02.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମେମାନେ ଏଠାକୁ ନିଜର ରାଜକୀୟ ଭାଗ୍ୟ ଗଢିବା ପାଇଁ ଆସିଛ, ଯେତେ ଯେତେ ଯୋଗଯୁକ୍ତ ସ୍ଥିତିରେ
ରହିବ, ପାଠପଢା ଉପରେ ଧ୍ୟାନ ଦେବ, ସେହି ଅନୁସାରେ ତୁମର ଭାଗ୍ୟ ଶ୍ରେଷ୍ଠ ହେବାକୁ ଲାଗିବ ।”
ପ୍ରଶ୍ନ:-
ସଂଗମ ଯୁଗରେ
କେଉଁ ଶ୍ରୀମତର ପାଳନ କରି ତୁମେମାନେ ୨୧ ଜନ୍ମ ପାଇଁ ନିଜର ଭାଗ୍ୟକୁ ଶ୍ରେଷ୍ଠ କରିଦେଉଛ?
ଉତ୍ତର:-
ସଂଗମଯୁଗରେ ବାବାଙ୍କର ଶ୍ରୀମତ ହେଲା – ମିଠେ ବଚ୍ଚେ ନିର୍ବିକାରୀ ହୁଅ । ଦେହୀ ଅଭିମାନୀ ହେବାର
ପୂରା ପୂରା ପୁରୁଷାର୍ଥ କର । କେବେ ବି କୌଣସି ପାପ କର୍ମ କର ନାହିଁ, ତେବେ ତୁମର ୨୧ ଜନ୍ମ ପାଇଁ
ଭାଗ୍ୟ ଶ୍ରେଷ୍ଠ ହୋଇଯିବ ।
ଗୀତ:-
ତକଦୀର ଜଗାକର
ଆଇ ହୁଁ...
ଓମ୍ ଶାନ୍ତି ।
ମିଠା ମିଠା
ଆତ୍ମିକ ପିଲାମାନେ ଏହି ଗୀତ ଶୁଣିଲେ । ତେବେ ଏହି ଦୁଇ ଧାଡି ଗୀତର ଅର୍ଥ ଯେଉଁମାନେ ବୁଝିପାରିଲେ
ସେମାନେ ହାତ ଉଠାନ୍ତୁ । ଏହି କଥା କିଏ କହିଲା ଯେ ଭାଗ୍ୟକୁ ଜାଗ୍ରତ କରି ଆସିଛି? ଆତ୍ମା କହିଲା
। ସମସ୍ତଙ୍କର ଆତ୍ମା କହୁଛି - ମୁଁ ଭାଗ୍ୟକୁ ଉଜ୍ଜ୍ୱଳ କରିଆସିଛି, କେଉଁ ପ୍ରକାରର ଭାଗ୍ୟ? ନୂଆ
ଦୁନିଆକୁ ଯିବାର ଭାଗ୍ୟ । ନୂଆ ଦୁନିଆ ହେଲା ସ୍ୱର୍ଗ । ଏହି ପୁରୁଣା ଦୁନିଆ ହେଉଛି ନର୍କ । ତେବେ
ଏହି କଥା ସବୁ ଆତ୍ମାମାନେ କହୁଛନ୍ତି । ଆତ୍ମାକୁ ତ ଶରୀର ନିଶ୍ଚିତ ଆବଶ୍ୟକ, ତେବେ ତ କଥା
କହିପାରିବ । ଜୀବର ଆତ୍ମାମାନେ କହୁଛନ୍ତି ଆମେ ଏହି ସ୍କୁଲକୁ ଆସିଛୁ ନିଜର ଭାଗ୍ୟ ତିଆରି କରିବା
ପାଇଁ । ଏଠାରେ ପାଠ ପଢାଇଲାବାଲା କିଏ? ଶିବବାବା ଜ୍ଞାନର ସାଗର । ମନୁଷ୍ୟକୁ ଦେବତା ଅଥବା ପତିତକୁ
ପାବନ, ନର୍କବାସୀମାନଙ୍କୁ ସ୍ୱର୍ଗବାସୀ କରିଲାବାଲା ଏକମାତ୍ର ସେହି ବାବା ହିଁ ଅଟନ୍ତି । ଏହି
ନର୍କରେ ନିଆଁ ଲାଗିବାକୁ ଯାଉଛି । ଦୁନିଆରେ ଏପରି କୌଣସି ସ୍କୁଲ ନାହିଁ ଯେଉଁଠି ପିଲାମାନେ କହିବେ
ଯେ ଆମେ ଅବିନାଶୀ ପିତାଙ୍କ ନିକଟକୁ ଆସିଛୁ ଅଥବା ଏପରି ମଧ୍ୟ କେହି ନାହାଁନ୍ତି ଯିଏ କହିପାରିବ
କି ମୁଁ ପିତା, ଶିକ୍ଷକ ଏବଂ ଗୁରୁ ମଧ୍ୟ ଅଟେ । ଏହି କଥା ବ୍ରହ୍ମା ମଧ୍ୟ କହିପାରିବେ ନାହିଁ ।
ଏକମାତ୍ର ଶିବବାବା ହିଁ କହୁଛନ୍ତି - ମୁଁ ସମସ୍ତଙ୍କର ପିତା, ଶିକ୍ଷକ, ଗୁରୁ ଅଟେ । ସିଏ ହିଁ ଆସି
ପାଠ ପଢାଉଛନ୍ତି । ତେଣୁ ଏବେ ପିଲାମାନଙ୍କୁ ନିଜର ଭାଗ୍ୟ ନିର୍ମାଣ କରିବାକୁ ହେବ । ପିଲାମାନେ
କହୁଛନ୍ତି ଆମେ ନୂଆ ଦୁନିଆର ରାଜଧାନୀର ଭାଗ୍ୟ ଗଢିବା ପାଇଁ ଆସିଛୁ । ଆମକୁ ଜଣା ଅଛି ଯେ ଏହି
