06.06.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଅମୃତବେଳାର ସମୟ ବହୁତ ବହୁତ ଭଲ, ସେଥିପାଇଁ ସକାଳୁ ସକାଳୁ ଉଠି ଏକାନ୍ତରେ ବସି ବାବାଙ୍କ ସହିତ
ମିଠା ମିଠା କଥା ହୁଅ ।”
ପ୍ରଶ୍ନ:-
କେଉଁ ଜ୍ଞାନ
ନିରନ୍ତର ଯୋଗୀ ହେବା ପାଇଁ ବହୁତ ସାହାଯ୍ୟ କରିଥାଏ?
ଉତ୍ତର:-
ଡ୍ରାମାର ଜ୍ଞାନ । ଯାହା କିଛି ବିତିଗଲା ତାକୁ ଡ୍ରାମାରେ ନିଧାର୍ଯ୍ୟ ବୋଲି ମନେ କର । ଟିକିଏ ବି
ସ୍ଥିତି ହଲ୍ଚଲ୍ ନ ହେଉ । କିପରି ବି ପରିସ୍ଥିତି ହୋଇଥାଉ, ଭୂମିକମ୍ପ ଆସିଯାଉ, ଧନ୍ଦାରେ କ୍ଷତି
ହୋଇଯାଉ କିନ୍ତୁ ଟିକିଏ ହେଲେ ବି ସନ୍ଦେହ ସୃଷ୍ଟି ନ ହେଉ - ଏହାକୁ କୁହାଯାଏ ମହାବୀର । ଯଦି
ଡ୍ରାମାର ଯଥାର୍ଥ ଜ୍ଞାନ ନାହିଁ, ତେବେ ଲୁହ ଗଡାଇଥା’ନ୍ତି । ନିରନ୍ତର ଯୋଗୀ ହେବା ପାଇଁ
ଡ୍ରାମାର ଜ୍ଞାନ ବହୁତ ସାହାଯ୍ୟ କରିଥାଏ ।
ଗୀତ:-
ଓମ୍ ନମୋ ଶିବାୟ...
ଓମ୍ ଶାନ୍ତି ।
ପିଲାମାନେ ଏବେ ଭଲ ଭାବରେ ବୁଝୁଛନ୍ତି ଯେ ଏବେ ପତିତ ଦୁନିଆର ଅନ୍ତ ହେଉଛି । ପବିତ୍ର ଦୁନିଆର
ଆରମ୍ଭ ହେଉଛି । ଏକଥା କେବଳ ତୁମେ ସନ୍ତାନମାନେ ହିଁ ଜାଣିଛ ଏବଂ ପିଲାମାନଙ୍କୁ ହିଁ ଏହି
ନିର୍ଦ୍ଦେଶ ଅଥବା ଶ୍ରୀମତ ମିଳୁଛି । ଏହି ଶ୍ରୀମତ କିଏ ଦେଉଛନ୍ତି? ସର୍ବୋଚ୍ଚ ଭଗବାନ ।
ବୁଝାଉଛନ୍ତି ଯେ ଆମକୁ ପତିତରୁ ପବିତ୍ର ହେବାକୁ ପଡିବ । ଏହି ଜ୍ଞାନ ତୁମ ପାଇଁ ଉଦ୍ଧିଷ୍ଟ,
ଅନ୍ୟମାନେ ତ’ ସମସ୍ତେ ପତିତ ଅଟନ୍ତି । ଏହି ପତିତ ଦୁନିଆର ବିନାଶ ନିଶ୍ଚିତ ହେବ । ବିକାରୀକୁ
ପତିତ ବୋଲି କୁହାଯାଇଥାଏ । ବାବା ବୁଝାଉଛନ୍ତି ଯେ ତୁମେ ଜନ୍ମ ଜନ୍ମାନ୍ତର ପରସ୍ପରକୁ ଦୁଃଖ ଦେଇ
ଆସିଛ, ସେଥିପାଇଁ ତୁମେ ଆଦି-ମଧ୍ୟ-ଅନ୍ତ ଦୁଃଖ ପାଉଛ । ପରସ୍ପରକୁ ପତିତ କରାଉଛ । ଡାକୁଛନ୍ତି
ମଧ୍ୟ ଆମେ ପତିତ ଅଟୁ, କିନ୍ତୁ ବୁଦ୍ଧିରେ ସମ୍ପୂର୍ଣ୍ଣ ରୂପେ ଏହା ସବୁବେଳେ ରହୁନାହିଁ ।
କହୁଛନ୍ତି ମଧ୍ୟ ହେ ପତିତ ପାବନ ଆସ କିନ୍ତୁ ତଥାପି ବି ପତିତ ପଣିଆ ଛାଡୁନାହାଁନ୍ତି । ଏବେ ତୁମେ
ବୁଝୁଛ ଯେ ଏସବୁ କଥା କେବଳ ପବିତ୍ର ହେବା ପାଇଁ ହିଁ ରହିଛି । ଏହି କଥା ବୁଝାଇବା ପାଇଁ ମଧ୍ୟ
କେହି ତ ଜଣେ ଦରକାର । ଏକଥା ବୁଝାଇବା ପାଇଁ ଜଣେ ହିଁ ଅଛନ୍ତି । ବାକି ଏଠାରେ ଯେଉଁ ଗୁରୁମାନେ
