05.06.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ବାବାଙ୍କ ସାଥୀରେ ସେତେବେଳେ ଯାଇପାରିବ ଯେତେବେଳେ ଏହି ପୁରୁଣା ଦୁନିଆ ପ୍ରତି ଅବିନାଶୀ ବୈରାଗ୍ୟର ଭାବନା ଆସିବ” ।

ପ୍ରଶ୍ନ:-
ଭଗବାନ ସମର୍ଥ ହୋଇଥିଲେ ମଧ୍ୟ ତାଙ୍କ ଦ୍ୱାରା ରଚିତ ହୋଇଥିବା ଯଜ୍ଞରେ ବିଘ୍ନ କାହିଁକି ପଡୁଛି?

ଉତ୍ତର:-
କାହିଁକି ନା ରାବଣ ଭଗବାନଙ୍କଠାରୁ ମଧ୍ୟ ଅଧିକ ଚତୁର ଅଟେ । ଯେହେତୁ ତା’ର ରାଜ୍ୟ ଛଡେଇ ନିଆଯାଉଛି, ତେଣୁ ସିଏ ନିଶ୍ଚିତ ଭାବରେ ବିଘ୍ନ ପକାଇବ । ଡ୍ରାମା ଅନୁସାରେ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଏହି ଯଜ୍ଞରେ ବାରମ୍ବାର ବିଘ୍ନ ପଡି ଆସିଛି, ଏବେ ଆଗକୁ ମଧ୍ୟ ପଡିବ । ଆମେ ପତିତ ଦୁନିଆରୁ ପବିତ୍ର ଦୁନିଆକୁ ସ୍ଥାନାନ୍ତରିତ ହେଉଛେ, ତେଣୁ ନିଶ୍ଚିତ ପତିତ ମନୁଷ୍ୟମାନେ ବିଘ୍ନ ପକାଇବେ ।

ଗୀତ:-
ଓ ଦୂର କେ ମୁସାଫିର...

ଓମ୍ ଶାନ୍ତି ।
ମିଠା ମିଠା ରୁହାନୀ ସନ୍ତାନମାନେ ଗୀତ ଶୁଣିଲେ । ଯେପରି ବେଦ ଶାସ୍ତ୍ର ଆଦି ଭକ୍ତିମାର୍ଗର ରାସ୍ତା ଦେଖାଇଥା’ନ୍ତି, ସେହିପରି ଏହି ଗୀତ ମଧ୍ୟ କିଛିଟା ରାସ୍ତା ଦେଖାଉଛି । ସେମାନେ ତ କିଛି ବୁଝି ପାରୁନାହାଁନ୍ତି । ଶାସ୍ତ୍ର ପୁରାଣର କଥା ବା କାହାଣୀ ଆଦି ଶୁଣିବା, ତାହା ଯେପରି କର୍ଣ୍ଣରସ ଅଟେ । ଏବେ ପିଲାମାନେ ଜାଣିଛନ୍ତି - ଦୂରଦେଶର ପଥିକ କାହାକୁ କୁହାଯାଉଛି । ଆତ୍ମା ଜାଣିଛି - ମୁଁ ବି ଦୂରଦେଶର ଯାତ୍ରୀ ଅଟେ, ମୋର ଘର ଶାନ୍ତିଧାମ ଅଟେ । ଲୋକମାନେ ଏହି ସବୁ କଥାକୁ ଜାଣି ନ ଥିବାରୁ ଯେପରି କିଛି ବି ଜାଣି ନାହାଁନ୍ତି । ବାବାଙ୍କୁ ନ ଜାଣିବା କାରଣରୁ ସୃଷ୍ଟିଚକ୍ରକୁ ମଧ୍ୟ କେହି ଜାଣିନାହାଁନ୍ତି । ଏକଥା ଆତ୍ମା ବୁଝିପାରୁଛି ଯେ ଶିବବାବା କହୁଛନ୍ତି - ମୁଁ ଅଳ୍ପ ସମୟ ପାଇଁ ଜୀବାତ୍ମା ହେଉଛି । ତୁମେମାନେ ସ୍ଥାୟୀ ଜୀବାତ୍ମା ଅଟ । ମୁଁ କେବଳ ସଂଗମଯୁଗରେ ହିଁ ଅସ୍ଥାୟୀ ଜୀବାତ୍ମା ହୋଇଛି । ତାହା ବି ତୁମମାନଙ୍କ ଭଳି ଦେହଧାରୀ ହେଉନାହିଁ । ମୁଁ ଏହି ଶରୀର ମଧ୍ୟରେ ପ୍ରବେଶ କରୁଛି, ନିଜର ପରିଚୟ ଦେବା ପାଇଁ । ନଚେତ୍ ତୁମକୁ ପରିଚୟ କିପରି ମିଳିବ? ବାବା ବୁଝାଇଛନ୍ତି - ଆତ୍ମିକ ପିତା ଜଣେ ହିଁ ଅଟନ୍ତି, ଯାହାଙ୍କୁ ଶିବବାବା ଅଥବା ଭଗବାନ କହୁଛନ୍ତି । ଏକଥା ଅନ୍ୟ କେହି ବି ଜାଣିନାହାଁନ୍ତି । ଏଥିରେ ପବିତ୍ରତାର ମଧ୍ୟ ବନ୍ଧନ ରହିଛି । ବଡରୁ ବଡ ବନ୍ଧନ ହେଉଛି ନିଜକୁ ଆତ୍ମା ମନେ କରିବା, ଯେଉଁ ଦୂର ଦେଶର ପଥିକ ପତିତ-ପାବନଙ୍କୁ ଭକ୍ତିମାର୍ଗରେ ସ୍ମରଣ କରୁଛନ୍ତି, ସେହି ରୁହାନୀ ବାବା ବୁଝାଉଛନ୍ତି ଯେ ମୁଁ ସମସ୍ତଙ୍କୁ ସାଥିରେ ନେଇଯିବି । କାହାକୁ ବି ଛାଡି ଦେଇଯିବି ନାହିଁ । ଫେରିବାକୁ ତ ସମସ୍ତଙ୍କୁ ହିଁ ପଡିବ । ପ୍ରଳୟ ମଧ୍ୟ ହେବାର ନାହିଁ । ଭାରତଖଣ୍ଡ ତ ସଦାକାଳ ପାଇଁ ଅକ୍ଷୁର୍ଣ୍ଣ ରହିବ । ଭାରତଖଣ୍ଡର କେବେ ବିନାଶ ହୁଏ ନାହିଁ । ସତ୍ୟଯୁଗର ଆଦି ସମୟରେ କେବଳ ଭାରତ ଖଣ୍ଡ ହିଁ ରହିଥାଏ । କଳ୍ପର ସଂଗମଯୁଗରେ ଯେତେବେଳେ ବାବା ଆସିଥା’ନ୍ତି ସେତେବେଳେ ଆଦି ସନାତନ ଦେବୀ-ଦେବତା ଧର୍ମର ସ୍ଥାପନା ହୋଇଥାଏ । ବାକି ସବୁ ଧର୍ମର ବିନାଶ ହେବାର ଅଛି । ତୁମେମାନେ ମଧ୍ୟ ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା କାର୍ଯ୍ୟରେ ସହଯୋଗ କରୁଛ । ତେବେ ଗୀତରେ ଶୁଣିଲ - କହୁଛନ୍ତି ବାବା ଆମକୁ ବି ସାଥୀରେ ନେଇଚାଲ । ବାବା କହୁଛନ୍ତି - ଏମିତି କେହି ସାଥୀରେ ଯାଇପାରିବେ ନାହିଁ, ଯେ ଯର୍ଯ୍ୟନ୍ତ ପୁରୁଣା ଦୁନିଆରୁ ବୈରାଗ୍ୟ ନ ଆସିଛି । ଯଦି ନୂଆ ଘର ତିଆରି ହେଉଥାଏ, ତେବେ ପୁରୁଣା ଘର ଠାରୁ ମନ ଛାଡିଯାଇଥାଏ । ତୁମ୍ଭେମାନେ ମଧ୍ୟ ଜାଣିଛ ଏହି ପୁରୁଣା ଦୁନିଆ ସମାପ୍ତ ହେବାକୁ ଯାଉଛି । ଏବେ ନୂଆ ଦୁନିଆକୁ ଯିବାକୁ ହେବ । ଯେ ପର୍ଯ୍ୟନ୍ତ ସତ୍ତ୍ୱପ୍ରଧାନ ନ ହୋଇଛ ସେ ପର୍ଯ୍ୟନ୍ତ ସତ୍ୱପ୍ରଧାନ ଦେବୀ-ଦେବତା ହୋଇପାରିବ ନାହିଁ । ସେଥିପାଇଁ ବାବା ବାରମ୍ବାର ବୁଝାଉଛନ୍ତି - ନିଜକୁ ଆତ୍ମା ମନେ କରି ବାବାଙ୍କୁ ସ୍ମରଣ କରିଚାଲ । ସଦ୍‌ଗତି ଦାତା ଦୂରଦେଶର ପଥିକ ଏକ ବାବା ହିଁ ଆସିଛନ୍ତି, ତାଙ୍କୁ ଦୁନିଆ ଜାଣି ନାହିଁ । ସର୍ବବ୍ୟାପୀ ବୋଲି କହି ଦେଉଛନ୍ତି । ଏବେ ତୁମେ ପିଲାମାନେ ପୁରୁଷାର୍ଥର କ୍ରମଅନୁସାରେ ଜାଣିଛ ଯେ ଆମେ ଶିବବାବାଙ୍କର ସନ୍ତାନ ଅଟୁ । ଯେଉଁମାନେ ଏଠାକୁ ଆସୁଛନ୍ତି ସେମାନେ ଜାଣୁଛନ୍ତି ଯେ ଆମେ ବାପଦାଦାଙ୍କ ପାଖକୁ ଯାଉଛୁ, ତେବେ ଏହା ତ ପରିବାର ହୋଇଗଲା । ଏହା ହେଉଛି ଈଶ୍ୱରୀୟ ପରିବାର । ଯଦି କାହାର ବହୁତ ପିଲା ଥା’ନ୍ତି ତେବେ ତାଙ୍କୁ ବହୁ କୁଟୁମ୍ବି କୁହାଯାଏ । ଶିବବାବାଙ୍କର ସନ୍ତାନ ଯାହାକି ଏତେ ଗୁଡିଏ ବି.କେ. ଭାଇ-ଭଉଣୀ ଅଛନ୍ତି, ଏହାକୁ ମଧ୍ୟ ବଡ କୁଟୁମ୍ବ କୁହାଯିବ । ବ୍ରହ୍ମାକୁମାର-କୁମାରୀମାନେ ସମସ୍ତେ ଜାଣିଛନ୍ତି - ଆମେ ବେହଦର ପିତାଙ୍କଠାରୁ ସମ୍ପତ୍ତି ନେଉଛୁ । ଶାସ୍ତ୍ରରେ ଦେଖାଇଛନ୍ତି ପାଣ୍ଡବ ଏବଂ କୌରବମାନେ ପଶା ଖେଳ ଖେଳିଥିଲେ । ରାଜତ୍ୱକୁ ବାଜି ଲଗାଇ ଦେଇଥିଲେ । ଏବେ ତ ନା କୌରବମାନଙ୍କର ରାଜତ୍ୱ ଅଛି ନା ପାଣ୍ଡବମାନଙ୍କର ଅଛି । ମୁକୁଟ ଆଦି କିଛି ବି ନାହିଁ । ଦେଖାଇଛନ୍ତି ସେମାନଙ୍କୁ ରାଜଧାନୀରୁ ବିତାଡିତ କରାଗଲା । ସେମାନେ ଅସ୍ତ୍ର-ଶସ୍ତ୍ର ଆଦି ଲୁଚାଇ କରି ରଖିଥିଲେ । ଏସବୁ ହେଲା ମନଗଢା