06.06.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଭବିଷ୍ୟତରେ ଉଚ୍ଚ କୁଳରେ ଜନ୍ମ ନେବାର ଆଧାର ହେଉଛି ପାଠପଢା, ଏହି ପାଠ ପଢା ଦ୍ୱାରା ହିଁ ତୁମେ
ଭିକାରୀରୁ ରାଜକୁମାର ହୋଇପାରିବ ।”
ପ୍ରଶ୍ନ:-
ଗୋଲ୍ଡେନ୍
ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ମୁଖରେ ସୁନା ଚାମଚ - ଦୁଇ ପ୍ରକାରରେ ପ୍ରାପ୍ତ ହୋଇପାରିବ, କିପରି?
ଉତ୍ତର:-
ପ୍ରଥମରେ ଭକ୍ତିମାର୍ଗରେ ଦାନ-ପୁଣ୍ୟ କରିବା ଦ୍ୱାରା, ଦ୍ୱିତୀୟରେ, ଜ୍ଞାନମାର୍ଗରେ ପାଠ
ପଢାଦ୍ୱାରା । ଭକ୍ତିରେ ଦାନପୁଣ୍ୟ କରିବା ଦ୍ୱାରା ରାଜା କିମ୍ବା ସାହୁକାରଙ୍କ ପାଖରେ ଜନ୍ମ
ନେଇଥା’ନ୍ତି କିନ୍ତୁ ତାହା ହେଉଛି ଅଳ୍ପ ସମୟ ପାଇଁ ଅର୍ଥାତ୍ ଗୋଟିଏ ଜନ୍ମ ପାଇଁ । ତୁମେମାନେ
ଜ୍ଞାନ ମାର୍ଗରେ ପାଠପଢା ଦ୍ୱାରା ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ରାଜା ଘରେ ଜନ୍ମ
ନେଉଛ । ଏହା ହେଉଛି ବେହଦ ଅର୍ଥାତ୍ ଅନେକ ଜନ୍ମ ପାଇଁ । କିନ୍ତୁ ଭକ୍ତିରେ ପାଠ ପଢାଦ୍ୱାରା ରାଜତ୍ୱ
ମିଳି ନ ଥାଏ । ଏଠାରେ ଯିଏ ଯେତେ ଭଲ ଭାବରେ ପଢିଥା’ନ୍ତି, ସେତେ ଉଚ୍ଚ ପାଦ ପାଇଥା’ନ୍ତି ।
ଓମ୍ ଶାନ୍ତି ।
ଅତି ସ୍ନେହୀ
ବିଚ୍ଛେଦ ହୋଇ ପୁନଃ ମିଳିଥିବା ସନ୍ତାନମାନଙ୍କୁ ରୁହାନୀ ବାବା ବସି ବୁଝାଉଛନ୍ତି, ଏହାକୁ
କୁହାଯାଏ ରୁହାନୀ ଜ୍ଞାନ । ବାବା ଆସି ଭାରତବାସୀ ସନ୍ତାନମାନଙ୍କୁ ବୁଝାଉଛନ୍ତି, କହୁଛନ୍ତି ନିଜକୁ
ଆତ୍ମା ଭାବ ଏବଂ ବାବାଙ୍କୁ ମନେ ପକାଅ । ବାବା ବିଶେଷ କରି ଏହି ଆଦେଶ ଦେଉଛନ୍ତି ତେଣୁ ତାହା
ମାନିବା ଉଚିତ୍ ନା । ଉଚ୍ଚରୁ ଉଚ୍ଚ ବାବାଙ୍କର ଶ୍ରୀମତ ପ୍ରସିଦ୍ଧ ଅଟେ । ଏ କଥା ମଧ୍ୟ
ତୁମମାନଙ୍କୁ ଜଣା ଅଛି ଯେ କେବଳ ଶିବବାବାଙ୍କୁ ହିଁ ଶ୍ରୀ ଶ୍ରୀ କୁହାଯାଇ ପାରିବ । ସେ ହିଁ ଶ୍ରୀ
ଶ୍ରୀ କରୁଛନ୍ତି । ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ । ତୁମମାନଙ୍କୁ ଏବେ ଜଣାପଡୁଛି ଯେ ବାବା ଏମାନଙ୍କୁ
ଏପରି ଶ୍ରେଷ୍ଠ କରିଛନ୍ତି । ଆମେ ଏବେ ନୂଆ ଦୁନିଆ ପାଇଁ ପଢୁଛୁ । ନୂଆ ଦୁନିଆର ନାମ ହେଉଛି
ସ୍ୱର୍ଗ, ଅମରପୁରୀ । ମହିମା କରିବା ପାଇଁ ନାମ ବହୁତ ରହିଛି । ସ୍ୱର୍ଗ ଏବଂ ନର୍କ କହିଥା’ନ୍ତି
ନା । ଅମୁକ ସ୍ୱର୍ଗବାସୀ ହେଲା ଅର୍ଥାତ୍ ନର୍କବାସୀ ଥିଲା ନା । କିନ୍ତୁ ମନୁଷ୍ୟମାନଙ୍କ ଭିତରେ
ଏତେ ଜ୍ଞାନ ନାହିଁ, ସ୍ୱର୍ଗ ନର୍କ, ନୂଆ ଦୁନିଆ-ପୁରୁଣା ଦୁନିଆ କାହାକୁ କୁହାଯାଉଛି, କିଛି ବି
