03.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପୁରୁଣା ଦୁନିଆର ଏବେ ଅନ୍ତିମ ସମୟ ଚାଲିଛି, ସେଥିପାଇଁ ସଂଗମଯୁଗରେ ତୁମକୁ ଭବିଷ୍ୟତ ରାଜପଦର
ଯୋଗ୍ୟ ହେବାକୁ ପଡିବ ।”
ପ୍ରଶ୍ନ:-
ପିଲାମାନଙ୍କର
କେଉଁ ସଉକ ଥିଲେ ସିଂହାସନର ଅଧିକାରୀ ହୋଇପାରିବେ?
ଉତ୍ତର:-
ଯଦି ସବୁ ପ୍ରକାରର ସେବା କରିବାର ସଉକ ଥିବ ତେବେ ସିଂହାସନ ଅଧିକାରୀ ହୋଇପାରିବେ । ଯେଉଁମାନେ ସବୁ
ପ୍ରକାରର ସେବା କରି ଅନେକଙ୍କୁ ସୁଖ ଦେଉଛନ୍ତି, ସେମାନଙ୍କୁ ତା’ର ପାରିଶ୍ରମିକ ମଧ୍ୟ ମିଳିଥାଏ ।
ପିଲାମାନଙ୍କୁ ସଦା ସର୍ବଦା ପ୍ରତ୍ୟେକ ସେବାରେ ଉପସ୍ଥିତ ରହିବା ଉଚିତ୍ । ଏଭଳି ଯୋଗ୍ୟ ହୋଇଯାଅ
ଯାହାକି ମା-ବାପା ଅର୍ଥାତ୍ ବାବା-ମମ୍ମାଙ୍କର ନାମ ବିଖ୍ୟାତ କର । ଯଦି ବାବା-ମମ୍ମା ବୋଲି କହୁଛ
ତେବେ ତାଙ୍କ ଭଳି ହୋଇ ଦେଖାଅ ।
ଗୀତ:-
ଇସ୍ ପାପ କୀ
ଦୁନିଆ ସେ...
ଓମ୍ ଶାନ୍ତି ।
କେବଳ ମିଠା-ମିଠା
ବ୍ରହ୍ମାକୁମାର-କୁମାରୀମାନେ ହିଁ ଏହି କଥା ଜାଣିଛନ୍ତି ଯେ ପାପର ଦୁନିଆ ଏବଂ ପୁଣ୍ୟର ଦୁନିଆ
କାହାକୁ କୁହାଯାଉଛି । କାହାକୁ ପତିତ ଦୁନିଆ, କାହାକୁ ପବିତ୍ର ଦୁନିଆ କୁହାଯାଉଛି । ଯଦିଓ
ମନୁଷ୍ୟମାନେ କହୁଛନ୍ତି ଯେ ହେ ପତିତ ଦୁନିଆକୁ ପବିତ୍ର କରିଲାବାଲା ଆସ, କିନ୍ତୁ କିଛି
ଜାଣିନାହାଁନ୍ତି । ଏକଥା ମଧ୍ୟ ଆତ୍ମା ହିଁ କହୁଛି ହେ ପତିତ-ପାବନ ... ସବୁ ମନୁଷ୍ୟ ମାନେ ତାଙ୍କୁ
ହିଁ ଡାକୁଛନ୍ତି, କିନ୍ତୁ ଏକଥା କେହି ଜାଣିନାହାଁନ୍ତି ଯେ ପବିତ୍ର ଦୁନିଆ କାହାକୁ କୁହାଯାଉଛି ।
ତାହା କେବେ ଏବଂ କିପରି ସ୍ଥାପନ ହେବ । ଏବେ ତୁମେମାନେ ଜ୍ଞାନର ସାଗର ବାବାଙ୍କର ହୋଇଛ, ସେଥିପାଇଁ
ଜ୍ଞାନର ସାଗର ବାବାଙ୍କୁ କେବଳ ତୁମେମାନେ ହିଁ ଜାଣିଛ । ଆଉ କେହି ବିଲ୍କୁଲ୍ ଜାଣିନାହାଁନ୍ତି
ଯେ ପବିତ୍ର ଦୁନିଆ ପୁଣି ପତିତ କିପରି ହେଉଛି । ପତିତ ଦୁନିଆ ପୁଣି ପାବନ କିପରି ହେଉଛି । ପତିତ
ଦୁନିଆରେ କିଏ ରହୁଛନ୍ତି ପୁଣି ପାବନ ଦୁନିଆରେ କିଏ ରହୁଛନ୍ତି । ଏହି ସବୁ କଥା ତୁମେ ବର୍ତ୍ତମାନ
ଜାଣୁଛ । ପବିତ୍ର ଦୁନିଆ ସତ୍ୟଯୁଗକୁ କୁହାଯାଉଛି । ନିଶ୍ଚିତ ପାବନ ଦୁନିଆ ଭାରତରେ ଏକ ମାତ୍ର ଆଦି
ସନାତନ ଦେବୀ-ଦେବତା ଧର୍ମର ରାଜ୍ୟ ଥିଲା, ସେଥିପାଇଁ ଭାରତ ସବୁଠାରୁ ପ୍ରାଚୀନ ଦେଶ ବୋଲି ଗାୟନ
କରାଯାଏ । ଏବେ ତୁମେମାନେ ଜାଣୁଛ ଯେ ଆମମାନଙ୍କୁ ପୁଣିଥରେ ପାବନ ଦୁନିଆକୁ ଯିବା ପାଇଁ
