05.10.25 Avyakt Bapdada Odia Murli 03.03.2007 Om Shanti Madhuban
”ପରମାତ୍ମ ସଙ୍ଗରେ ରହି
ଜ୍ଞାନର ଅବିର, ଗୁଣ ଏବଂ ଶକ୍ତିର ରଙ୍ଗ ଲଗାଇବା ହିଁ ପ୍ରକୃତ ହୋଲୀ ପାଳନ କରିବା”
ଆଜି ବାପଦାଦା ନିଜର
ଶ୍ରେଷ୍ଠ ଭାଗ୍ୟଶାଳୀ ଏବଂ ଶ୍ରେଷ୍ଠ ପବିତ୍ର ପିଲାମାନଙ୍କ ସହିତ ହୋଲୀ ପାଳନ କରିବା ପାଇଁ
ଆସିଛନ୍ତି । ଦୁନିଆରେ ଲୋକମାନେ ତ ଯେକୌଣସି ଉତ୍ସବକୁ କେବଳ ପାଳନ କରୁଛନ୍ତି କିନ୍ତୁ ତୁମେ
ପିଲାମାନେ କେବଳ ପାଳନ କରୁ ନାହଁ, ପାଳନ କରିବା ଅର୍ଥ ସେହିଭଳି ହେବା । ତେଣୁ ତୁମେମାନେ ହୋଲୀ
ଅର୍ଥାତ୍ ପବିତ୍ର ଆତ୍ମା ହୋଇଯାଇଛ । ତେବେ ତୁମେ ସମସ୍ତେ କେଉଁଭଳି ଆତ୍ମା? ହୋଲୀ ଅର୍ଥାତ୍ ମହାନ
ପବିତ୍ର ଆତ୍ମା ଅଟ । ଦୁନିଆର ଲୋକମାନେ ତ ନିଜର ଶରୀରକୁ ସ୍ଥୂଳ ରଙ୍ଗ ଦ୍ୱାରା ରଙ୍ଗାଉଛନ୍ତି
କିନ୍ତୁ ତୁମେ ଆତ୍ମାମାନେ ନିଜକୁ ଅର୍ଥାତ୍ ଆତ୍ମାକୁ କେଉଁ ରଙ୍ଗରେ ରଙ୍ଗେଇଛ? ସବୁଠାରୁ ଭଲରୁ ଭଲ
ରଙ୍ଗ କ’ଣ? ଅବିନାଶୀ ରଙ୍ଗଟି କ’ଣ? ତୁମେ ସମସ୍ତେ ଜାଣିଛ ଏବଂ ସମସ୍ତେ ପରମାତ୍ମ ସଙ୍ଗର ରଙ୍ଗ
ଆତ୍ମାରେ ଲଗାଇଛ ଯାହାଦ୍ୱାରା ଆତ୍ମା ପବିତ୍ରତାର ରଙ୍ଗରେ ରଙ୍ଗେଇ ଯାଇଛି । ଏହି ପରମାତ୍ମ ସଙ୍ଗର
ରଙ୍ଗ କେତେ ମହାନ ଏବଂ କେତେ ସହଜ ଅଟେ ସେଥିପାଇଁ ପରମାତ୍ମ ସଙ୍ଗର ମହତ୍ୱର ପ୍ରତୀକ ରୂପରେ ଏବେ
ଅନ୍ତିମ ସମୟରେ ମଧ୍ୟ ସତ୍ସଙ୍ଗର ମହତ୍ୱ ରହିଛି । ତେବେ ସତ୍ସଙ୍ଗର ଅର୍ଥ ହେଲା ପରମାତ୍ମା
ପିତାଙ୍କର ସଙ୍ଗରେ ରହିବା, ଯାହାକି ସବୁଠାରୁ ମହାନ ମଧ୍ୟ ଅଟେ ଏବଂ ସର୍ବଶ୍ରେଷ୍ଠ ମଧ୍ୟ ଅଟେ ।
ତେବେ ଏହିଭଳି ସଙ୍ଗରେ ରହିବା କ’ଣ କଷ୍ଟକର ଅଟେ କି? ଏବଂ ଏହିଭଳି ସଙ୍ଗର ରଙ୍ଗରେ ରହିବା ଦ୍ୱାରା
ଯେପରି ପରମାତ୍ମା ଉଚ୍ଚରୁ ଉଚ୍ଚ ଅଟନ୍ତି ସେହିପରି ତୁମେ ପିଲାମାନେ ମଧ୍ୟ ଉଚ୍ଚରୁ ଉଚ୍ଚ ପବିତ୍ର
ମହାନ ଆତ୍ମା, ପୂଜ୍ୟ ଆତ୍ମା ହୋଇଯାଇଛ । ତେବେ ଏହି ଅବିନାଶୀ ସଙ୍ଗର ରଙ୍ଗ ତୁମକୁ ପ୍ରିୟ ଲାଗୁଛି
ନା! ଦୁନିଆରେ ଲୋକମାନେ କେତେ ଚେଷ୍ଟା କରୁଛନ୍ତି, ପୁଣି ବି ପରମାତ୍ମାଙ୍କର ସଙ୍ଗ ପ୍ରାପ୍ତ କରିବା
ତ ଦୂରର କଥା କେବଳ ମନେ ପକାଇବା ପାଇଁ ମଧ୍ୟ କେତେ ମେହନତ କରୁଛନ୍ତି । କିନ୍ତୁ ତୁମେ ଆତ୍ମାମାନେ
ବାବାଙ୍କୁ ଜାଣିଯାଇଛ ଏବଂ ଦିଲ୍ର ସହିତ କହିଛ “ମେରା ବାବା” । ବାବା ମଧ୍ୟ କହିଛନ୍ତି “ମେରେ
ବଚ୍ଚେ” ଯାହାଦ୍ୱାରା ସଙ୍ଗର ରଙ୍ଗ ଲାଗିଯାଇଛି । ତେବେ ବାବା ତୁମମାନଙ୍କୁ କେଉଁ ରଙ୍ଗ ଲଗାଇଛନ୍ତି?
