04.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଶ୍ରେଷ୍ଠରୁ ଶ୍ରେଷ୍ଠ ହେବା ପାଇଁ ସ୍ୱୟଂ ଭଗବାନ ତୁମକୁ ଶ୍ରେଷ୍ଠ ମତ ଦେଉଛନ୍ତି, ଯାହା ଦ୍ୱାରା
ତୁମେ ନର୍କବାସୀରୁ ସ୍ୱର୍ଗବାସୀ ହୋଇଯାଉଛ ।”
ପ୍ରଶ୍ନ:-
ଦେବତା ହେଉଥିବା
ପିଲାମାନଙ୍କୁ ବିଶେଷ ଭାବରେ କେଉଁ କଥାରେ ଧ୍ୟାନ ଦେବାକୁ ପଡିବ?
ଉତ୍ତର:-
କେବେ ବି କୌଣସି କଥାରେ ରୁଷିବାର ନାହିଁ କି ଚେହେରାକୁ ମୁର୍ଦାର ଭଳି କରିବାର ନାହିଁ । କାହାକୁ
ବି ଦୁଃଖ ଦେବାର ନାହିଁ । ଯଦି ଦେବତା ହେବାର ଅଛି ତେବେ ମୁଖରୁ ସର୍ବଦା ଫୁଲ ଅର୍ଥାତ୍ ମଧୁର
ସୁଖଦାୟୀ ବାଣୀ ବାହାରୁ । ଯଦି କଣ୍ଟା କିମ୍ବା ପଥର ଅର୍ଥାତ୍ ଦୁଃଖଦାୟୀ କଟୁ ବଚନ ବାହାରୁଛି ତେବେ
ତୁମକୁ ପଥର କୁହାଯିବ । ତେଣୁ ବହୁତ ଭଲ ଗୁଣ ଧାରଣ କରିବାକୁ ହେବ । ଏହିଠାରେ ହିଁ ସର୍ବଗୁଣ
ସମ୍ପନ୍ନ ହେବାକୁ ପଡିବ । ଯଦି ଧର୍ମରାଜଙ୍କଠାରୁ ଦଣ୍ଡ ପାଇବ ତେବେ ପୁଣି ଭଲ ପଦ ମିଳିବ ନାହିଁ ।
ଓମ୍ ଶାନ୍ତି ।
ନୂଆ ବିଶ୍ୱ କିମ୍ବା ନୂଆ ଦୁନିଆର ମାଲିକ ହେଉଥିବା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ବସି
ବୁଝାଉଛନ୍ତି । ଏ କଥା ତ ପିଲାମାନେ ଜାଣିଛନ୍ତି ଯେ ବାବା ବେହଦର ସମ୍ପତ୍ତି ଦେବା ପାଇଁ ଆସିଛନ୍ତି
। ଆମେ ଯୋଗ୍ୟ ନ ଥିଲୁ । କହିଥା’ନ୍ତି ହେ ପ୍ରଭୁ ମୁଁ ଯୋଗ୍ୟ ନୁହେଁ, ମୋତେ ଯୋଗ୍ୟ କରି ଗଢ ।
ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ - ତୁମେମାନେ ମଧ୍ୟ ମନୁଷ୍ୟ ଏବଂ ଏହି ଦେବତାମାନେ ମଧ୍ୟ
ମନୁଷ୍ୟ ପରନ୍ତୁ ଏମାନଙ୍କ ଭିତରେ ଦୈବୀଗୁଣ ଅଛି । ଏମାନଙ୍କୁ ପ୍ରକୃତରେ ସତ୍ୟ ମାନବ କୁହାଯିବ ।
ମନୁଷ୍ୟମାନଙ୍କ ଭିତରେ ଆସୁରୀ ଗୁଣ ରହିଥାଏ ତେଣୁ ଚଳଣି ପଶୁତୁଲ୍ୟ ହୋଇଥାଏ । ଦୈବୀଗୁଣ ନ ଥିଲେ,
ତାକୁ ଆସୁରୀ ଗୁଣ କୁହାଯାଏ । ଏବେ ପୁଣି ବାବା ଆସି ତୁମକୁ ଶ୍ରେଷ୍ଠ ଦେବତା କରୁଛନ୍ତି । ସତ୍ୟ
ଖଣ୍ଡରେ ରହୁଥିବା ପ୍ରକୃତ ସତ୍ୟ-ସତ୍ୟ ମନୁଷ୍ୟ ଏହି ଲକ୍ଷ୍ମୀ-ନାରାୟଣ ଅଟନ୍ତି, ଏମାନଙ୍କୁ ଦେବତା
କୁହାଯାଏ । ଏମାନଙ୍କ ଭିତରେ ଦୈବୀଗୁଣ ଅଛି । ଯଦିଓ ଗାୟନ କରିଥା’ନ୍ତି ହେ ପତିତ-ପାବନ ଆସନ୍ତୁ,
ପରନ୍ତୁ ପବିତ୍ର ରାଜା ଏବଂ ପତିତ ରାଜା କିପରି ହୋଇଥାଆନ୍ତି, ଏହି ରହସ୍ୟକୁ କେହି ଜାଣନ୍ତି ନାହିଁ
। ତାହାହେଲା ଭକ୍ତିମାର୍ଗ । ଜ୍ଞାନକୁ ତ ଆଉ କେହି ଜାଣନ୍ତି ନାହିଁ । ତୁମମାନଙ୍କୁ ବାବା