ଜାଣି ନାହାଁନ୍ତି । ବାହାରର କେତେ ଆକର୍ଷଣ ରହିଛି । ତୁମମାନଙ୍କ ମଧ୍ୟରେ ବି ଅଳ୍ପ କେତେ ଜଣ
ଅଛନ୍ତି ଯିଏକି ବୁଝୁଛନ୍ତି ଯେ ବାସ୍ତବରେ ଆମକୁ ବାବା ପଢାଉଛନ୍ତି । ଆମେ ଏହି ଲକ୍ଷ୍ମୀ-ନାରାୟଣ
ହେବା ପାଇଁ ଆସିଛୁ । ଆମେ ଭିକାରୀରୁ ରାଜକୁମାର ହେବୁ । ପ୍ରଥମେ ପ୍ରଥମେ ଆମେ ଯାଇ ରାଜକୁମାର
ହେବୁ । ଏହା ହେଉଛି ପାଠପଢା, ଯେପରି ବାରିଷ୍ଟରୀ ଇଞ୍ଜିନିୟରିଂ ଆଦି ପଢିଲେ ବୁଦ୍ଧିରେ ରହିଥାଏ
ଯେ ମୁଁ ଘର କରିବି ପୁଣି ଏଇଆ ଏଇଆ କରିବି... ପ୍ରତ୍ୟେକଙ୍କୁ ନିଜର କର୍ତ୍ତବ୍ୟ ସ୍ମୃତିରେ
ଆସିଥାଏ । ଏହି ପାଠପଢା ଦ୍ୱାରା ତୁମକୁ ଯାଇ ବହୁତ ଉଚ୍ଚ ଘରେ ଜନ୍ମ ନେବାକୁ ହେବ । ତେଣୁ ଯିଏ
ଯେତେ ଅଧିକ ପଢ଼ିବ ସିଏ ସେତେ ଉଚ୍ଚ ଘରେ ଜନ୍ମ ନେବ । ରାଜା ଘରେ ଜନ୍ମ ନେଇ ରାଜତ୍ୱ କରିବ । ଗାୟନ
ମଧ୍ୟ ରହିଛି ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ଅର୍ଥାତ୍ ମୁଖରେ ସୁନା ଚାମଚ । ପ୍ରଥମତଃ ଜ୍ଞାନ
ଦ୍ୱାରା ଏହି ଗୋଲ୍ଡେନ୍ ସ୍ପୁନ୍ ଇନ୍ ମାଉଥ୍ ମିଳିପାରିବ ଅର୍ଥାତ୍ ରାଜା ଘରେ ଜନ୍ମ ନେଇପାରିବ ।
ଦ୍ୱିତୀୟରେ, ଯଦି ଦାନ-ପୁଣ୍ୟ ଭଲ ଭାବରେ କରିବ ତେବେ ମଧ୍ୟ ରାଜାଙ୍କ ପାଖରେ ଜନ୍ମ ମିଳିବ ।
କିନ୍ତୁ ତାହା ହେଉଛି ଅଳ୍ପ ସମୟ ପାଇଁ ଅର୍ଥାତ୍ ଗୋଟିଏ ଜନ୍ମ ପାଇଁ ଆଉ ଏହା ହେଉଛି ଅନେକ ଜନ୍ମ
ପାଇଁ । ପ୍ରତ୍ୟେକ କଥାକୁ ଭଲ ଭାବରେ ବୁଝ । କିଛି ବୁଝି ନ ପାରିଲେ ପଚାରିପାର । ନୋଟ୍ କର ଏହି
ସବୁ କଥା ବାବାଙ୍କୁ ପଚାରିବି । ମୁଖ୍ୟ ହେଉଛି ବାବାଙ୍କୁ ମନେ ପକାଇବାର କଥା । ଯଦି କୌଣସି ସଂଶୟ
ଆଦି ଥିବ ତାକୁ ବାବା ଠିକ୍ କରିଦେବେ । ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି - ଯିଏ ଯେତେ
ଭକ୍ତିମାର୍ଗରେ ଦାନ-ପୁଣ୍ୟ କରିଥା’ନ୍ତି ସିଏ ସେହି ଅନୁସାରେ ସାହୁକାରଙ୍କ ପାଖରେ ଜନ୍ମ
ନେଇଥାନ୍ତି । ଯିଏ କୌଣସି ଖରାପ କର୍ମ କରିଥାଏ ପୁଣି ତାକୁ ସେହିପରି ଜନ୍ମ ମିଳିଥାଏ । କାହାର
କାହାର ତ ଏପରି କର୍ମବନ୍ଧନ ରହିଛି ଯେ ସେ କଥା ନ କହିଲେ ଭଲ । ଏହା ସବୁ ହେଲା ଅତୀତର କର୍ମ
ବନ୍ଧନ । କେତେକ ରାଜାମାନେ ମଧ୍ୟ ଏପରି ଅଛନ୍ତି, ଯାହାଙ୍କର କର୍ମବନ୍ଧନ ବହୁତ କଡା ହୋଇଥାଏ । ଏହି
ଲକ୍ଷ୍ମୀ-ନାରାୟଣଙ୍କର ତ କୌଣସି ବନ୍ଧନ ନାହିଁ । ସେଠାରେ ହେଉଛି ଯୋଗବଳର ରଚନା । ଯେତେବେଳେ କି
ଯୋଗବଳ ଦ୍ୱାରା ଆମେ ବିଶ୍ୱର ରାଜତ୍ୱ ନେଇ ପାରୁଛୁ ତେବେ କ’ଣ ପିଲା ଜନ୍ମ ହୋଇପାରିବ ନାହିଁ!
