01.09.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ଚ୍ୟାରିଟୀ ବିଗିନ୍ସ୍ ଆଟ୍ ହୋମ୍ ଅର୍ଥାତ୍ ଦାନ-ପୁଣ୍ୟ ପ୍ରଥମେ ନିଜ ଘରୁ ହିଁ ଆରମ୍ଭ ହୁଏ ।
ନିଜର ପରିବାର ଲୋକମାନଙ୍କୁ ଜ୍ଞାନ ଶୁଣାଅ, ନିଜର ସମସାଥୀମାନଙ୍କର କଲ୍ୟାଣ କର ।”
ପ୍ରଶ୍ନ:-
କେଉଁ ଶ୍ରୀମତର
ପାଳନ କରୁଥିବା ପିଲାମାନେ ନିଜର ଅବସ୍ଥାକୁ ଏକରସ ବା ସ୍ଥିର ରଖିପାରିବେ?
ଉତ୍ତର:-
ଅବସ୍ଥାକୁ ଏକରସ ରଖିବା ପାଇଁ ବାବାଙ୍କର ଶ୍ରୀମତ ହେଉଛି ପିଲାମାନେ ପ୍ରତିଦିନ ସକାଳୁ-ସକାଳୁ
ଅମୃତବେଳାରୁ ଉଠି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଅ । ନିଜକୁ ଆତ୍ମା ମନେ କର ଏବଂ ବାବା
ଯାହା ଶୁଣାଉଛନ୍ତି ତାକୁ ଶୁଣ । ଯଦି ବାବାଙ୍କୁ ମନେ ନ ପକାଇବ, ତେବେ ମନରେ ଫାଲତୁ ବିଚାର ଚାଲିବ,
ବ୍ୟର୍ଥ ସଂକଳ୍ପ ଆସିବ ସେଥିପାଇଁ ବାବା ଶ୍ରୀମତ ଦେଉଛନ୍ତି - ପିଲାମାନେ ପ୍ରତିଦିନ ସକାଳୁ ସକାଳୁ
ଉଠି ନିଜେ ନିଜ ସହିତ ପ୍ରତିଜ୍ଞା କର ଯେ ଚାଲିବା, ବୁଲିବା, ଖାଇବା... ଭୋଜନ ପ୍ରସ୍ତୁତ କରିବା
ସମୟରେ କେବଳ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବି ।
ଓମ୍ ଶାନ୍ତି ।
ମିଠା-ମିଠା
ପିଲାମାନେ ଜାଣିଛନ୍ତି ଯେ ଆତ୍ମିକ ପିତା ହେଉଛନ୍ତି ସବୁ ଆତ୍ମାଙ୍କର ପିତା ଯିଏକି ସର୍ବୋଚ୍ଚ
ଅଟନ୍ତି, ତାଙ୍କୁ ହିଁ ଶିବାୟ ନମଃ କୁହାଯାଏ । ତାଙ୍କୁ ଫାଦର ଅର୍ଥାତ୍ ପିତା ମଧ୍ୟ କୁହାଯାଏ,
ସେହି ପିତା ସ୍ୱର୍ଗର ରଚୟିତା ଅଟନ୍ତି, ଯାହାଙ୍କୁ ପତିତ-ପାବନ, ଜ୍ଞାନର ସାଗର କୁହାଯାଏ । ଏବେ
ତୁମେ ଜାଣୁଛ ଆମେ ତାଙ୍କ ସାଥୀରେ ବସିଛୁ । ଏହି କଥା ତୁମ ସନ୍ତାନମାନଙ୍କୁ ବୁଝାଇବାକୁ ହେବ ।
ଯେପରି କୌଣସି ଏକ ଗୀତା ପାଠଶାଳାରେ ଶ୍ରୀକୃଷ୍ଣଙ୍କର ଗୋଟିଏ ୬ ଫୁଟ ଲମ୍ବାର ଚିତ୍ର ଥିଲା । ତେବେ
ଶ୍ରୀକୃଷ୍ଣଙ୍କୁ ବାସ୍ତବରେ ଛୋଟ ପିଲା ରୂପରେ ହିଁ ଦେଖାଇଥାଆନ୍ତି ପୁଣି କହିଥାନ୍ତି ସିଏ ଗୀତାର
ଭଗବାନ ଥିଲେ । ତେବେ ସିଏ ଗୀତା କେବେ ଶୁଣାଇଲେ? ବାଲ୍ୟାବସ୍ଥାରେ ନା ଯେତେବେଳେ ୬ ଫୁଟ ଉଚ୍ଚର
ହୋଇଗଲେ ସେତେବେଳେ ଶୁଣାଇଲେ? ରାଧା ଏବଂ କୃଷ୍ଣଙ୍କର ଯୋଡି ଥିଲା । ରାଧା, କୃଷ୍ଣଙ୍କର କ’ଣ ଥିଲେ?
