04.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କର ରାଇଟ୍ ହ୍ୟାଣ୍ଡ ହେବାକୁ ହେଲେ ପ୍ରତ୍ୟେକ କଥାରେ ରାଇଟିୟସ୍ ଅର୍ଥାତ୍ ସତ୍ୟତାର
ପରିଚାୟକ ହୁଅ, ସର୍ବଦା ଶ୍ରେଷ୍ଠ କର୍ମ କର ।’’
ପ୍ରଶ୍ନ:-
କେଉଁ ପ୍ରକାରର
ସଂସ୍କାର ସେବାରେ ବହୁତ ବିଘ୍ନ ପକାଇଥାଏ?
ଉତ୍ତର:-
ଭାବ-ସ୍ୱଭାବର ବଶବର୍ତ୍ତୀ ହେବା କାରଣରୁ ପରସ୍ପର ମଧ୍ୟରେ ଯେଉଁ ଦ୍ୱିମତର ସଂସ୍କାର ହୋଇଥାଏ, ଏହା
ସେବାରେ ବହୁତ ବିଘ୍ନ ପକାଇଥାଏ । ଦୁଇଟି ମତ ହେବା ଦ୍ୱାରା ବହୁତ କ୍ଷତି ହୋଇଥାଏ । କ୍ରୋଧର ଭୂତ
ଏପରି ଯେ ଭଗବାନଙ୍କର ସାମନା କରିବାକୁ ବି ଡେରି କରେ ନାହିଁ ସେଥିପାଇଁ ବାବା କହୁଛନ୍ତି ହେ ମଧୁର
ସନ୍ତାନମାନେ, ଏହିପରି କୌଣସି ବି ସଂସ୍କାର ଥିଲେ ତାକୁ ବାହାର କରିଦିଅ ।
ଗୀତ:-
ତକଦୀର ଜଗାକର
ଆଇ ହୁଁ...
ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନେ ଗୀତ ଶୁଣିଲେ । ରୁହାନୀ ସନ୍ତାନ ଅର୍ଥାତ୍ ଶିବବାବା ଯିଏ
ସୁପ୍ରିମ ଆତ୍ମା ଅଟନ୍ତି, ତାଙ୍କର ସନ୍ତାନ ଆତ୍ମାମାନେ ଶରୀର ରୂପୀ କର୍ମେନ୍ଦ୍ରିୟ ଦ୍ୱାରା ଗୀତ
ଶୁଣିଲେ । ଏବେ ତ ପିଲାମାନଙ୍କୁ ଆତ୍ମ-ଅଭିମାନୀ ହେବାକୁ ପଡିବ । ଏଥିରେ ବହୁତ ପରିଶ୍ରମ ମଧ୍ୟ
ରହିଛି । ପ୍ରତି ମୂହୁର୍ତ୍ତରେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ଏହା ହେଉଛି
ଗୁପ୍ତ ମେହନତ । ବାବା ଗୁପ୍ତ ହୋଇଥିବାରୁ ପରିଶ୍ରମ ମଧ୍ୟ ଗୁପ୍ତ କରାଉଛନ୍ତି । ବାବା ସ୍ୱୟଂ ଆସି
କହୁଛନ୍ତି ପିଲାମାନେ, ମୋତେ ମନେ ପକାଇଲେ କଳ୍ପ ପୂର୍ବ ସଦୃଶ ପୁନର୍ବାର ତୁମେ ସତ୍ତ୍ୱପ୍ରଧାନ
ହୋଇଯିବ । ସନ୍ତାନମାନେ ବୁଝୁଛନ୍ତି ଯେ ଆମେ ସତ୍ତ୍ୱପ୍ରଧାନ ଥିଲୁ ପୁଣି ଆମେ ହିଁ ଏବେ
ତମୋପ୍ରଧାନ ହୋଇଛୁ । ପୁଣି ସତ୍ତ୍ୱପ୍ରଧାନ ନିଶ୍ଚିତ ହେବାକୁ ପଡିବ । ଗୀତରେ ମଧ୍ୟ କହୁଛନ୍ତି ଯେ
ତୁମେ ଯେଉଁ ଭାଗ୍ୟ ହରାଇଛ ତାକୁ ପୁଣି ପାଇବା ପାଇଁ ପୁରୁଷାର୍ଥ କରାଉଥିବା ପାଇଁ ସେହି ଜଣେ ହିଁ
ସର୍ବଶକ୍ତିମାନ୍ ବାବା ଅଛନ୍ତି, କାରଣ ସିଏ ସମସ୍ତଙ୍କୁ ପାବନ କରାଉଛନ୍ତି ନା । ବାବା
ପିଲାମାନଙ୍କୁ ବୁଝାଉଛନ୍ତି, ହେ ଆତ୍ମିକ ସନ୍ତାନମାନେ ଏବେ ତୁମେ ଭାଗ୍ୟ ଗଢିବାକୁ ଆସିଛ ।
ଛାତ୍ରମାନେ ସ୍କୁଲକୁ ଭାଗ୍ୟ ଗଢିବାକୁ ଯାଇଥା’ନ୍ତି ନା । ସେମାନେ ତ ଛୋଟ ପିଲା ଅଟନ୍ତି । ତୁମେ
ଛୋଟ ନୁହଁ, ତୁମେ ତ ବଡ ଓ ବୟସ୍କ ଅଟ । ସେଥିପାଇଁ ନିଜର ଭାଗ୍ୟ ଗଢୁଛ । ହଁ କେହି କେହି ବୁହତ
ବୃଦ୍ଧ ମଧ୍ୟ ଅଛନ୍ତି । ବୃଦ୍ଧାବସ୍ଥା ଅପେକ୍ଷା ଯୁବାବସ୍ଥାରେ ପାଠପଢିବା ଭଲ, ଯବାନମାନଙ୍କର
ବୁଦ୍ଧି ଭଲ ହୋଇଥାଏ । ଏହା ତ ସମସ୍ତଙ୍କ ପାଇଁ ବହୁତ ସହଜ ଅଟେ । ତୁମର ଶରୀର ତ ବଡ ଅଟେ ନା । ଇଏ
ଛୋଟ ପିଲା ଅଟନ୍ତି, ଏତେ କଥା ବୁଝିପାରିବେ ନାହିଁ, କାହିଁକି ନା ତାଙ୍କର କର୍ମେନ୍ଦ୍ରିୟ ହିଁ
ଛୋଟ ଅଟେ । ସ୍ତୁତି-ନିନ୍ଦା, ଦୁଃଖ-ସୁଖ ଏହି କଥାକୁ ତୁମେ ବୁଝିପାରିବ । ଆତ୍ମା ତ ବିନ୍ଦୁ ଅଟେ
। ଶରୀର ବଢି ଚାଲିଥାଏ । ଆତ୍ମା ତ ଏକରସ ଅର୍ଥାତ୍ ସ୍ଥିର ରହିଥାଏ । କେବେ ଛୋଟ-ବଡ ହୋଇ ନ ଥାଏ ।
ସେହି ଆତ୍ମାର ବୁଦ୍ଧି ପାଇଁ ବାବା କସ୍ତୁରୀ ପରି ଉପହାର ଦେଉଛନ୍ତି କାହିଁକି ନା ଏବେ ତ ବୁଦ୍ଧି
ଅତି ତମୋପ୍ରଧାନ ହୋଇଯାଇଛି । ତାହା ଏବେ ସ୍ୱଚ୍ଛ ମଧ୍ୟ ହେଉଛି । ଏହି ଚିତ୍ରଗୁଡିକ ତୁମର
ବୁଝାଇବାରେ ବହୁତ କାମରେ ଆସୁଛି । ଭକ୍ତିମାର୍ଗରେ ଦେବତାମାନଙ୍କ ସମ୍ମୁଖରେ ଯାଇ ମୁଣ୍ଡ ନୁଆାଁଇ,
ପୂଜା କରିଥାନ୍ତି । ଆଗରୁ ତୁମେମାନେ ମଧ୍ୟ ଅନ୍ଧଶ୍ରଦ୍ଧାରେ ମନ୍ଦିରକୁ ଯାଉଥିଲ । ତୁମେ ପୂର୍ବରୁ
ଶିବଙ୍କ ମନ୍ଦିରକୁ ଯାଉଥିଲ, ତୁମେ କ’ଣ ଜାଣିଥିଲ ଯେ ଇଏ ଶିବବାବା ଅଟନ୍ତି । ବାବାଙ୍କଠାରୁ
ନିଶ୍ଚୟ ସମ୍ପତ୍ତି ମିଳିଛି ସେଥିପାଇଁ ତ ତାଙ୍କର ମହିମା ଗାନ କରାଯାଉଛି । କେହି ଭଲ କାମ କରି ଗଲେ
ତାଙ୍କର ମହିମା ଗାୟନ କରାଯାଇଥାଏ । ଶିବବାବାଙ୍କର ଷ୍ଟାମ୍ପ ତିଆରି କରିବା ଦରକାର । ଶିବବାବା
ଗୀତା ଜ୍ଞାନଦାତା... ଏହି ଷ୍ଟାମ୍ପ ସହଜରେ ତିଆରି ହୋଇପାରିବ । ଏହି ବାବା ସମସ୍ତଙ୍କୁ ସୁଖ
ଦେଇଥା’ନ୍ତି । ବାବା କହୁଛନ୍ତି - ମୁଁ ତୁମକୁ ସୁଖଧାମର ମାଲିକ କରାଉଛି । ବୁଢୀମାନେ ମଧ୍ୟ ଏକଥା
ବୁଝୁଛନ୍ତି ଯେ ଆମେ ଆସିଛୁ ଶିବବାବାଙ୍କ ପାଖକୁ, ଯିଏ ବିଚିତ୍ର ଅଟନ୍ତି । ଯିଏ ଏହି ଚିତ୍ର
ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରିଛନ୍ତି । ନିରାକାରଙ୍କୁ ବିଚିତ୍ର କୁହାଯାଉଛି ।
ବୁଦ୍ଧିରେ ରହୁଛି ଯେ ଆମେ ଶିବବାବାଙ୍କ ପାଖକୁ ଯାଉଛୁ, ଯିଏ ଟେମ୍ପରାରୀ (ଅସ୍ଥାୟୀ) ଭାବେ ଏହି
ଶରୀର ଧାରଣ କରିଛନ୍ତି । ପତିତଙ୍କୁ ପାବନ କରାଇ ମୁକ୍ତି-ଜୀବନମୁକ୍ତି ଦେଉଛନ୍ତି ଅଥବା
ଶାନ୍ତିଧାମ ସୁଖଧାମର ବାସିନ୍ଦା କରାଉଛନ୍ତି । ମନୁଷ୍ୟ ଶାନ୍ତି ପାଇବା ପାଇଁ ହିଁ ଚେଷ୍ଟା
