01.08.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପରଚିନ୍ତନ ଛାଡି ନିଜର କଲ୍ୟାଣ କର, ତୁମେ ସୁନା ତୁଲ୍ୟ ହୋଇ ଅନ୍ୟକୁ ରାସ୍ତା ଦେଖାଅ ।’’

ପ୍ରଶ୍ନ:-
ଯେଉଁମାନେ ସର୍ବଦା ଅଶରୀରୀ ହେବାର ଅଭ୍ୟାସ କରୁଛନ୍ତି, ସେମାନଙ୍କର ମୁଖ୍ୟ ଲକ୍ଷଣ ଶୁଣାଅ?

ଉତ୍ତର:-
ସେମାନେ ହଠ ଦ୍ୱାରା ଅର୍ଥାତ୍ ବଳପୂର୍ବକ ନିଜର କର୍ମେନ୍ଦ୍ରିୟ ଗୁଡିକୁ ବଶ କରନ୍ତି ନାହିଁ । କିନ୍ତୁ ତାଙ୍କର କର୍ମେନ୍ଦ୍ରିୟ ସ୍ୱତଃ ଶୀତଳ ହୋଇଯାଇଥାଏ । ଆମେ ଆତ୍ମାମାନେ ଭାଇ-ଭାଇ ଅଟୁ, ଏହି ସ୍ମୃତି ସେମାନଙ୍କର ସ୍ୱତଃ ରହିଥାଏ । ଦେହ-ଅଭିମାନ ତୁଟିବାକୁ ଲାଗିଥାଏ । ନାମ-ରୂପର ନିଶା ସମାପ୍ତ ହେବାକୁ ଲାଗିଥାଏ । ଅନ୍ୟମାନଙ୍କର ସ୍ମୃତି ଆସି ନ ଥାଏ ।

ଗୀତ:-
ତୁ ପ୍ୟାର କା ସାଗର ହୈ...

ଓମ୍ ଶାନ୍ତି ।
ବାବା କେବଳ ସ୍ନେହର ସାଗର ନୁହଁନ୍ତି, ଜ୍ଞାନର ସାଗର ବି ଅଟନ୍ତି । ଜ୍ଞାନ ଏବଂ ଅଜ୍ଞାନ । ଜ୍ଞାନକୁ ଦିନ, ଅଜ୍ଞାନକୁ ରାତି କୁହାଯାଏ । ଜ୍ଞାନ ଅକ୍ଷର ହିଁ ଶୁଭ । ଅଜ୍ଞାନ ଅକ୍ଷର ଅଶୁଭ ଅଟେ । ଅଧାକଳ୍ପ ହେଲା ଜ୍ଞାନର ପ୍ରାଲବ୍ଧ, ଅଧାକଳ୍ପ ଅଜ୍ଞାନର ପ୍ରାଲବ୍ଧ, ଅଜ୍ଞାନର ପ୍ରାଲବ୍ଧ ହେଲା ଦୁଃଖ, ଜ୍ଞାନର ପ୍ରାରବ୍ଧ ହେଲା ସୁଖ । ଏହା ବୁଝିବା ବହୁତ ସହଜ କଥା । ଦିନ ହେଉଛି ଜ୍ଞାନ, ରାତି ହେଉଛି ଅଜ୍ଞାନ, ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ଜ୍ଞାନ କାହାକୁ କୁହାଯାଉଛି ଏବଂ ଅଜ୍ଞାନ କାହାକୁ କୁହାଯାଉଛି, ଏହା ହେଲା ବେହଦର (ସୀମାହୀନ) କଥା । ତୁମେ ସମସ୍ତଙ୍କୁ ବୁଝାଉଛ ଜ୍ଞାନ କ’ଣ ଓ ଭକ୍ତି କ’ଣ । ଜ୍ଞାନ ଦ୍ୱାରା ତୁମେ ପୂଜ୍ୟ ହେଉଛ । ଯେବେ ପୂଜ୍ୟ ହୋଇଯାଉଛ, ତେବେ ପୂଜାର ସାମଗ୍ରୀକୁ ଜାଣିଯାଉଛ । ଯେତେ ସବୁ ମନ୍ଦିର ଆଦି ଅଛି, ତୁମେ ଜାଣିଛ ଯେ ଏସବୁ ସ୍ମାରକୀ ଅଟେ । ତାଙ୍କର ଜୀବନ କାହାଣୀ କ’ଣ - ତାହା ତୁମେ ଜାଣିଛ । ଯିଏ ପୂଜା କରିବାକୁ ଯାଉଛନ୍ତି, ସେମାନେ ନିଜେ ଜାଣି ନାହାଁନ୍ତି । ପୂଜାକୁ ଭକ୍ତି କୁହାଯାଏ, ଭଗବାନଙ୍କୁ ଭକ୍ତଙ୍କ ସହ ଭେଟିବାକୁ ହେବ - ଭକ୍ତିର ଫଳ ଦେବା ପାଇଁ । ତେଣୁ ଭଗବାନ ହିଁ ଆସି ପୂଜାରୀରୁ ପୂଜ୍ୟ କରାଉଛନ୍ତି । ପୂଜ୍ୟ ସତ୍ୟଯୁଗରେ, ପୂଜାରୀ କଳିଯୁଗରେ ଥାଆନ୍ତି । ତୁମେମାନେ ଜାଣିଛ ଯେ ଆଜି କ’ଣ ଅଛି, କାଲି କ’ଣ ହେବ । ବିନାଶ ତ ନିଶ୍ଚୟ ହେବ, ଯେ କୌଣସି ସମୟରେ ବି ହୋଇପାରେ । ପ୍ରସ୍ତୁତି ଚାଲିଛି । ଗାୟନ ମଧ୍ୟ ରହିଛି ଅନେକ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ । ଏକଥା ତ ଲେଖି ଦେବା ଉଚିତ୍ - ଗୃହଯୁଦ୍ଧ ଓ ପ୍ରାକୃତିକ ବିପର୍ଯ୍ୟୟ, ଏହାକୁ କୌଣସି ଈଶ୍ୱରୀୟ ବିପର୍ଯ୍ୟୟ କୁହାଯାଇପାରିବ ନାହିଁ । ଏହା ତ ଡ୍ରାମାରେ ନିଧାର୍ଯ୍ୟ ରହିଛି, ଯାହା ଫଳରେ ପ୍ରାକୃତିକ ବିପର୍ଯ୍ୟୟ ସବୁ ଆସିବ । ଏମାନେ ବିନାଶରେ ମଧ୍ୟ ସାହାଯ୍ୟ କରିବେ । ମୁସଳଧାରାରେ ବର୍ଷା ହେବ । ଭୋକରେ ମରିବେ, ଭୂମିକମ୍ପ ଆଦି ସବୁ ହେବ । ଏହାଦ୍ୱାରା ହିଁ ବିନାଶ ହେବ । ପିଲାମାନେ ଜାଣିଛନ୍ତି ଏହା ତ ନିଶ୍ଚୟ ହେବ । ନହେଲେ ସତ୍ୟଯୁଗରେ ଏତେ ଅଳ୍ପ ସଂଖ୍ୟକ ମନୁଷ୍ୟ କିପରି ରହିବେ, ନିଶ୍ଚୟ ସମୂଦ୍ର ବିନାଶ ହେବ । ପିଲାମାନେ ଭଲ ଭାବରେ ଜାଣିଛନ୍ତି, ଏହିସବୁ ବସ୍ତ୍ର ଧୁଆ ହେବ । ଏହା ହେଉଛି ବେହଦର ବିଶାଳ ମେସିନ୍ । ଗାୟନ ରହିଛି ମଇଳା ଅର୍ଥାତ୍ ବିକାରୀ ଅଶୁଦ୍ଧ ଆତ୍ମାକୁ ପରମାତ୍ମା ଶୁଦ୍ଧ ବା ପବିତ୍ର କରୁଛନ୍ତି..... ଏହି ଲୁଗାପଟାର କଥା ନୁହେଁ । ଏହାହେଲା ଶରୀରର କଥା । ଆତ୍ମାମାନଙ୍କୁ ଯୋଗବଳ ଦ୍ୱାରା ଧୋଇବାକୁ ହେବ । ବର୍ତ୍ତମାନ ୫ ତତ୍ତ୍ୱ ତମୋପ୍ରଧାନ ହୋଇଥିବାରୁ ଶରୀର ମଧ୍ୟ ଏହିପରି ହେଉଛି । ପତିତ-ପାବନ ବାବା ଆସି ପାବନ କରାଉଛନ୍ତି ଆଉ ସବୁ ବିନାଶ ହୋଇଯିବ । ତୁମେ ଜାଣିଛ ଯେ ପାବନ କିପରି ହେଉଛନ୍ତି । ବହୁତ ସହଜ ରାସ୍ତା ବତାଉଛନ୍ତି । ମନୁଷ୍ୟମାନେ ତ କିଛି ହେଲେ ବି ବୁଝୁ ନାହାଁନ୍ତି । ଯେଉଁ-ଯେଉଁ ସ୍ଥାନରେ ଭକ୍ତି, ଯଜ୍ଞ ଆଦି ହେଉଛି, ସେଠାକୁ ଯାଇ ବୁଝାଇବା ଆବଶ୍ୟକ ଯେ ଯାହାଙ୍କର ତୁମେ ଭକ୍ତି କରୁଛ ତାଙ୍କର ଜୀବନ କାହାଣୀ ବୁଝିବା ଦ୍ୱାରା ହିଁ ତୁମେ ଦେବତା ହୋଇପାରିବ । ସେମାନେ କିପରି ଜୀବନମୁକ୍ତି ପାଇଲେ ଆସି ବୁଝ, ତେବେ ତୁମେ ମଧ୍ୟ ଜୀବନମୁକ୍ତି ପାଇପାରିବ । ମନ୍ଦିରରେ ବସି ଜୀବନ କାହାଣୀ ବୁଝାଇଲେ ଭଲ ଭାବରେ ବୁଝିବେ ।

