05.08.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ନିଜର ଯୋଗବଳ ଦ୍ୱାରା ଏହି ପୁରୁଣା ଦୁନିଆକୁ ପରିବର୍ତ୍ତନ କରି ନୂଆ ଦୁନିଆ କରୁଛ, ତୁମେ ଆତ୍ମିକ
ସେବା ପାଇଁ ପ୍ରକଟ ଅର୍ଥାତ୍ ପ୍ରତ୍ୟକ୍ଷ ହୋଇଛ । ”
ପ୍ରଶ୍ନ:-
ସଚ୍ଚୋଟ ଏବଂ
ଯଥାର୍ଥ ପୁରୁଷାର୍ଥୀ ସନ୍ତାନମାନଙ୍କର ଲକ୍ଷଣ ସବୁ କ’ଣ ହୋଇଥିବ?
ଉତ୍ତର:-
(୧) ସଚ୍ଚୋଟ ସନ୍ତାନମାନେ କେବେହେଲେ ବି ନିଜର ଭୁଲ୍କୁ ଲୁଚାଇବେ ନାହିଁ । ତୁରନ୍ତ ବାବାଙ୍କୁ
ଶୁଣାଇଦେବେ । ସେମାନେ ବହୁତ-ବହୁତ ନିରହଂକାରୀ ହୋଇଥା’ନ୍ତି, ସେମାନଙ୍କ ବୁଦ୍ଧିରେ ସର୍ବଦା ଏହା
ସ୍ମରଣ ରହିଥାଏ ଯେ ଯେପରି କର୍ମ ମୁଁ କରିବି.... । (୨) ସେମାନେ କାହାର ଅପସେବାର ଆଲୋଚନା କରନ୍ତି
ନାହିଁ । ନିଜ ସେବାରେ ମଗ୍ନ ରହିଥା’ନ୍ତି । ସେମାନେ କାହାର ଅବଗୁଣକୁ ଦେଖି ନିଜର ମୁଣ୍ଡ ଖରାପ
କରନ୍ତି ନାହିଁ ।
ଗୀତ:-
ଧିରଜ ଧର୍ ମନୁଆ
....
ଓମ୍ ଶାନ୍ତି ।
ମିଠା-ମିଠା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପିତା ଧୈର୍ଯ୍ୟ ଦେଉଛନ୍ତି । ଯେପରି ଲୌକିକ ପିତା
ମଧ୍ୟ ଧୈର୍ଯ୍ୟ ଦେଇଥା’ନ୍ତି ନା । କେହି ଯଦି ବେମାର ହୋଇଥାନ୍ତି, ତେବେ ତାଙ୍କୁ ଆଶ୍ୱାସନା
ଦେଇଥାଆନ୍ତି, ତୁମର ଏହି ବେମାରୀର ଦୁଃଖର ଦିନ ବଦଳି ସୁଖର ଦିନ ଆସିବ । ହଦର (ଶରୀରର) ପିତା (ହଦର)
ବିନାଶୀ ଧୈର୍ଯ୍ୟ ଦିଅନ୍ତି । ଏଠାରେ ଅଛନ୍ତି ଅବିନାଶୀ ବାବା, ଯିଏକି ପିଲାମାନଙ୍କୁ ଅବିନାଶୀ
ଧୈର୍ଯ୍ୟ ଦେଉଛନ୍ତି ପିଲାମାନେ, ଏବେ ତୁମର ସୁଖର ଦିନ ଆସୁଛି । ଆଉ ଅଳ୍ପ ଦିନ ବାକି ଅଛି । ଏବେ
ତୁମେ ବାବାଙ୍କ ସ୍ମୃତିରେ ରହି ଅନ୍ୟମାନଙ୍କୁ ମଧ୍ୟ ଶିଖାଅ । ତୁମେ ମଧ୍ୟ ଶିବଶକ୍ତି ଅଟ ନା ।
ଶିବବାବାଙ୍କର ଶକ୍ତି ସେନା ପୁଣି ଥରେ ପ୍ରକଟ ହୋଇଛନ୍ତି । ଏହି ଗୋପମାନେ ମଧ୍ୟ ଆତ୍ମା ଅଟନ୍ତି ।
ଏମାନେ ସମସ୍ତେ ଶିବଙ୍କ ଠାରୁ ଶକ୍ତି ନେଇଥା’ନ୍ତି । ତୁମେମାନେ ମଧ୍ୟ ଶକ୍ତି ନେଉଛ । ବାବା
ବୁଝାଇଛନ୍ତି, ଏଥିରେ କୃପା ବା ଆଶୀର୍ବାଦର କିଛି କଥା ନାହିଁ । ବାବାଙ୍କ ସ୍ମୃତିରେ ରହି ଶକ୍ତି
ନେଇ ଚାଲ । ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ତୁମର ବିକର୍ମ ବିନାଶ ହେବ ଏବଂ ତୁମେ ଶକ୍ତିବାନ
ହୋଇ ଚାଲିବ । ଶିବଙ୍କର ଶକ୍ତିସେନାମାନେ ଏତେ ସର୍ବଶକ୍ତିବାନ ଥିଲେ ଯେ ପୁରୁଣା ଦୁନିଆକୁ ବଦଳାଇ
ନୂଆକରି ଗଢି ଦେଲେ । ତୁମେ ଜାଣିଛ ଯେ ଆମେ ଯୋଗବଳ ଦ୍ୱାରା ଏଇ ପୁରୁଣା ଦୁନିଆକୁ ବଦଳାଉଛୁ ।