ଅଛନ୍ତି, ଏମାନେ କାହାକୁ ପବିତ୍ର କରିପାରିବେ ନାହିଁ । ପବିତ୍ର ମଧ୍ୟ କେବଳ ଗୋଟିଏ ଜନ୍ମ ପାଇଁ
ନୁହେଁ, ଜନ୍ମ ଜନ୍ମାନ୍ତର ପାଇଁ ହେବାକୁ ପଡିବ । ତୁମମାନଙ୍କ ମଧ୍ୟରେ ମଧ୍ୟ ଯିଏ ଜ୍ଞାନବାନ୍
ଅଟନ୍ତି ସେମାନେ ବହୁତ ତୀକ୍ଷ୍ଣ ହୋଇଥା’ନ୍ତି । ଡ୍ରାମାନୁସାରେ ଏହା ନିଧାର୍ଯ୍ୟ ରହିଛି । ତୁମ
ପାଖରେ ମଧ୍ୟ ମହାବୀର ପଣିଆ ରହିବା ଦରକାର । ବାବାଙ୍କ ସ୍ମୃତିରେ ରହିଲେ ମହାବୀର ହୋଇପାରିବ ।
ବାବା ବହୁତ ଭଲ ଭାବରେ ବସି ବୁଝାଉଛନ୍ତି । ଯେପରିକି ବାବା କହୁଛନ୍ତି ଯେ ସକାଳୁ ଉଠି ମୋତେ ମନେ
ପକାଅ । ବାବାଙ୍କୁ ମନେ ପକାଇବା ପାଇଁ ସେହି ସମୟ ବହୁତ ଭଲ ଅଟେ, ଯାହାକୁ ପ୍ରଭାତ ବୋଲି କୁହାଯାଏ
। ଭକ୍ତିମାର୍ଗରେ ମଧ୍ୟ କହିଥା’ନ୍ତି “ହେ ମୋର ମନ ପ୍ରଭାତ ସମୟରେ ରାମଙ୍କୁ ସ୍ମରଣ କର” । ବାବା
ମଧ୍ୟ କହୁଛନ୍ତି ସକାଳୁ ଉଠି ବାବାଙ୍କୁ ସ୍ମରଣ କର ତେବେ ବହୁତ ମଜା ଆସିବ । ବାବାଙ୍କ ସ୍ମୃତିରେ
ବସି ଏହି ଖିଆଲ୍ କରିବା ଦରକାର ଯେ କିପରି କାହାକୁ ବୁଝାଇବି? ଅମୃତବେଳାର ବାୟୁମଣ୍ଡଳ ବହୁତ
ଶୁଦ୍ଧ ହୋଇଥାଏ । ଦିନରେ ତ’ ସଂସାରର ଧନ୍ଦା ଆଦି ରହିଥାଏ । ରାତ୍ରି ୧୨ଟା ପର୍ଯ୍ୟନ୍ତ ତ’ ବିକାରୀ
ବାୟୁମଣ୍ଡଳ ରହିଥାଏ । ସାଧୁ-ସନ୍ଥ, ଭକ୍ତମାନେ ଭକ୍ତି ମଧ୍ୟ ପ୍ରଭାତ ସମୟରେ କରିଥା’ନ୍ତି । ଏପରି
ଭାବେ ତ’ ଦିନରେ ମଧ୍ୟ ୟାଦ କରିପାରିବ । ଧନ୍ଦା ଆଦି କରୁ କରୁ ମଧ୍ୟ ବୁଦ୍ଧିର ଯୋଗ, ଯେଉଁ
ଦେବତାଙ୍କର ପୂଜାରୀ ହୋଇଥା’ନ୍ତି ତାଙ୍କ ପାଖରେ ରହିଥାଏ । କିନ୍ତୁ ଏପରି ବୁଦ୍ଧିର ଯୋଗ କାହାର
ହେଲେ ରହୁନାହିଁ । ଭକ୍ତିମାର୍ଗରେ କେବଳ ଦର୍ଶନ କରିବା ପାଇଁ ମେହନତ କରିଥା’ନ୍ତି । କିନ୍ତୁ କିଛି
ହେଲେ ମିଳି ନ ଥାଏ । ସେମାନଙ୍କୁ ମଧ୍ୟ ଭକ୍ତି କରି କରି ତମୋପ୍ରଧାନ ହେବାକୁ ହିଁ ପଡିବ ।
ଭକ୍ତିମାର୍ଗରେ ମଧ୍ୟ ଶିବଙ୍କ ଉପରେ ନିଜକୁ ବଳି ଚଢାଇଥାଆନ୍ତି, ଯାହାକୁ କାଶୀ କଲବଟ ବୋଲି
କହିଥା’ନ୍ତି । ଶିବଙ୍କୁ ସ୍ମରଣ କରି କରି ତୀକ୍ଷ୍ମ ଖଣ୍ଡାଯୁକ୍ତ କୁଅକୁ ଡେଇଁ ପଡିଥା’ନ୍ତି ।
ଶିବଙ୍କ ଉପରେ ବଳି ଚଢ଼ାଇଥା’ନ୍ତି । ତାହା ହେଲା ଭକ୍ତିମାର୍ଗର ବଳି । ଏହା ହେଉଛି ଜ୍ଞାନମାର୍ଗର
