05.12.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ପତିତ ଦୁନିଆ ହେଉଛି ଏକ ପୁରୁଣା ଗାଁ, ଏହା ତୁମମାନଙ୍କର ରହିବା ଯୋଗ୍ୟ ନୁହେଁ, ତୁମକୁ ଏବେ ନୂଆ
ପବିତ୍ର ଦୁନିଆକୁ ଯିବାକୁ ହେବ ।”
ପ୍ରଶ୍ନ:-
ବାବା ନିଜର
ସନ୍ତାନମାନଙ୍କର ଉନ୍ନତି ପାଇଁ କେଉଁ ଏକ ଯୁକ୍ତି ବତାଉଛନ୍ତି?
ଉତ୍ତର:-
ପିଲାମାନେ, ତୁମେ ଆଜ୍ଞାକାରୀ ହୋଇ ବାପଦାଦାଙ୍କର ମତରେ ଚାଲୁଥାଅ । ଯେହେତୁ ବାପଦାଦା ଉଭୟ ଏକାଠି
ଅଛନ୍ତି, ସେଥିପାଇଁ ଯଦି ବ୍ରହ୍ମାଙ୍କର କହିବା ଅନୁସାରେ କିଛି କ୍ଷତି ହେଲା ତେବେ ମଧ୍ୟ ଶିବବାବା
ରେସ୍ପନ୍ସିବୁଲ୍ ଅର୍ଥାତ୍ ଉତ୍ତରାଦାୟୀ ଅଟନ୍ତି, ସେ ସବୁ କିଛି ଠିକ୍ କରିଦେବେ । ତୁମେ ନିଜର
ମତ ଚଲାଅ ନାହିଁ, ଶିବବାବାଙ୍କ ମତ ଭାବି ଚାଲ, ତେବେ ତୁମର ବହୁତ ଉନ୍ନତି ହେବ ।
ଓମ୍ ଶାନ୍ତି ।
ପ୍ରଥମ କରି ମୁଖ୍ୟ କଥା ଆତ୍ମିକ ପିଲାମାନଙ୍କୁ ଆତ୍ମିକ ପିତା ବୁଝାଉଛନ୍ତି ଯେ ନିଜକୁ ଆତ୍ମା
ନିଶ୍ଚୟ କରି ବସ ଏବଂ ବାବାଙ୍କୁ ମନେ ପକାଅ ତେବେ ତୁମର ସବୁ ଦୁଃଖ ଦୂର ହୋଇଯିବ । ସେମାନେ
ଆଶୀର୍ବାଦ କରିଥାନ୍ତି ନା । ଏହି ବାବା ମଧ୍ୟ କହୁଛନ୍ତି - ପିଲାମାନେ, ତୁମର ସବୁ ଦୁଃଖ ଦୂର
ହୋଇଯିବ । କେବଳ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ । ଏହା ତ ଅତି ସହଜ ଅଟେ । ଏହା ହେଉଛି
ଭାରତର ପ୍ରାଚୀନ ସହଜ ରାଜଯୋଗ । ପ୍ରାଚୀନ ବୋଲି ତ କୌଣସି ସମୟ ଥିବ ନା । ବହୁତ କାଳର ପ୍ରାଚୀନ
ତାହା ମଧ୍ୟ କେତେ? ବାବା ବୁଝାଉଛନ୍ତି ପୂରା ୫ ହଜାର ବର୍ଷ ପୂର୍ବରୁ ଏହି ରାଜଯୋଗ ଶିଖାଇଥିଲି ।
ଏକଥା ବାବାଙ୍କ ବିନା କେହି ବୁଝାଇପାରିବେ ନାହିଁ ଏବଂ ପିଲାମାନଙ୍କ ବିନା କେହି ବୁଝିପାରିବେ ନାହିଁ
। ଗାୟନ ମଧ୍ୟ ରହିଛି ଯେ ଆତ୍ମାରୂପୀ ସନ୍ତାନମାନେ ଏବଂ ପରମାତ୍ମା ପିତା ବହୁ କାଳ ଧରି ଅଲଗା
ରହିଥିଲେ... ବାବା ହିଁ କହୁଛନ୍ତି ତୁମେ ସିଡି ଓହ୍ଲାଇ ପତିତ ହୋଇଯାଇଛ । ଏବେ ସ୍ମୃତି ଆସୁଛି ।
ସମସ୍ତେ ଚିତ୍କାର କରୁଛନ୍ତି – ହେ ପତିତ-ପାବନ... କଳିଯୁଗରେ ତ ପତିତ ହିଁ ରହିଛନ୍ତି ।
ସତ୍ୟଯୁଗରେ ପବିତ୍ର ଆତ୍ମାମାନେ ରହିବେ । ତାହା ହେଉଛି ପବିତ୍ର ଦୁନିଆ । ଏହି ପୁରୁଣା ପତିତ
