03.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ: -
ତୁମେମାନେ ସଚ୍ଚା-ସଚ୍ଚା ରାଜଋଷି, ରାଜଯୋଗୀ ଅଟ, ରାଜତ୍ୱ ପ୍ରାପ୍ତ କରିବା ପାଇଁ ତୁମକୁ ନିଶ୍ଚିତ
ପବିତ୍ର ହେବାକୁ ପଡିବ ।”
ପ୍ରଶ୍ନ:-
କେଉଁ କଥା ପ୍ରତି
ଧ୍ୟାନ ଦେଲେ ରାଜତ୍ୱ ପାଇବା ପାଇଁ ଯୋଗ୍ୟ ହୋଇପାରିବ?
ଉତ୍ତର:-
ଯଦି ପାଠପଢା ପ୍ରତି ପୂରା-ପୂରା ଧ୍ୟାନ ଅଛି, ତେବେ ରାଜତ୍ୱ ପ୍ରାପ୍ତ ହୋଇପାରିବ । ବାବା ଯାହା
ଶୁଣାଉଛନ୍ତି ତାକୁ ଭଲ ଭାବରେ ଶୁଣି ଧାରଣ କର । ବାବା ଶୁଣାଇଲେ ଏବଂ ପିଲାମାନେ ଶୁଣିଲେ, ତେବେ
ରାଜତ୍ୱ ମିଳିଯିବ । ଯଦି ଶୁଣିବା ସମୟରେ ହାଇ ମାରିଲ ଅଥବା ଢୁଳେଇଲ, ବୁଦ୍ଧି ଅନ୍ୟ ଆଡକୁ ଗଲା
ତେବେ ରାଜତ୍ୱ ହରାଇ ଦେବ, ସେଥିପାଇଁ ପାଠପଢା ପ୍ରତି ପୂରା ଧ୍ୟାନ ଦିଅ ।
ଗୀତ:-
ହମେ ଉନ ରାହୋଁ
ପର ଚଲନା ହୈ...
ଓମ୍ ଶାନ୍ତି ।
ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି । ଆଜି ବାବା ପିଲାମାନଙ୍କୁ ହଠଯୋଗ ଓ
ରାଜଯୋଗ ସମ୍ବନ୍ଧରେ ବୁଝାଉଛନ୍ତି । ପିଲାମାନେ ଜାଣିଛନ୍ତି ସେମାନେ ଯାହା କିଛି ଶିଖାଉଛନ୍ତି, ସବୁ
ହେଲା ହଠଯୋଗ କାରଣ ସେମାନେ ହେଲେ କର୍ମ ସନ୍ନ୍ୟାସୀ । ବାସ୍ତବରେ ଗୃହସ୍ଥିମାନଙ୍କୁ ହଠଯୋଗ,
କର୍ମ-ସନ୍ନ୍ୟାସ ଶିଖିବାର ଆବଶ୍ୟକତା ନାହିଁ । ତାହା ତ ହେଉଛି ହିଁ ନିବୃତ୍ତି ମାର୍ଗ । ସେହି
ଧର୍ମ ହିଁ ଅଲଗା । ତୁମର ଧର୍ମ ହେଉଛି ଦେବୀ-ଦେବତା ଧର୍ମ, ଯେଉଁ ଦେବୀ-ଦେବତାମାନେ ରାଜଯୋଗ
ଦ୍ୱାରା ହିଁ ରାଜ୍ୟ ପାଇଥିଲେ । ଏବେ ତୁମେ ରାଜଋଷି ଅଟ । ଯେଉଁମାନେ ପବିତ୍ର ରୁହନ୍ତି ସେମାନଙ୍କୁ
ହିଁ ଋଷି କୁହାଯାଇଥାଏ । ଏବେ ତୁମେ ପବିତ୍ର ଅଟ । ଯଦି ପବିତ୍ର ନ ରହୁଥିବେ ତେବେ ତାଙ୍କୁ ଋଷି
ବୋଲି କୁହାଯିବ ନାହିଁ । ତୁମେ ରାଜତ୍ୱ ପାଇବା ପାଇଁ ପବିତ୍ର ହେଉଛ । ସେମାନେ କୌଣସି ରାଜତ୍ୱ
ପାଇବା ପାଇଁ ପବିତ୍ର ହେଉ ନାହାଁନ୍ତି । ତୁମେ ଜାଣିଛ ଯେ ପବିତ୍ର ଦୁନିଆରେ ଆମର ପବିତ୍ର ରାଜତ୍ୱ
ଥିଲା । ଭାରତରେ ହିଁ ୫ ହଜାର ବର୍ଷ ପୂର୍ବେ ଦେବୀ-ଦେବତାମାନଙ୍କର ପୂଜ୍ୟ ପବିତ୍ର ପ୍ରବୃତ୍ତି
ମାର୍ଗ ଥିଲା । ଏବେ ପୂଜାରୀ, ପତିତ ହୋଇଯାଇଛନ୍ତି । ପତିତ କିପରି ହେଲେ? ୮୪ ଜନ୍ମର ହିସାବ ରହିଛି
ନା । ବାବା ଯିଏକି ସହଜ ରାଜଯୋଗ ଶିଖାଉଛନ୍ତି, ସିଏ ତୁମକୁ ୮୪ ଜନ୍ମର ହିସାବ ବତାଉଛନ୍ତି । ଅନ୍ୟ
ଧର୍ମକୁ ସନ୍ନ୍ୟାସ ଧର୍ମାବଲମ୍ବୀମାନେ କିପରି ଜାଣିବେ । ଏହା ହେଲା ଦେବୀ-ଦେବତାମାନଙ୍କର
