01.11.26    Avyakt Bapdada     Odia Murli    05.03.2012     Om Shanti     Madhuban


“ଏବେ ଚାରିଆଡେ ଦୁଃଖ-ଅଶାନ୍ତି ବଢି ବଢି ଚାଲିଛି, ସେଥିପାଇଁ ନିଜର ବିଶ୍ୱ କଲ୍ୟାଣୀ ସ୍ୱରୂପକୁ ପ୍ରତ୍ୟକ୍ଷ କରି ମାନସିକ ସେବାକୁ ବଢାଅ, ବାବାଙ୍କର ସଙ୍ଗର ରଙ୍ଗ ଦ୍ୱାରା ଡବଲ ପବିତ୍ର ହୁଅ”


ଆଜି ବାପଦାଦା ପ୍ରତ୍ୟେକ ସନ୍ତାନର ଭାଗ୍ୟର ରେଖାଗୁଡିକୁ ଦେଖୁଛନ୍ତି । ମସ୍ତକରେ ଚମକୁଥିବା ତାରକାର ରେଖା, ନୟନରେ ସ୍ନେହ ତଥା ଶକ୍ତିର ରେଖା, ଓଠରେ ସ୍ମିତହାସ୍ୟର ରେଖା, ପାଦରେ ପ୍ରତି କଦମରେ ପଦ୍ମର ରେଖାକୁ ଦେଖୁଛନ୍ତି । ତୁମେମାନେ ମଧ୍ୟ ନିଜର ଭାଗ୍ୟର ରେଖାଗୁଡିକୁ ଦେଖି ହର୍ଷିତ ହେଉଛନା ! ଦିଲ୍ ଭିତରେ ଏହି ଗୀତ ଗାଉଛ ବାଃ ମୋ’ର ଭାଗ୍ୟ ବାଃ ! ପ୍ରତ୍ୟେକଙ୍କର ମସ୍ତକ ସେହି ଦିବ୍ୟ ତାରକା ଦ୍ୱାରା ଚମକୁଥିବାର ଦେଖି ବାପଦାଦା ମଧ୍ୟ ଖୁସି ହେଉଛନ୍ତି ଏବଂ ଦିଲ୍ ଭିତରେ ଏହି ଗୀତ ଗାଉଛନ୍ତି ବାଃ ପିଲାମାନେ ବାଃ! ଏବଂ ପିଲାମାନଙ୍କ ଦିଲ୍ ଭିତରେ ବାବା କେଉଁ ଗୀତ ଶୁଣୁଛନ୍ତି ? ବାଃ ବାବା ବାଃ ! ତେଣୁ ପିଲାମାନେ ମଧ୍ୟ ବାଃ ! ବାବା ମଧ୍ୟ ବାଃ ! ତେବେ ଏହି ସାରା ସଭାଟି କ’ଣ ହୋଇଗଲା ? ବାଃ! ବାଃ! ବାଃ! ତେଣୁ ନିଜର ଭାଗ୍ୟକୁ ଦେଖି ସର୍ବଦା ଏହିଭଳି ହର୍ଷିତ ରୁହ ଯେପରି ଏବେ ସମସ୍ତେ ହର୍ଷିତ ହେଉଛ । ଏହି ଭାଗ୍ୟ ତୁମମାନଙ୍କୁ ଏବେ ଏହି ସଙ୍ଗମ ଯୁଗରେ ହିଁ ମିଳୁଛି । ସଙ୍ଗମ ଯୁଗର ପ୍ରତ୍ୟେକ ମୁହୁର୍ତ୍ତର ବହୁତ ମୂଲ୍ୟ ରହିଛି । ସଙ୍ଗମ ଯୁଗର ଗୋଟିଏ ଗୋଟିଏ ମୁହୂର୍ତ୍ତ ଅବିନାଶୀ ହୋଇଯାଉଛି କାହିଁକିନା ପ୍ରତ୍ୟେକ ମୁହୁର୍ତ୍ତର ୨୧ ଜନ୍ମ ସହିତ ସମ୍ବନ୍ଧ ରହିଛି । ବର୍ତ୍ତମାନର ଏକ ସେକେଣ୍ଡର ସମ୍ବନ୍ଧ ୨୧ ଜନ୍ମ ସହିତ ରହିଛି । ତେଣୁ ଚେକ୍‌କର ଯେ ଗୋଟିଏ ମୁହୁର୍ତ୍ତ ବି ଯଦି ବ୍ୟର୍ଥରେ ଚାଲିଗଲା ତେବେ ଗୋଟିଏ ଜନ୍ମର କଥା ନୁହେଁ, ୨୧ ଜନ୍ମର ସମ୍ବନ୍ଧର କଥା ସେଥିପାଇଁ ବାପଦାଦା ପିଲାମାନଙ୍କୁ ସମୟ ସମୟରେ ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ ସଙ୍ଗମ ଯୁଗର ଗୋଟିଏ ମୁହୁର୍ତ୍ତକୁ ମଧ୍ୟ, ଗୋଟିଏ ସଂକଳ୍ପକୁ ମଧ୍ୟ ବ୍ୟର୍ଥରେ ନଷ୍ଟକର ନାହିଁ କାହିଁକିନା ଏହା ଦ୍ୱାରା ଗୋଟିଏ ଜନ୍ମ ନୁହେଁ କିନ୍ତୁ ୨୧ ଜନ୍ମ ପାଇଁ ବ୍ୟର୍ଥ ହୋଇ ଗଲା । ତେଣୁ ସଙ୍ଗମ ଯୁଗର ମହତ୍ୱକୁ ସବୁ ସମୟରେ ମନେରଖ ।

ବାପଦାଦା ବ୍ୟର୍ଥ ସମୟ ଏବଂ ବ୍ୟର୍ଥ ସଂକଳ୍ପର ହୋମୱାର୍କ ସମସ୍ତଙ୍କୁ ଦେଇଥିଲେ । ତେବେ ସମସ୍ତେ ହୋମୱାର୍କ କରିଛ ତ ? ଯେଉଁମାନେ ଭାବୁଛନ୍ତି ଆମର ସେଥିପ୍ରତି ଧ୍ୟାନ ରହିଥିଲା ଏବଂ ଅଧିକାଂଶ କ୍ଷେତ୍ରରେ ସଫଳତା ମଧ୍ୟ ପ୍ରାପ୍ତ କରିଛୁ, ଲକ୍ଷ୍ୟ ରଖିବାର ପରିଣାମ ସ୍ୱରୂପ ତାହା ଆମର ଲକ୍ଷଣରେ ଦେଖାଯାଉଛି, ସେମାନେ ହାତ ଉଠାଅ । ଆଚ୍ଛା ! ପାଣ୍ଡବମାନେ ହାତ ଉଠାଉଛ ତ ? ବଡ ହାତ ଉଠାଅ । ଏବେ ସୁଦ୍ଧା ସମସ୍ତେ ହୋମୱାର୍କ କରିନାହାନ୍ତି । ତେବେ ସଙ୍ଗମ ଯୁଗର ମହତ୍ୱକୁ ଯଦି ସଦା ସର୍ବଦା ବୁଦ୍ଧିରେ ରଖିବ ଯେ ଅବିନାଶୀ ବାବାଙ୍କ ଦ୍ୱାରା ଏହି କାର୍ଯ୍ୟ ମିଳିଛି, ଏହା ଦ୍ୱାରା ସବୁ ମୂହୁର୍ତ୍ତ ଅବିନାଶୀ ହୋଇଯିବ, କାହିଁକିନା ଅବିନାଶୀ ବାବା ବରଦାନ ଦେଇଛନ୍ତି, ତେବେ ନିଶ୍ଚିତ ସହଜ ହୋଇଯିବ ।