ପୂର୍ବରୁ ହିଁ ସାକ୍ଷାତ୍କାର ହୋଇଥାଏ । ସେଠାରେ ତ ଏସବୁ ସାଧାରଣ କଥା, ଖୁସିରେ ବାଜା ବାଜୁଥାଏ
। ବୁଢାରୁ ପୁଣି ପିଲା ହୋଇ ଜନ୍ମ ନେଇଥା’ନ୍ତି । ମହାତ୍ମାଙ୍କଠାରୁ ପିଲାଙ୍କୁ ଅଧିକ ମାନ
ଦିଆଯାଇଥାଏ । କାହିଁକି ନା ମହାତ୍ମାମାନେ ତ ସାରା ଜୀବନକୁ ବିତାଇ ସାରି ବଡ ହୋଇଛନ୍ତି, ବିକାରର
ଜ୍ଞାନ ଅଛି । ଛୋଟ ପିଲା ତ କିଛି ବି ଜାଣି ନଥା’ନ୍ତି । ସେଥିପାଇଁ ଛୋଟ ପିଲାଙ୍କୁ
ମହାତ୍ମାମାନଙ୍କଠାରୁ ମଧ୍ୟ ଉଚ୍ଚ କୁହାଯାଉଛି । ସେଠାରେ ତ ସମସ୍ତେ ମହାତ୍ମା ଅଟନ୍ତି ।
ଶ୍ରୀକୃଷ୍ଣଙ୍କୁ ମଧ୍ୟ ମହାତ୍ମା କୁହାଯାଏ । ସେ ହେଲେ ସଚ୍ଚା ମହାତ୍ମା । ସତ୍ୟଯୁଗରେ ହିଁ ମହାନ୍
ଆତ୍ମାମାନେ ଥା’ନ୍ତି । ସେମାନଙ୍କ ପରି ମହାତ୍ମା ଏଠାରେ କେହି ହୋଇପାରିବେ ନାହିଁ ।
ତୁମମାନଙ୍କର ଅନ୍ତର୍ମନରେ
ବହୁତ ଖୁସି ରହିବା ଉଚିତ୍ । ଏବେ ଆମେ ନୂଆ ଦୁନିଆରେ ଜନ୍ମ ନେବୁ । ଏହି ପୁରୁଣା ଦୁନିଆ ବିନାଶ
ହୋଇଯିବ । ଘର ପୁରୁଣା ହେଲେ ନୂଆ ଘରର ଖୁସି ରହିଥାଏ ନା । କେତେ ଭଲ-ଭଲ ମାର୍ବଲ ଆଦିର ଘର ତିଆରି
କରୁଛନ୍ତି । ଜୈନୀମାନଙ୍କ ପାଖରେ ବହୁତ ପଇସା ଥାଏ, ସେମାନେ ନିଜକୁ ଉଚ୍ଚ କୁଳର ବୋଲି ଭାବିଥାନ୍ତି
। ବାସ୍ତବରେ ଏଠାରେ କୌଣସି ଉଚ୍ଚ କୁଳ ତ ନାହିଁ । ଉଚ୍ଚ କୁଳରେ ବିବାହ କରିବା ପାଇଁ ଘର
ଖୋଜିଥାନ୍ତି । ସେଠାରେ କୁଳ ଆଦିର କୌଣସି କଥା ନ ଥାଏ । ସେଠାରେ ତ ଏକମାତ୍ର ଦେବତା କୁଳ ଥାଏ
ଅନ୍ୟ କିଛି ନଥାଏ । ଏଥିପାଇଁ ତୁମେ ସଂଗମରେ ଅଭ୍ୟାସ କରୁଛ ଯେ ଆମେ ଏକମାତ୍ର ପିତାଙ୍କର ସନ୍ତାନ
ସବୁ ଆତ୍ମା ଅଟୁ । ପ୍ରଥମେ ହେଉଛି ଆତ୍ମା ପରେ ଶରୀର । ଦୁନିଆରେ ସମସ୍ତେ ଦେହ-ଅଭିମାନୀ ହୋଇ
ରହିଥାନ୍ତି । ତୁମକୁ ଏବେ ଦେହୀ-ଅଭିମାନୀ ହେବାକୁ ପଡିବ । ଘର ଗୃହସ୍ଥରେ ରହି ନିଜର ଅବସ୍ଥାକୁ
ମଜବୁତ କରିବାକୁ ହେବ । ବାବାଙ୍କର କେତେ ସନ୍ତାନ ଅଛନ୍ତି, କେତେ ବଡ ଗୃହସ୍ଥି ଅଟନ୍ତି, କେତେ
ଚିନ୍ତା ରହୁଥିବ । ୟାଙ୍କୁ ମଧ୍ୟ ମେହନତ କରିବାକୁ ପଡୁଛି । ମୁଁ କୌଣସି ସନ୍ନ୍ୟାସୀ ନୁହେଁ ।
ବାବା ୟାଙ୍କ ମଧ୍ୟରେ ପ୍ରବେଶ କରିଛନ୍ତି । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କ ଚିତ୍ର ମଧ୍ୟ ରହିଛି ନା