ବୁଝାଉଛନ୍ତି ଏବଂ ଏହିଭଳି ତିଆରି କରୁଛନ୍ତି । କର୍ମ ତ ସତ୍ୟଯୁଗରେ ଦେବତାମାନେ ମଧ୍ୟ କରିଥା’ନ୍ତି
ପରନ୍ତୁ ସେମାନେ ପତିତ କର୍ମ କରନ୍ତି ନାହିଁ । ସେମାନଙ୍କ ଭିତରେ ଦୈବୀଗୁଣ ରହିଛି । ଖରାପ କାମ
କରୁ ନ ଥିବା ବ୍ୟକ୍ତି ହିଁ ସ୍ୱର୍ଗବାସୀ ହୋଇଥା’ନ୍ତି । ନର୍କବାସୀଙ୍କ ଦ୍ୱାରା ମାୟା ଖରାପ କାମ
କରାଇଥାଏ । ଏବେ ଭଗବାନ ଆସି ଶ୍ରେଷ୍ଠ କର୍ମ କରାଉଛନ୍ତି ଏବଂ ଶ୍ରେଷ୍ଠ ମତ ଦେଉଛନ୍ତି, କହୁଛନ୍ତି
ଏଭଳି ଖରାପ କାମ କର ନାହିଁ । ଶ୍ରେଷ୍ଠରୁ ଶ୍ରେଷ୍ଠ ହେବା ପାଇଁ ଶ୍ରେଷ୍ଠରୁ ଶ୍ରେଷ୍ଠ ମତ
ଦେଉଛନ୍ତି । ଦେବତାମାନେ ଶ୍ରେଷ୍ଠ ଅଟନ୍ତି ନା । ରହିଥା’ନ୍ତି ମଧ୍ୟ ନୂଆ ଦୁନିଆ ସ୍ୱର୍ଗରେ ।
କିନ୍ତୁ ଏକଥା ମଧ୍ୟ ତୁମମାନଙ୍କ ଭିତରେ ପୁରୁଷାର୍ଥର କ୍ରମାନୁସାରେ ଜାଣିଛନ୍ତି ସେଥିପାଇଁ ମାଳା
ମଧ୍ୟ ତିଆରି ହୋଇଥାଏ ୮ର କିମ୍ବା ୧୦୮ର, ଏପରିକି ୧୬୧୦୮ର ବି କୁହାଯାଇପାରିବ, ସେଥିରେ ବି କ’ଣ
ଅଛି । ଏତେ କୋଟି ମନୁଷ୍ୟ ଅଛନ୍ତି, ଏଥିରୁ ୧୬ ହଜାର ବାହାରିଲେ ତ ବଡ କଥା କ’ଣ ହେଲା । ସେଥିରୁ
ଏକ ଚତୁର୍ଥାଂଶ ବି ନୁହେଁ । ବାବା ପିଲାମାନଙ୍କୁ କେତେ ଶ୍ରେଷ୍ଠ କରି ଗଢୁଛନ୍ତି, ପ୍ରତିଦିନ
ପିଲାମାନଙ୍କୁ ବୁଝାଉଛନ୍ତି ଯେ କୌଣସି ବି ଖରାପ କର୍ମ କର ନାହିଁ । ତୁମକୁ ଏପରି ବାବା ମିଳିଛନ୍ତି
ତେଣୁ ବହୁତ ଖୁସି ହେବା ଦରକାର । ତୁମେ ବୁଝୁଛ ଯେ ଆମକୁ ବେହଦର ବାବା ପୋଷ୍ୟପୁତ୍ର ଭାବରେ ଗ୍ରହଣ
କରିଛନ୍ତି । ଆମେ ତାଙ୍କର ହୋଇଛୁ । ବାବା ହେଲେ ସ୍ୱର୍ଗର ରଚୟିତା । ତେବେ ଏହିପରି ସ୍ୱର୍ଗର
ମାଲିକ ହେବା ପାଇଁ ହେଲେ ସର୍ବଗୁଣ ସମ୍ପନ୍ନ ଯୋଗ୍ୟ ହେବାକୁ ପଡିବ । ଏହି ଲକ୍ଷ୍ମୀ-ନାରାୟଣ
ସର୍ବଗୁଣ ସମ୍ପନ୍ନ ଥିଲେ । ତେଣୁ ଏମାନଙ୍କର ଗୁଣର ଗାୟନ କରାଯାଇଥାଏ, ପୁଣି ୮୪ ଜନ୍ମ ନେବା ପରେ
ଅଯୋଗ୍ୟ ହୋଇଯାଇଥା’ନ୍ତି । ଗୋଟିଏ ଜନ୍ମ ମଧ୍ୟ ତଳକୁ ଖସିଗଲେ ତେବେ ଟିକିଏ କଳା କମ୍ ହେଲା ।
ଏହିପରି ଧିରେ ଧିରେ କଳା କମ୍ ହୋଇଯାଉଛି । ସେହିପରି ଡ୍ରାମା ମଧ୍ୟ ଉଙ୍କୁଣୀ ସଦୃଶ ଚାଲିଥାଏ ନା
। ତୁମେମାନେ ମଧ୍ୟ ଧିରେ ଧିରେ ତଳକୁ ଖସୁଛ । ୧୨୫୦ ବର୍ଷ ପରେ ଦୁଇ କଳା କମ୍ ହୋଇଯାଉଛି । ରାବଣ
ରାଜ୍ୟରେ ଶୀଘ୍ର-ଶୀଘ୍ର କଳା କମ୍ ହୋଇଯାଉଛି । ଗ୍ରହଣ ଲାଗିଯାଉଛି । ଯେପରି ସୂର୍ଯ୍ୟ-ଚନ୍ଦ୍ରକୁ
ମଧ୍ୟ ଗ୍ରହଣ ଲାଗିଥାଏ ନା । ଏପରି ନୁହେଁ ଯେ ଚନ୍ଦ୍ରମା ତାରକାଗଣଙ୍କୁ ଗ୍ରହଣ ଲାଗି ନ ଥାଏ,
