02.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ହେଉଛ ଆତ୍ମିକ ପଣ୍ଡା, ତୁମକୁ ଗୃହସ୍ଥ ବ୍ୟବହାରକୁ ସମ୍ଭାଳି, ପଦ୍ମଫୁଲ ସଦୃଶ ହୋଇ ଯୋଗର ଯାତ୍ରା
କରିବାକୁ ହେବ ଏବଂ କରାଇବାକୁ ହେବ ।”
ପ୍ରଶ୍ନ:-
ବାବା
ପିଲାମାନଙ୍କର କେଉଁ ଶୃଙ୍ଗାର କରୁଛନ୍ତି? କେଉଁ ଶୃଙ୍ଗାର ପାଇଁ ମନା କରୁଛନ୍ତି?
ଉତ୍ତର:-
ବାବା କହୁଛନ୍ତି ମଧୁର ସନ୍ତାନମାନେ - ମୁଁ ତୁମମାନଙ୍କର ଆତ୍ମିକ ଶୃଙ୍ଗାର କରିବା ପାଇଁ ଆସିଛି,
ତୁମମାନଙ୍କୁ କେବେ ବି ଶାରୀରିକ ଶୃଙ୍ଗାର କରିବାର ନାହିଁ । ତୁମେମାନେ ବର୍ତ୍ତମାନ ବେଗର (ଭିକାରୀ)
ଅଟ, ତେଣୁ ତୁମମାନଙ୍କର ଫେସନ କରିବାର ସଉକ ରହିବା ଉଚିତ୍ ନୁହେଁ । ଦୁନିଆ ବହୁତ ଖରାପ, ସେଥିପାଇଁ
ଟିକିଏ ବି ଶରୀରର ଫେସନ କର ନାହିଁ ।
ଗୀତ:-
ଆଖିର ୱହ ଦିନ
ଆୟା ଆଜ.....
ଓମ୍ ଶାନ୍ତି ।
ବେହଦର ପିତା ବସି ସମସ୍ତ ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ବେହଦର ଅର୍ଥ ଯାହାର କୌଣସି
ସୀମା ନାହିଁ । କେତେ ଢେର ସନ୍ତାନମାନେ ଅଛନ୍ତି । ଏତେ ସଂଖ୍ୟକ ପିଲାମାନଙ୍କର ଜଣେ ହିଁ ପିତା
ଅଟନ୍ତି ଯାହାଙ୍କୁ ରଚୟିତା କୁହାଯାଉଛି । ଦୁନିଆରେ ଥିବା ବାବାମାନେ ହେଲେ ଶାରୀରିକ, ଇଏ ବେହଦର
ଆତ୍ମାମାନଙ୍କର ପିତା ଅଟନ୍ତି । ସେମାନେ ହେଲେ ଶାରୀରିକ ପିତା, ଇଏ ହେଉଛନ୍ତି ସମସ୍ତ
ଆତ୍ମାମାନଙ୍କର ଏକମାତ୍ର ପିତା । ଯାହାଙ୍କୁ ଭକ୍ତିମାର୍ଗରେ ସବୁ ଆତ୍ମାମାନେ ସ୍ମରଣ କରୁଛନ୍ତି ।
ତୁମେମାନେ ଜାଣିଛ ଭକ୍ତିମାର୍ଗ ମଧ୍ୟ ଅଛି, ତା’ ସହିତ ରାବଣ ରାଜ୍ୟ ମଧ୍ୟ ଅଛି । ଏବେ ମନୁଷ୍ୟମାନେ
ଡାକୁଛନ୍ତି ଯେ ଆମକୁ ରାବଣ ରାଜ୍ୟରୁ ରାମରାଜ୍ୟକୁ ନେଇଚାଲ । ବାବା ବୁଝାଉଛନ୍ତି - ଦେଖ,
ଦେବୀ-ଦେବତା ଯେଉଁମାନେ କି ଭାରତର ମାଲିକ ଥିଲେ, ସେମାନେ ଏବେ ନାହାଁନ୍ତି । ସେମାନେ କିଏ ଥିଲେ,
ଏକଥା ମଧ୍ୟ ଏବେ ତୁମେ ଜାଣିଛ । ଆମେ ହିଁ ସତ୍ୟଯୁଗୀ ସୂର୍ଯ୍ୟବଂଶୀ କୁଳର ମାଲିକ ଥିଲୁ । ରାଜା,
ରାଣୀ ତ ହେବେ ନା । ତୁମମାନଙ୍କର ଏବେ ସ୍ମୃତି ଆସିଛି । ବାବା ଆସିଛନ୍ତି - ଆମ୍ଭମାନଙ୍କୁ ରାଜ୍ୟ
ଭାଗ୍ୟର ସମ୍ପତ୍ତି ଦେବାକୁ, ବିଶ୍ୱର ମାଲିକ କରାଇବାକୁ । ବାବା କହୁଛନ୍ତି ଏବେ ସମସ୍ତେ
ଭକ୍ତିମାର୍ଗରେ ଅଛନ୍ତି, ଭକ୍ତିମାର୍ଗକୁ ହିଁ ରାବଣରାଜ୍ୟ କୁହାଯାଉଛି । ତୁମମାନଙ୍କୁ
ଜ୍ଞାନମାର୍ଗ କେବଳ ଏକମାତ୍ର ବାବା ହିଁ ଶିଖାଉଛନ୍ତି । ସେହି ବେହଦର ବାବାଙ୍କୁ ଭକ୍ତିମାର୍ଗରେ
ସମସ୍ତେ ସ୍ମରଣ କରୁଛନ୍ତି । ଏବେ ତୁମକୁ ୨୧ଜନ୍ମ ପାଇଁ ଜ୍ଞାନର ରାଜଧାନୀ ମିଳୁଛି । ପୁଣି
ଅଧାକଳ୍ପ ତୁମେ ତାଙ୍କୁ ଡାକିବ ନାହିଁ । ହାୟ ରାମ... ହାୟ ପ୍ରଭୁ କହିବାର ଆବଶ୍ୟକତା ରହିବ ନାହିଁ
। ଯେବେ ଦୁଃଖୀ ହୋଇଥାନ୍ତି ତେବେ ହାୟ ରାମ କହିଥା’ନ୍ତି । ତୁମକୁ ସେଠାରେ ଅର୍ଥାତ୍ ସ୍ୱର୍ଗରେ
ଦୁଃଖ ହେବ ନାହିଁ । ଏବେ ତୁମେ ଜାଣୁଛ ଏହା ମଧ୍ୟ ଏକ ଖେଳ ଅଟେ । ଅଧାକଳ୍ପ ହେଲା ଜ୍ଞାନର ଦିନ,
ଅଧାକଳ୍ପ ହେଲା ଭକ୍ତିର ରାତି । ଭକ୍ତି ଆମକୁ ନୀଚ୍ଚ ସ୍ତରକୁ ଓହ୍ଲାଇ ଦେଉଛି । ତୁମ ବୁଦ୍ଧିରେ
ସିଢିର ଜ୍ଞାନ ନିଶ୍ଚିତ ରହିବା ଉଚିତ୍ । ବାବା ବୁଝାଉଛନ୍ତି ଯେ ଏହା ୮୪ ଜନ୍ମର ଚକ୍ର ଅଟେ, ଏହି
ଚକ୍ରକୁ ଜାଣିବା ଦ୍ୱାରା ତୁମେ ଚକ୍ରବର୍ତ୍ତୀ ରାଜା ହେବ, ସେଥିପାଇଁ ବାବା ଚିତ୍ର ମଧ୍ୟ ତିଆରି
କରାଉଛନ୍ତି ଯେଉଁଥିରୁ ସିଦ୍ଧ ହୋଇପାରିବ ଯେ ଆମେ ଏହି ଚକ୍ରକୁ ଜାଣିବା ଦ୍ୱାରା ୨୧ ଜନ୍ମ ପାଇଁ
ରାଜ୍ୟ ଭାଗ୍ୟ ନେଉଛୁ ।
ଏବେ ତୁମର ସଂଖ୍ୟା ବହୁତ ହୋଇଗଲାଣି । ବହୁତ ବଡ ରୁହାନୀ ଶକ୍ତି ସେନା ପ୍ରସ୍ତୁତ ହୋଇଯାଉଛି ।
ତୁମେ ସମସ୍ତେ ପଣ୍ଡା ଅଟ । ବାବା ମଧ୍ୟ ପଣ୍ଡା ଅଟନ୍ତି । ତାଙ୍କୁ ଗାଇଡ୍ (ପଥ ପ୍ରଦର୍ଶକ)
କୁହାଯାଉଛି । ପଣ୍ଡା ଅକ୍ଷର ଶୁଭ ଅଟେ । ପଣ୍ଡାମାନେ ଯାତ୍ରା କରାଇଥାନ୍ତି । ଯାତ୍ରୀ ଗଲେ ତାଙ୍କୁ
ଏକ ଗାଇଡ୍ ମିଳିଥାଏ, ଯାତ୍ରୀଙ୍କୁ ସବୁ ଦେଖାଇବା ପାଇଁ । ତୀର୍ଥ ଯାତ୍ରା କରିବା ସମୟରେ ମଧ୍ୟ
ପଣ୍ଡା ମିଳିଥା’ନ୍ତି । ବାବା କହୁଛନ୍ତି - ତୁମେ ଜନ୍ମ-ଜନ୍ମାନ୍ତର ତୀର୍ଥ ଯାତ୍ରା କରି ଆସିଛ ।
ଅମରନାଥକୁ, ତୀର୍ଥ କରିବାକୁ ଯାଉଛ, କେବେ ପରିକ୍ରମା କରୁଛ । ସେଠାକୁ ଯିବା ସମୟରେ ପୁଣି ତାହା
ହିଁ ମନେ ରହିଥାଏ । ଘରଦ୍ୱାର, କର୍ମଧନ୍ଦା ସବୁ ମନରୁ ଭୁଲି ହୋଇଯାଇଥାଏ । ଏଠାରେ ତୁମକୁ
ବୁଝାଯାଉଛି ନିଜର ଘର ଗୃହସ୍ଥରେ ରହି କର୍ମଧନ୍ଦା ମଧ୍ୟ କରୁଥାଅ ଏବଂ ତା’ ସହିତ ଗୁପ୍ତ ଯାତ୍ରାରେ
ରୁହ । ଏହା ବହୁତ ଭଲ ଯାତ୍ରା ଅଟେ । ଯେତେ ବଡ ଧନ୍ଦା କରିବାର ଅଛି ସେତେ କର, କାହାକୁ ହେଲେ ମନା
ମଧ୍ୟ କରାଯାଉନାହିଁ । ଭଲେ ନିଜର ରାଜତ୍ୱ ମଧ୍ୟ ସମ୍ଭାଳ । ରାଜା ଜନକଙ୍କୁ ମଧ୍ୟ ଗୋଟିଏ
ସେକେଣ୍ଡରେ ଜୀବନମୁକ୍ତି ମିଳିଥିଲା । ତୁମକୁ କୌଣସି ପ୍ରକାରର ଶାରୀରିକ ଯାତ୍ରା ଆଦି କରି,
ହଇରାଣ ହେବାର ଆବଶ୍ୟକତା ନାହିଁ । ନିଜ ପରିବାରର ମଧ୍ୟ ସମ୍ପୂର୍ଣ୍ଣ ରୂପେ ଦାୟିତ୍ୱ ବହନ କରିବାକୁ
ହେବ । ଯେଉଁମାନେ ଭଲ ବୁଦ୍ଧିମାନ ସନ୍ତାନ ଅଟନ୍ତି, ସେମାନେ ବୁଝିଥା’ନ୍ତି ଯେ ଆମକୁ ଘର ଗୃହସ୍ଥରେ
ରହି ପଦ୍ମଫୁଲ ସମାନ ହୋଇ ରହିବାକୁ ହେବ । ଗୃହସ୍ଥ ବ୍ୟବହାରରେ ବିରକ୍ତ ହେବା ଅନୁଚିତ୍ । କୁମାର,
କୁମାରୀମାନେ ଯେପରିକି ସନ୍ନ୍ୟାସୀ ଅଟନ୍ତି, ତାଙ୍କ ପାଖରେ କୌଣସି ବିକାର ନାହିଁ । ସେମାନେ ୫
ବିକାରରୁ ଦୂରରେ ରହିଥା’ନ୍ତି । ଏବେ ତୁମେମାନେ ଜାଣୁଛ ଆମର ଶୃଙ୍ଗାର ହିଁ ଅଲଗା ପ୍ରକାରର ଅଟେ,
ଅନ୍ୟମାନଙ୍କର ଶୃଙ୍ଗାର ଅଲଗା ଅଟେ । ସେମାନଙ୍କର ହେଲା ତମୋପ୍ରଧାନ ଶୃଙ୍ଗାର, ତୁମର ହେଲା
ସତ୍ତ୍ୱପ୍ରଧାନ ଶୃଙ୍ଗାର, ଯାହା ଦ୍ୱାରା ତୁମକୁ ସତ୍ତ୍ୱପ୍ରଧାନ ସୂର୍ଯ୍ୟବଂଶୀ ରାଜତ୍ୱ ପ୍ରାପ୍ତି
ହେବ । ବାବା ତୁମମାନଙ୍କୁ ବୁଝାଉଛନ୍ତି - ତମୋପ୍ରଧାନ ଶାରୀରିକ ଶୃଙ୍ଗାର ଟିକିଏ ହେଲେ ବି କରନାହିଁ
। ଦୁନିଆ ବହୁତ କଳୁଷିତ ଅଟେ । ଗୃହସ୍ଥ ବ୍ୟବହାରରେ ରହି ସୌଖିନ ହୁଅ ନାହିଁ । ଫେସନ ଆକର୍ଷିତ
କରିଥାଏ । ଏହି ସମୟରେ ସୁନ୍ଦର ହେବା ଠିକ୍ ନୁହେଁ । ଅସୁନ୍ଦର ଶ୍ୟାମଳ ବର୍ଣ୍ଣ ଏବେ ଭଲ । କେହି
ପଞ୍ଝା ମାରିବେ ନାହିଁ । ସୌନ୍ଦର୍ଯ୍ୟ ପଛରେ ତ ଘୂରି ବୁଲିଥାନ୍ତି । ଶ୍ରୀକୃଷ୍ଣଙ୍କୁ ମଧ୍ୟ
ଶ୍ୟାମଳ ରୂପେ ଦେଖାଇଥା’ନ୍ତି । ତୁମକୁ ଶିବବାବାଙ୍କଠାରୁ ଶକ୍ତି ନେଇ ଗୋରା ହେବାକୁ ପଡିବ ।
ସେମାନେ ପାଉଡର ଆଦି ଦ୍ୱାରା ଗୋରା ହେଉଛନ୍ତି । ଆଜିକାଲି ଏତେ ଫେସନ ରହିଛି ଯେ ସେକଥା ନ କହିବା
ଭଲ । ସାହୁକାରମାନଙ୍କର ତ ସତ୍ୟାନାଶ ହେଉଛି । ଗରୀବମାନଙ୍କର ଅବସ୍ଥା ଭଲ ଅଛି । ଗାଁକୁ ଯାଇ
ଗରୀବମାନଙ୍କର କଲ୍ୟାଣ କରିବାକୁ ହେବ, କିନ୍ତୁ ସମସ୍ତଙ୍କ ପାଖରେ ସନ୍ଦେଶ ପହଁଞ୍ଚାଇବା ପାଇଁ ବଡ
ଲୋକ ମଧ୍ୟ ଦରକାର । ତୁମେ ସମସ୍ତେ ଗରୀବ ଅଟ ନା । କେହି ସାହୁକାର ଅଛନ୍ତି କି? ତୁମେ ଦେଖ କେତେ
ସାଧାରଣ ଭାବରେ ବସିଛ । ବମ୍ବେରେ ଦେଖ କେତେ ପ୍ରକାରର ଫେସନ ହେଉଛନ୍ତି । ବାବାଙ୍କ ପାଖକୁ ମିଳନ