ବାବା ତ କହିସାରିଛନ୍ତି ଯେ ସବୁ ବ୍ରାହ୍ମଣ ପିଲାମାନଙ୍କର ପ୍ରତିପାଦରେ ଅର୍ଥାତ୍ କଦମ୍‌ରେ ପଦ୍ମର ରୋଜଗାର ରେଖା ଦେଖାଯାଉଛି । ତେବେ ଚିନ୍ତାକର ଯଦି ପ୍ରତି ପାଦରେ ପଦ୍ମର ରେଖା ରହିଛି, ତେବେ କେତେ ପଦ୍ମ ରୋଜଗାର କରିବାପାଇଁ ସଙ୍ଗମ ଯୁଗରେ ସୁବର୍ଣ୍ଣ ସୁଯୋଗ ମିଳିଛି । ତେଣୁ ପ୍ରତ୍ୟେକଙ୍କୁ ନିଜର ଏହି ଭାଗ୍ୟକୁ ସ୍ମୃତିରେ ରଖିବାକୁ ହେବ । କେତେକ ପିଲା ଭାବୁଛନ୍ତି ଯେ ବାପଦାଦା କ’ଣ ଚାହୁଁଛନ୍ତି ? ତେବେ ବାପଦାଦା ଏହିକଥା ଚାହୁଁଛନ୍ତି ଯେ ମୋ’ର ପ୍ରତ୍ୟେକ ସନ୍ତାନ ରାଜା ହୋଇଯାଆନ୍ତୁ । ଏବେ ସ୍ୱରାଜ୍ୟ ଅଧିକାରୀ ରାଜା, ଭବିଷ୍ୟତରେ ବିଶ୍ୱରାଜ୍ୟ ଅଧିକାରୀ । କେହି ବି ସନ୍ତାନ ଡବଲ ରାଜା ହେବାରୁ ବଞ୍ଚିତ ନ ରୁହନ୍ତୁ । ତେବେ ପ୍ରତ୍ୟେକ ସନ୍ତାନ ଡବଲ ରାଜ୍ୟ ଅଧିକାରୀ ଅଟ ତ! ମୁଣ୍ଡ ହଲାଅ । ତେଣୁ ବାବାଙ୍କୁ କେତେ ଖୁସି ଲାଗୁଛି ।

ବାବା ପ୍ରତ୍ୟେକ ଦିନ ପ୍ରତ୍ୟେକ ସନ୍ତାନର ରେକର୍ଡ ଦେଖୁଛନ୍ତି, ତେବେ କ’ଣ ଦେଖୁଛନ୍ତି ଜାଣିଛ ? ସମସ୍ତେ ନିଜର ଦିଲ୍ ଭିତରେ ତ ଜାଣିସାରିଥିବ । ରାଜ୍ୟ ଅଧିକାରୀ ତ ହୋଇ ଯାଇଛ କିନ୍ତୁ ଏବେ ଯେଉଁଭଳି ସ୍ୱରାଜ୍ୟ ଅଧିକାରୀ ଅଟ, ସ୍ୱରାଜ୍ୟ ଅଧିକାରୀ ଅର୍ଥାତ୍ ମନ, ବୁଦ୍ଧି ଏବଂ ସଂସ୍କାରକୁ ନିଜର ନିୟନ୍ତ୍ରଣ ଭିତରେ ଚଲାଉଥିବା ଆତ୍ମା । ଯେବେ ଇଚ୍ଛା, ଯେପରି ଇଚ୍ଛା ସେହିପରି ଅଧିକାର ଭିତରେ ରହୁଥିବେ । ଯେପରି ଏହିସବୁ ସ୍ଥୁଳ କର୍ମେନ୍ଦ୍ରିୟଗୁଡିକ, ହାତ, ଗୋଡ ଇତ୍ୟାଦି ନିଜର ନିୟନ୍ତ୍ରଣ ଭିତରେ ରହୁଛନ୍ତି ସେହିପରି ମନ, ବୁଦ୍ଧି, ସଂସ୍କାର ଉପରେ ଯେବେ ଇଚ୍ଛା, ଯେପରି ଇଚ୍ଛା ନିଜର ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତି କାର୍ଯ୍ୟ କରୁଥିବ । ଏବେ ଦେଖିବାକୁ ଗଲେ ଏଥିରେ ବହୁତ କମି ବେଶୀ ଦେଖାଯାଉଛି । କହୁଛ ଏସବୁ ମୋ’ର, ମୁଁ ମନ ନୁହେଁ, ମୋ’ର ମନ, ସଂସ୍କାର ମୋ’ର, ବୁଦ୍ଧି ମୋ’ର କିନ୍ତୁ ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତିରେ କ୍ରମାନ୍ୱୟ ବହୁତ ରହିଛି । ବାପଦାଦା ସମୟ ସମୟରେ ସମୟର ସୂଚନା ମଧ୍ୟ ଦେଇ ଆସିଛନ୍ତି, ସେହି ଅନୁସାରେ ତୁମ ପ୍ରତ୍ୟେକଙ୍କର ସ୍ୱାମାନ ହେଲା ବିଶ୍ୱ କଲ୍ୟାଣକାରୀ । ଏବେ ସମୟ ଅନୁସାରେ ପ୍ରତ୍ୟେକ ସନ୍ତାନକୁ ନିଜର ବିଶ୍ୱକଲ୍ୟାଣୀ ସ୍ୱରୂପକୁ ପ୍ରତ୍ୟକ୍ଷ କରିବାର ସମୟ ଅଟେ । ଚାରିଆଡେ ଦୁଃଖ ଅଶାନ୍ତି ବଢି ବଢିଚାଲିଛି । ତୁମର ଭାଇ, ଭଉଣୀ, ପରିବାର ବାଲା ସମସ୍ତେ ଦୁଃଖୀ ହୋଇଛନ୍ତି, କ’ଣ ତୁମକୁ ନିଜର ପରିବାର ପ୍ରତି ଦୟା ଆସୁନାହଁ !