କରୁଛନ୍ତି । ଭଗବାନ ମିଳିଗଲେ ଶାନ୍ତି ମିଳିଯିବ, ସେମାନେ ସୁଖ ପାଇଁ ପୁରୁଷାର୍ଥ କରୁ ନାହାଁନ୍ତି
। କେବଳ ବାବାଙ୍କ ପାଖକୁ ଘରକୁ ଯିବୁ, ଆମକୁ ଭଗବାନ ମିଳିବା ଆବଶ୍ୟକ । ବର୍ତ୍ତମାନ ସମୟରେ ସମସ୍ତେ
ମୁକ୍ତିର ଆଶା ରଖୁଛନ୍ତି । କେବଳ ତୁମେ ବ୍ରାହ୍ମଣମାନେ ହିଁ ଜୀବନମୁକ୍ତି ନେଉଛ । ଅନ୍ୟ ସମସ୍ତେ
ମୁକ୍ତି ପାଇବା ପାଇଁ ଇଚ୍ଛା ରଖୁଛନ୍ତି । ଜୀବନମୁକ୍ତିର ରାସ୍ତା ବତାଇବା ପାଇଁ କେହି ନାହାଁନ୍ତି
। ସନ୍ନ୍ୟାସୀମାନଙ୍କ ପାଖକୁ ଯାଇ ଶାନ୍ତି ମାଗିଥା’ନ୍ତି । କହନ୍ତି ମନକୁ ଶାନ୍ତି କିପରି ମିଳିବ
। ଯେଉଁମାନେ ରାସ୍ତା ବତାଉଛନ୍ତି ସେମାନେ ହେଉଛନ୍ତି ହିଁ ମୁକ୍ତିଧାମର ଯାତ୍ରୀ । ମୋକ୍ଷ କ’ଣ,
ଏହା ମଧ୍ୟ ବୁଦ୍ଧିରେ ବୁଝିପାରୁ ନାହାଁନ୍ତି । ବିରକ୍ତ ହୋଇ କହୁଛନ୍ତି ମୁକ୍ତି ପାଇଗଲେ ତ ଭଲ ।
ବାସ୍ତବରେ ମୁକ୍ତିଧାମ ହେଉଛି ଆତ୍ମାମାନଙ୍କର ରହିବାର ସ୍ଥାନ । ଏତେ ସବୁ ସେଣ୍ଟରର ପିଲାମାନେ
ଅଛନ୍ତି, ସମସ୍ତେ ଜାଣିଛନ୍ତି ଯେ ଆମେ ନୂଆ ଦୁନିଆ ପାଇଁ ରାଜ୍ୟ-ଭାଗ୍ୟ ନେଉଛୁ । ବାବା ଆମକୁ ନୂଆ
ଦୁନିଆର ରାଜ୍ୟ ଦେଉଛନ୍ତି । କେଉଁଠି ଦେବେ? ନୂଆ ଦୁନିଆରେ ଦେବେ ନା ପୁରୁଣା ଦୁନିଆରେ ଦେବେ?
ବାବା କହୁଛନ୍ତି ମୁଁ ସଂଗମଯୁଗରେ ହିଁ ଆସିଥାଏ । ମୁଁ ନା ସତ୍ୟଯୁଗରେ ନା କଳିଯୁଗରେ ଆସିଥାଏ ।
ଏହି ଦୁଇଯୁଗର ମଝି ସମୟରେ ଆସିଥାଏ । ବାବା ତ ସମସ୍ତଙ୍କୁ ସଦ୍ଗତି ଦେବେ ନା । ଏପରି ନୁହେଁ ଯେ
ଦୁର୍ଗତିରେ ଛାଡି ଚାଲିଯିବେ । ସଦ୍ଗତି ଏବଂ ଦୁର୍ଗତି ଏକତ୍ର ରହିପାରିବ ନାହିଁ । ପିଲାମାନେ
ଜାଣିଛନ୍ତି ଏହି ପୁରୁଣା ଦୁନିଆ ବିନାଶ ହେବ, ସେଥିପାଇଁ ଏହି ପୁରୁଣା ଦୁନିଆ ପ୍ରତି ମମତା ରଖ
ନାହିଁ । ବୁଦ୍ଧି କହୁଛି ବାସ୍ତବରେ ଏବେ ଆମେ ସଂଗମଯୁଗରେ ଅଛୁ । ଏହି ଦୁନିଆ ବଦଳିବ । ଏବେ ବାବା
ଆସିଛନ୍ତି, ବାବା କହୁଛନ୍ତି - ମୁଁ ପ୍ରତ୍ୟେକ କଳ୍ପର ସଂଗମଯୁଗରେ ଆସୁଛି । ତୁମକୁ ଦୁଃଖରୁ
ମୁକ୍ତ କରି ହରିଙ୍କ ଦ୍ୱାରକୁ ନେଇଯାଉଛି । ଏହା ଜ୍ଞାନର କଥା । ହରିଦ୍ୱାର, କୃଷ୍ଣଙ୍କ ଦ୍ୱାର
ଅର୍ଥାତ୍ କୃଷ୍ଣପୁରୀକୁ କୁହାଯାଏ । ଆଚ୍ଛା ଏହା ପଛରେ ପୁଣି ଲକ୍ଷ୍ମଣ ଝୁଲା ଲଗାଇଦେଇଛନ୍ତି ।
ପ୍ରଥମେ ହରିଦ୍ୱାର ଆସିବ । ସତ୍ୟଯୁଗକୁ ହରି-ଦ୍ୱାର କୁହାଯାଏ । ପୁଣି ରାମ ଲକ୍ଷ୍ମଣ ଆଦି
ଦେଖାଉଛନ୍ତି । ଏପରି କୌଣସି କଥା ନାହିଁ । ଏସବୁ ମନଗଢା କଥା । ରାମଙ୍କର କେତେ ଭାଇ ଦେଖାଇଛନ୍ତି!
