04.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ତୁମେମାନେ ପାରଲୌକିକ ପିତା ଶିବବାବାଙ୍କୁ ଯଥାର୍ଥ ଭାବରେ ଜାଣିଛ, ସେଥିପାଇଁ ତୁମକୁ ହିଁ ସଚ୍ଚା ପ୍ରୀତି ବୁଦ୍ଧି ବା ଆସ୍ତିକ କୁହାଯିବ ।”

ପ୍ରଶ୍ନ:-
ବାବାଙ୍କର କେଉଁ କର୍ତ୍ତବ୍ୟରୁ ପ୍ରମାଣିତ ହେଉଛି ଯେ ସିଏ ଭକ୍ତମାନଙ୍କର ରକ୍ଷକ ଅଟନ୍ତି?

ଉତ୍ତର:-
ସମସ୍ତ ଭକ୍ତମାନଙ୍କୁ ରାବଣର ଜେଲରୁ ମୁକ୍ତ କରିବା, ଦରିଦ୍ରରୁ ସମ୍ପତ୍ତିବାନ କରାଇବା ଏହା ଏକମାତ୍ର ବାବାଙ୍କର ହିଁ କର୍ତ୍ତବ୍ୟ ଅଟେ । ଯେଉଁମାନେ ପୁରୁଣା ଭକ୍ତ ଅଟନ୍ତି ସେମାନଙ୍କୁ ବ୍ରାହ୍ମଣ କରି ପୁଣି ଦେବତା କରିଦେବା, ଏହା ହିଁ ହେଉଛି ସେମାନଙ୍କର ରକ୍ଷା କରିବା । ତେଣୁ ଏବେ ଭକ୍ତମାନଙ୍କର ରକ୍ଷକ ନିଜର ସମସ୍ତ ଭକ୍ତମାନଙ୍କୁ ମୁକ୍ତି-ଜୀବନମୁକ୍ତି ଦେବା ପାଇଁ ଆସିଛନ୍ତି ।

ଗୀତ:-
ଭୋଲେନାଥ ସେ ନିରାଲା....

ଓମ୍ ଶାନ୍ତି ।
ପିଲାମାନେ କାହାର ଏହି ମହିମା ଶୁଣିଲେ? ଗାୟନ ମଧ୍ୟ ହେଉଛି ସର୍ବୋଚ୍ଚ ଭଗବାନ ଏବଂ ଭଗବାନଙ୍କୁ ହିଁ ପିତା କୁହାଯାଉଛି । ସିଏ ହିଁ ସମସ୍ତ ରଚନା ବା ସୃଷ୍ଟିର ରଚୟିତା ଅଟନ୍ତି । ଯେପରି ଲୌକିକ ପିତା ମଧ୍ୟ ନିଜର ରଚନା ବା ସନ୍ତାନମାନଙ୍କର ରଚୟିତା ଅଟନ୍ତି । ପ୍ରଥମେ କନ୍ୟାଟିଏ ଆଣି ନିଜର ସ୍ତ୍ରୀ କରିଥା’ନ୍ତି ଏବଂ ତାଙ୍କ ଦ୍ୱାରା ରଚନା ରଚିଥା’ନ୍ତି । ୫-୭ଟି ସନ୍ତାନ ଜନ୍ମ କରିଥାନ୍ତି । ସେମାନଙ୍କୁ କୁହାଯିବ ରଚନା । ପିତା ହେଲେ ରଚୟିତା । ସିଏ ହେଲେ ହଦର ରଚୟିତା । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି ଯେ ରଚନାଙ୍କୁ ରଚୟିତା ପିତାଙ୍କଠାରୁ ସମ୍ପତ୍ତି ମିଳିଥାଏ । ମନୁଷ୍ୟଙ୍କର ୨ଜଣ ପିତା ତ ନିଶ୍ଚିତ ଅଛନ୍ତି - ଜଣେ ଲୌକିକ ପିତା ଥାଆନ୍ତି, ଆଉ ଜଣେ ପାରଲୌକିକ ପିତା । ପିଲାମାନଙ୍କୁ ବୁଝାଇ ଦିଆଯାଇଛି ଯେ ଜ୍ଞାନ ଏବଂ ଭକ୍ତି ଅଲଗା ଅଲଗା ଅଟେ, ତାପରେ ପୁଣି ହେଉଛି ବୈରାଗ୍ୟ । ଏହି ସମୟରେ ତୁମେ ପିଲାମାନେ ସଂଗମଯୁଗରେ ବସିଛ, ବାକି ସମସ୍ତେ କଳିଯୁଗରେ ବସିଛନ୍ତି । ସନ୍ତାନ ତ ସମସ୍ତେ ଅଟନ୍ତି କିନ୍ତୁ ତୁମେମାନେ ବେହଦର ପିତାଙ୍କୁ ଜାଣିଛ ଯିଏକି ସାରା ରଚନାର ରଚୟତା ଅଟନ୍ତି । ଲୌକିକ ପିତା ଥିଲେ କି ସେହି ପାରଲୌକିକ ପିତାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି । ସତ୍ୟଯୁଗରେ ଲୌକିକ ପିତା ଥିଲେ, ପାରଲୌକିକ ପିତାଙ୍କୁ କେହି ସ୍ମରଣ କରନ୍ତି ନାହିଁ କାରଣ ତାହା ହେଉଛି ସୁଖଧାମ । ସେହି ପାରଲୌକିକ ପିତାଙ୍କୁ ଦୁଃଖରେ ହିଁ ମନେ ପକାଇଥାନ୍ତି । ଏଠାରେ ତ ପାଠପଢା ଯାଉଛି, ମନୁଷ୍ୟମାନଙ୍କୁ ବୁଦ୍ଧିମାନ କରାଯାଉଛି । ଭକ୍ତିମାର୍ଗରେ ମନୁଷ୍ୟ ବାବାଙ୍କୁ ମଧ୍ୟ ଜାଣିନାହାଁନ୍ତି । କହୁଛନ୍ତି ମଧ୍ୟ - ହେ ପରମପିତା ପରମାତ୍ମା, ହେ ଗଡ୍ ଫାଦର, ହେ ଦୁଃଖହତ୍ତା, ସୁଖକର୍ତ୍ତା । ପୁଣି କହିଦେଇଥା’ନ୍ତି ସର୍ବବ୍ୟାପୀ । ପଥର ଭିତରେ, ଅଣୁ ପରମାଣୁ ଭିତରେ, କୁକୁର-ବିଲେଇ ସମସ୍ତଙ୍କ ଭିତରେ ଅଛନ୍ତି । ପରମାତ୍ମା ପିତାଙ୍କୁ ଗାଳି ଦେବାରେ ଲାଗିପଡିଥା’ନ୍ତି । ତୁମେ ବାବାଙ୍କର ହୋଇଯାଇଛ, ତେଣୁ ତୁମେ ଆସ୍ତିକ ହୋଇଗଲ । ତୁମର ବାବାଙ୍କ ସହିତ ପ୍ରୀତି ବୁଦ୍ଧି ରହିଛି । ବାକି ସମସ୍ତଙ୍କର ବାବାଙ୍କ ସହିତ ବିପରୀତ ବୁଦ୍ଧି ହୋଇଯାଇଛି । ଏବେ ତୁମେମାନେ ଜାଣିଛ ମହାବିନାଶକାରୀ ଲଢେଇ ମଧ୍ୟ ସମ୍ମୁଖରେ ଉପସ୍ଥିତ । ପୁରୁଣା ଦୁନିଆର ବିନାଶ ଅର୍ଥେ ପ୍ରତି ୫ ହଜାର ବର୍ଷରେ କଳିଯୁଗୀ ପତିତ ଦୁନିଆର ଅନ୍ତ ହୋଇ ସତ୍ୟଯୁଗୀ ପାବନ ଦୁନିଆ ବାବାଙ୍କ ଦ୍ୱାରା ସ୍ଥାପନା ହେଉଛି । ଯାହାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି - ହେ ପତିତ-ପାବନ ଆସ । ହେ ନାବିକ ଆମକୁ ଏହି ବିଷୟ ସାଗରରୁ ମୁକ୍ତ କରି କ୍ଷୀର ସାଗରକୁ ନେଇଯାଅ । ଗାନ୍ଧିଜୀ ମଧ୍ୟ ଗାୟନ କରୁଥିଲେ - ପତିତ ପାବନ ସୀତାରାମ..... ହେ ରାମ, ସମସ୍ତ ସୀତାମାନଙ୍କୁ ପବିତ୍ର କର । ତୁମେ ସବୁ ହେଲ ସୀତା, ଭକ୍ତିନୀମାନେ । ସିଏ ହେଲେ ଭଗବାନ, ସମସ୍ତେ ତାଙ୍କୁ ଡାକୁଛନ୍ତି । ସିଏ ତୁମକୁ ପତିତରୁ ପାବନ କରୁଛନ୍ତି । ବାବା ତୁମକୁ ଅଯଥାରେ ପରିଶ୍ରମ କରାଉନାହାଁନ୍ତି । ଏମିତି କହୁନାହାଁନ୍ତି ଯେ ତୀର୍ଥ କରିବାକୁ ଯାଅ, କୁମ୍ଭମେଳାକୁ ଯାଅ । ନା, ଏହି ନଦୀମାନେ କୌଣସି ପତିତ-ପାବନୀ ନୁହଁନ୍ତି । ପତିତ-ପାବନ ଏକମାତ୍ର ଜ୍ଞାନର ସାଗର ବାବା ଅଟନ୍ତି । ସାଗର ବା ନଦୀମାନଙ୍କୁ କେହି ସ୍ମରଣ କରି ନ ଥା’ନ୍ତି । ସମସ୍ତେ ବାବାଙ୍କୁ ଡାକୁଛନ୍ତି, ହେ ପତିତ ପାବନ ବାବା ଆମକୁ ପବିତ୍ର କର । ବାକି ପାଣିର ନଦୀ ତ ସାରା ଦୁନିଆରେ ରହିଛି, ତାହା କ’ଣ କେବେ ପତିତ ପାବନୀ ହୋଇ ପାରିବ । ପତିତ ପାବନ କେବଳ ଏକ ବାବାଙ୍କୁ ହିଁ କୁହାଯାଏ । ସିଏ ଯେତେବେଳେ ଆସିବେ ସେତେବେଳେ ହିଁ ଆସି ପବିତ୍ର କରିବେ । ଭାରତର ମହିମା ବହୁତ ମହାନ ଅଟେ । ଭାରତ ସର୍ବ ଧର୍ମର ତୀର୍ଥସ୍ଥାନ ଅଟେ । ଶିବଜୟନ୍ତୀର ଗାୟନ ମଧ୍ୟ ଏହିଠାରେ କରାଯାଏ । ସତ୍ୟଯୁଗ ତ ହେଉଛି