ଆଙ୍ଗୁଳି ଦ୍ୱାରା ମଧ୍ୟ ମନୁଷ୍ୟମାନେ ଉପରକୁ ଈସାରା କରିଥାନ୍ତି ଯେ ଆଲ୍ଲାଙ୍କୁ, ଗଡ୍ଙ୍କୁ
ମନେପକାଅ । ପିଲାମାନେ ଏବେ ବୁଝୁଛନ୍ତି - ବାବାଙ୍କର ସ୍ମୃତି ଦ୍ୱାରା ଏହି ପଥରର ପାହାଡ ଅର୍ଥାତ୍
ଦୁନିଆ ବଦଳି ଯିବ । ଏବେ ଆମେ ପରିସ୍ତାନ ସ୍ଥାପନ କରୁଛୁ । ବାବା ସନ୍ତାନମାନଙ୍କୁ ବୁଝାଉଛନ୍ତି -
ପ୍ରଦର୍ଶନୀରେ ଖୁବ୍ ସେବା କର, ପରିଶ୍ରମ କର, ଯେତେବେଳେ ସମୟ ମିଳୁଛି ବସି ଶିଖ । ଏହା ବହୁତ ସହଜ
। ସନ୍ତାନମାନଙ୍କୁ ବିଭିନ୍ନ ପ୍ରକାରର ଶିକ୍ଷା ମିଳି ଚାଲିଛି । ପ୍ରତ୍ୟେକଙ୍କର କର୍ମର ହିସାବ
ରହିଛି । କନ୍ୟାମାନଙ୍କର କର୍ମ ହେଉଛି ଶ୍ରେଷ୍ଠ । ଯେଉଁମାନଙ୍କର ବିବାହ ହୋଇ ଯାଇଛନ୍ତି, ସେମାନେ
କହୁଛନ୍ତି - ଯଦି ଏହି ସମୟରେ ଆମେ କନ୍ୟା ହୋଇଥାନ୍ତୁ ତେବେ ଏହି ସବୁ ଜଞ୍ଜୀରରୁ ମୁକ୍ତ ହୋଇ,
ମୁକ୍ତ ବିହଙ୍ଗ ହୋଇଥାଆନ୍ତୁ । କନ୍ୟାମାନେ ମୁକ୍ତ ବିହଙ୍ଗ ଅଟନ୍ତି । କିନ୍ତୁ ଖରାପ ସଙ୍ଗ ଦ୍ୱାରା
ନଷ୍ଟ ହୋଇ ଯାଇଥା’ନ୍ତି । ସ୍ତ୍ରୀର ସ୍ୱାମୀ, ସନ୍ତାନ ଆଦିଙ୍କର କେତେ ଜଞ୍ଜୀର ଅଛି, ଏଥିରେ
ପ୍ରଥା-ପରମ୍ପରା ଆଦିର କେତେ ବନ୍ଧନ ରହିଛି । କନ୍ୟାମାନଙ୍କର କିଛି ବନ୍ଧନ ନାହିଁ । ଏବେ ବମ୍ବେରେ
ମଧ୍ୟ କନ୍ୟାମାନେ ପ୍ରସ୍ତୁତ ହେଉଛନ୍ତି । କହୁଛନ୍ତି ଆମେ ଆମର ପ୍ରାନ୍ତକୁ ନିଜେ ହିଁ ସମ୍ଭାଳିବୁ
। ସମସ୍ତେ ନିଜ ପ୍ରାନ୍ତ ପାଇଁ କେତେ ପରିଶ୍ରମ କରୁଛନ୍ତି । କହୁଛନ୍ତି ଆମର ଗୁଜୁରାଟ, ଆମର ୟୁ.ପି....ବର୍ତ୍ତମାନ
ତୁମେମାନେ ନିଜର ସ୍ୱରାଜ୍ୟ ନେଉଛ, ଏଥିରେ ମୁଁ ଅମୁକ, ଅମୁକ ପ୍ରାନ୍ତର, ଏହି ଭାବନା ମଧ୍ୟ ନ ରହୁ
। ତୁମେ କାହା ପ୍ରତି ଈର୍ଷା କରିବା ମଧ୍ୟ ଉଚିତ୍ ନୁହେଁ । କାହାର ଅବଗୁଣ ଆଦି ଦେଖି ମୁଣ୍ଡ ଖରାପ
କରିବା ଉଚିତ୍ ନୁହେଁ । ନିଜକୁ ଦେଖିବା ଦରକାର ଯେ, ମୁଁ କେତେ ଆତ୍ମାମାନଙ୍କୁ, ଭଉଣୀ ଭାଇମାନଙ୍କୁ
ସୁଖର ରାସ୍ତା ଦେଖାଇଛି । ଯଦି ରାସ୍ତା ଦେଖାଇ ନାହିଁ, ତେବେ କୌଣସି କାମର ନୁହେଁ । ବାବାଙ୍କ
ହୃଦୟରେ ବସିପାରିବି ନାହିଁ । ଯଦି ବାପଦାଦାଙ୍କର ହୃଦୟରେ ନ ବସିଲି ତେବେ ସିଂହାସନରେ ମଧ୍ୟ
ବସିପାରିବି ନାହିଁ । ବାବା ଜାଣିଛନ୍ତି - କେତେକ ସନ୍ତାନମାନଙ୍କର ସେବା ପ୍ରତି ବହୁତ ଆଗ୍ରହ ଅଛି
। ଟିକେ ବି ଦେହର ଅଭିମାନ ନାହିଁ । କେହି କେହି ତ ବହୁତ ଅହଂକାରରେ ରହୁଛନ୍ତି । ଭାବୁଛନ୍ତି ନିଜ
ଉପରେ ନୁହେଁ, ଆମେ ବାବାଙ୍କ ଉପରେ କୃପା କରିଛୁ । କେବେହେଲେ ବି କାହାର ଅବଗୁଣକୁ ଦେଖିବା