ପତିତ-ପାବନ ବାବା ଯୁକ୍ତି ବତାଉଛନ୍ତି । ବାବା କହୁଛନ୍ତି - ମୁଁ ଗୋଟିଏ ସେକେଣ୍ଡରେ ଯୁକ୍ତି
ବତାଉଛି । ବାବା ଆସୁଛନ୍ତି ନୂଆ ଦୁନିଆର ରାଜ୍ୟ ଭାଗ୍ୟ ଦେବା ପାଇଁ । ଏହା ହେଉଛି ବେହଦର
ବାବାଙ୍କଠାରୁ ବେହଦର ବର୍ସା । ବାବା ହିଁ ଆସି ରାଜଯୋଗ ଶିଖାଉଛନ୍ତି । ଆମେମାନେ ରାଜଯୋଗ ଶିଖୁଛୁ
। ବାବା କହୁଛନ୍ତି - ତୁମେମାନେ ହିଁ ସତ୍ତ୍ୱପ୍ରଧାନ ଥିଲ ପୁଣି ତୁମମାନଙ୍କୁ ହିଁ ସତ୍ତ୍ୱପ୍ରଧାନ
ହେବାକୁ ପଡ଼ିବ । ସେତେବେଳେ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା, ନା କି ହିନ୍ଦୁ ଧର୍ମ । ଭାରତରେ
ହିଁ ପ୍ରଥମେ ଦେବୀ-ଦେବତା ଧର୍ମ ଥିଲା । ପୁଣି ନିଶ୍ଚିତ ପୁନର୍ଜନ୍ମ ନେଇ ଆସୁଥିବେ । ଯେପରି
ଖ୍ରୀଷ୍ଟିୟାନମାନେ ପୁନର୍ଜନ୍ମ ନେଇ ନେଇ ବୃଦ୍ଧି ହୋଇ ଚାଲିଛନ୍ତି । ବୈାଦ୍ଧିମାନଙ୍କର ଧର୍ମ
ସ୍ଥାପନ କରିଲାବାଲା ହେଉଛନ୍ତି ବୁଦ୍ଧ, ସିଏ ହୋଇ ଗଲେ ଧର୍ମ ସ୍ଥାପକ । ଏକମାତ୍ର ବୁଦ୍ଧଙ୍କ
ଦ୍ୱାରା କେତେ ଢେର ବୌଦ୍ଧି ବାହାରିଲେ । ସେହିଭଳି ଖ୍ରୀଷ୍ଟ ମଧ୍ୟ ଜଣେ ଥିଲେ, ଏବେ ଦେଖ କେତେ
ଖ୍ରୀଷ୍ଟ୍ରିୟାନ ହୋଇଗଲେଣି । ସବୁ ଧର୍ମର ଏହିପରି ସ୍ଥାପନା ହେଉଛି । ସେହିପରି ଯେବେ ଆଦି ସନାତନ
ଦେବୀ-ଦେବତା ଧର୍ମ ଥିଲା ସେତେବେଳେ ଅନ୍ୟ କୌଣସି ଧର୍ମ ନ ଥିଲା । ଅନ୍ୟ ଧର୍ମ ଗୁଡିକ ବିଷୟରେ ତ
ସମସ୍ତଙ୍କୁ ଜଣାଅଛି । ଖ୍ରୀଷ୍ଟିୟାନ ଧର୍ମ ଖ୍ରୀଷ୍ଟ, ଇସ୍ଲାମ ଧର୍ମ ଇବ୍ରାହିମ୍ ସ୍ଥାପନ
କରିଥିଲେ । ଆଚ୍ଛା ସତ୍ୟଯୁଗରେ ଯେଉଁ ଆଦି ସନାତନ ଦେବୀ-ଦେବତା ଧର୍ମ ଥିଲା ତାହା କିଏ ସ୍ଥାପନ
କରିଥିଲେ? ସତ୍ୟଯୁଗରେ ଦେବୀ-ଦେବତାମାନଙ୍କର ରାଜଧାନୀ ଚାଲିଥିଲା ନା । ତେବେ ନିଶ୍ଚିତ କେହି ଜଣେ
ରାଜ୍ୟ ସ୍ଥାପନ କରିଥିଲେ । ସତ୍ୟଯୁଗରେ ଦେବୀ-ଦେବତା ଧର୍ମ ଥିଲା, ତାହା ଏବେ ବାବା ସ୍ଥାପନ
କରୁଛନ୍ତି ସେଥିପାଇଁ ତାଙ୍କୁ ସଙ୍ଗମଯୁଗରେ ହିଁ ଆସିବାକୁ ପଡ଼ୁଛି । ଏବେ ସବୁ ମନୁଷ୍ୟ ପତିତ
ଦୁନିଆରେ ଅଛନ୍ତି । ପୁରୁଣା ଦୁନିଆରେ କୋଟି-କୋଟି ମନୁଷ୍ୟ ଅଛନ୍ତି । ନୂଆ ଦୁନିଆରେ ତ ଏତେ
ମନୁଷ୍ୟ ହୋଇ ପାରିବେ ନାହିଁ । ସେଠାରେ ଗୋଟିଏ ଧର୍ମ ଥିଲା । ଇସ୍ଲାମୀ, ବୌଦ୍ଧି, ଖ୍ରୀଷ୍ଟିୟାନ
ଆଦି କେହି ନ ଥିଲେ । ସେହି ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି । ତାହା କିପରି ଭଗବାନ ସ୍ଥାପନ
କରିଥିଲେ, ଏକଥା କେହି ଜାଣି ନାହାଁନ୍ତି । ସମସ୍ତେ ଦେବତା ଧର୍ମର ନାମ ହିଁ ଭୁଲିଯାଇଛନ୍ତି,
