02.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: - ରାବଣ
ମତରେ ଚାଲି କୌଣସି ବିକର୍ମ କର ନାହିଁ, ପତିତମାନଙ୍କୁ ପାବନ ହେବାର ରାସ୍ତା ଦେଖାଅ ।”
ପ୍ରଶ୍ନ:-
ବୁଦ୍ଧିମାନ ଏବଂ
ଜ୍ଞାନୀ ପିଲାମାନେ କେଉଁ ପୁରୁଷାର୍ଥ କରିବା ସହିତ ଶ୍ରୀମତ ପ୍ରତି ନିଶ୍ଚିତ ଧ୍ୟାନ ଦେଇଥା’ନ୍ତି?
ଉତ୍ତର:-
ଜ୍ଞାନୀ ପିଲାମାନେ ଉଚ୍ଚ ପଦ ପାଇବା ପାଇଁ ନିରନ୍ତର ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ
କରିବା ସହିତ ସଦା ସର୍ବଦା ଏହି ଶ୍ରୀମତ ପ୍ରତି ନିଶ୍ଚିତ ଧ୍ୟାନ ରଖିଥାନ୍ତି ଯେ ମୋତେ ନିମିତ୍ତ
ହୋଇ ଅନେକ ଆତ୍ମାଙ୍କର କଲ୍ୟାଣ କରିବାକୁ ହେବ । ଯେଉଁମାନେ ଅନେକଙ୍କର କଲ୍ୟାଣ କରିଥାନ୍ତି,
ସେମାନଙ୍କର କଲ୍ୟାଣ ଆପେ ଆପେ ହୋଇଯାଇଥାଏ ।
ଗୀତ:-
ତକଦୀର ଜଗାକର
ଆଇ ହୁଁ....
ଓମ୍ ଶାନ୍ତି ।
ପିଲାମାନଙ୍କ
ବୁଦ୍ଧିରେ ଏବେ ନୂଆ ଦୁନିଆ ଓ ପୁରୁଣା ଦୁନିଆ ଉଭୟ ରହିଛି କାହିଁକି ନା ପିଲାମାନେ ଜାଣିଛନ୍ତି ଯେ
ପୁରୁଣା ଦୁନିଆର ବିନାଶ ଏବେ ହେବାର ଅଛି ଏବଂ ନୂଆ ଦୁନିଆ ବାବା ହିଁ ରଚନା କରୁଛନ୍ତି । ପିଲାମାନେ
ଜାଣିଛନ୍ତି ଶିବଙ୍କର ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, ରାତ୍ରି ବି ପାଳନ କରୁଛନ୍ତି । ଦୁଇଟିଯାକ
ଅକ୍ଷରର ଅର୍ଥ ଦୁନିଆରେ କେହି ଜାଣି ନାହାଁନ୍ତି । ଶିବ ଜୟନ୍ତୀ ଅର୍ଥାତ୍ ଶିବଙ୍କର ଜନ୍ମ । ଏମାନେ
ତ ମନୁଷ୍ୟର ଜନ୍ମ ଉତ୍ସବ ପାଳନ କରୁଛନ୍ତି, ଶିବ ତ ଜନ୍ମ ନେଇ ନ ଥା’ନ୍ତି । ବୁଝିପାରୁ ନାହାଁନ୍ତି
ଯେ ସିଏ ଜନ୍ମ କିପରି ନେଉଛନ୍ତି । ଶ୍ରୀକୃଷ୍ଣଙ୍କର ତ ଗାୟନ ରହିଛି ଯେ ତାଙ୍କର ଜନ୍ମ ହୋଇଥିଲା ।
ଶିବଜୟନ୍ତୀ ବିଷୟରେ କୌଣସି ବର୍ଣ୍ଣନା ହିଁ ନାହିଁ । ଗାୟନ ମଧ୍ୟ ରହିଛି ପରମପିତା ପରମାତ୍ମା
ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି । କ’ଣ ଉପରେ ସୂକ୍ଷ୍ମବତନରେ ବସି କାହାକୁ ପ୍ରେରଣା
ଦେଉଛନ୍ତି? ଏପରି ତ ହୋଇପାରିବ ନାହିଁ । ୟାଦ ତ କରୁଛନ୍ତି ପତିତ-ପାବନ ବାବାଙ୍କୁ । ଯେବେ ବାବା
ନିଜେ ଆସି ବୁଝାଇବେ ତେବେ ମନୁଷ୍ୟମାନଙ୍କର ବୁଦ୍ଧିରେ ରହିବ । ଏହି କଥା ଡ୍ରାମାରେ ଥିବା କାରଣରୁ,