। ବ୍ରହ୍ମା ହେଲେ ସବୁଠାରୁ ଉଚ୍ଚ । ତେଣୁ ତାଙ୍କୁ ଛାଡି ବାବା ଆଉ କାହା ଶରୀରରେ ଆସିବେ ।
ବ୍ରହ୍ମା କୌଣସି ନୂଆ ଜନ୍ମ ନେଇ ନ ଥାନ୍ତି । ଦେଖୁଛ ନା - ୟାଙ୍କୁ କିପରି ପୋଷ୍ୟ କରୁଛି । ତୁମେ
କିପରି ବ୍ରାହ୍ମଣ ହେଉଛ । ଏହି କଥାକୁ ତୁମେ ହିଁ ଜାଣୁଛ ଆଉ କିଏ ଜାଣିବ । କହୁଛନ୍ତି ଇଏ ତ
ଅଳଙ୍କାର ବ୍ୟବସାୟୀ ଥିଲେ, ୟାଙ୍କୁ ତୁମେ ବ୍ରହ୍ମା କହୁଛ! ସେମାନଙ୍କୁ କ’ଣ ଜଣା ଏତେ
ବ୍ରାହ୍ମଣ-ବ୍ରାହ୍ମଣୀ କିପରି ଜନ୍ମ ହେବେ । ଗୋଟିଏ-ଗୋଟିଏ କଥାରେ କେତେ ବୁଝାଇବାକୁ ପଡୁଛି । ଏହା
ବହୁତ ଗୁହ୍ୟ କଥା ଅଟେ ନା । ଏହି ବ୍ରହ୍ମା ହେଲେ ବ୍ୟକ୍ତ, ସେ ସୂକ୍ଷ୍ମଲୋକ ନିବାସୀ ବ୍ରହ୍ମା
ହେଲେ ଅବ୍ୟକ୍ତ । ଇଏ ପବିତ୍ର ହୋଇ ପୁଣି ଅବ୍ୟକ୍ତ ହୋଇଯାଉଛନ୍ତି । ଇଏ କହୁଛନ୍ତି - ମୁଁ
ବର୍ତ୍ତମାନ ପବିତ୍ର ନୁହେଁ । ଏହିପରି ପବିତ୍ର ହେଉଛି । ପ୍ରଜାପିତା ତ ଏଠାରେ ହେବା ଦରକାର ନା ।
ନଚେତ୍ କେଉଁଠୁ ଆସିବେ । ବାବା ନିଜେ ବୁଝାଉଛନ୍ତି ମୁଁ ପତିତ ଶରୀରରେ ଆସୁଛି, ନିଶ୍ଚୟ ତାଙ୍କୁ
ହିଁ ପ୍ରଜାପିତା କୁହାଯିବ । ସୂକ୍ଷ୍ମବତନରେ କୁହାଯିବ ନାହିଁ । ସେଠାରେ ପ୍ରଜା କ’ଣ କରିବେ । ଇଏ
ସ୍ୱତନ୍ତ୍ର ଭାବେ ପବିତ୍ର ହୋଇଯାଉଛନ୍ତି । ଯେପରି ଇଏ ବି ପୁରୁଷାର୍ଥ କରୁଛନ୍ତି ସେହିପରି ତୁମେ
ମଧ୍ୟ ପୁରୁଷାର୍ଥ କରି ସ୍ୱତନ୍ତ୍ର ଭାବରେ ପବିତ୍ର ହୋଇଯାଉଛ । ବିଶ୍ୱର ମାଲିକ ହେଉଛ ନା ।
ସ୍ୱର୍ଗ ଅଲଗା ଏବଂ ନର୍କ ଅଲଗା । ଏବେ ତ କେତେ ଖଣ୍ଡବିଖଣ୍ଡିତ ହୋଇଗଲାଣି । ୫ ହଜାର ବର୍ଷ
ପୂର୍ବର କଥା ଯେବେକି ଏମାନଙ୍କର ରାଜ୍ୟ ଥିଲା । ସେମାନେ ପୁଣି ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି ।
ଏହି କଥା ସେହିମାନେ ହିଁ ବୁଝିବେ ଯେଉଁମାନେ କଳ୍ପ ପୂର୍ବରୁ ବୁଝିଥିବେ । ତୁମେ ଦେଖୁଛ ଏଠାକୁ
ମୁସଲମାନ, ପାରସୀ ଆଦି ସବୁ ଆସୁଛନ୍ତି । ନିଜେ ମୁସଲମାନ ପୁଣି ହିନ୍ଦୁମାନଙ୍କୁ ଜ୍ଞାନ ଦେଉଛନ୍ତି
। ଆଶ୍ଚର୍ଯ୍ୟ ଅଟେ ନା । ଧରିନିଅ କେହି ଶିଖ୍ ଧର୍ମର ଅଟନ୍ତି, ସେ ମଧ୍ୟ ବସି ରାଜଯୋଗ ଶିଖାଉଛନ୍ତି
। ଯେଉଁମାନେ ଅନ୍ୟ ଧର୍ମକୁ ପରିବର୍ତ୍ତିତ ହୋଇଯାଇଛନ୍ତି, ସେମାନେ ପୁଣି ଦେବତା କୁଳକୁ ଫେରି