ବଳି । ତାହା ମଧ୍ୟ କଷ୍ଟକର । ଏହା ମଧ୍ୟ କଷ୍ଟକର ଅଟେ । ଭକ୍ତିମାର୍ଗରେ ଏହାଦ୍ୱାରା କିଛି ହେଲେ
ଫାଇଦା ମିଳେ ନାହିଁ । ତାହା ଯେମିତିକି ଆତ୍ମା ନିଜ ଶରୀରର ଘାତ କରିଥାଏ । ଏହା କୌଣସି ଜ୍ଞାନ ତ
ନୁହେଁ । ସେମାନେ ମଧ୍ୟ କହିଦେଉଛନ୍ତି ଆତ୍ମା ହିଁ ପରମାତ୍ମା ଅଟେ । ଆତ୍ମ ଅଭିମାନୀ ତ’ ଏକମାତ୍ର
ବାବା ହିଁ ଅଟନ୍ତି, ଯିଏ ପିଲାମାନଙ୍କୁ ବୁଝାଉଛନ୍ତି କି ମୁଁ ଜଣେ ହିଁ ପରମାତ୍ମା ଅଟେ । ମୁଁ
ଆତ୍ମା ହିଁ ପରମାତ୍ମା ଅଟେ ବୋଲି କହିବା - ଏହା ହିଁ ସବୁଠାରୁ ବଡ ମିଛ । ଏହା ତ’ କଦାପି
ହୋଇପାରିବ ନାହିଁ ।
ବାବା କହୁଛନ୍ତି - ମୁଁ ଆସୁଛି ହିଁ ପତିତଙ୍କୁ ପବିତ୍ର କରାଇବା ପାଇଁ, ତେଣୁ ପବିତ୍ର କରାଉଛି ।
ବାକି ତ’ ଡ୍ରାମାରେ ଯାହା ହେବାକୁ ଥିବ ତାହା ନିଶ୍ଚିତ ହେବ । ଧରିନିଅ ଭୂମିକମ୍ପ ହେଉଛି, ଛାତ
ଖସି ପଡୁଛି, କହିବେ ଡ୍ରାମା, କଳ୍ପ ପୂର୍ବରୁ ମଧ୍ୟ ଏହିପରି ହୋଇଥିଲା । ଏଥିରେ ସାମାନ୍ୟତମ
ବିଚଳିତ ହେବାର ଆବଶ୍ୟକତା ନାହିଁ । ଡ୍ରାମା ଉପରେ ପକ୍କା ସ୍ଥିର ହୋଇ ରହିବାକୁ ହେବ । ତାଙ୍କୁ
ହିଁ ମହାବୀର ବୋଲି କୁହାଯାଇଥାଏ । ଦୁର୍ଘଟଣା ଆଦି ତ’ ଢ଼େରକୁ ଢେର ହୋଇ ଚାଲିଛି । ପୁଣି ବାବା
କାହାର ରକ୍ଷା କରୁଛନ୍ତି କି? ଏହା ତ’ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଏହିପରି ହିଁ
ଡ୍ରାମାରେ ଅଭିନୟ ରହିଛି । ଯେଉଁମାନେ ଡ୍ରାମାକୁ ଜାଣିନାହାଁନ୍ତି ସେମାନେ ଦେହକୁ ମନେ ପକାଇ ଲୁହ
ଗଢ଼ାଉଛନ୍ତି । ସେମାନେ କେବେହେଲେ ଶିବବାବାଙ୍କୁ ସ୍ମରଣ କରିପାରିବେ ନାହିଁ କାହିଁକିନା
ଶିବବାବାଙ୍କ ସହିତ ସ୍ନେହ ନାହିଁ । ସଚ୍ଚା ପ୍ରୀତି ନାହିଁ । ବାବାଙ୍କ ସହିତ ତ’ ସମ୍ପୂର୍ଣ୍ଣ
ପ୍ରୀତି ରହିବା ଦରକାର । କଳ୍ପ କଳ୍ପ ତୁମର ଶିବବାବାଙ୍କ ସହିତ ପ୍ରୀତି ବୁଦ୍ଧି ରହୁଛି । ଏପରି
କୁହାଯିବ ନାହିଁ ଯେ, ଦେବତାମାନଙ୍କର ବାବାଙ୍କ ସହିତ ପ୍ରୀତି ବୁଦ୍ଧି ଥିଲା । ବର୍ତ୍ତମାନର ଏହି
ସ୍ନେହ ଦ୍ୱାରା ହିଁ ସେମାନେ ଦେବ ପଦ ପ୍ରାପ୍ତ କରୁଛନ୍ତି । ସତ୍ୟଯୁଗରେ ତ’ ଏସବୁ କଥା ମନେ ବି
ରହିବ ନାହିଁ । ସାରା କଳ୍ପରେ ତୁମେ ଶିବବାବାଙ୍କୁ ଜାଣି ବି ପାରିବ ନାହିଁ ଯାହା ଫଳରେ ତାଙ୍କ
