03.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ପାଦେ-ପାଦେ ଶ୍ରୀମତରେ ଚାଲୁଥାଅ, ଏହା ବ୍ରହ୍ମାଙ୍କର ମତ ବା ଶିବବାବାଙ୍କର ମତ, ଏଥିରେ
ଦ୍ୱନ୍ଦ୍ୱରେ ପଡ ନାହିଁ ” ।
ପ୍ରଶ୍ନ:-
ବୁଦ୍ଧିମାନ
ପିଲାମାନେ କେଉଁ ଗହନ କଥାକୁ ସହଜରେ ବୁଝିପାରିବେ?
ଉତ୍ତର:-
ବ୍ରହ୍ମାବାବା ବୁଝାଉଛନ୍ତି ବା ଶିବବାବା ବୁଝାଉଛନ୍ତି ଏକଥା ବୁଦ୍ଧିମାନ ପିଲାମାନେ ସହଜରେ
ବୁଝିଯିବେ । କେତେକ ସନ୍ତାନ ତ ଏହି କଥାରେ ହିଁ ଦ୍ୱନ୍ଦ୍ୱରେ ପଡିଯା’ନ୍ତି । ବାବା କହୁଛନ୍ତି -
ପିଲାମାନେ ଯେହେତୁ ବାପଦାଦା ଦୁଇଜଣ ଏକାଠି ଅଛନ୍ତି, ତେଣୁ ତୁମେମାନେ ଦ୍ୱନ୍ଦ୍ୱରେ ପଡ ନାହିଁ ।
ତାଙ୍କର ମତକୁ ଶ୍ରୀମତ ମନେ କରି ଚାଲୁଥାଅ । ବ୍ରହ୍ମାଙ୍କର ମତ ପାଇଁ ମଧ୍ୟ ଶିବବାବା ଦାୟୀ ଅଟନ୍ତି
।
ଓମ୍ ଶାନ୍ତି ।
ଆତ୍ମିକ ପିତା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ତୁମେମାନେ ଜାଣୁଛ ଆମେ ବ୍ରାହ୍ମଣମାନେ ହିଁ
ଆତ୍ମିକ ପିତାଙ୍କୁ ଜାଣିଛୁ । ଦୁନିଆରେ କେହି ବି ମନୁଷ୍ୟ ମାତ୍ର ସେହି ପିତା, ଯାହାଙ୍କୁ ଗଡ
ଫାଦର ବା ପରମପିତା ପରମାତ୍ମା କୁହାଯାଏ, ତାଙ୍କୁ ଜାଣିନାହାଁନ୍ତି । ଯେତେବେଳେ ସେହି ରୁହାନୀ
ପିତା ଆସନ୍ତି, ସେତେବେଳେ ଯାଇ ରୁହାନୀ ପିଲାମାନଙ୍କୁ ପରିଚୟ ଦିଅନ୍ତି । ଏହି ଜ୍ଞାନ ନା
ସୃଷ୍ଟିର ଆଦିରେ ଥାଏ ନା ଅନ୍ତିମ ସମୟରେ ରହିଥାଏ । ଏବେ ତୁମମାନଙ୍କୁ ଜ୍ଞାନ ମିଳିଛି, ଏହି ସମୟ
ହେଉଛି ସୃଷ୍ଟିର ଆଦି ଏବଂ ଅନ୍ତର ସଂଗମଯୁଗ । ଏହି ସଂଗମଯୁଗକୁ ହିଁ କେହି ଜାଣି ନାହାଁନ୍ତି, ତେବେ
ବାବାଙ୍କୁ କିପରି ଜାଣିପାରିବେ । ସେଥିପାଇଁ କହୁଛନ୍ତି - ହେ ପତିତପାବନ ଆସ, ଆସି ଆମକୁ ପବିତ୍ର
କର, କିନ୍ତୁ ଏକଥା ଜଣା ନାହିଁ ଯେ, ପତିତ-ପାବନ କିଏ ଏବଂ ସେ କେବେ ଆସିବେ । ବାବା କହୁଛନ୍ତି -
ମୁଁ ଯିଏ ଏବଂ ଯେପରି ଅଟେ ମୋତେ କେହି ବି ଜାଣି ନାହାଁନ୍ତି । ଯେତେବେଳେ ମୁଁ ନିଜେ ଆସି ମୋର
ପରିଚୟ ଦିଏ ସେତେବେଳେ ଯାଇ ମୋତେ ଜାଣନ୍ତି । ମୁଁ ନିଜର ଏବଂ ସୃଷ୍ଟିର ଆଦି ମଧ୍ୟ ଅନ୍ତର ପରିଚୟ
ସଂଗମଯୁଗରେ ଥରେ ମାତ୍ର ଆସି ଦେଇଥାଏ । ପୁଣି କଳ୍ପ ପରେ ଆସିଥାଏ । ତୁମମାନଙ୍କୁ ଏବେ ଯାହା
ବୁଝାଉଛି ତାହା ପ୍ରାୟଃ ଲୋପ ହୋଇଯାଏ । ସତ୍ୟଯୁଗଠାରୁ କଳିଯୁଗ ପର୍ଯ୍ୟନ୍ତ କେହି ବି ମନୁଷ୍ୟ
ମାତ୍ର ମୋତେ ଜାଣି ନ ଥା’ନ୍ତି, ନା ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଜାଣିଥା’ନ୍ତି । ମୋତେ
ମନୁଷ୍ୟମାନେ ହିଁ ଡାକିଥା’ନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ଡାକି ନ ଥା’ନ୍ତି । ମନୁଷ୍ୟ
ଯେତେବେଳେ ଦୁଃଖୀ ହୋଇଥାଏ ସେତେବେଳେ ମୋତେ ଡାକିଥାଏ । ସୂକ୍ଷ୍ମଲୋକର କଥା ହିଁ ନାହିଁ । ଆତ୍ମିକ
ପିତା ଆସି ନିଜର ଆତ୍ମିକ ପିଲାମାନଙ୍କୁ ଅର୍ଥାତ୍ ଆତ୍ମାମାନଙ୍କୁ ବୁଝାଉଛନ୍ତି । ଆଚ୍ଛା, ଆତ୍ମିକ
ପିତାଙ୍କର ନାମ କ’ଣ? ଯାହାଙ୍କୁ ବାବା କୁହାଯାଏ, ନିଶ୍ଚିତ ଭାବରେ ତାଙ୍କର କିଛି ତ ନାମ ଥିବ ।
ତେବେ ତାଙ୍କର ଗୋଟିଏ ହିଁ ନାମର ଗାୟନ କରୁଛନ୍ତି ତାହା ହେଲା ଶିବ । ଏହି ନାମ ଜଣାଶୁଣା ଅଟେ
କିନ୍ତୁ ତାଙ୍କର ଅନେକ ନାମ ରଖି ଦେଇଛନ୍ତି । ଭକ୍ତିମାର୍ଗରେ ନିଜ ବୁଦ୍ଧି ଖର୍ଚ୍ଚ କରି ତାଙ୍କ
ରୂପକୁ ଲିଙ୍ଗ ରୂପରେ ତିଆରି କରିଦେଇଛନ୍ତି । ତଥାପି ମଧ୍ୟ ନାମ ତ ଶିବ ହିଁ ଅଟେ । ବାବା
କହୁଛନ୍ତି ମୁଁ କଳ୍ପରେ ଥରେ ମାତ୍ର ଆସେ ଏବଂ ମୁକ୍ତି ଜୀବନମୁକ୍ତିର ବର୍ସା ଦିଏ । ଯଦିଓ ମନୁଷ୍ୟ
ମୁକ୍ତିଧାମ, ନିର୍ବାଣଧାମ ବୋଲି କହିଥା’ନ୍ତି କିନ୍ତୁ ସେସମ୍ବନ୍ଧରେ କିଛି ବି ଜାଣି ନାହାଁନ୍ତି
। ନା ବାବାଙ୍କୁ ଜାଣିଛନ୍ତି ନା ଦେବତାମାନଙ୍କୁ । ଏକଥା କାହାକୁ ବି ଜଣା ନାହିଁ ଯେ, ବାବା
ଭାରତକୁ ଆସି ସତ୍ୟଯୁଗୀ ରାଜଧାନୀର ସ୍ଥାପନା କିପରି କରୁଛନ୍ତି । ପରମପିତା ପରମାତ୍ମା ଏଠାକୁ ଆସି
ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା କିପରି କରିଥା’ନ୍ତି ଶାସ୍ତ୍ରରେ ଏହାର କୌଣସି ବର୍ଣ୍ଣନା
ନାହିଁ । ଏପରି ନୁହେଁ ଯେ ସତ୍ୟଯୁଗରେ ଦେବତାମାନଙ୍କ ପାଖରେ ଜ୍ଞାନ ଥିଲା ଯାହାକି ଗୁପ୍ତ ହୋଇଗଲା
। ନା । ଯଦି ଦେବତାମାନଙ୍କ ପାଖରେ ମଧ୍ୟ ଏହି ଜ୍ଞାନ ଥା’ନ୍ତା ତେବେ ତାହା ଏବେ ପର୍ଯ୍ୟନ୍ତ ଚାଲି
ଆସୁଥା’ନ୍ତା । ଯେପରି ଇସ୍ଲାମୀ, ବୌଦ୍ଧି ଆଦି ଯିଏବି ଅଛନ୍ତି ସେମାନଙ୍କର ଜ୍ଞାନ ଏପର୍ଯ୍ୟନ୍ତ
ଚାଲି ଆସୁଛି । ସମସ୍ତେ ଜାଣିଛନ୍ତି ଏହି ଜ୍ଞାନ ପ୍ରାୟଃ ଲୋପ ହୋଇଯାଏ । ମୁଁ ଯେତେବେଳେ ଆସେ
ସେତେବେଳେ ଯେଉଁ ଆତ୍ମାମାନେ ପତିତ ହୋଇ ରାଜ୍ୟ ହରାଇ ବସିଥା’ନ୍ତି ସେମାନଙ୍କୁ ପୁନର୍ବାର ପାବନ
କରିଥାଏ । ଭାରତରେ ସେମାନଙ୍କର ରାଜ୍ୟ ଥିଲା, ପୁଣି କିପରି ହରାଇଛନ୍ତି, ସେ କଥା ମଧ୍ୟ କାହାକୁ
ଜଣାନାହିଁ, ସେଥିପାଇଁ ବାବା କହୁଛନ୍ତି ପିଲାମାନଙ୍କର ବୁଦ୍ଧି ତୁଚ୍ଛ ହୋଇଯାଇଛି । ମୁଁ
ପିଲାମାନଙ୍କୁ ଏହି ଜ୍ଞାନ ଦେଇ ପ୍ରାରବ୍ଧ ଦେଇଥାଏ ପୁଣି ସମସ୍ତେ ଭୁଲିଯାଆନ୍ତି । ବାବା କିପରି