ଆସିବେ । ବର୍ତ୍ତମାନ ଚାରା ଲାଗୁଛି । ତୁମ ପାଖକୁ ଖ୍ରୀଷ୍ଟିୟାନ୍, ପାରସୀ ମଧ୍ୟ ଆସୁଛନ୍ତି,
ପୁଣି ବୌଦ୍ଧିମାନେ ମଧ୍ୟ ଆସିବେ । ତୁମେ ପିଲାମାନେ ଜାଣିଛ ଯେତେବେଳେ ସମୟ ନିକଟତ୍ତର ହେବ,
ସେତେବେଳେ ଚାରିଆଡେ ଆମର ନାମ ବିଖ୍ୟାତ ହେବ । ତୁମେ ଗୋଟିଏ ଭାଷଣ କଲେ ତୁମ ପାଖକୁ ଢେର ଆସିଯିବେ
। ସମସ୍ତଙ୍କର ସ୍ମୃତି ଆସିଯିବ ଯେ ଏହା ହେଉଛି ଆମର ସତ୍ୟ ଧର୍ମ । ଯେଉଁମାନେ ଆମ ଧର୍ମର ହୋଇଥିବେ
ସେମାନେ ସମସ୍ତେ ଆସିବେ ତ ନିଶ୍ଚୟ ନା । ଲକ୍ଷ ଲକ୍ଷ ବର୍ଷର କଥା ନୁହେଁ । ବାବା ବସି ବୁଝାଉଛନ୍ତି
ତୁମେ କାଲି ଦେବତା ଥିଲ, ଏବେ ପୁଣି ଦେବତା ହେବା ପାଇଁ ବାବାଙ୍କଠାରୁ ସମ୍ପତ୍ତି ନେଉଛ ।
ତୁମେ ହେଉଛ ସଚ୍ଚା-ସଚ୍ଚା
ପାଣ୍ଡବ, ପାଣ୍ଡବ ଅର୍ଥାତ୍ ପଣ୍ଡା । ସେମାନେ ହେଲେ ଶାରୀରିକ ପଣ୍ଡା । ତୁମେ ବ୍ରାହ୍ମଣ ହେଉଛ
ଆତ୍ମିକ ପଣ୍ଡା । ତୁମେ ଏବେ ବେହଦ ବାବାଙ୍କ ନିକଟରେ ପାଠ ପଢୁଛ । ଏହି ନିଶା ତୁମର ବହୁତ ରହିବା
ଉଚିତ୍ । ଆମେ ବାବାଙ୍କ ନିକଟକୁ ଯାଉଛୁ, ଯାହାଙ୍କଠାରୁ ବେହଦର ବର୍ସା ମିଳୁଛି । ସେ ଆମର ପିତା,
ଶିକ୍ଷକ ମଧ୍ୟ ଅଟନ୍ତି, ଏଥିରେ କୌଣସି ଟେବୁଲ୍, ଚେୟାରର ଆବଶ୍ୟକତା ନାହିଁ । ଏସବୁ ତୁମେ ଲେଖୁଛ
ତାହା ମଧ୍ୟ ନିଜର ପୁରୁଷାର୍ଥ ପାଇଁ । ବାସ୍ତବରେ ଏହା ବୁଝିବାର କଥା । ତୁମକୁ ପତ୍ର ଲେଖିବା ପାଇଁ
ପେନ୍ସିଲ୍ ଇତ୍ୟାଦି ଧରିବାକୁ ପଡୁଛି । ପିଲାମାନେ ବୁଝିବେ ଶିବବାବାଙ୍କର ଲାଲ ଅକ୍ଷରର ଚିଠି
ଆସିଛି । ବାବା ଲେଖୁଛନ୍ତି ରୁହାନୀ ସନ୍ତାନମାନେ । ପିଲାମାନେ ମଧ୍ୟ ବୁଝୁଛନ୍ତି ରୁହାନୀ ବାବା ।
ସେ ସର୍ବୋଚ୍ଚ ଅଟନ୍ତି, ତାଙ୍କ ମତରେ ହିଁ ଚାଲିବାକୁ ହେବ । ବାବା କହୁଛନ୍ତି କାମ ବିକାର
ମହାଶତ୍ରୁ ଅଟେ । ଏହା ଆଦି-ମଧ୍ୟ-ଅନ୍ତ ଦୁଃଖ ଦେଇଥାଏ । ସେହି ଭୂତର ବଶୀଭୂତ ହୁଅ ନାହିଁ ।
ପବିତ୍ର ହୁଅ । ଡାକୁଛନ୍ତି ମଧ୍ୟ ହେ ପତିତ-ପାବନ । ତୁମକୁ ଏବେ ବହୁତ ଶକ୍ତି ମିଳୁଛି ରାଜ୍ୟ
କରିବା ପାଇଁ, ଯାହାକୁ କେହି ଜିତି ପାରିବେ ନାହିଁ । ତୁମେ କେତେ ସୁଖୀ ହେଉଛ । ତେଣୁ ଏହି ପାଠପଢା
