04.04.26 Avyakt Bapdada Odia Murli 30.11.2008 Om Shanti Madhuban
“ଫୁଲଷ୍ଟପ ଲଗାଇ,
ସମ୍ପୂର୍ଣ୍ଣ ପବିତ୍ରତାର ଧାରଣା କରି, ମାନସୀକ ସେବାର ସକାଶ ଦ୍ୱାରା ସୁଖ ଶାନ୍ତିର ଆଞ୍ଜୁଳୀ
ଦେବାର ସେବା କର ”
ଆଜି ବାପଦାଦା ଚାରିଆଡର
ମହାନ ପିଲାମାନଙ୍କୁ ଦେଖୁଛନ୍ତି । ତେବେ ତୁମେମାନେ କ’ଣ ମହାନତା କରି ଦେଖାଇଛ? ଯାହାକୁ ଦୁନିଆ
ଅସମ୍ଭବ ବୋଲି କହୁଛି ତାକୁ ସହଜରେ ସମ୍ଭବ କରି ଦେଖାଇଛ, ତାହା ହେଲା ପବିତ୍ରତାର ବ୍ରତ । ତୁମେ
ସମସ୍ତେ ପବିତ୍ରତାର ବ୍ରତ ଧାରଣ କରିଛ ନା! ବାପଦାଦାଙ୍କ ସହିତ ଦୃଢ ପରିବର୍ତ୍ତନର ବ୍ରତ ଅର୍ଥାତ୍
ପ୍ରତିଜ୍ଞା କରିଛ । ତେବେ ବ୍ରତ ଧାରଣ କରିବା ଅର୍ଥ ନିଜର ବୃତ୍ତିର ପରିବର୍ତ୍ତନ କରିବା । କ’ଣ
ତୁମେମାନେ ବୃତ୍ତିର ପରିବର୍ତ୍ତନ କରିଛ ତ? ସଂକଳ୍ପ କରିଛ, ଆମେ ସବୁ ଭାଇ-ଭାଇ ଅଟୁ, ଏହିଭଳି
ବୃତ୍ତିର ପରିବର୍ତ୍ତନ କରିବା ପାଇଁ ଭକ୍ତିମାର୍ଗରେ ମଧ୍ୟ କେତେ ପ୍ରକାରର ବ୍ରତ କରୁଛନ୍ତି କିନ୍ତୁ
ତୁମେମାନେ ତ ବାବାଙ୍କ ସହିତ ଦୃଢ ସଂକଳ୍ପ କରିଛ କାହିଁକିନା ବ୍ରାହ୍ମଣ ଜୀବନର ମୂଳଦୁଆ ହେଲା
ପବିତ୍ରତା ଏବଂ ପବିତ୍ରତା ଦ୍ୱାରା ହିଁ ପରମାତ୍ମ ସ୍ନେହ ଏବଂ ସର୍ବ ପରମାତ୍ମ ପ୍ରାପ୍ତିଗୁଡିକ
ମଧ୍ୟ ମିଳୁଛି । ଦୁନିଆରେ ମହାତ୍ମାମାନେ ଯାହାକୁ କଠିନ ମନେ କରୁଛନ୍ତି, ଅସମ୍ଭବ ମନେ କରୁଛନ୍ତି
କିନ୍ତୁ ତୁମେମାନେ ସେହି ପବତ୍ରତାକୁ ନିଜର ସ୍ୱଧର୍ମ ବୋଲି ଭାବୁଛ । ବାପଦାଦା ଦେଖୁଛନ୍ତି କେତେ
ଜଣ ଭଲ ଭଲ ସନ୍ତାନ ଅଛନ୍ତି, ଯେଉଁମାନେ କି ସଂକଳ୍ପ କରିଛନ୍ତି ଏବଂ ନିଜର ଦୃଢ ସଂକଳ୍ପ ଦ୍ୱାରା
ବାସ୍ତବିକ ରୂପରେ ପରବର୍ତ୍ତନ ଦେଖାଉଛନ୍ତି । ଚାରିଆଡର ଏହିଭଳି ମହାନ ପିଲାମାନଙ୍କୁ ବାପଦାଦା
ବହୁତ-ବହୁତ ଆନ୍ତରିକ ଆଶୀର୍ବାଦ ଦେଉଛନ୍ତି ।
ତୁମେମାନେ ମଧ୍ୟ
ମନ-ବଚନ-କର୍ମ ତଥା ନିଜର ଦୃଷ୍ଟି, ବୃତ୍ତି ଦ୍ୱାରା ପବିତ୍ରତାର ଅନୁଭବ କରୁଛ ନା! ପବିତ୍ରତାର
ବୃତ୍ତିର ଅର୍ଥ ହେଲା ପ୍ରତ୍ୟେକ ଆତ୍ମା ପ୍ରତି ଶୁଭଭାବନା, ଶୁଭକାମନା । ଦୃଷ୍ଟି ଦ୍ୱାରା
ପ୍ରତ୍ୟେକ ଆତ୍ମାକୁ ଆତ୍ମିକ ସ୍ୱରୂପରେ ଦେଖିବା ଏବଂ ନିଜକୁ ମଧ୍ୟ ସର୍ବଦା ଆତ୍ମିକ ସ୍ୱରୂପରେ
ସହଜରେ ଅନୁଭବ କରିବା । ତେଣୁ ବ୍ରାହ୍ମଣ ଜୀବନର ମହତ୍ୱ ହେଲା ମନ-ବଚନ-କର୍ମର ପବିତ୍ରତା । ଯଦି
ପବିତ୍ରତା ନାହିଁ ତେବେ ବ୍ରାହ୍ମଣ ଜୀବନର ଯେଉଁ ଗାୟନ ରହିଛି - ସର୍ବଦା ପବିତ୍ରତାର ବଳ ଦ୍ୱାରା
ନିଜେ ମଧ୍ୟ ନିଜକୁ ଆଶୀର୍ବାଦ ଦେଇଥାଆନ୍ତି । ତେବେ କ’ଣ ଆଶୀର୍ବାଦ ଦେଇଥା’ନ୍ତି? ପବିତ୍ରତା
ଦ୍ୱାରା ସର୍ବଦା ନିଜକୁ ମଧ୍ୟ ଖୁସି ଅନୁଭବ କରିଥାଆନ୍ତି ଏବଂ ଅନ୍ୟମାନଙ୍କୁ ମଧ୍ୟ ଖୁସି
ଦେଇଥାଆନ୍ତି । ଏହାଦ୍ୱାରା ପବିତ୍ର ଆତ୍ମାକୁ ତିନୋଟି ବିଶେଷ ବରଦାନ ମିଳିଥାଏ - ଗୋଟିଏ ହେଲା