ପ୍ରାଚୀନ ଧର୍ମ । ତାହା ଅର୍ଥାତ୍ ସନ୍ନ୍ୟାସ ଧର୍ମ ହେଲା ପଛରେ ଆସୁଥିବା ଧର୍ମ । ଯାହା ଆଗରୁ
ଅତିବାହିତ ହୋଇଯାଇଛି, ତାକୁ ସନ୍ନ୍ୟାସୀମାନେ ବୁଝିପାରିବେ ନାହିଁ ।
ତୁମେ ଜାଣିଛ ଯେ ହଠଯୋଗ ଅନେକ ପ୍ରକାରର ରହିଛି । ଦ୍ୱାପରରୁ ଭକ୍ତିମାର୍ଗ ସହିତ ହଠଯୋଗ ଆରମ୍ଭ
ହୋଇଥାଏ । ଏହା ପୁଣି ହେଉଛି ରାଜଯୋଗ । ତୁମେ ସେହି ହଠଯୋଗ ଜନ୍ମ-ଜନ୍ମ ଧରି ଶିଖି ଆସିଛ ।
ରାଜଯୋଗ ତୁମେ ଗୋଟିଏ ଜନ୍ମରେ ହିଁ ଶିଖୁଛ । ସେମାନଙ୍କୁ ଜନ୍ମ ପରେ ଜନ୍ମ, ପୁନର୍ଜନ୍ମ ନେଇ
ହଠଯୋଗ ଶିଖିବାକୁ ହିଁ ପଡିବ । ତୁମକୁ ରାଜଯୋଗ ଶିଖିବା ପାଇଁ ପୁର୍ନଜନ୍ମ ନେବାକୁ ପଡେନାହିଁ ।
ଏହି ରାଜଯୋଗ ତୁମେ କେବଳ ସଂଗମଯୁଗରେ ହିଁ ଶିଖୁଛ । ରାଜତ୍ୱ ମିଳିଗଲା, ସ୍ୱର୍ଗ ଆସିଗଲା ପୁଣି
ତେବେ ଆଉ ସବୁ ଧର୍ମ ଶେଷ ହୋଇଯିବ । ତୁମେ ରାଜଋଷି ଅଟ । ରାଧାକୃଷ୍ଣ ମଧ୍ୟ ପବିତ୍ର ଅଟନ୍ତି ନା ।
ଶ୍ରୀକୃଷ୍ଣଙ୍କୁ ମହାତ୍ମା ବୋଲି ମଧ୍ୟ କହିଥାନ୍ତି । ମହାତ୍ମା ପବିତ୍ର ହୋଇଥାନ୍ତି । ତୁମେ ମଧ୍ୟ
ଏବେ ମହାତ୍ମା ଅଥବା ରାଜଋଷି ଅଟ । ମହାତ୍ମା ଅର୍ଥାତ୍ ପବିତ୍ର, ମହାନ୍ ଆତ୍ମା । ଏହି କଥା କୌଣସି
ଶାସ୍ତ୍ରରେ ନାହିଁ । ଶାସ୍ତ୍ର ତ ପଛରେ ତିଆରି ହେଉଛି । କାହାଣୀ ସଦୃଶ ବସି ଲେଖୁଛନ୍ତି । ଯାହା
ଅତୀତ ହୋଇଯାଇଥାଏ, ତାର ଖେଳ ବସି ତିଆରି କରୁଛନ୍ତି । ଏହା ସତ୍ୟ ତ ନୁହେଁ ନା । ଏବେ ବାବା
ପିଲାମାନଙ୍କୁ ପ୍ରତ୍ୟକ୍ଷରେ ପାଠ ପଢାଉଛନ୍ତି, ତାର ପୁଣି ଇତିହାସ ରଚନା କରାଯାଇଛି । ଯାଦବ,
କୌରବ, ପାଣ୍ଡବ ଥିଲେ, ନିଶ୍ଚୟ ସଂଗମଯୁଗରେ ଥିବେ । ସେମାନେ ବସି ସଂଗମଯୁଗର ଇତିହାସ ରଚନା
କରିଛନ୍ତି । ସମସ୍ତ ପର୍ବ ପର୍ବାଣୀ ମଧ୍ୟ ସଂଗମଯୁଗର ସ୍ମାରକୀ ଅଟେ । ରାକ୍ଷୀବନ୍ଧନ ମଧ୍ୟ
ପବିତ୍ରତାକୁ ଧାରଣ କରିବା ପାଇଁ ପାଳନ କରାଯାଉଛି । ପରବର୍ତ୍ତୀ ସମୟରେ ପୁଣି ତା’ର ସ୍ମାରକୀ
ରକ୍ଷାବନ୍ଧନ ପର୍ବ ରୂପେ ପାଳନ କରାଯାଉଛି । ଏଠାରେ ବାବା ମଧ୍ୟ ସମସ୍ତଙ୍କୁ ପବିତ୍ର କରାଇ
ପ୍ରତିଜ୍ଞା କରାଉଛନ୍ତି । ଶିଖ୍ ଲୋକମାନେ କଙ୍କଣ ପିନ୍ଧିଥାନ୍ତି, ତାହା ମଧ୍ୟ ପବିତ୍ରତାର
ପ୍ରତୀକ ଅଟେ । ହିନ୍ଦୁମାନେ ପଇତା ପିନ୍ଧିଥା’ନ୍ତି, ଏହା ମଧ୍ୟ ପବିତ୍ରତାର ପ୍ରତୀକ । କିନ୍ତୁ
ସେମାନେ ପବିତ୍ର ରୁହନ୍ତି ନାହିଁ । ରାକ୍ଷୀ ବନ୍ଧାଉଛନ୍ତି, ଅର୍ଥ କ’ଣ ବୁଝୁଛନ୍ତି କି । ଆଗରୁ
ବ୍ରାହ୍ମଣମାନେ ରାକ୍ଷୀ ବାନ୍ଧୁଥିଲେ । ଏବେ ଭଉଣୀ ଭାଇକୁ ରାକ୍ଷୀ ବାନ୍ଧୁଛି, ସେ ଖର୍ଚ୍ଚ
ଦେଉଛନ୍ତି । ଏସବୁ ଏବେ ଫେସନ ହୋଇଯାଇଛି । ବାସ୍ତବରେ ଏହା ହେଉଛି ପବିତ୍ରତାର କଥା । ବାବା
