02.08.26 Avyakt Bapdada Odia Murli 17.02.2011 Om Shanti Madhuban
“ମାନସିକ ସେବା ଦ୍ୱାରା
ଆତ୍ମାମାନଙ୍କୁ ଆଞ୍ଜୁଳି ଦେବାର ସେବା କରିବା ସହିତ ବହୁତ କାଳର ତୀବ୍ର ପୁରୁଷାର୍ଥ କରି ସଦା
ପ୍ରସ୍ତୁତ ରହିଲେ ମାଳାର ଦାନା ହୋଇଯିବ”
ଆଜି ସ୍ନେହର ସାଗର ନିଜର
ସ୍ନେହୀ ପିଲାମାନଙ୍କ ସହିତ ମିଶିବା ପାଇଁ ଆସିଛନ୍ତି । ପିଲାମାନେ ମନେ ପକାଇଲେ ମେରେ ବାବା ଆଜାଓ,
ତେଣୁ ବାବା କହୁଛନ୍ତି ମୋର ସ୍ନେହୀ ପିଲାମାନେ, ସ୍ନେହ ଭିତରେ ଏଭଳି ଆକର୍ଷଣ ରହିଛି, ଯାହାକି
ପ୍ରତ୍ୟେକ ସନ୍ତାନ ବାବାଙ୍କୁ ନିଜର କରିଛନ୍ତି ଏବଂ ବାବା ମଧ୍ୟ ପ୍ରତ୍ୟେକ ସନ୍ତାନକୁ ମୋର
ସନ୍ତାନ କହି ନିଜ ଭିତରେ ମିଶାଇ ଦେଇଛନ୍ତି । ଏହା ବଡ ଚମତ୍କାର ଅଟେ, ଯାହାକି ପିଲାମାନେ କହିଲେ
ମେରେ ବାବା ତେଣୁ ଏହି ମୋର ଶଦ୍ଦ ଭିତରେ ଏତେ ସ୍ନେହ ଭରି ରହିଛି ଯାହାକି ବାବା ମଧ୍ୟ କହିଲେ ମେରେ
ବଚ୍ଚେ, ତେବେ ସ୍ନେହ କ’ଣରୁ କ’ଣ କରି ଦେଉଛି । ପ୍ରତ୍ୟେକ ସନ୍ତାନର ମସ୍ତକରେ ଅଜି ସ୍ନେହର
ତରଙ୍ଗ ଉଠିବାରେ ଲାଗିଛି, ଏହାକୁ ଦେଖି ବାପଦାଦା ହର୍ଷିତ ହେଉଛନ୍ତି । ସ୍ନେହ ହିଁ ହୃଦୟକୁ
ଆପଣାର କରିବାର ସାଧନ ଅଟେ । ତେଣୁ ପ୍ରତ୍ୟେକ ସନ୍ତାନ ଭିତରେ ଅଜି ସ୍ନେହର ତରଙ୍ଗ ଉଠୁଥିବାର ଦେଖି
ବାପଦାଦା ମଧ୍ୟ ଖୁସି ହେଉଛନ୍ତି ।
ଏବେ ଏବେ ୫ ମିନିଟ୍ ପାଇଁ
ବାପଦାଦା ସମସ୍ତଙ୍କୁ ଗୋଟିଏ ଡ୍ରିଲ କରାଉଛନ୍ତି । ନିଜର ମାନସିକ ଶକ୍ତି ବା ସଂକଳ୍ପ ଶକ୍ତି
ଦ୍ୱାରା ସାରା ସୃଷ୍ଟି ଭିତରେ ଯେଉଁମାନେ ବି ତୁମର ଭକ୍ତ ଅଛନ୍ତି ବା ଅନେକ ଦୁଃଖୀ ଅଶାନ୍ତ
ଆତ୍ମାମାନେ ଅଛନ୍ତି, ତୁମକୁ ମନେପକାଉଛନ୍ତି, ହେ ଆମର ପୂର୍ବଜମାନେ ଆମକୁ ଅଳ୍ପ ସମୟ ପାଇଁ ହେଉ
ପଛକେ ଟିକିଏ ଶାନ୍ତି ଦେଇ ଦିଅ, ଟିକିଏ ସୁଖର ଆଞ୍ଜୁଳି ଦେଇ ଦିଅ, ଆମକୁ ରକ୍ଷା କର.... ଏହିଭଳି
ଆତ୍ମାମାନଙ୍କୁ ଏହିଠାରେ ବସି ପ୍ରକଟ କର, କ’ଣ ସେମାନଙ୍କର ଡାକରା ତୁମକୁ ଶୁଣାଯାଉଛି ତ, ରକ୍ଷା
କର, ରକ୍ଷା କର..... ତେବେ ଏହିଭଳି ଆତ୍ମାମାନଙ୍କ ନିକଟରେ ନିଜର ମାନସିକ ଶକ୍ତି ଦ୍ୱାରା ସୁଖ
ଶାନ୍ତିର କିରଣ ପହଞ୍ଚାଅ । ଏହିଭଳି ମାନସିକ ସେବା ସାରାଦିନ ଭିତରେ ବାରମ୍ବାର କରୁଥାଅ କାହିଁକିନା
ବାବାଙ୍କ ସହିତ ତୁମେ ପିଲାମାନେ ମଧ୍ୟ ବିଶ୍ୱ ସେବକ ଅଟ । ସାରାଦିନ ବାଣି ଦ୍ୱାରା ଯେପରି ସେବାର
ନିମିତ୍ତ ହେଉଛ, ସେହିପରି ମଝିରେ ମଝିରେ ମାନସିକ ସେବା କରିବାର ମଧ୍ୟ ଅଭ୍ୟାସ କରିଚାଲ । ଏଥିରେ
ତୁମ ନିଜର ମଧ୍ୟ ଲାଭ ରହିଛି କାହିଁକିନା ତୁମର ମନ ଯଦି ସର୍ବଦା ସେବାରେ ବ୍ୟସ୍ତ ରହିବ ତେବେ ତୁମ
ପାଖକୁ ମଝିରେ ମଝିରେ ମାୟା ଯେଉଁସବୁ ଫାଲତୁ ସଂକଳ୍ପ ବା ବ୍ୟର୍ଥ ସଂକଳ୍ପ ନେଇଆସୁଛି ସେଥିରୁ
ରକ୍ଷା ପାଇଯିବ । ପରିଶ୍ରମ କରିବାକୁ ପଡିବ ନାହିଁ । ଯେତେବେଳେ ବାପଦାଦା ପଚାରୁଛନ୍ତି ସମସ୍ତେ
କିପରି ଅଛ? ତେବେ କ’ଣ ଉତ୍ତର ଦେଉଛ? ପୁରୁଷାର୍ଥ ତ ଚାଲିଛି କିନ୍ତୁ କେବେ କେବେ.... ସଦାକାଳର
ପୁରୁଷାର୍ଥ ହେଉନାହିଁ । ତେଣୁ ବାପଦାଦା ଏବେ ପିଲାମାନଙ୍କର ଏହି ରେକର୍ଡ ଦେଖିବାକୁ ଚାହୁଁଛନ୍ତି