ଏବେ ବାପଦାଦା ଏହି ସଂକେତ ଦେଉଛନ୍ତି ଯେ ସ୍ୱ-ପୁରୁଷାର୍ଥ ସହିତ ବିଶ୍ୱ ସେବା ମଧ୍ୟ କର, ଯେପରି ଏବେ ବହୁତ ଧୂମ୍‌ଧାମ୍‌ର ସହିତ ବାଣୀର ସେବା କରୁଛ, ସେଥିରେ ବାପଦାଦା ମଧ୍ୟ ଖୁସି ଅଛନ୍ତି, ୭୫ ବର୍ଷର ଜୟନ୍ତୀ ପାଳନ କରିବା ଅଧିକାଂଶ ପିଲାମାନଙ୍କ ମନ ଭିତରେ ସେବାର ଉମଙ୍ଗ ଉତ୍ସାହ ଭରିଦେଇଛି । ବାପଦାଦା ମଧ୍ୟ ଦେଖି ଦେଖି ଖୁସି ହେଉଛନ୍ତି କିନ୍ତୁ ଏବେ ମାନସିକ ସେବାର ମଧ୍ୟ ଆବଶ୍ୟକତା ରହିଛି କାହିଁକିନା ସବୁ ପ୍ରକାରରେ ବିଶ୍ୱ କଲ୍ୟାଣକାରୀ ହେବାର ଅଛି, ସେଥିରେ ସଂକଳ୍ପ, ବାଣୀ ଏବଂ କର୍ମ ଦ୍ୱାରା ଅର୍ଥାତ୍ ନିଜର ଚାଲିଚଳନ ଏବଂ ଚେହେରା ତିନି ପ୍ରକାରର ସେବାର ଏବେ ଆବଶ୍ୟକତା ରହିଛି । ତେଣୁ ପ୍ରତିଦିନ ଚେକ୍ କର, ତିନୋଟି ଯାକ ସେବାରେ କେଉଁଥିରେ କେତେ ଶତକଡା ସେବା କରିଛି ? ବାଣୀ ଦ୍ୱାରା ସେବା କରିବାରେ ତ ବାପଦାଦା ମଧ୍ୟ ସାର୍ଟିଫିକେଟ୍ ଦେଉଛନ୍ତି କିନ୍ତୁ ଏବେ ସଂକଳ୍ପର ସୂଷ୍ମ ପ୍ରକମ୍ପନ ଦ୍ୱାରା ଆତ୍ମାମାନଙ୍କର ଦୁଃଖ ଅଶାନ୍ତିର ସାହାରା ହେବାକୁ ପଡିବ । କ’ଣ ତୁମମାନଙ୍କୁ ଦୟା ଲାଗୁନାହିଁ ? ବାପଦାଦାଙ୍କୁ ତ ପିଲାମାନଙ୍କ ଉପରେ ଚାହେଁ ଯେମିତି କା ବି ସନ୍ତାନ ହୋଇଥାଉ କିନ୍ତୁ ପୁଣି ବି ସନ୍ତାନ ତ ଅଟେ ନା, ସେଥିପାଇଁ ଦୟା ଲାଗୁଛି । ତେଣୁ ଏବେ ପ୍ରତ୍ୟେକ ସନ୍ତାନକୁ କେବଳ ସେଣ୍ଟରର କଲ୍ୟାଣୀ ନୁହେଁ, ଜୋନ୍ କଲ୍ୟାଣୀ ନୁହେଁ, ବିଶ୍ୱ-କଲ୍ୟାଣୀ ହେବାକୁ ପଡିବ । ତେଣୁ ବାପଦାଦା ଏବେ ଏଥିପ୍ରତି ଧ୍ୟାନ ଆକର୍ଷଣ କରାଉଛନ୍ତି ଯେ ନିଜର ଭକ୍ତମାନଙ୍କର କଲ୍ୟାଣକାରୀ ହୁଅ କାହିଁକିନା ଏହି ସଙ୍ଗମ ଯୁଗର ବହୁତ ବଡ ମହତ୍ୱ ରହିଛି । ଏବେ ଏହି ସଙ୍ଗମ ଯୁଗରେ ଯାହା ଚାହିଁବ, ଯେତେ ଚାହିଁବ ବାବାଙ୍କଠାରୁ ସହଯୋଗ ମିଳିପାରିବ । ତେବେ ଶୁଣିପାରିଲ ତ ଏବେ କ’ଣ କରିବାକୁ ହେବ ? ମାନସିକ ସେବାକୁ ବଢାଅ । ନିଜର କର୍ମଧନ୍ଦା ଭିତରେ ଯେପରି ଟ୍ରାଫିକ୍ କଣ୍ଟ୍ରୋଲର ସମୟ ନିଧାର୍ଯ୍ୟ କରାଯାଇଛି ସେହିପରି ପ୍ରତ୍ୟେକଙ୍କୁ ମାନସିକ ସେବା କରିବାର ସମୟ ମଧ୍ୟ ନିଧାର୍ଯ୍ୟ କରିବା ଦରକାର । ଯେତେବେଳେ ଦୁଃଖ ଅତ୍ୟଧିକ ହୋଇଯିବ ସେତେବେଳେ ସେହି ହଲଚଲ ଆଡକୁ ହିଁ ସମସ୍ତଙ୍କର ଧ୍ୟାନ ରହିବ ସେଥିପାଇଁ ଏବେ ହିଁ ମାନସିକ ସେବା କରିବାର ସମୟ ଅଟେ, ତେଣୁ ପ୍ରତ୍ୟେକ ସନ୍ତାନକୁ ଏବେ ନିଜର ବିଶ୍ୱ-କଲ୍ୟାଣୀ ସ୍ୱରୂପକୁ ଜାଗ୍ରତ କରିବାକୁ ହେବ । ତେବେ ବିଶ୍ୱକଲ୍ୟାଣ ଭିତରେ ନିଜର କଲ୍ୟାଣ ଅର୍ଥାତ୍ ସ୍ୱ କଲ୍ୟାଣ ମଧ୍ୟ ସ୍ୱତଃ ଏବଂ ସହଜରେ ହୋଇଯିବ, କାହିଁକିନା ମନ ଯଦି ଖାଲି ରହିବ ତେବେ ବ୍ୟର୍ଥ ସଂକଳ୍ପ ଆସିଯିବ କିନ୍ତୁ ମନ ଯଦି ବ୍ୟସ୍ତ ରହିବ ତେବେ ବ୍ୟର୍ଥ ସହଜରେ ସମାପ୍ତ ହୋଇଯିବ । ତେଣୁ ବାପଦାଦା ଯେତେବେଳେ ବିଶ୍ୱର ଚାରିଆଡେ ଚକ୍ର ଲଗାଇ ଦେଶ-ବିଦେଶର ଅଜ୍ଞାନୀ ପିଲାମାନଙ୍କୁ ଦେଖୁଛନ୍ତି ସେତେବେଳେ ବହୁତ ଦୟା ଲାଗୁଛି ସେଥିପାଇଁ ତୁମେ ସମସ୍ତେ ଏବେ ଦୁଃଖକର୍ତ୍ତା ହୁଅ ।