ଜ୍ଞାନର ଅବିର ଲଗାଇଛନ୍ତି, ଗୁଣର ରଙ୍ଗ, ସର୍ବଶକ୍ତିର ରଙ୍ଗ ମଧ୍ୟ ଲଗାଇଛନ୍ତି ଯେଉଁ ରଙ୍ଗ ଦ୍ୱାରା
ତୁମେମାନେ ତ ଦେବତା ହୋଇଯାଇଛ କିନ୍ତୁ ଏବେ କଳିଯୁଗର ଶେଷ ସମୟ ପର୍ଯ୍ୟନ୍ତ ମଧ୍ୟ ତୁମମାନଙ୍କର
ପବିତ୍ର ମୂର୍ତ୍ତି ଗୁଡିକ ଦେବାତ୍ମା ରୂପରେ ପୂଜା ପାଉଛନ୍ତି । ଦୁନିଆରେ ପବିତ୍ର ଆତ୍ମା ମଧ୍ୟ
ବହୁତ ହେଉଛନ୍ତି, ମହାନ ଆତ୍ମା ମଧ୍ୟ ବହୁତ ହେଉଛନ୍ତି, ଧର୍ମାତ୍ମା ମଧ୍ୟ ବହୁତ ହେଉଛନ୍ତି କିନ୍ତୁ
ତୁମମାନଙ୍କର ପବିତ୍ରତା, ଦେବାତ୍ମା ରୂପରେ ଆତ୍ମା ମଧ୍ୟ ପବିତ୍ର ହେଉଛି ଏବଂ ଆତ୍ମା ସହିତ ଶରୀର
ମଧ୍ୟ ପବିତ୍ର ହେଉଛି । ତେବେ ଏତେ ଶ୍ରେଷ୍ଠ ପବିତ୍ରତା କିପରି ପ୍ରାପ୍ତ ହେଲା? କେବଳ ସଙ୍ଗର
ରଙ୍ଗ ଦ୍ୱାରା । ତୁମେ ସମସ୍ତେ ନିଶାର ସହିତ କହୁଛ, ଯଦି କେହି ତୁମମାନଙ୍କୁ ପଚାରିବ ପରମାତ୍ମା
କେଉଁଠି ରହୁଛନ୍ତି? ପରମଧାମରେ ନିଶ୍ଚିତ ରହୁଛନ୍ତି କିନ୍ତୁ ଏବେ ସଙ୍ଗମଯୁଗରେ ପରମାତ୍ମା
ତୁମମାନଙ୍କ ସହିତ କେଉଁଠି ରହୁଛନ୍ତି? ତେବେ ତୁମେମାନେ କ’ଣ ଉତ୍ତର ଦେବ? ପରମାତ୍ମାଙ୍କୁ ଏବେ ଆମ
ଭଳି ପବିତ୍ର ଆତ୍ମାମାନଙ୍କର ହୃଦୟ ସିଂହାସନ ହିଁ ଭଲ ଲାଗୁଛି । ଏହା ଠିକ୍ କଥା ନା? ତୁମମାନଙ୍କ
ଦିଲ୍ରେ ବାବା ଏବଂ ବାବାଙ୍କ ଦିଲ୍ରେ ତୁମେମାନେ ରହୁଛ । ତେବେ ଯେଉଁମାନେ ରହୁଛନ୍ତି ସେମାନେ
ହାତ ଉଠାନ୍ତୁ । ରହୁଛ ତ? (ସମସ୍ତେ ହାତ ଉଠାଇଲେ) ଆଚ୍ଛା! ବହୁତ ଭଲ କଥା । ତୁମେ ନିଶାର ସହିତ
କହୁଛ ପରମାତ୍ମାଙ୍କୁ ମୋ’ର ଦିଲ୍ ବ୍ୟତୀତ ଅନ୍ୟ କେଉଁଠି ବି ଭଲ ଲାଗୁ ନାହିଁ କାହିଁକି ନା ଯୁଗଳ
ରୂପରେ ରହୁଛ ନା! କ’ଣ ଯୁଗଳ ହୋଇ ରହୁଛ ତ! ତେବେ କେତେକ ପିଲା ଯୁଗଳ ରୂପରେ ରହୁଥିଲେ ମଧ୍ୟ
ସର୍ବଦା ବାବାଙ୍କର ସଙ୍ଗର ଲାଭ ଉଠାଉ ନାହାଁନ୍ତି । ସାଥୀ ତ କରିଦେଇଛନ୍ତି, ଏହା ମଧ୍ୟ ପକ୍କା ଅଟେ
। ଯଦି ମେରା ବାବା ବୋଲି କହିଛ ତେବେ ସାଥୀ ତ କରିଦେଇଛ କିନ୍ତୁ ସବୁ ସମୟରେ ସଙ୍ଗର ଅନୁଭବ
କରିବାରେ ଅନ୍ତର ଆସିଯାଉଛି । ଏଥିରେ ବାପଦାଦା ଦେଖୁଛନ୍ତି ପିଲାମାନେ କ୍ରମଅନୁସାରେ ଲାଭ
ଉଠାଉଛନ୍ତି । ତେବେ ଏହାର କାରଣ କ’ଣ? ତୁମେମାନେ ମଧ୍ୟ ଏହାକୁ ଭଲ ଭାବରେ ଜାଣିଛ ।
ବାପଦାଦା ତ ପୂର୍ବରୁ
ମଧ୍ୟ ଶୁଣାଇ ସାରିଛନ୍ତି, ଯଦି ଦିଲ୍ ଭିତରେ ରାବଣର କୌଣସି ପୁରୁଣା ସମ୍ପତ୍ତି, ପୁରୁଣା ସଂସ୍କାର
ରୂପରେ ରହିଯାଇଥିବ ତେବେ ରାବଣର ଜିନିଷ ତ ପର ଜିନିଷ ହେଲା ନା! ତେଣୁ ପର ଜିନିଷକୁ କେବେ ବି ନିଜ
ପାଖରେ ରଖନ୍ତି ନାହିଁ, ତାକୁ ବାହାର କରି ଦିଅନ୍ତି । କିନ୍ତୁ ବାପଦାଦା ଦେଖୁଛନ୍ତି, ଏବଂ
ବାର୍ତ୍ତାଳାପ କରିବା ବେଳେ ମଧ୍ୟ ଶୁଣୁଛନ୍ତି ଯେ ପିଲାମାନେ କହୁଛନ୍ତି ବାବା ମୁଁ କ’ଣ କରିବି,
ମୋ’ର ସଂସ୍କାର ହିଁ ଏହିପରି । ତେବେ କ’ଣ ଏହା ତୁମର ଅଟେ ଯାହାକି କହୁଛ ମୋର ସଂସ୍କାର । କ’ଣ
ଏଭଳି କହିବା ଠିକ୍ କି, ଏହା ମୋ’ର ପୁରୁଣା ସଂସ୍କାର, ମୋର ପୁରୁଣା ସ୍ୱଭାବ, ଏହା କ’ଣ ଠିକ୍ କଥା
? ଠିକ୍ କଥା? ଯେଉଁମାନେ ଭାବୁଛନ୍ତି ଏହା ଠିକ୍ କଥା ସେମାନେ ସେମାନେ ହାତ ଉଠାଅ । କେହି ଉଠାଉ
ନାହାଁନ୍ତି । ତେବେ କହୁଛ କାହିଁକି? କ’ଣ ଭୁଲ୍ରେ କହିଦେଉଛ କି? ଯେହେତୁ ତୁମେମାନେ ମରଜୀବା
ଜନ୍ମ ନେଇସାରିଛ ତେଣୁ ଏବେ ତୁମର ସାଙ୍ଗିଆ କ’ଣ? ପୁରୁଣା ଜନ୍ମର ସାଙ୍ଗିଆ ଅଛି ନା ବି.କେ.