ଯେ, ଏହି କେବେ କେବେ ଶଦ୍ଦଟି ସମାପ୍ତ ହୋଇଯାଉ କ’ଣ ହୋଇପାରିବ? କେବେ କେବେ ଶବ୍ଦ ସମାପ୍ତ
ହୋଇଯିବ? କ’ଣ ସମୟ ଆସିଲେ ପ୍ରସ୍ତୁତ ହୋଇଯିବ ? ଏବେ ହେଉଛୁ, ନିଶ୍ଚିତ ହେବୁ.... ଏହା
ପରିବର୍ତ୍ତେ ଏବେ ସଦାପ୍ରସ୍ତୁତ ହୋଇପାରିବ? କାହିଁକି ଜାଣିଛ ? ସଦା ପ୍ରସ୍ତୁତ ରହିବାର ଅଭ୍ୟାସ
ମାୟାଜିତ୍, ମନଜିତ, ଜଗତଜିତ୍ର ସଂସ୍କାରକୁ ଯଦି ବହୁତ ସମୟ ପୂର୍ବରୁ ଜମା କରିଥିବ ତେବେ ଯାଇ
ଅନ୍ତିମ ସମୟରେ ମଧ୍ୟ ଏହି ବହୁତ କାଳର ଅଭ୍ୟାସ ତୁମକୁ ବିଜୟୀ କରି ମାଳାର ଦାନ କରିଦେବ । ତୁମେ
ପାସ୍ ଓି୍ୱଥ ଅନର ଅର୍ଥାତ୍ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇଯିବ । କେବଳ ପାସ୍ ନୁହେଁ ପାସ୍
ଓି୍ୱଥ ଅନର । ତେବେ କୁହ ଏହିଭଳି ସାହାସ ଅଛି ତ ! ପାସ୍ ଓି୍ୱଥ ଅନର ତ ହେବ ନା ? ଯେଉଁମାନେ
ଦ୍ୱାପର ଯୁଗଠାରୁ ଆଜି ପର୍ଯ୍ୟନ୍ତ ପୂଜ୍ୟ ହେଉଛନ୍ତ ଅର୍ଥାତ୍ ମାଳାର ଦାନା ହେଉଛନ୍ତି, ସେମାନଙ୍କ
ଭିତରେ ନିଜକୁ ମାଳର ଦାନ କରିବାର ଶୁଦ୍ଧ ସଂକଳ୍ପ ତ ଅଛି ନା !
ବାପଦାଦା ମଧ୍ୟ
ପ୍ରତିଦିନ ଅମୃତବେଳାରେ ନିଜର ମାଳାର ଦାନା ମାନଙ୍କୁ ଦେଖୁଛନ୍ତି ଏବଂ ବିଶେଷ ଭାବରେ ମିଳନ
କରୁଛନ୍ତି । ତେବେ ତୁମେ ସମସ୍ତେ ନିଜକୁ ମାଳାର ଦାନା ମନେ କରୁଛ? । ଏମିତି ବି ୧୬ ହଜାର ମାଳା
ମଧ୍ୟ ରହିଛି କିନ୍ତୁ ତାହାକୁ ତ ଦ୍ୱିତୀୟ ନମ୍ବର ମାଳାକୁ ତ ଯିବ ନା ! ତେବେ ବିଶେଷ ମାଳା ଯାହାକି
ଗାୟନ ଏବଂ ପୂଜନ ଯୋଗ୍ୟ ହେଉଛି ତାହା ପ୍ରଥମମାଳା ଅଟେ । ତେବେ ଆଜି ବାପଦାଦା ସେହି ଦାନା ମାନଙ୍କୁ
ଦେଖୁଥିଲେ କାହିଁକି ନା ବ୍ରହ୍ମାବାବାଙ୍କ ସହିତ ବିଶେଷ ରାଜ୍ୟ ଅଧିକାରୀ ସେହିମାନେ ହିଁ ହେଉଛନ୍ତି
। ତେଣୁ ବ୍ରହ୍ମାବାବା ଆଜି ନିଜର ଏବେ ପର୍ଯ୍ୟନ୍ତର ତୀବ୍ର ପରୁଷାର୍ଥୀ ଏବଂ ଭବିଷ୍ୟତର ରାଜ୍ୟ
ଅଧିକାରୀ, ସିଂହାସନ ଉପରେ ତ ଦୁଇଜଣ ହିଁ ବସିବେ କିନ୍ତୁ ରାଜ୍ୟ କରିବାରେ ସାଥୀ ହେଉଥିବା
ଆତ୍ମାମାନଙ୍କର ହିଁ ପ୍ରଥମ ମାଳା ଅଟେ । ତେଣୁ ନିଜେ ନିଜକୁ ଚେକ୍ କରିନେଉଛ ! ବାପଦାଦାଙ୍କ
ସାଥିରେ ତ ଯିବ କାହିଁକିନା ଏବେ ତୁମ ସମସ୍ତଙ୍କର ବାହୁଡା ଯାତ୍ରା ହେବ । ଯଦି ଯିବାକୁ ହିଁ ପଡିବ,
ତେବେ ବାବାଙ୍କ ସାଥିରେ ଯାଅ, ଏକା ଏକା ଯାଅନାହିଁ । ତେଣୁ ସାଥିରେ ଯାଉଥିବା ପାଖାପାଖି ଦାନା
କେଉଁମାନେ ହୋଇଥିବେ ? ଯେଉଁମାନେ ବହୁତ କାଳର ତୀବ୍ର ପୁରୁଷାର୍ଥୀ ହୋଇଥିବେ । କେବଳ ପୁରୁଷାର୍ଥୀ
ନୁହେଁ, କେବେ କେବେ ବାଲା ନୁହେଁ, ବହୁତ କାଳାର ବାପ ସମାନ ସ୍ଥିତି ବାଲା ହିଁ ରାଜ୍ୟ ଅଧିକାରୀ
ହେବେ । ତେବେ କ’ଣ ଭାବୁଛ ? ତୀବ୍ର ପୁରୁଷାର୍ଥୀ ଅଛି ତ? ଯେଉଁମାନେ ଭାବୁଛନ୍ତି ମୁଁ
ତୀବ୍ର-ପୁରୁଷାର୍ଥୀର ଧାଡିରେ ଅଛି ସେମାନେ ହାତ ଉଠାଅ । ତୀବ୍ର ପୁରୁଷାର୍ଥୀ, ବଡ ହାତ ଉଠାଅ,
ଛୋଟ ହାତ ଉଠାଉଛନ୍ତି, ଆଚ୍ଛା, ବହୁତ ଉଠାଉଛନ୍ତି । ଏବେ ଲମ୍ବା ହାତ ଉଠାଅ, ଛୋଟ ନୁହେଁ । ଆଚ୍ଛା
।
ବାପଦାଦା ତ ପ୍ରତିଦିନ