ପୁରୁଣା ଦୁନିଆ ସମାପ୍ତ ହେବାକୁ ଯାଉଛି । ବାବା ଆସି ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ତୁମେ ୨୧
ଜନ୍ମର ରାଜ୍ୟଭାଗ୍ୟ ନେବା ପାଇଁ ପାଠ ପଢୁଛ ଅର୍ଥାତ୍ ତୁମେ ରାଜକୀୟ ଭାଗ୍ୟ ନିର୍ମାଣ କରିବା ପାଇଁ
ଆସିଛ । ଏଠାରେ ରାଜଯୋଗ ଶିକ୍ଷା କରୁଛ । ଏହି ଗୀତକୁ ଯଦିଓ ସେହି ବିନାଶୀ ନାଟକ କରିଲାବାଲାମାନେ
ଲେଖିଛନ୍ତି କିନ୍ତୁ ଏହାର ଅର୍ଥ ତୁମକୁ ବୁଝାଇ ଦିଆଯାଉଛି । ଯେପରି ବାବା ସବୁ ବେଦ-ଶାସ୍ତ୍ରର
ସାରମର୍ମ ବୁଝାଉଛନ୍ତି । ଏହି ସମୟରେ ସାରା ଦୁନିଆରେ ଭକ୍ତି ରହିଛି । ସତ୍ୟଯୁଗରେ ଭକ୍ତି କିମ୍ବା
ମନ୍ଦିର ଆଦି ନ ଥାଏ । ତୁମ୍ଭେମାନେ ଅଧାକଳ୍ପ ଭକ୍ତି କରିଛ, ଏବେ ତ ତୁମକୁ ଭଗବାନ ମିଳିଯାଇଛନ୍ତି
। ପ୍ରଥମେ-ପ୍ରଥମେ ଭାରତରେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା, ତା’ପରେ ୮୪ ଜନ୍ମ ନେଇ- ନେଇ
ଭାଗ୍ୟ ବିଗିଡି ଯାଇଛି । ଏବେ ପୁନର୍ବାର ଭାଗ୍ୟ ନିର୍ମାଣ ହେଉଛି । ବାବା ଆସିଛନ୍ତି ହିଁ କେବଳ
ତୁମର ଭାଗ୍ୟକୁ ଗଢିବା ପାଇଁ । ପିଲାମାନଙ୍କୁ କହୁଛନ୍ତି ମୋତେ ମନେ ପକାଅ । ତୁମେ ବହୁତ ପାପାତ୍ମା
ହୋଇଯାଇଛ । ପ୍ରଥମେ-ପ୍ରଥମେ ଶିବବାବାଙ୍କର ଭକ୍ତି କରାଯାଇଥାଏ, ତାହା ହେଲା ଅବ୍ୟଭିଚାରୀ ଭକ୍ତି
। ତାପରେ ଭକ୍ତି ମଧ୍ୟ ବ୍ୟଭିଚାରୀ ହୋଇଯାଏ । ତେଣୁ ପିଲାମାନଙ୍କୁ ସର୍ବପ୍ରଥମେ ଏହି ନିଶ୍ଚୟ ହେବା
ଦରକାର ଯେ ଯାହାଙ୍କୁ ଭଗବାନ କୁହାଯାଉଛି ସିଏ ଆମକୁ ପାଠ ପଢାଉଛନ୍ତି । ତାଙ୍କର କୌଣସି ଶରୀର ନାହିଁ,
ସିଏ ଏହି ଶରୀରରେ ବସି କଥା କହୁଛନ୍ତି, ଯେପରି ତୁମ୍ଭମାନଙ୍କର ଆତ୍ମା ଏହି ଶରୀରରେ ଆସିବା ଦ୍ୱାରା
କଥାବାର୍ତ୍ତା କରିପାରିଥାଏ । କେବେ-କେବେ ମନୁଷ୍ୟ ମରିଗଲା ପରେ ତାକୁ ଯେତେ ବେଳେ ଶ୍ମଶାନକୁ
ନେଇଯାଉ ଥାଆନ୍ତି ସେ ସମୟରେ ସେ ଅଧାବାଟରେ ହଲଚଲ ହେବାକୁ ଲାଗିଥାନ୍ତି । ତେବେ କ’ଣ ଆତ୍ମା ଚାଲି
ଯାଇଥିଲା, ପୁଣି ଆସିଲା? ନା । ଆତ୍ମା ବିଲ୍କୁଲ୍ ସୂକ୍ଷ୍ମ ଅଟେ ନା । ତେଣୁ କେଉଁଠି ଲୁଚି
ଯାଇଥିଲା । ତେବେ ଏମିତି କହିପାରିବା ଯେ ବେହୋଶ ହୋଇଯାଇଥିଲା, ଯାହା କାହାକୁ ଜଣାପଡିଲା ନାହିଁ ।
ଏପରି ମଧ୍ୟ କେବେ-କେବେ ହୋଇଥାଏ । ଜୁଇରୁ ମଧ୍ୟ ଉଠି ପଡନ୍ତି, ପୁଣି ତାଙ୍କୁ ଉଠାଇ ଆଣନ୍ତି ।
ତେବେ ଏପରି କାହିଁକି ହେଲା? ଆତ୍ମା କେଉଁଠି ଲୁଚିଗଲା । ପୁଣି ନିଜର ସ୍ଥାନକୁ ଆସିଗଲା । ଆତ୍ମା