୪ ଭାଇ ତ ହୋଇ ନ ଥାନ୍ତି । ୪-୮ ଭାଇ ତ କଳିଯୁଗରେ ହୋଇଥା’ନ୍ତି । ଗୋଟିଏ ପଟେ ଈଶ୍ୱରୀୟ ସନ୍ତାନ,
ଅନ୍ୟ ପଟେ ଆସୁରୀ ସନ୍ତାନ ରହିଛନ୍ତି ।
ଏବେ ତୁମେ ଜାଣୁଛ ଯେ ଶିବବାବା ବ୍ରହ୍ମାଙ୍କ ଶରୀରରେ ଆସିଛନ୍ତି । ଶିବ ହେଲେ ବାବା, ବ୍ରହ୍ମା
ହେଉଛନ୍ତି ଦାଦା । ସିଏ ପ୍ରଜାପିତା ଅଟନ୍ତି । ଆତ୍ମାମାନଙ୍କର ପିତା ତ ଅନାଦି ଅଟନ୍ତି, ସିଏ
ବର୍ତ୍ତମାନ ସମୟରେ ବ୍ରାହ୍ମଣମାନଙ୍କୁ ରଚନା କରୁଛନ୍ତି । ଏପରି ନୁହେଁ ଯେ ଶିବବାବା ଶାଳଗ୍ରାମକୁ
ରଚନା କରୁଛନ୍ତି । ନା, ଶାଳଗ୍ରାମ ତ ଅବିନାଶୀ ହିଁ ଅଟେ, କେବଳ ବାବା ଆସି ପବିତ୍ର କରାଉଛନ୍ତି ।
ଆତ୍ମା ପବିତ୍ର ନ ହେବା ପର୍ଯ୍ୟନ୍ତ ଶରୀର କିପରି ପବିତ୍ର ହେବ । ଆମେ ଆତ୍ମାମାନେ ପବିତ୍ର ଥିବା
ସମୟରେ ସତ୍ତ୍ୱପ୍ରଧାନ ଥିଲୁ । ଏବେ ଅପବିତ୍ର ତମୋପ୍ରଧାନ ହୋଇଯାଇଛୁ ପୁଣି ସତ୍ତ୍ୱପ୍ରଧାନ କିପରି
ହେବୁ । ଏହା ତ ସହଜ ବୁଝିବାର କଥା । ତୁମଠାରେ ବର୍ତ୍ତମାନ ଖାଦ ପଡିବା ଦ୍ୱାରା ତୁମେ ପତିତ
ତମୋପ୍ରଧାନ ହୋଇଯାଇଛ । ଏବେ ପୁଣି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ହିସାବ-କିତାବ ଚୁକ୍ତ କରି
ସମସ୍ତେ ଶାନ୍ତିଧାମ ଅଥବା ସୁଖଧାମକୁ ଆସିବେ । ଆତ୍ମାମାନେ କିପରି ନିରାକାରୀ ଘରୁ ଆସୁଛନ୍ତି,
ଖ୍ରୀଷ୍ଟୀୟାନମାନେ ମଧ୍ୟ ସ୍ମାରକୀ ସଦୃଶ ନିରାକାରୀ ବୃକ୍ଷ ତିଆରି କରି ସେଥିରେ ବତୀ ଲଗାଇ ଉତ୍ସବ
ପାଳନ କରିଥାନ୍ତି । ତୁମେ ଜାଣିଛ ଯେ ସବୁ ଧର୍ମର ଅଲଗା ଅଲଗା ଶାଖା ମାନ ରହିଛି । ସେଠାରୁ
ପ୍ରଥମେ-ପ୍ରଥମେ ଆତ୍ମାମାନେ କିପରି ତଳକୁ ଓହ୍ଳାଉଛନ୍ତି, ଏହି ଜ୍ଞାନ ତୁମକୁ ମିଳିସାରିଛି । ଆମ
ଆତ୍ମାମାନଙ୍କର ଘର ହେଉଛି ଶାନ୍ତିଧାମ । ବର୍ତ୍ତମାନ ହେଉଛି ସଂଗମ । ସେଠାରୁ ସବୁ ଆତ୍ମା ଆସିଗଲେ
ପୁଣି ସମସ୍ତେ ଘରକୁ ବାହୁଡି ଯିବେ । ପ୍ରଳୟ ତ ହେବାର ନାହିଁ । ତୁମେ ଜାଣିଛ ଆମେ ବାବାଙ୍କଠାରୁ
ଭାଗ୍ୟ ନେଇ ପୁନର୍ବାର ସ୍ୱରାଜ୍ୟ ନେବାକୁ ଆସିଛୁ । ଏହା କେବଳ କହିବାର କଥା ନୁହେଁ । ବାବାଙ୍କୁ
ମନେ ପକାଇବା ଦ୍ୱାରା ହିଁ ସମ୍ପତ୍ତି ମିଳିବ । ବାବା କହୁଛନ୍ତି - ଦେହ ସହିତ ଯିଏ ବି ଦେହର
ମିତ୍ର-ସମ୍ବନ୍ଧୀ ଆଦି ଅଛନ୍ତି, ସମସ୍ତଙ୍କୁ ଭୁଲିଯାଅ । ଏହା ଚିତ୍ର ଓ ବିଚିତ୍ର ଅଟେ ନା ।
ବିଚିତ୍ର ତାଙ୍କୁ କୁହାଯାଏ ଯାହାଙ୍କୁ ଦେଖି ହୁଏ ନାହିଁ । ଏହା ବହୁତ ସୂକ୍ଷ୍ମ କଥା । ଆତ୍ମା
କେତେ ଛୋଟ । ଆତ୍ମାକୁ ବାରମ୍ବାର ଅଭିନୟରେ ଆସିବାକୁ ପଡିଥାଏ ଆଉ କାହାରି ବୁଦ୍ଧିରେ ଏପରି ଜ୍ଞାନ
ନାହିଁ । ସର୍ବ ପ୍ରଥମେ ତ ବୁଦ୍ଧିରେ ରଖିବାକୁ ହେବ ଯେ ମୁଁ ଆତ୍ମା, ପରମାତ୍ମା ମୋର ପିତା ଅଟନ୍ତି
। ତାଙ୍କୁ ହିଁ ପତିତ-ପାବନ,ହେ ଭଗବାନ କହି ୟାଦ କରିଥା’ନ୍ତି । ଅନ୍ୟ କୌଣସି ଜାଗାକୁ ଯିବାର
ଆବଶ୍ୟକତା ନାହିଁ । ତେଣୁ ସ୍ମରଣ ମଧ୍ୟ ଜଣଙ୍କୁ କରିବା ଉଚିତ୍ । ଭଗବାନଙ୍କୁ ସ୍ମରଣ କରୁଛନ୍ତି
ନିଶ୍ଚୟ ତାଙ୍କଠାରୁ କିଛି ମିଳିବାକୁ ଥିବ । ପୁଣି ଦ୍ୱାର-ଦ୍ୱାର ଧକ୍କା କାହିଁକି ଖାଉଛ!
