06.10.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ତୁମମାନଙ୍କୁ ଶ୍ରୀମତ ଆଧାରରେ ଭାରତକୁ ସ୍ୱର୍ଗ କରିବାର ସେବା କରିବାକୁ ହେବ, ପ୍ରଥମେ ନିଜେ
ନିର୍ବିକାରୀ ହେବାକୁ ପଡିବ ତା’ପରେ ଅନ୍ୟମାନଙ୍କୁ କହିବାକୁ ହେବ ।”
ପ୍ରଶ୍ନ:-
ତୁମ ମହାବୀର
ସନ୍ତାନମାନଙ୍କୁ କେଉଁ କଥାର ଚିନ୍ତା କରିବାର ନାହିଁ? କେବଳ କେଉଁ ଚେକିଙ୍ଗ୍ କରି ନିଜକୁ ଠିକ୍
ରଖିବାକୁ ହେବ?
ଉତ୍ତର:-
ଯଦି କେହି ପବିତ୍ର ହେବାରେ ବିଘ୍ନ ପକାଉଛି ତେବେ ତୁମକୁ ତା’ ପାଇଁ ଚିନ୍ତା କରିବା ଦରକାର ନାହିଁ
। କେବଳ ଚେକ୍ (ଯାଞ୍ଚ) କର ଯେ ମୁଁ ମହାବୀର ଅଟେ ତ? ମୁଁ ନିଜକୁ ନିଜେ ଠକୁ ନାହିଁ ତ? ମୋ ଭିତରେ
ବେହଦର ବୈରାଗ୍ୟ ବୃତ୍ତି ରହୁଛି? ମୁଁ ନିଜ ସମାନ କରିବାର ସେବା କରୁଛି? ମୋ ଭିତରେ କ୍ରୋଧ ନାହିଁ
ତ? ଯାହା ଅନ୍ୟକୁ କହୁଛି ତାହା ନିଜେ କରୁଛି ତ?
ଗୀତ:-
ତୁହ୍ମେ ପାକେ
ହମନେ ...
ଓମ୍ ଶାନ୍ତି ।
ଏଥିରେ କହିବାର
କିଛି ନାହିଁ, ଏହା ବୁଝିବାର କଥା । ମଧୁର ଆତ୍ମିକ ସନ୍ତାନମାନେ ବୁଝୁଛନ୍ତି ଯେ ଆମେ ପୁନର୍ବାର
ଦେବତା, ସମ୍ପୂର୍ଣ୍ଣ ନିର୍ବିକାରୀ ହେବାକୁ ଯାଉଛୁ । ବାବା ଆସି କହୁଛନ୍ତି - ପିଲାମାନେ, କାମ
ବିକାର ଉପରେ ବିଜୟ ପ୍ରାପ୍ତ କର ଅର୍ଥାତ୍ ପବିତ୍ର ହୁଅ । ପିଲାମାନେ ଗୀତ ଶୁଣିଲେ । ଏବେ
ପୁନର୍ବାର ପିଲାମାନଙ୍କର ସ୍ମୃତି ଆସିଛି - ଆମେ ବେହଦ ବାବାଙ୍କଠାରୁ ବେହଦର ବର୍ସା ନେଉଛୁ,
ଯାହାକୁ କେହି ଛଡାଇ ନେଇ ପାରିବେ ନାହିଁ, ତାକୁ ଅଦ୍ୱୈତ୍ୟ ରାଜ୍ୟ କୁହାଯିବ । ପୁଣି ପରେ ରାବଣ
ରାଜ୍ୟ ବା ଅନ୍ୟର ରାଜ୍ୟ ହେଉଛି । ଏବେ ତୁମେମାନେ ବୁଝିପାରୁଛ । ତେଣୁ ଅନ୍ୟମାନଙ୍କୁ ମଧ୍ୟ
ଏହିପରି ବୁଝାଇବାକୁ ହେବ । ଆମେ ପୁନର୍ବାର ଭାରତକୁ ଶ୍ରୀମତ ଆଧାରରେ ନିର୍ବିକାରୀ କରୁଛୁ ।
ଭଗବାନ ହେଉଛନ୍ତି ଉଚ୍ଚରୁ ଉଚ୍ଚ ଏକଥା ତ ସମସ୍ତେ କହିବେ । ତାଙ୍କୁ ହିଁ ବାବା ବୋଲି କୁହାଯାଉଛି
। ଏକଥା ମଧ୍ୟ ବୁଝାଇବାକୁ ହେବ ଏବଂ ଲେଖିବାକୁ ମଧ୍ୟ ହେବ ଯେ, ଭାରତ ଯାହାକି ସମ୍ପୂର୍ଣ୍ଣ
ନିର୍ବିକାରୀ ସ୍ୱର୍ଗ ଥିଲା, ତାହା ଏବେ ବିକାରୀ ନର୍କ ହୋଇଯାଇଛି । ପୁଣି ଆମେ ଶ୍ରୀମତ ଆଧାରରେ
ଭାରତକୁ ସ୍ୱର୍ଗ କରୁଛୁ । ବାବା ଯାହା ବୁଝାଉଛନ୍ତି ତାକୁ ନୋଟ୍ କରି ତା’ ଉପରେ ବିଚାର ସାଗର
ମନ୍ଥନ କରି ଲେଖିବାରେ ସାହାଯ୍ୟ କରିବା ଦରକାର । ଏମିତି କ’ଣ ସବୁ ଲେଖିବା ଦରକାର ଯାହା ଦ୍ୱାରା