ସହିତ ପ୍ରୀତି ରଖିପାରିବ । ଏବେ ବାବା ନିଜର ପରିଚୟ ଦେଉଛନ୍ତି । ଏବେ ବାବା କହୁଛନ୍ତି ଯେ ଅନ୍ୟ
ସବୁ ସଙ୍ଗ ତୁଟାଇ ଏକ ମୋ ସହିତ ସମ୍ପର୍କ ଯୋଡ । ଏବେ ବିନାଶର କାଳ ତ’ ନିଶ୍ଚିତ । ଏକଥା ମଧ୍ୟ
ତୁମେ ସନ୍ତାନମାନେ ଜାଣିଛ । ମନୁଷ୍ୟମାନେ ତ’ ବିଲ୍କୁଲ୍ ଘୋର ଅନ୍ଧକାରରେ ଅଛନ୍ତି । ତୁମେ ଏବେ
ବୁଝୁଛ ଯେ ଆମକୁ ତ’ ବାବାଙ୍କଠାରୁ ସମ୍ପୂର୍ଣ୍ଣ ସମ୍ପତ୍ତି ନେବାକୁ ହେବ । ବାବାଙ୍କ ସ୍ମୃତି ବିନା
ସତ୍ତ୍ୱପ୍ରଧାନ ହୋଇପାରିବୁ ନାହିଁ । ଡାକ୍ତର ହୋଇ ନିଜର ରୋଗକୁ ଦେଖିବାକୁ ହେବ । ଶ୍ରୀମତ
ଅନୁସାରେ ଦେଖିବାକୁ ହେବ ଯେ ମୋ’ର ଶିବବାବାଙ୍କ ସହିତ କେତେ ପ୍ରୀତି ରହିଛି? ଅମୃତବେଳାରେ ହିଁ
ବାବାଙ୍କୁ ସ୍ମରଣ କରିବା ଯଥାର୍ଥ ଅଟେ । ପ୍ରଭାତର ସମୟ ବହୁତ ଭଲ । ସେ ସମୟରେ ମାୟାର ତୋଫାନ ଆସି
ନ ଥାଏ । ରାତ୍ରି ୧୨ଟା ପର୍ଯ୍ୟନ୍ତ ତପସ୍ୟା କରିବାରେ କୌଣସି ଫାଇଦା ନାହିଁ କାହିଁକିନା ବିକାରୀ
ସମୟ ହୋଇଥାଏ । ସେହି ସମୟରେ ବାୟୁମଣ୍ଡଳ ଖରାପ ରହିଥାଏ । ତେଣୁ ରାତ୍ରି ଗୋଟାଏ ପର୍ଯ୍ୟନ୍ତ
ଶୋଇଯିବା ଉଚିତ୍ । ଗୋଟାଏ ପରେ ବାୟୁମଣ୍ଡଳ ଭଲ ରହିଥାଏ । ବାବା କହୁଛନ୍ତି - ଆମର ତ’ ସହଜ
ରାଜଯୋଗ, ତେଣୁ ଆରାମରେ ବସ । ବାବା ନିଜର ଅନୁଭବ ମଧ୍ୟ ଶୁଣାଉଛନ୍ତି । କିପରି ବାବାଙ୍କ ସହ
କଥାବାର୍ତ୍ତା କରୁଛି! ବାବା ଇଏ କିପରି ଚମତ୍କାର ଡ୍ରାମା! କିପରି ଆସି ପତିତରୁ ପବିତ୍ର
କରାଉଛନ୍ତି! ସାରା ଦୁନିଆକୁ କିପରି ପରିବର୍ତ୍ତନ କରୁଛନ୍ତି! ଏହା ବଡ ଆଶ୍ଚର୍ଯ୍ୟର କଥା! ଯେପରି
ବାବାଙ୍କର ଖିଆଲ ଆସୁଛି ସେହିପରି ପିଲାମାନଙ୍କର ମଧ୍ୟ ଆସିବା ଉଚିତ୍ । କିପରି ମନୁଷ୍ୟମାନଙ୍କର
ଭେଳା ପାରି କରି ତାଙ୍କ ଜୀବନକୁ ଶ୍ରେଷ୍ଠ କରିବୁ ଅଥବା କିପରି ଜୀବନ ରୂପି ନୌକା ପାରି କରିବୁ ।
ବାବା କହୁଛନ୍ତି - ତୁମେ ଡାକୁଛ ଯେ ହେ ପତିତ ପାବନ ଆସ । ବର୍ତ୍ତମାନ ମୁଁ ଆସିଛି, ଏବେ ତୁମେ
ପତିତ ହୁଅନାହିଁ । ପତିତ ହୋଇ ଏହି ଇନ୍ଦ୍ରସଭାରେ ଆସି ବସ ନାହିଁ । ଏହାଦ୍ୱାରା ବାୟୁମଣ୍ଡଳକୁ
ଅଶୁଦ୍ଧ କରିଦେଉଛ । ବାବାଙ୍କୁ ତ ଜଣା ପଡୁଛି ନା । ଦିଲ୍ଲୀ, ବମ୍ବେରେ ଏହିପରି ବିକାରଗ୍ରସ୍ତ
ଆତ୍ମାମାନେ ଆସି ସତସଂଗରେ ବସିଯାଉଥିଲେ । ସେଥିପାଇଁ ଗାୟନ ମଧ୍ୟ ରହିଛି, ଅସୁରମାନେ ଆସି ବିଘ୍ନ