ତୁମେ ମଧ୍ୟ ବାବାଙ୍କଠାରୁ ଏବେ ଜୀବନ କାହାଣୀ ଶୁଣୁଛ, ତୁମ ସନ୍ତାନମାନଙ୍କୁ କେତେ ଜ୍ଞାନ ମିଳୁଛି । ପରମପିତା ପରମାତ୍ମାଙ୍କର ଜୀବନ କାହାଣୀ କେହି ହେଲେ ବି ଜାଣି ନାହାଁନ୍ତି । ସର୍ବବ୍ୟାପୀ କହିବା ଦ୍ୱାରା କ’ଣ ଜୀବନ କାହାଣୀ ପ୍ରମାଣିତ ହେଉଛି କି? ତୁମେ ସନ୍ତାନମାନେ ଏବେ ପରମପିତା ପରମାତ୍ମାଙ୍କର ଜୀବନ କାହାଣୀକୁ ଜାଣୁଛ, ଅର୍ଥାତ୍ ଆଦି-ମଧ୍ୟ-ଅନ୍ତକୁ ଜାଣୁଛ । ବର୍ତ୍ତମାନର ସମୟକୁ ଆଦି କୁହାଯିବ । ଯେତେବେଳେ କି ବାବା ଆସି ପତିତମାନଙ୍କୁ ପାବନ କରାଉଛନ୍ତି, ପୁଣି ମଧ୍ୟରେ ଭକ୍ତିର ପାର୍ଟ ଚାଲୁଛି । ବାବା କହୁଛନ୍ତି ବର୍ତ୍ତମାନ ମୁଁ ଆସି ସ୍ଥାପନା କରୁଛି, କରାଉଛି । ମୁଁ ହିଁ କରନ କରାବନହାର ଅର୍ଥାତ୍ ମୁଁ ହିଁ କରେ ଏବଂ କରାଏ । ପ୍ରେରଣାକୁ କରିବା ବୋଲି କୁହାଯିବ ନାହିଁ । ବାବା ଆସି ଏହାଙ୍କ ଅର୍ଥାତ୍ ବ୍ରହ୍ମାଙ୍କ କର୍ମେନ୍ଦ୍ରିୟ ଦ୍ୱାରା କରୁଛନ୍ତି, ଏଥିରେ ପ୍ରେରଣାର କୌଣସି କଥା ନାହିଁ । କରନ-କରାବନହାର ନିଶ୍ଚୟ ସମ୍ମୁଖରେ ହିଁ କରାଇବେ । ପ୍ରେରଣା ଦ୍ୱାରା କିଛି ହେଲେ ବି ହୋଇପାରିବ ନାହିଁ । ଶରୀର ବିନା ଆତ୍ମା କିଛି ବି କରିପାରିବ ନାହିଁ । ଅନେକ କହନ୍ତି ଈଶ୍ୱର ହିଁ ପ୍ରେରଣା ଦ୍ୱାରା ସବୁ କିଛି କରିଥା’ନ୍ତି । ବାବା ଆପଣ ପ୍ରେରଣା କରନ୍ତୁ, ମୋ ପତିଙ୍କର ବୁଦ୍ଧି ଠିକ୍ ହୋଇଯାଉ । ବାବା କହୁଛନ୍ତି - ପ୍ରେରଣାର ତ ଏଥିରେ କୌଣସି କଥା ହିଁ ନାହିଁ । ତା’ ହେଲେ ପୁଣି ଶିବଜୟନ୍ତୀ କାହିଁକି ପାଳନ କରାଯାଉଛି । ପ୍ରେରଣା ଦ୍ୱାରା କାମ ହେଲେ ପୁଣି ଆସିବେ ହିଁ କାହିଁକି? ପ୍ରଥମତଃ ଈଶ୍ୱର କି ପ୍ରକାରର ଜିନିଷ, ଏକଥା ଜାଣି ନାହାଁନ୍ତି । କେବଳ କହିଦେଉଛନ୍ତି ଯେ ଈଶ୍ୱରଙ୍କର ପ୍ରେରଣା ଦ୍ୱାରା ସବୁ କିଛି ହେଉଛି । ନିରାକାର ପ୍ରେରଣା ଦ୍ୱାରା କିପରି କରିବେ? ସିଏ ତ କରାଇଥା’ନ୍ତି । ଏଠାକୁ ଆସି ରାସ୍ତା ବତାଇଥା’ନ୍ତି । କର୍ମେନ୍ଦ୍ରିୟ ଦ୍ୱାରା ମୁରଲୀ ଶୁଣାଉଛନ୍ତି । କର୍ମେନ୍ଦ୍ରିୟର ଆଧାର ନ ନେବା ପର୍ଯ୍ୟନ୍ତ ମୁରଲୀ କିପରି ଶୁଣାଇବେ । ଜ୍ଞାନର ସାଗର ହୋଇଥିବାରୁ ଶୁଣାଇବା ପାଇଁ ମୁଖ ଦରକାର ନା ।