ହିନ୍ଦୁ ଧର୍ମ ବୋଲି କହିଦେଉଛନ୍ତି । ଏବେ ବାବା ବୁଝାଉଛନ୍ତି - ମୁଁ ସେତେବେଳେ ଆସୁଛି ଯେବେ
ପୁରୁଣା ଦୁନିଆକୁ ବଦଳାଇବାକୁ ପଡ଼ୁଛି । ବର୍ତ୍ତମାନ ଏହି ପୁରୁଣା ଦୁନିଆର ପରିସମାପ୍ତି ହେବ । ଏହି
କଥା କେବଳ ତୁମେ ବ୍ରାହ୍ମଣମାନେ ହିଁ ଜାଣିଛ । ଏହି ଭୟଙ୍କର ଲଢେଇ ଦ୍ୱାରା ହିଁ ପୁରୁଣା ଦୁନିଆର
ସମାପ୍ତି ହୋଇଥିଲା । ଗୀତାରେ ଦେଖାଉଛନ୍ତି ଯେ ସମସ୍ତେ ବିନାଶ ହୋଇଗଲେ, କେହି ବି ରହିଲେ ନାହିଁ
। କେବଳ ୫ ପାଣ୍ଡବ ବଞ୍ଚିଥିଲେ କିନ୍ତୁ ସେମାନେ ମଧ୍ୟ ପାହାଡ ଉପରୁ ଖସିପଡ଼ିଲେ । କିନ୍ତୁ ଏଭଳି
କିଛି ହେଉ ନାହିଁ । ଏହାକୁ ତ ବାବା ସ୍ଥାପନ କରୁଛନ୍ତି । ପ୍ରଳୟ ଅଥବା ଜଳମୟ ତ ହେଉନାହିଁ ।
ବାବାଙ୍କୁ ଡାକୁଛନ୍ତି ହେ ପତିତ-ପାବନ ଆସ, ଆମମାନଙ୍କର ଦୁଃଖ ହରଣ କରି ସୁଖ ଦିଅ କାହିଁକିନା ଏବେ
ରାବଣରାଜ୍ୟ ଅଟେ । ରାମରାଜ୍ୟ ଚାହୁଁଛନ୍ତି ତେବେ ଏହା ନିଶ୍ଚିତ ରାବଣରାଜ୍ୟ ନା । ବାବା
ବୁଝାଉଛନ୍ତି ଏବେ ରାମ ରାଜ୍ୟର ସ୍ଥାପନା, ରାବଣ ରାଜ୍ୟର ବିନାଶ ହୋଇଯାଉଛି । ମୁଁ ଯେଉଁ ଯୁକ୍ତି
ଶିଖାଉଛି, ଯେଉଁମାନେ ଶିଖୁଛନ୍ତି ସେହିମାନେ ହିଁ ନୂଆ ଦୁନିଆରେ ରାଜତ୍ୱ କରୁଛନ୍ତି । ଏହି ଜ୍ଞାନ
ସେଠାରେ କିଛି ବି ରହିବ ନାହିଁ । ଏବେ ତୁମମାନଙ୍କ ବୁଦ୍ଧିରେ ସମସ୍ତ ଜ୍ଞାନ ରହିଛି । ଯାହାଙ୍କ
ବୁଦ୍ଧିରେ ଅଛି ସେମାନେ ଅନ୍ୟମାନଙ୍କୁ ବୁଝାଉଛନ୍ତି । କ୍ରମାନୁସାରେ ତ ରହିଛନ୍ତି ନା । ସେବାଧାରୀ
ପିଲାମାନଙ୍କ ବୁଦ୍ଧିରେ ସମସ୍ତ ପ୍ରକାରର ଜ୍ଞାନ ରହିଥାଏ । ନିଶ୍ଚୟ ସତ୍ୟଯୁଗରେ ପ୍ରଥମେ
ଦେବୀ-ଦେବତା ଧର୍ମର ଆତ୍ମା ଥିଲେ । ଏକଥା ବି ତୁମେମାନେ ଜାଣିଛ । ବାବା ପ୍ରଜାପିତା ବ୍ରହ୍ମାଙ୍କ
ଦ୍ୱାରା ପ୍ରଥମେ ବ୍ରାହ୍ମଣମାନଙ୍କୁ ହିଁ ରଚନା କରୁଛନ୍ତି । ଏହା ଜ୍ଞାନ ଯଜ୍ଞ ଅଟେ ନା, ତେବେ
ନିଶ୍ଚିତ ବ୍ରାହ୍ମଣ ସମ୍ପ୍ରଦାୟ ହିଁ ରହିବା ଆବଶ୍ୟକ । ବ୍ରାହ୍ମଣ ସମ୍ପ୍ରଦାୟ ସଙ୍ଗମରେ ହିଁ ହେବେ
। ଆସୁରୀ ସମ୍ପ୍ରଦାୟ କଳିଯୁଗରେ, ଦୈବୀ ସମ୍ପ୍ରଦାୟ ସତ୍ୟଯୁଗରେ । ତେବେ ନିଶ୍ଚିତ ସଙ୍ଗମଯୁଗରେ
ହିଁ ଦୈବୀ ସମ୍ପ୍ରଦାୟର ସ୍ଥାପନା ହେବ । ଯେତେବେଳେ ବାଜୋଲୀ ଖେଳ ଖେଳିଥାନ୍ତି ପାଦ ସହିତ ମୁଣ୍ଡକୁ
ଲଗାଇଥାନ୍ତି । ତୁମେମାନେ ବ୍ରାହ୍ମଣ ଅଟ ପୁଣି ତୁମର ଏସବୁ କଥା ମନେ ପଡ଼ୁଛି । ବିରାଟ ରୂପର
ଚିତ୍ର ମଧ୍ୟ ଜରୁରୀ ଅଟେ । ଏଥିରେ ବହୁତ ଭଲ ଭାବରେ ବୁଝାଯାଇଛି । କହୁଛନ୍ତି ମଧ୍ୟ ବାବା ମୁଁ