କଥା । ଏବେ ତ ନା ପାଣ୍ଡବଙ୍କର ରାଜ୍ୟ ଅଛି, ନା କୌରବଙ୍କର ରାଜ୍ୟ ଅଛି । ନା ସେମାନଙ୍କର ପରସ୍ପର ମଧ୍ୟରେ ଲଢେଇ-ଝଗଡା କେବେ ହୋଇଛି । ଲଢେଇ ରାଜାମାନଙ୍କ ମଧ୍ୟରେ ଲାଗିଥାଏ । ଏମାନେ ତ ଭାଇ ଭାଇ ଅଟନ୍ତି । ଲଢେଇ କୌରବ ଏବଂ ଯବନଙ୍କର ମଧ୍ୟରେ ହୋଇଥିଲା । ବାକି ଭାଇ-ଭାଇ ପରସ୍ପରକୁ କିପରି ହତ୍ୟା କରିବେ । ଦେଖାଇ ଦିଆଯାଇଛି ପାଣ୍ଡବ କୌରବ ଲଢେଇ କରିଥିଲେ । ଶେଷରେ ପାଞ୍ଚ ଜଣ ପାଣ୍ଡବ ଏବଂ ଗୋଟିଏ କୁକୁର ରହିଗଲେ । ଯେଉଁମାନେ କି ସମସ୍ତେ ପାହାଡ ଉପରୁ ଖସି ପଡି ଦେହତ୍ୟାଗ କଲେ । ସବୁ ଖେଳ ସମାପ୍ତ ହୋଇଗଲା । ରାଜଯୋଗର କିଛି ଅର୍ଥ ହିଁ ଜଣାପଡିଲା ନାହିଁ ।

ଏବେ ତୁମେ ପିଲାମାନେ ଜାଣିଛ ଯେ ବାବା କଳ୍ପ-କଳ୍ପ ଆସି ଗୋଟିଏ ଧର୍ମର ସ୍ଥାପନା କରୁଛନ୍ତି । ତାଙ୍କୁ ସମସ୍ତେ ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ ବାବା ଆସ, ଏଠାକୁ ଆସି ଆମକୁ ପତିତରୁ ପାବନ କର । ସତ୍ୟଯୁଗରେ ସୂର୍ଯ୍ୟବଂଶୀ ରାଜଧାନୀ ହିଁ ରହିଥାଏ । ବର୍ତ୍ତମାନ ବ୍ରହ୍ମାଙ୍କ ଦ୍ୱାରା ବିଷ୍ଣୁପୁରୀର ସ୍ଥାପନା ହେଉଛି । ଏବେ ବାବା ଆସିଛନ୍ତି ତେଣୁ ତାଙ୍କ ନିର୍ଦ୍ଦେଶ ଅନୁସାରେ ଚାଲିବାକୁ ହେବ । ପଦ୍ମଫୁଲ ସଦୃଶ ପବିତ୍ର ରହିବାକୁ ହେବ । କନ୍ୟାମାନଙ୍କୁ ତ କୁହାଯିବ ନାହିଁ ଯେ ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ପବିତ୍ର ରୁହ । ସେମାନେ ତ ପବିତ୍ର ହିଁ ଅଟନ୍ତି । ଏହି କଥା ଗୃହସ୍ଥିମାନଙ୍କ ପାଇଁ କୁହାଯାଉଛି । କୁମାର ଏବଂ କୁମାରୀମାନଙ୍କୁ ତ ବିବାହ କରିବାର ଆବଶ୍ୟକତା ହିଁ ନାହିଁ । ନଚେତ୍ ସେମାନେ ମଧ୍ୟ ଗୃହସ୍ଥି ହୋଇଯିବେ । ଦୁନିଆରେ ଗନ୍ଧର୍ବୀ ବିବାହର କିଛିଟା ପ୍ରଚଳନ ମଧ୍ୟ ରହିଛି । ଯଦି କନ୍ୟା ଉପରେ ବହୁତ ଅତ୍ୟାଚାର ହେଉଥାଏ, ତେବେ ସେଭଳି ପରିସ୍ଥିତିରେ ଗନ୍ଧର୍ବୀ ବିବାହ କରାଇବାକୁ ପଡିଥାଏ । ବାସ୍ତବରେ ଅତ୍ୟାଚାର ମଧ୍ୟ ସହନ କରିବା ଉଚିତ୍ କିନ୍ତୁ ଅଧରକୁମାରୀ ହେବା ଉଚିତ୍ ନୁହେଁ । ବାଳ ବ୍ରହ୍ମଚାରୀ ମାନଙ୍କର ବହୁତ ମହିମା ହୋଇଥାଏ । ଯଦି ବିବାହ କରିଦେଲ ତେବେ ସବୁ କିଛି ଅଧା-ଅଧା ହୋଇଯାଇଥାଏ । କୁମାରମାନଙ୍କୁ କୁହାଯାଏ ତୁମକୁ ତ ପବିତ୍ର ରହିବାକୁ ହେବ । ଗୃହସ୍ଥୀମାନଙ୍କୁ କୁହାଯାଏ - ଗୃହସ୍ଥ ବ୍ୟବହାରରେ ରହି କମଳ ପୁଷ୍ପ ସମାନ ରୁହ । ସେମାନଙ୍କୁ ହିଁ କଷ୍ଟ କରିବାକୁ ପଡିଥାଏ । ବିବାହ ନ କରିବା ଦ୍ୱାରା କୌଣସି ବନ୍ଧନ ଆସି ନ ଥାଏ । କନ୍ୟାମାନଙ୍କୁ ତ ଈଶ୍ୱରୀୟ ପାଠ ପଢିବାର ଅଛି ଏବଂ ଜ୍ଞାନରେ ବହୁତ ମଜବୁତ ହୋଇ ରହିବାର ଅଛି । ଛୋଟ ଛୋଟ କୁମାରୀମାନେ ଯିଏକି ନାବାଳିକା