ଦୁନିଆ ରହିବାର ଯୋଗ୍ୟ ନୁହେଁ । କିନ୍ତୁ ମାୟାର ପ୍ରଭାବ ମଧ୍ୟ କମ୍ ନୁହେଁ । ଏଠାରେ ଦେଖ
୧୦୦-୧୨୫ ମହଲାର ବଡ-ବଡ ଘର ତିଆରି କରୁଛନ୍ତି । ଏହାକୁ ମାୟାର ଆଡମ୍ବର କୁହାଯାଉଛି । ମାୟାର
ପ୍ରଭାବ ଏପରି ଯେ ତୁମେ ସ୍ୱର୍ଗକୁ ଯିବାକୁ କହିଲେ କହୁଛନ୍ତି ଆମ ପାଇଁ ଏହିଠାରେ ହିଁ ସ୍ୱର୍ଗ
ରହିଛି, ଏହାକୁ ମାୟାର ଚମତ୍କାର କୁହାଯାଉଛି । କିନ୍ତୁ ତୁମେ ଜାଣିଛ ଏହା ଏକ ପୁରୁଣା ଗାଁ ଅଟେ,
ଏହାକୁ ନର୍କ କୁହାଯାଏ । ପୁରୁଣା ଦୁନିଆ ମଧ୍ୟ ରୌରବ ନର୍କ ଅଟେ । ସତ୍ୟଯୁଗକୁ ସ୍ୱର୍ଗ କୁହାଯାଏ
। ଏହି ଅକ୍ଷର ତ ରହିଛି ନା । ଏହାକୁ ସମସ୍ତେ ବିକାରୀ ଦୁନିଆ କହିବେ । ସ୍ୱର୍ଗ ନିର୍ବିକାରୀ
ଦୁନିଆ ଥିଲା । ସ୍ୱର୍ଗକୁ କୁହାଯାଏ ନିର୍ବିକାରୀ ଦୁନିଆ । ନର୍କକୁ ବିକାରୀ ଦୁନିଆ କୁହାଯାଏ ।
ଏତେ ସହଜ କଥା କାହିଁକି କାହାରି ବୁଦ୍ଧିରେ ଆସୁନାହିଁ! ମନୁଷ୍ୟ କେତେ ଦୁଃଖୀ ହୋଇଯାଇଛନ୍ତି ।
କେତେ ଲଢେଇ ଝଗଡା ଆଦି ହେଉଛି । ଦିନକୁ ଦିନ ବମ୍ ମଧ୍ୟ ଏପରି ତିଆରି କରୁଛନ୍ତି, ଯାହାକି ପଡିବା
ମାତ୍ରେ ମନୁଷ୍ୟ ମୃତ୍ୟୁବରଣ କରିବେ । କିନ୍ତୁ ତୁଚ୍ଛ ବୁଦ୍ଧି ମନୁଷ୍ୟ ବୁଝୁ ନାହାଁନ୍ତି ଯେ ଏବେ
କ’ଣ ହେବାକୁ ଯାଉଛି । ବାବାଙ୍କ ବିନା ଏହି କଥା କେହି ବୁଝାଇ ପାରିବେ ନାହିଁ, ଆଗକୁ କ’ଣ ହେବାକୁ
ଯାଉଛି? ପୁରୁଣା ଦୁନିଆର ବିନାଶ ହେବ ଏବଂ ନୂଆ ଦୁନିଆର ସ୍ଥାପନା ମଧ୍ୟ ଗୁପ୍ତରେ ହେଉଛି ।
ତୁମମାନଙ୍କୁ କୁହାଯାଉଛି ଗୁପ୍ତ ସେନା । ଏକଥା କ’ଣ କାହାକୁ ଜଣା ଅଛି ଯେ ତୁମେ ମଧ୍ୟ ଲଢେଇ କରୁଛ
। ତୁମର ୫ ବିକାର ସହିତ ଲଢେଇ ହେଉଛି । ସମସ୍ତଙ୍କୁ କହୁଛ ପବିତ୍ର ହୁଅ । ସମସ୍ତେ ଗୋଟିଏ
ପିତାଙ୍କର ସନ୍ତାନ ଅଟ ନା । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ସମସ୍ତେ ଭାଇ-ଭଉଣୀ ହେଲେ ନା ।
ବୁଝାଇବା ନିମନ୍ତେ ବହୁତ ଯୁକ୍ତି ଆବଶ୍ୟକ । ପ୍ରଜାପିତା ବ୍ରହ୍ମାଙ୍କର ତ ଢେର ସନ୍ତାନ ଅଛନ୍ତି,
ଜଣେ ନୁହେଁ । ପ୍ରଜାପିତା ବୋଲି କୁହାଯାଉଛି ନା । ଲୌକିକ ପିତାଙ୍କୁ କେବେ ପ୍ରଜାପିତା କୁହାଯିବ
ନାହିଁ । ପ୍ରଜାପିତା ବ୍ରହ୍ମା ହୋଇଥିବାରୁ ତାଙ୍କର ସମସ୍ତ ସନ୍ତାନ ପରସ୍ପର ମଧ୍ୟରେ ଭାଇ-ଭଉଣୀ,