ଭଗବାନଙ୍କୁ ତ ପରମଧାମରୁ ଆସିବାକୁ ପଡିବ ନା । ଆମେ ତ ସେଠାକୁ ଯାଇପାରିବୁ ନାହିଁ କାହିଁକି ନା
ପତିତ ଅଟୁ । ପତିତ ସେଠାକୁ ଯାଇ ପାରିବେ ନାହିଁ । ଏବେ ତୁମେ ଆଶ୍ଚର୍ଯ୍ୟ ହେଉଛ । ଭକ୍ତିମାର୍ଗର
ପାର୍ଟ କେତେ ଆଶ୍ଚର୍ଯ୍ୟଜନକ ଅଟେ । ଏକ ଭଗବାନଙ୍କୁ ହିଁ ସ୍ମରଣ କରୁଛନ୍ତି - ହେ ଈଶ୍ୱର, ହେ
ପରମପିତା, ଓ ଗଡ ଫାଦର । ଯଦି ସେ ଏକ ଅଟନ୍ତି ତେବେ ଅନ୍ୟ କେଉଁଠି ଧକ୍କା କାହିଁକି ଖାଉଛ! ସିଏ
ଜଣେ ହିଁ ଉପରେ ରହୁଛନ୍ତି । କିନ୍ତୁ ଏସବୁ ନିଧାର୍ଯ୍ୟ ରହିଛି, ଡ୍ରାମା ଅନୁସାରେ ଭକ୍ତି
କରୁଛନ୍ତି, ଏହା ଅତି ଅଜ୍ଞାନତା ଅଟେ । ଏବେ ପୁଣି ତୁମେ ଅତି ବୁଦ୍ଧିମାନ୍ ହେଉଛ । ଶ୍ରୀମତରେ
ଚାଲୁଥିବା ଆତ୍ମା ହିଁ ବୁଦ୍ଧିସମ୍ପନ୍ନ ହୋଇଥା’ନ୍ତି । ସେମାନେ ପୁଣି ଗୁପ୍ତ ରହିପାରିବେ ନାହିଁ,
ସେମାନେ ସର୍ବଦା ଶ୍ରେଷ୍ଠାଚାରୀ କର୍ମ ହିଁ କରିବେ । ବାବା କହୁଛନ୍ତି - ମୁଁ ଦୁଃଖହର୍ତ୍ତା
ସୁଖକର୍ତ୍ତା ଅଟେ, ତେଣୁ ମୋ ପିଲାମାନେ ବି କେତେ ମଧୁର ହେବା ଉଚିତ୍ । ପିଲାମାନେ ବାବାଙ୍କର
ଦକ୍ଷିଣ ହସ୍ତ ହେବା ଉଚିତ୍ । ଏହିପରି ସନ୍ତାନମାନେ ହିଁ ବାବାଙ୍କର ପ୍ରିୟ ହୋଇଥା’ନ୍ତି । ରାଇଟ୍
ହ୍ୟାଣ୍ଡ ଅର୍ଥାତ୍ ଦକ୍ଷିଣ ହସ୍ତ ଅଟନ୍ତି ନା । ତୁମେ ଜାଣିଛ ଯେ ବାମ ହାତରେ ଏତେ କାମ କରିହୁଏ
ନାହିଁ କାହିଁକିନା ଦକ୍ଷିଣ ହାତରେ ହିଁ ପୁଣ୍ୟ କାର୍ଯ୍ୟ କରିଥା’ନ୍ତି । ସେଥିପାଇଁ ଏହି ଦକ୍ଷିଣ
ହାତକୁ ମଧ୍ୟ ଶୁଭକାମରେ ଲଗାଇଥାନ୍ତି । ପୂଜା ସର୍ବଦା ଦକ୍ଷିଣ ହାତରେ କରିଥା’ନ୍ତି । ବାବା
କହୁଛନ୍ତି - ପ୍ରତ୍ୟେକ କଥାରେ ସଚ୍ଚୋଟ ହୁଅ । ବାବା ମିଳିଛନ୍ତି, ତେଣୁ ଖୁସି ହେବା ଦରକାର ।
ବାବା କହୁଛନ୍ତି - କେବଳ ମୋତେ ମନେ ପକାଇଲେ ଅନ୍ତମତି ଅନୁଯାୟୀ ଗତି ହୋଇଯିବ । ମତ ଓ ଗତ ଅଥବା
ଗତି କରିବାର ମତ ଏକ ହିଁ ଅଟେ । ଗାୟନ ମଧ୍ୟ କରାଯାଏ ଈଶ୍ୱରଙ୍କ ଗତ ମତ ଈଶ୍ୱର ହିଁ ଜାଣନ୍ତି ।
ସିଏ ହିଁ ପତିତ-ପାବନ ଅଟନ୍ତି । ସିଏ ଜାଣିଛନ୍ତି ମୁଁ ମନୁଷ୍ୟମାନଙ୍କୁ ପାବନ କରାଇ ଦୁର୍ଗତିରୁ
ସଦ୍ଗତିକୁ କିପରି ନେଇଯିବି । ଭକ୍ତିମାର୍ଗରେ କେତେ ମେହନତ କରୁଛନ୍ତି କିନ୍ତୁ ସଦ୍ଗତି ହେଉ
ନାହିଁ । ଫଳ କିଛି ହେଲେ ବି ମିଳୁ ନାହିଁ, ସଦ୍ଗତି ଦାତା ଜଣେ ବାବା ହିଁ ଅଟନ୍ତି । ଭକ୍ତିରେ
