03.11.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କ ଦ୍ୱାରା ଯେଉଁ ଜ୍ଞାନ ମିଳିଛି ତା’କୁ ବୁଦ୍ଧିରେ ସ୍ଥାୟୀ ଭାବରେ ରଖିବାକୁ ହେବ,
ସକାଳୁ-ସକାଳୁ ଉଠି ସ୍ୱଦର୍ଶନ ଚକ୍ରଧାରୀ ହୋଇ ବିଚାର ସାଗର ମନ୍ଥନ କରିବାକୁ ହେବ ।”
ପ୍ରଶ୍ନ:-
ଏହି ଈଶ୍ୱରୀୟ
ପାଠପଢାର ନିୟମ କ’ଣ? ସେଥିପାଇଁ କେଉଁ ନିର୍ଦ୍ଦେଶ ମିଳିଛି?
ଉତ୍ତର:-
ଏହି ଈଶ୍ୱରୀୟ ପାଠପଢାର ନିୟମ ହେଉଛି - ନିୟମିତ ପାଠ ପଢିବା । କେବେ ପଢିବା, କେବେ ନ ପଢିବା ଏହା
ନିୟମ ନୁହେଁ । ବାବା ପିଲାମାନଙ୍କ ପାଠପଢା ପାଇଁ ବହୁତ ଭଲ ବ୍ୟବସ୍ଥା କରିଛନ୍ତି । ପାଠପଢା
ଅର୍ଥାତ୍ ମୁରଲୀ ମଧୁବନରୁ ସବୁ ସ୍ଥାନକୁ ପୋଷ୍ଟରେ ଯାଉଛି । ତେଣୁ ୭ ଦିନର କୋର୍ସ କରିବା ପରେ
ତୁମ୍ଭେମାନେ କେଉଁଠି ବି ରହି ପାଠପଢିପାରିବ । ପାଠପଢାରେ କେବେ ହେଲେ ଅନିୟମିତ ହେବା ଉଚିତ୍ ନୁହେଁ
।
ଗୀତ:-
ଓମ୍ ନମୋ ଶିବାୟ....
ଓମ୍ ଶାନ୍ତି ।
ଯେଉଁ ପିଲାମାନେ
ଏଠାରେ ବସିଛନ୍ତି, ସେମାନେ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଥବା ସ୍ୱଦର୍ଶନ ଚକ୍ରକୁ
ମନେ ପକାଉଛନ୍ତି । ବାବା ପିଲାମାନଙ୍କୁ ଏହି ଜ୍ଞାନ ଦେଉଛନ୍ତି ଯେ ସ୍ୱଦର୍ଶନ ଚକ୍ରଧାରୀ ହୁଅ ।
ତୁମ ବ୍ରାହ୍ମଣ ପିଲାମାନଙ୍କର ଉଦ୍ଦେଶ୍ୟ ହେଉଛି ସ୍ୱଦର୍ଶନ ଚକ୍ରଧାରୀ ହେବା । ମୂଳବତନ,
ସୂକ୍ଷ୍ମବତନ, ସ୍ଥୂଳବତନ - ଏହି ୮୪ ଜନ୍ମର ଚକ୍ରକୁ ବୁଦ୍ଧିରେ ରଖିବାକୁ ହେବ । ଅନ୍ୟ ସବୁ କଥା
ବୁଦ୍ଧିରୁ ବାହାର କରିଦେବାକୁ ହେବ । ଏବେ ତୁମ୍ଭମାନଙ୍କ ବୁଦ୍ଧିରେ ଅଛି ଯେ ବାସ୍ତବରେ ବାବା ଆମକୁ
ସୂର୍ଯ୍ୟବଂଶୀ, ଚନ୍ଦ୍ରବଂଶୀ କରିଥିଲେ, ପୁଣି ଆମେ ୮୪ ଜନ୍ମ ନେଲୁ । ଚାଲିବା ବୁଲିବା,
ଉଠିବା-ବସିବା ସମୟରେ ମଧ୍ୟ ନିଜ ସ୍ମୃତିରେ ବାବାଙ୍କର ଏବଂ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ
ରହିଛି । ଏବେ ତୁମକୁ ଶିବବାବା ଶୂଦ୍ରରୁ ବ୍ରାହ୍ମଣ କରିଛନ୍ତି । ବାବା ବୁଝାଇଛନ୍ତି ଯେ
ତୁମ୍ଭେମାନେ ୮୪ଜନ୍ମ ଚକ୍ରର ବାଜୋଲି କିପରି ଖେଳୁଛ । ପ୍ରଥମେ ଆମେ ବ୍ରାହ୍ମଣ ଅଟୁ, ଆମ
ବ୍ରାହ୍ମଣମାନଙ୍କର ରଚୟିତା ଶିବବାବା ହିଁ ଅଟନ୍ତି । ରଚୟିତା ଏବଂ ରଚନାର ଜ୍ଞାନ ଦ୍ୱାରା ହିଁ
ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ଏହି ଜ୍ଞାନକୁ ବୁଦ୍ଧିରେ ସ୍ଥାୟୀ ରୂପେ ଧାରଣ କରିବାକୁ
