06.01.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବ୍ରହ୍ମାବାବା ଶିବବାବାଙ୍କର ରଥ ଅଟନ୍ତି, ଦୁହିଁଙ୍କର ଏକାଠି ପାର୍ଟ ଚାଲିଛି, ଏଥିରେ ତିଳେମାତ୍ର
ସନ୍ଦେହ ଆସିବା ଉଚିତ୍ ନୁହେଁ ” ।
ପ୍ରଶ୍ନ:-
ମନୁଷ୍ୟମାନେ
ଦୁଃଖରୁ ମୁକ୍ତି ପାଇବା ପାଇଁ କେଉଁ ଉପାୟ କରୁଛନ୍ତି, ଯାହାକୁ ମହାପାପ କୁହାଯାଏ?
ଉତ୍ତର:-
ମନୁଷ୍ୟମାନେ ଯେତେବେଳେ ଦୁଃଖୀ ହୋଇଯାଆନ୍ତି ସେତେବେଳେ ନିଜକୁ ହତ୍ୟା କରିବା ପାଇଁ ଅନେକ ଉପାୟ
ରଚନା କରନ୍ତି । ଜୀବଘାତ କରିବା ପାଇଁ ଚିନ୍ତା କରନ୍ତି, ଭାବନ୍ତି ଏହା ଦ୍ୱାରା ଆମେ ଦୁଃଖରୁ
ମୁକ୍ତି ପାଇଯିବୁ । କିନ୍ତୁ ଏହାଠାରୁ ବଡ ମହାପାପ ଆଉ କିଛି ନାହିଁ । ସେମାନେ ଆହୁରି ଅଧିକ
ଦୁଃଖରେ ବାନ୍ଧି ହୋଇ ଯାଆନ୍ତି କାହିଁକି ନା ଏହା ହେଉଛି ଅପାର ଦୁଃଖର ଦୁନିଆ ।
ଓମ୍ ଶାନ୍ତି ।
ପିଲାମାନଙ୍କୁ ବାବା ପଚାରୁଛନ୍ତି, ଆତ୍ମାମାନଙ୍କୁ ପରମାତ୍ମା ପଚାରୁଛନ୍ତି - ଏକଥା ତ ଜାଣିଛ ଯେ,
ଆମେ ପରମପିତା ପରମାତ୍ମାଙ୍କ ସମ୍ମୁଖରେ ବସିଛୁ । ତାଙ୍କର ନିଜର ରଥ ଅର୍ଥାତ୍ ଶରୀର ତ ନାହିଁ ।
ଏହି କଥା ଉପରେ ତ ନିଶ୍ଚୟ ରହିଛି ନା - ଏହି ଭ୍ରୃକୁଟୀ ମଧ୍ୟରେ ବାବାଙ୍କର ନିବାସ ସ୍ଥାନ ଅଟେ ।
ବାବା ନିଜେ କହୁଛନ୍ତି ମୁଁ ବ୍ରହ୍ମାଙ୍କର ଭ୍ରୃକୁଟୀ ମଧ୍ୟରେ ବିରାଜମାନ କରୁଛି । ତାଙ୍କ ଶରୀରକୁ
ଉଧାର ନେଉଛି । ଯେପରି ଆତ୍ମା ଭ୍ରୁକୁଟୀ ମଧ୍ୟରେ ଅଛି ସେହିପରି ବାବା ମଧ୍ୟ ସେହିଠାରେ ହିଁ
ବସୁଛନ୍ତି । ସେହି ଭ୍ରୃକୁଟୀ ମଧ୍ୟରେ ବ୍ରହ୍ମା ଅଛନ୍ତି ଏବଂ ଶିବବାବା ମଧ୍ୟ ଅଛନ୍ତି । ବ୍ରହ୍ମା
ନ ଥିଲେ ଶିବବାବା କଥାବାର୍ତ୍ତା କିପରି କରିବେ? ଶିବବାବାଙ୍କୁ ତ ସର୍ବଦା ଉପରେ ହିଁ ମନେ ପକାଇ
ଆସିଛ । ଏବେ ତୁମମାନେ ଜାଣୁଛ ଯେ, ଆମେମାନେ ବାବାଙ୍କ ପାଖରେ ବସିଛୁ । ଏମିତି ନୁହେଁ ଯେ ଶିବବାବା
ଉପରେ ଅଛନ୍ତି ତାଙ୍କ ପ୍ରତିମାର ପୂଜା ଏହିଠାରେ ହିଁ ହେଉଛି । ଏ ସବୁ କଥା ବହୁତ ବୁଝିବା ଯୋଗ୍ୟ
ଅଟେ । ତୁମେ ତ ଜାଣିଛ ବାବା ହେଲେ ଜ୍ଞାନର ସାଗର । ଜ୍ଞାନ କେଉଁଠାରୁ ଶୁଣାଉଛନ୍ତି? କ’ଣ ଉପରୁ
ଶୁଣାଉଛନ୍ତି? ନା । ବାବା ଏଠାକୁ ଆସିଛନ୍ତି । ବ୍ରହ୍ମାଙ୍କ ଶରୀର ମାଧ୍ୟମରେ ଶୁଣାଉଛନ୍ତି । କେହି
କେହି କହୁଛନ୍ତି ଆମେ ବ୍ରହ୍ମାଙ୍କୁ ମାନୁନାହୁଁ । କିନ୍ତୁ ଶିବବାବା ନିଜେ ବ୍ରହ୍ମାଙ୍କ ଶରୀର