ରାଧାଙ୍କୁ ଭଗବତୀ ଏବଂ କୃଷ୍ଣଙ୍କୁ ଭଗବାନ କହୁଛନ୍ତି । ଏହି ଦୁଇଜଣଙ୍କର ସମ୍ବନ୍ଧ କ’ଣ, ଏକଥା
କାହାକୁ ଜଣା ନାହିଁ । ଶ୍ରୀକୃଷ୍ଣ ଗୀତାର ଉପଦେଶ ଦେଇଥିଲେ କିନ୍ତୁ କେବେ? ଯେତେବେଳେ ତୁମେ
ଏହିଭଳି ପ୍ରଶ୍ନ ସବୁ ପଚାରିବ ତେବେ ମନୁଷ୍ୟ ବୁଝିଯିବେ ଯେ ଏକଥା ବ୍ରହ୍ମାକୁମାର-କୁମାରୀମାନଙ୍କ
ବ୍ୟତୀତ ଆଉ କେହି ପଚାରି ପାରିବେ ନାହିଁ । କେହି ବଡ ବଡ ରାଜା ଆଦି ହୋଇଥିଲେ ମଧ୍ୟ ସେମାନେ
ସନ୍ନ୍ୟାସୀମାନଙ୍କୁ ଦେଖିଲେ ତାଙ୍କ ପାଦ ତଳେ ନିଶ୍ଚିତ ପଡିଯିବେ । ଏ ବିଷୟରେ କାହାର ମଧ୍ୟ
ପଚାରିବାର ସାହାସ ନ ଥାଏ । ତୁମେ ତ ସାହାସ କରୁଛ । କହିବେ ବ୍ରହ୍ମାକୁମାରୀମାନଙ୍କ ଭିତରେ ଏତେ
ଜ୍ଞାନ ଅଛି ଯାହାକି ରଚୟିତା ଏବଂ ରଚନାର ଜ୍ଞାନ ଏହିଭଳି ଭାବରେ ଦେଇପାରୁଛନ୍ତି । ରାଧା
କୃଷ୍ଣଙ୍କର ଜୀବନକାହାଣୀ ମଧ୍ୟ ଶୁଣାଉଛନ୍ତି । ତୁମେ ସମସ୍ତଙ୍କୁ ପଚାରିପାରିବ ଯେ ଶିବଜୟନ୍ତୀ
ପାଳନ କରୁଛ, ପୂଜା ମଧ୍ୟ କରୁଛ ତେବେ ସିଏ ନିଶ୍ଚିତ କେବେ ଆସିଥିବେ, ତେଣୁ ଶିବଜୟନ୍ତୀ ଅଥବା
ଶିବରାତ୍ରୀ ପାଳନ ହେଉଛି । ସିଏ କେବେ ଆସିଥିଲେ? ଶିବବାବା ତ ନିରାକାର ଅଟନ୍ତି ତାଙ୍କର ନିଜର
ଶରୀର ନାହିଁ । ଯଦି ଶିବଜୟନ୍ତୀ ପାଳନ କରୁଛନ୍ତି, ତେବେ ନିଶ୍ଚିତରେ ଶରୀରରେ ଆସିଥିବେ?
ନିରାକାରଙ୍କର ଜୟନ୍ତୀ ବା ଜନ୍ମଦିନ କିପରି ହୋଇପାରିବ? ଆତ୍ମା ତ ଅମର ଅଟେ । ଜୟନ୍ତୀ ସେତେବେଳେ
ପାଳନ ହୁଏ ଯେତେବେଳେ ମରିବେ ଏବଂ ଜନ୍ମ ହେବେ । ଆତ୍ମାର ଜୟନ୍ତୀ ହୋଇ ନ ଥାଏ । ଆତ୍ମା ତ ଅବିନାଶୀ
ଅଟେ । ଏପରି କୁହାଯିବ ନାହିଁ ଯେ ଆତ୍ମାର ଜୟନ୍ତୀ । ଶିବ ତ ହେଉଛନ୍ତି ନିରାକାର, ତାଙ୍କର ଲିଙ୍ଗ
ରୂପରେ ଚିତ୍ର ବା ମୂର୍ତ୍ତି ରଖାଯାଇଛି । ତୁମ ସନ୍ତାନମାନଙ୍କର ଏହି ବିଚାର ଅଥବା ଚିନ୍ତନ ରହିବା
ଦରକାର । ଏଠାରୁ ନିଜର ଘର ବା କର୍ମଧନ୍ଦାରେ ଯିବା କାରଣରୁ ଏହି ସବୁ କଥା ବୁଦ୍ଧିରୁ ବାହାରି
ଯାଉଛି । ଚିନ୍ତନ ଚାଲୁ ନାହିଁ । ଗୁରୁମାନଙ୍କର ଆକର୍ଷଣ ରୂପକ ଜଞ୍ଜିରରେ ମଧ୍ୟ ବହୁତ ମନୁଷ୍ୟ ଫସି
ରହିଛନ୍ତି । ସେକଥା ନ କହିଲେ ଭଲ । ଅବଳାମାନେ ବହୁତ ସରଳ ଅଟନ୍ତି ନା । ତୁମେ ସେମାନଙ୍କୁ ପଚାରି
ପାରିବ ଯେ ଶିବ ଜୟନ୍ତୀ ତ ପାଳନ ହେଉଛି କିନ୍ତୁ ସିଏ କିଏ? ସିଏ କେବେ ଆସିଥିଲେ ଏବଂ କ’ଣ କରିଥିଲେ?