ମନୁଷ୍ୟ ବୁଝିଯିବେ ଯେ ଭାରତ ବାସ୍ତବରେ ସ୍ୱର୍ଗ ଥିଲା? ସେତେବେଳେ ଏହି ରାବଣ ରାଜ୍ୟ ନ ଥିଲା ।
ପିଲାମାନଙ୍କ ବୁଦ୍ଧିରେ ଅଛି - ବାବା ଏବେ ଆମ ଭାରତବାସୀମାନଙ୍କୁ ନିର୍ବିକାରୀ କରାଉଛନ୍ତି ।
ପ୍ରଥମେ ନିଜକୁ ଦେଖିବାକୁ ହେବ - ମୁଁ ନିର୍ବିକାରୀ ହୋଇଛି? ମୁଁ ଈଶ୍ୱରଙ୍କୁ ଠକୁ ନାହିଁ ତ? ଏପରି
ନୁହେଁ ଯେ ଈଶ୍ୱର କ’ଣ ଆମକୁ ଦେଖୁଛନ୍ତି କି । ତୁମ ମୁଖରୁ ଏହି ଶବ୍ଦ ବାହାରିବା ଅନୁଚିତ୍ । ତୁମେ
ଜାଣିଛ ପବିତ୍ର କରିଲାବାଲା ପତିତ-ପାବନ ଏକମାତ୍ର ବାବା ହିଁ ଅଟନ୍ତି । ଭାରତ ସମ୍ପୂର୍ଣ୍ଣ
ନିର୍ବିକାରୀ ଥିଲା ଯାହାକୁ ସ୍ୱର୍ଗ କୁହଯାଉଥିଲା । ଏହି ଦେବତାମାନେ (ଲକ୍ଷ୍ମୀ-ନାରାୟଣ)
ସମ୍ପୂର୍ଣ୍ଣ ନିର୍ବିକାରୀ ଅଟନ୍ତି ନା । ସେଠାରେ ଯଥା ରାଜା ରାଣୀ ତଥା ପ୍ରଜା ହେବେ, ସେଥିପାଇଁ
ତ ସମଗ୍ର ଭାରତକୁ ସ୍ୱର୍ଗ କୁହାଯାଉଛି ନା । ଏବେ ଏହା ନର୍କ ହୋଇଯାଇଛି । ଏହି ୮୪ ଜନ୍ମର ସିଡି
ଚିତ୍ର ବହୁତ ଭଲ ଜିନିଷ ଅଟେ । ଭଲ ଭଲ ଲୋକମାନଙ୍କୁ ଏହି ଚିତ୍ର ଉପହାର ମଧ୍ୟ ଦେଇପାରିବ । ବଡ-ବଡ
ଲୋକଙ୍କୁ ବଡ ଉପହାର ମିଳିଥାଏ ନା । ତେବେ ତୁମେମାନେ ମଧ୍ୟ ଯିଏ ବି ଆସୁଛନ୍ତି, ସେମାନଙ୍କୁ
ବୁଝାଇ ଏପରି ଉପହାର ଦେଇପାରିବ । ଉପହାର ଦେବା ପାଇଁ ଜିନିଷ ସବୁବେଳେ ପ୍ରସ୍ତୁତ ରହିଛି । ତୁମ
ପାଖରେ ମଧ୍ୟ ଜ୍ଞାନ ପ୍ରସ୍ତୁତ ରହିବା ଉଚିତ୍, ସିଡିରେ ସମ୍ପୂର୍ଣ୍ଣ ଜ୍ଞାନ ରହିଛି । ଆମେ କିପରି
୮୪ ଜନ୍ମ ନେଉଛୁ - ଏହା ମନେ ରହିବା ଦରକାର । ଏହା ବୁଝିବାର କଥା ଅଟେ ନା । ତେବେ ନିଶ୍ଚିତ ଯିଏ
ପ୍ରଥମେ ପ୍ରଥମେ ଏଠାକୁ ଆସିଛନ୍ତି, ସେହିମାନେ ହିଁ ୮୪ ଜନ୍ମ ନେଉଛନ୍ତି । ବାବା ୮୪ ଜନ୍ମର କଥା
ଶୁଣାଇ ପୁଣି କହୁଛନ୍ତି ଏହାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ମୁଁ ଏହାଙ୍କ ଶରୀରରେ ପ୍ରବେଶ
କରୁଛି । ପୁଣି ଏହାଙ୍କର ନାମ ବ୍ରହ୍ମା ରଖୁଛି । ଏହାଙ୍କ ଦ୍ୱାରା ବ୍ରାହ୍ମଣ ରଚନା କରୁଛି ।
ନଚେତ୍ ବ୍ରାହ୍ମଣ କୁଆଡୁ ଆଣିବି । ବ୍ରହ୍ମାଙ୍କର ପିତାଙ୍କ ବିଷୟରେ କେବେ ଶୁଣିଛ କି? ତେବେ
ନିଶ୍ଚିତ ଭଗବାନ ହିଁ କହିବା । ବ୍ରହ୍ମା ଏବଂ ବିଷ୍ଣୁଙ୍କୁ ସୂକ୍ଷ୍ମଲୋକରେ ଦେଖାଇଥା’ନ୍ତି । ବାବା
ତ କହୁଛନ୍ତି ମୁଁ ଏହାଙ୍କର ୮୪ ଜନ୍ମର ଅନ୍ତିମ ସମୟରେ ପ୍ରବେଶ କରୁଛି । କାହାକୁ ପୋଷ୍ୟ କରାଗଲେ
ନାମ ବଦଳାଇ ଦିଆଯାଏ । ସନ୍ନ୍ୟାସ ମଧ୍ୟ କରାଯାଏ । ସନ୍ନ୍ୟାସୀମାନେ ମଧ୍ୟ ଯେତେବେଳେ ସନ୍ନ୍ୟାସ