ଦ୍ୱାରା କହୁଛନ୍ତି ଯେ ମୋତେ ମନେ ପକାଅ । ତେବେ ଏହି ସବୁ କଥାକୁ ବୁଝିବା ଦରକାର ନା । କିନ୍ତୁ
ମାୟା ବହୁତ ଶକ୍ତିଶାଳୀ । ମୁହଁକୁ ଏକଦମ ପଛକୁ କରିଦେଉଛି । ଏବେ ଶିବବାବା ତୁମମାନଙ୍କ ମୁହଁକୁ
ନିଜ ଆଡକୁ କରିଛନ୍ତି । ତୁମେମାନେ ବାବାଙ୍କ ସମ୍ମୁଖରେ ବସିଛ, ତଥାପି କି ଯେଉଁମାନେ ଏଭଳି
ଭାବୁଛନ୍ତି ଯେ, ବ୍ରହ୍ମା ତ କିଛି ନୁହଁନ୍ତି, ତେବେ ସେମାନଙ୍କର ଗତି କ’ଣ ହେବ । ସେମାନେ
ଦୁର୍ଗତିକୁ ପ୍ରାପ୍ତ କରିବେ । ସେମାନଙ୍କ ବୁଦ୍ଧିରେ କିଛି ବି ଜ୍ଞାନ ନାହିଁ । ମନୁଷ୍ୟ ଡାକିଛି
ଓ ଗଡ୍ ଫାଦର । ତେବେ ସେହି ଗଡ୍ ଫାଦର ଶୁଣୁଛନ୍ତି କି? ତାଙ୍କୁ ଡାକୁଛନ୍ତି, ହେ ମୁକ୍ତିଦାତା ଆସ,
ତେବେ ସିଏ କ’ଣ ସେଇଠି ଥାଇ ମୁକ୍ତି କରିବେ କି? ବାବା କଳ୍ପ କଳ୍ପ ପୁରୁଷୋତ୍ତମ ସଂଗମଯୁଗରେ ହିଁ
ଆସିଥା’ନ୍ତି, ଯାହାଙ୍କ ଶରୀରରେ ବାବା ଆସୁଛନ୍ତି ଯଦି ତାଙ୍କୁ ହଟାଇ ଦେବ ତେବେ କ’ଣ କୁହାଯିବ!
ନମ୍ବରୱାନ ତମୋପ୍ରଧାନ କୁହାଯିବ । ନିଶ୍ଚୟ ଥିଲେ ମଧ୍ୟ ମାୟା ଏକଦମ୍ ମୁହଁ ବୁଲାଇ ଦେଉଛି । ତା
ପାଖରେ ଏତେ ବଳ ଅଛି ଯାହାକି ଏକଦମ୍ ୱର୍ଥ ନଟ ଏ ପେନୀ ଅର୍ଥାତ୍ ସମ୍ପୂର୍ଣ୍ଣ ମୂଲ୍ୟହୀନ କରିଦେଉଛି
। କେତେ କେତେ ସେଣ୍ଟରମାନଙ୍କରେ ତ ଏଭଳି ସନ୍ତାନ ମଧ୍ୟ ଅଛନ୍ତି, ସେଥିପାଇଁ ବାବା କହୁଛନ୍ତି -
ଖବରଦାର ରୁହ । ଯଦିଓ ସେମାନେ ଶୁଣିଥିବା ଜ୍ଞାନକୁ ଅନ୍ୟମାନଙ୍କୁ ଶୁଣାଇଥା’ନ୍ତି କିନ୍ତୁ ତାହା
ଯେପରି ପଣ୍ଡିତଙ୍କ ଭଳି ହୋଇଗଲା । ଯେମିତି ବାବା ଜଣେ ପଣ୍ଡିତର କାହାଣୀ ଶୁଣାଇଥା’ନ୍ତି । ସେ
କହିଲେ ରାମ-ରାମ କହିଲେ ନଦୀ ପାରି ହୋଇଯିବ । ଏହିଭଳି ଗୋଟିଏ କାହାଣୀ ମଧ୍ୟ ତିଆରି କରିଦେଇଛନ୍ତି
। ଏବେ ତୁମେମାନେ ବାବାଙ୍କ ସ୍ମୃତିରେ ବିଷୟ ସାଗରରୁ କ୍ଷୀର ସାଗରକୁ ଯାଉଛ ନା । ଭକ୍ତିମାର୍ଗରେ
ଅନେକ କାହାଣୀମାନ ତିଆରି କରିଦେଇଛନ୍ତି । ବାସ୍ତବରେ ଏଭଳି କିଛି କଥା ନାହିଁ । ଏହା ଏକ କାହାଣୀ
ଲେଖାଯାଇଛି । ପଣ୍ଡିତ ନିଜେ ଅନ୍ୟମାନଙ୍କୁ ଜ୍ଞାନ ଶୁଣାଉଥିଲେ କିନ୍ତୁ ନିଜର ବିଲ୍କୁଲ୍ କିଛି
ଧାରଣା ନ ଥିଲା । ନିଜେ ବିକାରଗ୍ରସ୍ତ ହେଉଥିବ କିନ୍ତୁ ଅନ୍ୟମାନଙ୍କୁ କହିବ ନିର୍ବିକାରୀ ହୁଅ,
ତେବେ ତା’ର କି ପ୍ରଭାବ ପଡିବ । ଏହିଭଳି ମଧ୍ୟ ବହୁତ ବ୍ରହ୍ମାକୁମାର-କୁମାରୀ ଅଛନ୍ତି - ଯେଉଁମାନେ
