06.10.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ନିଜେ ଶିକ୍ଷା ଗ୍ରହଣ କରିବା ସହିତ ଶିକ୍ଷକ ହୋଇ ଅନ୍ୟମାନଙ୍କୁ ମଧ୍ୟ ଶିଖାଇବାକୁ ହେବ, ଏହି
ପାଠପଢା ଏହି ଅନ୍ତିମ ଜନ୍ମ ପାଇଁ ହିଁ ଉଦ୍ଧିଷ୍ଟ, ସେଥିପାଇଁ ଭଲ ଭାବରେ ପଢ ଏବଂ ପଢାଅ ।”
ପ୍ରଶ୍ନ:-
ସତ୍ୟଯୁଗର
ରାଜଧାନୀ କେଉଁ ଆଧାରରେ ସ୍ଥାପନା ହେଉଛି?
ଉତ୍ତର:-
ସଂଗମଯୁଗର ପାଠପଢା ଆଧାରରେ । ଯେଉଁମାନେ ଭଲ ଭାବରେ ପାଠ ପଢୁଛନ୍ତି ବା ଯେଉଁମାନଙ୍କ ଉପରେ
ବୃହସ୍ପତି ଦଶା ଚାଲିଛି ସେହିମାନେ ହିଁ ସୂର୍ଯ୍ୟବଂଶୀ କୁଳରେ ଆସିବେ । ଯେଉଁମାନେ ପାଠ ପଢୁ
ନାହାଁନ୍ତି, ସେବା କରୁନାହାଁନ୍ତି ସେମାନଙ୍କ ଉପରେ ବୁଦ୍ଧର ଦଶା ଚଳିଥାଏ, ସେମାନେ ଯେପରି ବୁଦ୍ଦୁ
ଅର୍ଥାତ୍ ନିର୍ବୋଧ ଅଟନ୍ତି । ସେମାନେ ପ୍ରଜାରେ ଆସିଯାଆନ୍ତି । ତେବେ ଉଚ୍ଚ ଶ୍ରେଣୀର ପ୍ରଜା,
ଚାକର ବାକର ଆଦି ସବୁ କିଛି ଏହି ସମୟର ପାଠପଢା ଆଧାରରେ ହିଁ ହୋଇଥାନ୍ତି ।
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କ ପ୍ରତି ଅଥବା ଆତ୍ମାମାନଙ୍କ ପ୍ରତି ଆତ୍ମିକ ପିତା ଅର୍ଥାତ୍ ପରମାତ୍ମା ବସି
ବୁଝାଉଛନ୍ତି । ଆତ୍ମିକ ପିତାଙ୍କୁ ପରମାତ୍ମା କୁହାଯାଉଛି । ସବୁ ଆତ୍ମାମାନଙ୍କର ପିତା ଏକମାତ୍ର
ପରମପିତା ପରମାତ୍ମା ଅଟନ୍ତି । ସିଏ ବ୍ରହ୍ମାଙ୍କ ଶରୀର ଦ୍ୱାରା ବୁଝାଉଛନ୍ତି । ଭକ୍ତିମାର୍ଗରେ
ମନୁଷ୍ୟମାନେ ତ୍ରିମୂର୍ତ୍ତି ବ୍ରହ୍ମା କହିଥାନ୍ତି । ଏବେ ତୁମେ ବ୍ରାହ୍ମଣମାନେ ଏପରି କହିବ ନାହିଁ
। ତୁମେ ତ କହୁଛ ତ୍ରିମୂର୍ତ୍ତି ଶିବ ଅର୍ଥାତ୍ ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କର ରଚୟିତା ଶିବ ।
ତ୍ରିମୂର୍ତ୍ତି ବ୍ରହ୍ମାଙ୍କର କୌଣସି ଅର୍ଥ ବାହାରୁ ନାହିଁ । ଏହି ତିନି ଦେବତାଙ୍କର ରଚୟିତା
ହେଉଛନ୍ତି ହିଁ ଶିବ । ସେଥିପାଇଁ ତ୍ରିମୂର୍ତ୍ତି ଶିବ କୁହାଯାଉଛି । ଜଣେ ରଚୟିତା, ବାକି ସମସ୍ତେ
ହେଉଛନ୍ତି ରଚନା । ବେହଦର ବାବା ଜଣେ ହିଁ ଅଟନ୍ତି । ପ୍ରତ୍ୟେକଙ୍କର ନିଜ-ନିଜର ଲୌକିକ ପିତା
ଅଛନ୍ତି । ଏହି ସମୟରେ ତ ସମସ୍ତେ ଶିବବାବାଙ୍କର ସନ୍ତାନ ହୋଇଛନ୍ତି । ପିଲାମାନେ ଜାଣିଛନ୍ତି, ଆମେ
ଆତ୍ମାମାନେ ୮୪ ଜନ୍ମର ଚକ୍ର ଲଗାଉଛୁ । ତେବେ ୮୪ ଜଣ ଲୌକିକ ପିତା ହେଉଛନ୍ତି । ସତ୍ୟଯୁଗରେ ମଧ୍ୟ
ମାତା ପିତା କୌଣସି ବେହଦର ବର୍ସା ଦେଇନଥାନ୍ତି । ସତ୍ୟଯୁଗ ପାଇଁ ବେହଦର ବର୍ସା ତ ଏବେ ତୁମକୁ