ବାବାଙ୍କୁ ସଂଗମରେ ଆସିବାକୁ ହିଁ ହେବ । ତୁମେମାନେ ଜାଣିଛ ଯେ ବାବା ଆସିଛନ୍ତି, କିନ୍ତୁ
ବର୍ତ୍ତମାନ ପର୍ଯ୍ୟନ୍ତ ଏହି କଥା ମୁସ୍କିଲ୍ରେ କେହି ବୁଝୁଛନ୍ତି, ଏ କଥା ମତାମତରେ କେହି
ଲେଖୁନାହାଁନ୍ତି ଯେ ବାସ୍ତବରେ ପରମାତ୍ମା ବ୍ରହ୍ମାଙ୍କ ଦ୍ୱାରା ପୁଣି ଥରେ ଭାରତକୁ ଶ୍ରେଷ୍ଠାଚାରୀ,
ସତ୍ୟଯୁଗୀ ଦୁନିଆ କରୁଛନ୍ତି । ଯଥାର୍ଥ ଭାବରେ କେହି ବୁଝୁନାହାଁନ୍ତି ଯେ ବାବା ଆସିଛନ୍ତି ।
ସ୍ୱର୍ଗ ରାଜତ୍ୱର ବର୍ସା ଦେଉଛନ୍ତି । ସିଏ ରାଜଯୋଗ ଶିଖାଉଛନ୍ତି । ହଜାର-ହଜାର ମନୁଷ୍ୟ ଆସୁଛନ୍ତି
ପୁଣି ସେମାନଙ୍କ ମଧ୍ୟରୁ କେହି କେହି ରହୁଛନ୍ତି । ସେମାନଙ୍କ ମଧ୍ୟରୁ ମଧ୍ୟ କେହି ତ ଆଗକୁ ଯାଇ
ପୁଣି ଚାଲିଯାଉଛନ୍ତି । ବୁଦ୍ଧି କେତେ ତମୋପ୍ରଧାନ ହୋଇଯାଇଛି, ଯାହାକି ଏତେ ସହଜ କଥା ବି
ବୁଝିପାରୁନାହାଁନ୍ତି । ବାବା କହୁଛନ୍ତି ମୋତେ ୟାଦ କର ତେବେ ତୁମର ବିକର୍ମ ବିନାଶ ହୋଇଯିବ । ଏହା
ଯୋଗ ଅଗ୍ନି ଅଟେ, ଯାହାଦ୍ୱାରା ତୁମେ ସତ୍ତ୍ୱପ୍ରଧାନ ହୋଇଯିବ । କୌଣସି ବି ବିକର୍ମ କର ନାହିଁ ।
ବିକର୍ମ କରାଇଲାବାଲା ହେଉଛି ରାବଣ, ତା’ର ମତରେ ଚାଲ ନାହିଁ । କାହାକୁ ଦୁଃଖ ଦିଅ ନାହିଁ । ବାବା
ଆସିଛନ୍ତି ହିଁ ପତିତମାନଙ୍କୁ ପବିତ୍ର କରିବା ପାଇଁ । ବାବା କହୁଛନ୍ତି ତୁମମାନଙ୍କର ମଧ୍ୟ ଏହି
ଧନ୍ଦା ଅଟେ । ରାତି-ଦିନ ଏହି ଚିନ୍ତନ କର । ଆମେ ପତିତମାନଙ୍କୁ ପବିତ୍ର କରିବାର ରାସ୍ତା କିପରି
ଅନ୍ୟମାନଙ୍କୁ ବତାଇବୁ! ଏହି ରାସ୍ତା ବହୁତ ସହଜ ଅଟେ । ଯୋଗବଳ ଦ୍ୱାରା ହିଁ ଆମେମାନେ
ସତ୍ତ୍ୱପ୍ରଧାନ ହେବୁ । ଏହା ହେଉଛି ଅବିନାଶୀ ଡାକ୍ତରଙ୍କର ଔଷଧ । ଏହା କୌଣସି ମନ୍ତ୍ର ଆଦି ନୁହେଁ
। ଏଠାରେ ତ କେବଳ ବାବାଙ୍କୁ ୟାଦ କରିବାକୁ ହେବ । କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି ।
କଳ୍ପ-କଳ୍ପ ବାବା ଏହି କଥା ବୁଝାଇଥିଲେ । ଗାୟନ ମଧ୍ୟ କରିଥାନ୍ତି ଜ୍ଞାନ, ଭକ୍ତି, ବୈରାଗ୍ୟ ।
ବୈରାଗ୍ୟ କାହାର? ଏହି ପୁରୁଣା ବିକାରୀ ଦୁନିଆର । ଏହି ପୁରୁଣା ଦୁନିଆରେ ବିଲ୍କୁଲ୍ ପାପ ଆତ୍ମା
ହୋଇଯାଇଛନ୍ତି । କହୁଛନ୍ତି ମଧ୍ୟ ପତିତ-ପାବନ, ମୁକ୍ତିଦାତା ଆସ । ସିଏ କେଉଁଥିରୁ ମୁକ୍ତ କରିବେ?
