02.01.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମମାନଙ୍କୁ ପରସ୍ପର ମଧ୍ୟରେ ବହୁତ-ବହୁତ ଆତ୍ମିକ ସ୍ନେହଯୁକ୍ତ ସମ୍ବନ୍ଧ ରଖିବାକୁ ହେବ, କେବେ ବି ମତଭେଦରେ ଆସିବାର ନାହିଁ ।’’

ପ୍ରଶ୍ନ:-
ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ ନିଜ ମନକୁ କେଉଁ ପ୍ରଶ୍ନ ପଚାରିବା ଉଚିତ୍‌?

ଉତ୍ତର:-
ନିଜ ମନକୁ ପଚାର (୧) ମୁଁ ଈଶ୍ୱରଙ୍କ ହୃଦୟରେ ସ୍ଥାନ ପାଇଛି? (୨) ମୁଁ କେତେ ଦୈବୀଗୁଣ ଧାରଣା କରିଛି? (୩) ମୁଁ ବ୍ରାହ୍ମଣ ହୋଇ ଈଶ୍ୱରୀୟ ସେବାରେ ବାଧା ସୃଷ୍ଟି କରୁ ନାହିଁ ତ? (୪) ସର୍ବଦା କ୍ଷୀରଖଣ୍ଡ ହୋଇ ରହୁଛି! ଆମର ପରସ୍ପର ମଧ୍ୟରେ ଏକମତ ରହୁଛି? (୫) ମୁଁ ସର୍ବଦା ଶ୍ରୀମତର ପାଳନ କରୁଛି?

ଗୀତ:-
ଭୋଳାନାଥ ସେ ନିରାଲା...

ଓମ୍ ଶାନ୍ତି ।
ତୁମେ ସନ୍ତାନମାନେ ହେଉଛ ଈଶ୍ୱରୀୟ ସମ୍ପ୍ରଦାୟ । ଆଗରୁ ଆସୁରୀ ସମ୍ପ୍ରଦାୟର ଥିଲ । ଆସୁରୀ ସମ୍ପ୍ରଦାୟଙ୍କୁ ଏହା ଜଣା ନାହିଁ ଯେ ଭୋଳାନାଥ କାହାକୁ କୁହାଯାଉଛି । ଏହି କଥା ମଧ୍ୟ ଜାଣି ନାହାଁନ୍ତି ଯେ ଶିବ ଶଙ୍କର ଭିନ୍ନ ଅଟନ୍ତି । ଶଙ୍କର ଦେବତା, ଶିବ ପରମାତ୍ମା ପିତା ଅଟନ୍ତି । କିଛି ହେଲେ ବି ଜାଣି ନାହାଁନ୍ତି । ବର୍ତ୍ତମାନ ତୁମେ ହେଉଛ ଈଶ୍ୱରୀୟ ସମ୍ପ୍ରଦାୟର ଅଥବା ଈଶ୍ୱରୀୟ ପରିବାରର ସଦସ୍ୟ । ସେମାନେ ହେଲେ ରାବଣର, ଆସୁରୀ ପରିବାରର ସଦସ୍ୟ । କେତେ ଫରକ ରହିଛି । ଏବେ ତୁମେ ଈଶ୍ୱରୀୟ ପରିବାରରେ ଈଶ୍ୱରଙ୍କ ଦ୍ୱାରା ଶିଖୁଛ ଯେ ପରସ୍ପର ମଧ୍ୟରେ କିପରି ଆତ୍ମିକ ସ୍ନେହ ରହିବା ଉଚିତ୍ । ପରସ୍ପର ମଧ୍ୟରେ ବ୍ରାହ୍ମଣ କୁଳରେ ଏହି ଆତ୍ମିକ ସ୍ନେହ ଭରିବାକୁ ହେବ । ଯାହାଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ସ୍ନେହ ନ ଥିବ, ସେମାନେ ଉଚ୍ଚ ପଦ ପାଇପାରିବେ ନାହିଁ । ସେଠାରେ ତ ଏକ ଧର୍ମ, ଏକ ରାଜ୍ୟ ହେବ । ପରସ୍ପର ମଧ୍ୟରେ କୌଣସି ଝଗଡା ହେବ ନାହିଁ । ଏଠାରେ ତ ରାଜତ୍ୱ ନାହିଁ । ବ୍ରାହ୍ମଣମାନଙ୍କ ମଧ୍ୟରେ ଥିବା ଦେହ-ଅଭିମାନ ଥିବା କାରଣରୁ ମତଭେଦରେ ଆସିଯାଉଛନ୍ତି । ଏହିପରି ମତଭେଦରେ ରହିଲେ, ଦଣ୍ଡ ଭୋଗ କରି ଉତ୍ତୀର୍ଣ୍ଣ ହେବେ । ପୁଣି ସେଠାରେ ଏକ ଧର୍ମ ରହିବ, ତେଣୁ ସେଠାରେ ଶାନ୍ତି ରହିବ । ସେପଟେ ଆସୁରୀ ସମ୍ପ୍ରଦାୟ ଅଥବା ଆସୁରୀ ପରିବାର ରହିଛି । ଏଠାରେ ଈଶ୍ୱରୀୟ ପରିବାର ଅଛି । ଭବିଷ୍ୟତ ପାଇଁ ଦୈବୀଗୁଣ ଧାରଣ କରୁଛନ୍ତି । ବାବା ସର୍ବଗୁଣ ସମ୍ପନ୍ନ କରାଉଛନ୍ତି । ସମସ୍ତେ ତ ହେଉ ନାହାଁନ୍ତି । ଯେଉଁମାନେ ଶ୍ରୀମତ ପାଳନ କରୁଛନ୍ତି ସେହିମାନେ ବିଜୟ ମାଳାର ଦାନା ହେବେ । ଯିଏ ମାଳାର ଦାନା ନ ହେବେ ସେ ପ୍ରଜାରେ ଆସିବେ । ସେଠାରେ ତ ଦୈବୀ ଗଭର୍ଣ୍ଣମେଣ୍ଟ ରହିବ । ଶତ ପ୍ରତିଶତ ପବିତ୍ରତା, ଶାନ୍ତି, ସମୃଦ୍ଧି ରହିବ । ବ୍ରାହ୍ମଣ କୂଳର ସନ୍ତାନମାନଙ୍କୁ ଏବେ ଦୈବୀଗୁଣ ଧାରଣ କରିବାକୁ ହେବ । କେହି ତ ଭଲ ଭାବରେ ଦୈବୀଗୁଣ ଧାରଣ କରି ଅନ୍ୟକୁ କରାଇଥାନ୍ତି । ଦେହୀ-ଅଭିମାନୀ ହେଲେ ଈଶ୍ୱରୀୟ ପରିବାରରେ ପରସ୍ପର ଆତ୍ମିକ ସ୍ନେହ ମଧ୍ୟ ରହିବ, ସେଥିପାଇଁ ପିଲାମାନେ ପୁରୁଷାର୍ଥ କରିଚାଲିଛନ୍ତି । ଅନ୍ତ ସମୟରେ ସମସ୍ତଙ୍କର ଅବସ୍ଥା ଏକାପରି ହୋଇପାରିବ ନାହିଁ । ପୁଣି ଦଣ୍ଡ ଭୋଗ କରି ପଦ ଭ୍ରଷ୍ଟ ହୋଇଯିବ । ନିଚ୍ଚ ପଦ ପାଇବେ । ବ୍ରାହ୍ମଣମାନଙ୍କ ମଧ୍ୟରେ ଯଦି କେହି କ୍ଷୀରଖଣ୍ଡ ଭଳି ମିଳିମିଶି ନ ରହୁଛନ୍ତି ଲୁଣ ପାଣି ହୋଇ ରହୁଛନ୍ତି, ଦୈବୀଗୁଣ ଧାରଣ କରୁ ନାହାଁନ୍ତି, ତେବେ ଶ୍ରେଷ୍ଠ ପଦ କିପରି ପାଇପାରିବେ । ମତଭେଦ ହେବା ଯୋଗୁଁ କେଉଁଠି କେଉଁଠି ଈଶ୍ୱରୀୟ ସେବାରେ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି । ଏହାର ପରିଣାମ କ’ଣ ହୋଇଥାଏ । ସେମାନେ ଏତେ ଉଚ୍ଚ ପଦ ପାଇପାରିବେ ନାହିଁ । ଗୋଟିଏ ପଟେ କ୍ଷୀରଖଣ୍ଡ ହୋଇ ରହିବା ପାଇଁ ପୁରୁଷାର୍ଥ କରୁଛନ୍ତି, ଅନ୍ୟ ପଟେ ମାୟା ଲୁଣପାଣି କରିଦେଉଛି, ଯେଉଁ କାରଣରୁ ସେବା ବଦଳରେ ଅପସେବା କରୁଛନ୍ତି । ବାବା ବସି ବୁଝାଉଛନ୍ତି ତୁମେ ଈଶ୍ୱରୀୟ ପରିବାରର ସଦସ୍ୟ ଅଟ । ଈଶ୍ୱରଙ୍କ ସାଥିରେ ରହୁଛ ମଧ୍ୟ । କେହି ସାଥିରେ ରହୁଛନ୍ତି, କେହି ଅନ୍ୟ ଗାଁରେ ରହୁଛନ୍ତି କିନ୍ତୁ ଏକାଠି ଅଛ ନା । ବାବା ମଧ୍ୟ ଭାରତକୁ ଆସୁଛନ୍ତି । ମନୁଷ୍ୟ ଏକଥା ଜାଣି ନାହାଁନ୍ତି, ଶିବବାବା କେବେ ଆସୁଛନ୍ତି, ଆସି କ’ଣ କରୁଛନ୍ତି? ତୁମକୁ ଏବେ ବାବାଙ୍କ ଦ୍ୱାରା ସତ୍ୟ ପରିଚୟ ପ୍ରାପ୍ତ ହେଉଛି । ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତକୁ ଏବେ ତୁମେ ଜାଣିଛ । ଦୁନିଆକୁ ଜଣା ନାହିଁ ଯେ ଏହି ଚକ୍ର କିପରି ଘୂରୁଛି, ବର୍ତ୍ତମାନ କେଉଁ ସମୟ ଚାଲିଛି, ବିଲ୍‌କୁଲ୍ ଘୋର ଅନ୍ଧକାରରେ ରହିଛନ୍ତି ।

ତୁମକୁ ରଚୟିତା ବାବା ଆସି ସମସ୍ତ ସମାଚାର ଶୁଣାଉଛନ୍ତି । ତା’ ସହିତ ବୁଝାଉଛନ୍ତି ଯେ ହେ ଶାଳଗ୍ରାମ ରୂପି ସନ୍ତାନମାନେ ମୋତେ ମନେ ପକାଅ । ଏ କଥା ଶିବବାବା ନିଜର ସନ୍ତାନମାନଙ୍କୁ କହୁଛନ୍ତି । ତୁମେ ପବିତ୍ର ହେବାକୁ ଚାହୁଁଛ ନା । ଅଧାକଳ୍ପରୁ ଡାକି ଆସିଛ । ଏବେ ମୁଁ ଆସିଛି । ଶିବବାବା ଆସିଥା’ନ୍ତି ଭାରତକୁ ପୁନର୍ବାର ଶିବାଳୟ କରିବା ପାଇଁ, ରାବଣ ବେଶ୍ୟାଳୟ କରିଦେଇଛି । ନିଜେ ହିଁ ଗାନ କରୁଛନ୍ତି ଯେ ଆମେ ପତିତ ବିକାରୀ ହୋଇଯାଇଛୁ । ଭାରତ ସତ୍ୟଯୁଗରେ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲା । ନିର୍ବିକାରୀ ଦେବତାମାନଙ୍କୁ ବିକାରୀ ମନୁଷ୍ୟମାନେ ପୂଜା କରୁଛନ୍ତି । ପୁଣି ନିର୍ବିକାରୀ ଆତ୍ମାମାନେ ହିଁ ବିକାରୀ ହେଉଛନ୍ତି । ଏ କଥା କାହାକୁ ଜଣା ନାହିଁ । ନିର୍ବିକାରୀ ଥିଲେ ତ ପୂଜ୍ୟ ଥିଲେ ପୁଣି ବିକାରୀ ହୋଇ ପୂଜାରୀ ହୋଇଛନ୍ତି, ସେଇଥିପାଇଁ ତ ଡାକୁଛନ୍ତି ହେ ପତିତ-ପାବନ ଆସ, ଆସି ନିର୍ବିକାରୀ କରାଅ । ବାବା କହୁଛନ୍ତି, ଏହି ଅନ୍ତିମ ଜନ୍ମ ତୁମେ ପବିତ୍ର ହୁଅ । କେବଳ ମୋତେ ମନେ ପକାଇଲେ, ତୁମର ପାପ କଟିଯିବ ଏବଂ ତୁମେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ଦେବତା ହୋଇଯିବ, ପୁଣି ଚନ୍ଦ୍ରବଂଶୀ କ୍ଷତ୍ରିୟ ପରିବାରରେ ଆସିବ । ବର୍ତ୍ତମାନ ଈଶ୍ୱରୀୟ ପରିବାରରେ ଅଛ - ପୁଣି ଦୈବୀ ପରିବାରରେ ୨୧ ଜନ୍ମ ରହିବ । ବର୍ତ୍ତମାନ ଏହି ଈଶ୍ୱରୀୟ ପରିବାରରେ ତୁମେ ଅନ୍ତିମ ଜନ୍ମ ଅତିକ୍ରମ କରୁଛ । ଏହି ଜନ୍ମରେ ତୁମକୁ ପୁରୁଷାର୍ଥ କରି ପୁଣି ସର୍ବଗୁଣ ସମ୍ପନ୍ନ ହେବାକୁ ପଡିବ । ତୁମେ ପୂଜ୍ୟ ଥିଲ, ରାଜ୍ୟ କରୁଥିଲ, ପୁଣି ପୂଜାରୀ ହୋଇଛ । ଏହା ବୁଝାଇବାକୁ ପଡିବ ନା । ଭଗବାନ ହେଉଛନ୍ତି ବାବା । ଆମେ ତାଙ୍କର ସନ୍ତାନ ହୋଇଥିବାରୁ, ଏହା ପରିବାର ହେଲା ନା । ଗାୟନ ମଧ୍ୟ କରୁଛନ୍ତି ତୁମେ ମାତାପିତା ଆମେ ତୁମର ସନ୍ତାନ...ତେଣୁ ପରିବାର ହେଲା ନା । ଏବେ ବାବାଙ୍କଠାରୁ ଅସରନ୍ତି ସୁଖ ମିଳୁଛି । ବାବା କହୁଛନ୍ତି ତୁମେ ନିଶ୍ଚିତ ଆମ ପରିବାରର ଅଟ । କିନ୍ତୁ ଡ୍ରାମା ପ୍ଲାନ ଅନୁସାରେ ରାବଣ ରାଜ୍ୟକୁ ଆସିବା ପରେ ତୁମେ ଦୁଃଖ ଭୋଗ କରୁଥିବାରୁ ଡାକୁଛ । ଏହା ତୁମର ପ୍ରକୃତ ପରିବାର ଅଟେ । ପୁଣି ତୁମକୁ ଭବିଷ୍ୟତ ୨୧ ଜନ୍ମ ପାଇଁ ସମ୍ପତ୍ତି ଦେଉଛି । ଏହି ସମ୍ପତ୍ତି ପୁଣି ଦୈବୀ ପରିବାରରେ ୨୧ ଜନ୍ମ ସ୍ଥାୟୀ ରହିବ । ଦୈବୀ ପରିବାର ସତ୍ୟଯୁଗ ତ୍ରେତା ପର୍ଯ୍ୟନ୍ତ ଚାଲିବ । ପୁଣି ରାବଣ ରାଜ୍ୟ ହେବା ପରେ ଭୁଲିଯାଉଛନ୍ତି ଯେ ଆମେ ଦୈବୀ ପରିବାରର ଅଟୁ । ବାମ ମାର୍ଗକୁ ଯିବା ଦ୍ୱାରା ଆସୁରୀ ପରିବାରର ସଦସ୍ୟ ହୋଇ ଯାଉଛନ୍ତି । ୬୩ ଜନ୍ମ ସିଡି ଓହ୍ଲାଇ ଆସିଛ । ବର୍ତ୍ତମାନ ଏହି ସମସ୍ତ ଜ୍ଞାନ ତୁମ ବୁଦ୍ଧିରେ ଅଛି । ତୁମେ ଏକଥା କାହାକୁ ହେଲେ ବି ବୁଝାଇ ପାରିବ । ଅସଲରେ ତୁମେ ଦେବୀଦେବତା ଧର୍ମର ଅଟ । ସତ୍ୟଯୁଗ ଆଗରୁ କଳିଯୁଗ ଥିଲା । ସଂଗମରେ ତୁମକୁ ମନୁଷ୍ୟରୁ ଦେବତା କରାଯାଉଛି । ସତ୍ୟ ଓ କଳି ମଝିରେ ଏହି ସଂଗମ ରହିଛି । ତୁମକୁ ବ୍ରାହ୍ମଣ ଧର୍ମରୁ ପୁଣି ଦୈବୀ ଧର୍ମକୁ ନେଇ ଆସୁଛନ୍ତି । ବୁଝାଯାଉଛି ଲକ୍ଷ୍ମୀ-ନାରାୟଣ ଏହି ରାଜ୍ୟ କିପରି ପ୍ରାପ୍ତ କରିଥିଲେ । ଏହା ପୂର୍ବରୁ ଆସୁରୀ ରାଜ୍ୟ ଥିଲା । ପୁଣି ଦୈବୀ ରାଜ୍ୟ କେବେ ଓ କିପରି ହେଲା । ବାବା କହୁଛନ୍ତି କଳ୍ପ-କଳ୍ପ ସଂଗମରେ ଆସି ତୁମକୁ ବ୍ରାହ୍ମଣ ଦେବତା କ୍ଷତ୍ରିୟ ଧର୍ମକୁ ନେଇଯାଉଛି । ଏହା ଭଗବାନଙ୍କର ପରିବାର ଅଟେ । ସମସ୍ତେ କହୁଛନ୍ତି ଗଡ ଫାଦର । କିନ୍ତୁ ବାବାଙ୍କୁ ନ ଜାଣିବା କାରଣରୁ ଅନାଥ ହୋଇଯାଇଛନ୍ତି, ସେଥିପାଇଁ ବାବା ଆସୁଛନ୍ତି ଘୋର ଅନ୍ଧକାରରୁ ଆଲୋକକୁ ନେଇଯିବା ପାଇଁ । ଏବେ ସ୍ୱର୍ଗ ସ୍ଥାପନ ହେଉଛି ତୁମେମାନେ ପାଠ ପଢୁଛ, ଦୈବୀଗୁଣ ଧାରଣ କରୁଛ । ଏ କଥା ମଧ୍ୟ ଜାଣିବା ଉଚିତ୍ - ଶିବ ଜୟନ୍ତୀ ପାଳନ କରୁଛନ୍ତି, ଶିବଜୟନ୍ତୀ ପରେ ପୁଣି କ’ଣ ହେବ? ନିଶ୍ଚିତ ଦୈବୀ ରାଜ୍ୟର ଜୟନ୍ତୀ ହୋଇଥିବ ନା । ସ୍ୱର୍ଗ ସ୍ଥାପନକାରୀ ଈଶ୍ୱର ପିତା ସ୍ୱର୍ଗର ସ୍ଥାପନା କରିବା ପାଇଁ ସ୍ୱର୍ଗକୁ ତ ଆସିବେ ନାହିଁ । କହୁଛନ୍ତି ମୁଁ ନର୍କ ଓ ସ୍ୱର୍ଗ ମଧ୍ୟରେ ଥିବା ସଂଗମରେ ଆସୁଛି । ଶିବରାତ୍ରି କହୁଛନ୍ତି ନା । ତେଣୁ ମୁଁ ରାତ୍ରିରେ ଆସୁଛି । ଏ କଥା ତୁମେମାନେ ହିଁ ବୁଝିପାରିବ । ଯିଏ ବୁଝନ୍ତି ସେ ଅନ୍ୟକୁ ମଧ୍ୟ ଧାରଣ କରାଇଥାନ୍ତି । ଯେଉଁମାନେ ମନ-ବଚନ-କର୍ମରେ ସେବାରେ ତତ୍ପର ରହିଥାନ୍ତି ସେମାନେ ବାବାଙ୍କର ହୃଦୟରେ ଥା’ନ୍ତି । ଯେତେ ଯେତେ ଅଧିକ ସେବା କରିବେ ସେତେ ସ୍ନେହର ପାତ୍ର ହେବେ । କେହି ଅଲରାଉଣ୍ଡର ସେବାଧାରୀ ହୋଇଥାନ୍ତି । ସବୁ କାମ ଶିଖିବା ଦରକାର । ରାନ୍ଧିବା, ରୁଟି ସେକିବା, ବାସନ ମାଜିବା... ଏହା ମଧ୍ୟ ସେବା ଅଟେ ନା । କିନ୍ତୁ ପ୍ରଥମ ହେଲା ବାବାଙ୍କର ସ୍ମୃତି । ତାଙ୍କ ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ । ଏଠାକାର ସମ୍ପତ୍ତି ମିଳିଛି । ସେଠାରେ ସର୍ବଗୁଣ ସମ୍ପନ୍ନ ରହିବେ । ଯଥା ରାଜାରାଣୀ ତଥା ପ୍ରଜା । ସେଠାରେ ଦୁଃଖର କଥା ରହିବ ନାହିଁ । ବର୍ତ୍ତମାନ ସମସ୍ତେ ନର୍କବାସୀ ଅଟନ୍ତି । ସମସ୍ତଙ୍କର ଅବତରଣର କଳା ହୋଇଯାଇଛି । ପୁଣି ଏବେ ଆରୋହଣ କଳା ହେବ । ବାବା ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ସୁଖକୁ ନେଇଯାଉଛନ୍ତି, ସେଥିପାଇଁ ତାଙ୍କୁ ମୁକ୍ତିଦାତା କୁହାଯାଉଛି । ଏଠାରେ ତୁମର ନିଶା ରହୁଛି, ଆମେ ବାବାଙ୍କଠାରୁ ସମ୍ପତ୍ତି ନେଇ ଯୋଗ୍ୟ ହେଉଛୁ । ସେହିମାନଙ୍କୁ ହିଁ ଯୋଗ୍ୟ କୁହାଯିବ ଯିଏ ଅନ୍ୟକୁ ରାଜପଦ ପାଇବାର ଯୋଗ୍ୟ କରାଉଛନ୍ତି । ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ପଢିବା ପାଇଁ ତ ବହୁତ ଆସିବେ । ଏପରି ନୁହେଁ କି ସମସ୍ତେ ୮୪ ଜନ୍ମ ନେବେ । ଯିଏ ଭଲ ଭାବେ ନ ପଢିବେ ସେ ଡେରିରେ ଆସିବେ, ତେବେ ଜନ୍ମ ମଧ୍ୟ କମ୍ ହେବ ନା । କେହି ୮୦ ଜନ୍ମ, କେହି ୮୨ ଜନ୍ମ, କେହି ଜଲ୍‌ଦି ଆସୁଛନ୍ତି, କେହି ପଛରେ ଆସୁଛନ୍ତି... ସମସ୍ତର ଆଧାର ପାଠପଢା ଉପରେ ରହିଛି । ସାଧାରଣ ପ୍ରଜାମାନେ ପରେ ଆସିବେ । ସେମାନଙ୍କର ୮୪ ଜନ୍ମ ହୋଇପାରିବ ନାହିଁ କାହିଁକି ନା ପରେ ଆସୁଛନ୍ତି । ଯିଏ ବିଲ୍‌କୁଲ୍ ଶେଷରେ ଥିବେ ସେ ତ୍ରେତାର ଅନ୍ତରେ ଆସି ଜନ୍ମ ନେବେ । ପୁଣି ବାମମାର୍ଗରେ ଯାଇ ଓହ୍ଲାଇବା ଆରମ୍ଭ ହୋଇଯାଇଥାଏ । ଭାରତବାସୀମାନେ କିପରି ୮୪ ଜନ୍ମ ନେଉଛନ୍ତି, ତାହା ଏହି ସିଡି ଚିତ୍ରରେ ଦର୍ଶାଯାଇଛି । ଏହି ସୃଷ୍ଟିଚକ୍ର ଡ୍ରାମାର ରୂପ ଅଟେ । ଯିଏ ପାବନ ଥିଲେ ସେ ଏବେ ପତିତ ହୋଇଯାଇଛନ୍ତି, ପୁଣି ପବିତ୍ର ଦେବତା ହେବେ । ବାବା ଆସିଲେ ସମସ୍ତଙ୍କର କଲ୍ୟାଣ ହୋଇଥାଏ, ସେଥିପାଇଁ ଏହାକୁ ଅସ୍‌ପିସିଅସ୍ ଅର୍ଥାତ୍ ପୁଣ୍ୟବନ୍ତ ଯୁଗ କୁହାଯାଉଛି । ଏହା ବାବାଙ୍କର ହିଁ ଅବଦାନ ଅଟେ, ଯିଏକି ସମସ୍ତଙ୍କର କଲ୍ୟାଣ କରୁଛନ୍ତି । ସତ୍ୟଯୁଗରେ ସମସ୍ତଙ୍କର କଲ୍ୟାଣ ହୋଇଥିଲା, କୌଣସି ଦୁଃଖ ନ ଥିଲା, ଏ କଥା ତ ବୁଝାଇବାକୁ ହେବ ଯେ ଆମେ ଈଶ୍ୱରୀୟ ପରିବାରର ସଦସ୍ୟ ଅଟୁ । ଈଶ୍ୱର ସମସ୍ତଙ୍କର ପିତା ଅଟନ୍ତି । ଏହିଠାରେ ହିଁ ତୁମେ ମାତା-ପିତା ବୋଲି ଗାୟନ କରୁଛ । ସେଠାରେ ତ କେବଳ ଫାଦର କୁହାଯିବ । ଏଠାରେ ତୁମକୁ ମାତାପିତା