ନ ଥିଲେ ଶରୀର ସମ୍ପୂର୍ଣ୍ଣ ମୁର୍ଦାର ହୋଇଯାଏ । ତେବେ ଆତ୍ମାମାନଙ୍କର ଦେଶ ହେଲା ପରମଧାମ । ତୁମେ
ଜାଣିଛ ଆମ୍ଭେମାନେ ସେହି ଘରର ନିବାସୀ ଥିଲେ । ପ୍ରଥମେ-ପ୍ରଥମେ ଆମେ ଆତ୍ମାମାନେ ସେହି ଘରୁ
ସତ୍ୟଯୁଗକୁ ଆସିଥିଲେ । ଭାରତବାସୀ ଯେଉଁମାନେ କି ଦେବୀ-ଦେବତା ଥିଲେ ସେହିମାନେ ହିଁ ଆସିଥିବେ ।
ବାସ୍ତବରେ ଯେଉଁ ଯେଉଁ ଧର୍ମ ସବୁ ସ୍ଥାପନା କରୁଛନ୍ତି, ଶେଷ ପର୍ଯ୍ୟନ୍ତ ତାହା ଏହିଠାରେ କାଏମ
ରହୁଛି । ବୁଦ୍ଧଙ୍କର ଧର୍ମ ଏ ପର୍ଯ୍ୟନ୍ତ କାଏମ ରହିଛି, ଖ୍ରୀଷ୍ଟଙ୍କର ଧର୍ମ ମଧ୍ୟ କାୟମ ରହିଛି
। କେବଳ ଦେବୀ-ଦେବତା ଧର୍ମବାଲା ଯେଉଁମାନେ କି ରାଜ୍ୟ କରୁଥିଲେ ସେମାନଙ୍କର ନାମ ଗୁପ୍ତ ହୋଇଯାଇଛି
। ବର୍ତ୍ତମାନ କେହି ହେଲେ ବି ନାହାଁନ୍ତି ଯିଏକି ନିଜକୁ ଦେବୀ-ଦେବତା ଧର୍ମର ବୋଲି କହିବେ ।
ବାବା ବୁଝାଉଛନ୍ତି
ଭାରତବାସୀମାନେ ନିଜର ଧର୍ମକୁ ଭୁଲିଯାଇଛନ୍ତି, ଆମର ଗୃହସ୍ଥ ଧର୍ମ ପବିତ୍ର ଥିଲା । ସମ୍ପୂର୍ଣ୍ଣ
ନିର୍ବିକାରୀ, ମହାରାଜା-ମହାରାଣୀଙ୍କର ରାଜ୍ୟ ଥିଲା । ସେମାନଙ୍କୁ କୁହାଯାଉଛି ଭଗବତୀ ଲକ୍ଷ୍ମୀ
ଏବଂ ଭଗବାନ ନାରାୟଣ । ବାସ୍ତବରେ ଭଗବାନ ଜଣେ ଅଟନ୍ତି, ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି ।
ଏହି ଲକ୍ଷ୍ମୀ-ନାରାୟଣଙ୍କ ପାଖରେ ତ କୌଣସି ଜ୍ଞାନ ନାହିଁ । ଜ୍ଞାନର ସାଗର ତ ଏକମାତ୍ର ଶିବବାବା
ହିଁ ଅଟନ୍ତି । ସିଏ ଆସି ତୁମ ସନ୍ତାନମାନଙ୍କୁ ଜ୍ଞାନ ଦେଉଛନ୍ତି । ତୁମ୍ଭେମାନେ ଏବେ ପାଠ ପଢୁଛ,
ଏହି ପାଠପଢା ପୁଣି ସେଠାରେ ଅର୍ଥାତ୍ ସତ୍ୟଯୁଗରେ ଭୁଲିଯିବ । ଏବେ ତୁମେ ପ୍ରତ୍ୟେକେ ଜାଣୁଛ ଯେ
ଆମ ଆତ୍ମାରେ ୮୪ ଜନ୍ମର ରେକର୍ଡ ଭରି ହୋଇ ରହିଛି । ଆତ୍ମା ଏବେ ଜ୍ଞାନ ଆହରଣ କରୁଛି । ପୁଣି
ସତ୍ୟଯୁଗରେ ଯାଇ ନିଜର ରାଜ୍ୟ ଭାଗ୍ୟ ଭୋଗ କରିବ । ତୁମେମାନେ କହିବ ଆମେ ୮୪ ଜନ୍ମର ଚକ୍ର ଲଗାଇଲୁ,
ଏବେ ବାବାଙ୍କଠାରୁ ଆମେ ସ୍ୱର୍ଗର ବାଦଶାହୀ ନେଉଛୁ । ପ୍ରତ୍ୟେକ ଆତ୍ମା ସେହି ଜେଜେବାପାଙ୍କଠାରୁ
ସମ୍ପତ୍ତି ନେଉଛନ୍ତି, କିନ୍ତୁ ନିଜ ନିଜର ପୁରୁଷାର୍ଥ ଅନୁସାରେ । ଏଥିରେ କୌଣସି ଭାଗବଣ୍ଟା ହୋଇ
ନ ଥାଏ । ଅଜ୍ଞାନ କାଳରେ ସମ୍ପତ୍ତି ବଣ୍ଟନ ହୋଇଥାଏ ନା । ଅବିନାଶୀ ବାବା କହୁଛନ୍ତି ମୁଁ
ବୈକୁଣ୍ଠର ସ୍ଥାପନା କରୁଛି । ସେଠାରେ ଉଚ୍ଚ ପଦ ପାଇବା, ତାହା ତୁମର ପୁରୁଷାର୍ଥ ଉପରେ ନିର୍ଭର
କରୁଛି । ଯେତେଯେତେ ବାବାଙ୍କୁ ମନେ ପକାଇବ ସେତେ ବିକର୍ମ ବିନାଶ ହେବ । ପବିତ୍ର ହେବ । ସୁନାକୁ