ଦୁଃଖରୁ । ରାବଣ ରାଜ୍ୟରୁ । ରାବଣକୁ ଇଂରାଜୀରେ ଇଭିଲ୍ (ସଇତାନ) କହୁଛନ୍ତି । ତେବେ କହୁଛନ୍ତି
ଯେ ଏହି ସଇତାନ ରାଜ୍ୟରୁ ମୁକ୍ତ କରି ଆମକୁ ଘରକୁ ନେଇଚାଲ । ଆମମାନଙ୍କର ପଥପ୍ରଦର୍ଶକ ହୋଇ ସାଥିରେ
ନେଇଚାଲ । ଯେପରି କେହି କେହି ଜେଲ୍ରୁ ମୁକୁଳାଇ ବହୁତ ସ୍ନେହରେ ଘରକୁ ନେଇଯାଇଥାନ୍ତି । ବେହଦର
ବାବା ସବୁ ପିଲାମାନଙ୍କର ସତ୍କାର କରୁଛନ୍ତି - ତୁମମାନଙ୍କୁ ମୁଁ ଜେଲରୁ ମୁକ୍ତ କରିବାକୁ ଆସିଛି
। ମେଳା, ପ୍ରଦର୍ଶନୀରେ ମଧ୍ୟ ଏହା ମଡେଲ ରୂପରେ ଦେଖାଯାଇଛି । କିପରି ସମସ୍ତେ ଜେଲ୍ରେ ପଡିଛନ୍ତି,
ତଥାପି ବି ମନୁଷ୍ୟମାନେ କିଛି ବୁଝିପାରୁ ନାହାଁନ୍ତି । ବାବା କେତେ ସହଜ ଭାବରେ ବୁଝାଇ ବିଶ୍ୱର
ମାଲିକ କରୁଛନ୍ତି । କହୁଛନ୍ତି ମୋତେ ୟାଦ କର ତେବେ ତୁମମାନଙ୍କର ପାପ କଟିଯିବ । ତୁମେମାନେ
ସତ୍ୟଯୁଗର ମାଲିକ ହୋଇଯିବ । ଏହା କେତେ ସହଜ । ଏକଥା ଯେ କୌଣସି ବି ଧର୍ମାବଲମ୍ବୀ ବୁଝିଯିବେ ।
କହିବା ଦରକାର, ଅମୁକ ଧର୍ମ କେବେ ସ୍ଥାପନ ହେଉଛି । ଅନ୍ତ ସମୟରେ ସବୁ ଆତ୍ମାମାନେ ନିଜ-ନିଜର
ବିଭାଗକୁ ଚାଲିଯିବେ । ପୁଣି ଆରମ୍ଭ ହେବ ଦେବୀ-ଦେବତା ଧର୍ମ । ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା
ହେଉଛି, ଏହିକଥା ଲେଖାଯାଇଛି । ତ୍ରିମୂର୍ତ୍ତିର ଚିତ୍ର ହେଉଛି ନମ୍ବରୱାନ । ତ୍ରିମୂର୍ତ୍ତି ଏବଂ
ସୃଷ୍ଟିଚକ୍ର ଏହି ଦୁଇଟି ଚିତ୍ର ଉପରେ ବିଲକୁଲ୍ ସ୍ପଷ୍ଟ ଭାବରେ ବୁଝାଯାଇପାରିବ । ଏକଥା ମଧ୍ୟ
ବୁଝାଯାଇଛି ଯେ ପ୍ରଥମ ହେଉଛି ଶାନ୍ତିଧାମ, ଦ୍ୱିତୀୟ ହେଲା ସୁଖଧାମ ଏବଂ ଏହା ହେଉଛି ଦୁଃଖଧାମ ।
ଏହି ଦୁଃଖଧାମ ପ୍ରତି ବୈରାଗ୍ୟ ଆସିବା ଦରକାର । ଏବେ ଭକ୍ତିର ରାତ୍ର ପୂରା ହେଲା, ସତ୍ୟଯୁଗ
ତ୍ରେତାର ଦିନ ଆରମ୍ଭ ହେଉଛି ।
ବାବା କହୁଛନ୍ତି - ଏବେ
ପୁରୁଣା ଦୁନିଆ ବିନାଶ ହୋଇଯିବ ସେଥିପାଇଁ ଏଥିରୁ ବୈରାଗ୍ୟ ଦରକାର । ତାହା ହେଉଛି ହଦର ବୈରାଗ୍ୟ,
ଏହା ହେଉଛି ବେହଦର ବୈରାଗ୍ୟ । ଦୁନିଆର ସନ୍ନ୍ୟାସୀମାନେ କୌଣସି ନୂଆ ଦୁନିଆ ରଚନା କରୁନାହାଁନ୍ତି,
ବାବା ହିଁ ସୃଷ୍ଟିକର୍ତ୍ତା ଅଟନ୍ତି ନା । ତାଙ୍କୁ ସ୍ୱର୍ଗ ସ୍ଥାପନକାରୀ ଈଶ୍ୱର ପିତା କୁହଯାଉଛି,
ଯିଏକି ସ୍ୱର୍ଗର ସ୍ଥାପନକର୍ତ୍ତା ଅଟନ୍ତି । ଅନ୍ୟ କେହି ତ ସ୍ୱର୍ଗ ସ୍ଥାପନା କରୁନାହାଁନ୍ତି ।
ଏହି ପାଠପଢା ହେଉଛି ସତ୍ୟଯୁଗୀ ରାଜଧାନୀ ପ୍ରାପ୍ତ କରିବା ପାଇଁ । ଜ୍ଞାନର ସାଗର ଆସି ଜ୍ଞାନ
ଦେଉଛନ୍ତି । ଜ୍ଞାନର ସାଗର, ପତିତ-ପାବନ ତାଙ୍କୁ ହିଁ କୁହାଯାଉଛି । କେଉଁ ଜ୍ଞାନ ଦେଉଛନ୍ତି?