ମିଳୁଛି । ସେଠାରେ ଲକ୍ଷ୍ମୀ-ନାରାୟଣଙ୍କର ରାଜଧାନୀ ରହିବ ଏବଂ ଅନ୍ୟ ଯିଏବି ରାଜାମାନେ ଥିବେ
ତାଙ୍କ ପିଲାମାନଙ୍କୁ ନିଜ ପିତାଙ୍କର ସମ୍ପତ୍ତି ମିଳିବ । ତଥାପି ମଧ୍ୟ ସେଠାରେ ବହୁତ ସୁଖ ରହିଛି
। ଏହି ସମୟରେ ତୁମକୁ ବେହଦର ବାବା ବେହଦ ବିଶ୍ୱର ମାଲିକ କରୁଛନ୍ତି । ୨୧ ଜନ୍ମ ପାଇଁ ସର୍ବଦା
ସୁଖର ବର୍ସା ଦେଉଛନ୍ତି । ସେଠାରେ ଦୁଃଖର ଚିହ୍ନବର୍ଣ୍ଣ ରହିବ ନାହିଁ । ବାମ ମାର୍ଗ ଆରମ୍ଭ ହେବା
ମାତ୍ରେ ହିଁ ଦୁଃଖ ଆରମ୍ଭ ହୋଇଯାଇଥାଏ । ଯିଏବି ଆସୁଛନ୍ତି ତାଙ୍କୁ ଏହି କଥା ବୁଝାଇବାକୁ ହେବ ଯେ
ତୁମର ଦୁଇଜଣ ପିତା ଅଛନ୍ତି । ୮୪ ଜନ୍ମରେ ତ ହଦର ୮୪ ପିତା ମିଳିଥାନ୍ତି । ବେହଦର ବାବା ତ ଜଣେ
ଅଟନ୍ତି । ଏବେ ପିଲାମାନଙ୍କ ବୁଦ୍ଧିରେ ଏକଥା ମଧ୍ୟ ରହିଛି ଯେ ମୂଳବତନ କ’ଣ! ଚିତ୍ରରେ ଯେଉଁ
ମୂଳବତନ ଦେଖାଉଛ ତାହାର ଚିତ୍ର ମଧ୍ୟ ବଡ ହେବା ଦରକାର । ସେଥିରେ ଛୋଟ-ଛୋଟ ଆତ୍ମାମାନେ ତାରକା
ସଦୃଶ ଚମକୁଥା’ନ୍ତୁ । ଯେପରି ଆଗରୁ ତୁମେମାନେ ଜୁଳୁଜୁଳିଆ ପୋକର ହାର ତିଆରି କରୁଥିଲ, ସେହିପରି
ଏହି ମୂଳବତନରେ ମଧ୍ୟ ତିଆରି କରିବା ଦରକାର । ଯଦି ପ୍ରୋଜେକ୍ଟର ଶୋ ଦେଖାଉଛ ତେବେ ସେଥିରେ ମଧ୍ୟ
ମୂଳବତନର ଚିତ୍ର ଏହିଭଳି ଦେଖାଇବା ଦରକାର । ବୃକ୍ଷ ବଡ ହୋଇଥିଲେ ସ୍ପଷ୍ଟ ଭାବେ ଦେଖାଯିବ ଯେ ଆମେ
ଆତ୍ମାମାନେ ସେଠାରେ ରହିଥାଉ । ଏହାଦ୍ୱାରା ପିଲାମାନଙ୍କୁ ବୁଝିବାରେ ମଧ୍ୟ ସହଜ ହେବ । ଇଏ
ହେଉଛନ୍ତି ବେହଦର ବାବା, ଯିଏ ବ୍ରହ୍ମାଙ୍କ ଦ୍ୱାରା ଦୈବୀ ସମ୍ପ୍ରଦାୟ ସ୍ଥାପନା କରୁଛନ୍ତି । ତୁମେ
ଏବେ ବ୍ରାହ୍ମଣ ଅଟ ପୁଣି ଦୈବୀଗୁଣଧାରୀ ଦେବତା ହେବ । ଏବେ ସମସ୍ତଙ୍କ ପାଖରେ ଆସୁରୀ ଗୁଣ ଅଛି,
ତାକୁ ଆସୁରୀ ଅବଗୁଣ କହିବା । ବାମମାର୍ଗରୁ ଦୁଃଖ ଆରମ୍ଭ ହୋଇଥାଏ । ଏପରି ନୁହେଁ ଯେ ରଜୋପ୍ରଧାନ
ହେବା ଦ୍ୱାରା ତୁରନ୍ତ ଦୁଃଖୀ ହେଉଛନ୍ତି । ନା, ଅଳ୍ପ-ଅଳ୍ପ କଳା କମ୍ ହୋଇଯାଇଥାଏ । ମୁଖ୍ୟ
ଚିତ୍ର ହେଉଛି ତ୍ରିମୂର୍ତ୍ତି, ସୃଷ୍ଟିଚକ୍ର ଏବଂ ନର୍କ ଓ ସ୍ୱର୍ଗ ଦୁନିଆର ଚିତ୍ର । ଏହି କଥା
ପ୍ରଥମେ ବୁଝାଇବା ବହୁତ ଜରୁରୀ ଅଟେ । ବୃକ୍ଷର ଚିତ୍ରରେ ମଧ୍ୟ ଅଧା-ଅଧା କଳ୍ପର ମାପ ସଠିକ୍ ରୂପେ
ରହିଛି । ଚିତ୍ର ସଠିକ୍ ହେବା ଦ୍ୱାରା ସମ୍ପୂର୍ଣ୍ଣ ରୂପେ ବୁଝିପାରିବେ । ଏହି ଜ୍ଞାନ ବାବାଙ୍କ
ବ୍ୟତୀତ ଆଉ କେହି ବୁଝାଇ ପାରିବେ ନାହିଁ । ଠିକ୍ ରୂପେ ବୁଝାଇବା ପାଇଁ ତ୍ରିମୂର୍ତ୍ତିର ଚିତ୍ର
ନିଶ୍ଚିତ ଆବଶ୍ୟକ । ଇଏ ହେଉଛନ୍ତି ନିରାକାର ବେହଦର ପିତା, ଯାହାଙ୍କୁ ସମସ୍ତେ ସ୍ମରଣ କରୁଛନ୍ତି