ନିଆଁ ଭାଟିରେ ପକାଇଥାନ୍ତି ନା । ତେବେ ସେଥିରୁ ଖାଦ ବାହାରିଯାଇ ଖାଣ୍ଟି ସୁନାଖଣ୍ଡ ତିଆରି
ହୋଇଯାଇଥାଏ । ଏହି ଆତ୍ମା ମଧ୍ୟ ଖାଣ୍ଟି ସୁନା ସଦୃଶ ଥିଲା, ଏଠାକୁ ଅଭିନୟ କରିବା ପାଇଁ ଆସିଲା ।
ପ୍ରଥମେ ଆତ୍ମା ସତ୍ୟଯୁଗୀ ଥିଲା, ସେଥିରେ ପ୍ରଥମେ ଚାନ୍ଦି ବା ରୂପାର ଖାଦ ମିଶିଲା । ଆତ୍ମା ଯେବେ
ଅପବିତ୍ର ହୋଇଥାଏ ତାହା ପୁଣି ଧୀରେ ଧୀରେ କଳା ବା ତା’ର ଗୁଣ କମିଯାଇଥାଏ । ଘର ମଧ୍ୟ ପ୍ରଥମେ
ନୂଆ ପୁଣି ଧୀରେ ଧୀରେ ପୁରୁଣା ହେବାକୁ ଲାଗିଥାଏ । ୧୦୦ ବର୍ଷ ପରେ କୁହାଯିବ ପୁରୁଣା । ସେହିଭଳି
ଦୁନିଆ ମଧ୍ୟ ନୂଆ ଏବଂ ପୁରୁଣା ହୋଇଥାଏ । ଆଜିଠାରୁ ୫ ହଜାର ବର୍ଷ ପୂର୍ବରୁ ନୂଆ ଥିଲା, ଏହି
ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା - ତାହା କୁଆଡେ ଗଲା? ୮୪ ଜନ୍ମ ଭୋଗ କରି କରି ପୁରୁଣା ହୋଇଗଲା
। ଆତ୍ମା ମଇଳା ବା ଅପବିତ୍ର ତ ଶରୀର ମଧ୍ୟ ମଇଳା ହୋଇଗଲା । ଗୋରା ଅର୍ଥାତ୍ ପବିତ୍ରରୁ ଶ୍ୟାମଳ
ଅର୍ଥାତ୍ ପତିତ ହୋଇଗଲା । ଶ୍ରୀକୃଷ୍ଣଙ୍କୁ ମଧ୍ୟ ଗୌରବର୍ଣ୍ଣ ଏବଂ ଶ୍ୟାମଳ ଦେଖାଇଥାନ୍ତି ନା ।
ଗୋଡକୁ ନର୍କ ଆଡକୁ ଏବଂ ମୁହଁ ସ୍ୱର୍ଗ ଆଡକୁ ଦେଖାଇବାକୁ ହେବ । ତୁମ୍ଭେମାନେ ମଧ୍ୟ ସେହି କୁଳର
ଅଟ । ତୁମର ମଧ୍ୟ ଗୋଡ ନର୍କ ଆଡକୁ ଓ ମୁହଁ ସ୍ୱର୍ଗ ଆଡକୁ ଅଛି । ଏବେ ତୁମେ ପ୍ରଥମେ
ନିର୍ବାଣଧାମକୁ ଯାଇ ପୁଣି ସ୍ୱର୍ଗକୁ ଆସିବ । କଳିଯୁଗକୁ ନିଆଁ ଲାଗିଯିବ । ମୂସଳଧାର ବର୍ଷା,
ଅଗ୍ନିକାଣ୍ଡ, ଭୂମିକମ୍ପ ଆଦି ହେବ । ପତିତ ଆତ୍ମାମାନେ ସମସ୍ତେ ହିସାବ-ନିକାଶ ଚୁକ୍ତ କରି ଘରକୁ
ଚାଲିଯିବେ । କେବଳ ଅଳ୍ପ ବଞ୍ଚିବେ । ପବିତ୍ର ଆତ୍ମାମାନେ ଆସିବାକୁ ଲାଗିବେ ଅର୍ଥାତ୍ ଜନ୍ମ
ନେବାକୁ ଲାଗିବେ । ଏବେ ତ ସମସ୍ତେ କଣ୍ଟା ସଦୃଶ ଅଟନ୍ତି । କାମ ବିକାର ରୂପକ କଟୁରୀ ଚଲାଇବା ହିଁ
କଣ୍ଟା ଫୋଡିବା ସହିତ ସମାନ ଅଟେ । ଏଠାରେ ତ ବାବା କହୁଛନ୍ତି ଯେ ସମ୍ପୂର୍ଣ୍ଣ ନିର୍ବିକାରୀ
ହେବାକୁ ପଡିବ । ବାବା କହୁଛନ୍ତି - ମୋତେ ମନେ ପକାଅ ତେବେ ମୁଁ ତୁମକୁ ସ୍ୱର୍ଗର ସମ୍ପତ୍ତି ଦେବି,
ତୁମେ ପବିତ୍ର ହୋଇଯିବ । ଯେତେବେଳେ ତୁମେ ପବିତ୍ର ଥିଲ, ସେତେବେଳେ ତୁମର ଗୃହସ୍ଥ ବ୍ୟବହାର ମଧ୍ୟ
ପବିତ୍ର ଥିଲା । ଏବେ ତୁମେ ପତିତ ହୋଇଯାଇଛ, ତେଣୁ ତୁମର ଗୃହସ୍ଥ ବ୍ୟବହାର ମଧ୍ୟ ଅପବିତ୍ର,
ବିକାରୀ ହୋଇଯାଇଛି । ସତ୍ୟଯୁଗରେ ବ୍ୟବହାର ଧନ୍ଦା ଅର୍ଥାତ୍ କାର୍ଯ୍ୟକଳାପ ମଧ୍ୟ ସତ୍ୟତା ପୂର୍ବକ
ଚାଲିଥାଏ । ସେଠାରେ ମିଥ୍ୟା ଆଦି କହିବାର ଆବଶ୍ୟକତା ପଡି ନ ଥାଏ । ମିଥ୍ୟା ସେତେବେଳେ