ବ୍ରହ୍ମାକୁମାର-କୁମାରୀ ଅଟନ୍ତି ନା । କିନ୍ତୁ ବୁଝୁ ନାହାଁନ୍ତି । ଯେପରି ପଥର ବୁଦ୍ଧିଯୁକ୍ତ
ଅଟନ୍ତି, ବୁଝିବାକୁ ଚେଷ୍ଟା ମଧ୍ୟ କରୁ ନାହାଁନ୍ତି । ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ସମସ୍ତେ
ଭାଇ-ଭଉଣୀ ହୋଇଗଲେ । ବିକାରଗ୍ରସ୍ଥ ତ ହୋଇପାରିବେ ନାହିଁ । ତୁମର ବୋର୍ଡରେ ମଧ୍ୟ ପ୍ରଜାପିତା
ଅକ୍ଷର ରହିବା ବହୁତ ଜରୁରୀ । ଏହି ଅକ୍ଷର ନିଶ୍ଚୟ ରହିବା ଉଚିତ୍ । କେବଳ ବ୍ରହ୍ମା ଲେଖିବା
ଦ୍ୱାରା ଏତେ ପ୍ରଭାବଶାଳୀ ହେଉ ନାହିଁ । ତେଣୁ ବୋର୍ଡରେ ମଧ୍ୟ ସଠିକ୍ ଅକ୍ଷର ଲେଖି ସୁଧାରିବାକୁ
ହେବ । ଏହା ହେଉଛି ବହୁତ ଜରୁରୀ ଅକ୍ଷର । ସ୍ତ୍ରୀଲୋକଙ୍କର ନାମ ମଧ୍ୟ ବ୍ରହ୍ମା ଅଛି । ନାମ ଯଦି
ମନକୁ ନ ଆସୁଛି ପୁରୁଷଙ୍କ ନାମ ମଧ୍ୟ ସ୍ତ୍ରୀମାନଙ୍କୁ ଦେଇ ଦେଉଛନ୍ତି । ଏତେ ନାମ ଆଣିବେ କେଉଁଠୁ?
ଏସବୁ ଡ୍ରାମା ପ୍ଲାନ୍ ଅନୁସାରେ ହେଉଛି । ବାବାଙ୍କର ବିଶ୍ୱସ୍ଥ, ଆଜ୍ଞାକାରୀ ହେବା କୌଣସି ମାଉସୀ
ଘର କଥା ନୁହେଁ । ବାବା ଏବଂ ଦାଦା ଉଭୟ ଏକତ୍ର ଅଛନ୍ତି ନା । ବୁଝିପାରୁ ନାହାଁନ୍ତି ଯେ ଇଏ କିଏ?
ସେଥିପାଇଁ ଶିବବାବା କହୁଛନ୍ତି ମୋର ଆଜ୍ଞାକୁ ମଧ୍ୟ କେହି ବୁଝିପାରୁ ନାହାଁନ୍ତି । ଓଲଟା କୁହନ୍ତୁ
ଅଥବା ସିଧା, ତୁମେ ଭାବ ଶିବବାବା କହୁଛନ୍ତି ତେଣୁ ଶିବବାବା ଉତ୍ତରାଦାୟୀ ହୋଇଯିବେ । ଏହାଙ୍କ
କହିବା ଦ୍ୱାରା କିଛି କ୍ଷତି ହେଲେ ମଧ୍ୟ ଶିବବାବା ଉତ୍ତରଦାୟୀ । ତେଣୁ ସବୁ ଠିକ୍ କରିଦେବେ ।
ଶିବବାବାଙ୍କର ହିଁ ମତ ବୋଲି ଭାବିଲେ ତୁମର ବହୁତ ଉନ୍ନତି ହେବ । କିନ୍ତୁ ଏକଥା ବହୁତ କମ୍
ବୁଝିଛନ୍ତି । କେହି ପୁଣି ନିଜ ମତରେ ଚାଲୁଛନ୍ତି । ବାବା କେତେ ଦୂରରୁ ଆସୁଛନ୍ତି ତୁମକୁ
ନିର୍ଦ୍ଦେଶ ଦେବା ପାଇଁ, ବୁଝାଇବା ପାଇଁ । ଆଉ କାହା ପାଖରେ ତ ଏହି ଆଧ୍ୟାତ୍ମିକ ଜ୍ଞାନ ନାହିଁ ।
ସାରା ଦିନ ଏହି ଚିନ୍ତନ ଚାଲିବା ଉଚିତ୍ - କ’ଣ ଲେଖିଲେ ମନୁଷ୍ୟ ବୁଝିବେ । ଏପରି ସିଧାସଳଖ
ଅକ୍ଷର ଲେଖିବା ଉଚିତ୍ ଯାହା ଉପରେ ସହଜରେ ମନୁଷ୍ୟମାନଙ୍କର ଦୃଷ୍ଟି ପଡିବ । ତୁମେ ଏପରି ବୁଝାଅ,
ଯେପରି କାହାର ପ୍ରଶ୍ନ ପଚାରିବାର ଆଉ ଆବଶ୍ୟକତା ପଡିବ ନାହିଁ । କୁହ, ବାବା କହୁଛନ୍ତି ନିଜକୁ