ଅଟନ୍ତି, ସେମାନଙ୍କୁ ଆମେ ଏଠାରେ ରଖିପାରିବୁ ନାହିଁ । ସେମାନେ ନିଜ ଘରେ ରହି ଏହି ପାଠ ପଢି ପାରିବେ । ତାଙ୍କର ମାତାପିତା ଯଦି ଯଜ୍ଞକୁ ଆସନ୍ତି, ତେବେ ନାବାଳିକାଙ୍କୁ ମଧ୍ୟ ଏଠାରେ ରଖାଯାଇ ପାରିବ । ଏହା ତ ସର୍ବଶ୍ରେଷ୍ଠ ବିଦ୍ୟାଳୟ, ସର୍ବଶ୍ରେଷ୍ଠ ପରିବାର ଏବଂ ସର୍ବଶ୍ରେଷ୍ଠ ସତସଙ୍ଗ ଅଟେ । ସତ୍ୟ କେବଳ ଏକମାତ୍ର ବାବା, ଯାହାଙ୍କ ପାଇଁ ହିଁ କୁହାଯାଉଛି ହେ ଦୂରଦେଶର ଯାତ୍ରୀ । ଆତ୍ମା ହିଁ ଗୋରା ଅର୍ଥାତ୍ ପବିତ୍ର ହୋଇଥାଏ । ବାବା କହୁଛନ୍ତି ମୁଁ ଦୂର ଦେଶର ଯାତ୍ରୀ ସଦା ସର୍ବଦା ପବିତ୍ର ଅର୍ଥାତ୍ ଗୋରା ଥାଏ । ମୁଁ ସଦା ପବିତ୍ରତାର ସ୍ଥିତିରେ ରହିଥାଏ । ମୁଁ ଆସି ସବୁ ଆତ୍ମାମାନଙ୍କୁ ପବିତ୍ର ଗୋରା କରିଥାଏ । ତେବେ ମୋ ଭଳି ଆଉ କେହି ଯାତ୍ରୀ ନାହାଁନ୍ତି । ବାବା ବୁଝାଉଛନ୍ତି ମୁଁ ରାବଣ ରାଜ୍ୟକୁ ହିଁ ଆସିଛି । ଏହି ଶରୀର ମଧ୍ୟ ଅନ୍ୟର ଅଟେ । ତୁମର ଆତ୍ମା କହିବ ଏହା ମୋର ଶରୀର ଅଟେ । ବାବା କହିବେ, ଏହା ମୋର ଶରୀର ନୁହେଁ । ଏହା ବ୍ରହ୍ମାଙ୍କର ଶରୀର ଅଟେ । ଏହି ପତିତ ଶରୀର ମୋର ନୁହେଁ । ମୁଁ ଏହାଙ୍କର ବହୁତ ଜନ୍ମର ଶେଷ ଜନ୍ମରେ ଏହି ଶରୀରରେ ଆସିଥାଏ । ଯିଏ ପ୍ରଥମ ନମ୍ବରର ପବିତ୍ର ଥିଲା, ସିଏ ହିଁ ଶେଷ ନମ୍ବରରେ ଅର୍ଥାତ୍ ଶେଷରେ ବିକାରୀ ହୋଇଥାଏ । ପ୍ରଥମ ନମ୍ବର ୧୬ କଳା ସମ୍ପୂର୍ଣ୍ଣ ସିଏ ହିଁ ଥିଲା । ବର୍ତ୍ତମାନ ଆଉ କୌଣସି କଳା ନାହିଁ । ସମସ୍ତେ ତ ପତିତ ହିଁ ଅଟନ୍ତି । ତେବେ ବାବା ଦୂରଦେଶର ଯାତ୍ରୀ ହେଲେ ନା । ତୁମେ ଆତ୍ମାମାନେ ମଧ୍ୟ ଯାତ୍ରୀ ଅଟ । ଏଠାକୁ ଆସି ଅଭିନୟ କରୁଛ । ଏହି ସୃଷ୍ଟିଚକ୍ରକୁ କେହି ଜାଣିନାହାଁନ୍ତି । ତେବେ ଯିଏ ଯେତେ ବି ଶାସ୍ତ୍ର ଆଦି ପଢିଥାଆନ୍ତୁ କିନ୍ତୁ ଏହି ଜ୍ଞାନ କେହି ଦେଇପାରିବେ ନାହିଁ । ବାବା ବୁଝାଉଛନ୍ତି ମୁଁ ଏହି ଶରୀରରେ ପ୍ରବେଶ କରି ସେହି ଆତ୍ମାମାନଙ୍କୁ ଜ୍ଞାନ ଦେଉଛି । ସେଠାରେ ତ ମନୁଷ୍ୟ ମନୁଷ୍ୟକୁ ଶାସ୍ତ୍ରର ଜ୍ଞାନ ଦେଉଛନ୍ତି । ସେମାନେ ହେଲେ ଭକ୍ତ । ସଦ୍‌ଗତି ଦାତା ତ ଜଣେ ହିଁ ଅଟନ୍ତି । ସିଏ ହିଁ ଜ୍ଞାନର ସାଗର ଅଟନ୍ତି, ତାଙ୍କୁ ନ ଜାଣିବା କାରଣରୁ ଦେହ ଅଭିମାନ ଆସିଯାଉଛି । ସେମାନେ କେବେ ଏଭଳି ବୁଝାଇନଥା’ନ୍ତି ଯେ ନିଜକୁ ଆତ୍ମା ମନେ କର । ଏଠାରେ ଆତ୍ମା ହିଁ ପାଠ ପଢୁଛି । ଏକଥା କେହି ବି ବୁଝାଇନଥା’ନ୍ତି । କାରଣ ଦେହ-ଅଭିମାନ ରହିଛି । ଏବେ ଦୂର ଦେଶର ଯାତ୍ରୀ ତ କେବଳ ଶିବ ବାବାଙ୍କୁ ହିଁ କୁହାଯିବ । ତୁମେ ଜାଣିଛ ଆମେମାନେ ୮୪ ଜନ୍ମର ଚକ୍ର ଲଗାଇ ସାରିଛେ ।