ଆପଣଙ୍କର ୬ ମାସର ସନ୍ତାନ । ୪ ଦିନର ସନ୍ତାନ ଅଟେ । କେହି ପୁଣି କହୁଛନ୍ତି ମୁଁ ଗୋଟିଏ ଦିନର
ସନ୍ତାନ ଅଟେ ଅର୍ଥାତ୍ ଆଜି ହିଁ ବାବାଙ୍କର ହୋଇଛି । ମୁଁ ମୁଖ ବଂଶାବଳୀ ହୋଇଛି । ଯେଉଁମାନେ ଜୀଇଁ
ଥାଉ ଥାଉ ବାବାଙ୍କର ହୋଇଥାନ୍ତି ସେମାନେ କହନ୍ତି ବାବା ମୁଁ ଆପଣଙ୍କର ହିଁ ଅଟେ । ଛୋଟ ପିଲା ତ
ଏହି କଥା କହିପାରିବ ନାହିଁ । ଏହି ଜ୍ଞାନ ହେଉଛି ବଡ଼ମାନଙ୍କ ପାଇଁ । କହୁଛନ୍ତି ବାବା ମୁଁ
ଆପଣଙ୍କର ଛୋଟ ପିଲାଟିଏ । ଛୋଟ ପିଲାମାନଙ୍କୁ ଚିତ୍ର ଦ୍ୱାରା ବୁଝାଇବା ବହୁତ ସହଜ । ଦିନକୁ ଦିନ
ଜ୍ଞାନ ବିସ୍ତାର ଲାଭ କରୁଛି । ଏହି ଚିତ୍ର ଦ୍ୱାରା ବୁଝାଇବାର ଯୁକ୍ତି ଡ୍ରାମାର ପ୍ଲାନ ଅନୁସାରେ
୫ ହଜାର ବର୍ଷ ପୂର୍ବ ସଦୃଶ ବାହାରିଛି । ଏଥିରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ ଯେ ଆରମ୍ଭରୁ
କାହିଁକି ବାହାରି ନ ଥିଲା, ଏବେ କାହିଁକି ବାହାରିଛି? ଡ୍ରାମା ଅନୁସାରେ ଯେଉଁ ଯୁକ୍ତି ଯେବେ
ବାହାରିବାର ଥିବ ସେବେ ବାହାରିବ । ସ୍କୁଲରେ ପାଠପଢ଼ାର ମଧ୍ୟ କ୍ରମଅନୁସାରେ ଶ୍ରେଣୀ ରହିଥାଏ ।
ଏପରି ନୁହେଁ ଯେ ପ୍ରଥମରୁ ହିଁ ବଡ଼ ପରୀକ୍ଷାରେ ପାସ୍ କରିଯିବେ । ପ୍ରଥମେ କେବଳ ଅଲଫ ବେ (ବାବା
ଏବଂ ବର୍ସା) ପଢ଼ାଯାଇଥାଏ ନା । ଏଠାରେ ତ ବାବାଙ୍କର ସନ୍ତାନ ହେବା ଦ୍ୱାରା ହିଁ ବାବା ସ୍ୱର୍ଗର
ବାଦଶାହୀ ଦେଉଛନ୍ତି । ପିତାଙ୍କୁ ପିତା କହିବା ପରେ ନିଶ୍ଚୟ ତୁଟି ନ ଥାଏ । ଏଠାରେ ତ ବାବା-ବାବା
କହି ମଧ୍ୟ ନିଶ୍ଚୟ ତୁଟିଯାଉଛି । ତୁମେମାନେ ଜାଣିଛ ଯେ ଇଏ ତ ବେହଦର ବାବା ଅଟନ୍ତି । ତୁମେ
ବେହଦର ବାବାଙ୍କଠାରୁ ବେହଦର ବର୍ସା ନେଉଛ, ତେବେ ତାଙ୍କର ଶ୍ରୀମତରେ ଚାଲିବାକୁ ହେବ । ବାବା
କହୁଛନ୍ତି - ଆଉ ସବୁ କଥା ଛାଡ଼ି ମୋତେ ଏବଂ ସ୍ୱର୍ଗକୁ ମନେ ପକାଅ । ଚଲା-ବୁଲା କରି ଏହି କଥା ମନେ
ରହିଲେ ଖୁସି ମଧ୍ୟ ରହିବ । କିନ୍ତୁ ଏହି ସ୍ମୃତି କାହିଁକି ରହୁନାହିଁ । ତୁମର ତ ଗ୍ୟାରେଣ୍ଟି
ରହିଛି - ବାବା ମୁଁ ଆପଣଙ୍କର ହେବି ତେଣୁ ମୋର ଆଉ କାହା ସହିତ ମମତ୍ତ୍ୱ ରହିବ ନାହିଁ । ମୁଁ
ଆପଣଙ୍କର ମତରେ ହିଁ ଚାଲିବି । ବାବା ମଧ୍ୟ କହୁଛନ୍ତି ଶ୍ରୀମତରେ ନ ଚାଲିଲେ ଭୁଲ୍ ହୋଇ ଚାଲିବ ।
ଶ୍ରୀମତରେ ଚାଲିଲେ ଖୁସିର ନିଶା ଚଢିବ । ଆତ୍ମାକୁ ଅତିନ୍ଦ୍ରିୟ ସୁଖ ମିଳିଲେ ଆତ୍ମା କେତେ ଖୁସି
ହୋଇଥାଏ । ଆତ୍ମା ଜାଣିଛି ଯେ ପରମପିତା ପରମାତ୍ମା ଆମକୁ ରାଜ୍ୟ ଭାଗ୍ୟ ଦେଇଥିଲେ, ଯାହାକି ୮୪