ସାଙ୍ଗିଆ ଅଛି ? ତୁମର ସାଙ୍ଗିଆ କ’ଣ ଲେଖୁଛ? ବି.କେ ନା ଅମୁକ ଅମୁକ.... ଯେବେକି ମରଜୀବା
ହୋଇଯାଇଛ ତେବେ ପୁରୁଣା ସ୍ୱଭାବ ସଂସ୍କାରକୁ ମୋ’ର ସଂସ୍କାର କିପରି କହୁଛ, ଏହି ପୁରୁଣା ଗୁଡିକ ତ
ପରର ହୋଇଗଲା ନା! ମୋର ତ ନୁହେଁ ନା । ତେବେ ଏହି ହୋଲୀ ଉତ୍ସବରେ କିଛି ତ ଜଳାଇବ ନା! ହୋଲୀ
ଉତ୍ସବରେ ଜଳାଇବା ସହିତ ରଙ୍ଗ ମଧ୍ୟ ଲଗାଇଥାଆନ୍ତି । ତେଣୁ ତୁମେମାନେ ଏହି ହୋଲୀ ଉତ୍ସବରେ କ’ଣ
ଜଳାଇବ? ପୁରୁଣା ସଂସ୍କାରକୁ ମୋର ବୋଲି କହିବା - ଏହାକୁ ନିଜର ବ୍ରାହ୍ମଣ ଜୀବନର ଶବ୍ଦ କୋଷରୁ
ହିଁ ସମାପ୍ତ କରିଦିଅ । ଜୀବନ ମଧ୍ୟ ଏକ ଡିକ୍କିନାରୀ ଅର୍ଥାତ୍ ଶବ୍ଦ କୋଷ ଅଟେ ନା! ତେଣୁ ଏବେ ଆଉ
ସ୍ୱପ୍ନରେ ମଧ୍ୟ କେବେ ଏଭଳି ଭାବିବ ନାହିଁ, ସଂକଳ୍ପରେ ଆସିବା ତ ଦୂରର କଥା, ତେବେ ପୁରୁଣା
ସଂସ୍କାର ଗୁଡିକ ମୋ’ର ବୋଲି ଭାବିବା, ଏଭଳି ସ୍ୱପ୍ନରେ ମଧ୍ୟ ଭାବିବାର ନାହିଁ । ଏବେ ତ ଯାହା
ବାବାଙ୍କର ସଂସ୍କାର ତାହା ତୁମମାନଙ୍କର ସଂସ୍କାର । ସମସ୍ତେ କହୁଛ ନା ଆମର ଲକ୍ଷ୍ୟ ହେଲା
ବାବାଙ୍କ ସମାନ ହେବା । ତେଣୁ ସମସ୍ତେ ନିଜ ଦିଲ୍ରେ ନିଜ ସହିତ ଦୃଢ ସଂକଳ୍ପର ପ୍ରତିଜ୍ଞା କରିଲ
ତ? ଭୁଲ୍ରେ ବି କେବେ ମୋ’ର ବୋଲି କହିବାର ନାହିଁ । ମୋ’ର ମୋ’ର କହିବା କାରଣରୁ ପୁରୁଣା
ସଂସ୍କାର ଗୁଡିକ ମଧ୍ୟ ଫାଇଦା ଉଠାଇ ନେଉଛନ୍ତି, ସେଗୁଡିକୁ ମୋ’ର କହିବା କାରଣରୁ ସେଗୁଡିକ ଆହୁରି
ଭଲ ଭାବରେ ବସି ଯାଉଛନ୍ତି, ବାହାରିବାକୁ ଚାହୁଁ ନାହାଁନ୍ତି ।
ତେବେ ବାପଦାଦା ସବୁ
ପିଲାଙ୍କୁ କେଉଁ ରୂପରେ ଦେଖିବାକୁ ଚାହୁଁଛନ୍ତି? ତାହା ତ ତୁମେମାନେ ଜାଣିଛ ମଧ୍ୟ ଏବଂ ମାନୁଛ
ମଧ୍ୟ । ବାପଦାଦା ପ୍ରତ୍ୟେକ ସନ୍ତାନକୁ ଭ୍ରୃକୁଟୀ ସିଂହାସନ ଅଧିକାରୀ, ସ୍ୱରାଜ୍ୟ ଅଧିକାରୀ ରାଜା
ସନ୍ତାନ, ଅଧୀନ ସନ୍ତାନ ନୁହେଁ, ନିୟନ୍ତ୍ରଣ କରିବାର ଏବଂ ଶାସନ କରିବାର ଶକ୍ତି ସମ୍ପନ୍ନ ରାଜା
ସନ୍ତାନ ରୂପରେ ଏବଂ ମାଷ୍ଟର ସର୍ବଶକ୍ତିବାନ୍ ସ୍ୱରୂପରେ ଦେଖୁଛନ୍ତି । ତୁମେମାନେ ମଧ୍ୟ ନିଜର
କେଉଁ ରୂପକୁ ଦେଖୁଛ? ରାଜ୍ୟ ଅଧିକାରୀ ରୂପ ନା! ଅଧୀନ ତ ନୁହେଁ ନା? ତୁମେମାନେ ତ ଅଧୀନ
ଆତ୍ମାମାନଙ୍କୁ ଅଧିକାରୀ କରିବାବାଲା ଅଟ । ସର୍ବ ଆତ୍ମାଙ୍କ ପ୍ରତି ଦୟାଶୀଳ ହୋଇ ସେମାନଙ୍କୁ
ଅଧୀନରୁ ଅଧିକାରୀ କରିବାବାଲା ଅଟ ନା! ତେଣୁ ତୁମେ ସମସ୍ତେ ହୋଲୀ ପାଳନ କରିବା ପାଇଁ ଆସିଛ ନା?
ବାପଦାଦାଙ୍କୁ ମଧ୍ୟ ଖୁସି
ଲାଗୁଛି ଯେ ସମସ୍ତେ ସ୍ନେହ ରୂପୀ ବିମାନ ଦ୍ୱାରା ଆସି ପହଞ୍ଚିଯାଇଛନ୍ତି । ସମସ୍ତଙ୍କ ପାଖରେ
ବିମାନ ତ ଅଛି ନା! ବାପଦାଦା ତ ଜନ୍ମ ହେବା ମାତ୍ରକେ ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନକୁ ମନ ରୂପୀ
ବିମାନ ଉପହାର ରୂପରେ ଦେଇଛନ୍ତି । ତେଣୁ ସମସ୍ତଙ୍କ ପାଖରେ ମନ ରୂପୀ ବିମାନ ଅଛି ତ? ବିମାନରେ
ପେଟ୍ରୋଲ୍ ଠିକ୍ ଅଛି ତ? ଡେଣା ଦୁଇଟି ଠିକ୍ ଅଛି ତ? ତାକୁ ଷ୍ଟାର୍ଟ କରିବାର ଆଧାର ଠିକ୍ ଅଛି ତ?