ହେବ । ସକାଳୁ ଉଠି ସ୍ୱଦର୍ଶନ ଚକ୍ରଧାରୀ ହୋଇ ବସିବା ଉଚିତ୍ । ଆମେ ନିଜର ୮୪ ଜନ୍ମର ଚକ୍ରକୁ
ଜାଣିଗଲୁ । ଆମ ସମସ୍ତ ଆତ୍ମାମାନଙ୍କର ରଚୟିତା ପିତା ଜଣେ ଅଟନ୍ତି । କହୁଛନ୍ତି ମଧ୍ୟ - ଆମେ
ସମସ୍ତେ ଭାଇ-ଭାଇ ଅଟୁ । ଆମର ପିତା ସେହି ନିରାକାର ପରମପିତା ପରମାତ୍ମା ଅଟନ୍ତି, ଯିଏକି
ପରମଧାମରେ ରହିଲାବାଲା ଅଟନ୍ତି । ଆମ୍ଭେମାନେ ମଧ୍ୟ ସେହିଠାରେ ରହୁଥିଲୁ, ସିଏ ଆମର ବାବା ଅଟନ୍ତି
। ବାବା ଅକ୍ଷର ବହୁତ ମିଠା । ଶିବବାବାଙ୍କର ମନ୍ଦିରକୁ ଯାଇ କେତେ ପୂଜାର୍ଚ୍ଚନା କରୁଛନ୍ତି,
ତାଙ୍କୁ ବହୁତ ସ୍ମରଣ କରୁଛନ୍ତି । ବାବା କହୁଛନ୍ତି - ମୁଁ ତୁମକୁ ମନୁଷ୍ୟରୁ ଦେବତା, ତୁଚ୍ଛ
ବୁଦ୍ଧିରୁ ସ୍ୱଚ୍ଛ ବୁଦ୍ଧିରେ ପରିଣତ କରୁଛି । ତୁଚ୍ଛ ବୁଦ୍ଧି ଅର୍ଥାତ୍ ଶୂଦ୍ରବୁଦ୍ଧିରୁ ସ୍ୱଚ୍ଛ
ବୁଦ୍ଧି କରିଥିଲି ଅର୍ଥାତ୍ ପୁରୁଷୋତ୍ତମ ବୁଦ୍ଧି କରିଥିଲି । ସବୁ ପୁରୁଷ ସ୍ତ୍ରୀ ଏହି
ଲକ୍ଷ୍ମୀ-ନାରାୟଣଙ୍କ ସମ୍ମୁଖରେ ନତମସ୍ତକ ହେଉଛନ୍ତି । କିନ୍ତୁ ଏକଥା ଜାଣିନାହାଁନ୍ତି - ଯେ ଇଏ
କିଏ? କେବେ ଆସିଲେ, ଆସି କ’ଣ କଲେ? ବାବା ବୁଝାଇଛନ୍ତି ଯେ ଏହି ଭାରତ ଅବିନାଶୀ ଖଣ୍ଡ ଅଟେ, କାରଣ
ଏହା ଅବିନାଶୀ ବାବା ପରମପିତା ପରମାତ୍ମାଙ୍କର ମଧ୍ୟ ଜନ୍ମଭୂମି ଅଟେ । ପତିତ-ପାବନ, ସମସ୍ତଙ୍କର
ସଦ୍ଗତି ଦାତାଙ୍କର ଜନ୍ମସ୍ଥାନ ଅଟେ, ତେଣୁ ଏହା ହେଉଛି ସବୁଠାରୁ ବଡରୁ ବଡ ତୀର୍ଥ ସ୍ଥାନ ।
ଏତିକି ନିଶା କାହାର ନାହିଁ ଯେ ଏହା ପରମପିତା ପରମାତ୍ମାଙ୍କର, ସମସ୍ତଙ୍କର ସଦଗତିଦାତା ବାବାଙ୍କର
ଜନ୍ମଭୂମି ଅଟେ । ପତିତ-ପାବନ ବାବାଙ୍କର ଜୟନ୍ତୀ ଭାରତରେ ହୋଇଥାଏ । ଯେହେତୁ ଏଠାରେ ଶିବଜୟନ୍ତୀ
ପାଳନ କରୁଛନ୍ତି ତେବେ ନିଶ୍ଚୟ ଶିବଙ୍କର ଜନ୍ମ ଏହିଠାରେ ହିଁ ହୋଇଥାଏ । ଏହି ଭାରତ ବହୁତ ମହାନ
ତୀର୍ଥସ୍ଥାନ ଅଟେ । କିନ୍ତୁ ଡ୍ରାମା ଅନୁସାରେ ଏକଥା କେହି ଜାଣିନାହାଁନ୍ତି ଯେ ଏହା ଆମର ଈଶ୍ୱର
ପିତା ଅଥବା ମାତା-ପିତା, ପତିତ-ପାବନ, ସମସ୍ତଙ୍କର ସଦ୍ଗତି ଦାତାଙ୍କର ଜନ୍ମସ୍ଥାନ ଅଟେ,
ସେଥିପାଇଁ ଭାରତ ଭୂମିକୁ ବନ୍ଦେ ମାତରମ୍ କହୁଛନ୍ତି ଅର୍ଥାତ୍ ଏହି ଭୂମିରେ ଏହି କନ୍ୟାମାନେ ଯିଏକି
ଶ୍ରୀମତ ଅନୁସାରେ ଭାରତକୁ ସ୍ୱର୍ଗରେ ପରିଣତ କରୁଛନ୍ତି, ସେମାନଙ୍କର ଏହି ନିଶା ରହିବା ଦରକାର ଯେ
ଶ୍ରୀମତ ଆଧାରରେ ଆମେମାନେ କଳ୍ପ-କଳ୍ପ ଭାରତକୁ ସ୍ୱର୍ଗ କରିଥାଉ । ଯିଏ ଯେତେ ଶ୍ରୀମତକୁ ଧାରଣ