ଜନ୍ମ ନେଇ-ନେଇ ଆମେ ହରାଇ ଦେଇଛୁ ଏହାକୁ ପୁଣି ଥରେ ବାବା ଦେଉଛନ୍ତି । ତେବେ ଅସରନ୍ତି ଖୁସି ହେବା
ଦରକାର ନା । ଆନ୍ତରିକ ଖୁସି ମଧ୍ୟ ବାହାରକୁ ଦେଖାଯାଇଥାଏ ନା । ଏହି ଲକ୍ଷ୍ମୀ-ନାରାୟଣଙ୍କର
ଚେହେରାରୁ ଖୁସି ଦେଖାଯାଉଛି ନା । ଯଦିଓ ଅଜ୍ଞାନ କାଳରେ ମଧ୍ୟ କେହି-କେହି ବହୁତ ଖୁସିରେ
ରହିଥାନ୍ତି । ସେମାନେ ବହୁତ ଭଲ କଥାବାର୍ତ୍ତା ମଧ୍ୟ କରିଥାନ୍ତି ।
ମନୁଷ୍ୟ ସୃଷ୍ଟିରେ
ସବୁଠାରୁ ଉଚ୍ଚ ପଦ କାହାର ଅଟେ? ଏପରି ଭାବରେ ତ ସବୁଠାରୁ ଉଚ୍ଚ ହେଉଛନ୍ତି ଶିବ ପରମାତ୍ମା
ଯାହାଙ୍କୁ ସମସ୍ତେ ପିତା ବୋଲି ଡ଼ାକୁଛନ୍ତି । କିନ୍ତୁ ତାଙ୍କର କର୍ତ୍ତବ୍ୟକୁ କେହି
ଜାଣିନାହାଁନ୍ତି । ଯେବେ ବାବା ଆସିବେ ତେବେ ଆସି ନିଜର ପରିଚୟ ଦେବେ । ଏବେ ତୁମେମାନେ ଜାଣୁଛ ଯେ
ବାବାଙ୍କଠାରୁ ଆମମାନଙ୍କୁ ବୈକୁଣ୍ଠର ରାଜତ୍ତ୍ୱ ମିଳୁଛି । ତେଣୁ ଖୁସି ହେବା ଦରକାର ନା । ଆମେ
ନରରୁ ନାରାୟଣ ହେଉଛୁ । ଯଦିଓ ହାତ ଉଠାଉଛନ୍ତି କିନ୍ତୁ କିଛି ହେଲେ ବି ବୁଝୁନାହାଁନ୍ତି ।
ଯେଉଁମାନଙ୍କର ନିଶ୍ଚୟ ରହିଥାଏ ସେମାନଙ୍କର ଏହି ଖୁସି ରହିଥାଏ ଯେ ଆମେ ୮୪ ଜନ୍ମ ପୂରା କରୁଛୁ ।
ଏବେ ଆମେ ବାବାଙ୍କ ମତରେ ଚାଲି ବିଶ୍ୱର ମାଲିକ ହେଉଛୁ । ଏହି ପାଠପଢାର କେତେ ନିଶା ରହିବା ଉଚିତ୍
। ରାଷ୍ଟ୍ରପତି, ରାଜ୍ୟପାଳ ଆଦିଙ୍କର ନିଶା ତ ରହିଛି ନା । ବଡ଼-ବଡ଼ ଲୋକମାନେ ତାଙ୍କ ସହିତ ମିଶିବା
ପାଇଁ ଆସିଥାନ୍ତି । ପଦବୀ ବା ଯୋଗ୍ୟତାକୁ ନ ଜାଣି ସେମାନେ କେବେ କାହା ସହିତ ମିଶିବେ ନାହିଁ ।
ବାବା ମଧ୍ୟ କେବେ କାହା ସହିତ ସାକ୍ଷାତ କରି ନ ଥାନ୍ତି । ବାବାଙ୍କର ପଦକୁ କେବଳ ତୁମେମାନେ ହିଁ
ଜାଣିଛ ତାହା ମଧ୍ୟ ପୁରୁଷାର୍ଥର କ୍ରମ ଅନୁସାରେ । ଯଦିଓ ବ୍ରହ୍ମାକୁମାର ବୋଲାଉଛନ୍ତି କିନ୍ତୁ
ବୁଦ୍ଧିରେ ଏହି କଥା ରହୁନାହିଁ ଯେ ଆମେ ଶିବବାବାଙ୍କର ସନ୍ତାନ ଅଟୁ । ତାଙ୍କଠାରୁ ଆମେ ସ୍ୱର୍ଗର
ବର୍ସା ନେଉଛୁ । ସେମାନେ ନା ବାବାଙ୍କୁ, ନା ବର୍ସାକୁ ମନେ ପକାଇ ପାରିବ । ଏହି କଥା ସ୍ମୃତିରେ
ରହିଲେ ଆନ୍ତରିକ ଖୁସି ମଧ୍ୟ ରହିବ ନା ।
ଯେପରି କନ୍ୟାର ବିବାହ
କରାଇଲେ, ତାକୁ ଗୁପ୍ତରେ ଦାନ ଦିଆଯାଇଥାଏ । ବାକ୍ସ ବନ୍ଦ କରି ଚାବି ହାତରେ ଦେଇଥାନ୍ତି । ବାବା
ମଧ୍ୟ ତୁମକୁ ବିଶ୍ୱ ରାଜତ୍ତ୍ୱର ଚାବି ହାତରେ ଦେଉଛନ୍ତି । ତୁମେ ନୂଆ ସତ୍ୟଯୁଗୀ ବିଶ୍ୱର ଉଦ୍ଘାଟନ