ସଭିଙ୍କୁ ପୁରା ଗ୍ରହଣ ଲାଗିଯାଇଛି । ବାବା କହୁଛନ୍ତି ଯେ - ତାଙ୍କୁ ମନେ ପକାଇଲେ ହିଁ ଗ୍ରହଣ
ଛାଡିବ । ଏବେ କୌଣସି ବି ପାପ କର୍ମ କରିବା ଉଚିତ୍ ନୁହେଁ । ପ୍ରଥମ ନମ୍ବରର ପାପ ହେଲା
ଦେହ-ଅଭିମାନରେ ଆସିବା । ଏହା ବହୁତ କଡା ପାପ ଅଟେ । ପିଲାମାନଙ୍କୁ ଏହି ଗୋଟିଏ ଜନ୍ମ ପାଇଁ ହିଁ
ଶିକ୍ଷା ମିଳୁଛି କାହିଁକି ନା ଏବେ ଦୁନିଆକୁ ପରିବର୍ତ୍ତନ ହେବାର ଅଛି । ପୁଣି ଏଭଳି ଶିକ୍ଷା କେବେ
ମିଳି ବି ନ ଥାଏ । ବାରିଷ୍ଟରୀ ଆଦିର ଶିକ୍ଷା ତ ତୁମେ ଜନ୍ମ-ଜନ୍ମାନ୍ତର ପଢି ଆସିଛ । ସ୍କୁଲ୍ ଆଦି
ତ ସଦାସର୍ବଦା ରହିଛି । କିନ୍ତୁ ଏହି ଜ୍ଞାନ ଥରେ ମାତ୍ର ମିଳିଥାଏ, ବାସ୍ । ଜ୍ଞାନର ସାଗର ପିତା
ପରମାତ୍ମା ଥରେ ମାତ୍ର ଆସନ୍ତି । ସେ ନିଜର ଏବଂ ନିଜ ରଚନାର ଆଦି-ମଧ୍ୟ-ଅନ୍ତର ସମ୍ପୂର୍ଣ୍ଣ
ଜ୍ଞାନ ଦିଅନ୍ତି । ବାବା କେତେ ସହଜ ରୂପେ ବୁଝାଉଛନ୍ତି ଯେ - ତୁମେ ଆତ୍ମାମାନେ ପାର୍ଟଧାରୀ ଅଟ ।
ଆତ୍ମାମାନେ ନିଜ ଘରୁ ଆସି ଏଠାରେ ପାର୍ଟ କରୁଛନ୍ତି । ତାକୁ ମୁକ୍ତିଧାମ କୁହାଯାଇଛି । ସ୍ୱର୍ଗରେ
ତ ଜୀବନମୁକ୍ତି ରହିଛି । ଏଠାରେ ଜୀବନବନ୍ଧନ ରହିଛି । ଏହି ଶବ୍ଦକୁ ମଧ୍ୟ ଯଥାର୍ଥ ରୂପରେ ମନେ
ରଖିବାକୁ ହେବ । ମୋକ୍ଷ କେବେ କାହାକୁ ମିଳିନଥାଏ । ମନୁଷ୍ୟମାନେ କହିଥା’ନ୍ତି ଯେ ଆମକୁ ମୋକ୍ଷ
ମିଳିଯାଉ ଅର୍ଥାତ୍ ଜନ୍ମମୃତ୍ୟୁର ଚକ୍ରରୁ ମୁକ୍ତି ମିଳିଯାଉ । ପରନ୍ତୁ ଏହି ଡ୍ରାମାର ପାର୍ଟରୁ ତ
କେହି ବାହାରି ପାରିବେ ନାହିଁ । ଏହା ଅନାଦି ପୂର୍ବ ପ୍ରସ୍ତୁତ ଖେଳ ଅଟେ । ବିଶ୍ୱର
ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ସତ୍ୟଯୁଗରେ ସେହି ଦେବତାମାନେ ଆସିବେ ପୁଣି ପରେ ଇସ୍ଲାମୀ,
ବୌଦ୍ଧି ଆଦି ସମସ୍ତେ ଆସିବେ । ଏହା ଏକ ମନୁଷ୍ୟ ସୃଷ୍ଟି ରୂପକ ବୃକ୍ଷ ହୋଇଯିବ । ଏହାର ବୀଜ ଉପରେ
ଅଛି । ବାବା ହେଲେ ମନୁଷ୍ୟ ରୂପୀ ସୃଷ୍ଟିର ବୀଜରୂପ । ମନୁଷ୍ୟ ସୃଷ୍ଟି ରୂପି ବୃକ୍ଷ ତ ଅଛି
ପରନ୍ତୁ ସତ୍ୟଯୁଗରେ ତାହା ବହୁତ ଛୋଟ ଥାଏ । ପୁଣି ଧିରେ ଧିରେ ବହୁତ ବୃଦ୍ଧି ହୋଇଯାଇଥାଏ । ଆଚ୍ଛା,
ପୁଣି ଛୋଟ କିପରି ହେବ? ବାବା ଆସି ପତିତରୁ ପବିତ୍ର କରୁଛନ୍ତି । ତେବେ କେତେ କମ୍ ମନୁଷ୍ୟ ପାବନ
ହେଉଛନ୍ତି । କୋଟିକରେ କେହି ଜଣେ ପବିତ୍ର ହେଉଛନ୍ତି । ତେଣୁ ଅଧାକଳ୍ପ ବହୁତ କମ୍ ସଂଖ୍ୟକ
ମନୁଷ୍ୟ ରହିଥା’ନ୍ତି । ପୁଣି ଅଧାକଳ୍ପ ଭିତରେ କେତେ ବୃଦ୍ଧି ହୋଇଯାଆନ୍ତି । ତେଣୁ ସବୁଠାରୁ ବେଶି