। ଆତ୍ମା ଜାଣିଛି ଯେ ସିଏ ଆମର ବେହଦର ପିତା ଅଟନ୍ତି, ତାଙ୍କୁ ଦୁଃଖରେ ସମସ୍ତେ ସ୍ମରଣ କରିଥାନ୍ତି
। ସତ୍ୟଯୁଗରେ ସ୍ମରଣ କରିବାର ଆବଶ୍ୟକତା ହିଁ ନାହିଁ । ତାହା ତ ସୁଖଧାମ ଅଟେ । ଦେବତାମାନେ ହିଁ
ପୁନର୍ଜନ୍ମ ନେଇ ଆସିଛନ୍ତି । ଏକଥା ମଧ୍ୟ କେହି ଜାଣିନାହାଁନ୍ତି ।
ତୁମେମାନେ ଜାଣିଛ -
ସତ୍ତ୍ୱପ୍ରଧାନରୁ ଆମେ କିପରି ସତ୍ତ୍ୱ-ରଜୋ-ତମୋରେ ଆସୁଛୁ । ଆତ୍ମାରେ ଖାଦ ପଡିଚାଲିଛି । ତୁମର
ଆତ୍ମା ଜାଣିଛି ଯେ ମୋତେ ୮୪ ଜନ୍ମର ଅଭିନୟ କରିବାକୁ ହେବ । ଏହା ସଠିକ୍ ଭାବରେ ଆମର ଆତ୍ମାରେ
ନିର୍ଦ୍ଧାରିତ ହୋଇ ରହିଛି । କେତେ ଛୋଟ ଆତ୍ମାରେ ସମସ୍ତ ପାର୍ଟ ନିର୍ଦ୍ଧାରିତ ହୋଇ ରହିଛି । ଏହା
ହେଉଛି ଗୁପ୍ତ ବୁଝିବାର କଥା । କୌଣସି ବି ମନୁଷ୍ୟ, ସନ୍ନ୍ୟାସୀ, ଉଦାସୀ ଆଦିଙ୍କ ବୁଦ୍ଧିରେ ଏହି
କଥା ଆସିବ ନାହିଁ । ଯଦିଓ ନାଟକ ବୋଲି କହୁଛନ୍ତି, କିନ୍ତୁ ନାଟକକୁ ଡ୍ରାମା କୁହାଯାଏ ନାହିଁ ।
ଏହା ଡ୍ରାମା ଅଟେ । ଡ୍ରାମା, ବାଇସ୍କୋପ ଆଦି ଆଗରୁ ନ ଥିଲା । ପ୍ରଥମେ ମୁବି (ନିର୍ବାକ୍
ଚଳଚିତ୍ର) ଥିଲା, ଏବେ ଟକି ଅର୍ଥାତ୍ ବାଣୀଚିତ୍ର ହୋଇଛି । ଆମେ ଆତ୍ମାମାନେ ମଧ୍ୟ ସାଇଲେନ୍ସରୁ (ନିରବତାର
ଦୁନିଆରୁ) ପୁଣି ବାଣୀର ଦୁନିଆକୁ ଆସୁଛୁ । ବାଣୀର ଦୁନିଆରୁ ସୂକ୍ଷ୍ମବତନକୁ ଯାଇ, ପରେ
ସାଇଲେନ୍ସକୁ ଯାଉଛୁ ସେଥିପାଇଁ ତୁମମାନଙ୍କୁ ଶିଖାଯାଉଛି ଯେ ଅଧିକ କଥାବାର୍ତ୍ତା କର ନାହିଁ ।
ରୟାଲ୍ (ରାଜକୀୟ) ମନୁଷ୍ୟମାନେ ବହୁତ ଧୀରେ କଥା ହୋଇଥାନ୍ତି । ତୁମକୁ ସୂକ୍ଷ୍ମବତନକୁ ଯିବାକୁ
ହେବ । ସୂକ୍ଷ୍ମବତନର ଜ୍ଞାନ ଏବେ ବାବା ବୁଝାଉଛନ୍ତି । ଏହା ହେଉଛି ଟକି ଦୁନିଆ, ତାହା ହେଉଛି
ମୁବି । ସେଠାରେ ଈଶ୍ୱରଙ୍କ ସହିତ କଥାବାର୍ତ୍ତା ଚାଲିଥାଏ । ସେଠି ଧଳା ଲାଇଟ୍ର ରୂପ ରହିଛି,
କୌଣସି ଶବ୍ଦ ନାହିଁ । ସେଠାକାର ସଂକଳ୍ପର ଭାଷା ପରସ୍ପର ବୁଝିଯାଇଥାନ୍ତି । ତେବେ ଏବେ ତୁମକୁ
ଯିବାକୁ ହେବ ନିରବତାର ଦୁନିଆକୁ ଭାୟା ସୂକ୍ଷ୍ମବତନ । ବାବା କହୁଛନ୍ତି ମୋତେ ପ୍ରଥମେ-ପ୍ରଥମେ
ସୂକ୍ଷ୍ମ ସୃଷ୍ଟି ରଚନା କରିବାକୁ ପଡୁଛି ପଛରେ ସ୍ଥୂଳ । ଗାୟନ ମଧ୍ୟ କରାଯାଏ ମୂଳବତନ,
ସୂକ୍ଷ୍ମବତନ, ସ୍ଥୂଳବତନ... ମନୁଷ୍ୟମାନଙ୍କୁ ଏ କଥା ମଧ୍ୟ ଜଣା ନାହିଁ ଯେ ବ୍ରହ୍ମା, ବିଷ୍ଣୁ,
ଶଙ୍କର ସୂକ୍ଷ୍ମବତନବାସୀ ଅଟନ୍ତି । ସେଠାରେ କୌଣସି ଦୁନିଆ ନାହିଁ । କେବଳ ବ୍ରହ୍ମା, ବିଷ୍ଣୁ,