ମଝିରେ ମଝିରେ ଚେକ୍ କରୁଛ ତ? ଏଭଳି ବିମାନ ଯାହାକି ଗୋଟିଏ ସେକେଣ୍ଡ ଭିତରେ ତିନିଲୋକକୁ
ଯାଇପାରିବ । ଯଦି ସାହସ ଏବଂ ଉମଙ୍ଗ-ଉତ୍ସାହ ରୂପୀ ଡେଣା ଦୁଇଟି ଠିକ୍ ଥିବ ତେବେ ଗୋଟିଏ
ସେକେଣ୍ଡରେ ଷ୍ଟାର୍ଟ ହୋଇଯିବ । ତେବେ ଏହାକୁ ଷ୍ଟାର୍ଟ କରିବାର ଚାବୀ କ’ଣ? ମେରା ବାବା । ମେରା
ବାବା କହିବା ମାତ୍ରକେ ଯେଉଁଠି ଇଚ୍ଛା ସେଠାରେ ପହଞ୍ଚି ଯାଇପାରିବ, କିନ୍ତୁ ଡେଣା ଦୁଇଟି ଠିକ୍
ଥିବା ଦରକାର । ତେଣୁ ସାହସକୁ କେବେ ବି ଛାଡିବାର ନାହିଁ । କାହିଁକି ଜାଣିଛ? ବାପଦାଦାଙ୍କର
ପ୍ରତିଶ୍ରୃତି ଏବଂ ବରଦାନ ହେଲା ତୁମେ ଯଦି ସାହସର ସହିତ ଗୋଟିଏ ପାଦ ଉଠାଇବ ତେବେ ବାବା ତୁମକୁ
ହଜାର ପାଦର ସହଯୋଗ ଦେବେ । ତେଣୁ ଯେପରି ବି କଡା ସଂସ୍କାର ହେଉ ନା କାହିଁକି ସାହସକୁ କେବେ ବି
ହରାଅ ନାହିଁ । କାରଣ କ’ଣ ଜାଣିଛ? ସର୍ବଶକ୍ତିବାନ ବାବା ତୁମ ସହିତ ଯୁଗଳ ରୂପରେ ସଦା ସହଯୋଗୀ
ଅଟନ୍ତି ଏବଂ ସଦା ହାଜୀର ଅଟନ୍ତି । ତେଣୁ ତୁମେମାନେ ସର୍ବଦା ସାହସର ସହିତ ସର୍ବଶକ୍ତିବାନଙ୍କର
ଯୁଗଳ ହିସାବରେ ଅଧିକାର ରଖ ଏବଂ ଦୃଢ ରୁହ, ହେବ ନିଶ୍ଚିତ, ବାବା ମୋ’ର ଏବଂ ମୁଁ ବାବାଙ୍କର,
ଏହିଭଳି ସାହସପୂର୍ଣ୍ଣ ସଂକଳ୍ପକୁ କେବେ ବି ଭୁଲ ନାହିଁ । ତେବେ କ’ଣ ହେବ ଜାଣିଛ? ତୁମ ଭିତରେ
ଯେଉଁ ସଂକଳ୍ପ ଉଠୁଛି ନା, କିପରି କରିବି, କ’ଣ କରିବି.....ତାହା ପରିବର୍ତ୍ତିତ ହୋଇ ଏହିପରି
ହୋଇଯିବ! କିପରି କରିବି, କ’ଣ କରିବି, ନା । ଏହପରି ହୋଇକରି ହିଁ ରହିଛି । ତୁମେ ଭାବୁଛ, ମୁଁ
କରୁଛି ତ... ହୋଇ ହିଁ ଯିବ, ହେବା ତ ଉଚିତ୍ .... ବାବା ତ ସାହାଯ୍ୟ କରିବେ ନା.... ଏପରି ନୁହେଁ
। ହୋଇ କରି ହିଁ ରହିଛି, ଏହିଭଳି ଦୃଢ ନିଶ୍ଚୟ ବୁଦ୍ଧି ବାଲାଙ୍କୁ ସାହାଯ୍ୟ କରିବା ପାଇଁ ବାବା
ମଧ୍ୟ ବନ୍ଧାୟମାନ ଅଟନ୍ତି । ତେବେ ତୁମେମାନେ ବାବାଙ୍କ ଉପରେ ଅଧିକାର ତ ରଖୁଛ କିନ୍ତୁ ଟିକିଏ
ବଦଳାଇ ଦେଉଛ । କହୁଛ, ବାବା ଆପଣ ତ ସାହାଯ୍ୟ କରିବେ ନା! ଆପଣ ତ ବନ୍ଧାୟମାନ ଅଟନ୍ତି ନା! ତେବେ
ଏଥିରେ ନା ଲଗାଇ ଦେଉଛ । ନିଶ୍ଚୟବୁଦ୍ଧିର ଅର୍ଥ ହେଲା, ବିଜୟ ସୁନିଶ୍ଚିତ ଅଟେ ଅର୍ଥାତ୍ ହୋଇ କରି
ହିଁ ରହିଛି କାହିଁକି ନା ବାପଦାଦା ପ୍ରତ୍ୟେକ ସନ୍ତାନକୁ ଜନ୍ମ ହେବା ମାତ୍ରକେ ମସ୍ତକରେ ବିଜୟର
ତିଳକ ଲଗାଇ ଦେଇଛନ୍ତି । ତେଣୁ ଦୃଢତାକୁ ନିଜର ତୀବ୍ର ପୁରୁଷାର୍ଥର ଚାବୀ କରିଦିଅ । ଯୋଜନା ବହୁତ
ଭଲ ଭଲ କରୁଛ । ବାପଦାଦା ଯେତେବେଳେ ତୁମର ବାର୍ତ୍ତାଳପ ସବୁ ଶୁଣୁଛନ୍ତି, ବହୁତ ସାହସର କଥା ମଧ୍ୟ
ଶୁଣାଉଛ, ଯୋଜନାଗୁଡିକ ମଧ୍ୟ ଶକ୍ତିଶାଳୀ ହୋଇ କରୁଛ, କିନ୍ତୁ ଯୋଜନା ଗୁଡିକୁ ଯେତେବେଳେ
ବାସ୍ତବିକ ରୂପରେ କରିବାକୁ ଯାଉଛ ସେତେବେଳେ ପ୍ଲେନ ବୁଦ୍ଧି ଅର୍ଥାତ୍ ସ୍ୱଚ୍ଛ ବୁଦ୍ଧି ହୋଇ କରୁ