କ’ଣ ଓକିଲ ବା ଡାକ୍ତର ହେବାର ଜ୍ଞାନ? ପରମାତ୍ମାଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ଅଛି । ସେଥିରେ ସବୁ ଜ୍ଞାନ ଆସିଯାଉଛି - ବାରିଷ୍ଟରୀ, ଇଞ୍ଜିନିୟରିଂ ଆଦି ସବୁର ମୂଳ ସାରତତ୍ତ୍ୱ
ହେଉଛି ଈଶ୍ୱରୀୟ ଜ୍ଞାନ । ସେହି ଭୌତିକ ଜ୍ଞାନ ପଢିବା, ଇଞ୍ଜିନିୟର ଆଦି ହେବା କୌଣସି ବଡ କଥା
ନୁହେଁ । ଏକଥା ତ ତୁମେମାନେ ଜାଣିଛ, ସତ୍ୟଯୁଗୀ ନୂଆ ଦୁନିଆରେ ଯେଉଁ ନୀତି-ପ୍ରଥା ରହିଥିବ, ତାହା
ହିଁ ସେହିଠାରେ ଚାଲିବ । ଆମେମାନେ ଯେପରି କଳ୍ପ ପୂର୍ବରୁ ମହଲ ଆଦି ତିଆରି କରିଥିଲୁ, ତା’ର ହିଁ
ପୁନରାବୃତ୍ତି କରିବୁ, ତାକୁ ହିଁ କୁହାଯାଉଛି ସତ୍ୟଯୁଗ । ସେଠାକାର ନୀତି ନିୟମକୁ ମନୁଷ୍ୟମାନେ
ଜାଣିନାହାଁନ୍ତି । ସେଠାରେ କିପରି ହୀରାନୀଳାର ମହଲ ତିଆରି ହେଉଛି । ସେମାନଙ୍କର ଗାୟନ ହିଁ
କରାଯାଇଥାଏ ୧୬ କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ । ସେଠାରେ ଯେଉଁ ନୀତି-ପ୍ରଥା ଥିବ
ସେହି ଅନୁସାରେ ରାଜତ୍ୱ ଚାଲିବ । ତାହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି, ଆତ୍ମାମାନେ ନିଜର
ଅଭିନୟ କରିବେ । ଘର କିପରି ତିଆରି କରିବେ, କିପରି ରହିବେ । ସେସବୁ କଥା ଡ୍ରାମାରେ ନିଧାର୍ଯ୍ୟ
ଅଛି । ଯେପରି ଏହି ପୁରୁଣା ଦୁନିଆ ବର୍ତ୍ତମାନର ନିୟମ ଅନୁସାରେ ଚାଲୁଛି ସେପରି ସେହି ଦୁନିଆ
ସେସମୟର ନିୟମ ଅନୁସାରେ ଚାଲିବ । ଏଠାରେ ଅସୁରମାନେ ଅଛନ୍ତି, ସେଠାରେ ଦେବତାମାନେ ରହିବେ ।
ଶାସ୍ତ୍ରରେ ଏ ସବୁ କଥା କିଛି ବି ନାହିଁ । ଜ୍ଞାନ ଓ ଭକ୍ତି, ଗାୟନ ମଧ୍ୟ କରୁଛନ୍ତି -
ବ୍ରହ୍ମାଙ୍କର ଦିନ, ବ୍ରହ୍ମାଙ୍କର ରାତି । ବ୍ରହ୍ମାଙ୍କର ହିଁ ନାମ ନେଇଥାନ୍ତି, ବିଷ୍ଣୁଙ୍କର
ନୁହେଁ । ବ୍ରହ୍ମା ହିଁ ବିଷ୍ଣୁ ହେଉଛନ୍ତି । ବ୍ରହ୍ମା-ସରସ୍ୱତୀ ବିଷ୍ଣୁଙ୍କର ଦୁଇ ରୂପ
ଲକ୍ଷ୍ମୀ-ନାରାୟଣ ଅଟନ୍ତି ସେଥିପାଇଁ ବାବା ବୁଝାଇଛନ୍ତି ଯେ ଲକ୍ଷ୍ମୀ-ନାରାୟଣ ହିଁ ୮୪ ଜନ୍ମ ପରେ
ଏହିପରି ହେଉଛନ୍ତି । ଏହିଠାରେ ହିଁ ରାଜଯୋଗର ତପସ୍ୟା କରୁଛନ୍ତି, ସୂକ୍ଷ୍ମବତନରେ ନୁହେଁ । ଯଜ୍ଞ
ଆଦି ମଧ୍ୟ ଏହିଠାରେ ରଚନା କରାଯାଉଛି । ବାବା ବୁଝାଉଛନ୍ତି ଏହା ଅନ୍ତିମ ଯଜ୍ଞ ଅଟେ, ପୁଣି
ସତ୍ୟଯୁଗ ତ୍ରେତାରେ କୌଣସି ଯଜ୍ଞ ହେବ ନାହିଁ । ଭିନ୍ନ ଭିନ୍ନ ପ୍ରକାରର ଯଜ୍ଞ ରଚନା କରୁଛନ୍ତି,
ବର୍ଷା ନ ହେଲା ତ ଯଜ୍ଞ ରଚନା କରିବେ । ଯଦି କୌଣସି ବି ଦୁଃଖ ଆସୁଛି ତେବେ ଯଜ୍ଞ ରଚନା କରୁଛନ୍ତି,