ଯିଏ ଯେଉଁ ଭାବନାରେ ପୂଜା କରିଥାନ୍ତି, ତାଙ୍କୁ ମୁଁ ହିଁ ଫଳ ଦେଇଥାଏ । ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ରହିଛି, ନିଜର ପୁରୁଷାର୍ଥ ଅନୁସାରେ ତାଙ୍କୁ ସ୍ୱତଃ ମିଳିଯାଉଛି । ଏବେ ପବିତ୍ର ମଧ୍ୟ
ପିଲାମାନଙ୍କୁ ନିଜର ପୁରୁଷାର୍ଥ ଦ୍ୱାରା ହିଁ ହେବାକୁ ପଡିବ । ବାବା କହୁଛନ୍ତି - ମିଠା-ମିଠା
ବାବାଙ୍କୁ ମନେ ପକାଅ । ସେହି ସର୍ବଶକ୍ତିମାନ ଅଲମାଇଟୀ ଅଥରିଟୀ ଆମକୁ କେତେ ଶକ୍ତିଶାଳୀ
କରାଉଛନ୍ତି । ତୁମେ ସବୁ କିଛି ଜାଣିସାରିଛ ପୁଣି ବାବାଙ୍କଠାରୁ ସମ୍ପତ୍ତି ନେଉଛ । ରଚୟିତା ଓ
ରଚନାର ଜ୍ଞାନ ତୁମ ବୁଦ୍ଧିରେ ଅଛି । ତୁମେ ଜାଣିଛ ଯେ ଏହି ଜ୍ଞାନ ଆମ ପାଖରେ ନଥିଲା । ଯଜ୍ଞ-ତପ
ଆଦି କରିବା, ଶାସ୍ତ୍ର ଆଦି ଶୁଣିବା - ଏହା ହେଲା ଶାସ୍ତ୍ରର ଜ୍ଞାନ । ଏହାକୁ ଭକ୍ତି କୁହାଯାଉଛି
। ଏଥିରେ ଲକ୍ଷ୍ୟ ଉଦ୍ଦେଶ୍ୟ କିଛି ହେଲେ ନାହିଁ । ପାଠପଢାରେ ଲକ୍ଷ୍ୟ ଉଦ୍ଦେଶ୍ୟ ରହିଥାଏ । କୌଣସି
ନା କୌଣସି ପ୍ରକାରର ଜ୍ଞାନ ରହିଥାଏ । ଆମକୁ ପତିତରୁ ପାବନ ହେବାର ଜ୍ଞାନ ପତିତ-ପାବନ ବାବା ହିଁ
ଦେଇଛନ୍ତି । ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ବାବା ହିଁ ଦେଇଛନ୍ତି । ଏହି ସୃଷ୍ଟିଚକ୍ର କିପରି
ଘୂରୁଛି, ଏଥିରେ ସମସ୍ତ ଅଭିନେତା ପାର୍ଟଧାରୀ ଅଟନ୍ତି । ଏହି ଅନାଦି ନାଟକ ପୂର୍ବ ପ୍ରସ୍ତୁତ ଅଟେ
। ଏହି ଅବିନାଶୀ ଜ୍ଞାନ ତ ନିଶ୍ଚିତ ରହିବା ଦରକାର ।
ତୁମେ ପିଲାମାନେ ଜାଣିଛ ଏବେ ଆମେ ଘୋର ଅନ୍ଧାକାରରୁ ବାହାରି ଘୋର ଆଲୋକ ଆଡକୁ ଯାଉଛୁ । ତୁମେ ଏବେ
ଦେବତା ହେଉଛ, ଏକଥା ମଧ୍ୟ ବୁଝାଇବା ଉଚିତ୍ ଯେ ଆଦି ସନାତନ ଦେବୀ-ଦେବତା ଧର୍ମ ଅଛି, ଯାହାକୁ
ହିନ୍ଦୁ ଧର୍ମ କହିଦେଇଛନ୍ତି । ଧିରେ-ଧିରେ ସମସ୍ତେ ଏହି କଥା ମଧ୍ୟ ବୁଝିଯିବେ । ପିଲାମାନେ ଛିଡା
ହେବା ଉଚିତ୍ । ଏଥିରେ ଅନେକ ସନ୍ତାନ ଆବଶ୍ୟକ । ଦିଲ୍ଲୀରେ ମେଳା କରିବାକୁ ପଡିବ । ଦିଲ୍ଲୀକୁ
ପରିସ୍ତାନ ମଧ୍ୟ କୁହାଯାଏ । ଏହା ଯମୁନାର କୂଳରେ ଥିଲା, ଦିଲ୍ଲୀ ରାଜଧାନୀ ଥିଲା । ଏହା
ଅନେକଙ୍କର ହାତକୁ ଆସିଛି । ଦେବତାମାନଙ୍କର ମଧ୍ୟ ଏହା ରାଜଧାନୀ ଥିଲା, ଦିଲ୍ଲୀରେ ବହୁତ ବଡ
କନଫରେନ୍ସ ଅଥବା ମେଳା ହେବା ଦରକାର, କିନ୍ତୁ ମାୟା ଏପରି ଯେ କରିବାକୁ ଦେଉ ନାହିଁ । ବିଘ୍ନ
ବହୁତ ପକାଉଛି । ଆଜିକାଲି ଭାବ-ସ୍ୱଭାବ ମଧ୍ୟ ବହୁତ ହୋଇଗଲାଣି । ପିଲାମାନଙ୍କୁ ପରସ୍ପର ସହିତ
