03.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କଠାରୁ ଆଶୀର୍ବାଦ ନେବାକୁ ହେଲେ ସେବାଧାରୀ ସୁପୁତ୍ର ସନ୍ତାନ ହୋଇ ସମସ୍ତଙ୍କୁ ସୁଖ ଦିଅ, କାହାକୁ ବି ଦୁଃଖ ଦିଅ ନାହିଁ ” ।

ପ୍ରଶ୍ନ:-
ଧର୍ମରାଜଙ୍କର ଦଣ୍ଡରୁ ମୁକ୍ତ ହେବା ପାଇଁ କେଉଁ ଈଶ୍ୱରୀୟ ନିୟମ ଗୁଡିକ ଉପରେ ଧ୍ୟାନ ଦେବାକୁ ହେବ?

ଉତ୍ତର:-
କେବେ ବି ଈଶ୍ୱରଙ୍କ ନିକଟରେ ପ୍ରତିଜ୍ଞା କରି ତା’ର ଅବଜ୍ଞା କରିବା ନାହିଁ, କାହାକୁ ବି ଦୁଃଖ ଦେବା ନାହିଁ । ଯଦି କ୍ରୋଧ କରିବା, କାହାକୁ ବିରକ୍ତ କରିବା, କିମ୍ବା ଏଭଳି କୌଣସି ଚାଲିଚଳଣ ଥିବ, ଯାହା ଦ୍ୱାରା ଈଶ୍ୱରଙ୍କର ନାଁ ବଦନାମ ହେଉଥିବ....ତେବେ ସେମାନଙ୍କୁ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ, ସେଥିପାଇଁ ଏଭଳି କୌଣସି କର୍ମ କରିବାର ନାହିଁ । ମାୟାର କେତେ ବି ତୋଫାନ ଆସୁ, ରୋଗ-ବେମାରୀ ଜୋର ସୋର୍‌ରେ ଆସୁ କିନ୍ତୁ ବୁଦ୍ଧି ଦ୍ୱାରା ଭୁଲ୍ ଠିକ୍‌ର ନିର୍ଣ୍ଣୟ କରି ଭୁଲ୍ କର୍ମରୁ ସର୍ବଦା ଦୂରେଇ ରହିବାକୁ ହେବ ।

ଗୀତ:-
କୌନ ଆୟା ମେରେ ମନ କେ ଦ୍ୱାରେ...

ଓମ୍ ଶାନ୍ତି ।
କିଏ କହିଲେ - ଓମ୍ ଶାନ୍ତି । ବାପ ଏବଂ ଦାଦା ଅର୍ଥାତ୍ ଶିବବାବା ଏବଂ ବ୍ରହ୍ମାବାବା । ଏହି ନିଶ୍ଚୟ ତ ପିଲାମାନଙ୍କୁ ନିଶ୍ଚିତ ରୂପେ ଥିବ ଯେ ଆମର ପାରଲୌକିକ ପିତା ହେଲେ ପରମପିତା ପରମାତ୍ମା ଶିବ ଏବଂ ଏହି ବ୍ରହ୍ମାବାବା ହେଲେ ସବୁ ସନ୍ତାନଙ୍କର ଅଲୌକିକ ପିତା, ଏହାଙ୍କୁ ହିଁ ପ୍ରଜାପିତା ବ୍ରହ୍ମା କୁହାଯାଏ । ପ୍ରଜାପିତା ବ୍ରହ୍ମାଙ୍କ ବ୍ୟତୀତ ଏତେ ସନ୍ତାନ ଆଉ କାହାର ଅଛନ୍ତି କି । ପୂର୍ବରୁ ଏତେ ନ ଥିଲେ । ଯେବେଠାରୁ ବେହଦର ପିତା ଶିବବାବା ୟାଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି, ଇଏ ହୋଇଗଲେ ଦାଦା ଅର୍ଥାତ୍ ବଡ ଭାଇ । ଏହି ଦାଦା ନିଜେ କହୁଛନ୍ତି ଯେ ତୁମକୁ ପାରଲୌକିକ ପିତାଙ୍କର ସମ୍ପତ୍ତି ମିଳୁଛି । ନାତିମାନେ ସର୍ବଦା ଜେଜେବାପାଙ୍କର ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥାନ୍ତି । ସେମାନଙ୍କର ବୁଦ୍ଧିଯୋଗ ଜେଜେବାପାଙ୍କ ସହିତ ରହିଥାଏ କାହିଁକି ନା ଜେଜେବାପାଙ୍କର ସମ୍ପତ୍ତିର ଅଧିକାର ମିଳିଥାଏ । ଯେପରି ରାଜାମାନଙ୍କ ପାଖରେ ଯେଉଁ ପିଲାମାନେ ଜନ୍ମ ନେଇଥା’ନ୍ତି ସେମାନେ କୁହନ୍ତି ଏହା ପୂର୍ବଜମାନଙ୍କର ସମ୍ପତ୍ତି । ପୂର୍ବଜମାନଙ୍କର ସମ୍ପତ୍ତି ଉପରେ ସେମାନଙ୍କର ଅଧିକାର ତ ନିଶ୍ଚିତ ରହିଛି । ତୁମେ ପିଲାମାନେ ଜାଣିଛ ଯେ ଆମେ ଅବିନାଶୀ ପିତାଙ୍କ ଦ୍ୱାରା ସର୍ବୋଚ୍ଚ ସମ୍ପତ୍ତି ସ୍ୱର୍ଗର ରାଜତ୍ୱ ପ୍ରାପ୍ତ କରୁଛୁ । ଆମକୁ ସେହି ପିତା ପାଠ ପଢାଉଛନ୍ତି । ତୁମେ ଏବେ ସମ୍ମୁଖରେ ବସିଛ । ସମ୍ମୁଖରେ ବସିବାର ନିଶା ବା ଖୁସି ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ରହିଥାଏ । କାହାର କାହାର ହୃଦୟରେ ତ ବହୁତ ସ୍ନେହ ରହିଥାଏ । ମୁଁ ଏହି ସାକାର ମାତା-ପିତାଙ୍କ ଦ୍ୱାରା ସର୍ବୋଚ୍ଚ ଭଗବାନଙ୍କର ଉତ୍ତରାଧିକାରୀ ହୋଇଛି । ଅବିନାଶୀ ପିତା ବହୁତ ପ୍ରେମମୟ ଅଟନ୍ତି ଯିଏକି ଆମକୁ ରାଜତ୍ୱ କରିବାର ଯୋଗ୍ୟ କରୁଛନ୍ତି । ମାୟା ତ ବିଲ୍‌କୁଲ୍ ହିଁ ଅଯୋଗ୍ୟ କରିଦେଇଛି । କାଲି ବାବାଙ୍କ ସହ ସାକ୍ଷାତ ପାଇଁ ଜଣେ ନବ ଆଗନ୍ତୁକ ଆସିଥିଲେ କିନ୍ତୁ ସିଏ କ’ଣ କିଛି ବୁଝୁଥିଲେ କି । ବାବା ବୁଝାଇଥିଲେ ଯେ ଏମାନେ ସମସ୍ତେ ବ୍ରହ୍ମାକୁମାର ଅଟନ୍ତି, ତୁମେ ମଧ୍ୟ ବ୍ରହ୍ମାଙ୍କର ବା ଶିବଙ୍କର ସନ୍ତାନ ଅଟ ନା । ସିଏ କହିଲେ ତାହା ତ ନିଶ୍ଚିତ କିନ୍ତୁ ଏକଥା କେବଳ ଶୁଣିବାର କହିଦେଲେ କିନ୍ତୁ ମନରେ ବିଶ୍ୱାସ ନ ଥିଲା । ତେଣୁ ହୃଦୟ ସ୍ପର୍ଶୀ ହେଲା ନାହିଁ ଯେ ସତରେ ମୁଁ ତାଙ୍କର ସନ୍ତାନ । ଇଏ ବ୍ରହ୍ମା ମଧ୍ୟ ତାଙ୍କର ସନ୍ତାନ ଯିଏକି ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି । ସେହିଭଳି ଏଠାରେ ମଧ୍ୟ କେତେକ ସନ୍ତାନ ଅଛନ୍ତି, ଯେଉଁମାନଙ୍କ ବୁଦ୍ଧିରେ ବହୁତ କମ୍ ବିଶ୍ୱାସ ରହିଛି । ସେମାନଙ୍କ ପାଖରେ ସେଭଳି ଖୁସି, ସେହିଭଳି ଆତ୍ମିକ ଭାବ ଦେଖାଯାଉନାହିଁ । ନଚେତ୍ ମନ ଭିତରେ ବହୁତ ଖୁସିର ପାରଦ ଚଢି ରହିବା ଉଚିତ୍ । ତାହା ଚେହେରାରେ ମଧ୍ୟ ଦେଖାଯାଇଥାଏ । ଏବେ ଆତ୍ମା ରୂପୀ ସଜନୀମାନଙ୍କର ଜ୍ଞାନର ଶୃଙ୍ଗାର ହେଉଛି । ତୁମେ ଜାଣିଛ, ଆମେ ସାଜନ ଶିବବାବାଙ୍କର ସଜନୀ ଅଟୁ । ଗୋଟିଏ କୃଷକ ଝିଅର କାହାଣୀ ରହିଛି । ଜଣେ ରାଜା କୃଷକର ଝିଅକୁ ନେଇଆସିଲେ କିନ୍ତୁ ତାକୁ ରାଜା ଘରେ ଖୁସି ଲାଗି ନ ଥିଲା, ତେଣୁ ସେହି ଝିଅକୁ ପୁନର୍ବାର ତାର ଗ୍ରାମରେ ଛାଡି ଦେଇ ଆସିଲେ । ରାଜା କହିଲେ ତୁମେ ରାଜା ଘରେ ରହିବା ଯୋଗ୍ୟ ନୁହଁ । ଏଠାରେ ମଧ୍ୟ ବାବା ତୁମର ଶୃଙ୍ଗାର କରୁଛନ୍ତି ଯାହାଦ୍ୱାରା ତୁମେ ଭବିଷ୍ୟତରେ ମହାରାଣୀ ହେବ । ଶ୍ରୀକୃଷ୍ଣଙ୍କ ପାଇଁ ମଧ୍ୟ କହୁଛନ୍ତି ଯେ କନ୍ୟାମାନଙ୍କୁ ଚୋରାଇ ଆଣିଥିଲେ, ପାଟରାଣୀ କରିବା ପାଇଁ, କିନ୍ତୁ କିଛି ବି ବୁଝୁନାହାଁନ୍ତି । କାରଣ ଏଠାରେ ସମସ୍ତେ ହେଲେ ଧର୍ମଭ୍ରଷ୍ଟ । ଭାବୁଛନ୍ତି ଦୁନିଆ ତ ଏହିଭଳି ଚାଲିଆସିଛି । ଏହା ସ୍ୱାଭାବିକ । ବହୁତ ଅଛନ୍ତି ଯେଉଁମାନେ ମନ୍ଦିର ଅଥବା ଧର୍ମସ୍ଥାନ ମାନଙ୍କୁ ଯାଆନ୍ତି ନାହିଁ, ନା ଶାସ୍ତ୍ର ଆଦିକୁ ମାନିଥାନ୍ତି । ସରକାର ମଧ୍ୟ ଧର୍ମକୁ ମାନୁ ନାହାଁନ୍ତି । ଭାରତ କେଉଁ ଧର୍ମର ଥିଲା, ଏବେ କେଉଁ ଧର୍ମର ଅଛି ବିଲକୁଲ୍ କେହି ଜାଣିନାହାଁନ୍ତି । ଏବେ ତୁମେ ପିଲାମାନେ ଦୈବୀ କୁଳର ଅଟ । ଯେପରି ସେମାନେ ଖ୍ରୀଷ୍ଟିୟାନ କୁଳର ଅଟନ୍ତି, ସେହିପରି ତୁମେ ବ୍ରାହ୍ମଣ କୁଳର ଅଟ । ବାବା କହୁଛନ୍ତି ପ୍ରଥମେ ପିଲାମାନଙ୍କୁ ପତିତ ଶୁଦ୍ରରୁ ବ୍ରାହ୍ମଣ କରୁଛି । ପବିତ୍ର ହେବା କ୍ଷଣି ତୁମେ ୨୧ ଜନ୍ମ ପାଇଁ ଦୈବୀ ସମ୍ପ୍ରଦାୟର ହୋଇଯିବ । ଦୈବୀ କୋଳକୁ ଚାଲିଯିବ । ପୂର୍ବରୁ ଆସୁରୀ କୋଳରେ ଥିଲ । ଆସୁରୀ କୋଳରୁ ଏବେ ତୁମେ ଈଶ୍ୱରୀୟ କୋଳକୁ ଆସିଛ । ଗୋଟିଏ ପିତାର ସନ୍ତାନ ଭାଇ ଭଉଣୀ ଅଟ । ଏହା ମଧ୍ୟ ଆଶ୍ଚର୍ଯ୍ୟ ଅଟେ, ତୁମେ ସମସ୍ତେ କହୁଛ ଆମେ ବ୍ରାହ୍ମଣ କୁଳର ଅଟୁ । ଆମକୁ ତ ଶ୍ରୀମତ ପାଳନ କରିବାର ଅଛି, ସମସ୍ତଙ୍କୁ ସୁଖ ଦେବାର ଅଛି, ରାସ୍ତା ଦେଖାଇବାର ଅଛି । ଦୁନିଆରେ କେହି ବି ନାହାଁନ୍ତି ଯିଏକି କହିପାରିବ ଯେ ବେହଦ ପିତାଙ୍କଠାରୁ ବେହଦର ସମ୍ପତ୍ତି କିପରି ନିଆଯାଇଥାଏ । ତୁମକୁ ବେହଦର ପିତା ମିଳିଛନ୍ତି । ତୁମେମାନେ ହିଁ ତାଙ୍କର ସନ୍ତାନ ହୋଇଛ । ତୁମେ ବୁଦ୍ଧି ଦ୍ୱାରା ଜାଣୁଛ ଯେ କଳ୍ପପୂର୍ବରୁ ଯେଉଁମାନେ ବାବାଙ୍କଠାରୁ ସମ୍ପତ୍ତି ନେଇଥିବେ ସେହିମାନେ ହିଁ ଆସି ନେବେ । ଯଦି ଟିକିଏ ବି ଜ୍ଞାନ ବୁଦ୍ଧିରେ ଥିବ ତେବେ କେବେ ନା କେବେ ଆସି ପହଞ୍ଚିଯିବେ । ଆସିବେ ତ କିଛି ନା କିଛି ନେବା ପାଇଁ ନା । ତୁମେ ମଧ୍ୟ କ୍ରମଅନୁସାରେ ଜାଣିଛ । ଆଜି ପବିତ୍ର ହେବା ପାଇଁ ଆସିଛନ୍ତି, କାଲି ପୁଣି ପତିତ ହୋଇଯାଉଛନ୍ତି । ଖରାପ ସଙ୍ଗରେ ଆସି ଭୁଲି ଯାଉଛନ୍ତି ଯେ ବାବାଙ୍କର ହେବା ପରେ ପୁଣି ଯଦି ବାବାଙ୍କୁ ଛାଡି ଦେଲୁ, ତେବେ ବହୁତ ପାପାତ୍ମା ହୋଇଯିବୁ । ଯେପରି କେହି ଯଦି କାହାକୁ ହତ୍ୟା କରିଥାନ୍ତି, ତେବେ ପାପ ଲାଗିଥାଏ । ସେହି ପାପ ମଧ୍ୟ ଅଳ୍ପ କିନ୍ତୁ ଏଠାରେ ଯେଉଁମାନେ ବାବାଙ୍କର ହେବା ପରେ ପୁଣି ଛାଡପତ୍ର ଦେଇ ଦେଉଛନ୍ତି, ପ୍ରତିଜ୍ଞା କରି ପୁଣି ବିକାରୀ ହୋଇଯାଉଛନ୍ତି ତେବେ ତାଙ୍କୁ ବହୁତ ପାପ ଲାଗିଯାଉଛି । ଅଜ୍ଞାନ ସମୟରେ ଏତେ ପାପ ଲାଗି ନ ଥାଏ ଯେତେ ଜ୍ଞାନରେ ଆସିବା ପରେ ଲାଗିଥାଏ । ଅଜ୍ଞାନୀ ସମୟରେ ତ ମନୁଷ୍ୟମାନଙ୍କ ଭିତରେ କ୍ରୋଧ ସ୍ୱାଭାବିକ ଭାବେ ଥାଏ । ଏଠାରେ ଯଦି ତୁମେ କାହା ଉପରେ କ୍ରୋଧ କଲ ତେବେ ଦଣ୍ଡ ୧୦୦ ଗୁଣା ହୋଇଯାଇଥାଏ । ବିଲ୍‌କୁଲ୍ ଅଧୋଗତି ପ୍ରାପ୍ତ କରିଥା’ନ୍ତି କାହିଁକି ନା ଈଶ୍ୱରଙ୍କର ଆଦେଶ ମାନୁ ନାହାଁନ୍ତି । ଧର୍ମରାଜଙ୍କର ନିର୍ଦ୍ଦେଶ ମିଳିଛି - ପବିତ୍ର ହେବାକୁ ପଡିବ । ତୁମେ ଈଶ୍ୱରଙ୍କର ହୋଇ ଯଦି ଟିକିଏ ବି ତାଙ୍କର ଆଦେଶର ଅବଜ୍ଞା କଲ ତେବେ ଶହେ ଗୁଣା ଦଣ୍ଡ ଭୋଗିବାକୁ ହେବ । ରଚୟିତା ତ ସେହି ଜଣେ ଅଟନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କର ମଧ୍ୟ ତାଙ୍କର ରଚନା ଅଟନ୍ତି । ଧର୍ମରାଜ ମଧ୍ୟ ରଚନା ଅଟନ୍ତି । ଧର୍ମରାଜଙ୍କର ରୂପକୁ ମଧ୍ୟ ବାବା ସାକ୍ଷାତ୍‌କାର କରାଇଥା’ନ୍ତି । ପୁଣି ସେହି ସମୟରେ ପ୍ରତ୍ୟକ୍ଷ ରୂପେ ଦେଖାଇଥା’ନ୍ତି ଯେ ଦେଖ ତୁମେ ପ୍ରତିଜ୍ଞା କରିଥିଲ, ମୁଁ କ୍ରୋଧ କରିବି ନାହିଁ, କାହାକୁ ଦୁଃଖ ଦେବି ନାହିଁ ପୁଣି ବି ତୁମେ ଅମୁକଙ୍କୁ ଦୁଃଖ ଦେଇଛ, ବିରକ୍ତ କରିଛ ଏବେ ଦଣ୍ଡ ଭୋଗ କର । ସାକ୍ଷାତ୍‌କାର ବିନା କାହାକୁ ଦଣ୍ଡ ଦିଆଯାଏ ନାହିଁ । ପ୍ରମାଣ ତ ଦରକାର ନା । ସିଏ ମଧ୍ୟ ଜାଣିପାରନ୍ତି ଯେ ନିଶ୍ଚିତ ଭାବରେ ମୁଁ ବାବାଙ୍କୁ ଛାଡି ଏହିଭଳି କର୍ମ କରିଛି । ବଦନାମୀ କରାଇବା ଦ୍ୱାରା ବହୁତଙ୍କ ଉପରେ ବିପଦ ଆସିଯାଇଥାଏ । କେତେ ମାତାମାନଙ୍କ ପାଇଁ ବନ୍ଧନ ଆସିଯାଇଥାଏ । ସମସ୍ତ ଦଣ୍ଡ ବଦନାମ କରାଇଥିବା ଆତ୍ମାଙ୍କ ଉପରକୁ ଆସିଯାଏ ସେଥିପାଇଁ ବାବା କହୁଛନ୍ତି - ଅଧିକ ପାପାତ୍ମା ଦେଖିବାର ଅଛି ତେବେ ଏହିଠାରେ ଦେଖ । ଧୋବା ପାଖରେ ଯେତେବେଳେ ବହୁତ ମଇଳା, ପୁରୁଣା କପଡା ଥାଏ ତେବେ ସେଗୁଡିକୁ କାଚିବା ଦ୍ୱାରା ଫାଟି ଯାଇଥାଏ । ସେହିପରି ଏଠାରେ ମଧ୍ୟ ଶ୍ରୀମତକୁ ପାଳନ କରି ନ ପାରିଲେ ଚାଲିଯାଇଥାନ୍ତି । ଈଶ୍ୱରଙ୍କ କୋଳକୁ ଆସି ଯଦି ସିଧାସଳଖ ତାଙ୍କର ଅବଜ୍ଞା କଲ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । ଯେଉଁ ମୁଖ୍ୟ ବ୍ରାହ୍ମଣୀ, ବ୍ରାହ୍ମଣଆତ୍ମାମାନଙ୍କୁ ମଧୁବନକୁ ନେଇଆସୁଛନ୍ତି ତାଙ୍କ ଉପରେ ବହୁତ ବଡ ଗୁରୁଦାୟିତ୍ୱ ଅଛି । ଜଣେ ବି ଯଦି ହାତ ଛାଡି ଦେଲା, ବିକାରୀ ହେଲା ତେବେ ତା’ର ପାପ ସାଥିରେ ଆଣିଥିବା ବ୍ରାହ୍ମଣୀଙ୍କ ଉପରକୁ ଆସିଯିବ । ଏଭଳି କାହାକୁ ବି