ପିଲାମାନଙ୍କର ଚାର୍ଟକୁ ଦେଖୁଛନ୍ତି । ଅଧିକାଂଶ ପିଲା ତୀବ୍ର ପୁରୁଷାର୍ଥୀ ମଧ୍ୟ ଅଟନ୍ତି କିନ୍ତୁ
କେବେ କେବେ ଶଦ୍ଦ ମଧ୍ୟ ସେଥିରେ ଯୋଡି ଦେଉଛନ୍ତି । କିନ୍ତୁ ବାବା କାହିଁକି କହୁଛନ୍ତି, ଦୟାକରି
ଧ୍ୟାନ ଦିଅ ? ସୂକ୍ଷ୍ମ ସଂକଳ୍ପରେ ମଧ୍ୟ ହଲଚଲ୍ ନ ହେଉ । ଅଚଳ, ଅଟଳ, ଶୁଦ୍ଧ ସଂକଳ୍ପଧାରୀ ବହୁତ
ସମୟ ପର୍ଯ୍ୟନ୍ତ ହେବାକୁ ହିଁ ପଡିବ । କେତେକ ପିଲା ବହୁତ ମିଠାମିଠା ବାର୍ତ୍ତାଳାପ ମଧ୍ୟ
କରୁଛନ୍ତି, ଅବା ଆମେ ନିଶ୍ଚିତ ଠିକ୍ ସମୟରେ ପ୍ରସ୍ତୁତ ହୋଇଯିବୁ କାହିଁକି ନା ସମୟ ଯେତେଯେତେ
ପାଖେଇ ଆସୁଥିବ, ଦୁନିଆର ଅବସ୍ଥା ହଲ୍ଚଲ୍ ହେବାକୁ ଲାଗିଲେ ବୈରାଗ୍ୟ ତ ଆପେ ଆପେ ଆସିଯିବ ।
କିନ୍ତୁ ତୁମର ଟୀଚର କିଏ ହେଲା ? ସମୟ ନା ବାବା ? ସମୟ ତ ତୁମର ରଚନା ଅଟେ, ତେଣୁ ବାବା ତୁମକୁ
ଏବେ ସଂକେତ ଦେଉଛନ୍ତି ଯେ ବହୁତ ସମୟର ତୀବ୍ର ପୁରୁଷାର୍ଥ ହିଁ ଅନ୍ତ ସମୟରେ ସମ୍ମାନର ସହିତ
ଉତ୍ତୀର୍ଣ୍ଣ କରାଇଦେବେ । ପାସ ତ ସମସ୍ତେ ହେବେ କିନ୍ତୁ ପାସ୍ ଓି୍ୱଥ ଅନର ହେବା ପାଇଁ ବହୁତ
ସମୟର ଲଗାତାର ତୀବ୍ର ପୁରୁଷାର୍ଥ କରିବା ବାଲା ଆବଶ୍ୟକ ସେଥିପାଇଁ ଆଜିର ତାରିଖକୁ ନୋଟ୍ କରିଦିଅ,
ଏବେ ମଧ୍ୟ କେବେ କେବେ, କିଛି କିଛି, ହୋଇ ହିଁ ଯିବୁ, କରି ହିଁ ଦେବୁ...... ଏହି ଶଦ୍ଦ ଗୁଡିକ
ଯେପରି ଆଗକୁ ନ ବାହାରୁ । ପିଲାମାନଙ୍କ ପ୍ରତି ବାବାଙ୍କର ସ୍ନେହ ତ ସଦାସର୍ବଦା ରହିଛି । ଶେଷ
ଦାନା ଉପରେ ମଧ୍ୟ ବାବାଙ୍କର ସ୍ନେହ ଅଛି । କାହିଁକି ଜାଣିଛ ? ଦିଲ୍ର ସହିତ ମେରା ବାବା ତ କହିଛି
ନା, ଆଜିର ବଡ ବଡ ବୁଦ୍ଧିଜୀବୀ ଆତ୍ମାମାନେ ମେରା ବାବା କହି ପାରୁନାହାନ୍ତି, କିନ୍ତୁ ସେ ମେରା
ବାବା ବୋଲି ତ କହୁଛି ସେଥିପାଇଁ ବାବାଙ୍କର ସ୍ନେହ ତାହା ପ୍ରତି ମଧ୍ୟ ରହିଛି । ପିଲାମାନଙ୍କ
ପ୍ରତି ସ୍ନେହ ତ ବାବାଙ୍କର ସବୁ ସମୟରେ ରହିଛି, ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ରହିବ ଏବଂ ଶେଷ
ନମ୍ବରର ପିଲା ପ୍ରତି ମଧ୍ୟ ରହିବ । ତେବେ ଏହି ସ୍ନେହ ହିଁ ତୁମମାନଙ୍କୁ ବାବାଙ୍କର କରି ଦେଇ,
ସେଥିପାଇଁ ବାପଦାଦା ଏକଥା ମଧ୍ୟ କହୁଛନ୍ତି ଯେ ସ୍ନେହ ତ ଅଧିକାଂଶ ପିଲାଙ୍କର ରହିଛି ଏବଂ ରହିବ
ମଧ୍ୟ କିନ୍ତୁ କେବଳ ସ୍ନେହ ନୁହେଁ, ଶକ୍ତି ମଧ୍ୟ ଆବଶ୍ୟକ । ତୀବ୍ର ପୁରୁଷାର୍ଥ ମଧ୍ୟ ଆବଶ୍ୟକ ।
ବାପଦାଦାଙ୍କର ତ
ପିଲାମାନଙ୍କ ଉପରେ ଭରସା ଅଛି ନା ତେଣୁ ଏବେ ଠାରୁ ହିଁ ଏହି ଭଳି ପିଲାମାନଙ୍କୁ ପଦ୍ମାପଦ୍ମଗୁଣା
ଅଭିନନ୍ଦନ ଦେଉଛନ୍ତି, ବାଃ ପିଲାମାନେ ବାଃ । ସାହସୀ ଅଟ । ତୁମମାନଙ୍କ ସାହସ ସହିତ ବାବାଙ୍କର
ସାହାଯ୍ୟ ତ ନିଶ୍ଚତ ରହିବ । ଏବେ ଆଉ ଗୋଟିଏ କଥା କର । ନିଜର ମନକୁ ବ୍ୟସ୍ତ ରଖିବା ପାଇଁ, ବାବା
ଯେପରି ପୂର୍ବରୁ କହିଛନ୍ତି ଗୋଟିଏ ସେକେଣ୍ଡ ଭିତରେ ଷ୍ଟପ, ମୁଁ ବିନ୍ଦୁ ଅଟେ, ବିନ୍ଦୁ ଲଗାଇବାକୁ
ହେବ ଏବଂ ସମସ୍ତଙ୍କୁ ବିନ୍ଦୁ ରୂପରେ ଦେଖିବାକୁ ହେବ । ଯଦି ବିନ୍ଦୁକୁ ହିଁ ଦେଖିବ ତେବେ ଅନ୍ୟ
କୌଣସି ସଂକଳ୍ପ, ଚାଲିବ ହିଁ ନାହିଁ । ମାନସିକ ସେବା ଉପରେ ଧ୍ୟାନ ଦିଅ, ଏତେ ସବୁ ଦୁଃଖୀ