ନାହଁ । କରୁଛି ତ.... ହେବା ତ ଉଚିତ୍.... ଏହିଭଳି ନିଜ ଉପରେ ନିଶ୍ଚୟ ନ ଥିବାର ସଂକଳ୍ପ ବା
ବ୍ୟର୍ଥ ସଂକଳ୍ପ ସେଥିରେ ମିଶାଇ ଦେଉଛ ।
ତେଣୁ ଏବେ ସମୟକୁ
ଦୃଷ୍ଟିରେ ରଖି ପ୍ଲେନ୍ ବୁଦ୍ଧି ହୋଇ ସଂକଳ୍ପକୁ ସାକାର ରୂପରେ କାର୍ଯ୍ୟକାରୀ କର । ଟିକିଏ ବି
ଦୁର୍ବଳ ସଂକଳ୍ପ ପ୍ରକଟ ନ ହେଉ । ସ୍ମୃତିରେ ରଖ ଯେ ଏବେ ପ୍ରଥମ ଥର ପାଇଁ କରୁ ନାହିଁ, ଅନେକ ଥର
କରିଥିବା କାର୍ଯ୍ୟକୁ କେବଳ ପୁନରାବୃତ୍ତି କରୁଛି । ମନେ ପକାଅ କଳ୍ପ କଳ୍ପର ବିଜୟୀ କେତେ ଥର ହୋଇ
ସାରିଛ! ଅନେକ ଥରର ବିଜୟୀ ଅଟ ଏବଂ କଳ୍ପ କଳ୍ପ ବିଜୟୀ ହେବା ତୁମର ଜନ୍ମ ସିଦ୍ଧ ଅଧିକାର । ଏହିଭଳି
ଅଧିକାରର ସହିତ ନିଶ୍ଚୟ ବୁଦ୍ଧି ହୋଇ ଦୃଢତାର ଚାବୀ ଲଗାଅ, ବିଜୟ ମଧ୍ୟ ତୁମ ବ୍ରାହ୍ମଣ ଆତ୍ମାଙ୍କ
ବ୍ୟତୀତ ଆଉ କାହା ପାଖକୁ ଯିବ! ବିଜୟ ତ ତୁମର ଜନ୍ମ ସିଦ୍ଧ ଅଧିକାର ଅଟେ ଏବଂ ଗଳାର ହାର ଅଟେ ।
ଏହିଭଳି ନିଶା ଅଛି ନା! ହେବ, କି ନ ହେବ, ନା । ହୋଇ କରି ହିଁ ରହିଛି । ଏତିକି ନିଶ୍ଚୟ ବୁଦ୍ଧି
ହୋଇ ପ୍ରତ୍ୟେକ କାର୍ଯ୍ୟ କର, ବିଜୟ ସୁନିଶ୍ଚିତ ଅଟେ । ଏହିଭଳି ନିଶ୍ଚୟ ବୁଦ୍ଧି ଆତ୍ମାମାନେ
ସର୍ବଦା ଏହି ନିଶା ରଖ ଯେ ବିଜୟ ତ ସୁନିଶ୍ଚିତ ଅଟେ, ହେବ କି ନ ହେବ, ତାହା ନୁହେଁ, ସୁନିଶ୍ଚିତ
ହିଁ ଅଟେ । ଏହିଭଳି ନିଶା ରଖ । ଥିଲି, ଅଟେ ଏବଂ ହେବି । ତେବେ ଏହିଭଳି ହୋଲୀ ଅର୍ଥାତ୍ ପବିତ୍ର
ଆତ୍ମା ଅଟ ନା! ଶ୍ରେଷ୍ଠ ପବିତ୍ର ତ ନିଶ୍ଚିତ ଅଟ । ତେବେ ଜ୍ଞାନ ରୂପକ ଅବିରରେ ବାପଦାଦାଙ୍କ
ସହିତ ହୋଲୀ ତ ଖେଳି ଦେଲ, ଏବେ ଆଉ କ’ଣ ଖେଳିବ?
ବାପଦାଦା ଦେଖୁଛନ୍ତି ଯେ
ସମସ୍ତଙ୍କ ଭିତରେ ଉମଙ୍ଗ-ଉତ୍ସାହ ମଧ୍ୟ ବହୁତ ଭଲ ରହିଛି, ଏଭଳି କରିଦେବୁ, ସେଭଳି କରିଦେବୁ, ଏହା
ନିଶ୍ଚିତ ହେବ, ବାପଦାଦା ମଧ୍ୟ ବହୁତ ଖୁସି ହେଉଛନ୍ତି କିନ୍ତୁ ଏହି ଉମଙ୍ଗ-ଉତ୍ସାହ ମଧ୍ୟ ସର୍ବଦା
ଜାଗ୍ରତ ହୋଇ ରହିବା ଦରକାର, କେବେ କେବେ ସୁପ୍ତ ମଧ୍ୟ ହୋଇଯାଉଛି, ପୁଣି ଜାଗ୍ରତ ହୋଇଯାଉଛି ।
ତେଣୁ କେବେ ବି ସୁପ୍ତ ନ ହେଉ, ସର୍ବଦା ଜାଗ୍ରତ ଅବସ୍ଥାରେ ରହିଥାଉ କାହିଁକି ନା ସାରା ସଙ୍ଗମ
ଯୁଗ ହିଁ ତୁମ ପାଇଁ ଉତ୍ସବ ଅଟେ । ଯେହେତୁ ସେମାନେ ବହୁତ ସମୟ ଦୁଶ୍ଚିନ୍ତା ଭିତରେ ରହୁଛନ୍ତି
ସେଥିପାଇଁ କେବେ କେବେ ଉତ୍ସବ ପାଳନ କରୁଛନ୍ତି, ଭାବୁଛନ୍ତି ଉତ୍ସବରେ ଯଦି ନାଚିବୁ, ଗାଇବୁ,
ଖାଇବୁ ତେବେ ମନଟା ଟିକିଏ ବଳଦଯିବ । କିନ୍ତୁ ତୁମମାନଙ୍କର ତ ସବୁ ମୂହୁର୍ତ୍ତରେ ନାଚିବା ଏବଂ
ଗାଇବା ଚାଲିଛି । ତୁମେମାନେ ସଦାସର୍ବଦା ଖୁସିରେ ନାଚୁଛ ନା! ହଁ ନା ନାହିଁ? ନାଚିବା ଜଣା ଅଛି
ତ? ଖୁସିରେ ନାଚିବା ଜାଣିଛ ତ? ଯେଉଁମାନଙ୍କୁ ଜଣା ଅଛି ସେମାନେ ହାତ ଉଠାଅ । ଆଚ୍ଛା, ତେବେ
ନାଚିବା ଜାଣିଛ । ଯଦି ଜାଣିଛ ତେବେ ଅଭିନନ୍ଦନ । ତେବେ ସବୁବେଳେ ନାଚୁଛ ଚାଲିଛ, ନା କେବେ କେବେ?