ପବିତ୍ର ଦୁନିଆ, ସେଠାରେ ଦେବୀ-ଦେବତାମାନେ ରହିଥା’ନ୍ତି । ଦେବତାମାନଙ୍କର ମହିମାରେ ଗାୟନ କରାଯାଏ ସର୍ବଗୁଣ ସମ୍ପନ୍ନ, ୧୬ କଳା ସମ୍ପୂର୍ଣ୍ଣ, ସମ୍ପୂର୍ଣ୍ଣ ନିର୍ବିକାରୀ.... । ଚନ୍ଦ୍ରବଂଶୀମାନଙ୍କୁ ୧୪ କଳା କୁହାଯିବ । ପୁଣି ସିଢିରେ ତଳକୁ ଖସିଥାନ୍ତି । ବାବା ଆସି ଗୋଟିଏ ସେକେଣ୍ଡରେ ସିଢି ଚଢାଇ ଶାନ୍ତିଧାମ ସୁଖଧାମକୁ ନେଇଯାଇଥାନ୍ତି । ପୁଣି ୮୪ ଜନ୍ମର ଚକ୍ର ଲଗାଇ ସିଢିରେ ତଳକୁ ଖସିଥା’ନ୍ତି । କେହି ତ ୮୪ ଜନ୍ମ ନିଶ୍ଚିତ ନେଇଥିବେ । ମୁଖ୍ୟ ହେଲା ସର୍ବଶାସ୍ତ୍ରମୟୀ ଶିରୋମଣୀ ଗୀତା, ଶ୍ରୀମତ୍ ଭାଗବତ ଅର୍ଥାତ୍ ଯାହା ଭଗବାନଙ୍କ ଦ୍ୱାରା ଉଚ୍ଚାରିତ । ପରନ୍ତୁ ଭଗବାନ କାହାକୁ କୁହାଯାଏ - ଏହି କଥା ପତିତ ମନୁଷ୍ୟମାନେ ଜାଣିନାହାଁନ୍ତି । ପତିତ ପାବନ ସମସ୍ତଙ୍କର ସଦ୍‌ଗତିଦାତା, ଏକମାତ୍ର ନିରାକାର ଶିବ ହିଁ ଅଟନ୍ତି । କିନ୍ତୁ ସିଏ କେବେ ଆସିଥିଲେ, ଏକଥା କେହି ଜାଣିନାହାଁନ୍ତି । ବାବା ନିଜେ ଆସି ନିଜର ପରିଚୟ ଦେଇଥା’ନ୍ତି । ଏବେ ଦେଖ ଏହି ପୁତ୍ର ଏବଂ କନ୍ୟାମାନେ ଉଭୟେ ବାବା କହୁଛନ୍ତି । ଗାୟନ ମଧ୍ୟ ରହିଛି ତୁମେ ମାତା ପିତା... ତୁମଠାରୁ ଏହି ରାଜଯୋଗ ଶିକ୍ଷା କରିବା ଦ୍ୱାରା ଆମେ ଅପାର ସୁଖ ପ୍ରାପ୍ତ କରୁଛୁ । ତୁମେ ଏଠାକୁ ଆସୁଛ ବେହଦ ବାବାଙ୍କଠାରୁ ସ୍ୱର୍ଗ ଦୁନିଆରେ ୨୧ ଜନ୍ମର ସମ୍ପତ୍ତି ପ୍ରାପ୍ତ କରିବା ପାଇଁ । ଏବେ ଶିବ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରୁଛନ୍ତି । ରାବଣକୁ ମଧ୍ୟ ଭାରତରେ ହିଁ ଦେଖାଉଛନ୍ତି । କିନ୍ତୁ ଅର୍ଥ କିଛି ବି ବୁଝି ନାହାଁନ୍ତି । ଶିବ ଆମର ବେହଦର ପିତା ଅଟନ୍ତି, ଏହି କଥା କେହି ଜଣେ ହେଲେ ବି ଜାଣିନାହାଁନ୍ତି । କେବଳ ଶିବଙ୍କର ପୂଜା କରିଚାଲିଛନ୍ତି । ଯେତେବେଳେ ସାରା ବୃକ୍ଷ ତମୋପ୍ରଧାନ ହୋଇଯାଇଥାଏ, ସେତେବେଳେ ବାବା ଆସିଥା’ନ୍ତି । ନୂଆ ଦୁନିଆରେ ଭାରତ ସ୍ୱର୍ଗ ଥିଲା । ଭାରତରେ ହିଁ ସତ୍ୟଯୁଗ ଥିଲା । ଭାରତରେ ହିଁ ଏବେ କଳିଯୁଗ ଅଛି । ବାବା ବୁଝାଉଛନ୍ତି ପ୍ରଥମେ ପ୍ରଥମେ ତୁମେମାନେ ସ୍ୱର୍ଗର ମାଲିକ ଥିଲ । ଏବେ ତୁମେ ୮୪ ଜନ୍ମ ଭୋଗ କରି ନର୍କବାସୀ ହୋଇଯାଇଛ । ଏବେ ମୁଁ ତୁମକୁ ରାଜଯୋଗ ଶିଖାଇ ମନୁଷ୍ୟରୁ ଦେବତା, ପତିତରୁ ପାବନ କରୁଛି । ଭକ୍ତି ଅର୍ଥାତ୍ ବ୍ରହ୍ମାଙ୍କର ରାତି । ଜ୍ଞାନ ଅର୍ଥାତ୍ ବ୍ରହ୍ମାଙ୍କର ଦିନ । ତୁମେ ବ୍ରହ୍ମାକୁମାର କୁମାରୀମାନେ ଦିନ ଅର୍ଥାତ୍ ଆଲୋକକୁ ଯାଉଛ । ଏବେ ଏହି ପୁରୁଣା ଦୁନିଆରେ ନିଆଁ ଲାଗିବ, ନିଶ୍ଚିତ ଏହା ମହାଭାରତ ଲଢେଇ ହିଁ ଅଟେ । ନିଶ୍ଚିତ ଭାବରେ ଏହି ମହାଭାରତ ଲଢେଇ ପରେ ହିଁ ଭାରତ ସ୍ୱର୍ଗ ହୋଇଥାଏ । ଅନେକ ଧର୍ମର ବିନାଶ ହୋଇ ଗୋଟିଏ ଧର୍ମର ସ୍ଥାପନା ହୋଇଥାଏ । ତୁମେ ପିଲାମାନେ ବାବାଙ୍କର ସହଯୋଗୀ ହୋଇ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କରୁଛ । ତୁମେ ସ୍ୱର୍ଗର ମାଲିକ ହେବାର ଯୋଗ୍ୟ ହୋଇଗଲେ ବିନାଶ ମଧ୍ୟ ଆରମ୍ଭ ହୋଇଯିବ । ଏହା ହେଉଛି ଶିବବାବାଙ୍କର ଜ୍ଞାନ ଯଜ୍ଞ, ତେବେ ଶିବ କୁହ ବା ରୁଦ୍ର କୁହ । କୃଷ୍ଣ ଜ୍ଞାନ ଯଜ୍ଞ ବୋଲି କେବେ କୁହାଯାଏ ନାହିଁ । ସତ୍ୟ ତ୍ରେତାଯୁଗରେ କେବେ ହେଲେ ଯଜ୍ଞ ହୁଏ ନାହିଁ । ଯଜ୍ଞ ସେତେବେଳେ ରଚନା କରାଯାଏ ଯେତେବେଳେ ଉପଦ୍ରବ ହୋଇଥାଏ । ଯଦି ଶସ୍ୟ ହାନି ହେବ ବା ଯୁଦ୍ଧ ଲାଗିବ ତେବେ ଶାନ୍ତି ସ୍ଥାପନ କରିବା ପାଇଁ ଯଜ୍ଞ ଆରମ୍ଭ କରିଥା’ନ୍ତି । ତୁମେ ପିଲାମାନେ ଜାଣିଛ - ବିନାଶ ନ ହେଲେ ତ ଭାରତ ସ୍ୱର୍ଗ ହୋଇପାରିବ ନାହିଁ । ଭାରତ ମାତା ଶିବଶକ୍ତି ସେନାଙ୍କର ଗାୟନ ରହିଛି । ବନ୍ଦନା ପବିତ୍ର ଆତ୍ମାଙ୍କର ହିଁ କରାଯାଇଥାଏ । ତୁମ ମାତାମାନଙ୍କୁ ବନ୍ଦେ ମାତରମ୍ କୁହାଯାଏ, କାହିଁକିନା ତୁମେମାନେ ହିଁ ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗରେ ପରିଣତ କରିଥିଲ । ଏବେ ବାବା କହୁଛନ୍ତି ମୃତ୍ୟୁ ତ ସମସ୍ତଙ୍କ ମୁଣ୍ଡ ଉପରେ ଖଣ୍ଡାଧାର ଭଳି ଝୁଲୁଛି, ସେଥିପାଇଁ ଏବେ ଏହି ଗୋଟିଏ ଜନ୍ମ ପବିତ୍ର ହୁଅ ଏବଂ ବାବାଙ୍କୁ ସ୍ମରଣ କର, ତେବେ ତୁମେ ତମୋପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ । ଏବେ ତୁମେ ଶୁଦ୍ରରୁ ବ୍ରାହ୍ମଣ ହୋଇ ପୁଣି ଦେବତା ହେବ, ଏହା କୌଣସି ନୂଆ କଥା ନୁହେଁ । କଳ୍ପ କଳ୍ପ ୫ ହଜାର ବର୍ଷର ଏହି ଚକ୍ର ଘୂରି ଚାଲିଛି । ନର୍କରୁ ସ୍ୱର୍ଗ ପାଲଟି ଯାଉଛି । ପତିତ ଦୁନିଆରେ ମନୁଷ୍ୟମାନେ ଯାହା କିଛି ବି କର୍ମ କରୁଛନ୍ତି, ତାହା ବିକର୍ମ ହିଁ ହୋଇଯାଉଛି । ବାବା କହୁଛନ୍ତି - ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ତୁମକୁ କର୍ମ, ଅକର୍ମ, ବିକର୍ମର ଗତି ବିଷୟରେ ବୁଝାଇଥିଲି । ଏବେ ପୁନର୍ବାର ତୁମକୁ ବୁଝାଉଛି । ମୁଁ ପରମପିତା ପରମାତ୍ମା ନିରାକାର ତୁମର ପିତା ଅଟେ । ଏହି ଶରୀର, ଯାହାର ମୁଁ ଆଧାର ନେଇଛି, ସିଏ କୌଣସି ଭଗବାନ ନୁହଁନ୍ତି । ମନୁଷ୍ୟକୁ ଦେବତା ମଧ୍ୟ କୁହାଯାଇ ପାରିବ ନାହିଁ । ତେବେ ମନୁଷ୍ୟକୁ ଭଗବାନ କିପରି