ପକାଇବା ପାଇଁ ବସୁଥିଲେ । ବିକାରଗ୍ରସ୍ତ ଆତ୍ମାମାନଙ୍କୁ ଅସୁର କୁହାଯାଏ । ସେମାନେ ବାୟୁମଣ୍ଡଳକୁ
ଖରାପ କରିଦେଇଥା’ନ୍ତି । ଏହି ବିକାରୀ ଆତ୍ମାମାନଙ୍କ ପାଇଁ ଦଣ୍ଡ ବହୁତ କଠୋର । ବାବା ସବୁ କଥା
ବୁଝାଉଛନ୍ତି ତଥାପି ବି ନିଜ ନିଜର କ୍ଷତି କରିବା ବିନା ରହିପାରୁନାହାଁନ୍ତି । ମିଛ ମଧ୍ୟ
କହୁଛନ୍ତି । ନଚେତ୍ ତୁରନ୍ତ ଲେଖି ଦେବା ଦରକାର - ବାବା, ମୋ ଦ୍ୱାରା ଏହି ଭୁଲ୍ ହୋଇଗଲା, କ୍ଷମା
କରିଦେବେ । ନିଜର ପାପ ଲେଖି ଦିଅ । ନଚେତ୍ ବୃଦ୍ଧି ହୋଇ ହୋଇ ରସାତଳକୁ ଚାଲିଯିବ । ଆସୁଛନ୍ତି
କିଛି ପ୍ରାପ୍ତି କରିବା ପାଇଁ କିନ୍ତୁ ଆହୁରି ହିଁ ନିଜର କ୍ଷତି କରି ଦେଉଛନ୍ତି । ଏହା ମଧ୍ୟ
ଡ୍ରାମାରେ ପାର୍ଟ ରହିଛି । ଏହିପରି ଅସୁରମାନେ କଳ୍ପ ପୂର୍ବରୁ ମଧ୍ୟ ଥିଲେ, ଏବେ ମଧ୍ୟ ଅଛନ୍ତି ।
ସେଥିପାଇଁ ଅମୃତ ଛାଡି ବିଷ ପିଉଛନ୍ତି । ନିଜର ମଧ୍ୟ ଘାତ କରୁଛନ୍ତି ଏବଂ ଅନ୍ୟମାନଙ୍କର ମଧ୍ୟ
କ୍ଷତି କରୁଛନ୍ତି । ବାୟୁମଣ୍ଡଳ ହିଁ ଖରାପ କରିଦେଉଛନ୍ତି । ବ୍ରାହ୍ମଣୀମାନେ ମଧ୍ୟ ସମସ୍ତେ ଏକ
ପ୍ରକାରର ନୁହଁନ୍ତି । ମହାରଥୀ, ଅଶ୍ୱାରୋହୀ, ପଦାତିକ ସବୁ ପ୍ରକାରର ଅଛନ୍ତି ।
ତୁମ ସନ୍ତାନମାନଙ୍କୁ ଅସରନ୍ତି ଖୁସି ରହିବା ଉଚିତ୍ - ବାବା ମିଳିଗଲେ ଆଉ ବାକି କ’ଣ ଦରକାର ।
ହଁ, ନିଜ ପିଲାମାନଙ୍କର ନିଶ୍ଚିତ ଦାୟିତ୍ୱ ନେବାକୁ ପଡିବ । ଏପରି ନୁହେଁ ଯେ ବାବା ଏସବୁ
ଆପଣଙ୍କର, ଏବେ ଆପଣ ଦାୟିତ୍ୱ ନିଅନ୍ତୁ । ମୁଁ ତ’ ଆପଣଙ୍କର ହୋଇଗଲି । ବାବା ବୁଝାଉଛନ୍ତି
ଗୃହସ୍ଥ ବ୍ୟବହାରରେ ରହି ପଦ୍ମ ଫୁଲ ସମାନ ପବିତ୍ର ହୁଅ । କୌଣସି ପ୍ରକାରର ପତିତ କାମ କରନାହିଁ ।
ବାସ୍ ପ୍ରଥମ କଥା ହେଲା କାମ ବିକାରର । ଦ୍ରୌପଦୀ ମଧ୍ୟ ଏଇଥିପାଇଁ ଡାକିଥିଲେ କି ମୋତେ ଇଏ ପତିତ
କରୁଛି । ସେତେବେଳେ ହିଁ ଡାକିଥିଲେ ଯେତେବେଳେ ରକ୍ଷାକର୍ତ୍ତା ବାବା ଆସିଥିଲେ । ବାବାଙ୍କର ଆସିବା
ପୂର୍ବରୁ କେହି ବି ଏପରି ଡାକି ନ ଥା’ନ୍ତି । କାହାକୁ ଡାକିବେ? ବାବା ଆସିଛନ୍ତି ସେଥିପାଇଁ ହିଁ
ଡାକୁଛନ୍ତି । ପତିତରୁ ପବିତ୍ର ହୋଇ ପୁଣି କୁଆଡେ ଯିବେ? ଘରକୁ ଯିବାକୁ ହେବ, ଏହା ତ’ ସେହି ସମୟ
। ସମସ୍ତଙ୍କର ସଦ୍ଗତିଦାତା, ମୁକ୍ତିଦାତା ଜଣେ ହିଁ ଅଟନ୍ତି । ଏଠାରେ ତ’ ଦୁଃଖ ରହିଛି ।