କରିଥା’ନ୍ତି ତ ତୁରନ୍ତ ଭୁଲି ପାରନ୍ତି ନାହିଁ, ନିଶ୍ଚୟ ପରିବାର, ଘର ଆଦି ମନେ ପଡିଥାଏ । ତୁମର
ମଧ୍ୟ ସ୍ମୃତିରେ ଆସିବ କିନ୍ତୁ ସେ ସବୁ ପ୍ରତି ତୁମର ବୈରାଗ୍ୟ ରହିଛି କାହିଁକି ନା ତୁମେ ଜାଣିଛ
ଏସବୁ ମାଟିରେ ମିଶିଯିବ । ସେଥିପାଇଁ ଆମେ ସେମାନଙ୍କୁ କାହିଁକି ମନେ ପକାଇବା । ଜ୍ଞାନ ଦ୍ୱାରା
ସବୁ କିଛି ଭଲ ଭାବରେ ବୁଝିବାକୁ ହେବ । ସେମାନେ ମଧ୍ୟ ଜ୍ଞାନ ଦ୍ୱାରା ହିଁ ଘରଦ୍ୱାର ଛାଡିଥା’ନ୍ତି
। ତାଙ୍କୁ ଯଦି ପଚାରିବ ଘର ଦ୍ୱାର କିପରି ଛାଡିଲ ତେବେ ସେମାନେ କିଛି କହିବେ ନାହିଁ । ପୁଣି
ତାଙ୍କୁ ଯୁକ୍ତି ଦ୍ୱାରା ପଚରାଯାଏ - ଆପଣଙ୍କର କିପରି ବୈରାଗ୍ୟ ଆସିଲା, ଆମକୁ ଶୁଣାଇଲେ ଆମେ
ମଧ୍ୟ ସେହିପରି କରିବୁ । ତୁମେ ଟେମ୍ପଟେସନ୍ (ପ୍ରଲୋଭନ) ଦେଉଛ ଯେ ପବିତ୍ର ହୁଅ, ବାକି ତୁମର ସବୁ
କିଛି ମନେ ଅଛି । ଛୋଟ ବୟସରୁ ଆରମ୍ଭ କରି ସବୁ କହିପାରିବ । ବୁଦ୍ଧିରେ ସାରା ଜ୍ଞାନ ରହିଛି ।
କିପରି ଏମାନେ ସବୁ ଡ୍ରାମାର ଅଭିନେତା ହୋଇ ପାର୍ଟ ବଜାଇ ଆସିଛନ୍ତି । ଏବେ ସମସ୍ତଙ୍କର କଳିଯୁଗୀ
କର୍ମବନ୍ଧନ ତୁଟିଯିବ । ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ସେଠାରୁ ପୁଣି ସମସ୍ତଙ୍କର ନୂଆ
ସମ୍ବନ୍ଧ ଯୋଡି ହେବ । ବୁଝାଇବା ପାଇଁ ମଧ୍ୟ ବାବା ଭଲ-ଭଲ ପଏଣ୍ଟସ୍ ଦେଉଛନ୍ତି । ଏହି ଭାରତବାସୀ
ଯେତେବେଳେ ଆଦି ସନାତନ ଦେବୀ-ଦେବତା ଧର୍ମାବଲମ୍ବୀ ଥିଲେ ସେତେବେଳେ ନିର୍ବିକାରୀ ଥିଲେ, ୮୪ ଜନ୍ମ
ପରେ ପୁଣି ବିକାରୀ ହୋଇଯାଇଛନ୍ତି । ଏବେ ପୁଣି ନିର୍ବିକାରୀ ହେବାକୁ ପଡିବ । କିନ୍ତୁ ପୁରୁଷାର୍ଥ
କରାଇବା ପାଇଁ କେହି ଦରକାର । ଏବେ ତୁମକୁ ବାବା ବତାଉଛନ୍ତି । ବାବା କହୁଛନ୍ତି ତୁମେ ତ ସେହି
ପିଲାମାନେ ଅଟ ନା । ପିଲାମାନେ ମଧ୍ୟ କହୁଛନ୍ତି ବାବା ଆପଣ ମଧ୍ୟ ସେହି ବାବା ଅଟନ୍ତି । ବାବା
କହୁଛନ୍ତି କଳ୍ପ ପୂର୍ବରୁ ମଧ୍ୟ ମୁଁ ତୁମମାନଙ୍କୁ ପାଠପଢାଇ ରାଜ୍ୟ-ଭାଗ୍ୟ ଦେଇଥିଲି ଏବଂ
କଳ୍ପ-କଳ୍ପ ଏହିପରି କରୁଥିବି । ଡ୍ରାମାରେ ଯାହା କିଛି ହେଲା, ବିଘ୍ନ ପଡିଲା, ପୁଣି ମଧ୍ୟ ପଡିବ
। ଜୀବନରେ କ’ଣ କ’ଣ ହେଉଛି, ମନେ ତ ରହୁଛି ନା । ୟାଙ୍କର ତ ସବୁକିଛି ମନେ ଅଛି । କହୁଛନ୍ତି
ମଧ୍ୟ ଗାଉଁଲିଆ ପିଲା ଥିଲି ପୁଣି ବୈକୁଣ୍ଠର ମାଲିକ ହେଲି । ବୈକୁଣ୍ଠରେ ଗାଁ କିପରି ହେବ - ଏ କଥା
ତୁମେ ଏବେ ଜାଣୁଛ । ବର୍ତ୍ତମାନ ତୁମ ପାଇଁ ମଧ୍ୟ ଏହି ପୁରୁଣା ଦୁନିଆ ଗାଁ ସଦୃଶ ଅଟେ ନା ।
କେଉଁଠି ବୈକୁଣ୍ଠ, କେଉଁଠି ଏହି ନର୍କ । ମନୁଷ୍ୟ ତ ବଡ-ବଡ ମହଲ କୋଠାବାଡି ଆଦି ଦେଖି ଭାବୁଛନ୍ତି
ଏହା ହିଁ ସ୍ୱର୍ଗ ଅଟେ । ବାବା କହୁଛନ୍ତି ଏସବୁ ତ ମାଟି-ପଥର ଅଟେ, ଏହାର କୌଣସି ମୂଲ୍ୟ ନାହିଁ ।
ହୀରା ସବୁଠାରୁ ଅଧିକ ମୂଲ୍ୟବାନ ଅଟେ । ବାବା କହୁଛନ୍ତି ବିଚାର କର ସତ୍ୟଯୁଗରେ ତୁମର ସୁନାର ମହଲ
କିପରି ଥିଲା । ସେଠାରେ ତ ସବୁ ଖଣିଗୁଡିକ ଭରପୁର ହୋଇ ରହିବ, ଢେରକୁ ଢେର ସୁନା ରହିବ । ତେଣୁ
ପିଲାମାନେ କେତେ ଖୁସି ହେବା ଉଚିତ୍ । ଯଦି କେବେ କେବେ ଝାଉଁଳି ପଡୁଛ ତେବେ ବାବା ବୁଝାଇଛନ୍ତି -
ଏପରି ବହୁତ ରେକର୍ଡ ଅର୍ଥାତ୍ ଗୀତ ରହିଛି ଯାହାକି ତୁମକୁ ତୁରନ୍ତ ଖୁସି କରିଦେବ । ସାରା ଜ୍ଞାନ
ବୁଦ୍ଧିରେ ଆସିଯିବ । ତୁମେମାନେ ଜାଣୁଛ ଯେ ବାବା ଆମକୁ ବିଶ୍ୱର ମାଲିକ କରୁଛନ୍ତି । ଯାହାକୁ କେବେ
କେହି ଛଡାଇ ନେଇ ପାରିବେ ନାହିଁ । ଅଧାକଳ୍ପ ପାଇଁ ଆମେ ସୁଖଧାମର ମାଲିକ ହେଉଛୁ । ରାଜାର ସନ୍ତାନ
ଜାଣିଥାଏ ଯେ ମୁଁ ଏହି ହଦର ରାଜତ୍ୱର ଉତ୍ତରାଧିକାରୀ ଅଟେ । ତେବେ ତୁମମାନଙ୍କୁ କେତେ ନିଶା ରହିବା
ଉଚିତ୍ - ମୁଁ ବେହଦ ବାବାଙ୍କର ଉତ୍ତରାଧିକାରୀ ଅଟେ । ବାବା ସ୍ୱର୍ଗର ସ୍ଥାପନା କରୁଛନ୍ତି, ଆମେ
୨୧ ଜନ୍ମ ପାଇଁ ଉତ୍ତରାଧିକାରୀ ହେଉଛୁ । ତେଣୁ କେତେ ଖୁସି ରହିବା ଉଚିତ୍ । ଯାହାଙ୍କର
ଉତ୍ତରାଧିକାରୀ ହେଉଛନ୍ତି ତାଙ୍କୁ ମଧ୍ୟ ନିଶ୍ଚୟ ମନେ ରଖିବାକୁ ହେବ । ତେବେ ଯୋଗ ନ କରିଲେ
ଉତ୍ତରାଧିକାରୀ ତ ହୋଇପାରିବ ନାହିଁ । ଯୋଗ କରିଲେ ପବିତ୍ର ହେବ ତେବେ ଯାଇ ଉତ୍ତରାଧିକାରୀ
ହୋଇପାରିବ । ତୁମେ ଜାଣିଛ ଶ୍ରୀମତ ଆଧାରରେ ଆମେ ବିଶ୍ୱର ମାଲିକ ଡବଲ ମୁକୁଟଧାରୀ ହେଉଛୁ । ପୁଣି
ଜନ୍ମ ପରେ ଜନ୍ମ ଆମେ ରାଜତ୍ୱ କରିବୁ । ମନୁଷ୍ୟମାନେ ଭକ୍ତିମାର୍ଗରେ ବିନାଶୀ ଦାନ-ପୁଣ୍ୟ
କରିଥା’ନ୍ତି । ତୁମ ନିକଟରେ ଅବିନାଶୀ ଜ୍ଞାନ ଧନ ରହିଛି । ତୁମକୁ କେତେ ବଡ ଲଟେରୀ ମିଳୁଛି ।
କର୍ମ ଅନୁସାରେ ଫଳ ମିଳୁଛି ନା । ଯଦି କେହି ବଡ ରାଜାଙ୍କର ସନ୍ତାନ ହୋଇଥିବେ ତେବେ ବଡ ହଦର ଲଟେରୀ
କୁହାଯିବ । ଗୋଟିଏ ମୁକୁଟଧାରୀ ସାରା ବିଶ୍ୱର ମାଲିକ ତ ହୋଇ ପାରିବେ ନାହିଁ । ତୁମେମାନେ ଦ୍ୱି-ମୁକୁଟଧାରୀ
ସାରା ବିଶ୍ୱର ମାଲିକ ହେଉଛ । ସେ ସମୟରେ ଅନ୍ୟ କାହାର ରାଜତ୍ୱ ନ ଥାଏ । ପୁଣି ଅନ୍ୟ ଧର୍ମମାନେ