କହିପାରିବା । ବାବା ବୁଝାଉଛନ୍ତି ତୁମେ ୮୪ ଜନ୍ମ ନେଇ ନେଇ ସିଢିରେ ତଳକୁ ଖସି ଖସି ଆସିଛ, ଉପରକୁ ତ କେହି ଯାଇପାରିବେ ନାହିଁ । ସମସ୍ତେ ପତିତ ହେବାର ରାସ୍ତା ହିଁ ବତାଇଥା’ନ୍ତି, ନିଜେ ମଧ୍ୟ ପତିତ ହୋଇଚାଲିଥା’ନ୍ତି । ସେଥିପାଇଁ ବାବା କହୁଛନ୍ତି ସେମାନଙ୍କର ଉଦ୍ଧାର କରିବା ପାଇଁ ମଧ୍ୟ ମୋତେ ଆସିବାକୁ ପଡିଥାଏ । ଏହା ହେଲା ରାବଣ ରାଜ୍ୟ । ତୁମେ ଏବେ ରାବଣ ରାଜ୍ୟରୁ ବାହାରି ଆସିଛ । ଧୀରେ ଧୀରେ ସମସ୍ତଙ୍କୁ ଜଣାପଡିବ । ବ୍ରାହ୍ମଣ ହେବା ବିନା ଶିବବାବାଙ୍କଠାରୁ ସମ୍ପତ୍ତି ନେଇପାରିବେ ନାହିଁ । ପିତା ତ ଦୁଇ ଜଣ ହିଁ ଅଟନ୍ତି । ଜଣେ ହେଲେ ନିରାକାରୀ ପିତା ଶିବବାବା ଆଉ ଜଣେ ସାକାରୀ ବା ଲୌକିକ ପିତା । ସାକାରୀ ବା ଦେହଧାରୀ ପିତାଙ୍କଠାରୁ ସାକାରୀ ସନ୍ତାନମାନଙ୍କୁ ସମ୍ପତ୍ତି ମିଳିଥାଏ ଏବଂ ନିରାକାରୀ ପିତାଙ୍କଠାରୁ ନିରାକାରୀ ଆତ୍ମାମାନଙ୍କୁ ସମ୍ପତ୍ତି ମିଳିଥାଏ । ଏବେ ତୁମେ ପିଲାମାନେ ଜାଣିଛ ଯେ ମିଠା ମିଠା ଶିବବାବାଙ୍କଠାରୁ ଆମେ ୨୧ ଜନ୍ମ ପାଇଁ ସୁଖଧାମର ସମ୍ପତ୍ତି ନେବା ପାଇଁ ଆସିଛୁ । ଆମେ ଯୋଗବଳ ଦ୍ୱାରା ବିଶ୍ୱର ମାଲିକ ହେଉଛୁ । ଆମର କୌଣସି ଅସ୍ତ୍ରଶସ୍ତ୍ର ଆଦି ନାହିଁ । ତେବେ ବାବାଙ୍କ ସହିତ ଯୋଗ ଲଗାଇ ବିକର୍ମ ବିନାଶ କରି ବିଷ୍ଣୁପୁରୀର ମାଲିକ ହେଉଛୁ । ଏବେ ଅମର ଲୋକକୁ ଯିବା ପାଇଁ ଅମର କଥା ଶୁଣୁଛୁ । ସେଠାରେ ଅକାଳମୃତ୍ୟୁ କେବେ ବି ହୋଇ ନ ଥାଏ । ଦୁଃଖର ଚିହ୍ନ ବର୍ଣ୍ଣ ନ ଥାଏ । ତୁମେ ପିଲାମାନେ ଆସିଛ ବେହଦର ପିତାଙ୍କ ଦ୍ୱାରା ଶ୍ରୀମତରେ ଚାଲି ଶ୍ରେଷ୍ଠରୁ ଶ୍ରେଷ୍ଠ ଦେବୀ ଦେବତା ବନିବା ପାଇଁ । ଏହା କୌଣସି ଶାସ୍ତ୍ରର ଜ୍ଞାନ ନୁହେଁ । ଭକ୍ତିମାର୍ଗରେ ଦେଖାଥା’ନ୍ତି ବିଷ୍ଣୁଙ୍କ ନାଭିରୁ ବ୍ରହ୍ମା ଜନ୍ମ ନେଇଛନ୍ତି । ତାଙ୍କ ହାତରେ ପୁଣି ଶାସ୍ତ୍ର ଦେଖାଇଛନ୍ତି । ବାବା କହୁଛନ୍ତି - ବ୍ରହ୍ମାଙ୍କ ଦ୍ୱାରା ମୁଁ ତୁମକୁ ସାରା ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛି । ମୁଁ ହିଁ ଜ୍ଞାନର ସାଗର ଅଟେ । ଗାୟନ ମଧ୍ୟ କରୁଛନ୍ତି ଜ୍ଞାନ ସୂର୍ଯ୍ୟ ପ୍ରକଟ ..... ଅଜ୍ଞାନ ଅନ୍ଧେର ବିନାଶ । ସତ୍ୟଯୁଗରେ ଅଜ୍ଞାନତା ନ ଥାଏ । ଯେତେବେଳେ ଭାରତରେ ସତ୍ୟଯୁଗ ଥିଲା ସେତେବେଳେ ଭାରତ ହୀରାତୁଲ୍ୟ ଥିଲା, ହୀରାନୀଳାର ମହଲ ତିଆରି ହୋଇଥିଲା । ଏବେ ତ ମନୁଷ୍ୟମାନଙ୍କୁ ପୁରା ପେଟ ଖାଇବା ପାଇଁ ବି ମିଳୁନାହିଁ । ଦରିଦ୍ର ବିଶ୍ୱକୁ ପୁଣି ଥରେ ସମୃଦ୍ଧିଶାଳୀ କିଏ କରିବ! ଏହି କାର୍ଯ୍ୟ ବାବାଙ୍କର ହିଁ ଅଟେ । ବାବାଙ୍କୁ ହିଁ ଦୟା ଲାଗୁଛି । ବାବା କହୁଛନ୍ତି ତୁମକୁ ରାଜଯୋଗ ଶିଖାଇବା ପାଇଁ ଆସିଛି । ନରକୁ ନାରାୟଣ, ନାରୀକୁ ଲକ୍ଷ୍ମୀ କରୁଛି । ଭକ୍ତମାନଙ୍କର ରକ୍ଷକ ବାବା ହିଁ ଅଟନ୍ତି । ତୁମମାନଙ୍କୁ ରାବଣର ଜେଲ୍‌ରୁ ମୁକ୍ତ କରି ସୁଖଧାମକୁ ନେଇଯାଉଛି । ସାରା ଦୁନିଆରେ ଯେଉଁମାନେ ବ୍ରାହ୍ମଣ ହେବେ ସେହିମାନେ ଦେବତା ହେବେ । ବ୍ରହ୍ମାଙ୍କର ନାମ ମଧ୍ୟ ବିଖ୍ୟାତ ଅଟେ - ପ୍ରଜାପିତା ବ୍ରହ୍ମା । ତୁମେ ବ୍ରାହ୍ମଣମାନେ ହେଲ ସମସ୍ତଙ୍କଠାରୁ ଉତ୍ତମ, ତୁମେ ଭାରତର ପ୍ରକୃତ ଆତ୍ମିକ ସେବା କରୁଛ । ବାବାଙ୍କର ସ୍ମୃତି ଦ୍ୱାରା ହିଁ ବିକର୍ମ ବିନାଶ ହେବ । ପତିତରୁ ପାବନ ହେବା ପାଇଁ ଆଉ କୌଣସି ରାସ୍ତା ନାହିଁ । ବାବାଙ୍କ ସ୍ମୃତି ଦ୍ୱାରା ହିଁ ଆତ୍ମାର ବିକାର ରୂପୀ ଖାଦ ଭସ୍ମ ହେବ । ବଣିଆମାନେ ଜାଣିଛନ୍ତି ଖାଣ୍ଟି ସୁନା କିପରି ଖାଦମିଶା ସୁନାରେ ପରିଣତ ହୋଇଥାଏ । ସେଥିରେ ଚାନ୍ଦୀ, ତମ୍ବା, ଲୁହା ଇତ୍ୟାଦି ମିଶାଇ ଥାନ୍ତି । ତୁମେମାନେ ମଧ୍ୟ ପ୍ରଥମେ ସତ୍ୱପ୍ରଧାନ ଥିଲ, ପୁଣି ତୁମମାନଙ୍କ ଭିତରେ ବିକାରର ଖାଦ ମିଶିବା ଦ୍ୱାରା ତମୋପ୍ରଧାନ ହୋଇଯାଇଛ । ଏବେ ପୁଣି ତୁମକୁ ସତ୍ୱପ୍ରଧାନ ହେବାକୁ ପଡିବ, ତେବେ ଯାଇ ସତ୍ୟଯୁଗକୁ ଯାଇପାରିବ । ବାବା କହୁଛନ୍ତି - କୌଣସି ବି ଦେହଧାରୀକୁ ମନେ ପକାଅ ନାହିଁ । ଗୃହସ୍ଥ ବ୍ୟବହାରରେ ରହି ଏକମାତ୍ର ବାବାଙ୍କ ବ୍ୟତୀତ ଆଉ କାହାକୁ ସ୍ମରଣ କର ନାହିଁ, ତେବେ ତୁମେ ସ୍ୱର୍ଗ ପୁରୀର ମାଲିକ ହୋଇଯିବ । ଭାରତ ସ୍ୱର୍ଗ ଅଥବା ବିଷ୍ଣୁପୁରୀ ଥିଲା, ଏବେ ରାବଣ ପୁରୀ ହୋଇଯାଇଛି । ପୁଣି ବିଷ୍ଣୁପୁରୀ ନିଶ୍ଚିତ ହେବ । ସାଧୁ ସନ୍ଥ ଆଦି ସମସ୍ତଙ୍କର ଉଦ୍ଧାର କରିବା ପାଇଁ ମୁଁ ଆସୁଛି, ସେଥିପାଇଁ କୁହାଯାଉଛି ୟଦା ୟଦା ହିଁ ଧର୍ମସ୍ୟ... ଏହା ଭାରତର ହିଁ କାହାଣୀ ଅଟେ । ସମସ୍ତଙ୍କର ସଦ୍‌ଗତି ଦାତା ମୁଁ ଏକମାତ୍ର ତୁମର ପିତା ଶିବ ଅଟେ । ଶିବ, ରୁଦ୍ର ଇତ୍ୟାଦି ସବୁ ତାଙ୍କର ହିଁ ନାମ ଅଟେ, ଅନେକ ନାମ ଦେଇ ଦେଇଛନ୍ତି । ବାବା କହୁଛନ୍ତି ମୋର ଅସଲି ନାମ ତ କେବଳ ଶିବ ହିଁ ଅଟେ । ମୁଁ ହେଉଛି ଶିବ, ତୁମେ ସବୁ ପିଲାମାନେ ଶାଳଗ୍ରାମ ଅଟ । ତୁମେମାନେ ଅଧାକଳ୍ପ ଦେହ-ଅଭିମାନୀ ହୋଇଛ । ଏବେ ଦେହୀ ଅଭିମାନୀ ହୁଅ । ଏକମାତ୍ର ବାବାଙ୍କୁ ଜାଣି ଗଲେ ବାବାଙ୍କ ଦ୍ୱାରା ତୁମେ ସବୁ କିଛି ଜାଣିଯାଇଥାଅ । ମାଷ୍ଟର ଜ୍ଞାନ ସାଗର ହୋଇଯାଇଥାଅ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଶ୍ରୀମତ ଆଧାରରେ ଚାଲି ଶ୍ରେଷ୍ଠରୁ ଶ୍ରେଷ୍ଠ ଦେବତା ହେବାକୁ ପଡିବ । ସାରା ବିଶ୍ୱର ସଚ୍ଚା-ସଚ୍ଚା ଆତ୍ମିକ ସେବା କରିବାକୁ ହେବ । ଆଦି ସନାତନ ଦେବୀ ଦେବତା ଧର୍ମ ସ୍ଥାପନ କରିବାରେ ବାବାଙ୍କର ପୁରା ପୁରା ସହଯୋଗୀ ହେବାକୁ ହେବ ।