ନିଜେ ନିଜକୁ ବରଦାନ ଦିଅନ୍ତି, ଯାହାଦ୍ୱାରା ସହଜରେ ବାବାଙ୍କର ପ୍ରିୟ ପାତ୍ର ହୋଇଯାଆନ୍ତି ।
ଦ୍ୱିତୀୟରେ ବରଦାତା ବାବାଙ୍କର ନିକଟତମ ଏବଂ ପ୍ରିୟତମ ସନ୍ତାନ ହୋଇଯାଆନ୍ତି, ସେଥିପାଇଁ
ବାବାଙ୍କର ଆଶୀର୍ବାଦ ସ୍ୱତଃ ପ୍ରାପ୍ତ ହୋଇଥାଏ ଏବଂ ସର୍ବଦା ପ୍ରାପ୍ତ ହୋଇଥାଏ । ତୃତୀୟରେ
ବ୍ରାହ୍ମଣ ପରିବାରରେ ଯେଉଁମାନେ ବି ବିଶେଷ ନିମିତ୍ତ ଅଛନ୍ତି ସେମାନଙ୍କ ଦ୍ୱାରା ମଧ୍ୟ ଆଶୀର୍ବାଦ
ମିଳି ଚାଲିଥାଏ । ଏହି ତିନି ପ୍ରକାରର ଆଶୀର୍ବାଦ ଆଧାରରେ ସେ ସର୍ବଦା ଉଡୁଥାଏ ଏବଂ ଉଡାଉଥାଏ ।
ତେଣୁ ତୁମେମାନେ ମଧ୍ୟ ନିଜେ ନିଜକୁ ପଚାର, ନିଜକୁ ଚେକ୍ କର ଯେ ପବିତ୍ରତାର ବଳ ଏବଂ ଫଳ
ସଦାସର୍ବଦା ଅନୁଭବ କରୁଛି ତ? ସଦା ସର୍ବଦା ଦିଲ୍ ଭିତରେ ରୁହାନୀ ଫଲକ ଅର୍ଥାତ୍ ଆତ୍ମିକ ନିଶା
ରହୁଛି ତ? କେବେ-କେବେ କେହି କେହି ପିଲା ଯେତେବେଳେ ଅମୃତବେଳାରେ ମିଳନ କରିଥାଆନ୍ତି, ଆତ୍ମିକ
ବାର୍ତ୍ତାଳାପ କରିଥାଆନ୍ତି ଜାଣିଛ କ’ଣ କହିଥାଆନ୍ତି? ପବିତ୍ରତା ଦ୍ୱାରା ଯେଉଁ ଅତିନ୍ଦ୍ରିୟ ସୁଖ
ରୂପୀ ଫଳ ମିଳୁଛି ତାହା ସର୍ବଦା ରହୁ ନାହିଁ । କେବେ ରହୁଛି, କେବେ ରହୁ ନାହିଁ କାହିଁକିନା
ପବିତ୍ରତାର ଫଳ ହିଁ ଅତିନ୍ଦ୍ରିୟ ସୁଖ ଅଟେ । ତେଣୁ ନିଜକୁ ପଚାର ମୁଁ କିଏ? ସଦାସର୍ବଦା
ଅତୀନ୍ଦ୍ରୀୟ ସୁଖର ଅନୁଭୂତିରେ ରହୁଛି, ନା କେବେ କେବେ ରହୁଛି? ନିଜକୁ କ’ଣ ବୋଲାଉଛ? ସମସ୍ତେ
ଯେତେବେଳେ ନିଜର ନାମ ଲେଖୁଛ ସେତେବେଳେ କ’ଣ ଲେଖୁଛ? ବି.କେ. ଅମୁକ... ବି.କେ. ଅମୁକ.... ଏବଂ
ନିଜକୁ ମାଷ୍ଟର ସର୍ବଶକ୍ତିବାନ ବୋଲି କହୁଛ । ତେବେ ସମସ୍ତେ ମାଷ୍ଟର ସର୍ବଶକ୍ତିବାନ ଅଟ ନା!
ଯେଉଁମାନେ ଭାବୁଛନ୍ତି ଆମେ ମାଷ୍ଟର ସର୍ବଶକ୍ତିବାନ ଅଟୁ ଏବଂ ସଦା ଅଟୁ, କେବେ କେବେ ନୁହେଁ,
ସେମାନେ ହାତ ଉଠାଅ । ସଦା ତ? ଦେଖ, ଚିନ୍ତା କର, ସଦା ଅଟ ତ? ଡବଲ ବିଦେଶୀମାନେ ହାତ ଉଠାଉ
ନାହାଁନ୍ତି, ଅଳ୍ପ ପିଲା ହାତ ଉଠାଉଛନ୍ତି । ଟୀଚରମାନେ ହାତ ଉଠାଅ, ସଦା ଅଟ ତ? ଖାଲିଟାରେ ଉଠାଅ
ନାହିଁ, ଯେଉଁମାନେ ସଦାବାଲା ଅଟ ସେହିମାନେ ହିଁ ହାତ ଉଠାଅ । ବହୁତ ଅଳ୍ପ ଅଛନ୍ତି । ପାଣ୍ଡବମାନେ
ଉଠାଅ, ପଛବାଲା ହାତ ଉଠାଅ, ବହୁତ କମ୍ ଅଛନ୍ତି । ସାରା ସଭା ହାତ ଉଠାଉ ନାହାଁନ୍ତି । ଆଚ୍ଛା, ଯଦି
ମାଷ୍ଟର ସର୍ବ ଶକ୍ତିବାନ ଅଟ ତେବେ ସେତେବେଳେ ଶକ୍ତି କୁଆଡେ ଚାଲିଯାଉଛି? ମାଷ୍ଟର ଅଟ ନା, ଏହାର
ଅର୍ଥ ହେଲା, ମାଷ୍ଟର ତ ପିତାଠାରୁ ମଧ୍ୟ ଉଚ୍ଚ ଅଟେ । ତେଣୁ ଚେକ୍ କର - ନିଶ୍ଚିତ ଭାବରେ
ପବିତ୍ରତାର ମୂଳଦୁଆରେ କିଛି ଦୁର୍ବଳତା ଅଛି । ତେବେ କେଉଁ ଦୁର୍ବଳତା ରହିଛି? ମନରେ ଅର୍ଥାତ୍
ସଂକଳ୍ପରେ ଦୁର୍ବଳତା ରହିଛି, ନା ବାଣୀରେ ଦୁର୍ବଳତା ଅଛି, ନା କର୍ମରେ ଦୁର୍ବଳତା ଅଛି, ନା