ସମ୍ପ୍ରଦାୟ ସେହି ଦେବୀ ଦେବତାମାନଙ୍କର ହେବା ଦରକାର, କାହିଁକି ନା ଏମାନେ ପ୍ରଥମେ-ପ୍ରଥମେ
ଆସିଥା’ନ୍ତି ପରନ୍ତୁ ସେମାନେ ଅନ୍ୟ ଧର୍ମକୁ ଚାଲିଯାଇଥା’ନ୍ତି, କାରଣ ବାବାଙ୍କୁ ହିଁ
ଭୁଲିଯାଆନ୍ତି । ଏହା ହେଉଛି ଏହି ଗୋଟିଏ ଭୁଲ୍ର ଖେଳ । ଭୁଲିବା ଦ୍ୱାରା କାଙ୍ଗାଳ ହୋଇଯାଇଥାନ୍ତି
। ଭୁଲି-ଭୁଲି ଏକଦମ୍ ଭୁଲିଯାଆନ୍ତି । ଭକ୍ତି ବି ପ୍ରଥମେ ଜଣଙ୍କର ହିଁ କରିଥା’ନ୍ତି କାରଣ
ସମସ୍ତଙ୍କର ସଦ୍ଗତି କେବଳ ସେହି ଜଣେ ହିଁ କରନ୍ତି, ତେଣୁ ଅନ୍ୟ କାହାର ଭକ୍ତି କରିବା କ’ଣ
ଦରକାର । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ମଧ୍ୟ ଶିବବାବା ହିଁ ଏହିପରି କରିଛନ୍ତି ନା । ଶ୍ରୀକୃଷ୍ଣ
କିପରି କରିବେ । ଏହା ତ ହୋଇପାରିବ ନାହିଁ । ରାଜଯୋଗ ଶ୍ରୀକୃଷ୍ଣ କିପରି ଶିଖାଇବେ । ସେ ତ
ସତ୍ୟଯୁଗର ରାଜକୁମାର ଅଟନ୍ତି । କେତେ ଭୁଲ୍ କରି ଦେଇଛନ୍ତି । ବୁଦ୍ଧିରେ କିଛି ରହୁ ହିଁ ନାହିଁ
। ଏବେ ବାବା କହୁଛନ୍ତି ଯେ ମୋତେ ମନେ ପକାଅ ଏବଂ ଦୈବୀଗୁଣ ଧାରଣ କର । କୌଣସି ବି ସମ୍ପତ୍ତି
ଆଦିର ଯଦି ଝଗଡା ଅଛି ତାକୁ ସମାପ୍ତ କରିଦିଅ । ଝଗଡା କରି-କରି ତ ପ୍ରାଣ ମଧ୍ୟ ଚାଲିଯିବ । ବାବା
ବୁଝାଉଛନ୍ତି ଯେ ବ୍ରହ୍ମାବାବା ସବୁ କିଛି ଛାଡିଦେଲେ କୌଣସି ଝଗଡା ଆଦି କଲେ କି? କମ୍ ମିଳିଲା ତ
ଭଲ ହେଲା, ତା’ ବଦଳରେ କେତେ ବଡ ରାଜପଦ ମିଳିଲା । ବାବା ବତାଇଥା’ନ୍ତି ଯେ ମୋତେ ବିନାଶ ଏବଂ
ସତ୍ୟଯୁଗ ଦୁନିଆର ସାକ୍ଷାତ୍କାର ହେଲା ତେଣୁ କେତେ ଖୁସି ଲାଗିଲା । ଆମକୁ ବିଶ୍ୱର ବାଦଶାହୀ
ମିଳିବ ତ ଏସବୁ କ’ଣ । ଏପରି କ’ଣ କିଏ ଭୋକରେ ମରିଯିବ, ପଇସା ନ ଥାଇ ବି ପେଟକୁ ଦୁଇମୁଠା ଦେଇ
ପାରୁଛନ୍ତି ନା । ମମ୍ମା କ’ଣ କିଛି ଆଣିଥିଲେ । ଏବେ ମମ୍ମାଙ୍କୁ କେତେ ମନେ ପକାଉଛନ୍ତି । ବାବା
କହୁଛନ୍ତି ଯୋଗ କରୁଛ ଏହା ତ ଠିକ୍ କଥା, ପରନ୍ତୁ ଏବେ ମମ୍ମାଙ୍କର ନାମ ରୂପକୁ ମନେ ପକାଅ ନାହିଁ
। ଆମକୁ ମଧ୍ୟ ତାଙ୍କ ଭଳି ଧାରଣା କରିବାକୁ ହେବ । ଆମକୁ ମଧ୍ୟ ମମ୍ମାଙ୍କ ସଦୃଶ ହୋଇ ସିଂହାସନର
ଅଧିକାରୀ ହେବାର ଯୋଗ୍ୟ ହେବାକୁ ପଡିବ । କେବଳ ମମ୍ମାଙ୍କର ମହିମା କଲେ କ’ଣ ହେବ । ବାବା ତ
କହୁଛନ୍ତି ମାମେକମ୍ ୟାଦ କରୋ ଅର୍ଥାତ୍ ମୋତେ ମନେ ପକାଅ, ତେଣୁ ଯୋଗର ଯାତ୍ରାରେ ରହିବାକୁ ହେବ ।
ମମ୍ମାଙ୍କ ସଦୃଶ ଜ୍ଞାନ ଶୁଣାଇବାକୁ ହେବ । ମମ୍ମାଙ୍କର ମହିମାର ପ୍ରମାଣ ସେତେବେଳେ ମିଳିବ