ପ୍ରତି କେତେ ଧ୍ୟାନ ଦେବା ଉଚିତ୍ । ଆମକୁ ରାଜତ୍ୱ ମିଳୁଛି । ତୁମେ ଜାଣିଛ ଆମେ କ’ଣରୁ କ’ଣ ହେଉଛୁ
। ଭଗବାନୁବାଚ ନା - ମୁଁ ତୁମକୁ ରାଜଯୋଗ ଶିଖାଉଛି, ରାଜାମାନଙ୍କର ରାଜା କରାଉଛି । ଭଗବାନ କାହାକୁ
କୁହାଯାଏ, ଏ କଥା ମଧ୍ୟ କାହାକୁ ଜଣା ନାହିଁ । ଆତ୍ମା ଡାକୁଛି - ହେ ବାବା! ତେବେ ଜାଣିବା ଦରକାର
ନା ସିଏ କେବେ ଏବଂ କେମିତି ଆସିବେ? ମନୁଷ୍ୟ ହିଁ ତ ଡ୍ରାମାର ଆଦି-ମଧ୍ୟ-ଅନ୍ତ ଏବଂ ତା’ର ସମୟ
ସୀମାକୁ ଜାଣିବା ଦରକାର ନା । ଜାଣିବା ଦ୍ୱାରା ତୁମେ ଦେବତା ହୋଇଯାଉଛ । ତୁମକୁ ଜ୍ଞାନ ସଦ୍ଗତି
ନିମନ୍ତେ ମିଳୁଛି । ବର୍ତ୍ତମାନ ହେଉଛି କଳିଯୁଗର ଅନ୍ତିମ ସମୟ । ସମସ୍ତେ ଦୁର୍ଗତିରେ ଅଛନ୍ତି ।
ସତ୍ୟଯୁଗରେ ସଦ୍ଗତି ହୋଇଥାଏ । ଏବେ ତୁମେ ଜାଣୁଛ ବାବା ଆସିଛନ୍ତି - ସମସ୍ତଙ୍କର ସଦ୍ଗତି କରିବା
ପାଇଁ, ସମସ୍ତଙ୍କୁ ଜାଗ୍ରତ କରାଇବା ପାଇଁ । ଏଠାରେ କୌଣସି ସମାଧି ତ ନାହିଁ । କିନ୍ତୁ ଘୋର
ଅନ୍ଧକାରରେ ପଡିଛନ୍ତି, ତାଙ୍କୁ ଜାଗ୍ରତ କରିବା ପାଇଁ ଆସୁଛନ୍ତି । ଯେଉଁ ପିଲାମାନେ ଘୋର
ନିଦ୍ରାରୁ ଜାଗ୍ରତ ହୋଇଯାଉଛନ୍ତି, ତାଙ୍କ ଭିତରେ ବହୁତ ଖୁସି ରହୁଛି । ଆମେ ଶିବବବାଙ୍କର ସନ୍ତାନ
ଅଟୁ, ଆମର କୌଣସି ପ୍ରକାରର ଚିନ୍ତା ନାହିଁ । ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ଏଥିରେ
କାନ୍ଦିବାର କୌଣସି କଥା ନାହିଁ । ଏହା ହେଉଛି କାନ୍ଦିବାର ଦୁନିଆ । ତାହା ହେଲା ହର୍ଷିତ ରହିବାର
ଦୁନିଆ । ସେମାନଙ୍କର (ଦେବୀ-ଦେବତାଙ୍କର) ଚିତ୍ର ଦେଖ କିପରି ଶୋଭନୀୟ ହର୍ଷିତମୁଖ ତିଆରି
କରୁଛନ୍ତି । ସେହି ଚେହେରା ତ ଏଠାରେ ତିଆରି କରିପାରିବେ ନାହିଁ । ବୁଦ୍ଧି ଦ୍ୱାରା ବୁଝୁଛନ୍ତି
ୟାଙ୍କ ପରି ଅବିକଳ ଚେହେରା ଦେଖିବାକୁ ମିଳୁଛି । ତୁମ ମିଠା ମିଠା ସନ୍ତାନମାନଙ୍କୁ ଏବେ ସ୍ମୃତି
ଆସୁଛି ଯେ ଭବିଷ୍ୟତରେ ଅମରପୁରୀର ଆମେ ରାଜକୁମାର ହେବୁ । ଏହି ମୃତ୍ୟୁଲୋକକୁ, ଏହି ପାଳଗଦା ଭଳି
ସଂସାରକୁ ନିଆଁ ଲାଗିବାକୁ ଯାଉଛି । ସିଭିଲ୍ ୱାର ଅର୍ଥାତ୍ ଗୃହଯୁଦ୍ଧରେ ମଧ୍ୟ ପରସ୍ପରକୁ କିପରି
ମାରୁଛନ୍ତି, କାହାକୁ ମାରୁଛନ୍ତି ତାହା ମଧ୍ୟ ଜାଣି ନ ଥା’ନ୍ତି । ହାହାକାର ପରେ ଜୟଜୟକାର ହେବାର