ଭାବୁଛନ୍ତି ଯେ ଯଜ୍ଞ ଦ୍ୱାରା ଦୁଃଖ ଦୂର ହୋଇଯିବ । ଏହା ତ ସବୁଠାରୁ ବଡ ଯଜ୍ଞ ଅଟେ, ଯେଉଁ ଜ୍ଞାନ
ଯଜ୍ଞ ଦ୍ୱାରା ସାରା ସୃଷ୍ଟିର ଦୁଃଖ ଦୂର ହୋଇଯାଉଛି । ଏହା ହେଉଛି ରାଜସ୍ୱ ଅଶ୍ୱମେଧ ଅବିନାଶୀ
ଜ୍ଞାନ ଯଜ୍ଞ । ସମସ୍ତେ ଏଥିରେ ସ୍ୱାହା ହୋଇଯିବେ । କେତେ ଭଲ ଭାବରେ ବୁଝାଯାଉଛି । ଦିଲ୍ଲୀରେ
ମଣ୍ଡପ ତିଆରି କରି ମେଳା କରିଛନ୍ତି, ଏହା ମଧ୍ୟ ବହୁତ ଭଲ । ମଣ୍ଡପ ତିଆରି କରିବାରେ କ’ଣ ଡେରି
ଲାଗିଥାଏ । ଏହି ଯେଉଁ ହଲ ପାଇଁ ଏତେ ହଇରାଣ ହେବାକୁ ପଡୁଛି, ଏହାଠାରୁ ତ ଭଲ ନିଜର ମଣ୍ଡପ
ନେଇଯାଅ । ଛୋଟ-ଛୋଟ ଗାଁ ପାଇଁ ତ ଛୋଟ ମଣ୍ଡପ ମଧ୍ୟ ତିଆରି କରିପାରିବ । ଯଦି ଗାଁ ଆଦିରେ ଲାଇଟ୍
ନାହିଁ ତେବେ ଦିନରେ ମଧ୍ୟ ପ୍ରଦର୍ଶନୀ ହୋଇପାରିବ । ନିଜର ହିଁ ସବୁ ଜିନିଷ ରଖ, ଧାର କାହିଁକି
ନେବ! ବାବା ପ୍ରଦର୍ଶନୀ କମିଟିର ସଦସ୍ୟମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ୱାଟରଫ୍ରୁଫ (ଜଳରୋଧକ)
ମଣ୍ଡପ ତିଆରି କର । ବର୍ଷା ହେଲେ ମଧ୍ୟ କୌଣସି ଚିନ୍ତା ନାହିଁ । ବାବା ଯେବେ ଦିଲ୍ଲୀ ଯାଇଥିଲେ
ତେବେ ଏତେ ଥଣ୍ଡାରେ ମଧ୍ୟ ମଣ୍ଡପରେ ଯାଇ ଭାଷଣ କରୁଥିଲେ । ଥଣ୍ଡା ପାଇଁ ତ ସମସ୍ତଙ୍କ ପାଖରେ ଗରମ
କପଡା ରହିଛି । ତେବେ ପ୍ରଦର୍ଶନୀ ପାଇଁ କେତେ ବି ମଣ୍ଡପ ତିଆରି କରିପାରିବ । କେହି ବିଘ୍ନ ନ
ପକାନ୍ତୁ, ଏଥିପାଇଁ ଏହାର ବୀମା କରିଦିଅ । ସେବା ତ କରିବାକୁ ପଡିଥାଏ ନା । ବୁଝାଇବାକୁ ମଧ୍ୟ
ହେବ, ବାବାଙ୍କର ପୂରା ପରିଚୟ ଦେବାକୁ ହେବ । ଏବେ ତ ଆମେ ବାବାଙ୍କ ସାଥିରେ ଅଛୁ । ଜ୍ଞାନର ସାଗର
ବାବାଙ୍କଠାରୁ ଆମକୁ ଜ୍ଞାନ ମିଳୁଛି । ସତ୍ୟଯୁଗରେ ଜ୍ଞାନର ଦରକାର ନ ଥାଏ । ବାବା କହୁଛନ୍ତି -
ମୁଁ ସଦ୍ଗତି କରିବା ପାଇଁ ଆସିଛି ପୁଣି ରାବଣ ଦ୍ୱାରା ଦୁର୍ଗତି ହୋଇଥାଏ । ସଦ୍ଗତି ଦାତା ତ
ଏକମାତ୍ର ବାବା ହିଁ ଅଟନ୍ତି । କେତେ ସ୍ପଷ୍ଟ ଭାବରେ ବୁଝାଯାଉଛି । କିନ୍ତୁ ନିଜେ ବୁଝୁନାହାଁନ୍ତି
କେବଳ କହିଦେଉଛନ୍ତି - ଏହା ମନୁଷ୍ୟମାନଙ୍କ ପାଇଁ ବହୁତ ଭଲ । ବାକି ନିଜେ ବୁଝିବେ ସେଥିପାଇଁ
ତାଙ୍କୁ ଫୁରସତ ମିଳୁ ନାହିଁ । ବଡ ବଡ ଲୋକମାନଙ୍କୁ ମଧ୍ୟ ଯାଇ କେତେ ବୁଝାଉଛନ୍ତି । କେବଳ ଏହି
କଥା ବୁଝ ଯେ ବାବା କିପରି ଶ୍ରେଷ୍ଠାଚାରୀ ଦୁନିଆ ତିଆରି କରୁଛନ୍ତି । ଶ୍ରେଷ୍ଠାଚାରୀ କରିବା
ବାବାଙ୍କର କାମ ଅଟେ, ସେଥିପାଇଁ ତ ବାବାଙ୍କୁ ଡାକୁଛନ୍ତି । ଗାୟନ କରୁଛନ୍ତି ଯେ ଦୁଃଖ ହରଣ କରି,