କରୁଛ । ସ୍ୱର୍ଗକୁ ବି ତୁମେମାନେ ଯିବ । ବାବା ତୁମମାନଙ୍କୁ ଯୋଗ୍ୟ କରୁଛନ୍ତି । ଭକ୍ତମାନେ ତ
ସ୍ୱର୍ଗକୁ ଯିବା ଯୋଗ୍ୟ ହୋଇପାରିବେ ନାହିଁ । ଯେ ପର୍ଯ୍ୟନ୍ତ ବାବା ଜ୍ଞାନ ନ ଦେଇଛନ୍ତି, କେହି
ପବିତ୍ର ହୋଇପାରିବେ ନାହିଁ, ସେଥିପାଇଁ ନାରଦଙ୍କର ଉଦାହରଣ ରହିଛି । ଯଦିଓ ବହୁତ ଭଲ-ଭଲ ଭକ୍ତ
ଅଛନ୍ତି କିନ୍ତୁ ଆତ୍ମା ତ ପତିତ ଅଟେ ନା । ଜନ୍ମ-ଜନ୍ମାନ୍ତର ପତିତ ହୋଇଆସିଛନ୍ତି, ଯେ
ପର୍ଯ୍ୟନ୍ତ ବାବା ନ ମିଳିଛନ୍ତି ସେ ପର୍ଯ୍ୟନ୍ତ ସ୍ୱର୍ଗକୁ ଯାଇପାରିବେ ନାହିଁ । ତୁମକୁ ବାବା
ବ୍ରହ୍ମାଙ୍କ ଦ୍ୱାରା ପୋଷ୍ୟ କରିଛନ୍ତି ଯାହାକି ତୁମେମାନେ ଯାଇ ନୂଆ ଦୁନିଆରେ ରାଜତ୍ୱ କରିବ ।
ଅନ୍ୟ କେହି ରାଜତ୍ତ୍ୱ ସ୍ଥାପନ କରୁ ନାହାଁନ୍ତି । ନା କାହାକୁ ଜଣାଅଛି । ବାବା ହିଁ ସଙ୍ଗମଯୁଗରେ
ଆସି ଭବିଷ୍ୟତ ୨୧ ଜନ୍ମର ରାଜତ୍ତ୍ୱ ସ୍ଥାପନ କରୁଛନ୍ତି । ଏହି ବାବାଙ୍କୁ କେହି ମଧ୍ୟ
ଜାଣିନାହାଁନ୍ତି ।
ଏବେ ତୁମେମାନେ ଜାଣୁଛ
ଯେ ବାସ୍ତବରେ ୫ ହଜାର ବର୍ଷ ପୂର୍ବରୁ ଭଗବାନ ଆସିଥିଲେ । ଗୀତାର ଜ୍ଞାନ ଶୁଣାଇଥିଲେ, ଯାହା
ଦ୍ୱାରା ମନୁଷ୍ୟରୁ ଦେବତା ହୋଇଥିଲେ । ଗୀତା ହେଉଛି ଆଦି ସନାତନ ଦେବୀ-ଦେବତା ଧର୍ମର ଶାସ୍ତ୍ର ।
ସତ୍ୟଯୁଗରେ ତ କୌଣସି ଶାସ୍ତ୍ର ଆଦି ରହିବ ନାହିଁ । ବାବା କହୁଛନ୍ତି - ମୁଁ ସଙ୍ଗମ ଯୁଗରେ ହିଁ
ଆସୁଛି । ପୁଣି ଥରେ ଆସି ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛି, ସେହିମାନେ ହିଁ
ଦେବୀ-ଦେବତା ହେଉଛନ୍ତି ପୁଣି ୮୪ ଜନ୍ମର ଚକ୍ର ଲଗାଇ ଯେବେ ସେମାନେ ଅନ୍ତିମ ସମୟରେ ଆସୁଛନ୍ତି
ସେହିମାନଙ୍କୁ ହିଁ ଆସି ପୁଣି ଥରେ ବୁଝାଉଛି । ମଝିରେ କେବେ ବି ମୁଁ ଆସୁନାହିଁ । ଏପରି ନୁହେଁ
ଯେ ଖ୍ରୀଷ୍ଟ ମଝିରେ ଆସିଯିବେ । ସେ ଯେଉଁ ଧର୍ମ ସ୍ଥାପନ କରିବେ ତାହା ଏହି ଦୁନିଆ ପାଇଁ ଅଟେ ।
ମୁଁ ଆସୁଛି ହିଁ ସଙ୍ଗମ ଯୁଗରେ ନୂଆ ଦୁନିଆ ସ୍ଥାପନ କରିବା ପାଇଁ । ଖ୍ରୀଷ୍ଟଙ୍କର ଆତ୍ମା ଆସି
ପ୍ରବେଶ କରି ନିଜର ଧର୍ମ ସ୍ଥାପନ କରୁଛନ୍ତି । ଏହି ବାବା ତ ରାଜତ୍ତ୍ୱ ସ୍ଥାପନ କରୁଛନ୍ତି । ଏହି
କଥା କେହି ଜାଣି ନାହାଁନ୍ତି ଯେ ଏହି ଲକ୍ଷ୍ମୀ-ନାରାୟଣଙ୍କର ରାଜତ୍ତ୍ୱ କେବେ ଏବଂ କିଏ ସ୍ଥାପନ
କରିଥିଲେ । ଯେଉଁମାନେ ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ଆଦି ତିଆରି କରୁଛନ୍ତି ତାଙ୍କୁ ପଚାରିବା
ଦରକାର । ତୁମେମାନେ ସଭାରେ ମଧ୍ୟ ପଚାରିପାରିବ । ଏହି ରହସ୍ୟ ତୁମମାନଙ୍କର ବୁଦ୍ଧିରେ ରହିଛି ।