କରିବେ ସେତେ ଉଚ୍ଚ ପଦ ପାଇବେ । ଭାରତବାସୀମାନେ କଳ୍ପର ଆୟୁଷ ଲକ୍ଷ-ଲକ୍ଷ ବର୍ଷ ବୋଲି
ଲେଖିଦେଇଛନ୍ତି । ତୁମେମାନେ ଜାଣିଛ ଯେ ବାବା, ଯାହାଙ୍କର ଏହି ଭାରତ ଜନ୍ମସ୍ଥାନ ଅଟେ, ସିଏ ଯେଉଁ
ଧର୍ମ ସ୍ଥାପନ କରିଥିଲେ, ତା’ର ଶାସ୍ତ୍ର ହେଉଛି ଗୀତା । ଗୀତା କିଏ ଗାୟନ କରିଥିଲେ, ଏକଥା
ଭାରତବାସୀମାନେ ଭୁଲି ଯାଇଛନ୍ତି । କେତେ ଫରକ ହୋଇଯାଇଛି । କେଉଁଠି ନିରାକାର ଶିବ, କେଉଁଠି ପୁଣି
ଶ୍ରୀକୃଷ୍ଣ । ତୁମେମାନେ ଜାଣିଛ ଯେ କୃଷ୍ଣଙ୍କର ଆତ୍ମା ଯିଏକି ଗୋରା ଥିଲେ ସିଏ ଏବେ ବହୁତ ଜନ୍ମର
ଅନ୍ତିମ ଜନ୍ମରେ ତମୋପ୍ରଧାନ ହୋଇଯାଇଛି । ପୁଣି ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ଏହାଙ୍କୁ
ଶ୍ରୀକୃଷ୍ଣଙ୍କ ସଦୃଶ ଗୋରା ଅର୍ଥାତ୍ ସୁନ୍ଦର କରୁଛି, ସେଥିପାଇଁ କୃଷ୍ଣଙ୍କୁ ଶ୍ୟାମଳ ଏବଂ ଗୋରା,
ଶ୍ୟାମ ଏବଂ ସୁନ୍ଦର କହିଥାନ୍ତି । ଇଏ ସତ୍ୟଯୁଗର ପ୍ରଥମ ନମ୍ବରର ସୁନ୍ଦର ରାଜକୁମାର ଥିଲେ । ତେଣୁ
ତାଙ୍କର ମହିମା ହେଉଛି - ମର୍ଯ୍ୟାଦା ପୁରୁଷୋତ୍ତମ, ଅହିଂସା ପରମୋଧର୍ମ । ଭାରତବାସୀମାନେ ଏକଥା
ଜାଣି ନାହାଁନ୍ତି ଯେ ରାଧା-କୃଷ୍ଣ ଏବଂ ଲକ୍ଷ୍ମୀ-ନାରାୟଣଙ୍କର ପରସ୍ପର ମଧ୍ୟରେ କ’ଣ ସମ୍ବନ୍ଧ
ରହିଛି! ବାବା କହୁଛନ୍ତି - ବର୍ତ୍ତମାନ ପର୍ଯ୍ୟନ୍ତ ତୁମେମାନେ ଯାହା କିଛି ପାଠ ପଢିଆସିଛ, ସେଥିରେ
କୌଣସି ସାର-ମର୍ମ ନାହିଁ । ବର୍ତ୍ତମାନ ତୁମେମାନେ ସମ୍ମୁଖରେ ବସିଛ । ଜାଣିଛ ଯେ ବାବା ୫ ହଜାର
ବର୍ଷ ପରେ ଆମକୁ ପୁନର୍ବାର ରାଜଯୋଗର ଶିକ୍ଷା ଦେଉଛନ୍ତି । ସାରା ଦୁନିଆ କହୁଛି ଯେ କୃଷ୍ଣ ଗୀତା
ଶୁଣାଇଥିଲେ । ବାବା କହୁଛନ୍ତି - କୃଷ୍ଣଙ୍କ ପାଖରେ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ହିଁ ନାହିଁ
। କୃଷ୍ଣଙ୍କର ଆତ୍ମା ପୂର୍ବ ଜନ୍ମରେ ଏହି ଜ୍ଞାନ ପ୍ରାପ୍ତ କରିଥିଲେ, ଏବେ ପୁଣି ପ୍ରାପ୍ତ
କରୁଛନ୍ତି । ଯାହାଙ୍କର ନାମ ମୁଁ ବ୍ରହ୍ମା ରଖିଛି । ତାଙ୍କର ବହୁତ ଜନ୍ମର ଅନ୍ତିମ ଜନ୍ମରେ ମୁଁ
ପ୍ରବେଶ କରୁଛି । ତୁମେମାନେ ମରଜୀବା ହୋଇଛ ନା । ତୁମ୍ଭମାନଙ୍କର ଅବ୍ୟକ୍ତ ନାମ ମଧ୍ୟ ରଖାଯାଇଥିଲା
। ଏବେ ଆଉ ସେପରି ନାମ ରଖୁ ନାହିଁ କାରଣ ଅନେକ ସେ ନାମକୁ ତ୍ୟାଗ କରି ଚାଲିଗଲେ । ବାବାଙ୍କର ହୋଇ
ନାମ ରଖି ଯଦି ପଳାଇଲ, ଏହା ତ ଶୋଭା ପାଉ ନାହିଁ, ସେଥିପାଇଁ ଅବ୍ୟକ୍ତ ନାମ ଦେବା ବନ୍ଦ କରିଦେଲି