ସ୍ୱପ୍ନରେ ମଧ୍ୟ ଦୁର୍ବଳତା ଅଛି, କାହିଁକି ନା ପବିତ୍ର ଆତ୍ମାର ମନ-ବଚନ-କର୍ମ,
ସମ୍ବନ୍ଧ-ସମ୍ପର୍କ ଏବଂ ସ୍ୱପ୍ନ ସ୍ୱତଃ ହିଁ ଶକ୍ତିଶାଳୀ ହୋଇଥାଏ । ଯେହେତୁ ଅପବିତ୍ର ବୃତ୍ତିକୁ
ପରିବର୍ତ୍ତନ କରିବାର ବ୍ରତ ଧାରଣ କରିନେଇଛ ତେବେ ପୁଣି କେବେ କେବେ କାହିଁକି? ସମୟକୁ ମଧ୍ୟ
ଦେଖୁଛ, ସମୟର ଡାକରା, ଭକ୍ତମାନଙ୍କର ଡାକରା, ଆତ୍ମାମାନଙ୍କର ଡାକରାକୁ ମଧ୍ୟ ଶୁଣୁଛ ଏବଂ ଅଚାନକର
ପାଠ ତ ସମସ୍ତଙ୍କର ପକ୍କା ଅଟେ । ତେଣୁ ମୂଳଦୁଆର ଦୁର୍ବଳତା ଅର୍ଥାତ୍ ପବିତ୍ରତାରେ ଦୁର୍ବଳତା ।
ଯଦି ବାଣୀରେ ମଧ୍ୟ ଶୁଭଭାବନା, ଶୁଭକାମନା ନାହିଁ, ପବିତ୍ରତାର ବୀପରୀତ ଅଟେ, ତେବେ ବି
ସମ୍ପୂର୍ଣ୍ଣ ପବିତ୍ରତାର ଫଳସ୍ୱରୂପ ଅତୀନ୍ଦ୍ରିୟ ସୁଖର ଅନୁଭବ ହୋଇପାରିବ ନାହି, କାହିଁକିନା
ବ୍ରାହ୍ମଣ ଜୀବନର ଲକ୍ଷ୍ୟ ହିଁ ହେଉଛି ଅସମ୍ଭବକୁ ସମ୍ଭବ କରିବା । ସେଥିରେ ଯେତିକି ସେତିକି
ଶବ୍ଦର ସ୍ଥାନ ନାହିଁ । ଯେତିକି ଆବଶ୍ୟକ ସେତିକି ନାହିଁ । ତେଣୁ କାଲି ଅମୃତବେଳାରେ ସମସ୍ତେ
ବିଶେଷ ଭାବରେ ନିଜକୁ ଚେକ୍ କରିବ, ଅନ୍ୟ କାହା କଥା ଚିନ୍ତା କରିବ ନାହିଁ କି ଅନ୍ୟ କାହାକୁ
ଦେଖିବ ନାହିଁ, କିନ୍ତୁ ନିଜକୁ ଚେକ୍ କରିବ ଯେ କେତେ ପ୍ରତିଶତ ମାତ୍ରାରେ ମୁଁ ପବିତ୍ରତାର ବ୍ରତକୁ
ପାଳନ କରୁଛି? ସେଥିରେ ଚାରୋଟି କଥାକୁ ଚେକ୍ କରିବ - ପ୍ରଥମେ ବୃତ୍ତି, ଦ୍ୱିତୀୟରେ
ସମ୍ବନ୍ଧ-ସମ୍ପର୍କରେ ଶୁଭଭାବନା, ଶୁଭକାମନା, ଇଏ ତ ଏହିଭଳି ହିଁ ଅଟେ, ନା ବରଂ ସେହିଭଳି ଆତ୍ମା
ପ୍ରତି ମଧ୍ୟ ଶୁଭଭାବନା । ଯେହେତୁ ତୁମୋମନେ ନିଜକୁ ବିଶ୍ୱ ପରିବର୍ତ୍ତକ ବୋଲି ମାନି ନେଇଛ, କ’ଣ
ସମସ୍ତେ ଅଟ ତ? ନିଜକୁ ବିଶ୍ୱ ପରିବର୍ତ୍ତକ ଭାବୁଛ ତ? ହାତ ଉଠାଅ । ଏଥିରେ ତ ବହୁତ ଭଲ ହାତ
ଉଠାଉଛ, ଅଭିନନ୍ଦନ । କିନ୍ତୁ ବାପଦାଦା ତୁମ ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଛନ୍ତି, କ’ଣ
ପଚାରିବୁ ତ? ଯେହେତୁ ତୁମେମାନେ ବିଶ୍ୱ ପରିବର୍ତ୍ତକ ଅଟ, ତେବେ ବିଶ୍ୱ ପରିବର୍ତ୍ତନରେ ଏହି
ପ୍ରକୃତି ଏବଂ ପାଞ୍ଚତତ୍ୱ ମଧ୍ୟ ଆସିଯାଉଛି । ଯଦି ସେମାନଙ୍କୁ ମଧ୍ୟ ପରିବର୍ତ୍ତନ କରିପାରିବ ତେବେ
କ’ଣ ନିଜକୁ ବା ନିଜର ସାଥୀମାନଙ୍କୁ ବା ପରିବାରକୁ ପରିବର୍ତ୍ତନ କରିପାରିବ ନାହିଁ? ବିଶ୍ୱ
ପରିବର୍ତ୍ତକର ଅର୍ଥ ହେଲା ଆତ୍ମାମାନଙ୍କୁ, ପ୍ରକୃତିକୁ ଏବଂ ସମସ୍ତଙ୍କୁ ପରିବର୍ତ୍ତନ କରିବାବାଲା
। ତେଣୁ ନିଜର ପ୍ରତିଜ୍ଞାକୁ ମନେ ପକାଅ । ସମସ୍ତେ ଅନେକ ଥର ବାବାଙ୍କ ସହିତ ପ୍ରତିଜ୍ଞା କରିଛ
କିନ୍ତୁ ବାପଦାଦା ଏହି କଥା ଦେଖୁଛନ୍ତି ଯେ ସମୟ ବହୁତ ତୀବ୍ରବେଗରେ ଆଗେଇ ଆସୁଛି, ସମସ୍ତଙ୍କର
ଡାକରା ମଧ୍ୟ ବଢିଚାଲିଛି, ତେଣୁ ଡାକରା ଶୁଣିବାବାଲା ଏବଂ ପରିବର୍ତ୍ତନ କରିବାବାଲା ଉପକାରୀ
ଆତ୍ମାମାନେ କିଏ? ତୁମମାନେ ହିଁ ଅଟ ନା!