କୁହାଯାଇଥାଏ ଯେତେବେଳେ ବହୁତ ପଇସା ରୋଜଗାର କରିବାର ଲୋଭ ରହିଥାଏ । ସେଠାରେ ତ ପ୍ରଚୁର
ଧନ-ସମ୍ପତ୍ତି ମିଳିବ । ଖାଦ୍ୟ ଶସ୍ୟ ଆଦିର କୌଣସି ମୂଲ୍ୟ ନ ଥାଏ । ସେଠାରେ କେହି ଗରିବ ହିଁ ନ
ଥାନ୍ତି । ଯିଏ ଶ୍ରେଷ୍ଠ ପୁରୁଷାର୍ଥ କରିବେ ସିଏ ମହାରାଜା ହେବେ । ତାଙ୍କୁ ହୀରା ନୀଳାର ମହଲ
ମିଳିବ । ଭଲ ଭାବରେ ପୁରୁଷାର୍ଥ ନ କଲେ ପ୍ରଜା ବର୍ଗରେ ଚାଲିଯିବେ । ରାଜା-ରାଣୀଙ୍କ ସହିତ
ରାଜକୁମାର ରାଜକୁମାରୀ ଆଦି ପୁରା କୁଟୁମ୍ବ ଥା’ନ୍ତି ନା । ପୁଣି ପ୍ରଜାରେ ମଧ୍ୟ କ୍ରମଅନୁସାରେ
ସାହୁକାର ଅର୍ଥାତ୍ ଧନୀ ପ୍ରଜା ଏବଂ ଗରିବ ପ୍ରଜା ମଧ୍ୟ ଥା’ନ୍ତି । ସେଠାରେ ତ ସମସ୍ତେ ପବିତ୍ର
ଥିବେ । ରାଜା-ରାଣୀ, ମନ୍ତ୍ରୀ ମଧ୍ୟ ଜଣେ ହିଁ ହେବେ । ସେଠାରେ ଅଧିକ ମନ୍ତ୍ରୀ ନ ଥାନ୍ତି କାରଣ
ରାଜାଙ୍କ ପାଖରେ ରାଜ୍ୟ ଚଳାଇବାର ଶକ୍ତି ଥାଏ । ତେବେ ଯେପରି ବାବା ବୁଝାଉଛନ୍ତି ସେହିପରି
ପିଲାମାନଙ୍କୁ ମଧ୍ୟ ବୁଝାଇବା ଦରକାର । ଆମେ ଭାରତବାସୀମାନେ ଦେବୀ ଦେବତା ଥିଲେ । ସତ୍ୟଯୁଗରେ
ଆମର ରାଜ୍ୟ ଥିଲା । ଗୃହସ୍ଥ ବ୍ୟବହାରରେ ଆମେମାନେ ପବିତ୍ର ଥିଲେ, ସ୍ୱର୍ଗବାସୀ ଥିଲେ ପୁଣି ପତିତ
ହୋଇ ନର୍କବାସୀ ହୋଇଯାଇଛୁ, ପୁଣି ଆମେ ସ୍ୱର୍ଗବାସୀ ହେଉଛୁ । ଏହିଭଳି ଖେଳ ତିଆରି ହୋଇଛି ।
ଗୋଟିଏ ଜନ୍ମରେ ସ୍ୱର୍ଗବାସୀ ହୋଇଯିବ ପୁଣି ନର୍କବାସୀ ହେବା ପାଇଁ ୮୪ ଜନ୍ମ ନେବାକୁ ପଡିବ । ସିଢି
ଚିତ୍ରରେ ବଡ ସ୍ପଷ୍ଟ ଭାବରେ ଦର୍ଶାଇ ଦିଆଯାଇଛି । ଏବେ ବୁଦ୍ଧିରେ ବୁଝିପାରୁଛୁ ଯେ ଆମେ ଯାଇ
ସ୍ୱର୍ଗରେ ରାଜତ୍ୱ କରିବୁ । ଏବେ ବାବାଙ୍କ ଠାରୁ ସମ୍ପତ୍ତି ପ୍ରାପ୍ତ କରୁଛୁ । ବାବା ହିଁ ସତ୍ୟ
କଥା ଶୁଣାଇ ନରରୁ ନାରାୟଣ କରୁଛନ୍ତି । ସେମାନେ ଯେଉଁ ସତ୍ୟ ନାରାୟଣ କଥା ଶୁଣୁଛନ୍ତି ସେଥିରେ
କେହି ନରରୁ ନାରାୟଣ ହେଉ ନାହାଁନ୍ତି । ତେବେ ସେହି କଥା ମିଥ୍ୟା ହେଲା ନା । ଏଠାରେ ତୁମେ ନରରୁ
ନାରାୟଣ ହେବା ପାଇଁ ହିଁ ବସିଛ, ସେମାନେ ଏପରି କଥା କହି ନଥା’ନ୍ତି କି ପବିତ୍ର ହୁଅ କିମ୍ବା
କେବଳ ମୋତେ ମନେ ପକାଅ । ସତ୍ୟ ନାରାୟଣ କଥାକୁ ପୂର୍ଣ୍ଣିମା ଦିନ ହିଁ ଶୁଣାଇଥାନ୍ତି ।
ବର୍ତ୍ତମାନ ଏ ସମୟରେ ୧୬ କଳା ସମ୍ପୂର୍ଣ୍ଣ ଚନ୍ଦ୍ରମାକୁ ପୂର୍ଣ୍ଣିମା ବୋଲି କୁହାଯାଉଛି ।
ଚନ୍ଦ୍ରମାର କଳା କମି କମି ଶେଷ ବେଳକୁ ଚନ୍ଦ୍ରମା ଗାର ସଦୃଶ ରହିଥାଏ, ଯାହାକୁ ଅମାବାସ୍ୟା
କୁହାଯାଏ । ଅମାବାସ୍ୟା ଅର୍ଥାତ୍ ଅନ୍ଧକାର ରାତ୍ରି । ସତ୍ୟ ଓ ତ୍ରେତାଯୁଗକୁ ଦିନ ଏବଂ ଦ୍ୱାପର