ଇନ୍ଦ୍ରସଭା ଅର୍ଥାତ୍ ବାପଦାଦାଙ୍କର ମିଳନର ସଭାକୁ ଆଣିବା ଉଚିତ୍ ନୁହେଁ । ନିଲମପରୀ, ପୁଖରାଜ ପରୀଙ୍କର କାହାଣୀ ମଧ୍ୟ ଅଛି ନା । ଇନ୍ଦ୍ରସଭାକୁ କେହି ପତିତ ଆତ୍ମାଙ୍କୁ ଲୁଚାଇ ନେଇଆସିଥିଲେ ଏବଂ ଇନ୍ଦ୍ରସଭାରେ ତା’ର ଆସୁରୀ ଗୁଣର ଦୁର୍ଗନ୍ଧ ଆସିବାରୁ ନେଇଆସିଥିବା ପରୀକୁ ଦଣ୍ଡ ମିଳିଥିଲା । ଏହିଭଳି କିଛି କାହାଣୀ ରହିଛି । ସେହି ପରୀ ପଥର ହୋଇଗଲା । ବାବା ପାରସନାଥ କରୁଛନ୍ତି, ପୁଣି ଯଦି ତାଙ୍କର ଅବଜ୍ଞା କରନ୍ତି ତେବେ ପଥର ହୋଇଯାଇଥା’ନ୍ତି । ରାଜତ୍ୱ ପ୍ରାପ୍ତ କରିବାର ସୌଭାଗ୍ୟ ହରାଇ ଦେଇଥା’ନ୍ତି । ଧରିନିଅ କେହି ଗରିବ ପିଲା ରାଜାଙ୍କର କୋଳକୁ ଯାଇ ଯଦି ଅଯୋଗ୍ୟ ହୋଇଯାଏ ଆଉ ରାଜା ତାଙ୍କୁ ତ୍ୟାଗ କରିଦିଅନ୍ତି ତେବେ ଅବସ୍ଥା କ’ଣ ହେବ । ପୁଣି ଯେଉଁ କାଙ୍ଗାଳ ଥିଲା ସେହି କାଙ୍ଗାଳ ହୋଇଯିବ । ଏଠାରେ ମଧ୍ୟ ସେହିପରି । ଆହୁରି ବହୁତ ଦୁଃଖର ଅନୁଭବ ହେବ । ସେଥିପାଇଁ ବାବା କହୁଛନ୍ତି କେବେ ବି କୌଣସି ଅବଜ୍ଞା କର ନାହିଁ । ବାବା ହେଲେ ସାଧାରଣ ସେଥିପାଇଁ ଶିବବାବାଙ୍କୁ ଭୁଲି ସାକାର ଆଡକୁ ବୁଦ୍ଧି ଆସିଯାଉଛି । ଏବେ ପିଲାମାନଙ୍କୁ ଶ୍ରୀମତ ମିଳୁଛି । ଯେଉଁମାନେ ବିକାରୀ ପତିତ ହୋଇଯାଇଥା’ନ୍ତି, ସେମାନେ ଆଉ ଇନ୍ଦ୍ରସଭାରେ ବସି ପାରିବେ ନାହିଁ । ପ୍ରତ୍ୟେକ ସେବାକେନ୍ଦ୍ର ଇନ୍ଦ୍ରପ୍ରସ୍ଥ ଅଟେ, ଯେଉଁଠାରେ ଜ୍ଞାନର ବର୍ଷା ହେଉଛି । ନିଲମପରୀ, ପୁଖରାଜ ପରୀ ନାମ ତ ରହିଛି ନା । ନିଲମ, ରତ୍ନକୁ କୁହାଯାଏ । ଏହି ନାମ ପିଲାମାନଙ୍କ ଉପରେ ରଖାଯାଇଥାଏ । କେହି ତ ବହୁତ ଭଲ ଯେମିତିକି ରତ୍ନ ଅଟନ୍ତି, କୌଣସି ଦାଗ ନାହିଁ । ସ୍ଥୂଳ ହୀରାନୀଳାରେ ମଧ୍ୟ ଦାଗ ଲାଗିଥାଏ । କେହି ଏକଦମ ଶୁଦ୍ଧ ଥାନ୍ତି । ଏଠାରେ ମଧ୍ୟ କ୍ରମଅନୁସାରେ ପିଲାମାନେ ଅଛନ୍ତି । କେହି କେହି ଆତ୍ମା ରୂପି ରତ୍ନ ବହୁତ ମୂଲ୍ୟବାନ ଅଟନ୍ତି । ବହୁତ ଭଲ ସେବା କରୁଛନ୍ତି । ଆଉ କେହି ତ ସେବା ପରିବର୍ତ୍ତେ ଅପସେବା କରୁଛନ୍ତି । ଗୋଲାପ ଫୁଲ ଏବଂ ଅରଖ ଫୁଲ ଭିତରେ ମଧ୍ୟ କେତେ ପାର୍ଥକ୍ୟ ରହିଛି । ଶିବଙ୍କ ଉପରେ ଉଭୟ ଚଢାଇଥା’ନ୍ତି । ଏବେ ତୁମେ ଜାଣିଗଲଣି, ଆମ ଭିତରେ କିଏ କିଏ ଫୁଲ ଅଟନ୍ତି । ସେହିମାନଙ୍କୁ ସମସ୍ତେ ନିଜ ପାଖକୁ ଆସିବା ପାଇଁ ନିମନ୍ତ୍ରଣ କରିଥା’ନ୍ତି, ବାବା ଆମ ପାଖକୁ ଭଲ ଭଲ ଫୁଲମାନଙ୍କୁ ପଠାନ୍ତୁ । ତେବେ ଭଲ ଭଲ ଫୁଲ ଏତେ କେଉଁଠୁ ଆସିବ । ରତ୍ନ ଜ୍ୟୋତି ଫୁଲ ତ ସବୁଆଡେ ଥାଏ । ଏହା ବଗିଚା ଅଟେ ନା । ତୁମେମାନେ ଜ୍ଞାନଗଙ୍ଗା ମଧ୍ୟ ଅଟ । ବାବା ତ ସାଗର ଅଟନ୍ତି ନା । ଇଏ ବ୍ରହ୍ମା ହେଲେ ବ୍ରହ୍ମପୁତ୍ରା ନଦୀ, ସବୁଠାରୁ ବଡ ନଦୀ ଅଟନ୍ତି । କଲିକତାରେ ବ୍ରହ୍ମପୁତ୍ରା ନଦୀ ବହୁତ ବଡ । ଯେଉଁଠି ସାଗର ଏବଂ ନଦୀର ବହୁତ ବଡ ମେଳା ଲାଗିଥାଏ । ବାବା ନିଶ୍ଚିତ ଭାବରେ ଜ୍ଞାନର ସାଗର ଅଟନ୍ତି । ଇଏ ତ ଚୈତନ୍ୟ ଜ୍ଞାନର ସାଗର ଅଟନ୍ତି । ତୁମେମାନେ ମଧ୍ୟ ଚୈତନ୍ୟ ଜ୍ଞାନର ନଦୀ ଅଟ । ତାହା ତ ହେଲା ପାଣିର ଗଙ୍ଗା । ବାସ୍ତବରେ ନଦୀମାନଙ୍କର ନାମ ରଖାଯାଇଛି କିନ୍ତୁ ଆସୁରୀ ସମ୍ପ୍ରଦାୟ ଏକଥା ମଧ୍ୟ ଭୁଲିଯାଇଛନ୍ତି । ହରିଦ୍ୱାରରେ ଗଙ୍ଗାକୂଳରେ ଚତୁର୍ଭୁଜଙ୍କର ଚିତ୍ର ଦେଖାଇଛନ୍ତି । ତାଙ୍କୁ ମଧ୍ୟ ଗଙ୍ଗା କହୁଛନ୍ତି କିନ୍ତୁ ମନୁଷ୍ୟ ଜାଣିନାହାଁନ୍ତି ଯେ ଏହି ଚତୁର୍ଭୁଜ କିଏ । ନିଶ୍ଚିତ ଭାବରେ ବର୍ତ୍ତମାନ ତୁମେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ତୁମେମାନେ ହେଲ ପ୍ରକୃତ ଜ୍ଞାନ ନଦୀ । ସେଗୁଡିକ ହେଲେ ପାଣିର ନଦୀ । ସେଠାକୁ ଯାଇ ସ୍ନାନ କରୁଛନ୍ତି କିଛି ବି ବୁଝିନାହାଁନ୍ତି । ବାସ୍ ଭାବୁଛନ୍ତି ଦେବୀ ଅଟନ୍ତି । ମନୁଷ୍ୟଙ୍କର ତ କେବେ ୪-୮ ଭୂଜା ନ ଥାଏ । ଏହାର ଅର୍ଥ କିଛି ବି ଜାଣିନାହାଁନ୍ତି । ତୁମେ ପିଲାମାନେ ଜାଣିଛ ବାବା ଆମକୁ କେତେ ଶ୍ରେଷ୍ଠ କରୁଛନ୍ତି । ଆମେ ତ ଶତ ପ୍ରତିଶତ ନିର୍ବୋଧ ଥିଲେ । ବାବାଙ୍କ କୋଳକୁ ଆସିବା ଦ୍ୱାରା ଆମେ ସ୍ୱର୍ଗର ମାଲିକ ହେଉଛୁ । ଯଦିଓ ଏଠାରେ କେହି ରାଜା ହୋଇଥାନ୍ତି କିନ୍ତୁ ସ୍ୱର୍ଗର ସୁଖ ଏବଂ ବର୍ତ୍ତମାନର ସୁଖ ଭିତରେ ରାତି ଦିନର ପାର୍ଥକ୍ୟ ରହିଛି । ତୁମ ଭିତରେ କେହି କେହି ଏଭଳି ମଧ୍ୟ ଅଛନ୍ତି ଯିଏକି ବାବାଙ୍କୁ ଜାଣିନାହାଁନ୍ତି ତେବେ ନିଜକୁ ମଧ୍ୟ ଜାଣିନାହାଁନ୍ତି । ନିଜକୁ ଦେଖିବା ଉଚିତ୍ ଯେ ମୁଁ କେତେ ସୁଗନ୍ଧ ଅର୍ଥାତ୍ ସୁଖ ଦେଉଛି? ଓଲଟା ସିଧା କଥାବାର୍ତ୍ତା କରୁନାହିଁ ତ? କ୍ରୋଧ କରୁନାହିଁ ତ? ବାବା ତୁରନ୍ତ ଆଚାର-ବ୍ୟବହାରରୁ ଜାଣିପାରିଥାନ୍ତି ଯେ ଏହି ପିଲା କିପରି ହୋଇଥିବ । ସେବାଧାରୀ ସନ୍ତାନମାନେ ବାବାଙ୍କର ବହୁତ ପ୍ରିୟ ହୋଇଥା’ନ୍ତି । ସମସ୍ତେ ତ ଏକାଭଳି ପ୍ରିୟ ହୋଇପାରିବେ ନାହିଁ । ଏହିଭଳି ପିଲାମାନଙ୍କ ପାଇଁ ମନ ଭିତରୁ ଆପେ ଆପେ ଆଶୀର୍ବାଦ ବାହାରିଥାଏ । ଯଦି କୌଣସି ଲୌକିକ ପିତାଙ୍କର ଅବଜ୍ଞାକାରୀ ସନ୍ତାନ ଥା’ନ୍ତି, ତେବେ ପିତା କହିଥା’ନ୍ତି ଏଭଳି