(୨) ଆତ୍ମାକୁ ସଚ୍ଚା ସୁନା କରିବା ପାଇଁ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ଦେହଧାରୀଙ୍କୁ ମନେ ପକାଇବାର ନାହିଁ । ପାରଲୌକିକ ବାବାଙ୍କ ସହିତ ସଚ୍ଚା-ସଚ୍ଚା ପ୍ରୀତି ରଖିବାକୁ ହେବ ।

ବରଦାନ:-
ଆତ୍ମିକ ଉନ୍ନତିର ସାଧନ ଦ୍ୱାରା ସବୁ ପ୍ରକାରର ପରିସ୍ଥିତି ଉପରେ ବିଜୟ ପ୍ରାପ୍ତ କରୁଥିବା ଅକାଳମୂରତ ଭବ ।

ଯେପରି ଶରୀର ନିର୍ବାହ କରିବା ପାଇଁ ଅନେକ ପ୍ରକାରର ଉପାୟ କରୁଛ ସେହିପରି ଆତ୍ମିକ ଉନ୍ନତି ପାଇଁ ମଧ୍ୟ ଉପାୟ କର । ଏଥିପାଇଁ ସର୍ବଦା ଅକାଳ ମୂରତ ସ୍ଥିତିରେ ସ୍ଥିତ ହୋଇ ରହିବାର ଅଭ୍ୟାସ କର । ଯେଉଁମାନେ ନିଜକୁ ଅକାଳମୂରତ ଅର୍ଥାତ୍ ଆତ୍ମା ମନେ କରି ସବୁ କାର୍ଯ୍ୟ କରିଥାଆନ୍ତି ସେମାନେ ଅକାଳମୃତ୍ୟୁରୁ, ଅକାଳ ଦୁର୍ଭିକ୍ଷରୁ ଏବଂ ସବୁ ପ୍ରକାରର ସମସ୍ୟାରୁ ରକ୍ଷା ପାଇ ଯାଆନ୍ତି । ତେବେ ମାନସୀକ ଚିନ୍ତାକୁ, ମାନସୀକ ପରିସ୍ଥିତି ଗୁଡିକୁ ଦୂର କରିବା ପାଇଁ କେବଳ ନିଜର ପୁରୁଣା ଶରୀରର ସ୍ମୃତିକୁ ସମାପ୍ତ କରିଚାଲ ।

ସ୍ଲୋଗାନ:-
କୌଣସି କଥାରେ ଯିଏ ବାରମ୍ବାର ଫିଲ କରିଥାଏ ଅଥବା ଦୁଃଖ ବା ଅପମାନର ଅନୁଭବ କରିଥାଏ ସେ ଫାଇନାଲ୍ ପରୀକ୍ଷାରେ ଫେଲ୍ ହୋଇଯାଏ ।

ଅବ୍ୟକ୍ତ ଈଶାରା - ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ସର୍ବଦା ହର୍ଷିତ ରହୁଥିବା ଆତ୍ମାମାନଙ୍କର ସ୍ମାରକୀ ବିଷ୍ଣୁଙ୍କ ରୂପରେ ଦେଖାଇଛନ୍ତି । ବିଷ୍ଣୁ କ୍ଷୀର ସାଗରରେ ଆରାମରେ ଶୋଇବା ସହିତ ଜ୍ଞାନକୁ ସ୍ମରଣ କରି ହର୍ଷିତ ହେଉଛନ୍ତି । ତେଣୁ ସର୍ବଦା ହର୍ଷିତ ରହିବାର ସାଧନ ହେଲା ଜ୍ଞାନକୁ ସ୍କରଣ କରିବା । ଯେଉଁମାନେ ଯେତିକି ଜ୍ଞାନକୁ ମନନ-ଚିନ୍ତନ କରିଥାଆନ୍ତି, ସେମାନେ ସେତିକି ହର୍ଷିତ ରହିଥାଆନ୍ତି । କୌଣସି ବି ପରିସ୍ଥିତି ସେମାନଙ୍କର ସାହାସକୁ ବା ଉମଙ୍ଗ-ଉତ୍ସାହକୁ କମ କରିପାରିବ ନାହିଁ । ସେମାନେ ସହନଶୀଳତାର ଶକ୍ତି ଆଧାରରେ ସବୁ ପ୍ରକାରର ପରିସ୍ଥିତିକୁ ସହଜରେ ଅତିକ୍ରମ କରିଯାଇଥାଆନ୍ତି ।

ମାତେଶ୍ୱରୀ ଜୀଙ୍କର ଅମୂଲ୍ୟ ମହାବାକ୍ୟ

“ମନୁଷ୍ୟଙ୍କୁ ସାକ୍ଷାତ୍‌କାର କିପରି ହୋଇଥାଏ”