ଶଙ୍କରଙ୍କୁ ଦେଖିବାକୁ ମିଳିଥାଏ । ବିଷ୍ଣୁଙ୍କୁ ୪ ଭୂଜାଧାରୀ ଦେଖୁଛ, ଏଥିରୁ ସିଦ୍ଧ ହେଉଛି ସିଏ
ପ୍ରବୃତ୍ତି ମାର୍ଗର ଅଟନ୍ତି । ସନ୍ନ୍ୟାସୀମାନଙ୍କର ହେଉଛି ନିବୃତ୍ତି ମାର୍ଗ । ଏହା ମଧ୍ୟ ଡ୍ରାମା
ଅଟେ, ଯାହାର ବର୍ଣ୍ଣନା କରି ବାବା ବୁଝାଉଛନ୍ତି । ମୁଖ୍ୟ କଥା ତ ବାବା କହୁଛନ୍ତି ମନମନାଭବ ।
ବାକି ସବୁ ବିସ୍ତାରରେ ରହିଛି । ତାକୁ ବୁଝିବାରେ ସମୟ ଲାଗିଥାଏ । ସଂକ୍ଷିପ୍ତରେ ବୀଜ ଏବଂ
ବୃକ୍ଷର କଥା ରହିଛି । ବୀଜକୁ ଦେଖିବା ଦ୍ୱାରା ସାରା ବୃକ୍ଷ ବୁଦ୍ଧିରେ ଆସିଯାଉଛି । ବାବା
ବୀଜରୂପ ଅଟନ୍ତି, ତାଙ୍କ ପାଖରେ ଏହି ବୃକ୍ଷର ଏବଂ ସୃଷ୍ଟି ଚକ୍ରର ସମସ୍ତ ଜ୍ଞାନ ରହିଛି, ବୁଝାଇବା
ପାଇଁ ପୁଣି ସୃଷ୍ଟିଚକ୍ର ରହିଛି । କଳ୍ପବୃକ୍ଷ ଅଲଗା ରହିଛି । କଳ୍ପବୃକ୍ଷରେ ଏହି ସବୁ ଚିତ୍ର
ଦିଆଯାଇଛି । ଫଳରେ ଯେ କୌଣସି ଧର୍ମର ଲୋକ ଦେଖିଲେ ସେମାନେ ବୁଝିପାରିବେ । ଆମେ ସ୍ୱର୍ଗକୁ ତ
ଯାଇପାରିବୁ ନାହିଁ । ଭାରତ ଯେତେବେଳେ ପ୍ରାଚୀନ ଥିଲା ସେତେବେଳେ କେବଳ ଦେବୀ-ଦେବତାମାନେ ହିଁ
ଥିଲେ । ବାକି ସବୁ ଆତ୍ମାମାନେ ଶାନ୍ତିଧାମରେ ରହିଥାନ୍ତି । ତୁମେମାନେ ବୀଜ ଏବଂ ବୃକ୍ଷ ଉଭୟକୁ
ଜାଣିଛ । ବୀଜ ଉପରେ ରହିଛି, ଯାହାକୁ ବୃକ୍ଷପତି କହୁଛନ୍ତି । ଏବେ ତୁମେ ବାବାଙ୍କର ହୋଇଥିବାରୁ
ତୁମ ଉପରେ ବୃହସ୍ପତିର ଦଶା ରହିଛି । ଯେଉଁମାନେ ବାବାଙ୍କର ହେଉଛନ୍ତି ତାଙ୍କ ଉପରେ ବୃହସ୍ପତିର
ଦଶା ଚଢିଛି ବୋଲି କହିବା । ପୁଣି ଶୁକ୍ରର ଦଶା, ବୁଧର ଦଶା ହେଉଛି । ବୃହସ୍ପତିର ଦଶାବାଲା
ସୂର୍ଯ୍ୟବଂଶୀ ହୋଇଥାନ୍ତି । ବୁଧର ଦଶାବାଲା ପ୍ରଜାରେ ଆସିବେ, ସେମାନେ ସେବା କରିପାରିବେ ନାହିଁ
। ବାବାଙ୍କୁ ମନେ ପକାଉ ନାହାଁନ୍ତି ତେବେ ବୁଦ୍ଦୁ ହେଲେ, ଏଠାରେ ମଧ୍ୟ କ୍ରମଅନୁସାରେ ବୁଦ୍ଦୁ
ହୋଇଥାନ୍ତି । କେହି ଉଚ୍ଚ ସ୍ତରର ପ୍ରଜା କେହି କମ୍ ସ୍ତରର ପ୍ରଜା ହୋଇଥାନ୍ତି । କେଉଁଠି
ସାହୁକାର ପ୍ରଜା ପୁଣି କେଉଁଠି ତାଙ୍କର ମଧ୍ୟ ଚାକର ବାକର ହେବେ । ସବୁକିଛି ପାଠପଢା ଉପରେ ହିଁ
ନିର୍ଭର କରୁଛି । ପାଠପଢା ମଧ୍ୟ ସତ୍ୱଗୁଣୀ, ରଜୋଗୁଣୀ, ତମୋଗୁଣୀ ହୋଇଥାଏ । ଏବେ ରାଜଧାନୀ
ସ୍ଥାପନ ହେଉଛି । ଯେଉଁମାନେ ହୁସିଆର ଅଟନ୍ତି ସେମାନେ ବାବାଙ୍କର ସ୍ମୃତିରେ ମଧ୍ୟ ରହିଥାନ୍ତି ।
ସାରା ବୃକ୍ଷ ତାଙ୍କ ବୁଦ୍ଧିରେ ରହିଥାଏ । ପାଠପଢା ଦ୍ୱାରା ହିଁ ଟିଚର, ବାରିଷ୍ଟର ହୋଇଥାନ୍ତି ।
ଟିଚର ପୁଣି ଅନ୍ୟମାନଙ୍କୁ ମଧ୍ୟ ପାଠ ପଢାଇଥାନ୍ତି । ପାଠ ତ ସମସ୍ତେ ପଢିଥାନ୍ତି । ପାଠ ଗୋଟିଏ