କଳ୍ପ-କଳ୍ପ, ବାବା ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା କରୁଛନ୍ତି, ଏକଥା ଆଉ କେହି ଜାଣିପାରିବେ ନାହିଁ
। ଏହି ଅକ୍ଷର ମଧ୍ୟ ରହିଛି, କିନ୍ତୁ ଯଥାର୍ଥ ରୀତିରେ କାହାରି ବୁଦ୍ଧିରେ ରହୁନାହିଁ । କେଉଁ-କେଉଁ
ପିଲାମାନଙ୍କ ଉପରେ ଖରାପ ଗ୍ରହ ମଧ୍ୟ ପଡ଼ିଯାଉଛି । ଦେହ-ଅଭିମାନ ହେଉଛି ପ୍ରଥମ ନମ୍ବରର ଖରାପ
ଗ୍ରହ । ବାବା କହୁଛନ୍ତି-ପିଲାମାନେ, ଦେହୀ-ଅଭିମାନୀ ହୁଅ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର
ଏବଂ ସିଡ଼ିର ଚିତ୍ର ବୁଝାଇବା ପାଇଁ ବହୁତ ସହଜ । ଏହା ଦ୍ୱାରା ଅନେକଙ୍କର କଲ୍ୟାଣ ହୋଇପାରିବ ।
କିନ୍ତୁ ଡ୍ରାମାରେ ବୋଧହୁଏ ବିଳମ୍ବ ଅଛି, ସେଥିପାଇଁ ରାଜଧାନୀ ସ୍ଥାପନ ହେବାରେ ବିଘ୍ନ ପଡୁଛି ।
ବାବା ନିଜେ କହୁଛନ୍ତି ବହୁତ ବିଘ୍ନ ପଡ଼ୁଛି । ମାୟା ବହୁତ ସମର୍ଥ । ମୋର ପିଲାମାନଙ୍କୁ ତୁରନ୍ତ
ନାକକୁ, କାନକୁ ଧରି ନେଉଛି । ଏହାକୁ କୁହାଯାଉଛି ରାହୁର ଖରାପ ଗ୍ରହ । ଭାରତରେ ସ୍ୱତନ୍ତ୍ର ରୂପେ
ଏହି ସମୟରେ ବିକାର ରୂପୀ ରାହୁର ଖରାପ ଗ୍ରହ ପଡ଼ିଛି । ତୁମେମାନେ ଗୋଟିଏ ସେକେଣ୍ଡରେ ସିଦ୍ଧ କରି
ପାରିବ ଯେ ଏହି ଭାରତ ପବିତ୍ର ହୀରା ପରି ଥିଲା । ଏବେ ବିକାରୀ କଉଡ଼ି ତୁଲ୍ୟ ହୋଇଯାଇଛି, ପୁଣି
ହୀରା ପରି ହେବ । ଭାରତର ହିଁ ସମସ୍ତ କାହାଣୀ ଅଟେ । ବାବା ଆସି ହୀରାତୁଲ୍ୟ କରାଉଛନ୍ତି । ତଥାପି
ବି କେତେ ପ୍ରକାରର ବିଘ୍ନ ପଡ଼ୁଛି । ଦେହ-ଅଭିମାନର ତ ବହୁତ ବିଘ୍ନ ପଡୁଛି ।
ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ବନ୍ଧରେ ମଧ୍ୟ କାହାକୁ ବୁଝାଇବା ବହୁତ ସହଜ । ପିଲାମାନଙ୍କୁ
ସେବା କରିବାର ବହୁତ ସଉକ ରହିବା ଦରକାର । ସେବା ମଧ୍ୟ ବହୁତ ପ୍ରକାରର ରହିଛି ନା । ଅନେକଙ୍କୁ
ସୁଖ ଦେଉଥିବାରୁ ତା ର ଫଳ ମଧ୍ୟ ବହୁତ ମିଳିଥାଏ, କେହି ପୁଣି ସବୁ ପ୍ରକାରର ସେବା ନିଷ୍ଠାର ସହିତ
କରିଥାନ୍ତି । ଖୁସି ରହିବା ଦରକାର ଯେ ମୋତେ ଅଲରାଉଣ୍ଡର ହେବାକୁ ହେବ । ବାବା ମୁଁ ସେବାରେ
ହାଜିର ଅଛି । ଭଲ-ଭଲ ସନ୍ତାନମାନେ ଆତ୍ମିକ ସେବାଧାରୀମାନେ, ନିଜ ହାତରେ ରୋଷେଇ କରିଥାନ୍ତି ।
ତୁମେମାନେ ଜାଣିଛ ଯେ ପିଲାମାନେ ମଧ୍ୟ ଏତେ ହୋସିଆର ହୋଇଯାଉଛନ୍ତି ଯାହା ଫଳରେ ସିଂହାସନର ଅଧିକାରୀ
ହୋଇଯାଉଛନ୍ତି । ଏଠାରେ ତ ଘର ସମ୍ଭାଳିଲା ବାଲା ମାତାମାନେ ଅଛନ୍ତି । ତେବେ ମାତାମାନଙ୍କୁ,