ଯେତେବେଳେ ତୁମେ ମଧ୍ୟ ସେହିପରି ମହିମା ଯୋଗ୍ୟ ହୋଇ ଦେଖାଇବ । କେବଳ ମମ୍ମା-ମମ୍ମା କହିଲେ ପେଟ
ପୁରିଯିବ ନାହିଁ । ଆହୁରି ମଧ୍ୟ ପେଟ ପିଠିରେ ଲାଗିଯିବ । ଶିବବାବାଙ୍କୁ ମନେ ପକାଇଲେ ପେଟ
ଭର୍ତ୍ତି ହେବ । ଏହି ଦାଦାଙ୍କୁ ମନେ ପକାଇଲେ ପେଟ ଭର୍ତ୍ତି ହେବ ନାହିଁ । ସ୍ମରଣ ତ ଜଣଙ୍କୁ ହିଁ
କରିବାକୁ ହେବ । ସେହି ଜଣଙ୍କର ହିଁ ସମସ୍ତ ମହାନତା ଅଟେ । ସେବାର ଉପାୟ ବାହାର କରିବା ଦରକାର ।
ସର୍ବଦା ମୁଖରୁ ମଧୁର ଶବ୍ଦ ବାହାରୁ । ଯଦି କଟୁ ଶବ୍ଦ ବାହାରିବ ତା’ ହେଲେ ପଥରକୁ ପଥର ହୋଇ
ରହିଯିବ । ସେଥିପାଇଁ ଗୁଣ ବହୁତ ଭଲ ଧାରଣ କରିବାକୁ ହେବ । ତୁମକୁ ଏଠାରେ ସର୍ବଗୁଣ ସମ୍ପନ୍ନ
ହେବାକୁ ପଡିବ । ଯଦି ଦଣ୍ଡର ଭାଗୀଦାର ହେବ ତେବେ ପୁଣି ପଦ ଭଲ ମିଳିବ ନାହିଁ । ଏଠାକୁ ପିଲାମାନେ
ଆସୁଛନ୍ତି ବାବାଙ୍କ ସମ୍ମୁଖରୁ ଶୁଣିବା ପାଇଁ । ଏଠାରେ ତାଜା-ତାଜା ନିଶା ବାବା ଚଢାଉଛନ୍ତି ।
ସେବାକେନ୍ଦ୍ରରେ ମଧ୍ୟ ନିଶା ଚଢୁଛି, ପୁଣି ଘରକୁ ଗଲେ, ସମ୍ବନ୍ଧୀ ଆଦି ଦେଖିଙ୍କୁ ନିଶା ଖଲାସ
ହୋଇଯାଉଛି । ତୁମେ ଜାଣୁଛ ଯେ, ଏଠାରେ ଆମେ ବାବାଙ୍କ ପରିବାରରେ ଅଛୁ । ସେଠାରେ ଆସୁରୀ ପରିବାର
ହୋଇଥାଏ । କେତେ ଝଗଡା ଆଦି ଲାଗିଥାଏ । ସେଠାକୁ ଯିବା ମାତ୍ରେ ପଙ୍କ କାଦୁଅରେ ଯାଇ ପଡିଥା’ନ୍ତି
। ଏଠାରେ ତ ତୁମେମାନେ ବାବାଙ୍କୁ ଭୁଲିବା ଉଚିତ୍ ନୁହେଁ । ଦୁନିଆରେ ପ୍ରକୃତ ଶାନ୍ତି କାହାକୁ ବି
ମିଳିପାରିବ ନାହିଁ । ପବିତ୍ରତା, ସୁଖ, ଶାନ୍ତି, ସମ୍ପତ୍ତି ବାବାଙ୍କ ବ୍ୟତୀତ କେହି ଦେଇପାରିବେ
ନାହିଁ । ଏପରି ନୁହେଁ ଯେ ବାବା ଆଶୀର୍ବାଦ କରୁଛନ୍ତି - ଆୟୁଷ୍ମାନ ହୁଅ, ପୁତ୍ରବାନ ହୁଅ । ନା,
ଆଶୀର୍ବାଦରେ କିଛି ବି ମିଳିବ ନାହିଁ । ଏହା ମନୁଷ୍ୟଙ୍କର ଭ୍ରାନ୍ତ ଧାରଣା । ସନ୍ନ୍ୟାସୀ ଆଦି
ମଧ୍ୟ ଆଶୀର୍ବାଦ କରିପାରିବେ ନାହିଁ । ଆଜି ଆଶୀର୍ବାଦ ଦେଇଥା’ନ୍ତି, ପୁଣି କାଲି ନିଜେ ହିଁ
ମରିଯା’ନ୍ତି । ଦେଖ ପୋପ ବି କେତେ ଆସିଲେଣି କେତେ ଗଲେଣି । ଗୁରୁମାନଙ୍କର ଗଦ୍ଦି ଚାଲିଥାଏ, ଛୋଟ
ଅବସ୍ଥାରେ ମଧ୍ୟ ଗୁରୁମାନେ ମରିଯାଆନ୍ତି ତ ପୁଣି ଅନ୍ୟ କାହାକୁ ଗୁରୁ କରିନିଅନ୍ତି କିମ୍ବା ଛୋଟ
ଚେଲାକୁ ଗୁରୁ କରି ଦିଅନ୍ତି । ବାପଦାଦା ତ ଦାତା ଅଟନ୍ତି । ସେ ନେଇ କ’ଣ କରିବେ । ବାବା ତ
ନିରାକାର ନା । ଶରୀରଧାରୀମାନେ ହିଁ ନେବେ । ଏସବୁ ମଧ୍ୟ ବୁଝିବାର କଥା ଅଟେ । ଏପରି କେବେ କହିବା
ଉଚିତ୍ ନୁହେଁ ଯେ ଆମେ ଶିବବାବାଙ୍କୁ ଦେଉଛୁ । ନା, ଆମେମାନେ ଶିବବାବାଙ୍କଠାରୁ ପଦ୍ମଗୁଣା ନେଉଛେ
ତାଙ୍କୁ କିଛି ହେଲେ ଦେଉନାହୁଁ । ବାବା ତ ତୁମକୁ ଅଗଣିତ ସମ୍ପତ୍ତି ଦେଉଛନ୍ତି । ଶିବବାବା ତ ଦାତା
ଅଟନ୍ତି, ତୁମେମାନେ ତାଙ୍କୁ ଦେବ କିପରି? ମୁଁ ଦେଲି, ଏହିଭଳି ଭାବିବା ଦ୍ୱାରା ପୁଣି ଦେହଅଭିମାନ
ଆସିଥାଏ । ଆମେ ଶିବବାବାଙ୍କଠାରୁ ନେଉଛୁ । ବାବାଙ୍କ ପାଖକୁ ଢେର ପିଲା ଆସୁଛନ୍ତି, ଆସି ରହୁଛନ୍ତି,
ତେଣୁ ବ୍ୟବସ୍ଥା ଦରକାର ନା ଅର୍ଥାତ୍ ତୁମେମାନେ ନିଜ ପାଇଁ ହିଁ ଦେଉଛ । ତାଙ୍କୁ କ’ଣ ନିଜ ପାଇଁ
କିଛି କରିବାର ଅଛି । ସିଏ ରାଜଧାନୀ ମଧ୍ୟ ତୁମକୁ ଦେଉଛନ୍ତି ତେଣୁ କରୁଛ ମଧ୍ୟ ତୁମେ । ମୁଁ
ତୁମମାନଙ୍କୁ ନିଜଠାରୁ ମଧ୍ୟ ଶ୍ରେଷ୍ଠ କରୁଛି । ଏଭଳି ପିତାଙ୍କୁ ତୁମେ ଭୁଲିଯାଉଛ । ଅଧାକଳ୍ପ
ପୂଜ୍ୟ, ଅଧାକଳ୍ପ ପୂଜାରୀ । ପୂଜ୍ୟ ହୋଇଗଲେ ତୁମେମାନେ ସୁଖଧାମର ମାଲିକ ହେଉଛ, ପୁଣି ପୂଜାରୀ
ହେଲେ ଦୁଃଖଧାମର ମାଲିକ ହୋଇଯାଉଛ । ଏକଥା ମଧ୍ୟ କାହାକୁ ଜଣା ନାହିଁ ଯେ ବାବା କେତେବେଳେ ଆସି
ସ୍ୱର୍ଗର ସ୍ଥାପନା କରୁଛନ୍ତି । ଏହି କଥାକୁ ତୁମେ ସଂଗମଯୁଗୀ ବ୍ରାହ୍ମଣ ହିଁ ଜାଣିଛ । ବାବା ଏତେ
ସୁନ୍ଦର ଭାବରେ ବୁଝାଉଛନ୍ତି ତଥାପି ମଧ୍ୟ ବୁଦ୍ଧିରେ ରହୁ ନାହିଁ । ଯେପରି ବାବା ବୁଝାଉଛନ୍ତି,
ସେହିଭଳି ଯୁକ୍ତିର ସହିତ ଅନ୍ୟମାନଙ୍କୁ ବୁଝାଇବା ଦରକାର । ପୁରୁଷାର୍ଥ କରି ଏଭଳି ଶ୍ରେଷ୍ଠ ହେବା
ଦରକାର । ବାବା ପିଲାମାନଙ୍କୁ ବୁଝାଉଛନ୍ତି ଯେ ତୁମମାନଙ୍କ ଭିତରେ ବହୁତ ଭଲ ଦୈବୀଗୁଣ ରହିବା
ଆବଶ୍ୟକ । କୌଣସି କଥାରେ ଋଷିଯାଅ ନାହିଁ, ଚେହେରା ମୁର୍ଦ୍ଦାର ପରି କର ନାହିଁ । ବାବା କହୁଛନ୍ତି
ଯେ ଏଭଳି କୌଣସି କାମ ଏବେ କର ନାହିଁ । ଚଣ୍ଡି ଦେବୀଙ୍କର ମଧ୍ୟ ମେଳା ଲାଗୁଛି । ଚଣ୍ଡିକା
ସେହିମାନଙ୍କୁ କହନ୍ତି ଯିଏ ବାବାଙ୍କ ମତରେ ଚାଲନ୍ତି ନାହିଁ । ଯିଏ ଦୁଃଖ ଦିଅନ୍ତି, ଏଭଳି
ଚଣ୍ଡିକାମାନଙ୍କର ମଧ୍ୟ ମେଳା ଲାଗୁଛି । ମନୁଷ୍ୟ ଅଜ୍ଞାନୀ ଅଟନ୍ତି ନା, ଅର୍ଥ କିଛି ହେଲେ ବୁଝୁ
ନାହାଁନ୍ତି । କାହା ପାଖରେ ବି ଶକ୍ତି ନାହିଁ, ସେମାନେ ତ ଯେପରି ସମ୍ପୂର୍ଣ୍ଣ ଖାଲି ହୋଇଯାଇଛନ୍ତି
। ତୁମେ ବାବାଙ୍କୁ ଭଲ ଭାବରେ ସ୍ମରଣ କରୁଛ ତେଣୁ ବାବାଙ୍କ ଦ୍ୱାରା ତୁମକୁ ଶକ୍ତି ମିଳୁଛି ।
କିନ୍ତୁ ଏଠାରେ ରହୁଥିଲେ ମଧ୍ୟ ଅନେକଙ୍କର ବୁଦ୍ଧି ବାହାରକୁ ଚାଲିଯାଉଛି । ସେଥିପାଇଁ ବାବା