ଆସିଲେ, କିପରି ପିଲାମାନଙ୍କୁ ଶିକ୍ଷା ଦେଲେ, ସେ ସବୁ ଭୁଲିଯା’ନ୍ତି । ତେବେ ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ଅଛି । ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରିବା ପାଇଁ ବିଶାଳ ବୁଦ୍ଧି ଦରକାର ।
ବାବା କହୁଛନ୍ତି, ଯେଉଁ ଶାସ୍ତ୍ର ଆଦି ତୁମେମାନେ ପଢି ଆସୁଛ ସେସବୁ ସତ୍ୟଯୁଗ - ତ୍ରେତାଯୁଗରେ
ପଢୁନଥିଲ । ସେଠାରେ ଏସବୁ ନ ଥିଲା । ତୁମେମାନେ ତ ଏହି ଜ୍ଞାନକୁ ଭୁଲିଯାଉଛ ତେବେ ପୁଣି ଗୀତା
ପ୍ରଭୃତି ଶାସ୍ତ୍ର ସବୁ କେଉଁଠୁ ଆସିଲା? ଯେଉଁମାନେ ଗୀତାଜ୍ଞାନ ଶୁଣି ଏହିଭଳି ପଦ ପାଇ ଥିଲେ ଯଦି
ସେହିମାନେ ହିଁ ଜାଣିନାହାଁନ୍ତି ତେବେ ଅନ୍ୟମାନେ ପୁଣି କିପରି ଜାଣିବେ । ଦେବତାମାନେ ମଧ୍ୟ
ଜାଣିପାରିବେ ନାହିଁ ଯେ, ଆମେମାନେ ମନୁଷ୍ୟରୁ ଦେବତା କିପରି ହେଲୁ । ଏହାପରେ ପୁରୁଷାର୍ଥର ପାର୍ଟ
ଶେଷ ହୋଇଯିବ, ପାରବ୍ଧର ସମୟ ଆରମ୍ଭ ହୋଇଯିବ ତେଣୁ ସେଠାରେ ଏହି ଜ୍ଞାନ କେଉଁଠୁ ଆସିବ । ବାବା
ବୁଝାଉଛନ୍ତି, ଏହି ଜ୍ଞାନ ତୁମମାନଙ୍କୁ କଳ୍ପ ପୂର୍ବଭଳି ପୁନର୍ବାର ମିଳୁଛି । ବାବା ରାଜଯୋଗର
ଶିକ୍ଷା ଦେଇ ପ୍ରାରବ୍ଧ ପ୍ରାପ୍ତ କରାଉଛନ୍ତି । ସେଠାରେ ତ କାହାର ଦୁର୍ଗତି ହୋଇନଥାଏ, ତେଣୁ
ଜ୍ଞାନର କଥା ମଧ୍ୟ ଉଠିପାରିବ ନାହିଁ । ଏହି ଜ୍ଞାନ ହେଉଛି ହିଁ ସଦ୍ଗତି ପାଇବା ପାଇଁ । ତାହା ତ
ଏକମାତ୍ର ବାବା ହିଁ ଦେଇଥା’ନ୍ତି । ସଦ୍ଗତି ଏବଂ ଦୁର୍ଗତି ଅକ୍ଷର ଏହିଠାରୁ ହିଁ ବାହାରିଛି ।
କେବଳ ଭାରତବାସୀ ହିଁ ସଦ୍ଗତି ପାଇଥା’ନ୍ତି । ଭାବୁଛନ୍ତି ହେଭେନଲୀ ଗଡ ଫାଦର ଅର୍ଥାତ୍ ସ୍ୱର୍ଗର
ରଚୟିତା ପରମାତ୍ମା ହିଁ ସ୍ୱର୍ଗର ରଚନା କରିଥିଲେ । ତେବେ କେବେ ରଚନା କରିଥିଲେ? ଏସବୁ କଥା କିଛି
ବି ଜଣାନାହିଁ । ଶାସ୍ତ୍ରରେ ଲକ୍ଷ-ଲକ୍ଷ ବର୍ଷ ଲେଖି ଦେଇଛନ୍ତି । ବାବା କହୁଛନ୍ତି - ପିଲାମାନେ,
ତୁମମାନଙ୍କୁ ପୁନର୍ବାର ମୁଁ ଏହି ଜ୍ଞାନ ଦେଉଛି ଯାହାକି ପୁଣି ସମାପ୍ତ ହୋଇଯାଏ ତା’ପରେ ଭକ୍ତି
ଆରମ୍ଭ ହୋଇଥାଏ । ଅଧାକଳ୍ପ ହେଲା ଜ୍ଞାନ ଏବଂ ଅଧାକଳ୍ପ ଭକ୍ତି । ଏକଥା ମଧ୍ୟ କେହି ଜାଣି
ନାହାଁନ୍ତି । ସତ୍ୟଯୁଗର ଆୟୁଷ ଲକ୍ଷ ଲକ୍ଷ ବର୍ଷ ବୋଲି କହି ଦେଇଛନ୍ତି । ତେବେ ସମୟ ଜଣା କିପରି
ପଡିବ । ଯଦି ୫ ହଜାର ବର୍ଷର କଥାକୁ ଭୁଲିଗଲେଣି, ତେବେ ଲକ୍ଷ-ଲକ୍ଷ ବର୍ଷର କଥା କିପରି
ଜାଣିପାରିବେ । ଏସବୁ କଥା କିଛି ବୁଝୁନାହାଁନ୍ତି । ବାବା କେତେ ସହଜ କରି ବୁଝାଉଛନ୍ତି ।