କଳିଯୁଗକୁ ରାତ୍ରି କୁହାଯାଏ । ଏହି ସବୁ ଜ୍ଞାନର ପଏଣ୍ଟ ବୁଝିବାକୁ ହେବ । ଏସବୁ କଥା ଶିବବାବା
ଆସି ପଢାଉଛନ୍ତି । ସିଏ ପିତା, ଶିକ୍ଷକ ଏବଂ ଗୁରୁ ବି ଅଟନ୍ତି । ୟାଙ୍କ ମଧ୍ୟରେ ଅର୍ଥାତ୍
ବ୍ରହ୍ମାଙ୍କ ମଧ୍ୟରେ ପ୍ରବେଶ କରି ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି ।
ବାବା କହୁଛନ୍ତି ଯେପରି
ୟାଙ୍କର ଅର୍ଥାତ୍ ବ୍ରହ୍ମାଙ୍କର ଆତ୍ମା ଭ୍ରୁକୁଟୀ ମଝିରେ ବସିଛି, ମୁଁ ମଧ୍ୟ ଆସି ସେଇଠି ବସୁଛି
। ତୁମମାନଙ୍କୁ ବସି ବୁଝାଉଛି । ପ୍ରଥମେ ପ୍ରଥମେ ତୁମେମାନେ ପବିତ୍ର ଥିଲ ପୁଣି ପତିତ ହୋଇଯାଇଛ ।
ଏବେ ପିତାଙ୍କୁ ମନେ ପକାଅ, ପବିତ୍ର ହେବା ବିନା ଘରକୁ ଫେରି ଯାଇପାରିବ ନାହିଁ । ପବିତ୍ର ହେଲେ
ଯାଇ ଉଡିପାରିବ । ସମସ୍ତେ ଡାକୁଛନ୍ତି ମଧ୍ୟ ହେ ପତିତ ପାବନ ଆସ, ଆମକୁ ପବିତ୍ର କର, ତେବେ ଯାଇ
ଆମେ ଉଡିପାରିବୁ । ନିଜର ଘର ମୁକ୍ତିଧାମକୁ ଯିବୁ । ତାହା ହେଲା ଆମ ଆତ୍ମାମାନଙ୍କର ଘର ।
ପତିତମାନେ ଘରକୁ ଯାଇପାରିବେ ନାହିଁ । ଯେଉଁମାନେ ଭଲ ଭାବରେ ଶିକ୍ଷାକୁ ଧାରଣ କରିବେ ସେହିମାନେ
ଶୀଘ୍ର ସ୍ୱର୍ଗକୁ ଆସିବେ, ନଚେତ୍ ଡେରିରେ ଆସିବେ । ନୂଆ ଘରକୁ ଆସିବା ଦରକାର ନା । ନୂଆ ଘରେ ମଜା
ଥାଏ ନା । ପ୍ରଥମେ-ପ୍ରଥମେ ସତ୍ୟଯୁଗରେ ଆସିବା ଉଚିତ୍ । ମମ୍ମା ବାବା ସତ୍ୟଯୁଗକୁ ଯାଉଛନ୍ତି, ଆମେ
ପୁଣି ଡେରିରେ କାହିଁକି ଯିବା! ତୁମେମାନେ ମଧ୍ୟ ବ୍ରହ୍ମାଙ୍କୁ ଅନୁସରଣ କର । ବାବାଙ୍କୁ ୟାଦ
କରୁଥାଅ । ଯଦି କୌଣସି କଥାରେ ଅସୁବିଧା ହେଉଛି, ତେବେ ଶିବବାବାଙ୍କୁ ପଚାର । ଶ୍ରୀମତ ଦ୍ୱାରା
ହିଁ ଶ୍ରେଷ୍ଠ ହେବ । ପତିତ ଦୁନିଆରେ ତ ପାଞ୍ଚ ବିକାର ରୂପୀ ରାବଣର ମତ ଅନୁସାରେ ହିଁ ଚାଲିଆସିଛ
। ପ୍ରଥମେ ପ୍ରଥମେ ହେଲା ଦେହ ଅଭିମାନ । ଏବେ ତୁମ ସନ୍ତାନମାନଙ୍କୁ ଦେହୀ-ଅଭିମାନୀ ହେବାକୁ ପଡିବ
। ମୁଁ ଆତ୍ମା ପରମଧାମରେ ରହିଥାଏ । ତାକୁ ଶାନ୍ତିଧାମ କୁହାଯାଉଛି । ଏହିଭଳି କଥା ଅନ୍ୟ କେହି
ବୁଝାଇ ପାରିବେ ନାହିଁ । ବାବା ହିଁ ବୁଝାଉଛନ୍ତି, ତୁମର ଆତ୍ମା ଏହି କର୍ମେନ୍ଦ୍ରିୟ ଦ୍ୱାରା
ଶୁଣୁଛି, ସତ୍ୟଯୁଗରେ କେବେ ହେଲେ ଶରୀର ଖରାପ ବା ରୋଗଗ୍ରସ୍ତ ହୋଇ ନ ଥାଏ । ଏଠାରେ ତ ବସୁ ବସୁ
ଅକାଳେ ମୃତ୍ୟୁ ହୋଇଯାଉଛି । ସତ୍ୟଯୁଗରେ ଏପରି କୌଣସି କଥା ହୁଏ ନାହିଁ । ତାକୁ ସ୍ୱର୍ଗ, ହେଭେନ୍,
ପାରାଡାଇଜ୍ ବୋଲି କୁହାଯାଏ । ପୁଣି ଆମେ ଚକ୍ର ଲଗାଇ ପୁନର୍ଜନ୍ମ ନେଇ ନେଇ ୮୪ ଜନ୍ମର ଚକ୍ର