ଅନୁଚିତ । ଅମୁକ ଏପରି, ଏପରି କରୁଛନ୍ତି । ଆଜିକାଲି ଏପରି ବି ଚତୁର ପିଲାମାନେ ଅଛନ୍ତି, ଯିଏ ଜଣେ
ଅନ୍ୟ ଜଣଙ୍କର ଅପସେବାର ଆଲୋଚନା କରୁଛନ୍ତି । ଅମୁକ ଏପରି କରୁଛି, ସିଏ ଏପରି ଅଟେ । ଆରେ, ତୁମେ
ନିଜ ସେବା କର । ସେବାରେ ଲିପ୍ତ ରହିବା ହେଉଛି ବ୍ରାହ୍ମଣ ସନ୍ତାନମାନଙ୍କର କାମ । ବାବା
ପ୍ରତ୍ୟକ୍ଷରେ ବସିଛନ୍ତି, ବାବାଙ୍କ ପାଖକୁ ସବୁ ସମାଚାର ଆସୁଛି । ପ୍ରତ୍ୟେକଙ୍କର ଅବସ୍ଥାକୁ ବାବା
ଜାଣନ୍ତି । ସେବାର ଆଗ୍ରହ ଦେଖି ମହିମା ମଧ୍ୟ କରନ୍ତି । ସନ୍ତାନମାନଙ୍କ ଭିତରେ ସେବାର ଉତ୍ସାହ
ଆସିବା ଦରକାର । ଏହି ଆତ୍ମିକ ସେବା ଦ୍ୱାରା ପ୍ରତ୍ୟେକଙ୍କୁ ନିଜର କଲ୍ୟାଣ କରିବାର ଅଛି । ବିନାଶୀ
ଧନ୍ଦା ଆଦି ତ ଜନ୍ମ-ଜନ୍ମାନ୍ତର କରି ଆସିଛ । ଏହି ଆତ୍ମିକ ଧନ୍ଦା କେହି ବିରଳ ବ୍ୟାପାରୀ କରିବେ
। ବାବା ସେବାର ବହୁତ ସହଜ ଉପାୟ ବୁଝାଉଛନ୍ତି । କେବେହେଲେ ବି ଅନ୍ୟର ନିନ୍ଦା କର ନାହିଁ ।
ଏହିପରି ବହୁତ କରୁଛନ୍ତି । ବହୁତ ବଡ ବଡ ମହାରଥୀମାନଙ୍କୁ ମଧ୍ୟ ମାୟା ନାକରୁ ଧରି ପକାଇଥାଏ ।
ବାବାଙ୍କୁ ମନେ ନ ପକାଇଲେ ମାୟା ଧରି ନେବ । ବାବା ମଧ୍ୟ କହୁଛନ୍ତି ନା - ସାଧାରଣ ଶରୀରରେ
ଆସୁଥିବାର ଦେଖି ମୋତେ ଚିହ୍ନିପାରୁ ନାହାଁନ୍ତି । ବାବାଙ୍କୁ ମଧ୍ୟ ପରାମର୍ଶ ଦେଉଛନ୍ତି ଯେ
ଏହିପରି କରିବା ଉଚିତ୍ । ଏହିଭଳି ପିଲାମାନଙ୍କୁ ଯଦି ବାବା ଟିକିଏ କିଛି ବି କରିବେ, ତେବେ ସେମାନେ
ବିରୋଧୀ ହୋଇଯିବେ । ବାବାଙ୍କ ପାଖକୁ ମଧ୍ୟ ନିଜର ମତାମତ ପଠାଇ ଦେଉଛନ୍ତି । କଥାରେ ଅଛି ନା -
ଚୁହେ ଲଦି.....ଅର୍ଥାତ୍ ମୂଷାକୁ ହଳଦି ଗଣ୍ଠି ମିଳିଗଲେ ଭାବି ନିଏ କି (ମୁଁ ହେଉଛି ବହୁତ ବଡ
ବ୍ୟାପାରୀ) ଏକଥା ବୁଝନ୍ତି ନାହିଁ ଯେ ମୁଁ ଅପସେବା କରୁଛି । ଅନେକଙ୍କ ଦ୍ୱାରା ତ ଭୂଲ୍
ହୋଇଚାଲିଛି । ବାକି ଅବସ୍ଥା କେବେ ଉଚ୍ଚ, କେବେ ନୀଚ, ଏହିପରି ଚାଲି ଆସୁଛି । ପ୍ରତ୍ୟେକେ ନିଜ
ଅବସ୍ଥାକୁ ଦେଖିବା ଉଚିତ୍ । ବିବେକବାନ୍ ସଚ୍ଚୋଟ ସନ୍ତାନମାନେ ନିଜର ଅବସ୍ଥା ବିଷୟରେ ତୁରନ୍ତ
କହିଦେଇଥା’ନ୍ତି । କେହି ତ ନିଜର ଭୂଲ୍କୁ ଲୁଚାଇ ଦିଅନ୍ତି, ଏଥିରେ ବହୁତ ନିରହଂକାରୀପଣ ଦରକାର
। ସେବାର ବୃଦ୍ଧିରେ ଲାଗିଯିବା ଉଚିତ୍ । ସର୍ବଦା ଏହି ଧ୍ୟାନ ରହିବା ଉଚିତ୍ - ମୁଁ ଯେପରି କର୍ମ
କରିବି, ମୋତେ ଦେଖି ଅନ୍ୟମାନେ କରିବେ । ଯଦି ମୁଁ କାହାର ନିନ୍ଦା କରିବି, ତେବେ ଅନ୍ୟମାନେ ମଧ୍ୟ
ତାହା କରିବାକୁ ଲାଗି ପଡିବେ । ବହୁତଙ୍କର ଏହା ସ୍ମରଣ ରହୁନାହିଁ । ବାବା ବୁଝାଉଛନ୍ତି - ତୁମେ
ନିଜର ସେବାରେ ଲାଗି ଯାଅ । ନଚେତ୍ ବହୁତ ଅନୁତାପ କରିବ । ଶତ୍ରୁ ବି ବହୁତ ହୋଇଥାନ୍ତି ।
ତୁମେ ଏବେ ଶୁଦ୍ରରୁ ପରିବର୍ତ୍ତିତ ହୋଇ ବ୍ରହ୍ମା ମୁଖ ବଂଶାବଳୀ ବ୍ରାହ୍ମଣ ହୋଇଗଲ । ଯାହାଙ୍କ
ଭିତରେ ୫ ବିକାର ଅଛି, ସିଏ ହେଉଛନ୍ତି ଅସୁର ସମ୍ପ୍ରଦାୟର, ତୁମେ ହେଉଛ ଦୈବୀ ସମ୍ପ୍ରଦାୟ । ତୁମେ
ଦେବତା ହେବା ପାଇଁ ବିକାରଗୁଡିକ ଉପରେ ବିଜୟୀ ହେଉଛ । ଦେବତାମାନେ ତ ଏଠାରେ ନାହାଁନ୍ତି ।
ସତ୍ୟଯୁଗରେ ଦେବତାମାନେ ରହିବେ । ତୁମେ ଏବେ ଦୈବୀ ସମ୍ପ୍ରଦାୟର ହେଉଛ ।
ଏବେ ତୁମ୍ଭ ସନ୍ତାନମାନଙ୍କୁ ବୁଝାଇବା ପାଇଁ ସୁଯୋଗ ମିଳୁଛି । ପ୍ରଦର୍ଶନୀରେ ବୁଝାଇଚାଲ ।
ପ୍ରଦର୍ଶନୀ, ମେଳାରେ ପ୍ରତ୍ୟେକଙ୍କର ନାଡି କିପରି ଅଛି ଜଣା ପଡିଯାଏ । ପ୍ରୋଜେକ୍ଟରରେ ତ କାହାକୁ
ବୁଝାଇ ପାରିବ ନାହିଁ । ସମ୍ମୁଖରେ ବୁଝାଇଲେ ହିଁ ବୁଝିପାରିବେ । ପ୍ରଦର୍ଶନୀ ମେଳା ହେଉଛି
ସବୁଠାରୁ ଭଲ ଜିନିଷ, ସେଥିରେ ଲେଖି ବି ପାରିବ । ପ୍ରଦର୍ଶନୀ ମେଳା ପ୍ରତି ଆଗ୍ରହ ରହିବା ଉଚିତ୍
। ପ୍ରତିଦିନ ପଢିଲେ ହିଁ ନିଶା ରହିବ । ବନ୍ଧନରେ ଥିଲେ ଘରେ ରହି ବାବାଙ୍କୁ ମନେପକାଇଚାଲ, ତେବେ
ବିକର୍ମ ବିନାଶ ହୋଇଯିବ । ଘରେ ବସି ମନେପକାଇବା ମଧ୍ୟ ଭଲ । କିନ୍ତୁ ବାବାଙ୍କୁ ମନେ ପକାଇବା -
ଏହା ସନ୍ତାନମାନଙ୍କ ପାଇଁ ବଡ କଷ୍ଟକର କଥା ହୋଇଯାଇଛି । ବାବା, ଯାହାଙ୍କ ଦ୍ୱାରା ୨୧ ଜନ୍ମର
ସ୍ୱର୍ଗର ସମ୍ପତ୍ତି ମିଳୁଛି, ତାଙ୍କୁ ମନେ ପକାଉ ନାହାନ୍ତି । ବହୁତ ଉଚ୍ଚକୋଟୀର ଭାଷଣ କରୁଥିବା
ମହାରଥୀମାନେ ମଧ୍ୟ ବାବାଙ୍କୁ ମନେ ପକାଉ ନାହାଁନ୍ତି । ସେମାନେ ସକାଳୁ ମଧ୍ୟ ଉଠି ପାରନ୍ତି ନାହିଁ
। ଯଦି ବା ଉଠନ୍ତି, ତେବେ ବସି ଢୁଳାଇଥା’ନ୍ତି । ମନେ ପକାଇବା ପାଇଁ ସକାଳ ସମୟ ହିଁ ବହୁତ ଭଲ ।
ଭକ୍ତି ମାର୍ଗରେ ମଧ୍ୟ ସକାଳୁ ଉଠି ସ୍ମରଣ କରିବାରେ ଲାଗିଯାଇଥାଆନ୍ତି । ତାଙ୍କର ତ ହେଉଛି ପତନର
କଳା । ଏଠାରେ ତ ଉନ୍ନତି କଳାର କଥା ରହିଛି । ମାୟା କେତେ ବିଘ୍ନ ପକାଉଛି । ସକାଳୁ ଉଠି ବାବାଙ୍କୁ
ମନେ ନ ପକାଇଲେ ଧାରଣା କିପରି ହେବ, ବିକର୍ମ ବିନାଶ କିପରି ହେବ । ବାକି କେବଳ ମୁରଲୀ ଶୁଣାଇବା,
ଏହା ତ ଛୋଟ ପିଲାମାନେ ମଧ୍ୟ ଶିଖି କରି ବୁଝାଇବାରେ ଲାଗିପଡନ୍ତି । ଏହି ପାଠପଢା ବଡମାନଙ୍କ ପାଇଁ
। ଏହା କେତେ ବଡ ବିଶ୍ୱ ବିଦ୍ୟାଳୟ । ଆମକୁ କିଏ ପାଠପଢାଉଛନ୍ତି - ଏହି ନିଶା ପିଲାମାନଙ୍କର ରହୁ
ନାହିଁ । ଯଦି ମାୟା କାହାକୁ ଧୋକା ଦେଉଛି, ତେବେ ଆମେ ତାଙ୍କୁ ନ ଦେଖି ବାବାଙ୍କ ସେବାରେ ମଜ୍ଜି