କହୁଛନ୍ତି - ପିଲାମାନେ କାମ ବିକାର ମହାଶତ୍ରୁ ଅଟେ । ଦୁନିଆର ବ୍ରାହ୍ମଣମାନେ ଏପରି
ବୁଝାଇନଥା’ନ୍ତି । ବର୍ତ୍ତମାନ ଅବିନାଶୀ ବାବା କହୁଛନ୍ତି - ପିଲାମାନେ ପ୍ରତିଜ୍ଞା କର ଆମେ
ପବିତ୍ର ହେବୁ । କେବେହେଲେ ବିକାରର ବଶୀଭୂତ ହେବୁ ନାହିଁ । ଏଇଥିପାଇଁ ମଧ୍ୟ ଡାକୁଛ ଯେ ଆସି
ପତିତଙ୍କୁ ପାବନ କରାଅ । ସତ୍ୟଯୁଗ ତ୍ରେତାରେ କେହି ଡାକନ୍ତି ନାହିଁ । ତାହା ହେଉଛି ହିଁ
ରାମରାଜ୍ୟ । ଏହା ହେଉଛି ରାବଣ ରାଜ୍ୟ । ରାମରାଜ୍ୟରେ ୫ ବିକାର ନ ଥାଏ । ଯଥା ରାଜା ରାଣୀ ତଥା
ପ୍ରଜା... ଏବେ ତୁମେ ସନ୍ତାନମାନେ ଜାଣିଛ ଆମେ ବାବାଙ୍କଠାରୁ ସ୍ୱର୍ଗର ବାଦଶାହୀ ନେଉଛୁ । ଏହି
ନର୍କରୁ ନିଶ୍ଚୟ ଯିବାକୁ ହେବ । ବାବା ଆସିଛନ୍ତି ପାବନ କରାଇ ସ୍ୱର୍ଗକୁ ନେଇଯିବା ପାଇଁ । ତେବେ
ଆମେ ପାବନ କାହିଁକି ନ ହେବୁ । ସେମାନଙ୍କର ତ ଅନେକ ପ୍ରକାରର ହଠଯୋଗ ରହିଛି । ଜୟପୁର
ମିୟ୍ୟୁଜିୟମ୍ରେ ଯାଇ ଦେଖ ହଠଯୋଗୀମାନଙ୍କର କେତେ ପ୍ରକାରର ଚିତ୍ର ରହିଛି । ତାହା ଦ୍ୱାରା କିଛି
ହୁଏ ନାହିଁ । ସିଢିରେ ଆହୁରି ତଳକୁ ଖସିବାରେ ହିଁ ଲାଗିଥା’ନ୍ତି ।
ବାବା ବୁଝାଇଛନ୍ତି ଭାରତ ଯେବେ ପତିତ ହୁଏ, ରାବଣ ରାଜ୍ୟ ହୁଏ, ତେବେ ଧରିତ୍ରୀ ହଲିବାକୁ ଲାଗିଥାଏ
। ସୁନାର ମହଲ ଆଦି ସବୁ ମାଟି ତଳକୁ ଚାଲିଯାଇଥାଏ । ମହଲ ଆଦିକୁ କଣ କେହି ଲୁଟ୍ କରିଛନ୍ତି କି ।
ସେମାନେ ତ କେବଳ ମନ୍ଦିରକୁ ଲୁଟ୍ କରିଛନ୍ତି । କିଛି ଅଳଙ୍କାର ସୁନା ଆଦି ନେଇଯାଇଛନ୍ତି ।
ଅଳଙ୍କାରର ସବୁଠାରୁ ଅଧିକ ସଉକ ତୁମର ରହିଛି । ତୁମେ ସ୍ୱର୍ଗକୁ ଆସିବା ମାତ୍ରେ ହିଁ ଅଳଙ୍କାର
ପିନ୍ଧୁଛ, ରାଜତ୍ୱ କରୁଛ । ଅନ୍ୟ ଧର୍ମାବଲମ୍ବୀମାନେ ଆସିବା ମାତ୍ରେ ରାଜତ୍ୱ କରୁ ନାହାଁନ୍ତି ।
ତୁମେ ବେହଦ ବାବାଙ୍କଠାରୁ ସ୍ୱର୍ଗର ବାଦଶାହୀର ସମ୍ପତ୍ତି ନେଉଛ । ତେଣୁ ଏହିକଥା ବାବା ବସି
ବୁଝାଉଛନ୍ତି, ଗୀତା ପଢି ଶୁଣାଉ ନାହାଁନ୍ତି । ଗୀତାରେ ଯାହା କିଛି ଲେଖା ହୋଇଛି, ସେସବୁ ମୁଁ
କହିନାହିଁ । ସେସବୁ ତ ମନୁଷ୍ୟମାନେ ମୋ ମହାବାକ୍ୟ ଗୁଡିକର ପରବର୍ତ୍ତୀ ସମୟରେ ବସି ଶାସ୍ତ୍ର ରଚନା
କରିଛନ୍ତି । ମୁଁ ଯାହା ତୁମକୁ ଶୁଣାଇଛି ତାହା ତୁମେ ହିଁ ଶୁଣିଛ ଓ ପରେ ଯାଇ ରାଜତ୍ୱ କରୁଛ ।
ସେଠାରେ ଏହି ଜ୍ଞାନ ରହିବ ନାହିଁ । ଏଠାରେ ତ ବାବା ଟୀଚର ବସି ଶିକ୍ଷା ଦେଉଛନ୍ତି । ବାବା ତ
ହିନ୍ଦୀରେ ହିଁ ବୁଝାଉଛନ୍ତି । ଏଠାରେ ସମସ୍ତେ ହିନ୍ଦୀ-ହିନ୍ଦୀ କହୁଛନ୍ତି ନାଁ । ଯାହା