ବାପଦାଦା ଏହି ବର୍ଷ ପାଇଁ
ହୋମ୍ୱାର୍କ କ’ଣ ଦେଇଥିଲେ, ଦୁଇଟି ଶବ୍ଦକୁ କେବେ ବି ଭାବିବ ନାହିଁ, ସମଟାଇମ୍ ଅର୍ଥାତ୍ କେବେ
କେବେ ସମଥିଙ୍ଗ୍ ଅର୍ଥାତ୍ କିଛି କିଛି । ତାକୁ କାର୍ଯ୍ୟକାରୀ କରିଛ? ନା ଏବେ ବି ସମ୍ଟାଇମ୍
କରୁଛ? କ’ଣ ସମ୍ଟାଇମ୍ ଏବଂ ସମଥିଙ୍ଗ୍ ସମାପ୍ତ ହୋଇଯାଇଛି ତ? ଏଭଳି ନାଚିବାରେ ଥକିବାର ତ କୌଣସି
କଥା ନାହିଁ ନା! ଚାହେଁ ଶୋଇଥାଅ, ଚାହେଁ କାମ କରୁଥାଅ, ଚାହେଁ ଚାଲୁଥାଅ, ଚାହେଁ ବସିଥାଅ କିନ୍ତୁ
ଖୁସିର ନାଚ ତ ନିଶ୍ଚିତ କରିପାରିବ ଏବଂ ବାବାଙ୍କଠାରୁ ଯେଉଁ ସବୁ ପ୍ରାପ୍ତି କରିଛ ତା’ର ଗୀତ
ମଧ୍ୟ ଗାଇପାରିବ । କ’ଣ ଗୀତ ଗାଇବା ଜାଣିଛ ତ! ଏହି ଗୀତ ତ ସମସ୍ତଙ୍କୁ ଜଣା ଅଛି । ମୁଖର ଗୀତ
ଗାଇବା ତ କାହାକୁ ଆସିବ କାହାକୁ ଆସିବ ନାହିଁ କିନ୍ତୁ ବାବାଙ୍କର ପ୍ରାପ୍ତି ଗୁଡିକର ଗୀତ ଏବଂ
ବାବାଙ୍କର ଗୁଣର ଗୀତ ଗାଇବା ତ ସମସ୍ତଙ୍କୁ ଆସିବ ନା! ତେଣୁ ତୁମର ସବୁଦିନ ଉତ୍ସବ, ସବୁ
ମୂହୁର୍ତ୍ତରେ ଉତ୍ସବ ସେଥିପାଇଁ ସର୍ବଦା ନାଚ ଏବଂ ଗାଅ, ଆଉ ତ କୌଣସି କାମ ଦିଆଯାଇନାହିଁ । କେବଳ
ଏହି ଦୁଇଟି କାମ କର - ନାଚ ଏବଂ ଗାଅ ଅର୍ଥାତ୍ ଜୀବନକୁ ଉପଭୋଗ କର । ବୋଝ କାହିଁକି ଉଠାଉଛ? ନାଚ
ଗାଅ ଏବଂ ଏଞ୍ଜୟ କର, ବାସ୍ । ଆଚ୍ଛା! ଏବେ ହୋଲୀ ତ ପାଳନ କରିନେଲ ନା! ଏବେ କ’ଣ ଆଉ ରଙ୍ଗ ହୋଲୀ
ପାଳନ କରିବ? ଆଚ୍ଛା ତୁମମାନଙ୍କୁ ହିଁ ତ ଭକ୍ତମାନେ କପୀ କରିବେ ନା! ତୁମେମାନେ ଭଗବାନଙ୍କ ସାଥୀରେ
ହୋଲୀ ଖେଳୁଛ ତେଣୁ ଭକ୍ତମାନେ ମଧ୍ୟ କୌଣସି ନା କୌଣସି ଦେବୀ ଦେବତାଙ୍କ ସାଥୀରେ ହୋଲୀ ଖେଳୁଛନ୍ତି
। ଆଚ୍ଛା! ଆଜି ଅନେକ ପିଲାଙ୍କର ଇମେଲ୍ ମଧ୍ୟ ଆସିଛି, ପତ୍ର ମଧ୍ୟ ଆସିଛି, ଫୋନ ମଧ୍ୟ ଆସିଛି,
ଯାହାବି ସବୁ ବିଜ୍ଞାନର ସାଧନ ଗୁଡିକ ଅଛି ତା’ ମାଧ୍ୟମରେ ହୋଲୀର ଅଭିନନ୍ଦନ ପଠାଇଛନ୍ତି । କିନ୍ତୁ
ବାପଦାଦାଙ୍କ ପାଖରେ ତ ସଂକଳ୍ପ କରିବା ସମୟରୁ ହିଁ ପହଞ୍ଚିଯାଉଛି । କିନ୍ତୁ ଚାରିଆଡର ପିଲାମାନେ
ବିଶେଷ ଭାବରେ ମନେ ପକାଉଛନ୍ତି, ତେଣୁ ବାପଦାଦା ମଧ୍ୟ ସମସ୍ତଙ୍କର ନାମ ଏବଂ ବିଶେଷତା ସହିତ
ପ୍ରତ୍ୟେକ ସନ୍ତାନକୁ ପଦ୍ମ ପଦ୍ମ ଆଶୀର୍ବାଦ ଦେବା ସହିତ ପଦ୍ମଗୁଣା ଆନ୍ତରିକ ଶୁଭେଚ୍ଛା
ପ୍ରତିଦାନ ରୂପରେ ଦେଉଛନ୍ତି । ଯେତେବେଳେ ସନ୍ଦେଶୀମାନେ ବତନକୁ ଯାଉଛନ୍ତି ସେତେବେଳେ ସମସ୍ତେ
ନିଜ ନିଜ ସ୍ଥାନର ଶୁଭେଚ୍ଛା ପଠାଉଛନ୍ତି ଏବଂ ଯେଉଁମାନେ ମଧ୍ୟ ଦେଇ ନାହାଁନ୍ତି ସେମାନଙ୍କର ମଧ୍ୟ
ବାପଦାଦାଙ୍କ ପାଖରେ ପହଞ୍ଚିଯାଇଛି । ଏହା ହିଁ ତ ପରମାତ୍ମ ସ୍ନେହର ବିଶେଷତା ଅଟେ ନା! ଏହିଭଳି
ଗୋଟିଏ ଗୋଟିଏ ଦିନ କେତେ ପ୍ରିୟ ଅଟେ । ଚାହେଁ ଗାଁରେ ରହିଥାଆନ୍ତୁ ବା ବଡ ବଡ ସହରମାନଙ୍କରେ
ରହୁଥାଆନ୍ତୁ, କିନ୍ତୁ ଗାଁରେ ରହିବାବାଲାଙ୍କର ଶୁଭେଚ୍ଛାବାର୍ତ୍ତା କୌଣସି ପ୍ରକାରର ବିଜ୍ଞାନର
ସାଧନ ନ ଥିଲେ ମଧ୍ୟ ବାବାଙ୍କ ପାଖରେ ପହଞ୍ଚିଯାଉଛି କାହିଁକି ନା ବାବାଙ୍କ ପାଖରେ ଆଧ୍ୟାତ୍ମିକ
ସାଧନ ତ ବହୁତ ରହିଛି ନା!
ଆଜିକାଲି ସମୟରେ
ଡାକ୍ତରମାନେ ମଧ୍ୟ କହୁଛନ୍ତି ଔଷଧ ଖାଇବା ଛାଡ ବ୍ୟାୟାମ କର, ସେହିପରି ବାପଦାଦା ମଧ୍ୟ କହୁଛନ୍ତି
ଯୁଦ୍ଧ କରିବା, ମେହନତ କରିବା ଛାଡ, ସାରା ଦିନ ଭିତରେ ୫-୫ ମିନିଟ୍ ମନର ବ୍ୟାୟାମ କର । ଗୋଟିଏ
ମିନିଟ୍ରେ ନିରାକାରୀ, ଗୋଟିଏ ମିନିଟ୍ରେ ଆକାରୀ, ଗୋଟିଏ ମିନିଟ୍ରେ ସବୁ ଆଡର ସେବାଧାରୀ
ଏହିଭଳି ୫ ମିନିଟ୍ର ମନର ବ୍ୟାୟାମ ସାରା ଦିନ ଭିତରେ ଭିନ୍ନ ଭିନ୍ନ ସମୟରେ କର, ତା’ହେଲେ ସର୍ବଦା
ସୁସ୍ଥ ରହିବ ଏବଂ ମେହନତରୁ ରକ୍ଷା ପାଇଯିବ । କ’ଣ ହୋଇପାରିବ ତ! ମଧୁବନ ନିବାସୀ ହୋଇପାରିବ?