ପରେ ଆସିଥା’ନ୍ତି । ସେମାନଙ୍କର ସଂଖ୍ୟା ବୃଦ୍ଧି ହେବା ପର୍ଯ୍ୟନ୍ତ ପୂର୍ବରୁ ରାଜତ୍ୱ କରୁଥିବା
ରାଜାମାନେ ବିକାରୀ ହେବା କାରଣରୁ ମତଭେଦରେ ଆସି ରାଜ୍ୟକୁ ଖଣ୍ଡ-ଖଣ୍ଡ ବା ଅଲଗା କରି ଦେଇଥା’ନ୍ତି
। ପ୍ରଥମେ ତ ସାରା ବିଶ୍ୱ ଉପରେ ଗୋଟିଏ ହିଁ ରାଜ୍ୟ ଥିଲା । ସେଠାରେ ଏପରି କୁହାଯିବ ନାହିଁ ଯେ
ଏହା ପୂର୍ବ ଜନ୍ମର କର୍ମଫଳ । ଏବେ ବାବା ତୁମମାନଙ୍କୁ ଶ୍ରେଷ୍ଠ କର୍ମ ଶିଖାଉଛନ୍ତି । ଯେପରି ଯିଏ
ସେବା କରିବ, କର୍ମ କରିବ ତା’ର ରିଟର୍ଣ୍ଣ (ଫଳ) ମଧ୍ୟ ତାକୁ ସେହିପରି ମିଳିବ । ତେଣୁ ଭଲ କର୍ମ
ହିଁ କରିବାକୁ ହେବ । କୌଣସି କର୍ମ କରିବା ସମୟରେ ଯଦି ବୁଝିପାରୁ ନାହଁ ତେବେ ଶ୍ରୀମତ ନେବା
ଦରକାର । ପତ୍ର ମାଧ୍ୟମରେ ବାରମ୍ବାର ପଚାରିବା ଉଚିତ୍ । ଯେପରି ପ୍ରଧାନମନ୍ତ୍ରୀ ଅଛନ୍ତି, ତୁମେ
ଜାଣୁଛ ତାଙ୍କ ପାଖକୁ କେତେ ପୋଷ୍ଟ ଆସୁଥିବ । କିନ୍ତୁ ସେ କେବେହେଲେ ଏକା ପଢନ୍ତି ନାହିଁ ।
ତାଙ୍କ ପାଖରେ ବହୁତ ସେକ୍ରେଟାରୀ ଥା’ନ୍ତି । ସେମାନେ ସମସ୍ତ ପୋଷ୍ଟକୁ ଦେଖନ୍ତି । ଯିଏ ପୁରା
ମୁଖ୍ୟ ହୋଇଥିବେ, ପ୍ରଥମେ ସେ ପାସ୍ କଲେ ଯାଇ ପ୍ରଧାନମନ୍ତ୍ରୀଙ୍କ ଟେବୁଲ୍ ଉପରେ ରଖାଯିବ । ଏଠାରେ
ମଧ୍ୟ ସେହିପରି ହୋଇଥାଏ । ମୁଖ୍ୟ ମୁଖ୍ୟ ପତ୍ରର ତୁରନ୍ତ ଉତ୍ତର ଦିଆଯାଇଥାଏ । ବାକି ସମସ୍ତଙ୍କ
ନିମନ୍ତେ ୟାଦପ୍ୟାର ଲେଖି ଦେଇଥା’ନ୍ତି । ଜଣ-ଜଣଙ୍କୁ ଅଲଗା-ଅଲଗା ପତ୍ର ଲେଖିବା, ଏ କଥା ତ ହୋଇ
ପାରିବ ନାହିଁ, ବହୁତ ମୁସକିଲ୍ ହେବ । ପିଲାମାନେ କେତେ ଖୁସି ହୋଇଥା’ନ୍ତି - ଓହୋ! ଆଜି ବେହଦ
ବାବାଙ୍କର ଚିଠି ଆସିଛି । ଶିବବାବା ବ୍ରହ୍ମାଙ୍କ ଦ୍ୱାରା ରେସ୍ପଣ୍ଡ୍ (ପ୍ରତ୍ୟୁତ୍ତର)
ଦେଇଥା’ନ୍ତି । ତେଣୁ ପିଲାମାନେ ବହୁତ ଖୁସି ହୋଇଥା’ନ୍ତି । ବନ୍ଧନରେ ଥିବା ମାତାମାନେ ହିଁ
ସବୁଠାରୁ ଅଧିକ ଖୁସିରେ ଗଦ୍-ଗଦ୍ ହୋଇଥାନ୍ତି । ଓହୋ! ମୁଁ ବନ୍ଧନରେ ଅଛି । ବେହଦର ବାବା ମୋତେ
କିପରି ଚିଠି ଲେଖୁଛନ୍ତି । ନୟନରେ ରଖିଛନ୍ତି । ଅଜ୍ଞାନକାଳରେ ମଧ୍ୟ ଯେଉଁମାନେ ପତିକୁ ପରମାତ୍ମା
ଭାବିଥା’ନ୍ତି, ସେମାନେ ପତିଙ୍କର ଚିଠି ଆସିଲେ ତାକୁ ଚୁମ୍ବନ କରିଥା’ନ୍ତି । ତୁମ ଭିତରେ ମଧ୍ୟ
ବାପଦାଦାଙ୍କର ପତ୍ରକୁ ଦେଖି କେତେକ ସନ୍ତାନଙ୍କର ଖୁସିରେ ଲୋମ ଟାଙ୍କୁରି ଉଠିଥାଏ । ପ୍ରେମର ଲୁହ
ଆସିଯାଇଥାଏ । ଚୁମ୍ବନ କରିଥା’ନ୍ତି ଆଖି ଉପରେ ରଖିଥା’ନ୍ତି । ବହୁତ ସ୍ନେହର ସହିତ ପତ୍ର