ସେମାନଙ୍କର ଭାଷା ଅଟେ । ବାସ୍ତବରେ ପ୍ରାଚୀନ ଭାଷା ହେଉଛି ହିଁ ହିନ୍ଦୀ, ସଂସ୍କୃତ ନୁହେଁ । ଏହି
ସଂସ୍କୃତ ତ ଶଙ୍କରାଚାର୍ଯ୍ୟଙ୍କ ପରେ ବାହାରିଛି । ଯିଏ ଆସୁଛନ୍ତି ସେମାନେ ନିଜର ଭାଷା ଚଳାଉଛନ୍ତି
। କିନ୍ତୁ ଏପରି ନୁହେଁ ଯେ ବାବା ଗୀତା ସଂସ୍କୃତରେ ଶୁଣାଇଛନ୍ତି । ନାଁ । ଗୁରୁ ନାନକଙ୍କର ନିଜସ୍ୱ
ଗ୍ରନ୍ଥ ରହିଛି । ସେ ଶିଖ୍ ଧର୍ମ ସ୍ଥାପନ କରିଥିଲେ, ତାଙ୍କୁ ମଧ୍ୟ ଅବତାର ବୋଲି ମାନୁଛନ୍ତି ।
ସେମାନଙ୍କ ମଧ୍ୟରୁ ରାଜା ବି ହୋଇଥା’ନ୍ତି । କିନ୍ତୁ ସନ୍ନ୍ୟାସୀମାନଙ୍କ ମଧ୍ୟରୁ କେହି ରାଜା ହୋଇ
ନାହାଁନ୍ତି । ବାବା ବୁଝାଇଛନ୍ତି - ବୁଦ୍ଧ, ଖ୍ରୀଷ୍ଟ ଆଦି ପ୍ରଥମେ ଗୃହସ୍ଥି ଆତ୍ମା ଥିଲେ ।
ଗୃହସ୍ଥି ପତିତ ଆତ୍ମା ତ ଧର୍ମ ସ୍ଥାପନ କରିପାରିବେ ନାହିଁ । ତାଙ୍କ ଶରୀରରେ ପବିତ୍ର ଆତ୍ମା
ଆସିଲେ, ଯିଏକି ଧର୍ମ ସ୍ଥାପନ କଲେ । ଅନ୍ୟାନ୍ୟ ଧର୍ମ ତ ଭିନ୍ନ-ଭିନ୍ନ ପ୍ରକାରର ବହୁତ ଅଛି,
ସେମାନେ ଆସି ନିଜର ଛୋଟ ଛୋଟ ମଠ ପନ୍ଥ ସ୍ଥାପନ କରୁଛନ୍ତି । କଳ୍ପ ବୃକ୍ଷରେ ମଧ୍ୟ ଦେଖାଇ
ଦିଆଯାଇଛି ନା । ତେବେ ହଠଯୋଗ ଓ ରାଜଯୋଗ ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । ଏହି କଥା ବୁଝିବା
ଦରକାର, ଯିଏ ବୁଝିପାରୁ ନଥିବେ, ସେ ଢୁଳେଇବେ ଓ ହାଇ ମାରିବେ । ଏଠାରେ ତ ତୁମକୁ ସମ୍ପତ୍ତି
ମିଳୁଛି । ବହୁତ ବଡ ଆମଦାନୀ ହେଉଛି । ତୁମେ ରତ୍ନରେ ନିଜର ଝୁଲାମୁଣି ଭରୁଛ । ତେଣୁ ଏହି ଆଖି
ଖୋଲି ଶୁଣିବା ଦରକାର । ଯଦି ଢୁଳଉଥିବେ ଅଥବା ବୁଦ୍ଧି ବାହାରେ ଭଟକୁଥିବ, ତେବେ ସେମାନେ ରାଜଧାନୀ
ପାଇପାରିବେ ନାହିଁ ।
ତୁମେ ହେଉଛ ରାଜଋଷି । ଯେଉଁମାନେ କି ରାଜତ୍ୱ ପ୍ରାପ୍ତ କରିଥା’ନ୍ତି । ବାବା ରାଜଧାନୀ ସ୍ଥାପନ
କରୁଛନ୍ତି । ଶ୍ରୀକୃଷ୍ଣ କରୁନାହାଁନ୍ତି । ଶ୍ରୀକୃଷ୍ଣ ତ ବାବାଙ୍କଠାରୁ ସମ୍ପତ୍ତି ନେଉଛନ୍ତି ।
ବାସ୍ତବରେ ତୁମର ବାବା ହେଉଛନ୍ତି ନିରାକାର, ଯାହାଙ୍କଠାରୁ ତୁମେ ବିଶ୍ୱ ବାଦଶାହୀର ସମ୍ପତ୍ତି
ନେଉଛ । ତୁମେ କେତେ ସାହୁକାର ହେଉଛ । ଏଠାରେ ଏକମାତ୍ର ବାବା ହିଁ ଆସି ରାଜଯୋଗ ଶିଖାଉଛନ୍ତି ।
ତାହା ପୁଣି ଚାଲି-ବୁଲି, ଖାଇପିଇ, କେବଳ ବାବାଙ୍କୁ ମନେ ପକାଉଛ । ସାହୁକାରମାନେ ନିଶ୍ଚୟ ଭଲ
ଭାବରେ ଖାଇବେ । ସେ ତ ନିଜ ରୋଜଗାରର ଫଳ ଖାଇଥା’ନ୍ତି । ମାଲପୁଆ ଖାଅ ଅଥବା ରୋଟି ଖାଅ ।
ବାବାଙ୍କୁ ମନେ ପକାଅ । ଭଲ ଯାହା କିଛି ଖାଅ । ତେବେ ପଇସା କ’ଣ ପାଇଁ ଅଛି । ବାବା କୌଣସି କଥାକୁ
ମନା କରୁ ନାହାଁନ୍ତି । କେବଳ ବାବାଙ୍କ ସହିତ ଯୋଗ ଲଗାଇବାକୁ ହେବ । ଏହି ରାଜତ୍ୱ ସ୍ଥାପନ