ରହିବା ଉଚିତ୍ । ବାବାଙ୍କ ପାଖକୁ ସବୁ ସମାଚାର ଆସୁଛି । କେହି କେହି ଦେହ-ଅଭିମାନରେ ଆସି ଭାବନ୍ତି
ଯେ ଇଏ ଏପରି କରୁଛନ୍ତି, ଏମିତି କରୁଛନ୍ତି, ସେମାନେ ଅନ୍ୟମାନଙ୍କର ହିଁ ନିନ୍ଦା କରି ସମୟ ନଷ୍ଟ
କରିଥା’ନ୍ତି । ତୁମର କାମ ହେଉଛି ସେବାରେ ରହିବା । ଯଦି ମନରେ କିଛି କଥା ଆସୁଛି, ତେବେ ବାବାଙ୍କୁ
ସୂଚନା ଦେଇ ଦେଲ, ବାସ୍ । ପରଚିନ୍ତନ କରିବା ଉଚିତ୍ ନୁହେଁ । ସନ୍ତାନମାନେ ସେବାରେ ଦିନ-ରାତି
ଲାଗି ରହିବା ଉଚିତ୍ । ଏହା ହିଁ ତୁମର ଧନ୍ଦା ଅଟେ । ସବୁଦିନ ପ୍ରଦର୍ଶନୀରେ ଏହିକଥା ବୁଝାଅ ଯେ,
ଇଏ ଶିବବାବା, ଇଏ ପ୍ରଜାପିତା ବ୍ରହ୍ମା । କଳ୍ପ ପୂର୍ବେ ମଧ୍ୟ ପ୍ରଜାପିତା ବ୍ରହ୍ମାଙ୍କର ଗାୟନ
ହୋଇଛି । ଶିବବାବା ପ୍ରଜାପିତା ବ୍ରହ୍ମାଙ୍କ ଦ୍ୱାରା ମନୁଷ୍ୟ ସୃଷ୍ଟି ରଚନା କରୁଛନ୍ତି । ଏପରି
ନୁହେଁ କି ସୃଷ୍ଟିରେ ମନୁଷ୍ୟ ହିଁ ନ ଥିଲେ । ମନୁଷ୍ୟ ସୃଷ୍ଟି ରଚନା କରୁଛନ୍ତି ଅର୍ଥାତ୍ କଣ୍ଟାକୁ
ଫୁଲ କରୁଛନ୍ତି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ରଚନା କରୁଛନ୍ତି, ତେବେ କ’ଣ ଉପରେ
ସୃଷ୍ଟି ରଚନା କରିବେ । ବ୍ରହ୍ମା ତ ଏହିଠାରେ ରହିବେ ନା । କେତେ ସ୍ପଷ୍ଟ ଭାବରେ ବୁଝାଇ ଦିଆଯାଉଛି
।
ବାବା କହୁଛନ୍ତି - ମୁଁ ବହୁତ ଜନ୍ମର ଶେଷ ଜନ୍ମରେ ପ୍ରବେଶ କରି ମନୁଷ୍ୟମାନଙ୍କୁ ଦେବତା କରାଉଛି
। ତେଣୁ ସନ୍ତାନମାନଙ୍କୁ ସେବାରେ ରାତି-ଦିନ ପରିଶ୍ରମ କରିବାକୁ ହେବ । ଧନ୍ଦା ଆଦିରୁ କିଛି ସମୟ
ବାହାର କରି ଏହି ସେବାରେ ଲାଗିଯିବା ଉଚିତ୍ । ଏପରି ନୁହେଁ ଯେ ସମୟ ମିଳୁନାହିଁ । ଯଦି ବେମାରରେ
ପଡିଗଲେ ତେବେ କ’ଣ କହିବ ଯେ ଫୁର୍ସତ୍ ନାହିଁ! ତେଣୁ ପୁରୁଷାର୍ଥ କରିବା ଆବଶ୍ୟକ । ପ୍ରେରଣା
ଦ୍ୱାରା କିଛି ବି ହୋଇ ପାରିବ ନାହିଁ । ଯଦି ଭଗବାନଙ୍କର ପ୍ରେରଣା ଦ୍ୱାରା କାମ ହୋଇପାରିବ ନାହିଁ,
ତେବେ ଅନ୍ୟମାନଙ୍କର ପ୍ରେରଣାରେ କାମ କିପରି ହେବ । ଭାବୁଛନ୍ତି ଯେ ଭଗବାନ କ’ଣ ନ କରି ପାରିବେ ।
ମରିଯାଇଥିବା ବ୍ୟକ୍ତିକୁ ବଞ୍ଚାଇ ଦେଇପାରିବେ । ଆରେ, ଭଗବାନଙ୍କୁ ତୁମେ କହୁଛ, ହେ ପତିତ-ପାବନ
ଆସ, ଆମକୁ ପତିତରୁ ପାବନ କର, ତା’ ଛଡା ଆଉ କିଛି କଥା ନାହିଁ । ଏହିପରି କ’ଣ କହୁଛନ୍ତି ଯେ, ଆସି
ମୁର୍ଦାରକୁ ବଞ୍ଚାଇ ଦିଅ । ସିଏ ହେଉଛନ୍ତି ପତିତ ପାବନ । ଭାରତ ପାବନ ଥିଲା ନା । ବାବା କହୁଛନ୍ତି
- ମୁଁ କଳ୍ପ-କଳ୍ପ ଆସି ପାବନ କରାଉଛି । ପୁଣି ମାୟା ଆସି ପତିତ କରାଉଛି । ଏବେ ପୁଣି ପାବନ କରିବା