ସମ୍ପୂର୍ଣ୍ଣ କରିଛୁ, ପୁଣି ବାବା ଆସି ପିଲାମାନଙ୍କୁ ସ୍ୱର୍ଗକୁ ଯିବାର ଯୋଗ୍ୟ କରୁଛନ୍ତି । ଏବେ
ତୁମେ ନୂଆ ଦୁନିଆ ପାଇଁ ଯୋଗ୍ୟ ହୋଇଛ । ଏବେ ତ ଏହା ନର୍କ ଦୁନିଆ ଅଟେ । ଏବେ ତୁମେ ଆସିଛ
ନର୍କବାସୀରୁ ସ୍ୱର୍ଗବାସୀ ହେବାର ଭାଗ୍ୟ ଗଢିବା ପାଇଁ । କହୁଛନ୍ତି ଆମେ ଶିବବାବାଙ୍କ ନିକଟକୁ
ଆସିଛୁ ଭାଗ୍ୟ ଗଢିବା ପାଇଁ । କଳ୍ପ କଳ୍ପ ପ୍ରତି ୫ ହଜାର ବର୍ଷ ପରେ ଆମେ ନିଜର ଭାଗ୍ୟ ତିଆରି
କରୁଛୁ । ଆମେ ସ୍ୱର୍ଗବାସୀ ହେଉଛୁ ପୁଣି ରାବଣ ରାଜ୍ୟ ଆରମ୍ଭ ହେଲେ ଆମେ ବିକାରୀ ହୋଇଯାଉଛୁ । ଏବେ
ସମସ୍ତେ ବିକାରୀ ପତିତ ଅଟନ୍ତି, ତେଣୁ ବାବା ଆସି ନୂଆ ଦୁନିଆ ସ୍ଥାପନ କରୁଛନ୍ତି । ନୂଆ ଦୁନିଆରେ
କେବଳ ତୁମେ ପିଲାମାନେ ହିଁ ରହିବ । ଅନ୍ୟ ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ଉପରେ
ଆତ୍ମାମାନଙ୍କର ବୃକ୍ଷ ରହିଛି । ପୁଣି ସେମାନେ ନିଜ ନିଜର ସମୟ ଅନୁସାରେ ଆସିବେ । ଯେତେବେଳେ ଆମର
ରାଜ୍ୟ ଥିବ ସେତେବେଳେ ଅନ୍ୟ ଧର୍ମବାଲା କେହି ନ ଥିବେ । ପୁଣି ଦ୍ୱାପର ଠାରୁ ରାବଣ ରାଜ୍ୟ ଆରମ୍ଭ
ହେବ । ଏହି ସବୁ କଥାକୁ ଭଲ ଭାବରେ ଧାରଣ କରିବାକୁ ହେବ । ଏଠାରେ ନର୍କବାସୀରୁ ସ୍ୱର୍ଗବାସୀ
ହେବାକୁ ପଡିବ । ନର୍କବାସୀ ମନୁଷ୍ୟକୁ ଅସୁର ଏବଂ ସ୍ୱର୍ଗବାସୀ ମନୁଷ୍ୟକୁ ଦେବତା କୁହାଯାଏ । ଏବେ
ସମସ୍ତେ ଆସୁରୀ ସ୍ୱଭାବଧାରୀ ଅଟନ୍ତି । ଏବେ ବାବା ଆସି ପୁରୁଷାର୍ଥ କରାଉଛନ୍ତି । ବାବା କହୁଛନ୍ତି
ପବିତ୍ର ହୁଅ । ପ୍ରତ୍ୟେକ କଥାରେ ପଚାରୁଥାଅ । କେହି କେହି ପଚାରୁଛନ୍ତି ବାବା ବ୍ୟବସାୟରେ ମିଛ
କହିବାକୁ ପଡୁଛି, ମିଛ କହିବା ଦ୍ୱାରା ଅଳ୍ପ କିଛି ପାପ ହେବ । ପୁଣି ଯଦି ବାବାଙ୍କୁ ମନେ ପକାଇ
ଚାଲିବ, ତେବେ ସେହି ପାପ କଟିଯିବ । ଆଜିକାଲି ଦୁନିଆରେ ସମସ୍ତେ ପାପ କରିଚାଲିଛନ୍ତି । କେତେ
ଲାଞ୍ଚ ଖାଇବାରେ ଲାଗିଛନ୍ତି । ଏହି ପ୍ରଦର୍ଶନୀ ଚିତ୍ର ଗୁଡିକ ମ୍ୟାପ୍ ବା ମାନଚିତ୍ର ଅଟେ,
ଏହିଭଳି ମାନଚିତ୍ର କେଉଁଠି ନାହିଁ । ଯଦି କେହି ଏହାକୁ କପି କରି ତିଆରି କରିବେ, ତେବେ ବି ଏହାର
ଅର୍ଥ କିଛି ବି ବୁଝିପାରିବେ ନାହିଁ । ପ୍ରଦର୍ଶନୀ ମେଳା ଆଦିରେ ତ ବହୁତ ଆସିଥାନ୍ତି । କୁହାଯାଏ
ସାତଦିନ ବୁଝିବା ପାଇଁ ଆସ ତେବେ ତୁମେ ସ୍ୱର୍ଗବାସୀ ହେବାର ଯୋଗ୍ୟ ହୋଇଯିବ । ଏବେ ନର୍କବାସୀ ଅଟ,
ସିଢି ଚିତ୍ରରେ ଦେଖ କେତେ ସ୍ପଷ୍ଟ ଭାବରେ ଦେଖାଇ ଦିଆଯାଇଛି । ଏହା ହେଉଛି ପତିତ ଦୁନିଆ, ପାବନ
ଦୁନିଆ ଉପରେ ରହିଛି ।
ଏବେ ତୁମେ ପିଲାମାନେ