ନିଜେ ନିଶ୍ଚୟ ବୁଦ୍ଧି ନୁହଁନ୍ତି, କିନ୍ତୁ ଅନ୍ୟମାନଙ୍କୁ ଶୁଣାଇ ଚାଲିଛନ୍ତି ସେଥିପାଇଁ କେଉଁଠି
ଜ୍ଞାନ ଶୁଣାଇଲାବାଲାଙ୍କ ଠାରୁ ଶୁଣିଲାବାଲା ଆଗକୁ ବଢି ଯାଉଛନ୍ତି । ଯେଉଁମାନେ ବହୁତଙ୍କର ସେବା
କରିଥାନ୍ତି ସେମାନେ ତ ନିଶ୍ଚୟ ସମସ୍ତଙ୍କର ପ୍ରିୟ ହେବେ ନା । ପଣ୍ଡିତଙ୍କ ଭଳି ଠକ ଜଣା ପଡିଲେ
ତାଙ୍କୁ କିଏ ଭଲ ପାଇବ! ତେବେ ସ୍ନେହ ସେମାନଙ୍କ ପ୍ରତି ଆସିବ ଯେଉଁମାନେ ବାସ୍ତବରେ ଯୋଗଯୁକ୍ତ
ହୋଇ ରହୁଛନ୍ତି । ଭଲ ଭଲ ମହାରଥୀମାନଙ୍କୁ ମଧ୍ୟ ମାୟା ଗ୍ରାସ କରିଦେଉଛି । ଏମିତି ବହୁତଙ୍କୁ ମାୟା
ଗିଳି ଦେଇଛି । ବାବା ମଧ୍ୟ ବୁଝାଉଛନ୍ତି, ଏବେ କାହାର ହେଲେ କର୍ମାତୀତ ଅବସ୍ଥା ହୋଇନାହିଁ । ତାହା
ଅନ୍ତିମ ସମୟରେ ହେବ । ଗୋଟିଏ ପାର୍ଶ୍ଵରେ ଲଢେଇ ଲାଗିବ ଅନ୍ୟ ପାର୍ଶ୍ଵରେ କର୍ମାତୀତ ଅବସ୍ଥା ହେବ
। ଏହାର ପୁରା କନେକ୍ଶନ ରହିଛି । ଲଢେଇ ସମାପ୍ତ ହୋଇଗଲା ପରେ ତୁମେମାନେ ଟ୍ରାନ୍ସଫର ଅର୍ଥାତ୍
ସତ୍ୟଯୁଗକୁ ଚାଲିଯିବ । ପ୍ରଥମେ ରୁଦ୍ରମାଳା ତିଆରି ହୁଏ । ବାସ୍ତବରେ ଏହି ସବୁ କଥାକୁ ଆଉ କେହି
ଜାଣି ନାହାଁନ୍ତି । ତୁମେମାନେ ଜାଣିଛ ବିନାଶ ସମ୍ମୁଖରେ ଉପସ୍ଥିତ । ଏବେ ତୁମେମାନେ କମ୍
ସଂଖ୍ୟାରେ ଅଛ, ସେମାନେ ବହୁତ ସଂଖ୍ୟାରେ ଅଛନ୍ତି । ତେଣୁ ତୁମକୁ କିଏ ମାନିବ! ଯେତେବେଳେ
ତୁମମାନଙ୍କର ସଂଖ୍ୟା ବୃଦ୍ଧି ହୋଇଯିବ, ତୁମର ଯୋଗବଳ ଜମା ହେବ ସେତେବେଳେ ବହୁତ ଆକର୍ଷିତ ହୋଇ
ଆସିବେ । ଯେତେ ତୁମ ଆତ୍ମାରୁ କଳଙ୍କି ବାହାରିଚାଲିବ ସେତେ ବଳ ଭରି ହେଉଥିବ । ଏପରି ନୁହେଁ ଯେ
ବାବା ସର୍ବଜ୍ଞ ଅଟନ୍ତି । ସିଏ ଏଠାକୁ ଆସି ସମସ୍ତଙ୍କୁ ଦେଖୁଛନ୍ତି ଏବଂ ସମସ୍ତଙ୍କ ଅବସ୍ଥାକୁ
ଜାଣୁଛନ୍ତି । ବାବା ପିଲାମାନଙ୍କର ଅବସ୍ଥାକୁ କ’ଣ ଜାଣିପାରିବେ ନାହିଁ? ବାବାଙ୍କୁ ସବୁ ଜଣା
ପଡିଯାଏ । ଏଥିରେ ଅନ୍ତର୍ଯ୍ୟାମୀ ହେବାର କୌଣସି କଥା ନାହିଁ । ଏବେ ତ କାହାର ହେଲେ କର୍ମାତୀତ
ଅବସ୍ଥା ହୋଇନାହିଁ । ଆସୁରୀ କଥାବାର୍ତ୍ତା, ଆସୁରୀ ଚାଲିଚଳନ ଆଦି ସବୁ କିଛି ଲୋକଲୋଚନକୁ ଆସି
ଯାଉଛି । ତୁମକୁ ତ ଦୈବୀ ଚାଲିଚଳଣ କରିବାକୁ ହେବ । ଦେବତାମାନେ ସର୍ବଗୁଣ ସମ୍ପନ୍ନ ଅଟନ୍ତି ନା ।
ଏବେ ତୁମମାନଙ୍କୁ ସେହିପରି ହେବାକୁ ପଡିବ । କେଉଁଠି ସେହି ଅସୁରମାନେ ଏବଂ କେଉଁଠି ଦେବତାମାନେ!