ଆତ୍ମା ଭାବି ମୋତେ ମନେ ପକାଇଲେ ସବୁ ଦୁଃଖ ଦୂର ହୋଇଯିବ । ଯିଏ ଭଲ ଭାବରେ ବାବାଙ୍କ ସ୍ମୃତିରେ
ରହିବେ ସେ ହିଁ ଉଚ୍ଚ ପଦ ପାଇବେ । ଏହା ତ ଗୋଟିଏ ସେକେଣ୍ଡର କଥା । ମନୁଷ୍ୟ ତ କ’ଣ କ’ଣ ସବୁ
ପଚାରୁଛନ୍ତି - ତୁମେ ସେସବୁ କଥାର ଉତ୍ତର ଦିଅ ନାହିଁ । କୁହ, ଅଧିକ ପଚାର ନାହିଁ । ପ୍ରଥମେ
ଗୋଟିଏ କଥା ଉପରେ ନିଶ୍ଚୟ କର, ଅନେକ ପ୍ରଶ୍ନର ଜଙ୍ଗଲରେ ପଡିଗଲେ ପୁଣି ବାହାରିବାର ରାସ୍ତା
ମିଳିବ ନାହିଁ । ଯେପରି ମନୁଷ୍ୟ କୁହୁଡିରେ ବାଟବଣା ହୋଇଗଲେ ରାସ୍ତା ପାଇ ପାରନ୍ତି ନାହିଁ, ଏହା
ମଧ୍ୟ ସେହିପରି ଅଟେ । ଏଠାରେ ମଧ୍ୟ ସେହିପରି ମନୁଷ୍ୟ କେମିତି ନା କେମିତି ମାୟା ଆଡକୁ ଚାଲି
ଯାଉଛନ୍ତି, ସେଥିପାଇଁ ପ୍ରଥମେ ସମସ୍ତଙ୍କୁ ଗୋଟିଏ କଥା ବୁଝାଅ - ତୁମେ ତ ଅବିନାଶୀ ଆତ୍ମା ଅଟ ।
ବାବା ମଧ୍ୟ ଅବିନାଶୀ ଅଟନ୍ତି, ପତିତ-ପାବନ ଅଟନ୍ତି । ତୁମେ ହେଉଛ ପତିତ । ଏବେ ମୁକ୍ତିଧାମ ଘରକୁ
ଯିବ ନହେଲେ ନୂଆ ଦୁନିଆକୁ । ପୁରୁଣା ଦୁନିଆକୁ ଶେଷ ପର୍ଯ୍ୟନ୍ତ ଆତ୍ମାମାନେ ଉପରୁ ଆସୁଥାନ୍ତି ।
ଯିଏ ସମ୍ପୂର୍ଣ୍ଣ ପଢିବେ ନାହିଁ ସେ ତ ନିଶ୍ଚୟ ପଛରେ ଆସିବେ । କେତେ ହିସାବ ରହିଛି ଏବଂ ପାଠପଢା
ଦ୍ୱାରା ମଧ୍ୟ ବୁଝାଯାଏ ଯେ ପ୍ରଥମେ କିଏ ଯିବ? ସ୍କୁଲ୍ରେ ମଧ୍ୟ ଲକ୍ଷ୍ୟ ଦେଇଥାନ୍ତି ନା ।
ଦୌଡିଯାଇ ଲକ୍ଷ୍ୟସ୍ଥଳକୁ ଛୁଇଁ କରି ଆସ । ପ୍ରଥମ ନମ୍ବରବାଲାକୁ ପୁରସ୍କାର ମିଳିଥାଏ । ଏହା ହେଉଛି
ବେହଦ୍ର କଥା । ବେହଦ୍ର ପୁରସ୍କାର ମିଳୁଛି । ବାବା କହୁଛନ୍ତି ୟାଦର ଯାତ୍ରାରେ ରୁହ ।
ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ । ସର୍ବଗୁଣ ସମ୍ପନ୍ନ ଏହିଠାରେ ହିଁ ହେବାକୁ ପଡିବ ସେଥିପାଇଁ
ବାବା କହୁଛନ୍ତି ଚାର୍ଟ ରଖ । ୟାଦର ଯାତ୍ରାର ଚାର୍ଟ ରଖିଲେ ଜଣାପଡିବ ଯେ ଆମେ ଲାଭରେ ଅଛୁ ନା
କ୍ଷତିରେ? କିନ୍ତୁ ପିଲାମାନେ ରଖୁ ନାହାଁନ୍ତି । ବାବା କହୁଛନ୍ତି, ପିଲାମାନେ କିନ୍ତୁ କରୁ
ନାହାଁନ୍ତି । ବହୁତ କମ୍ ପିଲା କରୁଛନ୍ତି, ସେଥିପାଇଁ ମାଳା ମଧ୍ୟ କେତେ କମ୍ ଜଣଙ୍କର ହେଉଛି ।
କେବଳ ୮ ଜଣ ବଡ ସ୍କଲାରସିପ୍ ନେବେ, ପୁଣି ୧୦୮ ତାଙ୍କ ସହିତ ରହିବେ ନା । ୮ ଜଣଙ୍କ ସହ କିଏ ଯିବେ?