ପାଇଁ ଆସିଲେ, ମୁଁ କହିଥାଏ କି ତୁମେ ଏହି ଶାରୀରିକ ଶୃଙ୍ଗାର କରିଛ, ଏବେ ଆସ ତୁମକୁ ଜ୍ଞାନର
ଶୃଙ୍ଗାର କରାଇବି, ଯାହା ଦ୍ୱାରା ତୁମେ ୨୧ ଜନ୍ମ ପାଇଁ ସ୍ୱର୍ଗର ପରୀ ହୋଇଯିବ । ସର୍ବଦା ସୁଖୀ
ହୋଇଯିବ । ନା କେବେ କାନ୍ଦିବ, ନା ଦୁଃଖ ଥିବ । ଏବେ ଏହି ଶାରୀରିକ ଶୃଙ୍ଗାରକୁ ତୁମେ ଛାଡିଦିଅ ।
ତୁମକୁ ମୁଁ ଜ୍ଞାନରତ୍ନ ଦ୍ୱାରା ଏଭଳି ଫାଷ୍ଟକ୍ଲାସ ଶୃଙ୍ଗାର କରାଇବି ଯେ, ସେ କଥା ନ ପଚାରିଲେ
ଭଲ । ଯଦି ମୋ ମତରେ ଚାଲିବ, ତେବେ ତୁମକୁ ପାଟରାଣୀ କରାଇବି । ଏହା ତ ଶ୍ରେଷ୍ଠ କଥା ଅଟେ ନା ।
ଭାରତବାସୀମାନଙ୍କୁ ଏହି ତମୋପ୍ରଧାନ ଅସୁର ଦୁନିଆ ନର୍କରୁ ଦୁରେଇ ନେଇ ସ୍ୱର୍ଗର ମହାରାଣୀ କରାଉଛି
।
ତୁମେ ପିଲାମାନେ ଜାଣିଛ ଯେ ଆମେ ଏବେ ଧଳା ପୋଷାକରେ ଅଛୁ, ପର ଜନ୍ମରେ ସ୍ୱର୍ଗରେ ସୁନାର ଚାମଚରେ
କ୍ଷୀର ପିଇବୁ । ଏହା ବହୁତ କଳୁଷିତ ଦୁନିଆ । ସ୍ୱର୍ଗ ତ ସ୍ୱର୍ଗ ଅଟେ, ସେ କଥା ଆଉ ପଚାର ନାହିଁ
। ଏଠାରେ ତୁମେ ଭିକାରୀ ଅଟ । ସାରା ଭାରତ ବର୍ତ୍ତମାନ ଭିକାରୀ ହୋଇଯାଇଛି । ଭିକାରୀରୁ ରାଜକୁମାର,
ଏହିପରି ଗାୟନ ରହିଛି । ତୁମେ ଏହି ଭାରତରେ ହିଁ ପୁଣି ଥରେ ଜନ୍ମ ନେବ । ବାବା ଆମକୁ ସ୍ୱର୍ଗର
ମାଲିକ କରାଇଥିଲେ, ଏଥିରେ ରାତି-ଦିନର ପାର୍ଥକ୍ୟ ରହିଛି । ମହାନ ଗରୀବ, ଯାହାଙ୍କ ପାଖରେ ଖାଇବା
ପାଇଁ କିଛି ନ ଥାଏ, ତାଙ୍କୁ ହିଁ ଦାନ ଦିଆଯାଇଥାଏ । ଭାରତ ହିଁ ମହାନ ଗରୀବ ଅଟେ । ବିଚରା ସେମାନେ
ଜାଣିନାହାଁନ୍ତି ଯେ ଏହି ସମୟରେ ସମସ୍ତେ ତମୋପ୍ରଧାନ ହୋଇଯାଇଛନ୍ତି । ଦିନକୁ ଦିନ ସିଢିରେ ତଳକୁ
ତଳକୁ ହିଁ ଓହ୍ଲାଉଛନ୍ତି । ଏବେ କେହି ସିଢିରେ ଉପରକୁ ଚଢିପାରିବେ ନାହିଁ । ୧୬ କଳାରୁ ପୁଣି ୧୪
କଳା ପୁଣି ୧୨ କଳା.... ତଳକୁ ଓହ୍ଲାଇ ଚାଲିଛନ୍ତି । ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ପ୍ରଥମେ ୧୬ କଳା
ସମ୍ପୂର୍ଣ୍ଣ ଥିଲେ, ପୁଣି ୧୪ କଳାକୁ ଖସି ଆସିଲେ ନା । ଏହା ମଧ୍ୟ ଭଲ ଭାବରେ ମନେ ରଖିବାକୁ ହେବ
। ସିଢିରେ ଓହ୍ଲାଇ-ଓହ୍ଲାଇ ବିଲକୁଲ୍ ସମ୍ପୂର୍ଣ୍ଣ ପତିତ ହିଁ ହୋଇଯାଇଛ । ପୁଣି ସ୍ୱର୍ଗର ମାଲିକ
କିଏ କରାଇବେ? ଏହି ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଏକଥା ମଧ୍ୟ ସମସ୍ତେ
କହୁଛନ୍ତି କିନ୍ତୁ କେଉଁ ଇତିହାସର ପୁନରାବୃତ୍ତି ହେବ, ଏକଥା କେହି ଜାଣିନାହାଁନ୍ତି । ଶାସ୍ତ୍ର