ଆତ୍ମାମାନେ ଯେଉଁମାନେ କି ଚିତ୍କାର କରୁଛନ୍ତି, ସେମାନଙ୍କୁ କିରଣ ଦେବାର ସେବାରେ ମନକୁ ଅଧିକ
ଲଗାଅ କାହିଁକି ନା ମାନସିକ ସେବା ବହୁତ ଶ୍ରେଷ୍ଠ ସେବା ଅଟେ । ଦୁଃଖୀ ଆତ୍ମାମାନଙ୍କର ମଧ୍ୟ ଲାଭ
ହେବ ଏବଂ ତୁମ ନିଜର ମଧ୍ୟ ଲାଭ ହେବ । ଏଥିରେ ଡବଲ ଫାଇଦା ରହିଛି । ଯେପରି ବାଣୀ ଦ୍ୱାରା ସେବା
କରୁଛ ଏବଂ ସେବାର ବୃଦ୍ଧି ମଧ୍ୟ ହେଉଛି, ଦିଲ୍ର ସହିତ କରୁଛନା, ସଂଖ୍ୟା ମଧ୍ୟ ବଢି ଚାଲିଛି,
ସେଣ୍ଟ ମଧ୍ୟ ବଢି ଚାଲିଛି । ତେବେ ବାଣୀର ସେବା ଅଧିକାଂଶ ପିଲାଙ୍କର ଠିକ୍ ଅଛି । ସମସ୍ତଙ୍କର
ନୁହେଁ, ଅଧିକାଂଶ ପିଲାଙ୍କର ଠିକ୍ ଅଛି । ସେହିପରି ଏବେ ବିଶେଷ କରି ମନ ଦ୍ୱାରା ଆତ୍ମାମାନଙ୍କୁ
ଆଞ୍ଜୁଳି ଦେବାର ସେବା କରିଚାଲ । ମନକୁ ଫ୍ରି ରେ ଛାଡ ନାହିଁ । କୌଣସି ନା କୌଣସି ସେବାରେ
ମନଦ୍ୱାରା ଶକ୍ତି ଦେବାର, ମୁଖ ଦ୍ୱାରା ବାଣୀର ସେବା, କର୍ମ ଦ୍ୱାରା ଗୁଣର ସେବା,
ସମ୍ବନ୍ଧ-ସମ୍ପର୍କରେ ଖୁସି ଦେବାର ସେବା, ଏଭଳି ଭିନ୍ନ ଭିନ୍ନ ସେବାଗୁଡିକରେ ମନକୁ ବ୍ୟସ୍ତ ରଖ,
କାହିଁକିନା ସାରା ବିଶ୍ୱରେ ସର୍ବଶ୍ରେଷ୍ଠ ଧନବାବ ଆତ୍ମାମାନେ କିଏ ? ତୁମେମାନେ ହିଁ ଅଟ ନା !
ତୁମକୁ କେତେ ସମ୍ପତ୍ତି ମିଳିଛି? ତେଣୁ ସବୁ ପ୍ରକାରର ସମ୍ପତ୍ତି ଦ୍ୱାରା ସେବା କର । ସମ୍ପତ୍ତିକୁ
ଯେତେ ଯେତେ ସେବାରେ ଲଗାଇବ, ସେତେ ସେତେ ବଢି ଚାଲିବ, ସେଥିପାଇଁ ଏବେ ଯେପରି ନିଜର ସେବା ଉପରେ
ଧ୍ୟାନ ଦେଉଛ, ସେହିପରି ଦୁଃଖୀ ଆତ୍ମାମାନଙ୍କୁ, ନିଜର ଭକ୍ତମାନଙ୍କୁ ମାନସିକ ଶକ୍ତି ଦ୍ୱାରା
କିରଣ ଦେବାର ସେବାରେ ମଧ୍ୟ ଗୁରୁତ୍ୱ ଦେଇ ସାରାଦିନ ଭିତରେ କିଛି କିଛି କର, କାରଣ ସେମାନେ ବହୁତ
ଚିତ୍କାର କରୁଛନ୍ତି, କ’ଣ ତୁମକୁ ଶୁଭୁନାହିଁ କି? ଅଧିକାଂଶ ଘରେ କିଛି ନା କିଛି ଦୁଃଖର କାରଣ
ରହିଛି । ଏହିଭଳି ଦୁଃଖୀମାନଙ୍କୁ ସୁଖ ଦେବାବାଲା କିଏ ? କୁହ, କିଏ ଦେବ ? ତୁମେମାନେ ହିଁ ଅଟନା
! ତେଣୁ ଏହି ମାନସିକ ସେବାକୁ ସାରା ଦିନ ଭିତରେ ଚେକ୍ କରୁଥାଅ - କେତେ ସମୟ କରିଲି ? ଯେପରି ନିଜ
ପାଇଁ ସମୟ ଦେଉଛ, ସେହିପରି ମାନସିକ ସେବାରେ କେତେ ସମୟ ଦେଲ ? ଦୟାଳୁ ତ ଅଟ ନା । ତେଣୁ
ଦୁଃଖୀମାନଙ୍କ ଉପରେ ଦୟା କର । ତୁମମାନଙ୍କର ଗୋଟିଏ ଗୀତ ମଧ୍ୟ ଅଛି ନା, ହେ ମାତା ପିତା ଦୁଃଖୀ
ମାନଙ୍କ ଉପରେ ଦୟାକର । ବାପଦାଦାଙ୍କୁ ବହୁତ ଚିତ୍କାର ଶୁଣିବାକୁ ପଡୁଛି, ତୁମମାନଙ୍କୁ କମ୍
ଶୁଭୁଛି କିନ୍ତୁ ଏବେ ଶୁଣ । ସେମାନେ ଆଉ କେଉଁଠିକୁ ଯିବେ, ତୁମର ତ ଭାଇଭଉଣୀ ଅଟନ୍ତି ନା । ତେଣୁ
ନିଜର ମଧ୍ୟ ଫାଇଦା କର, ମନକୁ ମଧ୍ୟ ବ୍ୟସ୍ତ ରଖ ଏବଂ ଦୁଃଖୀମାନଙ୍କର ଦଃଖ ହରଣ କର । ତାଙ୍କର
ଅନ୍ତର ଚିତ୍କାର କରୁଛି । ବାପଦାଦା ତ ଶୁଣୁଛନ୍ତି, ତେଣୁ ପିଲାମାନଙ୍କୁ ମନେ ପକାଇ ଦେଉଛନ୍ତି ହେ
ମୋର ସିକିଲଧେ, ଗେହ୍ଲା ସନ୍ତାନମାନେ ଏବେ ଦୟାଳୁ ରୂପ ଧାରଣ କର । ନିଜର ବ୍ରାହ୍ମଣ ପରିବାର ଭିତରେ
ମଧ୍ୟ ପରସ୍ପରର ସହଯୋଗୀ ହୁଅ । ଚାହେଁ ଯେପରି ବି ସଂସ୍କାର ହୋଇଥାଉ କିନ୍ତୁ ତୁମର କାମ କ’ଣ ?
ତା’ର ସଂସ୍କାର ସହିତ ସଂଘର୍ଷ କରିବା ବା ତାଙ୍କୁ ମଧ୍ୟ ସଂସ୍କାରର ସଂଘର୍ଷଠାରୁ ମୁକ୍ତ କରିବା ?
ତୁମର ମଧ୍ୟ ଉପାଧି ଅଛି ନା ଦୁଃଖ ହର୍ତ୍ତା ସୁଖ କର୍ତ୍ତା । ବାବାଙ୍କର ସାଥି ଅଟ ନା । ବାବାଙ୍କର
ସାଥି ହୋଇ କ’ଣ ସଂକଳ୍ପ କରିଛ ? ଏହି ବିଶ୍ୱକୁ ଦୁଃଖ ଅଶାନ୍ତିରୁ ପରିବର୍ତ୍ତନ କରି ସୁଖ ଶାନ୍ତି
ସ୍ଥାପନ କରିବାକୁ ହିଁ ହେବ, କରିବ ନା! ହାତ ଉଠାଅ, କରିବ ତ? ନା କେବଳ ଦେଖୁଥିବ, ହେଉଛି ତ....
ନା, ଏବେ କରିବାକୁ ପଡିବ । ଚାହେଁ ବ୍ରାହ୍ମଣ ଆତ୍ମା ହେଉ ବା କେହି ବି ହୋଇଥାଉ, କେବଳ ଦେଖ ନାହିଁ,
ଏଇଆ ସବୁ କରୁଛନ୍ତି, କିନ୍ତୁ ସେମାନଙ୍କୁ ମଧ୍ୟ ବାଣୀ ଏବଂ ମାନସିକ ସଂକଳ୍ପ ଦ୍ୱାରା ପରିବର୍ତ୍ତନ
କର, କ’ଣ କରିବା ଉଚିତ୍ ନୁହେଁ କି? ବାପଦାଦାଙ୍କୁ ଶୁଣିବାକୁ ମିଳୁଛି ଯେ - ଆମେ ବାପଦାଦାଙ୍କୁ
ଜଣାଇ ଦେଇଛୁ, ଯଦି ଜଣାଇ ଦେଇଛ ତେବେ ନିଜେ ମଧ୍ୟ ବାବାଙ୍କର ନିର୍ଦ୍ଦେଶ ଅନୁସାରେ ଚାଲ, ତା’ ପରେ
ବାପଦାଦା ଏବଂ ତାଙ୍କର ସାଥି ମୁରବୀ ପିଲାମାନେ ଏବଂ ନିମିତ୍ତ ହୋଇଥିବା ପିଲାମାନେ ଦାୟୀ ହେବେ ।
ତେଣୁ ସର୍ବଦା ନିଜର ମନକୁ ବ୍ୟର୍ଥ ସଂକଳ୍ପ କରିବା ପରିବର୍ତ୍ତେ, ଏବେ ଦୁଃଖୀମାନଙ୍କୁ ଚାହେଁ,
ବ୍ରାହ୍ମଣ ହୁଅନ୍ତୁ ବା କେହି ବି ହୁଅନ୍ତୁ, ହଲ୍ଚଲ୍ରେ ଥିବା ଆତ୍ମାମାନଙ୍କୁ ସହଯୋଗ ଦିଅ ।
ସହଯୋଗୀ ହୁଅ । ଆଚ୍ଛା ।
ନୂଆ ନୂଆ ପିଲାମାନେ
ଯେଉଁମାନେ ପ୍ରଥମଥର ପାଇଁ ଆସିଛନ୍ତି, ସେମାନଙ୍କୁ ଗୋଟିଏ ସେକେଣ୍ଡରେ ୧୦ ମିନିଟ୍ର କାମ କରିବାକୁ
ହେବ । ତେଣୁ ସମୟକୁ ଟିକିଏ ବି ବ୍ୟର୍ଥରେ ନଷ୍ଟ କରନାହିଁ, ପୂରା ଧ୍ୟାନ ଦିଅ । ନିଜର
ପୁରୁଷାର୍ଥକୁ ତୀବ୍ର କରି ଯେତେ ଆଗକୁ ବଢିବାକୁ ଚାହିଁବ ବଢିପାରିବ, ଏହା ତୁମ ସମସ୍ତଙ୍କୁ ସବୁ
ବ୍ରାହ୍ମଣମାନଙ୍କ ତରଫରୁ, ବାବାଙ୍କ ତରଫରୁ ଶୁଭଭାବନା ଏବଂ ଶୁଭକାମନା ଦିଆଯାଉଛି । ଆଚ୍ଛା ! (ସବୁ
ମଧୁବନବାଲା ଉଠ) ମଧୁବନବାଲା ଯଦି ନଥା’ନ୍ତେ ତେବେ ତୁମମାନଙ୍କର ଆତିଥ୍ୟ କିଏ କରିଥା’ନ୍ତେ ।
ଆରାମରେ ଆସୁଛ, ଖାଉଛ, ପିଉଛ, ସତେଜ ହେଉଛ ତେଣୁ ମଧୁବନ ବାଲାଙ୍କ ପାଇଁ ତାଳି ବଜାଅ । ବାପଦାଦା
ଜାଣିଛନ୍ତି ଯେ ଜାଗା କମ୍ ଥିବା କାରଣରୁ ମଧୁବନ ବାଲାଙ୍କୁ ଟିକିଏ ଦୂରରେ ବସି ଶୁଣିବାକୁ ପଡୁଛି
। ଏହା ମଧ୍ୟ ସେବା ଅଟେ । ମଧୁବନ ବାଲାଙ୍କ ପାଇଁ ଏହା ମଧ୍ୟ ସେବା ଅଟେ । ଅନ୍ୟମାନଙ୍କୁ ସୁଖ ଦେବା,