ରାଜା ଏବଂ ରାଣୀ । ସେମାନଙ୍କ ମଧ୍ୟରେ ବହୁତ କମ୍ ଫରକ ରହିବ ।
ତେଣୁ ବାବା କହୁଛନ୍ତି ପ୍ରଥମେ ନିଜକୁ ଆତ୍ମା ଭାବି ମୋତେ ସ୍ମରଣ କର - ଏହା ହିଁ ୟାଦର ଯାତ୍ରା
ଅଟେ । ବାବାଙ୍କର କେବଳ ଏହି ସନ୍ଦେଶ ଦେବାକୁ ହେବ । ତିକ୍-ତିକ୍ ଅର୍ଥାତ୍ ବେଶୀ କଥାବାର୍ତ୍ତା
କରିବାର ଆବଶ୍ୟକତା ନାହିଁ, ମନମନାଭବ । ଦେହର ସବୁ ସମ୍ବନ୍ଧ ଛାଡି ପୁରୁଣା ଦୁନିଆର ସମସ୍ତଙ୍କଠାରୁ
ବୁଦ୍ଧିଯୋଗ ଛିନ୍ନ କରିବାକୁ ହେବ କାହିଁକି ନା ଏବେ ଘରକୁ ଫେରିବାକୁ ହେବ, ଅଶରୀରୀ ହେବାକୁ ପଡିବ
। ଏଠାରେ ବାବା ସ୍ମୃତି ଦେଉଛନ୍ତି କି ପିଲାମାନେ ସାରା ଦିନ ବିଲ୍କୁଲ୍ ମନେ ପକାଉ ନାହାଁନ୍ତି,
ଶ୍ରୀମତରେ ଚାଲୁ ନାହାଁନ୍ତି । ବୁଦ୍ଧିରେ ପ୍ରବେଶ କରୁ ହିଁ ନାହିଁ । ବାବା କହୁଛନ୍ତି ନୂଆ
ଦୁନିଆକୁ ଯିବାକୁ ହେଲେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ । ବାବା ଆମକୁ ରାଜ୍ୟ-ଭାଗ୍ୟ
ଦେଇଥିଲେ, ଆମେ ପୁଣି ୮୪ ଜନ୍ମ ନେଇ, କ୍ରମଶଃ ସବୁ କିଛି ହରାଇଦେଲୁ । ଲକ୍ଷ ଲକ୍ଷ ବର୍ଷର କଥା
ନୁହେଁ, ବହୁତ ସନ୍ତାନ ଅଲଫକୁ ଅର୍ଥାତ୍ ପରମପିତା, ଶିବବାବାଙ୍କୁ ନ ଜାଣିବା କାରଣରୁ ବହୁତ
ପ୍ରଶ୍ନ ପଚାରୁଛନ୍ତି । ବାବା କହୁଛନ୍ତି ପ୍ରଥମେ ମୋତେ ମନେ ପକାଅ ତେବେ ପାପ କଟିଯିବ ଏବଂ
ଦୈବୀଗୁଣ ଧାରଣ କଲେ ଦେବତା ହୋଇଯିବ, ଆଉ କିଛି ପଚାରିବାର ଆବଶ୍ୟକତା ନାହିଁ । ମୂଳକଥା ନବୁଝି
ଅନ୍ୟ ବିଷୟରେ ଅଧିକ ଆଲୋଚନା କରିବା ଦ୍ୱାରା ନିଜେ ମଧ୍ୟ ଦ୍ୱନ୍ଦରେ ପଡି ବିରକ୍ତ ହୋଇଯାଉଛନ୍ତି ।
ବାବା କହୁଛନ୍ତି ପ୍ରଥମେ ବାବାଙ୍କୁ ଜାଣିଲେ ସବୁ କିଛି ଜାଣିଯିବ । ମୋ ଦ୍ୱାରା ମୋତେ ଜାଣିଲେ
ତୁମେ ସବୁ କିଛି ଜାଣିଯିବ । ବାକି ଆଉ କିଛି ଜାଣିବାକୁ ବାକି ରହିବ ନାହିଁ । ସେଥିପାଇଁ ୭ ଦିନ
ରଖାଯାଉଛି । ୭ ଦିନରେ ବହୁତ କିଛି ବୁଝିପାରିବେ । କିନ୍ତୁ ବୁଝିଲାବାଲା କ୍ରମାନ୍ୱୟରେ ରହିବେ ।
କେହି କେହି ତ କିଛି ହେଲେ ମଧ୍ୟ ବୁଝୁ ନାହାଁନ୍ତି । ସିଏ କି ରାଜା-ରାଣୀ ହେବେ? ଜଣଙ୍କ ଉପରେ
କ’ଣ ରାଜତ୍ୱ କରିବେ? ପ୍ରତ୍ୟେକଙ୍କୁ ନିଜର ପ୍ରଜା ପ୍ରସ୍ତୁତ କରିବାକୁ ହେବ । ସମୟ ବହୁତ ନଷ୍ଟ
କରୁଛନ୍ତି । ବାବା ସେମାନଙ୍କୁ ‘ବିଚରା’ ବୋଲି କହୁଛନ୍ତି । ଯିଏ ଯେତେ ବଡ ପଦାଧିକାରୀ ହୋଇଥାନ୍ତୁ
ପଛେ ବାବା କିନ୍ତୁ ଜାଣିଛନ୍ତି ଏସବୁ ମାଟିରେ ମିଶିଯିବ । ବାକି ଅଳ୍ପ ସମୟ ଅଛି । ବିନାଶ କାଳେ
ବିପରୀତ ବୁଦ୍ଧିବାଲାଙ୍କର ବିନାଶ ହେବ । ଆମ ଆତ୍ମାମାନଙ୍କର କେତେ ପ୍ରୀତିପୂର୍ଣ୍ଣ ବୁଦ୍ଧି ରହିଛି,
ତାହା ତ ବୁଝିହେଉଛି କି । କେହି କେହି କହୁଛନ୍ତି ଏକ ଘଣ୍ଟା ଦୁଇ ଘଣ୍ଟା ବାବାଙ୍କ ସ୍ମୃତି ରହିଛି!