କୁମାରୀମାନଙ୍କୁ ଏହି ସେବା ପାଇଁ ଆଗେଇ ଆସିବା ଉଚିତ୍ । ମମ୍ମାଙ୍କ ଭଳି ସେବା କରି ଦେଖାଇବା
ଉଚିତ୍ । ବାବାଙ୍କର ନାମ ପ୍ରଖ୍ୟାତ କରିବା ଉଚିତ୍ । ବାକି କେବଳ ମମ୍ମା ମମ୍ମା କରିଲେ ଫାଇଦା
କ’ଣ? ତାଙ୍କ ଭଳି ହେବା ଉଚିତ୍ । ଆଚ୍ଛା!—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଦେହ-ଅଭିମାନ ରୂପକ ଗ୍ରହ ହିଁ ସେବାରେ ବିଘ୍ନ ରୂପ ହେଉଛି, ସେଥିପାଇଁ ଯେତେ ଦୂର ସମ୍ଭବ
ଦେହୀ-ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ ।
(୨) ନିଜର ପାଠପଢାର ଏବଂ
ସତ୍ୟଯୁଗୀ ପଦବୀର ମର୍ଯ୍ୟାଦାର ଖୁସି ବା ନିଶାରେ ରହିବାର ଅଛି, ଶ୍ରୀମତରେ ଚାଲିବାର ଅଛି । କୌଣସି
ପ୍ରକାରର ଭୁଲ କରିବାର ନାହିଁ ।
ବରଦାନ:-
ଆତ୍ମିକ
ବ୍ୟାୟାମ ଏବଂ ସ୍ୱ-ନିୟନ୍ତ୍ରଣ ଦ୍ୱାରା ମହାନତା ଅର୍ଥାତ୍ ସୁକ୍ଷ୍ମତାର ଅନୁଭବ କରୁଥିବା ଫରିସ୍ତା
ଭବ ।
ବୁଦ୍ଧିର ସୂକ୍ଷ୍ମ ବା
ହାଲୁକା ପଣିଆ ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ଅଟେ, ଅର୍ଥାତ୍ ମହୀନତା ହିଁ ମହାନତା ଅଟେ । କିନ୍ତୁ
ଏଥିପାଇଁ ପ୍ରତିଦିନ ଅମୃତବେଳାରେ ଅଶରୀରୀ ହେବାର ଅଭ୍ୟାସ କର ଏବଂ ବ୍ୟର୍ଥ ସଂକଳ୍ପର ଅପଥ୍ୟ
ଭୋଜନକୁ ବର୍ଜନ କରିବା ଦରକାର କିନ୍ତୁ ବ୍ୟର୍ଥ ସଂକଳ୍ପର ଅପଥ୍ୟ ଭୋଜନ ନ କରିବା ପାଇଁ ନିଜ ଉପରେ
ନିୟନ୍ତ୍ରଣ ରହିବା ଦରକାର । ଯେଉଁ ସମୟରେ ଯେଉଁଭଳି ସଂକଳ୍ପ ରୂପକ ଭୋଜନ ସ୍ୱୀକାର କରିବା ଦରକାର,
କେବଳ ସେହି ସଂକଳ୍ପ ହିଁ କର । ବ୍ୟର୍ଥ ସଂକଳ୍ପର ଅତିରିକ୍ତ ଭୋଜନ କର ନାହିଁ, ତେବେ ଯାଇ
ସୂକ୍ଷ୍ମ ବୁଦ୍ଧି ସମ୍ପନ୍ନ ହୋଇ ଫରିସ୍ତା ସ୍ୱରୂପ ହେବାର ଲକ୍ଷ୍ୟକୁ ପ୍ରାପ୍ତ କରିପାରିବ ।
ସ୍ଲୋଗାନ:-
ମହାନ ଆତ୍ମା
ତାଙ୍କୁ କୁହାଯିବ ଯେଉଁମାନେ ପ୍ରତି ମୂହୁର୍ତ୍ତରେ ପ୍ରତି ପାଦରେ ଶ୍ରୀମତ ଅନୁସାରେ ସଠିକ୍ ଭାବରେ
ଚାଲୁଛନ୍ତି ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ବିଶେଷ ଭାବରେ ନିଜର ମନର
ଶକ୍ତି ଅର୍ଥାତ୍ ସଂକଳ୍ପର ଶକ୍ତି ଦ୍ୱାରା, ବାଣୀର ଶକ୍ତି ଦ୍ୱାରା, ନିଜର ସଂଗର ରଂଗ ଦ୍ୱାରା,
ସମ୍ବନ୍ଧର ସ୍ନେହ ଦ୍ୱାରା, ଖୁସି ରୂପକ ଅସରନ୍ତି ସମ୍ପତ୍ତି ଦ୍ୱାରା ଅଖଣ୍ଡ ଦାନ କରି ଚାଲିବା
ହିଁ ପରର ଉପକାର କରିବା । ଯେଉଁମାନେ ବି ତୁମ ସହିତ ସମ୍ପର୍କରେ ଆସୁଛନ୍ତି ସେମାନେ ଖୁସି ରୂପକ
ସମ୍ପତ୍ତିରେ ଭରପୂର ହୋଇଯାଆନ୍ତୁ, ଏହିଭଳି ଅଖଣ୍ଡ ଦାନୀ ହୁଅ ।