ଜୟନ୍ତୀମାନେ ହିଁ ଜନ୍ମ । ନିରାକାର ଶିବଙ୍କର ଜନ୍ମଦିନ ପାଳନ କଲ, ସିଏ ତ ନିରାକାର ଅଟନ୍ତି, ତେବେ
ତାଙ୍କର ପୁଣି ଜନ୍ମଦିନ କିପରି ପାଳନ ହେଉଛି? ସିଏ କାହା ଶରୀରରେ ଆସିଲେ? ଆତ୍ମା ଯେତେବେଳେ
ଶରୀରକୁ ଆସିଥାଏ ସେତେବେଳେ କୁହାଯାଏ ଜନ୍ମ ହୋଇଗଲା । ଆତ୍ମା ତ ଆତ୍ମା ହିଁ ଅଟେ । ଯେତେବେଳେ
ଶରୀରରେ ପ୍ରବେଶ କରିଥାଏ ସେତେବେଳେ କୁହାଯାଏ ଆତ୍ମା ଅଭିନୟ କରିବା ପାଇଁ ଶରୀର ଧାରଣ କଲା । ସିଏ
ତ ନିରାକାର ଅଟନ୍ତି । ସିଏ କିପରି ଜନ୍ମ ହେଲେ? କାହା ଶରୀରରେ ଆସିଲେ? ତାଙ୍କୁ ତ ପରମାତ୍ମା
କୁହାଯାଏ । ଏହି କଥା କାହାକୁ ମଧ୍ୟ ଜଣାନାହିଁ । ଯଦିଓ ବହୁତ ଶାସ୍ତ୍ର ଆଦି ପଢିଛନ୍ତି କିନ୍ତୁ
କିଛି ହେଲେ ବି ଜଣା ନାହିଁ । ଏବେ ତୁମେ ଜ୍ଞାନରେ ଭରପୁର ଅଟ । ଏବେ ତୁମକୁ ଜ୍ଞାନ ହିଁ
ଶୁଣାଇବାକୁ ହେବ । କେହି କେହି ୨-୩ ବର୍ଷ ଆସିଲା ପରେ ପୁଣି ଅଜ୍ଞାନର ପ୍ରବେଶତା ହୋଇଯାଇଥାଏ ।
ବାବା ପୁଣି ଅଜ୍ଞାନକୁ ବାହାର କରି ଜ୍ଞାନର ଧାରଣା କରାଇଥା’ନ୍ତି । ଏବେ ତୁମ ସନ୍ତାନମାନଙ୍କୁ
ଜ୍ଞାନ ଦିଆଯାଉଛି । ଯଦି ପରିବାରର ପୁରୁଷ ଜ୍ଞାନରେ ଥିବ, ସ୍ତ୍ରୀ ଅଜ୍ଞାନରେ ଥିବ ତେବେ ଯେପରି
ହଂସ ଏବଂ ବଗୁଲା ହୋଇଯିବେ, ସେଥିପାଇଁ ପଥମେ ତ ସ୍ତ୍ରୀକୁ ଜ୍ଞାନ ଦେବା ଦରକାର । ସ୍ତ୍ରୀ ପତିକୁ
ଗୁରୁ ଈଶ୍ୱର ବୋଲି ମାନିଥାଏ ତେଣୁ ସ୍ତ୍ରୀକୁ ଗୁରୁଙ୍କର ଆଜ୍ଞା ମାନିବା ଉଚିତ୍ ନା । ଏସବୁ
ଏଇଠିକାର କଥା । ସେଠାରେ ଅର୍ଥାତ୍ ନୂଆ ଦୁନିଆରେ ତ ଆଜ୍ଞା ମାନିବା ବା ନ ମାନିବାର ପ୍ରଶ୍ନ ହିଁ
ଉଠେ ନାହିଁ । ସମସ୍ତେ ସ୍ନେହର ସହିତ ଚଳନ୍ତି । ସେଠାରେ ଅର୍ଥାତ୍ ସତ୍ୟଯୁଗରେ ଏଭଳି କୌଣସି କଥା
ହୁଏ ହିଁ ନାହିଁ, ତେଣୁ ଚ୍ୟାରିଟୀ ବିଗନ୍ସ୍ ଆଟ୍ ହୋମ୍ । ପରିବାରର ଯଦି ସ୍ତ୍ରୀ ଜ୍ଞାନରେ ଆସୁଛି
କିନ୍ତୁ ପତି ଜ୍ଞାନରେ ଆସୁନାହିଁ ତେବେ ସିଏ କ’ଣ କରିପାରିବ! ଭୁଁ-ଭୁଁ କରିବାକୁ ପଡିବ ।
ପିଲାଛୁଆଙ୍କୁ ମଧ୍ୟ ଭୁଁ-ଭୁଁ କରିବାକୁ ହେବ ଅର୍ଥାତ୍ ଜ୍ଞାନ ଶୁଣାଇବାକୁ ହେବ । ନିଜର ସମସାଥୀ
ମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ । ସେମାନଙ୍କୁ ମଧ୍ୟ କୁହ ବାବାଙ୍କୁ ମନେ ପକାଅ । ଏବେ ତ
ଲଢେଇ ଅର୍ଥାତ୍ ଯୁଦ୍ଧ ସମ୍ମୁଖରେ ଉପସ୍ଥିତ, ବାବା ମଧ୍ୟ ଆସି ଯାଇଛନ୍ତି । ମନୁଷ୍ୟ ଡାକୁଛନ୍ତି
ହେ ପତିତ-ପାବନ ଆସ । ବର୍ତ୍ତମାନ ପତିତ ଦୁନିଆର ବିନାଶ ହେବାର ଅଛି, ତେବେ ତୁମେ ପୁଣି ପତିତ