ଗୁଡିକରେ ତ ଲେଖି ଦେଇଛନ୍ତି ଯେ ସତ୍ୟଯୁଗର ଆୟୁଷ ଲକ୍ଷ-ଲକ୍ଷ, କୋଟି-କୋଟି ବର୍ଷ ଅଟେ । ଯଦି
ପଚାରିବା ସତ୍ୟଯୁଗ କେବେ ଆସିବ? କହିବେ ଏବେ ଆହୁରି ୪୦ ହଜାର ବର୍ଷ ପଡିଛି । ତୁମେ ପ୍ରମାଣ ସହିତ
ବତାଉଛ ଯେ କଳ୍ପର ଆୟୁଷ ହିଁ ୫ ସେମାନେ ପୁଣି କେବଳ ସତ୍ୟଯୁଗକୁ ହିଁ ଲକ୍ଷ-ଲକ୍ଷ ବର୍ଷ ବୋଲି
କହିଦେଉଛନ୍ତି । ଘୋର ଅନ୍ଧକାର ଅଟେ ନା । ତେବେ ମନୁଷ୍ୟ କିପରି ମାନିବେ, ଭଗବାନ ଆସିଥିବେ ବୋଲି
ସେମାନେ ଭାବୁଛନ୍ତି ଭଗବାନ ଯେବେ ଆସିବେ ସେବେ କଳିଯୁଗର ଅନ୍ତ ହେବ । ଏବେ ତୁମେ ପିଲାମାନେ ଏହି
ସବୁ କଥାକୁ ଜାଣୁଛ । ବିନାଶ ସମ୍ମୁଖରେ ରହିଛି । ପିଲାମାନଙ୍କୁ ବୁଝାଯାଉଛି ଯେ ବିନାଶ ପୂର୍ବରୁ
ବାବାଙ୍କଠାରୁ ସମ୍ପତ୍ତିର ଅଧିକାର ନେଇଯାଅ, କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ସମସ୍ତେ ଶୋଇ
ରହିଛନ୍ତି । ତେଣୁ ବିଚରା ହାୟ-ହାୟ କରି କରି ମରିବେ । ତୁମର ଜୟ-ଜୟକାର ହୋଇଯିବ । ବିନାଶ ସମୟରେ
ତ ହାୟ-ହାୟ କରିଥାନ୍ତି । ବିପରୀତ ବୁଦ୍ଧିବାଲା ମନୁଷ୍ୟ ହାୟ-ହାୟ ହିଁ କରିବେ । ଏବେ ତୁମେ ହେଉଛ
ସତ୍ୟ ପିତାଙ୍କର ସତ୍ୟ ସନ୍ତାନ । ନର୍କର ବିନାଶ ହେବା ବିନା ସ୍ୱର୍ଗ କିପରି ସ୍ଥାପନା ହେବ । ତୁମେ
କହୁଛ ଏହା ହିଁ ମହାଭାରତ ଲଢେଇ ଅଟେ, ଏହା ଦ୍ୱାରା ହିଁ ସ୍ୱଗର ଦ୍ୱାର ଖୋଲିବ । ମନୁଷ୍ୟ ତ କିଛି
ହେଲେ ଜାଣିନାହାଁନ୍ତି । ତୁମ ବୁଦ୍ଧିରେ ଅଛି ଆମକୁ ଏବେ ଦୈବୀ ସ୍ୱରାଜ୍ୟର ଲହୁଣୀ ମିଳୁଛି ।
ସେମାନେ ପରସ୍ପର ସହିତ ଲଢେଇ କରିବେ । ସେମାନେ ମଧ୍ୟ ମନୁଷ୍ୟ ଅଟନ୍ତି, ତୁମେ ମଧ୍ୟ ମନୁଷ୍ୟ ଅଟ
କିନ୍ତୁ ସେମାନେ ହେଲେ ଅସୁର ସମ୍ପ୍ରଦାୟର, ତୁମେ ହେଉଛ ଦୈବୀ ସମ୍ପ୍ରଦାୟର । ବାବା ପିଲାମାନଙ୍କୁ
ସମ୍ମୁଖରେ ବୁଝାଉଛନ୍ତି । ତୁମମାନଙ୍କର ଆନ୍ତରିକ ଖୁସି ରହୁଛି । ଅନେକ ଥର ତୁମେ ଏହି ରାଜଧାନୀ
ନେଇଛ, ଯେପରି ଏବେ ତୁମେ ନେଉଛ । ସେମାନେ ହେଲେ ଦୁଇ ବିଲେଇ, ପରସ୍ପର ସହିତ ଲଢୁଛନ୍ତି । ସାରା
ବିଶ୍ୱର ବାଦଶାହୀ-ଲହୁଣୀ ରୂପରେ ତୁମକୁ ମିଳୁଛି । ତୁମେ ଏଠାକୁ ଆସିଛ ବିଶ୍ୱର ମାଲିକ ହେବା ପାଇଁ
। ତୁମେ ଜାଣିଛ ଆମେ ବାବାଙ୍କ ସହିତ ଯୋଗ ଲଗାଇ କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବୁ । ସେମାନେ