ବାସ୍ତବରେ କଳ୍ପର ଆୟୁଷ ୫ ହଜାର ବର୍ଷ ଅଟେ ଏବଂ ଚାରୋଟି ଯୁଗ ରହିଛି । ଚାରିଯୁଗର ସମାନ ଅବଧି
୧୨୫୦ ବର୍ଷ । ବ୍ରାହ୍ମଣମାନଙ୍କର ଏହା କ୍ଷୁଦ୍ର ଯୁଗ ଅଟେ । ସେହି ଚାରିଯୁଗ ମଧ୍ୟରୁ ଏହି
ସଂଗମଯୁଗ ବହୁତ ଛୋଟ । ବାବା ଭିନ୍ନ ଭିନ୍ନ ରୀତିରେ, ନୂଆ ନୂଆ ପଏଣ୍ଟ ସବୁ ପିଲାମାନଙ୍କୁ ବୁଝାଇ
ଚାଲିଛନ୍ତି । ଧାରଣା ତ ତୁମମାନଙ୍କୁ କରିବାକୁ ହେବ । ସେଥିପାଇଁ ବହୁତ ମେହନତ କରିବାକୁ ହେବ ।
ଡ୍ରାମା ଅନୁସାରେ ମୁଁ ଯାହା କିଛି ବୁଝାଇଆସିଛି ଏବେ ପୁଣି ସେହି ପାର୍ଟ ଚାଲୁଛି । ଯାହାକିଛି
ଶୁଣାଇବାର ଥିଲା ତାହା ହିଁ ଏବେ ଶୁଣାଉଛି । ପାର୍ଟ ଇମର୍ଜ ହୋଇ ଚାଲିଛି, ତୁମେମାନେ ଶୁଣି ଚାଲିଛ
। ତୁମମାନଙ୍କୁ ହିଁ ଧାରଣ କରିବାକୁ ହେବ ଏବଂ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ମୋତେ ତ
ଧାରଣ କରିବାର ନାହିଁ । ତୁମମାନଙ୍କୁ ଶୁଣାଉଛି ଏବଂ ଧାରଣା ମଧ୍ୟ କରାଉଛି । ମୋ ଭିତରେ
ପତିତମାନଙ୍କୁ ପାବନ କରିବାର ପାର୍ଟ ରହିଛି । ଯାହା କିଛି କଳ୍ପ ପୂର୍ବେ ବୁଝାଇଥିଲି ତାହା ହିଁ
ଏବେ ବୁଝାଉଛି । ମୁଁ ପ୍ରଥମରୁ ଜାଣିନଥିଲି ଯେ, କ’ଣ ଶୁଣାଇବି । ଭଲେ ବ୍ରହ୍ମାଙ୍କ ଆତ୍ମା ବିଚାର
ସାଗର ମନ୍ଥନ କରିଥାଏ । ବ୍ରହ୍ମାବାବା ବିଚାର ସାଗର ମନ୍ଥନ କରି ଶୁଣାଉଛନ୍ତି ବା ଶିବବାବା
ଶୁଣାଉଛନ୍ତି - ଏହା ବହୁତ ଗହନ କଥା, ଏହି କଥାକୁ ବୁଝିବା ପାଇଁ ବହୁତ ଭଲ ବୁଦ୍ଧି ଦରକାର । ତେବେ
ଯେଉଁମାନେ ସେବାରେ ତତ୍ପର ଥିବେ ସେହିମାନଙ୍କର ହିଁ ବିଚାର ସାଗର ମନ୍ଥନ ଚାଲୁଥିବ ।
ବାସ୍ତବରେ କନ୍ୟାମାନେ ବନ୍ଧନମୁକ୍ତ ଥା’ନ୍ତି । ତେଣୁ ସେମାନେ ଏହି ରୁହାନୀ ପାଠପଢାରେ ଲାଗିଯିବା
ଦରକାର, କାରଣ ତାଙ୍କର ବନ୍ଧନ ତ କିଛି ନାହିଁ । କୁମାରୀମାନେ ଭଲ ପାଠ ପଢିପାରିବେ, ସେମାନଙ୍କୁ
କେବଳ ପଢିବା ଏବଂ ପଢାଇବାକୁ ହେବ । ସେମାନଙ୍କର ତ ଧନ ରୋଜଗାର କରିବାର କୌଣସି ଆବଶ୍ୟକତା ନାହିଁ
। ଯଦି କୁମାରୀମାନେ ଏହି ଜ୍ଞାନକୁ ଭଲ ଭାବରେ ବୁଝିଯିବେ ତେବେ ସବୁଠାରୁ ଭଲ । ଯଦି ଜ୍ଞାନୀ
ହୋଇଥିବେ ତେବେ ଏହି ରୋଜଗାର ଜମା କରିବାରେ ଲାଗିଯିବେ । କେହି-କେହି ତ ବହୁତ ସଉକରେ ଲୌକିକ ପାଠ
ପଢିଚାଲିଥା’ନ୍ତି । ବାବା ବୁଝାଉଛନ୍ତି, ସେଥିରେ କୌଣସି ଫାଇଦା ନାହିଁ । ତୁମେମାନେ ଏହି
ଆଧ୍ୟାତ୍ମିକ ପାଠପଢି ସେବାରେ ଲାଗିଯାଅ । ସେହି ପାଠପଢା ତ କୌଣସି କାମର ନୁହେଁ । ପାଠପଢି
ଗୃହସ୍ଥ ବ୍ୟବହାର ଭିତରକୁ ଚାଲିଯାଆନ୍ତି । ଗୃହସ୍ଥି ମାତା ହୋଇଯା’ନ୍ତି । କନ୍ୟାମାନଙ୍କୁ ତ ଏହି