ପ୍ରକାରର, କେହି ତ ପଢି ଉଚ୍ଚକୁ ଚାଲିଯାଉଛନ୍ତି, କେହି ପୁଣି ସେହିଠାରେ ହିଁ ଶିକ୍ଷକ
ହୋଇଯାଉଛନ୍ତି । ଯାହା ଶିଖିଛନ୍ତି ତାହା ଅନ୍ୟକୁ ପଢାଉଛନ୍ତି । ଏବେ ତୁମେ ମଧ୍ୟ ପଢୁଛ । କେହି ତ
ପଢି-ପଢି ଶିକ୍ଷକ ହୋଇଯାଉଛନ୍ତି । ନିଜେ କହୁଛନ୍ତି ଶିକ୍ଷକଙ୍କର କାମ ହେଲା ନିଜ ସମାନ ଟିଚର
କରିବା । ଯଦି ଶିକ୍ଷକ ନ ହେବ ତେବେ ଅନ୍ୟମାନଙ୍କର କଲ୍ୟାଣ କିପରି କରିବ । ସମୟ କମ୍ ଅଛି, ବିନାଶ
ହେବା ପର୍ଯ୍ୟନ୍ତ ଶିଖୁଥାଅ । ତା’ପରେ ତ ଶିଖିବା ବନ୍ଦ ହୋଇଯିବ । ପୁଣି ବାବା ୫ ହଜାର ବର୍ଷ ପରେ
ଆସି ଶିଖାଇବେ । ଏହି ପାଠପଢା ଶହ-ଶହ ବର୍ଷ ଚାଲିବ ନାହିଁ । ଏହା ହେଉଛି ଏହି ଅନ୍ତିମ ଜନ୍ମ ପାଇଁ
ପାଠପଢା । ତେଣୁ ପାଠ ପଢି ପୁଣି ପଢାଇବାକୁ ହେବ । ସମସ୍ତେ ତ ଟିଚର ହୋଇପାରିବେ ନାହିଁ । ଯଦି
ସମସ୍ତେ ଟିଚର ହୋଇଯିବେ ତେବେ ପୁଣି ତ ବହୁତ ଉଚ୍ଚପଦ ପାଇବେ । କ୍ରମାନୁସାରେ ତ ହେବେ ନା ।
କାହାକୁ ବି ବୁଝାଉଛ ପ୍ରଥମେ ଦୁଇଜଣ ପିତାଙ୍କର ପରିଚୟ ଦିଅ । ଚିତ୍ର ସାଥିରେ ଥିଲେ ଭଲ ଭାବରେ
ବୁଝିପାରିବେ । ତ୍ରିମୂର୍ତ୍ତିର ଚିତ୍ର ତ ନିଶ୍ଚିତ ସାଥିରେ ରହିବା ଦରକାର । ଇଏ ଶିବବାବା, ଇଏ
ପ୍ରଜାପିତା ବ୍ରହ୍ମା । ସିଏ ସମସ୍ତଙ୍କର ଆଦି ପିତା ଅଟନ୍ତି । ତେବେ ନିଶ୍ଚିତ ପ୍ରଥମେ ଆସିଥିବେ
ନା । ସବୁଠାରୁ ଆଗରେ ଅଛନ୍ତି ବ୍ରହ୍ମା । ସିଏ ଏବେ ରଚନା କରୁଛନ୍ତି । ଏବେ ତୁମେ ବ୍ରାହ୍ମଣ
ହୋଇଛ ପୁଣି ବ୍ରାହ୍ମଣମାନେ ହିଁ ଦେବତା ହେବେ । ବ୍ରାହ୍ମଣମାନଙ୍କର ବୃକ୍ଷ ଛୋଟ ହୋଇଥାଏ ।
ଦେବତାମାନେ ମଧ୍ୟ କମ୍ ସଂଖ୍ୟାରେ ଥା’ନ୍ତି ପୁଣି ପରେ ବୃଦ୍ଧି ପ୍ରାପ୍ତ ହୋଇଥାନ୍ତି । ଏହା ତୁମର
ନୂଆ ବୃକ୍ଷ ସ୍ଥାପନ ହେଉଛି । ଅନ୍ୟ ଧର୍ମର ଆତ୍ମାମାନେ ତ ଉପରୁ ଆସୁଛନ୍ତି - ଅଭିନୟ କରିବା ପାଇଁ,
ସେମାନଙ୍କର ପତିତ ହେବାର କଥା ନାହିଁ । ଏଠାରେ ତ ତୁମର ନୂଆ ବୃକ୍ଷ ସ୍ଥାପନ ହେଉଛି । ମାୟା ମଧ୍ୟ
ସମ୍ମୁଖରେ ଅଛି । ତୁମକୁ ତମୋପ୍ରଧାନରୁ ସତ୍ୱପ୍ରଧାନ ହେବାକୁ ହିଁ ପଡିବ । ଟ୍ରାନ୍ସ୍ଫର (ପରିବର୍ତ୍ତିତ)
ହେବାକୁ ପଡିବ କାହିଁକି ନା ଦୁନିଆ ବଦଳୁଛି, ସେଥିପାଇଁ ମେହନତ ହେଉଛି । ଦେବୀ-ଦେବତା ଧର୍ମ ଏହି
ସଂଗମଯୁଗରେ ସ୍ଥାପନା ହୋଇଥାଏ । ଏକଥା ମଧ୍ୟ କହୁଛ ଯେ ସତ୍ୟଯୁଗ କେତେ ବର୍ଷର ଅଟେ । ସତ୍ୟଯୁଗରୁ
ପୁଣି କଳିଯୁଗ କିପରି ହେଉଛି । କଳିଯୁଗରେ ତମୋପ୍ରଧାନ ତ ହେବାକୁ ହିଁ ପଡିବ । ତମୋପ୍ରଧାନ ହେଲେ