କରିବାରେ କୌଣସି ଖର୍ଚ୍ଚ ହେଉନାହିଁ । ଦୁନିଆର ଲଢେଇ ଆଦିରେ କେତେ ଖର୍ଚ୍ଚ ହେଉଛି । ଉଡାଜାହାଜ
ବାବଦରେ କେତେ ଖର୍ଚ୍ଚ ହେଉଛି । ଉଡାଜାହାଜ ତଳକୁ ଖସି ପଡିଲେ ଏକଦମ୍ ଶେଷ ହୋଇଯାଉଛି, କେତେ କ୍ଷତି
ହୋଇଯାଉଛି । ତେଣୁ ବାବା କହୁଛନ୍ତି ଚାଲିବୁଲି ବାବାଙ୍କୁ ମନେ ପକାଅ । ସ୍ୱଦର୍ଶନ ଚକ୍ର ବୁଦ୍ଧିରେ
ଘୂରାଉଥାଅ । ଆମେ ୮୪ ଜନ୍ମ ପୂରା କରିଛୁ । ଏବେ ଘରକୁ ଯାଉଛୁ । ଘରକୁ ଯାଇ ପୁଣି ସ୍ୱର୍ଗକୁ ଆସି
ରାଜତ୍ୱ କରିବୁ । ତୁମେ ହେଲ ଅଭିନେତା ନା । ଦୁନିଆର ବାଇସ୍କୋପ ଅଥବା ସିନେମା ତ ଦୁଇ ଅଢେଇ ଘଣ୍ଟା
ଚାଲିଥାଏ । ଏହି ଅବିନାଶୀ ନାଟକ ୫ ହଜାର ବର୍ଷ ଚାଲୁଛି । ଏହାକୁ ମନୁଷ୍ୟମାନେ ହିଁ ଜାଣିପାରିବେ
। ଏହି ଦୁନିଆ ହେଉଛି କଣ୍ଟାର ଜଙ୍ଗଲ । ବିକାର ହେଉଛି ସବୁଠାରୁ ବଡ କଣ୍ଟା, ଯାହା ଆଦି ମଧ୍ୟ
ଅନ୍ତ ଦୁଃଖ ଦେଇଥାଏ । ଦ୍ୱିତୀୟ ନମ୍ବରର କଣ୍ଟା ହେଉଛି କ୍ରୋଧ । ତାର ଚିହ୍ନ ଏହି ମହାଭାରତ ଲଢେଇ
ଦେଖ । କୌଣସି କଥାରେ ରାଗ ଆସିଗଲା ତ ତୁରନ୍ତ ବମ୍ ପକାଇବା ଆରମ୍ଭ କରିଦେବେ । ବର୍ତ୍ତମାନ ତ ଏପରି
ବମ୍ ସବୁ ତିଆରି କରିଛନ୍ତି ଯେ ସେ କଥା ନ କହିଲେ ଭଲ । ସତ୍ୟଯୁଗରେ କୌଣସି ଲଢେଇ ଆଦି ହୁଏ ନାହିଁ
। ସଂଗମଯୁଗରେ ହିଁ ଏହି ମହାଭାରତ ଲଢେଇ ଦେଖାଇଛନ୍ତି । ଅନ୍ୟ କୌଣସି ଶାସ୍ତ୍ରରେ ଲଢେଇର କଥା ହିଁ
ନାହିଁ । ସେଠାରେ ଅର୍ଥାତ୍ ସ୍ୱର୍ଗରେ ତ ତୁମେ ସାରା ବିଶ୍ୱର ମାଲିକ ହେଉଛ । ସେଠାରେ ଲଢେଇ ହେବ
ନାହିଁ । ଶାସ୍ତ୍ରରେ ଅସୁର ଓ ଦେବତାଙ୍କର ଲଢେଇ ଦେଖାଇଛନ୍ତି । କିନ୍ତୁ ଦେବତାମାନେ ହେଉଛନ୍ତି
ଅହିଂସକ । ତୁମେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛ । ଏହା ହେଉଛି ସାଇଲେନ୍ସ ବଳ, ଏଥିରେ ତୁମର
କିଛି କହିବାର ଆବଶ୍ୟକତା ନାହିଁ । ୟାଦର ବଳ ଦ୍ୱାରା ତୁମେ ବାବାଙ୍କଠାରୁ ବିଶ୍ୱର ବାଦଶାହୀ ନେଉଛ
। ଫରକ ଦେଖ କେତେ ରହିଛି । ବିଜ୍ଞାନର ବଳ ଦ୍ୱାରା ବିନାଶ ହୋଇଥାଏ । ଏହି ବିଜ୍ଞାନ ଦ୍ୱାରା ହିଁ
ସତ୍ୟଯୁଗରେ ପୁଣି ତୁମେ ସୁଖ ଦେଖିବ । ବିଜ୍ଞାନ ଦ୍ୱାରା ଯାହା କିଛି ଉଦ୍ଭାବନ କରୁଛନ୍ତି, ତାହା
ତ ସୁଖ ପାଇଁ କରୁଛନ୍ତି । ଏମାନେ ମଧ୍ୟ ଆସି ଅଳ୍ପ କିଛି ଜ୍ଞାନ ନେବେ । ପ୍ରଦର୍ଶନୀକୁ ତ ସମସ୍ତେ
ଆସୁଛନ୍ତି । ନିକଟ ଭବିଷ୍ୟତରେ ସମସ୍ତେ ଆସିବେ । ତୁମର ଏହି ସାଇଲେନ୍ସ (ଶାନ୍ତି) ବଳର ପ୍ରଭାବ
ବାହାରିବ ।
ତୁମେ ପ୍ରଶ୍ନ ପଚାରୁଛ - ଗୀତାର ଭଗବାନ କିଏ? ଏପରି ପ୍ରଶ୍ନ କେହି ପଚାରିପାରିବେ ନାହିଁ । ଯେଉଁଠି
ଏହି ପ୍ରଶ୍ନ ଲେଖୁଛ, ତେବେ ତା ସାଥିରେ ଚିତ୍ର ମଧ୍ୟ ଦିଅ । ଗୀତାର ଭଗବାନ ପରମପିତା ପରମାତ୍ମା
ଅଟନ୍ତି ନା ଶ୍ରୀକୃଷ୍ଣ? ଯିଏକି ପୂରା ୮୪ ଜନ୍ମ ନେଉଛନ୍ତି । ପତିତରୁ ପାବନ ବାବା ହିଁ ତ
କରାଇଥା’ନ୍ତି । କୃଷ୍ଣଙ୍କ ଆତ୍ମା ତ ୮୪ ଜନ୍ମ ନେଇ ଶ୍ୟାମଳ ହୋଇଛନ୍ତି । ତାଙ୍କୁ ବାବା ବସି
ବୁଝାଉଛନ୍ତି, ତୁମେ ୮୪ ଜନ୍ମ ନେଇଛ । ତୁମେ ନିଜର ଜନ୍ମଗୁଡିକୁ ଜାଣି ନାହଁ । ଅଭିନେତା ଜାଣିବା
ଦରକାର ଯେ ମୁଁ କିପରି ୮୪ ଜନ୍ମ ନେଉଛି । ସନ୍ନ୍ୟାସୀମାନଙ୍କର ଧର୍ମ ହିଁ ଅଲଗା ।
ଭାରତବାସୀମାନଙ୍କୁ ନିଜର ଧର୍ମ ବିଷୟରେ ଜଣା ନ ଥିବା ଯୋଗୁଁ ଅନ୍ୟାନ୍ୟ ଧର୍ମକୁ ଚାଲି ଯାଉଛନ୍ତି
। ଯଦି କୌଣସି ଗୁରୁଙ୍କ ଆଶୀର୍ବାଦରୁ କାହାକୁ ଧନ ମିଳିଗଲା, ତେବେ ତାଙ୍କ ପଛରେ ପଡି ଯାଇଥା’ନ୍ତି
। ପରେ ଯଦି ଦେବାଳିଆ ହୋଇ ଗଲେ, ତେବେ କହିବେ ପ୍ରଭୁଙ୍କର ଇଚ୍ଛା । ସନ୍ତାନ ଜନ୍ମ ହେଲେ ବହୁତ
ଖୁସି ହୋଇଥାନ୍ତି । ଆଉ ୧୦-୧୨ ଦିନ ପରେ ପିଲା ଯଦି ମରିଗଲା, ତେବେ କହିବେ ଈଶ୍ୱରଙ୍କ ଭାବୀ, ତାକୁ
ବଞ୍ଚାଇବା ଆମ ହାତରେ ନାହିଁ । ବାବା ଏହିପରି ଉଦାହରଣ ବହୁତ ଦେଖିଛନ୍ତି । ଏଭଳି ବହୁତ ହୋଇଥାଏ ।
ଏଠାରେ ତ ବାବା ବସିଛନ୍ତି । ବାବା ପିଲାମାନଙ୍କୁ ବୁଝାଉଛନ୍ତି ମିଠା-ମିଠା ସନ୍ତାନମାନେ, ପାବନ
ହୁଅ । ମନେ ଅଛି, ଯେବେ ମହାଭାରୀ ମହାଭାରତ ଲଢେଇ ଲାଗିଥିଲା, ସେତେବେଳେ ଦ୍ରୌପଦୀ ଡାକିଥିଲେ -
ବାବା ମୋତେ ଏହି ଦୁଃଶାସନ ଉଲଗ୍ନ କରୁଛି, ମୋତେ ଏହା ପାଖରୁ ବଞ୍ଚାଅ । ଏହା ୫ ହଜାର ବର୍ଷର କଥା
। ଏହି ବିଷ ପାଇଁ ହିଁ ଅବଳାମାନଙ୍କ ଉପରେ ଅତ୍ୟାଚାର ହୋଇଥାଏ । କେତେକ ସ୍ତ୍ରୀ ମଧ୍ୟ ଏପରି
ଅଛନ୍ତି ଯେଉଁମାନେ ବିଷ ବିନା ରହିପାରନ୍ତି ନାହିଁ । ସେମାନଙ୍କର ନାମ ମଧ୍ୟ ରଖାଯାଇଛି
ସୂପର୍ଣ୍ଣଖା, ପୁତନା । ଯେଉଁମାନେ ବିଷ ପାଇଁ ହଇରାଣ କରୁଛନ୍ତି, ସେମାନେ ହେଲେ କଂସ, ଜରାସନ୍ଧ,
ଶିଶୁପାଳ... ଏମାନଙ୍କର ନିଶ୍ଚୟ ବିନାଶ ହେବ । ଏହି ସମୟରେ ଆସୁରୀ ରାବଣ ରାଜ୍ୟ ଚାଲିଛି, ପୁଣି
ହେବ ଈଶ୍ୱରୀୟ ରାଜ୍ୟ । ଏହି ସମ୍ପୂର୍ଣ୍ଣ ଚକ୍ରକୁ ତ ତୁମେ ଜାଣିଗଲଣି ଯେ କିପରି ୮୪ ଜନ୍ମ
ନେଉଛନ୍ତି । ଯେବେ ବିକାରରେ ଯାଉଛନ୍ତି ତେବେ ଏସବୁ ଭୁଲିଯାଉଛନ୍ତି । ଯେଉଁମାନେ ବିକାରରେ
ଯାଇଥାଆନ୍ତି, ସେମାନଙ୍କର ମୁହଁ ହିଁ ନିସ୍ତେଜ ହୋଇଯାଇଥାଏ । ନିଜେ ହିଁ ଜାଣିପାରନ୍ତି - ଏହା
ମୁଁ କ’ଣ କରିଦେଲି । ବାବା କହୁଛନ୍ତି - ପିଲାମାନେ ଏହି ବିଷୟ ବିକାର ଗର୍ତ୍ତକୁ ଯାଅ ନାହିଁ ।