ଶିବବାବାଙ୍କ ସହିତ ପ୍ରତିଜ୍ଞା କରୁଛ, ବାବା ଆମେ ନର୍କବାସୀରୁ ସ୍ୱର୍ଗବାସୀ ନିଶ୍ଚିତ ହେବୁ । ଏବେ
ତୁମେ ଶିବାଳୟକୁ ଯିବା ପାଇଁ ପ୍ରସ୍ତୁତି କରୁଛ, ସେଥିପାଇଁ କେବେ ହେଲେ ବିକାରର ବଶୀଭୂତ ହେବାର
ନାହିଁ । ମାୟାର ତୋଫାନ ତ ବହୁତ ଆସିବ କିନ୍ତୁ କେବେ ହେଲେ ନଗ୍ନ ବା ପତିତ ହେବାର ନାହିଁ । ପତିତ
ହୋଇ ଗଲେ ବଡ ଭୁଲ୍ ହୋଇଯିବ, ପୁଣି ଧର୍ମରାଜଠାରୁ ବହୁତ ବଡ ଦଣ୍ଡ ଭୋଗ କରିବାକୁ ପଡିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମନୁଷ୍ୟରୁ
ଦେବତା ହେବା ପାଇଁ ନିଜ ଭିତରେ ଯେଉଁ ସବୁ ଆସୁରୀ ସ୍ୱଭାବ ରହିଛି, ମିଛ କହିବାର ଅଭ୍ୟାସ ରହିଛି,
ସେଗୁଡିକୁ ତ୍ୟାଗ କରିବାକୁ ହେବ । ଦୈବୀ ସ୍ୱଭାବ ଧାରଣ କରିବାକୁ ହେବ ।
(୨) ଘରକୁ ଯିବା ପାଇଁ
ପବିତ୍ର ନିଶ୍ଚିତ ହେବାକୁ ପଡିବ । ଯେତେ ବି ମାୟାର ତୋଫାନ ଆସିଲେ ମଧ୍ୟ କର୍ମେନ୍ଦ୍ରିୟ ଦ୍ୱାରା
କେବେ କୌଣସି ବିକର୍ମ କରିବାର ନାହିଁ ।
ବରଦାନ:-
ଅଧିକାରୀ ପଣିଆର
ସ୍ଥିତି ଦ୍ୱାରା ବାବାଙ୍କୁ ନିଜର ସାଥୀ କରୁଥିବା ସଦା ବିଜୟୀ ଭବ ।
ବାବାଙ୍କୁ ନିଜର ସାଥୀ
କରିବାର ସହଜ ଉପାୟ ହେଲା - ଅଧିକାରୀ ପଣିଆର ସ୍ଥିତି । ଯେତେବେଳେ ଅଧିକାରୀ ପଣିଆର ସ୍ଥିତିରେ
ସ୍ଥିତ ହୋଇଯାଉଛ, ସେତେବେଳେ ବ୍ୟର୍ଥ ସଂକଳ୍ପ ବା ଅଶୁଦ୍ଧ ସଂକଳ୍ପର ହଲ୍ଚଲ୍ରେ ବା ଅନେକ ରସରେ
ବୁଦ୍ଧି ଟଳମଳ ହେଉ ନାହିଁ । ବୁଦ୍ଧିର ଏକାଗ୍ରତା ଦ୍ୱାରା ସମ୍ମୁଖୀନ ହେବାର, ପରଖିବାର ଏବଂ
ନିର୍ଣ୍ଣୟ କରିବାର ଶକ୍ତି ଆସିଯାଉଛି, ଯାହାଦ୍ୱାରା ତୁମେମାନେ ଅତି ସହଜରେ ମାୟାର ଅନେକ ପ୍ରକାରର
ଆକ୍ରମଣ ଉପରେ ବିଜୟ ପ୍ରାପ୍ତି କରିପାରୁଛ ।
ସ୍ଲୋଗାନ:-
ରାଜଯୋଗୀ
ସେହିମାନଙ୍କୁ କୁହାଯିବ ଯେଉଁମାନେ ଗୋଟିଏ ସେକେଣ୍ଡ ଭିତରେ ସାରରୁ ବିସ୍ତାର ଏବଂ ବିସ୍ତାରକୁ
ସାରକୁ ଯିବାର ଅଭ୍ୟାସୀ ଅଟନ୍ତି ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ବ୍ରହ୍ମାବାବା
ସମ୍ପୂର୍ଣ୍ଣ ହେବା ପାଇଁ ନିଜର ସର୍ବ ସମ୍ପତ୍ତିକୁ ଆଦିଠାରୁ ଅନ୍ତିମ ଦିନ ପର୍ଯ୍ୟନ୍ତ ସଫଳ
କରିଛନ୍ତି, ଏହାର ପ୍ରତ୍ୟକ୍ଷ ପ୍ରମାଣ ରୂପରେ ତୁମେମାନେ ଦେଖିଲ ସେ ସମ୍ପୂର୍ଣ୍ଣ ଫରିସ୍ତା ହୋଇଗଲେ
। ତେଣୁ ଲକ୍ଷ୍ୟ ରଖ ଯେ ମୋତେ ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ନିଶ୍ଚିତ
ହେବାକୁ ପଡିବ । ସେଥିପାଇଁ ଯାହା ବି ପୁରୁଷାର୍ଥ କରିବାକୁ ପଡୁ କିନ୍ତୁ ଏହା ସୁନିଶ୍ଚିତ ଅଟେ ଯେ
ମୋତେ ବାବାଙ୍କ ସମାନ ହେବାକୁ ହିଁ ପଡିବ ।