ସାଧୁ-ସନ୍ଥ ଆଦି କେହି ବି ସୁଖୀ ହୋଇ ରହିପାରିବେ ନାହିଁ । ସମସ୍ତଙ୍କୁ କିଛି ନା କିଛି ଦୁଃଖ,
ରୋଗ ଆଦି ହେଉଛି । କେତେକ ଗୁରୁ ଅନ୍ଧ ଛୋଟା ମଧ୍ୟ ହୋଇଥା’ନ୍ତି । ନିଶ୍ଚିତ କୌଣସି ଏଭଳି କାମ
କରିଛନ୍ତି, ତେବେ ତ’ ଅନ୍ଧ ଛୋଟା ଆଦି ହେଉଛନ୍ତି । ସତ୍ୟଯୁଗରେ କେହି ଅନ୍ଧ ଛୋଟା ଆଦି ହେବେ ନାହିଁ
। ମନୁଷ୍ୟମାନେ ଏକଥା ବୁଝିପାରୁନାହାଁନ୍ତି । ବାବା ହିଁ ଆସି ବୁଝାଉଛନ୍ତି । ବାବା ହିଁ ଜ୍ଞାନର
ସାଗର ପତିତ ପାବନ ଅଟନ୍ତି । ବାକି ସବୁ ହେଲା ଭକ୍ତି । ସେହି ଭକ୍ତିମାର୍ଗ ହିଁ ଅଲଗା ଅଟେ । ତାହା
ହେଲା ସିଢ଼ି, ଓହ୍ଲାଇବାର ମାର୍ଗ । ଓହ୍ଲାଇବା ପାଇଁ, ଜୀବନ ବନ୍ଧନରେ ଆସିବା ପାଇଁ ୮୪ ଜନ୍ମ
ଲାଗୁଛି ଏବଂ ଜୀବନମୁକ୍ତ ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗୁଛି । ଯଦି ତାଙ୍କ ମତରେ ପରିଚାଳିତ
ହୋଇ ବାବାଙ୍କୁ ସ୍ମରଣ କରିବ ତେବେ ଜୀବନମୁକ୍ତ ହେବା ପାଇଁ ଗୋଟିଏ ସେକେଣ୍ଡ ଲାଗିବ ।
କ୍ରମାନୁସାରେ ତ’ ରହିବେ ନା । କହୁଛନ୍ତି ଆମକୁ ଅମୁକ ଶିକ୍ଷକ ମିଳିଲେ ଭଲ ହେବ । ତେବେ ନିଶ୍ଚିତ
ଭାବେ ନିଜେ ଦୁର୍ବଳ ଅଟନ୍ତି, ସେଇଥିପାଇଁ ତ’ କହୁଛନ୍ତି ଅମୁକକୁ ୨-୪ ମାସ ପାଇଁ ପଠାଇଦିଅ । ବାବା
କହୁଛନ୍ତି ଏହା ମଧ୍ୟ ଭୁଲ୍ । ତୁମେ ବ୍ରାହ୍ମଣୀକୁ କାହିଁକି ମନେ ପକାଉଛ । ଯେବେକି ବାବା ସହଜ କଥା
ବତାଉଛନ୍ତି - କେବଳ ବାବାଙ୍କୁ ସ୍ମରଣ କର ଏବଂ ସ୍ୱଦର୍ଶନ ଚକ୍ର ଘୁରାଅ, ଅନ୍ୟମାନଙ୍କୁ ମଧ୍ୟ
ବୁଝାଅ । ବାସ୍ । ଏଥିରେ ବ୍ରାହ୍ମଣୀ ଆସି କ’ଣ କରିବେ? ଏହା ତ’ ଗୋଟିଏ ସେକେଣ୍ଡର କଥା । ତୁମେ
କାମଧନ୍ଦା ମଧ୍ୟରେ ଏହି କଥା ଭୁଲିଯାଉଛ, ତଥାପି ବି ବ୍ରାହ୍ମଣୀ ଏହି କଥା କହିବେ ଯେ ମନମନାଭବ ।
କେତେକ ବୁଦ୍ଧିହୀନ ଆତ୍ମା ବୁଝିପାରୁନାହାଁନ୍ତି, କେବଳ କହୁଛନ୍ତି ଭଲ ବ୍ରାହ୍ମଣୀ ଦରକାର ।
ଜ୍ଞାନ ତ’ ତୁମକୁ ମିଳିଛି ନା । ବାବା ଏବଂ ବାବାଙ୍କର ସମ୍ପତ୍ତିକୁ ସ୍ମରଣ କର, ଦେହ-ଅଭିମାନକୁ
ତ୍ୟାଗ କର । ଏହା ଆମର ସେଣ୍ଟର, ଏହା ତାଙ୍କର ସେଣ୍ଟର । ଏହି ଜିଜ୍ଞାସୁ ସେଠାକୁ କାହିଁକି
ଯାଉଛନ୍ତି... ଏସବୁ ଦେହ ଅଭିମାନ ଅଟେ । ସବୁ ଶିବବାବାଙ୍କର ସେଣ୍ଟର, ଆମର ସେଣ୍ଟର ନୁହେଁ । ତୁମେ