କିନ୍ତୁ ମାୟା କାହାକୁ ମଧ୍ୟ ଛାଡୁନାହିଁ, ଲାଜକୁଳୀ ଲଟା ଭଳି କରିଦେଉଛି । ଏକଦମ ମାରି ପକାଉଛି ।
ପାଞ୍ଚଟି ସିଢି ଅଛି ନା । ଦେହ-ଅଭିମାନରେ ଆସିବା ଦ୍ୱାରା ଉପରୁ ଏକଦମ ତଳକୁ ଖସିପଡୁଛନ୍ତି । ତଳକୁ
ଖସି ପଡିଲେ ଅର୍ଥାତ୍ ମରିଗଲେ । ଆଜିକାଲି ଆତ୍ମହତ୍ୟା କରିବା ପାଇଁ କ’ଣ କ’ଣ ସବୁ ଉପାୟ ବାହାର
କରୁଛନ୍ତି । ୨୧ ମହଲାରୁ ଡେଇଁ ପଡୁଛନ୍ତି ଯେପରି ଏକଦମ ଶେଷ ହୋଇଯିବେ । ଯଦି ନ ମରିଲେ ପୁଣି
ଡାକ୍ତରଖାନାରେ ପଡି ରହି ଦୁଃଖ ଭୋଗକରୁଥିବେ । ପାଞ୍ଚ ମହଲାରୁ ଡେଇଁ ପଡିଲେ ଯଦି ମୃତ୍ୟୁ ନ ହେଲା
ତେବେ କେତେ ଦୁଃଖ ଭୋଗ କରିବାକୁ ହେବ । କେହି କେହି ନିଜକୁ ନିଆଁ ଲଗାଇ ଦେଉଛନ୍ତି, ଯଦି କେହି
ତାଙ୍କୁ ବଞ୍ଚେଇ ଦେଉଛନ୍ତି ତେବେ ତାଙ୍କୁ କେତେ ଦୁଃଖ ସହନ କରିବାକୁ ପଡୁଛି । ଯଦି ପୁରା ଜଳିଗଲେ
ତେବେ ଆତ୍ମା ତ ଶରୀରରୁ ଚାଲିଯିବ ନା । ସେଥିପାଇଁ ଜୀବଘାତ କରୁଛନ୍ତି, ଶରୀରକୁ ସମାପ୍ତ କରି
ଦେଉଛନ୍ତି । ଭାବୁଛନ୍ତି ଶରୀର ଛାଡିଦେଲେ ଦୁଃଖରୁ ମୁକ୍ତି ପାଇଯିବୁ । କିନ୍ତୁ ଏହା ମଧ୍ୟ
ମହାପାପ, ତାଙ୍କୁ ପରବର୍ତ୍ତୀ ଜନ୍ମରେ ଆହୁରି ଅଧିକ ଦୁଃଖ ଭୋଗିବାକୁ ପଡିଥାଏ କାରଣ ଏହା ହେଉଛି
ଅପାର ଦୁଃଖର ଦୁନିଆ । ସେଠାରେ ଅପାର ସୁଖ ରହିଛି । ତୁମେ ପିଲାମାନେ ଜାଣୁଛ ଏବେ ଆମମାନଙ୍କୁ ଘରକୁ
ଫେରିବାକୁ ହେବ, ଏବେ ଆମେ ଦୁଃଖଧାମରୁ ସୁଖଧାମକୁ ଯାଉଛୁ । ସେଥିପାଇଁ ବାବା ଯିଏକି ସୁଖଧାମର
ମାଲିକ କରୁଛନ୍ତି ତାଙ୍କୁ ବହୁତ ମନେ ପକାଇବାକୁ ହେବ । ବାବା ବ୍ରହ୍ମାଙ୍କ ମାଧ୍ୟମରେ ବୁଝାଉଛନ୍ତି
ଯାହାର ଚିତ୍ର ମଧ୍ୟ ରହିଛି ନା । ସେଥିପାଇଁ କୁହାଯାଏ ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ତୁମେମାନେ
କହୁଛ ବାବା ଆମେ ଅନେକ ଥର ଆପଣଙ୍କଠାରୁ ସ୍ୱର୍ଗର ସମ୍ପତ୍ତି ନେଇଛୁ । ବାବା ମଧ୍ୟ ସଂଗମ ଯୁଗରେ
ହିଁ ଆସିଥା’ନ୍ତି ଯେତେବେଳେ କି ଦୁନିଆକୁ ବଦଳିବାକୁ ଥାଏ । ତେବେ ବାବା କହୁଛନ୍ତି ମୁଁ ଆସିଛି