ପରସ୍ପର ସହିତ ଲଢେଇ କରିବେ, ଆମେ ବିଶ୍ୱର ବାଦଶାହୀ ନେଇଯିବୁ । ଏହା ତ ସାଧାରଣ କଥା । ସେମାନେ
ବାହୁବଳ ଦ୍ୱାରା ବିଶ୍ୱର ମାଲିକ ହୋଇପାରିବେ ନାହିଁ । ତୁମେ ଯୋଗ ବଳ ଦ୍ୱାରା ବିଶ୍ୱର ମାଲିକ
ହୋଇଯିବ । ତୁମର ହେଲା ଅହିଂସା ପରମୋ ଦେବୀ ଦେବତା ଧର୍ମ । ଉଭୟ ପ୍ରକାରର ହିଂସା ସ୍ୱର୍ଗରେ ହେବ
ନାହିଁ । କାମ ବିକାରର ହିଂସା ସବୁଠାରୁ ଖରାପ, ଯାହା ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଉଛି ।
ରାବଣ ରାଜ୍ୟ କେବେଠାରୁ ହେଉଛି, ଏହା କେହି ଜାଣିନାହାଁନ୍ତି - ଏବେ ଭଗବାନଙ୍କୁ ଡାକୁଛନ୍ତି - ଆସି
ଆମକୁ ପବିତ୍ର କରାଅ, ତେବେ ନିଶ୍ଚିତ କେବେ ପବିତ୍ର ଥିଲେ ନା । ଭାରତବାସୀ ସନ୍ତାନମାନେ ହିଁ
ଡାକୁଛନ୍ତି - ଦୁଃଖରୁ ମୁକ୍ତ କର, ଶାନ୍ତିଧାମ ନେଇଯାଅ । ଦୁଃଖ ଦୂର କରି ସୁଖ ଦିଅ ।
ଶ୍ରୀକୃଷ୍ଣଙ୍କୁ ହରି ମଧ୍ୟ କହିଥାନ୍ତି । ବାବା ଆମକୁ ହରିଙ୍କ ଦ୍ୱାରକୁ ନେଇଯାଅ । ହରିଙ୍କ
ଦ୍ୱାର ହେଲା କୃଷ୍ଣପୁରୀ । ଏହା ହେଲା କଂସପୁରୀ । ଏହି କଂସପୁରୀ ଆମର ପସନ୍ଦ ନୁହେଁ । ମାୟା
ମଚ୍ଛନ୍ଦରର ଖେଳ ଦେଖାଉଛନ୍ତି । ଏକଥା ତ ତୁମେ ଜାଣିଛ ରାବଣର ରାଜ୍ୟ ଦ୍ୱାପରରୁ ଆରମ୍ଭ ହେଉଛି ।
ଯେଉଁ ଦେବତାମାନେ ପବିତ୍ର ଥିଲେ, ସେମାନେ ପତିତ ହେବା ଆରମ୍ଭ କଲେ, ଏହାର ଚିହ୍ନ ମଧ୍ୟ ଜଗନ୍ନାଥ
ପୁରୀରେ ରହିଛି । ଦୁନିଆ ବହୁତ ବିକାରୀ ହୋଇଯାଇଛି । ଏବେ ଆମେ ସେସବୁ କଥାରୁ ବାହାରି ପରିସ୍ତାନକୁ
ଯାଉଛୁ । ଏଥିରେ ବହୁତ ସାହାସ, ମହାବୀରପଣିଆ ଆବଶ୍ୟକ । ବାବାଙ୍କର ହୋଇ ପତିତ ହୁଅ ନାହିଁ ।
ସେମାନେ ଭାବୁଛନ୍ତି ସ୍ତ୍ରୀ-ପୁରୁଷ ଏକତ୍ର ରହିବେ, ବିକାରଗ୍ରସ୍ତ ହେବେ ନାହିଁ, ଏହା ହୋଇପାରିବ
ନାହିଁ, ସେଥିପାଇଁ ହିଁ ଗଣ୍ଡଗୋଳ କରୁଛନ୍ତି ଯେ ଏଠାରେ ସ୍ତ୍ରୀ-ପୁରୁଷକୁ ଭାଇ ଭଉଣୀ କରାଯାଉଛି ।
ଏପରି ତ କେଉଁଠାରେ ଲେଖା ହୋଇନାହିଁ । ଜଣାନାହିଁ ଏହା କେଉଁ ପ୍ରକାରର ଜାଦୁ । କହୁଛନ୍ତି ଯଦି
ତୁମେ ବ୍ରହ୍ମାକୁମାରୀଙ୍କ ପାଖକୁ ଯିବ, ସେ ତୁମକୁ ସମ୍ବନ୍ଧରେ ବାନ୍ଧି ରଖିବେ । ଏହିପରି ସବୁ
ମିଠା କଥା କହି ଭୁଲାଇ ଦେବେ । ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ରହିଛି । ଯାହାଙ୍କର ଅଭିନୟ
