇପାରିବ । ବାବା କହୁଛନ୍ତି - ତୁମେମାନେ ମୋ ସାଥୀରେ ନିବାସ କରୁଥିଲ, ଏବେ ୮୪ ଜନ୍ମର ଚକ୍ର ଲଗାଇ ପତିତ ହୋଇଯାଇଛ । ଏବେ ପୁଣି ମୋତେ ଅନୁକରଣ କଲେ ଯାଇ ପବିତ୍ର ହୋଇଯିବ । ସନ୍ନ୍ୟାସୀମାନେ ମଧ୍ୟ ଗୃହସ୍ଥୀମାନଙ୍କୁ କୁହନ୍ତି - ଯଦି ଅନୁକରଣ କରିବାର ଅଛି ତେବେ ଘର ଗୃହସ୍ଥକୁ ଛାଡ । ବାବା କହୁଛନ୍ତି - ମୁଁ ପରମଧାମରେ ରହୁଛି, ତୁମେ ମଧ୍ୟ ସେଠାକୁ ଯିବ ନା ଏହି ବିଷୟ ସାଗର ଭିତରେ ରହିବାକୁ ଭଲ ଲାଗୁଛି । ତୁମେ ତ ଡାକି ଆସିଛ - ହେ ପତିତ-ପାବନ ଆସ । ଏବେ ବାବା ଆସି ସାଥିରେ ନେଇଯାଉଛନ୍ତି । ପ୍ରତ୍ୟେକ କଳ୍ପରେ ଆସି ତୁମକୁ ସାଥୀରେ ନେଇଯାଉଛି । ପୁଣି ସତ୍ୟଯୁଗରେ ତୁମେ ବହୁତ ସୁଖରେ ରହୁଛ । ଏହି ଲକ୍ଷ୍ମୀ-ନାରାୟଣ ସ୍ୱର୍ଗର ମାଲିକ ଥିଲେ ନା । ଏମାନଙ୍କୁ ଏତେ ସୁଖ ଦେଲାବାଲା କିଏ? ସ୍ୱର୍ଗୀୟ ଈଶ୍ୱର ପିତା । ବାବା ସ୍ମରଣ କରାଇ ଦେଉଛନ୍ତି ଯେ ତୁମେ ମୋର ଜନ୍ମୋତ୍ସବ ପାଳନ କରୁଛ । ପରମପିତା ପରମାତ୍ମାଙ୍କର ଜୟନ୍ତୀ ସବୁ ଭାରତବାସୀମାନେ ପାଳନ କରୁଛନ୍ତି । ଏହା ମୋର ଜନ୍ମସ୍ଥାନ ଅଟେ । ଖ୍ରୀଷ୍ଟିୟାନମାନେ କେବେ ହେଲେ ଶିବଜୟନ୍ତୀ ପାଳନ କରନ୍ତି ନାହିଁ । ସେମାନେ ତ ଯୀଶୁ ଖ୍ରୀଷ୍ଟଙ୍କୁ ମାନନ୍ତି । ଶିବଜୟନ୍ତୀ ତ ଭାରତବାସୀ ପାଳନ କରୁଛନ୍ତି । ଭାରତ ସମସ୍ତଙ୍କର ପତିତ-ପାବନ ପିତାଙ୍କର ଜନ୍ମସ୍ଥାନ ଅଟେ । ବାବା ସମସ୍ତଙ୍କୁ ସୁଖ ଦେଇଥାଆନ୍ତି । ସମସ୍ତଙ୍କର ମୁକ୍ତିଦାତା ଅଟନ୍ତି । ତେଣୁ ଭାରତ କେତେ ଶ୍ରେଷ୍ଠ ଅଟେ ।

ବାବା ଜାଣିଛନ୍ତି ଡ୍ରାମା ଅନୁସାରେ ଯେତେବେଳେ ମୋର ସନ୍ତାନମାନେ ବହୁତ ଦୁଃଖୀ ହୋଇଯାଆନ୍ତି, ସେତେବେଳେ ମୁଁ ସମ୍ପତ୍ତି ଦେବା ପାଇଁ ଆସିଥାଏ । ବାବା ହେଉଛନ୍ତି ଜ୍ଞାନର ସାଗର, ସୁଖର ସାଗର... ପିଲାମାନଙ୍କୁ ସମ୍ପତ୍ତି ଦେଉଛନ୍ତି । କହୁଛନ୍ତି ମୋତେ ଫଲୋ ଅର୍ଥାତ୍ ଅନୁକରଣ କର । ଏ କଥା ତୁମେ ଜାଣିଛ ଯେ ଆମେ ଆତ୍ମାମାନେ ବିକାରୀ ଅଟୁ, ସେଥିପାଇଁ ଏହି ଶରୀର ମଧ୍ୟ ବିକାରୀ ଅଟେ । ସତ୍ୟଯୁଗରେ ଆତ୍ମା ପବିତ୍ର ଥିବାରୁ ଶରୀର ମଧ୍ୟ ପବିତ୍ର ମିଳିଥାଏ । ଏବେ ବାବା କହୁଛନ୍ତି ପିଲାମାନେ ପବିତ୍ର ହୁଅ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ତମୋପ୍ରଧାନରୁ ସତ୍ୱପ୍ରଧାନ ହେବ । ଆଚ୍ଛା -