କାହିଁକି ହେଉଛ! ଯଦି କେହି ମାତା ଜ୍ଞାନ ମାର୍ଗରେ ଚାଲୁଛନ୍ତି ତେବେ ତାଙ୍କର କର୍ତ୍ତବ୍ୟ ହେଲା
ନିଜର ସମସାଥୀଙ୍କର ଅର୍ଥାତ୍ ମାତାମାନଙ୍କର କଲ୍ୟାଣ କରିବା । ଏବେ ତୁମେ ବାବାଙ୍କଠାରୁ ୨୧ ଜନ୍ମ
ପାଇଁ ସାରା ରାଜ୍ୟ ନେଉଛ । ତୁମକୁ କେହି ହାତ ଲଗାଇପାରିବେ ନାହିଁ । ତୁମେ ସାରା ବିଶ୍ୱର ମାଲିକ
ହେଉଛ । ଦେଖ କେତେ ପାର୍ଥକ୍ୟ ରହିଛି । ଏଭଳି ସମ୍ପତ୍ତି ଦେଲାବାଲାଙ୍କୁ କେତେ ମନେ ପକାଇବା
ଦରକାର । ଏଠାରେ ତ ବହୁତ ଅଛନ୍ତି ଯେଉଁମାନେ କି ସାରା ଦିନ ଭିତରେ ଶିବବାବାଙ୍କୁ ଥରେ ହେଲେ ମନେ
ହିଁ ପକାଉ ନାହାଁନ୍ତି । ସାରା ଦିନ ଘରର କର୍ମଧନ୍ଦାର, ଝିଞ୍ଜଟ ଭିତରେ ହିଁ ରହୁଛନ୍ତି । ନହେଲେ
ସକାଳୁ ଉଠି ବାବାଙ୍କୁ ବହୁତ ସ୍ନେହରେ ୟାଦ କରିବା ଉଚିତ୍ । ବାବା ଆପଣଙ୍କ ସହିତ ମୁଁ ପ୍ରତିଜ୍ଞା
କରୁଛି ଯେ ମୁଁ ଆପଣଙ୍କଠାରୁ ସମ୍ପତ୍ତି ନିଶ୍ଚିତ ନେବି । ବାବା ଆପଣ କେତେ ମିଠା ଅଟନ୍ତି ।
ଆପଣଙ୍କ ସ୍ମୃତିରେ ମୋର ବିକର୍ମ ବିନାଶ ହେବ । ଭିତରେ ଭିତରେ ନିଜ ସହିତ କଥାବାର୍ତ୍ତା ହେବାକୁ
ବିଚାର ସାଗର ମନ୍ଥନ କରିବା କୁହାଯାଏ । ବାବା ଆପଣଙ୍କଠାରୁ ମୁଁ ପୂରା ସମ୍ପତ୍ତି ନିଶ୍ଚିତ ନେବି
। ଏବେ ମୋତେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ନିଶ୍ଚିତ ହେବାକୁ ପଡିବ, ତେବେ ଯାଇ ସତ୍ୟଯୁଗୀ ରାଜ୍ୟ
ପାଇବି । ବାବା ଆପଣଙ୍କୁ ମୁଁ ନିରନ୍ତର ମନେ ପକାଇବି । ୬୩ ଜନ୍ମରେ ମୁଁ କେତେ ପାପ କର୍ମ କରି
ଆସିଛି । ମୋ ମୁଣ୍ଡ ଉପରେ କେତେ ପାପର ବୋଝ ରହିଛି ସେଥିପାଇଁ ବାବା ମୁଁ ଆପଣଙ୍କୁ ବହୁତ ମନେ
ପକାଉଛି । ବାବା ମୁଁ ରୋଷେଇ କଲାବେଳେ, ବୁଲିଲା ବେଳେ ଆପଣଙ୍କ ସ୍ମୃତିରେ ରହିବି । ଏହିଭଳି
କଥାବାର୍ତ୍ତା କରି, ପ୍ରତିଜ୍ଞା କରିବା ଦ୍ୱାରା ତୁମର ବିକର୍ମ ବିନାଶ ହୋଇ ଚାଲିବ । ବାବା ମୁଁ
ଆପଣଙ୍କ ସ୍ମୃତିରେ ହିଁ ଭୋଜନ ପ୍ରସ୍ତୁତ କରିବି । ମୋତେ ସତ୍ତ୍ୱପ୍ରଧାନ ନିଶ୍ଚିତ ହେବାର ଅଛି ।
ଜଣାନାହିଁ କାଲି ଯଦି ଶରୀର ତ୍ୟାଗ କରିଦେବି ତେବେ ମୁଁ ସତ୍ୱପ୍ରଧାନ ହୋଇପାରିବି କି ନାହିଁ ।
ମୃତ୍ୟୁର ଡର ରହିଛି ନା । ବାବା ମୁଁ ବଞ୍ଚିଥିବା ଭିତରେ ଆପଣଙ୍କଠାରୁ ସମ୍ପତ୍ତି ନିଶ୍ଚିତ ନେବି
। ପୁଣି ଦେଖିବା ମଧ୍ୟ ଆବଶ୍ୟକ ଯେ ଆଜି ସାରା ଦିନ ଭିତରେ ମୁଁ କେତେ ସମୟ ବାବାଙ୍କୁ ମନେ ପକାଇଛି?