ତେବେ ତ ପୁଣି ସତ୍ତ୍ୱପ୍ରଧାନ ହେବ । ତୁମେମାନେ ସତ୍ତ୍ୱପ୍ରଧାନ ଥିଲ ପୁଣି ତୁମ ଆତ୍ମାରେ ଖାଦ
ପଡିଚାଲିଲା । ଏବେ କୌଣସି ନୂଆ ଆତ୍ମା ୨-୩ ଜନ୍ମ ନେଉଛନ୍ତି ତେବେ ମଧ୍ୟ ତୁରନ୍ତ ତାଙ୍କ ଆତ୍ମାରେ
ଖାଦ ପଡିଯାଉଛି । ସେହି ଜନ୍ମରେ ହିଁ ସୁଖ, ପୁଣି ଦୁଃଖ ଭୋଗୁଛନ୍ତି । କାହାର ଗୋଟିଏ ଜନ୍ମ ମଧ୍ୟ
ହୋଇଥାଏ । ଯେବେ ପରମଧାମରୁ ଆତ୍ମାମାନଙ୍କର ଆସିବା ବନ୍ଦ ହୋଇଯିବ ତେବେ ବିନାଶ ହେବ । ପୁଣି ସବୁ
ଆତ୍ମାମାନଙ୍କୁ ଘରକୁ ଯିବାକୁ ହେବ । ପାପ ଆତ୍ମା ଏବଂ ପୁଣ୍ୟ ଆତ୍ମାମାନେ ଏକତ୍ର ଘରକୁ ଯିବେ ।
ପୁଣି ପୁଣ୍ୟ ଆତ୍ମାମାନେ ତଳକୁ ଓହ୍ଲାଇବେ । ସଂଗମଯୁଗରେ ସମସ୍ତ ବଦଳି ହୋଇଥାଏ । ତେବେ
ପିଲାମାନଙ୍କୁ ସାରା ଡ୍ରାମାର ଜ୍ଞାନ ବୁଦ୍ଧିରେ ରଖିବାକୁ ହେବ । ବାବାଙ୍କ ପାଖରେ ଏହି ସବୁ
ଜ୍ଞାନ ଅଛି ନା । କହୁଛନ୍ତି ମୁଁ ଆସି ସୃଷ୍ଟିଚକ୍ରର ଆଦି-ମଧ୍ୟ-ଅନ୍ତର ସମସ୍ତ ରହସ୍ୟ ବୁଝାଉଛି ।
ମୁଁ ଭକ୍ତିମାର୍ଗରେ ଏହି ଜ୍ଞାନ ଶୁଣାଉନାହିଁ । ଭକ୍ତମାନେ ସ୍ମରଣ କଲେ ସେମାନଙ୍କୁ ସାକ୍ଷାତ୍କାର
କରାଉଛି । ଭକ୍ତିମାର୍ଗ ଆରମ୍ଭ ହେଲେ ମୋର ମଧ୍ୟ ଅଭିନୟ ଆରମ୍ଭ ହୋଇଥାଏ । ସତ୍ୟଯୁଗ ତ୍ରେତାରେ
ମୁଁ ବାନପ୍ରସ୍ଥରେ ରହୁଛି । ପିଲାମାନଙ୍କୁ ସୁଖର ଦୁନିଆକୁ ପଠାଇଦେଲି ବାକି ଆଉ କ’ଣ ଦରକାର! ମୁଁ
ବାନପ୍ରସ୍ଥ ନେଉଛି । ଏହି ବାନପ୍ରସ୍ଥ ନେବାର ପ୍ରଥା ଭାରତରେ ହିଁ ଅଛି । ବେହଦର ବାବା କହୁଛନ୍ତି
ମୁଁ ବାନପ୍ରସ୍ଥରେ ବସିଯାଉଛି । ବେହଦର ବାବା ହିଁ ଆସି ଗୁରୁ ରୂପରେ ବାନପ୍ରସ୍ଥକୁ ନେଉଯାଉଛନ୍ତି
। ମନୁଷ୍ୟମାନେ ଗୁରୁମାନଙ୍କର ସଂଗ କରିଥାନ୍ତି - ଭଗବାନଙ୍କ ସହିତ ମିଶିବା ପାଇଁ । ଶାସ୍ତ୍ର
ପଢିଥାଆନ୍ତି, ତୀର୍ଥକୁ ଯାଇଥାଆନ୍ତି, ଗଙ୍ଗାସ୍ନାନ କରିଥାଆନ୍ତି । କିନ୍ତୁ ଏହା ଦ୍ୱାରା ତ କିଛି
ବି ମିଳି ନ ଥାଏ । ଏବେ ତୁମକୁ ବେହଦର ବାବା ମିଳିଛନ୍ତି । ଦୁଃଖରୁ ମୁକ୍ତ କରି, ରାବଣ ରାଜ୍ୟରୁ
ଉଦ୍ଧାର କରି ରାମରାଜ୍ୟକୁ ନେଇଯାଉଛନ୍ତି । ବେହଦର ବାବା ଥରେ ମାତ୍ର ଆସି ରାବଣର ଦୁଃଖରୁ ମୁକ୍ତ
କରୁଛନ୍ତି, ସେଥିପାଇଁ ତାଙ୍କୁ ମୁକ୍ତିଦାତା କୁହାଯାଉଛି । ସତ୍ୟଯୁଗରେ ତ ରାମରାଜ୍ୟ ହେବ । ବାକି
ଆତ୍ମାମାନେ ଶାନ୍ତିଧାମକୁ ଚାଲିଯିବେ । ଏକଥା ବି କେହି ଜାଣି ନାହାଁନ୍ତି । ମୋ ଆତ୍ମାର ସ୍ୱଧର୍ମ
ହିଁ - ଶାନ୍ତି । ଏଠାରେ ଅଭିନୟରେ ଆସିବା ଦ୍ୱାରା ଅଶାନ୍ତ ହୋଇଛ ପୁଣି ଶାନ୍ତି ମନେ ପଡୁଛି ।