ମଧୁବନ ହେଲା ମୂଳଦୁଆ । ମଧୁବନର ଭାଇବ୍ରେଶନ ନ ଚାହିଁଲେ ମଧ୍ୟ ଚାରିଆଡେ ପହଞ୍ଚିଯାଉଛି । ମଧୁବନରେ
ଯଦି କୌଣସି ଘଟଣା ଘଟୁଛି ତେବେ ସାରା ଭାରତର ବିଭିନ୍ନ ସ୍ଥାନରେ ତା’ପର ଦିନ ହିଁ ପହଞ୍ଚିଯାଉଛି ।
ମଧୁବନରେ ଏଭଳି କୌଣସି ସାଧନ ବା ଯନ୍ତ୍ର ଲାଗିଛି ଯାହାକି କୌଣସି କଥା ଲୁଚିପାରୁ ନାହିଁ । ଭଲ କଥା
ବି ପହଞ୍ଚୁଛି, ପୁରୁଷାର୍ଥର କଥା ମଧ୍ୟ ପହଞ୍ଚୁଛି । ତେଣୁ ମଧୁବନ ଯାହା କରିବ ତା’ର ଭାଇବ୍ରେଶନ
ସ୍ୱତଃ ଏବଂ ସହଜରେ ଚାରିଆଡେ ଖେଳିଯିବ । ତେଣୁ ମଧୁବନ ନିବାସୀ ପ୍ରଥମେ ବ୍ୟର୍ଥ ସଂକଳ୍ପକୁ ଷ୍ଟପ
କରନ୍ତୁ, କ’ଣ ହୋଇପାରିବ? ହୋଇପାରିବ? ଏମାନେ ଆଗରେ ଆଗରେ ବସିଛନ୍ତି ନା! ମଧୁବନ ନିବାସୀ ହାତ
ଉଠାଅ । ତେବେ ମଧୁବନ ନିବାସୀ ପରସ୍ପର ଭିତରେ ଏଭଳି କୌଣସି ଯୋଜନା କର ଯାହାଦ୍ୱାରା ବ୍ୟର୍ଥ
ସମାପ୍ତ ହୋଇଯିବ । ଏଥିପାଇଁ ବାପଦାଦା ଏଭଳି କହୁନାହାଁନ୍ତି ଯେ ସଂକଳ୍ପକୁ ବନ୍ଦ କରିଦିଅ ।
ବ୍ୟର୍ଥ ସଂକଳ୍ପକୁ ସମାପ୍ତ କର । ତା’ ଦ୍ୱାରା କୌଣସି ଲାଭ ତ ହେଉ ନାହିଁ ବରଂ ଦୁଶ୍ଚିନ୍ତା
ନିଶ୍ଚିତ ହେଉଛି । କ’ଣ ହୋଇପାରିବ? ଯେଉଁ ମଧୁବନ ନିବାସୀମାନେ ଭାବୁଛନ୍ତି ଆମେ ପରସ୍ପର ମିଶି
ମିଟିଙ୍ଗ୍ କରି ଏହିଭଳି କରିବୁ, ସେମାନେ ହାତ ଉଠାଅ । କରିବ, ଯଦି କରିବ ତେବେ ଲମ୍ବା ହାତ ଉଠାଅ
। ଦୁଇଟିଯାକ ହାତ ଉଠାଅ । ଅଭିନନ୍ଦନ । ବାପଦାଦା ଦିଲ୍ର ଆଶୀର୍ବାଦ ଦେଉଛନ୍ତି । ଅଭିନନ୍ଦନ
ମଧ୍ୟ ଦେଉଛନ୍ତି । ମଧୁବନବାଲାଙ୍କ ଭିତରେ ସାହାସ ଅଛି, ଯାହା ଚାହିଁବେ ତାହା କରିପାରିବେ ଏବଂ
କରାଇପାରିବେ । ମଧୁବନର ଭଉଣୀମାନେ ମଧ୍ୟ ଅଛନ୍ତି, ଭଉଣୀମାନେ ମଧ୍ୟ ହାତ ଉଠାଅ । ବଡ ହାତ ଉଠାଅ ।
ମିଟିଙ୍ଗ୍ କରିବ । ଦାଦିମାନେ, ମିଟିଙ୍ଗ୍ କରାଇବ । ଦେଖ ସମସ୍ତେ ହାତ ଉଠାଉଛନ୍ତି । ଏବେ ନିଜର
ହାତର ମାନ ରଖିବ । ଆଚ୍ଛା!
ବ୍ରହ୍ମାବାବା ଶେଷ ସମୟରେ
ଯେଉଁ ବରଦାନ ନେଇଯାଇଛନ୍ତି - ନିରାକାରୀ, ନିର୍ବିକାରୀ, ନିରଂହକାରୀ । ବ୍ରହ୍ମାବାବାଙ୍କର ଏହି
ଶେଷ ବରଦାନ ପିଲାମାନଙ୍କ ପାଇଁ ଏକ ବହୁତ ବଡ ଉପହାର ଅଟେ । ତେବେ କ’ଣ ଏବେ ଏବେ ଗୋଟିଏ ସେକେଣ୍ଡରେ
ବ୍ରହ୍ମାବାବାଙ୍କର ଏହି ଉପହାରକୁ ମନ ଭିତରେ ସ୍ୱୀକାର କରିପାରିବ? କ’ଣ ଏହି ଦୃଢ ସଂକଳ୍ପ
କରିପାରିବ ଯେ ବ୍ରହ୍ମାବାବାଙ୍କର ଉପହାରକୁ ସର୍ବଦା ବାସ୍ତବିକ ଜୀବନରେ ଧାରଣ କରିବାକୁ ହିଁ ହେବ?