ବାପଦାଦା ତ ପୂର୍ବରୁ
ମଧ୍ୟ ଶୁଣାଇ ସାରିଛନ୍ତି ପରଉପକାରୀ ବା ବିଶ୍ୱ ଉପକାରୀ ହେବା ପାଇଁ ତିନୋଟି ଶବ୍ଦକୁ ସମାପ୍ତ
କରିବାକୁ ପଡିବ - ତାହା ତ ତୁମେମାନେ ଜାଣିଛ । ଜାଣିବାରେ ତ ସମସ୍ତେ ବହୁତ ବୁଦ୍ଧିମାନ ଅଟ,
ବାପଦାଦା ମଧ୍ୟ ଜାଣିଛନ୍ତି ଯେ ସମସ୍ତେ ବହୁତ ବୁଦ୍ଧିମାନ ଅଟନ୍ତି । ତେବେ ପ୍ରଥମ ଗୋଟିଏ ଶବ୍ଦ
ହେଲା ପରଚିନ୍ତନ, ଦ୍ୱିତୀୟଟି ପରଦର୍ଶନ ଏବଂ ତୃତୀୟରେ ହେଲା ପରମତ । ତେବେ ଏହି ତିନୋଟି ପର
ଶବ୍ଦକୁ ସମାପ୍ତ କରିଲେ ଯାଇ ପରଉପକାରୀ ହେବ, କାରଣ ଏହି ତିନୋଟି ଶବ୍ଦ ହିଁ ବିଘ୍ନ ରୂପ ହେଉଛି ।
ମନେ ପଡୁଛି ନା । ଏହା କୌଣସି ନୂଆ କଥା ନୁହେଁ । ତେବେ କାଲି ଅମୃତବେଳାରେ ଏହାକୁ ଚେକ୍ କରିବ,
ବାପଦାଦା ମଧ୍ୟ ଚକ୍ର ଲଗାଉଛନ୍ତି, ଦେଖିବା କ’ଣ କରୁଛ? କାହିଁକି ନା ଏବେ ସମୟ ଅନୁସାରେ, ଡାକରା
ଅନୁସାରେ ପ୍ରତ୍ୟେକ ଦୁଃଖୀ ଆତ୍ମାକୁ ମାନସୀକ ସେବାର ସକାଶ ଦ୍ୱାରା ସୁଖ ଶାନ୍ତିର ଆଞ୍ଜୁଳୀ
ଦେବାର ଆବଶ୍ୟକତା ରହିଛି । ତେବେ ଏହାର କାରଣ କ’ଣ? ବାପଦାଦା କେବେ କେବେ ପିଲାମାନଙ୍କୁ ଅଚାନକ
ଭାବରେ ମଧ୍ୟ ଦେଖିଥାଆନ୍ତି, ପିଲାମାନେ କ’ଣ କରୁଛନ୍ତି? କାହିଁକିନା ପିଲାମାନଙ୍କ ପ୍ରତି ସ୍ନେହ
ତ ଅଛି ନା, ଏବଂ ପିଲାମାନଙ୍କ ସାଥୀରେ ହିଁ ଯିବାର ଅଛି, ଏକୁଟିଆ ତ ଯିବେ ନାହିଁ । କ’ଣ ତୁମେମାନେ
ସାଥୀରେ ଯିବ ତ! ଯିବ ତ! ଆଗବାଲା କାହିଁକି ହାତ ଉଠାଉ ନାହାଁନ୍ତି । କ’ଣ ଯିବ ନାହିଁ କି? ଯିବ
ନା! ବାପଦାଦା ମଧ୍ୟ ପିଲାମାନଙ୍କ ପାଇଁ ଅପେକ୍ଷା କରି ରହିଛନ୍ତି, ଆଡଭାନ୍ସ ପାର୍ଟୀ, ତୁମର
ଦାଦୀମାନେ, ତୁମର ବିଶେଷ ପାଣ୍ଡବମାନେ, ତୁମମାନଙ୍କୁ ଅପେକ୍ଷା କରିଛନ୍ତି, ସେମାନେ ମଧ୍ୟ ମନ
ଭିତରେ ପକ୍କା ପ୍ରତିଜ୍ଞା କରିଛନ୍ତି ଯେ ଆମେ ସବୁ ସାଥୀ ହୋଇଯିବୁ । ଅଳ୍ପ ଅଳ୍ପ ଯିବୁ ନାହିଁ,
ସମସ୍ତଙ୍କୁ ସାଥୀରେ ନେଇ ଯିବୁ । ତେଣୁ କାଲି ଅମୃତବେଳାରେ ନିଜକୁ ଚେକ୍ କରିବ ଯେ କେଉଁ କଥାରେ
କମୀ ରହିଛି? କ’ଣ ମାନସୀକ ସଂକଳ୍ପରେ କମୀ ଅଛି, ନା ବାଣୀରେ ନା କାର୍ଯ୍ୟ ବ୍ୟବହାରରେ କମୀ ଅଛି ।
ବାପଦାଦା ଗୋଟିଏ ଥର ସବୁ ସେଣ୍ଟର ଗୁଡିକର ଚକ୍ର ଲଗାଇଥିଲେ, ଶୁଣାଇବୁ କ’ଣ ଦେଖିଲେ? କେଉଁ କଥାର
କମୀ ରହିଛି? ତେବେ ଏହି କଥା ହିଁ ଦେଖିଲେ ଯେ ଗୋଟିଏ ସେକେଣ୍ଡରେ ପରିବର୍ତ୍ତନ କରି ଫୁଲଷ୍ଟପ୍
ଲଗାଇଦେବା - ଏତିକି ହିଁ କମୀ ରହିଛି । ଫୁଲଷ୍ଟପ ନ ଲାଗିବା ପର୍ଯ୍ୟନ୍ତ ଅନେକ କିଛି ଘଟିଯାଉଛି ।
ବାପଦାଦା ତ ଶୁଣାଇ ଦେଇଛନ୍ତି ଶେଷ ସମୟରେ ଗୋଟିଏ ହିଁ ବିଶେଷ ମୁହୂର୍ତ୍ତ ଏଭଳି ଆସିବ ଯେଉଁଥିରେ
ଫୁଲଷ୍ଟପ ଲଗାଇବାକୁ ପଡିବ । କିନ୍ତୁ ଦେଖିଲୁ କ’ଣ? ଲଗାଇବାର ଅଛି ଫୁଲଷ୍ଟପ୍ର ବିନ୍ଦୁ କିନ୍ତୁ