ଥିବ, ସେ ଯେପରି ହେଉ ବି ଆସିଯିବେ, ଏଥିରେ ଡରିବାର କୌଣସି କଥା ନାହିଁ । ଶିବବାବା ତ ଜ୍ଞାନର
ସାଗର, ପତିତ-ପାବନ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି । ସେ ବ୍ରହ୍ମାଙ୍କ ଦ୍ୱାରା ପତିତରୁ
ପବିତ୍ର କରାଉଛନ୍ତି । ଏହି ଅକ୍ଷରକୁ ଏଭଳି ବଡ କରି ଲେଖ ଯେପରି କେହି ବି ଆସିଲେ ପଢି ପାରିବେ ।
ପବିତ୍ରତା ପାଇଁ ହିଁ କେତେ ବିଘ୍ନ ପକାଉଛନ୍ତି ।
ବାବା କହୁଛନ୍ତି - ପିଲାମାନେ କୌଣସି ଦେହଧାରୀ ପ୍ରତି ମୋହର ଆକର୍ଷଣ ରହିବା ଅନୁଚିତ୍ । ଯଦି
କେଉଁଠି ମୋହର ଆକର୍ଷଣ ରହିଥିବ, ତେବେ ଫାନ୍ଦରେ ଫସିଯିବେ । ଏଠାରେ ତ ଆମା ମରେ ତୋ ଭି ହାଲୁଆ
ଖାନା... । ବାବା ସମ୍ମୁଖରେ ବସାଇ ପଚାରୁଛନ୍ତି କାଲି ଯଦି ତୁମର କେହି ମରିଯାଏ, ତେବେ କାନ୍ଦିବ
ନାହିଁ ତ । ଯଦି ଆଖିରେ ଲୁହ ଆସିଗଲା, ତେବେ ଫେଲ୍ ହୋଇଯିବ । ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଲେ
ଏଥିରେ କାନ୍ଦିବାର କୌଣସି କଥା ହିଁ ନାହିଁ । ଅନ୍ୟ କେହି ଶୁଣିବେ ତ କହିବେ, ମୁଖରେ ଶୁଭ କଥା ତ
କୁହ । ଭଲ କଥା ହିଁ କହୁଛୁ । ସତ୍ୟଯୁଗରେ କେହି କାନ୍ଦିବେ ନାହିଁ, ତୁମର ଏହି ଜୀବନ ତା’ଠାରୁ
ମଧ୍ୟ ଶ୍ରେଷ୍ଠ । ତୁମେ ହେଉଛ ସମସ୍ତଙ୍କୁ କାନ୍ଦିବାରୁ ମୁକ୍ତ କରିବାବାଲା, ପୁଣି ତୁମେ କିପରି
କାନ୍ଦି ପାରିବ? ଆମକୁ ପତିଙ୍କର ପତି ମିଳିଛନ୍ତି, ଯିଏ ଆମକୁ ସ୍ୱର୍ଗକୁ ନେଇଯାଉଛନ୍ତି । ପୁଣି
ନର୍କରେ ପତିତ କରିବାବାଲାଙ୍କ ପାଇଁ ଆମେ କାହିଁକି କାନ୍ଦିବୁ! ସମ୍ପତ୍ତି ନେବା ପାଇଁ ବାବା କେତେ
ମିଠା-ମିଠା କଥା ଶୁଣାଉଛନ୍ତି । ବର୍ତ୍ତମାନ ସମୟରେ ଭାରତର କେତେ ଅକଲ୍ୟାଣ ହୋଇ ଯାଇଛି । ବାବା
ଆସି କଲ୍ୟାଣ କରୁଛନ୍ତି । ଭାରତକୁ ମଗଧ ଦେଶ କହୁଛନ୍ତି । ସିନ୍ଧିମାନଙ୍କ ପରି ଫେସନବାଲା କେହି
ନାହାଁନ୍ତି । ବିଦେଶରୁ ଫେସନ ଶିଖି କରି ଆସୁଛନ୍ତି । ତେଣୁ ସାଜସଜ୍ଜା ପାଇଁ ଆଜିକାଲି ଝିଅମାନେ
କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏମାନଙ୍କୁ ନର୍କର ପରୀ କୁହାଯାଉଛି । ବାବା ତୁମକୁ ସ୍ୱର୍ଗର
ପରୀ କରାଉଛନ୍ତି । କହୁଛନ୍ତି ଆମ ପାଇଁ ଏହା ହିଁ ସ୍ୱର୍ଗ ଅଟେ । ଏହି ସୁଖର ମଜା ତ ନେଇନେବା ।
କାଲି କ’ଣ ହେବ - ଆମେ କ’ଣ ଜାଣିଛୁ । ଏହିପରି ବିଭିନ୍ନ ବିଚାର କରୁଥିବା ଲୋକମାନେ ଆସୁଛନ୍ତି ।
ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସଚ୍ଚା
ସଚ୍ଚା ଆତ୍ମିକ ପଣ୍ଡା ହୋଇ ସମସ୍ତଙ୍କୁ ଘରର ରାସ୍ତା ଦେଖାଇବାକୁ ହେବ । ଶରୀର ନିର୍ବାହ କରିବା
ପାଇଁ କର୍ମଧନ୍ଦା କରି ମଧ୍ୟ ଯୋଗର ଯାତ୍ରାରେ ରହିବାକୁ ହେବ । କାର୍ଯ୍ୟ ବ୍ୟବହାରରେ ବିରକ୍ତ
ହେବାର ନାହିଁ ।
(୨) ଜ୍ଞାନ ଦ୍ୱାରା
ଶୃଙ୍ଗାର କରି ନିଜକୁ ସ୍ୱର୍ଗର ପରୀ ସଦୃଶ କରିବାକୁ ହେବ । ଏହି ତମୋପ୍ରଧାନ ଦୁନିଆରେ କୌଣସି
ଶାରୀରିକ ଶୃଙ୍ଗାର କରିବାର ନାହିଁ । କଳିଯୁଗୀ ଫେସନ ଗୁଡିକୁ ତ୍ୟାଗ କରିବାକୁ ହେବ ।
ବରଦାନ:-
ବାଳକ ତଥା
ମାଲିକ ପଣିଆର ସନ୍ତୁଳନ ଦ୍ୱାରା ଯୁକ୍ତିଯୁକ୍ତ ଭାବରେ କାର୍ଯ୍ୟ କରୁଥିବା ସଫଳତାମୂରତ ଭବ ।
ଯେତେ ଦୂର ସମ୍ଭବ ସେବାର
ସମ୍ବନ୍ଧରେ ବାଳକ ପଣିଆ, ନିଜର ପୁରୁଷାର୍ଥର ସ୍ଥିତିରେ ମାଲିକ ପଣିଆ, ସମ୍ପର୍କରେ ଏବଂ ସେବାରେ
ବାଳକ ପଣିଆ, ଯୋଗର ଯାତ୍ରାରେ ଏବଂ ମନ୍ଥନ କରିବାରେ ମାଲିକ ପଣିଆ, ସାଥୀମାନଙ୍କ ସହିତ ଏବଂ ସଂଗଠନ
ଭିତରେ ବାଳକ ପଣିଆ ଏବଂ ବ୍ୟକ୍ତିଗତ କ୍ଷେତ୍ରରେ ମାଲିକ ପଣିଆ - ଏହିଭଳି ସନ୍ତୁଳନ ରଖି ଚାଲିବା
ଅର୍ଥାତ୍ କାର୍ଯ୍ୟ କରିବା ହିଁ ଯୁକ୍ତିଯୁକ୍ତ ଚଳଣି ଅଟେ । ଏହାଦ୍ୱାରା ସହଜରେ ସବୁ କାର୍ଯ୍ୟରେ
ସଫଳତା ମିଳିଥାଏ, ସ୍ଥିତି ମଧ୍ୟ ଏକରସ ରହିଥାଏ ଏବଂ ସହଜରେ ସମସ୍ତଙ୍କର ସ୍ନେହୀ ହୋଇଯାଇଥାଅ ।
ସ୍ଲୋଗାନ:-
ଯଦି ତୁମର
ଭାବିବା ଏବଂ କରିବା ସମାନ ହୋଇଥିବ, ତେବେ କୁହାଯିବ ଇଚ୍ଛାଶକ୍ତି ସମ୍ପନ୍ନ ଶକ୍ତିଶାଳୀ ଆତ୍ମା ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ସର୍ବଦା ହର୍ଷିତ ରହିବାର
ଗୁଣ ପୁରୁଷାର୍ଥ କ୍ଷେତ୍ରରେ ବହୁତ ସହଯୋଗୀ ହୋଇପାରିବ, କିନ୍ତୁ ତୁମର ଚେହେରା ଯେପରି ହର୍ଷିତ
ରହୁଛି ସେହିପରି ଆତ୍ମା ମଧ୍ୟ ସର୍ବଦା ହର୍ଷିତ ରହୁ, ଏହିଭଳି ସ୍ୱାଭାବିକ ଗୁଣକୁ ନିଜ ଭିତରେ
ଧାରଣ କରିବାକୁ ହେବ । ଯଦି ସର୍ବଦା ହର୍ଷିତ ରହିବ, ତେବେ ମାୟାର କୌଣସି ଆକର୍ଷଣ ତୁମକୁ ଆକର୍ଷିତ
କରିପାରିବ ନାହିଁ, ଏହା ବାବାଙ୍କର ଗ୍ୟାରେଣ୍ଟି ଅଟେ । କିନ୍ତୁ ସର୍ବଦା ହର୍ଷିତ ରହିବା ପାଇଁ
ହେଲେ ନିଜର ଆତ୍ମିକ ସ୍ୱାଭିମାନରେ ରହିବାକୁ ହେବ ଏବଂ ସହନଶୀଳ ହୋଇ ସାକ୍ଷୀ ଦ୍ରଷ୍ଟା ହୋଇ ମାୟାର
ଖେଳକୁ ଦେଖିବାକୁ ହେବ ।