ସୁଖ ଦିଅ । ଏକଥା ମଧ୍ୟ ବୁଝୁଛନ୍ତି ବାବା ଆସିବେ ତ ମୁଁ ସମର୍ପଣ ହୋଇଯିବି । ଶ୍ରୀମତ ଅନୁସାରେ
ସଠିକ୍ ଭାବେ ଚାଲିବି । ତଥାପି ବି ବାବାଙ୍କର ଶ୍ରୀମତରେ ଚାଲୁ ନାହାଁନ୍ତି । ମନୁଷ୍ୟମାନଙ୍କୁ ତ
ଜଣା ନାହିଁ ଯେ ଭଗବାନଙ୍କର ମହତ୍ୱ କ’ଣ? ସେମାନେ ସର୍ବବ୍ୟାପୀ କହିଦେଉଛନ୍ତି । ଆରେ ପତିତ-ପାବନ
ଭଗବାନ ତ ଜଣେ ଅଟନ୍ତି ନା । ସିଏ ସର୍ବବ୍ୟାପୀ କିପରି ହେବେ? ତେବେ ତ ସମସ୍ତେ ଭଗବାନ ବୋଲାଇବେ ।
ଭଗବାନ କୌଣସି ଛୋଟ ବଡ ହୋଇନଥାନ୍ତି । ପ୍ରଦର୍ଶନୀରେ ଏକଥା ମଧ୍ୟ ଦେଖାଯାଇଛି - କେହି ମାଂସ
ଖାଉଛନ୍ତି, କେହି ଲଢେଇ କରୁଛନ୍ତି... କ’ଣ ଏସବୁ ଭଗବାନ କରୁଛନ୍ତି? ସେହି ସମୟରେ ମନୁଷ୍ୟମାନେ
ଖୁସି ହୋଇ ଚାଲିଯାଉଛନ୍ତି, ବାହାରକୁ ଗଲେ ପୁଣି ସେଠିକାର କଥା ସେହିଠାରେ ହିଁ ରହିଯାଉଛି । କେବଳ
ପ୍ରଜା ହେଉଛନ୍ତି । ରାଜା ହେବା ପାଇଁ କେତେ ମୁଣ୍ଡ ପିଟିବାକୁ ପଡୁଛି । ରାଜା ହେବା ପାଇଁ ସମସ୍ତେ
ହାତ ଉଠାଉଛନ୍ତି, ପୁଣି ୫-୭ ଦିନ ପରେ ଯଦି ଦେଖିବ ତେବେ ସେମାନେ ଆଉ ନ ଥିବେ । ମାୟା କେତେ
ଶକ୍ତିଶାଳୀ, ତୁରନ୍ତ ଫସାଇ ଦେଇଥାଏ । ରାଜଧାନୀ ସ୍ଥାପନ କରିବା କେତେ କଷ୍ଟାସାଧ୍ୟ ଅଟେ ।
ଧର୍ମସ୍ଥାପନ କରିବାରେ କୌଣସି ଅସୁବିଧା ନାହିଁ । ସେଠାରେ କୌଣସି ଅସୁରମାନଙ୍କର ବିଘ୍ନ ପଡି ନ
ଥାଏ । ଏଠାରେ ପିଲା କହୁଛି ଯେ ବିବାହ କରିବି ନାହିଁ ତେବେ ବାପ କହିଥାଏ ଯେ ବିବାହ ତ ନିଶ୍ଚିତ
କରିବାକୁ ହିଁ ହେବ । ବିବାହ କରିବା ବିନା ଦୁନିଆ କିପରି ଚାଲିବ । ଆରେ ବିବାହ ନ କରିବା ତ ଭଲ କଥା
ଅଟେ ନା । ଯଦି ବିବାହ ନ କରିବ ତେବେ ପିଲା ମଧ୍ୟ ଜନ୍ମ ହେବେ ନାହିଁ । ତେବେ ଜନ୍ମ ନିୟନ୍ତ୍ରଣ
ହୋଇଯିବ । ବାବା ବୁଝାଉଛନ୍ତି, ଯିଏ କରିବ ସିଏ ପାଇବ । ଆଗକୁ ଗଲେ ବହୁତ ଜଲ୍ଦି ଜଲ୍ଦି ବନିଯିବେ
।
ତୁମେ ସନ୍ତାନମାନେ
ଜାଣିଛ ଯେପରି କଳ୍ପ ପୂର୍ବରୁ ସ୍ଥାପନା ହୋଇଥିଲା ସେହିପରି ହିଁ ହେବ । ଯେଉଁ ଦିନଟି ବିତିଲା ତାହା
କଳ୍ପ ପୂର୍ବ ସଦୃଶ ବିତିଲା । ରାତ୍ରିରେ ଶୋଇବା ସମୟରେ ବିଚାର ଚାଲିଥାଏ - ଆଜି ସାରା ଦିନ ଯେପରି
ବିତିଲା ତାହା ଡ୍ରାମା ଅନୁସାରେ ବିତିଲା, ପୁଣି କାଲି ଯାହା ହେବାର ଥିବ ତାହା ବି ଡ୍ରାମା
ଅନୁସାରେ ହେବ । ତୁମମାନଙ୍କ ବ୍ୟତୀତ ଆଉ କାହାକୁ ବି ଜଣାନାହିଁ ଯେ ଏହା ଡ୍ରାମା ଅଟେ । ଏହାର
ଆଦି-ମଧ୍ୟ-ଅନ୍ତ କ’ଣ? କିଛି ହେଲେ ବି ଜଣାନାହିଁ । ତୁମେମାନେ ଜାଣିଛ - ତୁମେମାନେ ପୁରୁଷାର୍ଥ