ଲାଗିଯାଉଛି କମା, ଅନ୍ୟ ମାନଙ୍କର କଥାକୁ ମନେ ପକାଉଛନ୍ତି, ଏଭଳି କାହିଁକି ହେଉଛି, କ’ଣ ହେଉଛି,
ଏଥିରେ ପୁଣି ଆଶ୍ଚର୍ଯ୍ୟର ମାତ୍ରା ଅର୍ଥାତ୍ ବିସ୍ମୟର ଚିହ୍ନ ଲାଗିଯାଉଛି । ତେଣୁ ଫୁଲଷ୍ଟପ୍
ଲାଗୁନାହିଁ କିନ୍ତୁ କମା, ବିସ୍ମୟବାଚକ ଚିହ୍ନ ଏବଂ ପ୍ରଶ୍ନବାଚକ ଚିହ୍ନ ଲାଗିଯାଉଛି, ଯାହାଦ୍ୱାରା
ଅନେକ ପ୍ରଶ୍ନର ଧାଡି ଲାଗିଯାଉଛି । ତେଣୁ ଏହାକୁ ଚେକ୍ କରିବ । ଯଦି ଫୁଲଷ୍ଟପ ଲଗାଇବାର ଅଭ୍ୟାସ
ନଥିବ ତେବେ ଅନ୍ତିମ ସ୍ଥିତି ଅନୁସାରେ ଶ୍ରେଷ୍ଠ ଗତି ହୋଇପାରିବ ନାହିଁ ବା ଉଚ୍ଚ ଗତି ହୋଇ ପାରିବ
ନାହିଁ, ସେଥିପାଇଁ ବାପଦାଦା ହୋମୱାର୍କ ଦେଉଛନ୍ତି ଅର୍ଥାତ୍ ଘରେ ଅଭ୍ୟାସ କରିବା ପାଇଁ ପାଠ
ଦେଉଛନ୍ତି ଯେ ବିଶେଷ କରି କାଲି ଅମୃତବେଳାରେ ହିଁ ଚେକ୍ କରିବା ସହିତ ଚେଞ୍ଚ ମଧ୍ୟ କରିବାକୁ
ପଡିବ । ତେଣୁ ଏବେ ୧୮ ଜାନୁଆରୀ ପର୍ଯ୍ୟନ୍ତ ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ୍ ଲଗାଇବାର
ବାରମ୍ବାର ଅଭ୍ୟାସ କର । ଜାନୁଆରୀ ମାସରେ ସମସ୍ତଙ୍କୁ ବାବାଙ୍କ ସମାନ ହେବା ପାଇଁ ଉମଙ୍ଗ-ଉତ୍ସାହ
ଆସିଥାଏ ନା, ତେଣୁ ୧୮ ଜାନୁଆରୀରେ ସମସ୍ତେ ନିଜ ନିଜର ଚାର୍ଟ ବା ଫଳାଫଳ ଲେଖି କ୍ଲାସ୍ରେ ଦେବାକୁ
ହେବ ଯେ ୧୮ ଜାନୁଆରୀ ପର୍ଯ୍ୟନ୍ତ ଫଳାଫଳ କିପରି ରହିଲା । ଫୁଲଷ୍ଟପ୍ ଲାଗିଲା ନା ଅନ୍ୟ କୌଣସି
ମାତ୍ରା ଲାଗିଗଲା? କ’ଣ ପସନ୍ଦ ଅଟେ ତ? ପସନ୍ତ ଅଟେ ତ? ମୁଣ୍ଡ ହଲାଅ, କାହିଁକି ନା ବାପଦାଦାଙ୍କର
ପିଲାମାନଙ୍କ ପ୍ରତି ଅଶେଷ ସ୍ନେହ ଅଛି, ସେଥିପାଇଁ ଏକୁଟିଆ ଯିବା ପାଇଁ ଚାହୁଁ ନାହାଁନ୍ତି, ତେଣୁ
କ’ଣ କରିବ? ଏବେ ଆହୁରି ତୀବ୍ର ପୁରୁଷାର୍ଥ କର । ଏବେ ଆଉ ଢିଲା ପୁରୁଷାର୍ଥ ଦ୍ୱାରା ସଫଳତା
ମିଳିବ ନାହିଁ । ତେବେ ପବିତ୍ରତାକୁ ବ୍ୟକ୍ତିତ୍ୱ, ବାସ୍ତବିକତା ଏବଂ ରାଜକୀୟତା ବୋଲି କୁହାଯାଏ ।
ତେଣୁ ନିଜର ରାଜକୀୟତାକୁ ମନେ ପକାଅ । ଅନାଦି ରୂପରେ ମଧ୍ୟ ତୁମେ ସବୁ ଆତ୍ମାମାନେ ବାବାଙ୍କ ସହିତ
ନିଜର ଦେଶରେ ବିଶେଷ ଆତ୍ମା ରୂପରେ ରହୁଛ । ଯେପରି ଆକାଶରେ ବିଶେଷ ତାରକା ଗୁଡିକ ମଧ୍ୟ ଚମକୁଛନ୍ତି,
ସେହିପରି ତୁମେମାନେ ଅନାଦି ରୂପରେ ବିଶେଷ ତାରକା ରୂପରେ ଚମକୁଛ । ତେଣୁ ନିଜର ଅନାଦି କାଳର
ରାଜକୀୟତାକୁ ମନେ ପକାଅ । ତା’ ପରେ ଯେତେବେଳେ ସତ୍ୟଯୁଗକୁ ଆସୁଛ ସେତେବେଳର ଦେବତା ରୂପର
ରାଜକୀୟତାକୁ ମନେ ପକାଅ । ସମସ୍ତଙ୍କ ମୁଣ୍ଡ ଉପରେ ରାଜକୀୟତାର ଆଲୋକର ମୁକୁଟ ରହିଥାଏ । ତେଣୁ
ତୁମର ଅନାଦି ଏବଂ ଆଦିକାଳ କେତେ ରାଜକୀୟ ଅଟେ! ତା’ପରେ ଦ୍ୱାପରଯୁଗକୁ ଆସ, ସେତେବେଳେ ମଧ୍ୟ
ତୁମମାନଙ୍କର ଚିତ୍ର ବା ମୂର୍ତ୍ତିଗୁଡିକ ଭଳି ରାଜକୀୟତା ଅନ୍ୟ କାହାର ନାହିଁ । ନେତାମାନଙ୍କର,