ସନ୍ତାନ ନ ଥିଲେ ଭଲ ହୋଇଥାନ୍ତା । କେତେ ନାମ ବଦନାମ କରୁଛନ୍ତି, ଏହାକୁ କୁହାଯାଏ ଭାଗ୍ୟ । କାହା ଭାଗ୍ୟରେ କ’ଣ ଅଛି, ତୁରନ୍ତ ଜଣାପଡିଯାଏ । ବାବା ବୁଝାଉଛନ୍ତି - ଇଏ ସୁପୁତ୍ର ସନ୍ତାନ, ସିଏ କୁପୁତ୍ର ସନ୍ତାନ । ଯଦି ବାପଦାଦାଙ୍କୁ ଚିହ୍ନପାରିଲା ନାହିଁ, ଭାଗ୍ୟରେ ସମ୍ପତ୍ତି ନେବାର ନାହିଁ ତେବେ କ’ଣ କରାଯିବ । ଏହି ଜ୍ଞାନ ମାର୍ଗରେ ନିୟମ ବହୁତ କଡା । ଯଦି ବାପା ପବିତ୍ର ହୋଇଥାନ୍ତି ଏବଂ ପୁଅ ପବିତ୍ର ହୋଇ ନ ଥାଏ ତେବେ ସେହି ପୁଅ ସମ୍ପତ୍ତିର ଅଧିକାରୀ ହୋଇପାରିବ ନାହିଁ । ତାକୁ ପୁତ୍ର ବୋଲି ମନେ କରାଯିବ ନାହିଁ । ପୁଣି କହିବେ ମୁଁ ତ ଶିବବାବାଙ୍କୁ ନିଜର ଉତ୍ତରାଧିକାରୀ କରିବି, ବାବା ୨୧ ଜନ୍ମ ପାଇଁ ମୋତେ ତା’ର ପ୍ରତିଦାନ ଦେବେ । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ବାବାଙ୍କ ପାଖରେ ଆସି ବସିଯିବାର ଅଛି । ନା, ଗୃହସ୍ଥ ବ୍ୟବହାରରେ ରହି ସମସ୍ତଙ୍କୁ ସମ୍ଭାଳିବାକୁ ମଧ୍ୟ ପଡିବ କିନ୍ତୁ ଟ୍ରଷ୍ଟୀ ବା ନିମିତ୍ତ ହୋଇ ରହିବାକୁ ପଡିବ । ଏମିତି ନୁହେଁ ଯେ ତୁମ ପିଲାଛୁଆଙ୍କୁ ବାବା ସମ୍ଭାଳିବେ । ନା, ଏହିଭଳି ଭାବୁଥିବା ଆତ୍ମା ଭ୍ରମିତ ହୋଇଯାଇଥା’ନ୍ତି । ଏଠାରେ ବାବାଙ୍କ ପାଖରେ ତ ବିଲ୍‌କୁଲ୍ ପବିତ୍ର ଆତ୍ମା ଦରକାର । ଅପବିତ୍ର କେହି ବି ବସିପାରିବ ନାହିଁ । ନଚେତ୍ ପଥରବୁଦ୍ଧି ହୋଇଯିବେ । ବାବା କୌଣସି ଅଭିଶାପ ଦେଉନାହାଁନ୍ତି । ଏହା ତ ଏକ ନିୟମ । ବାବା କହୁଛନ୍ତି - ସାବଧାନ ମଧ୍ୟ ରହିବାକୁ ହେବ । କର୍ମେନ୍ଦ୍ରିୟଗୁଡିକ ଦ୍ୱାରା ଯଦି କୌଣସି ପାପ କର୍ମ କଲ, ତେବେ ବହୁତ ଦଣ୍ଡ ଭୋଗିବ । ବହୁତ ଉଚ୍ଚ ଲକ୍ଷ୍ୟ । ଯଦି ବାବାଙ୍କର ସନ୍ତାନ ହେଲ ତେବେ ସବୁ ବିକାର ରୂପୀ ରୋଗ ବାହାରିବ । କିନ୍ତୁ ଡରିବାର ନାହିଁ । ବୈଦ୍ୟମାନେ ମଧ୍ୟ କହିଥାନ୍ତି ଅମୁକ ଔଷଧ ଦ୍ୱାରା ତୁମର ରୋଗ ସବୁ ବାହାରକୁ ଆସିବ କିନ୍ତୁ ତୁମେ ଡର ନାହିଁ । ବାବା ନିଜେ କହୁଛନ୍ତି - ତୁମେ ଯଦି ବାବାଙ୍କର ହେବ ତେବେ ମାୟା ରାବଣ ତୁମକୁ ବହୁତ ହଇରାଣ କରିବ । ବହୁତ ବିଘ୍ନ ପକାଇବ । ଏବେ ତୁମକୁ ଭୁଲ୍ ଠିକ୍‌ର ଜ୍ଞାନ ମିଳିଛି । ଆଉ କାହାର ଭୁଲ୍ ଠିକ୍‌ର ବୁଦ୍ଧି ନାହିଁ । ସମସ୍ତଙ୍କର ହେଲା ବିନାଶ କାଳରେ ବିପରୀତ ବୁଦ୍ଧି । ତୁମ ଭିତରେ ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ ପ୍ରୀତିବୁଦ୍ଧିଯୁକ୍ତ ଆତ୍ମା ଅଛନ୍ତି । ପ୍ରୀତି