ଏକଥା କାହିଁକି ଭାବୁଛ ଯେ ଅମୁକ ଆମ ସେଣ୍ଟରକୁ କାହିଁକି ଆସୁନାହାଁନ୍ତି । କିଏ କେଉଁଠାକୁ ବି
ଯାଆନ୍ତୁ, ବାବା ସର୍ବଦା କହୁଛନ୍ତି କାହାକୁ କିଛି ହେଲେ ବି ମାଗ ନାହିଁ । ଏକଥା ବୁଝିପାରୁଛନ୍ତି
ଯେ ବୀଜ ନ ବୁଣିବେ ତ’ ମିଳିବ କ’ଣ? ଭକ୍ତିମାର୍ଗରେ ମଧ୍ୟ ଦାନ ପୁଣ୍ୟ କରାଯାଇଥାଏ । ତୁମେ ସବୁ
ଭକ୍ତିମାର୍ଗରେ ଈଶ୍ୱର ଅର୍ଥେ ପରୋକ୍ଷ ଭାବରେ କରୁଥିଲ । ପୁଣି ସନ୍ନ୍ୟାସୀମାନଙ୍କୁ ମଧ୍ୟ ବହୁତ
ଦାନ ଦେଇଥା’ନ୍ତି । ନଚେତ୍ ଦାନ ଗରିବମାନଙ୍କୁ ଦିଆଯାଇଥାଏ, ସାହୁକାରମାନଙ୍କୁ ନୁହେଁ । ଏଥିରେ
ଶସ୍ୟର ଦାନ ସବୁଠାରୁ ଭଲ ଅଟେ । ଏକଥା ମଧ୍ୟ ବାବା ବୁଝାଉଛନ୍ତି ଯେ ଦାନ କରିବା ଦ୍ୱାରା ପର
ଜନ୍ମରେ ତା’ର ଫଳ ମିଳିଯାଇଥାଏ । ଈଶ୍ୱର ହିଁ ସମସ୍ତଙ୍କୁ ଫଳ ଦେଇଥା’ନ୍ତି । ସାଧୁ-ସନ୍ଥ ଆଦି
କେହି ପ୍ରତିଦାନ ଦେଇପାରିବେ ନାହିଁ । ଦାତା ଜଣେ ବାବା ହିଁ ଅଟନ୍ତି । କାହାଦ୍ୱାରା ମଧ୍ୟ
ଦେଇଥା’ନ୍ତି । ବାବା ବୁଝାଉଛନ୍ତି ତୁମେ ଈଶ୍ୱରଙ୍କ ପାଇଁ ଦେଉଥିଲ, ତେବେ ପରଜନ୍ମରେ ତୁମକୁ ତା’ର
ପ୍ରତିଫଳ ଦେଉଥିଲେ । ଏବେ ତ’ ମୁଁ ପ୍ରତ୍ୟକ୍ଷ ରୂପେ ଆସିଛି । ଏବେ ତୁମକୁ ୨୧ ଜନ୍ମ ପାଇଁ
ପ୍ରତିଦାନ ମିଳିବ । ପୁଣି ତ’ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ ରହିଛି । ଭକ୍ତିମାର୍ଗରେ ତୁମକୁ ଏପରି
କହୁ ନ ଥିଲେ ଯେ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ସେଥିପାଇଁ ନିଜର ସବୁକିଛି ସଫଳ କରିଦିଅ । ନାଁ ।
ତେଣୁ ଏବେ ବାବା ବୁଝାଉଛନ୍ତି - ଯାହାର ବି ଦରକାର ଏହି ଆତ୍ମିକ ଡାକ୍ତରଖାନା ଖୋଲି ଦିଅନ୍ତୁ ।
କେହି କେହି କହୁଛନ୍ତି ଘର ତିଆରି କରି, ସେଥିରେ ଏହି ଡାକ୍ତରଖାନା ଖୋଲିବୁ । ବାବା କହୁଛନ୍ତି -
ଆଜି ଘର ତିଆରି କଲ ଏବଂ କାଲି ମରିଯିବ ତ’ ସେସବୁ ସମାପ୍ତ ହୋଇଯିବ । ଶରୀର ଉପରେ କୌଣସି ଭରସା
ନାହିଁ । ଯେଉଁ ଘର ଅଛି ସେଥିରୁ ହିଁ ଗୋଟିଏ ବଖରା ରଖିଦିଅ, ଏବଂ ଆତ୍ମିକ ଡାକ୍ତରଖାନା, ଆତ୍ମିକ
କଲେଜ ସ୍ଥାପନା କରିଦିଅ । ବହୁତଙ୍କର କଲ୍ୟାଣ କରିବ ତ ବହୁତ ଉଚ୍ଚପଦ ପାଇବ । ଆଚ୍ଛା—
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଶ୍ରୀମତ