ଆଜି ତ ସମସ୍ତେ ହୋଲୀ ପାଳନ କରିବା ପାଇଁ ଆସିଛ । ଦୁନିଆର ଲୋକମାନଙ୍କର ହୋଲୀ ଏବଂ ତୁମମାନଙ୍କର ହୋଲୀ ଭିତରେ କେତେ ପାର୍ଥକ୍ୟ ରହିଛି । କିନ୍ତୁ ବାପଦାଦା ପୂର୍ବରୁ ମଧ୍ୟ କହିଛନ୍ତି ଯେ ତୁମର ଭକ୍ତମାନେ ତୁମର କରିଥିବା କାର୍ଯ୍ୟଗୁଡିକକୁ କପି କରିବାରେ ବହୁତ ବୁଦ୍ଧିମାନ ଅଟନ୍ତି କାହିଁକିନା ଏହି ସମସ୍ତ ବିଧିବିଧାନଗୁଡିକୁ ଦ୍ୱାପର ଯୁଗରେ ଆସୁଥିବା ଆତ୍ମାମାନେ ହିଁ ତିଆରି କରିଛନ୍ତି କାରଣ ସେମାନଙ୍କର ପ୍ରଥମ ଜନ୍ମ ହୋଇଥିବା କାରଣରୁ ସେମାନଙ୍କର ବୁଦ୍ଧି ମଧ୍ୟ ନିୟମ ଅନୁସାରେ ପ୍ରଥମେ ସତୋପ୍ରଧାନ, ତା’ ପରେ ରଜୋ, ତମୋ ଅବସ୍ଥା ଦେଇ ଗତିକରିଥାଏ, ତେଣୁ ସେହି ସମୟରେ ସେମାନଙ୍କର ବୁଦ୍ଧି ନିଜ ହିସାବରେ ସତୋଗୁଣି ଅବସ୍ଥାରେ ଥିଲା, ସେଥିପାଇଁ ତୁମମାନଙ୍କର ଗୋଟିଏ ଗୋଟିଏ ବିଶେଷତାକୁ, ଯେହେତୁ ତୁମମାନେ ସର୍ବଦା ଉତ୍ସାହରେ ଏବଂ ଖୁସିରେ ରହୁଛ ଏହାକୁ ସେମାନେ ଉତ୍ସବ ରୂପରେ ପାଳନ କରିବା ଆରମ୍ଭ କରି ଦେଇଛନ୍ତି । ଯେପରି କହିଥିଲୁ ନା ଶିବରାତ୍ରୀ ଉପରେ ମଧ୍ୟ କିପରି ବୁଦ୍ଧିମାନ ହୋଇ କପି କରିଛନ୍ତି । ସେହିପରି ଏବେ ବି ତୁମେମାନେ ସଙ୍ଗମ ଯୁଗରେ ସର୍ବଦା ଉତ୍ସାହରେ ରହୁଛି, ତେଣୁ ତୁମମାନଙ୍କର ଉତ୍ସାହକୁ ସେମାନେ ଉତ୍ସବ ରୂପରେ ସ୍ମାରକୀ ତିଆରି କରିଛନ୍ତି । ତେବେ ହୋଲୀ ପର୍ବରେ ମଧ୍ୟ କ’ଣ କରୁଛନ୍ତି ? ତୁମେମାନେ ମଧ୍ୟ ନିଜର ଜୀବନକୁ ରଙ୍ଗ ଲଗାଇଛ କିନ୍ତୁ ତୁମମାନଙ୍କର ରଙ୍ଗ କ’ଣ ? ତୁମ ସମସ୍ତଙ୍କର ରଙ୍ଗ ହେଲା ବାବାଙ୍କର ସଙ୍ଗର ରଙ୍ଗ । ତେବେ ସବୁ ସମୟରେ ବାବାଙ୍କର ସଙ୍ଗର ରଙ୍ଗରେ ବୁଡି ରହୁଛ ନା ! ତେବେ ସେମାନେ ମଧ୍ୟ ରଙ୍ଗ ତ ତିଆରି କରିଛନ୍ତି କିନ୍ତୁ ଦେହ-ଅଭିମାନୀ ଅଟନ୍ତି ନା ! ତେଣୁ ସ୍ଥୁଳ ରଙ୍ଗ ତିଆରି କରି ଦେଇଛନ୍ତି କିନ୍ତୁ ତୁମେ ସମସ୍ତେ ଏହି କଲ୍ୟାଣକାରୀ ସଙ୍ଗମ ଯୁଗରେ ଏହିଭଳି ସଙ୍ଗର ରଙ୍ଗରେ ରହୁଛନା ! ରଙ୍ଗ ଲଗାଇଛନା ! ତେଣୁ ସଙ୍ଗର ରଙ୍ଗ ଲାଗିଯିବା ପରେ ହୋଲୀ ଇଂଗ୍ରାଜୀରେ ପବିତ୍ରତାକୁ କୁହାଯାଏ, ତେଣୁ ସଙ୍ଗର ରଙ୍ଗରେ ତୁମେମାନେ ହୋଲୀ ଅର୍ଥାତ୍ ପବିତ୍ର ହେଉଛ । କ’ଣ ପବିତ୍ର ହୋଇଯାଇଛନା ! ସମସ୍ତେ ପବିତ୍ରତାର ବ୍ରତକୁ ପକ୍କା କରିଛନା ! ଯଦିଓ କ୍ରମାନ୍ୱୟ ହିସାବରେ ଅଛ କିନ୍ତୁ ବ୍ରାହ୍ମଣ ହେବା ଅର୍ଥ ପବିତ୍ରତାର ବ୍ରତ ଧାରଣ କରିବା କାହିଁକିନା ବାବା ସଦା ପବିତ୍ର ଅଟନ୍ତି । ପବିତ୍ର ସ୍ୱରୂପ ହିଁ ଅଟନ୍ତି, ତାଙ୍କୁ ପବିତ୍ର ହେବା ପାଇଁ ପଡୁନାହିଁ । ସ୍ୱରୂପ ହିଁ ପବିତ୍ରତା ଅଟେ । ତେବେ ହୋଲୀର ବିଶେଷତା କ’ଣ ଜାଣିଛ ତ । ପବିତ୍ର ତ ତୁମେମାନେ ହେଉଛ କିନ୍ତୁ ବାବାଙ୍କର ସଙ୍ଗର ରଙ୍ଗରେ ତୁମେମାନେ ଡବଲ ପବିତ୍ର ହେଉଛ । ଏମିତି ତ ଧର୍ମପିତାମାନେ, ମହାନ୍ ଆତ୍ମାମାନେ ମଧ୍ୟ ପବିତ୍ର ହେଉଛନ୍ତି କିନ୍ତୁ ସେମାନେ କେବଳ ନିଜର ଆତ୍ମାକୁ ପବିତ୍ର କରୁଛନ୍ତି କିନ୍ତୁ ଶରୀର ଏବଂ ଆତ୍ମା ଦୁଇଟିଯାକ ପବିତ୍ର ହେବା ଯାହାକି ତୁମେମାନେ ଭବିଷ୍ୟତରେ ହେଉଛ । ଦ୍ୱାପର ଯୁଗର ଆରମ୍ଭ ସମୟରୁ ଦେଖିଆସ ଯେଉଁମାନେ ବି ଆସିଛନ୍ତି ସେମାନେ ପବିତ୍ର ତ ହେଉଛନ୍ତି କିନ୍ତୁ ତୁମଭଳି ଡବଲ ପବିତ୍ର କେହି ବି ହୋଇନାହାନ୍ତି ଯାହାକି ଶରୀର ମଧ୍ୟ ପବିତ୍ର ଏବଂ ଆତ୍ମା ମଧ୍ୟ ପବିତ୍ର ଅର୍ଥାତ୍ ତୁମେମାନେ ଭବିଷ୍ୟତରେ ଯେତେବେଳେ ରାଜ୍ୟ ଅଧିକାରୀ ହେବ ସେତେବେଳେ ଆତ୍ମା ଏବଂ ଶରୀର ଦୁଇଟି ଯାକ ପବିତ୍ର ହୋଇଥିବ । ପୂରା ସୃଷ୍ଟିଚକ୍ରକୁ ଦେଖ, ସେମାନେ ଦ୍ୱାପର ଯୁଗ ଠାରୁ ଆସୁଛନ୍ତି ତେଣୁ ଦ୍ୱାପରଠାରୁ ଏବେ ପର୍ଯ୍ୟନ୍ତ ଦେଖି ଆସ କେହି ବି ତୁମ ଭଳି ଡବଲ ପବିତ୍ର ହୋଇଛନ୍ତି କି ? ତେବେ ତୁମେମାନେ କାହିଁକି ଡବଲ ପବିତ୍ର ବା ଏତେ ମହାନ୍ ହୋଇଛ ? ତୁମମାନଙ୍କୁ କେଉଁ ରଙ୍ଗ ଲାଗିଛି ? ପରମାତ୍ମାଙ୍କର ସଙ୍ଗର ରଙ୍ଗ ଲାଗିଛି, ତେଣୁ ପରମାତ୍ମା ଯେପରି ପବିତ୍ର ଅଟନ୍ତି ସେହିପରି ତୁମମାନେ ମଧ୍ୟ ୨୧ ଜନ୍ମ ଡବଲ ପବିତ୍ର ରହୁଛ । ଯଦିଓ ଧର୍ମ ପିତାମାନେ ମଧ୍ୟ ଜନ୍ମ ନେଇଛନ୍ତି କିନ୍ତୁ ସେମାନେ ମଧ୍ୟ ଡବଲ ପବିତ୍ର ନୁହଁନ୍ତି । ତୁମର ଭାଗ୍ୟ ହିଁ ସେହିଭଳି ଅଟେ ଯାହାକି ତୁମେ ପରମାତ୍ମାଙ୍କର ସଙ୍ଗରେ ହିଁ ରହୁଛ । ସଙ୍ଗର ରଙ୍ଗ ଏତେ ମଜବୁତ ଭାବରେ ଲାଗିଯାଉଛି ଯାହାକି ଡବଲ ପବିତ୍ର ହୋଇଯାଉଛ ଏବଂ ହୋଲୀ ଶଦ୍ଦର ଦ୍ୱିତୀୟ ଅର୍ଥ ହେଲା ହୋ ଲୀ ଅର୍ଥାତ୍ ହୋଇଗଲା ଯାହା ବିତିଗଲା ମାନେ ବିତିଗଲା । ହୋ ଲୀ । ତେବେ ହୋ ଲୀ କରିଦେବା ଜଣାଅଛି ତ ? ଯାହା ହୋଇଗଲା ହୋଇଗଲା । ତେଣୁ ହୋ ଲୀ ଶଦ୍ଦର ଅର୍ଥ କ’ଣ ବାହାରୁଛି ? ଯାହା ବିତିଯାଇଛି ତାକୁ ଭୁଲି ଯାଅ । ଏହା ଦ୍ୱାରା ତୁମେ ୨୧ ଜନ୍ମ ପର୍ଯ୍ୟନ୍ତ ଡବଲ ହୋଲୀ ହୋଇଯାଉଛ । କେବଳ ଗୋଟିଏ ଜନ୍ମ ପାଇଁ ନୁହେଁ କାହିଁକିନା ସଙ୍ଗମ ଯୁଗର ଗୋଟିଏ ଗୋଟିଏ ସେକେଣ୍ଡର ସମ୍ବନ୍ଧ ୨୧ ଜନ୍ମ ସହିତ ରହିଛି । ଏଠାରେ ଯଦି ତୁମେମାନେ ଗୋଟିଏ ସେକେଣ୍ଡ ବା ଗୋଟିଏ ମିନିଟ୍ ମଧ୍ୟ ସଫଳ କରୁଛ ତେବେ ତୁମର ୨୧ ଜନ୍ମ ସଫଳ ହୋଇଯାଉଛି, ଏହାର ଗ୍ୟାଣ୍ଟେି ରହିଛି । ତେଣୁ ଏହିଭଳି ହୋ ଲୀ ପାଳନ କରିଲ ତ ? ହୋଲୀ କରିବା ଜଣାଅଛି ତ ? ଯାହା ବିତିଗଲା ତା’କୁ ଭୁଲିଯାଅ, ହୋ ଲୀ । ପୁଣି ତୃତୀୟ ରୂପ ରେଖା କ’ଣ କରଛନ୍ତି ? ପ୍ରଥମେ ଜଳାଉଛନ୍ତି ତା’ପରେ ପାଳନ କରୁଛନ୍ତି । ତେବେ ତୁମେମାନେ କ’ଣ କରୁଛ ? ଯୋଗଅଗ୍ନି ଦ୍ୱାରା ନିଜର ଦୋଷ ଦୁର୍ବଳତାଗୁଡିକୁ, ଅନେକ ଜନ୍ମର ଓଲଟା ସଂସ୍କାର ଗୁଡିକୁ ଯୋଗ ଅଗ୍ନି ଦ୍ୱାରା ଜଳାଇ ଦେଇଛନା ! କ’ଣ ଜଳାଇ ଦେଇଛ, ନା ଏବେ ମଧ୍ୟ ଜଳାଉଛ ? ଜଳାଇଛ ତ ? ଯେଉଁମାନେ ଭାବୁଛନ୍ତି ଆମେ ଯୋଗ ଅଗ୍ନି ଦ୍ୱାରା ନିଜର ପୂର୍ବ ସଂସ୍କାରଗୁଡିକୁ ଜଳାଇ ଦେଇଛୁ ଏବଂ ତାହା ଜଳି ଯାଇଛି, ସେମାନେ ହାତ ଉଠାଅ । କ’ଣ ଜଳି ଯାଇଛି ନା ଏବେ ମଧ୍ୟ ଆସୁଛି ? ଅଳ୍ପ ଅଳ୍ପ ତ ଆସୁଛିନା ! ବାପଦାଦାଙ୍କ ପାଖକୁ ଯେତେବେଳେ ନିଜର ଚାର୍ଟ ପଠାଉଛନ୍ତି, କହୁଛନ୍ତି ବହୁତ ତ ଚାଲିଗଲାଣି କିନ୍ତୁ ..... କଥା କହିବାରେ ଚତୁର ଅଟନ୍ତି ନା ! ସେଥିପାଇଁ କହୁଛନ୍ତି ବହୁତ ସମାପ୍ତ ହୋଇଗଲାଣି, କେବେ କେମିତି ଅଳ୍ପ ଅଳ୍ପ ବାହାରି ପଡୁଛି । କିନ୍ତୁ ଜଳିବା ଅର୍ଥ ସମ୍ପୂର୍ଣ୍ଣ ଜଳିଯିବା । ଜଳିବା ପରେ ଚିହ୍ନ ବର୍ଣ୍ଣ ହିଁ ନଥାଏ, ମାରିଦେବା ପରେ ଶରୀର ରୂପି ସ୍ମାରକୀକୁ ତ ଦେଖିହୁଏ, କିନ୍ତୁ ଜଳିଯିବା ପରେ ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଏ । ଯେପରି ରାବଣକୁ ମଧ୍ୟ ପ୍ରଥମେ ଦେଖ କେବଳ ମାରୁନାହାନ୍ତି, ଜଳାଇ ଦେଉଛନ୍ତି ଯାହାକି ଚିହ୍ନବର୍ଣ୍ଣ ବିଲକୁଲ ସମାପ୍ତ ହୋଇଯିବ । ତେଣୁ ତୁମେମାନେ ମଧ୍ୟ ନିଜକୁ ନୋଟ୍ କର ସଂସ୍କାରଗୁଡିକୁ କେବଳ ମାରିଛି ନା ଜଳାଇ ଦେଇଛି ? ଭସ୍ମ କରିଛି ତ ? ପୁରୁଣା ସଂସ୍କାରଗୁଡିକୁ ଯଦି ଜଳାଇନାହଁ ତେଣୁ ସେଗୁଡିକ ମଝିରେ ମଝିରେ ପ୍ରକଟ ହୋଇଯାଉଛନ୍ତି । ତେଣୁ ଭକ୍ତମାନେ ତୁମର ସବୁକଥାକୁ କପି କରିଛନ୍ତି । ତୁମେମାନେ ଜଳାଉଛ ସେଥିପାଇଁ ସେମାନେ ମଧ୍ୟ ଜଳାଉଛନ୍ତି ତା’ପରେ ପାଳନ କରୁଛନ୍ତି । ଜଳାଇବା ବିନା ପାଳନ କରୁନାହାନ୍ତି । ତେବେ ତୁମେମାନେ ତ ନିଜର ସଂସ୍କାରଗୁଡିକୁ ଜଳାଇବା ଦ୍ୱାରା ହିଁ ପବିତ୍ର ହୋଇଯାଇଛ । କେହି କେହି ହୋଇଯାଇଛ, ଆଉ କେହି କେହି ହେଉଛ । ତେବେ ତୁମେମାନେ ବାବାଙ୍କର ସଙ୍ଗର ରଙ୍ଗରେ ହୋଲୀ ପାଳନ କରିଲ ତ? ଏବେ ସଙ୍ଗରେ ବସିଛ ନା, ତେଣୁ ସଙ୍ଗର ରଙ୍ଗରେ ହୋଲୀ ପାଳନ କରି ନେଲ ନା ! କରିଲ ତ ? ହାତ ଉଠାଅ । ପାଳନ କରିନେଲୁ । ହୋଲୀ ପାଳନ କରିବା ଅର୍ଥ ହୋଲୀ ଅର୍ଥାତ୍ ପବିତ୍ର ହୋଇଯିବା । ଯେପରି ପିତା ସେହିପରି ସନ୍ତାନ । ଧରିନିଅ ତୁମର ଯଦି କୈାଣସି ସଂସ୍କାର ଜଳି ନାହିଁ, କେବେ କେବେ ପ୍ରକଟ ହୋଇଯାଉଛି, ତେବେ କ’ଣ ତୁମକୁ ଭଲ ଲାଗୁଛି ? ସଂକଳ୍ପ ଆସୁଛିନା ଏବେ ତୀବ୍ର ପୁରୁଷାର୍ଥ କରି ଏହାକୁ ଜଳାଇବାକୁ ହିଁ ପଡିବ । କେବଳ ମାରିବାର ନାହିଁ, କଥା କ’ଣ କି କେହି କେହି କେବଳ ମାରିଦେଇଛନ୍ତି, ତେବେ ମରିଯାଇଥିବା ଲୋକର ମଧ୍ୟ କେବେ କେବେ ଜୀବନ ଫେରି ଆସେ । ଯଦି ଜଳାଇ ଦେବେ ତେବେ ପୁଣି କେବେ ବି ଆସିପାରିବ ନାହିଁ ।