ମିଳିଛନ୍ତି । ଏଠାରେ ତୁମ ସନ୍ତାନମାନଙ୍କୁ ପୋଷ୍ୟ କରାଯାଉଛି । ପିତା ସୃଷ୍ଟିକର୍ତ୍ତା ତେଣୁ ମାତା ମଧ୍ୟ ଥିବେ । ନଚେତ୍ ରଚନା କିପରି ହେବ । ହେଭେନ୍‌ଲୀ ଗଡ ଫାଦର ଅର୍ଥାତ୍ ସ୍ୱର୍ଗ ସ୍ଥାପନକାରୀ ଈଶ୍ୱର ପିତା କିପରି ସ୍ୱର୍ଗ ସ୍ଥାପନ କରୁଛନ୍ତି, ଏ କଥା ନା ଭାରତବାସୀ ଜାଣିଛନ୍ତି ନା ବିଦେଶୀମାନେ ଜାଣିଛନ୍ତି । ଏବେ ତୁମେ ଜାଣିଛ ଯେ ନୂଆ ଦୁନିଆର ସ୍ଥାପନା ଓ ପୁରୁଣା ଦୁନିଆର ବିନାଶ ନିଶ୍ଚୟ ସଂଗମରେ ହିଁ ହେବ । ଏବେ ତୁମେ ସଂଗମରେ ଅଛ । ବର୍ତ୍ତମାନ ବାବା ବୁଝାଉଛନ୍ତି କେବଳ ମୋତେ ମନେ ପକାଅ । ଆତ୍ମାକୁ ହିଁ ମନେ ପକାଇବାକୁ ହେବ ପରମପିତା ପରମାତ୍ମାଙ୍କୁ । ଆତ୍ମାମାନେ ଏବଂ ପରମାତ୍ମା ଅଲଗା ରହିଲେ ବହୁକାଳ... ସୁନ୍ଦର ମେଳା କେଉଁଠାରେ ହେବ! ସୁନ୍ଦର ମେଳା ନିଶ୍ଚୟ ଏହିଠାରେ ହିଁ ହେବ । ପରମାତ୍ମା ପିତା ଏହିଠାକୁ ଆସୁଛନ୍ତି, ଏହାକୁ କଲ୍ୟାଣକାରୀ ସୁନ୍ଦର ମେଳା କୁହାଯାଉଛି । ସମସ୍ତଙ୍କୁ ଜୀବନମୁକ୍ତିର ସମ୍ପତ୍ତି ଦେଉଛନ୍ତି । ଜୀବନବନ୍ଧନରୁ ମୁକ୍ତ ହୋଇଯାଉଛନ୍ତି । ସମସ୍ତ ଆତ୍ମା ତ ଶାନ୍ତିଧାମ ଯିବେ - ପୁଣି ସେଠାରୁ ଆସିଲେ ସତ୍ତ୍ୱପ୍ରଧାନ ରହିବେ । ଧର୍ମସ୍ଥାପକମାନେ ଧର୍ମ ସ୍ଥାପନ ପାଇଁ ଆସିଥା’ନ୍ତି । ସୃଷ୍ଟିରେ ତାଙ୍କର ଜନସଂଖ୍ୟା ବଢିଗଲେ ରାଜତ୍ୱ ନିମନ୍ତେ ପୁରୁଷାର୍ଥ କରିବେ, ସେ ପର୍ଯ୍ୟନ୍ତ କୌଣସି ଲଢେଇ ଝଗଡା ଆଦି ରହିବ ନାହିଁ । ସତ୍ତ୍ୱପ୍ରଧାନରୁ ରଜୋକୁ ଆସିଲେ ଲଢେଇ ଝଗଡା ଆରମ୍ଭ କରିଥାନ୍ତି । ପ୍ରଥମେ ସୁଖ ପରେ ଦୁଃଖ ପାଇଥାନ୍ତି । ଏବେ ବିଲ୍‌କୁଲ୍ ଦୁର୍ଗତି ହୋଇଯାଇଛି । ଏହି କଳିଯୁଗୀ ଦୁନିଆର ବିନାଶ ପୁଣି ସତ୍ୟଯୁଗୀ ଦୁନିଆର ସ୍ଥାପନା ହେବ । ବାବା ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା କରୁଛନ୍ତି । ଯିଏ ଯେଉଁଭଳି ପୁରୁଷାର୍ଥ କରୁଛନ୍ତି ସେହି ଅନୁସାରେ ବିଷ୍ଣୁପୁରୀରେ ଯାଇ ପ୍ରାରବ୍ଧ ପାଇବେ । ବୁଝିବା ନିମନ୍ତେ ଏହା ବହୁତ ଭଲ କଥା ଅଟେ । ବର୍ତ୍ତମାନ ତୁମେ ଖୁସି ହେବା ଉଚିତ୍ ଯେ ଆମେ ଈଶ୍ୱରଙ୍କଠାରୁ ଭବିଷ୍ୟତ ୨୧ ଜନ୍ମ ପାଇଁ ସମ୍ପତ୍ତି ପାଉଛୁ । ଯେତେ ପୁରୁଷାର୍ଥ କରି ନିଜକୁ ଆକ୍ୟୁରେଟ୍ (ଠିକ୍‌) କରିବ... ତୁମକୁ ତ (ଆକ୍ୟୁରେଟ୍‌) ଠିକ୍ ହେବାକୁ ପଡିବ । ଲିବର ଏବଂ ସିଲିଣ୍ଡର ଘଡି ମଧ୍ୟ ରହିଛି ନା । ଲିବର ବହୁତ ଆକ୍ୟୁରେଟ୍ ହୋଇଥାଏ । ପିଲାମାନଙ୍କ ମଧ୍ୟରେ କେହି କେହି ସଠିକ୍ ହୋଇଯା’ନ୍ତି । କେହି ସଠିକ୍ ନ ହୋଇଥିବାରୁ ନିଚ୍ଚ ପଦ ପାଇଥା’ନ୍ତି । ପୁରୁଷାର୍ଥ କରି ସଠିକ୍ ହେବା ଉଚିତ୍ । ଏବେ ସମସ୍ତେ ସଠିକ୍ ରୂପେ ପରିଚାଳିତ ହେଉ ନାହାଁନ୍ତି । ଏକମାତ୍ର ବାବା ହିଁ ପୁରୁଷାର୍ଥ କରାଇବେ । ଭାଗ୍ୟ ଗଢିବାର ପୁରୁଷାର୍ଥ କମ୍ ଥିବାରୁ ପଦ କମ୍ ପାଉଛନ୍ତି । ଶ୍ରୀମତରେ ନ ଚାଲିବା କାରଣରୁ, ଆସୁରୀ ଗୁଣ ନ ଛାଡିବା କାରଣରୁ, ଯୋଗଯୁକ୍ତ ହୋଇ ନ ରହିବା କାରଣରୁ ଏସବୁ ହେଉଛି । ଯୋଗଯୁକ୍ତ ହୋଇ ନ ରହିବା ଯେପରି ପଣ୍ଡିତ ପଣିଆ ଅଟେ । ଯୋଗ କମ୍ ଥିବାରୁ ଶିବବାବାଙ୍କ ପ୍ରତି ସ୍ନେହ ରହୁନାହିଁ । ଧାରଣା ମଧ୍ୟ କମ୍ ହୋଇଯାଏ, ସେହି ଖୁସି ରହି ନ ଥାଏ । ଚେହେରା ହିଁ ମୁର୍ଦ୍ଦାର ସଦୃଶ ରହିଥାଏ । ତୁମର ଚେହେରା ତ ସର୍ବଦା ହର୍ଷିତ ରହିବା ଉଚିତ । ଯେପରି ଦେବତାମାନଙ୍କର ହୋଇଥାଏ । ବାବା ତୁମକୁ କେତେ ସମ୍ପତ୍ତି ଦେଉଛନ୍ତି । କେହି ଗରୀବ ପିଲା ସାହୁକାର ପାଖକୁ ଗଲେ ସେ କେତେ ଖୁସି ହୋଇଥାନ୍ତି । ତୁମେ ବହୁତ ଗରୀବ ଥିଲ । ଏବେ ବାବା ପୋଷ୍ୟ କରୁଥିବାରୁ ଖୁସି ହେବା ଦରକାର । ଆମେ ଈଶ୍ୱରୀୟ କୂଳର ହୋଇଛୁ । କିନ୍ତୁ ଭାଗ୍ୟରେ ନ ଥିଲେ କ’ଣ କରାଯାଇ ପାରିବ । ପଦ ଭ୍ରଷ୍ଟ ହୋଇଯିବ । ପାଟରାଣୀ ହୋଇପାରିବେ ନାହିଁ । ବାବା ଆସୁଛନ୍ତି ହିଁ ପାଟରାଣୀ କରିବା ପାଇଁ । ତୁମେ କାହାକୁ ହେଲେ ବି ବୁଝାଇପାରିବ ଯେ ବ୍ରହ୍ମା, ବିଷ୍ଣୁ, ଶଙ୍କର ତିନି ହେଁ ଶିବଙ୍କର ସନ୍ତାନ ଅଟନ୍ତି । ଭାରତକୁ ପୁନର୍ବାର ବ୍ରହ୍ମାଙ୍କ ଦ୍ୱାରା ସ୍ୱର୍ଗ କରାଉଛନ୍ତି । ଶଙ୍କରଙ୍କ ଦ୍ୱାରା ପୁରୁଣା ଦୁନିଆର ବିନାଶ ହେଉଛି, ଭାରତରେ ହିଁ ବାକି ଅଳ୍ପ ଆତ୍ମା ରହିବେ । ପ୍ରଳୟ ତ ହେବ ନାହିଁ, କିନ୍ତୁ ବହୁତ ଶରୀର ଛାଡି ଦେଉ ଥିବାରୁ କୁହାଯାଉଛି ଯେପରି ପ୍ରଳୟ ହୋଇଯାଉଛି । ରାତି-ଦିନର ଫରକ ରହୁଛି । ଆତ୍ମାମାନେ ସମସ୍ତେ ମୁକ୍ତିଧାମକୁ ଚାଲିଯିବେ । ଏହା ପତିତ-ପାବନ ବାବାଙ୍କର ହିଁ କାମ ଅଟେ । ବାବା କହୁଛନ୍ତି ଦେହୀ-ଅଭିମାନୀ ହୁଅ । ନଚେତ୍ ପୁରୁଣା ସମ୍ବନ୍ଧୀ ମନେ ପଡିବେ । ସ୍ଥୂଳ ରୂପରେ ତ୍ୟାଗ କରିଥିଲେ ମଧ୍ୟ ମନେ ପଡିଥାଆନ୍ତି ଅର୍ଥାତ୍ ନଷ୍ଟୋମୋହା ହୋଇ ନାହାଁନ୍ତି, ଏହାକୁ ବ୍ୟଭିଚାରୀ ୟାଦ କୁହାଯାଉଛି । ଏମାନେ ସଦ୍‌ଗତି ପାଇପାରିବେ ନାହିଁ, କାହିଁକି ନା ଦୁର୍ଗତିରେ ଥିବା ଆତ୍ମାମାନଙ୍କୁ ମନେ ପକାଉଛନ୍ତି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାପଦାଦାଙ୍କ ହୃଦୟରେ ସ୍ଥାନ ପାଇବା ପାଇଁ ମନ-ବଚନ-କର୍ମରେ ସେବା କରିବାକୁ ହେବ । ଆକ୍ୟୁରେଟ ଅର୍ଥାତ୍ ଯଥାର୍ଥ ଏବଂ ଅଲରାଉଣ୍ଡର ଅର୍ଥାତ୍ ସବୁ କର୍ମରେ ଦକ୍ଷ ହେବାକୁ ପଡିବ ।