ଅଭିନେତାମାନଙ୍କର, ଧର୍ମନେତାମାନଙ୍କର ମଧ୍ୟ ଚିତ୍ର ତିଆରି କରୁଛନ୍ତି କିନ୍ତୁ ତୁମମାନଙ୍କର
ଚିତ୍ର ଗୁଡିକର ପୂଜା ଏବଂ ବିଶେଷତା କେତେ ରାଜକୀୟ ଅଟେ । ଚିତ୍ରଗୁଡିକୁ ଦେଖିବା ମାତ୍ରକେ ସମସ୍ତେ
ଖୁସି ହୋଇ ଯାଉଛନ୍ତି । ଚିତ୍ର ଦ୍ୱାରା ମଧ୍ୟ କେତେ ଆଶୀର୍ବାଦ ନେଉଛନ୍ତି । ତେଣୁ ଏହି ଏହି ସବୁ
ରାଜକୀୟତାଗୁଡିକ ପବିତ୍ରତା କାରଣରୁ ହିଁ ଅଟେ । ତେବେ ପବିତ୍ରତା ବ୍ରାହ୍ମଣ ଜୀବନର ଜନ୍ମସିଦ୍ଧ
ଅଧିକାର ଅଟେ । ତେଣୁ ପବିତ୍ରତାର କମୀ ସମାପ୍ତ ହୋଇଯିବା ଦରକାର । ତେଣୁ ଏମିତି କୁହ ନାହିଁ ଯେ
ଶେଷ ସମୟରେ ହୋଇଯିବ ବା ସେତେବେଳେ ଯଦି ବୈରାଗ୍ୟ ଆସିଯିବ ତେବେ ହୋଇଯିବ.... ଏହିଭଳି ବହୁତ ଭଲ
ଭଲ କଥା ସବୁ ଶୁଣାଉଛନ୍ତି । ବାବା ଆପଣ ଚିନ୍ତା କରନ୍ତୁ ନାହିଁ, ସବୁ ଠିକ୍ ହୋଇଯିବ । କିନ୍ତୁ
ବାପଦାଦାଙ୍କୁ ଏହି ଜାନୁଆରୀ ମାସ ସୁଦ୍ଧା ବିଶେଷ କରି ପବିତ୍ରତାରେ ସମସ୍ତଙ୍କୁ ସମ୍ପନ୍ନ କରିବାର
ଅଛି । ତେବେ ପବିତ୍ରତା କେବଳ ବ୍ରହ୍ମଚର୍ଯ୍ୟ ନୁହେଁ, ବ୍ୟର୍ଥ ସଂକଳ୍ପ ମଧ୍ୟ ଅପବିତ୍ରତା ଅଟେ ।
ବ୍ୟର୍ଥ ବାଣୀ, ହାକିମୀ ଦେଖାଇବା ଭଳି କଥା, ଯାହାକୁ କ୍ରୋଧର ଅଂଶ କୁହାଯାଉଛି, ତାହା ମଧ୍ୟ
ସମାପ୍ତ ହୋଇଯିବା ଦରକାର । ନିଜର ସଂସ୍କାରକୁ ଏଭଳି କର ଯାହାକି ଦୂରରୁ ହିଁ ତୁମକୁ ଦେଖି
ପବିତ୍ରତାର ତରଙ୍ଗ ଅନୁଭବ କରିବେ, କାହିଁକି ନା ତୁମମାନଙ୍କ ଭଳି ପବିତ୍ରତା, ଯାହାର ଫଳ ସ୍ୱରୂପ
ଆତ୍ମା ମଧ୍ୟ ପବିତ୍ର, ଶରୀର ମଧ୍ୟ ପବିତ୍ର, ଡବଲ ପବିତ୍ରତା ପ୍ରାପ୍ତ ହେଉଛି, ଅନ୍ୟ କାହାର ନାହିଁ
।
ଯେତେବେଳେ ବି କୌଣସି
ସନ୍ତାନ ପ୍ରଥମେ ପ୍ରଥମେ ବାବାଙ୍କ ନିକଟକୁ ଆସୁଛି ତା’କୁ କେଉଁ ବରଦାନ ମିଳୁଛି? ମନେ ଅଛି?
ପବିତ୍ର ଭବ, ଯୋଗୀ ଭବ । ତେଣୁ ଏହି ଦୁଇଟି କଥା ହେଲା - ପ୍ରଥମେ ପବିତ୍ରତା ଦ୍ୱିତୀୟରେ
ଫୁଲଷ୍ଟପର ବିନ୍ଦୁ ଲଗାଇବା ଅର୍ଥାତ୍ ଯୋଗୀ ହେବା । କ’ଣ ପସନ୍ଦ ଅଟେ ତ? ବାପଦାଦା ଅମୃତବେଳାରେ
ଚକ୍ର ଲଗାଇ ଦେଖିବେ, ସେଣ୍ଟରମାନଙ୍କରେ ମଧ୍ୟ ଚକ୍ର ଲଗାଇବେ । ବାପଦାଦା ତ ଗୋଟିଏ ସେକେଣ୍ଡ ଭିତରେ
ଚାରିଆଡର ଚକ୍ର ଲଗାଇପାରିବେ । ତେଣୁ ଏହି ଜାନୁଆରୀ ମାସ ପାଇଁ ବା ଅବ୍ୟକ୍ତ ମାସ ପାଇଁ କୌଣସି
ନୂଆ ଯୋଜନା କର । ମାନସୀକ ସେବା, ମାନସୀକ ସ୍ଥିତି, ଅବ୍ୟକ୍ତ କର୍ମ ଏବଂ ବାଣୀକୁ ବଢାଅ । ତେବେ
୧୮ ଜାନୁଆରୀ ଦିନ ବାପଦାଦା ସମସ୍ତଙ୍କର ଫଳାଫଳ ଦେଖିବେ । ସମସ୍ତଙ୍କର ସ୍ନେହ ଅଛି ନା, ତେଣୁ ୧୮
ଜାନୁଆରୀ ଦିନ ଅମୃତବେଳାଠାରୁ ହିଁ ସ୍ନେହର ବାର୍ତ୍ତାଳାପ କରୁଛ । ସମସ୍ତେ ଏହି ଅଭିଯୋଗ କରୁଛନ୍ତି
ଯେ ବାବା ଅବ୍ୟକ୍ତ କାହିଁକି ହେଲେ? ତେଣୁ ବାବା ମଧ୍ୟ ଏହି ଅଭିଯୋଗ କରୁଛନ୍ତି ଯେ ସାକାରରେ ରହି
ବାବାଙ୍କ ସମାନ କେବେ ହେବ?