ତେବେ ଆଜି ଏହାକୁ ଜଳାଇ ଦେବ, ନା କେବଳ ମରିଗଲେ ବି ଚଳିବ ? କ’ଣ ଜଳାଇବାର ଶକ୍ତି ଅଛି ତ? ସଂକଳ୍ପ କରିପାରିବ ? ଶକ୍ତି ଅଛି ତ ? ବାପଦାଦାଙ୍କ ସହିତ ବାର୍ତ୍ତାଳାପ କରିବା ସମୟରେ କେତେକ ପିଲା କହୁଛନ୍ତି, ବହୁତ ମିଠା ମିଠା ବାର୍ତ୍ତାଳାପ କରନ୍ତିନା, କହୁଛନ୍ତି ବାବା ମୁଁ ତ ବହୁତ ଚେଷ୍ଟା କରୁଛି କିନ୍ତୁ ପୁଣି ବି ଆସିଯାଉଛି । ମୁଁ ଚାହୁଁନାହିଁ କିନ୍ତୁ ଆସିଯାଉଛି । ଏହାର କାରଣ କ’ଣ ଜାଣିଛ ? ଜଳାଉଛ ମଧ୍ୟ, ବାପଦାଦା ଦେଖୁଛନ୍ତି, ପିଲାମାନେ ପୁରୁଷାର୍ଥ ବହୁତ କରୁଛନ୍ତି କିନ୍ତୁ ପୁରୁଷାର୍ଥ କରିବା ସହିତ ଦୃଢ ସଂକଳ୍ପର ଆବଶ୍ୟକତା ରହିଛି । କାରଣ ଦୃଢତା ହିଁ ସଫଳତାର ଚାବିକାଠି । ଯାହା ଥରେ ଦୃଢ ସଂକଳ୍ପ କରାଯାଏ, ତେବେ ଦୃଢତାର ଅର୍ଥ ହେଲା ପୁନର୍ବାର ଫେରି ଆସିବନାହିଁ । ଏକଥା ମଧ୍ୟ ଜାଣିଛ ଯେ ବହୁତ ମିଠା ମିଠା କଥାବାର୍ତ୍ତା ମଧ୍ୟ କରୁଛନ୍ତି । ଯେତେବେଳେ ପୁଣି ଫେରିଆସୁଛି ତେବେ କ’ଣ କହୁଛନ୍ତି ? ବାର୍ତ୍ତଳାପ ତ ସମସ୍ତେ କରୁଛନ୍ତି ନା ! ବହୁତ ମିଠା ମିଠା ବାର୍ତ୍ତଳାପ କରୁଛନ୍ତି, କହୁଛନ୍ତି ମୁଁ ତ ଚାହୁଁନାହିଁ କିନ୍ତୁ ଆସିଯାଉଛି । ତେବେ ଶକ୍ତି କମ୍ ଅଛି ନା ! ଦୃଢତା ମଧ୍ୟ କମ୍ ଅଛି ନା ! ତେଣୁ ଦୃଢ ସଂକଳ୍ପଧାରୀ ହୁଅ, କରିବାକୁ ହିଁ ହେବ ଏବଂ ସେହି ଦୃଢ ସଂକଳ୍ପକୁ ପ୍ରତିଦିନ ଚେକ୍ କର ଯେ କେଉଁ କାରଣରୁ ଦୃଢତାରେ ଦୃର୍ବଳତା ଆସିଗଲା ଏବଂ ସେହିଭଳି ପରିସ୍ଥିତି ଉପରେ ବିଶେଷ ଧ୍ୟାନ ଦେଉଥାଅ ଯେ ଆଉ ଯେପରି ସେହିଭଳି ପରିସ୍ଥିତି ନ ଆସୁ ।