ମିଶି ସେବାରେ ଲାଗିଯିବା ଉଚିତ୍ । ସେମାନେ ମଧ୍ୟ ପରସ୍ପର ସହିତ ନ ମିଶିବାରୁ ତ ରାଜତ୍ୱ ଉଡିଯାଉଛି,
ଦୁଇ ଦଳ ହୋଇଯାଉଛନ୍ତି ପୁଣି ପ୍ରେସିଡେଣ୍ଟଙ୍କୁ ଅର୍ଥାତ୍ ରାଷ୍ଟ୍ରପତିଙ୍କୁ ମଧ୍ୟ ଉଡାଇ ଦେଉଛନ୍ତି
। ଦ୍ୱୈତ ମତ ବହୁତ ହାନିକାରକ ଅଟେ । ପୁଣି ଭଗବାନଙ୍କର ସାମନା କରିବାକୁ ମଧ୍ୟ ଡେରି କରି ନ
ଥା’ନ୍ତି । କ୍ଷତି ମଧ୍ୟ ବହୁତ ହୋଇଥାଏ । କ୍ରୋଧର ଭୂତ ଆସିଗଲେ ତ ସେକଥା ପୁଣି ନ କହିଲେ ଭଲ,
ସେଥିପାଇଁ ବାବା କହୁଛନ୍ତି ଗୁଡ ଜାଣେ, ଗୁଡର ଗୋଥରୀ ଜାଣେ ଅର୍ଥାତ୍ ବ୍ରହ୍ମାବାବା ଓ ଶିବବାବା
ଜାଣିଛନ୍ତି । ବାବା ପିଲାମାନଙ୍କୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଶୁଣାଉଛନ୍ତି । ଏବେ କେହି
ଧାରଣ କରନ୍ତୁ ବା ନ କରନ୍ତୁ, ଏହା ହେଉଛି ତାଙ୍କ ପୁରୁଷାର୍ଥର ଆଧାର । ଏପରି ନୁହେଁ ଯେ କାହା
ଉପରେ ବାବା ଆଶୀର୍ବାଦ ଅଥବା କୃପା କରିବେ, ଏଥିରେ କୃପା ଆଦି ମାଗିବାର କଥା ନାହିଁ । ଯଦି
ପ୍ରେରଣା ସାହାଯ୍ୟରେ ଜ୍ଞାନ ଓ ଯୋଗ ଶିଖାଇବାର ହୋଇଥା’ନ୍ତା, ତେବେ ବାବା କହୁଛନ୍ତି ମୁଁ ଏହି
ବିକାରୀ ଦୁନିଆକୁ ଆସିଥାନ୍ତି କାହିଁକି? ପ୍ରେରଣା, ଆଶୀର୍ବାଦ ଏସବୁ ଭକ୍ତିମାର୍ଗର ଅକ୍ଷର । ଏହି
ଜ୍ଞାନମାର୍ଗରେ ପୁରୁଷାର୍ଥ କରିବାକୁ ହେବ, ପ୍ରେରଣାର କୌଣସି କଥା ହିଁ ନାହିଁ । ତୁମକୁ ଏକତ୍ର
ତିନୋଟି ଇଞ୍ଜିନ୍ ମିଳିଛି । ଦୁନିଆରେ ତ ବାପା ଅଲଗା, ଶିକ୍ଷକ ଅଲଗା ମିଳିଥାନ୍ତି, ଗୁରୁ ତ ପଛରେ
ମିଳିଥା’ନ୍ତି । ଏଠାରେ ତ ତିନିହେଁ ଏକତ୍ର ରହିଛନ୍ତି । ବାବା କହୁଛନ୍ତି - ମୁଁ ତୁମକୁ ପୂଜ୍ୟ
କରାଉଛି, ତୁମେ ପୁଣି ପୂଜାରୀ ହୋଇଯିବ । ବହୁତ ଯୁକ୍ତିରେ ବୁଝାଇବାକୁ ହେବ । ଏପରି ନ ହେଉ ଯେ
କେହି ବେହୋସ ହୋଇଯାଆନ୍ତୁ । ସର୍ବପ୍ରଥମେ ମୁଖ୍ୟ ହେଉଛି ଦୁଇ ପିତାଙ୍କର କଥା । ଭଗବାନ ବାପା
ଅଟନ୍ତି, ତାଙ୍କର ଜନ୍ମ ଦିନ ଶିବଜୟନ୍ତୀ ମଧ୍ୟ ଏହିଠାରେ ହିଁ ପାଳନ କରିଥା’ନ୍ତି । ନିଶ୍ଚିତ ସିଏ
ସ୍ୱର୍ଗର ମାଲିକ କରାଉଥିବେ । ଭାରତରେ ହିଁ ସ୍ୱର୍ଗ ଥିଲା । ବର୍ତ୍ତମାନ ନର୍କର ବିନାଶ ପାଇଁ
ମହାଭାରତ ଲଢେଇ ସମ୍ମୁଖରେ ଦଣ୍ଡାୟମାନ । ନିଶ୍ଚିତ ବାବା ନୂଆ ଦୁନିଆର ସ୍ଥାପନା ମଧ୍ୟ କରାଉଛନ୍ତି
। ବାବାଙ୍କ ଶ୍ରୀମତ ଆଧାରରେ ହିଁ ଆମେ କହୁଛୁ ଯେ ଭାରତକୁ ପବିତ୍ର କରି ହିଁ ଛାଡିବୁ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଯେପରି ବାବା
ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି, ସେହିପରି ବାପାଙ୍କ ସମାନ ହେବାକୁ ପଡିବ । ବହୁତ ମିଠା
ହେବାକୁ ହେବ । ସର୍ବଦା ଶୁଭ କର୍ମ କରି ରାଇଟ୍ ହ୍ୟାଣ୍ଡ ଅର୍ଥାତ୍ ଦକ୍ଷିଣହସ୍ତ ହେବାର ଅଛି ।
(୨) କେବେ ଦୁଇଟି ମତ
ହେବା ଅନୁଚିତ୍ । ଭାବ-ସ୍ୱଭାବର ବଶବର୍ତ୍ତୀ ହୋଇ ପରସ୍ପରର ସାମନା କରିବା ଉଚିତ୍ ନୁହେଁ ।
କ୍ରୋଧର ଭୂତ ବାହାର କରିଦେବା ଉଚିତ୍ ।
ବରଦାନ:-
ସ୍ୱୟଂର
ସ୍ଥିତିରେ ରହି ନିଜର ପ୍ରତ୍ୟେକ କର୍ମକୁ ସଂଯମ ଅର୍ଥାତ୍ ନିୟମ କରୁଥିବା ଅଥୋରିଟୀ ସ୍ୱରୂପ ହୁଅ ।
ଯେପରି ସାକାର
ବ୍ରହ୍ମାବାବା ସ୍ୱୟଂର ଅର୍ଥାତ୍ ନିଜର ସ୍ମୃତିରେ ରହିବା ଦ୍ୱାରା ଯେଉଁଭଳି କର୍ମ କରିଛନ୍ତି
ସେଗୁଡିକ ବ୍ରାହ୍ମଣ ପରିବାରର ସଂଯମ ବା ନିୟମ ହୋଇଯାଇଛି । ସ୍ୱୟଂର ନିଶାରେ ରହୁଥିବା କାରଣରୁ
ଅଧିକାରୀ ପଣିଆର ସହିତ କହିପାରୁଥିଲେ ଯେ ସାକାର ଦ୍ୱାରା ଯଦି କୌଣସି ଓଲଟା କର୍ମ ମଧ୍ୟ ହୋଇଯିବ,
ତେବେ ବାବା ସେଗୁଡିକୁ ଠିକ୍ କରିଦେବେ । ତେବେ ସର୍ବଦା ସ୍ୱ ସ୍ୱରୂପର ସ୍ମୃତିରେ ରହିବା ଦ୍ୱାରା
ଏହି ନିଶା ରହିଥାଏ ଯେ କୌଣସି କର୍ମ ଓଲଟା ହୋଇ ହିଁ ପାରିବ ନାହିଁ । ତୁମେ ପିଲାମାନେ ମଧ୍ୟ
ଯେତେବେଳେ ସ୍ୱରୂପର ସ୍ଥିତିରେ ସ୍ଥିତ ରହିବ ସେତେବେଳେ ଯାହାବି ସଂକଳ୍ପ ଚାଲିବ, ଯାହା ବି ବାଣୀ
ଶୁଣାଇବ ବା କର୍ମ କରିବ ସେଗୁଡିକ ସଂଯମ ଅର୍ଥାତ୍ ନିୟମ ହୋଇଯିବ ।
ସ୍ଲୋଗାନ:-
ପବିତ୍ରତାର
ସ୍ତମ୍ଭକୁ ଯଦି ମଜବୁତ୍ କରିବ, ତେବେ ତାହା ଲାଇଟ୍ ହାଉସ ଅର୍ଥାତ୍ ବତୀଘର ପାଲଟିଯିବ ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ଯଦି ବୁଦ୍ଧିରେ ଅଶୁଦ୍ଧ
ସଂକଳ୍ପ ବା ପୁରୁଣା ସଂସ୍କାର ସଂକଳ୍ପ ରୂପରେ ମଧ୍ୟ ସ୍ପର୍ଶ କରୁଛି, ତେବେ ସମ୍ପୂର୍ଣ୍ଣ ବୈଷ୍ଣବ
କୁହାଯିବ ନାହିଁ । ଯେପରି କୌଣସି ଅକର୍ତ୍ତବ୍ୟ କାର୍ଯ୍ୟକୁ ଦେଖିବା ଦ୍ୱାରା ମଧ୍ୟ ତା’ର ପ୍ରଭାବ
ପଡିଥାଏ ଏବଂ ତା’ର ମଧ୍ୟ ହିସାବ ରହିଯାଏ । ସେହି ହିସାବରେ ଯଦି ଚିନ୍ତା କରିବ ତେବେ ପୁରୁଣା
ସଂସ୍କାର ବା ଅଶୁଦ୍ଧ ସଂକଳ୍ପ ବୁଦ୍ଧିକୁ ଯଦି ସ୍ପର୍ଶ ମଧ୍ୟ କରୁଛି ତେବେ ବି ତୁମକୁ ସମ୍ପୂର୍ଣ୍ଣ
ବୈଷ୍ଣବ ବା ସମ୍ପୂର୍ଣ୍ଣ ପବିତ୍ର କିପରି କୁହାଯିବ ।