କାହିଁକି ନା ଆଦିଦେବଙ୍କର ଉପହାର କିଛି କମ୍ ମୂଲ୍ୟବାନ ନୁହେଁ । ବ୍ରହ୍ମା ଗ୍ରେଟ୍ ଗ୍ରେଟ୍
ଗ୍ରାଣ୍ଡଫାଦର ଅର୍ଥାତ୍ ଆଦିପିତା ଅଟନ୍ତି, ତାଙ୍କର ଉପହାରକୁ ସାଧାରଣ ଭାବ ନାହିଁ । ତେବେ ନିଜ
ନିଜର ପୁରୁଷାର୍ଥ ଅନୁସାରେ ସଂକଳ୍ପ କର ଯେ ଆଜିର ଦିନରେ ହୋଲୀ ଅର୍ଥାତ୍ ଯାହା ବିତିଯାଇଛି, ବା
ହୋଇଗଲା, ହୋଇଗଲା, ବାସ୍ । କିନ୍ତୁ ଆଜି ଦିନଠାରୁ ଉପହାରଟିକୁ ବାରମ୍ବାର ମନ ଭିତରେ ଜାଗ୍ରତ କରି
ବ୍ରହ୍ମାବାବାଙ୍କୁ ତାଙ୍କର ସେବାର ପ୍ରତିଦାନ ନିଶ୍ଚିତ ଦେବୁ । ଦେଖ ବ୍ରହ୍ମାବାବା ଅନ୍ତିମ ଦିନ,
ଅନ୍ତିମ ସମୟ ପର୍ଯ୍ୟନ୍ତ ମଧ୍ୟ ସେବା କରିଛନ୍ତି । ଏହା ହେଉଛି ବ୍ରହ୍ମାବାବାଙ୍କର ପିଲାମାନଙ୍କ
ପ୍ରତି ଏବଂ ସେବା ପ୍ରତି ସ୍ନେହର ପ୍ରତୀକ । ତେଣୁ ବ୍ରହ୍ମାବାବାଙ୍କୁ ଉପହାରର ପ୍ରତିଦାନ ଦେବା
ଅର୍ଥ ବାରମ୍ବାର ଜୀବନରେ ତାଙ୍କର ଉପହାରକୁ ସ୍ମୃତିରେ ରଖି କାର୍ଯ୍ୟକାରୀ କରିବା । ତେଣୁ ସମସ୍ତେ
ନିଜର ଦିଲ୍ ଭିତରେ ସ୍ନେହର ପ୍ରତିଦାନ ରୂପରେ ସଂକଳ୍ପକୁ ଦୃଢ କର, ଏହା ହିଁ ହେଉଛି
ବ୍ରହ୍ମାବାବାଙ୍କର ସ୍ନେହପୂର୍ଣ୍ଣ ଉପହାରର ପ୍ରତିଦାନ । ଆଚ୍ଛା!
ଚାରିଆଡର ହୋଲୀଏଷ୍ଟ,
ଲକୀଏଷ୍ଟ ପିଲାମାନଙ୍କୁ, ସର୍ବଦା ଦୃଢ ସଂକଳ୍ପ ରୂପୀ ଚାବୀକୁ ବାସ୍ତବିକ ରୂପରେ କାର୍ଯ୍ୟରେ
ଲଗାଉଥିବା ସାହସୀ ପିଲାମାନଙ୍କୁ, ସର୍ବଦା ନିଜର ମନକୁ ଭିନ୍ନ ଭିନ୍ନ ପ୍ରକାରର ସେବାରେ ବ୍ୟସ୍ତ
ରଖୁଥିବା, ପ୍ରତିପାଦରେ ପଦ୍ମର ରୋଜଗାର ଜମା କରୁଥିବା ପିଲାମାନଙ୍କୁ, ସର୍ବଦା ସବୁ ସମୟରେ
ଉତ୍ସାହରେ ରହୁଥିବା, ସବୁ ଦିନକୁ ଉତ୍ସବ ମନେ କରି ପାଳନ କରୁଥିବା ସଦା ଖୁସନସୀବ ପିଲାମାନଙ୍କୁ
ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ଲଭ ଏବଂ ଲଭଲୀନ
ସ୍ଥିତିର ଅନୁଭବ ଦ୍ୱାରା ସବୁ କିଛି ଭୁଲିଯାଉଥିବା ସଦା ଦେହୀ ଅଭିମାନୀ ଭବ ।
କର୍ମରେ, ବାଣୀରେ,
ସମ୍ବନ୍ଧ-ସମ୍ପର୍କରେ ଲଭ୍ ଅର୍ଥାତ୍ ସ୍ନେହ ଏବଂ ସ୍ମୃତି ତଥା ସ୍ଥିତିରେ ଯଦି ଲଭଲୀନ ରହିବ ତେବେ
ସବୁ କଥାକୁ ଭୁଲି ଦେହୀ ଅଭିମାନୀ ହୋଇଯିବ । କାରଣ ସ୍ନେହ ହିଁ ବାବାଙ୍କର ନିକଟ ସମ୍ବନ୍ଧକୁ
ଆଣିଥାଏ ଏବଂ ସର୍ବସ୍ୱ ତ୍ୟାଗୀ କରିଥାଏ । ତେଣୁ ଏହି ସ୍ନେହର ବିଶେଷତା ଦ୍ୱାରା ବା ଲଭଲୀନ
ସ୍ଥିତିରେ ରହିବା ଦ୍ୱାରା ହିଁ ସର୍ବ ଆତ୍ମାଙ୍କର ଭାଗ୍ୟକୁ ଜାଗ୍ରତ କରିପାରିବ । ଏହି ଲଭ୍
ଅର୍ଥାତ୍ ସ୍ନେହ ହିଁ ଲକ୍ ଅର୍ଥାତ୍ ଭାଗ୍ୟର ଲକ୍ ଅର୍ଥାତ୍ ତାଲାର ଚାବୀ ଅଟେ ଏବଂ ମାଷ୍ଟର କୀ ଅଟେ
। ଏହା ଦ୍ୱାରା କିପରି ବି ଦୁର୍ଭାଗ୍ୟଶାଳୀ ଆତ୍ମାକୁ ଭାଗ୍ୟଶାଳୀ କରିଦେଇପାରିବ ।
ସ୍ଲୋଗାନ:-
ନିଜର
ପରିବର୍ତ୍ତନର ସମୟକୁ ଯଦି ନିଧାର୍ଯ୍ୟ କରିଦେବ ତେବେ ବିଶ୍ୱ ପରିବର୍ତ୍ତନ ଆପେ ଆପେ ହୋଇଯିବ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର । ସଂକଳ୍ପ
ଶକ୍ତିର ଦର୍ପଣ ହେଲା - ତୁମମାନଙ୍କର ବାଣୀ ଏବଂ କର୍ମ । ଚାହେଁ ଅଜ୍ଞାନୀ ଆତ୍ମା ହୁଅନ୍ତୁ, ଚାହେଁ
ଜ୍ଞାନୀ ଆତ୍ମା ହୁଅନ୍ତୁ - ଉଭୟଙ୍କର ସମ୍ବନ୍ଧ-ସମ୍ପର୍କରେ ଆସିବାରେ ତୁମର ବାଣୀ ଏବଂ କର୍ମ
ଶୁଭଭାବନା, ଶୁଭ କାମନା ସମ୍ପନ୍ନ ହେଉ, ଯେଉଁମାନଙ୍କର ସଂକଳ୍ପ ଶକ୍ତିଶାଳୀ ଅଥବା ଶୁଭ ହୋଇଥିବ
ସେମାନଙ୍କର ବାଣୀ ଏବଂ କର୍ମ ମଧ୍ୟ ସ୍ୱତଃ ହିଁ ଶକ୍ତିଶାଳୀ ଅର୍ଥାତ୍ ଶୁଦ୍ଧ ହୋଇଥିବ ଏବଂ
ଶୁଭଭାବନା ସମ୍ପନ୍ନ ହୋଇଥିବ । ସଂକଳ୍ପ ଶକ୍ତିଶାଳୀ ହେବାର ଅର୍ଥ ହେଲା ଯୋଗର ଶକ୍ତି ନିଶ୍ଚିତ
ଶ୍ରେଷ୍ଠ ହୋଇଥିବ, ଶକ୍ତିଶାଳୀ ହୋଇଥିବ ଏବଂ ସେମାନେ ସହଜଯୋଗୀ ମଧ୍ୟ ହୋଇଥିବେ ।