କାରଣରୁ ସୁଖଦାତା ହୋଇଗଲ ନା । ତେଣୁ ମଧୁବନ ବାଲାଙ୍କର କାମ ହେଲା ସୁଖ ଦେବା ଏବଂ ସୁଖ ନେବା
କିହିଁକି ନା ଯେଉଁମାନେ ବି ଆସୁଛନ୍ତି, ସେମାନଙ୍କର ଅନୁଭବରୁ ତୁମେମାନେ ଅନୁଭବ ଶୁଣାଉଛ ଏବଂ ସେହି
ଅନୁଭବରୁ ମଧ୍ୟ ଜଣେ ଦୁଇଜଣଙ୍କର ଫାଇଦା ହୋଇଯାଉଛି, ତେବେ ଫାଇଦା ଅନେକ ତ ହେଉଛି କିନ୍ତୁ ସମୟ କମ୍
ଥିବା କାରଣରୁ କମ୍ ଶୁଣାଉଛନ୍ତି । ତେବେ ମଧୁବନ ବାଲାଙ୍କର ଉପାଧି କ’ଣ ହେଲା? ସୁଖ ଦେବା, ସୁଖ
ନେବା । ସୁଖଦାତାଙ୍କର ସନ୍ତାନ, ତେଣୁ ନିଜର ପିତାଙ୍କୁ ଅନୁକରଣ କରୁଛ । ଆଚ୍ଛା !
ଏବେ ଯେଉଁମାନେ ଆସିଛ
ସେମାନଙ୍କ ଭିତରୁ ଯେଉଁମାନେ ନିୟମିତ ମୁରଲୀ ଶୁଣୁଛନ୍ତି, କେହି କେହି ଅଛନ୍ତି ଯେଉଁମାନେ କି
ମୁରଲୀ ଶୁଣୁନାହାନ୍ତି, ସେମାନେ ହାତ ଉଠାଅ । କେହି ନାହାନ୍ତି, ଆଚ୍ଛା ! ଯେଉଁମାନେ ପଢୁନାହାନ୍ତି
କି ଶୁଣୁନାହାନ୍ତି ସେମାନେ ଉଠ । ଅଳ୍ପ ଅଛନ୍ତି । କିଛି କଥା ନାହିଁ, କିନ୍ତୁ ଏବେ ଯେତିକି ବି
ସମୟ ମିଳୁଛି ସେଥିରେ ବାବାଙ୍କର ମହାବାକ୍ୟ ନିଶ୍ଚିତ ଭାବରେ ପଢ ବା ଶୁଣ । ପରମଧାମରୁ ବାପଦାଦା
ଆସୁଛନ୍ତି , ସୂକ୍ଷ୍ମ ବତନରୁ ବ୍ରହ୍ମାବାବା ଆସୁଛନ୍ତି ଏବଂ ଏଠାକୁ ଆସି ମହାବାକ୍ୟ ଉଚ୍ଚାରଣ
କରୁଛନ୍ତି ସେଥିପାଇଁ ମୁରଲୀ କେବେ ବି ଗୋଟିଏ ଦିନ ବି ମିସ୍ କରିବାର ନାହିଁ, ଯଦି ମିସ୍ କରିବ
ତେବେ ବାପଦାଦାଙ୍କର ହୃଦୟ ସିଂହାସନ ମଧ୍ୟ ମିସ୍ ହୋଇଯିବ, ସେଥିପାଇଁ ଯେଉଁମାନେ ବି ମୁରଲୀ ମିସ୍
କରୁଛନ୍ତି ସେମାନେ ଭାବନ୍ତୁ ଯେ ଆମେ ତିନୋଟି ସିଂହାସନର ମାଲିକ ନୁହେଁ, ଦୁଇଟି ସିଂହାସନର ମାଲିକ
ମଧ୍ୟ ଯଥା ଶକ୍ତି ହିସାବରେ ହେବୁ । ସେଥିପାଇଁ ମୁରଲୀ, ମୁରଲୀ, ମୁରଲୀ, କାହିଁକିନା ମୁରଲୀରେ
ପ୍ରତିଦିନ ପାଇଁ ନର୍ଦ୍ଦେଶ ମିଳିଥାଏ । ଚାରୋଟି ଯାକ ବିଷୟ ପାଇଁ ନିର୍ଦ୍ଦେଶ ମିଳିଥାଏ । ତେଣୁ
ପ୍ରତିଦିନ ନିର୍ଦ୍ଦେଶ ମିଳିବା ଦରକାର ନା ! ତେବେ ଯେଉଁମାନେ ବି ମିସ୍ କରୁଥିବ, କାରଣେ, ଅକାରଣେ
ସେମାନେ ନିଜ ନିଜର ବ୍ୟବସ୍ଥା କର କିପରି ମୁରଲୀ ଶୁଣିବୁ । କୌଣସି ନା କୌଣସି ସୁବିଧା ନିଜ ପାଇଁ
କର । ଆଜି କାଲି ବିଜ୍ଞାନର ସାଧନଗୁଡିକ ମଧ୍ୟ ତୁମ ପାଇଁ ହିଁ ବାହାରିଛି । ବ୍ରହ୍ମାବାବାଙ୍କ
ଶରୀରରେ ପ୍ରବେଶତା ହେବାର ୧୦୦ ବର୍ଷ ପୂର୍ବରୁ ହିଁ ଏହି ବିଜ୍ଞାନ ବାହାରିଛି । ତୁମମାନଙ୍କର