ତେଣୁ ଆଜି ଟିକିଏ ବିଶେଷ
ଧ୍ୟାନ ଆକର୍ଷଣ କରାଉଛନ୍ତି । ସ୍ନେହ ମଧ୍ୟ କରୁଛନ୍ତି, କେବଳ ପାଠପଢା ଉପରେ ଧ୍ୟାନ ଆକର୍ଷଣ କରାଉ
ନାହାଁନ୍ତି, ସ୍ନେହ ମଧ୍ୟ ଅଛି, କାହିଁକି ନା ବାବା ମଧ୍ୟ ଏହି କଥା ଚାହୁଁଛନ୍ତି ଯେ ମୋ’ର ଗୋଟିଏ
ବି ସନ୍ତାନ ରହିନଯାଉ । ତେଣୁ ପ୍ରତ୍ୟେକ କର୍ମର ଶ୍ରୀମତକୁ ଚେକ୍ କର, ଅମୃତବେଳା ଠାରୁ ଆରମ୍ଭ କରି
ରାତ୍ରି ପର୍ଯ୍ୟନ୍ତ ଯାହା ସବୁ କର୍ମ କରିବା ପାଇଁ ଶ୍ରୀମତ ମିଳିଛି ତାକୁ ଚେକ୍ କରିବ । ମଜବୁତ
ଅଟ ନା! ସାଥୀରେ ତ ଯିବ ନା! ଯଦି ଯିବାର ଅଛି ତେବେ ହାତ ଉଠାଅ । କ’ଣ ଯିବ ତ? ଆଚ୍ଛା, ଟୀଚରମାନେ
କୁହ, ପଛବାଲା, ଚେୟାରରେ ବସିବାବାଲା, ପାଣ୍ଡବମାନେ ମଧ୍ୟ ହାତ ଉଠାଅ । ତେବେ ସମାନ ହେଲେ ଯାଇ ତ
ହାତରେ ହାତ ଦେଇ ସାଥୀରେ ଯିବ ନା! ମୋତେ କରିବାକୁ ହିଁ ହେବ, ହେବାକୁ ହିଁ ପଡିବ, ଏହିଭଳି ଦୃଢ
ସଂକଳ୍ପ କର । ତେବେ ୧୫-୨୦ ଦିନ ପର୍ଯ୍ୟନ୍ତ ଏହିଭଳି ଦୃଢତା ରହୁଛି, ପୁଣି ଧୀରେ ଧୀରେ ଟିକିଏ
ଅବହେଳାପଣିଆ ଆସିଯାଉଛି । ତେଣୁ ଅବହେଳା ପଣିଆକୁ ସମାପ୍ତ କର । ଦେଖାଯାଉଛି ଅଧିକରୁ ଅଧିକ ୧ ମାସ
ପର୍ଯ୍ୟନ୍ତ ପୂରା ଉମଙ୍ଗ ଉତ୍ସାହ ରହୁଛି, ଦୃଢତା ମଧ୍ୟ ରହୁଛି ପୁଣି ୧ ମାସ ପରେ ଅଳ୍ପ ଅଳ୍ପ
ଅବହେଳା ପଣିଆ ହୋଇଯାଉଛି । ତେଣୁ ଏବେ ତ ଏହି ବର୍ଷ ସମାପ୍ତ ହେବାକୁ ଯାଉଛି, ଏହା ସହିତ ତୁମେ
କ’ଣ ସମାପ୍ତ କରିବ? କେବଳ ବର୍ଷକୁ ସମାପ୍ତ କରିବ, ନା ବର୍ଷ ସହିତ ଯାହା ବି, ଯେଉଁ ସଂକଳ୍ପରେ ବି
ଧାରଣାରେ ମଧ୍ୟ ଦୁର୍ବଳତା ରହିଛି, ତାକୁ ସମାପ୍ତ କରିବ କରିବ ତ? ହାତ କାହିଁକି ଉଠାଉ ନାହଁ ତେଣୁ
ମନ ଭିତରେ ଆପେ ଆପେ ଏହି ରେକର୍ଡ ବାଜିବା ଦରକାର - ଅବ ଘର ଚଲନା ହୈ । କେବଳ ଘରକୁ ଯିବାର ନାହିଁ
କିନ୍ତୁ ରାଜ୍ୟକୁ ମଧ୍ୟ ଆସିବାର ଅଛି । ଆଚ୍ଛା, ଯେଉଁମାନେ ବାପଦାଦାଙ୍କ ସହିତ ମିଳନ କରିବା ପାଇଁ
ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ, ଛିଡା ହୋଇଯାଅ ।
ତେବେ ପ୍ରଥମ ଥର ପାଇଁ
ଆସିଥିବା ପିଲାମାନଙ୍କୁ ବିଶେଷ ଅଭିନନ୍ଦନ ଦିଆଯାଉଛି । ଯଦିଓ ଲେଟ୍ରେ ଅର୍ଥାତ୍ ବିଳମ୍ବରେ ଆସିଛ
କିନ୍ତୁ ଠୁ ଲେଟ୍ ଅର୍ଥାତ୍ ଅତି ବିଳମ୍ବ ହୋଇ ନାହିଁ । ପୁଣି ବି ତୀବ୍ର ପୁରୁଷାର୍ଥର ବରଦାନକୁ
ସର୍ବଦା ମନେ ରଖିଥାଅ, ତୀବ୍ର ପୁରୁଷାର୍ଥ କରିବାକୁ ହିଁ ହେବ । କରିବି, ଦେଖିବି, ଏଭଳି ନୁହେଁ,
କରିବାକୁ ହିଁ ପଡିବ, ନିଶ୍ଚିତ କରିବି । ଶେଷରେ ଆସିଥିଲେ ମଧ୍ୟ ତୀବ୍ର ପୁରୁଷାର୍ଥ କରି ପ୍ରଥମ
ଶ୍ରେଣୀରେ ଆସିବାକୁ ହିଁ ହେବ । ଆଚ୍ଛା!
ଚାରିଆଡର ମହାନ ପବିତ୍ର
ଆତ୍ମାମାନଙ୍କୁ ବାପଦାଦାଙ୍କର ବିଶେଷ ଭାବରେ ଆନ୍ତରିକ ଆଶୀର୍ବାଦ, ଆନ୍ତରିକ ସ୍ନେହ ଏବଂ ଅନ୍ତର
ଭିତରେ ସମାହିତ କରିବାର ଅଭିନନ୍ଦନ । ବାପଦାଦା ଜାଣିଛନ୍ତି ଯେ ଯେତେବେଳେ ବି ବାପଦାଦାଙ୍କର ଆସିବା
ହେଉଛି ସେତେବେଳେ ଚାରିଆଡର ପିଲାମାନେ ଇମେଲ୍ ମାଧ୍ୟମରେ ହେଉ ବା ପତ୍ର ମାଧ୍ୟମରେ ହେଉ ବା ଭିନ୍ନ
ଭିନ୍ନ ସାଧନଗୁଡିକ ଦ୍ୱାରା ହେଉ ଶୁଭେଚ୍ଛାବାର୍ତ୍ତା ନିଶ୍ଚିତ ପଠାଉଛନ୍ତି, କିନ୍ତୁ ବାପଦାଦାଙ୍କୁ
ସେସବୁ ଶୁଣାଇବା ପୂର୍ବରୁ ହିଁ ସମସ୍ତଙ୍କର ଶୁଭେଚ୍ଚାବାର୍ତ୍ତା ବାପଦାଦାଙ୍କ ପାଖରେ ପହଞ୍ଚିଯାଉଛି,