ତେଣୁ ମାଷ୍ଟରସର୍ବଶକ୍ତିବାନ ସ୍ଥିତିର ଆସନ ଉପରେ ବସି ସେହି ସଂକଳ୍ପକୁ, ସଂସ୍କାରକୁ ସମାପ୍ତ କର । କେତେକ ପିଲା କହୁଛନ୍ତି କେତେଥର ଆମେ ଅନୁଭବ କରିଛୁ ଯେତେବେଳେ କୈାଣସି ଶକ୍ତିର ଆବଶ୍ୟକତା ଥିବ ସେତେବେଳେ ସେହି ଶକ୍ତି ଆସୁନଥିବ । ଏମିତି ତ ଶକ୍ତି ଅଛି କିନ୍ତୁ ଯଥା ସମୟରେ ତା’କୁ ପ୍ରକଟ କରିବାକୁ ଚାହିଁଲେ ହେଉନାହିଁ । ମାଷ୍ଟର ସର୍ବଶକ୍ତିବାନ ମଧ୍ୟ ଅଟ, ତୁମମାନଙ୍କର ଉପାଧି କ’ଣ ? ମାଷ୍ଟର ସର୍ବଶକ୍ତିବାନ କିନ୍ତୁ କହୁଛ କ’ଣ ? ଶକ୍ତିଗୁଡିକ ଯଥା ସମୟରେ ଆସୁନାହାଁନ୍ତି । କାରଣ କ’ଣ ? ନିଜର ମାଷ୍ଟର ସର୍ବଶକ୍ତିବାନ ସ୍ଥିତି ରୂପକ ଆସନ ଉପରେ ସ୍ଥିତ ହେଉନାହଁ । ଏବେ ଯଦି କୈାଣସି ଅଫିସକୁ ଯିବ ସେଠାରେ ମଧ୍ୟ କ୍ଷମତାର ଅଧିକାରୀ ଯଦି ଆଦେଶ ଦେବ ତେବେ ମାନିବେ, ଏମିତି ଅନ୍ୟ କେହି କହିଲେ କ’ଣ ମାନିବେ କି ? ତେବେ ତୁମମାନଙ୍କର ସ୍ଥିତିର ଆସନ ହେଲା ସର୍ବଶକ୍ତିବାନ, ସେହି ଆସନ ଉପରେ ସ୍ଥିତି ନ ହୋଇ ଯଦି ଶକ୍ତିଗୁଡିକୁ ଆବାହନ କରିବ ତେବେ ଯଥା ସମୟରେ ଆସିବେ ନାହିଁ । ଏଥିପାଇଁ ବାପଦାଦା ବାରମ୍ବାର କହିଆସିଛନ୍ତି ଯେ ନିଜର ମନକୁ ସର୍ବଦା ବ୍ୟସ୍ତ ରଖ । କେବେ କେଉଁ ଶକ୍ତିକୁ କେବେ କେଉଁ ଶକ୍ତିକୁ ସାରାଦିନ ଜାଗ୍ରତ କରି ରଖ ଏବଂ ଦେଖ ତା’ର ଶକ୍ତି କେତେ ? ଯଦି ଏହିଭଳି ଅନୁଭବ କରିଚାଲିବ ଏବଂ ନିଜର ଆସନ ଉପରେ ସର୍ବଦା ସ୍ଥିତି ରହିଥିବ ତେବେ ଶକ୍ତିଗୁଡିକ ତୁମ ନିକଟରେ ସର୍ବଦା ଜୀ ହାଜୀର କରିବେ । ଶକ୍ତି ତ ତୁମର ଅଟେ ନା ! ତେବେ ହୋଲୀ ପାଳନ କରିଲ ତ ? ତୁମେମାନେ ତ ସବୁବେଳେ ହୋଲୀ ପାଳନ କରିଚାଲିଛ ଏବଂ ସର୍ବଦା ବାବାଙ୍କର ସଙ୍ଗର ରଙ୍ଗ ଲଗାଇ ଚାଲିଛ । ରଙ୍ଗ ବୋଳି ହୋଇଛ ନା? ଅଚ୍ଛା !