ଏବେ ତୁମେମାନେ ସାରା ଦୁନିଆର ଆଦି-ମଧ୍ୟ-ଅନ୍ତକୁ ଜାଣିସାରିଛ । ତୁମକୁ ସମ୍ପୂର୍ଣ୍ଣ ଜ୍ଞାନ ମିଳିଛି । ଜାଣୁଛନ୍ତି ଜ୍ଞାନ ବିନା ଗତି ନାହିଁ । ଜ୍ଞାନ କିଏ ଦେବ । ଅଜ୍ଞାନ ମାର୍ଗ ଓ ଜ୍ଞାନ ମାର୍ଗ ମଧ୍ୟରେ ପାର୍ଥକ୍ୟ ଦେଖ ନା । ବିଜ୍ଞାନ ବୋଲି ମଧ୍ୟ କହୁଛନ୍ତି । ଅଜ୍ଞାନ ହେଉଛି ଅନ୍ଧକାର, ତେବେ ଜ୍ଞାନ ଓ ବିଜ୍ଞାନକୁ ଆମେ ମୁକ୍ତି-ଜୀବନମୁକ୍ତି ମଧ୍ୟ କହିପାରିବୁ । ତୁମକୁ ଏବେ ପବିତ୍ର ହେବାର ଜ୍ଞାନ ମିଳୁଛି । ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । କେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ । କହିବେ ଆତ୍ମା ଜ୍ଞାନ ନେଉଥିବାରୁ ନିଶ୍ଚୟ ଆତ୍ମା ସେହି ସଂସ୍କାର ନେଇକରି ଯିବ ନା । ମନୁଷ୍ୟରୁ ଦେବତା ହେଉଛ ତେଣୁ ଜ୍ଞାନ ତ ରହିବା ଆବଶ୍ୟକ । କିନ୍ତୁ ବାବା ବୁଝାଉଛନ୍ତି ଏହା ପ୍ରାଲବ୍ଧ ନିମନ୍ତେ ପୁରୁଷାର୍ଥ ଅଟେ । ପ୍ରାଲବ୍ଧ ମିଳିଗଲେ ପୁଣି ଜ୍ଞାନର ଆବଶ୍ୟକତା ନାହିଁ । ସତ୍ୟଯୁଗ ହେଉଛି ତୁମ ସନ୍ତାନମାନଙ୍କ ପାଇଁ ପ୍ରାଲବ୍ଧ । ଏହି କଥା ଶୁଣିବା ମାତ୍ରେ ହିଁ ଆଶ୍ଚର୍ଯ୍ୟ ହେବେ । ଏହି ଜ୍ଞାନ ପରମ୍ପରା ଅନୁସାରେ କାହିଁକି ଚାଲୁ ନାହିଁ, ବାବା କହୁଛନ୍ତି ଏହା ପ୍ରାୟ ଲୋପ ହୋଇଯାଇଥାଏ । ଦିନ ହୋଇଗଲା ତେବେ ଆଉ ପୁଣି ଅଜ୍ଞାନ ତ ନାହିଁ, ଯାହା ଫଳରେ କି ଜ୍ଞାନର ଆବଶ୍ୟକତା ପଡିବ । ଏହା ମଧ୍ୟ ବୁଝିବା ଓ ବୁଝାଇବାର କଥା । ତୁରନ୍ତ କେହି ବୁଝିପାରିବେ ନାହିଁ । ଶିବବାବା ପିଲାମାନଙ୍କ ପାଇଁ ଉପହାର ନେଇ ଭାରତକୁ ହିଁ ଆସିଥା’ନ୍ତି, ଭକ୍ତିର ଫଳ ଦେବା ପାଇଁ । ଭକ୍ତି ପରେ ହେଉଛି ସଦ୍‌ଗତି । ଏହି ବିନାଶ ମଧ୍ୟ ନିଶ୍ଚୟ ହେବ । ସେ ସବୁର ଲକ୍ଷଣ ଦେଖାଯାଉଛି । ତୁମେ ଶୁଣିବ-ଅଗ୍ନିକଣା ପଡିବା ମାତ୍ରେ ଘଣ୍ଟେ ଦୁଇଘଣ୍ଟାରେ ସାରା ଘର ଜଳି ଭସ୍ମ ହୋଇଯାଇଛି । ଏହା କୌଣସି ନୂଆ କଥା ନୁହେଁ, ବିନାଶ ତ ନିଶ୍ଚୟ ହେବ । ସତ୍ୟଯୁଗରେ କମ୍ ମନୁଷ୍ୟ ରହିବେ, ସମସ୍ତେ ଶ୍ରେଷ୍ଠାଚାରୀ ହେବେ । ତେବେ ଶ୍ରେଷ୍ଠାଚାରୀ ହେବାରେ କେତେ ପରିଶ୍ରମ କରିବାକୁ ପଡୁଛି । ମାୟା ଏକଦମ୍ ନାକରୁ ଧରିପକାଉଛି । ଏହିପରି ନିମ୍ନଗାମୀ ହେଲେ ବହୁତ ଆଘାତ ଲାଗିଥାଏ । ସମୟ ବି ଲାଗିଯାଇଥାଏ । ସବୁଠାରୁ ବଡ ଆଘାତ ହେଉଛି କାମ ବିକାରର, ସେଥିପାଇଁ କୁହାଯାଉଛି - କାମ ମହାଶ୍ରତୁ ଅଟେ । ଏହା ହିଁ ପତିତ କରାଉଛି । ବିକାର ପାଇଁ ହିଁ ଝଗଡା ହୋଇଥାଏ । ଯଦି ବିକାର ପାଇଁ ଛାଡିବେ ନାହିଁ ତେବେ ନିଶ୍ଚୟ କହିବେ ଯେ - ଏହାଠାରୁ ବାସନ ମାଜିବା ଭଲ । ବରଂ ଝାଡୁପୋଛା ଲଗାଇବୁ, କିନ୍ତୁ ପବିତ୍ର ରହିବୁ, ଏଥିରେ ବହୁତ ହିମ୍ମତ ଆବଶ୍ୟକ । ଯଦି କେହି ବାବାଙ୍କ ଶରଣରେ ଆସନ୍ତି, ତେବେ ମାୟା ମଧ୍ୟ ଲଢେଇ କରିବା ଆରମ୍ଭ କରିଦେଇଥାଏ । ୫ ବିକାରର ରୋଗ ଆହୁରି ଅଧିକ ହଇରାଣ କରିଥାଏ । ପ୍ରଥମେ ତ ସମ୍ପୂର୍ଣ୍ଣ ନିଶ୍ଚୟ ବୁଦ୍ଧି ହେବା ଦରକାର । ତେଣୁ ଏହି ଜୀବଦଶାରୁ ମରିବାକୁ ହେବ । ଏଠାରୁ ତୁମେ ଲଙ୍ଗର ଉଠାଇ ନେଲଣି । କଳିଯୁଗୀ, ବିକାରୀ କୂଳ ତୁମେ ଛାଡି ଦେଇଛ । ଏବେ ଆମେ ଯାତ୍ରା କରୁଛୁ - ଆମେ ଅଶରୀରୀ ହୋଇ ନିଜ ଘରକୁ ଯାଉଛୁ । ଆତ୍ମାର ଏହି ଜ୍ଞାନ ରହିଛି ଯେ ଆମେ ଗୋଟିଏ ଶରୀର ଛାଡି ଆଉ ଗୋଟିଏ ଶରୀରକୁ ଯିବୁ । ଆମେ ଘର ସଂସାରରେ ରହି ପଦ୍ମଫୁଲ ସମାନ ପବିତ୍ର ହୋଇ ଯାତ୍ରା କରୁଛୁ । ବୁଦ୍ଧିରେ ମନେ ରହୁ ଯେ ଏହା ହେଉଛି ଶ୍ମଶାନଘାଟ, ପୁଣି ଆମେ ସୁଖଧାମକୁ ଯିବୁ । ଆମକୁ ବାବା ସମ୍ପତ୍ତି ଦେବା ପାଇଁ ଉପାୟ ବତାଉଛନ୍ତି । ପବିତ୍ର ହେବା ପାଇଁ ଆମେ ଯୋଗରେ ରହୁଛୁ । ବାବାଙ୍କ ସ୍ମୃତିରେ ରହିବା ଦ୍ୱାରା ହିଁ ବିକର୍ମ ବିନାଶ ହେବ, ତେବେ ଯାଇ ଆତ୍ମା ଶରୀର ଛାଡିବ । ଏହି ଯାତ୍ରା କେତେ ଆଶ୍ଚଯ୍ୟଜନକ ଅଟେ । କେବଳ ବାବା ଓ ନିଜର ରାଜଧାନୀକୁ ୟାଦ କର । ଏତିକି ସହଜ କଥା ମଧ୍ୟ ମନେ ପଡୁ ନାହିଁ । କେବଳ ଅଲଫ ଅର୍ଥାତ୍ ବାବାଙ୍କୁ ମନେ ପକାଅ, ବାସ୍ କିନ୍ତୁ ମାୟା ଏତିକି ବି ମନେ ପକାଇବାକୁ ଦେଉନାହିଁ, ବହୁତ ମେହନତ ଲାଗୁଛି । ଆତ୍ମାକୁ ଜ୍ଞାନ ମିଳିଛି, ଆମର ବାବା ଆସିଛନ୍ତି । ଆତ୍ମା ପାଠପଢୁଛି ନା । ଆତ୍ମା ଶରୀର ଦ୍ୱାରା ଜନ୍ମ ନେଉଛି । ଆତ୍ମା ଭାଇ-ଭାଇ ଅଟେ । ଦେହ-ଅଭିମାନରେ ଆସିବା ଦ୍ୱାରା ପୁଣି ଅନେକ ସମ୍ବନ୍ଧ ହୋଇଯାଉଛି । ଏଠାରେ ତୁମେ ଭାଇ-ଭଉଣୀ ହୋଇଗଲ । ପରସ୍ପର ମଧ୍ୟରେ ତୁମେ ଭାଇ-ଭାଇ ବି ଅଟ, ଭଉଣୀ ଭାଇ ମଧ୍ୟ ଅଟ । ଏହା ପ୍ରବୃତ୍ତି ମାର୍ଗ ଅଟେ ନା । ଉଭୟଙ୍କୁ ସମ୍ପତ୍ତି ଦରକାର । ଆତ୍ମା ହିଁ ପୁରୁଷାର୍ଥ କରୁଛି । ନିଜକୁ ଆତ୍ମା ବୋଲି ଭାବିବା - ଏହା ହିଁ ମେହନତ । ଦେହ-ଅଭିମାନ ନ ରହୁ । ଶରୀର ନ ଥିଲେ ବିକାରୀ କିପରି ହେବ । ଆମେ ଆତ୍ମା ଅଟୁ, ଆମକୁ ବାବାଙ୍କ ପାଖକୁ ଯିବାକୁ ହେବ । ଶରୀରର ସ୍ମୃତି ହିଁ ନ ରହୁ । ଯେତେ ଯେତେ ଯୋଗୀ ହୋଇଚାଲିବ, କର୍ମେନ୍ଦ୍ରିୟ ସେତେ ଶାନ୍ତ ହୋଇଯିବ । ଦେହ-ଅଭିମାନରେ ଆସିବା ଦ୍ୱାରା କର୍ମେନ୍ଦ୍ରିୟ ଚଞ୍ଚଳ ହୋଇଥାଏ । ଆତ୍ମା ଜାଣିଛି ମୋତେ ପ୍ରାପ୍ତି ହେଉଛି । ଶରୀରରୁ ଅଲଗା ହୋଇଗଲେ, କର୍ମେନ୍ଦ୍ରିୟ ଶାନ୍ତ ହୋଇଯିବ । ସନ୍ନ୍ୟାସୀମାନେ ଔଷଧ ଖାଇ କର୍ମେନ୍ଦ୍ରିୟକୁ ଶାନ୍ତ କରିଥାନ୍ତି । ତାହା ତ ହଠଯୋଗ ହୋଇଗଲା ନା । ତୁମକୁ ଯୋଗଦ୍ୱାରା କାର୍ଯ୍ୟ କରିବାକୁ ହେବ । କ’ଣ ଯୋଗବଳ ଦ୍ୱାରା ତୁମେ କର୍ମେନ୍ଦ୍ରିୟକୁ ଅଧୀନ କରିପାରିବ ନାହିଁ? ଯେତେ ଯେତେ ଆତ୍ମ-ଅଭିମାନୀ ହୋଇ ଚାଲିବ, କର୍ମେନ୍ଦ୍ରିୟଗୁଡିକ ସେତେ ଶାନ୍ତ ହୋଇ ଯିବେ । ବହୁତ ମେହନତ କରିବାକୁ ପଡୁଛି, କାରଣ ଏହାର ପ୍ରାପ୍ତି ତ ବହୁତ ଉଚ୍ଚ ଅଟେ ନା । ବାବା କହୁଛନ୍ତି - ଯୋଗବଳ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ । କର୍ମେନ୍ଦ୍ରିୟ ଉପରେ ବିଜୟ ପ୍ରାପ୍ତ କରୁଛ, ସେଥିପାଇଁ ଭାରତର ଯୋଗ ପ୍ରସିଦ୍ଧ ଅଟେ । ତୁମେ ମନୁଷ୍ୟରୁ ଦେବତା, ପତିତରୁ ପାବନ ହେଉଛ । ପ୍ରଜା ମଧ୍ୟ ସ୍ୱର୍ଗବାସୀ ତ ହେବେ ନା । ଯୋଗବଳ ଦ୍ୱାରା ତୁମେ ସ୍ୱର୍ଗବାସୀ ହେଉଛ । ବାହୁବଳ ଦ୍ୱାରା ହୋଇପାରିବ ନାହିଁ । ଏଥିରେ କିଛି ଅଧିକ ମେହନତ ନାହିଁ । କୁମାରୀମାନଙ୍କ ପାଇଁ ଯେପରି କୌଣସି ମେହନତ ହିଁ ନାହିଁ । ସେମାନେ ସ୍ୱାଧୀନ ଅଟନ୍ତି । ବିକାରରେ ଗଲେ ବଡ ପଞ୍ଚାୟତ ହୋଇଯାଉଛି । କୁମାରୀ ରହିବା ଭଲ ନଚେତ୍ ପୁଣି ଅଧର କୁମାରୀ ନାମ ଲାଗିଯିବ । ଯୁଗଳ ମଧ୍ୟ କାହିଁକି ହେବ! ଏଥିରେ ମଧ୍ୟ ନାମ ରୂପର ନିଶା ଚଢୁଛି । ଏହା ମଧ୍ୟ ମୂର୍ଖାମୀ ଅଟେ । ଯୁଗଳ ହେବା ପରେ ପବିତ୍ର ରହିବା ପାଇଁ ବହୁତ ସାହସ ଦରକାର । ଜ୍ଞାନର ପୁରା ପରାକାଷ୍ଠା ଦରକାର । ଅନେକ ଅଛନ୍ତି ଯିଏକି ସାହସ କରୁଛନ୍ତି, କିନ୍ତୁ ବିକାରର ତାପ ଲାଗିଲେ ଖେଳ ସମାପ୍ତ ହୋଇଯାଇଥାଏ, ସେଥିପାଇଁ ବାବା କହୁଛନ୍ତି କୁମାରୀ ରହିବା ବରଂ ଭଲ । ଅଧରକୁମାରୀ ହେବାର କଳ୍ପନା ମଧ୍ୟ କାହିଁକି କରିବ? କୁମାରୀମାନଙ୍କର