ତୁମମାନଙ୍କୁ ଦୁଃଖରୁ ମୁକ୍ତ କରି ସୁଖର ଦୁନିଆ ଅର୍ଥାତ୍ ପବିତ୍ର ଦୁନିଆକୁ ନେଇଯିବା ପାଇଁ ।
ମନୁଷ୍ୟମାନେ ଡାକୁଛନ୍ତି ମଧ୍ୟ - ହେ ପତିତପାବନ.... ଏକଥା କ’ଣ ଜାଣିଛନ୍ତି ଯେ ଆମେ ମହାକାଳକୁ
ଡାକୁଛୁ । ଆମକୁ ଏହି ଛି-ଛି ନର୍କ ଦୁନିଆରୁ ଘରକୁ ନେଇଚାଲ । ତେବେ ନିଶ୍ଚିତ ଭାବରେ ବାବା ଆସିବେ
। ଆମେ ସମସ୍ତେ ମରିବା ତେବେ ତ ଶାନ୍ତି ହେବ ନା । ଶାନ୍ତି ଶାନ୍ତି କରି ଚାଲିଛନ୍ତି । ବାସ୍ତବରେ
ଶାନ୍ତି ତ ପରମଧାମରେ ଅଛି । ଯେ ପର୍ଯ୍ୟନ୍ତ ଏହି ଦୁନିଆରେ ଏତେ ଢେର ମନୁଷ୍ୟ ଅଛନ୍ତି ସେ
ପର୍ଯ୍ୟନ୍ତ ଶାନ୍ତି କିପରି ଆସିବ! ସତ୍ୟଯୁଗରେ ସୁଖଶାନ୍ତି ଥିଲା । ଏବେ କଳିଯୁଗରେ ଅନେକ ଧର୍ମ
ଅଛି । ଯେତେବେଳେ ଅନେକ ଧର୍ମର ବିନାଶ ହେବ ଏବଂ ଗୋଟିଏ ଧର୍ମର ସ୍ଥାପନା ହେବ ତେବେ ଯାଇ ତ
ସୁଖ-ଶାନ୍ତି ହେବ ନା । ହାହାକାର ପରେ ହିଁ ପୁଣି ଜୟଜୟକାର ହେବ । ଆଗକୁ ଗଲେ ଦେଖିବ ମୃତ୍ୟୁର
ବଜାର କେତେ ଗରମ ରହିବ ଅର୍ଥାତ୍ ମୃତ୍ୟୁ ପରେ ମୃତ୍ୟୁ ହୋଇଚାଲିବ, ବିନାଶ ନିଶ୍ଚିତ ହେବ । ଗୋଟିଏ
ଧର୍ମର ସ୍ଥାପନା ବାବା ଆସି କରୁଛନ୍ତି । ରାଜଯୋଗ ମଧ୍ୟ ଶିଖାଉଛନ୍ତି । ବାକି ଅନେକ ଧର୍ମର ବିନାଶ
ହୋଇଯିବ । ଏ କଥା ଗୀତାରେ କିଛି ଦେଖାଇ ନାହାଁନ୍ତି । ପାଞ୍ଚ ପାଣ୍ଡବ ଏବଂ ଗୋଟିଏ କୁକୁର ହିମାଳୟ
ଉପରୁ ଖସିପଡି ଦେହତ୍ୟାଗ କଲେ । ପୁଣି ଫଳାଫଳ କ’ଣ ହେଲା? ପ୍ରଳୟ ଦେଖାଇଦେଇଛନ୍ତି । ଯଦିଓ ଜଳମୟ
ହୋଇଯାଏ କିନ୍ତୁ ସାରା ଦୁନିଆ ଜଳମୟ ହୋଇପାରିବ ନାହିଁ । ଭାରତ ତ ଅବିନାଶୀ ପବିତ୍ର ଭୂମି ଅଟେ ।
ସେଥିରେ ମଧ୍ୟ ଆବୁ (ମାଉଣ୍ଟଆବୁ) ସବୁଠାରୁ ପବିତ୍ର ତୀର୍ଥ ସ୍ଥାନ ଅଟେ, ଯେଉଁଠି ବାବା ଆସି
ତୁମମାନଙ୍କ ଦ୍ୱାରା ସମସ୍ତଙ୍କର ସଦ୍ଗତି କରିଥା’ନ୍ତି । ଦିଲୱାଲା ଅର୍ଥାତ୍ ଦିଲୱାଡା ମନ୍ଦିରରେ
ଏହାର କେତେ ସ୍ମୃତିଚିହ୍ନ ରହିଛି ଏବଂ ତାହା କେତେ ଅର୍ଥ ସହିତ ରହିଛି । କିନ୍ତୁ ଯେଉଁମାନେ ତିଆରି