ପଢିଥାନ୍ତି । ବନ୍ଧନରେ ଥିବା ମାତା ବା କନ୍ୟାମାନେ ମଧ୍ୟ କିଛି କମ୍ ନୁହଁନ୍ତି । କିନ୍ତୁ କେତେକ
ସନ୍ତାନମାନଙ୍କ ଉପରେ ମାୟା ବିଜୟ ପ୍ରାପ୍ତ କରିନେଇଥାଏ । କେହି କେହି ଭାବନ୍ତି ମୋତେ ତ ନିଶ୍ଚୟ
ପବିତ୍ର ହେବାକୁ ପଡିବ । ଭାରତ ନିର୍ବିକାରୀ ଥିଲା ନା । ଏବେ ବିକାରୀ ହୋଇଯାଇଛି । ଏବେ
ଯେଉଁମାନଙ୍କୁ ନିର୍ବିକାରୀ ହେବାର ଥିବ, ସେହିମାନେ ପୁରୁଷାର୍ଥ କରିବେ - କଳ୍ପ ପୂର୍ବ ଭଳି ।
ତୁମମାନଙ୍କୁ ବୁଝାଇବା ପାଇଁ ବହୁତ ସହଜ ଅଟେ । ତୁମର ମଧ୍ୟ ଏହି ପ୍ଲାନ୍ ରହିଛି ନା । ଗୀତାର ଯୁଗ
ଚାଲିଛି । ଗୀତାର ହିଁ ପୁରୁଷୋତ୍ତମ ଯୁଗର ଗାୟନ କରାଯାଇଥାଏ । ତୁମେ ଏପରି ମଧ୍ୟ ଲେଖ - ଏହା
ପୁରୁଷୋତ୍ତମ ଗୀତାର ଯୁଗ ଅଟେ, ଯେତେବେଳେ କି ପୁରୁଣା ଦୁନିଆ ବଦଳି ନୂଆ ହେଉଛି । ତୁମ ବୁଦ୍ଧିରେ
ଅଛି - ବେହଦର ବାବା ଯିଏକି ଆମର ଟିଚର ମଧ୍ୟ ଅଟନ୍ତି, ତାଙ୍କଠାରୁ ଆମେ ରାଜଯୋଗ ଶିଖୁଛୁ । ଭଲ
ଭାବରେ ପଢିଲେ ଦ୍ୱି-ମୁକୁଟଧାରୀ ରାଜା ହେବ । ଏହା କେତେ ବଡ ସ୍କୁଲ୍ ଅଟେ । ବର୍ତ୍ତମାନ ରାଜତ୍ୱ
ସ୍ଥାପନ ହେଉଛି । ସେଠାରେ ପ୍ରଜା ମଧ୍ୟ ନିଶ୍ଚୟ ଅନେକ ପ୍ରକାରର ରହିବେ । ରାଜତ୍ୱ ବୃଦ୍ଧି ହୋଇ
ଚାଲିବ । ଯେଉଁମାନେ କମ୍ ଜ୍ଞାନ ଧାରଣ କରିଥା’ନ୍ତି ସେମାନେ ପଛରେ ଆସିବେ । ଯିଏ ଯେପରି
ପୁରୁଷାର୍ଥ କରିବେ ସେହି ଅନୁସାରେ ସେ ପ୍ରଥମେ ଆସିବେ । ଏ ସବୁ ପୂର୍ବ-ପ୍ରସ୍ତୁତ ଖେଳ ଅଟେ । ଏହି
ଡ୍ରାମାର ଚକ୍ର ରିପିଟ୍ (ପୁନରାବୃତ୍ତି) ହେଉଛି ନା । ଏବେ ତୁମେ ବାବାଙ୍କଠାରୁ ବର୍ସା ନେଉଛ ।
ବାବା କହୁଛନ୍ତି ପବିତ୍ର ହୁଅ । ଏଥିରେ ଯଦି କେହି ବିଘ୍ନ ପକାଉଛି ତେବେ ତୁମେ ତାଙ୍କୁ ଖାତିର
କରିବା ଉଚିତ୍ ନୁହେଁ । ଦି ଖଣ୍ଡ ରୁଟି ତ ମିଳିପାରିବ ନା । ପିଲାମାନଙ୍କୁ ପୁରୁଷାର୍ଥ କରିବା
ଦରକାର ତେବେ ଯାଇ ମନେ ରହିବ । ବାବା ଭକ୍ତିମାର୍ଗର ଉଦାହରଣ ଦେଉଛନ୍ତି - ପୂଜା କରିବା ସମୟରେ ଯଦି
ବୁଦ୍ଧିଯୋଗ ବାହାରକୁ ଚାଲିଯାଉଥିଲା ତେବେ ନିଜର କାନ ଧରି, ଚାପୁଡା ମାରୁଥିଲି । ଏବେ ଏହା ହେଉଛି
ଜ୍ଞାନ । ଏଥିରେ ମଧ୍ୟ ମୁଖ୍ୟ ହେଉଛି ବାବାଙ୍କୁ ମନେ ପକାଇବା । ଯୋଗଯୁକ୍ତ ହୋଇ ନ ରହିଲେ ନିଜକୁ
ଚାପୁଡା ମାରିବା ଦରକାର । ମାୟା ମୋ ଉପରେ କାହିଁକି ବିଜୟ ପ୍ରାପ୍ତ କରୁଛି । ମୁଁ କ’ଣ ଏତେ କଞ୍ଚା
(ଦୁର୍ବଳ) । ମୋତେ ତ’ ଏହା ଉପରେ ବିଜୟ ପ୍ରାପ୍ତ କରିବାକୁ ହେବ । ନିଜେ ନିଜକୁ ଭଲ ଭାବରେ