ଏହି ଯେଉଁ ଦିବ୍ୟ ସାକ୍ଷାତ୍‌କାର ହୋଇଥାଏ, ଏହାର ଦର୍ଶନ ବିଦ୍ୟା ମଧ୍ୟ ବହୁତ ସୂକ୍ଷ୍ମ ଅଟେ । ଏମାନେ ସୂକ୍ଷ୍ମ ବା ଅନ୍ତଃବାହକ ଶରୀର ଆଧାରରେ ଯାଇ ଏବଂ ବୁଲି ଆସିଥାଆନ୍ତି । ଯେପରି କେହି କେହି ବାହାରକୁ ବୁଲିବାକୁ ଯାଇଥାଆନ୍ତି ନା, ଏମିତି ତ ନୁହେଁ କି, ବୁଲିବାକୁ ଗଲା ଅର୍ଥାତ୍ ମରିଗଲା, ସିଏ ଭ୍ରମଣ କରି ପୁଣି ଲେଉଟି ଆସିବ ନା । ସେହିପରି ଆତ୍ମା ଏହି ଶରୀରରୁ ବାହାରି ସୂକ୍ଷ୍ମ ଶରୀର ଦ୍ୱାରା ବୁଲିବାକୁ ଯାଇଥାଏ । କିଛି ସମୟ ପାଇଁ ସେହି ଆତ୍ମା ଉଡନ୍ତା ଚଢେଇ ହୋଇଯାଇଥାଏ । ଏହା ମଧ୍ୟ ପରମାତ୍ମାଙ୍କର କାର୍ଯ୍ୟ, ଯାହାକି ବୁଦ୍ଧି ରୂପକ ଡୋରକୁ ଟାଣି ଦିବ୍ୟଦୃଷ୍ଟି ଦ୍ୱାରା ତା’କୁ ସାକ୍ଷାତ୍‌କାର କରାଇଥା’ନ୍ତି । ଯେପରି ରାତିରେ ଆମେ ଆତ୍ମା ଶରୀରରୁ ପୃଥକ୍ ହୋଇ ସୁଖ-ପଥ ଅଥବା ସ୍ୱପ୍ନର ସ୍ଥିତିରେ ଚାଲିଯାଥାଏ, ସେହି ସମୟରେ ଶରୀର ଶାନ୍ତ ଥାଏ ଏବଂ ଦେହ ଓ ଦେହର ଧର୍ମକୁ ଭୁଲିଯାଇଥାଏ, କିନ୍ତୁ ଏମିତି ନୁହେଁ, କେହି ଶରୀରରୁ ମରିଗଲା! ପୁଣି ଯେତେବେଳେ ଜାଗ୍ରତ ଅବସ୍ଥାକୁ ଆସିଥାଏ, ସେତେବେଳେ ସେହି ରାତିର ସ୍ୱପ୍ନକୁ ମଧ୍ୟ ବର୍ଣ୍ଣନା କରି ଶୁଣାଇଥାଏ । ଏହିପରି ପରମାତ୍ମାଙ୍କ ସହିତ ଯୋଗ ଲଗାଇବା ଦ୍ୱାରା ପରମାତ୍ମା ପୁଣି ଦିବ୍ୟଦୃଷ୍ଟି ଦ୍ୱାରା ଆତ୍ମାକୁ ଭ୍ରମଣ କରାଇଥା’ନ୍ତି । ପୁଣି ଯେତେବେଳେ ଧ୍ୟାନ ଅବସ୍ଥାରୁ ଫେରି ଆସନ୍ତି, ସେତେବେଳେ ସେହି ଦେଖିଥିବା ସାକ୍ଷାତ୍‌କାରର ଦୃଶ୍ୟକୁ, ବର୍ଣ୍ଣନା କରି ଶୁଣାଇଥା’ନ୍ତି କି ମୁଁ ଏହି ସବୁ ଦୃଶ୍ୟ ଦେଖି କରି ଆସିଲି । ସେହି ସ୍ୱପ୍ନ ହୁଏ ତ ରଜୋଗୁଣୀ, ତମୋଗୁଣୀ ବି ହୋଇଥାଉ, କିନ୍ତୁ ଏହି ଧ୍ୟାନ ପୁଣି ସତ୍ତ୍ୱଗୁଣୀ ଅବସ୍ଥା ହୋଇଥାଏ । ତେଣୁ ଧ୍ୟାନରେ ଯିବା ଦ୍ୱାରା ଶରୀରର ମୃତ୍ୟୁ ହୁଏ ନାହିଁ, କିନ୍ତୁ ଶରୀରର ଅନୁଭବ ଲୁପ୍ତ ହୋଇଯାଇଥାଏ । ଯେପରି କ୍ଳୋରୋଫର୍ମ ପ୍ରୟୋଗ କରିବା ଦ୍ୱାରା ଶରୀର ନିଷ୍କ୍ରିୟ ହୋଇଯାଇଥାଏ । ଦେଖ ଡକ୍ଟର, ଯେତେବେଳେ କୌଣସି ଅଙ୍ଗକୁ ନିଷ୍କ୍ରିୟ କରିଥା’ନ୍ତି, ସେତେବେଳେ ଇଞ୍ଜେକ୍‌ସନ୍ ଦେଇ ନିଷ୍କ୍ରିୟ କରିଥା’ନ୍ତି, କିନ୍ତୁ ଅନ୍ୟ ଅଙ୍ଗ-ପ୍ରତ୍ୟଙ୍ଗ କ୍ରିୟାଶୀଳ ଥାଏ, ଧ୍ୟାନସ୍ଥ ହେବା ମଧ୍ୟ ଏହିପରି ଅବସ୍ଥା, ଯେମିତିକି ଆତ୍ମା ଉଡି କରିଯାଇ ଭ୍ରମଣ କରି ଆସେ, କିନ୍ତୁ ଶରୀର ମରିଯାଏ ନାହିଁ । ତେବେ ଏହି ଡୋରକୁ ଟାଣିବାର ସ୍ମୃତି ମଧ୍ୟ ପରମାତ୍ମାଙ୍କ ଠାରେ ରହିଛି, ମନୁଷ୍ୟ ଆତ୍ମାଙ୍କ ପାଖରେ ନାହିଁ । ଆଚ୍ଛା - । ଓମ୍ ଶାନ୍ତି ।