ଯେ କୌଣସି ପରିସ୍ଥିତିରେ ସ୍ମୃତିର ଯାତ୍ରାରେ ନିଶ୍ଚିତ ରହିବାକୁ ହେବ । ଗୃହସ୍ଥ ବ୍ୟବହାରରେ
ମଧ୍ୟ ରହିବାକୁ ହେବ । ନିୟମ ପୂର୍ବକ ଚଳିବାକୁ ପଡିବ । ଏହିଭଳି ତୀବ୍ରଗତିରେ ଯଦି ପୁରୁଷାର୍ଥରେ
ଲାଗିଯିବ ତେବେ ସ୍ମୃତି ବି ରହିବ ଏବଂ ଆୟୁଷ ମଧ୍ୟ ବଢିବ । ଭବିଷ୍ୟତରେ ତୁମର ଆୟୁଷ ବଢିବ, ଯଦି
ବାବାଙ୍କୁ ମନେ ନ ପକାଇବ ତେବେ ତୁମର ପଦ ମଧ୍ୟ କମ୍ ହୋଇଯିବ । ପୁରୁଷାର୍ଥ କରି ବାବାଙ୍କଠାରୁ
ସମ୍ପତ୍ତି ତ ନେବାକୁ ହେବ ନା ଏବଂ ସ୍ୱଦର୍ଶନ ଚକ୍ରଧାରୀ ମଧ୍ୟ ହେବାକୁ ପଡିବ । ଯେପରି
ହିନ୍ଦୁମାନଙ୍କୁ ଖ୍ରୀଷ୍ଟିୟାନ କରିବା ପାଇଁ ନନ୍ସ ଅର୍ଥାତ୍ ଖ୍ରୀଷ୍ଟିୟାନ ଧର୍ମ ପ୍ରଚାରିକା ମାନେ
ବହୁତ ବୁଲୁଛନ୍ତି । ଘରମାନଙ୍କୁ, ଦୋକାନମାନଙ୍କୁ ଯାଉଛନ୍ତି, ସମସ୍ତଙ୍କୁ କହୁଛନ୍ତି ବାଇବେଲ ନିଅ,
ଅମୁକ ନିଅ । ଆମ ଖ୍ରୀଷ୍ଟିୟାନ ଧର୍ମରେ ବହୁତ ସୁଖ ଅଛି । ସେମାନଙ୍କର ମଧ୍ୟ ମିଶନ ଅର୍ଥାତ୍
ପ୍ରଚାରକ ମଣ୍ଡଳୀ ରହିଛି, ବୌଦ୍ଧିମାନଙ୍କର ମଧ୍ୟ ମିଶନ ରହିଛି । ହିନ୍ଦୁମାନେ ଏକଥା ବୁଝି ପାରୁ
ନାହାଁନ୍ତି ଯେ ଏମାନେ କ’ଣ କରୁଛନ୍ତି! ଆମ ହିନ୍ଦୁ ଧର୍ମବାଲାଙ୍କୁ ଖ୍ରୀଷ୍ଟିୟାନ କରିଚାଲିଛନ୍ତି
। ତୁମେମାନେ ପ୍ରଦର୍ଶନୀରେ କେତେ ବୁଝାଉଛ । ଯଦିଓ ମତାମତ ମଧ୍ୟ ଲେଖିକରି ଦେଉଛନ୍ତି, କିନ୍ତୁ
ଘରକୁ ଯିବା ପରେ ସବୁ ଭୁଲିଯାଉଛନ୍ତି । ସେଥିପାଇଁ ଗାୟନ ରହିଛି - ମାଙ୍କଡ ଗଳାରେ ରତ୍ନମାଳ
ପକାଇଲେ ସିଏ ପଥର ମନେ କରି ଫୋପାଡି ଦେବ । ତେବେ ଏମାନେ ମଧ୍ୟ ଅବିନାଶୀ ଜ୍ଞାନ ରତ୍ନକୁ ପଥର ମନେ
କରି ଫୋପାଡି ଦେଉଛନ୍ତି । ଏମାନେ ତ କିଛି ବୁଝିପାରୁ ନାହାଁନ୍ତି । ହଁ, ଯେଉଁମାନେ ଏହି ଧର୍ମର
ଅର୍ଥାତ୍ ଦେବୀ-ଦେବତା ଧର୍ମର ହୋଇଥିବେ ସେହିମାନଙ୍କୁ ହିଁ ଅନୁଭବ ହେବ । କଥା ତ ବହୁତ ସହଜ ।
ବାବା ସ୍ୱର୍ଗର ରଚୟିତା ଅଟନ୍ତି । ବାବା କଳ୍ପରେ ଥରେ ମାତ୍ର ହିଁ ଭାରତକୁ ଆସିଥା’ନ୍ତି ।
ବାବା କହୁଛନ୍ତି ତୁମ୍ଭେମାନେ ମୋତେ ଅର୍ଥାତ୍ ପତିତ-ପାବନ ବାବାଙ୍କୁ ଡାକି ଆସିଛ । ଏବେ ମୁଁ
ଆସିଛି ତୁମକୁ ସ୍ୱର୍ଗର ମାଲିକ କରିବା ପାଇଁ । ତୁମ୍ଭେମାନେ ମଧ୍ୟ କହୁଛ ଯେ ଆମେ ଏହି
ଭ୍ରଷ୍ଟାଚାରୀ ସୃଷ୍ଟିକୁ ଶ୍ରେଷ୍ଠଚାରୀ ନିଶ୍ଚିତ କରିବୁ । ଏବେ ତ ସମସ୍ତେ ନର୍କବାସୀ ଅଟନ୍ତି ।
ତୁମେ ଏବେ ଶିବବାବାଙ୍କର ଶ୍ରୀମତରେ ଚାଲୁଛ । ଶିବ ଭଗବାନଉବାଚ - ମୁଁ ତୁମକୁ ସ୍ୱର୍ଗର ମାଲିକ
ରାଜାମାନଙ୍କର ରାଜା କରୁଛି । ଗୀତାରେ ବହୁତ ଭଲ ଭଲ କଥା ଲେଖା ହୋଇଛି, କହୁଛନ୍ତି ମୁଁ ଏହି
ସାଧୁମାନଙ୍କର ମଧ୍ୟ ଉଦ୍ଧାର କରିବା ପାଇଁ ଆସୁଛି । ତେଣୁ ଏହା ସେମାନଙ୍କୁ ମଧ୍ୟ ଶୁଣାଇବା
ଆବଶ୍ୟକ । ଡାକୁଛନ୍ତି ମଧ୍ୟ ପତିତ-ପାବନ ସୀତାମାନଙ୍କର ରାମ, ଏବେ ଏହାର ଅର୍ଥ ମଧ୍ୟ ଜାଣି