କାହିଁକି ନା ଯେଉଁମାନେ ସେହିଭଳି ସିକିଲଧା ଏବଂ ଯୋଗୀ ପିଲାମାନେ ଅଛନ୍ତି ସେମାନଙ୍କର ସଂକଳ୍ପର
ସଂଯୋଗ ବହୁତ ତୀବ୍ରଗତିରେ ପହଞ୍ଚିଯାଇଥାଏ । ତୁମେମାନେ ତ ତିନି ଚାରିଦିନ ପରେ ଯାଇ ସମ୍ମୁଖରେ
ମିଳନ କରୁଛ କିନ୍ତୁ ସେମାନଙ୍କର ଶୁଭେଚ୍ଛାର ସଂକଳ୍ପ, ଯେଉଁମାନେ ସଚ୍ଚା ପାତ୍ର ଅଟନ୍ତି
ସେମାନଙ୍କର ସଂକଳ୍ପ ସେହି ମୂହୁର୍ତ୍ତରେ ହିଁ ବାପଦାଦାଙ୍କୁ ପାଖରେ ପହଞ୍ଚିଯାଇଥାଏ । ତେଣୁ
ଯେଉଁମାନେ ବି ଆନ୍ତରିକତାର ସହିତ ମନେ ପକାଇଛନ୍ତି, ଯଦିଓ ସେମାନଙ୍କୁ କୌଣସି ସାଧନ ମିଳିନାହିଁ,
ତେବେ ବି ସେମାନଙ୍କର ୟାଦପ୍ୟାର ମଧ୍ୟ ପହଞ୍ଚିଛି, ଏବଂ ବାପଦାଦା ପ୍ରତ୍ୟେକ ସନ୍ତାନକୁ ପଦ୍ମ
ପଦ୍ମ ପଦ୍ମଗୁଣା ୟାଦପ୍ୟାରର ପ୍ରତିଦାନ ଦେଉଛନ୍ତି ।
ବାକି ଚତୁର୍ଦ୍ଦିଗରେ ଏବେ
ଦୁଇଟି କଥାର ଲହର ଖେଳାଅ - ଗୋଟିଏ ହେଲା ଫୁଲଷ୍ଟପ୍, ଦ୍ୱିତୀୟରେ ସମ୍ପୂ୍ର୍ଣ୍ଣ ପବିତ୍ରତା ।
ଏହାକୁ ସାରା ବ୍ରାହ୍ମଣ ପରିବାରରେ ପ୍ରସାର କରିବାକୁ ହେବ । ଯେଉଁମାନେ ଦୁର୍ବଳ ଅଛନ୍ତି
ସେମାନଙ୍କୁ ମଧ୍ୟ ସହଯୋଗ ଦେଇ ତୀବ୍ର ପୁରୁଷାର୍ଥ ଦ୍ୱାରା ପବିତ୍ର କର । ଏହା ବହୁତ ବଡ ପୂଣ୍ୟ ଅଟେ
। ଛାଡି ଦିଅ ନାହିଁ, ଇଏ ତ ଏହିଭଳି ଅଟେ, ଇଏ ତ ବଦଳିବ ହିଁ ନାହିଁ, ଏହିଭଳି ଅଭିଶାପ ଦିଅ ନାହିଁ,
ପୂଣ୍ୟର କାମ କର । ପରିବର୍ତ୍ତନ କରି ଦେଖାଇବୁ ଏବଂ ହେବେ ନିଶ୍ଚିତ । ସେମାନଙ୍କର ଆଶାକୁ ବଢାଅ ।
ପଡିଯାଇଥିବା ଆତ୍ମାକୁ ଆହୁରି ତଳକୁ ଖସାଅ ନାହିଁ, ସାହାରା ଦିଅ, ଶକ୍ତି ଦିଅ, ତାହାହେଲେ
ଚାରିଆଡର ସୌଭାଗ୍ୟଶାଳୀ, ଖୁସିବାସିଆ ଏବଂ ସମସ୍ତଙ୍କୁ ଖୁସିବାଣ୍ଟିଲାବାଲା ପିଲାମାନଙ୍କୁ ବହୁତ
ବହୁତ ୟାଦପ୍ୟାର ଏବଂ ନମସ୍ତେ ।
ବରଦାନ:-
ଚେକିଙ୍ଗ୍
କରିବାର ବିଶେଷତାକୁ ନିଜର ନିଜସ୍ୱ ସଂସ୍କାର ରୂପରେ ଜମା କରୁଥିବା ମହାନ ଆତ୍ମା ହୁଅ ।
ଯାହା ବି ସଂକଳ୍ପ କର,
କଥା କୁହ, କର୍ମ କର, ସମ୍ବନ୍ଧରେ ବା ସମ୍ପର୍କରେ ଆସ, କେବଳ ଏତିକି ଚେକିଙ୍ଗ୍ କର ଯେ ଏହା
ବାବାଙ୍କ ଭଳି ଅଟେ ତ! ପ୍ରଥମେ ମିଳାଅ, ତା’ପରେ କର୍ମରେ କର । ଯେପରି ସ୍ଥୂଳ ରୂପରେ ମଧ୍ୟ କେତେ
ଜଣଙ୍କର ସଂସ୍କାର ରହିଛି, ପ୍ରଥମେ ଚେକ୍ କରିବେ, ତା’ପରେ ସ୍ୱୀକାର କରିବେ । ସେହିପରି ତୁମେମାନେ
ତ ମହାନ ପବିତ୍ର ଆତ୍ମା ଅଟ, ତେଣୁ ନିଜର ଚେକିଙ୍ଗ୍ କରିବାର ମେଶିନାରୀକୁ ପ୍ରଖର କର । ଏହାକୁ
ନିଜର ନିଜସ୍ୱ ସଂସ୍କାର ରୂପରେ ଜମା କର - ଏହା ହିଁ ସବୁଠାରୁ ବଡ ମହାନତା ।
ସ୍ଲୋଗାନ:-
ସମ୍ପୂର୍ଣ୍ଣ
ପବିତ୍ର ଏବଂ ଯୋଗୀ ହେବା ହିଁ ସ୍ନେହର ପ୍ରତିଦାନ ଦେବା ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର । ଏବେ ଯାହା ବି ସବୁ
ପରିସ୍ଥିତିଗୁଡକ ଆସୁଛି ବା ଆସିବାକୁ ଯାଉଛି, ପ୍ରକୃତିର ପାଞ୍ଚୋଟି ଯାକ ତତ୍ୱ ଭଲ ଭାବରେ ହଲଚଲ୍
କରିବାକୁ ଚେଷ୍ଟା କରିବେ କିନ୍ତୁ ଜୀବନ ମୁକ୍ତ ବିଦେହୀ ଅବସ୍ଥାର ଅଭ୍ୟାସୀ ଆତ୍ମା ଅଚଳ, ଅଟଳ,
ପାସ୍ ୱିଥ୍ ଅନର ହୋଇ ସବୁ କଥାକୁ ସହଜରେ ଅତିକ୍ରମ କରିଯିବ, ସେଥିପାଇଁ ନିରନ୍ତର କର୍ମଯୋଗୀ,
ନିରନ୍ତର ସହଜଯୋଗୀ, ନିରନ୍ତର ମୁକ୍ତ ଆତ୍ମାର ସଂସ୍କାର ଏବେଠାରୁ ହିଁ ଅନୁଭବ କରିବାକୁ ହେବ ।