(୨) ଏଭଳି ଦେହୀ-ଅଭିମାନୀ ହେବାକୁ ପଡିବ ଯେପରି କୌଣସି ବି ପୁରୁଣା ସମ୍ବନ୍ଧୀ ମନେ ପଡୁ ନ ଥିବେ । ପରସ୍ପର ମଧ୍ୟରେ ବହୁତ-ବହୁତ ଆତ୍ମିକ ସ୍ନେହରେ ରହିବାକୁ ହେବ, ଲୁଣପାଣି ହେବାର ନାହିଁ ।

ବରଦାନ:-
ବିଶ୍ୱ ପରିବର୍ତ୍ତନର ଶ୍ରେଷ୍ଠ କାର୍ଯ୍ୟରେ ନିଜର ଅଙ୍ଗୁଳି ଲଗାଉଥିବା ମହାନ ତଥା ନିର୍ମାଣ ଭବ ।

ଯେପରି କୌଣସି ସ୍ଥୁଳ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରିବା ସମୟରେ ସେଥିରେ ସବୁ ଜିନିଷ ଠିକ୍ ଭାବରେ ମିଶାଇବାକୁ ପଡିଥାଏ, ଯଦି ସାଧାରଣ ଲୁଣ ବା ଚିନି ଟିକିଏ କମ୍ ହୋଇଯାଏ ତେବେ ତାହା ଆଉ ଖାଇବା ଯୋଗ୍ୟ ହୋଇପାରେ ନାହିଁ । ସେହିପରି ବିଶ୍ୱ ପରିବର୍ତ୍ତନର ଏହି ଶ୍ରେଷ୍ଠ କାର୍ଯ୍ୟ ପାଇଁ ମଧ୍ୟ ବାବାଙ୍କର ପ୍ରତ୍ୟେକ ରତ୍ନମାନଙ୍କର ଆବଶ୍ୟକତା ରହିଛି । ଏଥିରେ ସମସ୍ତଙ୍କର ଅଙ୍ଗୁଳି ଲାଗିବା ଦରକାର । ସମସ୍ତେ ନିଜ ନିଜ ହିସାବରେ ବହୁତ-ବହୁତ ଆବଶ୍ୟକ ଅଟନ୍ତି । ସମସ୍ତେ ଶ୍ରେଷ୍ଠ ମହାରଥୀ ଅଟନ୍ତି, ସେଥିପାଇଁ ନିଜର କାର୍ଯ୍ୟର ଶ୍ରେଷ୍ଠତାର ମୂଲ୍ୟକୁ ଜାଣ, ସମସ୍ତେ ମହାନ ଆତ୍ମା ଅଟ । କିନ୍ତୁ ଯେତିକି ମହାନ ଅଟ ସେତିକି ନିର୍ମାଣ ମଧ୍ୟ ହୁଅ ।

ସ୍ଲୋଗାନ:-
ଯଦି ନିଜର ସ୍ୱଭାବକୁ ସରଳ କରିଦେବ ତେବେ ସବୁ କାର୍ଯ୍ୟ ସରଳ ହୋଇଯିବ ।

ଅବ୍ୟକ୍ତ ଈଶାରା:- ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।

ଜୀବନ ନିର୍ବାହ କରିବାରେ ସମୟ, ପରିସ୍ଥିତି ଏବଂ ସମସ୍ୟାଗୁଡିକ ସଂକଟାପନ୍ନ ହୋଇଥିଲେ ମଧ୍ୟ, ବାୟୁମଣ୍ଡଳ ଦୁଇଗୁଣା ଦୂଷିତ ହୋଇଥିଲେ ମଧ୍ୟ ତା’ର ପ୍ରଭାବରୁ ମୁକ୍ତ ରହିବାକୁ ହେବ ଏବଂ ସବୁ ପ୍ରକାରର ଭିନ୍ନ ଭିନ୍ନ ବନ୍ଧନଗୁଡିକ ଠାରୁ ମୁକ୍ତ ରହିବାକୁ ହେବ । ଯେପରି ଗୋଟିଏ ବି ସୂକ୍ଷ୍ମ ବନ୍ଧନ ନ ଥିବ । ଏହିଭଳି ବନ୍ଧନମୁକ୍ତ ଏବଂ ଜୀବନମୁକ୍ତ, ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନଙ୍କୁ ହେବାକୁ ପଡିବ । ଏହି ସଂଗମଯୁଗରେ ହିଁ ଜୀବନ ମୁକ୍ତ ସ୍ଥିତିର ପ୍ରାରବ୍ଧର ଅନୁଭବ କରିବାକୁ ହେବ ।