ବାବା କହୁଛନ୍ତି – ୫ ହଜାର ବର୍ଷ ପୂର୍ବରୁ ମଧ୍ୟ ବୁଝାଇଥିଲି ଯେ ହେ ସନ୍ତାନମାନେ ତୁମେମାନେ ନିଜର ଜନ୍ମକୁ ଜାଣିନାହଁ । ମୁଁ ଜାଣିଛି - ଗୀତାରେ ଅଟାରେ ଲୁଣ ସଦୃଶ ଅତି ଅଳ୍ପ ମାତ୍ରାରେ କିଛିଟା ଜ୍ଞାନ ରହିଛି । ଏହା ସେହି ଗୀତାର ପର୍ବ, ସେହି ମହାଭାରତ ଯୁଦ୍ଧ ଏବଂ ସେହି ମନମନାଭବ, ମଧ୍ୟାଜୀଭବର ଜ୍ଞାନ ମଧ୍ୟ ଅଟେ । କେବଳ ମୋତେ ହିଁ ସ୍ମରଣ କର । ଲଢେଇ ମଧ୍ୟ ନିଶ୍ଚିତ ଲାଗିଥିଲା । ପାଣ୍ଡବମାନଙ୍କର ବିଜୟ ହୋଇଥିଲା । ବିଷ୍ଣୁଙ୍କର ବିଜୟମାଳାର ମଧ୍ୟ ଗାୟନ ରହିଛି । ଶାସ୍ତ୍ରରେ ତ ଦେଖାଇଛନ୍ତି ଯେ ପାଣ୍ଡବମାନେ ପାହାଡରୁ ଖସି ଶରୀର ତ୍ୟାଗ କରିଦେଲେ, ତେବେ ମାଳା ପୁଣି କିପରି ହେଲା । ଏବେ ତୁମେମାନେ ଜାଣୁଛ ଯେ ଆମ୍ଭେମାନେ ବିଷ୍ଣୁର ମାଳା ହେବା ପାଇଁ ହିଁ ଏଠାକୁ ଆସିଛୁ । ସମସ୍ତଙ୍କ ଉପରେ ହେଲେ ପତିତପାବନ ବାବା, ତେଣୁ ତାଙ୍କର ସ୍ମୃତିଚିହ୍ନ ରହିବା ଉଚିତ୍ । ଭକ୍ତିମାର୍ଗରେ ସ୍ମାରକୀ ଗୁଡିକର ମଧ୍ୟ ଗାୟନ ରହିଛି । କେହି ତ ଅଷ୍ଟରତ୍ନର ମାଳା, କେହି ୧୦୮ ରତ୍ନର ମାଳା, ଆଉ କେହି ୧୬୧୦୮ର ମାଳା ମଧ୍ୟ ତିଆରି କରିଛନ୍ତି । ଗାୟନ ମଧ୍ୟ କରୁଛନ୍ତି - “ଚଢତି କଳା ତେରେ ଭାନେ ସର୍ବ କା ଭଲା” ଅର୍ଥାତ୍ ଭାରତର ଯେତେବେଳେ ଉତ୍‌ଥାନ ହୁଏ ସେତେବେଳେ ସମସ୍ତଙ୍କର କଲ୍ୟାଣ ହୁଏ । ଏବେ ତୁମେ ଜାଣିଛ - ଆମର ଏବେ ଉତ୍‌ଥାନର ସମୟ । ଆମେ ଆମର ସୁଖଧାମକୁ ଚାଲିଯିବା ପୁଣି ଆମେ ସେଠାରୁ ତଳକୁ କିପରି ଖସୁଛୁ, ୮୪ ଜନ୍ମ କିପରି ନେଉଛୁ, ଏହି ସମସ୍ତ ଜ୍ଞାନ ତୁମ ବୁଦ୍ଧିରେ ଅଛି । ଏହି ଜ୍ଞାନକୁ ଭୁଲିଯିବା ଉଚିତ୍ ନୁହେଁ । ଆମର ସମସ୍ତ ଦୁଃଖ ଦୂର କରି, ଅଭିଶାପକୁ ସମାପ୍ତ କରି, ସମ୍ପତ୍ତି ଦେବା ପାଇଁ ବାବା ଆସିଛନ୍ତି । ରାବଣର ଅଭିଶାପରୁ ସମସ୍ତଙ୍କୁ ଦୁଃଖ ମିଳୁଛି । ତେଣୁ ଏବେ ବାବାଙ୍କୁ ଏବଂ ତାଙ୍କର ସମ୍ପତ୍ତିକୁ ସ୍ମରଣ କରିବାକୁ ହେବ । ତୁମେ ଜାଣିଛ ଆମେ ସୂର୍ଯ୍ୟବଂଶୀମାନେ ହିଁ ଭାରତରେ ରାଜତ୍ୱ କରିଥିଲେ । ଭାରତକୁ ହିଁ ଶିବବାବା ଆସିଥା’ନ୍ତି । ଭାରତ ହିଁ ସ୍ୱର୍ଗ ଥିଲା, ଏହି କଥାକୁ ବାରମ୍ବାର ବୁଦ୍ଧିରେ ସ୍ମରଣ କରିବାକୁ ହେବ । ଯେଉଁମାନେ ୮୪ ଜନ୍ମର ଚକ୍ର ଲଗାଇ ନ ଥିବେ ସେମାନେ ନା ନିଜେ ଧାରଣା କରିବେ ନା କାହାକୁ କରାଇ ପାରିବେ, ତେଣୁ ସେମାନଙ୍କ ପାଇଁ, ବୁଝିବାକୁ ହେବ ଯେ ଏମାନେ ୮୪ ଜନ୍ମ ନେଇ ନାହାଁନ୍ତି । ଇଏ ଡେରିରେ ଜନ୍ମ ନେଉଛନ୍ତି । ସ୍ୱର୍ଗ ଦୁନିଆରେ ଆସୁନାହାଁନ୍ତି । ସ୍ୱର୍ଗରେ ଆରମ୍ଭରୁ ଜନ୍ମ ନେବା, ଭଲ କଥା ନା । ନୂଆ ଘରେ ପ୍ରଥମେ ନିଜେ ରହିଥାନ୍ତି, ତାପରେ ଭଡା ଲଗାଇଥାନ୍ତି । ତେବେ ତାହା ତ ସେକେଣ୍ଡ ହ୍ୟାଣ୍ଡ ଅର୍ଥାତ୍ ପୁରୁଣା ହୋଇଗଲା ନା । ସତ୍ୟଯୁଗ ହେଲା ନୂଆ ଦୁନିଆ । ତ୍ରେତାକୁ ସେକେଣ୍ଡ ହ୍ୟାଣ୍ଡ କୁହାଯିବ । ତେଣୁ ଏବେ ବୁଦ୍ଧିରେ ଆସୁଛି ଆମେ ସ୍ୱର୍ଗ ନୂଆ ଦୁନିଆକୁ ଯିବା । ପୁରୁଷାର୍ଥ କରିବାକୁ ହେବ, ପ୍ରଜା ମଧ୍ୟ ତିଆରି ହୋଇଚାଲିବ, ତତ୍‌ସହିତ ତୁମକୁ ଜଣା ମଧ୍ୟ ପଡିବ ଯେ ମାଳାରେ କେଉଁମାନେ ସବୁ ଗୁନ୍ଥା ହୋଇପାରିବେ । ଯଦି କାହାକୁ ସିଧାସଳଖ କୁହାଯିବ ଯେ ତୁମେ ମାଳାରେ ଆସିବ ନାହିଁ, ତେବେ ହାର୍ଟ ଫେଲ ହୋଇଯିବେ ଅର୍ଥାତ୍ ମନୋବଳ ଭାଙ୍ଗିଯିବ ତେଣୁ କୁହାଯାଏ ପୁରୁଷାର୍ଥ କର, ଯାଞ୍ଚ କର ଯେ ମୋର ବୁଦ୍ଧିଯୋଗ ଇତସ୍ତତଃ ହେଉନାହିଁ ତ! ଏହା ମଧ୍ୟ ଯାଞ୍ଚ କର ଯେ ତୁମର ଶିବବାବାଙ୍କ ସହିତ ସ୍ନେହ କିପରି ବଢି ବଢି ଚାଲିଛି! କହୁଛନ୍ତି ମଧ୍ୟ ଆମେ ବାପଦାଦାଙ୍କ ପାଖକୁ ଯାଉଛୁ । ଶିବବାବାଙ୍କଠାରୁ ଦାଦା ଅର୍ଥାତ୍ ବ୍ରହ୍ମାଙ୍କ ଦ୍ୱାରା ସମ୍ପତ୍ତି ନେବା ପାଇଁ ଯାଉଛୁ । ଏପରି ବାବାଙ୍କ ପାଖକୁ ତ ଅନେକ ଥର ଯିବା କଥା । କିନ୍ତୁ ଗୃହସ୍ଥ ବ୍ୟବହାରକୁ ମଧ୍ୟ ସମ୍ଭାଳିବାକୁ ହେବ । ଯଦିଓ ବହୁତ ଧନବାନ ମଧ୍ୟ ଅଛନ୍ତି କିନ୍ତୁ ସେତିକି ଫୁରସତ ନାହିଁ । ସମ୍ପୂର୍ଣ୍ଣ ନିଶ୍ଚୟ ମଧ୍ୟ ନାହିଁ । ନଚେତ୍ ମାସେ ଦୁଇ ମାସରେ ଆସି ବାବାଙ୍କଠାରୁ ସତେଜ ହୋଇ ଯାଇପାରିବେ । ସେମାନଙ୍କୁ ବାରମ୍ବାର ଆକର୍ଷଣ ମଧ୍ୟ ହେବ । ଯଦି ଛୁଞ୍ଚି ଉପରେ କଳଙ୍କି ଲାଗିଥିବ ତେବେ ଚୁମ୍ବକ ଏତେ ଟାଣି ନ ଥାଏ । ଯେଉଁମାନଙ୍କର ଯୋଗ ଠିକ୍ ଥିବ ସେମାନଙ୍କୁ ତୁରନ୍ତ ଆକର୍ଷଣ ହେବ, ସେମାନେ ବାବାଙ୍କ ପାଖକୁ ଚାଲିଆସିବେ । ଯେତେ ଯେତେ କଳଙ୍କି ଛାଡି ଛାଡି ଚାଲିବ, ସେତେ ସେତେ ଆକର୍ଷଣ ହେବ । ଚୁମ୍ବକ ସହିତ ମିଶିବାକୁ ଇଚ୍ଛା ହେବ । ଗୀତ ଅଛି ନା ଚାହେଁ ମାରୋ ଚାହେଁ କୁଛ ଭି କରୋ.... ହମ୍ ଦର୍ ସେ କଭି ନେହିଁ ନିକଲେଙ୍ଗେ । ମୁଁ ତୁମ ଦୁଆରୁ କେବେହେଲେ ଯିବି ନାହିଁ । କିନ୍ତୁ ଏହିଭଳି ଅବସ୍ଥା ତ ଶେଷ ସମୟରେ ହେବ । କଳଙ୍କି ଛାଡି ଯାଇଥିଲେ ସେହିଭଳି ଅବସ୍ଥା ହେବ । ବାବା କହୁଛନ୍ତି - ନିଜର ଘର ଗୃହସ୍ଥ ଭିତରେ ରହୁଥିଲେ ମଧ୍ୟ ହେ ଆତ୍ମାମାନେ ମନମନାଭବ ଅର୍ଥାତ୍ ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେ ପକାଅ, ଏମିତି ନୁହେଁ ଯେ ସେଠାରୁ ପଳାଇ ଆସି ଏଠାରେ ବସିଯିବାର ଅଛି । ସାଗର ନିକଟକୁ ବାଦଲକୁ ସତେଜ ହେବା ପାଇଁ ଆସିବାର ଅଛି । ପୁଣି ସେବା କରିବା ପାଇଁ ଯିବାର ଅଛି । ଯେତେବେଳେ ତୁମର ବନ୍ଧନ ତୁଟିଯିବ ତେବେ ଯାଇ ସେବା କରିବା ପାଇଁ ଯାଇପାରିବ । ମାତା ପିତାମାନଙ୍କୁ ନିଜର ପିଲାମାନଙ୍କର ଯତ୍ନ ନେବାକୁ ହେବ । ବାବାଙ୍କ ୟାଦରେ ରହିବାକୁ ହେବ । ପବିତ୍ର ମଧ୍ୟ ହେବାକୁ ପଡିବ । ବାବା ବୁଝାଇଛନ୍ତି ଏହି ଜ୍ଞାନ ଯଜ୍ଞରେ ଅନେକ ପ୍ରକାରର ବିଘ୍ନ ପଡୁଛି । କହୁଛନ୍ତି ଈଶ୍ୱର ତ ସମର୍ଥ ଶକ୍ତିଶାଳୀ ଅଟନ୍ତି ପୁଣି ଏହି ବିଘ୍ନ କାହିଁକି ଆସୁଛି? ମନୁଷ୍ୟମାନଙ୍କୁ ଜଣା ହିଁ ନାହିଁ, ରାବଣ ଭଗବାନଙ୍କଠାରୁ ମଧ୍ୟ ଚତୁର ଅଟେ । ତା’ର ରାଜତ୍ୱ ଛିନ୍ନ କରାଯାଉଛି, ତେଣୁ ଅନେକ ପ୍ରକାରର ବିଘ୍ନ ପଡିବାରେ ଲାଗିଛି । ଡ୍ରାମାର ଯୋଜନା ଅନୁସାରେ ପୁଣି ବି ବିଘ୍ନ ପଡିବ । ଯଜ୍ଞ ଆରମ୍ଭ ସମୟରୁ ଆଜି ପର୍ଯ୍ୟନ୍ତ ପତିତମାନଙ୍କର ବିଘ୍ନ ପଡିଆସୁଛି । ଶାସ୍ତ୍ରରେ ମଧ୍ୟ ଲେଖି ଦେଇଛନ୍ତି ଶ୍ରୀକୃଷ୍ଣଙ୍କର ୧୬୧୦୮ ପାଟରାଣୀ ଥିଲେ । ତାଙ୍କୁ ସର୍ପ ଦଂଶନ କରିଥିଲା । ରାମଙ୍କର ସୀତା ଚୋରୀ ହୋଇଯାଇଥିଲା । ତେବେ ରାବଣ ସ୍ୱର୍ଗରେ କୁଆଡୁ ଆସିବ । ମିଥ୍ୟା ତ ବହୁତ ଲେଖି ଦେଇଛନ୍ତି । କହୁଛନ୍ତି ବିକାର ବିନା ସନ୍ତାନ କିପରି ଜନ୍ମ ହେବେ । ସେମାନଙ୍କୁ ଜଣା ହିଁ ନାହିଁ - ଯେଉଁମାନେ ସମ୍ପତ୍ତି ନେଲାବାଲା ହୋଇଥିବେ ସେହିମାନେ ଆସି ଏହି ଜ୍ଞାନ ବୁଝିବେ । ତେବେ ଏହି ଜ୍ଞାନ ଯଜ୍ଞରେ ଅସୁରମାନଙ୍କର ବିଘ୍ନ ପଡୁଛି । ପତିତମାନଙ୍କୁ ଅସୁର କୁହାଯାଏ । ଏମାନେ ରାବଣ ସମ୍ପ୍ରଦାୟ ହିଁ ଅଟନ୍ତି । ଏବେ ତୁମେ ସଂଗମଯୁଗରେ ଅଛ । ରାବଣ ରାଜ୍ୟ ଠାରୁ ନିଜକୁ ଦୂରେଇ ନେଇଛ, ତଥାପି କିଛି ନା କିଛି ପ୍ରଭାବ ପଡୁଛି । ବୁଦ୍ଧିରେ ଏହି ଜ୍ଞାନ ରହିଛି ଯେ ଆମକୁ ଏବେ ଫେରିଯିବାକୁ ହେବ । ଯଦିଓ ଏଠାରେ ରହିଛୁ କିନ୍ତୁ ବୁଦ୍ଧିରେ ଜ୍ଞାନ ରହିଛି । ଏହି ଦୁନିଆରେ ଥିଲେ ମଧ୍ୟ ତୁମର ଏହା ପ୍ରତି ବୈରାଗ୍ୟ ଭାବ ରହିଛି । ଏହି ଛି-ଛି ଦୁନିଆ ଶ୍ମଶାନ ହେବାକୁ ଯାଉଛି । ଭିନ୍ନ ଭିନ୍ନ ପଏଣ୍ଟ ଆଧାରରେ ତୁମକୁ ବୁଝାଯାଉଛି । ବାସ୍ତବରେ ତ ଗୋଟିଏ ମାତ୍ର ଜ୍ଞାନ ବିନ୍ଦୁ ରହିଛି - ମନମନାଭବ । କେତେ ପିଲାମାନଙ୍କର ଚିଠି ଆସୁଛି - ବାବା ମୁଁ ବନ୍ଧନରେ ରହିଲାବାଲା ଅଟେ । ଦ୍ରୌପଦୀ କେହି ଜଣେ ନୁହେଁ, ହଜାର ହଜାର ଅଛନ୍ତି । ଏବେ ତୁମେ ପତିତ ଦୁନିଆରୁ ପାବନ ଦୁନିଆକୁ ସ୍ଥାନାନ୍ତରିତ ହେଉଛ । ଯେଉଁମାନେ କଳ୍ପ ପୂର୍ବରୁ ଫୁଲ ହୋଇଥିବେ ସେହିମାନେ ପୁଣି ବାହାରିବେ । ଈଶ୍ୱରଙ୍କର ବଗିଚାର ଏହିଠାରେ ସ୍ଥାପନା ହେବ । କେହି କେହି ତ ଏଭଳି ଭଲ ଭଲ ଫୁଲ ଅଛନ୍ତି ଯାହାଙ୍କୁ ଦେଖିବା ମାତ୍ରେ ହିଁ ଆରାମ ଆସିଯାଇଥାଏ । ଯାହାର ନାମ ହେଉଛି ଫୁଲମାନଙ୍କର ରାଜା । ଯାହାକୁ ୫ ଦିନ ପର୍ଯ୍ୟନ୍ତ ରଖିଲେ ମଧ୍ୟ ତାଜା ରହିଥାଏ । ସୁଗନ୍ଧ ବିଚ୍ଛୁରିତ ହେଉଥାଏ । ଏଠାରେ ମଧ୍ୟ ଯେଉଁମାନେ ବାବାଙ୍କୁ ମନେ ପକାଉଛନ୍ତି ସେମାନଙ୍କର ସୁଗନ୍ଧ ଚତୁର୍ଦ୍ଦିଗରେ ବିଚ୍ଛୁରିତ ହେଉଛି । ସେମାନେ ସଦା ସର୍ବଦା ଖୁସିରେ ରହିଥାନ୍ତି । ଏହିଭଳି