। ଏବେ ତୁମ୍ଭେମାନେ ବ୍ରାହ୍ମଣ ହୋଇଛ । ତୁମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ, ଶିବବାବାଙ୍କର
ପୌତ୍ର ଅଟ । ବାବା କହୁଛନ୍ତି - ବର୍ସା ଅର୍ଥାତ୍ ସମ୍ପତ୍ତି ତୁମକୁ ମୋ ଠାରୁ ନେବାକୁ ହେବ, ତେଣୁ
ମୋତେ ୟାଦ କର । ବ୍ରହ୍ମାଙ୍କର ଏହା ବହୁତ ଜନ୍ମର ଅନ୍ତିମ ଜନ୍ମ ଅଟେ । ସୂକ୍ଷ୍ମବତନରେ ଯେଉଁ
ବ୍ରହ୍ମା ଦେଖାଉଛନ୍ତି ସିଏ ତ ସମ୍ପୂର୍ଣ୍ଣ ପବିତ୍ର ଅଟନ୍ତି । ସୂକ୍ଷ୍ମବତନରେ ପ୍ରଜାପିତା ତ
ହୋଇପାରିବେ ନାହିଁ । ବାବା ବୁଝାଉଛନ୍ତି ଇଏ ବ୍ୟକ୍ତ ଅଟନ୍ତି, କଳ୍ପବୃକ୍ଷର ଶେଷ ଛିଡା ହୋଇଛନ୍ତି
। ପବିତ୍ର ଫରିସ୍ତା ହେବା ପାଇଁ ଏଠାରେ ପିଲାମାନଙ୍କ ସାଥିରେ ଯୋଗରେ ବସିଛନ୍ତି । ତେବେ ସୂକ୍ଷ୍ମ
ବତନରେ ଦେଖାଇବାକୁ ପଡିବ । ପୁଣି ଏଠାରେ ମଧ୍ୟ ପ୍ରଜାପିତା ନିଶ୍ଚୟ ରହିବା ଆବଶ୍ୟକ । ସିଏ
ଅବ୍ୟକ୍ତ, ଇଏ ବ୍ୟକ୍ତ । ତୁମ୍ଭେମାନେ ମଧ୍ୟ ଫରିସ୍ତା ହେବା ପାଇଁ ଆସିଛ । ଏହିଥିରେ ହିଁ
ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି କାରଣ ଏହା ହେଉଛି ସମ୍ପୂର୍ଣ୍ଣ ନୂଆ ଜ୍ଞାନ । କୌଣସି ବି
ଶାସ୍ତ୍ର ଆଦିରେ ଏହି ଜ୍ଞାନ ନାହିଁ । ଭଗବାନ ଏକ ଅଟନ୍ତି ଯିଏକି ସର୍ବୋଚ୍ଚ ନିରାକାର ପରମପିତା
ପରମାତ୍ମା, ସବୁ ଆତ୍ମାମାନଙ୍କର ପିତା । ତାଙ୍କର ରହିବାର ସ୍ଥାନ ହେଉଛି ପରମଧାମ । ତାଙ୍କୁ
ସମସ୍ତେ ସ୍ମରଣ କରୁଛନ୍ତି ଯେ ଆସ, ଆମ ଉପରେ ମାୟାର ଛାୟା ପଡିଯାଇଛି । ଆମେ ପତିତ ହୋଇଯାଇଛୁ ।
ଏକଥା ନୂଆ ମାନଙ୍କର ବୁଦ୍ଧିରେ ରହିବ ନାହିଁ । ଏବେ ତୁମେମାନେ ରଚନାର ଆଦି-ମଧ୍ୟ-ଅନ୍ତକୁ ଜାଣୁଛ
। ସତ୍ୟଯୁଗରେ ଆମେ ବହୁତ ଅଳ୍ପ ସଂଖ୍ୟକ ଲୋକ ରାଜ୍ୟ କରୁଥିଲେ । ସେଠାରେ ଅଧର୍ମର କୌଣସି କଥା
ହୋଇପାରିବ ନାହିଁ । ଶାସ୍ତ୍ର ଗୁଡିକରେ କେତେ କଥା ଲେଖିଦେଇଛନ୍ତି, କିନ୍ତୁ ସେଥିରେ କୌଣସି
ସାରତତ୍ତ୍ୱ ନାହିଁ । ସିଢିରେ ତଳକୁ ଖସି-ଖସି ଏବେ ଅନ୍ତିମ ସମୟରେ ଆସି ପତିତ ହୋଇଯାଇଛୁ । ଏବେ
ତୁମେ ଲମ୍ଫ ଦେଉଛ, ତଳକୁ ଓହ୍ଲାଇବାରେ ତୁମକୁ ୮୪ ଜନ୍ମ ଲାଗିଲା, କିନ୍ତୁ ଗୋଟିଏ ସେକେଣ୍ଡରେ
ଉପରକୁ ଚଢି ଯାଉଛ ।
ତୁମ୍ଭେ ସନ୍ତାନମାନେ ଏବେ
ରାଜଯୋଗ ଶିଖୁଛ, ପୁଣି ଶାନ୍ତିଧାମକୁ ଯାଇ ସୁଖଧାମକୁ ଆସିବ । ଏହା ହେଉଛି ଦୁଃଖଧାମ । ପ୍ରଥମେ
ତୁମ୍ଭେମାନେ ଆସୁଛ, ତେଣୁ ବାବା ମଧ୍ୟ ପ୍ରଥମେ-ପ୍ରଥମେ ତୁମ ସହିତ ସମ୍ମୁଖ ମିଳନ କରୁଛନ୍ତି ।