ଅଛି । ତୁମର ହିଁ ବିଜୟ ହେବ, ବାକି ସବୁକିଛି ବିନାଶ ହୋଇଯିବ । ରୁଦ୍ରମାଳାରେ ଗୁନ୍ଥା ହୋଇ ପୁଣି
ବିଷ୍ଣୁମାଳାରେ ଗୁନ୍ଥା ହେବ । ଏବେ ନିଜ ଘରକୁ ଯିବା ପାଇଁ ତୁମେ ପୁରୁଷାର୍ଥ କରୁଛ । ଭକ୍ତିର
କେତେ ବିସ୍ତାର ରହିଛି । ଯେପରି ବୃକ୍ଷର ଅନେକ ପତ୍ର ଥାଏ ସେହିପରି ଭକ୍ତି ମଧ୍ୟ ବିସ୍ତାରିତ ହୋଇ
ରହିଛି । ବୀଜ ହେଉଛି ଜ୍ଞାନ । ବୀଜ କେତେ ଛୋଟ । ବୀଜ ହେଲେ ବାବା । ଏହି ବୃକ୍ଷର ସ୍ଥାପନା,
ପାଳନା ଏବଂ ବିନାଶ କିପରି ହେଉଛି, ଏକଥା ତୁମେ ଜାଣିଛ । ଏହା ଭିନ୍ନ ଭିନ୍ନ ଧର୍ମର ଓଲଟା ବୃକ୍ଷ
ଅଟେ । ଦୁନିଆରେ ଏ କଥା ଜଣେ ହେଲେ ଜାଣିନାହାଁନ୍ତି । ଏବେ ପିଲାମାନଙ୍କୁ ବାବାଙ୍କୁ ମନେ
ପକାଇବାର ବହୁତ ମେହନତ କରିବାକୁ ହେବ ତେବେ ଯାଇ ବିକର୍ମ ବିନାଶ ହେବ । ସେହି ଗୀତା ଶୁଣାଇଲାବାଲା
ମଧ୍ୟ କହୁଛନ୍ତି ମନ୍ମନାଭବ । ସବୁ ଦେହର ଧର୍ମ ଛାଡି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ
। ମନୁଷ୍ୟ ଏହାର ଅର୍ଥ ବୁଝୁ ନାହାଁନ୍ତି । ସେ ସବୁ ହେଉଛି ଭକ୍ତିମାର୍ଗ । ଏହା ହେଲା ଜ୍ଞାନ
ମାର୍ଗ । ଏଠାରେ ରାଜଧାନୀ ସ୍ଥାପନ ହେଉଛି । ଏଥିରେ ଚିନ୍ତାର କୌଣସି କଥା ନାହିଁ । ଯିଏ ଟିକିଏ
ବି ଜ୍ଞାନ ଶୁଣିଛନ୍ତି ସେ ମଧ୍ୟ ପ୍ରଜାରେ ଆସିଯିବେ । ଜ୍ଞାନର ବିନାଶ ହୋଇ ନ ଥାଏ । ବାକି
ଯେଉଁମାନେ ଯଥାର୍ଥ ଭାବରେ ଜାଣି ପୁରୁଷାର୍ଥ କରୁଛନ୍ତି ସେମାନେ ଉଚ୍ଚ ପଦ ପାଇବେ । ଏହି ଜ୍ଞାନ
ବୁଦ୍ଧିରେ ଅଛି ନା । ଆମେ ନୂଆ ଦୁନିଆରେ ରାଜକୁମାର ହେବୁ । ବିଦ୍ୟାର୍ଥୀ ପରୀକ୍ଷାରେ ପାସ୍ କଲେ
ତାଙ୍କୁ କେତେ ଖୁସି ମିଳିଥାଏ । ତୁମକୁ ତ ହଜାର ଗୁଣା ଅଧିକ ଅତିନ୍ଦ୍ରିୟ ସୁଖ ମିଳିବା ଉଚିତ୍ ।
ଆମେ ସାରା ବିଶ୍ୱର ମାଲିକ ହେଉଛୁ । କୌଣସି କଥାରେ କେବେ ଋଷିବା ଅନୁଚିତ୍ । ବ୍ରାହ୍ମଣୀଙ୍କ ସହିତ
ପଡୁ ନାହିଁ, ବାବାଙ୍କ ଉପରେ ଋଷୁଛନ୍ତି, ଆରେ ତୁମେ ବାବାଙ୍କ ସହିତ ବୁଦ୍ଧିର ଯୋଗ ଲଗାଅ ନା ।
ତାଙ୍କୁ ତ ସ୍ନେହର ସହିତ ମନେ ପକାଅ । ବାବା ବାସ୍ ଆପଣଙ୍କୁ ହିଁ ମନେ ପକାଇ ପକାଇ ମୁଁ ଘରକୁ ଯିବି
। ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କୌଣସି