ଜ୍ଞାନମାର୍ଗରେ ଅନୁପ୍ରାଣିତ ହେବା ଦରକାର । ପାଦେ-ପାଦେ ଶ୍ରୀମତ ଅନୁସାରେ ଚାଲି ଧାରଣା କରିବାରେ
ଲାଗିଯିବା ଦରକାର । ମମ୍ମା ଆରମ୍ଭରୁ ଆସି ଏହି ପାଠପଢାରେ ଲାଗିଗଲେ, କେତେ କୁମାରୀ ତ ଗୁପ୍ତ
ହୋଇଗଲେ । ଏହି ମାର୍ଗରେ କୁମାରୀମାନଙ୍କୁ ବହୁତ ଭଲ ସୁଯୋଗ ଅଛି । ଶ୍ରୀମତ ଅନୁସାରେ ଚାଲିଲେ
ବହୁତ ଫାଷ୍ଟକ୍ଲାସ୍ ହୋଇଯିବେ । କିନ୍ତୁ ଏହା ବାବାଙ୍କର ଶ୍ରୀମତ ନା ବ୍ରହ୍ମାଙ୍କର ମତ - ଏହି
କଥାରେ ହିଁ ଦ୍ୱନ୍ଦ୍ୱରେ ପଡୁଛନ୍ତି । ତଥାପି ମଧ୍ୟ ଇଏ ବାବାଙ୍କର ରଥ ଅଟନ୍ତି ନା । ଯଦିଓ
ଏହାଙ୍କ ଦ୍ୱାରା କିଛି ଭୂଲ୍ ହୋଇଯାଏ ତଥାପି ତୁମେମାନେ ଶ୍ରୀମତ ଅନୁସାରେ ଚାଲୁଥାଅ ତେବେ ବାବା
ଆପେ ଆପେ ଠିକ କରିଦେବେ । ଶ୍ରୀମତ ମଧ୍ୟ ଏହାଙ୍କ ଦ୍ୱାରା ହିଁ ମିଳିବ । ଏକଥା ସବୁବେଳେ ବୁଝିବା
ଦରକାର ଯେ, ଯଦି ଶ୍ରୀମତ ମିଳୁଛି ତେବେ ଯାହା ବି ହେଉ - ବାବା ସେଥିପାଇଁ ଦାୟୀ ହେବେ । ଯଦି
ବ୍ରହ୍ମାଙ୍କ ଦ୍ୱାରା କିଛି ଭୁଲ୍ ହୋଇଯାଏ ତେବେ ଶିବବାବା କହୁଛନ୍ତି, ମୁଁ ଦାୟୀ । ଡ୍ରାମାରେ ଏହି
ରହସ୍ୟ ନିଧାର୍ଯ୍ୟ ଅଛି । ଏହାଙ୍କର ଭୁଲକୁ ମଧ୍ୟ ବାବା ଠିକ୍ କରିଦେଇ ପାରିବେ । କାରଣ ଇଏ ମଧ୍ୟ
ତୁମର ପିତା ଅଟନ୍ତି ନା । ବାପଦାଦା ଦୁଇଜଣ ଏକାଠି ଅଛନ୍ତି ତେଣୁ କେହି କେହି ଦ୍ୱନ୍ଦ୍ୱରେ
ପଡିଯାଉଛନ୍ତି । ଜଣା ପଡୁ ନାହିଁ ଯେ, ଶିବବାବା କହୁଛନ୍ତି ନା ବ୍ରହ୍ମା କହୁଛନ୍ତି । ଯଦି ଭାବିବେ
ଶିବବାବା ହିଁ ମତ ଦେଉଛନ୍ତି ତେବେ କେବେ ବି ହଲଚଲ ହେବେ ନାହିଁ । ଶିବବାବା ଯାହା ବୁଝାଉଛନ୍ତି
ତାହା ଠିକ୍ ହିଁ ଅଟେ । ତୁମେମାନେ କହୁଛ, ବାବା ଆପଣ ହିଁ ଆମର ପିତା-ଶିକ୍ଷକ-ଗୁରୁ ଅଟନ୍ତି ।
ତେଣୁ ଶ୍ରୀମତ ଅନୁସାରେ ଚାଲିବା ଉଚିତ୍ ନା । ବାବା ଯାହା କହୁଛନ୍ତି ସେହି ଅନୁସାରେ ଚାଲ ।
ସର୍ବଦା ମନେ କର ଶିବବାବା କହୁଛନ୍ତି, ସେ ହେଲେ କଲ୍ୟାଣକାରୀ, ଏହାଙ୍କ ପାଇଁ ମଧ୍ୟ ବାବା
ଉତ୍ତରଦାୟୀ ଅଟନ୍ତି । ସିଏ ତାଙ୍କର ରଥ ଅଟନ୍ତି ନା । ତୁମେମାନେ ଦ୍ୱନ୍ଦ୍ୱରେ କାହିଁକି ପଡୁଛ,
କିଏ ଜାଣେ ଏହା ବ୍ରହ୍ମାଙ୍କର ମତ ନା ଶିବବାବାଙ୍କର? ତୁମେମାନେ ଏପରି କାର୍ହଁକି ଭାବୁନାହଁ ଯେ,
ଶିବବାବା ହିଁ ବୁଝାଉଛନ୍ତି । ଶ୍ରୀମତ ଯାହା କହୁଛି ତାହା କରିଚାଲ । ଅନ୍ୟର ମତ ଅନୁସାରେ କାହିଁକି
ଚାଲୁଛ । ଶ୍ରୀମତ ଅନୁସାରେ ଚାଲିଲେ କେବେ ଅଣନିଶ୍ୱାସୀ ହେବ ନାହିଁ ଅର୍ଥାତ୍ ବିଘ୍ନର ବଶବର୍ତ୍ତୀ
ହେବ ନାହିଁ କିନ୍ତୁ ଶ୍ରୀମତ ଅନୁସାରେ ଚାଲିପାରୁନାହାଁନ୍ତି, ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । ବାବା