ମଧ୍ୟ କାମରେ ଆସିବ ସେଥିପାଇଁ ତା’କୁ କାମରେ ଲଗାଅ, ଫାଇଦା ଉଠାଅ । ଆଚ୍ଛା- ସମ୍ମୁଖରେ ବସିଥିବା
ବା ଯେଉଁଠି ବି ଶୁଣୁଥିବା ପିଲାମାନଙ୍କୁ ବାପଦାଦାଙ୍କର ଆନ୍ତରିକ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ନମସ୍ତେ ।
ସେବାର ପାଳି
ୟୁ.ପି.,ବନାରସର ଅଟେ:-
ୟୁ.ପି. ସହିତ ବ୍ରହ୍ମାବାବାଙ୍କର ଏବଂ ଜଗଦମ୍ବାଙ୍କର ବହୁତ ସ୍ନେହ ଥିଲା । ବ୍ରହ୍ମାବାବା ଯେତେଥର
ୟୁ.ପି.କୁ ଆସିଛନ୍ତି ସେତିକି ଥର ବମ୍ବେକୁ ମଧ୍ୟ ଅସିଛନ୍ତି, କିନ୍ତୁ ୟୁ.ପି.କୁ ମଧ୍ୟ ଆସିଛନ୍ତି
। ତେଣୁ ଯେଉଁ ସ୍ଥାନରେ ବ୍ରହ୍ମାବାବାଙ୍କର ପାଦ ପଡିଛି ସେହି ସ୍ଥାନ କେତେ ଭାଗ୍ୟବାନ ଅଟେ ।
ଲଖନଉ ଏବଂ କାନପୁର ଉଭୟ ଏହି ଭାଗ୍ୟର ଅଧିକାରୀ ଅଟନ୍ତି । ବମ୍ବେ ମଧ୍ୟ ଅଧିକାରୀ ହୋଇଛି କିନ୍ତୁ
ଏବେ ୟୁ.ପି.ର ପାଳି । ପ୍ରତ୍ୟକ୍ଷ ଭାବରେ ମା’ ଏବଂ ବାବାଙ୍କର ଶିକ୍ଷାର ବୃନ୍ଦା ୟୁ.ପି.ରେ ପଡିଛି
। ଏବେ ୟୁ.ପି. ଆଗକୁ କ’ଣ କରିବ ? ବାଣୀ ଦ୍ୱାରା ମେଳା ଗୁଡିକରେ ସେବା ତ କରୁଛ କିନ୍ତୁ
ବର୍ତ୍ତମାନର ସମୟ ଅନୁସାରେ ବାପଦାଦା ଯେଉଁକଥା କହି ଆସିଛନ୍ତି ଯାହାକୁ ପୂର୍ବରୁ ମଧ୍ୟ କରିଛ,
ଉତ୍ତରାଧିକାରୀ ଏବଂ ନାମୀଗ୍ରାମୀ ମାଇକ୍, ତେବେ ନାମୀଗ୍ରାମୀର ଅର୍ଥ ଏହା ଅଟେ ଯେ ସେମାନଙ୍କର
କହିବାର ପ୍ରଭାବ ଶୁଣିବାବାଲାଙ୍କ ଉପରେ ପଡୁଥିବ, ଏହି ଭଳି ମାଇକ୍ ପ୍ରସ୍ତୁତ କର । ସେହିଭଳି
ଉତ୍ତରାଧିକାରୀମାନଙ୍କର ଗୃପ୍ ମଧ୍ୟ ସବୁ ସେଣ୍ଟରମାନଙ୍କରେ ରହିବା ଦରକାର । ତେବେ ୟୁ.ପି.ରେ କେତେ
ସେଣ୍ଟର ଅଛି, ବହୁତ ଅଛି ନା ! ତେବେ ସେତିକି ଉତ୍ତରାଧିକାରୀ ଆତ୍ମା ବାହାରିବା ଦରକାର । ହିସାବ
କରିବ, କେତେ ସେଣ୍ଟର ଅଛି ଏବଂ କେତେ ଜଣ ଉତ୍ତରାଧିକାରୀ ଅର୍ଥାତ୍ ୱାରିସ୍ କ୍ୱାଲିଟୀର ଆତ୍ମା
ବାହାରିଛନ୍ତି ? ଏବଂ ଯେତିକି ହେବା ଦରକାର ସେତିକି ବାହାରି ସାରିଛନ୍ତି ନା ବାହାର କରିବାକୁ
ପଡିବ? ଯଦି ବାହାର କରିବାକୁ ପଡିବ, ତେବେ ସମୟ ଉପରେ କୌଣସି ଭରସା ନାହିଁ । ତେଣୁ ଶୀଘ୍ର ଶୀଘ୍ର
ୱାରିସ୍ ଏବଂ ମାଇକ୍ ବାହାର କର ଯେଉଁମାନଙ୍କର କଥା ଶୁଣି ଅନେକ ଆତ୍ମାମାନଙ୍କର ଭାଗ୍ୟର ରେଖା
ଖୋଲିଯିବ କାହିଁକି ନା ତୁମେମାନେ ତ ବହୁତ ସେବା କରିଲଣି, ଯେଉଁମାନେ ପୁରୁଣା ଅଟନ୍ତି, ସେମାନେ ତ
ବହୁତ ସେବାକରି ସାରିଲେଣି, ଏବେ ସେବା କରାଅ । କରିବାବାଲାଙ୍କୁ ବାହାରକର । କରିପାରିବ ନା!