ସମ୍ଭାଳିବାକୁ ହେବ । ନିଜକୁ ପଚାର ମୁଁ ଏହିଭଳି ମହାବୀର ଅଟେ ତ? ଅନ୍ୟମାନଙ୍କୁ ମଧ୍ୟ ମହାବୀର
କରିବାର ପୁରୁଷାର୍ଥ କରିବାକୁ ହେବ । ଯେତେ ବହୁତଙ୍କୁ ନିଜ ସମାନ କରିବ ସେତେ ଉଚ୍ଚ ପଦ ମିଳିବ ।
ନିଜର ରାଜ୍ୟ-ଭାଗ୍ୟ ନେବା ପାଇଁ ରେସ୍ (ପ୍ରତିଯୋଗିତା) କରିବା ଉଚିତ୍ । ଯଦି ଆମ ପାଖରେ ହିଁ
କ୍ରୋଧ ଥିବ ତେବେ ଅନ୍ୟକୁ କିପରି କହିବା ଯେ କ୍ରୋଧ କର ନାହିଁ । ଏହା ତ ସତ୍ୟତା ହେଲା ନାହିଁ ନା
। ଲଜ୍ଜ୍ୟା ଆସିବା ଦରକାର । ଆମେ ଅନ୍ୟକୁ ବୁଝାଉଥିବା ଏବଂ ସେ ଉଚ୍ଚ ପଦ ପାଉଥିବେ, କିନ୍ତୁ ଆମେ
ତଳେ ରହିଯାଉଥିବା, ଏହାକୁ କ’ଣ ପୁରୁଷାର୍ଥ କୁହାଯିବ । (ପଣ୍ଡିତର କାହାଣୀ) ବାବାଙ୍କୁ ସ୍ମରଣ କରି
ତୁମେ ଏହି ବିଷୟ ସାଗରରୁ କ୍ଷୀର ସାଗରକୁ ଚାଲିଯାଉଛ । ବାକି ଏହିସବୁ ଉଦାହରଣ ଦେଇ ବାବା
ବୁଝାଉଛନ୍ତି, ଯାହାକୁ ପୁଣି ଭକ୍ତିମାର୍ଗରେ ପୁନରାବୃତ୍ତି କରୁଛନ୍ତି । ଭ୍ରମରୀର ମଧ୍ୟ ଉଦାହରଣ
ରହିଛି । ତୁମେମାନେ ବ୍ରାହ୍ମଣୀ ଅଟ ନା - ବି.କେ., ଏମାନେ ହେଲେ ସତ୍ୟ ବ୍ରାହ୍ମଣ । ପ୍ରଜାପିତା
ବ୍ରହ୍ମା କେଉଁଠାରେ ଅଛନ୍ତି? ନିଶ୍ଚୟ ଏଠାରେ ଥିବେ ନା । ସେଠାରେ କ’ଣ ଥିବେ କି । ତୁମକୁ ବହୁତ
ହୁସିଆର ହେବା ଉଚିତ୍ । ବାବାଙ୍କର ପ୍ଲାନ୍ ହେଉଛି, ମନୁଷ୍ୟମାନଙ୍କୁ ଦେବତା କରିବା । ବୁଝାଇବା
ପାଇଁ ଏହି ଚିତ୍ର ମଧ୍ୟ ରହିଛି । ଏଥିରେ ଲେଖା ମଧ୍ୟ ସେହିପରି ରହିବା ଉଚିତ୍ । ଗୀତାର
ଭଗବାନଙ୍କର ଏହା ପ୍ଲାନ୍ ଅଟେ ନା । ଆମେ ବ୍ରାହ୍ମଣ ହେଉଛୁ ଚୁଟୀ । ଏହା କ’ଣ କେବଳ ଜଣଙ୍କର କଥା
କି ! ପ୍ରଜାମାନଙ୍କର ପିତା ବ୍ରହ୍ମା, ତେବେ ବ୍ରାହ୍ମଣମାନେ ଚୋଟୀ (ସର୍ବୋଚ୍ଚ) ହେଲେ ନା ।
ବ୍ରହ୍ମା ହେଲେ ବ୍ରାହ୍ମଣମାନଙ୍କର ପିତା । ବର୍ତ୍ତମାନ ବ୍ରହ୍ମାଙ୍କର ବହୁତ ବଡ କୁଟୁମ୍ବ ହୋଇଥିବ
ନା । ଯାହାକି ତୁମେ ପୁନର୍ବାର ଦୈବୀ କୁଟୁମ୍ବରେ ଆସୁଛ । ବର୍ତ୍ତମାନ ତୁମେ ବହୁତ ଖୁସି ହେଉଛ
କାହିଁକି ନା ଲଟେରୀ ମିଳୁଛି । ତୁମର ବହୁତ ନାମ ରହିଛି । ବନ୍ଦେ ମାରତମ୍, ତୁମେ ହିଁ ଶିବଙ୍କର
ଶକ୍ତି ସେନା ଅଟ ନା । ସେମାନେ ତ ସବୁ ନକଲି ଅଟନ୍ତି । ବହୁତ ରହିଥିବା କାରଣରୁ ଦ୍ୱନ୍ଦ୍ୱରେ
ପଡୁଛନ୍ତି । ସେଥିପାଇଁ ରାଜଧାନୀ ସ୍ଥାପନ କରିବାରେ ମେହନତ ଲାଗୁଛି । ବାବା କହୁଛନ୍ତି ଏହି
ଡ୍ରାମା ପୂର୍ବ ନିର୍ମିତ ଅଟେ । ଏଥିରେ ମୋର ମଧ୍ୟ ପାର୍ଟ ରହିଛି । ମୁଁ ହେଉଛି ସର୍ବଶକ୍ତିମାନ୍!