ନାମ ପ୍ରସିଦ୍ଧ ହୋଇଥାଏ । ସେମାନେ ବାଳ ବ୍ରହ୍ମଚାରୀ ଅଟନ୍ତି । ବାଳ ବ୍ରହ୍ମଚାରୀ ହୋଇ ରହିବା ଭଲ, ଶକ୍ତି ରହିଥାଏ । ଅନ୍ୟ କାହାରି ସ୍ମୃତି ଆସିବ ନାହିଁ । କିନ୍ତୁ ଯଦି ସାହସ ଅଛି ତେବେ କରିକି ଦେଖାଅ, କିନ୍ତୁ ଏଥିରେ ମେହନତ ରହିଛି । ଦୁଇଜଣ ହୋଇଯାଇଥା’ନ୍ତି ନା । କୁମାରୀ ହେଲେ ଏକା ରହିବେ । ଦୁଇଜଣ ହେଲେ ଦ୍ୱୈତ ମତ ଆସିଯାଇଥାଏ । ଯେତେ ପର୍ଯ୍ୟନ୍ତ ସମ୍ଭବ କୁମାରୀ ହୋଇ ରହିବା ଭଲ । କୁମାରୀ ସେବା କରିବା ନିମନ୍ତେ ବାହାରି ପାରିବେ । ବନ୍ଧନରେ ପଡିବା ଦ୍ୱାରା ପୁଣି ବନ୍ଧନର ବୃଦ୍ଧି ହୋଇଥାଏ । ଏହିପରି ଜାଲ ବିଛାଇବା କ’ଣ ଦରକାର ଯେଉଁଠି ବୁଦ୍ଧି ଜାଲରେ ଛନ୍ଦି ହୋଇଯିବ । ଏପରି ଜାଲରେ ଛନ୍ଦି ହେବା ଠିକ୍ ନୁହେଁ । କୁମାରୀମାନଙ୍କ ପାଇଁ ତ ବହୁତ ଭଲ । କୁମାରୀମାନଙ୍କ ନାମର ଟେକ ମଧ୍ୟ ରହିଛି । କହ୍ନେୟା ନାମର ମହିମା ରହିଛି ନା । କୁମାରୀ ହୋଇ ରହିବା ବହୁତ ଭଲ । ତାଙ୍କ ପାଇଁ ବହୁତ ସହଜ । ବିଦ୍ୟାର୍ଥୀ ଜୀବନ ପବିତ୍ର ଜୀବନ ମଧ୍ୟ ଅଟେ । ବୁଦ୍ଧି ମଧ୍ୟ ସତେଜ ରହିଥାଏ । କୁମାରମାନଙ୍କୁ ଭୀଷ୍ମ ପିତାମହଙ୍କ ସଦୃଶ ହେବାକୁ ପଡିବ । କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲେ, ସେଥିପାଇଁ ତ ଦିଲୱାଡା ମନ୍ଦିରରେ ସ୍ମୃତିଚିହ୍ନ କରାଯାଇଛି ।

ଏବେ ବାବା ପିଲାମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ମୋତେ ମନେ ପକାଅ । ଆଉ ସବୁ କଥାକୁ ଛାଡି ତୁମେ ନିଜର କଲ୍ୟାଣ କର । ବାବାଙ୍କୁ ମନେ ପକାଇବାରେ ହିଁ କଲ୍ୟାଣ ରହିଛି । ଭୁଲ ହୋଇଯାଉଛି, ପିଲାମାନେ ତଳକୁ ପଡିଯାଉଛନ୍ତି, ତୁମେ ପରଚିନ୍ତନକୁ ଛାଡି ନିଜର କଲ୍ୟାଣ କର । ଅନ୍ୟର ଚିନ୍ତନ କର ହିଁ ନାହିଁ । ତୁମେ ସୁବର୍ଣ୍ଣ ପରି ହୋଇ ଅନ୍ୟମାନଙ୍କୁ ରାସ୍ତା ବତାଅ । ସତ୍ତ୍ୱପ୍ରଧାନ ହେବାର ଏହା ହିଁ ଏକମାତ୍ର ଉପାୟ । ପବିତ୍ର ନ ହେଲେ ତୁମେ ମୁକ୍ତିଧାମକୁ ଯାଇପାରିବ ନାହିଁ । ଉପାୟ ହେଉଛି, ଗୋଟିଏ ପୁଣି ଅନ୍ତ ସମୟର ମତି ଅନୁସାରେ ଗତି ହୋଇଯିବ । ପରଚିନ୍ତନ ପରଦର୍ଶନ ଛାଡିଦିଅ । ନଚେତ୍ ନିଜର ହିଁ କ୍ଷତି କରିବ । ବାବା କୌଣସି ଅଭିଶାପ ଦେଉନାହାଁନ୍ତି । ଶ୍ରୀମତରେ ନ ଚାଲିବା ଦ୍ୱାରା ନିଜକୁ ହିଁ ନିଜେ ଶ୍ରାପିତ କରୁଛନ୍ତି । ଆଚ୍ଛା-