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବାଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ପାଇବା ପାଇଁ “ମୁଁ ଆତ୍ମା ଭାଇ-ଭାଇ ଅଟେ” - ଏହି ସ୍ମୃତିକୁ ପକ୍କା କରିବାକୁ ହେବ । ସମସ୍ତଙ୍କ ସହିତ ବହୁତ ସ୍ନେହରେ ରହିବାକୁ ହେବ । ଯେମିତି ବାବା ପ୍ରିୟରୁ ପ୍ରିୟ ଅଟନ୍ତି, ସେହିପରି ପ୍ରିୟ ହେବାକୁ ପଡିବ ।

(୨) ବାବାଙ୍କ ସମାନ ପବିତ୍ର ହୋଇ ବାବାଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁକରଣ କରିବାକୁ ହେବ । ବାବାଙ୍କ ସାଥୀରେ ଶାନ୍ତିଧାମ ଘରକୁ ଫେରିବାକୁ ହେଲେ ପବିତ୍ର ନିଶ୍ଚିତ ହେବାକୁ ପଡିବ ।

ବରଦାନ:-
ନିର୍ବଳ ଆତ୍ମାମାନଙ୍କ ଭିତରେ ସର୍ବଶକ୍ତିର ବଳ ଭରୁଥିବା ଜ୍ଞାନଦାତା ତଥା ବରଦାତା ଭବ ।

ବର୍ତ୍ତମାନ ସମୟରେ ନିର୍ବଳ ଆତ୍ମାମାନଙ୍କ ଭିତରେ ସେତିକି ଶକ୍ତି ନାହିଁ ଯାହାକି ଲମ୍ଫ ଦେଇ ଆଗକୁ ବଢିପାରିବେ, ତେଣୁ ସେମାନଙ୍କୁ ଅତିରିକ୍ତ ଶକ୍ତି ଆବଶ୍ୟକ । ସେଥିପାଇଁ ତୁମ ଭଳି ବିଶେଷ ଆତ୍ମାମାନଙ୍କୁ ନିଜ ଭିତରେ ବିଶେଷ ଶକ୍ତି ଭରି କରି ସେମାନଙ୍କୁ ଲମ୍ଫ ଦେଇ ଉପରକୁ ଉଠିବାର ଯୋଗ୍ୟ କରିବାକୁ ହେବ । ଏଥିପାଇଁ ଜ୍ଞାନଦାତା ହେବା ସହିତ ଶକ୍ତିଗୁଡିକୁ ପ୍ରଦାନ କରୁଥିବା ବରଦାତା ହୁଅ, କାହିଁକିନା ରଚୟିତାର ପ୍ରଭାବ ରଚନା ଉପରେ ନିଶ୍ଚିତ ପଡିଥାଏ, ସେଥିପାଇଁ ବରଦାନୀ ହୋଇ ରଚନାକୁ ସର୍ବଶକ୍ତି ଗୁଡିକୁ ବରଦାନ ରୂପରେ ଦିଅ । ଏବେ ଏହି ସେବାର ଆବଶ୍ୟକତା ରହିଛି ।

ସ୍ଲୋଗାନ:-
ଯଦି ସାକ୍ଷୀ ସ୍ଥିତିରେ ରହି ସବୁଖେଳ ଦେଖିବ ତେବେ ସୁରକ୍ଷିତ ମଧ୍ୟ ରହିବ ଏବଂ ମଜା ମଧ୍ୟ ଲାଗିବ ।

ଅବ୍ୟକ୍ତ ଈଶାରା - ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।

ତୁମେ ମହାନ ତପସ୍ୱୀ ଆତ୍ମାମାନେ ନିଜର ଜ୍ୱାଳା ସ୍ୱରୂପ ଶକ୍ତିଶାଳୀ ଯୋଗ ଦ୍ୱାରା ପ୍ରାପ୍ତିର କିରଣ ଗୁଡିକର ଅନୁଭୂତି କର ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଅ । ତୁମମାନଙ୍କର ତପସ୍ୱୀ ସ୍ୱରୂପ ଅନ୍ୟମାନଙ୍କୁ ଦାନ କରିବାର ସ୍ୱରୂପ ଅଟେ । ଯେପରି ସୂର୍ଯ୍ୟ ସାରା ବିଶ୍ୱକୁ ଆଲୋକ ପ୍ରଦାନ କରିବା ସହିତ ଅନେକଗୁଡିଏ ବିନାଶୀ ପ୍ରାପ୍ତିଗୁଡିକର ଅନୁଭୂତି ମଧ୍ୟ କରାଇଥାଏ ସେହିପରି ତୁମେମାନେ ମଧ୍ୟ ନିଜର ତପସ୍ୱୀ ସ୍ୱରୂପ ଦ୍ୱାରା ଶାନ୍ତିର ଏବଂ ଶକ୍ତିର କିରଣ ଦେଇଚାଲ ।