ଏଠାରେ ବାବା ଏବଂ ପିଲାମାନଙ୍କର, ଆତ୍ମା ଏବଂ ପରମାତ୍ମାଙ୍କର ମେଳା ଲାଗିଥାଏ । ହିସାବ ରହିଛି ନା
- ଆମକୁ ବାବାଙ୍କ ପାଖରୁ ଆସିବାର ୫ ହଜାର ବର୍ଷ ହୋଇଗଲାଣି । ପ୍ରଥମେ ତୁମେ ସ୍ୱର୍ଗରେ ଅଭିନୟ କଲ,
ସେଠାରୁ ଅଭିନୟ କରି-କରି ତୁମେ ତଳକୁ ଖସି ଆସିଛ । ଏବେ ତୁମ୍ଭେମାନେ ବାବାଙ୍କ ପାଖକୁ ଆସିଯାଇଛ,
ଆଉ ଅଳ୍ପ ବହୁତେ ଯେଉଁମାନେ ରହିଥିବେ ସେମାନେ ମଧ୍ୟ ଆସିଯିବେ । ପୁଣି ତୁମର ପାଠପଢା ଶେଷ ହୋଇଯିବ,
ସମସ୍ତଙ୍କୁ ଏହିଠାକୁ ଆସିବାକୁ ପଡିବ । ସେଠାରେ ଅର୍ଥାତ୍ ଶାନ୍ତିଧାମ ଯେବେ ଖାଲି ହୋଇଯିବ, ପୁଣି
ବାବା ସମସ୍ତଙ୍କୁ ନେଇଯିବେ । ଏହା ବୁଝିବାର କଥା ଅଟେ । ତେଣୁ ପାଠ ପଢିବାକୁ ପଡିବ । ସ୍କୁଲକୁ
କେବେ ଯିବ, କେବେ ନ ଯିବ ଏହା ନିୟମ ନୁହେଁ । ବାବା ପାଠପଢା ପାଇଁ ବହୁତ ପ୍ରକାରେ ସୁବିଧା କରି
ଦେଇଛନ୍ତି । ନଚେତ୍ କେବେ ବି କାହା ପାଖକୁ ପାଠପଢା ପୋଷ୍ଟରେ ବା ଡାକରେ ଯାଇ ନ ଥାଏ । ଏହି
ଅବିନାଶୀ ବାବାଙ୍କର ପାଠପଢା ଡାକରେ ଯାଉଛି । କେତେ କାଗଜ ଛପା ହେଉଛି । କୁଆଡେ-କୁଆଡେ ଯାଉଛି ।
୭ ଦିନର କୋର୍ସ କରି ପୁଣି କେଉଁଠାରେ ହେଲେ ପଢିପାରିବ । ବର୍ତ୍ତମାନ ସମୟରେ ସମସ୍ତେ ଅଧାକଳ୍ପର
ରୋଗୀ ଅଟନ୍ତି, ସେଥିପାଇଁ ୭ ଦିନ ଭଟ୍ଟୀର ରଖିବାକୁ ପଡିଥାଏ । ଏହି ୫ ବିକାର ରୂପୀ ବ୍ୟାଧି ସାରା
ଦୁନିଆରେ ସଂକ୍ରମିତ ହୋଇଯାଇଛି । ସତ୍ୟଯୁଗରେ ତୁମର କାୟା ବା ଶରୀର ନିରୋଗୀ ଥିଲା, ତୁମେ ସଦା
ସୁସ୍ଥ-ସମ୍ପତ୍ତିବାନ ଥିଲ । ଏବେ ତ ତୁମର କ’ଣ ଅବସ୍ଥା ହୋଇଯାଇଛି । ଏହି ସମସ୍ତ ଖେଳ ଭାରତରେ
ହିଁ ହେଉଛି । ତୁମର ଏବେ ୮୪ ଜନ୍ମର ସ୍ମୃତି ଆସିଛି । କଳ୍ପ-କଳ୍ପ ତୁମେ ହିଁ ସ୍ୱଦର୍ଶନ ଚକ୍ରଧାରୀ
ହେଉଛ ଏବଂ ଚକ୍ରବର୍ତ୍ତୀ ରାଜା ମଧ୍ୟ ହେଉଛ । ଏବେ ରାଜତ୍ୱ ସ୍ଥାପନ ହେଉଛି, ଏଥିରେ କ୍ରମଅନୁସାରେ
ପଦ-ପଦବୀ ରହିବ । ପ୍ରଜା ମଧ୍ୟ ଅନେକ ପ୍ରକାରର ଦରକାର । ନିଜର ମନକୁ ପଚାରିବା ଦରକାର ଯେ ମୁଁ
କେତେ ଜଣଙ୍କୁ ନିଜ ସମାନ ସ୍ୱଦର୍ଶନ ଚକ୍ରଧାରୀ କରିଛି । ଯିଏ ଯେତେ କରାଇବେ ସିଏ ସେତେ ଉଚ୍ଚପଦ
ପାଇବେ । ତୁମ୍ଭମାନଙ୍କୁ ବାବା ମାୟା ସହିତ ଯୁଦ୍ଧ କରିବା ଶିଖାଉଛନ୍ତି, ସେଥିପାଇଁ ଏହାଙ୍କର ନାମ
ଯୁଧିଷ୍ଠିର ରଖିଦେଇଛନ୍ତି । ବାବା ମାୟା ଉପରେ ବିଜୟୀ ହେବା ପାଇଁ ଯୁଦ୍ଧ ଶିଖାଉଛନ୍ତି ।