ଏହା ତୁମକୁ ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । ଏଥିରେ ପଡ ନାହିଁ । ପ୍ରତିଜ୍ଞା କର ଯେ ଆମେ
ବିକାରର କେବେ ହେଲେ ବଶୀଭୂତ ହେବୁ ନାହିଁ । ଭଗବାନୁବାଚ - କାମ ମହାଶ୍ରତୁ ଅଟେ । ପ୍ରତ୍ୟେକ
ଚିତ୍ରରେ ପ୍ରଥମେ ତ ଏହିକଥା ଲେଖ – ଜ୍ଞାନର ସାଗର, ପତିତ-ପାବନ ଗୀତା ଜ୍ଞାନଦାତା ଶିବ
ଭଗବାନୁବାଚ । ତେବେ ପୁଣି ଶ୍ରୀକୃଷ୍ଣଙ୍କର ନାମ ଲୁପ୍ତ ହୋଇଯିବ । ଆମକୁ ଗୀତାର ଭଗବାନ ବସି
ଏହିକଥା କହୁଛନ୍ତି । ସେହି ଜ୍ଞାନ ଆମେ ଧାରଣ କରୁଛୁ । ଭଗବାନ ହିଁ ଆସି ନୂଆ ଦୁନିଆ ସ୍ଥାପନ
କରୁଛନ୍ତି ଓ ପୁରୁଣା ଦୁନିଆର ବିନାଶ ହେଉଛି । ଏହା ରୁଦ୍ର ଜ୍ଞାନ ଯଜ୍ଞ ଅଟେ ନା । ଅସଲ ହେଉଛନ୍ତି
ଶିବବାବା । ତାଙ୍କୁ ରୁଦ୍ର ବାବା କୁହାଯିବ ନାହିଁ । ବମ୍ବେରେ ବାବୁରୀନାଥଙ୍କର ମନ୍ଦିର ମଧ୍ୟ
ରହିଛି । ବାସ୍ତବରେ କଣ୍ଟାକୁ ବବୁଲ କୁହାଯାଇଥାଏ । ବବୁରୀନାଥ ନାମ କାହିଁକି ରଖାଯାଇଛି? ଏକଥା
କେହି ବୁଝୁ ନାହାଁନ୍ତି । ଚିତ୍ର ତ ଶିବଙ୍କର ହିଁ ରହିଛି । କିନ୍ତୁ ଅନେକ ନାମ ରଖି ଦେଇଛନ୍ତି ।
ଶିବବାବା ହିଁ ଆସି କଣ୍ଟାର ଜଙ୍ଗଲକୁ ଫୁଲର ବଗିଚା କରୁଛନ୍ତି, ସିଏ ତୁମର ବାବା ଅଟନ୍ତି ।
ତାଙ୍କର ନାମ ହେଉଛି ଶିବ । ଶିବ ପରମାତ୍ମାୟେ ନମଃ, ବ୍ରାହ୍ମଣ ଦେବୀ-ଦେବତାୟ ନମଃ, ଏହି ଅକ୍ଷର
ଅତି ସ୍ପଷ୍ଟ ଅଟେ । ଏବେ ସେହି ପରମପିତା ପରମାତ୍ମା ବସି ଏହି ରଥ ଦ୍ୱାରା ତୁମକୁ ବୁଝାଉଛନ୍ତି ।
ଅବିକଳ ଯେପରି ଲୌକିକ ପିତା ବୁଝାଇଥା’ନ୍ତି - ପିଲାମାନେ, ଆମ କୁଳରେ କଳଙ୍କ ଲଗାଇବ ନାହିଁ ।
କୌଣସି ଖରାପ କାମ କର ନାହିଁ । ଏହି ବାବା ମଧ୍ୟ କହୁଛନ୍ତି - ପିଲାମାନେ ବିକାରରେ କେବେହେଲେ ଯାଅ
ନାହିଁ । ପବିତ୍ର ନ ହେଲେ ସ୍ୱର୍ଗରେ ଉଚ୍ଚପଦ ପାଇପାରିବ ନାହିଁ । ବହୁତ ଜବଦରଦସ୍ତ ରୋଜଗାର ତୁମେ
କରୁଛ । ଅନ୍ୟ ସମସ୍ତେ ହରାଉଛନ୍ତି । ଯଦିଓ କାହା ପାଖରେ ପଦ୍ମର ସମ୍ପତ୍ତି ଅଛି, ବଡ-ବଡ ମହଲ
ତିଆରି କରୁଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ତୁମେ ଜାଣିଛ ଯେ ସେସବୁ ହେଲା ସମୟକୁ
ବ୍ୟର୍ଥରେ ନଷ୍ଟ କରିବା । ଏସବୁ କିଛି କାମରେ ଆସିବ ନାହିଁ, ସବୁ ବିନାଶ ହୋଇଯିବ । ସେମାନେ ତ
ଭାବୁଛନ୍ତି - ଆହୁରି ୧୦-୧୨ ହଜାର ବର୍ଷ ଚାଲିବ । ତୁମେ ସନ୍ତାନମାନେ ଜାଣିଛ ଯେ ମୃତ୍ୟୁ ତ
ସମ୍ମୁଖରେ ଦଣ୍ଡାୟମାନ, ମସ୍ତକ ଉପରେ ରହିଛି । ଅଳ୍ପ ସମୟ ଭିତରେ ଏହି ଭୂମିକମ୍ପ ଆଦିରେ ସବୁ ଓଲଟ