ଟୀଚରମାନେ ହାତ ଉଠାଅ! ଆଚ୍ଛା ! ଟୀଚରମାନେ ମଧ୍ୟ ବହୁତ ଅଛନ୍ତି । ତେଣୁ ଏତିକି ଜଣଙ୍କୁ
ପ୍ରସ୍ତୁତି କର । ପ୍ରତ୍ୟେକ ସେଣ୍ଟର ଚାହେଁ ଛୋଟ ହୋଇଥାଉ କି ବଡ ହୋଇଥାଉ, ଯଦି ସେଣ୍ଟର ଗୁଡିକର
ତାଲିକାରେ ଅଛନ୍ତି ତେବେ ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ପ୍ରମାଣ ଦେବାକୁ ହେବ, କାହିଁକି ନା
ସମୟ ଉପରେ କୌଣସି ଭରସା ନାହିଁ, କେବେ ବି କିଛ ବି ହୋଇଯାଇପାରେ, ସେଥିପାଇଁ ବାପଦାଦା ଯେଉଁସବୁ
ଜୋନ୍ ଗୁଡିକ ଏଠାକୁ ଆସୁଛନ୍ତି, ଯେଉଁମାନେ ଆସି ବି ନାହାଁନ୍ତି, ସବୁ ଜୋନ୍କୁ ଏହି କଥା
କହୁଛନ୍ତି ଯେ ଏବେ ଆଗକୁ ବଢ । କ୍ଲାସ ଗୁଡିକ ତ ବହୁତ ହେଉଛି, ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି
କିନ୍ତୁ ଏବେ ନିମିତ୍ତ ହେବାବାଲାଙ୍କୁ ତିଆରି କର ଏବଂ ସେମାନଙ୍କୁ ତିଆରି କରିବା ପାଇଁ ବାପଦାଦା
ଦେଖୁଛନ୍ତି, ସବୁ ଜୋନ୍ରେ ଏଭଳି ଆତ୍ମା ମଧ୍ୟ ଅଛନ୍ତି, ଯେଉଁମାନେ କି ନିମିତ୍ତ ହୋଇପାରିବେ,
ତେଣୁ ୟୁ.ପି. ବାଲା ପ୍ରଥମେ ତ ଭକ୍ତମାନଙ୍କର କଲ୍ୟାଣ କର, ଭକ୍ତ ବୋଲାଉଥିବା ଆତ୍ମା ଯଦିଓ ଅଳ୍ପ
ଅଛନ୍ତି, କିନ୍ତୁ ଅଛନ୍ତି । ସେମାନଙ୍କୁ ଭକ୍ତିର ଫଳ ପ୍ରାପ୍ତ କରାଅ । ବିଚରା ବହୁତ ମେହନତ
କରୁଛନ୍ତି । ବାପଦାଦା ଦେଖୁଛନ୍ତି ଯେ ସମସ୍ତେ ନିଜ ନିଜର ପୁରୁଷାର୍ଥରେ ଆଗକୁ ମଧ୍ୟ ବଢୁଛନ୍ତି
କିନ୍ତୁ ଏବେ ମଧ୍ୟ ଆହୁରି ବଢିବା ପାଇଁ ସୁଯୋଗ ଅଛି । କରୁଛ ମଧ୍ୟ, ଏମିତି ନୁହେଁ ଯେ କରୁନାହିଁ
। କରୁଛ ନିଶ୍ଚିତ କିନ୍ତୁ ଆଉ ଟିକେ ବେଗକୁ ବଢାଅ । ଭଲ ଅଟ ଏବଂ ଭଲ ସେବା ମଧ୍ୟ କରୁଛ । ସବୁ
ଦାଦୀମାନେ ମଧ୍ୟ ତୁମମାନଙ୍କୁ ଅଭିନନ୍ଦନ ଦେଉଛନ୍ତି । ପାଣ୍ଡବମାନେ ମଧ୍ୟ କେତେ ଆସିଛନ୍ତି,
ପାଣ୍ଡବ ମାନେ ମଧ୍ୟ କମ୍ ନୁହଁନ୍ତି । ଏଭଳି କିଛି ସେବା ମଧ୍ୟ ଅଛି, ଯାହାକୁ ପାଣ୍ଡବମାନେ ହିଁ
କରିପାରିବେ, ସେଥିପାଇଁ ପାଣ୍ଡବମାନଙ୍କୁ ମଧ୍ୟ ବାପଦାଦା ଏବଂ ସମସ୍ତ ମଧୁବନବାସୀ ଅଭିନନ୍ଦନ
ଦେଉଛନ୍ତି । ଆଚ୍ଛା !
ବରଦାନ:-
“ବୁଦ୍ଧି ରୂପକ
ପାଦକୁ ମର୍ଯ୍ୟାଦାର ସୀମା ରେଖା ଭିତରେ ରଖୁଥିବା ସର୍ବ ପ୍ରାପ୍ତି ସମ୍ପନ୍ନ ଶକ୍ତିଶାଳୀ ଆତ୍ମା
ଭବ” ।
ଯେଉଁ ପିଲାମାନେ ନିଜର
ବୁଦ୍ଧି ରୂପକ ପାଦକୁ ଟିକିଏ ବି ମର୍ଯ୍ୟାଦାର ସୀମା ଭିତରୁ ବାହାରକୁ ବାହାର କରନ୍ତି ନାହିଁ,
ସେମାନେ ଗେଲ୍ଲା ସନ୍ତାନ ହେବା ସହିତ ଭାଗ୍ୟବାନ ମଧ୍ୟ ହୋଇ ଯାଆନ୍ତି । ସେମାନଙ୍କ ପାଖକୁ କେବେ
କୌଣସି ବି ବିଘ୍ନ ଅଥବା ତୋଫାନ୍, ଦୁଃଖ ବା ଉଦାସୀ ଆସିପାରିବ ନାହିଁ । ଯଦି ଆସୁଛି ତେବେ ବୁଝି
ନେବା ଦରକାର ଯେ ନିଶ୍ଚିତ ଭାବରେ ବୁଦ୍ଧି ରୂପକ ପାଦ ମର୍ଯ୍ୟାଦାର ସୀମାଠାରୁ ବାହାରକୁ ବାହାର
କରିଛ । ସୀମାଠାରୁ ବାହାରକୁ ବାହାର କରିବା ଅର୍ଥ ଭିକାରୀ ହେବା, ସେଥିପାଇଁ କେବେ ବି ଭିକାରୀ
ଅର୍ଥାତ୍ ମାଗିବାବାଲା ନୁହେଁ, ସର୍ବଶକ୍ତିସମ୍ପନ୍ନ ଶକ୍ତିଶାଳୀ ହୁଅ ।
ସ୍ଲୋଗାନ:-
ଯେଉଁମାନେ
ସର୍ବଦା ନ୍ୟାରା ଏବଂ ବାବାଙ୍କର ପ୍ୟାରା ଅଟନ୍ତି ସେମାନେ ସୁରକ୍ଷିତ ରହିଥାଆନ୍ତି ।
ଅବ୍ୟକ୍ତ ଇଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ହୁଅ । ଦୃଢତା ହିଁ ସଫଳତାର ଚାବି
କାଠି ଏବଂ ସଫଳତା ତୁମମାନଙ୍କର ଜନ୍ମସିଦ୍ଧ ଅଧିକାର, ସେଥିପାଇଁ ଦୃଢତାକୁ କାମରେ ଲଗାଅ, ବେପରୁଆ
ହୁଅ ନାହିଁ, ହୋଇଯିବ, କରିଦେବି... ଏଭିଳି ଭାବ ନାହିଁ । ଦୃଢ ସଂକଳ୍ପ ଦ୍ୱାରା ମନର ବ୍ୟର୍ଥ
ସଂକଳ୍ପକୁ ସମାପ୍ତ କରି ବିଜୟୀ ହୁଅ ।