ଆଜି ବାପଦାଦା ପ୍ରତ୍ୟେକ ସନ୍ତାନକୁ ଗୋଟିଏ ସ୍ୱମାନ ଦେଉଛନ୍ତି, ପ୍ରତ୍ୟେକ ସନ୍ତାନ ଦୃଢ ସଂକଳ୍ପଧାରୀ ବିଶେଷ ଆତ୍ମା ହୁଅ । ସଂକଳ୍ପ କରିଲ ଏବଂ ହେଲା, ତେବେ କୁହାଯିବ ଦୃଢ ସଂକଳ୍ପ । କହୁଛ ମୁଁ ଦୃଢ ସଂକଳ୍ପ କରିଛି କିନ୍ତୁ ଦୃଢତାର ଅର୍ଥ ହେଲା ସଫଳତା । ଯଦି ସଫଳତା ମିଳୁନାହିଁ ତେବେ ଦୃଢତା କୁହାଯିବ ନାହିଁ । ତେଣୁ ଏବେ ଦୃଢତା ସମ୍ପନ୍ନ ଆତ୍ମା ଭବ ! ନିଜର ଏହି ବିଶେଷ ସ୍ୱାମାନକୁ ପ୍ରତିଦିନ ଅମୃତବେଳାରେ ସ୍ମୃତିରେ ଆଣ ଏବଂ ସେହି ବିଧି ଅନୁସାରେ ଆଗକୁ ବଢ । ସଙ୍ଗମ ଯୁଗର ସମୟ ବହୁତ କଲ୍ୟାଣକାରୀ ଅଟେ, ଏଠାରେ ଗୋଟିଏ ସେକେଣ୍ଡର ପ୍ରାପ୍ତି ମଧ୍ୟ ଗୋଟିଏ ବର୍ଷର ପ୍ରାପ୍ତି ସହିତ ସମାନ ଅଟେ, ସେଥିପାଇଁ ବାପଦାଦା ସର୍ବଦା କହିଚାଲିଛନ୍ତି, ଗୋଟିଏ ସେକେଣ୍ଡ ମଧ୍ୟ ବ୍ୟର୍ଥରେ ନଷ୍ଟକର ନାହିଁ । ଗୋଟିଏ ସଂକଳ୍ପ ମଧ୍ୟ ବ୍ୟର୍ଥରେ ନ ଯାଉ । ନିଜେ ସମର୍ଥ ହୁଅ ଏବଂ ଅନ୍ୟମାନଙ୍କୁ ସମର୍ଥ କର । କ’ଣ ଠିକ୍ କଥା ନା ! ଆଚ୍ଛା !