ପାଲଟ ହୋଇଯିବ । ଭୂମିକମ୍ପରେ ଅଗଣିତ ମନୁଷ୍ୟ ମରିଥା’ନ୍ତି । ଏବେ ତ ବିନାଶ ନିଶ୍ଚୟ ହେବ । ତୁମେ
ବିନାଶ ଓ ସ୍ଥାପନାର ଦିବ୍ୟଦର୍ଶନ କରିଛ । ତାହା ପୁଣି ଏହି ଆଖିରେ ଦେଖିବ । ଭକ୍ତିମାର୍ଗରେ କେତେ
କ’ଣ କରୁଛନ୍ତି, କିନ୍ତୁ କେହି ବୈକୁଣ୍ଠକୁ ଯାଇପାରିବେ ନାହିଁ । ଜ୍ଞାନ ବିନା ସଦ୍ଗତି
ହୋଇପାରିବ ନାହିଁ । ଏସବୁ ଭକ୍ତିମାର୍ଗର ଖେଳନା ଅଟେ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୁଳ
କଳଙ୍କିତ କରୁଥିବା କୌଣସି ଖରାପ କାମ କରିବାର ନାହିଁ । ପବିତ୍ର ହେବା ପାଇଁ ନିଜେ ନିଜ ସହିତ
ପ୍ରତିଜ୍ଞା କରିବାକୁ ହେବ ।
(୨) ଏବେ ନିଜର ସମୟ ଏବଂ
ଧନକୁ... ନଷ୍ଟ କରିବାର ନାହିଁ । ଫୁଲର ବଗିଚାକୁ ଯିବା ପାଇଁ ନିଜ ଭିତରୁ କଣ୍ଟା ସବୁ ବାହାର
କରିଦେବାକୁ ହେବ ।
ବରଦାନ:-
ଅଲୌକିକ ଖେଳ ଏବଂ
ଖେଳଣାଗୁଡିକରେ ଖେଳିବା ସହିତ ସର୍ବଦା ଶକ୍ତିଶାଳୀ ହେଉଥିବା ଅଚଳ, ଅଟଳ ଭବ ।
ଅଲୌକିକ ଜୀବନରେ ମାୟାର
ବିଘ୍ନ ଆସିବା ମଧ୍ୟ ଏକ ଖେଳ ଅଟେ, ଯେପରି ଶାରୀରିକ ଶକ୍ତି ପ୍ରାପ୍ତ କରିବା ପାଇଁ ଖେଳ
କରାଇଥା’ନ୍ତି ସେହିପରି ଏହି ଅଲୌକିକ ଯୁଗରେ ପରିସ୍ଥିତି ଗୁଡିକୁ ଖେଳଣା ମନେ କରି ଏହି ଅଲୌକିକ
ଖେଳ ଖେଳ । ଏଗୁଡିକୁ ଡର ନାହିଁ କି ବିଚଳିତ ହୁଅ ନାହିଁ । ସର୍ବ ସଂକଳ୍ପ ସହିତ ଯଦି ନିଜକୁ
ବାପଦାଦାଙ୍କ ଉପରେ ସମର୍ପଣ କରିଦେବ ତେବେ ମାୟା କେବେ ବି ଆକ୍ରମଣ କରିପାରିବ ନାହିଁ । ପ୍ରତିଦିନ
ଅମୃତବେଳାରେ ସାକ୍ଷୀ ହୋଇ ଯଦି ସର୍ବଶକ୍ତିଗୁଡିକରେ ନିଜର ଶୃଙ୍ଗାର କରିବ, ତେବେ ଅଚଳ, ଅଟଳ
ସ୍ଥିତିରେ ରହିପାରିବ ।
ସ୍ଲୋଗାନ:-
ପୁରୁଣା ଦୁନିଆର
କୌଣସି ବି ସମାଚାର ଶୁଣିବା ଏବଂ ଶୁଣାଇବା ମଧ୍ୟ ନିଜ ଭିତରେ ଅଳିଆ ଜମା କରିବା ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ବାପଦାଦାଙ୍କର ମୁଖ୍ୟ
ଆଦେଶ ହେଲା ନିରନ୍ତର ସ୍ମୃତିରେ ରୁହ ଏବଂ ମନ-ବାଣୀ-କର୍ମରେ ପବିତ୍ର ହୁଅ । ସଂକଳ୍ପରେ ମଧ୍ୟ
ଅପବିତ୍ରତା ବା ଅଶୁଦ୍ଧତା ନ ରହୁ - ଏହାକୁ ହିଁ କୁହାଯାଏ ସମ୍ପୂର୍ଣ୍ଣ ପବିତ୍ର । ସଂକଳ୍ପରେ
ମଧ୍ୟ ପୁରୁଣା ବା ଅଶୁଦ୍ଧ ସଂସ୍କାର ଯଦି ସ୍ପର୍ଶ କରୁଛି, ବ୍ୟର୍ଥ ସଂକଳ୍ପ ଚାଲୁଛି ବା ସ୍ୱପ୍ନ
ଆସୁଛି ତେବେ ବି ସମ୍ପୂର୍ଣ୍ଣ ପବିତ୍ର କୁହାଯିବ ନାହିଁ । ସେଥିପାଇଁ ପବିତ୍ର ଭବ ବା ଯୋଗୀ ଭବର
ପ୍ରଥମ ପାଠକୁ ଯଦି ନିଜର ସ୍ୱରୂପରେ ଆଣିପାରିବ, ତେବେ ବାବାଙ୍କର ସମାନ ହେବା ସହିତ ବାବାଙ୍କର
ସମୀପକୁ ଆସିବାର ଅଧିକାରୀ ହୋଇପାରିବ ।