କହୁଛନ୍ତି, ଯଦି ଶ୍ରୀମତ ଉପରେ ନିଶ୍ଚୟ ରଖିବ ତେବେ ସବୁ ଲାଭ କ୍ଷତିର ଦାୟୀ ମୁଁ ହେବି । ଯଦି
ନିଶ୍ଚୟ ରଖିବ ନାହିଁ ତେବେ ମୁଁ ମଧ୍ୟ ଦାୟୀ ନୁହେଁ । ସବୁବେଳେ ଭାବ ଆମକୁ ଶ୍ରୀମତ ଉପରେ
ଚାଲିବାର ଅଛି । ସିଏ ଯାହା କହିବେ, ଚାହେଁ ସ୍ନେହ କରନ୍ତୁ, ଚାହେଁ ମାରନ୍ତୁ.... ଏହି କଥା ପାଇଁ
ମଧ୍ୟ ଗାୟନ ରହିଛି । ଏଥିରେ ତ ଗୋଇଠା ଇତ୍ୟାଦି ମାରିବାର କିଛି କଥା ନାହିଁ । କିନ୍ତୁ ଏହି କଥାରେ
ନିଶ୍ଚୟ ଆସିବା କାହା କାହାକୁ ବହୁତ ମୁସକିଲ୍ ହୋଇଯାଉଛି । ଯଦି ପୁରା ନିଶ୍ଚୟ ହୋଇଯିବ ତେବେ
କର୍ମାତୀତ ଅବସ୍ଥା ହୋଇଯିବ । କିନ୍ତୁ ସେହିଭଳି ଅବସ୍ଥା ଆସିବାକୁ ମଧ୍ୟ ସମୟ ଦରକାର । ତାହା ଶେଷ
ସମୟରେ ହେବ । ସେଥିପାଇଁ ଅଟଳ ନିଶ୍ଚୟ ଦରକାର । ଶିବବାବାଙ୍କ ଦ୍ୱାରା ତ କେବେ ବି କୌଣସି ଭୁଲ୍
ହୋଇପାରିବ ନାହିଁ, ଏହାଙ୍କ ଦ୍ୱାରା ହୋଇପାରେ । ଏମାନେ ଦୁଇଜଣ ଏକାଠି ଅଛନ୍ତି । କିନ୍ତୁ
ତୁମମାନଙ୍କୁ ନିଶ୍ଚୟ ମଧ୍ୟ ରଖିବାକୁ ହେବ - ଆମମାନଙ୍କୁ ଶିବବାବା ବୁଝାଉଛନ୍ତି, ତେଣୁ ତା’କୁ
ମାନି ଚାଲିବାକୁ ହେବ । ତେଣୁ ବାବାଙ୍କର ଶ୍ରୀମତ ମନେ କରି ଚାଲୁଥାଅ, ତେବେ ଓଲଟା କଥା ମଧ୍ୟ ସିଧା
ଅର୍ଥାତ୍ ଭୁଲ୍ ମଧ୍ୟ ଠିକ୍ ହୋଇଯିବ । କେଉଁଠି କେଉଁଠି ଭୁଲ୍ ବୁଝାମଣା ମଧ୍ୟ ହୋଇଯାଉଛି ।
ଶିବବାବା ଏବଂ ବ୍ରହ୍ମାବାବାଙ୍କର ମୁରଲୀକୁ ମଧ୍ୟ ବହୁତ ଭଲ ଭାବରେ ବୁଝିବାକୁ ହେବ । ଶିବବାବା
କୁହନ୍ତୁ ବା ବ୍ରହ୍ମା କୁହନ୍ତୁ । ଏମିତି ନୁହେଁ ଯେ, ବ୍ରହ୍ମାବାବା କିଛି ବି କହୁନାହାଁନ୍ତି ।
କିନ୍ତୁ ବାବା ବୁଝାଉଛନ୍ତି - ଆଚ୍ଛା, ତୁମେମାନେ ଭାବ ଯେ, ଏହି ବ୍ରହ୍ମା କିଛି ଜାଣି ନାହାଁନ୍ତି,
ଶିବବାବା ହିଁ ସବୁ କିଛି ଶୁଣାଉଛନ୍ତି । ଶିବବାବାଙ୍କ ରଥକୁ ସ୍ନାନ କରାଉଛି, ଶିବବାବାଙ୍କର
ରୋଷେଇ ଘରେ ସେବା କରୁଛି - ଏହି କଥା ସ୍ମୃତିରେ ରହିଲେ ମଧ୍ୟ ବହୁତ ଭଲ । ଯଦି ଶିବବାବାଙ୍କ
ସ୍ମୃତିରେ ରହି କିଛି ବି କରିବ ତେବେ ଅନେକଙ୍କଠାରୁ ତୀବ୍ର ବେଗରେ ଆଗକୁ ଯାଇପାରିବ । ମୁଖ୍ୟ କଥା
ହେଲା, ଶିବବାବାଙ୍କ ସହିତ ଯୋଗ ଲଗାଇବା । ପ୍ରଥମ କଥା ହେଲା ଅଲଫ (ବାବା ) ଏବଂ ବେ (ବର୍ସା) ।
ବାକି ହେଲା ବିସ୍ତାରର କଥା ।
ବାବା ଯାହା କିଛି ବୁଝାଉଛନ୍ତି ତାହା ଉପରେ ଧ୍ୟାନ ଦେବାକୁ ହେବ । ବାବା ହିଁ ପତିତ-ପାବନ,
ଜ୍ଞାନର ସାଗର ଅଟନ୍ତି ନା । ସିଏ ହିଁ ଏଠାକୁ ଆସି ପତିତ ଶୁଦ୍ରମାନଙ୍କୁ ବ୍ରାହ୍ମଣ କରୁଛନ୍ତି ।