କରିଛନ୍ତି ସେମାନେ ଜାଣି ନାହାଁନ୍ତି । ପୁଣି ବି ସେମାନେ ବହୁତ ଭଲ ବୁଦ୍ଧିମାନ ତ ଥିଲେ ନା ।
ଦ୍ୱାପର ଯୁଗରେ ନିଶ୍ଚିତ ଭଲ ବୁଦ୍ଧିମାନ ମନୁଷ୍ୟ ଥିବେ । କଳିଯୁଗରେ ପତିତ ତମୋପ୍ରଧାନ ମନୁଷ୍ୟ
ଥା’ନ୍ତି । ଦ୍ୱାପର ଯୁଗରେ ପୁଣି ବି ତମୋବୁଦ୍ଧି ଥିବେ । ସବୁ ମନ୍ଦିର ମଧ୍ୟରୁ ଏହା ଶ୍ରେଷ୍ଠ ଅଟେ,
ଯେଉଁଠି ତୁମେମାନେ ତପସ୍ୟାରେ ବସିଛ ।
ଏବେ ତୁମେମାନେ ଦେଖିବ ବିନାଶରେ କିପରି ହୋଲସେଲ୍ ମୃ୍ତ୍ୟୁ ହେବ । ସାମୁହିକ ଭାବରେ ମହାଭାରୀ
ଲଢେଇ ଲାଗିବ । ସବୁ ସମାପ୍ତ ହୋଇଯିବେ ବାକି ଗୋଟିଏ ଖଣ୍ଡ ରହିବ । ଭାରତ ବହୁତ ଛୋଟ ହୋଇଯିବ
ଅର୍ଥାତ୍ ଭାରତରେ ବହୁତ କମ ଲୋକ ରହିବେ ବାକି ସବୁ ଦେଶ ଜନଶୂନ୍ୟ ହୋଇଯିବ । ସ୍ୱର୍ଗ ଦୁନିଆ କେତେ
ଛୋଟ ହୋଇଥିବ । ଏବେ ଏହି ଜ୍ଞାନ ତୁମମାନଙ୍କ ବୁଦ୍ଧିରେ ଅଛି । ଅନ୍ୟମାନଙ୍କୁ ବୁଝାଇବା ପାଇଁ
ମଧ୍ୟ ସମୟ ଲାଗୁଛି । ଏହା ହେଉଛି ପୁରୁଷୋତ୍ତମ ସଂଗମଯୁଗ । ଏଠାରେ କେତେ ଢେର ମନୁଷ୍ୟ ଅଛନ୍ତି ଏବଂ
ସେଠାରେ କେତେ ଅଳ୍ପ ସଂଖ୍ୟକ ମନୁଷ୍ୟ ରହିବେ, ବାକି ସମସ୍ତେ ସମାପ୍ତ ହୋଇଯିବେ । ବିଶ୍ୱର
ଇତିହାସ-ଭୁଗୋଳ ଆରମ୍ଭରୁ ପୁନରାବୃତ୍ତି ହେବ । ତେବେ ନିଶ୍ଚିତ ସ୍ୱର୍ଗଠାରୁ ହିଁ ପୁନରାବୃତ୍ତି
ହେବ । ତାହା ଶେଷ ସମୟରେ ତ ଆସିବ ନାହିଁ । ଏହି ଡ୍ରାମାର ଚକ୍ର ଅନାଦି ଅଟେ, ଯାହାକି ଘୂରି
ଚାଲିଛି । ଏପଟେ କଳିଯୁଗ, ସେପଟେ ହେଲା ସତ୍ୟଯୁଗ । ଆମେମାନେ ସଂଗମଯୁଗରେ ଅଛେ । ଏ କଥା ମଧ୍ୟ
ତୁମେମାନେ ଜାଣିଛ । ବାବା ଏଠାକୁ ଆସୁଛନ୍ତି ତେଣୁ ତାଙ୍କୁ ରଥ ତ ନିଶ୍ଚିତ ଦରକାର ନା । ବାବା
ବୁଝାଉଛନ୍ତି, ଏବେ ତୁମେମାନେ ଘରକୁ ଯାଉଛ । ପୁଣି ଏହିଭଳି ଲକ୍ଷ୍ମୀ-ନାରାୟଣ ହେବ, ସେଥିପାଇଁ
ଦୈବୀଗୁଣ ମଧ୍ୟ ଧାରଣ କରିବା ଦରକାର । ଏକଥା ମଧ୍ୟ ତୁମମାନଙ୍କୁ ବୁଝାଇ ଦିଆଯାଉଛି ଯେ, ରାବଣ
ରାଜ୍ୟ ଏବଂ ରାମ ରାଜ୍ୟ କାହାକୁ କୁହାଯାଏ । ପତିତରୁ ପାବନ, ପୁଣି ପାବନରୁ ପତିତ କିପରି ହେଉଛ!