ନାହାଁନ୍ତି । ସମସ୍ତେ ହେଲେ ଭକ୍ତିନୀ ଅଥବା ସୀତାମାନେ । ସେମାନେ ଡାକୁଛନ୍ତି ହେ ରାମ ଏଠାକୁ ଆସି
ସୀତାମାନଙ୍କୁ ଉଦ୍ଧାର କର । ପୁଣି କହୁଛନ୍ତି ରଘୁପତି ରାଘବ ରାଜା ରାମ...ବାସ୍ତବରେ ରାଜା
ରାମଙ୍କର କଥା ନୁହେଁ । ମୁଖ୍ୟ ଭୁଲ୍ ହେଉଛି ଶିବଙ୍କ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କର ନାମ
ଲେଖିଦେଇଛନ୍ତି । ପଚାରିବା ଉଚିତ୍ ଯେ କୃଷ୍ଣ ବା ରାମଙ୍କୁ କଳା କାହିଁକି ଦେଖାଯାଇଛି? ସତ୍ୟଯୁଗ
ଏବଂ ତ୍ରେତାରେ ସୁନ୍ଦର ଅଥବା ପବିତ୍ର ହିଁ ଥା’ନ୍ତି, ତାପରେ ପୁଣି ଶ୍ୟାମ ବା ପତିତ ହୋଇଥା’ନ୍ତି
। ପ୍ରଥମେ ହେଲା ଗୋଲଡେନ୍ ଏଜ ବା ସତ୍ୟଯୁଗ, ତାପରେ ସିଲଭର ଏଜ୍, କପର, ଆଇରନ୍ ଏଜ୍ (ତ୍ରେତା,
ଦ୍ୱାପର, କଳି) ବର୍ତ୍ତମାନ ହେଲା କଳିଯୁଗ । ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଭାରତର କେତେ
ସମ୍ମାନ ଥିଲା, ତେଣୁ ବହୁତ କୌଶଳପୂର୍ବକ ବୁଝାଇବା ଉଚିତ୍ । ସେମାନେ ଏତେ ସହଜରେ ତାଙ୍କର ଜିଦ୍ରୁ
ଓହରିବେ ନାହିଁ । ବୃ଼କ୍ଷର ଆୟୁଷ ଯେତେବେଳେ ଅଧିକ ହୋଇଯାଏ ତେବେ ବୃ’କ୍ଷ ଜୀର୍ଣ୍ଣଶୀର୍ଣ୍ଣ
ହୋଇଯାଏ, ଆୟୁଷ ତ ଏହି ଦୁନିଆର ମଧ୍ୟ ଅଛି ନା । ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ । ପୁରୁଣା
ଅର୍ଥାତ୍ କଳିଯୁଗ, ତମୋପ୍ରଧାନ ଦୁନିଆ । ଏଥିରେ କେହି ଜଣେ ହେଲେ ବି ସତ୍ତ୍ୱପ୍ରଧାନ ରହିପାରିବେ
ନାହିଁ । ଏବେ ତମୋପ୍ରଧାନତାର ବିନାଶ ହେବାର ଅଛି । ତେବେ ନୂଆ ଦୁନିଆ କିଏ ସ୍ଥାପନ କରିବେ? ସେହି
ପିତା । ଏମିତି ନୁହେଁ ଯେ ପ୍ରଳୟ ହୋଇଯିବ । ବାବାଙ୍କୁ ସେତେବେଳେ ଡାକିଥାଆନ୍ତି ଯେତେବେଳେ ପତିତ
ହୋଇଯାଆନ୍ତି । ତେଣୁ କହିଥାଆନ୍ତି ଆସି ପବିତ୍ର କର । ତେବେ ତ ନିଶ୍ଚୟ ଆସିବେ ପୁରୁଣା ଦୁନିଆରେ
। ଯେହେତୁ ପତିତ-ପାବନ ବୋଲି କହୁଛନ୍ତି, ତେଣୁ ନିଶ୍ଚିତ ଅନ୍ତିମ ସମୟରେ ହିଁ ଆସିବେ । ସିଏ ନିଜେ
କହୁଛନ୍ତି ମୁଁ କଳ୍ପ-କଳ୍ପ ଧରି କଳ୍ପର ସଂଗଯୁଗରେ ହିଁ ଆସୁଛି - ପାବନ ଦୁନିଆ ତିଆରି କରିବା ପାଇଁ
। ଏବେ ହେଲା ସଂଗମଯୁଗ ।
ଏବେ ବାବା ସମସ୍ତଙ୍କୁ ସଦ୍ଗତିକୁ ନେଇଯାଉଛନ୍ତି । ତେଣୁ ଏଭଳି ବାବାଙ୍କ ଶ୍ରୀମତରେ ଚାଲିବା
ଉଚିତ୍ ନା । ନିଜର ଅବସ୍ଥାକୁ ମଜବୁତ କରିବାକୁ ହେବ । ଅମୃତବେଳାରୁ ଉଠି ବାବାଙ୍କୁ ୟାଦ କରିବାକୁ
ହେବ । ନିଜକୁ ଆତ୍ମା ମନେ କରିବାକୁ ହେବ । ଏସବୁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଟେ । ବାବା କହୁଛନ୍ତି
- ହେ ପିଲାମାନେ ମୁଁ ତୁମକୁ ଯାହା ଶୁଣାଉଛି, ତାହା ଶୁଣ । ମୁକ୍ତି-ଜୀବନମୁକ୍ତି ପାଇବା ପାଇଁ ଆଉ
କାହାରି କଥା ଶୁଣ ନାହିଁ । ପରମଧାମରୁ ବାବା ଆସିଛନ୍ତି ପାବନ କରିବା ପାଇଁ ତେବେ ତୁମେ ପୁରୁଣା