କ’ଣ ଲୌକିକ ପିତାଙ୍କ ସହିତ ତୁମେ ଘଣ୍ଟାଏ-ଦୁଇ ଘଣ୍ଟା ପାଇଁ ପ୍ରୀତି ରଖୁଛ? ସାରା ଦିନ ବାବା-ବାବା
କହିଥାଅ । ଏଠାରେ ବାବା-ବାବା କହିଲେ ମଧ୍ୟ ସେଭଳି ଗଭୀର ପ୍ରୀତି ନାହିଁ । ବାରମ୍ବାର କହୁଛନ୍ତି
ଶିବବାବାଙ୍କୁ ମନେ ପକାଇଚାଲ । ଆନ୍ତରିକତାର ସହ ମନେ ପକାଇବାକୁ ହେବ । ଚାଲାଖି ଚଳିବ ନାହିଁ ।
ଅନେକ ଅଛନ୍ତି ଯିଏକି କହୁଛନ୍ତି ମୁଁ ଶିବବାବାଙ୍କୁ ବହୁତ ମନେ ପକାଉଛି, ତେବେ ତ ଉଡିବା ଦରକାର ।
ବାବା, ବାସ୍ ଆମେ ଯାଉଛୁ ସେବା କରି ବହୁତଙ୍କର କଲ୍ୟାଣ କରିବା ପାଇଁ ଆମେ ସେବା କରିବାକୁ ଯାଉଛୁ
। ଯେତେ ଅନେକଙ୍କୁ ସନ୍ଦେଶ ଦେବ, ସେତେ ୟାଦରେ ରହିବ । ଅନେକ କନ୍ୟାମାନେ କହୁଛନ୍ତି ବନ୍ଧନ ରହିଛି
। ଆରେ, ସାରା ଦୁନିଆର ତ ବନ୍ଧନ ରହିଛି, ବନ୍ଧନକୁ ଯୁକ୍ତିର ସହିତ କାଟିବାକୁ ହେବ । ବହୁତ ଯୁକ୍ତି
ରହିଛି, ଧରିନିଅ କାଲି ମରିଯିବ ପିଲାଙ୍କୁ ପୁଣି କିଏ ସମ୍ଭାଳିବ? ନିଶ୍ଚୟ କେହି ନା କେହି
ସମ୍ଭାଳିବା ନିମନ୍ତେ ବାହାରି ପଡିବେ । ଅଜ୍ଞାନ କାଳରେ ତ ଦ୍ୱିତୀୟ ବିବାହ କରିନିଅନ୍ତି ।
ବର୍ତ୍ତମାନ ତ ବିବାହ ମଧ୍ୟ ସଂକଟ ଅଟେ । କାହାକୁ କିଛି ପଇସା ଦେଇ କୁହ ପିଲାମାନଙ୍କୁ ସମ୍ଭାଳ ।
ତୁମର ଏହା ମରଜୀବା ଜନ୍ମ ଅଟେ ନା! ଯଦି ମରିଗଲ ପୁଣି ପଛରେ କିଏ ସମ୍ଭାଳିବ? ତେଣୁ ନିଶ୍ଚୟ ନର୍ସ
ରଖିବାକୁ ପଡିବ । ପଇସା ଦ୍ୱାରା କ’ଣ ନ ହୋଇ ପାରିବ । ବନ୍ଧନମୁକ୍ତ ନିଶ୍ଚୟ ହେବାକୁ ପଡିବ ।
ସେବାର ସଉକ ଥିଲେ ସ୍ୱତଃ ପଳାଇ ଆସିବେ । ଦୁନିଆରୁ ମରିଯାଇଛ ନା । ଏଠାରେ ତ ବାବା କହୁଛନ୍ତି
ମିତ୍ର-ସମ୍ବନ୍ଧୀମାନଙ୍କର ମଧ୍ୟ ଉଦ୍ଧାର କର । ସମସ୍ତଙ୍କୁ ସନ୍ଦେଶ ଦେବାକୁ ହେବ - ମନମନାଭବ,
ତେବେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବ । ଏକଥା ବାବା ହିଁ କହୁଛନ୍ତି କି ଅନ୍ୟ ଧର୍ମସ୍ଥାପକ
ମାନେ ତ ଉପରୁ ଆସୁଛନ୍ତି । ତାଙ୍କ ଅନୁଗାମୀ ମଧ୍ୟ ତାଙ୍କ ପଛରେ ଆସିବେ । ଯେପରି ଖ୍ରୀଷ୍ଟ
ସମସ୍ତଙ୍କୁ ପରମଧାମରୁ ତଳକୁ ନେଇ ଆସୁଛନ୍ତି । ତଳେ ଅଭିନୟ କରି-କରି ଯେବେ ଅଶାନ୍ତ ହୋଇପଡୁଛନ୍ତି,
ତେବେ କହୁଛନ୍ତି ଆମର ଶାନ୍ତି ଦରକାର । ଶାନ୍ତିରେ ତ ବସିଥିଲେ, ପୁଣି ଧର୍ମସ୍ଥାପକଙ୍କ ପଛରେ
ଆସିବାକୁ ପଡୁଛି । ପୁଣି କହୁଛନ୍ତି ହେ ପତିତ-ପାବନ ଆସ । କିପରି ଖେଳ ତିଆରି ହୋଇଛି ।
ଧର୍ମସ୍ଥାପକମାନେ ଶେଷରେ ଆସି ଲକ୍ଷ୍ୟ ନେବେ ଅର୍ଥାତ୍ ସାରାଂଶ ଜାଣିବେ । ପିଲାମାନେ ଏସବୁ
ସାକ୍ଷାତ୍କାର କରିଛନ୍ତି । ମନମନାଭବର ଲକ୍ଷ୍ୟ ଆସି ନେବେ । ଏବେ ତୁମେ ଭିକାରିରୁ ରାଜକୁମାର
ହେଉଛ । ବର୍ତ୍ତମାନର ଯିଏ ସାହୁକାର ସେମାନେ ଧନହୀନ ହୋଇଯିବେ । ଆଶ୍ଚର୍ଯ୍ୟ ଅଟେ । ଏହି ଖେଳକୁ
ଟିକିଏ ହେଲେ କେହି ଜାଣି ନାହାଁନ୍ତି । ସମ୍ପୂର୍ଣ୍ଣ ରାଜଧାନୀ ସ୍ଥାପନ ହେଉଛି । କେହି ପୁଣି
ଗରିବ ହେବେ ନା । ଏହାକୁ ଦୂରଦର୍ଶୀ ବୁଦ୍ଧି ଦ୍ୱାରା ବୁଝିବାକୁ ହେବ । ପଛକୁ ସବୁ ସାକ୍ଷାତ୍କାର
ହେବ ଆମେ କିପରି ଟ୍ରାନ୍ସଫର ହେଉଛୁ । ତୁମେ ନୂଆ ଦୁନିଆ ପାଇଁ ପାଠ ପଢୁଛ । ଏବେ ସଂଗମରେ ଅଛ ।
ପାଠପଢି ପାସ୍ କଲେ ଦୈବୀ କୁଳକୁ ଯିବ । ଏବେ ବ୍ରାହ୍ମଣ କୁଳରେ ଅଛ । ଏହି କଥା କେହି ବୁଝିପାରନ୍ତି
ନାହିଁ । ଭଗବାନ ପଢାଉଛନ୍ତି, ଏକଥା ଟିକିଏ ହେଲେ କାହାରି ବୁଦ୍ଧିରେ ପଶୁ ନାହିଁ । ନିରାକାର
ଭଗବାନ ନିଶ୍ଚୟ ଆସିବେ ନା । ଏହି ଡ୍ରାମା ବହୁତ ଆଶ୍ଚର୍ଯ୍ୟଜନକ ଭାବରେ ତିଆରି ହୋଇଛି, ଏହାକୁ
ତୁମେ ଜାଣିଛ ଏବଂ ଅଭିନୟ କରୁଛ । ତ୍ରିମୂର୍ତ୍ତି ଚିତ୍ର ବିଷୟରେ ମଧ୍ୟ ବୁଝାଇବାକୁ ହେବ -
ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ବିନାଶ ତ ସ୍ୱତଃ ହିଁ ହେବ । କେବଳ ନାମ ରଖି ଦେଇଛନ୍ତି
ଶଙ୍କରଙ୍କ ଦ୍ୱାରା ବିନାଶ । ଏହିପରି ଡ୍ରାମା ମଧ୍ୟ ତିଆରି ହୋଇଛି । ମୁଖ୍ୟ କଥା ହେଉଛି ନିଜକୁ
ଆତ୍ମା ଭାବି ବାବାଙ୍କୁ ମନେ ପକାଇଲେ କଳଙ୍କ ଛାଡିଯିବ । ସ୍କୁଲ୍ରେ ଯେତେ ଭଲ ଭାବରେ ପଢିବ, ସେତେ
ଅଧିକ ଆମଦାନୀ ହେବ । ତୁମକୁ ୨୧ ଜନ୍ମ ନିମନ୍ତେ ସ୍ୱାସ୍ଥ୍ୟ ଓ ସମ୍ପତ୍ତି ମିଳୁଛି, ଏହା କ’ଣ କମ୍
କଥା । ଏଠାରେ ସମ୍ପତ୍ତି ଥିଲେ ମଧ୍ୟ ଆଉ ସମୟ ନାହିଁ ଯେ ପୁଅ ନାତି ଖାଇପାରିବେ । ବାବା ସବୁ କିଛି
ଏହି ସେବାରେ ଲଗାଇଦେବା ଦ୍ୱାରା କେତେ ଜମା ହୋଇଗଲା । ସମସ୍ତଙ୍କର କ’ଣ ଜମା ହୋଇଥାଏ । ଏତେସବୁ
ଲକ୍ଷପତି ଅଛନ୍ତି, ସେମାନଙ୍କର ପଇସା କାମରେ ଆସିବ ନାହିଁ । ବାବା ନେବେ ହିଁ ନାହିଁ ଯାହାକୁ କି
ପ୍ରତିଦାନରେ ପୁଣି ଦେବାକୁ ପଡିବ । ଆଚ୍ଛା!
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ବନ୍ଧନ ଗୁଡିକୁ କାଟିବାର ଉପାୟ ରଚନା କରିବାକୁ ହେବ । ଅତ୍ୟନ୍ତ ଘନିଷ୍ଠ ବାବାଙ୍କ ସହିତ ଗଭୀର
ସ୍ନେହ ରଖିବାକୁ ହେବ । ବାବାଙ୍କର ସନ୍ଦେଶ ସମସ୍ତଙ୍କୁ ଦେଇ, ସମସ୍ତଙ୍କର କଲ୍ୟାଣ କରିବାକୁ ହେବ
।
(୨) ଦୂରଦର୍ଶୀ ବୁଦ୍ଧି
ଦ୍ୱାରା ଏହି ବେହଦର ଖେଳକୁ ବୁଝିବାକୁ ହେବ । ଭିକାରିରୁ ରାଜକୁମାର ହେବାର ପାଠପଢା ପ୍ରତି ପୂରା
ପୂରା ଧ୍ୟାନ ଦେବାକୁ ପଡିବ । ଦୈନନ୍ଦିନ ଯୋଗର ଚାର୍ଟ ରଖିବାକୁ ହେବ ।
ବରଦାନ:-
ସଂକଳ୍ପ ରୂପୀ
ବୀଜକୁ କଲ୍ୟାଣକାରୀ ଶୁଭଭାବନାରେ ଭରପୂର ରଖୁଥିବା ବିଶ୍ୱ କଲ୍ୟାଣକାରୀ ହୁଅ ।
ଯେପରି ସାରା ବୃକ୍ଷର
ସାର ବସ୍ତୁ ବୀଜରେ ରହିଥାଏ, ସେହିପରି ସଂକଳ୍ପ ରୂପୀ ବୀଜ ପ୍ରତ୍ୟେକ ଆତ୍ମା ପ୍ରତି, ପ୍ରକୃତି
ପ୍ରତି ଶୁଭଭାବନା ସମ୍ପନ୍ନ ହେଉ । ସମସ୍ତଙ୍କୁ ବାବାଙ୍କ ସମାନ କରିବାର ଭାବନା, ନିର୍ବଳକୁ ବଳବାନ
କରିବାର ଭାବନା ଦୁଃଖୀ ଅଶାନ୍ତ ଆତ୍ମାକୁ ସଦାସୁଖୀ ଏବଂ ଶାନ୍ତ କରିବାର ଭାବନାର ରସ ବା ସାର ତୁମର
ପ୍ରତ୍ୟେକ ସଂକଳ୍ପରେ ଭରି ରହିଥାଉ, କୌଣସି ବି ସଂକଳ୍ପ ରୂପୀ ବୀଜ ଏହି ସାର ବସ୍ତୁରେ ଖାଲି ନ ରହୁ
ଅର୍ଥାତ୍ ବ୍ୟର୍ଥ ନ ହେଉ, କଲ୍ୟାଣର ଭାବନା ଦ୍ୱାରା ସମର୍ଥ ହୋଇଥାଉ, ତେବେ କୁହାଯିବ ବାବାଙ୍କ
ସମାନ ବିଶ୍ୱ କଲ୍ୟାଣକାରୀ ଆତ୍ମା ।
ସ୍ଲୋଗାନ:-
ମାୟାର ଝାମିଲାରେ
ବିଚଳିତ ହେବା ପରିବର୍ତ୍ତେ ପରମାତ୍ମ ମିଳନର ମଉଜରେ ରୁହ ।
ଅବ୍ୟକ୍ତ ଈଶାରା:- ଏବେ
ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର ।
କର୍ମାତୀତ ହେବା ପାଇଁ
ଅଶରୀରୀ ହେବାର ଅଭ୍ୟାସକୁ ବଢାଅ । ଶରୀରର ବନ୍ଧନ, କର୍ମର ବନ୍ଧନ, ବ୍ୟକ୍ତିମାନଙ୍କର ବନ୍ଧନ,
ବୈଭବର ବନ୍ଧନ, ସ୍ୱଭାବ ସଂସ୍କାରର ବନ୍ଧନ... କୌଣସି ବି ବନ୍ଧନ ନିଜ ଆଡକୁ ଆକର୍ଷିତ ନକରୁ ।
ଏହିସବୁ ବନ୍ଧନଗୁଡିକ ହିଁ ଆତ୍ମାକୁ ଟାଇଟ୍ କରି ଦେଉଛି, ଏଥିପାଇଁ ସଦା ନିର୍ଲିପ୍ତ ଅର୍ଥାତ୍
ନ୍ୟାରା ଏବଂ ପ୍ୟାରା ହେବାର ଅଭ୍ୟାସ କର ।