ଏହି ଖେଳର ରହସ୍ୟ ବାବା ଆସି ବୁଝାଉଛନ୍ତି । ବାବା ଜ୍ଞାନର ଭଣ୍ଡାର, ବୀଜରୂପ ଚୈତନ୍ୟ ଅଟନ୍ତି ।
ସେ ହିଁ ଆସି ଆମମାନଙ୍କୁ ବୁଝାଉଛନ୍ତି । ବାବା ହିଁ କହିବେ ଯେ, ସାରା କଳ୍ପ ବୃକ୍ଷର ରହସ୍ୟକୁ
ବୁଝିଲ? ଏଥିରେ କ’ଣ କ’ଣ ହୋଇଥାଏ? ତୁମେମାନେ ଏଥିରେ କେତେ ପାର୍ଟ କରିଛ? ଅଧାକଳ୍ପ ଦୈବୀ
ସ୍ୱରାଜ୍ୟ ଏବଂ ଅଧାକଳ୍ପ ଆସୁରୀ ରାଜ୍ୟ । ଯେଉଁମାନେ ଭଲ ଭଲ ସନ୍ତାନ ଅଛନ୍ତି ସେମାନଙ୍କ ବୁଦ୍ଧିରେ
ଜ୍ଞାନ ରହିଥାଏ । ବାବା ତୁମମାନଙ୍କୁ ନିଜ ସମାନ କରୁଛନ୍ତି ନା । ନିମିତ୍ତ ଟୀଚରମାନଙ୍କ ଭିତରେ
ମଧ୍ୟ କ୍ରମାନ୍ୱୟରେ ଥା’ନ୍ତି । କେହି ତ ଟିଚର ହେଲା ପରେ ମଧ୍ୟ ପୁଣି ବିଗିଡି ଯାଇଥା’ନ୍ତି ।
ବହୁତଙ୍କୁ ଶିକ୍ଷା ଦେଇ ପୁଣି ନିଜେ ସମାପ୍ତ ହୋଇଯାଇଛନ୍ତି ଅର୍ଥାତ୍ ଏହି ଜ୍ଞାନମାର୍ଗକୁ ଛାଡି
ଚାଲିଯାଇଛନ୍ତି । ଛୋଟ-ଛୋଟ ପିଲାମାନଙ୍କ ଭିତରେ ମଧ୍ୟ ଭିନ୍ନ ଭିନ୍ନ ସଂସ୍କାର ଥାଏ । କେହି ତ
ଦେଖ ନମ୍ବରୱାନ ଶଇତାନ ଅଟନ୍ତି କେହି ପୁଣି ପରିସ୍ତାନକୁ ଯିବାର ଯୋଗ୍ୟ ଅଟନ୍ତି । କେହି କେହି
ଏଭଳି ଅଛନ୍ତି ଯିଏକି ନା ଜ୍ଞାନକୁ ଧାରଣ କରନ୍ତି, ନା ନିଜର ଚାଲି-ଚଳଣକୁ ସୁଧାରନ୍ତି, ସମସ୍ତଙ୍କୁ
କେବଳ ଦୁଃଖ ହିଁ ଦେଉଥା’ନ୍ତି । ଏକଥା ମଧ୍ୟ ଶାସ୍ତ୍ରରେ ଦେଖାଇଛନ୍ତି ଯେ, ଅସୁରମାନେ ଆସି
ଇନ୍ଦ୍ରସଭାରେ ଲୁଚି ବସିଯାଉଥିଲେ । ଅସୁର ହୋଇ କେତେ ଦୁଃଖ ଦେଉଛନ୍ତି । ଏହିପରି ତ ହୋଇ ଚାଲିଛି
। ଉଚ୍ଚରୁ ଉଚ୍ଚ ବାବାଙ୍କୁ ହିଁ ସ୍ୱର୍ଗର ସ୍ଥାପନା କରିବା ପାଇଁ ଆସିବାକୁ ପଡିଥାଏ । ମାୟା ମଧ୍ୟ
ବହୁତ ଶକ୍ତିଶାଳୀ । ବିକାରର ଦାନ ଦେଇ ଦେଇଥା’ନ୍ତି, ପୁଣି ବି ମାୟା ବୁଦ୍ଧିକୁ ଘୂରେଇ ଦେଇଥାଏ ।
ଅଧାଙ୍କୁ ତ ମାୟା ନିଶ୍ଚିତ ଖାଇବ । ସେଥିପାଇଁ ତ କୁହାଯାଏ ମାୟା ବଡ ଦୁସ୍ତର ଅର୍ଥାତ୍ ମାୟାକୁ
ଜିତିବା ବହୁତ କଷ୍ଟକର ପାଠ । ଅଧାକଳ୍ପ ମାୟା ରାଜ୍ୟ କରିଥାଏ ତେବେ ନିଶ୍ଚିତ ସେତିକି ଶକ୍ତିଶାଳୀ
ହୋଇଥିବ ନା । ଯିଏ ମାୟାଠାରୁ ହାରିଯାଏ ତାଙ୍କର ଅବସ୍ଥା କ’ଣ ହୋଇଯାଇଥାଏ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେବେ ବି