ଅସଲରେ ତୁମେମାନେ ଶାନ୍ତିଧାମର ନିବାସୀ ଅଟ । ଏବେ କହୁଛନ୍ତି ମୋର ଶାନ୍ତି ଦରକାର । ମନକୁ ଶାନ୍ତି
ଦରକାର । ବୁଝାଯାଉଛି - ଆତ୍ମା ମନ-ବୁଦ୍ଧି ସହିତ ରହିଛି । ଆତ୍ମା ଶାନ୍ତ ସ୍ୱରୂପ ହିଁ ଅଟେ ପୁଣି
ଏହିଠାରେ କର୍ମରେ ଆସିଥାଏ । ଏଠାରେ ଶାନ୍ତି କିପରି ମିଳିବ । ଏହା ତ ହେଉଛି ଅଶାନ୍ତିଧାମ ।
ସତ୍ୟଯୁଗରେ ସୁଖ ଶାନ୍ତି ଉଭୟ ରହିଛି । ପବିତ୍ରତା ବି ଅଛି, ଧନ ଦୌଲତ ମଧ୍ୟ ଅଛି ।
ବାବା ବୁଝାଉଛନ୍ତି ତୁମର
କେତେ ସୁଖ-ଶାନ୍ତି, ଧନ-ଦୌଲତ ଆଦି ସବୁ କିଛି ଥିଲା । ଏବେ ପୁଣି ତୁମକୁ ଅନ୍ୟମାନଙ୍କୁ ବୁଝାଇବାକୁ
ହେବ । ଯେଉଁମାନେ କଳ୍ପ ପୂର୍ବରୁ ବର୍ସା ନେଇଥିଲେ ସେହିମାନେ ହିଁ ଭଲ ଭାବରେ ବୁଝିବା ପାଇଁ
ଚେଷ୍ଟା କରିବେ । ଯଦିଓ ସେମାନେ ଡେରୀରେ ଆସିଥାନ୍ତି କିନ୍ତୁ ପୁରୁଣାଙ୍କଠାରୁ ତୁରନ୍ତ ଆଗକୁ
ଚାଲିଯାଇଥାନ୍ତି । ଡେରୀରେ ଆସିଲାବାଲାଙ୍କୁ ଆହୁରି ହିଁ ଭଲ ଭଲ ପଏଣ୍ଟ ମାନ ମିଳିଥାଏ । ଦିନକୁ
ଦିନ ଜ୍ଞାନ ସହଜ ହୋଇଚାଲିଛି । ଏକଥା ବି ସେମାନେ ବୁଝିବେ ଯେ ଆମେ ତ ସବୁ ବୁଝିଲୁ ପୁଣି
ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାର ପରିଶ୍ରମ ମଧ୍ୟ କରିବାକୁ ହେବ । ସେଥିପାଇଁ ତୀବ୍ର
ପୁରୁଷାର୍ଥ କରିବାରେ ଲାଗି ପଡିବେ କାହିଁକି ନା ବୁଝୁଛନ୍ତି ଯେ ଆଉ କମ୍ ସମୟ ଅଛି । ତେଣୁ ଯେତେ
ଦୂର ସମ୍ଭବ ପୁରୁଷାର୍ଥରେ ଲାଗିଯିବୁ । ମୃତ୍ୟୁ ପୂର୍ବରୁ ପୁରୁଷାର୍ଥ କରିନେବୁ । ସେମାନେ ନିଜର
ଚାର୍ଟ ରଖିବେ । ପାଠପଢା ତ ସହଜ ଅଟେ । ବାକି ହେଉଛି ବାବାଙ୍କୁ ମନେ ପକାଇବାର କଥା । ଗାୟନ ମଧ୍ୟ
ରହିଛି - ରାମ ସୁମିର ପ୍ରଭାତ ମୋରେ ମନ.... ଆତ୍ମା କହୁଛି ହେ ମୋର ମନ, ରାମକୁ ସ୍ମରଣ କର ।
ଭକ୍ତିମାର୍ଗରେ ତ ଏକଥା ବି କେହି ଜାଣିନାହାଁନ୍ତି ଯେ ରାମ କିଏ । ସେମାନେ ରଘୁପତି ରାଘବ ରାଜା
ରାମ କହିଦେଉଛନ୍ତି । କେତେ ଗଡବଡ କରିଦେଇଛନ୍ତି । ସମସ୍ତଙ୍କର ଭଗବାନ ସେହି ରାମ କିଏ,
ମନୁଷ୍ୟମାନେ କିଛି ବି ବୁଝୁ ନାହାଁନ୍ତି । ସମୟ ନଷ୍ଟ, ପଇସା ନଷ୍ଟ କରୁଛନ୍ତି । ତୁମମାନଙ୍କୁ
ମୁଁ ବିଶ୍ୱର ରାଜ୍ୟ ଭାଗ୍ୟ ଦେଇଥିଲି, ପୁଣି ତାକୁ କ’ଣ କଲ? ୫ ହଜାର ବର୍ଷ ପୂର୍ବରୁ ତୁମକୁ
ସ୍ୱର୍ଗର ରାଜତ୍ୱ ଦେଇଥିଲି, ତାକୁ ପୁଣି କିପରି ହରାଇଲ? ଏବେ ତୁମେ ଜାଣୁଛ - କିପରି ଆମେ ତଳକୁ
ଖସି ଆସିଛୁ । ଏବେ ପୁଣି ଚଢିବାକୁ ହେବ । ଗୋଟିଏ ସେକେଣ୍ଡରେ ଉନ୍ନତିର କଳା ହେଉଛି, ପତନର କଳା ୫
ହଜାର ବର୍ଷରେ ହେଉଛି । ବ୍ରହ୍ମାରୁ ବିଷ୍ଣୁ ହେବାରେ ଗୋଟିଏ ସେକେଣ୍ଡ, ବିଷ୍ଣୁରୁ ବ୍ରହ୍ମା