କରୁଛ ଅନ୍ୟମାନେ ତ ସମସ୍ତେ ଘୋର ଅନ୍ଧକାରରେ ଅଛନ୍ତି । ଯାହା କିଛି ଅଭିନୟ ଚାଲୁଛି ସବୁ ଡ୍ରାମା
ଅନୁସାରେ । ଆଜି ଏଠାରେ ବସିଛ ଏବଂ କାଲି ପୁଣି ବେମାର ହୋଇଯାଉଛ, ଏହାକୁ ମଧ୍ୟ କୁହାଯିବ ଯେ
ଡ୍ରାମା ଅନୁସାରେ କର୍ମଫଳ ଭୋଗିବାର ଅଛି । କଳ୍ପ-କଳ୍ପ ଏହିପରି ହେବ । ଡ୍ରାମାର ଜ୍ଞାନ ବୁଦ୍ଧିରେ
ଅଛି ସେଥିପାଇଁ କୌଣସି ଚିନ୍ତା ଆସୁ ନାହିଁ । ସେବାରେ ବିଘ୍ନ ପଡୁଛି, କାମରେ ଡେରି ହେଉଛି -
ଭାବୁଛନ୍ତି କଳ୍ପ-କଳ୍ପ ଏହିପରି ଡେରି ହୋଇଥିବ । ଲକ୍ଷଣ ସେହିପରି ଦେଖାଯାଉଛି । ଉଚ୍ଚ ପଦ ପାଇବା
ପାଇଁ ବହୁତ ପୁରୁଷାର୍ଥ କରିବାକୁ ପଡିବ । ଦେଖିବାକୁ ହେବ ଯେ ମୁଁ ଉପରକୁ ଚଢୁଛି? ବାବାଙ୍କର ସେବା
କରୁଛି ନା ଗୋଟିଏ ଜାଗାରେ ଛିଡା ହୋଇଛି? ମୁଁ କାହାର କଲ୍ୟାଣ କରୁଛି? ଯଦି ବହୁତଙ୍କର କଲ୍ୟାଣ
କରିବି ତେବେ ମୋର ମଧ୍ୟ କଲ୍ୟାଣ ହେବ । ଯେବେ ପରୀକ୍ଷା ଶେଷ ହୋଇଯିବ ତେବେ ଜଣାପଡିଯିବ ଯେ ମୁଁ
ଏହି ପଦ ପାଇବି । ଏହା କଳ୍ପ କଳ୍ପାନ୍ତରର ବାଜି ଅଟେ । ପୁଣି ଶେଷ ସମୟରେ ବହୁତ ପଶ୍ଚାତାପ କରିବ
ଯେ ମୁଁ ଏତେ ସମୟ ପୁରୁଷାର୍ଥ କାହିଁକି କଲି ନାହିଁ? ବାବାଙ୍କର ଶ୍ରୀମତରେ କାହିଁକି ଚାଲିଲି ନାହିଁ?
ବାବା କେବଳ କହୁଛନ୍ତି ମନମନାଭବ, ବାସ୍ । କେତେ ସ୍ନେହରେ କହୁଛନ୍ତି ପିଲାମାନେ ମୋତେ ୟାଦ କର ।
ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ବତାଇବାର ସେବା କର । ତେବେ କାହିଁକି ପୁରୁଷାର୍ଥ କରି ଉଚ୍ଚ ପଦ ନ
ପାଇବା । ତେବେ ସେମାନଙ୍କୁ କୁହାଯିବ ଚତୁର ବୁଦ୍ଧିମାନ ସନ୍ତାନ । ପାଠ ପଢାଇଲାବାଲା ମଧ୍ୟ
ଜାଣୁଛନ୍ତି ଯେ ଇଏ ଶ୍ରୀମତରେ ଚାଲୁ ନାହାଁନ୍ତି, କାହାର କଲ୍ୟାଣ କରୁନାହାଁନ୍ତି ତେବେ ନିଶ୍ଚିତ
ପଦ ମଧ୍ୟ କମ ମିଳିବ । ଯେତେ ଅନେକଙ୍କୁ ରାସ୍ତା ବତାଇବ, ସେତେ ଉଚ୍ଚପଦ ପାଇବ । ନିଜ ପାଇଁ ସେବା
କରିବାକୁ ହେବ, ଯିଏ କରିବ ସିଏ ପାଇବ । ତେବେ ପୁରୁଷାର୍ଥ କରିବା ଦରକାର ଯେ ମୁଁ କାହିଁକି ଏପରି
ସେବା ନ କରିବି । ଯଦି କେଉଁଠାରେ ପ୍ରଦର୍ଶନୀ ଲାଗୁଛି ତେବେ ପିଲାମାନେ ହାପ୍ ପେ (ଅଧାମାସର ଦରମା)
ନେଇ ମଧ୍ୟ ସେବା କରିବାକୁ ଯାଉଛନ୍ତି । କେହି କେହି ତ ପୁରା ମାସର ଦରମା ଛାଡି ମଧ୍ୟ ସେବା
କରୁଛନ୍ତି । ବାବା କହୁଛନ୍ତି ଯଦି ପିଲାଛୁଆଙ୍କ ପାଇଁ କିଛି ଦରକାର ଅଛି, ତେବେ (ଯଜ୍ଞରୁ) ପଠାଇ
ଦେବି । ଶରୀର ନିର୍ବାହ ତ ହଜାର ଟଙ୍କାରେ କରିପାରିବ, ଅଥବା ୧୦ ଟଙ୍କାରେ ମଧ୍ୟ ହୋଇପାରିବ । ଯଦି