ଚାରିଆଡର ହୋଲିଏଷ୍ଟ ପିଲାମାନଙ୍କୁ ଯେଉଁମାନେ କି ପ୍ରତି ପାଦରେ ମେରା ବାବା, ମେରା ବାବା କହି କହି ଉଡି ଚାଲିଛନ୍ତି ଏବଂ ସର୍ବଦା ନିଜର ତୀବ୍ର ପରୁଷାର୍ଥ ଦ୍ୱାରା ଆଗକୁ ବଢି ଚାଲିଛନ୍ତି ଏବଂ ବଢାଇ ଚାଲିଛନ୍ତି, ଏହି ଭଳି ବାପଦାଦାଙ୍କର ହୃଦୟର ଜ୍ୟୋତି ସ୍ୱରୂପ ରତ୍ନମାନଙ୍କୁ ବାପଦାଦା ବହୁତ ବହୁତ ବହୁତ ବହୁତ ଦିଲ୍‌ର ସ୍ନେହ ଦେଉଛନ୍ତି, ତା ସହିତ ହୋଲୀ ପର୍ବର ଅଭିନନ୍ଦନ ମଧ୍ୟ ଦେଉଛନ୍ତି କାହିଁକିନା ବାସ୍ତବରେ ତୁମେମାନେ ହିଁ ହୋଲୀ ଅର୍ଥାତ୍ ପବିତ୍ର ଅଟ ଏବଂ ତୁମ ବ୍ୟତୀତ ଅନ୍ୟ କେହି ବି ଡବଲ ହୋଲୀ ହେଉନାହାନ୍ତି । କେବଳ ତୁମେମାନେ ହିଁ ଡବଲ ପବିତ୍ର ହେଉଛ, ସେଥିପାଇଁ ପଦ୍ମଗୁଣା ଅଭିନନ୍ଦନ, ଅଭିନନ୍ଦନ ।

ବରଦାନ:-
ନିଜ ଉପରେ ବାପଦାଦାଙ୍କୁ ସ୍ୱାହା କରାଉଥିବା ତ୍ୟାଗ ମୂରତ, ନିଶ୍ଚିୟ ବୁଦ୍ଧି ଭବ ।

ବାବା ମିଳିଗଲେ ସବୁକିଛି ମିଳିଗଲା, ଏହି ନିଶାରେ ରହି ସବୁ କିଛି ତ୍ୟାଗ କରୁଥିବା ଜ୍ଞାନ ସ୍ୱରୂପ, ନିଶ୍ଚିୟବୁଦ୍ଧି ପିଲାମାନେ ବାବାଙ୍କ ଦ୍ୱାରା ଯେତେବେଳେ ଖୁସି, ଶାନ୍ତି, ଶକ୍ତି ବା ସୁଖର ଅନୁଭୂତି କରିଥା’ନ୍ତି ସେତେବେଳେ ଲୋକ ଲାଜକୁ ମଧ୍ୟ ଭ୍ରୁକ୍ଷେପ ନକରି ସଦା ସର୍ବଦା ପାଦ ଆଗକୁ ବଢାଇ ଚାଲିଥା’ନ୍ତି । ସେମାନଙ୍କୁ ଦୁନିଆର ସବୁ କିଛି ତୁଚ୍ଛ ବା ଅସାର ଅନୁଭବ ହୋଇଥାଏ । ଏହିଭଳି ତ୍ୟାଗର ମୂର୍ତ୍ତି, ନିଶ୍ଚୟ ବୁଦ୍ଧି ପିଲାମାନଙ୍କ ଉପରେ ବାପଦାଦା ନିଜର ସର୍ବ ସମ୍ପତ୍ତି ସହିତ ସ୍ୱାହା ହୋଇଯାଇଥା’ନ୍ତି । ଯେପରି ପିଲାମାନେ ସଂକଳ୍ପ କରୁଛନ୍ତି ବାବା ମୁଁ ତୁମର ଅଟେ ସେହିପରି ବାବା ମଧ୍ୟ କହୁଛନ୍ତି ଯାହା ମୋ’ର ଅଟେ ତାହା ତୁମର ଅଟେ ।

ସ୍ଲୋଗାନ:-
ସହଜ ଯୋଗୀ ସେହିମାନେ ଅଟନ୍ତି, ଯେଉଁମାନେ ନିଜର ସଂକଳ୍ପ ବା କର୍ମ ଦ୍ୱାରା ବାବାଙ୍କର ସ୍ନେହର ପ୍ରକମ୍ପନ ଚତୁର୍ଦ୍ଦିଗରେ ବିଚ୍ଛୁରିତ କରିଥାନ୍ତି ।

ଅବ୍ୟକ୍ତ ଈଶାରା: ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର । ତୁମେ ସବୁ ବ୍ରାହ୍ମଣ ଆତ୍ମାମାନେ ଜନ୍ମନେବା ମାତ୍ରକେ ଏହି ବ୍ରତ ଧାରଣା କରିଛ ଯେ ମୋତେ ବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାକୁ ପଡିବ । ଯେପରି ସମସ୍ତେ ଏଭରରେଡୀ ଅର୍ଥାତ୍ ସଦା ପ୍ରସ୍ତୁତ ଶଦ୍ଦ କହୁଛ ସେହିପରି ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ହେବାରେ ମଧ୍ୟ ଏଭରରେଡୀ ହୁଅ, ଏଥିରେ ଅବହେଳାପଣିଆ ନ ଆସୁ ।