ହେବାରେ ୫ ହଜାର ବର୍ଷ ଲାଗୁଛି । ବାବା କେତେ ପଏଣ୍ଟସ୍ ବୁଝାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ ।
ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏବେ
ବ୍ୟକ୍ତରୁ ଅବ୍ୟକ୍ତ, ଅବ୍ୟକ୍ତରୁ ନିର୍ବାଣକୁ ଯିବାକୁ ହେବ, ସେଥିପାଇଁ ବହୁତ କମ୍ କଥାବାର୍ତ୍ତା
କରିବାକୁ ହେବ । ବହୁତ ଧୀରେ ଏବଂ ମାର୍ଜିତ ଭାବରେ କଥାବାର୍ତ୍ତା କରିବାକୁ ହେବ ।
(୨) ଜ୍ଞାନକୁ ବୁଝି
ସାରିବା ପରେ ତୀବ୍ର ପୁରୁଷାର୍ଥ କରି ସତ୍ତ୍ୱପ୍ରଧାନ ହେବାକୁ ପଡିବ । ଯୋଗର ଚାର୍ଟ ରଖିବାକୁ
ପଡିବ ।
ବରଦାନ:-
ଏହି ଦୁନିଆର
ଆକର୍ଷଣ ଠାରୁ ମୁକ୍ତ ହୋଇ ଅବ୍ୟକ୍ତ ଦୁନିଆରେ ଭ୍ରମଣ କରୁଥିବା ଉଡନ୍ତା ପକ୍ଷୀ ଭବ ।
ବୁଦ୍ଧି ରୂପକ ବିମାନ
ଦ୍ୱାରା ଅବ୍ୟକ୍ତ ବତନ ବା ମୂଳବତନରେ ଭ୍ରମଣ କରିବା ପାଇଁ ଉଡନ୍ତା ପକ୍ଷୀ ହୁଅ । ବୁଦ୍ଧି ଦ୍ୱାରା
ଯେତେବେଳେ ଇଚ୍ଛା, ଯେଉଁଠାରେ ଇଚ୍ଛା ସେଠାରେ ପହଞ୍ଚିଯାଅ । ତେବେ ଏହା ମଧ୍ୟ ସେତେବେଳେ ସମ୍ଭବ
ହେବ ଯେତେବେଳେ ସମ୍ପୂର୍ଣ୍ଣ ରୂପରେ ଏହି ଦୁନିଆର ଆକର୍ଷଣ ଠାରୁ ଉର୍ଦ୍ଧ୍ୱରେ ରହିବ । ଏହା ଅସାର
ସଂସାର ଅଟେ, ଯେହେତୁ ଏହା ସହିତ ତୁମର କୌଣସି କାମ ନାହିଁ, କୌଣସି ପ୍ରାପ୍ତି ମଧ୍ୟ ନାହିଁ, ତେଣୁ
ବୁଦ୍ଧି ଦ୍ୱାରା ମଧ୍ୟ ଯିବା ବନ୍ଦ କର । ଏହା ରୋୖରବ ନର୍କ ଅଟେ । ଏହା ଭିତରକୁ ଯିବାର ସଂକଳ୍ପ
ବା ସ୍ୱପ୍ନ ମଧ୍ୟ ନ ଆସୁ ।
ସ୍ଲୋଗାନ:-
ନିଜର ଚେହେରା
ଏବଂ ଚାଲିଚଳନ ଦ୍ୱାରା ସତ୍ୟତା ରୂପକ ସଭ୍ୟତାର ଅନୁଭବ କରାଇବା ହିଁ ଶ୍ରେଷ୍ଠତା ଅଟେ ।
ଅବ୍ୟକ୍ତ ଈଶାରା:-
ପରୋପକାରର ଭାବନାରେ ସମ୍ପନ୍ନ ହୋଇ ଅପକାରୀର ମଧ୍ୟ ଉପକାର କର ।
ଯେଉଁମାନେ ପରୋପକାରର
ଭାବନାରେ ସମ୍ପନ୍ନ ଅଟନ୍ତି, ସେମାନେ ସର୍ବଦା ସନ୍ତୁଷ୍ଟମଣୀ ଭଳି ନିଜେ ମଧ୍ୟ ସନ୍ତୁଷ୍ଟ ରହୁଥିବେ
ଏବଂ ସମସ୍ତଙ୍କୁ ମଧ୍ୟ ସନ୍ତୁଷ୍ଟ କରୁଥିବେ । ଚମତ୍କାରୀ ତ ତାକୁ କୁହାଯିବ ଯିଏକି ନିରାଶା ଭିତରେ
ଆଶାର ସଂଚାର କରିଦେଇ ପାରୁଥିବେ, ଯାହା ପ୍ରତି ସମସ୍ତେ ନିରାଶା ବ୍ୟକ୍ତ କରୁଥିବେ ସେହିଭଳି
ବ୍ୟକ୍ତି ବା ସେହିଭଳି ସ୍ଥିତିରେ ମଧ୍ୟ ସଦାକାଳ ପାଇଁ ତାଙ୍କର ଆଶାର ଦୀପକୁ ଜଳାଇ ଦେଇ ପାରିବେ ।
ନିଜର ଉପକାରର ଶୁଭଭାବନା ଦ୍ୱାରା, ସ୍ନେହ ଦ୍ୱାରା, ଶକ୍ତି ଦ୍ୱାରା, ମିଠାବାଣୀ ଦ୍ୱାରା,
ଉମଙ୍ଗ-ଉତ୍ସାହର ସହଯୋଗ ଦ୍ୱାରା ନିରାଶ ଆତ୍ମାକୁ ଶକ୍ତିଶାଳୀ କରିଦେଇପାରିବେ ।