ମିଠା ମିଠା ପିଲାମାନଙ୍କୁ ଦେଖି ବାବା ହର୍ଷିତ ହୋଇଥା’ନ୍ତି । ସେମାନଙ୍କ ସମ୍ମୁଖରେ ବାବାଙ୍କର ଜ୍ଞାନର ନୃତ୍ୟ ଭଲ ହୋଇଥାଏ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଜ୍ଞାନ ଏବଂ ଯୋଗରେ ମଜବୁତ ହେବାର ଅଛି । ଯଦି କୌଣସି ବନ୍ଧନ ନାହିଁ ତେବେ ଜାଣି ଶୁଣି କୌଣସି ବନ୍ଧନରେ ବାନ୍ଧି ହେବାର ନାହିଁ । ବାଳ ବ୍ରହ୍ମଚାରୀ ହୋଇ ରହିବାକୁ ହେବ ।

(୨) ଏବେ ଆମର ଉନ୍ନତିର ସମୟ, ବାବା ଆମର ସମସ୍ତ ଦୁଃଖ ଦୂର କରି, ଅଭିଶାପକୁ ସମାପ୍ତ କରି, ସମ୍ପତ୍ତି ଦେବା ପାଇଁ ଆସିଛନ୍ତି । ବାବା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଇ ଅପାର ଖୁସିରେ ରହିବାକୁ ହେବ । ନିଜର ଯାଞ୍ଚ କରିବା ଉଚିତ୍ ଯେ ମୋର ବୁଦ୍ଧିଯୋଗ ଅନ୍ୟ କୁଆଡେ ଘୁରୁ ନାହିଁ ତ ।

ବରଦାନ:-
ସମାହିତ କରିବା ଏବଂ ସମ୍ମୁଖୀନ କରିବାର ଶକ୍ତି ଦ୍ୱାରା ସେବାରେ ସଫଳତା ପ୍ରାପ୍ତ କରୁଥିବା ଆତ୍ମିକ ସେବାଧାରୀ ଭବ ।

ଆତ୍ମିକ ସେବାଧାରୀମାନଙ୍କୁ ସେବା ବ୍ୟତୀତ ଅନ୍ୟ କିଛି ଦେଖାଯାଏ ନାହିଁ, ସେମାନେ ମନ-ବଚନ-କର୍ମ ଦ୍ୱାରା ସେବା କରିବାରୁ ଗୋଟିଏ ସେକେଣ୍ଡ ମଧ୍ୟ ବିଶ୍ରାମ ନିଅନ୍ତି ନାହିଁ ସେଥିପାଇଁ ସେମାନେ ଶ୍ରେଷ୍ଠ ପଦ ପ୍ରାପ୍ତ କରିଥାଆନ୍ତି । ସେମାନେ ସେବାରେ ସଫଳତା ପ୍ରାପ୍ତ କରିବା ପାଇଁ ସର୍ବଦା ଏହି କଥା ମନେ ରଖିଥାଆନ୍ତି ଯେ ସବୁ କିଛିକୁ ନିଜ ଭିତରେ ସମାହିତ କରି ନେବାକୁ ହେବ ଏବଂ ମାୟାକୁ ସମ୍ମୁଖୀନ କରିବାକୁ ହେବ - ଏହା ହିଁ ମୋର ଲକ୍ଷ୍ୟ ଅଟେ । ସେମାନେ ନିଜର ପୁରୁଣା ସଂସ୍କାରଗୁଡିକୁ ସମାହିତ କରିଥାଆନ୍ତି ଏବଂ ମାୟାକୁ ସମ୍ମୁଖୀନ କରିଥାଆନ୍ତି, ଦୈବୀ ପରିବାରକୁ ନୁହେଁ । ଏହିଭଳି ପିଲାମାନେ ଯିଏକି ଜ୍ଞାନବାନ ହେବା ସହିତ ଶକ୍ତିବାନ ମଧ୍ୟ ଅଟନ୍ତି, ସେମାନଙ୍କୁ ହିଁ ଆତ୍ମିକ ସେବାଧାରୀ କୁହାଯାଏ ।

ସ୍ଲୋଗାନ:-
ଛୋଟ କଥାକୁ ବଡ କର ନାହିଁ, ବାତାବରଣକୁ ଶକ୍ତିଶାଳୀ କର ।

ଅବ୍ୟକ୍ତ ଈଶାରା - ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।

ଦୁନିଆର ଲୋକମାନେ ବଞ୍ଚିଥିଲେ ମଧ୍ୟ ନିରାଶାର ଅଗ୍ନିରେ ଜଳୁଛନ୍ତି । ଏହିଭଳି ଆତ୍ମାମାନଙ୍କୁ ମରଜୀବା କର, ନୂଆ ଜୀବନର ଦାନ ଦିଅ । ନିଜର ଖୁସିବାସିଆ ହର୍ଷିତ ଚେହେରା ଦ୍ୱାରା ସେମାନଙ୍କୁ ମଣିଷ ଜୀବନରେ ବଞ୍ଚିବା ଶିଖାଅ । ତୁମମାନଙ୍କୁ ଦେଖି ସେମାନଙ୍କ ଭିତରେ ସାହସ ତଥା ଉମଙ୍ଗ-ଉତ୍ସାହ ଆସିଯାଉ । ଏଥିପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସର୍ବଦା ପଦ୍ମ ଫୁଲ ଭଳି ସ୍ଥିତିର ଆସନ ଉପରେ ଡବଲ ଲାଇଟ୍ ସ୍ଥିତିରେ ସ୍ଥିତ ହୋଇ ରୁହ ।