ମୋତେ ସ୍ମରଣ କରିବା ଦ୍ୱାରା ତୁମେ ପବିତ୍ର ହୋଇଯାଉଛ । ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ହେଉଛନ୍ତି
ଶିବବାବା, ସେ ହିଁ ସବୁଠାରୁ ଉଚ୍ଚରେ ରହୁଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା ଏହି
ଖୁସି ଅଥବା ନିଶାରେ ରହିବାକୁ ହେବ ଯେ ଆମେ ୨୧ ଜନ୍ମ ପାଇଁ ବେହଦ ବାବାଙ୍କର ଉତ୍ତରାଧିକାରୀ ହୋଇଛୁ,
ତେଣୁ ଯାହାଙ୍କର ଉତ୍ତରାଧିକାରୀ ହୋଇଛୁ ତାଙ୍କୁ ମନେ ପକାଇବା ପାଇଁ ମଧ୍ୟ ପଡିବ ଏବଂ ପବିତ୍ର
ନିଶ୍ଚିତ ହେବାକୁ ପଡିବ ।
(୨) ବାବା ଶିଖାଉଥିବା
ଶ୍ରେଷ୍ଠ କର୍ମ ହିଁ କରିବାକୁ ହେବ । ପ୍ରତି ପାଦରେ ଶ୍ରୀମତ ନେବାକୁ ହେବ ।
ବରଦାନ:-
ସ୍ଥୂଳ ଦେଶ ବା
ସ୍ଥୂଳ ଶରୀରର ସ୍ମୃତିଠାରୁ ଉର୍ଦ୍ଧ୍ୱରେ ସୂକ୍ଷ୍ମ ଦେଶର ବେଶଧାରୀ ହୁଅ ।
ଯେପରି ଆଜିକାଲି ଦୁନିଆରେ
ଯେପରି କର୍ତ୍ତବ୍ୟ ସେହିପରି ବେଶ ଧାରଣ କରିନେଉଛନ୍ତି, ସେହିପରି ତୁମେମାନେ ମଧ୍ୟ ଯେଉଁ ସମୟରେ
ଯେପରି କର୍ମ କରିବାକୁ ଚାହୁଁଛ ସେହିପରି ବେଶ ଧାରଣ କରିନିଅ । ଏବେ ଏବେ ସାକାରୀ ଏବଂ ଏବେ ଏବେ
ଆକାରୀ, ଏହିଭଳି ବହୁରୂପୀ ହୋଇଯାଅ ତେବେ ସବୁ ସ୍ୱରୂପର ସୁଖର ଅନୁଭବ କରିପାରିବ । ଏଗୁଡିକ ତୁମ
ନିଜର ହିଁ ସ୍ୱରୂପ ଅଟେ । ଅନ୍ୟର ବସ୍ତ୍ର ତୁମ ଦେହକୁ ଫିଟ୍ ହୋଇପାରେ ନ ପାରେ କିନ୍ତୁ ନିଜର
ବସ୍ତ୍ରକୁ ସହଜରେ ଧାରଣ କରିପାରିବ ସେଥିପାଇଁ ଏହି ଅଭ୍ୟାସକୁ ଯଦି ବାସ୍ତବିକ ଜୀବନରେ
କାର୍ଯ୍ୟକାରୀ କରିବ ତେବେ ଅବ୍ୟକ୍ତ ମିଳନର ବିଚିତ୍ର ଅନୁଭବ କରି ପାରିବ ।
ସ୍ଲୋଗାନ:-
ସମସ୍ତଙ୍କୁ ଆଦର
କରୁଥିବା ଆତ୍ମା ହିଁ ଆଦର୍ଶ ହୋଇପାରିବ, ତେଣୁ ସମ୍ମାନ ଦେଲେ ସମ୍ମାନ ପାଇବ ।
ଅବ୍ୟକ୍ତ ଈଶାରା:- ନିଜ
ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଯୋଗର ଶକ୍ତିଗୁଡିକୁ ପ୍ରୟୋଗ କର ।
ଯେପରି ନିଜର ସ୍ଥୂଳ
କାର୍ଯ୍ୟର କାର୍ଯ୍ୟକ୍ରମକୁ ସେଟ୍ କର ଅର୍ଥାତ୍ ନିଧାର୍ଯ୍ୟ କର ତାହାହେଲେ କେବେ ବି ଅପସେଟ୍
ଅର୍ଥାତ୍ ହଲଚଲ୍ ସ୍ଥିତି ହେବ ନାହିଁ । ଯେତେ ଯେତେ ନିଜର ମନକୁ ସମର୍ଥ ସଂକଳ୍ପରେ ବ୍ୟସ୍ତ ରଖିବ
ତେବେ ମନକୁ ଅପସେଟ୍ ହେବା ପାଇଁ ସମୟ ମିଳିବ ନାହିଁ । ଯଦି ମନ ସର୍ବଦା ସେଟ୍ ରହିଥିବ ଅର୍ଥାତ୍
ଏକାଗ୍ର ରହିଥିବ ତେବେ ଆପେ ଆପେ ଶ୍ରେଷ୍ଠ ପ୍ରକମ୍ପନ ବିଚ୍ଛୁରିତ ହେବ ଏବଂ ସେବା ହୋଇଯିବ ।