ଶାସ୍ତ୍ର ପୁରାଣକୁ କାହିଁକି ମନେ ପକାଉଛ? ଭକ୍ତି ଏଇଥିପାଇଁ କରିଥା’ନ୍ତି ଯେ ଭଗବାନ ମିଳିବେ ।
ତେବେ ସିଏ ତ ସମସ୍ତଙ୍କର ସଦ୍ଗତି ଦାତା ବାବା ଅଟନ୍ତି ନା । ବାବାଙ୍କ ବ୍ୟତିତ ଏହି ଜ୍ଞାନ ଆଉ
କେହି ଦେଇପାରିବେ ନାହିଁ । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ଏହି ରାଜ୍ୟ କିପରି ମିଳିଲା? ଆତ୍ମା
ପାଇଁ କହୁଛନ୍ତି ତାହା ବିନ୍ଦୁ ଅଟେ । ଭ୍ରୃକୁଟୀ ମଝିରେ ବିଚିତ୍ର ତାରକା ଚମକୁଛି । ବାବା
ବୁଝାଉଛନ୍ତି ତୁମ୍ଭେମାନେ ମୋତେ କହୁଛ ପରମପିତା ପରମାତ୍ମା । ଲୌକିକ ପିତାଙ୍କୁ କେବେ ପରମାତ୍ମା
କୁହାଯିବ କି? ପରମାତ୍ମା ଯିଏକି ପରମଧାମରେ ରହୁଛନ୍ତି, ତାଙ୍କୁ କୁହାଯାଉଛି ସୁପ୍ରିମ ସୋଲ୍ ଅଥବା
ପରମ ଆତ୍ମା । ସିଏ ତୁମର ପିତା ଅଟନ୍ତି । ସିଏ ଆସି ୟାଙ୍କ ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ
ପ୍ରବେଶ କରୁଛନ୍ତି । ଗୁରୁ ଶିଷ୍ୟଙ୍କ ପାଖରେ ବସିବେ ନା । ଏହି ସବୁ କଥା କୌଣସି ଶାସ୍ତ୍ରରେ ନାହିଁ
। ଏବେ ତୁମେ ଜାଣିଛ ସିଏ ଆମର ପିତା ଅଟନ୍ତି । ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବାବା ଆସି ଯୋଗ
ଶିଖାଇଥିଲେ ଯେ ମୋତେ ମନେ ପକାଅ ଏବଂ ବିଷ୍ଣୁପୁରୀକୁ ମନେ ପକାଅ, ତେଣୁ ନିଶ୍ଚିତ ସଂଗମଯୁଗରେ ହିଁ
କହିବେ । ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା । ତେବେ ନିଶ୍ଚିତ ପୁନର୍ବାର ଗୋଟିଏ ଧର୍ମ ହିଁ ହେବ ନା
। ଏତେ ସବୁ ଧର୍ମ ବିନାଶ ହୋଇଯିବ । ଏହା ସେହି ସମୟ ଅଟେ । ବାବା କହୁଛନ୍ତି - ମୋତେ ମନେ ପକାଅ,
ତେବେ ମୁଁ ତୁମକୁ ବିଶ୍ୱର ମାଲିକ କରିଦେବି । ବାବାଙ୍କ ସ୍ମୃତିରେ ରହିଲେ ହିଁ ତୁମେ ତମୋପ୍ରଧାନରୁ
ସତ୍ତ୍ୱପ୍ରଧାନ ହେବ । ବାବା କହୁଛନ୍ତି - ଯେଉଁ ପିଲାମାନେ ଭଲ ସେବା କରୁଛନ୍ତି, ମୁଁ ତାଙ୍କୁ
ସ୍ମରଣ କରୁଛି କାହିଁକି ନା ସେମାନେ ମୋର ସହଯୋଗୀ ଅଟନ୍ତି । ଅନେକଙ୍କର କଲ୍ୟାଣ କରୁଛନ୍ତି, ତେଣୁ
ସେମାନେ ମୋତେ ପ୍ରିୟ ଲାଗୁଛନ୍ତି । ତୁମକୁ ତ ଏକମାତ୍ର ବାବା ହିଁ ପ୍ରିୟ ଲାଗୁଛନ୍ତି,
ଯାହାଙ୍କଠାରୁ ସମ୍ପତ୍ତି ମିଳୁଛି, ସେଥିପାଇଁ ତୁମ ସନ୍ତାନମାନଙ୍କୁ ବହୁତ ଭଲ ଭାବରେ ପୁରୁଷାର୍ଥ
କରିବାକୁ ପଡିବ । ୟାଦର ଯାତ୍ରାରେ ରହିବାକୁ ହେବ । ବହୁତ ଏଣୁ ତେଣୁ ବ୍ୟର୍ଥ ବିଚାର ମଧ୍ୟ ଆସିବ
। ଭକ୍ତିମାର୍ଗରେ ନିଜକୁ ଦଣ୍ଡ ମଧ୍ୟ ଦେଇଥାନ୍ତି ଯେ ମୋତେ ଶିବଙ୍କର ଦର୍ଶନ ମିଳୁ । ଦର୍ଶନ କରିବା
ପାଇଁ ବହୁତ ପରିଶ୍ରମ କରିଥାନ୍ତି । ଏଠାରେ ତୁମେ ଜାଣୁଛ ଯେ ବାବାଙ୍କ ସ୍ମୃତିରେ ରହିଲେ ପାପ
କଟିଯିବ ଏବଂ ୨୧ ଜନ୍ମ ପାଇଁ ସମ୍ପତ୍ତି ମିଳିବ । ଦର୍ଶନ ହେବା ଦ୍ୱାରା କୌଣସି ପାପ କଟିଯାଏ ନାହିଁ