ବୁଦ୍ଧିଯୁକ୍ତ ଆତ୍ମା ବାବାଙ୍କର ସେବା ବହୁତ ଭଲ ଭାବରେ କରିବେ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଈଶ୍ୱରଙ୍କର ସନ୍ତାନ ହୋଇ ଟିକିଏ ବି ତାଙ୍କର ଆଜ୍ଞା ଅବଜ୍ଞା କରିବାର ନାହିଁ । ଏହି କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କୌଣସି କୁକର୍ମ କରିବାର ନାହିଁ । ଓଲଟା ସିଧା କଥାବାର୍ତ୍ତା ମଧ୍ୟ କରିବାର ନାହିଁ । ସୁପୁତ୍ର ହୋଇ ବାବାଙ୍କର ଆଶୀର୍ବାଦ ନେବାର ଅଛି ।

(୨) ଟ୍ରଷ୍ଟୀ ଅର୍ଥାତ୍ ନିମିତ୍ତ ହୋଇ ନିଜର ଗୃହସ୍ଥ ବ୍ୟବହାରକୁ ସମ୍ଭାଳିବାକୁ ହେବ । ଜ୍ଞାନମାର୍ଗର ଯେଉଁ ନିୟମମାନ ରହିଛି ସେହି ଅନୁସାରେ ପୂରା ପୂରା ଚାଲିବାକୁ ହେବ । ଠିକ୍ ଏବଂ ଭୁଲ୍‌କୁ ବୁଝି ମାୟାଠାରୁ ସାବଧାନ ରହିବାକୁ ହେବ ।

ବରଦାନ:-
ବ୍ୟାକୁଳିତ ଏବଂ ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କରୁଥିବା ସର୍ବ ସମ୍ପତ୍ତିରେ ସମ୍ପନ୍ନ ଭବ ।

ଯେପରି ସାଗରର ଲଡଡିରେ ବୁଡିଯାଉଥିବା ଆତ୍ମା କୁଟାଖିଅକୁ ମଧ୍ୟ ସାହାରା କରିଥାଏ ସେହିପରି ଯଦି ଦୁଃଖର ଗୋଟିଏ ଲହଡି ବା ଢେଉ ଆସିଗଲା ଦେଖିବ ଅନେକ ସୁଖ-ଶାନ୍ତିର ଭିକାରୀ ଆତ୍ମାମାନେ ବ୍ୟାକୁଳିତ ଅବସ୍ଥାରେ ତୁମ ପାଖକୁ ଆସିବେ । ଏହିଭଳି ତୃଷାର୍ତ୍ତ ଆତ୍ମାମାନଙ୍କର ତୃଷା ନିବାରଣ କରିବା ପାଇଁ ନିଜକୁ ଅତିନ୍ଦ୍ରିୟ ସୁଖରେ ବା ସର୍ବଶକ୍ତିରେ, ସର୍ବ ସମ୍ପତ୍ତିରେ ଭରପୂର କର । ସର୍ବ ସମ୍ପତ୍ତି ଏତେ ଜମା ହେଉ ଯାହାଦ୍ୱାରା ତୁମର ସ୍ଥିତି ମଧ୍ୟ କାୟମ ରହିବ ଏବଂ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ଭରୂପର କରିପାରିବ ।

ସ୍ଲୋଗାନ:-
ଯଦି କଲ୍ୟାଣର ଭାବନା ରଖି ଶିକ୍ଷା ଦେବ, ତେବେ ଶିକ୍ଷାଗୁଡିକୁ ହୃଦୟସ୍ପର୍ଶୀ ହେବ ।

ଅବ୍ୟକ୍ତ ଈଶାରା - ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ସର୍ବଦା ହର୍ଷିତ ରହିବା ଜ୍ଞାନର ଗୁଣ ଅଟେ, ଏଥିରେ କେବଳ ଆତ୍ମିକ ସ୍ଥିତିକୁ ଯୋଡିବାକୁ ହେବ । ହର୍ଷିତ ପଣିଆର ସଂସ୍କାର ମଧ୍ୟ ଏକ ବରଦାନ ଅଟେ ଯାହାକି ସମୟ ଅନୁସାରେ ବହୁତ ସହଯୋଗ ଦେଇଥାଏ । ଯେଉଁମାନେ ନିଜେ ସର୍ବଦା ହର୍ଷିତ ରହିଥାଆନ୍ତି, ସେମାନେ ସବୁ ପ୍ରକାରର ମନୋସ୍ଥିତି ବାଲାଙ୍କୁ ହର୍ଷିତ କରିଦେଇଥାଆନ୍ତି । ସରଳ ସ୍ୱଭାବ ବାଲା ଆତ୍ମା ନିଜର ଖୁସିବାସିଆ ହର୍ଷିତ ଚେହେରା ଦ୍ୱାରା ଗମ୍ଭୀର ବାତାବାରଣକୁ ମଧ୍ୟ ହାଲୁକା କରିଦେଇଥାଆନ୍ତି ।