ବ୍ରାହଣମାନଙ୍କୁ ହିଁ ପବିତ୍ର କରୁଛନ୍ତି, ଶୁଦ୍ରଙ୍କୁ ପାବନ କରୁନାହାଁନ୍ତି, ଏହି ସବୁ କଥା କୌଣସି
ଭାଗବତ ଇତ୍ୟାଦିରେ ନାହିଁ । କିଛି-କିଛି କଥା ଅଛି । ମନୁଷ୍ୟମାନଙ୍କୁ ତ ଏକଥା ମଧ୍ୟ ଜଣା ନାହିଁ
ଯେ ରାଧା-କୃଷ୍ଣ ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି, ଏହି କଥାରେ ମଧ୍ୟ ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି
। ଦେବତାମାନେ ତ ସୂର୍ଯ୍ୟବଂଶୀ-ଚନ୍ଦ୍ରବଂଶୀ ଅଟନ୍ତି । ଲକ୍ଷ୍ମୀ-ନାରାୟଣଙ୍କର କୁଳ ଏବଂ
ସୀତା-ରାମଙ୍କର କୁଳ । ବାବା କହୁଛନ୍ତି ଭାରତବାସୀ ମିଠା ସନ୍ତାନମାନେ ମନେ ପକାଅ, ଏକଥା ତ ଲକ୍ଷ
ଲକ୍ଷ ବର୍ଷର ନୁହେଁ । ଏହା ତ କାଲିର କଥା । ମୁଁ ତୁମମାନଙ୍କୁ ରାଜ୍ୟ ଦେଇଥିଲି । କେତେ ପ୍ରଚୁର
ଧନ-ଦୌଲତ ଦେଇଥିଲି । ସାରା ବିଶ୍ୱର ମାଲିକ କରିଥିଲି, ସେତେବେଳେ ଆଉ କୌଣସି ରାଷ୍ଟ୍ର ନ ଥିଲା,
ପୁଣି ତୁମର କ’ଣ ହେଲା! ବିଦ୍ୱାନ, ଆଚାର୍ଯ୍ୟ, ପଣ୍ଡିତ କେହି ବି ଏହି ସବୁ କଥାକୁ ଜାଣିନାହାଁନ୍ତି
। ବାବା କହୁଛନ୍ତି - ଆରେ ଭାରତବାସୀମାନେ, ତୁମକୁ ରାଜ୍ୟ-ଭାଗ୍ୟ ଦେଇଥିଲି ନା । ତୁମେମାନେ ମଧ୍ୟ
କହିବ ଶିବବାବା କହୁଛନ୍ତି - ତୁମକୁ ଏତେ ସବୁ ଧନ ଦେଇଥିଲି, ସେସବୁ କେଉଁଠି ହରାଇଲ? ବାବାଙ୍କର
ବର୍ସା କେତେ ଜବରଦସ୍ତ ଅଟେ । ପିତା ହିଁ ପଚାରିଥା’ନ୍ତି ନା ଅଥବା ପିତା ଦେହତ୍ୟାଗ କଲାପରେ
ମିତ୍ର-ସମ୍ବନ୍ଧୀମାନେ ପଚାରିଥା’ନ୍ତି । ତୁମର ପିତା ତୁମକୁ ଏତେ ଟଙ୍କା ପଇସା ଦେଇଯାଇଥିଲେ ସେସବୁ
କେଉଁଠି ହରାଇଲ! ଇଏ ତ ହେଲେ ବେହଦର ପିତା । ବାବା ତ କଉଡିରୁ ହୀରାଭଳି କରିଥିଲେ । ଏତେ
ରାଜ୍ୟଭାଗ୍ୟ ଦେଇଥିଲେ, ତେବେ ସେହି ଧନ ସବୁ କୁଆଡେ ଗଲା? ତୁମେ କ’ଣ ଜବାବ ଦେବ? ଏ କଥା କାହାର
ବୁଦ୍ଧିରେ ମଧ୍ୟ ଆସୁ ନାହିଁ । ତୁମେମାନେ ଜାଣୁଛ ଯେ, ବାବା ଠିକ୍ କଥା ପଚାରୁଛନ୍ତି - ଏତେ
କାଙ୍ଗାଳ କିପରି ହେଲ? ପ୍ରଥମେ ସବୁ କିଛି ସତ୍ତ୍ୱପ୍ରଧାନ ଥିଲା ପୁଣି ଯେତେବେଳେ କଳା କମି କମିଗଲା
ସେତେବେଳେ ସବୁ କିଛି କମି କମି ଗଲା । ସତ୍ୟଯୁଗରେ ତ ସତ୍ତ୍ୱପ୍ରଧାନ ଥିଲ, ଲକ୍ଷ୍ମୀ-ନାରାୟଣଙ୍କର
ରାଜ୍ୟ ଥିଲା । ରାଧେ କୃଷ୍ଣଙ୍କଠାରୁ ଲକ୍ଷ୍ମୀ-ନାରାୟଣଙ୍କର ନାମ ଅଧିକ ବିଖ୍ୟାତ । ତାଙ୍କର
ଗ୍ଳାନି କେହି କରିନାହାଁନ୍ତି ଆଉ ସମସ୍ତଙ୍କ ପାଇଁ ନିନ୍ଦାର କଥା ଲେଖିଛନ୍ତି ।
ଲକ୍ଷ୍ମୀ-ନାରାୟଣଙ୍କ ରାଜ୍ୟରେ କୌଣସି ଦୈତ୍ୟ ଆଦି ଥିବାର କହୁ ନାହାଁନ୍ତି । ତେବେ ଏହିସବୁ କଥାକୁ