କାହା ପାଖରେ ପଇସା ବହୁତ ରହିଛି ତେବେ ଲକ୍ଷ-ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ବାବା ତ
କହୁଛନ୍ତି ତୁମେ ଯଦି ଘାସ କାଟୁଛ ତେବେ ବି କେବଳ ବାବାଙ୍କୁ ୟାଦ କର ତେବେ ୨୧ ଜନ୍ମ ପାଇଁ
ସ୍ୱର୍ଗର ମାଲିକ ହୋଇଯିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସବୁ
ପ୍ରକାରର ଚିନ୍ତାରୁ ମୁକ୍ତ ହେବା ପାଇଁ ଡ୍ରାମାର ଜ୍ଞାନକୁ ଯଥାର୍ଥ ଭାବରେ ବୁଦ୍ଧିରେ ରଖିବାକୁ
ହେବ । ଯାହା ବିତିଗଲା ତାହା କଳ୍ପ ପୂର୍ବେ ମଧ୍ୟ ହୋଇଥିଲା ।
(୨) ରାତି-ଦିନ ଏହି କଥା
ଚିନ୍ତା କରିବାକୁ ହେବ ଯେ ମୁଁ ପତିତମାନଙ୍କୁ ପାବନ ହେବାର ରାସ୍ତା କିପରି ଦେଖାଇବି! ଶ୍ରୀମତ
ଆଧାରରେ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ ।
ବରଦାନ:-
ବିଶ୍ୱ
ପରିବର୍ତ୍ତନର ଶ୍ରେଷ୍ଠ କାର୍ଯ୍ୟର ଦାୟିତ୍ୱ ସମ୍ପାଦନ କରିବା ସହିତ ଡବଲ ଲାଇଟ୍ ସ୍ଥିତିରେ
ରହୁଥିବା ଆଧାର ମୂରତ ଭବ ।
ଯେଉଁମାନେ ଆଧାର ମୂରତ
ହୋଇଥାଆନ୍ତି ସେହିମାନଙ୍କ ଉପରେ ହିଁ ସାରା ଦାୟିତ୍ୱ ରହିଥାଏ । ଏବେ ତୁମେମାନେ ଯେଉଁ ରୂପରେ,
ଯେଉଁଠି ବି କିଛି କର୍ମ କରିବ ସେହି ଅନୁସାରେ ଅନେକ ଆତ୍ମା ତୁମକୁ ଅନୁକରଣ କରିବେ, ଏହା ମଧ୍ୟ ଏକ
ଦାୟିତ୍ୱ । କିନ୍ତୁ ଏହି ଦାୟିତ୍ୱ ତୁମର ଅବସ୍ଥାକୁ ମଜବୁତ କରିବାରେ ବହୁତ ସାହାଯ୍ୟ କରିଥାଏ
କାହିଁକିନା ଏହାଦ୍ୱାରା ଅନେକ ଆତ୍ମାମାନଙ୍କଠାରୁ ଆଶୀର୍ବାଦ ମିଳିଥାଏ, ଯାହାଦ୍ୱାରା ଦାୟିତ୍ୱ
ହାଲୁକା ହୋଇଯାଇଥାଏ, ଏହି ଦାୟିତ୍ୱ କ୍ଲାନ୍ତିକୁ ମଧ୍ୟ ସମାପ୍ତ କରିଦେଇଥାଏ ।
ସ୍ଲୋଗାନ:-
ଦିଲ୍ ଏବଂ
ଦିମାଗ୍ ଅର୍ଥାତ୍ ମନ ବୁଦ୍ଧି ଉଭୟର ସନ୍ତୁଳନ ରଖି ସେବା କରିବା ଦ୍ୱାରା ସଫଳତା ପ୍ରାପ୍ତ ହୋଇଥାଏ
।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ନିଜର ସର୍ବ ସମ୍ପତ୍ତିକୁ
ଅନ୍ୟ ଆତ୍ମାମାନଙ୍କ ପ୍ରତି ଦାନ କରିଦେବା - ଏହା ହିଁ ହେଉଛି ପରୋପକାର କରିବା । ଏହିଭଳି
ପରୋପକାରୀ ଆତ୍ମା ନିଜକୁ ସର୍ବ ସମ୍ପତ୍ତିରେ ଭରପୂର ବେଗମପୁରର ବାଦଶାହ ଅନୁଭବ କରିଥାଆନ୍ତି ।
ସେମାନଙ୍କର ସଂକଳ୍ପରେ ମଧ୍ୟ ଗମ ଅର୍ଥାତ୍ ଦୁଃଖର ସଂସ୍କାର ପ୍ରକଟ ହୋଇପାରିବ ନାହିଁ । ଯେଉଁଠି
ସେବା ରହିଛି ସେଠାରେ କାହାର ବି ଦୁର୍ବଳ ସଂସ୍କାରକୁ ନ ଦେଖି, ସେମାନଙ୍କ ପ୍ରତି ଦୟାଶୀଳ ଭାବନା
ରଖି ଅପକାରୀମାନଙ୍କର ମଧ୍ୟ ଉପକାର କର ।