ପାଇଁ ମୁଁ ଆସିଛି । କେତେ ସହଜ କଥା ବତାଉଛନ୍ତି । ବୈଦ୍ୟ ଲୋକମାନେ ଜଡି ବୁଟି ଦ୍ୱାରା ବଡ ବଡ
ରୋଗକୁ ମଧ୍ୟ ଠିକ୍ କରି ଦିଅନ୍ତି, ତା’ ପରେ ତାଙ୍କର ମହିମା ମଧ୍ୟ ହୋଇଥାଏ । କାହାକୁ ସନ୍ତାନ ବା
ଧନ ମିଳିଲେ କହିବେ ଯେ ଗୁରୁଙ୍କର କୃପା ହେଲା । ଆଚ୍ଛା, ଯଦି ସନ୍ତାନ ମରିଗଲା, ତେବେ କହିବେ
ଭାଗ୍ୟରେ ଥିଲା । ଏବେ ଏହିସବୁ କଥାକୁ ତୁମେ ସନ୍ତାନମାନେ ବୁଝୁଛ । ସନ୍ନ୍ୟାସୀମାନେ ପବିତ୍ର
ହୋଇଥା’ନ୍ତି, ତେଣୁ ତାଙ୍କର ମହିମା ହୋଇଥାଏ । କିନ୍ତୁ ସେମାନେ ହେଉଛନ୍ତି ହଠଯୋଗୀ, ସେମାନେ
ରାଜଯୋଗ ଶିଖାଇ ପାରିବେ ନାହିଁ । ସେମାନେ ସନ୍ନ୍ୟାସୀ, ଆମେ ଗୃହସ୍ଥୀ, ପୁଣି ଆମେ ନିଜକୁ ତାଙ୍କର
ଫଲୋଅର୍ (ଅନୁଗାମୀ) ବୋଲି କିପରି କହି ପାରିବା । ବାବା ତ କହୁଛନ୍ତି ସନ୍ତାନମାନଙ୍କୁ
ସମ୍ପୂର୍ଣ୍ଣ ଅନୁସରଣ କରିବାର ଅଛି - ମନ୍ମନାଭବ । ମୋତେ ମନେପକାଇଲେ ତୁମେ ପବିତ୍ର ହୋଇଯିବ ଏବଂ
ମୋ ସାଥିରେ ଘରକୁ ଯିବ । ମୁଁ ତ ସଦା ପବିତ୍ର ଅଟେ । ମନୁଷ୍ୟମାନେ ପତିତ କରିଥା’ନ୍ତି, ବାବା ଆସି
ପାବନ କରୁଛନ୍ତି । ସେ ପବିତ୍ରତା, ଶାନ୍ତି, ସୁଖର ସାଗର ଅଟନ୍ତି । ତୁମକୁ ମଧ୍ୟ ଏହିପରି
ଗଢୁଛନ୍ତି । ତୁମେ ଯୋଗବଳ ଦ୍ୱାରା ଆତ୍ମାକୁ ପବିତ୍ର କରୁଛ । ତୁମେ ଜାଣିଛ ଯେ ଆମକୁ ବହୁତ
ସୁନ୍ଦର ଶରୀର ମିଳିବ । ମନୁଷ୍ୟକୁ ବାସ୍ତବରେ ଦେବତା କରିବାର ଅଛି । ଏପରି ନୁହେଁ ଯେ କେବଳ
ଦେବତାଙ୍କର କପଡା ଆଦି ପିନ୍ଧି ଦେବ, ତେବେ କ’ଣ ହେବ, ନିଜ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବାର ଅଛି
। ଯେମିତି ଦେହ-ଅଭିମାନ ନ ଆସୁ । ବାବା, ଆମେ ତ ଆପଣଙ୍କଠାରୁ ସମ୍ପତ୍ତି ନେଇ କରି ହିଁ ଛାଡିବୁ ।
ତୁମେ ମଧ୍ୟ କହୁଛ ଆମେ ଭାରତକୁ ନିଶ୍ଚିତ ଶ୍ରେଷ୍ଠାଚାରୀ କରି ଛାଡିବୁ । ନିଶ୍ଚୟବୁଦ୍ଧିମାନେ ହିଁ
ଏହିକଥା କହିଥା’ନ୍ତି ନା । କେତେକ ତ କହୁଛନ୍ତି ଏତିକି ଅଳ୍ପ ସମୟ ମଧ୍ୟରେ କିପରି ହେବ ।
ବାସ୍ତବରେ ଏହି ସଂଶୟ କେବେହେଲେ ବି ଆଣିବା ଉଚିତ୍ ନୁହେଁ । ସଂଶୟରେ ଆସିଲେ, ପୁଣି ସେବାରେ
ଅଳସୁଆ ହୋଇଯାଆନ୍ତି । ସମୟ ବହୁତ କମ୍ ଅଛି । ଯେତେ ହୋଇପାରେ ପୁରୁଷାର୍ଥ ଅଧିକ କରିବା ଆବଶ୍ୟକ ।
କେଉଁଠାରେ ଲଢେଇ ଆଦିର କିଛି ହଙ୍ଗାମା ହୋଇଗଲେ ଦେଖିବ କେତେ ପରିଶ୍ରମ ଅର୍ଥାତ୍ ପୁରୁଷାର୍ଥ
କରିବାରେ ଲାଗିପଡିବେ । ଭାବୁଛନ୍ତି ଯେ - ଯଦି ଆମେ ସମ୍ପୂର୍ଣ୍ଣ ବାବାଙ୍କ ସ୍ମୃତିରେ ନ ରହିବୁ,
ସେ ସମୟରେ ତୀବ୍ର ପୁରୁଷାର୍ଥ ତ କରିପାରିବୁ ନାହିଁ । ସେ ସମୟରେ ତ ବହୁତ ବିପତ୍ତି ଆଦି ଆସିବ,