ଲାଜକୁଳି ଲତା ଭଳି ହେବାର ନାହିଁ । ଦୈବୀଗୁଣକୁ ଧାରଣ କରି ନିଜର ଚାଲି-ଚଳଣକୁ ସୁଧାରିବାକୁ ହେବ
।
(୨) ବାବାଙ୍କର ସ୍ନେହ
ପାଇବା ପାଇଁ ଆତ୍ମାମାନଙ୍କର ସେବା କରିବାକୁ ହେବ, କିନ୍ତୁ ଯାହା ଅନ୍ୟମାନଙ୍କୁ ଶୁଣାଉଛ ତାହାକୁ
ପ୍ରଥମେ ନିଜେ ଧାରଣା କରିବାକୁ ହେବ । କର୍ମାତୀତ ଅବସ୍ଥାକୁ ଯିବା ପାଇଁ ପୁରା ପୁରା ପୁରୁଷାର୍ଥ
କରିବାକୁ ହେବ ।
ବରଦାନ:-
ସାକାର ରୂପରେ
ବାପଦାଦାଙ୍କୁ ସମ୍ମୁଖରେ ଅନୁଭବ କରୁଥିବା ଯୁଗଳ ରୂପଧାରୀ ଭବ ।
ଯେପରି ଶିବଶକ୍ତି ଯୁଗଳ
ଅଟନ୍ତି, ସେହିପରି ପାଣ୍ଡବପତି ଏବଂ ପାଣ୍ଡବ ମଧ୍ୟ ଯୁଗଳ ଅଟନ୍ତି । ଯେଉଁମାନେ ଏହିଭଳି ଯୁଗଳ
ରୂପରେ ରହିଥାଆନ୍ତି ସେମାନଙ୍କ ନିକଟରେ ବାପଦାଦା ସାକାର ରୂପରେ ସର୍ବ ସମ୍ବନ୍ଧରେ ସମ୍ମୁଖରେ
ରହିଥାଆନ୍ତି । ଏବେ ତ ଦିନକୁ ଦିନ, ଆହୁରି ଅଧିକ ଅନୁଭବ କରିବ କି ବାପଦାଦା ଯେପରି ମୋ’ ସମ୍ମୁଖକୁ
ଆସିଲେ ଏବଂ ମୋ’ର ହାତ ଧରିଲେ, ବୁଦ୍ଧି ଦ୍ୱାରା ନୁହେଁ ସ୍ଥୂଳ ନେତ୍ରରେ ଦେଖିବ ଏବଂ ଅନୁଭବ କରିବ
। କିନ୍ତୁ କେବଳ ଏକମାତ୍ର ବାବା ଦ୍ୱିତୀୟ କେହି ନୁହେଁ, ଯଦି ଏହି ଅଭ୍ୟାସ ପକ୍କା ହୋଇଯାଇଥିବ
ତେବେ ଶରୀରର ଛାଇ ଯେପରି ଆଗପଛ ଘୁରୁଥାଏ ସେହିପରି ବାପଦାଦା ମଧ୍ୟ ତୁମ ନଜରରୁ ଦୂରରେ ରହିପାରିବେ
ନାହିଁ, ସର୍ବଦା ସମ୍ମୁଖରେ ଥିବା ଭଳି ଅନୁଭବ ହେବ ।
ସ୍ଲୋଗାନ:-
ମାୟାଜିତ୍,
ପ୍ରକୃତି ଜିତ୍ ହେଉଥିବା ଶ୍ରେଷ୍ଠ ଆତ୍ମା ହିଁ ସ୍ୱକଲ୍ୟାଣୀ ବା ବିଶ୍ୱକଲ୍ୟାଣୀ ଅଟେ ।
ଅବ୍ୟକ୍ତ ଈଶାରା:- ଏହି
ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ।
ଯଦି ଏବେ ତୁମେମାନେ
ଜୀବନମୁକ୍ତ ହୋଇଯିବ ତେବେ ତୁମମାନଙ୍କର ଜୀବନମୁକ୍ତ ସ୍ଥିତିର ପ୍ରଭାବ ଜୀବନ ବନ୍ଧନରେ ଥିବା
ଆତ୍ମାମାନଙ୍କର ବନ୍ଧନକୁ ମଧ୍ୟ ସମାପ୍ତ କରିଦେବ । ତେଣୁ ସେହି ଦିନ କେବେ ଆସିବ ଯେତେବେଳେ ସମସ୍ତେ
ଜୀବନମୁକ୍ତ ହୋଇଯିବେ? କୌଣସି ବନ୍ଧନ ନ ଥିବ । ତେବେ ସବୁ ବନ୍ଧନ ଗୁଡିକ ଭିତରେ ପ୍ରଥମ ନମ୍ବର
ବନ୍ଧନ ହେଲା ଦୈହିକ ସ୍ମୃତିର ବନ୍ଧନ, ତା’ଠାରୁ ମୁକ୍ତ ହୁଅ । ଯଦି ଦେହକୁ ହିଁ ଭୁଲିଯିବ ତେବେ
ଅନ୍ୟ ସବୁ ବନ୍ଧନ ଗୁଡିକ ସ୍ୱତଃ ହିଁ ସମାପ୍ତ ହୋଇଯିବ ।