କହୁଛନ୍ତି ଯେ ଏଠାରେ ତୁମେ ଚିତ୍ର ସାମ୍ନାରେ ବସିଯାଅ, ତେବେ ତୁମର ବୁଦ୍ଧି ଏଥିରେ ବ୍ୟସ୍ତ
ରହିବ । ଗୋଲା (ସୃଷ୍ଟିଚକ୍ର) ସିଢି (୮୪ ଜନ୍ମର କାହାଣୀ) ଉପରେ କାହାକୁ ବୁଝାଇଲେ, ତାଙ୍କୁ କୁହ
ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ଥା’ନ୍ତି । ଏବେ ତ ବହୁତ ମନୁଷ୍ୟ ଅଛନ୍ତି । ବାବା କହୁଛନ୍ତି ଯେ
ମୁଁ ବ୍ରହ୍ମାଙ୍କ ଦ୍ୱାରା ନୂଆ ଦୁନିଆର ସ୍ଥାପନା ଏବଂ ପୁରୁଣା ଦୁନିଆର ବିନାଶ କରାଉଛି । ଏହିଭଳି
ଅଭ୍ୟାସ କରିବାର ଅଛି । ତେବେ ନିଜର ମୁଖ ନିଜେ ହିଁ ଖୋଲି ପାରିବ । ଭିତରେ ଯାହା ଚାଲୁଛି ତାହା
ବାହାରକୁ ମଧ୍ୟ ବାହାରିବା ଦରକାର । ତୁମେ ମୁକ ଅର୍ଥାତ୍ ଘୁଙ୍ଗା ତ ନୁହଁ ନା । ଘରେ ତ ଚିତ୍କାର
କରିବା ପାଇଁ ମୁଖ ଖୋଲୁଛ, ଜ୍ଞାନ ଶୁଣାଇବା ପାଇଁ ମୁଖ ଖୋଲୁ ନାହିଁ! ଚିତ୍ର ତ ସମସ୍ତଙ୍କୁ
ମିଳିପାରିବ କିନ୍ତୁ ସାହସ ରଖିବା ଦରକାର । ନିଜ ଘରର କଲ୍ୟାଣ କରିବା ଉଚିତ୍ । ନିଜର ଘରକୁ
ଚିତ୍ରରେ ସଜାଇଦିଅ ତେବେ ତୁମେମାନେ ବ୍ୟସ୍ତ ରହିବ । ଏହା ଯେପରି ତୁମର ପାଠାଗାର ହୋଇଯିବ ।
ଅନ୍ୟର କଲ୍ୟାଣ କରିବା ପାଇଁ ଚିତ୍ର ଆଦି ଲଗାଇବା ଆବଶ୍ୟକ । ଯିଏବି ଆସୁଛନ୍ତି ତାଙ୍କୁ ବୁଝାଅ ।
ତୁମେ ବହୁତ ସେବା କରିପାରିବ । ଅଳ୍ପ କିଛି ବି ଶୁଣିଲେ ମଧ୍ୟ ପ୍ରଜାରେ ଆସିଯିବେ । ବାବା ଏତେ
ଉନ୍ନତିର ଯୁକ୍ତି ବତାଉଛନ୍ତି । ଯଦି ବାବାଙ୍କୁ ସ୍ମରଣ କରିବ ତେବେ ତୁମର ବିକର୍ମ ବିନାଶ ହୋଇଯିବ
। ବାକି ଗଙ୍ଗାରେ ଯାଇ କେତେ ବି ବୁଡ ପକାଅ ବିକର୍ମ ବିନାଶ ହେବ ନାହିଁ । ଏସବୁ ଅନ୍ଧଶ୍ରଦ୍ଧା ଅଟେ
। ହରିଦ୍ୱାରରେ ତ ସାରା ସହରର ଆବର୍ଜନା ଯାଇ ଗଙ୍ଗାରେ ପଡୁଛି । ସାଗରରେ କେତେ ଆବର୍ଜନା ପଡୁଛି ।
ନଦୀରେ ମଧ୍ୟ ଆବର୍ଜନା ପଡୁଛି ତେବେ ତା’ଦ୍ୱାରା ପବିତ୍ର କିପରି ହୋଇପାରିବ । ମାୟା ସମସ୍ତଙ୍କୁ
ବିଲ୍କୁଲ୍ ଅଜ୍ଞାନ କରିଦେଇଛି ।
ବାବା ପିଲାମାନଙ୍କୁ ହିଁ କହୁଛନ୍ତି ଯେ ମୋତେ ମନେ ପକାଅ । ତୁମର ଆତ୍ମା ଡାକୁଛି ନା - ହେ
ପତିତ-ପାବନ ଆସ । ସେ ତୁମ ଶରୀରର ଲୌକିକ ପିତା କିନ୍ତୁ ପତିତ-ପାବନ ଏକମାତ୍ର ପିତା ପରମାତ୍ମା
ଅଟନ୍ତି । ଏବେ ଆମେ ସେହି ପବିତ୍ର କରୁଥିବା ପିତାଙ୍କୁ ମନେ ପକାଉଛୁ । ଜୀବନମୁକ୍ତି ଦାତା ଜଣେ
ହିଁ ଅଟନ୍ତି, ଅନ୍ୟ କେହି ନୁହଁନ୍ତି । ଏତେ ସହଜ କଥାର ଅର୍ଥ ମଧ୍ୟ କେହି ବୁଝୁ ନାହାଁନ୍ତି ।
ଆଚ୍ଛା-
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମୁଖରୁ
ଜ୍ଞାନ ରତ୍ନ ବାହାର କରିବାର ଅଭ୍ୟାସ କରିବାକୁ ହେବ । ମୁଖରୁ କେବେହେଲେ କଣ୍ଟା ବା ପଥର ବାହାର
କରିବାର ନାହିଁ । ନିଜର ଏବଂ ଘରର ଲଲ୍ୟାଣ କରିବା ପାଇଁ ନିଜ ଘରେ ଚିତ୍ରଗୁଡିକୁ ସଜେଇ ତାହା ଉପରେ
ବିଚାର ସାଗର ମନ୍ଥନ କରି ଅନ୍ୟମାନଙ୍କୁ ବୁଝାଇବାକୁ ହେବ । ସେହି କାର୍ଯ୍ୟରେ ବ୍ୟସ୍ତ ରହିବାକୁ
ହେବ ।
(୨) ବାବାଙ୍କଠାରୁ
ଆଶୀର୍ବାଦ ମାଗିବା ପରିବର୍ତ୍ତେ ତାଙ୍କର ଶ୍ରେଷ୍ଠ ମତରେ ଚାଲିବାକୁ ହେବ । ସବୁ ମହିମା
ଶିବବାବାଙ୍କର ଅଟେ । ସେଥିପାଇଁ ତାଙ୍କୁ ହିଁ ମନେ ପକାଇବାକୁ ହେବ । ଏହିଭଳି ଅଭିମାନ କେବେ ବି ନ
ଆସୁ ଯେ ମୁଁ ବାବାଙ୍କୁ ଏତେ ସବୁ ଦେଇଛି ।
ବରଦାନ:-
ବାପ୍ ସମାନ
ସ୍ଥିତି ଦ୍ୱାରା ସମୟକୁ ନିକଟକୁ ଆଣୁଥିବା ତତ୍ତ୍ୱମ୍ର ବରଦାନୀ ଭବ ।
ମୋର ପଣିଆକୁ ସମାପ୍ତ
କରିବା ଅର୍ଥ ବାପ୍ ସମାନ ସ୍ଥିତିରେ ସ୍ଥିତ ହୋଇ ସମୟକୁ ପାଖେଇ ଆଣିବା । ଯେଉଁଠି ନିଜର ଦେହ ବା
ନିଜର କୌଣସି ବି ବସ୍ତୁ ପ୍ରତି ମୋ’ର ପଣିଆ ରହିଛି ସେଠାରେ ସମାନତାରେ କମୀ ରହିଛି, କମୀ ରହିବା
ଅର୍ଥ ଡିଫେକ୍ଟ, ଏହିଭଳି ଡିଫେକ୍ଟବାଲା ଆତ୍ମା କେବେ ବି ପରଫେକ୍ଟ ଅର୍ଥାତ୍ ସମ୍ପୂର୍ଣ୍ଣ
ହୋଇପାରିବ ନାହିଁ । ତେଣୁ ପରଫେକ୍ଟ ହେବା ପାଇଁ ସର୍ବଦା ବାବାଙ୍କର ସ୍ନେହରେ ଲଭଲୀନ ହୋଇ ରୁହ ।
ଯଦି ସର୍ବଦା ବାବାଙ୍କର ସ୍ନେହରେ ଲଭଲୀନ ରହିବ ତେବେ ଅତି ସହଜରେ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ
ବା ବାପ୍ ସମାନ କରିପାରିବ । ବାପଦାଦା ନିଜର ଲଭଲୀ ଅର୍ଥାତ୍ ପ୍ରିୟ ଏବଂ ଲଭଲୀନ୍ ସ୍ଥିତିରେ
ସ୍ଥିତ ରହୁଥିବା ପିଲାମାନଙ୍କୁ ସର୍ବଦା ତତ୍ତ୍ୱତ୍ୱମ୍ ଅର୍ଥାତ୍ ତୁମେ ସେହି କଳ୍ପ ପୂର୍ବର
ଶ୍ରେଷ୍ଠ ଦେବାତ୍ମାର ବରଦାନ ଦେଇଥାଆନ୍ତି ।
ସ୍ଲୋଗାନ:-
ଯଦି ପରସ୍ପରର
ବିଚାରକୁ ରିଗାର୍ଡ ଅର୍ଥାତ୍ ସମ୍ମାନ ଦେବ ତେବେ ନିଜର ରେକର୍ଡ ଭଲ ହୋଇଯିବ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ମାନସୀକ ସେବା ଅର୍ଥାତ୍
ସଂକଳ୍ପ ଦ୍ୱାରା ସେବା କରିବା ପାଇଁ ହେଲେ ମନ-ବୁଦ୍ଧି ବ୍ୟର୍ଥ ଚିନ୍ତନରୁ ମୁକ୍ତ ହେବା ଦରକାର ଏବଂ
‘ମନମନାଭବ” ମନ୍ତ୍ରର ସହଜ ସ୍ୱରୂପ ହେବା ଦରକାର । ତେବେ ଯେଉଁ ଶ୍ରେଷ୍ଠ ଆତ୍ମାମାନଙ୍କର ମାନସୀକ
ବୃତ୍ତି ଶ୍ରେଷ୍ଠ ଏବଂ ଶକ୍ତିଶାଳୀ ଅଟେ, ଶୁଭଭାବନା ଏବଂ ଶୁଭକାମନା ସମ୍ପନ୍ନ ଅଟେ, ସେମାନେ ନିଜର
ମାନସୀକ ବୃତ୍ତି ଦ୍ୱାରା ଶକ୍ତିଗୁଡିକର ଦାନ ଦେଇପାରିବେ ।