। ବାବା ଯିଏକି ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ ତ ବହୁତ ସ୍ନେହରେ ମନେ ପକାଇବା ଉଚିତ୍ । ଏବେ
ତୁମର ବୁଦ୍ଧିରେ ରହିଛି ଯେ ଆମେ କ’ଣ ହେଉଛୁ । ପରବର୍ତ୍ତୀ ଜନ୍ମରେ ମୁଁ ଏଇଆ ହେବି । ଏହା
ସତ୍ୟଯୁଗର ରାଜକୁମାର-କୁମାରୀ ହେବାର ହିଁ କଲେଜ ଅଟେ । ବାବା ଆସି ଧର୍ମର ସ୍ଥାପନା ସହ ଦୈବୀ
ରାଜଧାନୀ ମଧ୍ୟ ସ୍ଥାପନ କରୁଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମୁକ୍ତି
ଜୀବନମୁକ୍ତି ପାଇବା ପାଇଁ ବାବା ଯେଉଁ ଜ୍ଞାନର କଥା ଶୁଣାଉଛନ୍ତି, ତାହାକୁ ହିଁ ଶୁଣିବାର ଅଛି ଏବଂ
ଧାରଣ କରିବାର ଅଛି, ବାକି ଆଉ ସବୁ ଭୁଲିଯିବାର ଅଛି । ନିଜର ଏବଂ ନିଜର ଲୌକିକ ପରିବାରର କଲ୍ୟାଣ
କରିବାର ଅଛି ।
(୨) ବ୍ୟର୍ଥ ଚିନ୍ତନକୁ ସମାପ୍ତ କରିବା ପାଇଁ ସକାଳୁ-ସକାଳୁ ଉଠି ବିଚାର ସାଗର ମନ୍ଥନ କରିବାର ଅଛି
। ବାବାଙ୍କ ସ୍ମୃତିର ଯାତ୍ରାରେ ସଦା ତତ୍ପର ହେବାର ଅଛି ।
ବରଦାନ:-
ଜ୍ଞାନ ଯୋଗର
ଶକ୍ତିଶାଳୀ କିରଣ ଦ୍ୱାରା ପୁରୁଣା ସଂସ୍କାର ରୂପକ କୀଟାଣୁ ଗୁଡିକୁ ଭସ୍ମ କରୁଥିବା ମାଷ୍ଟର
ଜ୍ଞାନସୂର୍ଯ୍ୟ ଭବ ।
କିପରି ବି ବାତାବରଣକୁ
ପରିବର୍ତ୍ତନ କରିବା ପାଇଁ ଅଥବା ପୁରୁଣା ସଂସ୍କାର ରୂପକ କୀଟାଣୁ ଗୁଡିକୁ ଭସ୍ମ କରିବା ପାଇଁ ଏହି
ସ୍ମୃତି ରହୁ ଯେ ମୁଁ ମାଷ୍ଟର ଜ୍ଞାନ ସୂର୍ଯ୍ୟ ଅଟେ । ତେବେ ସୂର୍ଯ୍ୟର କର୍ତ୍ତବ୍ୟ ହେଲା ଆଲୋକ
ପ୍ରଦାନ କରିବା ସହିତ ଅଳିଆ ଆବର୍ଜନାକୁ ମଧ୍ୟ ନଷ୍ଟ କରିବା । ତେଣୁ ଜ୍ଞାନ ଯୋଗର ଶକ୍ତି ବା
ଶ୍ରେଷ୍ଠ ଚାଲିଚଳନ ଦ୍ୱାରା ଏହି କର୍ତ୍ତବ୍ୟ କରୁଥାଅ । ଯଦି ଶକ୍ତି କମ୍ ଥିବ ତେବେ ଜ୍ଞାନ କେବଳ
ଆଲୋକ ପ୍ରଦାନ କରିବ କିନ୍ତୁ ପୁରୁଣା ସଂସ୍କାର ରୂପକ କୀଟାଣୁଗୁଡିକ ନଷ୍ଟ ହେବେ ନାହିଁ, ସେଥିପାଇଁ
ପ୍ରଥମେ ଯୋଗ ତପସ୍ୟା ଦ୍ୱାରା ନିଜେ ଶକ୍ତିଶାଳୀ ହୁଅ ।
ସ୍ଲୋଗାନ:-
ଶୁଭଭାବନା,
ଶୁଭକାମନାର ଶ୍ରେଷ୍ଠ ସଂକଳ୍ପ ହିଁ ଜମାର ଖାତାକୁ ବଢାଇଥାଏ ।
ଅବ୍ୟକ୍ତ ଈଶାରା:- ଏବେ
ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର ।
ବର୍ତ୍ତମାନ ସମୟରେ ତୁମେ
ପିଲାମାନେ ନିଜର ଦୟାଶୀଳ ଏବଂ ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର । ତୁମମାନଙ୍କର ସବୁ ପ୍ରକାରର
ଭଣ୍ଡାରଗୁଡିକ ନିରନ୍ତର ଖୋଲା ରହିବା ଦରକାର । ନିଜର ଅନାଦି, ଆଦି ଦାତାପଣିଆର ସଂସ୍କାରକୁ ଜୀବନରେ
ସଦାସର୍ବଦା ଜାଗ୍ରତ ରଖି, ପରମାତ୍ମ ସନ୍ଦେଶ ବାହକ ହୋଇ ସାରା ବିଶ୍ୱରେ ବାବାଙ୍କର ପ୍ରତ୍ୟକ୍ଷତାର
ସନ୍ଦେଶର ପ୍ରଚାର ପ୍ରସାର କର । ବେହଦର ଦାତା ହୋଇ ବିଶ୍ୱ ରୂପକ ଗୋଲକ ଉପରେ ଛିଡା ହୋଇ ବେହଦ
ବିଶ୍ୱର ସେବା ପ୍ରତି ପ୍ରକମ୍ପନ ବିଚ୍ଛୁରିତ କର । ମହାନ ଦାତା ହୁଅ ।