ବୁଝିବା ଦରକାର । ବାବା ଜ୍ଞାନ ଧନରେ ତୁମମାନଙ୍କ ଝୁଲା ମୁଣିକୁ ଭରୁଛନ୍ତି । ବାବା କହୁଛନ୍ତି
ପିଲାମାନେ ଏହି ମାୟାଠାରୁ ସାବଧାନ ରୁହ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସେନ୍ସିବୁଲ୍
ଅର୍ଥାତ୍ ଜ୍ଞାନୀ ହୋଇ ସଚ୍ଚା ଅର୍ଥାତ୍ ପ୍ରକୃତ ଆତ୍ମିକ ସେବାରେ ଲାଗିଯିବାକୁ ହେବ । ସବୁ କଥା
ପାଇଁ ଶିବବାବା ହିଁ ଦାୟୀ ଅଟନ୍ତି, ସେଥିପାଇଁ ଶ୍ରୀମତରେ କେବେ ବି ସଂଶୟ ଅର୍ଥାତ୍ ସନ୍ଦେହ
କରିବାର ନାହିଁ । ନିଶ୍ଚୟରେ ଅଟଳ ରହିବାର ଅଛି ।
(୨) ବିଚାର ସାଗର ମନ୍ଥନ
କରି ବାବା ବୁଝାଉଥିବା ପ୍ରତ୍ୟେକ ଜ୍ଞାନ ବିନ୍ଦୁ ଉପରେ ଧ୍ୟାନ ଦେବାକୁ ହେବ । ନିଜେ ଜ୍ଞାନକୁ
ଧାରଣ କରି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ ।
ବରଦାନ:-
ନିଜର ଆଦି ଅନାଦି
ରିୟଲ ରୂପକୁ ଅର୍ଥାତ୍ ପ୍ରକୃତ ସ୍ୱରୂପକୁ ରିୟଲାଇଜ୍ କରୁଥିବା ସମ୍ପୂର୍ଣ୍ଣ ପବିତ୍ର ଭବ ।
ଆତ୍ମାର ଅନାଦି ଏବଂ ଆଦି
ଦୁଇଟି ଯାକର କାଳର ବାସ୍ତବିକ ସ୍ୱରୂପ ପବିତ୍ର ଅଟେ । ଅପବିତ୍ରତା ନକଲି ଅଟେ, ଯାହାକି
ଶୂଦ୍ରମାନଙ୍କ ଠାରୁ ମିଳିଛି । ତେବେ ଶୂଦ୍ରମାନଙ୍କର ଜିନିଷ ବ୍ରାହ୍ମଣମାନେ ବ୍ୟବହାର କରିପାରିବେ
ନାହିଁ, ସେଥିପାଇଁ କେବଳ ଏହି ସଂକଳ୍ପ କର ଯେ ଅନାଦି ଆଦି, ବାସ୍ତବିକ ସ୍ୱରୂପରେ ମୁଁ ପବିତ୍ର
ଆତ୍ମା ଅଟେ । ଯାହାକୁ ବି ଦେଖୁଛ ତା’ର ବାସ୍ତବିକ ସ୍ୱରୂପକୁ ଦେଖ, ବାସ୍ତବିକତାର ଅନୁଭୂତି କର
ତାହା ହେଲେ ସମ୍ପୂର୍ଣ୍ଣ ପବିତ୍ର ହୋଇ ଫାଷ୍ଟକ୍ଲାସ ବା ଏୟାର କଣ୍ଡିଶନ ଟିକେଟ୍ର ଅଧିକାରୀ
ହୋଇପାରିବ ।
ସ୍ଲୋଗାନ:-
ଯଦି ପରମାତ୍ମ
ଆଶୀର୍ବାଦରେ ନିଜର ଅଣ୍ଟି ଭରପୂର ରଖିବ, ତେବେ ମାୟା ସମୀପକୁ ଆସିପାରିବ ନାହିଁ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଅଧିକାଂଶ ପିଲା ଏବେ
ଲୁହାର ଜଞ୍ଜିର ଗୁଡିକୁ ତ କାଟି ଦେଇଛନ୍ତି କିନ୍ତୁ ବହୁତ ସୂକ୍ଷ୍ମ ଏବଂ ରାଜକୀୟ ସୂତାର ବନ୍ଧନ
ଏବେ ବି ବାନ୍ଧି ରଖିଛି । କେତେକ ତ ନିଜକୁ ବହୁତ ଭଲ ବ୍ୟକ୍ତିତ୍ୱର ଅଧିକାରୀ ମନେ କରୁଛନ୍ତି,
ନିଜ ଭିତରେ ସେଭଳି କୌଣସି ବିଶେଷତା ନ ଥିଲେ ମଧ୍ୟ ଏଭଳି ଅନୁଭବ ହେଉଛି ଯେ ମୁଁ ବହୁତ ଭଲ ଅଟେ ।
ମୁଁ ବହୁତ ଆଗକୁ ବଢୁଛି । ଏହିଭଳି ଜୀବନ ବନ୍ଧନର ସୂତାଗୁଡିକ ବହୁତ ପିଲାଙ୍କ ପାଖରେ ଅଛି ।
ବାପଦାଦା ଏବେ ଏହିଭଳି ସୂତାର ବନ୍ଧନଠାରୁ ମଧ୍ୟ ମୁକ୍ତ, ଜୀବନମୁକ୍ତ ସ୍ଥିତିରେ ଦେଖିବାକୁ
ଚାହୁଁଛନ୍ତି ।