ତେଣୁ ବାବା କହୁଛନ୍ତି, ଯେତେଦୂର ସମ୍ଭବ ତୀବ୍ର ବେଗରେ ଆଗକୁ ବଢିଚାଲ । ଏହା ହେଉଛି
ଆତ୍ମାମାନଙ୍କର ପ୍ରତିଯୋଗିତା । ବାବା କେତେ ସ୍ପଷ୍ଟ ଭାବରେ ବୁଝାଉଛନ୍ତି । ଲକ୍ଷ୍ୟ ସ୍ଥଳରେ
ପହଞ୍ଚି ଅର୍ଥାତ୍ ବାବାଙ୍କ ଘରକୁ ଯାଇ, ପୁଣି ନୂଆ ଦୁନିଆକୁ ଆସିବାର ଅଛି । ଏହା ବହୁତ ବଢିଆ ଦୌଡ
ପ୍ରତିଯୋଗିତା । ବାବା କହୁଛନ୍ତି - ମୋତେ ଛୁଇଁ କରି ଅର୍ଥାତ୍ ମୂଳବତନକୁ ଯାଇ ପୁଣି ସ୍ୱର୍ଗକୁ
ଆସିବାର ଅଛି । ଯିଏ ଯୋଗ ଯୁକ୍ତ ହୋଇ ରହିବେ, ସେମାନେ ପ୍ରଥମେ ପ୍ରଥମେ ଆସିବେ । ଆଶା ରଖିଥା’ନ୍ତି,
ଆମେ ମୁକ୍ତଧାମକୁ ଯିବା । ତେଣୁ ବାବା କହୁଛନ୍ତି, ମୋତେ ମନେ ପକାଅ, ତାହା ହେଲେ ମୁକ୍ତିଧାମକୁ
ଚାଲିଯିବ । ମୁକ୍ତିଧାମ ତ ସମସ୍ତଙ୍କର ପସନ୍ଦ, ପୁଣି ଅଭିନୟ କରିବା ପାଇଁ ଏଠାକୁ ଆସିବ । କାହାକୁ
ବି ମୋକ୍ଷ ମିଳୁ ନାହିଁ । ଈଶ୍ୱରୀୟ ଇତିହାସ-ଭୂଗୋଳରେ ମୋକ୍ଷର ଅକ୍ଷର ହିଁ ନାହିଁ । ଗୋଟିଏ
ସେକେଣ୍ଡରେ ତୁମକୁ ଜୀବନମୁକ୍ତି ମିଳୁଛି, ଅନ୍ୟ ସମସ୍ତେ ମୁକ୍ତ ହୋଇଯିବେ । ଏହି ରାବଣ ରାଜ୍ୟରୁ
ମୁକ୍ତ ହେବାର ହିଁ ଅଛି, ଯିଏ ପୁରୁଷାର୍ଥ କରିବ, ସିଏ ଉଚ୍ଚ ପଦ ପାଇବ । ସନ୍ତାନମାନଙ୍କୁ ବହୁତ
ମିଠା ହେବାର ଅଛି । ତୁମର ସ୍ୱଭାବ ବହୁତ ମଧୁର ହେବା ଉଚିତ୍ । କ୍ରୋଧୀ ହେବାର ନାହିଁ,
ଦୁର୍ବାସାଙ୍କର ନାମ ରହିଛି ନା । ଏହି ରାଜଋଷିମାନଙ୍କ ମଧ୍ୟରେ ବି କେତେକ ଏହିପରି ଅଛନ୍ତି ।
ସର୍ବଦା ନିଜ ହୃଦୟ ଉପରେ ହାତ ରଖିବା ଉଚିତ୍ ଯେ ମୁଁ କ’ଣ କରୁଛି! ଏହା ଦ୍ୱାରା ମୋତେ କେଉଁ ପଦ
ମିଳିବ! ଯଦି ସେବା କରୁ ନାହଁ, ଅନ୍ୟକୁ ନିଜ ଭଳି କରୁ ନାହିଁ, ତେବେ କି ପଦ ମିଳିବ । ଅଳ୍ପ
ପ୍ରାପ୍ତିରେ ସନ୍ତୁଷ୍ଟ ହେବା ଉଚିତ୍ ନାହିଁ । ବାବା କହୁଛନ୍ତି - ମୁଁ ସନ୍ତାନମାନଙ୍କୁ
ସମ୍ପୂର୍ଣ୍ଣ ବାଦଶାହୀ ଦେବା ପାଇଁ ଆସିଛି । ତେବେ ସାହାସ ରଖି ଦେଖାଇବା ଉଚିତ୍ । କେବଳ କଥାରେ ତ
ଚଳିବ ନାହିଁ । ବାବାଙ୍କ ସେବାରେ ତ ଅସ୍ଥି ମଧ୍ୟ ଦେବାର ଅଛି । ଏହିପରି ସେବା କରୁଛନ୍ତି ମଧ୍ୟ,
କିନ୍ତୁ ଦେହ-ଅଭିମାନ ଆସିବା ଦ୍ୱାରା ନିଶା ଆସି ଯାଉଛି ଏବଂ ତଳକୁ ଖସି ପଡୁଛନ୍ତି । ମାୟା ମଧ୍ୟ
କମ୍ ମଲ୍ଲଯୋଦ୍ଧା ନୁହେଁ । ବାବାଙ୍କ ଶ୍ରୀମତରେ ନ ଚାଲିଲେ, ମାୟା ଯୁଦ୍ଧ କରିଥାଏ, ତେଣୁ
ବାବାଙ୍କୁ ଛାଡି ଦେଇଥା’ନ୍ତି । ବାବା ସୁଖଧାମର ମାଲିକ କରାଉଛନ୍ତି, ତେଣୁ ନିଜ ପ୍ରତି ଦୟା ଆସିବା
ଦରକାର । ବାବା ବହୁତ ସହଜ ପରାମର୍ଶ ଦେଉଛନ୍ତି । ମାୟାର ତୋଫାନ୍ ତ ବହୁତ ଆସିବ କିନ୍ତୁ ମହାବୀର