କଥାର ଚିନ୍ତା କରିବାର ନାହିଁ, ସର୍ବଦା ହର୍ଷିତ ହୋଇ ରହିବାର ଅଛି । ସ୍ମୃତିରେ ରହୁ ଯେ ଆମେ
ଶିବବାବାଙ୍କର ସନ୍ତାନ, ବାବା ଆମକୁ ବିଶ୍ୱର ମାଲିକ କରିବା ପାଇଁ ଆସିଛନ୍ତି ।
(୨) ନିଜର ଅବସ୍ଥାକୁ
ଏକରସ ଅର୍ଥାତ୍ ସ୍ଥିର ରଖିବା ପାଇଁ ଦେହୀ-ଅଭିମାନୀ ହେବାର ପୁରୁଷାର୍ଥ କରିବାକୁ ହେବ । ଏହି
ପୁରୁଣା ଘର ଠାରୁ ମମତ୍ତ୍ୱ ତୁଟାଇ ଦେବାକୁ ହେବ ।
ବରଦାନ:-
ମନନ ଶକ୍ତି
ଦ୍ୱାରା ବୁଦ୍ଧିକୁ ଶକ୍ତିଶାଳୀ କରୁଥିବା ମାଷ୍ଟର ସର୍ବଶକ୍ତିବାନ୍ ଭବ ।
ମନନ ଶକ୍ତି ହିଁ ଦିବ୍ୟ
ବୁଦ୍ଧିର ଭୋଜନ ଅଟେ । ଭକ୍ତିମାର୍ଗରେ ଭକ୍ତମାନେ ଯେପରି ନିଜର ଇଷ୍ଟଙ୍କୁ ସ୍ମରଣ କରିବାର ଅଭ୍ୟାସୀ
ଅଟନ୍ତି, ସେହିପରି ଜ୍ଞାନମାର୍ଗରେ ମଧ୍ୟ ସ୍ମୃତି ଦ୍ୱାରା ଶକ୍ତି ପ୍ରାପ୍ତ ହୋଇଥାଏ, ତେଣୁ ଏହି
ଶକ୍ତି ଦ୍ୱାରା ମାଷ୍ଟର ସର୍ବଶକ୍ତିମାନ ହୁଅ । ପ୍ରତିଦିନ ଅମୃତବେଳାରେ ନିଜର ଗୋଟିଏ ଉପାଧିକୁ ବା
ସ୍ୱମାନକୁ ସ୍ମୃତିରେ ଆଣ ଏବଂ ତା’ ଉପରେ ମନନ ଚିନ୍ତନ କରୁଥାଅ ତା’ଦ୍ୱାରା ତୁମର ବୁଦ୍ଧି
ଶକ୍ତିଶାଳୀ ହୋଇଯିବ ଏବଂ ଶକ୍ତିଶାଳୀ ବୁଦ୍ଧି ଉପରେ ମାୟାର ଆକ୍ରମଣ ହୋଇପାରିବ ନାହିଁ, ସେମାନେ
କେବେ ବି ପରବଶ ହେବେ ନାହିଁ, କାହିଁକି ନା ମାୟା ସର୍ବ ପ୍ରଥମେ ବ୍ୟର୍ଥ ସଂକଳ୍ପ ରୂପୀ ବାଣ
ଦ୍ୱାରା ଦିବ୍ୟବୁଦ୍ଧିକୁ ହିଁ ଦୁର୍ବଳ କରିଦେଇଥାଏ, ତେଣୁ ଏହି ଦୁର୍ବଳତା ଠାରୁ ମୁକ୍ତ ହେବାର
ସାଧନ ହେଲା ମନନ ଶକ୍ତି ।
ସ୍ଲୋଗାନ:-
ଆଜ୍ଞାକାରୀ
ପିଲାମାନେ ହିଁ ଆଶୀର୍ବାଦର ପାତ୍ର ଅଟନ୍ତି ଏବଂ ଆଶୀର୍ବାଦର ପ୍ରଭାବ ହିଁ ହୃଦୟକୁ ସର୍ବଦା
ସନ୍ତୁଷ୍ଟ ରଖିଥାଏ ।
ଅବ୍ୟକ୍ତ ଇଶାରା:-
ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ ।
ସର୍ବଦା ବେହଦର ଆତ୍ମିକ
ଦୃଷ୍ଟି, ଭାଇ ଭାଇର ସମ୍ବନ୍ଧର ବୃତ୍ତି ଦ୍ୱାରା ଯେ କୌଣସି ଆତ୍ମା ପ୍ରତି ଶୁଭଭାବନା ରଖିବାର ଫଳ
ନିଶ୍ଚିତ ପ୍ରାପ୍ତ ହୋଇଥାଏ, ତେଣୁ ପୁରୁଷାର୍ଥରେ କେବେ ବି ଥକିଯାଅ ନାହିଁ, ନିରାଶ ମଧ୍ୟ ହୁଅ
ନାହିଁ । ନିଶ୍ଚୟ ବୁଦ୍ଧି ହୋଇ, ମୋ’ର ପଣିଆର ସମ୍ବନ୍ଧଠାରୁ ଦୂରରେ ରହି ଶାନ୍ତି ଏବଂ ଶକ୍ତିର
ସହଯୋଗ ଆତ୍ମାମାନଙ୍କୁ ଦେଇଚାଲ ।