ଅନୁସାରେ ନିଜେ ନିଜକୁ ଦେଖିବାକୁ ହେବ ଯେ ଏହି ବିନାଶ ସମୟରେ ମୋର ଏକମାତ୍ର ବାବାଙ୍କ ସହିତ ସଚ୍ଚା
ପ୍ରୀତି ରହିଛି ତ? ଅନ୍ୟ ସବୁ ସଙ୍ଗ ତୁଟାଇ ଜଣଙ୍କ ସହିତ ସଙ୍ଗ ଯୋଡିଛି ତ? କେବେ କୌଣସି ବିକର୍ମ
କରି ଅସୁର ହେଉନାହିଁ ତ? ଏହିପରି ଚେକିଙ୍ଗ୍ କରି ନିଜକୁ ପରିବର୍ତ୍ତନ କରିବାକୁ ହେବ ।
(୨) ଏହି ଶରୀର ଉପରେ
କିଛି ଭରସା ନାହିଁ ସେଥିପାଇଁ ନିଜର ସବୁକିଛି ସଫଳ କରିବାକୁ ହେବ । ନିଜର ସ୍ଥିତିକୁ ଏକରସ, ଅଚଳ
ଅଟଳ କରିବା ପାଇଁ ଡ୍ରାମାର ରହସ୍ୟକୁ ବୁଦ୍ଧିରେ ରଖି ଚାଲିବାକୁ ହେବ ।
ବରଦାନ:-
ବାରମ୍ବାର
ପରାଜିତ ହେବା ପରିବର୍ତ୍ତେ ବଳିହାର ଅର୍ଥାତ୍ ସ୍ୱାହା ହେଉଥିବା ମାଷ୍ଟର ସର୍ବଶକ୍ତିମାନ ବିଜୟୀ
ଭବ ।
ନିଜକୁ ସର୍ବଦା ବିଜୟୀ
ରତ୍ନ ମନେ କରି ପ୍ରତ୍ୟେକ ସଂକଳ୍ପ ଏବଂ କର୍ମ କର ଯାହାଦ୍ୱାରା କେବେ ବି ହାରିଯିବ ନାହିଁ ।
ମାଷ୍ଟର ସର୍ବଶକ୍ତିମାନ କେବେ ବି ପରାଜିତ ହୋଇପାରିବେ ନାହିଁ । ଯଦି ବାରମ୍ବାର ହାରିଯାଉଛୁ, ତେବେ
ଧର୍ମରାଜଠାରୁ ମାଡ ଖାଇବାକୁ ପଡିବ ଏବଂ ହାରିଯିବାବାଲାଙ୍କୁ ଭବିଷ୍ୟତରେ ହାର ଗୁନ୍ଥିବାକୁ ପଡିବ,
ଦ୍ୱାପରଯୁଗଠାରୁ ଅନେକ ମୂର୍ତ୍ତିଗୁଡିକୁ ହାର ପିନ୍ଧାଇବାକୁ ପଡିବ, ସେଥିପାଇଁ ହାରିଯିବା
ପରିବର୍ତ୍ତେ ବଳିହାର ହୋଇଯାଅ, ନିଜର ସମ୍ପୂର୍ଣ୍ଣ ସ୍ୱରୂପକୁ ଧାରଣ କରିବାର ପ୍ରତିଜ୍ଞା କର, ତେବେ
ବିଜୟୀ ହୋଇଯିବ ।
ସ୍ଲୋଗାନ:-
“କେବେ” ଶବ୍ଦ
ଦୁର୍ବଳତାକୁ ପ୍ରମାଣିତ କରିଥାଏ ସେଥିପାଇଁ “କେବେ” କରିବି ନୁହେଁ “ ଏବେ କରିବାକୁ ହେବ” ।
ଅବ୍ୟକ୍ତ ଈଶାରା -
ସର୍ବଦା ହର୍ଷିତ ରହିବା ପାଇଁ ନିଜର ସ୍ୱଭାବକୁ ସରଳ କର ଏବଂ ସହନଶୀଳ ହୁଅ ।
ଏହି ବିଶାଳ ରଙ୍ଗମଞ୍ଚ
ଉପରେ ମୁଁ ଏକ ଖେଳାଳି ଅଟେ । ଏହିଭଳି ଖେଳାଳିର ସ୍ଥିତି ସର୍ବଦା ହର୍ଷିତମୁଖ ସ୍ଥିତିରେ ରହିବାର
ଅନୁଭବ କରାଇଥାଏ । ଯେ କୌଣସି କଥା ବା ଯେ କୌଣସି ପରିସ୍ଥିତି ଯାହାକୁ ଦୁନିଆର ଲୋକମାନେ ବିପତ୍ତି
ମନେ କରିଥାଆନ୍ତି ସେଗୁଡିକୁ ଖେଳାଳି ହୋଇ ଖେଳ କରୁଥିବା, ସାକ୍ଷୀ ହୋଇ ଖେଳ ଦେଖୁଥିବା ଆତ୍ମାମାନେ
ଏହିଭଳି ବିପତ୍ତିର ରୂପକୁ ଏକ ଖେଳ ମନେ କରି, ନିଜର ସହନଶୀଳତାର ଶକ୍ତି ଦ୍ୱାରା ମନୋରଞ୍ଜନର
ଅନୁଭବ କରିଥାଆନ୍ତି ।