ଯୁଧିଷ୍ଠିର ଏବଂ ଧୃତରାଷ୍ଟ୍ରଙ୍କୁ ମଧ୍ୟ ଦେଖାଉଛନ୍ତି । ଗାୟନ ବି କରାଯାଇଥାଏ ମାୟା ଜିତେ
ଜଗତଜିତ, କେତେ ସମୟ ତୁମର ବିଜୟ ସ୍ଥାୟୀ ରହିଲା, ପୁଣି କେତେ ସମୟ ଧରି ପରାଜିତ ହୋଇ ରହୁଛ । ଏକଥା
ବି ତୁମେମାନେ ଜାଣିଛ । ଏହା ସ୍ଥୂଳ ଯୁଦ୍ଧ ନୁହେଁ, ନା ଏହା ଦେବତା ଏବଂ ଅସୁରମାନଙ୍କର ଯୁଦ୍ଧ ଅଟେ
। ନା କୌରବ ଏବଂ ପାଣ୍ଡବମାନଙ୍କର ଯୁଦ୍ଧ ଅଟେ । ମିଛ କାୟା, ମିଛ ମାୟା.... ଏହି ଭାରତ ମିଥ୍ୟା
ଭୂଖଣ୍ଡ ପାଲଟି ଯାଇଛି । ଭାରତ ସତ୍ୟ ରାଷ୍ଟ୍ର ଥିଲା, ଯେବେଠାରୁ ରାବଣ ରାଜ୍ୟ ଆରମ୍ଭ ହୋଇଛି,
ସେବେଠାରୁ ମିଥ୍ୟାରାଷ୍ଟ୍ର ହୋଇଯାଇଛି । ଈଶ୍ୱରଙ୍କ ପାଇଁ କେତେ ମିଥ୍ୟା କଥା କହୁଛନ୍ତି । କେତେ
କଳଙ୍କ ଲଗାଉଛନ୍ତି । କଳକୀ ଅବତାରର ମଧ୍ୟ ଗାୟନ ରହିଛି । ସବୁଠାରୁ ଅଧିକ କଳଙ୍କ ବାବାଙ୍କ ଉପରେ
ଲଗାଉଛନ୍ତି । ତାଙ୍କ ନିମନ୍ତେ କହୁଛନ୍ତି କଚ୍ଛପ ଅବତାର-ମତ୍ସ୍ୟ ଅବତାର, ମାଟି-ଗୋଡି ଭିତରେ
ଈଶ୍ୱର ଅଛନ୍ତି । କେତେ ଗାଳି ଦେଉଛନ୍ତି । କ’ଣ ଏହା ସଭ୍ୟତା ଅଟେ? ଏବେ ତୁମକୁ ଜ୍ଞାନର ଆଲୋକ
ମିଳିଛି । ତୁମେମାନେ ଜାଣିଛ ଯେ ବାବା ଆମକୁ ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ
ବୁଝାଉଛନ୍ତି, ଯାହାକୁ ଆଉ କେହି ଜାଣିନାହାଁନ୍ତି । ବାବା ହିଁ ସଦ୍ଗତି ଦାତା ଅଟନ୍ତି ।
ବାବାଙ୍କର ଜ୍ଞାନ ଦ୍ୱାରା ସମସ୍ତଙ୍କର ସଦ୍ଗତି ହୋଇଥାଏ । ବାକି ଯେଉଁମାନେ ନିଜେ ହିଁ ଦୁର୍ଗତିରେ
ଅଛନ୍ତି, ସେମାନେ କିପରି ଅନ୍ୟମାନଙ୍କର ସଦ୍ଗତି କରିପାରିବେ? ମୁଁ ଆସି ତୁମ୍ଭମାନଙ୍କୁ
ରାଜାମାନଙ୍କର ରାଜା କରୁଛି । ତୁମ୍ଭେମାନେ ହିଁ ପବିତ୍ର ପୂଜ୍ୟ ଥିଲ, ଏବେ ଆସି ପୂଜାରୀ ହୋଇଯାଇଛ
। ପବିତ୍ର ରାଜାମାନଙ୍କର ଅପବିତ୍ର ରାଜାମାନେ ପୂଜା କରିଥାନ୍ତି । ସତ୍ୟଯୁଗରେ ତୁମ୍ଭେମାନେ
ଦ୍ୱିମୁକୁଟଧାରୀ ଥିଲ । ବିକାରୀ ରାଜାମାନଙ୍କର ତ ଗୋଟିଏ ମୁକୁଟ ରହିଥାଏ । ସେମାନେ ମଧ୍ୟ ମହାରାଜା
ମହାରାଣୀ ଅଟନ୍ତି । କିନ୍ତୁ ପବିତ୍ର ଆତ୍ମାମାନଙ୍କ ପାଖରେ ଅପବିତ୍ର ଆତ୍ମା ଯାଇ ମୁଣ୍ଡ
ନୁଆଁଇଥାନ୍ତି । ଯେଉଁ ଭାରତବାସୀ ପବିତ୍ର ପ୍ରବୃତ୍ତିମାର୍ଗର ଥିଲେ, ସେହି ଭାରତବାସୀମାନେ ଏବେ
ପତିତ ପ୍ରବୃତ୍ତି ମାର୍ଗର ହୋଇଯାଇଛନ୍ତି । ଏବେ ବାବା କହୁଛନ୍ତି ତୁମ୍ଭମାନଙ୍କର ମୃତ୍ୟୁଲୋକରେ
ଏହା ଅନ୍ତିମ ଜନ୍ମ ଅଟେ । ବର୍ତ୍ତମାନ ମୁଁ ଆସିଛି ତୁମକୁ ପୁଣି ଥରେ ସତ୍ୟଯୁଗକୁ ନେଇଯିବା ପାଇଁ
। ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ଏହି ମୁସଳ ଅର୍ଥାତ୍ ମିସାଇଲ୍ ଦ୍ୱାରା ଯୁଦ୍ଧ ଲାଗିଥିଲା । ଏହି
ପୁରୁଣା ଦୁନିଆ ଶେଷ ହୋଇଯିବ । ବାବା ବୁଝାଉଛନ୍ତି ଯେ ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସଦୃଶ
ହେବାକୁ ପଡିବ । ପଦ୍ମ ଫୁଲ ସଦୃଶ ତୁମେ ବ୍ରାହ୍ମଣମାନେ ହୋଇଛ । କିନ୍ତୁ ଏହି ଚିହ୍ନ ବିଷ୍ଣୁଙ୍କୁ
ଦେଇ ଦେଇଛନ୍ତି କାରଣ ତୁମର ଅବସ୍ଥା ସର୍ବଦା ଏକରସ ହୋଇ ରହୁ ନାହଁ । ଆଜି କମଳ ଫୁଲ ସମାନ ହୋଇଛ,
ଦୁଇବର୍ଷ ପରେ ପତିତ ହୋଇଯାଉଛ ।
ତୁମ୍ଭମାନଙ୍କର ଏହା
ସର୍ବୋତ୍ତମ କୁଳ ଅଟେ । ତୁମେ ବ୍ରାହ୍ମଣମାନେ ହେଉଛ ଚୋଟୀ ଅର୍ଥାତ୍ ଚୂଳ । ପୁଣି ପୁନର୍ଜନ୍ମ
ନେଇ ନେଇ ଦେବତା, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ହେଉଛ । ଶୂଦ୍ରରୁ ଦେବତା କ’ଣ ତୁରନ୍ତ ହୋଇଯିବ କି?
ସେଥିପାଇଁ ବ୍ରାହ୍ମଣ ହେବା ଦରକାର ନା । ଏବେ ବ୍ରାହ୍ମଣମାନଙ୍କୁ ବାବା ପାଠ ପଢାଉଛନ୍ତି । ତେବେ
ଏପରି ବାବାଙ୍କୁ ଛାଡପତ୍ର ଦେବା ଉଚିତ୍ ନୁହେଁ । ବାବା କହୁଛନ୍ତି ଆଶ୍ଚର୍ଯ୍ୟ ଭାବେ ମୋର
ହେଉଛନ୍ତି, ଶୁଣୁଛନ୍ତି ପୁଣି ପଳାଇଯାଇ ମାୟାର ହୋଇଯାଉଛନ୍ତି । ବିଶ୍ୱାସଘାତକ ହୋଇ, ମୋର ନିନ୍ଦା
କରାଉଛନ୍ତି.... ଏହିମାନଙ୍କୁ କୁହାଯାଏ ସତଗୁରୁଙ୍କର ନିନ୍ଦକ ସ୍ୱର୍ଗରେ ସ୍ଥାନ ପାଇବେ ନାହିଁ ।
ବାକି ଯେଉଁମାନେ ଭକ୍ତିମାର୍ଗର ଗୁରୁ ଅଟନ୍ତି, ସେମାନେ କୌଣସି ସଦ୍ଗତି ଦାତା ନୁହଁନ୍ତି । ସବୁ
ଆତ୍ମାମାନଙ୍କର ପିତା, ଶିକ୍ଷକ, ଗୁରୁ ଏକମାତ୍ର ନିରାକାର ପିତା ହିଁ ଅଟନ୍ତି । ସିଏ ହିଁ
ସମସ୍ତଙ୍କର ଉଦ୍ଧାର କରିବା ପାଇଁ ଆସିଛନ୍ତି । ଆଗକୁ ଗଲେ ବୁଝିପାରିବେ, କିନ୍ତୁ ସେତେବେଳକୁ
ବହୁତ ବିଳମ୍ବ ହୋଇଯିବ । ସେମାନେ ପୁଣି ନିଜର ଧର୍ମକୁ ହିଁ ଚାଲିଯିବେ । ଶ୍ରେଷ୍ଠରୁ ଶ୍ରେଷ୍ଠ
ହେଉଛି ଦେବତା ଧର୍ମ । ଦେବତାମାନଙ୍କଠାରୁ ମଧ୍ୟ ଉଚ୍ଚ ତୁମେ ବ୍ରାହ୍ମଣ ଅଟ, ଯିଏକି ବାବାଙ୍କ
ସାଥିରେ ବସିଛ । ତୁମକୁ ପାଠ ପଢାଇଲାବାଲା ବିଚିତ୍ର ଏବଂ ବିଦେହୀ ଅଟନ୍ତି । ବାବା କହୁଛନ୍ତି ମୋର
ଦେହ ନାହିଁ । ମୋତେ ଶିବ ବୋଲି କହନ୍ତି, ମୋର ନାମ ବଦଳି ପାରିବ ନାହିଁ । ଆଉ ସମସ୍ତଙ୍କର ଶରୀରର
ନାମ ବଦଳିଥାଏ । ମୁଁ ହେଉଛି ପରମଆତ୍ମା, ମୋର ଜନ୍ମ-ପତ୍ରୀ କେହି ବାହାର କରିପାରିବେ ନାହିଁ ।
ଯେତେବେଳେ ବେହଦର ରାତ୍ରି ହୋଇଥାଏ, ସେତେବେଳେ ମୁଁ ରାତ୍ରିକୁ ଦିନ କରିବାକୁ ଆସିଥାଏ ।
ବର୍ତ୍ତମାନ ହେଉଛି ସଂଗମଯୁଗ, ଏହି କଥାକୁ ଭଲ ଭାବରେ ବୁଝି ପୁଣି ଧାରଣା କରିବା ଆବଶ୍ୟକ ।
ସ୍ମୃତିରେ ଆଣିବା ଦରକାର । ଏଠାକୁ ତୁମେ ସନ୍ତାନମାନେ ଆସୁଛ, ଏଠାରେ ତୁମକୁ ଫୁରସତ୍ ମିଳୁଛି ।
ତୁମେ ଏଠାରେ ଭଲ ଭାବରେ ବିଚାର ସାଗର ମନ୍ଥନ କରିପାରିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ସର୍ବୋତ୍ତମ କୁଳର ସ୍ମୃତି ଦ୍ୱାରା ଗୃହସ୍ଥ ବ୍ୟବହାରରେ ରହି କମଳ ଫୁଲ ସଦୃଶ ପବିତ୍ର ହେବାକୁ
ପଡିବ । କେବେ ହେଲେ ବି ସଦ୍ଗୁରୁଙ୍କର ନିନ୍ଦା କରାଇବାର ନାହିଁ ।
(୨) ଶ୍ରୀମତ ଆଧାରରେ
ଭାରତକୁ ସ୍ୱର୍ଗରେ ପରିଣତ କରିବାର ସେବା କରିବାକୁ ହେବ । ନିଜେ ସ୍ୱଦର୍ଶନ ଚକ୍ରଧାରୀ ହେବା ସହିତ
ଅନ୍ୟମାନଙ୍କୁ ମଧ୍ୟ କରିବାକୁ ହେବ । ଯେତେବେଳେ ବି ଫୁରସତ ମିଳୁଛି ବିଚାର ସାଗର ମନ୍ଥନ ନିଶ୍ଚିତ
କରିବାକୁ ହେବ ।
ବରଦାନ:-
ସର୍ବଦା
କଲ୍ୟାଣକାରୀ ଭାବନା ଦ୍ୱାରା ଗୁଣଗ୍ରାହୀ ହେଉଥିବା ଅଚଳ ଅଟଳ ଭବ ।
ନିଜର ସ୍ଥିତିକୁ ଅଚଳ
ଅଟଳ ରଖିବା ପାଇଁ ସର୍ବଦା ଗୁଣଗ୍ରାହୀ ହୁଅ । ଯଦି ସବୁ କଥାରେ ଗୁଣଗ୍ରାହୀ ହୋଇଯିବ ତେବେ ହଲଚଲରେ
ଆସିବ ନାହିଁ । ଗୁଣଗ୍ରାହୀ ଅର୍ଥାତ୍ କଲ୍ୟାଣର ଭାବନା । ଅବଗୁଣ ଭିତରେ ଗୁଣକୁ ଦେଖିବା, ତାକୁ
କୁହାଯାଏ ଗୁଣଗ୍ରାହୀ, ସେଥିପାଇଁ ଅବଗୁଣବାଲାଙ୍କ ଠାରୁ ମଧ୍ୟ ଗୁଣ ଉଠାଅ । ସେମାନେ ଯେପରି ନିଜର
ଅବଗୁଣରେ ଦୃଢ ଅଟନ୍ତି, ତୁମେ ମଧ୍ୟ ସେହିପରି ନିଜର ଗୁଣରେ ଦୃଢ ରୁହ । ଗୁଣର ଗ୍ରାହକ ହୁଅ
ଅବଗୁଣର ନୁହେଁ ।
ସ୍ଲୋଗାନ:-
ନିଜର ସବୁକିଛି
ବାବାଙ୍କୁ ଅର୍ପଣ କର ସର୍ବଦା ହାଲୁକା ରହୁଥିବା ଆତ୍ମାମାନେ ହିଁ ଫରିସ୍ଥା ଅଟନ୍ତି ।
ଅବ୍ୟକ୍ତ ଈଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।
ବାପ୍ ସମାନ ହେବା ପାଇଁ
ବ୍ରହ୍ମାବାବାଙ୍କୁ ଅନୁକରଣ କରିଚାଲ । ଚିନ୍ତାକର, ବ୍ରହ୍ମାବାବା ସମ୍ପୂର୍ଣ୍ଣ କିପରି ହେଲେ?
ତାଙ୍କର ବିଶେଷତା କ’ଣ ଥିଲା? ସମ୍ପୂର୍ଣ୍ଣତାର ବିଶେଷ ଆଧାର କ’ଣ ଥିଲା? ବ୍ରହ୍ମାବାବା ନିଜର ସବୁ
ସମୟକୁ ସଫଳ କରିଥିଲେ । ପ୍ରତିଟି ନିଶ୍ୱାସ, ପ୍ରତିଟି ସେକେଣ୍ଡକୁ ସଫଳ କରିଥିଲେ । ତେଣୁ ବାପ୍
ସମାନ ହେବା ପାଇଁ ଲକ୍ଷ୍ୟ ରଖ ଯେ ସଫଳ କରିବାକୁ ହେବ ଏବଂ ସଫଳତାମୂରତ ହେବାକୁ ପଡିବ ।