ହେବାର ଅଛି । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି
ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସେବାରେ
ଆଗ୍ରହ ରଖି ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାର ଅଛି । କାହାର ଅପସେବାର ଆଲୋଚନା କରିବାର
ନାହିଁ । ପରଚିନ୍ତନରେ ନିଜର ସମୟ ନଷ୍ଟ କରିବାର ନାହିଁ ।
(୨) ସଚ୍ଚୋଟ ଏବଂ
ନିରହଂକାରୀ ହୋଇ ସେବାକୁ ବଢାଇବାର ଅଛି । ସକାଳୁ-ସକାଳୁ ଉଠି ବାବାଙ୍କୁ ସ୍ନେହର ସହିତ
ମନେପକାଇବାର ଅଛି । ନିଜର କଥା ଏବଂ କାମକୁ ସମାନ କରିବାର ଅଛି ।
ବରଦାନ:-
ମନମନାଭବର
ସ୍ଥିତି ଦ୍ୱାରା ମନର ଭାବକୁ ଜାଣୁଥିବା ସଫଳତା ସ୍ୱରୂପ ଭବ ।
ଯେଉଁ ପିଲାମାନେ ସର୍ବଦା
ମନମନାଭବର ସ୍ଥିତିରେ ସ୍ଥିତ ରହିଥାଆନ୍ତି, ସେମାନେ ଅନ୍ୟମାନଙ୍କର ମନର ଭାବକୁ ମଧ୍ୟ ଜାଣିପାରନ୍ତି
। ମୁଖର ଭାଷା ଯାହା ବି ହୋଇଥାଉ କିନ୍ତୁ ତା’ର ଭାବ କ’ଣ, ତାକୁ ଜାଣିବାର ଅଭ୍ୟାସ କରିଚାଲ । ତେବେ
ସମସ୍ତଙ୍କର ମନର ଭାବକୁ ବୁଝିପାରିବା ଦ୍ୱାରା ସେମାନଙ୍କର ଯାହା ସବୁ ଆଶା ରହିଛି ବା ପ୍ରାପ୍ତିର
ଇଚ୍ଛା ଗୁଡିକ ରହିଛି, ସେଗୁଡିକୁ ପୂରଣ କରିପାରିବ । ଏହା ଦ୍ୱାରା ସେମାନେ ଅବିନାଶୀ ପୁରୁଷାର୍ଥୀ
ହୋଇଯିବେ । ତା’ପରେ ସେବାର ସଫଳତା ମଧ୍ୟ ଅଳ୍ପ ସମୟ ଭିତରେ ଅଧିକ ମିଳିବାର ଦେଖିବାକୁ ମିଳିବ ଏବଂ
ତୁମେମାନେ ପୁରୁଷାର୍ଥୀ ସ୍ୱରୂପ ପରିବର୍ତ୍ତେ ସଫଳତା ସ୍ୱରୂପ ହୋଇଯିବ ।
ସ୍ଲୋଗାନ:-
ଯଦି ଶୋଇବା
ସମୟରେ ସବୁ କିଛି ବାବାଙ୍କୁ ସମର୍ପି ଦେଇ ନିଜେ ଖାଲି ହୋଇଯିବ, ତେବେ ବ୍ୟର୍ଥ ବା ବିକାରୀ
ସ୍ୱପ୍ନ ଆସିବ ନାହିଁ ।
ଅବ୍ୟକ୍ତ ଈଶାରା:-
ଅପବିତ୍ରତାର ବୀଜକୁ ମଧ୍ୟ ସମାପ୍ତ କରି ସମ୍ପୂର୍ଣ୍ଣ ସ୍ୱଚ୍ଛ ଅର୍ଥାତ୍ ପବିତ୍ର ହୁଅ ।
ତୁମେ ଆତ୍ମାମାନେ
ବ୍ରାହ୍ମଣ ଜୀବନରେ ଏଭଳି ପବିତ୍ର ହେଉଛ ଯାହାକି ଶରୀରକୁ ମଧ୍ୟ ଏବଂ ପ୍ରକୃତିକୁ ମଧ୍ୟ ପବିତ୍ର
କରିଦେଉଛ ସେଥିପାଇଁ ଶରୀର ଏବଂ ଆତ୍ମା ଉଭୟ ପବିତ୍ର ଅଟନ୍ତି । ସମ୍ପୂର୍ଣ୍ଣ ପବିତ୍ରତାର ଅର୍ଥ
ହେଲା ଅପବିତ୍ରତାର ଅଂଶମାତ୍ର ମଧ୍ୟ ନ ଥିବ, କାହିଁକିନା ପବିତ୍ରତାର ମାତ୍ରା ଯେତିକି ଥିବ
ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ମଧ୍ୟ ସେତିକି ଥିବ । ଯଦି ପବିତ୍ରତା କମ ଅଛି, ତେବେ ବ୍ୟକ୍ତିତ୍ୱ
ମଧ୍ୟ କମ ଅଛି । ତେବେ ଏବେ ଏହି ପବିତ୍ରତାର ବ୍ୟକ୍ତିତ୍ୱ ସେବାକ୍ଷେତ୍ରରେ ମଧ୍ୟ ସହଜରେ ସଫଳତା
ପ୍ରାପ୍ତ କରାଇଦେବ ।