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଶ୍ଚୟ ବୁଦ୍ଧି ହୋଇ ବଞ୍ଚି ଥାଉ ଥାଉ ଏହି ପୁରୁଣା ଦୁନିଆରୁ ନିଜର ବୁଦ୍ଧିରୂପୀ ଲଙ୍ଗର ଉଠାଇ ନେବାକୁ ହେବ । ବାବାଙ୍କର ପ୍ରତ୍ୟେକ ଆଜ୍ଞାକୁ ପାଳନ କରି ନିଜର କଲ୍ୟାଣ କରିବାକୁ ହେବ ।

(୨) ଅନ୍ୟର ଚିନ୍ତନ ଛାଡି ନିଜର ବୁଦ୍ଧିକୁ ସୁବର୍ଣ୍ଣ ସଦୃଶ କରିବାକୁ ହେବ । ପରଦର୍ଶନ-ପରଚିନ୍ତନରେ ନିଜର ସମୟ ନଷ୍ଟ କରିବାର ନାହିଁ । ଯୋଗବଳ ଦ୍ୱାରା ନିଜର କର୍ମେନ୍ଦ୍ରିୟକୁ ଶାନ୍ତ ଏବଂ ଶୀତଳ କରିବାକୁ ହେବ ।

ବରଦାନ:-
ନିଜର ବିଜୟ ବା ସଫଳତାକୁ ନିଶ୍ଚିତ ମନେ କରି ସର୍ବଦା ନିଶ୍ଚିନ୍ତ ରହୁଥିବା ନିଶ୍ଚୟବୁଦ୍ଧି ଭବ ।

ଯେଉଁ ପିଲାମାନେ ସର୍ବଦା ବାବାଙ୍କ ପ୍ରତି, ନିଜର ଅଭିନୟ ପ୍ରତି ଏବଂ ଡ୍ରାମାର ପ୍ରତ୍ୟେକ ସେକେଣ୍ଡର ଦୃଶ୍ୟ ପ୍ରତି ୧୦୦ ପ୍ରତିଶତ ନିଶ୍ଚୟବୁଦ୍ଧି ଅଟନ୍ତି, ସେମାନଙ୍କର ବିଜୟ ବା ସଫଳତା ସୁନିଶ୍ଚିତ ଅଟେ । ସେମାନଙ୍କର ବିଜୟ ସୁନିଶ୍ଚିତ ହୋଇଥିବା କାରଣରୁ ସେମାନେ ସର୍ବଦା ନିଶ୍ଚିନ୍ତ ରହିଥାଆନ୍ତି । ସେମାନଙ୍କର ଚେହେରାରେ ଚିନ୍ତାର କୌଣସି ବି ରେଖା ଦେଖାଯାଏ ନାହିଁ । ସେମାନଙ୍କ ଭିତରେ ସର୍ବଦା ନିଶ୍ଚୟ ରହିଥାଏ ଯେ ଏହି କାର୍ଯ୍ୟ ବା ଏହି ସଂକଳ୍ପ ସଫଳ ହୋଇକରି ହିଁ ରହିଛି । ସେମାନଙ୍କ ଭିତରେ କେବେ ବି କୌଣସି କଥାରେ ପ୍ରଶ୍ନ ଉଠିପାରିବ ନାହିଁ ।

ସ୍ଲୋଗାନ:-
ଶୁଣିବା ଏବଂ ଶୁଣାଇବା ଭିତରେ ଭାବନା ଏବଂ ଭାବ ଅର୍ଥାତ୍ ଉଦ୍ଦେଶ୍ୟକୁ ପରିବର୍ତ୍ତନ କରିଦେବା ହିଁ ବାତାବରଣକୁ ଖରାପ କରିବା ।

ଅବ୍ୟକ୍ତ ଈଶାରା:- ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।

ସମ୍ପୂର୍ଣ୍ଣ ପବିତ୍ରତା ହିସାବରେ ବ୍ୟର୍ଥ ସଂକଳ୍ପ ମଧ୍ୟ ଅପବିତ୍ରତାର ବୀଜ ଅଟେ । ତେବେ ବ୍ୟର୍ଥ ସଂକଳ୍ପ ଚାଲିବାର ସଂସ୍କାର ଏବେ ମଧ୍ୟ ଅଧିକାଂଶ ପିଲାଙ୍କ ଭିତରେ ରହିଛି । ବ୍ୟର୍ଥ ସଂକଳ୍ପର ଆଧାର ମନ ହିଁ ଅଟେ, ଯାହାକି ମନମନାଭବ ସ୍ଥିତିରେ ରହିବା ପାଇଁ ଦେଇ ନ ଥାଏ, ସେଥିପାଇଁ ଶ୍ରୀମତ ରୂପକ ଲଗାମକୁ ଟାଇଟ୍ କରି ବ୍ୟର୍ଥ ସଂକଳ୍ପର ଅପବିତ୍ରତାକୁ ସମାପ୍ତ କର ।